অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଦ୍ୟୁତ ଶକ୍ତିର ଉତ୍ପାଦନ

ମାଇକେଲ ଫାରାଡେ (୧୭୯୮-୧୮୬୭ ) ପରିଚୟ

ବିନା ବିଦ୍ୟୁତରେ ପୂର୍ବକାଳରେ ଲୋକମାନେ କିପରି ଚଳୁଥିଲେ ସେ କଥା ଆଧୁନିକ ଯୁଗର ମଣିଷମାନେ କଳ୍ପନା କରିପାରନତି ନାହିଁ   । ପୃଥିବୀର ପ୍ରଥମ ବିଜୁଳିବତୀ ମାତ୍ର ୧୨୦ ବର୍ଷ ପୂର୍ବେ ନିଉୟର୍କ ସହରରେ ପ୍ରଥମ କରି ଜାଲିଥିଲା   । ଏ କାମ କରିଥିଲେ ମହାନ ଉଦ୍ଭାବକ ଏଡିସନ   । କିନ୍ତୁ ବିଦ୍ୟୁତ ବିଜ୍ଞାନର ପ୍ରଧାନ ଫାଟକ ଖୋଲିଥିଲେ ମାଇକେଲ ଫାରାଡେ ।

ଊନବିଂଶ ଶତାଦ୍ଦୀ ଅଧା ସାରିଥାଏ   । ଥରେ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଫାରାଡେ ତାଙ୍କ ଦ୍ଵାରା ଆବିଷ୍କୃତ ବିଦ୍ୟୁତ ତତ୍ଵ ବୁଝାଉଥାଆନ୍ତି   । ଶ୍ରୋତାଙ୍କ ଭିତରେ ଥାଆନ୍ତି  ଇଂଲଣ୍ଡର ପ୍ରଭାବଶାଳି ପ୍ରଧାନମନ୍ତ୍ରୀ ଗ୍ଲାଡଷ୍ଟୋନ   । ଫାରାଡେଙ୍କ କଥା ମଝିରେ ଗ୍ଲାଡଷ୍ଟୋନ ବାଧ୍ୟା ଦେଇ କହିଲେ  - ହେଲା ଯେ ଏଥିରେ କଣ ଲାଭ ମିଳିବ ? ଫାରାଡେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ – କାହିଁକି ଆଜ୍ଞା  ! ଆପଣ ଏହା ଉପରେ ଟିକସ ବସାଇ ପାରିବେ  ।

ଏତେବଡ ବିଜ୍ଞାନୀଙ୍କୁ ଅପମାନ ହେବ ବୋଲି ଗ୍ଲୋଡଷ୍ଟୋନ ଚୁପ ରହିଲେ, ହିଁ ଏ ମହାଶୟ ଚାଞ୍ଚଲ୍ୟକର ଆବିଷ୍କାର କରିଛନ୍ତି   ସତ, ମାତ୍ର ତାକୁ ନେଇ ସରକାର ଟିକସ ଆଦାୟ କରିବେ କଥାଟା କିଏ କିପରି ବିଶ୍ଵାସ କରିବ ?

ସେତେବେଳେ ସିନା କେହି ବିଶ୍ଵାସ କରୁ ନଥିଲେ; ମାତ୍ର ଏବେ ଆମେ ଇଲେକଟ୍ରି ବିଲ ଆକାରରେ ଗୁଡିଏ ଟଙ୍କା ଟିକସ ଗଣି କି ହୀନସ୍ତା ହେଉଛୁ  ।

ମାଈକେଲ ଫରାଦେ ଇଂଲଣ୍ଡରେ ସହରତାଳି ଅଞ୍ଚଳରେ ଏକ ଧାର୍ମିକ ପରିବାରର ଜନ୍ମ ହୋଇଥିଲେ । ତାଙ୍କ ବାପା ଥିଲେ ଜଣେ ଗରିବ କୁମାର । ମାଇକେଲଙ୍କୁ ପାଠ ପଢେଇ ନପଡ଼ିବାରୁ ତେର ବର୍ଷ ବୟସରେ  ତାଙ୍କର ସ୍କୁଲ ବନ୍ଦ ହେଲା । ମାଇକେଲ ବହି ବନ୍ଧା  ହେଉଥିବା ଗୋଟିଏ  ଦୋକାନରେ ଚାକିରି କଲେ  ।   ସେଠି ବହି ବାନ୍ଧିଲେ , ଖବର କାଗଜ ବିକିଲେ  । ମାଆ ତାଙ୍କୁ ସପ୍ତାହକ ପାଇଁ ଗୋଟିଏ ପାଊଁରୁଟି ଦିଅନ୍ତି  । ତାକୁ ଚଉଦ ଖଣ୍ଡ କରି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଖଣ୍ଡେ ଖଣ୍ଡେ ଖାଆନ୍ତି  । ପାଊଁରୁଟି ଗୋଟିଏ ସପ୍ତାହ ଚଳାଇନିଏ   । ଫାରାଡେଙ୍କ ପିଲାଦିନ କେତେ କଷ୍ଟରେ କଟିଥିଲା ତାହା ଏହି ଘଟଣାରୁ ବୁଝାହୁଏ   ।

ଫାରାଡେଙ୍କର ବିଜ୍ଞାନରେ ଆଗ୍ରହ ଥିଲା   । ବହି ବନ୍ଧାଳି ଭାବେ କାମ କରି ସେ ଅନେକ ଉତ୍କୃଷ୍ଟ ଗ୍ରନ୍ଥ ଦେଖିବାର ସୁଯୋଗ ପାଉଥିଲେ   । ଏନସାଇକ୍ଳୋପେଡିଆ ବ୍ରିଟାନିଆ ଇଂରାଜି ଭାଷାର ପ୍ରସିଦ୍ଧ ବିଶ୍ଵକୋଷ   । ଏହି ଗ୍ରନ୍ଥରୁ ସେ ବିଦ୍ୟୁତ ଶକ୍ତି ବିଷୟରେ ପଢିଥିଲେ  । ବିଜ୍ଞାନ ବିଷୟରେ ପଢିବାରୁ ସୁଯୋଗ ତାଙ୍କୁ ମିଳିଥିଲା  । ମାତ୍ର ପଢିବା ସହିତ ବିଜ୍ଞାନଗାରରେ କାମ କରିବା ମଧ୍ୟ ଜରୁରୀ   । ଏ ସୁଯୋଗ ମଧ୍ୟ ଫାରାଡେଙ୍କର ଆସିଥିଲା   । ସାର ହମ୍ଫେରୀ ଡାଭି ସେ ସମୟରେ ବିଖ୍ୟାତ ବିଜ୍ଞାନୀ  । ଡାଭି ରୟାଲ ଇନଷ୍ଟିଚ୍ୟୁଟ ବିଜ୍ଞାନଗାରରେ ଡାଇରେକଟର ଥାଆନ୍ତି   । ଡାଭିଙ୍କର ଚାରୋଟି ବିଜ୍ଞାନ ଭିତ୍ତିକ ବକୃତା ଦେବାର ଥାଏ   ।  ଏ ବକୃତା ଶୁଣିବାକୁ ଫାରାଡେଙ୍କର ଖୁବ ଆଗ୍ରହ ;ମାତ୍ର କେବଳ ଟିକେଟ କଲେ  ଏ ବକୃତା ଶୁଣିବା ସମ୍ଭବ   । ଟିକେଟ ପାଇଁ ଫାରାଡେଙ୍କ ପାଖରେ ପଇସା ନଥାଏ  । ବହି ବନ୍ଧେଇବାକୁ ଆସୁଥିବା ଜଣେ ଗ୍ରାହକଙ୍କ ଠାରୁ ଆବଶ୍ୟକୀୟ ଚାରୋଟି ଟିକେଟ ପାଇ ଫାରାଡେ ତାଭିଙ୍କର ସବୁ ବକୃତା ଶୁଣିଲେ   ।

ବକୃତାଗୁଡିକୁ ଖୁବ ଆନନ୍ଦରେ ଶୁଣିଥିଲେ ସେତିକି ନୁହେଁ, ସବୁଗୁଡିକ ମନ ଦେଇ ଟିପିଥିଲେ   । ଟିପାଖାତାରୁ ବକୃତାଗୁଡିକୁ ସୁନ୍ଦର ଅକ୍ଷରରେ କ୍ରମାନ୍ଵୟରେ ଉତାରି ଓ ସବୁକୁ ବାନ୍ଧି ଡେଭିଙ୍କ ପାଖକୁ ପଠାଇଦେଲେ  । ଡେଭି ଖୁସି ହୋଇ ଫାରାଡେଙ୍କୁ ରୟାଲ  ଇନଷ୍ଟିଚ୍ୟୁଟ ବିଜ୍ଞାନଗାରରେ ବୋଲହାକ କରୁଥିବା ପିଅନ ଚାକିରିରେ ରଖାଇ ଦେଲେ  । ଡାଭିଙ୍କୁ ତାଙ୍କ ପରୀକ୍ଷାମାନଙ୍କରେ ସାହାଯ୍ୟ କରି ଅଳ୍ପ ଦିନ ଭିତରେ ସେ ତାଙ୍କର ପ୍ରିୟା ହୋଇ ଉଠିଲେ   । ଡାଭେଙ୍କ ପରେ ଫାରାଡେ ହୋଇଥିଲେ ରୟାଲ ଇନଷ୍ଟିଚ୍ୟୁଟ ବିଜ୍ଞାନଗାରର ଡାଇରେକଟର   । ଗୋଟିଏ ବିରାଟ ଅନୁଷ୍ଠାନରେ ସର୍ବନିମ୍ନ ଚାକିରିରେ ପଶି ସେଇଠି ଡାଇରେକଟର ହେବା ଏକ ବିରଳ ଘଟଣା   ।

ଫାରାଡେଙ୍କ ଆବିଷ୍କାର

ଚୁମ୍ବକ , ବିଦ୍ୟୁତ ଓ ଆଲୋକ ନିବିଡ ସମ୍ପର୍କ ଅଛି ବୋଲି ଫାରାଡେ ଅନୁମାନ  କରିଥିଲେ   । ଏହି ନିବିଡ ସମ୍ପର୍କର ସ୍ୱରୂପ ଉଦଘାଟନ କରିଥିବା ଏହି ମହାନ ବିଜ୍ଞାନୀଙ୍କର ସାଫଲ୍ୟ   । ଇଲେକ୍ଟ୍ରିକ ମୋଟର , ଡାଇନାମୋ ଓ ଜେନରେଟର ତାଙ୍କର ଆବିଷ୍କାରର ଫଳ   । ଫାରାଡେ ଗଣିତ ପଢି ନଥିଲେ ମାତ୍ର ଅଭିନବ ମୌଲିକ ପରୀକ୍ଷା ତାଙ୍କ ଉର୍ବର ମସ୍ତିଷ୍କରୁ ବାହାରୁଥିଲା  । ଗୋଟିଏ ଲମ୍ବା ତାରକୁ ଗୋଲାକାରରେ କେତେ ଘେରା ଗୁଡେଇ ପକେଇ ସେଇ ତାର ଭିତରକୁ ଫାରାଡେ ଗୋଟିଏ ଶକ୍ତିଶାଳି ଚୁମ୍ବକକୁ ହାତରେ ବାରମ୍ବାର ଚାଳନା କଲେ   । ଦେଖାଗଲା ତାର ଭିତର ବିଦ୍ୟୁତ ପ୍ରଭାବିତ ହେଉଛି  । ବିଦ୍ୟୁତ ସୃଷ୍ଟିର ଏହି ସରଳ ଉପାୟ ବିଜୁଳିବତୀ ଜଳିବାର ବାଟ ଖୋଲିଦେଲା   । ଆଜିକଲି ଖେଳଣା ଟ୍ରେନ ଠାରୁ ଆରମ୍ଭ କରି ବୈଦ୍ୟୁତିକ ଟ୍ରେନ ପର୍ଯ୍ୟନ୍ତ ସବୁର ସୂତ୍ର ଫାରାଡେ ବାହାର କରିଛନ୍ତି   ।

ଏତେବଡ ବିଜ୍ଞାନୀ ହେବା ପରେ ମଧ୍ୟ ଫାରାଡେ ସବୁବେଳେ ଅଚିହ୍ନା ଅଜଣା ରହିବାକୁ ଚାହୁଁଥିଲେ   । ତାଙ୍କୁ  ରୟାଲ ଷୋସାଇତି ପଦ ଯଚା ହେଲା   । କାରଣ ଅନେକ ଅନୁଭବ କରୁଥିଲେ ଯେ ଫାରାଦେ ହିଁ ଟାଙ୍କ ସମୟର ଶ୍ରେଷ୍ଟ ବିଜ୍ଞାନୀ   । ମାତ୍ର ଫାରାଡେ ସଭାପତି ପଦ ଗ୍ରହଣ କରିବକୁ ହେଲେ ନାହିଁ  । ଶେଷଯାଏ ରୟାଲ ଇନଷ୍ଟିଚ୍ୟୁଟ ବିଜ୍ଞାନଗାରକୁ ଯାଉଥିଲେ   ।

ଥରେ ଜଣେ ଯୁବ ବିଜ୍ଞାନୀ ଇନଷ୍ଟିଚ୍ୟୁଟ ବିଜ୍ଞାନଗାରକୁ କାମ କରିବାକୁ ଆସିଥାନ୍ତି   । ସେତେବେଳେ ଫାରାଡେ ବୁଢା   । ଯୁବବିଜ୍ଞାନୀତାଙ୍କୁ ଚିହ୍ନି ନ ଥାନ୍ତି ତାଙ୍କର ସାଧାସିଧା  ବେଶପୋଷାକ ଓ ଚାଲିଚାଳନ ଦେଖି ଯୁବ ବିଜ୍ଞାନୀ ଫାରାଡେଙ୍କୁ ପଚାରିଲେ “ ତୁମେ ଏଠି ଅନେକ ବର୍ଷ ହେବ କାମ କରୁଥିବ “ ।

ସଂଗୃହିତ - ଶରତ କୁମାର ମହାନ୍ତି

Last Modified : 10/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate