ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଫ୍ରାନ୍ସିସ୍ କ୍ରିକ୍ ଓ ‘ଡି.ଏନ୍.ଏ’ ଦ୍ଵେତ କୁଣ୍ଡଳୀ
ସେଆର କରନ୍ତୁ

ଫ୍ରାନ୍ସିସ୍ କ୍ରିକ୍ ଓ ‘ଡି.ଏନ୍.ଏ’ ଦ୍ଵେତ କୁଣ୍ଡଳୀ

ଇଂରାଜୀ ବୈଜ୍ଞାନିକ ଫ୍ରାନ୍ସିସ୍ କ୍ରିକ୍ ତାଙ୍କ ସହଯୋଗୀ ଜେମ୍ସ ୱାଟସନଙ୍କ ସହ ମିଶି ‘ଡିଏନ୍ଏ’ର ଦ୍ଵେତ କୁଣ୍ଡଳୀ ଗଠନ ବିନ୍ୟାସ ଆବିଷ୍କାର କରି ଜୀବ ବିଜ୍ଞାନରେ ନୂତନ ଯୁଗର ପ୍ରବର୍ତ୍ତନ କରିଥିଲେ ।

ଫ୍ରାନ୍ସିସ୍ କ୍ରିକ୍ ଙ୍କ ଗବେଷଣା

ଇଂରାଜୀ ବୈଜ୍ଞାନିକ ଫ୍ରାନ୍ସିସ୍ କ୍ରିକ୍ ତାଙ୍କ ସହଯୋଗୀ ଜେମ୍ସ ୱାଟସନଙ୍କ ସହ ମିଶି ‘ଡିଏନ୍ଏ’ର ଦ୍ଵେତ କୁଣ୍ଡଳୀ ଗଠନ ବିନ୍ୟାସ ଆବିଷ୍କାର କରି ଜୀବ ବିଜ୍ଞାନରେ ନୂତନ ଯୁଗର ପ୍ରବର୍ତ୍ତନ କରିଥିଲେ । କ୍ରିକ୍ ଏକଶହ ବର୍ଷ ପୂର୍ବେ ୧୯୧୭ ମସିହା ଜୁନ୍ ମାସ ୮ ତାରିଖରେ ଇଂଲଣ୍ଡର ନର୍ଥଆମ୍ପଟନ୍ ଠାରେ ଜନ୍ମଗ୍ରହଣ କରିଥିଲେ । ଚଳିତ ବର୍ଷ ବିଜ୍ଞାନ ଜଗତରେ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି ।

କ୍ରିକ୍ ପଦାର୍ଥ ବିଜ୍ଞାନର ଛାତ୍ର ଥିଲେ  । ଏଣୁ ସେ ରାସାୟନିକ ବିଜ୍ଞାନ ସମ୍ବନ୍ଧରେ ମଧ୍ୟ କିଛି ଜାଣିଥିଲେ । ଜୀବ ବିଜ୍ଞାନ ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା । ମାତ୍ର ଏଥିରେ ଗବେଷଣା କରି ସେ ଉଲ୍ଲେଖନୀୟ ସଫଳତା ପାଇଲେ ଏବଂ ଶତାବ୍ଦୀର ଶ୍ରେଷ୍ଠ ଆବିଷ୍କାର ହାସଲ କରି ପାରିଥିଲେ ।

କ୍ରିକ୍ ୨୧ ବର୍ଷ ବୟସରେ ଲଣ୍ଡନ ବିଶ୍ଵବିଦ୍ୟାଳୟ କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କଲେ । ସେ ଏହାପରେ ସେଠାରେ ପିଏଚ୍.ଡି. ପାଇଁ ଗବେଷଣା କଲେ । ଏହା ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟ ଥିଲା । ଜର୍ମାନୀର ବୋମା ମାଡରେ ତାଙ୍କ ପରୀକ୍ଷାଗାର ଧ୍ଵଂସ ପାଇଲା ଏବଂ ଫଳରେ ତାଙ୍କର ଗବେଷଣା ବନ୍ଦ ହୋଇଗଲା । ଏହାପରେ ସେ ସାମରିକ ସେବାରେ ଯୋଗଦେଇ ବ୍ରିଟିଶ୍ ନୌବାହିନୀରେ କାମ କଲେ । ସେ ଯୁଦ୍ଧ ସମୟରେ ‘ପାଣି ତଳ ବୋମା’ ଉପରେ କାମ କରୁଥିଲେ ।

ଦ୍ଵେତ କୁଣ୍ଡଳୀ ଗଠନ ବିନ୍ୟାସ ଆବିଷ୍କାର

ଯୁଦ୍ଧ ପରେ କ୍ରିକ୍ ନିଜର ଗବେଷଣା ଦିଗ ବଦଳାଇ ଦେଲେ । ଏହି ସମୟରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରାଣୀବିଜ୍ଞାନୀ ଜେମ୍ସ ୱାଟସନଙ୍କ ସହ ତାଙ୍କର ସାକ୍ଷାତ ହେଲା । ଉଭୟେ ମିଶି ଆଣବିକ ଜୀବ ବିଜ୍ଞାନ ଉପରେ କାମ କରିବା ପାଇଁ ସ୍ଥିର କଲେ । କ୍ରିକ୍ ଗୋଟିଏ ଦୁଃସାହସ ଅଧ୍ୟୟନ ଓ ଗବେଷଣା କଲେ । ଏହା ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ବିଷୟ ଥିଲା । ସଫଳତା ମିଳିବ ନା ନାହିଁ ସେଥିପ୍ରତି ତାଙ୍କର ସନ୍ଦେହ ଥିଲା । ତଥାପି  ସେ ଏହି ବିପଦ ନେବାକୁ ପ୍ରସ୍ତୁତ ଥିଲେ ।

ତିନି ବର୍ଷ ପର୍ଯ୍ୟନ୍ତ ଅଦମ୍ୟ ଚେଷ୍ଟା ଓ ପରିଶ୍ରମ କରି କ୍ରିକ୍ ଓ ୱାଟସନ୍ ୧୯୫୩ ମସିହାରେ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟର କ୍ୟାଭେଣ୍ଡିଜ୍ ପରୀକ୍ଷାଗାରରେ ଜୀବନର ସବୁଠାରୁ ମୁଖ୍ୟ ‘ଡିଏନ୍ଏ’ ଅଣୁର ଦ୍ଵେତ କୁଣ୍ଡଳୀ ଗଠନ ବିନ୍ୟାସ  ଆବିଷ୍କାର କଲେ । ଆଜି ଏହି ଚିତ୍ର ଜୀବ ବିଜ୍ଞାନର ସଙ୍କେତରେ ପରିଣତ ହୋଇଛି ।

ତିନିବର୍ଷ ପର୍ଯ୍ୟନ୍ତ ଅଦମ୍ୟ ଚେଷ୍ଟା ଓ ପରିଶ୍ରମ କରି ଫ୍ରାନ୍ସିସ୍ କ୍ରିକ୍ ଓ ୱାଟସନ୍ ୧୯୫୩ ମସିହାରେ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟର କ୍ୟାଭେଣ୍ଡିଜ୍ ପରୀକ୍ଷାଗାରରେ ଜୀବନର ସବୁଠାରୁ ମୁଖ୍ୟ ‘ଡିଏନ୍ଏ’ ଅଣୁର ଦ୍ଵେତ କୁଣ୍ଡଳୀ ଗଠନ ବିନ୍ୟାସ ଆବିଷ୍କାର କଲେ ।

ଏହା ଏକ ମୌଳିକ ଗଠନ । ପ୍ରତ୍ୟେକ ଜୀବର ‘ଡିଏନ୍ଏ’ ଗଠନ ବିନ୍ୟାସ ଏହା ପ୍ରକାରର । ‘ଡିଏନ୍ଏ’ ହେଉଛି ଶରୀରର ଏକ ବିଶେଷ ଅଣୁ । ଏହା ଦ୍ଵାରା ପିତାମାତାଙ୍କଠାରୁ ସନ୍ତାନମାନଙ୍କ ପାଖକୁ ଅନୁବଂଶିକ ଗୁଣ ଯାଇଥାଏ ।

