অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିବର୍ତ୍ତନବାଦର ପ୍ରବକ୍ତା

ଚାର୍ଲସ ଡାରଉଇନ (୧୮୦୯-୧୮୮୨) ପରିଚୟ

ଡାରଉଇନଙ୍କ ବୈଜ୍ଞାନିକ ତତ୍ତ୍ଵ ପୃଥିବୀରେ ସବୁଠାରୁ ଅଧିକ ଆଲୋଡନ ସୃଷ୍ଟି କରିଛି । କୋପରନିକସ ଓ ଗାଲିଲିଓଙ୍କ ତତ୍ତ୍ଵ ଠାରୁ ଡାରଉଇନ ମନୋରାଜ୍ୟରେ ଅଧିକ ବିପ୍ଲବ ସୃଷ୍ଟି କରିଛନ୍ତି । ଡାରଉଇନ କହିଲେ ଅତି କ୍ଷୁଦ୍ର ପ୍ରାଣୀଙ୍କ ଠାରୁ କ୍ରମାନ୍ଵୟରେ ଉଚ୍ଚରୁ ଉଚ୍ଚତର ପ୍ରାଣୀଜାତି ସୃଷ୍ଟି ହୋଇଛି । ଡାରଉଇନଙ୍କର ସମସାମୟିକ ଶିକ୍ଷିତ ବ୍ୟକ୍ତି ତାଙ୍କର ଅକ୍ଲାନ୍ତ ପରିଶ୍ରମ ସଂଗ୍ରହ କରିଥିବା ବିପୁଳ ତଥ୍ୟ ଓ ସେସବୁକୁ ଭିତ୍ତିକରି ପରିବେକ୍ଷଣ କରିଥିବା ତତ୍ଵ ପ୍ରତି ଭୁକ୍ଷେପ ନ କରି ଗୋଟିଏ କଥାକୁ ନେଇ ଅଡି ବସିଲେ । ଡାରଉଇନଙ୍କ ତତ୍ଵରେ ଅଛି – ବାନର ମଣିଷର ପୂର୍ବପୁରୁଷ । ସଭ୍ୟ ଓ ବିଜ୍ଞାନବଳରେ ଚାକଚକ୍ୟ ଜୀବନ ବିଟାଉଥିବା ବ୍ୟକ୍ତିମାନଙ୍କୁ କଥାତା ବଡ ବଧିଲା । ବାଇବେଲକୁ ଭିତ୍ତିକରି ଧର୍ମଯାଜକମାନେ ହିସାବ କଲେ ଯେ ଖ୍ରୀଷ୍ଟପୂର୍ବ ୪୦୦୪ ଆକ୍ଟୋବର ୨୩ ତାରିଖ ଦିନ ସୃଷ୍ଟି ଆରମ୍ଭ ହେଲା । ଇଶ୍ଵର ଛଅଦିନରେ ସୃଷ୍ଟି ସମାପ୍ତ କରି ସପ୍ତାହର ଶେଷ ରବିବାର ଦିନଟି ବିଶ୍ରାମ ନେଲେ ।

ବିବର୍ତ୍ତନବାଦର ପ୍ରବକ୍ତା କିପରି ?

ବିଶ୍ଵମାତ୍ର ଛଅହଜାର ବର୍ଷ ପୂର୍ବେ ସୃଷ୍ଟି ହୋଇଛି ବୋଲି ଶିକ୍ଷିତ ୟୁରୋପୀୟମାନେ ବିଶ୍ଵାସ କରୁନଥିଲେ । ଜ୍ୟୋତିର୍ବିଜ୍ଞାନୀ ଓ ଭୂତତ୍ଵବିଜ୍ଞାନୀଙ୍କ ଆବିଷ୍କାରରୁ ଜଣାପଡିଥାଏ ଯେ ବିଶ୍ଵର ବୟସ ମାତ୍ର ଛଅହଜାର ବର୍ଷଠାରୁ ଢେର ଅଧିକ । ମଣିଷ ଠାରୁ ଇତର ପ୍ରାଣୀମାନେ ବିବର୍ତ୍ତନ ସିଡିରେ ଅତି କ୍ଷୁଦ୍ର ପ୍ରାଣୀରୁ ଉପରକୁ ଉଠିଛନ୍ତି ବୋଲି ଡାରଉଇନ କହିଥିଲେ ଏତେ ହଇଛଇ ସୃଷ୍ଟି ହୋଇ ନଥାନ୍ତି ।

ମୋଟ ଉପରେ ଡାରଉଇନଙ୍କ ବିବର୍ତ୍ତନବାଦ ଏକ ବୈଜ୍ଞାନିକ ବିପ୍ଲବ ମାତ୍ର ନଥିଲା । ମଣିଷର ଚିନ୍ତା ଓ ମୂଲ୍ୟବୋଧରେ ଝଡ ସୃଷ୍ଟି କରି ବିବର୍ତ୍ତନବାଦ ସାଂସ୍କୃତିକ ବିପ୍ଲବ ଆଣିଲା । ସୂର୍ଯ୍ୟ ସୌରଜଗତର କେନ୍ଦ୍ରରେ ଅଛି କହି ପୂର୍ବରୁ କେବଳ କୋପରନିକସ ଏହିପରି ଏକ ବ୍ୟାପାର ବିପ୍ଲବର ସୂତ୍ରପାତ କରିଥିଲେ । ଡାରଉଇନଙ୍କର ଦୀର୍ଘକାଳର ଗବେଷଣା ବିଷୟ ଇଂଲଣ୍ଡରେ ବ୍ୟାପିଥାଏ । ଶେଷରେ ତାଙ୍କର ଜୀବନ ବ୍ୟାପି ଗବେଷଣା ଫଳ Origin of Species ନାମରେ ୧୮୫୯ ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଇଲା । ଲଣ୍ଡନ ସହର , ଯୁକ୍ତିତର୍କରେ ସେ ପସିବାକୁ ଚାହାନ୍ତିନାହିଁ । ରକ୍ଷଣଶୀଳ ଲୋକ ଓ ଚର୍ଚ୍ଚର ଧର୍ମଯାଜକଙ୍କର ମୁକାବିଲା କରିବା ପାଇଁ କେତେକ ବିଜ୍ଞାନୀ ବାହାରି ପଡିଲେ । ସେମାନଙ୍କ ମଧ୍ୟ ଥମାସ ହେନେରୀ ହକସଲେ ବା ଟି.ଏଚ ହକସଲେ ଥିଲେ ବିବର୍ତ୍ତନବାଦର ପ୍ରଧାନ ସମର୍ଥକ । ହକସଲେ ଜଣେ ବିଶିଷ୍ଟ ଜୀବବିଜ୍ଞାନୀ । ବିଜ୍ଞାନ ସମ୍ପର୍କରେ ଜନ ପ୍ରିୟ ପୁସ୍ତକମାନ ଲେଖିଛନ୍ତି । ଏହା ବ୍ୟତୀତ ସେ ଖୁବ ଭଲ ବକୃତା ଦେଇ ପାରୁଥିଲେ । ହକସଲେ ଡାରଉଇନଙ୍କ “ ବୁଲଡଗ “ ବା ଡାହାଳ କୁକୁର ଭାବେ ପରିଚିତ ଥିଲେ । ୧୮୬୦ରେ ବ୍ରିଟିଶ ବିଜ୍ଞାନ ପ୍ରଗତି ସଂଘ ଅକସଫୋର୍ଡ ବିଶ୍ଵବିଦ୍ୟାଳୟରେ ଗୋଟିଏ ସଭାର ଆୟୋଜନ କରିଥିଲେ । ଏଥିରେ ସଦ୍ୟ ପ୍ରକାଶିତ ଡାରଉଇନଙ୍କ ବିବର୍ତ୍ତନବାଦ ଆଲୋଚନାର ବିଷୟବସ୍ତୁ ରଖାଯାଇଥାଏ । ଅକସଫୋର୍ଡ ର ବିରାଟ ହଲ ବିଶିଷ୍ଟ ଶ୍ରୋତାମାନଙ୍କରେ ପରିପୂର୍ଣ୍ଣ । ବକ୍ତୃତା ଶେଷରେ ସେ ପଚାରିଲେ – ତାଙ୍କ ଆଈମା ବା ଅଜା , କାହା ଆଡୁ ବିଜ୍ଞାନୀ ମାଙ୍କଡର ବଂଶଧର ବୋଲି ଦାବି କରୁଛନ୍ତି ଜାଣିପାରେ କି ? ହସ ଓ କରତାଳିରେ ହଲ ଫାଟି ପଡିଲା । ଏହା ପରେ ହକସଲେ କହିବାକୁ ଉଠିଲେ । ପ୍ରଥମେ ସେ ଧୀରସ୍ଥିର ଭାବେ ଡାରଉଇନଙ୍କ ତତ୍ତ୍ଵକୁ ବୁଝାଇଲେ । ତାପରେ ବିଶପଙ୍କୁ ଉତ୍ତର ଦେଇ ଆବେଗର ସହିତ କହିଲେ ଧରାଯାଉ, ହକସଲେ ମାଙ୍କଡଙ୍କ ଠାରୁ ଜାତ । ସେଇଠୁ କଣ ହେଲା ? ଯେଉଁ ମଣିଷ ସତ୍ୟକୁ ଢାଙ୍କି ପକାଇବାକୁ ତାର ପ୍ରତିଭାର ବିନିଯୋଗ କରେ , ତାର ବଂଶଧର ହେବା ଅପେକ୍ଷା ହକସଲେ ବାନରଙ୍କ ବଂଶଧର ହେବାକୁ ଅଧିକ ପସନ୍ଦ କରେ ।

ଓଃ ! ଏହାପରେ କି ଗୋଳମାଳ ! ଡାରଉଇନଙ୍କ ବନ୍ଧୁମାନେ ଉଲ୍ଲସିତ ହେଲେ । ଉପସ୍ଥିତ ଧର୍ମଯାଜକମାନେ ଚିତ୍କାର କରି ପ୍ରତିବାଦ କଲେ । ପଛରେ ବସିଥିବା ହକସଲେଙ୍କୁ ସମର୍ଥନ କରି ଟେବୁଲ ବାଡେଇଲେ , ନଚିଲେ ସବୁ କାଣ୍ଡ କାରଖାନା ଶି ନପାରି ବେଶଭୁସା ହୋଇ ସଭାକୁ ଆସିଥିବା ଜଣେ ଭଦ୍ର ମହିଳା ବେହୋସ ହୋଇଗଲେ ।

