ଗାଲିଲିଓ “ ଆଧୁନିକ ବିଜ୍ଞାନର ଜଣକ “ ଭାବେ ଖ୍ୟାତ । ବିଜ୍ଞାନ କ୍ଷେତ୍ରରେ ସେ କେବଳ ମହାନ ଆବିଷ୍କାର କରିନାହାନ୍ତି , ସର୍ବଶକ୍ତିମାନ ଚର୍ଚ୍ଚ ବିରୁଦ୍ଧରେ ସାହସର ସହ ଲଢିଛନ୍ତି । ସେତେବେଳେ ଯିଏ ଆରିଷ୍ଟୋଟଳଙ୍କ ଲେଖାରୁ ଯେତେ ଅନର୍ଗଳ ଭାବେ ଗାଈ ପାରୁଥିଲା ସେ ସେତେବଳ ଜ୍ଞାନୀ ଭାବେ ବିବେଚିତ ହେଉଥିଲା ।
ଆରିଷ୍ଟୋଟଳଙ୍କ ଭକ୍ତମାନେ ୟୁରୋପରେ ବିଶ୍ଵବିଦ୍ୟାଳମାନଙ୍କୁ ମାଡି ବସିଥିଲେ । ସେମାନଙ୍କୁ ସମର୍ଥନ କରୁଥିଲେ । ଅମିତ ପରାକ୍ରମୀ ଚର୍ଚ୍ଚ । କୌଣସି ଜ୍ଞାନୀ ପୁରୁଷଙ୍କୁ ଅନ୍ଧ ଭାବେ ଅନୁସନ ନ କରି ନିଜର ଆଖି , କାନ ଓ ମସ୍ତିସ୍କ ଉପରେ ନିର୍ଭର କରି ସତ୍ୟର ଅନୁସନ୍ଧାନ କରିବା ବିଜ୍ଞାନର ଆଦର୍ଶ । ଏହି ଆଦର୍ଶର ଧ୍ଵଜାକୁ ଧରି ଭୟଙ୍କର ପ୍ରତିକୂଳ ପରିସ୍ଥିତିରେ ଗାଲିଲିଓ ରାସ୍ତାକୁ ବାହାରି ପଡିଲେ । ସେଇଥିପାଇଁ ତାଙ୍କୁ “ଆଧୁନିକ ବିଜ୍ଞାନର ଜନକ“ ଆସନରେ ବସାଇଛି ।
ଗାଲିଲିଓ ଇଟାଲୀୟ ପିସାଠାରେ ୧୫୬୪ ଖ୍ରୀଷ୍ଟଦ୍ଦରେ ଜନ୍ମଗ୍ରହଣ କରିଥିଲେ । ସେ ପିସା ବିଶ୍ଵବିଦ୍ୟାଳୟରେ ଛାତ୍ରଥିଲେ ଓ ପରେ ସେଇଟି ଗଣିତ ଅଧ୍ୟାପକ ହୋଇଥିଲେ । ଗାଲିଲିଓଙ୍କୁ ଜଣେ ଚିକିତ୍ସକ କରିବା ପାଇଁ ବାପାଙ୍କର ଇଛା ଥିଲା । କାରଣ ସେତେବେଳେ ଜଣେ ଚିକିତ୍ସକ ଜଣେ ଗଣିତଜ୍ଞ ଠାରୁ ଯଥେଷ୍ଟ ଅଧିକ ରୋଜଗାର କରୁଥିଲା । ନିଜର ସହଜାତ ପ୍ରତିଭା ପ୍ରତି ଅନୁଗତ ରହି ଗଲିଲିଓ ଗଣିତ ଅଧ୍ୟୟନ କଲେ ଓ ବିଜ୍ଞାନ ଗବେଷଣାରେ ମାତିଲେ । ତାଙ୍କର ସୁନାମ ଗାଲିଲିଓଙ୍କୁ ଗଣିତ ଅଧ୍ୟାପକ ଭାବେ ନିଯୁକ୍ତ କଲା । ଦିନେ ଯୁବକ ଗାଲିଲିଓ ପିସାର ଚର୍ଚ୍ଚକୁ ଯାଇଥାନ୍ତି । ସେ ଦିନ ଚର୍ଚ୍ଚ ଛାତ ମରାମତି ହେଉଥାଏ । ସେହି କାରଣରୁ ଛାତରୁ ଯାଇଥାନ୍ତି ଝୁଲୁଥିବା ମହମବତୀ ଖଣ୍ଡକାଟି ହଲାଉଥିଲେ । ତାକୁ କିଛି ସମୟ ଲକ୍ଷ କରି ଗାଲିଲିଓ ବିସ୍ମାୟାଭୂତ ହେଲେ । ଗୋଟିଏ ଦୋଳକର ଗତିପାଠ ଏକ ବୃତ୍ତାଚାପ । କାନ୍ଥ ଘଣ୍ଟାର ପେଣ୍ଡୁଲଂ ଏକ ଦୋଳକ । ତାହା ଗୋଟିଏ ବୃତ୍ତିଚାପର ଏକ ପ୍ରାନ୍ତରୁ ବାହାରି ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଯାଏ ଓ ପୁଣି ପୂର୍ବ ପ୍ରାନ୍ତକୁ ଫେରିଆସେ । ଗାଲିଲିଓ ଅବାକ ହୋଇ ଲକ୍ଷ୍ୟ କଲେ , ବୃତ୍ତଚାପ ଛୋଟ ହେଉ ବା ବଡ ହେଉ, ଠାରେ ପୁରା ବୃତ୍ତାଚାପ ଘୁରିଆସିବାକୁ ଖଞ୍ଜନ ସମାନ ସମାନ ସମୟ ନେଉଛି । ଏହା ମାପିବା ପାଇଁ ଘଣ୍ଟା ଗାଲିଲିଓ ପାଇଲେ କେଉଁଠୁ । ଜଣକର ହାତ ନାଡି ମିନିଟକୁ ଯେତେଥର ଟିକ ଟିକ କରେ ତାହା ଏକ ନିର୍ଦ୍ଧିଷ୍ଟ ସଂଖ୍ୟା । ଗାଲିଲିଓ ନିଜ ହାତ ନାଡି ଦେଖି ସମୟ ମାପୁଥିଲେ ।
ଘରକୁ ଫେରି ନିଜେ ପରୀକ୍ଷା କରିବା ପାଇଁ ଗାଲିଲିଓ ଅସ୍ଥିର ହେଲେ । ଗୋଟିଏ ଲୁହା ବଲକୁ ଡୋରିରେ ବାନ୍ଧି ଗୋଟିଏ ଫଚ ଦଳରୁ ତାକୁ ଝୁଲାଇଲେ । ତାପରେ ତାକୁ ଦୋଳାୟିତ କରି ଦୀର୍ଘକାଳ ପରୀକ୍ଷା ଓ ପର୍ଯ୍ୟବେକ୍ଷଣକୁ ଗାଲିଲିଓ ଦୋଳନରେ ନିୟମ ଆବିଷ୍କାର କଲେ । ଦୋଳନ ଚାପ ଛୋଟ ବା ବଡ ହେବା ଉପରେ ଦୋଳନ ସମୟ ନିର୍ଭର କରେ ନା । ଯେଉଁ ପ୍ରାନ୍ତରୁ ଦୋଳକ ବାହାରିଥାଏ । ସେହି ପ୍ରାନ୍ତକୁ ଫେରିଆସିବାକୁ ଯେତିକି ସମୟ ନିଏ ତାହା ଦୋଳକ ସମୟ । ଦୋଳନ ଡୋରିରେ ଦୈର୍ଘ୍ୟ ପରିବର୍ତ୍ତିତ ହେଲେ ଦୋଳନ ସମୟ ପରିବର୍ତ୍ତିତ ହୁଏ । ଗାଲିଲିଓଙ୍କର ଯେଉଁଠି ତିନୋଟି ଆବିଷ୍କାର ତାଙ୍କୁ ଚିରସ୍ମରଣୀୟ କରି ରଖିବ ସେଥିରୁ ଦୋଳନର ନିୟମ ଆବିଷ୍କାର ଗୋଟିଏ । ଅନ୍ୟ ଦୁଇଟି ହେଉଛି ପତନଶୀଳ ବସ୍ତୁର ନିୟମ ଓ ଦୂରବୀକ୍ଷଣ ଯନ୍ତ୍ର ବା ଟେଲିସ୍କୋପ ସାହାଯ୍ୟରେ ଗ୍ରହ ଉପଗ୍ରହଙ୍କ ପର୍ଯ୍ୟବେକ୍ଷଣ । ଆରିଷ୍ଟୋଟଳ କହିଥିଲେ ଯେ ସମାନ ଉଚ୍ଚତାରୁ ଦୁଇଟି ବସ୍ତୁ ଏକ ସମୟରେ ଖସିଲେ ଓଜନିଆ ବସ୍ତୁଟି ଆଗ ଭୂପୃଷ୍ଠରେ ପଡିବ । ହାଲୁକା ବସ୍ତୁ ପରେ ପଡିବ । ଚଢେଇ ପର ବା ଟୁଲ ଆକାଶରୁ ଧୀରେ ଧୀରେ ଖସୁଥିବାର ଲକ୍ଷ୍ୟ କରି ଆରିଷ୍ଟୋଟଲ ଏପରି ସିଦ୍ଧାନ୍ତରେ ପାହାଙ୍କିଥିବେ । ବାୟୁମଣ୍ଡଳ ପ୍ରତିବନ୍ଧକ ହେଉଥିବାରୁ । ଚଢେଇ ପର ଧୀରେ ଧୀରେ ଖସେ । ମାତ୍ର ଗୋଟିଏ ଏକ କେଜି ଲୁହା ବଟକରା ଓ ଦଶକେଜି କୁହା ବଟକରା ସମାନ ଉଚ୍ଚତାରୁ ଏକ ସମୟରେ ଖସିଲେ ଏକ ସମୟରେ ମାଟିରେ ପଡିବ । କାରଣ ଦୁହେଁଙ୍କ ଉପରେ ବାୟୁର ପ୍ରତିବନ୍ଧକ ପ୍ରାୟ ନଥିଲା । ପଡୁଆ ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ଥିବା ବେଳେ ନାନା ପରୀକ୍ଷା କରି ଗାଲିଲିଓ ଏହି ଯୁଗାନ୍ତକାରୀ ତତ୍ତ୍ଵ ଆବିଷ୍କାର କରିଥିଲେ , ମାତ୍ର ପଡୁଆର ରକ୍ଷଣାଶୀଳ ବାତାବରଣ ଏହାକୁ ପ୍ରକାଶ କଲେ ବିପଦରେ ପଡିବେ ଆଶଙ୍କା କରି ଛୁ ରହିଲେ ।
ଛଅ ବର୍ଷ ପରେ ପାଡୁଆର ପ୍ରଫେସର ଚାକିରି ଛାଡି ଗାଲିଲିଓ ଅଧିକ ଦରମାରେ ପିସା ବିଶ୍ଵବିଦ୍ୟାଳୟ ଆସିଲେ । ପିସାର ବାତାବରଣ ତୁଳନାତ୍ମକ ଭାବେ ଅନେକ ଖୋଲା । ଗାଲିଲିଓ ଘୋଷଣା କଲେ ଯେ ଗୋଟିଏ ନିର୍ଦ୍ଧିଷ୍ଟ ଦିନ ସେ ପିସାର ଅବନିତ ସ୍ତମ୍ଭ ସ୍ତମ୍ଭଟି ଭୂମି ଉପରେ ଲମ୍ବା ଭାବେ ଛିଡା ନ ହୋଇ ଟିକିଏ ଢଳିକରି ଥିବାରୁ ଏପରି ନାମକରଣ ) ନିକଟରେ ଆରିଶୋଟଳଙ୍କ ମତକୁ ଖଣ୍ଡନ କରିବେ । ନିର୍ଦ୍ଧିଷ୍ଟ ଦିନ ଅବନତ ସ୍ତମ୍ଭ ନିକଟରେ ଗାଲିଲିଓ ପହଞ୍ଚି ଦେଖିଲେ ଚାରିପଟେ ଲୋକାରଣ୍ୟ । ଲୋକେଦେଖିଲେ ଗାଲିଲିଓ ସାଙ୍ଗରେ କିଛି ପୋଥିପତ୍ର ନେଇ ଆସିନାହାନ୍ତି । ବିନା ପୋଥିରେ ସେ ଆରିଷ୍ଟୋଟଳଙ୍କୁ ଖଣ୍ଡନ କରିବେ କିପରି ? ଗାଲିଲିଓ ବୁଝାଇଦେଲେ ସେ ଯେ ଦୁଇଟି ଅସମାନ ଓଜନ ଧରି ଆସିଛନ୍ତି । ସ୍ତମ୍ଭଉପରକୁ ଯାଇ ଦୁଇହାତରେ ଦୁଇ ଓଜନକୁ ଧରି ଏକ ସମୟରେ ଛାଡିଦେଲେ । ମୂହୁର୍ତ୍ତକ ମଧ୍ୟରେ ଚମତ୍କାର ଘଟିଗଲା । ଦୁଇଟି ଓଜନ ଏକ ସମୟରେ ଆସି ମାଟିରେ ପଡିଲା । ଏକଥା ଦେଖି ପିସା ବିଶ୍ଵବିଦ୍ୟାଳୟର କେତେକ ଜ୍ଞାନୀ ଅଧ୍ୟାପକ ଗାଲିଲିଓଙ୍କୁ ଜେନ ଖଚଡ ବ୍ୟକ୍ତି ବୋଲି କହି ବୁଲିଲେ । ଏହା ସତ୍ତ୍ୱେ , ଗାଲିଲିଓଙ୍କ ସୁନାମ ଚାରିଆଡେ ଖେଳେଇ ଗଲା ।
ଟେଲିସ୍କୋପ ସାହାଯ୍ୟରେ ଆକାଶ ଦର୍ଶନ ଗାଲିଲିଓଙ୍କର ତୃତୀୟ ମହାନ ଆବିଷ୍କାର । ଗାଲିଲିଓଙ୍କ ପୂର୍ବରୁ ଟେଲିସ୍କୋପ ଆବିଷ୍କୃତ ହୋଇଥିଲା । ମାତ୍ର ଯୁଦ୍ଧବେଳେ ଶତ୍ରୁ ସୈନିକଙ୍କର ଗତିବିଧି ଲକ୍ଷ୍ୟ କରିବା, ଦୂରରୁ ସମୁଦ୍ର ଜାହାଜକୁ ଦେଖିବା ମଧ୍ୟରେ ଟେଲିସ୍କୋପର ବ୍ୟବହାର ସୀମିତ ଥିଲା । ଟେଲିସ୍କୋପକୁ ଆକାଶ ଆଡକୁ ମୁହଁଇବା ଗାଲିଲିଓ ମୌଳିକ ଅବଦାନ । ଏଥିପାଇଁ ସେ ଶକ୍ତିଶାଳି ଟେଲିସ୍କୋପ ନିର୍ମାଣ କଲେ । ତାଙ୍କ ଟେଲିସ୍କୋପରେ ଚନ୍ଦ୍ର ଓ ଅନ୍ୟ ଗ୍ରହଙ୍କୁ ଦେଖି ଗାଲିଲିଓ ଚାଞ୍ଚଲ୍ୟକର ତଥ୍ୟ ଆବିଷ୍କାର କଲେ । ଚନ୍ଦ୍ରର ପୃଷ୍ଠ ସମତଳ ନୁହେଁ ଓ ଏଥିରେ ଖାଲ ଢିପ ଅଛି ବୋଲି ଓ ଟେଲିସ୍କୋପ ତାଙ୍କୁ ଜଣାଇଦେଲେ । ବୃହସ୍ପତି ଗ୍ରହର ଚାରୋଟି ଉପଗ୍ରହ ଟେଲିସ୍କୋପ ଦ୍ଵାରା ଆବିଷ୍କୃତ କରି ଗାଲିଲିଓ ଚମକୃତ ହେଲେ । ଟେଲିସ୍କୋପରେ ଚନ୍ଦ୍ର , ବୃହସ୍ପତି ଓ ଛାୟାପାଠକୁ ଦେଖିବା ପାଇଁ ଗାଲିଲିଓ ବିଶ୍ଵବିଦ୍ୟାଳୟର ଅଧ୍ୟାପକମାନଙ୍କୁ ନିମନ୍ତ୍ରଣ କଲେ । ଅନେକ ଅଧ୍ୟାପକ ତାଙ୍କ ନିମନ୍ତ୍ରଣ ଗ୍ରହଣ କଲେ । ଆରିଷ୍ଟୋଟଲଙ୍କୁ ଖଣ୍ଡନ କରୁଥିବା ବଦମାସ ଯନ୍ତ୍ର ପାଖରୁ କେତେକ ଆଦୌ ଗଲେ ନାହିଁ ।
ବିପୁଳ ଯଶକୀର୍ତ୍ତିର ଅଧିକାରୀ ହେବା ପରେ ଗାଲିଲିଓ ପୁଣି ପାଡୁଆ ବିଶ୍ଵବିଦ୍ୟାଳୟର ପ୍ରଫେସର ପଦ ଗ୍ରହଣ କରି ପାଡୁଆ ଆସିଲେ । ପାଡୁଆରେ ରକ୍ଷଣାଶୀଳ ପରିବେଶକୁ ବଦଳାଇବା ଲକ୍ଷ୍ୟ ତାଙ୍କର ଥିଲା । ଗାଲିଲିଓଙ୍କ ଭିତରେ କେବଳ ଜେନ ମହାନ ଆବିଷ୍କାରକ ନଥିଲେ , ବିଜ୍ଞାନକୁ ପ୍ରତିଷ୍ଠା କରିବା ପାଇଁ ସଂଗ୍ରାମ ପୁରୁଷଟିଏ ମଧ୍ୟ ଥିଲା । ଟେଲିସ୍କୋପରେ ଅନ୍ୟ ଗ୍ରହମାନଙ୍କୁ ଲକ୍ଷ୍ୟ କରି ଗାଲିଲିଓ ନିଶ୍ଚିତ ହେଲେ ଯେ କୋପରନିକସ ମତଟି ଠିକ । ପ୍ରଥମରୁ ଚର୍ଚ୍ଚ କର୍ତ୍ତୃପକ୍ଷ କୋପରନିକସଙ୍କ ମତକୁ ବିଶେଷ ଗୁରୁତ୍ଵ ଦେଉନଥିଲେ ;ମାତ୍ର ବିଜ୍ଞାନୀ ମାନେ କୋପରନିକସଙ୍କ ମତ ଆଡକୁ ଢଳୁଛନ୍ତି ଲକ୍ଷ୍ୟ କରି ଧର୍ମଗୁରୁମାନେ ଚିନ୍ତିତ ହୋଇ ପଡିଲେ । ଗାଲିଲିଓଙ୍କ ଲେଖିବାର ଶୈଳୀ ସାଧାରଣ ଶିକ୍ଷିତ ବ୍ୟକ୍ତିକୁ ଆକୃଷ୍ଟ କରୁଥାଏ । ଖ୍ରୀଷ୍ଟାଦ୍ଦ ୧୬୧୦ ରେ ଗ୍ରହ ଉପଗ୍ରହ ସମ୍ପର୍କରେ ତାଙ୍କର ପ୍ରଥମ ବହି ପ୍ରକାଶ ପାଇ ଚହଳ ସୃଷ୍ଟି କଲା । ସୂର୍ଯ୍ୟ ବିଶ୍ଵର କେନ୍ଦ୍ର – ଏହି କୋପରନିକାସୀୟ ମତ ଭ୍ରାନ୍ତ ବୋଲି ରୋମରୁ ଚର୍ଚ୍ଚ କର୍ତ୍ତୃପକ୍ଷ ଘୋଷଣା କଲେ । କୋପରନିକସଙ୍କ ମତକୁ ସମର୍ଥନ କରିବା ଗର୍ହିତ ଅପରାଧ ବୋଲି ସତର୍କ କରିଦିଆଗଲା । ସତର୍କବାଣୀ ଗାଲିଲିଓଙ୍କ ପ୍ରତି ଉଦ୍ଧିଷ୍ଟ ଥିଲା ।
୧୬୩୨ରେ ଗ୍ରହ ନକ୍ଷତ୍ର ସମ୍ବନ୍ଧରେ ଗାଲିଲିଓଙ୍କର ଦ୍ଵିତୀୟ ଗ୍ରନ୍ଥ ପ୍ରକାଶ ପାଇଲା । ଏଥିରେ ସେ କୌଶଳରେ କୋପରନିଶାକଙ୍କ ମତକୁ ସମର୍ଥନ କରିଥାନ୍ତି । ଦୁଇଜଣ ବ୍ୟକ୍ତିଙ୍କ କଥୋପକଥନ ଛଳରେ ବହିଟି ଲେଖା ହୋଇଥାଏ । ଜଣେ ପ୍ରାଚୀନ ଆରିଷ୍ଟୋଟଲୀୟ ମତରେ ପ୍ରବକ୍ତା ଓ ଆଉଜଣେ କୋପରନିକସଙ୍କ ମତରେ ପ୍ରବକ୍ତା । ମାତ୍ର ବହିଟି ଏପରି ଶୈଳୀରେ ଲେଖାଯାଇଥାଏ ଯେ କୋପରନିକସଙ୍କ ମତ ଠିକ ବୋଲି ପାଠକର କୌଣସି ସନ୍ଦେହ ରହିବ ନାହିଁ । ଏ ବହି ଜରିଆରେ କୋପରନିକସଙ୍କ ମତ ପ୍ରଚାର କରୁଥିବାରୁ ବୁଢାଦିନେ ଗାଲିଲିଓ ଚର୍ଚ୍ଚ ବିଚାରାଳୟକୁ ଘୋଷାଡା ହେଲେ । ତାଙ୍କୁ ଜେଲଦଣ୍ଡ ହୋଇଥାନ୍ତା । ମାତ୍ର ତାଙ୍କର ବୟସ ଓ ସ୍ୱାସ୍ଥ୍ୟ ପ୍ରତି ଲକ୍ଷ୍ୟ ରାଖୀ ବିଚାରଲାୟ ଗାଲିଲିଓଙ୍କୁ ଗୃହବନ୍ଦୀ ଭାବେ ରହିବାକୁ ହୁକୁମ ଦେଲେ । ଗାଲିଲିଓଙ୍କର ବହିଲେଖା ଓ ବିଚାରଳୟରେ ପ୍ରତି ଦଣ୍ଡ ବିଧାନ ସେ ସମୟର ଏକ ବଡ ଘଟଣା । ବିଜ୍ଞାନ ଓ ବିରୋଧୀ ଶକ୍ତି ବିରୁଦ୍ଧରେ ଲଢି ଗାଲିଲିଓ ଲୋକଙ୍କର ଆଖି ଖୋଲିଦେଲେ । ଏହି କାରଣରୁ ଇତିହାସ ତାଙ୍କୁ “ ଆଧୁନିକ ବିଜ୍ଞାନର ଜନକ “ ।
ସଂଗୃହିତ - ଶରତ କୁମାର ମହାନ୍ତି
Last Modified : 6/16/2020