ବିଚକ୍ଷଣ ବୈଜ୍ଞାନିକ ପ୍ରତିଭା ଓ ଭୀଷଣ ଏକବାଗିଆ ଢଙ୍ଗର ମିଳନ ହେନେରୀ କାଭେଣ୍ଡିସଙ୍କ ଥରେ ଦେଖିବାକୁ ମିଳେ । ତାଙ୍କ ବାପା ଲର୍ଡ ଚାର୍ଲସ ବିରାଟ ଧନୀ ଓ ଜଣେ ବିଶିଷ୍ଟ ବିଜ୍ଞାନୀ ଥିଲେ । ସର୍ବୋଚ୍ଚ ତାପ ଓ ସର୍ବନିମ୍ନ ତାପ ଟିପି ପାରୁଥିବା ଥର୍ମୋମିଟର ନିର୍ମାଣ କରୁଥିବାରୁ ଚାର୍ଲସଙ୍କୁ ରୟାଲ ସୋସାଇଟି କୋପଲି ମେଡାଲ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲା । ବାପା ଏନକେ ଠାରୁ ଉତ୍ତରାଧିକାରୀ ସୂତ୍ରରେ ହେନେରୀ ପ୍ରଚୁର ଅର୍ଥ ପାଇଥିଲେ । ସେ ସବୁ ବ୍ୟାଙ୍କରେ ଗଚ୍ଛିତ ଥାଏ । ତାଙ୍କର ପ୍ରଚୁର ଅର୍ଥକୁ ନେଇ କଣ କରାଯିବ ବୋଲି ଥରେ ବ୍ୟାଙ୍କ ପରିଚାଳକ, ମାତ୍ର ହେନେରୀଙ୍କୁ ପଚାରିଲେ ;ମାତ୍ର ଦ୍ଵିତୀୟ ଥରେ ପାଇଁ ତାକୁ ଭେଟିବାର କଷ୍ଟ କରିବାକୁ ପରିଚାଳକଙ୍କୁ ପଡିନାହିଁ । ହେନେରୀ ତାକୁ ଯେଉଁ ଉତ୍ତର ଦେଲେ ସେଥିରେ ପରିଚାଳକଙ୍କ ମୁଣ୍ଡ ଥଣ୍ଡା ହୋଇଗଲା । ପ୍ରଥମ ସାକ୍ଷାତରେ ହେନେରୀ ପରିଚାଳକଙ୍କୁ ରୁକ୍ଷ ଭାବେ କହିଲେ ଯେ ଆଉ କେବେ ଯଦି ପରିଚାଳକ ତାଙ୍କୁ ଏପରି ପ୍ରଶ୍ନ ପଚାରନ୍ତି ତେବେ ସେ ସବୁ ଅର୍ଥ ତାଙ୍କ ବ୍ୟାଙ୍କରୁ ଉଠାଇ ଆଣିବେ । ନିଜ ବ୍ୟବସାୟ ବୁଡାଇବାର ଇଛା ପରିଚାଳକଙ୍କ ନଥିବାରୁ ସେ ଆଉ କେବେ ହେନେରୀଙ୍କୁ ଭେଟି ନଥିଲେ ।
ହେନେରୀ କାଭେଣ୍ଡିସ ଘରେ କାହା ସହିତ କଥାବାର୍ତ୍ତା ହେବାକୁ ସୁଖ ପାଉନଥିଲେ । ଦି’ ଚାରିଜଣ ଲୋକଙ୍କୁ ଏକାଠି ଦେଖିବା ତାଙ୍କର ସହ୍ୟ ହେଉନଥିଲା । ସ୍ତ୍ରୀଲୋକଙ୍କୁ ଦେଖିଲେ ତାଙ୍କ ନାହିଁ ଡେଉଁଥିଲା । କୌଣସି ଯୁବତୀ କାଭେଣ୍ଡିସ ଙ୍କ ପାଖ ମାଡୁନଥିଲେ । ଏବିଷୟରେ କାମ କରୁଥିବା ଚାକରାଣୀମାନଙ୍କୁ କଡା ନିର୍ଦ୍ଦେଶ ଥାଏ । ଥରେ ଜଣେ ଯୁବତୀ ଚାକରାଣୀ ଭୁଲରେ କାଭେଣ୍ଡିସ ଙ୍କ କୋଠରିକୁପଶିଯାଇଥିଲା । ବିଚାରୀକୁ ତତକ୍ଷଣାତ ଚାକିରିରୁ ତଡାଗଲା । କେତେକ କୁହନ୍ତି ଏତିକିରେ କାଭେଣ୍ଡିସ ସନ୍ତୁଷ୍ଟ ନ ରହି ଏହି ଚାକରାଣୀକୁ ଗୁଳି କରି ମାରିଦେଲେ । ଏ କାହାଣୀ ନିଶ୍ଚେ ଚୁଗୁଲିଆଙ୍କ ଦ୍ଵାରା ପ୍ରଚାରିତ । କାଭେଣ୍ଡିସ ପ୍ରକୃତି ଯାହା ସେଥିରେ ତାଙ୍କ କମ ଶତ୍ରୁ, ଚୁଗୁଲିଆ ଥିବେ ଭାବିବା ଭୁଲ ହେବ । ସେ ଯାହାହେଉ ପରି ଲୋକ କେବେ ବାହା ହୋଇଥିବେ ବୋଲି କହି ନିଶ୍ଚିତ ଭାବୁନଥିବେ ।
ଅଚଳାଚଳ ସମ୍ପତ୍ତିର ଅଧିକାରୀ ହୋଇଥିଲେ ମଧ୍ୟ ପିନ୍ଧୁଥିଲେ ମଇଳା, ସ୍ତ୍ରୀ ବିହୀନ ପୋଷାକ । କେବଳ ବିଜ୍ଞାନୀଙ୍କ ମେଲରେ ସେ କିଛି ସମୟ ବସି ଥିଲେ । ଅଷ୍ଟ୍ରିୟାର ଜଣେ ବିଶିଷ୍ଟ ବିଜ୍ଞାନୀ ରୟାଲ ଷୋସାଇଟି ଆସିଥିଲେ । କାଭେଣ୍ଡିସ ଙ୍କୁ ଦେଖି ସେ ତାଙ୍କର ପ୍ରଶଂସା କଲେ । କାଭେଣ୍ଡିସ ଏପରି ଘାବରେଇ ଗଲେ ଯେ ଏପରିସ୍ଥିତିରେ କଣ କରିବାକୁ ହେବ ବୁଝି ପାରି ସମବେତ ବିଜ୍ଞାନୀଙ୍କ ମଧ୍ୟରେ ଗଳିପଶି ଧାଇଁ ନିଜ ଘୋଡା ଗାଡି ପାଖରେ ପହଞ୍ଚିଲେ ଓ ତା ଭିତରକୁ କୁଦି ପଡି ଘରକୁ ପଳାଇଲେ ।
କେମ୍ବ୍ରିଜରେ ଅଠର ବର୍ଷ ବୟସରେ ନାମ ଲେଖାଇ କାଭେଣ୍ଡିସ ସେଠାରେ ଚାରିବର୍ଷ ପଢିଥିଲେ , ମାତ୍ର ସେସ ପରୀକ୍ଷା ନ ଦେଇ ବିନା ଡିଗ୍ରୀରେ ପଳାଇ ଆସିଲେ । ଧର୍ମ ବିଷୟ ପଢିବା ଓ ସେ ସବୁଊ ପରୀକ୍ଷା ଦେବା କେମ୍ବ୍ରିଜରେ ବାଧ୍ୟତାମୂଳକ ଥିଲା , ମାତ୍ର କାଭେଣ୍ଡିସଙ୍କ ରୁଚି ନଥିଲା କି ଏଥିରେ ପରୀକ୍ଷା ଦେବାକୁ ସେ ଚାହିଁଲେ ନାହିଁ । ବିନା ଡିଗ୍ରୀରେ କେମ୍ବ୍ରିଜ ଛାଡିଲେ । ପରେ ଅବଶ୍ୟ ପ୍ୟାରିସରେ ପଢି ସେଠାରୁ ଡିଗ୍ରୀ ପାଇଲେ ।
କାଭେଣ୍ଡିସଙ୍କ ବୈଜ୍ଞାନିକ ଆବିଷ୍କାର ସବୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ନିଉଟନ ମାଧ୍ୟାକର୍ଷଣ ନିୟମ ଆବିଷ୍କାର କରିଥିଲେ । କାଭେଣ୍ଡିସ ମାଧ୍ୟାକର୍ଷଣ ସ୍ଥିରାଙ୍କ “G” ର ମୂଲ୍ୟ ନିରୂପଣ କରିଥିଲେ । ପୃଥିବୀ ଓଜନ ପ୍ରଥମ କରି କାଭେଣ୍ଡିସ ମାପିଛନ୍ତି ଓ ବର୍ତ୍ତମାନ ମାପ ଅନୁସାରେ ତହିଁରେ ସାମାନ୍ୟ ଭୁଲ ଅଛି ବୋଲି ଜଣାପଡିଛି ।
କାଭେଣ୍ଡିସ ହାଇଡ୍ରୋଜେନ ବା ଉଦଜାନ ଗ୍ୟାସ ଆବିଷ୍କାର କରିଥିଲେ । ତାଙ୍କର ନୂତନ ଆବିଷ୍କାର ଗ୍ୟାସରେ ନିଆଁ ଛୁଆଁଇ ଦେଲେ ତାହା ଜଳିଯାଏ ବୋଲି ରୟାଲ ଶୋଷାଇଟିରେ ୧୭୬୬ରେ ପରୀକ୍ଷା କରି ଦେଖାଇ ସେ ଉପସ୍ଥିତ ବିଜ୍ଞାନୀଙ୍କୁ ଚମକୃତ କରି ଦେଇଥିଲେ । ନିଜର ନବ ଆବିଷ୍କୃତ ଗ୍ୟାସର ନାମକରଣ କାଭେଣ୍ଡିସ କରି ନଥିଲେ । ହାଇଡ୍ରୋଜେନର ନାମକରଣ କରିଥିଲେ ବିଖ୍ୟାତ ଫରାସୀ ବିଜ୍ଞାନୀ ଲାଭୟସିଅର । ହାଇଡ୍ରୋଜେନର ଅର୍ଥ – ଯାହା ଜଳ ସୃଷ୍ଟିକରେ ।
କାଭେଣ୍ଡିସ ଆବିଷ୍କାର କରିଥିଲେ ଯେ ଜଳ ଦୁଇଟି ଗ୍ୟାସ ହାଇଡ୍ରୋଜେନ ଓ ଆକ୍ସିଜେନର ସଂଯୋଗରୁ ସୃଷ୍ଟି । ଏ ଆବିଷ୍କାର ସମସ୍ତଙ୍କୁ ଚମକାଇ ଦେଲା । କାରଣ ପ୍ରାଚୀନ ଗ୍ରୀକମାନେ କହିଥିଲେ ଯେ ପୃଥିବୀର ଚାରୋଟି ମୂଳପଦାର୍ଥ ମଧ୍ୟରୁ ଜଳ ଗୋଟିଏ । ଏ ତତ୍ତ୍ଵ ଭୁଲ ବୋଲି କାଭେଣ୍ଡିସ ସମୟରୁ ବୁଝାପଡିଲା ।
କଭେଣ୍ଡିସ ଆବିଷ୍କାର କରିଥିଲେ ଯେ ଜଳ ଦୁଇଟି ଗ୍ୟାସ ହାଇଡ୍ରୋଜେନ ଓ ଅକ୍ସଜେନର ସଂଯୋଗକୁ ସୃଷ୍ଟି । ଏ ଆବିଷ୍କାର ସମସ୍ତଙ୍କୁ ଚମକାଇ ଦେଲା । କାରଣ ପ୍ରାଚୀନ ଗ୍ରୀକମାନେ କହିଥିଲେ ଯେ ପୃଥିବୀରେ ଚାରୋଟି ମୂଳପଦାର୍ଥ ମଧ୍ୟରୁ ଜଳ ଗୋଟିଏ । ଏ ତତ୍ତ୍ଵ ଭୁଲ ବୋଲି କଭେଣ୍ଡିସ ସମୟରୁ ବୁଝାପଡିଲା ।
ବାୟୁମୁଖ୍ୟତଃ ଏ ଭାଗ ଅକ୍ସିଜେନ ଓ ଚାରିଭାଗ ନାଇତ୍ରୋଜେନକୁ ନେଇ ଗଢା ବୋଲି କଭେଣ୍ଡିସ ନିର୍ଣ୍ଣୟ କରିଥିଲେ । ବିଭିନ୍ନ ଗ୍ୟାସଙ୍କୁ ପ୍ରଥମ କରି ପ୍ରାୟ ନିଖୁଣ ଭାବେ ଓଜନ କରିଥିବା ତାଙ୍କରି କୃତିତ୍ଵ । ଜଳୀୟବାଷ୍ପ, ନାଇଟ୍ରୋଜେନ ଅକ୍ସିଜେନକୁ ମିଶେଇ ସେ ପ୍ରଥମ ନାଇଟ୍ରିକ ଏସିଡ ଉତ୍ପାଦନ କରିଥିଲେ ।
କଭେଣ୍ଡିସଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଥିବା ବିପୁଳ ସମ୍ପତ୍ତିକୁ କୌଣସି ଆତ୍ମୀୟ ଦାବି କରିନଥିଲେ । ତାଙ୍କ ସମ୍ପତ୍ତିକୁ କୌଣସି ଆତ୍ମୀୟ ଦାବି କରି ନଥିଲେ । ତାଙ୍କ ସମ୍ପତ୍ତି ବିଜ୍ଞାନ ଗବେଷଣାରେ ଖର୍ଚ୍ଚ ହେଉ ବୋଲି ସେମାନେ ଚାହିଁଲେ । କେମ୍ବ୍ରିଜ ବିଖ୍ୟାତ କଭେଣ୍ଡିସ ଗବେଷଣାକାର ୧୮୭୧ରେ ଗଢା ହେଲା । କଭେଣ୍ଡିସ ଗବେଷଣାଗାରରେ କାମ କରି ଅନ୍ତତଃ ଛଅଜଣ ବିଜ୍ଞାନୀ ନୋବେଲ ପୁରସ୍କାର ପାଇଛନ୍ତି ।
ସଂଗୃହିତ - ଶରତ କୁମାର ମହାନ୍ତି
Last Modified : 5/11/2020