ଚାର୍ଲସ ଡାରଉଇନ ଇଂଲଣ୍ଡର ସ୍ରିଉସବୁରୀ ୧୮୦୯ ଖ୍ରୀଷ୍ଟାଦ୍ଦରେ ଜନ୍ମ ହୋଇଥିଲେ । ତାଙ୍କର ଅଜା ଓ ବାପା ଉଭୟେ ଡାକ୍ତର ଥିଲେ । ବଂଶର ବୃତ୍ତି ଚାର୍ଲସ ଗ୍ରହଣ କରନ୍ତୁ ଇଚ୍ଛା କରି ବାପା ତାଙ୍କୁ ଡାକ୍ତରୀ ପଢିବା ପାଇଁ ଏଡିନବର୍ଗ ପଠାଇଲେ । ମାତ୍ର ଡାକ୍ତରୀ ପାଠରେ ତାଙ୍କ ମନ ଲାଗିଲା ନାହିଁ । ଧର୍ମତତ୍ତ୍ଵ ପଢିବା ପାଇଁ ସେ କେମ୍ବ୍ରିଜ ଗଲେ । ଧର୍ମତତ୍ଵରେ ସେ ଡିଗ୍ରୀ ପାଇଲେ କିନ୍ତୁ ଧର୍ମଯାଜକ ହେବା ପାଇଁ ତାଙ୍କର ଇଚ୍ଛା ହେଲା ନାହିଁ । ପିଲାଦିନୁ ପଶୁପକ୍ଷୀ ଲକ୍ଷ୍ୟ କରିବା କୀଟ ପତଙ୍କ ସଂଗ୍ରହ କରିବାରେ ତାଙ୍କର ଆଗ୍ରହ ଥାଏ । ଡାକ୍ତରୀ ପାଠ ଛାଡିଆସିବା ଦିନୁ ବାପା ଚାର୍ଲସ ଙ୍କୁ ଅପଦାର୍ଥ ତାଲିକାରେ ରଖିଥିଲେ , ମାତ୍ର ପଶୁପକ୍ଷୀ ବୃକ୍ଷଲଟା ସମ୍ପର୍କରେ ଡାରଉଇନଙ୍କ ଜ୍ଞାନ ଓ ଆଗ୍ରହ କେତେକ ଅଧ୍ୟାପକଙ୍କ ଦୃଷ୍ଟିରେ ପଡିଥିଲା । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସହିତ ତାଙ୍କର ଘନିଷ୍ଠତା ହେଲା । ଜଣେ ହେଉଛନ୍ତି ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ହେଲସଲୋ । ଡାରଉଇନ ହେଲସଲୋଙ୍କ ଘରକୁ ଯାଆନ୍ତି ଓ ତାଙ୍କ ସହିତ ଆଲୋଚନା କରି ଅନେକ ବିଷୟ ଶିଖନ୍ତି । ବିଖ୍ୟାତ ଜର୍ମାନ ପ୍ରାକୃତିକ ବିଜ୍ଞାନୀ ଆଲେକଜାଣ୍ଡାର ଭନ ହମ ବୋଲଟ ଙ୍କ ବହି ପଢିବାକୁ ଅଧ୍ୟାପକ ହେଲସଲୋ ତାଙ୍କୁ ଉପଦେଶ ଦେଲେ । ଯେଉଁ ଦ୍ଵିତୀୟ ବିଜ୍ଞାନୀଙ୍କ ସହିତ ତାଙ୍କର ବନ୍ଧୁତ୍ଵ ହୋଇଥିଲା ସେ ହେଉଛନ୍ତି ଭୂତତ୍ଵ ବିଜ୍ଞାନର ପ୍ରଫେସର ସେଡ଼ଗୁଇକ ।