‘ଡିଏନ୍ଏ’ର ଦ୍ଵେତ କୁଣ୍ଡଳୀ ଗଠନ ବିନ୍ୟାସ ଆବିଷ୍କାର ହେଉଛି ବିଜ୍ଞାନ ଜଗତର ଏକକ ବୃହତ୍ତମ ଘଟଣା । କ୍ରିକ୍ କହିଥିଲେ ଯେ ଭାଗ୍ୟ ତାଙ୍କ ସପକ୍ଷରେ ଥିଲା । ନଚେତ ସେ ତାଙ୍କର ମୂଳ ପଦାର୍ଥ ବିଜ୍ଞାନ ଛାଡି ଜୀବ ବିଜ୍ଞାନରେ ଗବେଷଣା କରି ନ ଥା’ନ୍ତେ । ଏହି ଆବିଷ୍କାର ପାଇଁ ୱାଟସନ୍ ଏବଂ ମଉରିସ୍ ଉଇଲ୍କିନ୍ସଙ୍କ ସହ ତାଙ୍କୁ ୧୯୬୨ ମସିହାରେ ଭେଷଜ ବିଜ୍ଞାନରେ ନୋବେଲ ପୁରଷ୍କାର ପ୍ରଦାନ କରାଯାଇଥିଲା । ମଉରିସ୍ ଇଂଲଣ୍ଡର କିଙ୍ଗସ କଲେଜରେ ‘ଡିଏନ୍ଏ’ ଗଠନ ଉପରେ ଗବେଷଣା କରି ନୂତନ ତଥ୍ୟ ଆବିଷ୍କାର କରିଥିଲେ । କ୍ରିକ୍ ଙ୍କୁ ତାଙ୍କର ଏହି ଗବେଷଣା ଓ ଆବିଷ୍କାରରେ କିଙ୍ଗସ କଲେଜର ଗବେଷିକା ରୋଜାଲିଣ୍ଡ ଫ୍ରାଙ୍କଲିନ୍ ଙ୍କ ‘ଡିଏନ୍ଏ’ର ଏକ୍ସ-ରଶ୍ମି ବିବର୍ତ୍ତନ ଚିତ୍ର ସାହାଯ୍ୟ କରିଥିଲା । ଅନ୍ୟଥା ସେମାନେ ଏହି ଆବିଷ୍କାର କରିପାରି ନଥାଆନ୍ତେ । କିନ୍ତୁ ନୋବେଲ ପୁରଷ୍କାର ପୂର୍ବରୁ ଫ୍ରାଙ୍କଲିନ୍ ମୃତ୍ୟୁବରଣ କରିଥିବାରୁ ନୋବେଲ ଚୟନ ପୁରଷ୍କାର ପାଇଁ ତାଙ୍କ ନାମକୁ ବିଚାର କରାଯାଇ ନ ଥିଲା । ବିଜ୍ଞାନରେ ଅବଦାନ ପାଇଁ କ୍ରିକ୍ ଲଣ୍ଡନର ରୟାଲ୍ ସୋସାଇଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୦୦୪ ମସିହା ଜୁଲାଇ ୮ ତାରିଖରେ ମୃତ୍ୟୁବରଣ କଲେ । ତାଙ୍କ ସମ୍ମାନରେ  ଲଣ୍ଡନରେ ‘ଫ୍ରାଙ୍କ୍ କ୍ରିକ୍ ଅନୁଷ୍ଠାନ’ ପ୍ରତିଷ୍ଠା କରାଯାଇ ଜୈବ-ଭେଷଜ ଗବେଷଣା କରାଯାଉଛି ।

ଆଧାର – ଦୈନିକ ଧରିତ୍ରୀ

4.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top