ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ପ୍ରାରମ୍ଭିକ ପଠନ
ସେଆର କରନ୍ତୁ

ପ୍ରାରମ୍ଭିକ ପଠନ

ଏହି ଏକକରେ ପ୍ରାରମ୍ଭିକ ପଠନ ପାଇଁ କିପରି ଯୋଜନା କରିବେ, କିପରି ଉପସ୍ଥାପନା କରିବେ, ଶିକ୍ଷାର୍ଥୀଙ୍କ ଶିକ୍ଷଣରେ କିପରି ସହାୟତା ଦେବେ ଓ ଆକଳନ କରିବେ ସେ ବିଷୟରେ ବର୍ଣ୍ଣନା କରାଯାଇଛି

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସମ୍ବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା  ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସମ୍ବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ ।ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ ।ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (http://www.tessindia.edu.in/)ଉପଲବ୍ଧ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି ।ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି ।ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ" ଶିକ୍ଷା ତତ୍ତ୍ଵ ଆଧାରିତ ।ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି ।ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ ।ଟେସ୍ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ http://www.tessindia.edu.in/)ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରିପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳ । ଲେଖ creativecommons.org ରେ ବ୍ୟବାହର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

ଏହି ଏକକରେ ପ୍ରାରମ୍ଭିକ ପଠନ ପାଇଁ କିପରି ଯୋଜନା କରିବେ, କିପରି ଉପସ୍ଥାପନା କରିବେ, ଶିକ୍ଷାର୍ଥୀଙ୍କ ଶିକ୍ଷଣରେ କିପରି ସହାୟତା ଦେବେ ଓ ଆକଳନ କରିବେ ସେ ବିଷୟରେ ବର୍ଣ୍ଣନା କରାଯାଇଛି । ଭାଷା ଶିକ୍ଷଣ କ୍ଷେତ୍ରରେ ପଠନ ହେଉଛି ଏକ ଗୁରୁତ୍ଵପୂର୍ଣ୍ଣ ଦକ୍ଷତା ଯାହା ଆପଣଙ୍କର ଶିକ୍ଷାର୍ଥୀମାନେ ହାସଲ କରିବା ଆବଶ୍ୟକ । ଏହି ପ୍ରାରମ୍ଭିକ ପଠନ, ଦକ୍ଷତା ବଢ଼ାଇବା ପାଇଁ ଆପଣ ଶିକ୍ଷାର୍ଥୀମାନଙ୍କୁ ସହାୟତା ଦେବା ସହିତ ଉତ୍ସାହିତ କରିବେ ଯେପରି ସେମାନେ ଭବିଷ୍ୟତରେ ଭଲ ଶିଖିବା ସହିତ ଭଲ ଜୀବନଯାପନ କରିପାରିବେ ।

ପଠନ ପାଇଁ ଶିଖିବା ଏକ ଅନ୍ତର୍ନିହିତ ବିକାଶ ପ୍ରକ୍ରିୟା ନୁହେଁ । ବରଂ ନିୟମିତ ଅଭ୍ୟାସ ବଳରେ ଏହା ସମ୍ଭବ ହୋଇଥାଏ । ଏହା ଅନୌପରସ୍ପରିକ ଭାବରେ ଘରେ ବା ଗୋଷ୍ଠୀରେ ହୋଇପାରେ ବା ଔପରସ୍ପରିକ ଭାବରେ ବିଦ୍ୟାଳୟରେ ହୋଇପାରେ । ପଢ଼ି ଶିଖିବା ପାଇଁ ଅନେକଗୁଡ଼ିଏ ଉପାୟ ଅଛି, କେତେକ ଉପାୟ ଆପଣ ନିଜେ ନିଜେ ଶିଖୁଥା’ନ୍ତି ।

ଆପଣ ଜଣେ ଶିକ୍ଷକ । ତେଣୁ ଉଭୟସୂଚନାଓ ଆନନ୍ଦ ପାଇଁ ଆପଣ ବିଭିନ୍ନ ପ୍ରକାର ଲେଖା ଉପୟୁକ୍ତ କୌଶଳ ଓ ଆତ୍ମବିଶ୍ଵାସ ସହିତ ପଢି ପାରିବେ । ଛାପା ଅକ୍ଷର ସହିତ ଆପଣ କମ୍ପୁଟର ଓ ମୋବାଇଲ ଲେଖା ମଧ୍ୟ ପଢିପାରିବେ । ଆପଣ ଏହି ଜଟିଳ କୌଶଳ ହାସଲ କଲେ କିପରି? ଏହି ଏକକରେ ଆପଣ କିପରି ଜଣେ ଭଲ ପାଠକ ହୋଇପାରିଲେ ସେ ବିଷୟରେ ଆପଣ ଅନୁଶୀଳନ କରିବେ ଏବଂ ଶିକ୍ଷାର୍ଥୀମାନଙ୍କୁ ସେହି ରାସ୍ତାରେ ନେବା ପାଇଁ ସହାୟତା ଦେବେ ।

କାକରୁ କ’ଣ ଶିଖିବେ

  • ପାରମ୍ଭିକ ପଠନ ଯେପରି ମୁଗ୍ଧକର ଓ ଉପଭୋଗ୍ୟ ହେବ, ସେଥିପାଇଁ ଯୋଜନା ପ୍ରସ୍ତୁତ କରିବେ ।
  • ପାରମ୍ଭିକ ସ୍ତରଗୁଡିକରେ ପଠନ ପାଇଁ ଶିକ୍ଷଣରେ କମ୍ ବୟସର ଶିକ୍ଷାର୍ଥୀମାନେ ପ୍ରଦର୍ଶିତ କରୁଥିବା ବ୍ୟବହାରଗୁଡିକୁ କିପରି ଚିହ୍ନଟ କରିବେ ।
  • ପାରମ୍ଭିକ ପଠନ ଦକ୍ଷତା ବିକାଶର ଆକଳନ କରିବେ ଓ ସହାୟତା ନିମିତ୍ତ ଉପାୟମାନ ସ୍ଥିର କରିବେ ।

 

ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ପ୍ରାରମ୍ଭିକ ପଠନ କେବଳ ଅକ୍ଷର ଚିହ୍ନଟ ବା ଶବ୍ଦ ପଠନ ଭିତରେ ସୀମିତ ନୁହେଁ ବରଂ ସମଗ୍ର ପ୍ରସଙ୍ଗ ପଢ଼ି ସେଥୁରୁ ଅର୍ଥ ବାହାର କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସହାୟତା ଦେବା । ଅର୍ଥାତ ଏହା ଶିକ୍ଷାର୍ଥୀମାନଙ୍କର ଭାଷା ଜ୍ଞାନ ବଢ଼ାଇବା ସହ ବାହାର ଦୁନିଆକୁ ବୁଝିବାର କ୍ଷମତା ବଢ଼ାଇଥାଏ । ଯେଉଁ ଶିକ୍ଷାର୍ଥୀମାନେ ପଠନକୁ ଉପଭୋଗ କରନ୍ତି ତଥା, ଦକ୍ଷ ଓ ଅନର୍ଗଳ ଭାବରେ ପଢ଼ି ପାରନ୍ତି, ସେମାନେ ବିଦ୍ୟାଳୟର ଅନ୍ୟସବୁ କାର୍ଯ୍ୟରେ ପ୍ରାୟ ଭଲ କରନ୍ତି ।

ଯଦି ଆପଣ ଗୃହୁଁଛନ୍ତି ଆପଣଙ୍କର ପ୍ରତ୍ୟେକ ଶିକ୍ଷାର୍ଥୀ ଭଲ ଭାବରେ ପଢ଼ିପାରନ୍ତୁ, ତେବେ ଆପଣ...

  • ସେମାନଙ୍କୁ ଅଭିପ୍ରେରିତ ଓ ଉତ୍ସାହିତ କରିବେ ।
  • ସେମାନଙ୍କୁ ପର୍ଯ୍ୟବେକ୍ଷଣ ଓ ଆକଳନ କରିବେ ।
  • ସେମାନଙ୍କୁ ତଦାରଖ କରୁଥିବା ସମୟରେ ହାସଲ ହୋଇଥିବା ସୂଚନା ଗୁଡିକୁ ବ୍ୟବହାର କରିବା ଯାହା ଆପଣଙ୍କୁ ଶିକ୍ଷାଦାନ ଓ ସହାୟତା ପାଇଁ ଯୋଜନା କରିବାରେ ସାହାଯ୍ୟ କରିବ ।

୧. ପଢ଼ିବାକୁ ଆରମ୍ଭ କରିବା- ‘କିଏ ?’, ‘କ’ଣ ? 'କେଉଁଠି? କାହିଁକି?

ନିଜର ପ୍ରାରମ୍ଭିକ ପଠନର ଅନୁଭୂତିଗୁଡ଼ିକ ବିଷୟରେ ଆପଣଙ୍କର କ'ଣ ମନେ ଅଛି ? ଏହାକୁ ତଳେ ଦିଆଯାଇଥିବା ପରିସ୍ଥିତି ଅନୁଧାନ ସହ କିପରି ତୁଳନା କରିବେ ?

ପରିସ୍ଥିତି ଅନୁଧାନ ୧: ପଠନ ନିମିତ୍ତ ଶିକ୍ଷଣର ସ୍ମୃତି ସମୂହ

ଏହି ଲେଖାରେ ୭ ଜଣ ଭାରତୀୟ ଶିକ୍ଷକ ସେମାନଙ୍କର ପ୍ରାରମ୍ଭିକ ପଠନର ସୃତି ବିଷୟରେ ଅନୁଭୂତି ଲେଖୁଛନ୍ତି । ଏହିଟିକୁ ପଢ଼ନ୍ତୁ । ପଢ଼ିବାବେଳେ ସେମାନେ କ’ଣ ପଢ଼ିବା ଆରମ୍ଭ କଲେ, କିଏ ସେମାନଙ୍କୁ ସାହାଯ୍ୟ କରିଥିଲେ, କେଉଁଠି ପଢୁଥିଲେ ଏବଂ କାହିଁକି ପଢୁଥିଲେ, ଆଦି ଉପରେ ଏକ ଲେଖା ପ୍ରସ୍ତୁତ କରନ୍ତୁ ।