ପଢାସାରି ଡାରଉଇନ ବାପାଙ୍କ ପାଖକୁ ଆସିଥାନ୍ତି । ସେତେବେଳେ ସେ ବାଇଶ ବର୍ଷ ବୟସର ଯୁବକ । ଘରେ ଥିବା ସମୟରେ ଡାରଉଇନ ଅପ୍ରତ୍ୟାଶିତ ଭାବେ ଖବର ପାଇଲେ ଯେ ଦକ୍ଷିଣ ଆମେରିକା ଉପକୁଳ ଓ ପ୍ରଶାନ୍ତମହାସାଗରରେ କେତେକ ଦ୍ଵୀପ ଅନୁସନ୍ଧାନରେ ବାହାରିଥିବା ବିଗଳ ନାମକ ଜାହାଜରେ ପ୍ରକୃତି ପର୍ଯ୍ୟବେକ୍ଷଣ ରୂପେ ଯାତ୍ରା କରିବା ପାଇଁ ସେ ନିର୍ବାଚିତ ହୋଇଛନ୍ତି । ବିଗଳ ପାଞ୍ଚ ବର୍ଷ କାଳ ବୁଲିବା ପରେ ଇଂଲଣ୍ଡ ଫେରିବାର ଯୋଜନା ରଖିଥାଏ । ଅଧ୍ୟାପକ ହେଲସଲୋ ଡାରଉଇନଙ୍କ ନାମ ସୁପାରିସ କରିଥାନ୍ତି । ଡାରଉଇନଙ୍କର ଆଶ୍ଚର୍ଯ୍ୟ ଓ ଆନନ୍ଦର ସୀମା ରହିଲା ନାହିଁ , ମାତ୍ର ପ୍ରଥମ ପ୍ରତିବନ୍ଧକ ହେଲେ ବାପା । ଯାତ୍ରା ଖର୍ଚ୍ଚ କିଛି ଅର୍ଥ ଦେଇ ପୁଅର ପାଞ୍ଚବର୍ଷକାଳ ପୃଥିବୀ ଏ ମୁଣ୍ଡରୁ ସେମୁଣ୍ଡ ଯାଏ ଘୁରିବୁଲିବା ଯୋଜନା ତାଙ୍କୁ ନିରର୍ଥକ ଲାଗିଲା । ତେବେ ଡାରଉଇନଙ୍କ ମାମୁ ଯୁକ୍ତି କରି ବାପାଙ୍କୁ ରାଜି କରାଇଲେ । ଆନନ୍ଦରେ ଡାରଉଇନ ଲଣ୍ଡନ ଧାଇଁଲେ , ମାତ୍ର ଦ୍ଵିତୀୟ ପ୍ରତିବନ୍ଧକ ହେଲା ତାଙ୍କର ନାକ ! ଡାରଉଇନଙ୍କର ଚେପଟା ନାକ ଦେଖି ଜାହାଜ କାପ୍ତାନ ବିଗିଡିଗଲେ । କାପ୍ତାନ ଥିଲେ ଅଭିଜାତ ବଂଶଜ । ସେ ରାଜା ଦ୍ଵିତୀୟ ଚାର୍ଲସଙ୍କ ବଂଶଧର । ତାଙ୍କ ନାମ ଉଚ୍ଛା ଓ ତିଖ । କପ୍ତାନଙ୍କ ବିଶ୍ଵାସ ଯେ ନାକ ମଣିଷର ଚରିତ୍ର ଧରାପଡେ । ଛୋଟିଆ , ଚେପଟା ନାକିଆମାନେ ଦୁର୍ବଳମନା । କୌଣସି କଷ୍ଟ ସହିପାରନ୍ତି ନାହିଁ । ବିଗଲ ଜାହାଜରେ ଯାତ୍ରା କରି ସବୁ ପ୍ରତି କୁଳ ପରିସ୍ଥିତିରେ ଧାର୍ଯ୍ୟ ଧରିବାର ଲକ୍ଷଣ ଏ ଚିନ୍ତାଧାରା ବଦଳେଇ ଦେଲେ ।

ଘରୁ ଡାରଉଇନ ତାଙ୍କର ଅଣୁବୀକ୍ଷଣ ଯନ୍ତ୍ର ମଗାଇନେଲେ । କପ୍ତାନଙ୍କ ପରାମର୍ଶ ଅନୁସାରେ ଗୋଟିଏ ବନ୍ଧୁକ ଓ ଗୋଟିଏ ପିସ୍ତଲ ସାଙ୍ଗରେ ଧରିଲେ ସେତେବେଳେ ବିଗଲ ଛୋଟିଆ ଜାହାଜ ରୂପେ ପରିଗଣିତ ହେଉଥିଲା । ବର୍ତ୍ତମାନ ମାପକାଠିରେ ବିଗଲ ବଡ ଡଙ୍ଗାଟିଏ ପରି ।ଜାହାଜ ଯାତ୍ରାର ବାନ୍ତି ଓକାଳ ପ୍ରଭୁତିକୁ ଭୁଖେପ ନ ଥିବା ଡାରଉଇନଙ୍କୁ ଧରି ୧୮୩୧ ମସିହାର ଡିସେମ୍ବର ୨୭ ତାରିଖ ଦିନ ବିଗଲ ଇଂଲଣ୍ଡ ଛାଡିଲା । ଦୁଇ ମାସ ପରେ ବିଗଲ ପହଞ୍ଚିଲା ଦକ୍ଷିଣ ଆମେରିକା ଉପକୁଳରେ । ସେତେବେଳେ କ୍ୟାମେରା ଆବିଷ୍କାର ହୋଇ ନଥିଲା । ଡାରଉଇନ ଯେଉଁ ବିଚିତ୍ର ଓ ନୂଆ ଜାତିର ଜୀବ ଦେଖୁଥିଲେ ସେମାନଙ୍କୁ ବନ୍ଧୁକରେ ମରି ସେମାନଙ୍କର ଚମଡା ଉତାରି ପେଟି ପେଟି ଚମଡା , ଜାତି ଜାତିକା କୀଟ ପତଙ୍ଗ , ସଂରକ୍ଷିତ ମୂଷା ଓ ମାଛ ପ୍ରଭୃତି ଅଧ୍ୟାପକ ହେନସଲୋଙ୍କ ପାଖକୁ ପଠାଉଥିଲେ । ଫସିଲ ପଥର , ନୂତନ ପ୍ରକାର ଶିଳା , ବଡ ବଡ ଜନ୍ତୁଙ୍କର କଙ୍କାଳରେ ବିଗଲ ଜାହାଜ ଭର୍ତ୍ତି ହୋଇଗଲା । ବିଗଲ ଯାତ୍ରା ଆରମ୍ଭ ହେବାର ପ୍ରାୟ ଚାରିବର୍ଷ ପରେ ଡାରଉଇନ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଦ୍ଵୀପ ଗାଲାପେଗୋସରେ ପହଞ୍ଚିଲେ । ଆମେରିକାର ପ୍ରଧାନ ଭୂଖଣ୍ଡ ଠାରୁ ଦ୍ଵୀପଟି ପାଞ୍ଚଶହ ମାଇଲ ଦୂରରେ ଅବସ୍ଥିତ । ଗାଲାପେଗୋସରେ ବାସିନ୍ଦାଙ୍କ ସଂଖ୍ୟା କମ ଓ ଜାହାଜଯାତ୍ରୀଙ୍କ ପାଇଁ ଆକର୍ଷଣୀୟ କିଛି ନାହିଁ । ଜାହାଜ ଏହି ଦ୍ଵୀପରେ ଅଟକି ପାଣି ଭର୍ତ୍ତି କରି ନିଏ ଓ ତାଜା ମାଂସ ସଂଗ୍ରହ କରି ବାହାରିଯାଏ । ଗାଲାପେଗୋସରେ ଗୋଟିଏ ସ୍ପେନୀୟ ଶବ୍ଦ । ଏହାର ଅର୍ଥ ଅତିକାୟ କଇଁଚ । ସାଧାରଣ ଲୋକଙ୍କ ପାଇଁ ଯେଉଁ ଦ୍ଵୀପ ଆକର୍ଷଣ ଶୂନ୍ୟ ଜଣେ ପ୍ରାକୃତିକ ବିଜ୍ଞାନୀ ପାଇଁ ତହିଁରେ ଅମୂଲ୍ୟ ସମ୍ପଦ ଭରି ରହିଛି । ନାନା ପକାର ପକ୍ଷୀ , ଉଦ୍ଭିଦ ଓ ଜୀବଜନ୍ତୁଙ୍କ ମଧ୍ୟରୁ ଗୋଟିଏ ଜାତିର ସାମୁଦ୍ରିକ ସରୀସୃପ ଡାରଉଇନଙ୍କ ବିସ୍ମୟାଭୂତ କଲା । ତିନି ଫୁଟ ଲମ୍ବା ଏହି ସରୀସୃପକୁ ଯେତେ ତଡିଲେ ତାହା ସମୁଦ୍ର ଭିତରକୁ ଯାଏ ନାହିଁ । କୌଣସି ପ୍ରକାର ପାହାଡ ଖୋଲରେ ପଶିଯାଏ । ଏହା କାରଣ ଭାବି ଡାରଉଇନ ସ୍ଥିର କାଲେ ଯେ ସାର୍କ ଖାଇଯିବ ଭୟରେ ଏ ସରୀସୃପ ପାଣିକୁ ଯାଏନା ।ଜୀବନ ବଞ୍ଚାଇବାର ଅନ୍ତର୍ବୋଧ ପୁରୁଷ ପୁରୁଷ ଧରି ତାଙ୍କୁ ପାଣିକୁ ଯିବାକୁ ରୋକୁଥିବାରୁ ଏ ଜାତିର ସରୀସୃପ ବଞ୍ଚିରହିଛି । ନଚେତ କେବେଠାରୁ ଲୋପ ପାଆନ୍ତାଣି । ଗାଲାପେଗୋସରେ ଡାରଉଇନ Survival ର ଗୋଟିଏ ସୂତ୍ରର ଅଭ୍ୟାସ ପାଇଗଲେ ।

୧୮୩୫ ଅକ୍ଟୋବର ୨୦ ତାରିଖ ଦିନ ବିଗଳ ଡାରଉଇନଙ୍କୁ ଧରି ଇଂଲଣ୍ଡ ଉପକୁଳରେ ଲାଗିଲା । ବାଇଶ ବର୍ଷ ବୟସର ଉତ୍ସାହୀ, ସଦା ଚଞ୍ଚଳ ଡାରଉଇନ ପାଞ୍ଚବର୍ଷ ଭୀତରେ ବୁଢା ହୋଇ ନଥିଲେ । ସତ୍ୟର ଅଭ୍ୟାସ ପାଇ ଚିନ୍ତିତ ଓ ଆବାକ ହୋଇଯାଇଥିଲେ । ଲଣ୍ଡନରେ ପାଦ ଦେଇ ଡାରଉଇନ ଜାଣି ବିସ୍ମିତ ହେଲେ ଯେ ଆଉ ସେ ଅନାମଧେୟ ଯୁବକ ହୋଇନାହାନ୍ତି । ଲୋକମାନେ ତାଙ୍କ ବିଷୟରେ ଜାଣିଛନ୍ତି । ହେନସଲୋଙ୍କ ପାଖକୁ ସେ ଯେଉଁ ପେଟି ପେଟଟି ମାଲ ଓ ଲମ୍ବା ଚିଠି ପଠାଇଥିଲେ ତାହା ପ୍ରଥମେ କେମ୍ବ୍ରିଜ ପରିସରରେ ଆଲୋଚିତ ହେବା ପରେ ବହରେ ବ୍ୟାପୀଥିଲା । ବିଶିଷ୍ଟ ଭୂତତ୍ଵବିଜ୍ଞାନୀ ଚାର୍ଲସ ଲୟେଲ ଡାରଉଇନ ନିୟନ୍ତ୍ରଣ କାଲେ । ଡାରଉଇନଙ୍କୁ ଜିଓଲୋଜିକାଲ ସୋସାଇଟିର ସଭ୍ୟ କରାଗଲା ଓ ପରେ ସେ ଏହାର ସେକ୍ରେଟାରୀ ହେଲେ ।

ବିଗଲ ଯାତ୍ରା ସିନା ସରିଗଲା , ବୈଜ୍ଞାନିକ ଗବେଷଣା ଆରମ୍ଭ ହୋଇ ନଥାଏ । ଯେଉଁ ସବୁ ଜିଣିଷ ସେ ପାଞ୍ଚ ବର୍ଷ ଭୀତରେ ସଂଗ୍ରହ କରିଥିଲା ସେ ସବୁ ଅଧ୍ୟୟନ କରି ସେମାନଙ୍କର ବୈଜ୍ଞାନିକ ବାର୍ତ୍ତା ବୁଝିବାକୁ ପଡିବ । ଏ କାମ ତାଙ୍କୁ ଆକାଶିଆ ଲାଗିଲା । ନୈରାଶ୍ୟ ଭାଙ୍ଗିବାକୁ ସେ ଆଗ ବାହା ହୋଇ ପଡିଲେ । ଡାରଉଇନଙ୍କୁ ସେତେବେଳେ ତିରିଶବର୍ଷ ପୂରି ନଥାଏ । ବିବାହ ପରେ ଲଣ୍ଡନ ଗହଳି ଭୀତରେ ତିନି ବର୍ଷ କଟେଇ ଡାରଉଇନ ଅଣନିଃଶ୍ବାସୀ ହୋଇପଡିଲେ । ଘରେ , ବାହାରେ ଏତେ ଲୋକ ଭିଡ କାଲେ ସେ କାମରେ ମନ ଦେବେ କିପରି । ସେ ଗୋଟିଏ ଗାଁକୁ ଉଠିଗଲେ । ସେଠାରେ କ୍ଵଚିତ ତାଙ୍କର ଘରଲୋକ ଓ ଅତି ଘନିଷ୍ଟ ବନ୍ଧୁ ଯାଆନ୍ତି । ଅବଶିଷ୍ଟ ଜୀବନ ଡାରଉଇନ ସେଇ ଗାଁରେ କଟାଇଦେଲେ । ଡାରଉଇନଙ୍କ ପୂର୍ବରୁ ଇଶ୍ଵରଙ୍କ ସୃଷ୍ଟିତତ୍ଵର ସମାଲୋଚନା କରିବା ଭଳି ବିବର୍ତ୍ତନବାଦୀ ବିଜ୍ଞାନୀ ଥିଲେ । ସୃଷ୍ଟିତତ୍ତ୍ଵବାଦୀମାନେ କୁହନ୍ତି , ଜୀବିତ ଓ ଲୋପ ପାଉଥିବା ସବୁ ପ୍ରାଣୀଜାତି ଇଶ୍ଵରଙ୍କ ସୃଷ୍ଟି । ବିବର୍ତ୍ତନବାଦୀ କହେ , ଗୋଟିଏ ପ୍ରାଣୀଜାତିରୁ ଉଚ୍ଚତାର ପ୍ରାଣୀଜାତି ସୃଷ୍ଟି ହୋଇଛି । ଡାରଉଇନ ଅଜା ଏରାସମ ଡାରଉଇନ ସୃଷ୍ଟି ତତ୍ତ୍ଵର ସମାଲୋଚନା କରୁଥିଲେ । ଉଣ୍ଣବିଂଶ ଶତାଦ୍ଦୀର ପ୍ରଥମ ଦଶକରେ ଫରାସୀ ବିବର୍ତ୍ତନବାଦୀ ଲାମ୍ବାର୍କ କହିଥିଲେ ଯେ ମନୁଷ୍ୟ ସମେତ ଉଚ୍ଚତର ପ୍ରାଣୀ ମାନେ ପୂର୍ବରୁ ନିମ୍ନ ତାର ପ୍ରାଣୀଙ୍କ ବିବର୍ତ୍ତନରୁ ସୃଷ୍ଟି । ଉଚ୍ଚରେ ଥିବା ଡାଳ ପତ୍ର ଖାଇବା ପାଇଁ ବେକ ଲମ୍ବେଇବା ଫଳରେ ଜିରାଫ ର ବେକ ଏତେ ଲମ୍ବା ହୋଇଛି ବୋଲି ଲାମ୍ବାର୍କ କହିଠିଲେ । ତାଙ୍କର ଏହି ଉକ୍ତି ବିବର୍ତ୍ତନର ସତ୍ୟତା ମୋଟାମୋଟି ଭାବେ ପ୍ରତିଫଳିତ । ସତ୍ୟ ହେଉଛି , ଛୋଟ ବେଳବାଲା ଜିରାଫ ଖାଦ୍ୟାଭାବରୁ ଶୀଘ୍ର ମରନ୍ତି । ଲମ୍ବା ବେକିଆ ଅଧିକ ଦିନ ବଞ୍ଚି ବଂଶବୃଦ୍ଧି କରନ୍ତି । ଲମ୍ବା ବେକିଆଙ୍କ ଛୁଆଙ୍କ ବେକ ଲମ୍ବା ହେଲା । ଏହି ପ୍ରକ୍ରିୟାରେ କିଛି ପୁରୁଷ ପରେ ଛୋଟ ବେକିଆ ଲୋପ ଓ ଲମ୍ବା ବେକିଆ ଜିରାଫମାନେ ବଞ୍ଚିରହିଲେ ।

