ଲୁଇ ପାସ୍ତର କେବଳ ଜଣେ ମହାନ ବିଜ୍ଞାନୀ ନୁହନ୍ତି । ଦୁଃଖ କଷ୍ଟ ମଧ୍ୟରେ ଅବିଚଳିତ ରହୁଥିବା ମହାନ ମଣିଷ । ପିଲା ଦିନ ତାଙ୍କର ଘୋର ଦାରିଦ୍ର୍ୟ ଭିତରେକଟିଥିଲା । ଖ୍ୟାଦ୍ୟାଭାବରୁ ବାଳକ ପାସ୍ତରଙ୍କ ମୁଣ୍ଡ ବିନ୍ଧା ହେଉଥିଲା । ମୁଣ୍ଡ ବିନ୍ଧିବା ବେଳେ ସେ ଭୋକ କଥା ଭୁଲି ଯାଉଥିଲେ । ପରବର୍ତ୍ତୀ ସମୟରେ ପାସ୍ତର କହିଛନ୍ତି ଯେ ଏହି କାରଣରୁ ସେ ମୁଣ୍ଡ ବିନ୍ଧା ନିକଟରେ କୃତଜ୍ଞ ଯୌବନରେ ଜଣକ ପରେ ଜଣେ ତିନି ପୁଅଙ୍କ ମୃତ୍ୟୁ ତାଙ୍କ ବିଜ୍ଞାନ ଗବେଷଣାକୁ ଶିଥିଳ କରି ନଥିଲା । ଛୟାଳିଶ ବର୍ଷ ବୟସରେ ସେ ଆଂଶିକ ପକ୍ଷାଘାତ ରୋଗରେ ପଡିଲେ । କମ ମନୋବଳ ଲୋକ ସକ୍ରିୟ ଗବେଷଣାରୁ ଅବସର ନେଇଥାନ୍ତି , ମାତ୍ର ନିଜର ଦୃଢତା ଯୋଗୁଁ ସେ ମାନବକଲ୍ୟାଣ ଦିଗରେ ନିଜର ଗବେଷଣା ଜାରି ରଖିଲେ । ପାସ୍ତର ଅନୁଭବ କରିଛନ୍ତି ଯେ ଏକ ଆଧ୍ୟାତ୍ମିକ ଶକ୍ତି ତାଙ୍କୁ ମାନବ କଲ୍ୟାଣରେ ଲାଗି ରହିବାକୁ ବଳ ଯୋଗାଉଛି ।
କେବଳ ଗବେଷଣା ବ୍ୟାପାରରେ ନୁହେଁ, ସବୁ ବ୍ୟାପାରରେ ପାସ୍ତର ଥିଲେ ଏକଜିଦିଆ । ଷ୍ଟାସବର୍ଗ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଥିବା ସମୟରେ ସେଇ ବିଶ୍ଵବିଦ୍ୟାଳୟରେ ରେକ୍ଟରଙ୍କ ଝିଅ ମେରିଙ୍କୁ ବିବାହ କରିବାକୁ ସେ ଇଚ୍ଛା କଲେ । ମାତ୍ରା ମେରିଙ୍କ ଇଚ୍ଛା ନ ଥିଲା । ମେରିଙ୍କ ମାଆଙ୍କୁ ବୁଝାଇ ମେରିଙ୍କ ଉପରେ ପ୍ରଭାବ ପକାଇ ଶେଷରେ ତାଙ୍କୁ ରାଜି କରାଇଲେ । ବାହାଘର ଦିନ ସ୍ଥିର ହୋଇଗଲା, ମାତ୍ର ଚର୍ଚ୍ଚରେ ବରଙ୍କର ଦେଖାନାହିଁ ! କନ୍ୟା ପିତାମାତା ଙ୍କର ମୁଣ୍ଡ ଖରାପ । ଟୋକାଟା ଏତେ ଗୋଡାଉଥିଲା, ଠିକଣା ବେଳକୁ ଗଲା କୁଆଡେ ? ବହୁତ ଖୋଜାଖୋଜି ପରେ ଜଣେ ବନ୍ଧୁ ତାଙ୍କୁ ଯାଇ ବିଜ୍ଞାନଗାରରେ ଠାବ କଲେ । ବନ୍ଧୁ ପଚାରିଲେ “ ଆଜି ବାହାଘର ବୋଲି କଣ ଭୁଲି ଯାଇଛ ? ଉତ୍ତର ମିଳିଲା “ ଭୁଲିବି କାହିଁକି ? ତୁମେ କିପରି ଭାବୁଛ ମୁଁ ପରୀକ୍ଷା ଅଧ୍ୟା ରଖି ବାହା ହେବାକୁ ଯାଇଥାନ୍ତି ? “
ପାସ୍ତର ବାକଟେରିୟା ବା ବୀଜାଣୁଙ୍କର ଆବିଷ୍କାରକ । ଆଶ୍ଚର୍ଯ୍ୟର କଥା ଯେ ଊର୍ଣ୍ଣବିଂଶ ଶତାଦ୍ଦୀର ତିନି ଚତୃଥାଂସ ସମାପ୍ତ ହେବା ଯାଏ ଅପରେସନ କରିବା ପୂର୍ବକୁ ଛୁରୀ, କତୁରି, ତୁଳା , କନା ପ୍ରଭୃତିକୁ ବିଶୋଧନ କରାଯାଉ ନଥିଲା । ଫଳରେ ଅପରେସନ ଖଣ୍ଡିଆ ନ ଶୁଖି ପଚୁଥିଲା ଓ ଅନେକ ମରୁଥିଲେ । ପାସ୍ତର କହିଲେ ବ୍ୟବହୃତ ଛୁରୀ , କତୁରି ପ୍ରଭୁତିକୁ ଗରମ ପାଣିରେ ଫୁଟାଇ ବିଶୋଧନ କରି ଆବଶ୍ୟକ । ପାସ୍ତର ପ୍ରଥମ କରି କହିଲେ , ବିଭିନ୍ନ ପ୍ରକାର ମାଈକ୍ରୋବ ବା ଜୀବ ଅଛନ୍ତି । ସେମାନେ ରୋଗବ୍ୟାଧି ଓ ଅନେକ ପ୍ରାକୃତିକ ଘଟନା ପାଇଁ ଦାୟୀ । ୧୮୪୦ ବେଳକୁ ଅଧିକ ଶକ୍ତିଶାଳି ଅଣୁବୀକ୍ଷଣ ଯନ୍ତ୍ର ନିର୍ମିତ ହୋଇଥାଏ । କେତେକ ବିଜ୍ଞାନୀ ପାସ୍ତରଙ୍କ ବୀଜାଣୁ ତତ୍ତ୍ଵର ବିରୋଧ କରୁଥିଲେ , ସେମାନେ ତା ଶୀଘ୍ର ମାନିନେବାକୁ ବାଧ୍ୟ ହେଲେ ।
ଜିନିଷ ବାସୀ ହେବ, ପାଚିବା , ଖଟାହେବା ପ୍ରଭୁତିକୁ ଇଂରାଜୀରେ ଫର୍ମେଣ୍ଡେସନ ଆମର ଉପକାର କଲେ ଯେପରିକି ଦହିଜ ଖଟା ହେବା , ମଦ ରନ୍ଧା ହେବା ପ୍ରଭୃତି । କେତେକ ବିଜ୍ଞାନୀ ବିଶ୍ଵାସ କରୁଥିଲେ ଯେ ବୀଜାଣୁ ସ୍ଵତଃ ସୃଷ୍ଟି ହୁଅନ୍ତି । ପାସ୍ତର କହିଲେ , ଗୋଟିଏ ଜାତିର ବୀଜାଣୁ ଠାରୁ ସେହି ଜାତିର ବୀଜାଣୁ ସୃଷ୍ଟି ହୁଏ । ବୀଜାଣୁ ପବନରେ ଭାସିଆସି ବୀଜାଣୁ ନଥିବା ଥିବା ଜିନିଷରେ ପହଞ୍ଚନ୍ତି ଓ ତାକୁ ନଷ୍ଟ କରନ୍ତି । ବାୟୁ ସଂସ୍ପର୍ଶରେ ଆସିଲେ ଗୋଟିଏ ତାଜା ଜିନିଷ ଗନ୍ଧେଇବ ନାହିଁ ବା ପଚିବ ନାହିଁ । ଏହା ପ୍ରମାଣ କରିବା ପାଇଁ ପାସ୍ତର କେତୋଟି କାଚ ଫ୍ଲାସରେ ତଟକା ମାଂସ ସୁପ ନେଇ ଫୁଟାଇଲେ । ଫଳରେ ଫ୍ଲାସ ଭିତରୁ ବାୟୁ ନିଷ୍କାସନ ହୋଇଗଲା । କେତୋଟି ଫାସ ମୁହଁକୁ ନିବୁଜକରି ବନ୍ଦ କରାଗଲା ଓ ଆଉ କେତୋଟି ଖୋଲା ରହିଲା । ଦେଖାଗଲା ଯେ ଯେଉଁ ଫ୍ଲାସର ମୁହଁ ଖୋଲା , ତା ଭିତର ସୁପ ଅଳ୍ପ ଦିନ ପରେ ଗୋଳିଆ ଦିସୁଛି , ଗନ୍ଧୋଉଛି , ମାତ୍ର ନିବୁଜ ଫଲ୍ସର ସୁପ ସ୍ଵଚ୍ଛ ଓ ତାଜା ରହୁଛି । ପାସ୍ତର ଇନଷ୍ଟିଚ୍ୟୁଟରେ ସେ ପରୀକ୍ଷା କରିଥିବା କେତେକ ନିବୁଜ ଫ୍ଲାସ ଆଜିଯାଏ ଅଛି ଏସବୁ ଫ୍ଲାସ ଭିତର ସୁପ ଏ ଯାଏ ତାଜା ଦିସୁଛି ।
ଫ୍ରାନ୍ସସରେ ମଦ ବ୍ୟବସାୟରେ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଏ । ପାସ୍ତରଙ୍କ ପୂର୍ବରୁ ମଦ ଶୀଘ୍ର ଆମ୍ବିଳା ହୋଇଯାଉଥିବାରୁ ବ୍ୟବସାୟୀଙ୍କୁ ବିପୁଳ କ୍ଷତି ସହିବାକୁ ପଡୁଥିଲା । ଏ କ୍ଷତିରୁ ରକ୍ଷା ପାଇବାର ଉପାୟ ନିର୍ଣ୍ଣୟ ପାଇଁ ୧୮୬୪ ରେ ଫ୍ରାନ୍ସସର ସମ୍ରାଟ ପାସ୍ତରଙ୍କୁ ଦାୟିତ୍ଵ ଦେଲେ । ମଦକୁ ଅଣୁବୀକ୍ଷଣ ସାହାଯ୍ୟରେ ପରୀକ୍ଷା କରି ପଦାର୍ଥ ପରୀକ୍ଷା କରି ପାସ୍ତର ଜାଣିଲେ ଯେ ମଦ ରେ ଦୁଇପ୍ରକାର ଇଷ୍ଟ ଅଛନ୍ତି । ଇଷ୍ଟ ଅତି କ୍ଷୁଦ୍ର ଜୀବନ୍ତ ପଦାର୍ଥ । ବୀଜାଣୁ , ଇଷ୍ଟ , ଭାଇରସ ଉପରେ ଆଲୋକପାତ କରିବା ପାସ୍ତରଙ୍କ କୀର୍ତ୍ତି । ସେ ଆବିଷ୍କାର କଲେ ଯେ ମଦରେ ଉପସ୍ଥିତ ଗୋଟିଏ ପ୍ରକାର ଇଷ୍ଟ ଗୋଲାକାର ଓ ତାହା ମଦ ପ୍ରସ୍ତୃତି ପାଇଁ ଆବଶ୍ୟକ । ଦ୍ଵିତୀୟ ପ୍ରକାର ଇଷ୍ଟ ସାମାନ୍ୟ ଲମ୍ବାଳିଆ । ଏହି ଲମ୍ବାଳିଆ ଇଷ୍ଟ ଯୋଗୁଁ ମଦ ଆମ୍ବିଳା ହେଉଛି । ଅନେକ ପରୀକ୍ଷା କରି ପାସ୍ତର ଜାଣି ପାରିଲେ ଯେ ମଦ ପ୍ରସ୍ତୁତ ହୋଇଯିବା ପରେ ଏହାକୁ ପଞ୍ଚାନବେ ଡିଗ୍ରୀ ସେଣ୍ଟିଗ୍ରେଡ ପର୍ଯ୍ୟନ୍ତ ଗରମ କରି ନିବୁଜ ମୁଡ ଦେଇ ରଖିଲେ ଏହା ତାଜା ରହୁଛି । ପାସ୍ତରଙ୍କ ପ୍ରଣାଳୀ ଅନୁସରଣ କରି କ୍ଷୀରକୁ ତାହା ରଖିବା ସମ୍ଭବ ହେଲା । “ ପାସ୍ତରଇଜିଡ କ୍ଷୀର “ ଏହି ଜଣାଶୁଣା ନାମ । ପାସ୍ତରଙ୍କ ପରଠାରୁ ନିବୁଜ ଟିଣରେ ଫଳ, ମାଛ , ମାଂସ ପ୍ରଭୁତି ଖାଦ୍ୟ ବସ୍ତୁ ଦୀର୍ଘକାଳ ଯାଏ ତଟକା ରଖାଯାଇପାରୁଛି ।
ମଦ ଉତ୍ପାଦନକାରୀଙ୍କୁ ବିପୁଳ କ୍ଷତିରୁ ବଞ୍ଚାଇବା ଉପାୟ ପାସ୍ତର ବତାଇ ଥିବା ଖବର ଫ୍ରାନ୍ସ ରେ ବିଜୁଳି ପରି ଖେଳିଗଲା । ରେଶମ ବ୍ୟବସାୟୀମାନେ ତାଙ୍କ ପାଖରେ ପହଞ୍ଚିଲେ । କଥା ହେଉଛି ରେଶମ ପୋକସବୁ ଅଜଣା ରୋଗରେ ମରୁଥାନ୍ତି । ଫଳରେ ରେଶମ ବ୍ୟବସାୟୀଙ୍କର ଘୋର କ୍ଷତି ହେଉଥିଲା । ଏହି ସମସ୍ୟାର ସମାଧାନ ପାଇଁ ପାସ୍ତର ତିନିବର୍ଷ ଗବେଷଣା କଲେ । ରୋଗ ଓ ସୁସ୍ଥ ରେଶମ ପୋକକୁ ଚିହ୍ନିବାର ଉପାୟ ବତାଇ କେବଳ ସୁସ୍ଥ ପୋକଙ୍କୁ ନେଇ ସିଲକ ଉତ୍ପାଦନ କରିବାକୁ ପାସ୍ତର ପରାମର୍ଶ ଦେଲେ । ତାଙ୍କ ଉପଦେଶ ମାନିବା ଫଳରେ ରେଶମ ଶିଳ୍ପ ସୁସ୍ଥ ହୋଇ ଉଠିଲା । ପାସ୍ତରଙ୍କ ପ୍ରତି କୃତଜ୍ଞତା ସ୍ୱରୂପ ଫ୍ରାନ୍ସର ରେଶମ ବ୍ୟବସାୟୀ ସଂଘ ଆଲାଇସ ଠାରେ ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରାଇଥିଲେ ।
ପାସ୍ତର ମଣିଷ ଓ ପଶୁଙ୍କ ରୋଗ ପ୍ରତିଷେଧକ ବ୍ୟବସ୍ଥାର ଜନକ । ହଇଜା ଧରୁଥିବା କୁକୁଡାଙ୍କ ସମ୍ପର୍କରେ ଗବେଷଣା କରି ଯେଉଁ ଜୀବାଣୁଙ୍କ ଦ୍ଵାରା କୁକୁଡାକୁ ହଇଜା ହୁଏ ତାକୁ ଚିହ୍ନଟ କଲେ । ସୁସ୍ଥ କୁକୁଡା ଶରୀରରେ ଇଂଜେକସନ ଦେଇ ଯଥେଷ୍ଟ ପରିମାଣରେ ହଇଜା ଜୀବାଣୁ ପୁରାଇ ପାସ୍ତର ଲକ୍ଷ୍ୟ କଲେ ଏ କୁକୁଡାକୁ ହଇଜା ଧରୁନାହିଁ । କୁକୁଡାଙ୍କ ହଇଜା ରୋକିବାର ଏକ ପ୍ରତିକାର ମିଳିଗଲା । କୁକୁଡାଙ୍କ ହଇଜା ପରି ମେଣ୍ଢାମାନେ ମାରାତ୍ମକ ଡିଆଁ ଜର ରେ ଲକ୍ଷ ଲକ୍ଷ ସଂଖ୍ୟାରେ ମାରୁଥିବା । ଏହି ରୋଗର ପ୍ରତିଷେଧକ ଆବିଷ୍କାର କରି ପାସ୍ତର ପଶୁପାଳକଙ୍କର ଅଶେଷ କଲ୍ୟାଣ କରିଥିଲେ । ଆନ୍ଥାରାକ୍ସ ଜୀବାଣୁଙ୍କର ଇଂଜେକସନ ସୁସ୍ଥ ମେଣ୍ଢାଙ୍କୁ ଦେଇ ପାସ୍ତର ଦେଖିଲେ ଇଂଜେକସନ ନେଉଥିବା ମେଣ୍ଢାମାନେ କେବେ ବେମାର ପଡୁନାହାନ୍ତି ।
ଅନେକ ଅସାମାନ୍ୟ ସାଫଲ୍ୟ ଭିତରେ ପଗଳା କୁକୁର କାମୁଡିବା ଫଳରେ ହେଉଥିବା ଜଳାତଙ୍କର ପ୍ରତିଷେଧକ ନିର୍ଣ୍ଣୟ କରିବା ପାସ୍ତରଙ୍କର ସର୍ବମହାନ ସାଫଲ୍ୟ । ଜଳାତକ ରୋଗୀର ମୃତ୍ୟୁ ସୁନିଶ୍ଚିତ । ଜଳାତକ ରୋଗରେ ଯେଉଁ ଚିକିତ୍ସା ପାସ୍ତର ସ୍ଥିର କରିଥିଲେ ତାକୁ ପ୍ରଥମେ ମୂଷାଙ୍କ ଉପରେ ପ୍ରୟୋଗ କଲେ ପାସ୍ତର ଅନେକଗୁଡିଏ ମୂଷା ଓ କେତେକ ପାଗଳା କୁକୁରଙ୍କୁ ଗୋଟିଏ ଘରେ ରଖିଦେଲେ । ପଗଳା କୁକୁରମାନେ ମୂଷାଙ୍କୁ କାମୁଡିଲେ । ପାଗଲା କୁକୁରଙ୍କ ଲାଳ ସଂଗ୍ରହ କରି ଏହି ଲାଳକୁ ଇଂଜେକସନ ନେଲେ ସେମାନେ ଭଲ ହୋଇଗଲେ । ଅନ୍ୟମାନେ ମଲେ । ପାସ୍ତର ଜାଣିଥିଲେ ପଗଳା କୁକୁରର ଟୋପାଏ ଲାଳ ଯଦି ପାଟିକୁ ଚାଲିଯାଏ ତେବେ ମାରିବାକୁ ହେବ । ତଥାପି ପଗଳା କୁକୁର ପାଟିରେ କାଚଲାଣି ପୁରାଇ ନିଜ ମୁହଁରେ ସୋସିଜ ଇଂଜେକସନ ଉପଯୋଗୀ ଲାଳ ସଂଗ୍ରହ କରୁଥିଲେ ।
ଗୋଟିଏ ନଅ ବର୍ଷର ପିଲାକୁ ପାଗଲା କୁକୁର ଦେହସାରା କାମୁଡିଥାଏ । ପିଲାତାର ମୃତ୍ୟୁ ସୁନିଶ୍ଚିତ । ପିଲାର ମାଆ ତାଙ୍କୁ ପାସ୍ତରଙ୍କ ପାଖକୁ ନେଇଗଲା । ପାସ୍ତର ତାଙ୍କୁ ଇଂଜେକସନ ଦେଲେ । ପଗଳା କୁକୁର କାମୁଡାରେ ନ ମରି ବଞ୍ଚିଥିବା ପ୍ରଥମ ମଣିଷ ହେଲା ସେଇ ପିଲାଟି । ତାର ନାମ ଜୋଶେଫ ।ବଡ ହେବା ପରେ ଜୋଶେଫ ଘଟନା କ୍ରମେ ପାସ୍ତର ଇନଷ୍ଟିଚ୍ୟୁଟର ଜଗୁଆଳ ହେଲା । ଦ୍ଵିତୀୟ ମହାଯୁଦ୍ଧ ସମୟରେ ନାଜି ସୈନ୍ୟମାନେ ପାସ୍ତର ଇନଷ୍ଟିଚ୍ୟୁଟାରେ ପଶି ତାଙ୍କ କରବ ପାଖକୁ ଯିବାକୁ ଚାହିଁଥିଲେ । ସେମାନଙ୍କୁ ବାଟ ଛାଡିଦେବା ପରିବର୍ତ୍ତେ ଜୋଶେଫ ଆତ୍ମହତ୍ୟା କରିଥିଲା ।
ପାସ୍ତର ଡାକ୍ତର ନଥିଲେ । ସେ ଥିଲେ ଜଣେ ରସାୟନବିଜ୍ଞାନୀ । ପ୍ରଥମରୁ ଡାକ୍ତର ଓ ଜୀବବିଜ୍ଞାନୀମାନେ ପାସ୍ତରଙ୍କ ତତ୍ତ୍ଵର ବିରୋଧ କରୁଥିଲେ । ପରେ ପାସ୍ତର ଡାକ୍ତରଙ୍କ ଗୁରୁ ହୋଇଗଲେ । ଲଣ୍ଡନ ଠାରେ ହେଉଥିବା ଅନ୍ତର୍ଜାତିକ୍ଜ ମେଡିକାଲ କଂଗ୍ରେସରେ ଯୋଗ ଦେବା ପାଇଁ ଫରାସୀ ସରାକାର ପାସ୍ତରଙ୍କୁ ନିର୍ବାଚିତ କରିଥାଏ । ସମ୍ମିଳନୀରେ ଯୋଗ ଦେବାକୁ ପାସ୍ତର ହଲରେ ପଶିବା ସମୟରେ ୟୁରୋପର ବିଶିଷ୍ଟ ଚିକିତ୍ସକମାନେ ଘନ ଘନ କରତାଳି ଦ୍ଵାରା ତାଙ୍କୁ ସ୍ଵାଗତ କଲେ । ପାସ୍ତର ହଡବଡେଇ ଗଲେ । କାହାପାଇଁ ଏତେ କରତାଳି ! ନିଶ୍ଚିତ ୱଲେସର ଯୁବରାଜ ଆସି ପହଞ୍ଚିଲେ । ତାଙ୍କ ପାଛୋଟି ନେଉଥିବା ବ୍ୟକ୍ତିଙ୍କୁ କହିଲେ “ ମୁଁ ଦୁଃଖିତ । ୱଲେସର ଯୁବରାଜ ଆସୁଛନ୍ତି ଜାଣିଥିଲେ ଆଗରୁ ଆସିଥାନ୍ତି । “
ସଂଗୃହିତ - ଶରତ କୁମାର ମହାନ୍ତି
Last Modified : 10/29/2019