ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଫକୀର ମୋହନଙ୍କ ପ୍ରଥମ ଗଳ୍ପ ‘ରେବତୀ’ ରେ ଲୋକ ସାହିତ୍ୟିକ ଉପାଦାନ
ସେଆର କରନ୍ତୁ

ଫକୀର ମୋହନଙ୍କ ପ୍ରଥମ ଗଳ୍ପ ‘ରେବତୀ’ ରେ ଲୋକ ସାହିତ୍ୟିକ ଉପାଦାନ

ଫକୀର ମୋହନଙ୍କ ପ୍ରଥମ ଗଳ୍ପ

ଉପକ୍ରମ

ଉତ୍କଳୀୟ ନବ ଜାଗରଣ ଯୁଗର ଜଣେ ସମୟ ସଚେତନ କର୍ମୀ ଓ କଳାକାର, ଓଡ଼ିଆ ସାହିତ୍ୟରେ ଏକ ଅଭିନବ ଗଦ୍ୟରୀତିର ପ୍ରବର୍ତ୍ତକ ଓ ସଫଳ ପରୀକ୍ଷାକାରୀ ରୂପେ ସ୍ବୀକୃତ ଓ ସମ୍ମାନିତ ତଥା ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ସେନାପତି ଫକୀର ମୋହନ ଓଡ଼ିଆ ଭାଷାରେ ସାର୍ଥକ ଉପନ୍ୟାସ ଓ ଆଧୁନିକ କ୍ଷୁଦ୍ରଗଳ୍ପର ସ୍ରଷ୍ଟା ଓଡ଼ିଶାର ବିଭିନ୍ନ ଅଞ୍ଚଳର ସାଧାରଣ ଜନତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟକ୍ଷ ଅନୁଭୂତି ତଥା ପ୍ରଶାସକ ଜୀବନର ପ୍ରଚୁର ଅଭିଜ୍ଞତାକୁ ଭିତ୍ତି କରି ପରିଣତ ବୟସରେ ସୃଷ୍ଟି କରିଥିବା ତାଙ୍କ କଥା ସାହିତ୍ୟରେ ସାଧାରଣ ଲୋକ ଜୀବନର ପ୍ରତିଛବି ଫୁଟି ଉଠିଛି

ବର୍ଣ୍ଣନା

ପ୍ରକୃତ ପକ୍ଷେ ଫକୀର ମୋହନ ଆଧୁନିକ ଓଡ଼ିଆ ଗଳ୍ପର ଆଦ୍ୟ ଜନକ ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରେ ତାଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟରେ କ୍ଷୁଦ୍ରଗଳ୍ପ ରଚନାର ଭିତ୍ତି ପ୍ରସ୍ତୁତି ଆରମ୍ଭ ହୋଇଥିଲେ ମଧ୍ୟ ଏହି ପ୍ରାକ୍ଶ‍ ଫକୀର ମୋହନୀୟ ଗଳ୍ପରେ ମୁଖ୍ୟତଃ ବିଦେଶୀୟ କଥାବସ୍ତୁ ଅନୁସରଣରେ ପ୍ରେମ ଓ କାରୁଣ୍ୟ ଏବଂ ଉତ୍କଳୀୟ ସମାଜ ସଂସ୍କାର ଆଧାରରେ ବ୍ୟଙ୍ଗାତ୍ମକ ଧାରାକୁ ଭିତ୍ତି କରି ଗଳ୍ପ ରଚନା ହୋଇଥିବା ଦୃଷ୍ଟିଗୋଚର ହୁଏ ଏହି ଗଳ୍ପଗୁଡ଼ିକରେ ରୋମାଞ୍ଚକର ପରିବେଶ, ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି, କଥାବସ୍ତୁର ଆରମ୍ଭ ଓ ପରିଣତିରେ ଚମତ୍କାରିତା ଓ କଥାର କ୍ରମବିକାଶ ଥିଲେ ମଧ୍ୟ କ୍ଷୁଦ୍ରଗଳ୍ପର ଆତ୍ମିକ ଓ ଆଙ୍ଗିକ ମୂଲ୍ୟବୋଧ ନ ଥିବାରୁ ତାହାକୁ ଯଥାର୍ଥ କ୍ଷୁଦ୍ରଗଳ୍ପ ବୋଲି କୁହାଯାଇ ପାରିବ ନାହିଁ

୧୮୯୮ ମସିହା ଅକ୍ଟୋବର ମାସରେ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ‘ରେବତୀ’ ଗଳ୍ପ ଓଡ଼ିଆ ଭାଷାରେ ପ୍ରକାଶିତ ପ୍ରଥମ ସାର୍ଥକ କ୍ଷୁଦ୍ରଗଳ୍ପ ‘ରେବତୀ’ ଗଳ୍ପ ରଚନା ପୂର୍ବରୁ ଫକୀର ମୋହନ ‘ବୋଧଦାୟିନୀ’ ପତ୍ରିକାରେ ‘ଲଛମନିଆ’ ନାମକ ଏକ କ୍ଷୁଦ୍ରଗଳ୍ପ ଲେଖିଥିଲେ ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି – “ବାଲେଶ୍ବରରେ ଶିକ୍ଷକତା କାର୍ଯ୍ୟ କରୁଥିବା ସମୟରେ ମୋର କବିତା ଲେଖିବାର ପ୍ରବୃତ୍ତି ଥିଲା ସେଠାକାର ପ୍ରେସ୍‌ରୁ ଖଣ୍ଡେ ମାସିକ ପତ୍ରିକା ବାହାରୁ ଥିଲା ମୁଁ ସେଥିରେ ଆମୋଦ ଜନକ କବିତା ଲେଖୁଥିଲି ସେହି ‘ବୋଧଦାୟିନୀ’ ପତ୍ରିକାରେ ମୁଁ ଗୋଟିଏ ଗଳ୍ପ ଲେଖିଥିଲି, ତାହାର ନାମ ‘ଲଛମନିଆ’ ବୋଧକରେ, ଉତ୍କଳରେ ତାହାହିଁ ପ୍ରଥମ ମୁଦ୍ରିତ ଗଳ୍ପ”

‘ବୋଧଦାୟିନୀ’ ଓ ‘ବାଲେଶ୍ବର ସମ୍ବାଦ ବାହିକା’ ପତ୍ରିକା ୧୮୬୮ ଜୁଲାଇରୁ ୧୮୭୧ ଜୁଲାଇ ପର୍ଯ୍ୟନ୍ତ ମାସିକ ପତ୍ର ରୂପେ ପ୍ରକାଶ ପାଇଥିବାରୁ ଏହି ସମୟ ମଧ୍ୟରେ ‘ବୋଧଦାୟିନୀ’ର କୌଣସି ଏକ ସଂଖ୍ୟାରେ ‘ଲଛମନିଆ’ ଗଳ୍ପ ପ୍ରକାଶିତ ବୋଧଦାୟିନୀର ଏହି ସଂଖ୍ୟା ଦୁଷ୍ପ୍ରାପ୍ୟ ହେତୁ କେହି କେହି ସମାଲୋଚକ ଏହାର ଅସ୍ତିତ୍ବକୁ ଅସ୍ବୀକାର କରନ୍ତି ଅନ୍ୟ କେତେକ ସମାଲୋଚକ ‘ଲଛମନିଆ’ ନାମକୁ ସ୍ବୀକାର କରିଥିଲାବେଳେ ଏହାର ଅସ୍ତିତ୍ବକୁ ସ୍ବୀକାର କରନ୍ତି ନାହିଁ କିନ୍ତୁ, ସମାଲୋଚକ ସୁରେନ୍ଦ୍ର ମହାନ୍ତି ‘ଲଛମନିଆ’କୁ ସମଗ୍ର ଭାରତୀୟ ସାହିତ୍ୟରେ ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପର ଗୌରବ ପ୍ରଦାନ କରିଛନ୍ତି ତେବେ, ‘ଲଛମନିଆ’ ଆବିଷ୍କୃତ ନ ହେବା ପର୍ଯ୍ୟନ୍ତ ଅନୁମାନ ଭିତ୍ତିରେ କୌଣସି ମତ ପ୍ରଦାନ କରିବା ସମିଚୀନ ନୁହେଁ ତେଣୁ, ‘ରେବତୀ’ ଓଡ଼ିଆ ସାହିତ୍ୟର ପ୍ରଥମ ସାର୍ଥକ କ୍ଷୁଦ୍ରଗଳ୍ପ

ଫକୀର ମୋହନ ନିଜ ଜୀବନର ଦୀର୍ଘ ତିରିଶି ବର୍ଷ କାଳ ସମଗ୍ର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜୀବନ ଅତିବାହିତ କରି ବିପୁଳ ଲୋକ ଜୀବନ ସମ୍ପର୍କରେ ଆସିବା ଫଳରେ ଲୋକ ଚରିତ୍ରର ଅଧ୍ୟୟନ ଓ ଅନୁଶୀଳନ କରିବାର ସୁଯୋଗ ପାଇଥିଲେ ଫଳରେ ତାଙ୍କ ଗଳ୍ପ ଉପନ୍ୟାସରେ ଲୋକ ଜୀବନ ଓ ଲୋକ ସଂସ୍କୃତିର ଚିତ୍ର ବହୁଳ ଭାବରେ ଦେଖିବା ପାଇଁ ମିଳେ ଏହି ପରିପ୍ରେକ୍ଷୀରେ ତାଙ୍କର ପ୍ରଥମ କ୍ଷୁଦ୍ରଗଳ୍ପ ‘ରେବତୀ’ରେ ଲୋକ ସାହିତ୍ୟିକ ଉପାଦାନ ବିଷୟରେ ଆଲୋଚନା କରାଯାଉଛି