ସଂଗୃହିତ ତଥ୍ୟକୁ ସଜାଡିବା ସହିତ ବିବର୍ତ୍ତନ ସମ୍ପର୍କରେ ଚିନ୍ତିତ ଥିବା ବେଳେ ଡାରଉଇନ ଇଂରେଜ ଅର୍ଥନୀତିଜ୍ଞ ମାଲଥସଙ୍କ ବିଖ୍ୟାତ ଜନ ସଂଖ୍ୟା ବୃଦ୍ଧି ସମ୍ପର୍କୀୟ ଆଲୋଚନା ଗ୍ରନ୍ଥ ପଢିଲେ । ୧୭୯୮ରେ ପ୍ରକାଶିତ ଏହି ଗ୍ରନ୍ଥରେ ମାଲଥସ ଦର୍ଶାଇଥିଲେ , ଜନସଂଖ୍ୟା ପ୍ରତି ପଚାଶ ବର୍ଷରେ ଦୁଇବର୍ଷ ହୋଇଯାଉଛି । ଅଥଚ ଶସ୍ୟ ଉତ୍ପାଦନ ଦେଇ ଅନୁପାତରେ ବଢୁନାହିଁ । ଫଳରେ ଖାଦ୍ୟାଭାବରୁ ମଣିଷଜାତି ଭୟଙ୍କର ବିପଦର ସମ୍ମୁଖୀନ ହେବ । ମାଲଥସ ଏକ ଅଠା ଲେଖିବା ବେଳକୁ ଆଧୁନିକ ବିଜ୍ଞାନ ଅଗ୍ରଗତି କରିଥାଏ । ବିଜ୍ଞାନର ପ୍ରୟୋଗ କରି କୃଷିରେ ଉନ୍ନତ ଆଣିଯିବା ଫଳରେ ମାଳଥସଙ୍କ ଭବିଷ୍ୟବାଣୀ ସତ୍ୟ ହୋଇନାହିଁ । ତାହା ଅଲଗା କଥା । କେତେକ ମଣିଷ ବଞ୍ଚିବାକୁ ହେଲେ କେତେକଙ୍କୁ ମାରିବାକୁ ପଡିବ – ମାଲଥସଙ୍କ ଏହି ସିଦ୍ଧାନ୍ତ ଡାରଉଇନନୁ ପ୍ରଭାବିତ କଲା । ଯେଉଁ ପ୍ରାଣୀଜାତି ବଞ୍ଚିବା ପାଇଁ ଅଧିକ ଯୋଗ୍ୟ ଓ ପରିବେଶ ସହିତ ଅଧିକ ଖାପ ଖୁଆଇ ପରେ , ସେଇ ବଞ୍ଚିରହେ । ବଞ୍ଚିବାର ପ୍ରତିଯୋଗୀତାରେ ହଟିଯାଇଥିବା ପ୍ରାଣୀଜାତି ଲୋପ ପାଆନ୍ତି । ବୈଜ୍ଞାନିକ ପରିଭାଷା ଅନୁସାରେ ଏହି ତଥ୍ୟ survival of the fittest ଭାବେ ପରିଚିତ ।

ବିଗଲ ଯାତ୍ରା ସେସ ହେବାର ଦୁଇବର୍ଷ ଭିତରେ ଡାରଉଇନ ବିବର୍ତ୍ତନବାଦକୁ ମୋଟାମୋଟି ଭାବେ ବୁଝିସାରିଥିଲେ , ମାତ୍ର ତଥ୍ୟ ପ୍ରମାଣ ସହିତ ବିବର୍ତ୍ତନବଡକୁ ଲିପିବଦ୍ଧ କରିବା ଡାରଉଇନଙ୍କୁ ଆହୁରି କୋଡିଏ ବର୍ଷ ଲାଗିଗଲା । ଜୀବନବ୍ୟାପୀ ଅନ୍ଵେସଣ ର ଫଳ ସ୍ୱରୂପ The origin of species ପ୍ରକାଶ ପାଇବା ପୂର୍ବରୁ ମାଲେସିଆରୁ ଜଣେ ଇଂରେଜ ପ୍ରାକୃତିକ ବିଜ୍ଞାନୀ ଆଲଫ୍ରେଡ ୱାଲେସ ତାଙ୍କର ଗୋଟିଏ ନିବନ୍ଧ ଡାରଉଇନଙ୍କ ପାଖକୁ ପଠାଇଲେ । ଏହାକୁ ପଢି ଡାରଉଇନ ବଡ ଦ୍ଵନ୍ଦରେ ପଡିଲେ । ସେ ଯେଉଁ ବିବର୍ତ୍ତନବାଦ ଲେଖୁଛନ୍ତି ତାକୁ ୱାଲେସ ଲେଖି ସାରିଛନ୍ତି । ବିବର୍ତ୍ତନବାଦ ଆବିଷ୍କାରର ସମସ୍ତ କୃତିତ୍ଵ ୱାଲେସଙ୍କୁ ଦେବାକୁ ଡାରଉଇନ ପ୍ରସ୍ତୁତ ହୋଇଗଲେ । ଉଦାରତାରେ ୱାଲେସ କମ ନୁହନ୍ତି । ସେ ଜଣାଇଲେ ଯେ ବିବର୍ତ୍ତନବାଦର ଆବିଷ୍କାର ତ ଡାରଉଇନଙ୍କ କୃତିତ୍ଵ । ବନ୍ଧୁମାନଙ୍କର ପରାମର୍ଶ ଅନୁସାରେ ଡାରଉଇନଙ୍କ ଏକ ନିବନ୍ଧ ସହିତ ୱାଲେସଙ୍କ ନିବନ୍ଧକୁ ଗୋଟିଏ ବଡ ବୈଜ୍ଞାନିକ ସଭାରେ ପେଶ କରାଗଲା । ଏହା ୧୮୫୮ ଜୁଲାଇ ୧ ତାରିଖର ଘଟଣା । ଏହାପରେ ସମଗ୍ର ପୃଥିବୀକୁ ଆନ୍ଦୋଳିତ କରିଥିବା ଡାରଉଇନଙ୍କ ବହି ପ୍ରକାଶ ପାଇଲା । ୧୮୫୯ ନଭେମ୍ବର ୨୪ ତାରିଖରେ ।“ ଅରିଜିନ “ ଛଅଶହ ପୃଷ୍ଠାର ବହି । ପ୍ରକାଶନ ଏହାର ୧୨୫୦ କପି ଛାପିଥିଲେ । କାଳେ ବହି ବିକ୍ରି ହେବ ନାହିଁ ଓ ପ୍ରକାଶକ କ୍ଷତିରେ ପଡିବେ ସେ କଥା ଡାରଉଇନ ଭୟ କରୁଥାନ୍ତି , ମାତ୍ର ସେପରି ହେଲାନହିଁ । ବହି ପ୍ରକାଶ ପାଇବା ଦିନ ବହି ଦୋକାନୀମାନେ ସବୁ ବହି କିଣିନେଲେ । “ ଅରିଜିନ “ ବିକ୍ରି ତାଲିକାରେ “ ସର୍ବଶ୍ରେଷ୍ଠ ପୁସ୍ତକ “ ଟିଏ ଠାରୁ ଅନେକ କିଛି ଅଧିକ । ଏଗ୍ରନ୍ଥ ମଣିଷର ଚିନ୍ତାରେ ବିପ୍ଲବ ସୃଷ୍ଟି କରିଛି । ପୃଥିବୀ ଓ ଏହାର ଜୀବଜନ୍ତୁ ମାତ୍ର ଛଅହଜାର ବର୍ଷ ପୂର୍ବରୁ ସୃଷ୍ଟି ହୋଇଛି ବୋଲି ଧର୍ମ ଧାରଣାକୁ ଡାରଉଇନ ଓଲଟପାଲଟ କରିଦେଲେ । ତାଙ୍କ ସମୟରେ ବୁଝିହେଲା ଯେ ଶିଳା , ଫସିଲ ପ୍ରଭୃତି ଙ୍କ ସାକ୍ଷ୍ୟ ଅନୁସାରେ ପ୍ରାଣୀମାନେ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ସୃଷ୍ଟି ହୋଇଛନ୍ତି । ବର୍ତ୍ତମାନ ଜଣାପଡିଛି ଯେ ପୃଥିବୀର ବୟସ ଚାରିଶହ ଷାଠିଏ କୋଟି ବର୍ଷ । ଜୀବନର ଆବିର୍ଭାବ ଚାରିଶହ କୋଟି ବର୍ଷ ପୂର୍ବେ ହୋଇଥିଲା । ଡାରଉଇନ କେବଳ ବିବର୍ତ୍ତନବାଦ ତତ୍ଵର ଜନକ ନୁହନ୍ତି , ଆଧୁନିକ ଜୀବବିଜ୍ଞାନର ଜନକ । ବଂଶାନୁକ୍ରମିକତା , ଜିନ , ଜିନବିଜ୍ଞାନ ଓ ଡିଏନଏ ସମ୍ପର୍କୀୟ ବିଂଶ ଶତାଦ୍ଦୀର ଗୁରୁତ୍ଵପୂର୍ଣ୍ଣ ଗବେଷଣା ଡାରଉଇନଙ୍କ କାନ୍ଧରେ ଭରା ହୋଇ ମୁଣ୍ଡ ଟେକିଛନ୍ତି ।

ଡାରଉଇନ ଜଣେ ଅମାୟିକ ବ୍ୟକ୍ତି ଥିଲେ । ଇଂଲଣ୍ଡର ବିଖ୍ୟାତ ପ୍ରଧାନମନ୍ତ୍ରୀ ଗ୍ଲାଡଷ୍ଟୋନ ଥରେ ତାଙ୍କୁ ଦେଖାକରିବାକୁ ଆସିଥିଲେ । ସେ ଗଲା ପରେ ଡାରଉଇନ ମନ୍ତବ୍ୟ କରିଥିଲେ “ ମନେହେଉଛି ସେ ଜଣେ ମହାନ ବ୍ୟକ୍ତି ବୋଲି ମିଷ୍ଟାର ଗ୍ଲାଡଷ୍ଟୋନ ଆଦୌ ସଚେତନ ନୁହଁନ୍ତି । ମୋ ପରି ଜଣେ ସାଧାରଣ ଲୋକ ସହିତ ସେ ସାଧାରଣ ଭାବେ ମିଶି କଥାବାରତା କଲେ ।“ ଏ ମନ୍ତବ୍ୟ ଗ୍ଲାଡଷ୍ଟୋନ କାନରେ ପଡିବାରୁ ସେ କହିଥିଲେ “ ମୋ ପ୍ରତି ତାଙ୍କର ମନୋଭାବ ଯାହା, ତାଙ୍କ ପ୍ରତି ମୋର ମନୋଭାବ ଅବିକଳ ସେଇୟା ।

ସଂଗୃହିତ - ଶରତ କୁମାର ମହାନ୍ତି

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate