ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ବୌଦ୍ଧିକ ଓ ଜ୍ଞାନାତ୍ମକ ବିକାଶ ସମ୍ବନ୍ଧୀୟ ସାମଗ୍ରୀ
ସେଆର କରନ୍ତୁ

ବୌଦ୍ଧିକ ଓ ଜ୍ଞାନାତ୍ମକ ବିକାଶ ସମ୍ବନ୍ଧୀୟ ସାମଗ୍ରୀ

ବୌଦ୍ଧିକ ଓ ଜ୍ଞାନାତ୍ମକ ବିକାଶ ସମ୍ବନ୍ଧୀୟ ସାମଗ୍ରୀ ଦ୍ଵାରା ପିଲାମାନଙ୍କର ସ୍ମରଣ ଶକ୍ତି ବିକାଶ କରାଯାଇପାରିବ ।

ସ୍ମୃତି ବିକାଶ ଖେଳ

  1. ଉଦ୍ଦେଶ୍ୟ –
  2. ଏହି ଖେଳ ଦ୍ଵାରା ପିଲାମାନଙ୍କର ସ୍ମରଣ ଶକ୍ତି ବିକାଶ କରାଯାଇପାରିବ ।

  3. ଉପକରଣ –
  4. ଛବି କାର୍ଡ (ଏଥିରେ ପଚାଶ ଯୋଡା କାର୍ଡ ଓ ଗୋଟିଏ ବୋର୍ଡ ଅଛି )

    • ପଶୁ – ବାଘ , ଭାଲୁ, ହାତୀ, ମାଙ୍କଡ, ବିଲୁଆ, ସିଂହ, ହରିଣ
    • ପକ୍ଷୀ – କାଉ, ପାରା, ଶୁଆ, ପେଚା
    • ଫଳ – ଆମ୍ବ, ପିଜୁଳି, କଦଳୀ, ପଣସ, ଅମୃତଭଣ୍ଡା, ତରଭୂଜ
    • ପରିବା – ବାଇଗଣ, ମୂଳା, ଭେଣ୍ଡି, ବିଲାତି ବାଇଗଣ, କଖାରୁ, କାକୁଡି, ଲେମ୍ବୁ, ଆଳୁ
    • ଫୁଲ – ମନ୍ଦାର, ଗୋଲାପ, ସୂର୍ଯ୍ୟମୁଖୀ, ପଦ୍ମ
    • ଗଛ – ଆମ୍ବ ଗଛ, ଖଜୁରୀ ଗଛ, ପିଜୁଳି ଗଛ, କଦଳୀ ଗଛ
    • ଗୃହପାଳିତ ପଶୁ – କୁକୁର, ଗାଈ, ଛେଳି, ମେଣ୍ଢା, ଠେକୁଆ, ମଇଁଷି, ଘୋଡା
    • ଫସଲ – ମକା, ଧାନ, ଆଖୁ, ଚିନାବାଦାମ
    • ଯାନବାହାନ – ଶଗଡଗାଡି, ସାଇକେଲ, ଟ୍ରେନ୍, ବସ୍, ରିକ୍ସା, କାର
  5. ବ୍ୟବହାର ପ୍ରଣାଳୀ -
  6. ପ୍ରଥମେ କର୍ମୀ ବୋର୍ଡ଼ ଉପରେ ପିଲାଙ୍କ  ବୟସ ଅନୁଯାୟୀ ଚାରିଯୋଡାରୁ ଦଶଯୋଡା ପର୍ଯ୍ୟନ୍ତ କାର୍ଡ଼ ଓଲଟାଇ ରଖିବେ। କୌଣସି ଏକ ପିଲାକୁ  କାର୍ଡ଼ ବୋର୍ଡ଼ରୁ ଗୋଟିଏ ଉଠାଇ ନିଜେ ଦେଖି ଓ ଅନ୍ୟମାନଙ୍କୁ ଦେଖାଇବାକୁ କୁହାଯିବ । ସେଇ ପିଲାଟିକୁ ଅନ୍ୟ ଗୋଟିଏ କାର୍ଡ଼  ଉଠାଇବାକୁ କୁହାଯିବ । ଯଦି ଦ୍ଵିତୀୟ କାର୍ଡଟି ପ୍ରଥମ କାର୍ଡ଼ ଦୁଇଟିକୁ ବୋର୍ଡରୁ ଉଠାଇଥିବା ଯାଗାରେ ରଖିଦେବ । ଏହି ଖେଳ ବୋର୍ଡରୁ କାର୍ଡ ଗୁଡିକ ସରିବା ପର୍ଯ୍ୟନ୍ତ ଖେଳାଯିବ । ଖେଳଟି ବ୍ୟକ୍ତିଗତ ଭାବେ ଅଥବା ଦଳଗତଭାବେ ଖେଳାଯାଇପାରିବ ।

ସଂଖ୍ୟା ଧାରଣା – ପରିମାଣ (କମ୍ – ବେଶୀ)

  1. ଉଦ୍ଦେଶ୍ୟ –
  2. ଏହି ଉପକରଣ ସାହାଯ୍ୟରେ ପିଲାମାନଙ୍କୁ କମ୍ – ବେଶୀର ଧାରଣା ଦିଆଯାଇପାରିବ ।

  3. ଉପକରଣ –
  4. ଦଶଟି ସ୍ଵଚ୍ଛ ପ୍ଲାଷ୍ଟିକ୍ ଡବା ମଧ୍ୟରୁ ପାଞ୍ଚୋଟିରେ କମ୍ ଓ ପାଞ୍ଚୋଟିରେ ବେଶୀ ପରିମାଣରବାଲି, ଗୋଡି, ମଞ୍ଜି, ପ୍ଲାଷ୍ଟିକ୍ ମାଳି ଓ ରଙ୍ଗବାଲି ଦିଆଯାଇଛି ।

  5. ବ୍ୟବହାର ପ୍ରଣାଳୀ –
  6. ପିଲାମାନଙ୍କୁ କମ୍ ଥିବା ଓ ବେଶୀ ଥିବା ଡବାକୁ ଦେଖାଇ କମ୍ – ବେଶୀର ପାର୍ଥକ୍ୟ ଜଣାଇବେ । ତାପରେ ପିଲାଙ୍କୁ ଜଣ ଜଣ କରି ଡାକି କମ୍ ଓ ବେଶୀ ଥିବା ଡବାକୁ ଚିହ୍ନଟ କରିବା ପାଇଁ କୁହାଯାଇ ପାରିବ ।

ସଂଖ୍ୟା ଧାରଣା - ଆକାର

(ବଡ-ସାନ, ଲମ୍ବା-ଛୋଟ,ଡେଙ୍ଗା-ଗେଡା, ମୋଟା-ପତଳା)

  1. ଉଦ୍ଦେଶ୍ୟ –
  2. ଏହି ଉପକରଣ ମାଧ୍ୟମରେ ବଡ-ସାନ, ଲମ୍ବା-ଛୋଟ,ଡେଙ୍ଗା-ଗେଡା, ଓ  ମୋଟା-ପତଳା ର  ଧାରଣା ଦିଆଯିବ ।

  3. ଉପକରଣ –
    • ଛବି କାର୍ଡ, ବଡଗଛ – ସାନଗଛ
    • ଡେଙ୍ଗା ପିଲା – ଗେଡାପିଲା
    • ମୋଟା ମଣିଷ –ପତଳା ମଣିଷ

ସଂଖ୍ୟା ଧାରଣା

  1. ଉଦ୍ଦେଶ୍ୟ –
  2. ଏହି ଉପକରଣ ମାଧ୍ୟମରେ ପିଲାମାନଙ୍କୁ ସଂଖ୍ୟା ଗଣିବାର ଧାରଣା ଦିଆଯିବ ।

  3. ଉପକରଣ –
    • ପ୍ଲାଷ୍ଟିକ୍ ମାଳି ଓ ସୂତା
    • ଚିତ୍ର ଥିବା ସଂଖ୍ୟା ବୋର୍ଡ଼
  4. ବ୍ୟବହାର ପ୍ରଣାଳୀ –
    • ମାଳିଗୁଡିକ ଗୁନ୍ଥିବେ ଓ ଗଣିବେ
    • ସଂଖ୍ୟା ବୋର୍ଡରେ ପ୍ରଥମେ ଚିତ୍ର ଗୁଡ଼ିକୁ ଦେଖି ଗଣିବେ ଓ ନିମ୍ନରେ ଥିବା ସଂଖ୍ୟାକୁ ଦେଖିବେ । ତାପରେ ବୋର୍ଡକୁ ସଂଖ୍ୟା ଗୁଡିକ କାଢି ଆଣିବେ ଓ ଜଣ ଜଣ କରି ପିଲାଙ୍କୁ ଡାକି ବୋର୍ଡ଼ର ଛବି ଗୁଡ଼ିକୁ ଗଣି ସେଇ ନିର୍ଦ୍ଦିଷ୍ଟ ସଂଖ୍ୟାଟିକୁ ଖଞ୍ଜିବାକୁ କୁହାଯାଇପାରିବ ।

କ୍ରମ ସଜ୍ଜା

  1. ଉଦ୍ଦେଶ୍ୟ –
  2. ଏହାଦ୍ୱାରା ପିଲାମାନେ କ୍ରମ ସଜ୍ଜାର ଧାରଣା ପାଇବେ ।

  3. ଉପକରଣ –
    • ପ୍ଲାଷ୍ଟିକ୍ ପିରାମିଡ୍
    • କ୍ରମ ସଜ୍ଜା ଛବି ବୋର୍ଡ଼, ଦୁଇ ସେଟ୍ ମାଛ ଓ କଣ୍ଢେଇ
    • କ୍ରମ ସଜ୍ଜା କଣ୍ଢେଇ ମୁଣ୍ଡ (କନାର)
  4. ବ୍ୟବହାର ପ୍ରଣାଳୀ –
  5. ସାମଗ୍ରୀ ଗୁଡ଼ିକୁ ଛୋଟରୁ ବଡ ପର୍ଯ୍ୟନ୍ତ ସଜାଇ ରଖିବେ ଓ ପ୍ରତ୍ୟେକ ପିଲାଙ୍କୁ ସେହିପରି କରିବା ପାଇଁ ନିର୍ଦ୍ଦେଶ ଦେବେ ।

ଧାରାବାହିକ ଚିନ୍ତାଧାରା

  1. ଉପକରଣ –
  2. ଛବି ବୋର୍ଡ଼ –

    ନୀତିଦିନିଆ କାମ ଯଥା :-

    ଦାନ୍ତ ଘସିବା, ଗାଧୋଇବା, ଜାମା ପିନ୍ଧିବା, ଖାଇବା,  ସ୍କୁଲଯିବା ର ଛବି ପିଲାମାନଙ୍କୁ ଦେଖାଇବେ ।

ବ୍ଲକ ଡିଜାଇନ

  • ଉଦ୍ଦେଶ୍ୟ –
  • ଏହାଦ୍ଵାରା ପିଲାମାନଙ୍କର ଧାରାବାହିକ ଚିନ୍ତାଧାରାର ବିକାଶ ଘଟିବ ।

  • ଉପକରଣ –
  • ଦଶଟି ଚିତ୍ର କାର୍ଡ ଓ ଚଉଦଟି କାଠ ଗୋଟି

  • ବ୍ୟବହାର ପ୍ରଣାଳୀ –
  • ପିଲାମାନେ ଦେଖିବେ ଓ ଧାରାବାହିକ ଭାବେ ସଜାଇ ରଖିବେ । କାର୍ଡରେ ଦିଆଯାଇଥିବେ ଚିତ୍ରକୁ ଦେଖି କାଠଖଣ୍ଡ ଗୁଡ଼ିକୁ ସଜାଇବେ ।

    ମେଳା କରିବା

    1. ଉଦ୍ଦେଶ୍ୟ –
    2. ପିଲାମାନେ ବିଭିନ୍ନ ବସ୍ତୁର ସମ୍ପର୍କ ଜାଣିବେ ।

    3. ଉପକରଣ –
    4. ଛବି କାର୍ଡ଼ ଯାଞ୍ଚ ସେଟ୍

      • ଗାଈ – ବାଛୁରୀ
      • ଟେବୁଲ – ଚୌକି
      • ସାର୍ଟ- ପ୍ୟାଣ୍ଟ
      • ବ୍ୟାଟ୍ – ବଲ୍
      • ପେନ୍ – କ୍ୟାପ୍
    5. ବ୍ୟବହାର ପ୍ରଣାଳୀ –
    6. ପ୍ରତ୍ୟେକ ଛବି ସହିତ ଅନ୍ୟଟିର ସମ୍ପର୍କ ଦର୍ଶାଇ ଛବିଗୁଡ଼ିକୁ ଦେଖାଇବେ ଓ ତାପରେ ପ୍ରତ୍ୟେକ ପିଲାଙ୍କୁ ବ୍ୟକ୍ତିଗତ ଭାବରେ ଡାକି କାର୍ଡ଼ ଗୁଡ଼ିକୁ ମେଳ କରାଇବାକୁ କହିବେ ।

    ଦର୍ଶନ ପ୍ରତ୍ୟକ୍ଷଣ

    କ’ଣ ନାହିଁ – ଛବି କାର୍ଡ

    1. ଉପକରଣ –
      • ବିଭିନ୍ନ ଲୁଗାପଟା
      • କେତେଗୁଡିଏ ପଶୁ
      • କେତେଗୁଡିଏ ପକ୍ଷୀ
      • କେତେଗୁଡିଏ ଫୁଲ
      • କେତେଗୁଡିଏ ଫଳ
      • କେତେଗୁଡିଏ ଯାନବାହାନ
      • କେତେଗୁଡିଏ ଖେଳ ସାମଗ୍ରୀ
      • ରୋଷେଇ ବାସନ
      • ନିଜର ନିତ୍ୟକର୍ମ ସାମଗ୍ରୀ
      • ଟେବୁଲ୍, ଚେୟାର, ରାଙ୍କ
    2. ଉଦ୍ଦେଶ୍ୟ –
    3. ପିଲାମାନଙ୍କ ପ୍ରତ୍ୟକ୍ଷଣ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା ।

    4. ବ୍ୟବହାର ପ୍ରଣାଳୀ –
    5. ଏଥିରେ ଦଶଯୋଡା କାର୍ଡ଼ ଅଛି । ପ୍ରତି ଯୋଡା କାର୍ଡକୁ ଗୋଟିକରେ ସମ୍ପୂର୍ଣ୍ଣ ଛବି ଅଛି ଓ ଅନ୍ୟଟିରେ ଗୋଟିଏ ବା ଦୁଇଟି ଛବି ନାହିଁ । ସମ୍ପୂର୍ଣ୍ଣ ଛବି ଥିବା କାର୍ଡଟିକୁ ପିଲାଙ୍କୁ ଦେଖାଇ ଦିଆଯିବ । ପିଲାମାନେ ଛବି ଗୁଡ଼ିକୁ ଚିହ୍ନିବେ ଓ ନାଁ କହିବେ । ତା ପରେ ଅସମ୍ପୂର୍ଣ୍ଣ ଛବି ଥିବା  କାର୍ଡଟିକୁ ଦେଖାଇ ପିଲାଙ୍କୁ ପଚରାଯିବ “ଏ ଛବିଟିରେ କେଉଁ କେଉଁ ଛବି ନାହିଁ ?” ଏହି ପ୍ରଣାଳୀରେ ପ୍ରତ୍ୟେକ ଯୋଡା କାର୍ଡକୁ ବ୍ୟବହାର କରିବେ ।

    ସ୍ପର୍ଶ ଅବବୋଧ

    1. ଉଦ୍ଦେଶ୍ୟ –
    2. କୌଣସି ବସ୍ତୁକୁ ଛୁଇଁ ସ୍ପର୍ଶଜନିତ ଶକ୍ତିର ବିକାଶ କରାଯାଇ ପାରିବ ।

    3. ଉପକରଣ –
      • ଗୋଟିଏ ବଡ ମୁଣା
      • ଚାରୋଟି ଛୋଟ ମୁଣା
      • ସ୍ପଞ୍ଜ
      • ବଡ କାଚ ଗୋଲି
      • କାଠ ଗୋଟକା (ବାଲି ମଡା ଯାଇଥିବା)
      • ରୁଦ୍ରାକ୍ଷ
    4. ବ୍ୟବହାର ପ୍ରଣାଳୀ –
    5. ଏଥିରେ ଗୋଟିଏ ବଡ ମୁଣା ଓ ପାଞ୍ଚୋଟି ଛୋଟ ମୁଣି ଅଛି । ବଡ ମୁଣାଟିରେ ସ୍ପଞ୍ଜ, ବଡ କାଚଗୋଲି, ବାଲି ଗୋଟକା, ପ୍ଲାଷ୍ଟିକ୍ ବ୍ରଶ୍, ରୁଦ୍ରାକ୍ଷ ଏକାଠି ରହିଅଛି । ଛୋଟ ପାଞ୍ଚୋଟି ମୁଣାରେ ଏହି ସାମଗ୍ରୀ ଗୁଡିକ ଅଲଗା ଅଲଗା ରହିଛି । ପ୍ରଥମେ ଛୋଟ ମୁଣାର ସାମଗ୍ରୀ ଗୁଡିକ ପ୍ରତ୍ୟେକ ପିଲା ମୁଣାରୁ ବାହାର କରି ଧରିବେ ଓ ଛୁଇଁ ଅନୁଭବ କରିବେ ଏବଂ କିପରି ଲାଗୁଛି  କହିବେ । ଏହିପରି ପାଞ୍ଚୋଟି ଛୋଟ ମୁଣାରେ ଥିବା ସାମଗ୍ରୀ ଗୁଡିକ ପିଲାମାନେ ଗୋଟିକ ପରେ ଗୋଟିଏ ଜାଣିବେ ।

      ପିଲାମାନଙ୍କୁ ସମ୍ମୁଖରେ ପାଞ୍ଚୋଟି ମୁଣା ରଖାଯିବ । ସେମାନଙ୍କୁ ଜଣ ଜଣ କରି ଡାକି ଯେ କୌଣସି ଗୋଟିଏ ମୁଣାକୁ ଉଠାଇ ତା ଭିତରେ ଥିବା ସାମଗ୍ରୀଟିକୁ ଚିହ୍ନିବା ପାଇଁ କୁହାଯିବ । ତାପରେ ସେଇ ସାମଗ୍ରୀଟିକୁ ବଡ ମୁଣା ମଧ୍ୟରୁ ହାତ  ପୁରାଇ ଅନୁଭବ କରି ବାହାର କରିବା ପାଇଁ କୁହାଯିବ ।

    ପ୍ରକୃତି ବିଷୟରେ ଧାରଣା

    1. ଉଦ୍ଦେଶ୍ୟ –
    2. ପ୍ରକୃତି ସମ୍ବନ୍ଧୀୟ ଜ୍ଞାନ ପାଇବେ ।

    3. ଉପକରଣ –
    4. ଛବି କାର୍ଡ ଗୋଟିଏ ସେଟ୍, ସୂର୍ଯ୍ୟ, ଜହ୍ନ, ବର୍ଷା, ଇନ୍ଦ୍ରଧନୁ, ମେଘ, ପବନ, ବିଜୁଳି

    5. ବ୍ୟବହାର ପ୍ରଣାଳୀ -
    6. କବିଗୁଡ଼ିକୁ ଦେଖାଇ ପ୍ରକୃତି ବିଷୟରେ ଆଲୋଚନା କରିବେ ।

    ସରଳ ସମସ୍ୟା ସମାଧାନ

    1. ଉଦ୍ଦେଶ୍ୟ –
    2. ସରଳ ସମସ୍ୟା ସମାଧାନ କରି ଜାଣିବେ ।

    3. ଉପକରଣ –
    4. ଚାରୋଟି ପଶୁ ବା ପକ୍ଷୀଙ୍କ ଛବି ।

    5. ବ୍ୟବହାର ପ୍ରଣାଳୀ –
    6. ସମ୍ପୂର୍ଣ୍ଣ ଚିତ୍ରଟିକୁ  ଦେଖି ଖଣ୍ଡ ଖଣ୍ଡ ହୋଇଥିବା ଚିତ୍ର ଗୁଡ଼ିକୁ ଯୋଡି ସମ୍ପୂର୍ଣ୍ଣ ଚିତ୍ର କରିବା ପାଇଁ ପିଲାମାନଙ୍କୁ କୁହାଯାଇପାରିବ ।

    ସ୍ଥାନ ସମ୍ପର୍କୀୟ ଧାରଣା

    1. ଉଦ୍ଦେଶ୍ୟ –
    2. ସ୍ଥାନ ସମ୍ପର୍କରେ ଧାରଣା

    3. ଉପକରଣ –
    4. ଚାରୋଟି ଛବିକାର୍ଡ଼ ।

    5. ବ୍ୟବହାର ପ୍ରଣାଳୀ –
    6. ଛବି ଗୁଡିକ ମାଧ୍ୟମରେ ବାହାରେ – ଭିତର, ଉପର- ତଳ, ବାମ ଡାହାଣ ଓ ଆଗ-ପଛ, ମଝି ସ୍ଥାନର ସଂପର୍କରେ ପିଲାମାନଙ୍କୁ ଧାରଣା ଦିଆଯାଇ ପାରିବ ।

    ଆଧାର - ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ  ଶିକ୍ଷାସୌଧ

    4.0
    ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

    ( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

    Enter the word
    ନେବିଗତିଓଂ
    Back to top