ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ବଳଠୁ ବଡ ବୁଦ୍ଧି
ସେଆର କରନ୍ତୁ

ବଳଠୁ ବଡ ବୁଦ୍ଧି

ବଳଠୁ ବଡ ବୁଦ୍ଧି ର କାହାଣୀ

ଉପକ୍ରମ

ମଧୁପୁର  ବୋଲି  ଗାଁଟିଏ  । ସେ ଗାଁରେ  ଥାନ୍ତି  ଦୁଇଟି  କୁକୁର   । ଗୋଟିକର  ନାଁ  ମୋତି ଆଉ ଅନ୍ୟଟିର  ନାଁ  ହୀରା   । ମୋତିଟି  ଅତି  ସରଳ , ସାଦାସିଧା ; କିନ୍ତୁ   ହୀରାଟି  ଟିକେ   ଚାଲାକ୍   ।

ମୋତି ଓ ହୀରା ର ଟକ୍କର

ଦିନେ  ହୀରା  ସହିତ  ଟକ୍କର  ମାରି କହିଲା – ଆମ  ଭିତରୁ   ଯିଏ  ସ୍କୁଲ  ଯାଏ  ଦୌଡି  ଯାଇ  ଫେରିଆସିବ  ସେ ଅଧିକ  ବଳବାନ୍ ବୋଲି   ଗଣା   ହେବ  । ସେଉଠୁ  ସ୍କୁଲଟି  ଜାମାରୁ ଗୋଟିଏ   କିଲୋମିଟର  ଦୂର  । କଥା  ହେଲା , ଜଣେ  ଗୋଟେ  ଲେଖାଏଁ  ସମାନ  ଆକାରର   ଥଳି  ପିଠିରେ  ଲଦି  ଦୌଡିବେ   । ସେଇ  କଥା  ମୁତାବକ  ଦୁହେଁ  ଦୁଇଟି   ଛୋଟିଆ  ଥଳି   କୁଆଡୁ  ପାଟିରେ   କାମୁଡି  ନେଇଆସିଲେ   । ହୀରା କ ’ଣ  କଲାନା ଗୋଟିକରେ  ତୁଳା  ଭର୍ତ୍ତି  କଲା  । ସେଇଟା  ଫାଲୁଆ  ଭଳି  ଦିଶିଲା  । ଆଉ ହାଲୁକା  ବି  ରହିଲା  । ଫେର ଆର  ଥଳିରେ  ସେ ଭର୍ତ୍ତି  କଲା   ଲୁଣ   । ଲୁଣଭରା  ଥଳିଟି  ସିନା   ଦେଖିବାକୁ   ଛୋଟ , କିନ୍ତୁ  ଖୁବ୍  ଭାରି   । ତା ’ପରେ  ହୀରା  ମୋତିକୁ   କହିଲା – ହେଇ  ଦେଖ  ୟେ  ଥଳିଟି  ବହୁତ ବଡ  । ୟାକୁ  କେବଳ   ମୁଇଁ  କେବଳ  ଉଠେଇ ବୋହି  ପାରିବି  ଆଉ ଆର  ଥଳିଟିକୁ   ତୁମେ   ପିଠିରେ  ଲଦ  । କାରଣ   ଏଇଟା ଛୋଟିଆ  ଦିଶୁଚି  । ମୋତି  ତା’ ଚାଲାକ୍  ଜମାରୁ   ବୁଝିପାରିଲାନି  । ଆ  କଥାରେ  ଲାଞ୍ଜ  ହଲାଇ  ହଁ  ଭରିଲା  ଆଉ  କହିଲା – ହାଉ  ହୀରା , ଠିକ୍  ଅଛି , ତୋତେ  ବହୁତ  ଧନ୍ୟବାଦ  ,  ଏ ଦୁନିଆରେ  ଯଦି  କେହି  ଜଣେ   ମୋର  ଅସଲ  ସାଙ୍ଗ  ଥାଏ  ତାହା  ତୁମେ   ବୋଲି   ଜାଣ   । ଆଉ ଉଛୁର  ନ କରି   ଦୁହେଁ   ନିଜ  ନିଜର  ଥଳିକୁ  ପିଠିରେ   ଲଦି  ଦୌଡିବା  ଆରମ୍ଭ  କଲେ   । ଏତିକିବେଳେ  ଖୁବ୍  ଜୋରରେ  ବର୍ଷା  ପାଣି ଆକାଶରୁ  ବରକୋଳି  ଟୋପା  ଭଳି ଅଜାଡି   ହୋଇପଡିଲା   । ମୋତିର   ଥଳି  ବର୍ଷା  ପାଣିରେ  ଭିଜିଯିବାରୁ  ସେଥିରେ  ଥିବା  କିଛି  ଲୁଣ  ମିଳେଇଗଲା   । ଫଳରେ  ଥଳିର  ବୋଝ  ପୂରାପୂରି   ହାଲୁକା   ହୋଇଗଲା    । ତେଣେ  ହୀରା  ଥଳିରେ  ଥିବା   ତୁଳାସବୁ  ଏକଦମ  ଓଦା   ହୋଇଗଲା   । ତୁଳା  ବର୍ଷା   ପାଣିକୁ   ଶୋଷି  ନେବାରୁ   ଓଜନିଆ  ଲାଗିଲା  ଶେଷରେ   ଏମିତି  ହେଲା  ଥଳିଟି  ଖୁବ୍  ଭାରି   ହୋଇଗଲା   । ସେଥିପାଇଁ  ହୀରା  ଠିକ୍  ଭାବେ   ଦୌଡି  ପାରିଲା   ନାହିଂ   ।

ଶେଷ କଥା

ପ୍ରତିଯୋଗିତାରେ   ମୋତି  ଅତି  ଆରାମରେ   ଜିତିଗଲା   । ହୀରା  ବଳବାନ ହେଲେ  ବି ତା’ ବୁଦ୍ଧି  ଆଗରେ  ହାର  ମାନିଲା  ।


ଆଧାର :ଧରିତ୍ରୀ

3.5
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top