ଲୋକ ସାହିତ୍ୟ, ‘ଲୋକ’ ଓ ‘ସାହିତ୍ୟ’, ଏହି ଦୁଇଟି ପଦର ସମନ୍ବୟରେ ଗଠିତ ‘ଲୋକ’ ଶବ୍ଦ ଅତ୍ୟନ୍ତ ବ୍ୟାପକ୤ ଏହାର ଅର୍ଥ ସାଧାରଣ ଜନତା ଓଡ଼ିଆ ଲୋକ ସାହିତ୍ୟର ଗବେଷକ ଡ.କୁଞ୍ଜ ବିହାରୀ ଦାଶ ତାଙ୍କ ଗବେଷଣା ଗ୍ରନ୍ଥ ‘ଓଡ଼ିଆ ଲୋକଗୀତ ଓ କାହାଣୀ’ରେ ‘ଲୋକ’ ଶବ୍ଦର ଅର୍ଥକୁ ବ୍ୟାଖ୍ୟା କରିବା ପାଇଁ ଉଲ୍ଲେଖ କରିଛନ୍ତି –“ ‘ଲୋକ’ ଶବ୍ଦ ବିଶେଷ ବ୍ୟାପକ ଏହାର ଅର୍ଥ ସର୍ବସାଧାରଣ, ଜନତା କନ୍ଧ, କୋହ୍ଲ, ସାନ୍ତାଳ, ଭୂୟାଁ, ଗଣ୍ଡ, ଗଦବାଙ୍କ ଠାରୁ ଆରମ୍ଭ କରି ପଲ୍ଲୀ ଆଉ ନଗରର ଅଶିକ୍ଷିତ, ଅର୍ଧ ଶିକ୍ଷିତ ପର୍ଯ୍ୟନ୍ତେ ସମସ୍ତେ ଏହାର ଅନ୍ତର୍ଗତ” ହିନ୍ଦୀ ଭାଷାର ପ୍ରଖ୍ୟାତ ସାହିତ୍ୟିକ ଓ ଶିକ୍ଷାବିତ୍,‍ ଡ.ହଜାରୀ ପ୍ରସାଦ ଦ୍ବିବେଦୀ ‘ଲୋକ’ ଶବ୍ଦକୁ ସମୀକ୍ଷା କରି ଲେଖିଛନ୍ତି – “ଲୋକ୍‌ ଶବ୍ଦକା ଅର୍ଥ ଜନପଦ ୟା ଗ୍ରାମ୍ୟ ନହିଁ ହୈ ବଲକି‍ୋକ ନଗରେ ଔର ଗାଓଁ ମେ ଫୈଲି ହୁଇ ୱହ ସମୁହ ଜନତା ହୈ, ଜିନକେ ବ୍ୟବହାରିକ ଜ୍ଞାନକା ଆଧାର ପୋଥିୟାଁ ନହିଁ ହୈ ୟେ ଲୋଗ୍ଁ‍ ନଗର ମେ ପରିଷ୍କୃତ, ରୁଚି ସମ୍ପନ୍ନ ତଥା ସୁସଂସ୍କୃତ ସମଝେ ଜାନେୱାଲେ ଲୋଗୋଁକି ଅପେକ୍ଷା ଅଧିକ ସରଳ ଔର ଅକୁତ୍ରିମ ଜୀବନ୍‌କେ ଅଭ୍ୟସ୍ତ ହୋତେ ହେଁ” ଲୋକ ଶବ୍ଦକୁ Folk ଅର୍ଥରେ ମଧ୍ୟ ଗ୍ରହଣ କରାଯାଇଛି ଜର୍ମାନ ଭାଷାରେ ଏହାକୁ Volk କୁହାଯାଏ ଡ.ବର୍କରଙ୍କ ମତରେ Folk ଅର୍ଥ ସଭ୍ୟତା ଠାରୁ ଦୂରରେ ବାସ କରୁଥିବା ବିଭିନ୍ନ ଗୋଷ୍ଠୀର ଲୋକଙ୍କୁ ବୁଝାଏ

ତେଣୁ ସାଧାରଣ ଲୋକ ଜୀବନର କାହାଣୀ ହିଁ ଲୋକ ସାହିତ୍ୟ ଏଥିରେ ଲୋକ ଜୀବନର ସୁଖ, ଦୁଃଖ, ହାନୀ, ଲାଭ, ହାରିବା, ଜିତିବାର କାହାଣୀ, ଲୋକକଥା, ଲୋକଗୀତ, ଅଜସ୍ର ପ୍ରବାଦ, ପ୍ରବଚନ, ଲାଳିକା, ଛଟା ଓ ଢ଼ଗ ଇତ୍ୟାଦି ରୂପରେ ହିଁ ପ୍ରକାଶ ପାଇଥାଏ ଯେଉଁଥିରେ କି ଲୋକମନର ସରଳ ଓ ମୌଳିକ ବିଶ୍ବାସ ଗ୍ରଥିତ ହୋଇଥାଏ

ଆଧୁନିକ ଲୋକ ସାହିତ୍ୟବିତ୍ଉ‍ ମାନେ ଲୋକ ସାହିତ୍ୟର ତିନିଗୋଟି ଉପାଦାନ କଥା କହିଥାନ୍ତି ଯଥା – ଟେକଷ୍ଟଭକ , ଟେକ୍ସଚାର ଓ କଣ୍ଟେକଷ୍ଟ ବା ବିଷୟ, ଭାଷା ଓ ପଟ୍ଟଭୂମି ଲୋକ କାହାଣୀ କ୍ଷେତ୍ରରେ ଏଗୁଡ଼ିକ ମଧ୍ୟ ପ୍ରଯୁଜ୍ୟ ଲୋକ ସାହିତ୍ୟ ତଥା ଲୋକ କାହାଣୀର ଉପରୋକ୍ତ ଉପାଦାନଗୁଡ଼ିକ ପରିପ୍ରେକ୍ଷୀରେ ଏହି ରେବତୀ ଗଳ୍ପର ଆଲୋଚନା କରିବା

ଟେକଷ୍ଟର   ବା ବିଷୟ

ଲୋକକାହାଣୀର ଏକ ସୁପରିକଳ୍ପିତ ବା ସୁଗଠିତ ବିଷୟ ବା କଥାବସ୍ତୁ ରହିଥାଏ ନିର୍ଦ୍ଦିଷ୍ଟ ଘଟଣା, ଚରିତ୍ର ବା ପରିବେଶର ପରିଚୟାତ୍ମକ ଆରମ୍ଭ, ବିପଦ ବା ଦ୍ବନ୍ଦ୍ବସଙ୍କୁଳ ମଧ୍ୟ ଭାଗ ଓ ଏକ ସୁଖଦ ପରିଣତି ଯୁକ୍ତ ଆଖ୍ୟାନକୁ ଲୋକକାହାଣୀ ପ୍ରକାଶ କରେ

‘ରେବତୀ’ ଗଳ୍ପରେ ଲେଖକ ଏକ ସୁପରି କଳ୍ପିତ ଓ ସୁଗଠିତ କଥାବସ୍ତୁ ଗ୍ରହଣ କରିଅଛନ୍ତି ତତ୍କାଳୀନ ସମାଜରେ ଏକ ପକ୍ଷରେ ନାରୀକୁ ଆଧୁନିକ ଶିକ୍ଷା ଦେଇ ନୂତନ ଆଲୋକରେ ଆଲୋକିତ କରିବା ପାଇଁ ଆନ୍ଦୋଳନ ଓ ଅନ୍ୟ ପକ୍ଷରେ ନାରୀକୁ ଅସୂର୍ଯ୍ୟଂପଶ୍ୟା କରି ରଖିବା, ଏହି ଦୁଇ ଚିନ୍ତା ଧାରାର ଭାବ ସଙ୍ଘର୍ଷକୁ ନେଇ ଫକୀରମୋହନ ‘ରେବତୀ’ ଗଳ୍ପ ସୃଷ୍ଟି କରିଛନ୍ତି ପାଟପୁର ଗ୍ରାମର ଏକ ନିମ୍ନ ମଧ୍ୟବିତ୍ତ ପରିବାରର ମୁଖ୍ୟ ଶ୍ୟାମବନ୍ଧୁ ମହାନ୍ତି ପରିବର୍ତ୍ତିତ ପରିସ୍ଥିତିରେ ନାରୀ ଶିକ୍ଷାକୁ ସ୍ବାଗତ କରି ସେ ତାଙ୍କ ଝିଅ ରେବତୀକୁ ପାଠ ପଢ଼ାଇବା ପାଇଁ ସ୍ଥିର କରିଛନ୍ତି ଏବଂ ଗ୍ରାମର ପ୍ରାଇମେରୀ ସ୍କୁଲର ଶିକ୍ଷକ ବାସୁଦେବଙ୍କ ଉପରେ ରେବତୀର ପାଠପଢ଼ା ଦାୟିତ୍ବ ନ୍ୟସ୍ତ କରିଛନ୍ତି କିନ୍ତୁ ଜେଜୀମା ରେବତୀର ପାଠପଢ଼ାକୁ ପସନ୍ଦ କରି ନାହାଁନ୍ତି ଜେଜୀମା ସେ ସମୟର ଅଗଣିତ ପରମ୍ପରାବାଦୀ ନାରୀଶିକ୍ଷା ବିରୋଧୀ ଜନତାର ପ୍ରତୀକ ସେଥିପାଇଁ ରେବତୀର ପାଠପଢ଼ା ବିଷୟରେ ଜେଜୀମା କହେ – “ପାଠ କ’ଣ ଲୋ? ମାଇକିନିଆ ଝିଅଟା ପାଠ କ’ଣ? ରନ୍ଧାବଢ଼ା ଶିଖ୍ଷ‍, ପିଠାପଣା କରି ଶିଖ୍ସ‍ , ଝୋଟିଦିଆ ଶିଖ୍ ‍, ଦହି ମୁହାଁ ଶିଖ୍ ‍ , ପାଠ କ’ଣ?”

ଜେଜୀମାର ବିରୋଧ ସତ୍ବେ ରେବତୀ ପାଠ ପଢ଼ିଛି ଦୈବୀଦୁର୍ବିପାକରୁ ମହାମାରୀ ହଇଜାରେ ରେବତୀର ବାପା, ମାଆ, ପ୍ରିୟତମ ବାସୁଦେବର ମୃତ୍ୟୁ ଘଟିଛି ଏ ସବୁର କାରଣ ରେବତୀର ପାଠପଢ଼ା ବୋଲି ଜେଜୀମାର ଧାରଣା ଏପରିକି ସେମାନଙ୍କ ଦାରିଦ୍ର୍ଯ ଓ ଜେଜୀମାର ଦୃଷ୍ଟିଶକ୍ତିହୀନତା ମଧ୍ୟ ରେବତୀର ପାଠପଢ଼ା ଯୋଗୁ ହୋଇଛି ବୋଲି ତା’ର ଧାରଣା

ଗଳ୍ପରେ ନିର୍ଦ୍ଦିଷ୍ଟ ଘଟଣା, ଚରିତ୍ର ଓ ପରିବେଶକୁ ନେଇ ଫକୀରମୋହନ ଗଳ୍ପ ରଚନା କରିଛନ୍ତି ଗଳ୍ପର ମଧ୍ୟଭାଗ ମଧ୍ୟ ବିପଦ ବା ଦ୍ବନ୍ଦ୍ବସଙ୍କୁଳ ହୋଇଛି କିନ୍ତୁ ଗଳ୍ପର ପରିଣତି ଲୋକ କାହାଣୀ ପରି ମିଳନାନ୍ତକ ବା ସୁଖଦ ହେବା ପରିବର୍ତ୍ତେ ବିୟୋଗାନ୍ତକ ହୋଇଛି

ଭାଗ୍ୟ ବା ନିୟତି ଦ୍ଵାରା ଲୋକ କାହାଣୀର କଥାବସ୍ତୁ ନିୟନ୍ତ୍ରିତ ହୋଇଥାଏ ଭାଗ୍ୟ ବିପକ୍ଷରେ ଗତିକରି କେହି ସଫଳ ହୋଇପାରେ ନାହିଁ କପାଳର ଲିଖନ ଅପ୍ରତିହତ ବୋଲି ଲୋକ କାହାଣୀ ସ୍ବୀକାର କରେ ସେଥିପାଇଁ ନାରୀଶିକ୍ଷା ପ୍ରସାରକୁ ସମର୍ଥନ କରି ରେବତୀକୁ ପାଠ ପଢ଼ାଉଥିବା ଶ୍ୟାମବନ୍ଧୁ ଭାଗ୍ୟର ବିଡ଼ମ୍ବନା ଯୋଗୁଁ ହଇଜା ରୋଗରେ ମୃତ୍ୟୁବରଣ କରିଛନ୍ତି୤ ଲେଖକଙ୍କ ଭାଷାରେ –“ ବିଧାତାର ବିଧାନ, କାହାର ଦିନ ସମାନ ଭାବରେ ଯିବ ନାହିଁ”

କଣ୍ଟେକ୍‌ଷ୍ଟ ବା ପଟ୍ଟଭୂମି :

ଦେଶ, କାଳ ଓ ପାତ୍ରକୁ ନେଇ ଗଳ୍ପ ରଚନା କରାଯାଇଥାଏ ଗଳ୍ପରେ ଏହାକୁ ପରିବେଶ ବା ପଟ୍ଟଭୂମି କୁହାଯାଏ ଯେଉଁ ପରିବେଶକୁ ନେଇ ଲେଖକ ଗଳ୍ପ ରଚନା କରନ୍ତି ତା’ର ଜୀବନ୍ତ ଓ ବାସ୍ତବ ବର୍ଣ୍ଣନା ଗଳ୍ପକୁ ଚମତ୍କାରିତା ପ୍ରଦାନ କରିଥାଏ ପଲ୍ଲୀ ଜୀବନ ଓ ପଲ୍ଲୀ ଚରିତ୍ରକୁ ନେଲାବେଳେ ପଲ୍ଲୀ ପରିବେଶ, ଆଦିବାସୀ ଚରିତ୍ରକୁ ନେଲାବେଳେ ଆରଣ୍ୟକ ପରିବେଶ ଅଥବା ସହରୀ ଚରିତ୍ର ନେଲାବେଳେ ସହରର ପରିବେଶ ବର୍ଣ୍ଣନା କରିବା ଆବଶ୍ୟକ କଥାକାର ଗଳ୍ପରେ ଯେଉଁ ଅଞ୍ଚଳ ବା ସମାଜର ଚରିତ୍ରକୁ ନେଇଥାନ୍ତି ସେହି ସମାଜ ବା ଅଞ୍ଚଳରେ ପ୍ରଚଳିତ ସାଂସ୍କୃତିକ ପରମ୍ପରା ବା ରୀତି ନୀତି, ଚାଲି ଚଳନ, ଆଚାର ବିଚାରର ଚିତ୍ର ମଧ୍ୟ ସେଥିରେ ସ୍ଥାନ ପାଇଥାଏ ସମ୍ପ୍ରତି ପାଶ୍ଚାତ୍ୟ ଲୋକ ସାହିତ୍ୟବିତମାି  ନେ କାହାଣୀର ପଟ୍ଟଭୂମି ଉପରେ ଅଧିକ ଗୁରୁତ୍ବ ଆରୋପ କରିଅଛନ୍ତି

‘ରେବତୀ’ ଗଳ୍ପରେ ତତ୍କାଳୀନ ଓଡ଼ିଆ ସମାଜରେ ପ୍ରଚଳିତ ରୀତିନୀତି ଓ ପରମ୍ପରାର ଚିତ୍ର ଦେଖିବା ପାଇଁ ମିଳିଥାଏ ଓଡ଼ିଶାର ଗାଁ ଗହଳିରେ ଲୋକମାନେ ଦିନସାରା ପରିଶ୍ରମ କରି ଫେରିବା ପରେ ସଞ୍ଜବେଳେ ଦାଣ୍ଡପିଣ୍ଡାରେ ବସି ଭଜନ ଗାନ କରିବା ବା ଭାଗବତ ପାଠ କରିବା ଦେଖାଯାଏ ପିଲାମାନଙ୍କୁ ପିହୁଳା ରୋଗ ହେଲେ ଗାଆଁ ଗହଳିରେ ମାଆମାନେ ପିଲାଙ୍କ ମୁଣ୍ଡରେ ତତଲା ବୋତଲ ଚିହ୍ନ ଦେଇ ଚିକିତ୍ସା କରନ୍ତି ପୁନେଇଁ ପର୍ବ ବା ଗୁରୁବାର ମାଣବସାରେ ଘରେ ବିଭିନ୍ନ ପ୍ରକାର ପିଠାପଣା କରାଯାଏ ସମାଜରେ ସେତେବେଳେ ଜାତି ପ୍ରଥା ବିଶେଷ ଭାବରେ ପ୍ରଚଳିତ ଥିଲା କରଣ ସମ୍ପ୍ରଦାୟରେ ବିବାହ ସମୟରେ ଜାତି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଥିଲା ଗ୍ରାମରେ ବିଭିନ୍ନ ସମ୍ପ୍ରଦାୟ ଭିତରେ ସଦଭା୍ରଦବ ଓ ସହଯୋଗ ରହିଥିଲା କୌଣସି ଲୋକ ମୃତ୍ୟୁ ବରଣ କଲେ ଶବଦାହ ପାଇଁ ଧୋବା କାଠ ହାଣି ଦେଉଥିଲା ଦୋଳ ପୂର୍ଣ୍ଣମା ଠାରୁ ଚାକର ବା କୋଠିଆ ନିଯୁକ୍ତି କରିବାର ପରମ୍ପରା ପ୍ରଚଳିତ ଥିଲା ଶ୍ରବଣା ନକ୍ଷତ୍ରରେ(ଶରଣରେ) ଘର ଛପରବନ୍ଦି କରିବା ନିଷିଦ୍ଧ ଥିଲା ଝିଅ ପିଲାମାନଙ୍କର ପାଠପଢ଼ା ଅପେକ୍ଷା ରନ୍ଧାବଢ଼ା ଶିଖିବା, ପିଠାପଣା କରି ଶିଖିବା, ଝୋଟି ବା ଚିତା ଦେବା ଓ ଦହିମୁହାଁ ଶିଖିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଉଥିଲା ଜମିଦାରମାନେ ପ୍ରଜାମାନଙ୍କୁ ଶୋଷଣ କରିବା ସଙ୍ଗେ ସଙ୍ଗେ ନାନା ଭାବରେ ନିର୍ଯାତିତ କରୁଥିଲେ ଧାର୍ମିକ ଓ ସେଚ୍ଚୋଟ କର୍ମଚାରୀ ଶ୍ୟାମବନ୍ଧୁ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ଆକସ୍ମିକ ମୃତ୍ୟୁପରେ ଜମିଦାର ତାଙ୍କ ଜମିକୁ ନିଲାମ କରିନେବା ଏବଂ ତହବିଲ ଟଙ୍କା ଭରଣା ବାବଦକୁ ଦୁଧିଆଳୀ ଗାଈ ବାନ୍ଧି ନେଇଯିବାର ଚିତ୍ର ଲେଖକ ରେବତୀ ଗଳ୍ପରେ ପ୍ରଦାନ କରି ଅଛନ୍ତି

ଟେକ୍ସଚାର୍‌ ବା ଭାଷା ଓ ଶୈଳୀ :

ଫକୀରମୋହନଙ୍କ ଆଖ୍ୟାନ ରୀତିରେ ଲୋକ କାହାଣୀର ଶୈଳୀ ଦେଖିବା ପାଇଁ ମିଳେ ଲୋକ କାହାଣୀର ଚାରିତ୍ରିକ ବୈଶିଷ୍ଟ୍ୟ ହେଲା ଏହାର ପ୍ରାରମ୍ଭରେ ଆକସ୍ମିକତା ନ ଥାଏ କିଞ୍ଚିତ୍‌ ଉପକ୍ରମଣିକା ପରେ ଘଟଣାର ଉପସ୍ଥାପନା କରାଯାଇଥାଏ

ରେବତୀ ଗଳ୍ପରେ ମଧ୍ୟ ଫକୀରମୋହନ ଏହି ଶୈଳୀର ଅନୁସରଣ କରିଛନ୍ତି ଗଳ୍ପର ଆରମ୍ଭରେ ଲେଖକ ପାଟପୁର ଗାଆଁ, ତା ମଧ୍ୟରେ ଶ୍ୟାମବନ୍ଧୁ ମହାନ୍ତିଙ୍କ ଘର, ତାପରେ ତାଙ୍କ ଝିଅ ରେବତୀକୁ ପରିଚିତ କରାଇ ଦେଇ ଘଟଣାର ପରିବେଷଣ କରିଛନ୍ତି

ଲୋକ କାହାଣୀର ପରିସମାପ୍ତିରେ କାବ୍ୟିକ ଧର୍ମ ପ୍ରତିଷ୍ଠିତ ହୋଇଥାଏ – ଦୋଷୀ ଦଣ୍ଡପାଏ, ସାଧୁ ପୁରଷ୍କୃତ ହୁଏ କିନ୍ତୁ କେବଳ ଅସାଧୁତା ଓ ଅଧର୍ମର ଯେ କେବଳ ଶାସ୍ତି ରହିଛି ତା ନୁହେଁ ସାଧୁତା ଓ ଧର୍ମ ପ୍ରତି ମଧ୍ୟ ଶାସ୍ତି ଅଛି ଏହି ଶାସ୍ତି ଅଦୃଷ୍ଟ ଜନିତ ରେବତୀ ଗଳ୍ପରେ ରେବତୀର ବାପା, ମାଆ, ସେ ନିଜେ, ବାସୁଦେବ ଓ ଜେଜୀମା ପ୍ରତି ଏହି ଅଦୃଷ୍ଟ ଜନିତ ଶାସ୍ତି ପ୍ରଦାନ କରାଯାଇଛି

ଲୋକ କାହାଣୀର ଆଖ୍ୟାନରେ ଶ୍ରୋତା ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ନିଜର ପ୍ରତିକ୍ରିୟା ପ୍ରକାଶକରିଥାଏ ଛପାପୁସ୍ତକ କ୍ଷେତ୍ରରେ ସେଥିପାଇଁ ସୁଯୋଗ ନ ଥାଏ କିନ୍ତୁ ଫକୀରମୋହନ ତାଙ୍କ ଗଳ୍ପ ଓ ଉପନ୍ୟାସରେ ବାରମ୍ବାର ପାଠକକୁ ସମ୍ବୋଧନ କରି ଅଛନ୍ତି ଜଣେ ଶ୍ରୋତା ସବୁବେଳେ ତାଙ୍କ ଆଗରେ ଥିବାର ସେ କଳ୍ପନା କରିଛନ୍ତି ପାଠକର ପ୍ରତିକ୍ରିୟା କଳ୍ପନା କରି ରେବତୀ ଗଳ୍ପରେ ଫକୀର ମୋହନ ଅନେକତ୍ର ଆତ୍ମପ୍ରକାଶ କରିଛନ୍ତି

ଉଦାହରଣତଃ :

୧. “ପୂର୍ବେ ବୋଧକରୁଁ, କିଛି କଥା ହୋଇଥିଲା, ଆଜି ସେହି କଥାର ଉପସଂହାର”

୨. “ଏହି କଥାର ମର୍ମ ସେ କ’ଣ ବୁଝିଲା ସେ ଜାଣେ, ମାତ୍ର ସେହିଦିନ ଠାରୁ ତା’ର ଭାବଭଙ୍ଗୀ ଅନ୍ୟରକମ ଦେଖୁଅଛୁଁ”

୩. “ସେ ସମୟର କଥା ଗୁଡ଼ିକ ଲେଖିବାକୁ ଆଉ ହାତ ଚଳୁ ନାହିଁ”

୪. “ଆମ୍ଭେ ଜାଣୁ ଜମିଦାର ଘର ଟଙ୍କାକୁ ଶ୍ୟାମବନ୍ଧୁ ଶିବଙ୍କ ନିର୍ମାଲ୍ୟ ପରି ମନେକରେ”

୫. “ଏ ପର୍ଯ୍ୟନ୍ତ ବୁଢ଼ୀର ଦାନ୍ତରେ ଦାନ୍ତକାଠି ବାଜି ନାହିଁ, ଦେହ ମନ କଥା କ’ଣ କହିବୁଁ”

ଲୋକ ସମାଜରେ ପାରମ୍ପରିକ ବିଶ୍ବାସର ପ୍ରଭାବ ଅତ୍ୟଧିକ ଲୋକ ଜୀବନ ବସ୍ତୁତଃ ସରଳ ଓ ନିଷ୍ପାପ ତାହା ବେଳେବେଳେ ଅନ୍ଧବିଶ୍ବାସ ଭିତରେ ଉଦ୍ଭ୍ରାନ୍ତ ହୋଇଥାଏ ରୋଗ, ଶୋକ, ଦୈବୀଦୁର୍ବିପାକକୁ ଲୋକ ଅପଦେବତାର ଅଭିସମ୍ପାତ ବା ଅଦୃଷ୍ଟର ବିଧାନ ବୋଲି ମନେକରେ ଝିଅପିଲା ପାଠ ପଢ଼ିବା ସମସ୍ତ ଅମଙ୍ଗଳର କାରଣ ବୋଲି ତତ୍କାଳୀନ ସମାଜରେ ପୁରାତନ ଅନ୍ଧବିଶ୍ବାସ ଏତେ ପ୍ରଭାବଶାଳୀ ଥିଲା, ଯାହା ଫଳରେ ସଂସ୍କାରବାଦୀ ଫକୀରମୋହନ ଗଳ୍ପର ପରିସମାପ୍ତି ବିୟୋଗାନ୍ତକ କରିଛନ୍ତି ଏତଦବ୍ୟରଭ ତୀତ ଶରଣରେ(ଶ୍ରବଣା ନକ୍ଷତ୍ର ସମୟରେ) ଘର ଛପର ନ କରିବା ଏବଂ ରୀପଞ୍ଚମୀରେ ବିଦ୍ୟାରମ୍ଭ କଲେ ଭଲ ପାଠ ହୁଏ ବୋଲି ଥିବା ଲୋକବିଶ୍ବାସ ବିଷୟରେ ଲେଖକ ଗଳ୍ପରେ ଉଲ୍ଳେଖ କରିଛନ୍ତି ପିଲାଙ୍କୁ ପିହୁଳା ରୋଗ ହେଲେ ମୁଣ୍ଡରେ ଚତଲା ବୋତଲ ଚିହ୍ନ ଦେବା ଲୋକ ଚିକିତ୍ସା ବିଷୟ ମଧ୍ୟ ଗଳ୍ପରେ ଉଲ୍ଳେଖ ଅଛି

ଏକ ବିଶେଷ ବାକ୍ୟାଂଶ, ପଦ୍ୟାଂଶ ବା ଗୁରୁତ୍ବପୂର୍ଣ୍ଣ ଘଟଣାର ପୁନଃକଥନ ଲୋକ କାହାଣୀର ଅନ୍ୟତମ ଶୈଳୀଗତ ବୈଶିଷ୍ଟ୍ୟ ଗୋଟିଏ ବି ଅନାବଶ୍ୟକ ଶବ୍ଦ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଏକ ଦୋଷ ରୂପେ ପରିଗଣିତ ହେଉଥିବା ବେଳେ ଗୁରୁତ୍ବପୂର୍ଣ୍ଣ ଘଟଣା ବା ବକ୍ତବ୍ୟ ପ୍ରକାଶିତ ହେଉଥିବା ବାକ୍ୟାଂଶର ପୁନରାବୃତ୍ତି ଲୋକ କାହାଣୀର ଅନ୍ୟତମ ପରିଚୟ ଏହା ଶ୍ରୋତାର ମନରେ ଲାଖି ରହେ ଏବଂ କାହାଣୀ ଉପଭୋଗରେ ସହାୟକ ହୋଇଥାଏ ‘ରେବତୀ’ ଗଳ୍ପରେ ଜେଜୀମାଙ୍କ “ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି” ବାକ୍ୟଟି ଏହା ଅନାୟସରେ ଫକୀରମୋହନଙ୍କ ସୃଷ୍ଟି ସମ୍ଭାର ବୋଲି ପରିଚିତ କରାଇଦିଏ

ଲୋକ ସମାଜରେ ପ୍ରଚଳିତ ଢ଼ଗ ଢ଼ମାଳୀ, ଛଟା ଓ ପ୍ରବଚନର ବ୍ୟବହାର ଫକୀରମୋହନଙ୍କ ଶୈଳୀର ବୈଶିଷ୍ଟ୍ୟଵ ରେବତୀ ଗଳ୍ପରେ ଏହାର ଉଦାହରଣ ଦେଖିବା ପାଇଁ ମିଳିଥାଏ ଯଥା – ‘ଧନ ଦଉଲତ ନାହିଁ ବିଚାର, ଜାତି କଥା ଆଗେ ପଚାର’, ‘କାହାର ପାଲିଙ୍କି ଉପରେ ପାଟଛତା, କାହାର ବେଢ଼ି ଉପରେ କୋରଡ଼ା’ ବା ‘ଯାହା ଆପଣା କିଆ, ତହିଁକି ଇଲାଜ କିଆଁ ?’ ଇତ୍ୟାଦି

ଫକୀରମୋହନ ଓଡ଼ିଆ ସାହିତ୍ୟରେ ଏକ ଅଭିନବ ଗଳ୍ପ ରୀତିର ସ୍ରଷ୍ଟା ତାଙ୍କ ଗଳ୍ପ ଉପନ୍ୟାସରେ ସାଧାରଣ ଲୋକ କଥିତ ଭାଷାର ବ୍ୟବହାର କରାଯାଇଥିବା ଦେଖିବା ପାଇଁ ମିଳେ ତାଙ୍କ ପୂର୍ବରୁ କୌଣସି ଲେଖକଙ୍କ ଲେଖାରେ ସାଧାରଣ ଜନତାଙ୍କ କଥିତ ଭାଷା ବା ଶବ୍ଦାବଳୀର ବହୁଳ ବ୍ୟବହାରର ଦୃଷ୍ଟାନ୍ତ ମିଳେ ନାହିଁ ‘ରେବତୀ’ ଗଳ୍ପରେ ଲେଖକ ସାଧାରଣ ଲୋକ କଥିତ ଅନେକ ଶବ୍ଦ ଓ ବାକ୍ୟାଂଶର ବ୍ୟବହାର କରିଛନ୍ତି ଯଥା – ମୁଣ୍ଡାମୁଣ୍ଡି (ଗ୍ରାମ ମୁଣ୍ଡାମୁଣ୍ଡି ଗୋଟିଏ ଘର), ଆଗିଲି ପିଛିଲି ( ଆଗିଲି ପିଛିଲି ଚାରି ବଖରା), ଲଗା ପଡ଼ିଆ (ଘରେ ଲଗା ପଡ଼ିଆ ବରଷ ବିଆଣୀ ଗାଈ), କୁହା ପୋଛା, ଘଡ଼ିଏ ଅଧେ, ଦୁଇ ଚିଲାରେ, ଡୁଗୁରିଟା, ଖପା ହେବା, ବୋଲାବୋଲି, ବାଡ଼ି ଧରିବା, ପୋଖରୀ ପାଣି, ଡାକ ପଡ଼ିବା, ସଟାବଟା, ବିକାବଟା, ଲଟ୍ ଛିଡ଼ିବା ଓ ଭୁଆସୁଣୀ ଇତ୍ୟାଦି ଶବ୍ଦ ଏବଂ ଦେହପା କୁ ଚାହିଁବା, ଗ୍ରାମରେ ହାଟ ହେବା, ଗୋଟାଏ ଚାଉଳରେ ଗଢ଼ା, ତୁଣ୍ଡରେ ବାଟୁଳି ବାଜିବା ଓ ମାଛିକି ମର କହିବା ଆଦି ବାକ୍ୟାଂଶ (ରୁଢ଼ି ବାକ୍ୟ)ର ବ୍ୟବହାର କରି ଅଛନ୍ତି

ସଂସ୍କାରବାଦୀ ଫକୀରମୋହନ ସେନାପତି ତତ୍କାଳୀନ ସମାଜରେ ପ୍ରଚଳିତ ନାନା କୁସଂସ୍କାର ଓ ଅନ୍ଧବିଶ୍ବାସ ପ୍ରତି ଇଙ୍ଗିତ ପ୍ରଦାନ କରି ତାଙ୍କ ଗଳ୍ପ ଉପନ୍ୟାସ ରଚନା କରିଥିଲେ ମଧ୍ୟ ସେଥିରେ ଲୋକ କାହାଣୀ ବା ଲୋକ ସାହିତ୍ୟିକ ଉପାଦାନ ଅନେକତ୍ର ଦୃଷ୍ଟିଗୋଚର ହୁଏ ତାଙ୍କର ପ୍ରଥମ ଗଳ୍ପ ‘ରେବତୀ’ରେ ମଧ୍ୟ ଏହା ସୁସ୍ପଷ୍ଟ

 

ସହାୟକ ଗ୍ରନ୍ଥସୂଚୀ :

୧. ସେନାପତି ଫକୀର ମୋହନ – ଗଳ୍ପ ସ୍ବଳ୍ପ – ୧ମ (୧୯୭୦)

୨. ସାମଲ ଡ. ବୈଷ୍ଣବ ଚରଣ – ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିହାସ – ୧ମ ଭାଗ,

ପ୍ରଥମ ପ୍ରକାଶ (୧୯୭୦)

୩. ସେନାପତି ଫକୀରମୋହନ – ଆତ୍ମ ଜୀବନ ଚରିତ – ଫକୀରମୋହନ ଗ୍ରନ୍ଥାବଳୀ – ୧ମ ଭାଗ – ୨ୟ ସଂସ୍କରଣ (୧୯୬୩), ପୃ – ୧୯୫

୪. ମହାନ୍ତି ସୁରେନ୍ଦ୍ର – ଫକୀରମୋହନ ସମୀକ୍ଷା (୧୯୭୨), ପୃ -୧୬୧

୫. ଦାଶ ଡ. କୁଞ୍ଜ ବିହାରୀ – ଓଡ଼ିଆ ଲୋକଗୀତ ଓ କାହାଣୀ, ପୃ – ୫

୬. ଦ୍ବିବେଦୀ ଡ. ହଜାରୀ ପ୍ରସାଦ – ଜନପଦ (ହିନ୍ଦୀ ପତ୍ରିକା) – ୧ମ ବର୍ଷ – ୧ମ ସଂଖ୍ୟା

୭. ମହାପାତ୍ର ଡ. ଶ୍ୟାମ ସୁନ୍ଦର – ଓଡ଼ିଆ ଲୋକ କାହାଣୀର ଐଶ୍ବର୍ଯ୍ୟ ଓ ଆବେଦନ – ଝଙ୍କାର – ଜୁଲାଇ ୧୯୯୧

୮. ମହାପାତ୍ର ଡ. ଶ୍ୟାମ ସୁନ୍ଦର – ଫକୀରମୋହନଙ୍କ ସାହିତ୍ୟରେ ଲୋକ ସାହିତ୍ୟର ଭୂମିକା – ଝଙ୍କାର – ଅପ୍ରେଲ ୧୯୯୧

୯. ସାହୁ ଡ. ଆଦିକନ୍ଦ – ଓଡିଆ ଲୋକ ସାହିତ୍ୟରେ ଲୋକ ଜୀବନ : ଏକ ନୃତାତ୍ବିକ ଅଧ୍ୟୟନ – କୋଣାର୍କ – ୬୩ ତମ ସଂଖ୍ୟା – ୧୯୮୭

ଆଧାର: ଓଡ଼ିଆ ସାହିତ୍ୟ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top