  1. ମୋ ମାଆ ମୋତେ ଓ ମୋ ଭଉଣୀକୁ ଖୁସି କରିବା ପାଇଁ ବହୁତ ପ୍ରକାର ପାରମ୍ପରିକ ଗପ କହୁଥିଲେ । ବେଳେବେଳେ ସେଗୁଡ଼ିକୁ ଲେଖୁ ଦେଉଥିଲେ ଏବଂ ବୁଝାଇ ଦେଉଥିଲେ । ପୁରୁଣା ବହି, ମ୍ୟାଗାଜିନ୍ ଇତ୍ୟାଦିରୁ ଚିତ୍ର ସଂଗ୍ରହ କରି ଆମକୁ ନିଜର ଛବି ବହି ତିଆରି କରିବାକୁ କହୁଥିଲେ । ଆମେ ଦୁହେଁ ତିଆରି କରିଥିବା କେତେକ ବହି ମୋ ପାଖରେ ରହିଛି ।
  2. ମୋର ଜେଜେ ଭାରି କୃପଣ ଅଲେ । ପ୍ରତ୍ୟେକ ଦିନ ସେ ମୋତେ ଅଭିଧାନରୁ ୫ଟି ଶବ୍ଦ ମନେ ରଖିବାକୁ କହୁଥିଲେ । ଆମ ଘରେ ଏହି ଗୋଟିଏ ବହି ହିଁ ଥଲା । ଥରେ ସେ ମୋତେ କିଛି ଟଙ୍କା ଦେବା ପାଇଁ ମନା କଲେ, ଆଉ ମୁଁ ତାକୁ କୃପଣ ବୋଲି କହିଥିଲି । ସେ ରାଗି ଯାଇଥିଲେ। କିନ୍ତୁ ହସି ପକାଇଲେ । ଯଦିଓ ମୁଁ କୌଣସି ଗପ ବହି ପଢ଼ି ନଥିଲି ତଥାପି ମୋ ପାଖରେ ବହୁତ ଶବ୍ଦ ଜ୍ଞାନ ଅଛି ।
  3. , ମୁଁ ଯେତେବେଳେ ପିଲା ଥିଲି, ମୋ ବାପା ପ୍ରତିଦିନ ସଂଧାରେ ବେଦରୁ ଗୋଟିଏ ଅନୁଚ୍ଛେଦ, ଆମମାନଙ୍କୁ ପଢ଼ାଉଥିଲେ । ତା'ପରେ ଆମମାନଙ୍କୁ ବୁଝାଇବାକୁ କହୁଥିଲେ । ଅନୁଚ୍ଛେଦଗୁଡ଼ିକ ବୁଝିବାକୁ କଷ୍ଟ ଓ ଜଟିଳ ଥିଲା । ଦିନେ ମୋ ବଡ଼ ଭଉଣୀ ବେଦଟିକୁ ଆଣି ପରବର୍ତୀ ଅନୁଚ୍ଛେଦଟି ମୋତେ ପଢ଼ାଇଦେଲେ ଓ ତାହାର ଅର୍ଥ ଅତି ସ୍ପଷ୍ଟଭାବରେ ବ୍ୟାଖ୍ୟା କଲେ ଯେ ମୁଁ ଏହାକୁ ବୁଝିଗଲି । ସେଦିନ ସନ୍ଧ୍ୟାରେ ବାପା ମୋ ଉପରେ ବହୁତ ଖୁସି ହୋଇଯାଇଥିଲେ ।
  4. ମୋ ଜେଜେ ମା କାଠି ସାହାଯ୍ୟରେ ଚଟାଣରେ ଶବ୍ଦଗୁଡିକୁ ଆଙ୍କି ଦେଉଥିଲେ ଓ ସେଗୁଡିକର ଅର୍ଥ କଣ ମୋତେ ପଚାରୁଥିଲେ । ସେ ଶବ୍ଦଗୁଡ଼ିକ ମୋ ପାଇଁ ପଢ଼ିବାର ପ୍ରଥମ ଅନୁଭୂତି ଥିଲା। ମୋ ବଡ଼ ଭଉଣୀ ତାଙ୍କ ପାଠ୍ୟପୁସ୍ତକରୁ କିଛି ପଢ଼ିବାକୁ ସୁଯୋଗ ଦେଉଥିଲେ । କାରଣ ମୁଁ ବହୁତ ଡେଙ୍ଗା ଥିଲି ଓ ମୋ ବୟସ ତୁଳନାରେ ବଡ଼ ଲାଗୁଥିଲି । ବିଦ୍ୟାଳୟରେ ମୋତେ ଯେମିତି ପଢ଼ି ପାରିବା କାରଣରୁ କେହି ନ ଚିଡ଼ାନ୍ତୁ, ସେଥୁପାଇଁ ସେ ବ୍ୟସ୍ତ ହୋଇପଡ଼ୁଥିଲେ ।
  5. ମୋ ଘରେ ବା ଆମ ଗାଁରେ ପଠନ ସାମଗ୍ରୀ ନ ଥାଏ । ମୁଁ ପ୍ରଥମେ ମୋ ବିଦ୍ୟାଳୟରେ ହିଁ ଲିଖୁତ ଶବ୍ଦମାନ ଦେଖିଲି । ମୋ ଶିକ୍ଷକ ହିଁ ମୋ ପାଇଁ ପ୍ରେରଣା ଅଲେ । ସେ ଆମକୁ ଅଗଣାରେ ବସାଇ ଅନେକଗୁଡିଏ ଆଗ୍ରହୋଦୀପକ ଗପ କହୁଥଲେ । ଆମେ ଆଗ୍ରହର ସହିତ ତାହା ଶୁଣୁଥୁଲୁ । ଆଜି ବି ସେଗୁଡ଼ିକ ମୋର ମନେ ଅଛି । ସେହି ଗପଗୁଡ଼ିକୁ ମୋ ଶିକ୍ଷକ ବଡ଼ ବଡ଼ ଅକ୍ଷରରେ ଚାର୍ଟ ପେପରରେ ଲେଖୁ ଦେଉଥିଲେ, ଯେମିତି ସମସ୍ତେ ଶବ୍ଦଗୁଡ଼ିକ ଦେଖିପାରିବେ । ଯେହେତୁ ଗପଟି ମୋର ମନେ ରହିଥିଲା ମୁଁ ଅନୁଭବ କଲି ଯେ ଗପଟିକୁ ସହଜରେ ପଢିପାରିବି ।
  6. କବିତା ମନେ ରଖିବା ପାଇଁ ଆମ ଶିକ୍ଷକ ଆମକୁ ଶିଖାଉଥିଲେ। ଏହା ଆଗ୍ରହାମ୍ଳକ, ଥିଲା। ଗୋଟିଏ ଦୀର୍ଘ କବିତାକୁ ମନେ ରଖିବା କୌତୁକିଆ ଅଲା । ମୋ ବାପା ମା ଙ୍କୁ କବିତା ଆବୃତି କରି ପ୍ରଭାବିତ କରିପାରିଥିଲି । ବେଳେବେଳେ ଆମ ଘରକୁ କେହି ଅତିଥୁ ଆସିଲେ, ସେମାନଙ୍କ ସାମ୍ରାରେ ମୋତେ କବିତା ଶୁଣାଇବାକୁ କହୁଥିଲେ । ମୁଁ ଆଜି ମଧ୍ୟ ସେ କବିତାଗୁଡ଼ିକୁ ମନେରଖୁଛି, ଚକା ଚକା ଭଉଁରୀ, ମାମୁଁଘର ଚଉଁରି. | ... ଆ ଜହ୍ନ ମାମୁଁ ସରଦ ଶଶୀ... ଇତ୍ୟାଦି । ମୁଁ ବଡ଼ ପିଲା ହେଲା ପରେ ବହିରେ ଥିବା କବିତା ପଢ଼ିଲି ।
  7. ମୁଁ ବୟସ୍କ ହେବା ପର୍ଯ୍ୟନ୍ତ ପଢ଼ିବାର ମଜା ପାଇନଥିଲି । ମୋର ଶିକ୍ଷକ ଶ୍ରେଣୀରେ କେବଳ ବହିଟିକୁ ବ୍ୟବହାର କରନ୍ତି । ଆମେ ପାଠଟିକୁ ପଡୁ ଓ ପ୍ରଶ୍ନ ଉତ୍ତର କରୁ । ତା’ର ବିଷୟବସ୍ତୁ ମୋତେ ଅବୁଝା ଲାଗେ ଓ ଏଥିରେ ମୋତେ ଆଗ୍ରହ ମଧ୍ୟ ନ ଥାଏ ବରଂ ଆମ ଘରେ ମୁଁ ବହୁତ ବଢ଼ିଆ ଗପ ଶୁଣୁଥିଲି । ମୋ କକା ରାମାୟଣରୁ ଭଲ ଗପ ସବୁ କହୁଥିଲେ । ମୁଁ ରାତିରେ ସେ ସବୁ ବହୁତ ଖୁସିରେ ଶୁଣୁଥିଲି । ଯେତେବେଳେ ବଡ଼ ହୋଇଗଲି । ମୁଁ ସିନେମା ଦେଖି ବା ଆରମ୍ଭ କରିଦେଲି । ପ୍ରକୃତରେ ସବୁ ସିନେମାର ଗପଗୁଡ଼ିକ ଭଲ ।

ଟିକିଏ ଚିନ୍ତା କରନ୍ତୁ

ଉଦ୍ଦୁତାଂଶ ଗୁଡିକ ଉପରେ ଆପଣଙ୍କର ଲେଖା କ’ଣ ପ୍ରାକାଶ  କରୁଛି ?

  • କିଏ ? ଜଣକୁ ପଢ଼ିବା ଶିଖାଇବାରେ ବିଭିନ୍ନ ଲୋକର କେମିତି ହାତ ଥାଏ, ଆପଣ ଦେଖିଲେ । କିଏ ତାଙ୍କର ଶିକ୍ଷକ ପାଖରୁ ଶିଖୁଛନ୍ତି, କିଏ ଘର ଲୋକଙ୍କ ପାଖରୁ ଶିଖୁଛନ୍ତି କି.ଏ. ଇତ୍ୟାଦି । ବିଦ୍ୟାଳୟ ବାହାରେ ଆପଣଙ୍କ ଶିକ୍ଷାର୍ଥୀମାନେ ଯାହା ବି ସାହାଯ୍ୟ ପାଆନ୍ତୁ ନା କାହିଁକି, ପ୍ରାଥମିକ ପଠନ, ଦକ୍ଷତା ବୃଦ୍ଧି ପାଇଁ ଆପଣଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ।
  • କ’ଣ ? ପ୍ରଥମ କରି ପଢ଼ି ଶିଖିବା ପାଇଁ ଯଥେଷ୍ଟ ପାଠ ଉପକରଣ ଓ ବିଭିନ୍ନ ପ୍ରକାର ଶିକ୍ଷଣ କାର୍ଯ୍ୟର ଆବଶ୍ୟକତା ରହିଛି । ଗପ ଶୁଣିବା, କବିତା ଆବୃତ୍ତି କରିବା, ଶବ୍ଦ ତିଆରି କରିବା, ଶବ୍ଦ ମନେ ରଖୁ କହିବା... ଇତ୍ୟାଦି କେବଳ କେତୋଟି ଉଦାହରଣ ମାତ୍ର ।
  • କେଉଁଠାରେ? ପଢ଼ି ଶିଖିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହୋଇନଥାଏ । ବିଭିନ୍ନ ପରିସ୍ଥିତି ଓ ପରିବେଶରେ ଏହା ଘଟିଥାଏ
  • କାହିଁକି ? ଯେଉଁ କାର୍ଯ୍ୟ ବା ପଠନ ସାମଗ୍ରୀ ଆଗ୍ରହାସକ ଓ ଆନନ୍ଦଦାୟୀ ହୋଇଥାଏ, ଶିକ୍ଷାର୍ଥୀମାନେ ଶୀଘ୍ର ଓ ଭଲଭାବରେ ପଢ଼ଇବା ଶୁଖିଯାନ୍ତି ।

ଉପର ଆଲୋଚନାରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ପଠନ ଏକ ପାରସ୍ପରିକ କ୍ରିୟା ପ୍ରତିକ୍ରିୟା ଆଧାରିତ ପ୍ରକ୍ରିୟା, ଯାହା ଅନେକ ବ୍ୟକ୍ତି ବିଶେଷଙ୍କୁ ଅନେକ ପ୍ରକାର ଉପକରଣ ଓ ଅଭିଜ୍ଞତାର ଉତ୍ସକୁ ସନ୍ନିବେଶିତ କରିଥାଏ । ଏହିପରି ଆପଣ ଶ୍ରେଣୀରେ କରନ୍ତି କି ? ଯଦି ହଁ, କାହିଁକି | କାହିଁକି ନୁହେଁ ।

 

ଶିକ୍ଷଣକାର୍ଯ୍ୟ ୧ : ଆପଣଙ୍କର ପଢି ଶିଖିବାର ସ୍ମୃତି ବିଷୟରେ ଚିନ୍ତା  କରନ୍ତି । ଚିତ୍ର -1 ରେ ଥିବା ଚାର୍ଟର ମଝିରେ ଆପଣଙ୍କ ନାମ ଲେଖନ୍ତୁ ଓ ନିମ୍ନ ପ୍ରଶ୍ନଗୁଡିକର ଉତ୍ତର ସହ ଚାରୋଟି ବିଭାଗକୁ ସଂପୂର୍ଣ୍ଣ କରନ୍ତୁ ।

  • ପ୍ରଥମେ ଆପଣଙ୍କୁ କିଏ ପଢିବା ଶିଖାଇଲେ?
  • ଆପଣ ପ୍ରଥମେ କ’ଣ ପଢିଲେ?
  • ଆପଣ କେଉଁଠାରେ ଏହା କଲେ?
  • ଏପରି କାହିଁକି ଘଟିଲା?

କେଉଁଠାରେ

କାହିଁକି

 

ଟିକିଏ ଚିନ୍ତା କରନ୍ତୁ ।

ଶିକ୍ଷାର୍ଥୀମାନଙ୍କୁ ଆଖୁ ଆଗରେ ରଖୁ ଉପରେ ଦିଆଯାଇଥିବା ଖର୍ଚଟିକୁ ଦେଖନ୍ତୁ । ଏହି ଗୋର୍ଟ ମଝିରେ ଆପଣଙ୍କ ନାମ ପରିବର୍ଭେ ଶିକ୍ଷାର୍ଥୀଙ୍କ ନାମ ରଖୁ ଚିନ୍ତା କରନ୍ତୁ ।

  • ବିଦ୍ୟାଳୟ ବାହାରେ ଅବା ଲୋକେ ମଧ୍ୟ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ଆପଣଙ୍କ ଭଳି ପଠନ ଆରମ୍ଭ କରାଇଥା'ନ୍ତି । ତେଣୁ ପଠନରେ ସେମାନଙ୍କ ପାଇଁ ଆପଣ ଜଣେ ଉଦାହରଣ ହୁଅନ୍ତୁ । ଆପଣ ବହି ଓ ପଠନକୁ ବହୁତ ଉପଭୋଗ କରନ୍ତି ବୋଲି ସେମାନଙ୍କୁ ଦର୍ଶାଇ ଦିଅନ୍ତୁ ।
  • ଆପଣ ଶ୍ରେଣୀରେ ଶିକ୍ଷାର୍ଥୀମାନେ କ’ଣ ପଢ଼ିବେ, ସେଇଟା ଆପଣଙ୍କର ଦାୟିତ୍ଵ । ଶିକ୍ଷାର୍ଥୀମାନଙ୍କୁ ଅନୁପ୍ରେରିତ କରିବା ପାଇଁ ଆପଣ ଶିକ୍ଷଣ କାର୍ଯ୍ୟ ଓ ସମ୍ବଳ ସବୁ ସଂଗ୍ରହ କରନ୍ତୁ । ଶିକ୍ଷାର୍ଥୀମାନେ ବିଦ୍ୟାଳୟ ବାହାରେ ମଧ୍ୟ କ'ଣ ପଢ଼ିବାକୁ ପସନ୍ଦ କରନ୍ତି, ସେ ବିଷୟରେ ମଧ୍ୟ ଆଗ୍ରହ ରଖନ୍ତୁ ।
  • ଉପରୋକ୍ତ ଗୋର୍ଟରେ "କେଉଁଠି"ର ଅର୍ଥ ସେମାନଙ୍କର ବିଦ୍ୟାଳୟ, କିନ୍ତୁ ଶିକ୍ଷାର୍ଥୀମାନଙ୍କର ଘର, ମନ୍ଦିର ବା ମସଜିଦ୍ ମଧ୍ୟ ସେମାନଙ୍କର ପ୍ରାରମ୍ଭିକ ପଠନ ଅନୁଭୂତି ପାଇଁ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ।
  • ଶିକ୍ଷାର୍ଥୀମାନେ "ପଢ଼ିବେ କାହିଁକି" କଥାଟି ପ୍ରତ୍ୟେକ ପିଲା ପାଇଁ ଭିନ୍ନ । କେତେକ ପିଲା କୌତୂହଳବଶତଃ ପଢ଼ନ୍ତି, ଆଉ କେତେକ ପଢ଼ିବାକୁ ଏକ ଆବଶ୍ୟକତା ଭାବି ପଢ଼ନ୍ତି ।

ପରିସ୍ଥିତି ଅନୁଧାନ-୨:। ବସ୍ ଭିତରେ ବାକ୍ସ

ଶ୍ରୀମତୀ ଗୀତିକା ପ୍ରଧାନ, ଘଟଗାଁ (କେନ୍ଦୁଝର)ର ଜଣେ ଶିକ୍ଷୟିତ୍ରୀ ଏକ ଗପ “ବସ ଭିତରେ ବାଜ୍" ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ କିପରି ପଢ଼ାରେ ମଜେଇ ରଖୁଲେ, ସେ ବିଷୟରେ ଲେଖୁଛନ୍ତି ।

ଗପଟି ଅତି ସରଳ । ଏଥିରେ ଯାଉଥିବା ପ୍ରତ୍ୟେକ ଲୋକ କିପରି ଗୋଟିଏ ଗୋଟିଏ ବାକ୍ ଆଣିଥିଲେ, ପ୍ରତ୍ୟେକ ବାକ୍ସରେ କିପରି ଭିନ୍ନ ଭିନ୍ନ ଜିନିଷ ରହିଥିଲା, ଧୀରେ ଧୀରେ କିପରି ବସ ଭର୍ତ୍ତି ହୋଇଗଲା ଏବଂ ଆଉ କାହା ପାଇଁ ସ୍ଥାନ ରହିଲା ନାହିଁ, ସେ ବିଷୟରେ ବର୍ଣ୍ଣନା କରିଛନ୍ତି ।

ଗପଟି ଆରମ୍ଭ କରିବା ପୂର୍ବରୁ ବାକ୍ସରେ କେତେକ ଜିନିଷ ଥାଇପାରେ ବୋଲି ଚିନ୍ତା କଲି । ଘରୁ ଆଣିଥିବା ବଡ଼ କାର୍ଡ଼ ବୋର୍ଡ଼ ବାକ୍ ଦେଖାଇଲି । ସେମାନେ ବହୁତ ଆଗ୍ରହରେ ଦେଖିଥା’ନ୍ତି । ମୁଁ ଗପଟିକୁ କହିବାକୁ ଆରମ୍ଭ କଲି । ମୁଁ ଯେତେବେଳେ କହିଲି, " ଆଉ ବାକ୍ ଭିତରେ......” ମୁଁ ଶିକ୍ଷାର୍ଥୀମାନଙ୍କୁ (ଡ୍ୟାସ୍)। ପୂରଣ କରିବା ପାଇଁ । ଜିନିଷଗୁଡ଼ିକ ଭିତରେ ବୋତାମ ବହି, ଖେଳନା, ଝିଟିପିଟି ଇତ୍ୟାଦି ଥିଲା। ପ୍ରତ୍ୟେକ ଥର ମୁଁ ଜଣେ ଶିକ୍ଷାର୍ଥୀଙ୍କୁ ଆଗକୁ ଆସିବାକୁ କହୁଥିଲି ଏବଂ ଜିନିଷଟିକୁ ଅଭିନୟ ସହ ବୁଝାଇବାକୁ କହୁଥିଲି ।‘ ବୋତାମା' ବୁ ବୁଝାଇବା ପାଇଁ ଲାବଣୀ ତା’ର ବୁଢ଼ା ଆଙ୍ଗୁଳି ଓ ବିଶି ଆଙ୍ଗୁଳିଟିକୁ ବଙ୍କାଇ ଅଭିନୟ କରି ବୁଝାଇଲା । ଝିଟିପିଟିକୁ ବୁଝାଇବା ପାଇଁ ପଦ୍ମକ ଚଟାଣରେ ପେଟେଇ ପଡି ଝିଟିପିଟି ଭଳି ଚାଲିଲା ।

ମୁଁ ଗପଟିକୁ ଉପଯୁକ୍ତ ଉଚ୍ଚାରଣ ସହିତ ରହି ରହି କହିଲି । ମୁଁ କହି ସାରିବା ପରେ ଶିକ୍ଷାର୍ଥୀମାନଙ୍କୁ ସମୂହ ସ୍ଵରରେ ପଢ଼ିବାକୁ କହିଲି । ଗପଟିକୁ ପୁଣି ଥରେ କହିଲି ଏବଂ ଶିକ୍ଷାର୍ଥୀମାନଙ୍କୁ ଅଙ୍ଗଭଙ୍ଗୀ କରିବାକୁ କହିଲି ।

ଦୁଇଦିନ ପରେ ମୁଁ ଶିକ୍ଷାର୍ଥୀମାନଙ୍କୁ ଯୋଡ଼ିରେ ବସିବାକୁ କହିଲି । ଯେତେଦୂର ସମ୍ଭବ ପ୍ରତ୍ୟେକ ଯୋଡ଼ିରେ ଜଣେ ଜଣେ ଭଲ କହି ପାରୁଥିବା ଶିକ୍ଷାର୍ଥୀ ଓ ଟିକିଏ କହିପାରୁନଥିବା ଶିକ୍ଷାର୍ଥୀ ରଖୁଲି । ‘ବସ ଭିତରେ ବାକ୍ସ' ଗପଟିକୁ ପରସ୍ପରକୁ ମନରୁ କହିବାକୁ କହିଲି ।

ପୂର୍ବଦିନ ଶ୍ରେଣୀରେ ଦୁଇଜଣ ଶିକ୍ଷାର୍ଥୀ ଅନୁପସ୍ଥିତ ଅଲେ । ତିନିଜଣିଆ ଦଳ କରି ସେମାନଙ୍କୁ ବସାଇଲି ଯେମିତି ପୂର୍ବ ଶ୍ରେଣୀରେ କ’ଣ ପଢ଼ା ହୋଇଥିଲା ଜାଣିପାରିବେ ।

ତା’ପରେ ମୁଁ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ପୁରୁଣା ମ୍ୟାଗାଜିନରୁ ଚିତ୍ର କାଟି ଆଣିଥିବା କାର୍ଡ଼ ବୋର୍ଡ଼ରେ ଅଠା ସାହାଯ୍ୟରେ ଲଗାଇ ଏହି ଗପଟିକୁ ତିଆରି କରିବା ପାଇଁ କହିଲି ।

ପରବର୍ତ୍ତୀ ସପ୍ତାହରେ 'ବୋଟ ଯାତ୍ରା' ବିଷୟରେ ଗୋଟିଏ ଚିତ୍ର ବହି ପାଇଲି । ଏହା ମୋତେ କହିଥିବା ଗପର ଏକ ବିକଳ୍ପ ଗପ କହିବାକୁ ଉତ୍ସାହିତ କଲା । ଏଥର ଗପଟିର ନାମ ଦେଲି ।" ବୋଟରେ ବାକ୍ସ" କିନ୍ତୁ ଏଥର ‘ବାକ୍ସରେ କ’ଣ ଅଛି’ ବୋଲି ମୁଁ ନିଜେ ନ କହି ଶିକ୍ଷାର୍ଥୀମାନଙ୍କୁ କହିବାକୁ କହିଲି ।

ଟିକିଏ ଚିନ୍ତା କରନ୍ତୁ

ନିମ୍ନଲିଖିତ ପ୍ରଶ୍ନଗୁଡ଼ିକୁ ବିଚାର କରନ୍ତୁ ଓ ଆବଶ୍ୟକ ହେଲେ ସାଥୀ ଶିକ୍ଷକମାନଙ୍କ ସହ ଆଲୋଚନା କରନ୍ତୁ ।

  • ବସରେ ବାକ୍ସ' କାର୍ଯ୍ୟଟିକୁ ଏକ ପଠନଭିତ୍ତିକ ଶିକ୍ଷଣ କାର୍ଯ୍ୟ କହିବା କାହିଁକି ?
  • ଶ୍ରୀମତୀ ଗୀତିକାଙ୍କର ଶିକ୍ଷାର୍ଥୀମାନେ ଭାଷା ବିଷୟରେ କ’ଣ ଶିଖୁଥିଲେ ?
  • ଅକ୍ଷର ଓ ଧ୍ୱନି ବିଷୟରେ ସେମାନେ କ'ଣ ଶିଖୁଥିଲେ ?

ଆପଣଙ୍କ ଧାରଣାଗୁଡିକୁ ଆମ ଧାରଣା ସହ ତୁଳନା କରନ୍ତୁ । ପ୍ରାରମ୍ଭିକ ପଠନ କାର୍ଯ୍ୟରେ ପିଲାମାନଙ୍କର ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ରହିଛି । ଶ୍ରୀମତୀ ଗୀତିକାଙ୍କର ଗଛ କଥନ ‘ବସରେ ବାକ୍ସ'ରେ କମ୍ ବୟସର ଶିକ୍ଷାର୍ଥୀମାନେ ସକ୍ରିୟଭାବରେ ଅଂଶଗ୍ରହଣ କରୁଥିଲେ, କାରଣ......

  • ସେମାନେ ଏକାଠି ଗପଟିକୁ ଶୁଣୁଥିଲେ ।
  • "ଆଉ ବାକ୍ସ ଭିତରେ...” କହି ଶିକ୍ଷକ ଯେତେବେଳେ ରହି ଯାଉଥିଲେ, ସେମାନେ ନୂଆ ଜିନିଷ ଚିନ୍ତା କରି କହୁଥିଲେ ତଥା ସାଙ୍ଗମାନଙ୍କର ଅଙ୍ଗଭଙ୍ଗୀ ଦେଖି ନୂଆ ପ୍ରକାର ଅଭିନୟ ମଧ୍ୟ କରୁଥିଲେ ।
  • ଯେତେବେଳେ ଅଠା ସାହାଯ୍ୟରେ ଚିତ୍ର ଯୋଡ଼ୁଥିଲେ, କିଛି ନୂଆ ଅକ୍ଷର, ଶବ୍ଦ ଏବଂ ବାକ୍ୟ ଖଣ୍ଡର ଉଚ୍ଚାରଣ କରିପାରୁଥିଲେ ।

ଯେ କୌଣସି ଏକ କୌତୁକିଆ ଗପକୁ ଶିକ୍ଷାର୍ଥୀମାନେ ବାରମ୍ବାର ଶୁଣିଲେ ମଧ୍ୟ ଆନନ୍ଦ ପାଆନ୍ତି । ଏହା ତାଙ୍କୁ ଗପରେ ଥିବା ଚରିତ୍ରମାନଙ୍କୁ ଚିହ୍ନିବାରେ, ଗପରେ ଆଗକୁ କ'ଣ ହେବ ଅନୁମାନ କରିବାରେ ଏବଂ ଗପଟିକୁ ନିଜେ କହିବାରେ ସାହାଯ୍ୟ କରେ ।

ଶିକ୍ଷଣକାର୍ଯ୍ୟ’ ୨: ଗୋଟିଏ ସାଧାରଣ ଗପକୁ ବର୍ଦ୍ଧିତ କରିବାରେ ସମ୍ଭଳ ସମୂହକୁ ସ୍ଥିର କରିବା

ଏହି ଶିକ୍ଷଣ କାର୍ଯ୍ୟ ପାଇଁ ପରିସ୍ଥିତି ଅନୁଧାନ ୨ ରେ ଥିବା ‘ବସରେ ବାକ୍' ବା ସେହିଭଳି ଅନ୍ୟ ଗପ କହିବା ପାଇଁ ଯଥେଷ୍ଟ ପୂର୍ବରୁ ଯୋଜନା କରିବାକୁ ପଡ଼ିବ । ଶ୍ରେଣୀରେ, ବିଦ୍ୟାଳୟରେ, ଘରେ ବା ଗୋଷ୍ଠୀରେ ହେଉ, ଗପ କହିବା ସମୟରେ ସେହି ପରିବେଶରେ କ'ଣ ସବୁ ସମ୍ବଳ ରହିଛି ଦେଖନ୍ତୁ, ଯାହା ଆପଣଙ୍କ ଗପକୁ ଆଗେଇ ନେବ । ନିମ୍ନୋକ୍ତ ବିଷୟବସ୍ତୁ ବିଷୟରେ ବିଚାର କରନ୍ତୁ ।

  • ଉପଯୋଗୀ ବସ୍ତୁ
  • ଚିତ୍ର ସମୂହ
  • କୌଣସି ଲୋକ ଯିଏ ଏଥିରେ ସାହାଯ୍ୟ କରିପାରିବେ
  • କୌଣସି ବସ୍ତୁ ଯେଉଁଥୁରୁ ପଦାର୍ଥମାନ ତିଆରି ହୋଇପାରିବ

ଗପଟିକୁ ଆଗେଇ ନେବା ପାଇଁ ଯାହା ସବୁ ସମ୍ବଳ ଦରକାର ତା’ର ଏକ ତାଲିକା କରନ୍ତୁ । ନିମ୍ନରେ କିଛି ପ୍ରସ୍ତାବ ଦିଆଯାଇଛି...

  • ବହୁତ ଗପ ରହିଛି, ଯାହାକୁ ଚିତ୍ର ଏବଂ ବସ୍ତୁ ମାଧମରେ ବର୍ଣ୍ଣନା କରାଯାଇ ପାରିବ । ଯେମିତି ‘ବସରେ ବାକ୍' ଗପ ପାଇଁ ଆପଣ ବିଭିନ୍ନ ଆକୃତିର ବାକୁ ସଂଗ୍ରହ କରିପାରିବେ, ବସର ଚିତ୍ର ଆଣି ପାରିବେ, ଛୋଟ ଛୋଟ ବିଭିନ୍ନ ଜିନିଷ ବା ଏହି ସବୁ ଜିନିଷର ଚିତ୍ର ସଂଗ୍ରହ କରିପାରିବେ ।
  • ଗପଟିକୁ ଅନ୍ୟ କେହି କହିପାରିବ ବୋଲି ଆପଣ ଭାବୁଛନ୍ତି କି ? ଜଣେ ଶିକ୍ଷାର୍ଥୀର ପରିବାରର ସଦସ୍ୟ ବସ୍ ଚଳାଇ ପାରିବେ କି ? ଆବଶ୍ୟକ ହେଲେ ଏଥିପାଇଁ କୌଣସି ବ୍ୟକ୍ତି ବା ଉପର ଶ୍ରେଣୀ ଶିକ୍ଷାର୍ଥୀକୁ ଏ ବିଷୟରେ କହିବା ପାଇଁ ଆମନ୍ତ୍ରଣ କରିପାରିବେ ।
  • ଶିକ୍ଷାର୍ଥୀମାନଙ୍କ ସହିତ ମିଶି ଆପଣ ଗପର ପୋଷ୍ଟର ଏବଂ ଚିତ୍ର କରିପାରିବେ ।

• ଏଥିପାଇଁ ଏକ ସହଜ ଭୂମିକା ଅଭିନୟ କରିପାରିବେ । ଜଣେ ଶିକ୍ଷାର୍ଥୀକୁ ବସର ଡ୍ରାଇଭର ଭାବରେ । ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ଦୁଇ ଦଳରେ ଭାଗ କରନ୍ତୁ । ଗୋଟିଏ ଦଳକୁ ବିଭିନ୍ନ ଜିନିଷ ଥିବା ବାକ୍ ନିଅନ୍ତୁ ଏବଂ ଅନ୍ୟ ଦଳର ଶିକ୍ଷାର୍ଥୀ ବାକ୍ସ ଭିତରେ କ’ଣ ଅଛି ଅନୁମାନ କରି କୁହନ୍ତୁ ।

ଏହିଭଳି ନିଜର ଧାରଣା ଓ ସମ୍ବଳକୁ ଶ୍ରେଣୀରେ ଲଗାଇବା ପାଇଁ ଯୋଜନା କରନ୍ତୁ । ମନେରଖନ୍ତୁ, ବେଶୀ ସମୟର କାର୍ଯ୍ୟ ନ କରାଇ ଛୋଟ ଛୋଟ କାର୍ଯ୍ୟ କଲେ ଶିକ୍ଷାର୍ଥୀମାନଙ୍କର ଭାଷା ଶିକ୍ଷଣ ସେତେ ଦୃଢ଼ ଓ ଅର୍ଥପୂର୍ଣ୍ଣ ହେବ । ନିଜର ଏହି ସବୁ ନୂଆ ଧାରଣା ଅନ୍ୟ ସାଥୀ ଶିକ୍ଷକମାନଙ୍କ ସହ ଆଲୋଚନା କରନ୍ତୁ ।

ଟିକିଏ ଚିନ୍ତା କରନ୍ତୁ

  • ଏହିପରି ବିଭିନ୍ନ ପ୍ରକାର କାର୍ଯ୍ୟରୁ ଶିକ୍ଷାର୍ଥୀମାନେ କ’ଣ ଶିଖୁଲେ ? ଆପଣ କିପରି କହିଲେ ?
  • ପ୍ରତ୍ୟେକ ଶିକ୍ଷାର୍ଥୀ ସକ୍ରିୟ ଭାବରେ ସଂପୃକ୍ତ ହୋଇଥିଲେ କି ? ଆପଣ ଏହାକୁ ନିଶ୍ଚିତ କରିବାକୁ ଆଉ ଅଲଗା o କ'ଣ କରିପାରିଥାନ୍ତେ ?
  • ଗଳ୍ପ କଥନ ବା ଅନୁଭୂତିରୁ ଗଳ୍ପ କହିବା ପଠନ ଆରମ୍ଭ ପାଇଁ ଏକ ଉପାୟ । ଗପ ଶୁଣୁଥିବା ସମୟରେ ଶିକ୍ଷାର୍ଥୀମାନେ ଆଗକୁ କ'ଣ ହେବ ଚିନ୍ତା କରନ୍ତି ଏବଂ ଏଥିରେ ମଜ୍ଜି ଯାଆନ୍ତି । ଆପଣ ପଚାରୁଥିବା ପ୍ରଶ୍ନର ଉତ୍ତର ଓ ଶିକ୍ଷାର୍ଥୀମାନଙ୍କର ଅନୁମାନ କରି କହିବା ତଥା ମନରୁ ଗପ କହିବାର ଦକ୍ଷତା ଦେଖି ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଅଭିବୃଦ୍ଧିକୁ ଆକଳନ କରିପାରିବେ ଓ ସହାୟତା ଦେଇ ପାରିବେ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ଶିକ୍ଷାର୍ଥୀମାନଙ୍କର ବୁଝିବା । ଯଦି ଆପଣ ଅନୁଭବ କରୁଛନ୍ତି ଶିକ୍ଷାର୍ଥୀମାନେ ବୁଝି ନାହାନ୍ତି ତାହାହେଲେ ଗପଟିକୁ ବିଭିନ୍ନ ଶୈଳୀରେ ଆଉ ଥରେ କୁହନ୍ତୁ ।

ଶିକ୍ଷାର୍ଥୀମାନଙ୍କର ପ୍ର୍ରାମ୍ଭିକ ପଠନ ଦକ୍ଷତାର ବୃଦ୍ଧି କରିବା ପାଇଁ ଆପଣ ଯେ କୌଣସି ବହିକୁ ବଡ ପାଟିରେ ଉପୟୁକ୍ତ ଉଚ୍ଚାରଣ ସହ ପଢନ୍ତୁ  ଏହା ଅନ୍ୟ ଏକ ବିଶେଷ ଉପାୟ ।

ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ଉଚ୍ଚ ପଠନ କରିବା

ଶିକ୍ଷାର୍ଥୀମାନଙ୍କ ପାଇଁ ଉଚ୍ଚ ପଠନ କଲାବେଳେ ଗୁରୁତ୍ଵପୂର୍ଣ୍ଣ ଓ କ୍ଲୀଷ୍ଟ ଶବ୍ଦଗୁଡିକ ତଳେ ଆଙ୍ଗୁଳି’ ଦେଖାଇ ପଢନ୍ତୁ । ସେମାନେ ଜାଣି ପାରିବେ ଯେ ଏହି ଲେଖାର ଗୋଟିଏ  ଅର୍ଥ ଅଛି । ଏହା ଦ୍ଵାରା ବହି କିପରି ଧରାଯାଏ, କିପରି ପୃଷ୍ଠା ଓଲଟା ଯାଏ, କିପରି ବାମରୁ ଡାହାଣଙ୍କୁ  ପଢାଯାଏ ଏବଂ କିପରି ଉପରୁ ତଳକୁ ପଢିଯାଏ, ଶିକ୍ଷାର୍ଥୀମାନେ ଜାଣି ପାରିବେ ।

ଯଦି ଆପଣ ଏକ ଭଲ ଉଚ୍ଚ ପଠନ କରିପାରିବେ, ଆପଣଙ୍କ ଶିକ୍ଷାର୍ଥୀମାନେ ସେହିପରି କରିବେ । ସେମାନେ ସ୍ଵାଧୀନ ଭାବରେ ଗପ ବହି ପଢ଼ି ପାରିବେ, ବେଳେବେଳେ ଚିତ୍ର ଆଧାରରେ ନିଜ ଅନୁଭୂତି ଓ କନ୍ଧନାରୁ ଗପ ତିଆରି କରିପାରିବେ । ଏହି ସବୁ କାର୍ଯ୍ୟ ଦେଖିଲେ ଆପଣ ଜାଣିପାରିବେ ଯେ ଶିକ୍ଷାର୍ଥୀମାନଙ୍କର ପଠନ ଅଭ୍ୟାସ ଗୋଲିଛି । ଏହି ସମୟରେ ସେମାନଙ୍କୁ ସହାୟତା ଦେବା ହେଉଛି ଆପଣଙ୍କର ପ୍ରଥମ କାର୍ଯ୍ୟ ।

ପରିସ୍ଥିତି ଅନୁଧ୍ୟାନ ୩ : ପଠନର ଏକ ଭୂମିକା ପ୍ରତିରୂପ

ସୁଶ୍ରୀ କାନନ୍ ହେଉଛନ୍ତି ବାରିପଦାର ଜଣେ ଶିକ୍ଷୟିତ୍ରୀ । ସେ ତାଙ୍କର ଶିକ୍ଷାର୍ଥୀମାନଙ୍କ ପାଇଁ କିପରି ପଠନ ଶିଖାଇବାର ଏକ ଉଦାହରଣ ହୋଇପାରିଥିଲେ, ସେ ବିଷୟରେ ବର୍ଣ୍ଣନା କରିଛନ୍ତି ।

ଗପ ହେଉ ବା କବିତା ହେଉ ମୁଁ ପ୍ରତିଦିନ ଏହାକୁ ମୋ ପିଲାଙ୍କ ପାଇଁ ବଡ଼ ପାଟିରେ ପଢ଼େ । ମୁଁ ଜାଣି ଜାଣି ବହି ଖୋଲେ, ପୃଷ୍ଠା ଓଲଟାଏ, ଶିକ୍ଷାର୍ଥୀମାନଙ୍କୁ ଦେଖାଇବା ଭଳି ଆଙ୍ଗୁଳି ଦର୍ଶାଇ ପଢ଼ି ପଢ଼ି ଯାଏ । ମୁଁ ବହୁତ ସମୟରେ ସେହି ଏକା କବିତା ବା ଗପକୁ ବାରମ୍ବାର ଶିକ୍ଷାର୍ଥୀମାନଙ୍କୁ ପଢ଼ାଇ ଶୁଣାଇଥାଏ ।

ଯେହେତୁ ମୁଁ ଏହିପରି କରି ଆସୁଛି । ମୁଁ ଦେଖିଛି। ମୋର ଶିକ୍ଷାର୍ଥୀମାନେ ବହିକୁ ଠିକ ଭାବରେ ଧରି ପାରୁଛନ୍ତି, ପୃଷ୍ଠା ଓଲଟାଇ ପାରୁଛନ୍ତି, ଚିତ୍ରଗୁଡ଼ିକୁ ଠିକ ଭାବରେ ଦେଖିଛନ୍ତି ଏବଂ ବେଳେବେଳେ ଆଙ୍ଗୁଳି ଚଲାଇ ପଢୁଛନ୍ତି । ଏହା ଦ୍ବାରା କେଉଁମାନେ ପଢୁଛନ୍ତି, କେଉଁମାନେ ପଢ଼ିବାର ଛଳନା କରୁଛନ୍ତି ବା କେଉଁମାନେ କେବଳ ଚିତ୍ର ଦେଖିଛନ୍ତି, ସେମାନଙ୍କୁ ନିରୀକ୍ଷଣ କରି ମୁଁ ସେମାନଙ୍କର ଶିକ୍ଷଣ ଅଭିବୃଦ୍ଧି ଆକଳନ କରିପାରୁଛି ।

ଶିକ୍ଷଣକାର୍ଯ୍ୟ ୩: ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ଉଚ୍ଚ ପଠନ

ଆପଣ ଶିକ୍ଷାର୍ଥୀମାନଙ୍କ ପାଇଁ ଉଚ୍ଚ ପଠନ କଲାବେଳେ ପରିସ୍ଥିତି ଅଧୟନ ୩ ଓ ସମ୍ବଳ ୨ ଆଧାରରେ ଯୋଜନା କରନ୍ତୁ, ପଢ଼ାନ୍ତୁ ଓ ନିଜର ଉଚ୍ଚ ପଠନ, ଦକ୍ଷତାକୁ ଆକଳନ କରନ୍ତୁ। ଏହି ବିଷୟରେ ଅନୁଶୀଳନ କରନ୍ତୁ ଓ ଆବଶ୍ୟକ ବେଳେ ସାଥୀ ଶିକ୍ଷକମାନଙ୍କ ସହ

ଆଲୋଚନା କରନ୍ତୁ ।

ପଠନ ପାଇଁ ରାସ୍ତାସମୂହ

ଛୋଟ ପିଲାମାନେ ବିଭିନ୍ନ ଉପାୟରେ ପଢ଼ି ଶିଖୁଥାନ୍ତି :

  • ଗପ ଶୁଣି ଓ ସେହି ଭାଷାରେ ଶୁଣିଥିବା ଗପଟିକୁ କହିଥାନ୍ତି । ଏପରି କରିବା ଦ୍ଵାରା ଭାଷା କିପରି କୁହାଯାଏ, ପ୍ରକାଶ କରିବାର ଶୈଳୀ ଓ ବାକ୍ୟଖଣ୍ଡ ତଥା ବାକ୍ୟ କିପରି ଗଠିତ ହୋଇଥାଏ, ସେମାନେ ଶିଖୁଥା'ନ୍ତି ।
    • ଅକ୍ଷର ଓ ଶବ୍ଦ ଶିଖିବା ଦ୍ଵାରା ଶବ୍ଦ କିପରି ଗଠିତ ହୁଏ ଓ କିପରି ଅର୍ଥ ପ୍ରକାଶ କରେ ସେମାନେ ଶିଖୁପାରନ୍ତି ।

ପୃଷ୍ଠାର ଶବ୍ଦଗୁଡିକୁ ପଢିବା ଓ ବୁଝିବାରେ ଚିତ୍ର ବ୍ୟବହାର ସେମାନଙ୍କୁ ସାହାଯ୍ୟ କରେ ।

ବାସ୍ତବରେ ଅଧିକାଂଶ ଶିକ୍ଷାର୍ଥୀ ଏହି ସବୁ କୌଶଳଗୁଡ଼ିକୁ ମିଶାଇ ଶିଖନ୍ତି ।

ପରିସ୍ଥିତି ଅନୁଧ୍ୟାନ- ୪: ସୁଶ୍ରୀ ସଂଗୀତାଙ୍କର ଶିକ୍ଷାର୍ଥୀମାନଙ୍କୁ ପଠନ କରାଇବା କୌଶଳ

ଝାରସୁଗୁଡ଼ା ଅଞ୍ଚଳର ଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା । ସେ ଶିକ୍ଷାର୍ଥୀମାନଙ୍କର ପଢ଼ିବା କୌଶଳ ବିଷୟରେ ଏଠାରେ ବର୍ଣ୍ଣନା କରିଛନ୍ତି ।

ନୟନା ହେଉଛି ଜଣେ ଉତ୍ସାହୀ ଓ ନାଟକୀୟ ଢ଼ଙ୍ଗରେ ଗଳ୍ପ କହି ପାରୁଥିବା ଝିଅ । ସେ ବହୁତ ସମୟରେ ସାଙ୍ଗମାନଙ୍କୁ ଗପ ଶୁଣାଏ । କେତେଜଣ ଶିକ୍ଷାର୍ଥୀ ଅବିକଳ ସେହି ଗପଟିକୁ କୁହନ୍ତି, ଆଉ କେତେଜଣ ସଙ୍ଗେ ସଙ୍ଗେ ନୂଆ ଗପ ତିଆରି କରିଦିଅନ୍ତି । ମୁଁ ଗପ କହୁଥିବା ସମୟରେ ନୟନା ଭାରି ଯତ୍ନର ସହିତ ଶୁଣେ ଏବଂ ମୁଁ କହୁଥିବା ବା କନ୍ୟାଟିଂଶ ଓ ଶବ୍ଦ ବ୍ୟବହାର କରି ଗପ କହେ । ନୟନା ଯେତେବେଳେ ବଡ଼ ପାଟିରେ କହେ, ସେ କିଛି ଶବ୍ଦ ଭୁଲ କରେ ଯେପରି ଘୋଡ଼ା ଜାଗାରେ ଗଧ କହିଥାଏ । କିନ୍ତୁ ସେହି ଗପଟା ଯାକ ସେ ସେହି ଶବ୍ଦ ବ୍ୟବହାର କରିଥାଏ ଏବଂ ଗପର ଅର୍ଥ ଠିକ ରଖେ । ମୁଁ ନୟନାକୁ ଉତ୍ସାହିତ କରିବା ପାଇଁ ଓ ତା’ର ଶବ୍ଦ ଚିହ୍ନଟ ଦକ୍ଷତାକୁ ବଢ଼ାଇବା ପାଇଁ ଛୋଟ ଛୋଟ ଚିତ୍ର – ଗପବହି ପଢ଼ିବାକୁ ଦେଲି । ନୟନା ବହିର ଉପର ପୃଷ୍ଠାଟିକୁ ଦେଖିଲା, ପୃଷ୍ଠା ଓଲଟାଇଲା ଓ ଆଗ୍ରହ ସହିତ କହିଲା "ଏହା ଗୋଟିଏ ଛବି ବହି । ଏଥିରେ ତୁମେ ହଳଦିଆ, ଲାଲ, ନୀଳ.... ଏହିପରି ବିଭିନ୍ନ ରଙ୍ଗର କାର, ଗଛ, ଘର ଓ ଫୁଲ ଦେଖି ପାରିବ । ମୁଁ ଏଇଟା ପଢ଼ି ପାରିବି ।" ମୁଁ ଅତି ସରଳ ଭାବରେ ତାକୁ ପ୍ରତ୍ୟେକ ଶବ୍ଦକୁ ପଢ଼ିବା ପାଇଁ କହିଲି ।

ବ୍ରହ୍ମ ପ୍ରତ୍ୟେକ ଶବ୍ଦର ଅକ୍ଷର ଧୀରେ ଧୀରେ ପଢ଼େ । କିନ୍ତୁ ଠିକ ଭାବରେ ପଢ଼ିପାରେ । ଯଦି ଶବ୍ଦ ଉଚ୍ଚାରଣ ତାକୁ ନ ଆସେ, ସେ ସେହିଠାରେ ପଢ଼ା ବନ୍ଦ କରିଦିଏ । ବ୍ରହ୍ନ ଯଦି ଶବ୍ଦର ଅର୍ଥ ବାହାର କରିପାରିବନି ତା’ର ପଠନ ପ୍ରତି ଆଗ୍ରହ କମିଯିବ । ତେଣୁ ମୁଁ ତାକୁ ଗପ ଶୁଣିବା ପାଇଁ ଓ ଗପକୁ ନିଜ ଭାଷାରେ କହିବା ପାଇଁ ଉତ୍ସାହିତ କଲି । ଆହୁରି ମଧ୍ୟ ତାକୁ ଅନ୍ୟ ଶିକ୍ଷାର୍ଥୀମାନଙ୍କ ସହିତ ତଥା ମୋ ସହିତ ବଡ଼ ପାଟିରେ ପଢ଼ିବା ପାଇଁ ଉତ୍ସାହିତ କଲି ଏବଂ ଭୂଲ ପାଇଁ ବ୍ୟସ୍ତନ ହେବା ପାଇଁ କହିଲି ।

ମୁଁ ଯେତେବେଳେ ଶ୍ରେଣୀରେ ବଡ଼ ପାଟିରେ ବହି ପଢ଼େ, ନମିତା ବେଶ୍ ଆଗ୍ରହର ସହିତ ଶୁଣେ । ବହୁତ ସମୟରେ ତାକୁ ସେହି ବହି ବଡ଼ ପାଟିରେ ପଢ଼ିବାର ଦେଖିଛି । ଦିନେ ତାକୁ ଗୋଟିଏ ଚିତ୍ର ସହ ସରଳ ବାକ୍ୟରେ ଲେଖା ହୋଇଥିବା ବହିଟିଏ ପଢୁଥିବାର ଦେଖିଲି ଓ ସେଥୁରୁ ଗୋଟିଏ ପୃଷ୍ଠା ପଢ଼ିବା ପାଇଁ କହିଲି । ସେ ବହିକୁ ଆଦୌ ନ ଦେଖି ଗପଟିକୁ ସଂପୂର୍ଣ୍ଣ ଠିକ ଭାବରେ କହିଦେଲା । ମୁଁ ତାକୁ ପ୍ରଶଂସା କଲି । ଚିତ୍ରଗୁଡ଼ିକ ନ ଦେଖାଇ ଗପଟିକୁ ଆଉ ଥରେ କହିବା ପାଇଁ କହିଲି । ଚିତ୍ର ଦେଖି ନ ପାରିବାରୁ ସେ ଗପ କହିବାରେ

ଅସୁବିଧା ଅନୁଭବ କଲା । ପୁଣି ମୁଁ ଯେତେବେଳେ ଚିତ୍ରଗୁଡ଼ିକୁ ଦେଖାଇ ଦେଲି ସେ ସହଜରେ ଗପଟିକୁ କହିଲା । ଅର୍ଥାତ ସେ ଗପଟିକୁ ମନେରଖୁ ଦେଇଛି। କିନ୍ତୁ ପଢ଼ି ପାରୁ ନାହିଁ । ମୁଁ ଶବ୍ଦଗୁଡ଼ିକରେ ଆଙ୍ଗୁଳି ରଖୁ ରଖୁ ତା’ ସହିତ ପଢ଼ିଲି ଏବଂ ଦେଖିଲି ସେ କହୁଥିବା କଥାଗୁଡ଼ିକୁ ଲେଖା ସହିତ ଯୋଡ଼ି ପାରୁଛି ।

ଏହି କ୍ଷେତ୍ରରେ ସୁଶ୍ରୀ ସଂଗୀତା ଜାଣିପାରିଲେ ଯେ ତାଙ୍କର ଶିକ୍ଷାର୍ଥୀମାନେ ବିଭିନ୍ନ ଉପାୟରେ ପଢୁଛନ୍ତି । ତେଣୁ ସେ ବିଭିନ୍ନ ଶିକ୍ଷାର୍ଥୀ ପାଇଁ ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କଲେ ।

ଟିକିଏ ଚିନ୍ତା କରନ୍ତୁ

  • ଆପଣଙ୍କ ଶ୍ରେଣୀରେ ନୟନା, ବ୍ରହ୍ମ ଓ ନମିତା ପରି ଶିକ୍ଷାର୍ଥୀ ଅଛନ୍ତି କି ?
  • ଉପରେ ବର୍ଣ୍ଣିତ ହେବା ଭଳି ଆପଣଙ୍କ ଶିକ୍ଷାର୍ଥୀମାନେ ଏହିପରି ବିଭିନ୍ନ ଉପାୟରେ ପଢ଼ିବା ଶିଖନ୍ତି କି ?

ପଢ଼ି ଶିଖିବା ପାଇଁ ସେମିତି କୌଣସି ନିର୍ଦ୍ଦିଷ୍ଟ ଉପାୟ ନାହିଁ । ପଠନ ପରି ଏକ କଷ୍ଟକର ଦକ୍ଷତା ହାସଲ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ଉପାୟରେ ଶିଖିବା ପାଇଁ ଉତ୍ସାହିତ କରିବା ଉଚିତ ।

ଶିକ୍ଷାର୍ଥୀମାନଙ୍କର ପଠନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ସମ୍ବଳ ୩ ଆପଣଙ୍କୁ ଆଉ ଅଧିକ ଧାରଣା ଦେଇ ପାରିବ । ଆପଣଙ୍କର ଅର୍ଥପୂର୍ଣ୍ଣ ଓ ଉପଯୋଗୀ ତଦାରଖ ଓ ପ୍ରୋତ୍ସାହନ ଶିକ୍ଷାର୍ଥୀମାନଙ୍କର ପ୍ରାରମ୍ଭିକ ପଠନ ଦକ୍ଷତା ବଢ଼ାଇବାରେ ସହାୟକ ହେବ ।

ଶିକ୍ଷଣ’କାର୍ଯ୍ୟ 4: ଶ୍ରେଣୀରେ ଶିକ୍ଷାର୍ଥୀମାନଙ୍କ ପଠନର କାର୍ଯ୍ୟବେକ୍ଷଣ କରିବା

ଶିକ୍ଷାର୍ଥୀମାନଙ୍କୁ ସହାୟତା ଦେବା ପୂର୍ବରୁ ଆମକୁ ଦେଖିବାକୁ ପଡ଼ିବ ଯେ ସେମାନେ କେଉଁ ଉପାୟରେ ପଢୁଛନ୍ତି । ଏହି ଖବର ରଖିବା ପାଇଁ ଗୋଟିଏ ସାରଣୀ କରାଯାଇପାରେ । କେଉଁ ଶିକ୍ଷାର୍ଥୀକୁ କିପରି ସହାୟତା ଦେବେ, ତା’ର ଯୋଜନା କିପରି କରିବେ, ଏହି ସାରଣୀ ଆପଣଙ୍କୁ ସାହାଯ୍ୟ କରିବ ।

ଆପଣ ଯେତେବେଳେ ଯେଉଁ ଶିକ୍ଷାର୍ଥୀକୁ ଯେମିତି ଉପାୟ ଅବଲମ୍ବନ କରିବାର ଦେଖିଛନ୍ତି, ସାରଣୀର ସେହି ଧାଡ଼ି ତଳେ ତା’ର ନାମ ଲେଖୁ ଦିଅନ୍ତୁ । ପରିସ୍ଥିତି ଅଧୟନ - ୪ ରେ ଯେପରି ନୟନା, ବ୍ରହ୍ମ ଓ ନମିତାର ପଠନ ଉପାୟ ବିଷୟରେ ବର୍ଣ୍ଣନା ହୋଇଛି, ଆପଣ ସେହିପରି ଆପଣଙ୍କର ପ୍ରତ୍ୟେକ ଶିକ୍ଷାର୍ଥୀର ପଠନ ପ୍ରକ୍ରିୟା ବିଷୟରେ ଲେଖା ରଖନ୍ତୁ ।

ସାରଣୀ ୧ : ଶିକ୍ଷାର୍ଥୀମାନଙ୍କର ପଠନ କୌଶଳଗୁଡିକୁ ପର୍ଯ୍ୟବେକ୍ଷଣ କରିବା

ଅନୁମାନ

 

ମନେରଖିବା ଦକ୍ଷତା

 

ଚିତ୍ର ଦେଖି ଅନୁମାନ

 

ଏବ୍ଦର ପ୍ରଥମ ଅକ୍ଷର ଦେଖି ଅନୁମାନ

 

ପ୍ରତ୍ୟେକ ଶବ୍ଦ ପଠନ

 

ପ୍ରସଙ୍ଗକୁ ଉପଯୁକ୍ତ ପ୍ରବାହ ଦେଇ ପଢ଼ିବା

 

ପ୍ରତ୍ୟେକ ଶବ୍ଦକୁ ଦେଖି

ପଡିବା

ବାକ୍ୟ ତଳେ ଆଙ୍ଗୁଳି ଦେଇ ପଢିବା

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

ଆପଣଙ୍କ ଶିକ୍ଷାର୍ଥୀମାନେ ଅନ୍ୟ କିଛି ଉପାୟ ଅବଲମ୍ବନ କରିବାର ଦେଖିଛନ୍ତି କି ? ଯଦି ହଁ, ତା'ହେଲେ ସେହି ଉପାୟଗୁଡ଼ିକ ମଧ୍ୟ ସାରଣୀରେ ଯୋଗ କରନ୍ତୁ ।

ଏକା ଉପାୟ ଅବଲମ୍ବନ କରୁଥିବା ଶିକ୍ଷାର୍ଥୀମାନଙ୍କୁ ଗୋଟିଏ ଦଳ କରନ୍ତୁ । ସେହି ଅନୁସାରେ ଯୋଜନା କରନ୍ତୁ, ଯେପରି ସେହି ଶିକ୍ଷାର୍ଥୀମାନଙ୍କୁ ଆବଶ୍ୟକତା ଅନୁସାରେ ଆପଣ ସହାୟତା ଦେଇ ପାରିବେ । କିଛି ଶିକ୍ଷାର୍ଥୀ ଆପଣଙ୍କର ବ୍ୟକ୍ତିଗତ ସହାୟତା ମଧ୍ୟ ଲୋଡ଼ି ପାରନ୍ତି ।

ଆପଣ ଛୋଟ ଛୋଟ ଦଳରେ ମଧ୍ୟ କାମ କରିପାରନ୍ତି । ଯେଉଁ ଶିକ୍ଷାର୍ଥୀମାନେ ଅଲଗା ଅଲଗା ଉପାୟରେ ପଢୁଛନ୍ତି, ସେମାନଙ୍କୁ ଯୋଡ଼ି କରନ୍ତୁ, ସେମାନେ ପରସ୍ପର ପାଖରୁ ଶିଖ୍ ପାରନ୍ତି । ଏକ ସାରଣୀ ମାଧମରେ ବିଦ୍ୟାଳୟର ପାଠପଢ଼ା ଜୀବନ ଭିତରେ ସେମାନଙ୍କର ପଠନ ଦକ୍ଷତାର ଅଭିବୃଦ୍ଧି ଲେଖୁ ରଖନ୍ତୁ ।

"ଅଭିବୃଦ୍ଧି ଓ କାର୍ଯ୍ୟ ସଂପାଦନ ଆକଳନ କରିବା”- କୈନ୍ଦ୍ରିକ ସମ୍ବଳକୁ ପଢିବା ଆପଣଙ୍କ ପାଇଁ ସହାୟକ ହୋଇପାରେ ।

ସାରାଂଶ

ପ୍ରାରମ୍ଭିକ ପଠନ ଭାବ ବିନିମୟମୂଳକ, ମନ ମୁଗୁକର ତଥା ଆନନ୍ଦଦାୟୀ ହେବା ବିଧେୟ । ଗଛ କଥନ ହେଉ ବା ଉଚ୍ଚ ପଠନ ହେଉ,

ଏହା ଶିକ୍ଷାର୍ଥୀମାନଙ୍କୁ ପୁନର୍ବାର ଗପ କହିବାରେ, ଶବ୍ଦ ବା ବାକ୍ୟାଟିଂଶ ବାରମ୍ବାର କହିବାରେ, ଅଭିନୟ କରିବାରେ, ଅନୁମାନ କରିବାରେ ଓ ଚିତ୍ର କରିବାରେ ସହାୟକ ହୋଇଥାଏ । ଛୋଟ ପିଲାମାନଙ୍କ ପାଇଁ ପଠନ ସମୟ ଅଛି । ଅବଧୁ ବିଶିଷ୍ଟ ହେଲେ ଭଲ । ଛୋଟ ଛୋଟ ନିର୍ଘଣ୍ଟା କରି ଏହି କାର୍ଯ୍ୟ କରାଇବା ଭଲ ଏବଂ ଏହା ପ୍ରତ୍ୟେକ ଦିନ ହେବା ଆବଶ୍ୟକ । ଯଦି ଶିକ୍ଷାର୍ଥୀମାନେ ପ୍ରତ୍ୟେକ ଦିନ ଏହିପରି ପଠନ ଅଭ୍ୟାସର ସୁଯୋଗ ପାଇବେ, ତେବେ ସେମାନେ ନିଜେ ନିଜେ ଆଗ୍ରହର ସହିତ ପଢ଼ିବା ଆରମ୍ଭ କରିଦେବେ ।

ଜଣେ ଭଲ ପାଠକ ହେବା ପାଇଁ ବହୁତ ଉପାୟ ରହିଛି । ନିରନ୍ତର ଭାବରେ ଆନନ୍ଦଦାୟୀ ଶିକ୍ଷଣ କାର୍ଯ୍ୟ, ଅଭ୍ୟାସ ଓ ଉପଯୁକ୍ତ ତଦାରଖା ହେଲେ ଆପଣଙ୍କ ଶିକ୍ଷାର୍ଥୀମାନେ ଆମ୍ବିଶ୍ବାସ ସହ ପ୍ରଗଛ ଭାବରେ ପଢ଼ି ପାରିବେ ଓ ଭବିଷ୍ୟତ ପାଇଁ ଉତ୍ତମ ମୂଳଦୂଆ ସ୍ଥାପନ କରିପାରିବେ ।

ସମ୍ବଳ ସମୂହ

ସମ୍ବଳ ୧ :ବସ୍ ଭିତରେ ବାକ୍ସ

ବସଟି ବସ୍ ଷ୍ଟାଣ୍ଡରେ ଅଟକିଲା । ଜଣେ ବୁଡା଼ ଲୋକ ବସକୁ ଚଢ଼ିଲେ । ସେ ବାଦାମି ରଙ୍ଗର ଗୋଟିଏ ବାକ୍ ନେଉଥିଲେ । ସେହି ବାକୁ ଭିତରେ... (ଗୋଟିଏ ଗୋଟାପି) । ତା'ପରେ ଜଣେ ମା' ତାଙ୍କର ଛୋଟ ପିଲା ସହ ବସ୍‌କୁ ଚଢ଼ିଲେ । ସେ ଗୋଟିଏ ଛୋଟ ଧଳା ବାକ୍ ଧରିଥିଲେ ଏବଂ ସେହି ବାକ୍ସ ଭିତରେ... (ଗୋଟିଏ ଚୁଡ଼ି) । ଏହା ପରେ ଜଣେ କାଠୁରିଆ ବସ୍ ଭିତରକୁ ଚଢ଼ିଲେ । ସେ ଗୋଟିଏ ଲମ୍ବା କାଠ ବାକ୍ ଧରିଥିଲେ ଏବଂ ତା' ଭିତରେ... (ଗୋଟିଏ କୁରାଢ଼ୀ) । ତା'ପରେ ଜଣେ ରୋଷେଇୟା ସେହି ବସକୁ ଚଢ଼ିଲେ, ତାଙ୍କ ପାଖରେ ଗୋଟିଏ ଗୋଲ ବାକ୍ସ ଥିଲା ଏବଂ ତା ଭିତରେ... (ଗୋଟିଏ ରୋଟି)...... (ଯେତେ ପାରିବେ ଗପଟିକୁ ଏହିଭଳି ଆଗେଇ ନିଅନ୍ତୁ) ।

ବସଟି ଯେତେବେଳେ ଏକ ଭିଡ଼ ଭିତରେ ପ୍ରବେଶ କଲା, ଡ୍ରାଇଭର କହିଲା " ଆଉ ମୁଁ ମଣିଷ ବା ବାକୁ ନେଇ ପାରିବି ନାହିଁ। ବର୍ତମାନ ବସର ଦ୍ବାର ବନ୍ଦ ହୋଇଯାଉଛି ।"

ଗପକୁ ବେଶୀ ଆକର୍ଷଣୀୟ ଓ ଆହ୍ବାନମୂଳକ କରିବା ପାଇଁ ବାକ୍ ବା ଅନ୍ୟାନ୍ୟ ଜିନିଷର ବର୍ଣ୍ଣନା କରିପାରିବେ ଯେତେବେଳେ ବାକ୍ ନେଉଥିବା ଲୋକ ଓ ସେଥୁରେ ଥିବା ଜିନିଷ ତାଲିକା ବଢ଼ି ଯିବ, ଗପଟି ସ୍ବାଭାବିକ ଭାବରେ ଲମ୍ବା ହୋଇଯିବ ।

ସମ୍ବଳ ୨ : ଉଚ୍ଚ ପଠନ ପାଇଁ ଯୋଜନା କରିବା

ପ୍ରସ୍ତୁତି

  • ଉଚ୍ଚ ପଠନ ପାଇଁ ସରଳ ଗପଟିଏ ବାଛନ୍ତୁ । ଗପ ବହିଟି ବଡ଼ ହେବା ଦରକାର ଯେମିତି ପ୍ରତ୍ୟେକ ଶିକ୍ଷାର୍ଥୀ ବହିରେ ଅବା ଶବ୍ଦ ଓ ଚିତ୍ର ଦେଖି ପାରିବେ ।
  • ପୂର୍ବରୁ ଗପଟିକୁ ଭଲ ଭାବରେ ଜାଣି ନିଅନ୍ତୁ ।
  • ଭଲ ଭାବରେ ପଢ଼ାଇବା ପାଇଁ ପୂର୍ବରୁ ଘରେ ବା ସାଙ୍ଗମାନଙ୍କ ସହ ଭଲଭାବରେ ଅଭ୍ୟାସ କରିନିଅନ୍ତୁ ।
  • କୌଣସି ଅପରିଚିତ ବା କ୍ରୀଷ୍ଟ ଶବ୍ଦ ଯାହା ପିଲାମାନଙ୍କର ବୁଝିବାରେ ଅସୁବିଧା ହେବ, ତାହା ବ୍ୟବହାର କରନ୍ତୁ ନାହିଁ ।

ଗପଟିକୁ ପଢ଼ି ଶୁଣାଇବା ପୂର୍ବରୁ

  • ଶିକ୍ଷାର୍ଥୀମାନଙ୍କୁ ଏମିତି ଆପଣଙ୍କ ପାଖରେ ଗୋଲାକାରରେ ବସାନ୍ତୁ ଯେମିତି ପ୍ରତ୍ୟେକ ଶିକ୍ଷାର୍ଥୀ ବହିର ଲେଖାକୁ ଭଲଭାବରେ ପଢ଼ିପାରିବେ ।
  • ଗପଟିକୁ ଆରମ୍ଭ କରିବା ପୂର୍ବରୁ ଶିକ୍ଷାର୍ଥୀମାନଙ୍କୁ ସେହି ବିଷୟରେ ଯାହା ଜାଣିଛନ୍ତି କହିବାକୁ ଉତ୍ସାହିତ କରନ୍ତୁ ।
  • ଯଦି କିଛି ନୂଆ କୃଷ୍ଟ ଶବ୍ଦ ରହିଛି, ତା’ର ଅର୍ଥ ଶିକ୍ଷାର୍ଥୀମାନଙ୍କୁ ବୁଝାଇ ଦିଅନ୍ତୁ । ଯେଉଁ ଶିକ୍ଷାର୍ଥୀମାନଙ୍କର ମାତୃଭାଷା ବିଦ୍ୟାଳୟ ଭାଷା ଠାରୁ ଭିନ୍ନ, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଜରୁରୀ ।
  • ବହିର ଉପର ପୃଷ୍ଠାଟିକୁ ଦେଖାଇ ଆରମ୍ଭ କରନ୍ତୁ । ଗପର ଶୀର୍ଷକଟିକୁ ଶିକ୍ଷାର୍ଥୀମାନଙ୍କୁ ଦେଖାଇ ପଢ଼ନ୍ତୁ। ଏହି ପୃଷ୍ଠାରେ ଥିବା ଚିତ୍ରର ଅର୍ଥ ବୁଝାଇବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଅନୁମାନ କରିବାକୁ କୁହନ୍ତୁ ।

ଗଳ୍ପ ପଢ଼ିବା ସମୟରେ

  • ଶିକ୍ଷାର୍ଥୀମାନେ ବୁଝିପାରିଲା ଭଳି ପ୍ରତ୍ୟେକ ଚରିତ୍ର ଆଧାରରେ ପଢ଼ନ୍ତୁ ।
  • ବାକ୍ୟର ପ୍ରତ୍ୟେକ ଶବ୍ଦ ତଳେ ଆଙ୍ଗୁଳି ଦେଇ ପଢ଼ି ପଢ଼ି ଗୋଲନ୍ତୁ ।
  • ଚିତ୍ରରେ କ’ଣ ଅଛି ଶିକ୍ଷାର୍ଥୀମାନଙ୍କୁ ବୁଝାଇବା ପାଇଁ କୁହନ୍ତୁ ।
  1. ଚିତ୍ରରେ କ’ଣ ଦେଖିଛ ?
  2. ଏହା ପରେ କ'ଣ ହେବ ଭାବୁଛ?
  • ପୃଷ୍ଠା ଓଲଟାଇବା ପୂର୍ବରୁ ଶିକ୍ଷାର୍ଥୀମାନଙ୍କୁ ପଶ୍ଚରନ୍ତୁ...
  • ଏହା ପରେ କ'ଣ ହେବ ?
  • ବର୍ତମାନ ସେ କ’ଣ କହିବ ବୋଲି ତୁମେ ଭାବୁଛ ?

ଗପଟି ପଢ଼ି ସାରିବା ପରେ

ଗପ ବିଷୟରେ କୁହନ୍ତୁ । ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ କିଛି ପ୍ରଶ୍ନ ପଚାରନ୍ତି ଯେପରି...

  • ଗପର କେଉଁ ଭାଗଟି ତୁମକୁ ବେଶି ଭଲ ଲାଗିଲା ?
  • କେଉଁ ଚରିତ୍ରଟି ତୁମକୁ ଭଲ ଲାଗିଲା ? କାହିଁକି ?

ଯେହେତୁ ଶିକ୍ଷାର୍ଥୀମାନଙ୍କର ଏହା ପ୍ରାରମ୍ଭିକ ପଠନ ଅନୁଭୂତି, ସେମାନଙ୍କ ପାଖରୁ ପୂର୍ଣ୍ଣ ବାକ୍ୟରେ ଉତ୍ତର ଆଶା କରନ୍ତୁ ନାହିଁ । ଶିକ୍ଷାର୍ଥୀମାନେ ଯେପରି ଏହି କାର୍ଯ୍ୟଟିକୁ ଉପଭୋଗ କରିବେ ସେଥୁପ୍ରତି ଯତ୍ନବାନ୍ ହୁଅନ୍ତୁ । ଏହି ସମୟରେ ନିଜର ମତାମତ ମଧ୍ୟ ରଖନ୍ତୁ ।

ଆକଳନ ପାଇଁ ସୁଯୋଗ

  • ଆପଣ ପଢ଼ାଉଥିବାବେଳେ ଶିକ୍ଷାର୍ଥୀମାନେ କିପରି ଉତ୍ତର ଦେଉଥିଲେ ?
  • କିଛି ଶିକ୍ଷାର୍ଥୀ ବୁଝିପାରୁନାହାନ୍ତି ବୋଲି ଜଣାପଡ଼ୁଥିଲା କି ? ଯଦି ହଁ, କାହିଁକି ?
  • ଗପ ଶୁଣି ସାରିବା ପରେ ପିଲାମାନଙ୍କ ମଧରୁ କେହି ଗପର ମୁଖ୍ୟ ଶବ୍ଦଗୁଡ଼ିକ ବ୍ୟବହାର କରୁଥିଲେ କି ?
  • ଗପଟି ପଢ଼ାଇ ସାରିବା ପରେ କେହି ପିଲା ବହିଟିକୁ ନେଇ ନିଜେ ନିଜେ ପଢ଼ିବାର ଦେଖିଲେ କି ?

ସମ୍ବଳ ୩ : ତଦାରଖ କରିବା ଓ ପ୍ରତିପୃଷ୍ଟି ପ୍ରଦାନ କରିବା

ନିରନ୍ତର ତଦାରଖ ଓ ସେମାନଙ୍କ ସହ ଆଲୋଚନା ଶିକ୍ଷାର୍ଥୀମାନଙ୍କର ପ୍ରଦର୍ଶନରେ ଉନ୍ନତି ଆଣିଥାଏ, କାରଣ ଏହା ଦ୍ଵାରା ସେମାନେ ଜାଣି ପାରନ୍ତି ଯେ ସେମାନଙ୍କ ପାଖରୁ କ'ଣ ଆଶା କରାଯାଉଛି । ସକାରାମୁକ ପ୍ରୋତ୍ସାହନ ଦ୍ଵାରା ସେମାନଙ୍କର ପ୍ରଦର୍ଶନରେ ଉନ୍ନତି ଆସିଥାଏ ।

ତଦାରଖ କରିବା

ଜଣେ କୁଶଳୀ ଶିକ୍ଷକ ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟକୁ ଅଧୁକାଂଶ ସମୟରେ ତଦାରଖ କରିଥା'ନ୍ତି ।

ସାଧାରଣତଃ ଅଧୁକାଂଶ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ଶୁଣି ଏବଂ ସେମାନଙ୍କ କାର୍ଯ୍ୟର ପର୍ଯ୍ୟବେକ୍ଷଣ କରି ତଦାରଖ କରିଥା'ନ୍ତି । ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଅଭିବୃଦ୍ଧିର ତଦାରଖ କରିବା ବହୁତ ଗୁରୁତ୍ଵପୂର୍ଣ୍ଣ, କାରଣ ଏହା ସେମାନଙ୍କୁ ନିମ୍ନପ୍ରକାରେ ସାହାଯ୍ୟ କରିଥାଏ...

  • ଉଚ୍ଚତର ଗ୍ରେଡ଼ ହାସଲ କରିବା
  • ନିଜର ପ୍ରଦର୍ଶନ ବିଷୟରେ ସଚେତନ ହେବା ଏବଂ ଦାୟିତ୍ଵର ସହ ପଢ଼ିବା
  • ସେମାନଙ୍କ ଶିକ୍ଷଣ ସ୍ତର ବଢ଼ାଇବା
  • ସ୍ଥାନୀୟ ଓ ରାଜ୍ୟସ୍ତରୀୟ ମାନକ ପରୀକ୍ଷଣ ଉପରେ ଉପଲବ୍ଧି ଆଶା କରିବା

ଏହା ଶିକ୍ଷକ ଭାବରେ ଆପଣଙ୍କୁ ସ୍ଥିର କରିବାରେ -

  • କେତେବେଳେ ପ୍ରଶ୍ନ ପଶ୍ଚରିବେ ଓ ସହାୟକ ସୂଚନା ନେବେ
  • କେତେବେଳେ ପ୍ରଶଂସା କରିବେ
  • ଆହ୍ଲାନ ସୃଷ୍ଟି କରିବେ କି
  • ବିଭିନ୍ନ ଦଳର ଶିକ୍ଷାର୍ଥୀମାନଙ୍କୁ ଦତ୍ତକାର୍ଯ୍ୟରେ କିପରି ସଂପୃକ୍ତି କରିବେ
  • ତ୍ରୁଟି ବିଷୟରେ କ’ଣ କରିବେ

ଶିକ୍ଷାର୍ଥୀମାନେ ସେତେବେଳେ ଭଲଭାବରେ ଶିଖନ୍ତି, ଯେତେବେଳେ ସେମାନଙ୍କର ପ୍ରଦର୍ଶନ ପାଇଁ ଉପଯୁକ୍ତ ଏବଂ ସକାରାନ୍ସକ, ଟିପ୍ପଣୀ ଦିଆଯାଏ । ତଦାରଖ ମାଧମରେ ଆପଣ ସେମାନଙ୍କୁ ନିରନ୍ତର ପ୍ରୋତ୍ସାହନ ଦେଇ ପାରିବେ, ସେମାନେ କିପରି ପ୍ରଦର୍ଶନ କରୁଛନ୍ତି ଜଣାଇ ପାରିବେ ଏବଂ ସେମାନେ କିପରି ପଢ଼ାରେ ଆଗେଇବେ, ଜଣାଇ ପାରିବେ ।

ଏ ଦିଗରେ ଆପଣ ଗୋଟିଏ ସମସ୍ୟାର ସମ୍ମୁଖୀନ ହେବେ । ତାହା ହେଉଛି- ନିଜର ଶିକ୍ଷଣ ଲକ୍ଷ୍ୟ ସ୍ଥିର କରିବା ଏବଂ ନିଜକୁ ନିଜେ ତଦାରଖ କରିବା । ଯେଉଁ ଶିକ୍ଷାର୍ଥୀମାନେ ପଢ଼ାପଢ଼ିରେ ସମସ୍ୟା ଅନୁଭବ କରନ୍ତି, ସେମାନେ ସ୍ଵ-ଶିକ୍ଷଣ ପ୍ରତି ଆଗ୍ରହୀ ହୋଇପାରନ୍ତି ନାହିଁ । କିନ୍ତୁ ଆପଣ ଯେ କୌଣସି ଶିକ୍ଷାର୍ଥୀକୁ ତାଙ୍କର ଶିକ୍ଷଣ ଉଦ୍ଦେଶ୍ୟ ସ୍ଥିର କରିବାରେ, ସେଥୁପାଇଁ ଯୋଜନା କରିବାରେ ଏବଂ ନିଜକୁ ତଦାରଖ କରିବାରେ ସାହାଯ୍ୟ କରିପାରିବେ । ସ୍ତ୍ର-ତଦାରଖ ଭଳି କୌଶଳକୁ ଅଭ୍ୟାସ ମାଧମରେ ହାସଲ କରିପାରିଲେ ଶିକ୍ଷାର୍ଥୀମାନେ ବିଦ୍ୟାଳୟ ପାଠପଢ଼ାରେ ଭଲ କରିବା ସହିତ ନିଜର ଭବିଷ୍ୟତ ଜୀବନଯାପନରେ ମଧ୍ୟ ଭଲ କରିଥା'ନ୍ତି ।

ଶିକ୍ଷାର୍ଥୀମାନଙ୍କୁ ଶୁଣିବା ଓ ପର୍ଯ୍ୟବେକ୍ଷଣ କରିବା

ଶିକ୍ଷକ ଶିକ୍ଷୟିତ୍ରୀମାନେ ସ୍ଵାଭାବିକ ଭାବରେ ଶିକ୍ଷାର୍ଥୀମାନଙ୍କୁ ଶୁଣିଥା'ନ୍ତି ଓ ପର୍ଯ୍ୟବେକ୍ଷଣ କରିଥା'ନ୍ତି । ଏହା ହେଉଛି ତଦାରଖ । ଉଦାହରଣ ସ୍ୱରୂପ

  • ଶିକ୍ଷାର୍ଥୀମାନଙ୍କର ଉଚ୍ଚ ପଠନକୁ ଶୁଣନ୍ତୁ
  • ଦଳରେ ବା ଯୋଡ଼ିରେ ଆଲୋଚନା କଲାବେଳେ ସେମାନଙ୍କୁ ଶୁଣନ୍ତୁ
  • ଶ୍ରେଣୀରେ ବା ଶ୍ରେଣୀ ବାହାରେ ଶିକ୍ଷାର୍ଥୀମାନେ କ’ଣ ପଠନ ସାମଗ୍ରୀ ବ୍ୟବହାର କରୁଛନ୍ତି ପର୍ଯ୍ୟବେକ୍ଷଣ କରନ୍ତୁ
  • ଦଳଗତ କାର୍ଯ୍ୟ କଲାବେଳେ ସେମାନଙ୍କର ଶାରୀରିକ ଭାଷାକୁ ନିରୀକ୍ଷଣ କରନ୍ତୁ

ଆପଣଙ୍କର ପର୍ଯ୍ୟବେକ୍ଷଣ ନିଶ୍ଚିତଭାବରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ପ୍ରଦର୍ଶନ ଆଧାରିତ ହେବା ବିଧେୟ, ଯାହା ଆପଣ ଦେଖି ପାରିବେ, ଶୁଣି ପାରିବେ, ବିଚାରକୁ ନେଇ ପାରିବେ ବା ପ୍ରମାଣ କରିପାରିବେ ।

ଶିକ୍ଷାର୍ଥୀମାନେ ଯେତେବେଳେ ଶ୍ରେଣୀ ଭିତରେ କାମ କରୁଛନ୍ତି, ଆପଣ ବୁଲି ବୁଲି ସେମାନଙ୍କର କାର୍ଯ୍ୟକୁ ଦେଖନ୍ତୁ । ଆପଣ ଗୋଟିଏ ଚେକ୍ ଲିଷ୍ଟ ପ୍ରସ୍ତୁତ କରି ଶିକ୍ଷାର୍ଥୀମାନଙ୍କର ପ୍ରଦର୍ଶନ ଓ ଶିକ୍ଷଣ ଅଭିବୃଦ୍ଧିର ବିବରଣୀ ରଖନ୍ତୁ ଏବଂ ଦେଖନ୍ତୁ କେଉଁ ଶିକ୍ଷାର୍ଥୀ ଅଧିକ ସାହାଯ୍ୟ ଆବଶ୍ୟକ କରୁଛି। ବା ବୁଝିବାରେ ଅସୁବିଧା ଅନୁଭବ କରୁଛି । ଏହି ପର୍ଯ୍ୟବେକ୍ଷଣ ଦ୍ଵାରା ଆପଣ ଶିକ୍ଷାର୍ଥୀମାନଙ୍କୁ ଦଳଗତ ଭାବରେ ଏବଂ ବ୍ୟକ୍ତିଗତ ଭାବରେ ପ୍ରୋତ୍ସାହିତ ତଥା ଉତ୍ସାହିତ କରିପାରିବେ ।

ପ୍ରତିପୃଷ୍ଟି ପ୍ରଦାନ କରିବା

ପ୍ରତିପୁଷ୍ଟି ହେଉଛି ଶିକ୍ଷାର୍ଥୀମାନେ ଶିକ୍ଷଣ ଆଭିମୂଖ୍ୟ ଅନୁସାରେ କିପରି ପ୍ରଦର୍ଶନ କରୁଛନ୍ତି ସେ ବିଷୟରେ ସେମାନଙ୍କୁ ଜଣାଇ ଦେବା । ଉପଯୁକ୍ତ ପ୍ରତିପୁଷ୍ଟି ଶିକ୍ଷାର୍ଥୀମାନଙ୍କୁ ନିମ୍ନପ୍ରକାରେ ସାହାଯ୍ୟ କରିଥାଏ ।

  • କ’ଣ ଘଟିଲା ତାହା ବିଷୟରେ ସୂଚନା
  • କାର୍ଯ୍ୟଟି ବା ପ୍ରତିକ୍ରିୟାଟି କେତେ ଭଲଭାବରେ ସଂପାଦିତ ହେଲା ତାହାର ଏକ ମୂଲ୍ୟୟନ
  • ସେମାନଙ୍କର କାର୍ଯ୍ୟ ସଂପାଦନ କିପରି ଅଭିବୃଦ୍ଧି ହୋଇପାରିବା ତାର ମାର୍ଗଦର୍ଶନ

ଆପଣ ଯେତେବେଳେ ଶିଖାର୍ଥୀମାନଙ୍କୁ ପ୍ରତିପୃଷ୍ଟି ପ୍ରଦାନ କରନ୍ତି, ଏହା ସେମାନକୁ ନିମ୍ନପ୍ରକାରେ ସାହାଯ୍ୟ କରିବା ଉଚିତ୍

  • ସେମାନେ ପ୍ରକୃତରେ କ'ଣ କରିପାରିବେ
  • ସେମାନେ ଏ ପର୍ଯ୍ୟନ୍ତ କ'ଣ କରିପାରି ନାହାନ୍ତି
  • ଅନ୍ୟମାନଙ୍କ କାର୍ଯ୍ୟ ସହିତ ସେମାନଙ୍କର କାର୍ଯ୍ୟର କିପରି ତୁଳନା କରାଯାଇ ପାରିବ
  • ସେମାନେ କିପରି ଅଗ୍ରଗତି କରିବେ

ଏହା ମନେରଖିବା ଉଚିତ ଯେ ଉପଯୁକ୍ତ ପ୍ରତିପୁଷ୍ଟି ଶିକ୍ଷାର୍ଥୀମାନଙ୍କୁ ସହାୟତା ଯୋଗାଇଥାଏ । ଆପଣଙ୍କର ପ୍ରତିପୁଷ୍ଟି ଯଦି ଆଯୁକ୍ତିକର ଓ ଅନ୍ୟାୟଭିତ୍ତିକ ହୁଏ, ଶିକ୍ଷଣ ଠିକ ହେବ ନାହିଁ । ଫଳପ୍ରଦ ପ୍ରତିପୁଷ୍ଠି...

  • ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟ ଓ ଶିକ୍ଷଣ ଉପରେ ପର୍ଯ୍ୟବେଶିତ    ହୋଇଥାଏ ।
  • ସତ୍ୟ ଆଧାରିତ ଓ ସହଜ । ଏହା ଶିକ୍ଷାର୍ଥୀମାନଙ୍କର ଶିକ୍ଷଣର କ'ଣ ଭଲ ଦିଗ ରହିଛି କହିଥାଏ ଏବଂ କ'ଣ କଲେ ଶିକ୍ଷଣ ଅଧ୍ବକ ଭଲ ହୋଇପାରିବ ସୁସ୍ପାଇଥାଏ ।
  • କ୍ରିୟାତ୍ମକ ଅଟେ । ଶିକ୍ଷାର୍ଥୀମାନେ ଯାହା ସବୁ କରିବା କଥା ଏହା ସେମାନଙ୍କୁ ସୂଚାଇ  ଦେଇଥାଏ ।
  • ଉପଯୁକ୍ତ ଏବଂ ସରଳ ଭାଷାରେ ଦିଆଯାଏ, ଯାହା ସବୁ ଶିକ୍ଷାର୍ଥୀ ବୁଝି ପାରିବେ ।
  • ଠିକ୍ ସମୟରେ ଦିଆଯାଏ । ଡେରିରେ ଦେଲେ ଏହା କାମ କରେ ନାହିଁକି ଅତି ଶୀଘ୍ର ଦେଲେ କାମ କରେ ନାହିଁ ।

ପ୍ରତିପୁଷ୍ଟି ମୌଖୁକ ହେଉ ବା ଲିଖୁତ ହେଉ, ଏହା ନିମ୍ନଲିଖୁତ ନୀତିନିୟମ ଆଧାରରେ ହେଲେ ଫଳାଫଳ ଉତ୍ତମ ହୋଇଥାଏ ।

ପ୍ରଶଂସା ଓ ସକାରାମ୍ବକ ଭାଷା ବ୍ୟବହାର କରିବା

ଯେତେବେଳେ ଆମକୁ ପ୍ରଶଂସା କରାଯାଏ। ଆମେ ଉତଫୁଲ୍ଲିତ ହେଉ ଏବଂ ଭଲ କାମ କରୁ କିନ୍ତୁ ସମାଲୋଚିତ ହେଲେ ଆମେ ନିରୁତ୍ସାହିତ ହୋଇଥାଉ । ଅଭିପ୍ରେରଣା ଓ ସକରାନ୍ସକ ଭାଷା ଯେ କୌଣସି ବୟସର ବ୍ୟକ୍ତିଙ୍କ ପାଇଁ ପ୍ରେରଣାଦାୟୀ ହୋଇଥାଏ । ତେଣୁ ସେମାନଙ୍କର ଶିକ୍ଷାର୍ଥୀମାନଙ୍କର କାମକୁ ପ୍ରଶଂସା କରନ୍ତୁ। ଏଥିପାଇଁ ଶିକ୍ଷାର୍ଥୀମାନଙ୍କୁ ପ୍ରଶଂସା ନ କରି ସେମାନଙ୍କର କାମକୁ ପ୍ରଶଂସା କରିବା ବିଜ୍ଞାନସମ୍ମତ । ଏହା ଯେତେ ନିର୍ଦ୍ଦିଷ୍ଟ ହେବ ସେତେ ଭଲ । ନ ହେଲେ ଏହା ପିଲାମାନଙ୍କର ଅଗ୍ରଗତିରେ ସାହାଯ୍ୟ କରିବ ନାହିଁ । "ଭଲ କରିଛ" ନ କହି ଆମେ ନିମ୍ନ ପ୍ରକାରେ କହି ପାରିବା...

ସହାୟକ ସୂଚନା ସହିତ ସଂଶୋଧନ କରିବା

ଶିକ୍ଷାର୍ଥୀମାନଙ୍କ ସହ କଥାବାର୍ଭା କଲେ ଏହା ସେମାନଙ୍କର ଶିକ୍ଷଣ ନିମିତ୍ତ ସହାୟକ ହୋଇଥାଏ । ଯଦି ଆପଣ ସେମାନଙ୍କୁ ସେମାନଙ୍କର ଉତ୍ତର ଭୁଲ ବୋଲି କହିଦେଲେ, ସେହିଠାରେ ଶିକ୍ଷଣର ସବୁ ସୁଯୋଗ ଶେଷ ହୋଇଯିବ । କାରଣ ସେମାନେ ଆଉ ଅଧିକ ଚିନ୍ତା କରିବେ ନାହିଁ କି ନିଜେ ନିଜେ ଶିଖିବା ପାଇଁ ଚେଷ୍ଟା କରିବେ ନାହିଁ । ଯଦି ଆପଣ ଶିଖିବା ପାଇଁ ଅନ୍ୟ କିଛି ପ୍ରଶ୍ନ ଦେବେ ବା ଇସାରା ଦେବେ, ସେମାନଙ୍କୁ ଅଧିକ ଚିନ୍ତା କରିବା ପାଇଁ ପ୍ରଣୋଦିତ କରିପାରିବେ ଓ ନିଜେ ନିଜେ ଶିଖିବା ପାଇଁ ଉତ୍ସାହିତ କରିପାରିବେ । ଆପଣ ନିମ୍ନମତେ ସୂଚନା ଦେଇ ପାରିବେ

ପରସ୍ପରକୁ ସାହାଯ୍ୟ କରିବା ପାଇଁ  ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା ଠିକ୍ ହେବ । ଶ୍ରେଣୀର ଅନ୍ୟ ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନ ପଚାରି ଏବଂ ନିମ୍ନମତେ ମତାମତ ଦେଇ ଆପଣ ଏହା କରିପାରିବେ

ବନାନ୍ ସଂଖ୍ୟା ଲେଖିବାବେଳେ ଠିକ୍ ବା ଭୁଲ ମାଧ୍ୟମରେ ସଂଶୋଧନ କରିବା ଉପୟୁକ୍ତ ହୋଇ ପାରେ, କିନ୍ତୁ ଅନ୍ୟ କ୍ଷେତ୍ରରେ ଭୁଲ ବା ଠିକ୍ କହିବାସହିତ କାରଣ ଆଲୋଚନା କରିବା ବିଧେୟ ।

ନିଜର ପାଠ ସଂଶୋଧନ ଓ ସାଙ୍ଗମାନଙ୍କ ଭିତରେ ବା ପୋଡିରେ ସଂଶୋଧନ ଦ୍ଵାରା ଦତ୍ତ କାର୍ଯ୍ୟର ଉପଯୁକ୍ତ ଆକଳନ ହୋଇପାରେ ଓ  ଶିଖାର୍ଥୀମାନେ ଏଥିରେ ଉତ୍ସାହିତ ହୋଇ ଅଧିକ ପଢିବା ପାଇଁ ଆଗ୍ରହୀ ହୁଅନ୍ତି ।

ଆଧାର:ଟ୍ରେସ୍ ଇଣ୍ଡିଆ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top