অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଇନଷ୍ଟାଇନ(୧୮୯୭-୧୯୫୫)

ପରିଚୟ

ଆଲବର୍ଟ ଆଇନଷ୍ଟାଇନ ୧୮୯୭ ଖ୍ରୀଷ୍ଟାଦ୍ଦ ମାର୍ଚ୍ଚ ୧୪ ତାରିଖ ଦିନ ଜର୍ମାନର ଉଲମ ସହରରେ ଗୋଟିଏ ଇହୁଦୀ ପରିବାରରେ ଜନ୍ମ ହୋଇଥିଲେ  । ତାଙ୍କର ପିତାମାତା ମ୍ୟୁନିକ ସହରକୁ ଉଠି ଆସିଲେ ଓ ଆଇନଷ୍ଟାଇନଙ୍କ ପ୍ରାଥମିକ ଶିକ୍ଷା ଏଇଠି ଆରମ୍ଭ ହେଲା  । ପ୍ରାଥମିକ ଶିକ୍ଷା ସାରି ଶେ ହାଇସ୍କୁଲକୁ ଗଲେ  । ଜର୍ମାନର ଗତାନୁଗତିକ ଶିକ୍ଷା ପଦ୍ଧତି ତାଙ୍କୁ ଭଲ ଲାଗୁ ନଥିଲା  । ଆଇନଷ୍ଟାଇନକୁ ପନ୍ଦର ବର୍ଷ ହୋଇଥିବା ବେଳେ ତାଙ୍କର ଜଣେ ଶିକ୍ଷକ ତାଙ୍କୁ ଡାକି କହିଲେ  “ ଆଇନଷ୍ଟାଇନ ତୁମେ ଏ ସ୍କୁଲ ଛାଡି ଚାଲିଗଲେ ଭଲ ହୁଅନ୍ତା “ ତାଙ୍କର ଦୋଷ କଣ ବୋଲି ଆଇନଷ୍ଟାଇନ ପଚାରିଲେ  । ଦୋଷ କିଛି ନଥିଲା   ।  ଶିକ୍ଷକ କହିଲେ “ ତୁମ ଉପସ୍ଥିତିରେ ମୁଁ ପିଲାମାନଙ୍କ ସମ୍ମାନ ହରାଉଛି  “। ଆଇନଷ୍ଟାଇନ ଶିକ୍ଷକମାନଙ୍କୁ ଅଡୁଆ ପ୍ରଶ୍ନସବୁ ପଚାରୁଥିଲେ ଶିକ୍ଷକମାନଙ୍କୁ ଯେପରି ଆଇନଷ୍ଟାଇନ ଭଲ ଲାଗୁ ନଥିଲେ  , ଆଇନଷ୍ଟାଇନନୁ ମଧ୍ୟ ସ୍କୁଲ ଓ ତାର ପରିବେଶ ଭଲ ଲାଗୁନଥିଲା  । ତାଙ୍କର ଘରୋଇ ଡାକ୍ତରଙ୍କ ଠାରୁ ସେ ଅସୁସ୍ଥ ଓ ଯିବା ଯିବାକୁ ଅକ୍ଷମବୋଲି ଗୋଟିଏ ସାର୍ଟିଫିକେତାନି ଆଇନଷ୍ଟାଇନ ସ୍କୁଲ ଯିବା ବନ୍ଦ କଲେ  । ସୁଇଜରଲ୍ୟାଣ୍ଡର ଜୁରିଚ ଠାରୁ ବିଖ୍ୟାତ ଫେଡେରାଲ ଇନଷ୍ଟିଚ୍ୟୁଟ ଅଫ  ଟେକନୋଲୋଜିରେ ତାଙ୍କର ପରବର୍ତ୍ତୀ ଶିକ୍ଷା ଆରମ୍ଭ୍ଜ ହେଲା   ।  ଏ ଅନୁଷ୍ଠାନ ସ୍ଵାଧୀନ ବାତାବରଣ ଆଇନଷ୍ଟାଇନଙ୍କୁ ଭଲ ଲାଗିଲା ଓ ଚାରିବର୍ଷ ପରେ ୧୯୦୦ ଖ୍ରୀଷ୍ଟାଦ୍ଦରେ ସେ ଏଇ ଅନୁଷ୍ଠାନରୁ ଡିଗ୍ରୀ ପାଇଲେ  ।

ଆଇନଷ୍ଟାଇନଙ୍କୁ ବିଜ୍ଞାନ ଗବେଷଣା କରିବାକୁ ସୁଯୋଗ

ଆଇନଷ୍ଟାଇନଙ୍କ ଆର୍ଥିକ ଅବସ୍ଥା ଖରାପ ଥିଲା  । ଯେଉଁ ଅନୁଷ୍ଠାନରୁ ପାସ କଲେ ସେଠାକାର ଅଧ୍ୟାପକମାନଙ୍କ ସହିତ ତାଙ୍କର ସୁସମ୍ପର୍କନ ଥାଏ   । ତେବେ ଜଣେ ଅଧ୍ୟାପକ ତାଙ୍କୁ ଭଲ ପାଉଥିଲେ ଓ ତାଙ୍କ ଚେଷ୍ଟା ଫଳରେ ସେ ଗୋଟିଏ ଅଫିସରେ କିରାଣୀ ଚାକିରି ଖଣ୍ଡେ ପାଇଲେ  । ଏ ଅଫିସରେ କାମ କମ   । ଆଇନଷ୍ଟାଇନଙ୍କ ବିଜ୍ଞାନ ଗବେଷଣା ପାଇଁ ସୁଯୋଗ ମିଳିଲା   ।  ୧୯୦୫ ଖ୍ରୀଷ୍ଟାବ୍ଦରେ ଆଇନଷ୍ଟାଇନଙ୍କୁ ବିଜ୍ଞାନ ଗବେଷଣା କରିବାକୁ ସୁଯୋଗ ମିଳିଲା   ।

୧୯୦୫ ଖ୍ରୀଷ୍ଟାବ୍ଦରେ ଆଇନଷ୍ଟାଇନ ଙ୍କର ପଞ୍ଚୋଟି ଗବେଷଣା ନିବନ୍ଧ ପ୍ରକାଶ ପାଇଲା  । ଏମାନଙ୍କର ମୂଲ୍ୟ ଅକାଳୀୟ ତେବେ ଏମାନଙ୍କର ମୂଲ୍ୟ ହୃଦୟଙ୍ଗମ କରିବାକୁ ପୃଥିବୀର ଶ୍ରେଷ୍ଠ ବିଜ୍ଞାନୀମାନଙ୍କୁ କିଛି ବର୍ଷ ଲାଗିଲା  ।  ପଞ୍ଚୋଟି ନିବନ୍ଧ ମଧ୍ୟରୁ ଗୋଟିକର “ ଫଟୋ ଇଲେକଟ୍ରିକ ଏଫେକଟ “ ର ବ୍ୟାଖ୍ୟା ହୋଇଛି  । ବାକିଗୁଡିକ “ ସ୍ପେଶାଲ ଥିଓରୀ ଅଫ ରିଲେଟିଭିଟି “ ସମ୍ପର୍କରେ  ।

ମାତ୍ର ଛବିଶ ବର୍ଷ ବୟସରେ ଗୋଟିଏ ବର୍ଷ ମଧ୍ୟରେ ଆପେକ୍ଷିକ ତତ୍ତ୍ଵ ଓ “ଫଟୋ ଇଲେକଟ୍ରନ ଏଫେକଟ “ ର ବ୍ୟାଖ୍ୟା କରିବା ଯାହାଙ୍କ ପକ୍ଷରେ ସମ୍ଭବ , ତାକୁ ପୃଥିବୀର ସର୍ବଶ୍ରେଷ୍ଠ ବିଜ୍ଞାନୀର ସମ୍ମାନ ମିଳିବା ସ୍ଵାଭାବିକ   ।  ନିଉଟନ ଙ୍କୁ ବାଦ ଦେଲେ ଆଉ କୌଣସି ବିଜ୍ଞାନୀଙ୍କୁ ଆଇନଷ୍ଟାଇନଙ୍କ ସହିତ ସମାନ ଆସନରେ ବିଜ୍ଞାନଗଣ ବସାଇନାହାନ୍ତି   ।

ପୁରସ୍କାର

ସମଗ୍ର ପୃଥିବୀ ଆଇନଷ୍ଟାଇନଙ୍କ ବିଖ୍ୟାତ ଆପେକ୍ଷିକ ବାଦର ଜନକ ବୋଲି ଜାଣେ  । ମାତ୍ର ଆଇନଷ୍ଟାଇନ ଆପେକ୍ଷିକ ବାଦ ପାଇଁ ନୋବେଲ ପୁରସ୍କାର ପାଇନାହାନ୍ତି  । ନୋବେଲ ପୁରସ୍କାର ପାଇଛନ୍ତି ଫଟୋ ଇଲେକଟ୍ରିକ ଏଫେକଟର ବ୍ୟାଖ୍ୟା କରିଥିବା ପାଇଁ  । ଏହାର କାରଣ , ଆପେକ୍ଷିକ ବାଦର ଗୁରୁତ୍ଵ ବୁଝିବାକୁ ବିଜ୍ଞାନୀମାନେ ଅଧିକ ସମୟ ନେଲେ   ।

ଆଇନଷ୍ଟାଇନଙ୍କ ବିଭିନ୍ନ ଗବେଷଣା

୧୯୦୦ ଖ୍ରୀଷ୍ଟାଦ୍ଦରେ ଜର୍ମାନ ବିଜ୍ଞାନୀ ପ୍ଲାଙ୍କ ଯେଉଁ କ୍ଵାଣ୍ଟମ ଧାରଣା ବଢିଲେ, ତାହା ଆଧୁନିକ ବିଜ୍ଞାନର ମୂଳସ୍ତମ୍ଭ କହିଲେ ଅତ୍ୟୁକ୍ତି ହେବ ନାହିଁ   । ପ୍ଲାଙ୍କ କହିଲେ ଆଲୋକ ଅତିକ୍ଷୁଦ୍ର ଶକ୍ତି ପ୍ୟାକେଟମାନଙ୍କର ସୁଆ   । ଗୋଟିଏ ଶକ୍ତି ପ୍ୟାକେଟରୁ ସେ କ୍ଵାଣ୍ଟା ନାମ ଦେଇଥିଲେ   । ପ୍ରକୃତି ଏକ କ୍ଵାଣ୍ଟା , ଦୁଇ କ୍ଵାଣ୍ଟା, ତିନି କ୍ଵାଣ୍ଟା ....... ମୋଟ ଉପରେ ପୂର୍ଣ୍ଣ ସଂଖ୍ୟା ବିଶିଷ୍ଟ କ୍ଵାଣ୍ଟା ଶକ୍ତି ଚାଲାଣର ବ୍ୟବସ୍ଥା କରିଛି   । ଦେଢ କ୍ଵାଣ୍ଟା ଶକ୍ତି ନାହିଁ  । ପ୍ଳାବଙ୍କର ଏହି ଗୁରୁତ୍ଵପୂର୍ଣ୍ଣ ତତ୍ଵର ପ୍ରଥମ ପ୍ରୟୋଗ କରିଥଲେ ଆଇନଷ୍ଟାଇନ  ।  ଆଇନଷ୍ଟାଇନ କହିଲେ ଆଲୋକରଶ୍ମୀ ସତେ କି ଗୁଳିମାନଙ୍କର ସୁଅ   ।  ଗୋଟିଏ ଗୁଳିର ନାମ ରଖିଲେ ଫୋଟନ  । ଅଧା ପୋଟନ ନାହିଁ ଓ ଫୋଟନକୁ ଭାଙ୍ଗିବା ଅସମ୍ଭବ   ।

ଫଟୋ ଇଲେକଟ୍ରିକ ଏଫେକଟ କ’ଣ  ? ଜର୍ମାନ ବିଜ୍ଞାନୀ ଫିଲିପ ଲେନାର୍ଡ ପରୀକ୍ଷା କରି ଦେଖାଇଥିଲେ ଯେ ଗୋଟିଏ ଧାତବ ପୃଷ୍ଠ ଉପରେ ଆଲୋକପାଟ କରାଇଲେ    ଇଲେକଟ୍ରନମାନେ ପୃଷ୍ଠତ୍ୟାଗ କରନ୍ତି   । ଏହା ଫଟୋ ଇଲେକଟ୍ରନ ଏଫେକଟ ଓ ଏହି ଆବିଷ୍କାର ପାଇଁ ଲେନାର୍ଡଙ୍କୁ ୧୯୦୫ ରେ ନୋବେଲ ପୁରସ୍କାର ମିଳିଥିଲା   । ଲେନାର୍ଡଙ୍କ ଆବିଷ୍କାର ପରେ ଏ ସମ୍ବନ୍ଧରେ ଅଧିକ ପରୀକ୍ଷା କରି ବିଜ୍ଞାନୀମାନେ ପ୍ରହେଳିକା ଜାଲରେ ଛନ୍ଦି ହୋଇଗଲେ  । ସେମାନେ ଦେଖିଲେ ଯେ ଆଲୋକ ରଶ୍ମୀର ତୀବ୍ରତା ବଢାଇଲେ ଧାତବ ପୃଷ୍ଠ ତ୍ୟାଗ କରୁଥିବା ଇଲେକଟ୍ରନନ ସଂଖ୍ୟା ବଢୁଛି କିନ୍ତୁ ସେମାନଙ୍କର ବେଗ ବଢୁନାହିଁ  । କେବଳ ଆଲୋକରଶ୍ମୀର ରଙ୍ଗ ବଦଳିଲେ ପୃଷ୍ଠ ତ୍ୟାଗୀ ଇଲେକଟ୍ରନଙ୍କ ବେଗରେ ପରିବର୍ତ୍ତନ  ହେଉଛି   । ଉଦାହରଣ ସ୍ୱରୂପ , ନୀଳ ଆଲୋକ  ଦ୍ଵାରା ଧାତବ ପୃଷ୍ଠ ରୁ ଛିଡୁଥିବା ଇଲେକଟ୍ରନ ବେଗ ପୀତ ଆଲୋକ ଦ୍ଵାରା ବିତାଡିତ ଇଲେକଟ୍ରନଙ୍କ ବେଗ ଅପେକ୍ଷା ଅଧିକ   । ଏହାର କାରଣ ବୁଝାଇ ଆଇନଷ୍ଟାଇନ କହିଲେ ଯେ ସବୁ ରଙ୍ଗର ଆଲୋକଙ୍କର ଫୋଟନ ସମାନ ଭାବେ ଶକ୍ତିଶାଳି ନୁହନ୍ତି  । ଯେପରି ଅଧିକ ଶକ୍ତିଶାଳି ଗୋଳାର ପ୍ରଭାବ ଅଧିକ ହୋଇଥାଏ   , ସେହିପରି ପୀତ ରଶ୍ମୀର ଫୋଟନ ତୁଳନାରେ ଅଧିକ ଶକ୍ତି ସମ୍ପର୍ଣ୍ଣ ନୀଳ ରଶ୍ମୀର ଫୋଟନ ଧାତବ ପୃଷ୍ଠରୁ ଇଲେକଟ୍ରନ ଅଧିକ ବେଗରେ ବିତାଡିତ କରେ  ।  ଧାତବ ପୃଷ୍ଠରେ ଅଧିକ ପରିମାଣର ପୀତ ରଶ୍ମୀ ପକାଇଲେ ଅଧିକ ସଂଖ୍ୟକ  ପଇଡ ଫୋଟନ ଅଧିକ ଇଲେଟଟ୍ରନଙ୍କୁ ଧକ୍କା ଦେବା ଫଳରେ ଅଧିକ ସଂଖ୍ୟକ ଇଲେକଟ୍ରନ ପରିତ୍ୟାଗ କରିବେ କିନ୍ତୁ ଇଲେକଟ୍ରନର ବେଗ ବଢିବାର କୌଣସି କାରଣ ନାହିଁ   । ରଙ୍ଗ ବଦଳିଲେ ଯାଇ ପୃଷ୍ଠତ୍ୟାଗ କରୁଥିବା ଇଲେକଟ୍ରନ ବେଗ ବଦଳିଥାଏ    ।

ଆପେକ୍ଷିକ ବାଦ ଅନୁସାରେ ଆଲୋକର ବେଗ ସର୍ବାଧିକ   । ଆଲୋକ ଏକ ସେକେଣ୍ଡରେ ୧୮୬୦୦୦ ମାଇଲ ଦୁରତ୍ଵ ଅତିକ୍ରମ କରେ   । କୌଣସି ବସ୍ତୁ ଆଲୋକ ଠାରୁ ଅଧିକ ବେଗରେ ଗତି କରିପାରିବ ନାହିଁ   । ଆଲୋକର ବେଗ ଆପେକ୍ଷିକ ନୁହେଁ ,  ପରମ  । “ ଆପେକ୍ଷିକ “ ପରମ ପ୍ରଭେଦ ବୁଝିବା ପାଇଁ ନିମ୍ନୋକ୍ତ ଦୃଷ୍ଟାନ୍ତଟି ସାହାଯ୍ୟ କରିବ   । ମନେକର ଦୁଇଟି ସମାନ୍ତରାଳ ରାସ୍ତାରେ ଦୁଇଟି କାର ଚାଲୁଛନ୍ତି   । ଗୋଟିକର  ବେଗ  ଶହେ କିଲୋମିଟର, ଆଉ ଗୋଟିକର ୮୦ କିଲୋମିଟର   । ଦ୍ଵିତୀୟ କାରରେ ଥିବା ଦର୍ଶକ ଦେଖି ଯେ ପ୍ରଥମ କାରଟି ୧୦୦ -୮୦ = ୨୦ କିଲୋମିଟର ବେଗରେ ଧାଉଁଛି  । ମାତ୍ର ଯଦି ପ୍ରଥମ କାରଟି ଆଲୋକ ବେଗରେ ଅର୍ଥାତ  ସେକେଣ୍ଡକୁ ୧୮୬୦୦ ମାଇଲ ବେଗରେ ଛୁଟୁଥାଏ   , ଦ୍ଵିତୀୟ କାରଟି ସେକେଣ୍ଡକୁ ୧୮୦୦୦ ମାଇଲ ବେଗରେ ଧାଇଁଥାଏ  , ତେବେ ଦ୍ଵିତୀୟ କାରର ଦର୍ଶକ ପାଇଁ ପ୍ରଥମକାରଟି ୧୮୬୦୦ ମାଇଲ ବେଗରେ ହିଁ ଛୁଟୁଥିବ , ୬୦୦୦ ମାଇଲ ବେଗରେ ନୁହେଁ   ।

ଆମ ପୃଥିବୀବାସୀଙ୍କ ପାଇଁ କାଳ ସମାନ ବେଗରେ ବହିଚାଲିଛି   । ଆଇନଷ୍ଟାଇନ କହିଲେ କାଳ ଆପେକ୍ଷିକ   । ଅତି ଦ୍ରୁତ ଗତିରେ ପରସ୍ପର ଠାରୁ ଦୂରେଇ ଯାଉଥିବା ବ୍ୟକ୍ତିଙ୍କ ପାଇଁ କାଳ ସମାନ ବେଗରେ ବହେ ନାହିଁ  । ପୃଥିବୀ ବାସିନ୍ଦାମାନେ ପ୍ରାୟ ସ୍ଥିର ଥିବାରୁ ସମସ୍ତଙ୍କ କାଳ ସମାନ  । ଧରାଯାଉ ତୁମେ ଗୋଟିଏ ମହାକାଶଯାନରେ ସେକେଣ୍ଡକୁ ୧୬୬୦୦୦ ମାଇଲ ବେଗରେ (ଏତେ ଦ୍ରୁତଗାମୀ ମହାକାଶଯାନ  ବର୍ତ୍ତମାନ ମଣିଷର କଳ୍ପନାନୀତ  ) ପୃଥିବୀ ଛାଡିଲ ଓ ଦଶ ବର୍ଷ ପରେ ପୃଥିବୀକୁ ଫେରି ଆସିଲ     । ତୁମେ ଦେଖିବ ଯେ ପୃଥିବୀରେ ପଚାଶ ବର୍ଷ ବୀତିଯାଇଛି ଓ ତୁମ ସାଙ୍ଗମାନେ ବୁଢା ହୋଇଯାଇଛନ୍ତି   । ତୁମ ମହାକାଶଯାନ ଯଦି ଅଧିକ ଦ୍ରୁତଗ୍ରାମୀ ହୋଇଥାଏ ତେବେ ତୁମର ଦଶବର୍ଷ ପୃଥିବୀର ପଚାଶ ଠାରୁ ଅଧିକ ହେବ   ।

କେବଳ କାଳ ଆପେକ୍ଷିକ ନୁହେଁ   , ଦୈର୍ଘ୍ୟ  ଓ ବସ୍ତୁତ୍ଵ ମଧ୍ୟ ଆପେକ୍ଷିକ   । ସ୍ଥିର ଥିବା ଜଣେ ପର୍ଯ୍ୟବେକ୍ଷଣ ଆଡକୁ ଦ୍ରୁତ ବେଗରେ ଆଗେଇ ଆସୁଥିବା ଗୋଟିଏ ବସ୍ତୁର ଦୈର୍ଘ୍ୟ   ଛୋଟ ହୋଇଯାଏ ଏବଂ ତାର ବସ୍ତୁତ୍ଵ ବଢିଯାଏ   ।

ଆଇନଷ୍ଟାଇନ ଆପେକ୍ଷିକବାଦର ଗୋଟିଏ ଅତି ଗୁରୁତ୍ଵପୂର୍ଣ୍ଣ ସିଦ୍ଧାନ୍ତ ହେଉଛି  ଯେ ବସ୍ତୁତ୍ଵ (ମାସ) ଓ ଶକ୍ତି (ଏନର୍ଜି ) ଅଭିନ୍ନ   । ଯଦି ଗୋଟିଏ ବସ୍ତୁର ବସ୍ତୁତ୍ଵ m ହୁଏ ତେବେ ତାହା m ଶକ୍ତି ସହିତ ସମାନ   । c ହେଉଛି ଆଲୋକର ବେଗ । ଆଇନଷ୍ଟାଇନଙ୍କ ସମୀକରଣ ଅନୁସାରେ E = m, E ଶକ୍ତି  । ସି ଖୁବ ବଡ ସଂଖ୍ୟା  ଅସମ୍ଭବ ଭାବେ ବଡ   । ଆଇନଷ୍ଟାଇନଙ୍କ ସମୀକରଣ ଅନୁସାରେ ଅତି ଅଳ୍ପ ବସ୍ତୁ ଅକଳ୍ପନୀୟ ଶକ୍ତିର ଭଣ୍ଡାର  । ତାଙ୍କରି ଠାରୁ ସୂତ୍ର ପାଇ ପରମାଣୁ ବୋମା ତିଆରି ହୋଇଛି   । ଅଳ୍ପ ୟୁରାନିୟମ ବା ରେଡିୟମକୁ ଶକ୍ତିରେ ରୂପାନ୍ତର କଲେ ତାହା ଏକ ବିରାଟ ଅଞ୍ଚଳକୁ ନିମିଷକେ ପାଉଁଶ କରିଦେବ   । ମାତ୍ର ୟୁରାନିୟମ ରେଡିୟମ ପରି ତେଜସ୍କ୍ରିୟ ବସ୍ତୁ ଅପେକ୍ଷାକୃତ ସହଜରେ ଶକ୍ତିରେ ରୂପାନ୍ତରିତ ହୋଇପାରେ  । ପ୍ରଚଣ୍ଡ ତାପରେ ବସ୍ତୁ ଶକ୍ତିରେ ରୂପାନ୍ତରିତ ହେଉଥାଏ   । ଯେପରିକି ନକ୍ଷତ୍ରଙ୍କ ଗର୍ଭ ଆମ ସୂର୍ଯ୍ୟ ଗର୍ଭରେ ଯଦି ସାଧାରଞ୍ଜ ଇନ୍ଧନ (କାଠ , କୋଇଲା ବା ପେଟ୍ରୋଲ ) ଜଳୁଥାଆନ୍ତା   ; ତେବେ ସବୁ ଇନ୍ଧନ ସରନ୍ତାଣୀ ଓ ସୂର୍ଯ୍ୟ କେବେଠାରୁ ଥଣ୍ଡା ହୁଅନ୍ତାଣୀ    । ମାତ୍ର ସୂର୍ଯ୍ୟ ଗର୍ଭର ପ୍ରଚଣ୍ଡ ତାପରେ ଅଳ୍ପ ଉଦଜାନ ପରମାଣୁ ଜଳି ସୌରଜଗତକୁ ଆଲୋକ ଓ ଉତ୍ତାପ ସୂର୍ଯ୍ୟ ୫୦୦ କୋଟି ବର୍ଷ ହେବ ଯୋଗାଉ ଆସୁଛି ଓ ଆଉ ସାତସହ କୋଟି ବର୍ଷ ଯୋଗାଇବ  । ତେବେ ପୃଥିବୀ ଆଉ ସାତଶହ ବର୍ଷ ନଥିବ  । ସୂର୍ଯ୍ୟର ଆକାର ବଢୁଛି  ଓ ସାତବର୍ଷ କୋଟି ବର୍ଷ ଅନେକ ପୂର୍ବରୁ ପୃଥିବୀ ସୂର୍ଯ୍ୟ ଗର୍ଭକୁ ଚାଲିଯାଇଥିବ  । ତେବେ ମଣିଷର କିଛି ଚିନ୍ତା କରିବାର ନାହିଁ  । କୋଟିଏ ବର୍ଷ ଦୂରର କଥା , ଲକ୍ଷ ବର୍ଷ ଭୀତରେ ବିଜ୍ଞାନ ବଳରେ ମଣିଷ ଚଢେଇ ପରି ପୁର କିନା ଅନ୍ୟ ଗ୍ରହଟିଏ ବାଛି ଉଡିଯାଇପାରିବ   ।

ସ୍ପେଶାଲ ଥିଓରୀ ଅଫ ରିଲେଟିଭିଟି କେବଳ ସରଳରେଖାରେ ଗତି କରୁଥିବା ବସ୍ତୁଙ୍କୁ ଅଧ୍ୟୟନ କରେ   ।  ୧୯୦୫ ରୁ ବକ୍ର ପଥରେ ଗତି କରୁଥିବା ବସ୍ତୁଙ୍କୁ ଅଧ୍ୟୟନ କରିବା ଚିନ୍ତା ଆଇନଷ୍ଟାଇନ ଅଧିକାର କରିଥିଲା  ।  ୧୯୧୬ ରେ ସେ ଜେନେରାଲ ଥିଓରୀ ଅଫ ରିଲେଟିଭିଟି  ତତ୍ତ୍ଵ ପ୍ରକାଶ କଲେ   । ଏହି ତତ୍ତ୍ଵରେ ଆଇନଷ୍ଟାଇନ ମାଧ୍ୟାକର୍ଷଣକୁ ନୂତନ ଦୃଷ୍ଟିକୋଣରୁ ବିଚାର କରିଛନ୍ତି   ।

ଆଧାର - ଶରତ କୁମାର ମହାନ୍ତି

Last Modified : 10/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate