অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଣବିକ ବିଜ୍ଞାନ ଓ କ୍ଵାଣ୍ଟିମ ତତ୍ଵର ବାଖ୍ୟାକାର

ନିଲସ ବୋର(୧୮୮୫-୧୯୬୨) ଆଣବିକ ବିଜ୍ଞାନ ଓ କ୍ଵାଣ୍ଟିମ ତତ୍ଵର ବାଖ୍ୟାକାର

ନିଲସବୋର କେବଳ ଜଣେ ପଦାର୍ଥବିଜ୍ଞାନୀ ନୁହଁନ୍ତି , ଆଣବିକ ବିଜ୍ଞାନ ଓ କ୍ଵାଣ୍ଟିମ ତତ୍ଵର ସେ ଜଣେ ମହାନ ବାଖ୍ୟାକାର । କେବଳ ବିଜ୍ଞାନ କ୍ଷେତ୍ରରେ ନୁହେଁ , ଜଗତ ଓ ଜୀବନକୁ କ୍ଵାଣ୍ଟିମତତ୍ତ୍ଵ ଆଲୋକରେ ଯେପରି ନୂଆ ପ୍ରକାରରେ ବୁଝିବା ଆବଶ୍ୟକ ହେଉଥିଲା , ସେ ବୁଝାମଣା ସୃଷ୍ଟି କରିବା ଦିଗରେ ସେ ହେଉଛନ୍ତି ଅଗ୍ରଣୀ ଦାର୍ଶନିକ । ପ୍ରତିଷ୍ଠିତ ହୋଇଯିବା ପରେ ଥରେ କେତେକ ସହକର୍ମୀଙ୍କ ସହିତ କ୍ଵାଣ୍ଟିମ ତତ୍ତ୍ଵର କୌଣସି ବିଷୟ ଉପରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରୁଥିଲେ । ଆଲୋଚନା ମଝିରେ ସାମାନ୍ୟ କିଛି କୌତୁକ କଥାରେ ବୋରଙ୍କ ସହିତ ସମସ୍ତେ ବଡ ଜୋରରେ ହସିଲେ । ଜଣେ ନୂତନ ବିଜ୍ଞାନୀଙ୍କୁ ଘଟଣାଟା ପସନ୍ଦ ହେଲା ନାହିଁ । ତାଙ୍କୁ ଲକ୍ଷ୍ୟ କରି ବୋର କହିଲେ “ କେତେକ ବିଷୟ ଏପରି ଗମ୍ଭୀର ଓ ଜଟିଳ ଯେ ସେମାନଙ୍କୁ କେବଳ ପରିହାସ କରାଯାଇ ପରେ । “ ଆଉ ଥରେ ଜଣେ ନୂତନ ଅତିଥି ବୋରଙ୍କ ବିଜ୍ଞାନ ଆଡ୍ଡାରେ ଯୋଗ ଦେଇଥିଲେ । ଘମାଘୋଟ ଆଲୋଚନା “ ଏ ସବୁ ଶୁଣି ମୋର ମୁଣ୍ଡ ବୁଲେଇ ଯାଉଛି “ ଅତିଥି କହିଲେ “ ହାଁ ହାଁ ...........” ବୋର ଥଙ୍ଗେଇ କରି କହିଲେ , “କ୍ଵାଣ୍ଟିମ ତତ୍ତ୍ଵ ସମ୍ପର୍କରେ ଚିନ୍ତା କରି ଯାହାଙ୍କର ମୁଣ୍ଡ ବୁଲେଇ ଯାଏ ନାହିଁ , ସେ କ୍ଵାଣ୍ଟିମତତ୍ତ୍ଵ ସମ୍ପର୍କରେ କିଛି ବୁଝି ନାହାନ୍ତି । ନିଲସବୋର ଡେନମାର୍କର ଲୋକ । କୋପେନହେଗ ବିଶ୍ଵବିଦ୍ୟାଳୟର ଛାତ୍ର ଥିବା ସମୟରେ ସେ ବିଶ୍ଵବିଦ୍ୟାଳୟର ଫୁଟବଲ ଟିମରେ ଖେଳୁଥିଲେ । ତେବେ ନିଲସୀବୋର ତାଙ୍କ ଭାଇ ହାରଲଡଙ୍କ ପାରି ବିଚକ୍ଷଣ ଖେଳାଳି ନଥିଲେ । ହାରଲଡ ଡେନମାର୍କ ଫୁଟବଲ ଟିମରେ ୧୯୦୮ ରେ ଅଲମ୍ଫିକ ମ୍ୟାଚ ଖେଳିଥିଲେ । ସେ ବର୍ଷ ଡେନମାର୍କ ଫୁଟବଲରେ ଅଲମ୍ଫିକ ରୋପ୍ୟ ପଦକ ପାଇଥିଲା । ହାରଲଡ ଗଣିତ ଓ ବିଜ୍ଞାନରେ ଜଣେ ଭଲ ଛାତ୍ର ଥିଲେ । ଗଣିତରେ ତାଙ୍କ ପ୍ରତିଭାର କିଏ ପ୍ରଶଂସା କଲେ ହାରଲଡ କହୁଥିଲେ “ ମୁଁ କିଛି ନୁହେଁ , ଆପଣ ମୋ ଭାଇ ନିଲସକୁ ଦେଖିନାହାନ୍ତି ” । ଛାତ୍ରଜୀବନରୁ ନିଲସଙ୍କ ବିଚକ୍ଷଣତା ଧରା ପଡିଥିଲା । ଏକୋଇଶ ବର୍ଷ ବୟସରେ ତରଳଙ୍କର ପୃଷ୍ଠତାନ ସମ୍ପର୍କରେ ମୌଳିକ ଗବେଷଣା କରି ଡେନିସ ବିଜ୍ଞାନ ତରଫରୁ ସେ ସ୍ଵର୍ଣ୍ଣ ପଦକ ଲାଭ କରିଥିଲେ । ପିଲାଦିନେ କୋପେନହେଗର ବିଖ୍ୟାତ ତତ୍ତ୍ଵିକ ପଦାର୍ଥବିଜ୍ଞାନ ଅନୁଷ୍ଠାନର ନିର୍ମାଣ କାର୍ଯ୍ୟ ସେ ଦେଖିଥିଲେ । ଛତିଶ ବର୍ଷ ବୟସରେ ଏହି ଅନୁଷ୍ଠାନର ମୁଖ୍ୟ ଭାବେ ସେ ଦାୟିତ୍ଵ ଗ୍ରହଣ କଲେ । ପୃଥିବୀର ଶ୍ରେଷ୍ଠ କ୍ଵାଣ୍ଟିମ ଗବେଷକମାନେ ବୋରଙ୍କ ଅନୁଷ୍ଠାନକୁ ଆକର୍ଷିତ ହୋଇ ଆସିଲେ । ଅନେକ ବର୍ଷ ପାଇଁ କୋପେନହୋ ଅନୁଷ୍ଠାନ କ୍ଵାଣ୍ଟିମ ଗବେଷଣାଗାର ଅଗ୍ରଣୀ ହୋଇ ରହିଲା ।

ପୁରସ୍କାର

୧୯୨୨ରେ ମାତ୍ର ଅଠେଇଶ ବର୍ଷ ବୟସରେ ବୋର ପଦାର୍ଥବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ । ଏକ ପ୍ରଚଣ୍ଡ ପ୍ରତିଭା ରୂପେ ପୃଥିବୀ ତାଙ୍କୁ ସମ୍ମାନ କରିବାର କିଛି ବର୍ଷ ପରେ ବୋରଙ୍କୁ ହୀନମାନ ହେବାକୁ ପଡିଥିଲା ।

ଗବେଷଣା

୧୯୪୪ ରେ ଦ୍ଵିତୀୟ ମହାଯୁଦ୍ଧ ଆରମ୍ଭ ହୋଇଯାଆନ୍ତେ ହିଟଲର ଡେନମାର୍କ ଅଧିକାର କରିନେଲା । ନାଜୀମାନେ ତାଙ୍କୁ ଖୋଜୁଛନ୍ତି ଖବର ପାଇ ବୋର ଲୁଚିଗଲେ । ଲୁଚି ଛପି ଅନୁଷ୍ଠାନକୁ ଯାଉଥାନ୍ତି । ଡେନମାର୍କ ଛାଡି ଲଣ୍ଡନ ପକାଇବାକୁ ତାଙ୍କର କେତେକ ସହକର୍ମୀ ଓ ଛାତ୍ରମାନେ ବାଧ୍ୟ ହେଲେ । ଫଳରେ ଜର୍ମାନ ଉପରେ ଗୋଟିଏ ଛୋଟିଆ ଉଡାଜାହାଜରେ ଉଡି କରି ବୋର ଇଂଲଣ୍ଡରେ ଓହ୍ଲାଇଲେ । ଜର୍ମାନ ଉପରେ ପୁତ୍ର ଆଗିଙ୍କ ସହିତ ଉଡିକାରୀ ଯିବା ଏକ ଲୋମହର୍ଷକ ଅଭିଜ୍ଞତା ଇଂଲଣ୍ଡରୁ ସେ ଆମେରିକା ନିୟର୍କ ସହରକୁ ଚାଲିଲେ । ପୂର୍ବ ଗବେଷଣା କରିବା ପାଇଁ ନିଲସ ଇଂଲଣ୍ଡରେ ଥିଲେ । ସେ କାଭେଣ୍ଡିସ ବିଜ୍ଞାନଗାରରେ ବିଖ୍ୟାତ ବିଜ୍ଞାନୀ ଥମସନଙ୍କ ଅଧୀନରେ ଦୁଇବର୍ଷ ଗବେଷଣା କରିଥିଲେ । ଏହି ଗବେଷଣାର ଫଳ ସ୍ୱରୂପ ୧୯୧୩ ରେ ପରମାଣୁର ଗଠନ ସମ୍ପର୍କୀୟ ତାଙ୍କର ତତ୍ତ୍ଵ ପ୍ରକାର ପାଇଲା । ଏଥିରେ ପରମାଣୁ ସମ୍ପର୍କରେ ଏପରି ମୌଳିକ ଚିନ୍ତା ଥିଲା ଯେ ବିଜ୍ଞାନୀମାନେ ତାର ସତ୍ୟତା ଓ ଗୁରୁତ୍ଵ ହୃଦୟମ କରିବାକୁ ଆଠବର୍ଷ ସମୟ ଲାଗିଗଲା । ଫଳରେ ୧୯୨୩ ତତ୍ଵ ପାଇଁ ୧୯୨୨ରେ ସେ ନୋବେଲ ପୁରସ୍କାର ପାଇଲେ । ବୋର ଓ ରଥରଫୋର୍ଡ ଏକାଠି କାମ କରୁଥିଲେ ଓ ଘନିଷ୍ଠ ବନ୍ଧୁ ଥିଲେ । ପରୀକ୍ଷାମୂଳକ ଗବେଷଣା କରିବାରେ ରଥରଫୋର୍ଡଙ୍କ ହାତ ଯଶ ଖୁବ ଥିଲା । ତତ୍ତ୍ଵ ସନ୍ଧାନ କରିବା ଥିଲା ବୋରଙ୍କର ମୌଳିକ ପ୍ରତିଭା । ରଥରଫୋର୍ଡ ବଡ ପାଟିରେ କଥାବାର୍ତ୍ତା କରୁଥିଲେ । ବୋରଙ୍କର ଧୀର କଥା ଭାବଗର୍ଭକ ଓ ସମଯେ ସମୟେ ରସିକତାପୂର୍ଣ୍ଣ । ରଥରଫୋର୍ଡ କହିଲେ , ଧନାତ୍ମକ ଚାର୍ଜଯୁକ୍ତ ନିଉକ୍ଲିଅସ ଚାରିପଟେ ଋଣାତ୍ମକ ଇଲେକଟ୍ରନ ଧନାତ୍ମକ ନିଉକ୍ଲିୟସ ଆଡକୁ ଆକର୍ଷିତ ହୁଆନ୍ତା । ଇଲେକଟ୍ରନଙ୍କ କକ୍ଷ ଧୀରେ ଧୀରେ ଛୋଟ ହୁଆନ୍ତା ଓ କିଛି ସମୟ ପରେ ଇଲେକଟ୍ରନ କକ୍ଷ ଧୀରେ ଧୀରେ ଛୋଟ ହୁଆନ୍ତା ଓ କିଛି ସମୟ ପରେ ଇଲେକଟ୍ରନ ଓ ନିଉକ୍ଲିଅସ ମିଶିଯାଆନ୍ତେ ଏବଂ ପରମାଣୁ ଭାଙ୍ଗିପଡନ୍ତା । ଏପରି କାହିଁକି ଘଟେ ନାହିଁ ଚିନ୍ତା କରି ବୋର ପ୍ଲାଙ୍କଙ୍କର କ୍ଵାଣ୍ଟା ତତ୍ଵ ଇଲେକଟ୍ରନଙ୍କ ଉପରେ ପ୍ରୟୋଗ କଲେ । ଫ୍ଲାଙ୍କ କହିଥିଲେ , ପ୍ରକୃତି କେବଳ ଏକ କ୍ଵାଣ୍ଟା , ଦୁଇ କ୍ଵାଣ୍ଟା ଓ ପୂର୍ଣ୍ଣ ସଂଖ୍ୟା ବିଶିଷ୍ଟ କ୍ଵାଣ୍ଟାର ତାପ ବିକିରଣ କରେ । ଦେଢ କ୍ଵାଣ୍ଟା ତାପ ବିକିରଣର ବ୍ୟବସ୍ଥା ପ୍ରକୃତିରେ ନାହିଁ । ଏଇୟାକୁ ଭିତ୍ତି କରି ବୋର କହିଲେ – ଗୋଟିଏ ଗୋଟିଏ ନିର୍ଦ୍ଧିଷ୍ଟ ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତାକାର ପଥ ଇଲେକଟ୍ରନଙ୍କ ପାଇଁ ସ୍ଥିର ହୋଇରହିଛି । ଦୁଇଟି ଲଗାଲଗି କକ୍ଷ ମଝିରେ କୌଣସି କକ୍ଷରେ ଇଲେକଟ୍ରନ ନିଉକ୍ଳିଅସକୁ ପରିକ୍ରମଣ କରିପାରିବ ନାହିଁ । ଯେତେବେଳେ ପରମାଣୁ ମଧ୍ୟ ଦେଇ ବିଦ୍ୟୁତ ପ୍ରବାହ ହୁଏ , ପରମାଣୁର ଇଲେକଟ୍ରନ ଗୋଟିଏ କକ୍ଷରୁ ପରବର୍ତ୍ତୀ କକ୍ଷକୁ ଡେଇଁପଡେ ଓ ଏକ ନିର୍ଦ୍ଧିଷ୍ଟ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ରଶ୍ମି ବିକୀରିତ ହୁଏ । ଆଣବିକ ବୋମା ପୃଥିବୀର କି କ୍ଷତି କରିପାରେ ବୋର ତାହା ଜାଣିଥିଲେ । ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ କରିବା ପାଇଁ ସେ ପୃଥିବୀର ରାଜନୀତିଜ୍ଞ ଓ ବିଜ୍ଞାନଙ୍କୁ ପ୍ରବର୍ତ୍ତାଇ ଥିଲେ । ବୋରଙ୍କ ପୁତ୍ର ମଧ୍ୟ ଜଣେ ବିଶିଷ୍ଟ ବିଜ୍ଞାନୀ ହୋଇ ବାହାରିଲେ ଓ ପଦାର୍ଥବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ । ଥରେ ନିୟୁର୍କରେ ଥିବା ସମୟରେ ବୋର ଜଣେ ଛାତ୍ରଙ୍କୁ କିଛି ଲେଖା ଟିପିବାକୁ ଡାକୁଥାନ୍ତି । ଆଇନଷ୍ଟାଇନ ନାମ ଆସିଗଲା । ବୋର ଆଇନଷ୍ଟାଇନ ନାମ ପାଖରେ ବାରମ୍ବାର ଝୁଣ୍ଟିଲେ ଓ ବାରମ୍ବାର ଆଇନଷ୍ଟାଇନ ନାମ ଉଚ୍ଚାରଣ କଲେ । ଏତିକିବେଳେ ଆଇନଷ୍ଟାଇନ କକ୍ଷ ଭିତରକୁ ପଶି ଆସିଲେ ଓ ତିପୁଥିବା ଛାତ୍ରଙ୍କ ଚୁପ ରହିବାକୁ ଇଙ୍ଗିତ ହେଇ ବୋରଙ୍କ ପଛପଟେ ଛିଡା ହୋଇ ରହିଥିଲେ । ବୋର “ଆଇନଷ୍ଟାଇନ , ଆଇନଷ୍ଟାଇନ “ କହି ଚାଲିଥିବା ଅବସ୍ଥାରେ ପଛକୁ ବୁଲିପଡି ଦେଖନ୍ତି ତା ସ୍ଵୟଂ ଆଇନଷ୍ଟାଇନ ଛିଡା ହୋଇଛନ୍ତି । ମିନିଟିଏ କାଳ ବୋର ଥକ୍କା ହୋଇ ଛିଡା ହେଲେ । ତାପରେ ତିନି ଜଣଙ୍କର ଗୋଟିଏ ଖୁବ ହାସ୍ୟାରୋଲ ଉଠିଲା । ବୋର ରୁଷିଆ ଗସ୍ତର ଯାଇଥାନ୍ତି । ସେ ବିପୁଳ ସଂଖ୍ୟକ ବିଚକ୍ଷଣ ଛାତ୍ରଙ୍କୁ କିପରି ଆକୃଷ୍ଟ କରୁଛନ୍ତି ତାର ରହସ୍ୟ ପ୍ରକାଶ କରିବାକୁ ତାଙ୍କୁ ପ୍ରଶ୍ନ ହେଲା ବୋର କହିଲେ “ ତାର କାରଣ ହୋଇପାରେ ଯେ ଛାତ୍ରଙ୍କ ଆଗରେ ମୋର ନିର୍ବୋଧତା ପ୍ରକାଶ କରିବାକୁ ମୁଁ କେବେ ସଙ୍କୋଚ କରେ ନା “ !

ସଂଗୃହିତ - ଶରତ କୁମାର ମହାନ୍ତି

Last Modified : 10/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate