ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ପୁରୀକ୍ଷାର ପୂର୍ବପ୍ରସ୍ତୁତି
ସେଆର କରନ୍ତୁ

ପୁରୀକ୍ଷାର ପୂର୍ବପ୍ରସ୍ତୁତି

ପୁରୀକ୍ଷାର ପୂର୍ବପ୍ରସ୍ତୁତି ପାଇଁ ଉପାୟ

ଉପକ୍ରମ

ସ୍ଵରୂପ ଖଳି ବହି ଖୋଲି ନିରନ୍ତରୁ ପଢିଲେ ହେବ ନାହିଁ । ଏଭଳି କରିବା ଦ୍ଵାରା ସମୟ କମ୍ ପଡିବ। ସିନ୍ନା, ସବୁକିଛି । ସ୍ମରଣ କରିବା ସମ୍ଭବ ନୁହେଁ । ଏହି ପରିସ୍ଥିତିରେ ସମୟର ଉପଯୁକ୍ତ ପରିଚାଳନା (ଟାଇମ୍ ମ୍ୟାନେଜମେଣ୍ଟ) ଆବଶ୍ୟକ । ଅନ୍ୟ ପ୍ରସଙ୍ଗକୁ ଅନାବଶ୍ୟକ ଗୁରୁତ୍ଵ ଦେବା ପରିବର୍ତ୍ତେ ବହୁମୂଲ୍ୟ ସମୟର ସଦୁପଯୋଗ ଦିଗରେ ଯତ୍ନଶୀଳ ହେବାକୁ ପଡିବ ।

ବୃହତ୍ ପ୍ରଶ୍ନକୁ ଗୁରୁତ୍ଵ

ପ୍ରଥମେ ପୂର୍ବ ବର୍ଷ ପରୀକ୍ଷାର ପ୍ରଶ୍ନପତ୍ର ଦେଖନ୍ତୁ । ସେଥିରେ କେଉଁ ବିଷୟ ଉପରେ ସବୁଠୁ ଅଧିକ ନମ୍ବରର ପ୍ରଶ୍ନ ହୋଇଛି ତାହା ଟିପି ରଖନ୍ତୁ । ଏହାର ଉତ୍ତର ଇଣ୍ଟରନେଟ୍‌ରେ ଖୋଜିବା ବା ନିଜେ ଏହାର ସମାଧାନ ବାହାର କରିବାରେ ସମୟ ଅପଚୟ କରନ୍ତୁ ନାହିଁ । ଏପରି ଜଣେ ବ୍ୟକ୍ତଙ୍କ ସହାୟତା ନଅନ୍ତୁ ଯେ କି ୧ କିମ୍ବା ୨ ଘଣ୍ଟା ମଧ୍ୟରେ । ଆପଣଙ୍କୁ ଏ ବକ୍ଷୟରେ ସବଶେଷ ବୁଝାଇ ପାରବେ । ଏହା ପ୍ରଶ୍ନର ଉତ୍ତର । ମୌଖିକ ଭାବେ କିଭଳି ଦିଆଯାଇ ପାରିବ ତାହା ମଧ୍ୟ ପଚାରି ବୁଝନ୍ତୁ ।  ତାହାକୁ ଏକ ଖାତାରେ ନିଜେ ଲେଖିବାକୁ ଉଦ୍ୟମ କରନ୍ତୁ । ଏଥିରେ ସଫଳ । ହେଲେ ପୁନଃ ମନେ ମନେ ଉକ୍ତ ପ୍ରଶ୍ନର ଉତ୍ତର ବାହାର କରବାକୁ ଉଦ୍ୟମ  କରନ୍ତୁ । ଏପରି କରିବା ଦ୍ଵାରା ସମ୍ପୃକ୍ତ ବିଷୟ ଆପଣ ଉତ୍ତମ ଭାବେ ବୁଝି । ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍ମରଣ ରଖି ପାରିବେ । ତେବେ କୌଣସି ବିଷୟ ପାଠ କରି ସାରିବା ପରେ ପୁସ୍ତକ ବନ୍ଦ କରି ତାହାକୁ ମନେପକାଇବା ଦ୍ଵାରା ତାହା 'ଅଧିକ ଦିନ ସ୍ମରଣ ରୁହେ ।

ମନେ ରଖିବାର ୨ ପ୍ରଣାଳୀ

ସାଧାରଣତଃ ଦୁଇଟି ପ୍ରଣାଳୀରେ ଆମେ କାଯ୍ୟ କରିଥାଉ । ପ୍ରଥମତଃ, "ଫୋକସ୍‌ଡ ମୋଡ ବା କୌଣସି ବିଷୟ ଉପରେ ଏକାଗ୍ରଚିତ୍ତ ଧ୍ୟାନ ନିବେଶ ପୂର୍ବକ କାମ କରିବା । ଦ୍ଵିତୀୟତଃ, "ଡିଫ୍ଲ୍ୟୁଜଡ ମୋଡା’ ଅର୍ଥାତ କାମକୁ ବିଭିନ୍ନ ପର୍ଯ୍ୟାୟରେ  ଭାଗ ବାଣ୍ଟି କରିବା । ତେବେ ଦ୍ଵିତୀୟ ପ୍ରଣାଳୀଟି ଛାତ୍ରଛାତ୍ରୀ ବ୍ୟବହାର କରିବା ଦ୍ଵାରା ବିଶେଷ ଉପକୃତ ହେବେ । କୌଣସି ବିଷୟବସ୍ତୁକୁ ଏଭଳି ପର୍ଯ୍ୟାୟଭୁକ୍ତ କରି ପଢିବା ଦ୍ଵାରା ତାହା ବୁଝିବାକୁ ସହଜ ହୁଏ ଏବଂ ଯଦି କିଛି ସମସ୍ୟା ଥାଏ ତାହାର ସମାଧାନ ମଧ୍ୟ ବାହାର କରିବା ସହଜ ହୁଏ । ତେବେ କେତେବେଳେ "ଫୋକସ୍‌ଡ ମୋଡ’ରେ ଓ କେବେ "ଡିଫ୍ଲ୍ୟୁଜଡ ମୋଡ’ରେ  ପଢିବା ଉଚିତ ଏବଂ "ଡିଫ୍ଲ୍ୟୁଜଡ ମୋଡରୁ 'ଫୋକସ୍‌ଡ ମୋଡକୁ କିଭଳି ଫେରି ପଢା ଜାରି ରଖିହେବ, ତାହା ଏକ କଳା କହିଲେ  ହେବ ନାହିଁ । ଛାତ୍ର ଛାତ୍ରୀ ଏହା ଅଭ୍ୟାସ କରିବା ଆବଶ୍ୟକ ।

ପର୍ଯ୍ୟାପ୍ତନିଦ୍ରା

ପରୀକ୍ଷାର ପୂର୍ବପ୍ରସ୍ତୁତି ବେଳେ ବେଶି ସମୟ ଶୋଇ ହୁଏ ନାହିଁ । ମାତ୍ର ଏହି ସମୟରେ ଶରୀରକୁ ଉପଯୁକ୍ତ ବିଶ୍ରାମ ନିହାତି ଆବଶ୍ୟକ । ବିଶ୍ରାମ ମିଳିଲେ ହିଁ ଶରୀର ସୁସ୍ଥ ଏବଂ ପୂର୍ତ୍ତି ରହିବ । ଫଳରେ ପାଠ ଉତ୍ତମ ଭାବେ ସ୍ମରଣ କରିହେବ । ଦୈନିକ ୭ ରୁ ୮ ଘଣ୍ଟା ବିଶ୍ରାମ ପାଇଁ ନିଦ୍ରା ଚକ୍ରର ଏକ ସୂଚୀ ପ୍ରସ୍ତୁତ କରନ୍ତୁ । ଏଥିପାଇଁ ପାଞ୍ଚଟି ପର୍ଯ୍ୟାୟରେ ସମ୍ପୁର୍ଣ୍ଣ ବିଶ୍ରାମ ନେବାକୁ ଉଦ୍ୟମ କରନ୍ତୁ । ପ୍ରତ୍ୟେକ

ପର୍ଯ୍ୟାୟରେ ଅତିବେଶୀରେ ଦେଢ଼ ଘଣ୍ଟା ସମୟ ଶୁଅନ୍ତୁ । ଆଲାମକୁ ପୂର୍ବରୁ ବ୍ୟବସ୍ତୁତ କରନ୍ତୁ । ପ୍ରଥମେ ଏକ ଘଣ୍ଟା 30 ମିନିଟ ଶୋଇବା ପରେ ଆଲାମ ବାଜିଲେ ଉଠିପଡନ୍ତୁ । ଏହି ଦେଢ ଘଣ୍ଟା ସମୟ ନିଶ୍ଚିନ୍ତ ହୋଇ ଶୋଇବାକୁ ଚେଷ୍ଟା କରନ୍ତୁ । ଉଠିବା ପରେ ପୁଣି ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପଢନ୍ତୁ । ପୁନର୍ବାର ନିଦ୍ରା ଚକ୍ର ସୂଚୀ ଅନୁଯାୟୀ ଆଉ ଦେଢ ଘଣ୍ଟା ନିଦ୍ରା ଯାଆନ୍ତୁ । ଏଭଳି ପାଞ୍ଚ ଥର କରିବା ପରେ ଦୈନିକ ଯେତିକି ଆବଶ୍ୟକ। ସେତିକି ପରିମାଣର ନିଦ୍ରା ଆପଣ ସମ୍ପୁର୍ଣ୍ଣ କରିପାରିବେ । ଏଥିସହ ପାଠପଢା ମଧ୍ୟ ବାଧାପ୍ରାପ୍ତ ହେବ ନାହିଁ ।

କଠିନ ପ୍ରଶ୍ନକୁ ପ୍ରାଥମିକତା

ସାଧାରଣତଃ ସହଜ ପ୍ରଶ୍ନର ସମାଧାନ ପ୍ରଥମେ କରିବାକୁ ଛାତ୍ରଛାତ୍ରୀମାନଙ୍କୁ କୁହାଯାଇଥାଏ । କିନ୍ତୁ ସଫଳ ହେବା ନେଇ ଏହା ସର୍ବୋତ୍ତମ ଉପାୟ ନୁହେଁ । ବରଂ ପରୀକ୍ଷା ପାଇଁ ପ୍ରସ୍ତୁତି ବେଳେ ଆରମ୍ଭ କଠିନ ପ୍ରଶ୍ନରୁ ହିଁ କରନ୍ତୁ । ଯଦି କୌଣସି ସ୍ଥାନରେ ସମସ୍ୟା ହେଉଛି, ତା'ହେଲେ ସହଜ ପ୍ରଶ୍ନକୁ ଯାଆନ୍ତୁ । ତାହାର ସମାଧାନ କରିବା ପରେ ପୁଣି କଠିନ ପ୍ରଶ୍ନକୁ ଫେରନ୍ତୁ । ଏଭଳି କରିବା ଦ୍ଵାରା  "ଫୋକସ୍ତ ମୋଡରୁ ଡିଫ୍ଲାଜ୍‌ଡ ମୋଡକୁ ଏବଂ ଡିପ୍ଲଜ୍ତ ମୋଡରୁ ଫୋକସ୍‌ଡ ମୋଡକୁ ଫେରିବା ପ୍ରକ୍ରିୟାରେ ଆପଣଙ୍କ ମସ୍ତିଷ୍ଟ ଅଭ୍ୟସ୍ତ ହେବ । ଫଳରେ ପରୀକ୍ଷାରେ ସବୁଠୁ କଠିନ ପ୍ରଶ୍ନର ସମାଧାନରେ ସହାୟକ ହେବ ।

ପରୀକ୍ଷାର ପୂର୍ବପ୍ରସ୍ତୁତି

ଯଦି କୌଣସି ବିଷୟ ମନେ ରଖିବା କଠିନ ହେଉଥାଏ, ତେବେ ଏହାକୁ ମନେ ମନେ ନିଜ ଚତୁଃପାର୍ଶ୍ଵରେ ଥିବା ବସ୍ତୁ ସହିତ ଯୋଡିବାକୁ ଉଦ୍ୟମ କରନ୍ତୁ । ଉଦାହରଣ ସ୍ୱରୂପ, '୧'କୁ ମନେ ରଖିବାକୁ ହେଲେ ମନେ ମନେ ଚିନ୍ତା କରନ୍ତୁ ଗୋଟିଏ କଲମ ଇଂରାଜୀରେ ୧ ଭଳି ପ୍ରତୀତ ହୋଇଥାଏ । ସେହିଭଳି ୨କୁ ସାଇକଲର ୨ଟି ଚକ ସହିତ ଯୋଡି ସ୍କରଣ ରଖାଯାଇପାରେ । ମନେ ରଖିବାର ଏହି ପ୍ରଣାଳୀକୁ ଲୋକି ପ୍ରଣାଳୀ କୁହାଯାଏ । ଲାଟିନ ଭାଷାରେ ଲୋକିର ଅର୍ଥ ପ୍ରାସାଦ । ଲୋକି ଫାଇଲଗୁଡିକ କମ୍ପ୍ୟୁଟର ଫୋଲଡର ଭଳି, ଯାହାକୁ କେବଳ ମସ୍ତିଷ୍କରେ ହିଁ ପ୍ରସ୍ତୁତ କରାଯାଇଥାଏ ।

୫୦/ ୧୦ ର ଅନୁକରଣ

 

ପାଠ ପଢିବା ବେଳେ ସମୟର ଉପଯୋଗ ମଧ୍ୟ ଏହି ଦୁଇ ପ୍ରଣାଳୀରେ କରିବା ଆବଶ୍ୟକ ।  ଅର୍ଥାତ ଏକ ଘଣ୍ଟା ସମୟ ମଧ୍ୟରୁ ୫୦ ମିନିଟ କ୍ରମାଗତ ଭାବେ ପଢନ୍ତୁ । ଏହା ପରେ ବାକି ୧୦ ମିନିଟ ସମୟ ବିରାମ ନିଅନ୍ତୁ । ପରୀକ୍ଷା ଯେତେବେଳେ ପାଖେଇ ଆସେ ସେତେବେଳେ ଏଥିରେ ସଫଳତା ହାସଲ ଲାଗି ଇଚ୍ଛାଶକ୍ତି ହିଁ ଛାତ୍ରଛାତ୍ରୀଙ୍କର ଏକମାତ୍ର ଅସ୍ତ୍ର ହୋଇଥାଏ । ଅର୍ଥାତ୍ ବହୁମୂଲ୍ୟ ସମୟର ଉଚିତ ଉପଯୋଗ କିଭଳି କରାଯିବ ସେଥିନେଇ, ଇଚ୍ଛାଶକ୍ତି ଦୃଢ କରିବାକୁ ହୁଏ । ତେବେ ୧୦ ମିନିଟର ବିରାମ ନେବା ପୂର୍ବରୁ ଯେଉଁ ବିଷୟ ପାଠ କରିଥିଲେ ତାହା ଉପରେ ଏକ ପ୍ରଶ୍ନ ପ୍ରସ୍ତୁତ କରି ମନରେ ରଖନ୍ତୁ । ପରେ ମନକୁ ହାଲୁକା କରି ଅନ୍ୟତ୍ର ନିବେଶ କରନ୍ତୁ । ୧୦ ମିନିଟ ପରେ ପୁଣି ପଢି ବସିବା ବେଳକୁ ଦେଖିବେ, ଆଶ୍ଚର୍ଯ୍ୟଜନକ ଭାବେ ଉକ୍ତ ପ୍ରଶ୍ନର ଉତ୍ତର ଆପଣଙ୍କ ମସ୍ତିଷ୍କରେ ଥିବ । ଏହା ହିଁ ମସ୍ତିଷ୍କକୁ 'ଫୋକସ୍‌ଡ ମୋଡ' ଓ "ଡିଫ୍ଲ୍ୟୁଜଡ ମୋଡା" ମଧ୍ୟରେ ଘୁରାଇବାର ଉତ୍ତମ ଉପାୟ ।

ବନ୍ଧୁଙ୍କ ଗହଣରେ ପଢନ୍ତୁ

ପରୀକ୍ଷା ହେବାକୁ କମ୍ ସମୟ ଥିଲେ ବ୍ୟତିବ୍ୟସ୍ତ ନ ହୋଇ ଗୋଟିଏ ବିଷୟକୁ ୩/୪ ଜଣ ବନ୍ଧୁ ଏକତ୍ର ବସି ପଢନ୍ତୁ । ଏହାଦ୍ଵାରା ଯାହାର ଯେଉଁ ପ୍ରସଙ୍ଗ ଉପରେ ସନ୍ଦେହ ଥିବ, ଅନ୍ୟ ବନ୍ଧୁ ତାହାକୁ ଦୂର କରିପାରିବେ । ଫଳରେ ଉକ୍ତ ବିଷୟକୁ ସମସ୍ତେ ସମ୍ପୁର୍ଣ୍ଣ ଭାବେ ବୁଝି ସ୍ମରଣ କରିପାରିବେ ।

ଭାଷାରେ ଲୋକିର ଅର୍ଥ ‘ପ୍ରାସାଦ' । ଲୋକି ଫାଇଲ ଗୁଡିକ କମ୍ପ୍ୟୁଟର ଫୋଲଡ୍ର ଭଳି, ଯାହାକୁ କେବଳ ମସ୍ତିଷ୍ଠାରେ ହିଁ ପ୍ରସ୍ତୁତ କରାଯାଇଥାଏ ।

ଚେଇଁ ରହିବାକୁ

ଅନେକ ସମୟରେ ଦେଖାଯାଏ, ଛାତ୍ରଛାତ୍ରୀ ରାତି ଅନିଦ୍ରା ହୋଇ ପଢିବାକୁ ଉଦ୍ୟମ କରନ୍ତି । ଏଥିପାଇଁ ଚା’ ଏବଂ କପି ଭଳି ପାନୀୟ ସେବନ କରନ୍ତି । ଏଥିରେ ଥିଲେ ‘କଫିନ ଆମ ମସ୍ତିଷ୍କର ଏକ ପ୍ରାକୃତିକ ରସାୟନ କ୍ଷରଣକୁ ବନ୍ଦ କରିଦିଏ ଯଦ୍ଵାରା ନିଦ ଆସେ ନାହିଁ ଏବଂ ଯଦି ଆସୁଥାଏ ତା'ହେଲେ ଭାଙ୍ଗି ଯାଏ । ତେବେ କୌଣସି ବିଷୟବସ୍ତୁ ଶେଷ କରିବାକୁ ଯଦି ଅଧିକ ୧ ରୁ ୨ ଘଣ୍ଟା ଅନିଦ୍ରା ରହିବା ଆବଶ୍ୟକ ହେଉଥାଏ: ସେଭଳି କ୍ଷେତ୍ରରେ ଏହି ପ୍ରକ୍ରିୟା ଅବଲମ୍ବନ କରିବା କ୍ଷତିକାରକ ନୁହେଁ । ମାତ୍ରଛାତ୍ରଛାତ୍ରୀ ଚା’ ଏବଂ କଫି ପରିବର୍ତ୍ତେ ପ୍ରୋଟିନ୍ ସେକ୍, କଫିନ୍ ରହିତ କଫି, ଆଇସକ୍ରିମ୍, ଦହି, ଚକୋଲେଟ୍ ଏବଂ ହଟ୍ ଚକୋଲେଟ୍ ଭଳି ଦ୍ରବ୍ୟ ମଧ୍ୟ ସେବନ କରିପାରିବେ । ଏପରିକି ନିଦ ଭାଙ୍ଗିବା ଦିଗରେ କେବଳ ସାଦା ପାଣି ମଧ୍ୟ ପର୍ଯ୍ୟାପ୍ତ ।

ଆଧାର: ଶିକ୍ଷା ବ୍ୟୁରୋ

0.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top