ସେଆର କରନ୍ତୁ

ବଳଦେବ ରଥ

ବଳଦେବ ରଥ କବିସୂର୍ଯ୍ୟ ବଳଦେବ ରଥ ଭାବେ ଅଧିକ ପରିଚିତ ।

ବଳଦେବ ରଥ (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ରୀତି ଯୁଗର କବି । ସେ କବିସୂର୍ଯ୍ୟ ବଳଦେବ ରଥ ଭାବେ ଅଧିକ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୁ ଆଦିର ରଚନା କରି ସ୍ଵରସଂଯୋଜନା କରିଥିଲେ । ସେ ୧୮୪୫ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ଜୀବନକାଳ

ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ ପୁରୀ ଜିଲ୍ଲାର ମଣିପୁର ଶାସନରୁ ଆସି ବଡ଼ଖେମୁଣ୍ଡି ଗଡ଼ରେ ବସବାସ କରିଥିଲେ । ସେ ୧୭୮୯ ଖ୍ରୀ.ଅ.ରେ  ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମ ନେଇଥିଲ । ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରିଥିଲେ; ମାତ୍ର ଦଶବର୍ଷ ବୟସରେ ତାହାଙ୍କର ମାଆଙ୍କ ଦେହାନ୍ତ ଘଟିବାରୁ ତାଙ୍କୁ ଅଜା ତ୍ରିପୁରାରି ହୋତାଙ୍କ ଯତ୍ନରେ ରହି ବିଦ୍ୟା ଶିକ୍ଷା କରିବାକୁ ହୋଇଥିଲା । ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉଦ୍ଦେଶ୍ୟରେ ପୁରୀ ଯାଇ ସେ ଆପଣାର କବିପ୍ରତିଭା ଲାଗି ପୁରୀର ଗଜପତି ରାଜା ମୁକୁନ୍ଦଦେବଙ୍କ ଠାରୁ 'କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର' ଉପାଧି ପାଇଥିଲେ ।

କବିସୂର୍ଯ୍ୟ ବଳଦେବ ରଥଙ୍କ ବିଷୟରେ ଅନ୍ୟ ଏକ ମଧୁର କିମ୍ବଦନ୍ତୀ ରହିଛି ଏବଂ ତା ହେଉଛି ସେ ଠାକୁରାଣୀ ଭୂବନେଶ୍ଵରୀଙ୍କ କ୍ଷୀର ପାନ କରିବା କଥା । ଆଉ ଯାହା ବିଶ୍ବାସ କରାଯାଏ ଯେ, ବଳଦେବ ମାଙ୍କ କ୍ଷୀର ପାନ କରି ଅଲୌକିକ ଜ୍ଞାନ ଓ ଅସାଧାରଣ ପାଣ୍ଡିତ୍ୟର ପରିଚୟ ବହନ କରିଥିଲେ । ଲୋକକଥା ଅନୁଯାୟୀ ତାଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ହୋଇଥିଲା ତାଙ୍କ ମା ପରଲୋକ ଗମନ କରିଥିଲେ । ମା'ଙ୍କ ଦେହାନ୍ତ ଖବର ଶୁଣି ଯେତେବେଳେ ଏକାକୀ ଅନୁଭବ କରୁଥୁଲେ ତାଙ୍କ ଅଜା ତ୍ରୀପୁରାରି ଓ ତାଙ୍କର ସବୁ ଲାଳନପାଳନର ଦାୟିତ୍ଵ ନେଇଥିଲେ । ଏଇଠାରୁ ବଳଦେବ କବିତା ରଚନା କରି ବନଜଙ୍ଗଲର ପଶୁପକ୍ଷୀଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିପାରୁଥିଲେ ।

ରଚନାରେ ଭାଷା

କବିସୂର୍ଯ୍ୟଙ୍କ ରଚନାରେ ଦେଶଜ ଓଡିଆ ଶବ୍ଦ ସହ ବୈଦେଶିକ ଶବ୍ଦର ସୁନ୍ଦର ପ୍ରୟୋଗ ଦେଖାଯାଏ । ଦେଶଜ ଭାଷା ମଧ୍ୟରେ ଗୋଳିଆ, ଚିନାଏ, ଚିରାମରା, ଟାକର, ଟାକିଛି, ଠୋକରି, ଠଣାଠୁଙ୍କି, ଲସାଇ, ସୁସାର, ଆଡ଼ରୁଷା, ନିକୁଞ୍ଜ ଦଉଡ଼, ପାଦ ଫାଟିଯିବା ଇତ୍ୟାଦି ବ୍ଯବହୃତ ହୋଇଛି । ଅପର ପକ୍ଷରେ ଦରଦ, ମରଜି, ଦିବାଲା, ଧମକାଇଲା, ଫତୁରିଖୋର, ଆଖର, ଫୁକାରା, ଫତୁଆ, ଫରିଆଦ, ଫଜିତ, ଫରମାସ ଇତ୍ୟାଦି ବୈଦେଶିକ ବ ଯାବନିକ ଶବ୍ଦ ମଧ୍ୟ ପରିଦୃଷ୍ଟ ହୁଏ ।

ରଚନାବଳୀ

ଜଣାଣ ଓ କ୍ଷୁଦ୍ରଗୀତି

  • କାହାକୁ କହିବା
  • ଗୋ ରସନାଟି
  • ସର୍ପ ଜଣାଣ (ବାଧିଲା ଜାଣି କ୍ଷମା)
  • କ୍ଷୀରମୟସିନ୍ଧୁ ଜେମା ଜୀବବନ୍ଧୁ
  • ଚନ୍ଦ୍ରକଳା (ଅସମ୍ପୂର୍ଣ୍ଣ)
  • ରତ୍ନାକର ଚମ୍ପୂ
  • କିଶୋରଚନ୍ଦ୍ରାନନ୍ଦ ଚମ୍ପୂ
  • ପ୍ରେମୋଦୟ ଚମ୍ପୂ
  • ହାସ୍ୟକଲ୍ଲୋଳ

କାବ୍ୟ

  • ଚମ୍ପୂ
  • ଗଦ୍ୟ ରଚନା

କବିସୂର୍ଯ୍ୟଙ୍କ ସଂପୂର୍ଣ୍ଣ ରଚନାବଳୀ ଉଇକିପାଠାଗାରରେ ପଢିପାରିବେ ।

ଆଧାର -

  1. ବଳଦେବ ରଥ ତଥ୍ୟ
  2. କବି ସୂର୍ଯ୍ୟ ବଳଦେବ ରଥ
2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top