অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହୃତପିଣ୍ଡ କାର୍ଯ୍ୟର ପ୍ରଥମ ବ୍ୟାଖ୍ୟାକାର

ଉଇଲିୟମ ହାର୍ଭେ (୧୫୭୮-୧୬୫୭ ) ପରିଚୟ

ଉଇଲିୟମ ହାର୍ଭେ ଏକ ଧନୀ ପିତାର ସନ୍ତାନ ଭାବେ ଇଂଲଣ୍ଡରେ ୧୫୨୮ ମସିହାରେ ଜନ୍ମଗ୍ରହଣ କରିଥିଲେ   ।  ପନ୍ଦର ବର୍ଷ ବୟସରେ ସେ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଚିକିତ୍ସାବିଜ୍ଞାନ ପାଢୀଥିଲେ   । ଚିକିତ୍ସକ ହେବା ପାଇଁ ତାଙ୍କର ପିଲାଦିନୁ ଝୁଙ୍କ ଥିଲା   ।

କେମ୍ବ୍ରିଜ ପରେ ଅଧିକ ଜ୍ଞାନ ହାସଲ କରିବା ପାଇଁ ଇଟାଲୀର ପାଡୁଆ ବିଶ୍ଵବିଦ୍ୟଳୟ ଗଲେ   । ସେତେବେଳେ ଶରୀର ବିଜ୍ଞାନର ମହାନ ପ୍ରଫେସର ଫାବ୍ରିସିଅସ ପାଡୁଆ ବିଶ୍ଵବିଦ୍ୟାଳୟରେ ଶିକ୍ଷାଦାନ କରୁଥାନ୍ତି   । ହର୍ଭେ ତାଙ୍କର ଛାତ୍ର ହେବାର ସୁଯୋଗ ପାଇଲେ ।

ଫାବ୍ରିସିଅସ ମଣିଷ ଶିରାରେ ଭଲବ ବା ଗୋଟିଏ ପଟକୁ ଖୋଳୁଥିବା କବାଟ ଆବିଷ୍କାର କରିଥିଲେ  । ସେତେବେଳେ ହର୍ଭେ ତାଙ୍କର ଛାତ୍ର, ମାତ୍ର ଶିରାରେ ଭଲବ କାହିଁକି ଅଛି ସେ କଥା ଫାବ୍ରିସିଅସ ବୁଝାଇ ପାରି ନଥାନ୍ତି। ପାଡୁଆର ଛାତ୍ର ଥିବା ସମୟରେ ହର୍ଭେ ହୃତପିଣ୍ଡ ଓ ରକ୍ତ ସଞ୍ଚାଳନ ବିଷୟରେ ଆଗ୍ରହୀ ହେଲେ ।

ହୃତପିଣ୍ଡ କାର୍ଯ୍ୟର କିପରି ଜାଣିଥିଲେ ?

ଇଂଲଣ୍ଡ ଫେରିବା ପରେ ଡାକ୍ତର ହିସାବରେ ହର୍ଭେଙ୍କ ସୁନାମ ଦ୍ରୁତ ଭାବେ ବଢିଚାଲିଲା  । ସେ ଇଂଲଣ୍ଡର ରାଜା ପ୍ରଥମ ଚାର୍ଲସଙ୍କ ରାଜ ଚିକିତ୍ସକ ଭାବେ ନିଯୁକ୍ତି ପାଇଲେ  । ଏ ସବୁ ଭୀତରେ ହାର୍ଭେ ପ୍ରତିଦିନ ଗବେଷଣା ପାଇଁ ସମୟ ଦେଉଥାନ୍ତି  । ଅନେକ ପ୍ରାଣୀଙ୍କୁ ମାରି ସେମାନଙ୍କୁ ଛାତିରୁ ହୃତପିଣ୍ଡ ବାହାର କରି ହାର୍ଭେ ପରୀକ୍ଷା  କରୁଥିଲେ   । ହୃତପିଣ୍ଡ ସଂକୋଚନ ଓ ପ୍ରସାରଣ ସେ ଲକ୍ଷ୍ୟ କରୁଥିଲେ   । ସଙ୍କୁଚିତ ହେବା ସମୟରେ ହୃତପିଣ୍ଡ ଟାଣ ଲାଗେ ଓ ଶ୍ଵେତା ଦିଶେ  । ପ୍ରସାରିତ ହେବା ସମୟରେ ଏହା ନରମ ଲାଗେ ଓ ଲାଲ ଦିଶେ    ।

ହାର୍ଭେଙ୍କ ସମୟରେ ମଣିଷ ଶରୀର ବ୍ୟବଛେଦ୍ଦ ପ୍ରଚଳିତ ନଥିଲା  । ଗୋଟିଏ ହସପିଟାଲର ଚିକିତ୍ସକ ଭାବେ ଏ ସୁଯୋଗ ତାଙ୍କୁ ମିଳିଥିଲା   । ହସପିଟାଲର ଚାବି ହାର୍ଭେଙ୍କ ପାଖରେ ଥାଏ   । ରାତିରେ ସେ ହସ୍ପିଟାଲ ଖୋଲି ଭିତରେ ପଶନ୍ତି  ଓ ସନ୍ଧ୍ୟାବେଳେ ମାରି ଶବଖାନାରେ ରଖାଯାଇଥିବା ରୋଗୀଙ୍କୁ କାଟି ସେମାନଙ୍କର ହୃତପିଣ୍ଡ ଓ ଅଙ୍ଗପ୍ରତ୍ୟଙ୍ଗ ପରୀକ୍ଷା କରନ୍ତି   ।

ହାର୍ଭେ ଦୁଇଖଣ୍ଡ ବହି ଲେଖିଥିଲେ  ।  ବିଜ୍ଞାନ ଜଗତକୁ ଏ ଦୁଇଖଣ୍ଡ ବହିର ବିଶେଷ ଅବଦାନ ରହିଛି  । ତାଙ୍କର ଦୀର୍ଘକାଳ ଗବେଷଣାରୁ ହୃତପିଣ୍ଡ ସମ୍ପର୍କରେ ସେ ଯାହା ଜାଣିଥିଲେ ଟାର ସାର କଥା ହେଉଛି ହୃତପିଣ୍ଡ ଗୋଟିଏ ମାଂସପେଶୀ   ।  ଏହା ପମ୍ଫ ଭଳି କାମ କରେ   ।   ଆମ ଶରୀରରେ ଦୁଇପ୍ରକାର ଦୁଇ ପ୍ରକାର ଶକ୍ତବାହୀ ନଳୀ ଅଛନ୍ତି   । ଧମନୀ ଓ ଶିରା   । ଧମନୀ ଓ ଶିରାରେ ଭଲବ ବା ଗୋଟିଏ ପଟକୁ ଖୋଳୁଥିବା କବାଟ ଲାଗିଛି   । ଧମନୀର ଭଲବ ବାହାର ପଟକୁ ଖୋଳୁଥିବା କବାଟ ଲାଗିଛି   । ଶିରାର ଭଲବ ଭିତରେ  ପଟକୁ ଖୋଲେ  । ହୃତପିଣ୍ଡ ସଙ୍କୁଚିତ ହେଲା ବେଳେ ରକ୍ତ ପିଚିକି ଧମନୀ ବାଟେ ଯାଇ ଶରୀରର ସବୁ ଅଞ୍ଚଳରେ ପହଞ୍ଚେ   । ସେହିପରି ଶରୀରରେ ସବୁ ଅଞ୍ଚଳରୁ ରକ୍ତ ଶିରା ବାଟେ ବହି ଆସି ହୃତପିଣ୍ଡରେ ପଶେ ଓ ହୃତପିଣ୍ଡ ଫୁଲେ ଶିରାରେ ଦୂଷିତ ରକ୍ତ ବହି ଆସେ  । ଧମନୀରେ ଶୁଦ୍ଧ ରକ୍ତ ବହିଜାଏ   ।

ହୃତପିଣ୍ଡ ଥରେ ସ୍ପନ୍ଦିତ ହେଲେ ଦୁଇଟି ନସ ରକ୍ତ ହୃତପିଣ୍ଡକୁ ପିଚିକି ବାହାରେ   । ହୃତପିଣ୍ଡର ସ୍ପନ୍ଦନ ମିନିଟକୁ ୭୨ ଥର   । ଅର୍ଥାତ ମିନିଟକୁ ଏକ ଗ୍ୟାଲନରୁ ଅଧିକ ବା ପ୍ରାୟ ପାଞ୍ଚଲିଟର ରକ୍ତ ହୃତପିଣ୍ଡରୁ ନିଷ୍କାସିତ ହୁଏ   । ହିସାବ କଲେ ଦିନକୁ ଆଠ ହଜାର ଲିଟର ରକ୍ତ ହୃତପିଣ୍ଡରେ ଶୋଧିତ ହୁଏ   । ଯେଉଁ ରକ୍ତ ଧମନୀ ବାଟେ ଶୋଧିତ ହୋଇ ବାହାରେ, ସେହି ରକ୍ତ ପୁଣି ଅପରିଷ୍କାର ହୋଇ ଶିରାଙ୍କ ବାଟେ ହୃତପିଣ୍ଡରେ ପହଞ୍ଚେ   ।

ହୃତପିଣ୍ଡ ମଣିଷର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ   । ହୃତପିଣ୍ଡ ତ୍ରୁଟି ବାହାରିଲେ ମଣିଷ ଶୀଘ୍ର ମରୁଥିଲା   । ଏବେ ଚିକିତ୍ସାବିଜ୍ଞାନ ଏତେ ଆଗେଇ ଗଲାଣି ଯେ ମଣିଷର କାମି ହୃତପିଣ୍ଡକୁ କାଟି ଫୋପାଡି ଦେଇ ତା ସ୍ଥାନରେ କୃତ୍ରିମ ହୃତପିଣ୍ଡ ଖଞ୍ଜି ହେବା ସମ୍ଭବ ହେଲାଣି   । ବିଜ୍ଞାନରେ ଏହି ଅଗ୍ରଗତିର ପ୍ରଥମ ମହାନ ପଦକ୍ଷେପ ହାର୍ଭେ ନେଇଛନ୍ତି   ।

ସଂଗୃହିତ - ଶରତ କୁମାର ମହାନ୍ତି

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate