ସେଆର କରନ୍ତୁ

କ୍ଵିଜ୍

ବିଜ୍ଞାନ କ୍ଵିଜ୍ ଓ ଇତିହାସ କ୍ଵିଜ୍

ବିଜ୍ଞାନ କ୍ଵିଜ୍

ପ୍ରଶ୍ନ ୧

୧-        ‘ସିଦ୍ଧାନ୍ତ ଦର୍ପଣ କେଉଁ ମହାନ୍ ବୈଜ୍ଞାନିକଙ୍କ କୃତୀ ?

୨-        ଆସ୍ପିରିନ୍ରର ଉଦ୍ଭାବକ କିଏ     ?

୩-        ୧ ସେଣ୍ଟିମିଟର = କେତେ ଇଞ୍ଚ  ?

୪ -       ମଣିଷର କାନ ଅତି ବେଶିରେ କେତେ ତୀବ୍ରତାର ଧ୍ୱନି ସହିପାରେ ?

୫ -       ଫିଜିଓଲୋଜି ଓ ଭେଷଜ ବିଜ୍ଞାନ ପାଇଁ ୧୯୯୧ ନୋବେଲ ପୁରସ୍କାର କିଏ      ପାଇଛନ୍ତି  ?

୬ -       ଆମ ସୌରଜଗତର ଶନି ବ୍ୟତୀତଅନ୍ୟ କେଉଁ ଗ୍ରହର ବଳୟ ଅଛି ବୋଲି        ଆନୁମାନ କରାଯାଉଛି ?

୭-        କଲେରା ରୋଗର ଜୀବାଣୁ ନାମ କଣ ?

୮ -       ପରମାଣୁ ବୋମା ପ୍ରଥମେ କେଉଁ ବୈଜ୍ଞାନିକ ପ୍ରସ୍ତୁତ କରିଥିଲେ ?

୯ -       ସୂର୍ଯ୍ୟଙ୍କଠାରୁ ଆସୁଥିବା ସମସ୍ତ ବିକିରଣର କେତେକ ଅଂଶଆମର ପ୍ରକୃତ         ଆବଶ୍ୟକ ପଡିଥାଏ ?

୧୦ –ଯଦି ଆମ ବାୟୁମଣ୍ଡଳରେ ଏବେ ଥିବା ଅଙ୍ଗରକାମ୍ଲ ଗ୍ୟାସର ପରିମାଣ    ଦୁୟୀଗୁଣିତ ହୁଏ ତେବେ ବାଯୁମଣ୍ଡଳ ହାରାହାରି ତାପମାତ୍ରା କିପରି ପରିବର୍ତ୍ତନ           ହେବ ?

 

ଉତ୍ତର ୧

୧ -       ପାଠାଣି ସାମନ୍ତଙ୍କ ନାମରେ ଓଡିଶାର ପୁରପଲ୍ଲୀରେ ପରିଚିତ ସାମନ୍ତ ଚନ୍ଦ୍ର        ଶେଖର ମହାପାତ୍ର ହେଉଛନ୍ତି ସିଦ୍ଧାନ୍ତ ଦର୍ପଣର ସ୍ରଷ୍ଟା।

୨ -       ୧୮୮୯ ମସିହାରେ ଜର୍ମାନୀର ବିଶେଷଜ୍ଞ ଡ୍ରେସର ଆସ୍ପିରିନ ଉଦ୍ଭାବନ           କରିଥିଲେ ।

୩ -       ୧ ସେ। ॰ମି =୦.୩୯୪ ଇଞ୍ଚ ।

୪-        ମଣିଷର କାନ ପର୍ଦ୍ଦା ଅତି ବେଶିରେ ୧୨୦ ଡେସିବେଲ ତୀବ୍ରତାର ଧ୍ୱନି ସହ୍ୟ   କରିପାରିବ ଧ୍ୱନିର ତୀବ୍ରତା ତା’ଠୁଁ ଅଧିକହେଲେ ପର୍ଦ୍ଧା ଫାଟିଯାଇପାରେ ବା           ବଧିରତା ସୃଷ୍ଟି ହୋଇ ପାରେ ।

୫-        ଜର୍ମାନୀର ୨ ଜଣ ବୈଜ୍ଞାନିକ ଏରୱିନ ନେହେରଓ ବଟ ସ୍ୟାକ୍ ମ୍ୟାନ୍             ଫିଜିଓଲୋଜି ଓ ଭେଷଜ ବିଜ୍ଞାନ (ମେଡିସିନ୍) ପାଇଁ ୧୯୯୧ ରେ ନୋବେଲ      ପୁରସ୍କାର ପାଇ ଛନ୍ତି ।

୬-        ଭୟେଜର -୨ ଯାନର ତଥ୍ୟ ଆନୁଯାୟୀ ଶନି ବ୍ୟତୀତ ନେପ୍ ଚ୍ୟୁନ ଗ୍ରହର      ମଧ୍ୟରେ ୫ ଟି ବଳୟ ରହିଛି ।

୭-        କଲେରା ବା ହଇଜା ରୋଗର ଜୀବାଣୁ ହେଉଛି ବ୍ୟାସିଲସ୍ ନାମକ ବ୍ୟକ୍ଟେରିୟା ଏହାକୁ ଭିବ୍ରିଓ କଲେରା ମଧ୍ୟ କୁହାଯାଏ ।

୮-        ଅଟୋ ହ୍ୟାନ

୯-        ସୂର୍ଯ୍ୟଙ୍କ ଠାରୁ ଆସୁଥିବା ବିକିରଣର ମାତ୍ରା ।୦.୦୨ % ଅଂଶ ହିଁ ଆମେ ଆବଶ୍ୟକ         କରିଥାଉ ।

୧୦-     ବାଯୁମଣ୍ଡଳ ରେ ଅଙ୍ଗାରକାମ୍ଳ ଗ୍ୟାସ ର ପରିମାଣ ଦ୍ଵି ଗୁଣିତ ହେଲେ   ବାୟୁମଣ୍ଡଳର ଉତ୍ତାପ ୧.୫ ଡିଗ୍ରୀରୁ ୪.୫ ଡିଗ୍ରୀ ସେଣ୍ଟିଗ୍ରେଡ ବଢିଯିବ

 

ପ୍ରଶ୍ନ ୨

୧-        ଓଜୋନ ଏକ ନିଷ୍କ୍ରିୟ ଗ୍ୟାସ କି ?

୨-        ବିଶ୍ଵବ୍ରଦ୍ମଣ୍ଡର କେନ୍ଦ୍ର ପୃଥିବୀ ନୁହେଁ ବୋଲି ପ୍ରଥମେ କେବେ ଓ କେଉଁ ପାଶ୍ଚାତ୍ୟ ବୈଜ୍ଞାନିକ ଘୋଷଣା କଲେ ?

୩-        ଆଲୋକରଶ୍ମିର ଏକ ଅଦୃଶ୍ୟ ଚାପ ରହିଛି ବୋଲି କିଏ ଆବିଷ୍କାର କରିଥିଲେ ?

୪-        ବିଶ୍ଵବ୍ରଦ୍ମଣ୍ଡର ‘ଅବିରାମ ସୃଷ୍ଟି ମତବାଦ କେଉଁ ବୈଜ୍ଞାନିକ ପ୍ରକାଶ କରିଥିଲେ ?

୫-        ଗୋଟିଏ ମୁକ୍ତ କ୍ଳୋରିନ ଆଣୁ କେତୋଟି ଓଜନ ଅଣୁକୁ ଭାଙ୍ଗି ନଷ୍ଟ      କରିଦେଇପାରେ ?

୬-        କେଉଁ ଉଦ୍ଭିଦକୁ ‘ବୁଢା ମଣିଷ ଦାଢି ‘ ବୋଲିକୁହାଯାଏ ?

୭-        ହୟାଲିଙ୍କ ଧୂମକେତୁ କେତେ ବର୍ଷ ଅନ୍ତରରେ ଥରେ ପୃଥିବୀର ନିକଟବରତି      ହୋଇଥାଏ ?

୮-        ମ୍ୟାଗ୍ନେସିୟମ ଫିତା ଖଣ୍ଡେ ଜଳାଇଲେ କେଉଁ ରଙ୍ଗର ଆଲୋକ ଶିଖା ବାହାରେ ?

୯-        କେଉଁ ବୈଜ୍ଞାନିକ ମାଧ୍ୟା କର୍ଷଣ ଶକ୍ତି ବିଷୟରେ ବିଶ୍ଵକୁ ଧାରଣା ଦେଇଥିଲେ ?

୧୦-     ‘ସିଷ୍ଟମ୍ ଅଫ୍ ଦି ୱାଲର୍ଡ’ ଲେଖକ କିଏ ?

 

ଉତ୍ତର ୨

୧-        ଓଜନ ଏକ ନିଷ୍କ୍ରିୟ ଗ୍ୟାସ ନୁହେଁ ।

୨-        ପୃଥିବୀ ବିଶ୍ଵବ୍ରହ୍ମାଣ୍ଡର କେନ୍ଦ୍ର ନୁହେଁ ବୋଲି ୧୫୪୩ ମସିହାରେ ପୋଲାଣ୍ଡ        ଜ୍ୟୋତିର୍ବିଜ୍ଞାନୀ ନିକୋଲାସ କୋପରନିକସ ଘୋଷଣା କରିଥିଲେ ।

୩-        ଆଲୋକରଶ୍ମୀର ଏକ ଅଦୃଶ୍ୟ ଚାପ ରହିଛି ବୋଲି ଗତ ଶତାବ୍ଦୀର ଶେଷ         ଦଶକରେ ରୁଷୀୟ ପଦାର୍ଥ ବିଜ୍ଞାନୀ ପିଓତର ଲିଭେଦେଭ ଆବିଷ୍କାର କରିଥିଲେ ।

୪-        ଥୋମାସ୍ ଗୋଲଡ୍ ଓ ନର୍ମାନ ବଣ୍ଡି ଅବିରାମ ସୃଷ୍ଟି ମତବାଦର ପ୍ରଣେତା ।

୫-        ଗୋଟିଏ ମୁକ୍ତ କ୍ଳୋରିନ ଅଣୁ ପ୍ରାୟ ୧୦୦,୦୦୦  ଟି ଓଜୋନ ଆଣୁକୁ ଭାଙ୍ଗି    ଦେଇପାରେ ।

୬-        ‘ଆସ୍ନିଆ ‘ ନାମକ ଏକ ଉଦ୍ଭିଦ (pteridophyte) କୁ “ବୁଢାମଣିଷର  ଦାଢି “             ବୋଲି କୁହାଯାଏ

୭-        ହ୍ୟାଲିଙ୍କ ଧୂମକେତୁ ପ୍ରତି ୭୬ ବର୍ଷରେ ଥରେ ପୃଥିବୀକୁ ଦୃଷ୍ଟି ଗୋଚର ହୋଇ   ଥାଏ ।

୮-        ମ୍ୟାଗ୍ନେସିୟମ ଫିତା ଖଣ୍ଡେ ଜଳାଇଲେ  ଉଜ୍ଵଳନୀଳ ରଙ୍ଗର ଆଲୋକଶିଖା ପ୍ରଦାନ         କରେ

୯-        ସାର୍ ଆଇଜାକ ନିଉଟନ ସର୍ବେ ପ୍ରଥମେ ମାଧ୍ୟାକର୍ଷଣ ଶକ୍ତି ବିଷୟରେ ବିଶ୍ଵକୁ     ଧାରଣା ଦେଇଥିଲେ ।

୧୦-     ସିଷ୍ଟମ୍ ଅଫ୍ ଦି ୱାଲର୍ଡ’ ର ଲେଖା କ ହେଲେ ନିଉଟନ୍ ।

 

ପ୍ରଶ୍ନ ୩

୧-        ବିଶ୍ଵବ୍ରହ୍ମାଣ୍ଡରେ ଗୁଡିଏ ନିହାରିକା ବା ଛାୟା ପଥ ରହିଛି ବୋଲି ପ୍ରଥମେ କିଏ      କହିଥିଲେ ?

୨-        ‘ବିଗବ୍ୟାଙ୍ଗ’ ମତବାଦ କିଏ ଘୋଷଣା କରିଥିଲେ ?

୩-        ସୂର୍ଯ୍ୟଙ୍କ ଦେହରୁ ଆସୁଥିବା ତାପ ବିକିରଣରୁ ପୃଥିବୀର ଓଜୋନ୍ ସ୍ତର କେତେ ତାପ         ଆହାରଣ କରିଥା ଏ ?

୪-        ସୂର୍ଯ୍ୟଙ୍କ ବ୍ୟତୀତ ପୃଥିବୀର ଅନ୍ୟ ନିକଟତମ ତାରକା କିଏ ?

୫-        ଭୂମିକମ୍ପ ସାଧାରଣତଃ କେତେ ପ୍ରକାରର ?

୬-        ପୃଥିବୀ ପୃଷ୍ଟରେ ମୋଟ କେତେ ପରିମାଣରେ ଜଳ ରହିଛି ?

୭-        ଗୋଟିଏ ସୁସ୍ଥ ଜୀବକୋଷର ଶତକଡା କେତେ ଭାଗ ପାଣି ଥାଏ ?

୮-        ମଣିଷ ଶରୀରେ ଶତକଡା କେତେ ଭାଗ ଗନ୍ଧକ ଥାଏ ?

୯-        ବିଦ୍ୟୁତ ଚାର୍ଜର ଆକର୍ଷଣ ଓ ବିକର୍ଷଣ ସମ୍ପର୍କୀୟ ନିୟମ କିଏ ବ୍ୟବାହାର କରିଥିଲେ ?

୧୦-     ଭୂତାଣୁର ଆବିଷ୍କାରକ  କିଏ ?

ଉତ୍ତର ୩

୧-        ଆମେରିକୀୟ ମହାକାଶ ବିଜ୍ଞାନୀ ଏଡୱିନ୍ ପି । ହୋବଲ୍ ବିଶ୍ଵବ୍ରହ୍ମାଣ୍ଡରେ ଗୁଡିଏ

ଛାୟା ପଥ ରହିଛି ବୋଲି ପ୍ରଥମେ ଦର୍ଶାଇ ଥିଲେ

୨-        ବେଲଜିୟମର ଜଣେ ଧର୍ମଯାଜକ ତଥା ମହାକାଶ ବିଜ୍ଞାନୀ ଆଏବ ଜର୍ଜି            ଲୋମାଟେରଙ୍କ ବିଶ୍ଵ ସୃଷ୍ଟି ସମ୍ପର୍କରେ ମତକୁ ପରେ ବିଗବ୍ୟାଙ୍ଗ ମତବାଦ କୁହାଗଲା

୩-        ପୃଥିବୀର ଓଜୋନ ସ୍ତର ସୂର୍ଯ୍ୟଙ୍କ ପାଖରୁ ଆସୁ ଥିବା ତାପଶକ୍ତି ବିକିରଣର ଶତକଡା ୨     ଭାଗ ଆହାରଣ କରିଥାଏ।

୪ -       ସୂର୍ଯ୍ୟଙ୍କୁ ବାଦ ଦେଲେ ପୃଥିବୀର ନିକଟତମ ତାରକା ହେଲା ପ୍ରକସିମା ସେଣ୍ଟାଉରୀ।         ଏହା ପୃଥିବୀ ଠାରୁ ୪.୨ ଆଲୋକ ବର୍ଷ ଦୂରରେ ଅବସ୍ଥିତ

୫-        ଭୂମିକମ୍ପ ସାଧାରଣତଃ ୨ ପ୍ରକାର ଅଗ୍ନି ଉଦ୍ଗୀରଣଜନିତ ଓ ଶିଳା ଚ୍ୟୁତଜନିତ

୬-        ପୃଥିବୀ ପୃଷ୍ଟରେ ମୋଟ ପ୍ରାୟ ୧,୪୬୦,୦୦୦,୦୦୦,ଘନ କିଲୋମିଟର      ପରିମାଣରେ ଜଳରହିଛି ବୋଲି ଏକ ହିସାବରୁ ଜଣାଯାଏ ।

୭-        ଗୋଟିଏ ସୁସ୍ଥ ଜୀବକୋଷରେ ପ୍ରାୟ ୭୦ ପରିସତ ପାଣି ରହିଥାଏ ।

୮-        ମଣିଷ ଶରୀରରେ ଶତକଡା ୦.୨୫ ଭାଗ ଗନ୍ଧକ ଥାଏ ।

୯-        ଫ୍ରାନ୍ସର ଚାର୍ଲସ୍ ଅଗଷ୍ଟିନ୍ କୁଳମ୍ବ ବିଦ୍ୟୁତ୍ ଚାର୍ଜର ଆକର୍ଷଣ ଓ ବିକର୍ଷଣର ନିୟମ             ବାହାର କରିଥିଲେ ।

୧୦-     ଡିମିଟ୍ରି ଇଭାନୋଭିସ୍କି ୧୮୯୨ ମସିହାରେ ପ୍ରଥମେ ଭାଇରସ ବା ଭୂତାଣୁ ଆବିଷ୍କାର        କରିଥିଲେ ।

ପ୍ରାଶ୍ନ ୪

୧ -       ୱାଟସନ୍ ଓ କ୍ରିକ  ସର୍ବ ପ୍ରଥମେ ଡି ,ଏନ,ଏ ର ଗଠନ (ଡବଲ ହେଲିକ୍ସ ସଂରଚନା )        ବିଷୟରେ ଧାରଣା ଦେଇଥିଲେ ?

୨-        ଡି,ଏନ୍,ଏ ୪ ଟି ରାସାୟନିକ ଦ୍ରବ୍ୟର ସଂଯୋଜନାରେ ଗଠିତ । ଏହି ଦ୍ରବ୍ୟ ଗୁଡିକୁ          ସାଧାରଣତଃ ଏ ,ଜି,ସି ଓ ଟି କୁହାଯାଇଥାଏ । ତେବେ ଏହି ଅକ୍ଷର ଗୁଡିକର ପ୍ରକୃତ   ଆର୍ଥ କଣ ?

୩-        ବରଗଛ ର ବୈଜ୍ଞାନିକ ନାମ କଣ ?

୪-        ସୂର୍ଯ୍ୟଙ୍କ କିରଣ ମହାଶୂନ୍ୟ ଦେଇ  ଆସି ପୃଥିବୀପୃଷ୍ଠରେ ପଡିବାକୁ କେତେ ସମୟ           ଲାଗେ

୫-        ଆଇ, ଆର, ଏସ -୧ (କ) ନାମକ ଉପଗ୍ରହକୁ କେବେ ମହାକାଶ କୁ ପଠାଯାଇଥିଲା ?

୬ -       ସମାନ ଓଜନର ବରଫ ଓ ପାଣି ଅଲଗା ଅଲଗା ନେଇ ବରଫକୁ ତରଳାଇ ଦେଲେ        କାହାର ପରିମାଣ ଅଧିକ ହେବ

୭-        ଏକ କିଲୋ ଗ୍ରାମ ଲୁହା ଓ ଏ କିଲୋଗ୍ରାମ ତୁଳା ନେଇ ପୁଣି ଏହାକୁ ବାୟୁ ସ୍ଥାନରେ          ଓଜନ କଲେ କାହାର ଓଜନ ଅଧିକା  ହବ ?

୮-        ମଣିଷ ହୃତପିଣ୍ଡଓ ବେଙ୍ଗ ହୃତପିଣ୍ଡ ମଧ୍ୟ ରେ ମୌଳିକ ପଭେଦ  କଣ ?

୯-        ସେଫଟି ଲ୍ୟାମ୍ପର ଉଦ୍ଭାବକ କିଏ ?

୧୦-     ରିକେଟ୍ ରୋଗ ଏକ ଭୂତାଣୁ ଜନିତ ରୋଗ କି ?

 

ଉତ୍ତର ୪

୧-        ୱାଟସନ ଓ କ୍ରିକ୍ ଡି ,ଏନ,ଏ,ର,(ଡବଲ ହେଲିକ୍ସ ସଂରଚନା) ବିଷୟରେ ଦେଇଥିବା        ଧାରଣା 'ନେଚର ' ପତ୍ରିକାରେ ପ୍ରକାଶିତ ହୋଇଥିଲା ।

୨-        ଏ-ଆଡେନାଇନ, ଜି-ଗୁଆନିନ୍ ,ସି-ସାଇଟୋସିନ , ଟି-ଥାୟାମିନ୍ ।

୩-        ବରଗଛର ବୈଜ୍ଞାନିକ ନାମ ହେଲା ଫିକସ୍ ବେଘାଂ ଲେନ୍ସିସ୍ ।

୪-        ସୂର୍ଯ୍ୟଙ୍କ କିରଣ ମହାଶୂନ୍ୟ ଦେଇ ଆସି ପୃଥିବୀପୁଷ୍ଟରେ ପଡିବାକୁ ୮ ମିନିଟ ସମୟ         ନେଇଥାଏ ।

୫-        ଆଇ ,ଆର,ଏସ -୧ (କ) ମହାକାଶ ଯାନକୁ ୧୯୮୮ ମସିହା ମାର୍ଚ ୧୭ ତାରିଖରେ       ମହାକାଶକୁ ଛଡା ଯାଇଥିଲା

୬-        ସମାନ ଓଜନର ବରଫ ଓ ପାଣି ନେଇ ବାଫକୁ ତରଲାଇ ଦେଲେ ଉଭୟଙ୍କର   ପରିମାଣ ସମାନ ହେବ ।

୭-        ତୁଳାର ଉଜାଣ ଆଧିକା ହେବ ।

୮-        ମଣିଷ ହୃତପିଣ୍ଡରେ ୪ ଟି କୋଠରି ଥାଏ ମାତ୍ର ବେଙ୍ଗର ହୃତପିଣ୍ଡରେ ୩ ଟି କୋଠରି        ଥାଏ ।

୯-        ସାର ହାମ୍ପ୍ରି ଦେଭି ହେଉଛନ୍ତି ସେପ୍ଟି ଲାମ୍ପର ଉଦ୍ଭାବକ ।

୧୦-     ରିକେଟ୍ ଭୂତାଣୁଜନିତ ରୋଗ ନୁହେଁ ।

 

ପ୍ରଶ୍ନ ୫

୧-        ଭକ୍ୟୁମ ଭିତରେ ଶବ୍ଦର ସେକେଣ୍ଡ ପିଛା ବେଗ କେତେ ?

୨-        ଚୁମ୍ବକ ତମ୍ବାକୁ ଆକର୍ଷଣ କରେ କି ?

୩-        ବିବର୍ତ୍ତନବାଦ ବିଷୟରେ ପ୍ରଥମେ କେଉଁ ବୈଜ୍ଞାନିକ ଧାରଣା ଦେଇଥିଲେ ?

୪-        ଅସରପା ଓ ଚିଙ୍ଗୁଡି କେଉଁ ଶ୍ରେଣୀର ପ୍ରାଣୀ ?

୫-        ଧାନଗଛର ବୈଜ୍ଞାନିକ ନାମ କ’ଣ ?

୬-        ଗୋଟିଏ ପରିବାହିର ଦୁଇ ମୁଣ୍ଡରେ ଥିବା ବିଦ୍ୟୁତ ବିଭବ ପାର୍ଥକ୍ୟକୁ  କେଉଁ ଏକକରେ     ମପାଯାଏ ?

୭-        ରକ୍ତମନ୍ଦାର ଫୁଲ ଲାଲ କାହିଁକି ?

୮-        ଏନଯାଇମ ଏକପ୍ରକାର ପ୍ରୋଟିନ କି ?

୯-        ଅଷ୍ଟ୍ରୋଡୋମିକଳ ୟୁନିଟ  (AU) କ’ଣ ?

୧୦-     ସୁନାର ପରୁମାନୁ ଓଜନ କେତେ ?

 

 

ଉତ୍ତର ୬

୧-        ଶବ୍ଦତରଙ୍ଗ  ଗତି କରିବା ପାଇଁ ଏକ ମାଧ୍ୟମ ଦରକାର କରିଥାଏ ଭାକ୍ୟୁମ୍ ବା ଶୂନ୍ୟତା       ଭିତରେ ତେଣୁ ଏହା ଆଦୈ ଗତି କରିପାରେ ନାହିଁ ।

୨-        ଚୁମ୍ବକ  ତମ୍ଭାକୁ ଆକର୍ଷଣ କରି ନ ଥାଏ ।

୩-        ବିବର୍ତ୍ତନବାଦ ସମ୍ପର୍କରେ ପ୍ରଥମେ ଚାର୍ଲସ ଡାରୱିନ୍ ସଠିକ ଭାବରେ ଧାରଣା      ଦେଇଥିଲେ ।

୪-        ଆସରପା ଓ ଚିଙ୍ଗୁଡି ‘ସନ୍ଧିପଦ’ ଜାତୀୟ ପ୍ରାଣୀ ।

୫-        ଧାନଗଛର ବୈଜ୍ଞାନିକ ନାମ (ଉଦ୍ଭିଦ ବିଜ୍ଞାନ ସମ୍ମତ ) ହେଲା ଓରାଇଜ ସାଟିଭା ।

୬-        ଗୋଟିଏ ପରିବାହିର ବିଦ୍ୟୁତ ବିଭବ ପାର୍ଥକ୍ୟକୁ ଭୌଲ୍ଟରେ ମପାଜାଏ ।

୭-        ରକ୍ତମନ୍ଦାର ଫୁଲରେ ଅନେକ ରଙ୍ଗବିହୀ କନିକା ଥାଆନ୍ତି , ଯେଉଁମାନେ କି ସୂର୍ଯ୍ୟଙ୍କ         କିରଣରୁ ଲାଲ ରଙ୍ଗ ବ୍ୟତୀତ ଅନ୍ୟସବୁ ରଙ୍ଗ ଶୋଷି ନେଇଥାନ୍ତି । ମାତ୍ର ଲାଳ ରଙ୍ଗକୁ          ଆହରଣ କରିନ ପାରି ପ୍ରତି ଫଳିତ କରନ୍ତି । (ଏହା କେବଳ ରକ୍ତମନ୍ଦାର ଫୁଲ ପାଇଁ         ନୁହେଁ, ପ୍ରତେକ ଲାଲ ଫୁଲ କ୍ଷେତ୍ରରେ ଘଟି ଥାଏ ତେଣୁ ଫୁଲଟି ଲାଲ ଦିଶେ ।

୮-        ସବୁ ଏନ୍ଜାଇମ ପ୍ରୋଟିନ ଅଟନ୍ତି ।

୯-        ନକ୍ଷତ୍ର ନକ୍ଷତ୍ର ମଧ୍ୟରେ ଥିବା ବ୍ୟାପକ ଦୂରତ୍ଵକୁ ମାପିବା ପାଇଁ  ବ୍ୟବହୃତ ଏକକକୁ           ଅଷ୍ଟ୍ରୋନୋମିକାଳ ୟୁନିଟ କୁହାଯାଏ । ୧ AU = ୯୨,୮୫୭,୦୦୦ ମାଇଲ ବା          ୧୪୯,୬୦୦,୦୦୦,କିମି ।

୧୦-     ସୁନାର ପରମାଣୁ ଓଜନ ୧୯୬-୯୬୬୫-ବା ୧୯୭.୦ ।

ପ୍ରଶ୍ନ

୧-        କଇଁଛ କେଉଁ ଶ୍ରେଣୀର ପ୍ରାଣୀ ?(ସ୍ତନ୍ୟପାୟୀ , ଉଭୟଚର , ସେରୀସୃପ )

୨-        ଚଳନ୍ତା ଟ୍ରେନରେ ବସି ବଲଟିଏ  ସିଧା ଉପରକୁ ପକାଗଲେ ତାହା ପୁଣି ଆସି ହାତରେ ପଡିବ କି ?

୩-        ସିନ୍ଥେଟିକ୍ (ରାସାୟନିକ ବା କୃତିମ ) ପେନ୍ସିଲିନ୍ର ପ୍ରସ୍ତୁତକର୍ତ୍ତା ଗତ କିଛି ବର୍ଷ ତଳେ ମୃତୁବରଣ କରିଛନ୍ତି । ତାଙ୍କ ନାମ କଣ ।

୪-        ଅମ୍ଳଜାନ ଜଳରେ ଦ୍ରବଣୀୟ କି ?

୫-        ଏ ପର୍ଯ୍ୟନ୍ତ  ଆବିଷ୍କୃତ  ହୋଇ ଥିବା ସବୁଠୁଁ ବଡ ଗ୍ରହାଣୁ ପୁଞ୍ଜ ନାମ କଣ ?

୬-        ପରମାଣୁ ନାଭିକରେ ପ୍ରୋଟନ ଓ ନ୍ୟୁଟ୍ରନ ସଂଖ୍ୟା ସମାନ ଥାଏ କି ?

୭-        ଭାରତରେ ଏ ପର୍ଯ୍ୟନ୍ତ କେତେ ପ୍ରକାର ପକ୍ଷୀ ଚିହ୍ନଟ ସାରିଲେଣି ?

୮-        ଏବେ ଭାରତରେ ବର୍ଷକୁ କେତେ ହାରରେ ଜଙ୍ଗଲ ନଷ୍ଟ ହେଉ ଥିବାର ରେକଡ଼ କରାଯାଇଛି ?

୯-        ଆଲୋକ ଭାସ୍ଲେସନ ପ୍ରକ୍ରିୟାରେ ବୃକ୍ଷଲତା ବାୟୁ ମଣ୍ଡଳୁ କେଉଁ ଗ୍ୟାସଗ୍ରହଣ କରିଥାନ୍ତି ?

୧୦-     ପରମାଣବିକ ବିକିରଣ (ରଶ୍ମୀ)କେତେ ପ୍ରକାରର ?

ଉତ୍ତର

୧-        କଇଁଛ ସରୀସୃପ ଶ୍ରେଣୀର ପ୍ରାଣୀ  ଅଟେ ।

୨-        ଚଳନ୍ତା ଟ୍ରେନରେ ବସି ବଲଟିଏ ସିଧା ଉପରକୁ ପକାଇଲେ ତାହା ଫୁଣି ଆସି ହାତରେ ପଡିବ

୩-        ସୁନ୍ଥେଟିକ୍  ପେନସିଲିନର ଉଦ୍ଭାବକ ହେଉଛନ୍ତି ଡଃ ଜନ୍ , ସି ସିହାନ୍ ।

୪-        ଅମ୍ଳଜାନ ଜଳରେ ଦ୍ରବଣୀୟ ।

୫-        ଏ ପର୍ଯ୍ୟନ୍ତ ଆବୀରସ୍କୃତ ଗ୍ରହାଣୁ ପୁଞ୍ଜ ମାନଙ୍କ ମଧ୍ୟରୁ ସେରେସ୍ ହେଉଛି ସବୁଠୁ ବଡ ଗ୍ରହାନୁପୁଞ୍ଜ

୬-        ପରମାଣୁର ନାଭିକରେ  ଥିବା ପ୍ରୋଟନ ଓ ନିଉଟ୍ରନ ସଂଖ୍ୟା ସବୁବେଳେ ସମାନ ନୁହେଁ ।

୭-        ଭାରତେ ଏ  ପର୍ଯ୍ୟନ୍ତ ୧୨ ହଜାରରୁ କିଛି ଆଧିକ ଜାତିର ପକ୍ଷୀ ଚିହ୍ନଟ ସରିଲାଣି

୮-        ଏବେ ଭାରତରେ ବର୍ଷକୁ ପ୍ରାୟ ୧୩ ହଜାର ବର୍ଗ କି,ମି, ପରିମିତ ଜଙ୍ଗଲ ଅଞ୍ଚଳ କ୍ଷୟ ହୋଇ ଚାଲିଛି ।

୯-        ଆଲୋକ ଭାଶ୍ଲେଷଣ ପ୍ରକ୍ରିୟା ରେ ବୃକ୍ଷଲତା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସଗ୍ରହଣ କରି ଥାନ୍ତି ।

୧୦-     ପାରମାଣବିକ  ବିକିରଣ (ରଶ୍ମୀ) ୩ ପ୍ରକାର ।

 

ପ୍ରଶ୍ନ ୭

୧-        ଅସର୍ପା କେଉଁ ଜାତିର ପ୍ରାଣୀ ?

୨-        ଆଲୋକର କେଉଁ ପ୍ରକ୍ରିୟା ବା (phenomenon) ଯୋଗୁଁ ମରୀଚିକା ସୃଷ୍ଟି ହୁଏ

୩-        ଗୋଟିଏ ଦଣ୍ଡ ଚୁମ୍ବକର ଦୁଇ ପାର୍ଶ୍ଵ ଉତରମେରୁ ଓ ଦକ୍ଷିଣମେରୁ ସୂଚିତ କରେ । ଏହି ଚୁମ୍ବକଟିକୁ ମଝିରୁ ଦୁଇଖଣ୍ଡ କରି କେବଳ ଉତ୍ତରମେରୁ ପଟଟି ନିୟାଗଲା । ତା’ର ଭଙ୍ଗା ପଟଟି କେଉଁ ମେରୁ ସୁଚାଇବ ?

4-         ଗଛମାନେ ସେମାନଙ୍କ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ଜଳ ଭୂମିରୁ ସଂଗ୍ରହ କରନ୍ତି । ସେଗୁଡିକୁ ସେମାନେ କରନ୍ତି କଣ ।

୫-        ଆମର ଶ୍ରବଣ ଜନ୍ତ୍ର ବା କର୍ଣ୍ଣକୁ କେତେ ଭାଗରେ ବିଭକ୍ତ କରାଯାଇପାରେ ?

୬-        ବୁଧ ଗ୍ରହର ଆବର୍ତ୍ତନ ସମୟ ଓ ପରିକ୍ରମଣ ସମୟ କେତେ ?

୭-        ଆଲୁମିନିୟମ ଧାତୁ ପିଣ୍ଡକୁ କଣ କୁହାଯାଏ ?

୮-        -ରେ (ରଶ୍ମୀ)ର ଉଦ୍ଭାବକ କିଏ ଓ କେବେ କରିଥିଲେ ?

୯-        ଜଣେ ସୁସ୍ଥ ଲୋକର  ଶରୀରରେ କେତେ ଶତକଡା ମ୍ୟାଗ୍ନେସିୟମ ରହିଥାଏ ?

୧୦-     ‘ଏକ୍ସ-ରେ’ ଦ୍ଵାରା ରକ୍ତନଳିଗୁଡ଼ିକର ଅଧ୍ୟୟନକୁ କଣ କୁହନ୍ତି ?

 

ଉତ୍ତର ୭

୧-        ଅସର୍ପା ସନ୍ଧିପଦ ଜାତୀୟ ପ୍ରାଣୀ ।

୨-        ଆଲୋକର ପୂର୍ଣ୍ଣ ଆଭ୍ୟନ୍ତରୀଣ ପ୍ରତି ଫଳନ ଯୋଗୁଁ ମରୀଚିକା ସୃଷ୍ଟି ହୁଏ ।

୩-        ଦଣ୍ଡ ଚୁମ୍ବକର ଭଙ୍ଗା ପଟଟି ଦକ୍ଷିଣ ମେରୁ ସୂଚାଇବ।

୪-        ଭୂମିରୁ ଗ୍ରହଣ କରୁଥିବା ଆଧିକ ପରିମାଣର ଜଳକୁ ଗଛ ମାନେ ଟ୍ରାନ୍ସପିରେସନ ପ୍ରକ୍ରିୟାରେ ବାୟୁମଣ୍ଡଳୁ ପଠାଇ ଦିଅନ୍ତି । ତା’ ଛଡା ଅନ୍ୟ କେତେକ ଉପାୟରେ ଗଛ ମାନେ ମଧ୍ୟ ବଳକା ପାଣି ନିଷ୍କାସନ କରି ନେଇଥାନ୍ତି ।

୫-        ଆମର ଶ୍ରବଣ ଜନ୍ତ୍ର ବା କର୍ଣ୍ଣର ୩ଟି ବିଭାଗ ରହିଛି ଅନ୍ତଃକର୍ଣ୍ଣ ମଧ୍ୟକର୍ଣ୍ଣ ଓ ବାହ୍ୟକର୍ଣ୍ଣ ।

୬-        ପୂର୍ବରୁ ବୁଧ ଗ୍ରହର ଆବର୍ତ୍ତନ ଓ ପରିକ୍ରମଣ ସମୟକୁ ୮୮ ଦିନ ବୋଲି ଧାରା ଯାଉଥିଲା । ମାତ୍ର କେତେକ ଅତ୍ୟାଦଧୁନିକ ରାଡ଼ାର ପରୀକ୍ଷଣକୁ ଏବେ ଜଣାପଡୁଛି ଯେ ବୁଧ ଗ୍ରହର ଆବର୍ତ୍ତନ ସମୟ ୫୮୬୫ ଦିନ ଓ ପରିକ୍ରମଣ  ସମୟ ୮୮ ଦିନ

୭-        ଆଲୁମିନିୟମ ଧାତୁ ପିଣ୍ଡକୁ ବକ୍ସାଇଟ୍ କୁହାଯାଏ ।

୮-        ଜର୍ମାନୀର ୱିଲିୟମ ରଣ୍ଟଜେନ୍ ୧୮୮୯ ଖ୍ରୀଷ୍ଟାବ୍ଦରେ ରଞ୍ଜନ ରଶ୍ମି ବା ଏକ୍ସରେ ଉଦ୍ଭାବନ କରିଥିଲେ ।

୯-        ଜଣେ ସୁସ୍ଥ ଲୋକର ଶରୀରରେ ଶତକଡା ପ୍ରାୟ ୦.୦୫ ଭାଗ ମ୍ୟାଗ୍ନେସିୟମ ରହିଥାଏ ।

୧୦-     ଏକ୍ସରେ ଦ୍ଵାରା ରକ୍ତ ନଳିକାର  ଅଧ୍ୟୟନ କୁ ଆଞ୍ଜିଓ ଗ୍ରାଫି କୁହାଯାଏ ?

 

ପ୍ରଶ୍ନ ୮

୧-        ମଣିଷ ଶରୀରରେ ପ୍ରାୟ କେତେ ଝାଳଗ୍ରନ୍ଥି ରହିଥାଏ ?

୨-        ମଣିଷ ଶରୀରରେ କେତେ ଜିନ୍ ଆଛନ୍ତି ବୋଲି ଏବେ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ।

୩-        ପେଟ ଭିତରେ ଓ ଛାତି ଗହ୍ଵରକୁ  କିଏ ଅଲଗା କରିଥାଏ ?

୪-        ଭିଟାମିନ ବି-୨ କୁ କଣ କୁହାଯାଏ ?

୫-        ମହାକାଶଯାନ ଗାଲିଲିଓ ୧୯୯୧ ମସିହା ଅକ୍ଟୋବର ମାସରେ କେଉଁ ଗ୍ରହାଣୁର କ୍ଳୋଜ୍ଅପ୍ ଫଟୋ ଉଠାଇଥିଲେ /

୬-        ଲୋହିତ ରକ୍ତ କଣିକା ଶରୀରର କେଉଁଠି ପ୍ରସ୍ତୁତ ହୋଇଥାଏ ?

୭-        ସିଂକୋନା ଗଛରୁ କେଉଁ ଅତ୍ୟାବଶ୍ୟକୀୟ ଔଷଧ  ପ୍ରସ୍ତୁତ କରାଯାଏ ?

୮-        ଆଲୋକ ଶୂନ୍ୟତା ବା ଭାକ୍ୟୁମ ମଧ୍ୟରେ ଗତି କରିପାରେ କି ?

୯-        ନିଉଟନଙ୍କ ଜନ୍ମ ତାରିଖ କେବେ ?

୧୦-     ଲୁହାର କଳଙ୍କିର ରାସାୟନିକ ନାମ କ’ଣ ?

 

ଉତ୍ତର ୯

୧-        ମଣିଷ ଶରୀରରେ ଥିବା ଝାଳଗ୍ରନ୍ଥି ଗୁଡିକର ପ୍ରକୃତ ସଂଖ୍ୟା ନିର୍ଣ୍ଣୟ କରିବା ସମ୍ଭବ ନୁହେଁ ତେବେ ପାରିପାର୍ଶ୍ଵିକ ପରିସ୍ଥିତି ଓ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ହିସାବ କରି ବୈଜ୍ଞାନିକମାନେ ଏହି ଗ୍ରନ୍ଥି ମାନଙ୍କର ସଂଖ୍ୟା ୪୦ ହଜାରରୁ ୨୦ ଲକ୍ଷ ବୋଲି କହିଥାନ୍ତି ।

୨-        ମଣିଷ ଶରୀରରେ ପ୍ରାୟ ୫୦ ହଜାର ପର୍ଯ୍ୟନ୍ତ  ଜିନ୍ ରହିଥାନ୍ତି ବୋଲି ଏବେ ବୈଜ୍ଞାନିକମାନେ ମତ ଦିଅନ୍ତି ।

୩-        ପେଟ ଭିତରେ ଛାତି ଗହ୍ଵରକୁ ମଧ୍ୟଚ୍ଛଦା ବା ଡ୍ରାଇଫ୍ରାଗମ ଅଲଗା କରିଥାଏ ।

୪-        ଭିଟାମିନ୍ ଖ-୨ କୁ ରାଇବୋ ଫ୍ଲୋବିନ କୁହାଯାଏ ।

୫-        ମହାକାଶଯାନ ଗାଲିଲିଓ ୧୯୯୧ ଅକ୍ଟୋବର ମାସରେ ଗ୍ୟାସ୍ପା ଗ୍ରହାଣୁର କ୍ଳୋଜ୍ଅପ୍ ଫୋଟୋ ଉଠାଇଥିଲେ ।

୬-        ଲୋହିତ ରକ୍ତ କଣିକା ଶରୀରର ଲାଲ ଅସ୍ଥିମଜ୍ଜାରେ ଓ କେତେବେଳେ ସ୍ପ୍ଲିନ୍ ନାମକ ଗ୍ରନ୍ଥିରେ ପ୍ରସ୍ତୁତ ହୋଇଥାଏ

୭-        ସିଂକୋନା ଗଛରୁ କୁୟୀ ନାଇନ ପ୍ରସ୍ତୁତ ହୋଇ ଥାଏ ।

୮-        ହଁ, ଆଲୋକ ଅନ୍ୟାନ୍ୟ ମାଧ୍ୟମ ଅପେକ୍ଷା ଭାକ୍ୟୁମ୍  ବା ଶୂନ୍ୟତା ମାଧ୍ୟମରେ ଭଲ ଭାବେ ଗତି କରିପାରେ ।

୯-        ଅନେକ ପୁସ୍ତକରେ ନିଉଟନଙ୍କ ଜନ୍ମ ତାରିଖ ଡିସେମ୍ବର ୨୫ ,୧୬୪୨ ବୋଲି ଉଲ୍ଲେଖ ଅଛି ଓ ସେଥିପାଇଁ ତାଙ୍କୁ ଆନେକ କ୍ରିଷ୍ଟମାସ ବା ଏକସମାସମାସ ବାଳକ ବ୍ୟକ୍ତି ବୋଲି ମଧ୍ୟ କହନ୍ତି । ତେବେ ତାହା ପ୍ରକୃତରେ ଠିକ୍ ନୁହେଁ । ତାଙ୍କ ଜନ୍ମ  ସମୟରେ ଇଂଲଣ୍ଡରେ ପ୍ରଚଳିତ ଥିବା ଜୁଲିଏନ୍ କ୍ୟାଲେଣ୍ଡରଆନୁସାରେ ତାହା ଡିସେମ୍ବର ୨୫ । ମାତ୍ର ଏବେ ପ୍ରଚଳିତ କ୍ୟାଲେଣ୍ଡର ଆନୁସାରେ ତାଙ୍କ ପ୍ରକୃତ ଜନ୍ମ ତାରିଖ ୧୬୪୩ ମସିହା ଜାନୁଆରୀ ୪ ତାରିଖ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

୧୦-     ଲୁହାର କଳଙ୍କି ହେଉଛି ଲୌହ ଆକ୍ସାଇଡ (ଫେରିକ୍ ଅକ୍ସାଡ୍)ଓ ଲୌହ ହାଇଡ୍ରକ୍ସାଇଡର ମିଶ୍ରଣ ।

ପ୍ରଶ୍ନ ୧୦

୧-        କଳଙ୍କିହୀନ ଇସ୍ପାତ ତିଆରିରେ  ନିମୋକ୍ତ କେଉଁ ଧାତୁ ବ୍ୟବହୃତ ହୁଏ ?

୨-        ଚିଙ୍ଗୁଡି ଏକ ପ୍ରକାର ମାଛକି ?

୩-        ଖଣିଜ ତୈଳ ଅଣ ପାରମ୍ପରିକ ଶକ୍ତି ଉଶ୍ଚ କି ?

୪-        ମିଥେନ ଗ୍ୟାସର ରାସାୟନିକ ସଂକେତ କଣ ?

୫-        ମହୁମାଛି ଟିଏ ବିନ୍ଧିଦେବା ବା ଦଂଶନ କରିବା ସମୟରେ ତା ‘ ଶରୀରରେ କେତୋଟି ପେଶି ବ୍ୟଭାର କରେ ?

୬-        ହାଇଗ୍ରୋ ମିଟରରେ କଣ ମପାଜାଏ ?

୭-        ସୁପର୍ସୋନିକ ଶବ୍ଦର ଗତି ମାପିବାକୁ ବ୍ୟବହୃତ ଏକକ କଣ ?

୮-        ମଣିଷର ମଧ୍ୟ କର୍ଣ୍ଣରେ ୩ ଟି ଲେଖାଏଁ ଛୋଟ ହାଡ ଥାଏ । ସେଗୁଡିକ ନାମ କ’ଣ ?

୯-        ପାକସ୍ଥଳିରୁ ଝରୁଥିବା ଜଠର ରସରେ କେଉଁ ଅମ୍ଳରହି ଥାଏ ଓ ତାହାର ନାମ କ’ଣ ?

୧୦-     ତାପ ବିକିରଣ (Heat radiation) ମାପିବା ପାଇଁ କେଉଁ ଜନ୍ତ୍ର ବ୍ୟବହୃତ ହୁଏ ?

 

ଉତ୍ତର ୧୧

୧-        କଳଙ୍କିହୀନ ଇସ୍ପାତରେ କ୍ରୋମିୟମ ଧାତୁ ବ୍ୟବହୃତ ହୋଇଥାଏ ।

୨-        ଚିଙ୍ଗୁଡି ଏକ ମାଛ ନୁହେଁ । ଏହା ସନ୍ଧିପଦ ଜାତୀୟ ଏକ ପ୍ରାଣୀ ।

୩-        ଖଣିଜ ତୈଳ ଏକ ପାରମ୍ପରିକ ଶକ୍ତି ଉଶ୍ଚ ।

୪-        ମିଥେନ୍ ଗ୍ୟାସର ରାସାୟନିକ ସଂକେତ ହେଲା –CH4 ।

୫-        ମହୁମାଛିଟିଏ ବିନ୍ଧିଦେବା ବା ଦଂଶନ କରିବା ସମୟରେ ତା’ ଶରୀରର ୨୨ଟି ପେଶୀ କାମ କରିଥାଏ ।

୬-        ହାଇଗ୍ରୋ ମିଟରରେ ବାଯୁମଣ୍ଡଳ ରେ ଜଳୀୟ ବାଷ୍ପର ପରିମାଣ ବା ଆପେକ୍ଷିକ ଆଦ୍ରତା ମପାଜାଏ ।

୭-        ସୁପର୍ସୋନିକ ଶବ୍ଦର ଗତି ମାପିବା ପାଇଁ ବ୍ୟବହୃତ ଏକକକୁ ମ୍ୟାକ କୁହାଯାଏ ।

୮-        ମଧ୍ୟ କର୍ଣ୍ଣରେ ଥିବା ତିନୋଟି ହାଡ ହେଲା ଅଙ୍କୁଶିକା , ପର୍ଯ୍ୟନିକା ଓ ମୁନ୍ଦରିକା ।

୯-        ପାକସ୍ଥଳୀରୁ ଝରୁଥିବା ଜଠର ରସରେ ଲବଣାମ୍ଲ ରହିଥାଏ ଏହା ଖାଦ୍ୟରେ ଥିବା ଜୀବାଣୁ ମାନଙ୍କୁ ନଷ୍ଟ କରିଦିଏ । କେଁ ସୁଗାରକୁ ଗ୍ଳୁକୋଜରେ ପରିବର୍ତନ କରେ ଓ ଖାଦ୍ୟ ପାଚନରେ ମଧ୍ୟ ସାହାର୍ଯ୍ୟ କରେ

୧୦-      ତାପ ବିକିରଣ ମାପିବା ପାଇଁ ରେଡିଓ ଓ ମାଇକ୍ରୋମିଟର ବ୍ୟବହୃତ ହୋଇଥାଏ ।

କ୍ଵିଜ୍ -୧୨

୧। ଆଲକେମୀ କ'ଣ ?

୨। ମଣିଷକୁ ନେଇ ମହାକାଶକୁ ଯାଉଥିବା ପ୍ରଥମ ମହାକାଶଯାନ କ'ଣ ଓ ଏହା କେବେ ମହାକାଶକୁ ଯାତ୍ରା କରିଥିଲା ?

୩। ସୂର୍ଯ୍ୟ ନିଜ କକ୍ଷପଥରେ (ଆକାଶଗଙ୍ଗା ଛାୟାପଥର କେନ୍ଦ୍ର ଚାରିପଟେ ) ଘଣ୍ଟାକୁ  କେତେ କି.ମି. ବେଗରେ ଗତି କରେ ?

୪। ସର୍ବପ୍ରଥମ ଆବିଷ୍କୃତ ହୋଇଥିବା ହର୍ମୋନର ନାମ କ'ଣ ?

୫। ଓଜୋନ୍ ଗ୍ୟାସ୍ କୁ ପ୍ରଥମେ କିଏ ଚିହ୍ନଟ କରିଥିଲେ ?

୬। ଆୟୋଡିନ୍ ଥାଇରଏଡ୍ ଗ୍ରନ୍ଥିର କେଉଁ ଏନ୍ଜାଇମ୍ ସୃଷ୍ଟି କରିବାରେ ସହାୟକ ହୋଇଥାଏ ?

୭। କେଉଁ ଗ୍ରହର ଆକାର ପୃଥିବୀର ଆକାର ସହ ପାଖାପାଖି ସମାନ ?

୮। ଆଇନ୍ଷ୍ଟିନିୟମ୍ ( ପରମାଣୁ କ୍ରମାଙ୍କ ୯୯ ) ଧାତୁର ଆବିଷ୍କାରକ କିଏ ?

୯ । ଗୋଟିଏ ଏଟିପି (ଆଡେନୋସିନ୍ ଟ୍ରାଇ ଫସ୍ଫେଟ୍)ଅଣୁ ବିଭାଜିତ ହେଲେ କେତେ ଶକ୍ତି ବାହାରିଥାଏ ?

୧୦। ଗତ ୧୫୦ ବର୍ଷ ମଧ୍ୟରେ କେଉଁ ବର୍ଷ ପୃଥିବୀର ହାରାହାରି ତାପମାତ୍ରା ସବୁଠୁ ଅଧିକ ଥିଲା ?

କ୍ଵିଜ୍ -୧୨ ର ଉତ୍ତର

୧। ପୂର୍ବକାଳରେ ରାସାୟନ ବିଜ୍ଞାନକୁ ଆଲ୍କେମୀ କୁହାଯାଉଥିଲା ।

୨। ମଣିଷକୁ ନେଇ ମହାକାଶକୁ ଯାତ୍ରା କରିଥିବା ପ୍ରଥମ ମହାକାଶ ଯାନ ହେଲା ଭୋସ୍ତକ । ୪.୬୫ ଟନ୍ ଓଜନ ବିଶିଷ୍ଟ ଏହି ଯାନ ୧୯୬୧ ଏପ୍ରିଲ ୧୨ ତାରିଖରେ ମହାକାଶକୁ ଯାତ୍ରା କରିଥିଲା ।

୩। ସୂର୍ଯ୍ୟ ଆକାଶଗଙ୍ଗା ଛାୟାପଥର ଚାରିପଟେ ନିଜ କକ୍ଷପଥରେ ଘୂରିଲାବେଳେ ସେକେଣ୍ଡକୁ ପ୍ରାୟ ୨୫୦ କି.ମି. ବେଗରେ ଗତି କରିଥାଏ ।

୪। ସର୍ବପ୍ରଥମ ଆବିଷ୍କୃତ ହୋଇଥିବା ହର୍ମୋନ୍ ର ନାମ ହେଲା ଆଡ୍ରେନାଲିନ୍ । ୧୮୯୪ ମସିହାରେ ସ୍କାଫର ଓ ଅଲିଭରଙ୍କ ଦ୍ବାରା ଏହା ଆବିଷ୍କୃତ ହୋଇଥିଲା ।

୫ । ଓଜୋନ୍ ଗ୍ୟାସ୍ କୁ ପ୍ରଥମେ ଜର୍ମାନୀର ସ୍କୋନବେଇନ୍ ୧୮୪୦ ମସିହାରେ ଆବିଷ୍କାର କରିଥିଲେ ।

୬ । ଆୟୋଡିନ୍ ଥାଇରଏଡ୍ ଗ୍ରନ୍ଥିରେ ଥାଇରକ୍ସିନ୍ ଏନଜାଇମ୍ ସୃଷ୍ଟି କରିବାରେ ସହାୟକ ହୋଇଥାଏ ।

୭ । ଶୁକ୍ର ଗ୍ରହର ଆକାର ପୃଥିବୀର ଆକାର ସହ ପାଖାପାଖି ସମାନ ।

୮ । ଆଇନ୍ଷ୍ଟିନିୟମ ଧାତୁ ( ପରମାଣୁ କ୍ରମାଙ୍କ ୯୯) ର ଆବିଷ୍କାରକ ହେଲେ ଏ. ଘଅର୍ସ୍କୋ ଓ ତାଙ୍କ ସହଯୋଗୀ ।

୯। ଗୋଟିଏ ଏ.ଟି.ପି. ଅଣୁ ବିଭାଜିତ ହେଲେ ପ୍ରାୟ ୭,୫୦୦ କ୍ୟାଲୋରୀ ଶକ୍ତି ବାହାରିଯାଏ ।

୧୦ । ଗତ ୧୫୦ ବର୍ଷରେ ୧୯୯୦ ମସିହାରେ ପୃଥିବୀର ତାପମାତ୍ରା ସବୁଠୁ ଅଧିକ ରେକର୍ଡ କରାଯାଇଛି ।

କ୍ଵିଜ୍ -୧୩

୧।  ଖାଇବା ସୋଡାର ରାସାୟନିକ ନାମ କ’ଣ ?

୨। କେଉଁ କ୍ରୋମୋଜୋମ କେବଳ ପୁରୁଷମାନଙ୍କ ଠାରେ ଦେଖାଯାଏ  ?

୩। କେଉଁ  ଯନ୍ତ୍ର ଭୋଲଟେଜ ବଢାଇ ଓ କମାଇପାରେ ?

୪। ଭାରତର କେଉଁ ବୈଜ୍ଞାନିକ ପ୍ରଥମେ ନୋବେଲ ପୁରସ୍କାର ପାଇଥିଲେ ଓ କେବେ ?

୫। ସୂର୍ଯ୍ୟ କିରଣରୁ କେଉଁ ଭିଟାମିନ୍ ମିଳେ?

୬। ନାଇଲନ୍ କିଏ ଉଦ୍ଭାବନ କରିଥିଲେ?

୭। କେଉଁ ପ୍ରାଣୀ ମରେ ନାହିଁ ?

୮। ଶବ୍ଦର ତୀବ୍ରତା କେଉଁ ଏକକରେ ମପାଯାଏ ?

୯। ଆଲୋକ ଭାଶ୍ଲେଷଣ ପ୍ରକ୍ରିୟା ଦ୍ଵାରା ବୃକ୍ଷଲତା ପ୍ରତିଦିନ ବାୟୁମଣ୍ଡଳରୁ କେତେ ଅଙ୍ଗାରକାମ୍ଲ ଗ୍ୟାସ ନିଅନ୍ତି ?

୧୦। ମାଙ୍କଡସାର କେତୋଟି ଆଖି ଥାଏ ?

କ୍ଵିଜ୍ -୧୩ ର ଉତ୍ତର

୧। ଖାଇବା ସୋଡାର ରାସାୟନିକ ନାମ ହେଲା ସୋଡିୟମ ବାଇକାର୍ବୋନେଟ (NaHCO2)

୨। Y କ୍ରୋମୋଜୋମ୍ କେବଳ ପୁରୁଷମାନଙ୍କ ଶରୀରରେ ଦେଖାଯାଏ ।

୩। ଟ୍ରାନ୍ସଫର୍ମର ଭୋଲଟେଜ ବଢାଇଥାଏ ବା କମାଇଥାଏ । ଭୋଲଟେଜ ଷ୍ଟାବିଲାଇଜରରେ ଏହା ହେଉଛି ମୁଖ୍ୟ ଯନ୍ତ୍ର ।

୪। ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପାଇଥିଲେ ।

୫। ସୂର୍ଯ୍ୟ କିରଣରୁ ଭିଟାମିନ୍  ‘ଡି’ ବା ଖାଦ୍ୟପ୍ରାଣ ‘ଘ’ ମିଳିଥାଏ ।

୬। ୧୯୩୭ ମସିହାରେ ଆମେରିକୀୟ ବୈଜ୍ଞାନିକ ୱାଲେସ କେରୋଥସ ନାଇଲନ୍ ଉଦ୍ଭାବନ କରିଥିଲେ ।

୭। ଏମିବାର  ଜୈବିକ ମୃତ୍ୟୁ ନାହିଁ । କାରଣ ଏହି ଏକକୋଷୀ ଜୀବର କୋଷ ବିଭାଜନ ଫଳରେ ନୂତନ ଏମିବା ସୃଷ୍ଟି ହୋଇଥାନ୍ତି।

୮। ଶଦ୍ଦର ତୀବ୍ରତା ବା ଫ୍ରିକ୍ୱେନ୍ସି ଡେସିବେଲ ଏକକରେ ମପାଯାଏ ।

୯। ଉଦ୍ଭିଦ ଜଗତ ପ୍ରତିଦିନ ଆଲୋକ ଭାଶ୍ଳେଷଣ ବା ଫଟୋସିନ୍ଥେସିସ ପ୍ରକ୍ରିୟାରେ ହାରାହାରି ୧୬,୦୦୦ କୋଟି ଟନ ଅଙ୍ଗାରକାମ୍ଲ ଗ୍ୟାସ ବାୟୁମଣ୍ଡଳରୁ ଗ୍ରହଣ କରିଥାନ୍ତି ।

୧୦। ମାଙ୍କଡ଼ସାର ୮ଟି ଆଖି ଥାଏ ।

 

କ୍ଵିଜ୍ -୧୪

୧। ଚେର୍ଣ୍ଣୋବିଲ୍ ପରମାଣୁ ଦୁର୍ଘଟଣା କେବେ ସଂଘଟିତ ହୋଇଥିଲା ?

୨। ଆଲୁମିନିୟମର ପରମାଣୁ କ୍ରମାଙ୍କ କେତେ ?

୩। ସେଫ୍ଟିପିନ୍ ର ଉଦ୍ଭାବନ କିଏ ?

୪। ଆଟମିକ୍ ରେଡ଼ିଏସନ ବା ପରମାଣୁ ବିକିରଣ ବିଷୟରେ  ବିଶ୍ଵକୁ ପ୍ରଥମ ତଥ୍ୟ କିଏ ପ୍ରଦାନ କରିଥିଲେ ?

୫। ବିଶ୍ଵର ପ୍ରଥମ ଟେଷ୍ଟ ଟ୍ୟୁବ୍ ସନ୍ତାନ ଏବେ ବଡ ହୋଇସାରିଛି । ଏହାର ନାମ କ’ଣ ଓ ଏହାର ଜନ୍ମ ତାରିଖ କେବେ ?

୬।  ସେଲୋନୋଲୋଜି କ’ଣ ?

୭। କେଉଁ ସ୍ତନ୍ୟପାୟୀ ପ୍ରାଣୀ ଅଣ୍ଡା ଦେଇଥାଏ ?

୮। ବାଉଁଶ ଗଛ ସପୁଷ୍ପକ ନା ଅପୁଷ୍ପକ ?

୯। ମ୍ୟାଲେରିଆ ରୋଗର ବାହକ କିଏ ?

୧୦। ଆମ ହୃତ୍ପିଣ୍ଡରେ କେତୋଟି କୋଠରୀ ଅଛି ?

କ୍ଵିଜ୍ -୧୪ ର ଉତ୍ତର

୧। ୧୯୮୬ ମସିହାରେ ଏପ୍ରିଲ୍ ମାସରେ ଚେର୍ଣ୍ଣୋବିଲ ପରମାଣୁ ଦୁର୍ଘଟଣା ସଂଘଟିତ ହୋଇଥିଲା ।

୨। ଆଲୁମିନିୟମ ପରମାଣୁ କ୍ରମାଙ୍କ ୧୩ ।

୩।  ୧୯୪୯ ମସିହାରେ ଆମେରିକାର ୱାଲଟର ହଣ୍ଟ ସେଫ୍ଟିପିନ୍ ଉଦ୍ଭାବନ କରିଥିଲେ ।

୪। ପରମାଣୁ ବିକିରଣ ସମ୍ପର୍କରେ ବିଶ୍ଵକୁ ପ୍ରଥମ ତଥ୍ୟ ହେନେରି ବେକେରଳ ପ୍ରଦାନ କରିଥିଲେ ।

୫। ୧୯୭୮ ମସିହା ଜୁଲାଇ ମାସ ୨୫ ତାରିଖରେ ବିଶ୍ଵର ପ୍ରଥମ ଟେଷ୍ଟଟ୍ୟୁବ୍ ସନ୍ତାନ ଲାଗି ଲୁସି ଜୟ ବ୍ରାଉନ୍ ଜନ୍ମଗ୍ରହଣ କରିଥିଲା ।

୬। ଚନ୍ଦ୍ରର ଉତ୍ପତ୍ତ, ଗୁଣ ଓ ଚଳନ ଆଦି ସମ୍ପର୍କରେ ବୈଜ୍ଞାନିକ ଗବେଷଣା ଆଦିକୁ ସେଲେନୋଲୋଜି କୁହାଯାଏ ।

୭। ପ୍ଲାଟିପସ ସନ୍ତ୍ୟପାୟୀ ହେଲେ ବି ଥଣ୍ଡା ଦେଇଥାଏ ।

୮। ବାଉଁଶ ସପୁଷ୍ପକ ଉଦ୍ଭିଦ ।

୯। ମାଈ ଏନୋଫିଲିସ୍ ମଶା ମ୍ୟାଲେରିଆ  ରୋଗର ବାହକ ।

୧୦। ଆମ ହୃତ୍ପିଣ୍ଡରେ ୪ଟି କୋଠରି ଅଛି ।

କ୍ଵିଜ୍ -୧୫

୧। ମଣିଷ ରକ୍ତରେ କେଉଁ କଣିକା ସବୁଠୁ ବେଶୀ ପରିମାଣରେ ଥାଏ ?

୨। ସାପ ଶୀତଳ ରକ୍ତଯୁକ୍ତ ପ୍ରାଣୀ କି ?

୩। ପାଣି କେତେ ଉତ୍ତାପରେ ବାଷ୍ପରେ ପରିଣତ ହୋଇଥାଏ ?

୪। ଫାଉଣ୍ଟେନ୍ ପେନ୍ ର ଉଦ୍ଭାବକ କିଏ ?

୫। ମହାକାଶକୁ ଯାଇଥିବା ପ୍ରଥମ ଜୀବନ୍ତ ପ୍ରାଣୀ କିଏ ?

୬। ମଣିଷ ଶରୀରେ କେତେଯୋଡା କ୍ରୋମୋଜୋମ ରହିଥାଏ ।

୭। କେଉଁ ଗ୍ୟାସ ଚୂନପାଣିରୁ ଧଳା କରିଦିଏ ?

୮। କେଉଁ ଗ୍ୟାସ ନିଜେ ଜଳେ ନାହିଁ ଅଥଚ ଜଳିବାରେ ସାହାଯ୍ୟ କରେ ?

୯। ପରମାଣୁ କେଉଁ ଚାର୍ଜ ବିଶିଷ୍ଟ ?

୧୦। ଚର୍ମ କର୍କଟ ରୋଗ ପାଇଁ ସୂର୍ଯ୍ୟଙ୍କର କେଉଁ ରଶ୍ମି ଦାୟୀ ?

କ୍ଵିଜ୍ -୧୫ର ଉତ୍ତର

୧। ସାଧାରଣତଃ  ମଣିଷ ରକ୍ତରେ ଲୋହିତ ରକ୍ତକଣିକା (ଆର୍.ବି.ସି.) ସବୁଠୁଁ ବେଶୀ ପରିମାଣରେ ଥାଏ । (ହିମୋଗ୍ଲୋବିନ୍ ହେଉଛି ଲୋହିତ ରକ୍ତ କଣିକାର ଗଠନକାରୀ କଣିକା )

୨। ହଁ, ସାପ ଏବଂ ଅନ୍ୟାନ୍ୟ ସରୀସୃପ ଶୀତଳ ରକ୍ତଯୁକ୍ତ ପ୍ରାଣୀ ।

୩। ପାଣି ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡରେ ବାଷ୍ପରେ ପରିଣତ ହୋଇଥାଏ, ଏହାକୁ ପାଣିର ବଏଲିଂ ପଏଣ୍ଟ କୁହାଯାଏ ।

୪। ୧୮୮୪ ମସିହାରେ ଆମେରିକାର ଲୁଇସ୍ ଇ. ୱାଟର ମ୍ୟାନ ଫାଉଣ୍ଟେନ ପେନ୍ (ଝରକଲମ) ଉଦ୍ଭାବନ କରିଥିଲେ ।

୫। ଋଷିଆରେ ଲାଇକା କୁକୁର ହେଉଛି ମହାକାଶକୁ ଯାଇଥିବା ପ୍ରଥମ ଜୀବନ୍ତ ପ୍ରାଣୀ।

୬। ମଣିଷ ଶରୀରରେ ୨୩ ଯୋଡା ବା ୪୬ କ୍ରୋମୋଜୋମ୍ ରହିଥାନ୍ତି ।

୭। ଆଙ୍ଗାରକାମ୍ଳ ଗ୍ୟାସ ଚୂନ ପାଣିକୁ ଧଳା କରି ଦିଏ ।

୮। ଅମ୍ଳଜାନ ଗ୍ୟାସ ନିଜେ ଜଳେ ନାହିଁ ଅଥଚ  ଜଳିବାରେ ସାହାଯ୍ୟ କରେ ।

୯। ପରମାଣୁ ନିରପେକ୍ଷ ଚାର୍ଜ ବିଶିଷ୍ଟ ।

୧୦। ଚର୍ମ କର୍କଟ ରୋଗ ପାଇଁ ଅଲଟ୍ରୋଭାଓଲେଟ୍ ବା ଅତି ବାଇଗଣୀ ରଶ୍ମି ଦାୟୀ ।

କ୍ଵିଜ୍ -୧୬

୧। ମହାକାଶକୁ ଯାଇଥିବା ପ୍ରଥମ ସାମ୍ବାଦିକ କିଏ ?

୨। ଜୀବକୋଷର କେଉଁ ଅଂଶରେ କ୍ରୋମୋଜୋମ୍ ରହିଥାଏ ?

୩। ଆପୋଲୋ ୧୧ ମହାକାଶ ଯାନକୁ କେଉଁ ମହାକାଶ ଘାଟିରୁ ଛଡାଯାଇଥିଲା ?

୪। କ୍ଲୋରୋଫିଲ୍ ଛଡା ଗଛପତ୍ରରେ ଅନ୍ୟ କେଉଁ କେଉଁ ରଙ୍ଗ କଣିକା ରହିଥାନ୍ତି ?

୫।  ଛତୁ ସପୁଷ୍ପକ ବା ଅପୁଷ୍ପକ ଉଦ୍ଭିଦ ?

୬। ଭୂମିକମ୍ପର ତୀବ୍ରତା କେଉଁ ଯନ୍ତ୍ରରେ ମାପିହୁଏ ?

୭। ‘ଫୁକିଆ ତାରା’ ଗ୍ରହ ନା ନକ୍ଷେତ୍ର ?

୮। ‘ଜିନ’ର ଉଦ୍ଭାବନ କିଏ?

୯। ଅଣ୍ଡାରେ ଭିଟାମିନ୍ ସି ଥାଏ କି ?

୧୦। ପୃଥିବୀରେ ସବୁଠୁ ଟାଣ ଜିନିଷ କ’ଣ ?

କ୍ଵିଜ୍ -୧୬ ର ଉତ୍ତର

୧। ତୋୟୋହିରୋ  ଆକିୟାମା ହେଉଛନ୍ତି ମହାକାଶକୁ ଯାଇଥିବା ପ୍ରଥମ ସାମ୍ବାଦିକ ।

୨। ଜୀବକୋଷର ନ୍ୟଷ୍ଟିରେ କ୍ରୋମୋଜୋମ୍ ବା ଗୁଣସୂତ୍ର ରହିଥାଏ ।

୩। ଆପୋଲୋ-୧୧ ଯାନକୁ ଆମେରିକାର କେପ୍ କେନେଡି ମହାକାଶ ଘାଟିରୁ ଛଡାଯାଇଥିଲା ।

୪। କ୍ଳୋରୋଫିଲ୍ ଛଡା ଉଦ୍ଭିଦଗୁଡିକରେ ଜାନ୍ଥୋଫିଲ, କ୍ୟାରୋଟିନ୍, ଆନ୍ଥ୍ରୋସିଆନିନ୍ ଆଦି ରଙ୍ଗ କଣିକା ରହିଥାନ୍ତି ।

୫। ଛତୁ ଅପୁଷ୍ପକ ଉଦ୍ଭିଦ ।

୬। ସିସ୍ମୋଗ୍ରାଫ୍ ଯନ୍ତ୍ରରେ ଭୂମିକମ୍ପର ତୀବ୍ରତା ମାପିହୁଏ ।

୭। ଗ୍ରହ । ଶୁକ୍ର ଗ୍ରହକୁ ଫୁକିଆ ତାରା ମଧ୍ୟ କୁହାଯାଏ ।

୮। ଗ୍ରେଗର ଜନ ମେଣ୍ଡେଲ୍ ଜିନ୍ ବିଷୟରେ ଧାରଣା ଦେଇଥିଲେ ମଧ୍ୟ ୱିଲିୟମ୍ ଜାହାନସନ ଓ କ୍ରିକ୍ ଏହାର ଗଠନ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲେ ।

୯। ଅଣ୍ଡାରେ ଭିଟାମିନ୍ ସି ନଥାଏ ।

୧୦। ହୀରା ହେଉଛି ପୃଥିବୀ ପୃଷ୍ଠରେ ମିଳୁଥିବା ସବୁଠୁ ଟାଣ ଜିନିଷ ।

କ୍ଵିଜ୍ -୧୭

୧। ଅଙ୍ଗାରକାମ୍ଳ  ଗ୍ୟାସର କେଉଁ କେଉଁ ପରମାଣୁ ରହିଥାନ୍ତି ?

୨।  ସୌର ଜଗତର ସବୁଠୁଁ ସାନଗ୍ରହଗ୍ରହ କିଏ ?

୩। ଜଳ ଅଭାବକୁ ଜଳାତଙ୍କ ରୋଗ ହୁଏ କି ?

୪। ଥର୍ମୋମିଟରର ଉଦ୍ଭାବକ କିଏ ?

୫। .... ଗୋଟିଏ ଗୁଚ୍ଛ ଫଳ ।

୬।  କଉମାଛ କଣ୍ଟକତ୍ଵକ ପ୍ରାଣୀ କି ?

୭।  ଜେନ ଡିଆଁଳି ଭାରତରେ ସର୍ବାଧିକ ୭ ଫୁଟ ଉଚ୍ଚ ଡେଇଁପାରନ୍ତି । ସିଏ ଚନ୍ଦରେ ସର୍ବାଧିକ କେତେକ ଉଚ୍ଚ ଡେଇଁ ପାରିବେ ?

୮ । ଚଢେଇ ଉଡିଲାବେଳେ ଦିଗ ବଦଳାଇବା ପାଇଁ ତାର କେଉଁ ଅଙ୍ଗ ବ୍ୟବହାର କରେ ?

୯। ବିଦ୍ୟୁତ୍ ଘଣ୍ଟିରେ କି ପ୍ରକାର ଚୁମ୍ବକ ଥାଏ ?

୧୦। ଚେର୍ଣ୍ଣୋବିଲ ପରମାଣୁ ଶକ୍ତିକେନ୍ଦ୍ର କେଉଁଠି ଅବସ୍ଥିତ ?

କ୍ଵିଜ୍ -୧୭ ର ଉତ୍ତର

୧। ଅଙ୍ଗାରକାମ୍ଳ ଗ୍ୟାସରେ ଗୋଟିଏ ଅଣୁରେ ୨ଟି ଅମ୍ଳଜାନ ଓ ଗୋଟିଏ ଅଙ୍ଗାରକ ପରମାଣୁ ରହିଥାନ୍ତି ।

୨। ସୌର ଜଗତର ସବୁଠୁ ସାନଗ୍ରହ ପ୍ଲୁଟୋ । ( ବୁଧର ଅନୁମାନିକ ବ୍ୟାସ, ୪,୮୧୦ କି.ମି. ହୋଇଥିବାବେଳେ ପ୍ଲୁଟୋର ଆନୁମାନିକ ବ୍ୟାସ ୩,୦୪୦ କି.ମି. )

୩। ନା, ଜଳ ଅଭାବରୁ ବ୍ୟକ୍ତି  ଡିହାଇଡ୍ରେସନ ବାଆ ଜଳଶୁଷ୍କତା ଭୋଗିଥାଏ । ପାଗଳ କୁକୁର ବା ବିଲୁଆ କାମୁଡିଲେ ଜଳାତଙ୍କ ରୋଗ ହୋଇଥାଏ ।

୪।  ଇଟାଲିର ପ୍ରସିଦ୍ଧ ବୈଜ୍ଞାନିକ ଗାଲିଲିଓ ୧୫୯୩ ମସିହାରେ ତାପମାତ୍ରା ମାପିବା ପାଇଁ ଥର୍ମୋମିଟର ଉଦ୍ଭାବନ କରିଥିଲେ । ତେବେ ଜ୍ଵର ମାପିବା ପାଇଁ ଉର୍ଦ୍ଦିଷ୍ଟ ଥର୍ମୋମିଟରର ଉଦ୍ଭାବକ ଫାରେନ୍ହିଟ୍ ।

୫।  ମାତ, ପଣସ, ଚିନିଚମ୍ପା ଫଳ, ସପୁରୀ ଆଦି ଗୁଚ୍ଛ ଫଳର ଉଦାହରଣ ।

୬। କଉମାଛ କଣ୍ଟକତ୍ଵକ ପ୍ରାଣୀ ନୁହେଁ ।

୭।  ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ପୃଥିବୀର ମାଧ୍ୟାକର୍ଷଣ ବଳର ପ୍ରାୟ ୬ ଭାଗରୁ ଭାଗେ । ତେଣୁ  ପୃଥିବୀପୃଷ୍ଠରେ ୭ ଫୁଟ ଡେଇଁ ପାରୁଥିବା ବ୍ୟକ୍ତିଟି ଚନ୍ଦ୍ରପୃଷ୍ଠରେ ୭*୬=୪୨ ଫୁଟ ଡେଇଁପାରିବ ।

୮। ଚଢେଇ ଉଡିଲାବେଳେ ତା’ର ଲାଞ୍ଜକୁ ଦିଗ ବଦଳାଇବା ଯନ୍ତ୍ରଭାବେ ବ୍ୟବହାର  କରେ ।

୯।  ବିଦ୍ୟୁତ୍ ଘଣ୍ଟିରେ ଅସ୍ଥାୟୀଚୁମ୍ବକ ବା ବୈଦ୍ୟୁତିକ ଚୁମ୍ବକ ରହିଥାଏ ଯାହାକି କେବଳ ବିଦ୍ୟୁତ୍ ଶକ୍ତି ପାଇଲେ ଚୁମ୍ବକର ଧର୍ମ ପ୍ରଦର୍ଶନ କରିଥାଏ ।

୧୦। ଚେର୍ଣ୍ଣୋବିଲ ପରମାଣୁ ଶକ୍ତିକେନ୍ଦ୍ର ସୋଭିଏତ୍ ୟୁନିଅନର ୟୁକ୍ରେନ୍ ପ୍ରଜାତନ୍ତ୍ରରେ ଅବସ୍ଥିତ ।

କ୍ଵିଜ୍ -୧୮

୧। ଗୋଟିଏ ପତଳା ଏବଂ ଗୋଟିଏ ମୋଟା କାଚଗ୍ଲାସ ମଧ୍ୟକୁ ଉତ୍ତପ୍ତ ଚା’ ଢାଳିଲେ କେଉଁ ଗ୍ଲାସଟି ଭାଙ୍ଗିଯିବାର ସମ୍ଭାବନା ଅଧିକ ?

୨। ଝିଟିପିଟି ପାଦତଳିପାରେ କିଛି ବିଶେଷ ପ୍ରକାରର କପ୍ ଭଳି ଜିନିଷ ଥାଏ, ଯାହାଦ୍ଵାରା କି ଝିଟିପିଟି କାନ୍ଥରେ ବା ଛାତରେ ଓଲଟି ଚାଲିଲେ ବି ଖସିପଡ଼େ ନାହିଁ । ସେ କପ୍ ଆକୃତିର ଅଙ୍ଗକୁ କ’ଣ କୁହାଯାଏ ?

୩।  ଆମ ମୁଣ୍ଡରେ କେତୋଟି ସାଇନସ୍ ଥାଏ ?

୪। ସାଧାରଣତଃ କାଚରେ ସିଲିକାର ପରିମାଣ କେତେ (%) ରହିଥାଏ ?

୫। ବିଶ୍ଵର ସର୍ବପ୍ରଥମ ସଫଳ ମଣିଷ ହୃତ୍ପିଣ୍ଡ ପ୍ରତିରୋପଣ ଅପରେସନ କେବେ ଓ କେଉଁଠି କରଯାଇଥିଲା ।

୬। ଯବକାଚ ପ୍ରଥମେ କିଏ ପ୍ରସ୍ତୁତ କରିଥିଲେ ?

୭।  ସୂର୍ଯ୍ୟକିରଣରୁ ଶକ୍ତି ନେଇ ଆମ ଚର୍ମରେ ଥିବା କେଉଁ ଉପାଦାନ ଭିଟାମିନ୍ ‘ଡି’ ବା ଖାଦ୍ୟପ୍ରାଣ ‘ଘ’ ପ୍ରସ୍ତୁତ କରିଥାଏ ?

୮। କ’ଣ ପାଇଁ କେତେକ ବ୍ୟକ୍ତିଙ୍କୁ ତାରଜାଲି, ଗ୍ରାଫ କାଗଜ ଆଦି ସ୍ପଷ୍ଟ ଦେଖାଯାଏ ନାହିଁ  ବା ବଙ୍କା ଦିଶେ ?

୯। ଭାତକୁ ପତଳା କରି ଚକଟି ଦେବା ପରେ ତା’ ଉପରେ ଟୋପାଏ ଦି’ ଟୋପା ଆୟୋଡିନ୍ ପକାଇଲେ ଭାତର ରଙ୍ଗରେ କି ପରିବର୍ତ୍ତନ ହେବ ?

୧୦। ଚୂନପାଣି ଉପରେ ଯବକ୍ଷାରଜାନ ଗ୍ୟାସ ପ୍ରବାହିତ କଲେ ଚୂନପାଣିର କିଛି ଭୌତିକ ପରିବର୍ତ୍ତନ ହୁଏ କି ?

 

 

କ୍ଵିଜ୍ -୧୮ ର ଉତ୍ତର

୧। ଗୋଟିଏ ପତଳା ଏବଂ ଗୋଟିଏ ମୋଟ ଗ୍ଲାସ ମଧ୍ୟକୁ ଗରମ ଚା’ ଢାଳିଲେ ମୋଟ କାଚ ଗ୍ଲାସଟି ଭାଙ୍ଗିଯିବାର ସମ୍ଭାବନା ଅଧିକ । (କାରଣ କାଚ ହେଉଛି  ଉତ୍ତାପର ଖୁବ୍ କମ୍ ପରିବାହୀ । ଯେତେବେଳେ ପତଳା କାଚ ମଧ୍ୟକୁ ଉତ୍ତପ୍ତ ଚା’ ଢାଳି ଦିଆଯାଏ, ସେତେବେଳେ ତାପଶକ୍ତି ପତଳା କାଚଦେଇ ବାହାରକୁ ଶୀଘ୍ର ବାହାରି ଯାଇଥାଏ । ମାତ୍ର ମୋଟା କାଚ ମଧ୍ୟ ଦେଇ ଉତ୍ତାପ ଖୁବ୍ କମ୍ ଗତି କରିପାରୁଥିବାରୁ ଗ୍ଲାସର ଭିତରପଟ ଓ ବାହାରପଟ ତାପମାତ୍ରାରେ ତାରତମ୍ୟ ସୃଷ୍ଟି ହୁଏ ଓ ଗ୍ଲାସଟି ଭାଙ୍ଗିଯିବାର ସମ୍ଭାବନା ଅଧିକ ହୋଇଥାଏ ।

୨। ଝିଟିପିଟି ପାଦତଳିପାରେ କିଛି ବିଶେଷ ପ୍ରକାରର କପ୍ ଭଳି ଜିନିଷ ଥାଏ,  ଯାହାକୁ କି ଆଢେସିଭ୍ ପ୍ୟାଡ ବା ଆଢେସିଭ୍ ଲାମେଲା ବୋଲି କୁହାଯାଏ ।  ଏହା ଯୋଗୁଁ ଝିଟିପିଟି ଓଲଟା ଚାଲିଲେ  ମଧ୍ୟ ପଡିଯାଏ ନାହିଁ ।

୩।  ଆମ ମୁଣ୍ଡରେ ୪ ଯୋଡ଼ା ସାଇନସ୍ ରହିଛନ୍ତି ।

୪। ସାଧାରଣତଃ କାଚରେ ୭୨.୩୦% ସିଲିକାର ରହିଥାଏ  ।

୫। ବିଶ୍ଵର ସର୍ବପ୍ରଥମ ସଫଳ ମଣିଷ ହୃତ୍ପିଣ୍ଡ  ପ୍ରତିରୋପଣ ଅପରେସନ ୧୯୭୬ ମସିହା ଡିସେମ୍ବର ୩ ତାରିଖ ଦିନ ଦକ୍ଷିଣ ଆଫ୍ରିକା ରାଜଧାନୀ କେପ୍ଟାଉନ୍ ଗ୍ରୁଉସ୍କୁଭ ହସ୍ପିଟାଲରେ କରଯାଇଥିଲା ।

୬। ଯବକାଚ ସର୍ବ ପ୍ରଥମେ ହାନ୍ସ ଲିପରସେ ପ୍ରସ୍ତୁତ କରିଥିଲେ  ।

୭।  ଆମ ଚର୍ମରେ ଥିବା ଏର୍ଗୋଷ୍ଟେରଲ ନାମକଉପାଦାନ ସୂର୍ଯ୍ୟକିରଣରୁ ଶକ୍ତି ନେଇ ଭିଟାମିନ୍ ‘ଡି’ ବା ଖାଦ୍ୟପ୍ରାଣ ‘ଘ’ ପ୍ରସ୍ତୁତ କରିଥାଏ  ।

୮।  ବକ୍ର ଦୃଷ୍ଟିଦୋଷ ଯୋଗୁଁ ତାରଜାଲି ବା ଗ୍ରାଫ  କାଗଜ ସ୍ପଷ୍ଟ ଦେଖାଯାଏ ନାହିଁ  ବା ବଙ୍କା ଦିଶେ  ।

୯। ଭାତକୁ ପତଳା କରି ଚକଟି ଦେବା ପରେ ତା’ ଉପରେ ଟୋପାଏ ଦି’ ଟୋପା ଆୟୋଡିନ୍ ପକାଇଲେ  ତାର ରଙ୍ଗ ଘନନୀଳ ହୋଇଯିବ ।

୧୦। ଚୂନପାଣି ଉପରେ ଯବକ୍ଷାରଜାନ ଗ୍ୟାସ ପ୍ରବାହିତ କଲେ ଚୂନପାଣିର କୌଣସି ପରିବର୍ତ୍ତନ ହୋଇ ନଥାଏ ।

 

କ୍ଵିଜ୍-୧୯

୧।  ଗେଣ୍ଡା ମେରୁଦଣ୍ଡୀ ପ୍ରାଣୀ କି ?

୨। ‘ନିକସ୍ ଅଲମ୍ପିକା’ ବା ‘ଅଲିମ୍ପସର ବରଫ’ ପ୍ରକୃତରେ କ’ଣ ?

୩। ପ୍ରଥମ ମନୁଷ୍ୟ ନିର୍ମିତ ଉପଗ୍ରହ କେବେ ମହାକାଶକୁ ଛଡାଗଲା ?

୪। ଆମ ଶରୀରର କେଉଁ ଗ୍ରନ୍ଥି କୋଲେଷ୍ଟରଲ ପ୍ରସ୍ତୁତ କରେ ?

୫। ଟାଇଟନ୍ କେଉଁ ଗ୍ରହର ଉପଗ୍ରହ ?

୬। ବ୍ଲାକ୍ ହୋଲ ଓ ଭକ୍ୟୁମ୍ ମଧ୍ୟରେ ସବୁଠାରୁ ବଡ ସାମଞ୍ଜସ୍ୟ, ସବୁଠୁ ବଡ ପାର୍ଥକ୍ୟ କ’ଣ ?

୭। ଜଣେ ସୁସ୍ଥ ମଣିଷର ନାଡିର ଗତି ମିନିଟ୍ କୁ କେତେ ଥର ?

୮। ଅଣ୍ଡାରେ ଥିବା କେଉଁ ଉପାଦାନ ଯୋଗୁଁ ଏହା ସିଝିଲେ ଟାଣ ହୋଇଯାଏ ?

୯।   ପାଟିରୁ ଝରୁଥିବା ଲାଳ ଅମ୍ଳୀୟ ନା କ୍ଷାରୀୟ?

୧୦।  ବିଶ୍ଵ ପରିବେଶ ସମ୍ମିଳନୀ ସୁରକ୍ଷା ଉପରେ ଷ୍ଟକ୍ ହୋମ୍ ଠାରେ ଅନୁଷ୍ଠିତ ଐତିହାସିକ ସମ୍ମିଳନୀ କେଉଁ ବର୍ଷ ହୋଇଥିଲା ?

କ୍ଵିଜ୍-୧୯  ର ଉତ୍ତର

୧।  ଗେଣ୍ଡା ଏକ ଅମେରୁଦଣ୍ଡୀ ପ୍ରାଣୀ ।

୨। ‘ନିକସ୍ ଅଲମ୍ପିକା’ ବା ‘ଅଲିମ୍ପସର ବରଫ’ ପ୍ରକୃତରେ ମଙ୍ଗଳ ଗ୍ରହରେ ଥିବା ଏକ ପର୍ବତର ନାମ । ଏହି  ପର୍ବତର ଉଚ୍ଚତା ହିମାଳୟର ଉଚ୍ଚତାର ପ୍ରାୟ ୩ଗୁଣ (ପାଖାପାଖି ୧୫ ମାଇଲ) ।

୩। ମନୁଷ୍ୟ ନିର୍ମିତ ପ୍ରଥମ ଉପଗ୍ରହ ୧୯୫୭ ମସିହା ଅକ୍ଟୋବର ୪ ତାରିଖରେ ମହାକାଶକୁ ଛଡାଯାଇଥିଲା ।

୪। ଆମ ଶରୀରର ଥିବା ଯକୃତ ବା ଲିଭର  କୋଲେଷ୍ଟରଲ ପ୍ରସ୍ତୁତ କରିଥାଏ ।

୫। ଟାଇଟନ୍ ଶନିଗ୍ରହର ଉପଗ୍ରହ  ।

୬। ବ୍ଲାକ୍ ହୋଲ ଓ ଭକ୍ୟୁମ୍ ମଧ୍ୟରେ ସବୁଠୁଁ ବଡ ସାମଞ୍ଜସ୍ୟ ହେଲା ଯେ, ଉଭୟେ ଚାରିପଟେ ଥିବା ବସ୍ତୁକୁ ଶୋଷି ନିଅନ୍ତି । ମାତ୍ର ଭକ୍ୟୁମ୍ ବା ଶୂନ୍ୟତା ଭିତରେ ଆଲୋକ ଅନ୍ୟାନ୍ୟ ସବୁ ମାଧ୍ୟମ ଅପେକ୍ଷା ଭଲଭାବେ ଗତି କରୁଥିବାବେଳେ ବ୍ଲାକହୋଲ୍ ହେଉଛି ପ୍ରକୃତରେ ଏକ ମୃତ ଗ୍ରହ ।

୭। ଜଣେ ସୁସ୍ଥ ମଣିଷର ନାଡିର ଗତି ମିନିଟ୍ କୁ ପ୍ରାୟ ୭୨ ଥର ।

୮। ଅଣ୍ଡାରେ ପ୍ରୋଟିନ୍  ଥିବାରୁ  ଏହା ସିଝିଲେ ଟାଣ ହୋଇଥାଏ ।

୯।   ପାଟିରୁ ଝରୁଥିବା ଲାଳ ଅଳ୍ପ  ଅମ୍ଳୀୟ ।

୧୦।  ବିଶ୍ଵ ପରିବେଶ ସମ୍ମିଳନୀ ସୁରକ୍ଷା ଉପରେ ଷ୍ଟକ୍ ହୋମ୍ ଠାରେ ଅନୁଷ୍ଠିତ ଐତିହାସିକ ସମ୍ମିଳନୀ ୧୯୭୨ମସିହାରେ ଆୟୋଜିତ ହୋଇଥିଲା ।

କ୍ଵିଜ୍-20

୧।  ଆମ ବାୟୁମଣ୍ଡଳର ବୟସ କେତେ ?

୨। ପ୍ରୋଟିନ୍ କଣିକା କେଉଁ ଚାର୍ଜ ବିଶିଷ୍ଟ ?

୩। ଗୋଟିଏ ୟୂରାନିୟମ୍(୨୩୫) ଅଣୁର ନାଭିକକୁ ଭାଙ୍ଗିଲେ କେତେ ଶକ୍ତି ବାହାରେ ?

୪। ୟୁରାନ୍ସ ଗ୍ରହ କେବେ ଆବିଷ୍କୃତ ହୋଇଥିଲା ?

୫। ସାଧାରଣ ଖାଇବା ଲୁଣର ରାସାୟନିକ ନାମ କ’ଣ ?

୬। ପ୍ଲେଗ୍ ରୋଗର ବାହକ କିଏ ?

୭। ଚନ୍ଦ୍ରରେ ପହଞ୍ଚିଥିବା ପ୍ରଥମ  ମାନବ କିଏ ?

୮। ପଛ ଗାଡିରୁ ଦେଖିବା ପାଇଁ ମିଟର ଗାଡିରେ କେଉଁ ପ୍ରକାର ଆଇନା ବ୍ୟବହାର କରାଯାଏ ?

୯।   ବୃହସ୍ପତି ଗ୍ରହ କେତେ ଦିନରେ ଥରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରିଥାଏ ?

୧୦।  ସାଇକେଲ ଟାୟାର କିଏ ବାହାର କରିଥିଲେ ?

କ୍ଵିଜ୍-୨୦ ର ଉତ୍ତର

୧।  ଆମ ବାୟୁମଣ୍ଡଳର ବୟସ ପାଖାପାଖି ୪୫୦୦ ବର୍ଷ ।

୨। ପ୍ରୋଟିନ୍ କଣିକା ଯୁକ୍ତାତ୍ମକ ଚାର୍ଜ ବିଶିଷ୍ଟ ।

୩। ଗୋଟିଏ ୟୂରାନିୟମ୍(୨୩୫) ଅଣୁର ନାଭିକକୁ ଭାଙ୍ଗିଲେ ପ୍ରାୟ ୯୦ କୋଟି ଇଲେକ୍ଟ୍ରନ ଭୋଲଟ  ଶକ୍ତି ବାହାରେ ।

୪। ୧୭୮୧ ମସିହା ମାର୍ଚ୍ଚ ୧୩ ତାରିଖରେ ୟୁରାନ୍ସ ଗ୍ରହ କେବେ ଆବିଷ୍କୃତ ହୋଇଥିଲା ।

୫। ସାଧାରଣ ଖାଇବା ଲୁଣର ରାସାୟନିକ ନାମ ହେଲା ସୋଡିୟମ କ୍ଲୋରାଇଡ୍ ।

୬। ମୂଷା ପ୍ଲେଗ୍ ରୋଗର ପ୍ରଧାନ ବାହକ ।

୭। ଚନ୍ଦ୍ରରେ ପାଦ ଦେଇଥିବା ପ୍ରଥମ ମଣିଷ ହେଲେ ଆମେରିକାର ନେଲ୍ ଆର୍ମଷ୍ଟ୍ରଙ୍ଗ ।

୮। ପଛ ଗାଡିରୁ ଦେଖିବା ପାଇଁ ମିଟର ଗାଡିରେ ଉତ୍ତଳ ଦର୍ପଣ (ଆଇନା) ବ୍ୟବହାର କରାଯାଏ ।

୯।   ବୃହସ୍ପତି ଗ୍ରହ ୧୧ ବର୍ଷ ୯ ମାସରେ ଥରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରିଥାଏ ।

୧୦।  ଜନ ବୟେଡ଼ ଡନ୍ଲପ ସାଇକେଲ ଟାୟାର ପ୍ରସ୍ତୁତ କରିଥିଲେ ।

କ୍ଵିଜ୍-୨୧

୧।  ସାଁବାଳୁଆ ପୋକରୁ ପ୍ରଜାପତି ହେବା ପ୍ରକ୍ରିୟାକୁ କ’ଣ କୁହାଯାଏ ?

୨। ସୁଗନ୍ଧ ବାରିବାରେ ମଣିଷ ଶରୀରର କେଉଁ କୋଷଗୁଡ଼ିକ ମୁଖ୍ୟ ଭୂମିକା ନେଇଥାନ୍ତି ?

୩। ପୃଥିବୀଠାରୁ ସୂର୍ଯ୍ୟଙ୍କ ହାରାହାରି ଦୂରତ୍ଵ କେତେ ?

୪। ଶନି ଗ୍ରହର କେତୋଟି ଚନ୍ଦ୍ର ଅଛି ?

୫। ପିନାଟାବୋ ଆଗ୍ନେୟଗିରି କେଉଁଠି ଅବସ୍ଥିତ ?

୬। ଏଥେନୋଲୋଜି କ’ଣ ?

୭। ପନିପରିବା ଆଦିରେ ଭିଟାମିନ୍ ‘ଏ’ କେଉଁ ଯୌଗିକଭାବେ ରହିଥାଏ ?

୮। ଜଣେ ସୁସ୍ଥସବଳ ମଣିଷ ଦେହରେ କେତେ ପାଣି ଥାଏ ?

୯।    ଭାରତୀୟ ଦାର୍ଶନିକା/ବୈଜ୍ଞାନିକ ଆର୍ଯ୍ୟଭଟ୍ଟ ପୃଥିବୀ ଘୂରୁଛି ବୋଲି ପ୍ରମାଣ କରିଥିଲେ। ସେ କେଉଁ ଶତାଦ୍ଦୀର ଥିଲେ ?

୧୦।  ଭଶ୍ଲେଷଣ ପ୍ରକ୍ରିୟାରେ ଉଦ୍ଭିଦ କେଉଁ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରିଥାଏ ?

କ୍ଵିଜ୍-୨୧ ର ଉତ୍ତର

୧।  ସାଁବାଳୁଆରୁ ପ୍ରଜାପତି ହେବା ପ୍ରକ୍ରିୟାକୁ ମେଟାମର୍ଫୋସିସ୍ (କାୟାକଳ୍ପ) କୁହାଯାଏ ।

୨। ସୁଗନ୍ଧ ବାରିବାରେ ମଣିଷର ନାକ ଭିତରେ ଥିବା ଅଲ୍ ଫାକ୍ଟୋରୀ  କୋଷଗୁଡ଼ିକ ମୁଖ୍ୟ ଭୂମିକା ନେଇଥାନ୍ତି ।

୩। ପୃଥିବୀଠାରୁ ସୂର୍ଯ୍ୟଙ୍କ ଆନୁମାନିକ ଦୂରତା ହେଉଛି ପ୍ରାୟ ୧୫କୋଟି କି.ମି. ।

୪। ଶନି ଗ୍ରହର ଉପଗ୍ରହଗୁଡ଼ିକର ସଂଖ୍ୟା ଏପର୍ଯ୍ୟନ୍ତ ବି ନିର୍ଦ୍ଦିଷ୍ଟ ଭାବେ ଜଣାପଡିନି। ତେବେ ଭଏଜର ଯାନ ଦ୍ଵାରା କରାଯାଇଥିବା ଅତ୍ୟାଧୁନିକ ଗବେଷଣା ଅନୁସାରେ ଏହାର ଚନ୍ଦ୍ର ସଂଖ୍ୟା ୨୦ରୁ ଅଧିକ ବୋଲି ବୈଜ୍ଞାନିକମାନଙ୍କ ମତ ।

୫। ପିନାଟାବୋ ଆଗ୍ନେୟଗିରି ଫିଲିପାଇନ୍ସରେ  ଅବସ୍ଥିତ । ମାତ୍ର କେତେବର୍ଷ ତଳେ ଏହି ଆଗ୍ନେୟଗିରି ଅଗ୍ନୀଉଦ୍ଗୀରାଣ ହୋଇଛି।

୬।  ମଣିଷ ଜାତିର ବିଜ୍ଞାନକୁ ଏଥେନୋଲୋଜି କୁହାଯାଏ । ବିବର୍ତ୍ତନ ପ୍ରକ୍ରିୟାରେ ବିଭିନ୍ନ ଜାତିର ମନୁଷ୍ୟ, ସେମାନଙ୍କ ଶାରୀରିକ ଗଠନ, ବ୍ୟବହାର ଓ କୃଷି ସଂକ୍ରାନ୍ତ ଅଧ୍ୟୟନ ଏହାର ଅନ୍ତର୍ଗତ ।

୭। ପନିପରିବା ଆଦିରେ ଭିଟାମିନ୍ ‘ଏ’ ‘ବିଟା କ୍ୟାରୋଟିନ’ ନାମକ ଯୌଗିକ ରୂପରେ ରହିଥାଏ ।

୮। ଜଣେ ସାଧାରଣ ସୁସ୍ଥସବଳ ମଣିଷ ଦେହରେ ଶତକଡା ୭୦ ଭାଗରୁ ଅଧିକ ପାଣି ରହିଥାଏ ।

୯।    ଭାରତୀୟ ଦାର୍ଶନିକା/ବୈଜ୍ଞାନିକ (ଜ୍ୟୋତିର୍ବିଦ) ଆର୍ଯ୍ୟଭଟ୍ଟ  ଖ୍ରୀଷ୍ଟାବ୍ଦ ୫ମ ଶତାଦ୍ଦୀର ବ୍ୟକ୍ତି ଥିଲେ ।

୧୦।  ଭଶ୍ଲେଷଣ ପ୍ରକ୍ରିୟାରେ ଉଦ୍ଭିଦ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ୍ ଓ ଭୂମିରୁ ଜଳ ନେଇ ଶର୍କରାଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଏ ।

କ୍ଵିଜ୍-୨୨

୧।  ବାୟୁମଣ୍ଡଳରେ ଥିବା/ମିଶୁଥିବା ବିଭିନ୍ନ ପ୍ରଦୂଷକ ମାନଙ୍କର ଗାଢତା/ ଘନତା କୁ କେଉଁ ଏକକ/ହିସାବରେ ମାପ କରାଯାଏ ?

୨। ସୂର୍ଯ୍ୟ କିରଣରେ ଥିବା ଦୃଶ୍ୟମାନ ରଙ୍ଗମାନଙ୍କ ମଧ୍ୟରୁ କାହାର ତରଙ୍ଗ ?

୩। ବ୍ଲିଚିଂ ପାଉଡ଼ରର ରାସାୟନିକ ସଙ୍କେତ କ’ଣ?

୪। ହୀରାକୁ ଉତ୍ତପ୍ତ କଲେ କ’ଣ ହୁଏ  ?

୫। ଗାମା ରଶ୍ମୀ କେଉଁ ଚାର୍ଜ ବିଶିଷ୍ଟ ?

୬। ଭୂମିଠାରୁ ବାୟୁମଣ୍ଡଳର କେତେ ପର୍ଯ୍ୟନ୍ତ ଉଚ୍ଚତାକୁ ଟ୍ରୋପୋସ୍ପିଆର କୁହାଯାଏ ?

୭। ପ୍ରଥମ ଭାରତୀୟ ମହାକାଶଚାରୀ ରାକେଶ ଶର୍ମା କେବେ ମହାକାଶକୁ ଯାତ୍ରା କରିଥିଲେ  ?

୮। ସୂର୍ଯ୍ୟଙ୍କ ଚାରିପଟେ ଗ୍ରହମାନେ ଘଣ୍ଟାକଣ୍ଟାର ଦିଗରେ ନା ବିପରୀତ ଦିଗରେ ଘୂରୁଛନ୍ତି ?

୯।   ମୂଷା କେଉଁ ରୋଗର ବାହକ ରୂପେ ପରିଚିତ ?

୧୦।  ରାଣୀକ୍ଷେତ ରୋଗରେ ସାଧାରଣତଃ କିଏ (କେଉଁ ପ୍ରାଣୀ) ଆକ୍ରାନ୍ତ ହୋଇଥାଏ ?

କ୍ଵିଜ୍-୨୨ ର ଉତ୍ତର

୧।  ବାୟୁମଣ୍ଡଳରେ ଥିବା ବା ମିଳୁଥିବା ବିଭିନ୍ନ ପ୍ରଦୂଷକ ମାନଙ୍କର ଗାଢତା/ ଘନତ୍ଵକୁ ପିପିଏମ୍ ଏକକ ହିସାବରେ  ଗଣନା କରାଯାଏ । ପିପିଏମ୍ ବ୍ୟୁତ୍ପତ୍ତି ହେଲା ପାଟସପର ମିଲିୟମନ ବା ଏକ ନିୟୁତରେ ଅଂଶ ।

୨। ସୂର୍ଯ୍ୟ କିରଣରେ ଥିବା ଦୃଶ୍ୟମାନ ରଙ୍ଗମାନଙ୍କ ମଧ୍ୟରୁ ଲାଲ ରଙ୍ଗର ତରଙ୍ଗ ଦୂରତ୍ଵ ବା ୱେଭ୍ଲେଙ୍ଗଥ ସର୍ବାଧିକ ।

୩। ବ୍ଲିଚିଂ ପାଉଡ଼ରର ରାସାୟନିକ ସଙ୍କେତ ହେଲା Ca(Oce)Ce. ।

୪। ହୀରାକୁ ଉତ୍ତପ୍ତ କଲେ ଏହା ଗ୍ରାଫାଇଟରେ ପରିଣତ  ହୁଏ  ।

୫। ଗାମା ରଶ୍ମୀ  ଚାର୍ଜ ରହିତ ।

୬। ଭୂମିଠାରୁ ବାୟୁମଣ୍ଡଳର ୧୮ କି.ମି. ପର୍ଯ୍ୟନ୍ତ ଦୂରତ୍ଵକୁ (ଉଚ୍ଚତା) ଟ୍ରୋପୋସ୍ପିଆର କୁହାଯାଏ ।

୭। ପ୍ରଥମ ଭାରତୀୟ ମହାକାଶଚାରୀ ରାକେଶ ଶର୍ମା ୧୯୮୪ ମସିହା ଏପ୍ରିଲ ୩ତାରିଖରେ ମହାକାଶକୁ ଯାତ୍ରା କରିଥିଲେ  ।

୮। ସୂର୍ଯ୍ୟଙ୍କ ଚାରିପଟେ ଗ୍ରହମାନେ ବିପରୀତ ଦିଗରେ ବା ବାମାବର୍ତ୍ତ  ହୋଇ ଘୂରୁଛନ୍ତି ।

୯।   ମୂଷା ସାଧାରଣତଃ ପ୍ଲେଗ ରୋଗର ବାହକ ଭାବେ  ପରିଚିତ ।

୧୦।  ରାଣୀକ୍ଷେତ ରୋଗ ମୁଖ୍ୟତଃ କୁକୁଡାମାନଙ୍କର ରୋଗ ।

 

ଇତିହାସ କ୍ଵିଜ୍

କୁଇଜ୍-୧

ପ୍ର - : କେବେ ହରପ୍ପା ଓ ମହେଞ୍ଜୋଦାରୋର ଧ୍ଵଂସାବଶେଷ  ପ୍ରତ୍ନତାତ୍ଵିକ ଖନନ କାର୍ଯ୍ୟ ଦ୍ଵାରା ଆବିଷ୍କୃତ ହେଲା ?

ଉ-: ୧୯୨୨ ଖ୍ରୀ.ଅ.ରେ ।

ପ୍ର - : କେଉଁ ସ୍ଥାନରେ ହରପ୍ପା ଅବସ୍ଥିତ ଥିଲା ?

ଉ-:  ସିନ୍ଧୁନଦୀର ଉପନଦୀ ରାବୀ ନଦୀ କୂଳରେ, ପଶ୍ଚିମ ପଞ୍ଜାବର ମଣ୍ଟେଗୋମେରୀ ଜିଲ୍ଲାରେ (ବର୍ତ୍ତମାନ ପାକିସ୍ଥାନ ଅନ୍ତର୍ଗତ )।

ପ୍ର - :  କେଉଁ ସ୍ଥ।ନରେ  ମହେଞ୍ଜୋଦରୋ  ଅବସ୍ଥିତ ଥିଲା ?

ଉ-:   ସିନ୍ଧୁ ନଦୀ  କୂଳରେ ସିନ୍ଧୁପ୍ରଦେଶର   ଲାରକ।ନା  ଜିଲାରେ  (  ବର୍ତ୍ତମାନ  ପାକିସ୍ଥାନ ଅନ୍ତର୍ଗତ) ।

ପ୍ର –  : କେଉଁ କେଉଁ  ସ୍ଥାନରୁ ସିନ୍ଧୁ ସଭ୍ୟତାର ନିଦର୍ଶନମାନ ଆବିସ୍କୃତ ହୋଇପାରିଛି ?

ଉ-:   ରୂପାର  କାଲିବଙ୍ଗନ ଚାନହୁଦାରୋ ଏବଂ ଲୋଥାଲ ଇତ୍ୟାଦି  ସ୍ଥାନମାନଙ୍କରୁ ।

ପ୍ର -:  କେଉଁ ଦୁଇଟି ସ୍ଥାନରେ ହରପ୍ପା ସଭ୍ୟତା ପ୍ରଥମେ ଆବିଷ୍କୃତ  ହୋଇଥିଲା ?

ଉ- :  ହରପ୍ପା ଓ  ମହେଞ୍ଜୋଦରୋ  ଠାରେ  ।

ପ୍ର -: ହରପ୍ପା ସଭ୍ୟତାର ନିର୍ମାତା କିଏ  ଥିଲେ ?

ଉ- : ଦ୍ରାବିଡମାନେ ହରପ୍ପା ସଭ୍ୟତାର ନିର୍ମାତା ଥିଲେ ।

ପ୍ର -: ଜର୍ମାନ ଶବ୍ଦ “ଦେଶିଚ୍” ଅର୍ଥ କଣ?

ଉ- : ଅତୀତ ଘଟଣାବଳିର ଏକ ସରଳ ଓ ଅର୍ଥବୋଧକ ବ୍ୟାଖ୍ୟା ।

ପ୍ର-: କୌଟିଲ୍ୟ ଅନ୍ୟନାମ କଣ ଥିଲା  ?

ଉ - : ଚାଣକ୍ୟ ।

ପ୍ର -: କୌଟିଲ୍ୟଙ୍କ କେଉଁ ଗ୍ରନ୍ଥରେ ଇତିହାସ  ବିଷୟରେ ସଂଜ୍ଞା ପ୍ରଦାନ କରିଛନ୍ତି ?

ଉ - : ଅର୍ଥଶାସ୍ତ୍ରରେ ଇତିହାସ ବିଷୟରେ ସଂଜ୍ଞା ପ୍ରଦାନ କରାଯାଇଛି ।

ପ୍ର -: ଇତିହାସକୁ କେଉଁ ବେଦର ସମ୍ମାନ ପ୍ରଦାନ କରାଯାଇଛି ।

ଉ - : ପଞ୍ଚମ ବେଦର ସମ୍ମାନ ପ୍ରଦାନ କାରାଯାଇଛି ।

ପ୍ର -: ଆକଟନଙ୍କ ଉକ୍ତିରେ ଇତିହାସ କଣ ?

ଉ - : ଇତିହାସ  ହେଲା ଲେଖିରଖିବା ପାଇଁ  ଏକ ମାତ୍ର ସୁଯୋଗ, ଯେଉଁଥିରେ ଜ୍ଞାନର ପରିପୂର୍ଣତା ଥାଏ ।

ପ୍ର –  : ଇତିହାସ ଶବ୍ଦଟି କେଉଁ ଗ୍ରୀକ୍ ଶବ୍ଦରୁ ଉଦ୍ଧୃତ ?

ଉ - : ଗ୍ରୀକ ଶବ୍ଦ ହିଷ୍ଟୋରିଆ ରୁ ଉଦ୍ଧୃତ ।

ପ୍ର –  : ଇତିହାସ କହିଲେ କଣ ବୁଝ ?

ଉ - : ଇତିହାସ ହେଉଛି ରେସଜେଷ୍ଟି  ଅର୍ଥାତ୍ ମନୁଷ୍ୟର ଅତୀତ କାର୍ଯ୍ୟକଳାପର ଏକ ସଂଗ୍ରହାଳୟ ବା ଆଲୋଚ୍ୟ ବିଷୟ ସମ୍ପର୍କିତ ପ୍ରାମାଣିକ ତଥ୍ୟ ।

ପ୍ର –  : ବୀରୋଚିତ ଇତିହାସ କହିଲେ କଣ ?

ଉ - : ଯେଉଁ ଇତିହାସ ବିଖ୍ୟାତ ବ୍ୟକ୍ତିଙ୍କର କୀର୍ତ୍ତି,ଚିନ୍ତାଧାରା ଓ କାର୍ଯ୍ୟକଳାପ ବିଷୟରେ ବିଶେଷ ଭାବରେ ପ୍ରଶଂସା କରିଥାଏ ।

ପ୍ର – : କେଉଁ ବଡଲାଟଙ୍କ ସମୟରେ ପ୍ରତ୍ନତତ୍ଵ ବିଭାଗ ସୃଷ୍ଟି ହେଲା ?

ଉ - : ବଡଲାଟ୍ କର୍ଜନଙ୍କ ସମୟରେ ।

ପ୍ର –   : ସିନ୍ଧୁ ସଭ୍ୟତା ସହିତ ଜଡିତ ଜଣେ ପ୍ରତ୍ନତତ୍ଵବିତଙ୍କ ନାମ ଲେଖ ।

ଉ - : ଦୟାରାମ ସାହାଣୀ କିମ୍ବା ଆର.ଡି ବାନାର୍ଜୀ ।

ପ୍ର –  :  ମହେଞ୍ଜୋଦାରୋ ଶବ୍ଦଟିର ଅର୍ଥ କ’ ଣ ?

ଉ - : ମରୁତ ନଗରୀ ।

ପ୍ର –  :  ବେଦ କେତୋଟି ଭାଗରେ ବିଭକ୍ତ ?

ଉ - : ବେଦ ୪ଟି ଭାଗରେ ବିଭକ୍ତ ।

ପ୍ର –  : ଚାରୋଟି ବେଦର ନାମ କୁହ ?

ଉ - : ଋକ୍,ଶ୍ୟାମ,ଯଦୁଃ, ଅଥର୍ବ ।

ପ୍ର –  : ସିନ୍ଧୁ ସଭ୍ୟତା କେବେ ଆବିଷ୍କୃତ ହୋଇଥିଲା ?

ଉ - : ୧୯୨୨ ଖ୍ରୀଷ୍ଟାବ୍ଦରେ ।

ପ୍ର –  : ହରପ୍ପା ସଭ୍ୟତାର ଆଦିବାସୀମାନେ ସୂର୍ଯ୍ୟ ପୂଜା କରୁଥିବାର ପ୍ରମାଣ କେବେଠାରୁ ମିଳେ ?

ଉ - : ହରପ୍ପାରୁ ଆବିଷ୍କୃତ ମୋହର ଉପରେ ଥିବା ସ୍ଵସ୍ତିକ ଚକ୍ରର ସଙ୍କେତକୁ ପ୍ରମାଣିତ ହୁଏ ।

ପ୍ର –  : ହରପ୍ପା ସଭ୍ୟତାରୁ ଆବିଷ୍କୃତ ପୋତାଶ୍ରୟର ଭଗ୍ନାବଶେଷ କେଉଁଠାରେ ଦୃଷ୍ଟିଗୋଚର ହୁଏ ?

ଉ - : ଲୋଥାଲ ।

ପ୍ର –   : ସିନ୍ଧୁ ସଭ୍ୟତାର ଅଧିବାସୀମାନେ ବ୍ୟବହାର କରୁଥିବା କେତୋଟି ଯୁଦ୍ଧ ସରଞ୍ଜାମର ନାମ କୁହ ।

ଉ - : ବର୍ଚ୍ଛା, କୁରାଢି, ଧନୁଶର, ଖୁର,ଛୁରୀ ଇତ୍ୟାଦି ।

ପ୍ର –  : ସିନ୍ଧୁ ସଭ୍ୟତାର ଅଧିବାସୀମାନେ ଲୁହାର ବ୍ୟବହାର ଜାଣିଥିଲେ ନା ଜାଣି ନ ଥିଲେ ?

ଉ - : ଜାଣି ନ ଥିଲେ ।

ପ୍ର –  : ମେସୋପଟାମିଆର କେଉଁ ସ୍ଥାନରୁ ହରପ୍ପା ସିଲ୍ ମିଳିଥିଲା ?

ଉ - : ଏଲାନ୍ ନାମକ ସ୍ଥାନରୁ ।

ପ୍ର – : ସିନ୍ଧୁ ସଭ୍ୟତାର ଅଧିବାସୀମାନେ ପଶୁପତି ଶିବଙ୍କର ପୂଜା କରୁଥିବାର ପ୍ରମାଣ କେଉଁଠାରୁ ମିଳେ

ଉ - : ଆବିଷ୍କୃତ ତିନିମୁଖ, ମସ୍ତକରେ ଶୃଙ୍ଗ, ଦେହରେ ପୋଷାକ, ହସ୍ତରେ କଙ୍କଣ ଏବଂ ଚତୁପାର୍ଶ୍ଵରେ ବ୍ୟାପ୍ତ , ମଇଁଷି, ଗଣ୍ଡା ଏବଂ ହରିଣ ପରିବେଷ୍ଟିତ ମୂର୍ତ୍ତିରୁ ଜଣାଯାଏ ।

ପ୍ର – : ମହେଞ୍ଜୋଦାରୋରୁ ମିଳିଥିବା ବିଖ୍ୟାତ ନାର୍ତ୍ତକୀ କେଉଁ ଧାତୁରେ ନିର୍ମିତ ଥିଲା ?

ଉ - :  ବ୍ରୋଞ୍ଜ ଧାତୁରେ ।

ପ୍ର –  : କେବେ  ହରପ୍ପା ସଂସ୍କୃତି ବିକାଶ ଲାଭ କରିଥିଲା ?

ଉ - :  ଖୀ.ପୂ ୩୫୦୦ (ଆନୁମାନିକ) ।

ପ୍ର –  : କେବେ  ହରପ୍ପା ସଂସ୍କୃତି ବିଲୟ ହେଲା ?

ଉ - :  ଖୀ.ପୂ ୧୫୦୦ ବେଳକୁ (ଆନୁମାନିକ) ।

ପ୍ର –  : ସିନ୍ଧୁ ସଭ୍ୟତା କେଉଁ ଯୁଗର ସଭ୍ୟତା ?

ଉ - :  ପ୍ରାକ୍ ଐତିହାସିକ ଯୁଗର ।

ପ୍ର –  : ହରପ୍ପା ସଂସ୍କୃତିର ବୈଶିଷ୍ଟ୍ୟ କଣ ଥିଲା ?

ଉ - :  ନଗର ସଭ୍ୟତା ବା ସହର ପ୍ରଧାନ ସଂସ୍କୃତି ।

କୁଇଜ୍-୨

ପ୍ର – ପ୍ରତ୍ନତତ୍ଵ କହିଲେ କଣ ବୁଝ ?

ଉ - :  ଭୂଖନନ ଦ୍ଵାରା ପ୍ରାଚୀନ କାଳର ମୁଦ୍ରା, ଲିପି ଓ ଭଗ୍ନାବଶେଷକୁ ବୈଜ୍ଞାନିକ ପ୍ରଣାଳୀରେ ଆବିଷ୍କାର ଓ ଅନୁଧ୍ୟାନ ବିଦ୍ୟାକୁ ପ୍ରତ୍ନତତ୍ଵ କୁହାଯାଏ ।

ପ୍ର – ମୁଦ୍ରାତତ୍ଵ କଣ ?

ଉ - :  ମୁଦ୍ରା ଅନୁଧ୍ୟାନ ବିଦ୍ୟାକୁ ମୁଦ୍ରାତତ୍ଵ କୁହାଯାଏ ।

ପ୍ର – ହୁଏନସାଂ ନିଜର ଭାରତ ଭ୍ରମଣ ବୃତ୍ତାନ୍ତକୁ କେଉଁ ଗ୍ରନ୍ଥରେ ଲେଖିଥିଲେ ?

ଉ - :  ସି.ୟୁ.କି ଗ୍ରନ୍ଥରେ ।

ପ୍ର –  କେଉଁରାଜାଙ୍କ ରାଜତ୍ଵ କାଳରେ ହାତିଗୁମ୍ପା ସିଳାଲେଖା ଲେଖାଯାଇଥିଲା ?

ଉ - :  ଖାରବେଳଙ୍କ ରାଜତ୍ଵ କାଳର ।

ପ୍ର –  କେଉଁ ବେଦ ପ୍ରଥମେ ରଚିତ ହୋଇଥିଲା ?

ଉ - :  ଋକବେଦ ।

ପ୍ର –   ତ୍ରିପିଟକ କଣ ?

ଉ - :   ବୌଦ୍ଧ ଧର୍ମଗ୍ରନ୍ଥ ।

ପ୍ର –  ‘ଦୀପବଂଶ’ କେଉଁ ଧର୍ମ ସମ୍ବଦ୍ଧିୟ ଗ୍ରନ୍ଥ ?

ଉ - :   ବୌଦ୍ଧ ଧର୍ମ ସମ୍ବଦ୍ଧିୟ ଗ୍ରନ୍ଥ ।

ପ୍ର –  ‘ଲଲିତ ବିସ୍ତାର’ କେଉଁ ଧର୍ମ ସମ୍ବଦ୍ଧିୟ ଗ୍ରନ୍ଥ ?

ଉ - :  ବୌଦ୍ଧ ଧର୍ମ ।

ପ୍ର –  ‘ମଞ୍ଜୁଶ୍ରୀ ମୂଳକଳ୍ପ‘ କେଉଁ ଧର୍ମ ସମ୍ପର୍କରେ ସୁଚାଇ ଥାଏ ?

ଉ - :  ବୌଦ୍ଧ ଧର୍ମ ।

ପ୍ର –   ‘ପରିଶିଷ୍ଟ’ ପର୍ବ କିଏ ରଚନା କରିଥିଲେ ?

ଉ - :  ହେମଚନ୍ଦ୍ର ।

ପ୍ର –   କୌଟିଲ୍ୟଙ୍କ ପ୍ରସିଦ୍ଧ ଗ୍ରନ୍ଥ କଣ ?

ଉ - :   ଅର୍ଥଶାସ୍ତ୍ର ।

ପ୍ର –   ‘ମେଘଦୂତମ’ କିଏ ରଚନା କରିଥିଲେ ?

ଉ - :  କାଳିଦାସ ।

ପ୍ର –   ପ୍ରିୟଦର୍ଶିକା ନାଟକ କିଏ ରଚନା କରିଥିଲେ ?

ଉ - :   ହର୍ଷବର୍ଦ୍ଧନ ।

ପ୍ର –   ରତ୍ନାବଳୀର ରଚୟିତା କିଏ ?

ଉ - :  ହର୍ଷବର୍ଦ୍ଧନ ।

ପ୍ର –   କାଳିଦାସଙ୍କ ରଚିତ ନାଟକ ଗୁଡ଼ିକର ନାମ ଲେଖ ?

ଉ - :   ମେଘଦୂତମ,ଅଭିଜ୍ଞାନ ସାକୁନ୍ତଳମ୍ ଓ ମାଳବିକାଗ୍ନିମିତ୍ରମ ।

ପ୍ର –   କେଉଁ ଭାରତୀୟ ରାଜାଙ୍କ ଦରବାରକୁ ମେଘାସ୍ଥିନିସ୍ ଆସିଥିଲେ ?

ଉ - :   ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ।

ପ୍ର –  ହର୍ଷଙ୍କ ରାଜତ୍ଵକାଳରେ କେଉଁ ପରିବ୍ରାଜକ ଭାରତ ଭ୍ରମଣରେ ଆସିଥିଲେ ?

ଉ - :   ହୁଏନ୍-ସାଂ(ଚୀନ ପରିବ୍ରାଜକ)

ପ୍ର –  କେଉଁ ଚୀନ ପରିବ୍ରାଜକ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ଵ କାଳରେ ଭାରତକୁ ଆଗମନ କରିଥିଲେ ?

ଉ - :   ଫା-ହିୟାନ୍ ।

ପ୍ର –  ହୁଏନ୍-ସାଂ କେଉଁ ବିଶ୍ୱବିଦ୍ୟାଳୟରେ କେତେବର୍ଷ ଅବସ୍ଥାନ କରିଥିଲେ ?

ଉ - :   ନାଳନ୍ଦା ବିଶ୍ୱବିଦ୍ୟାଳୟରେ ୫ ବର୍ଷ ।

ପ୍ର –  ହୁଏନ୍-ସାଂ କେଉଁ ଧର୍ମବାଲମ୍ବୀ ଥିଲେ ?

ଉ - :   ବୌଦ୍ଧ ଧର୍ମବାଲମ୍ବୀ ।

ପ୍ର –  ପ୍ରାଚୀନ ଭାରତ ବର୍ଷରେ କେଉଁମାନେ ପ୍ରଥମେ ପଶୁପତି ପୂଜା କରୁଥିଲେ ?

ଉ - :   ହରପପା  ଅଧିବାସୀମାନେ ।

ପ୍ର –   ଲୋଥାଲ  କେଉଁଠାରେ ?

ଉ - :   ଭାରତର ଗୁଜୁରାଟ ପ୍ରଦେଶରେ ।

ପ୍ର –  ବର୍ତ୍ତମାନ ହରପପା ଓ ମହେଞୋଦାରୋ ସହର ଦ୍ୱୟ କେଉଁ ଦେଶରେ ଅବସ୍ଥିତ ?

ଉ - :  ପାକିସ୍ଥାନରେ ଅବସ୍ଥିତ ।

କୁଇଜ୍-୩

ପ୍ର –  ଆର୍ଯ୍ୟମାନଙ୍କ ବାସସ୍ଥଳୀକୁ କ’ଣ କୁହାଯାଇଥିଲା ?

ଉ - :  ଆର୍ଯ୍ୟବର୍ତ୍ତ ।

ପ୍ର –  ବୈଦିକ  ସଭ୍ୟତା କେଉଁ ଯୁଗର ସଭ୍ୟତା ଥିଲା ?

ଉ - :  ପ୍ରାଗ୍ ଐତିହାସିକ ଯୁଗର ସଭ୍ୟତା ଥିଲା ।

ପ୍ର –  ଆର୍ଯ୍ୟ ସଂସ୍କୃତିର ବୈଶିଷ୍ଟ୍ୟ କଣ ଥିଲା ?

ଉ - :   ଗ୍ରାମ୍ୟ ସଭ୍ୟତା ।

ପ୍ର –   କେଉଁ ବେଦ ପ୍ରାଚୀନତମ ବେଦ ?

ଉ - :   ଋକ୍ ବେଦ ।

ପ୍ର –   ବେଦର ଅନ୍ୟ ନାମ କ’ ଣ ?

ଉ - :   ଶ୍ରୁତି ।

ପ୍ର –   ବେଦ କହିଲେ କଣ ବୁଝ ?

ଉ - :   ଆଧ୍ୟାତ୍ମିକ ଜ୍ଞାନ ।

ପ୍ର –   ବେଦ ଶବ୍ଦ କେଉଁ ସଂସ୍କୃତ ଶବ୍ଦରୁ  ଆସିଛି ?

ଉ - :   ‘ବିଦ୍’ ଶବ୍ଦରୁ  ଆସିଛି ।

ପ୍ର –   ଋକ୍ ବେଦ କେତେବେଳେ ରଚିତ  ହୋଇଥିଲା ?

ଉ - :  ଖ୍ରୀ. ପୂ. ୨୦୦୦ ରୁ ଖ୍ରୀ. ପୂ. ୧୨୦୦ ମଧ୍ୟରେ ଆର୍ଯ୍ୟମାନେ ପଞ୍ଜାବରେ ବସବାସ କଲାବେଳେ ରଚନା କରିଥିଲେ ।

ପ୍ର –   ‘ସମ୍’ ର ଅର୍ଥ କ’ ଣ ?

ଉ - :   ସଂଗୀତ

ପ୍ର –   କେବେ ଅଥର୍ବ ବେଦ ରଚିତ ହୋଇଥିଲା ?

ଉ - :    ଖ୍ରୀ. ପୂ. ୬୦୦ରେ ।

ପ୍ର –    ପ୍ରତ୍ୟେକ ବେଦ କେତେ ଭାଗରେ ବିଭକ୍ତ ?

ଉ - :    ଚାରି ଭାଗରେ ବିଭକ୍ତ। ଯଥା – ସଂହିତା, ବ୍ରାହ୍ମଣ, ଆରନ୍ୟକ ଓ ଉପନିଷଦ ।

ପ୍ର –    ଉପନିଷଦରେ କଣ ଆଲୋଚିତ ?

ଉ - :    ଆଧ୍ୟାତ୍ମିକ ତତ୍ଵ ଏବଂ ବ୍ରହ୍ମ ତତ୍ଵ ।

ପ୍ର –     ମାହାଭାରତର ରଚୟିତା କିଏ ?

ଉ - :     ବ୍ୟାସଦେବ ।

ପ୍ର –     ରାମାୟଣର  ରଚୟିତା କିଏ ?

ଉ - :     ବାଲ୍ମୀକୀ ।

ପ୍ର –     କେଉଁ ଖେଳ ବୈଦିକ ଯୁଗରେ ଅତି ଲୋକପ୍ରିୟ ଥିଲା ?

ଉ - :     ପଶାଖେଳ ।

ପ୍ର –     ଚତୁରାଶ୍ରମ ଓ ୪ ଟି ଅବସ୍ଥାର ନାମ ଲେଖ ?

ଉ - :     ବ୍ରହ୍ମଚର୍ଯ୍ୟ,ଗାର୍ହସ୍ଥ୍ୟ, ବାନପ୍ରସ୍ଥ,ଓ ସନ୍ୟାସ ।

ପ୍ର –     ବୈଦିକ ଯୁଗରେ ସୃଷ୍ଟି ହୋଇଥିବା ୪ ଟି ସାମାଜିକ ଶ୍ରେଣୀର ନାମ ଲେଖ ।

ଉ - :     ବ୍ରାହ୍ମଣ, କ୍ଷତ୍ରିୟ,ବୈଶ୍ୟ, ଓ ଶୂଦ୍ର ।

ପ୍ର –    ବୈଦିକ ଯୁଗରେ ଦେଖାଦେଥିବା ଦୁଇଟି ରାଜନୀତିକ ଅନୁଷ୍ଠାନର ନାମ ଲେଖ ।

ଉ - :     ସଭା ଓ ସମିତି ।

ପ୍ର –    ବେଦକୁ ‘ଶ୍ରୁତି’ କାହିଁକି କୁହାଯାଏ ?

ଉ - :     ଏହାକୁ ଶୁଣି ଶୁଣି ମାନେ ରଖାଯାଇଥିବାରୁ ‘ଶ୍ରୁତି’ କୁହାଯାଇଥିଲା ।

ପ୍ର –    କେଉଁ ଋଷିଙ୍କ ଆଶ୍ରମରେ ଲବକୁଶ ଜନ୍ମ ନେଇଥିଲେ ?

ଉ - :     ବାଲ୍ମୀକୀଙ୍କ ଆଶ୍ରମରେ ।

ପ୍ର –    ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉପଦେଶାତ୍ମକ ବାଣୀ କେଉଁଥିରେ ସନ୍ନିବେଶିତ ?

ଉ - :     ଶ୍ରୀମଭାଗବତ ଗୀତା ।

ପ୍ର –    ମହାକାବ୍ୟ ଦୁଇଟିର ନାମ କ’ଣ ?

ଉ - :     ରାମାୟଣ ଓ ମହାଭାତର ।

ପ୍ର –     ‘ଗୀତା’ କେଉଁ ମହାକାବ୍ୟର ଏକ ଅଂଶ ମାତ୍ର ?

ଉ - :     ‘ମହାଭାତର’ ମହାକାବ୍ୟର ।

ପ୍ର –     ‘ରାମାୟଣ’ର ରଚନା କାଳ କେବେ ?

ଉ - :   ଖ୍ରୀ. ପୂ. ୨୦୦ ରେ ଆରମ୍ଭ ହୋଇ ୨୦୦ ଖ୍ରୀ. ଅ. ରେ ସମାପ୍ତ । (ଆନୁମାନିକ) ।

ପ୍ର –     ‘ରାମାୟଣ’ ରେ କେତେ ଶ୍ଲୋକ ସନ୍ନିବେଶିତ ?

ଉ - :   ୨୪,୦୦୦ ଶ୍ଲୋକ ।

ପ୍ର –     ମହାଭାରତ କେତେ ଶ୍ଲୋକ ସନ୍ନିବେଶିତ ?

ଉ - :   ୧୦୦,୦୦୦ ଶ୍ଲୋକ ।

ପ୍ର –     କେବେ ମହାଭାରତ ରଚିତ ହୋଇଥିଲା ?

ଉ - :   ଖ୍ରୀ. ପୂ.୪୦୦ ରୁ ଆରମ୍ଭ ହୋଇ ଖ୍ରୀଷ୍ଟାବ୍ଦ ୨୦୦ ବେଳକୁ ସମାପ୍ତ ହୋଇଥିଲା (ଆନୁମାନିକ)।

ପ୍ର –     ମହାଭାରତରେ କଥାବସ୍ତୁ କ’ଣ ?

ଉ - :   ଆର୍ଯ୍ୟ ମାନଙ୍କର ଦୁଇଟି ବଂଶ ମଧ୍ୟରେ କଳହ ଏବଂ ତା’ର ଦୁଃଖଦ ପରିଣତି ।

ପ୍ର –     ଗୀତା’ ରେ କ’ଣ ବର୍ଣ୍ଣିତ ?

ଉ - :   ଜୀବନଦର୍ଶନ ।

ପ୍ର –     ଶାନ୍ତନୁ କେଉଁ ରାଜ୍ୟର ରାଜା ଥିଲେ ?

ଉ - :   ହସ୍ତିନାପୁର ।

ପ୍ର –  ଶାନ୍ତନୁଙ୍କ ଦୁଇ ପୁତ୍ରଙ୍କ ନାମ କ’ଣ ?

ଉ - :   ଚିତ୍ରାଙ୍ଗନ ଓ ବିଚିତ୍ରାବୀର୍ଯ୍ୟ ।

ପ୍ର –  କେଉଁ ବ୍ୟକ୍ତି ମହାଭାରତ କାବ୍ୟର ପ୍ରତୀକ ରୂପର ଦଣ୍ଡାୟମାନ ?

ଉ - :   ଯୁଧିଷ୍ଟିର ।

କୁଇଜ୍-୪

ପ୍ର –  ମହାବୀର କିଏ ?

ଉ - :  ଜୈନଧର୍ମର ଚବିଶ ତୀର୍ଥଙ୍କର ବା ପ୍ରଚାରକ ।

ପ୍ର –  କାହାକୁ ‘ନଟପୁତ୍ର’ କୁହାଯାଉଥିଲା ?

ଉ - :  ବର୍ଦ୍ଧମାନ ମହାବୀରଙ୍କୁ ।

ପ୍ର –  ଜୈନଧର୍ମର ପ୍ରତିଷ୍ଠାତା କିଏ ଥିଲେ ?

ଉ - :  ଋଷଭ ଦେବ ।

ପ୍ର –  ପାର୍ଶ୍ଵନାଥ କିଏ ?

ଉ - :  ଜୈନ ଧର୍ମର ତ୍ରୟୋଦଶ  ତୀର୍ଥଙ୍କର ।

ପ୍ର –  କାହାକୁ ଏସିଆର ଆଲୋକ କୁହାଯାଏ ?

ଉ - :  ଗୌତମ ବୁଦ୍ଧଙ୍କୁ ।

ପ୍ର –  ବୌଦ୍ଧଧର୍ମର ସର୍ବଶ୍ରେଷ୍ଟ ପୃଷ୍ଟପୋଷକ କିଏ ?

ଉ - :   ଅଶୋକ ।

ପ୍ର –  କାହାକୁ ଭାରତର “ଲୁଥର” କୁହାଯାଏ ?

ଉ - :  ଗୌତମ ବୁଦ୍ଧଙ୍କୁ ।

ପ୍ର –  ଗୌତମୀ କିଏ?

ଉ - :  ଗୌତମ ବୁଦ୍ଧଙ୍କ ବିମାତା ।

ପ୍ର –  ଗୌତମ ବୁଦ୍ଧ କେବେ ଓ କେଉଁଠାରେ ଜନ୍ମ ଗ୍ରହଣ କରିଥିଲେ ?

ଉ - :  ଖ୍ରୀ. ପୂ. ୫୬୬ରେ କପିଳବାସ୍ତୁ ରାଜ୍ୟର ଲୁମ୍ବିନୀ ଉଦ୍ୟାନରେ ।

ପ୍ର –  ମୌର୍ଯ୍ୟ ବଂଶର ପ୍ରତିଷ୍ଟାତା କିଏ ?

ଉ - :  ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ।

ପ୍ର –  ବିନ୍ଦୁସାର କିଏ ?

ଉ - :  ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପୁତ୍ର ।

ପ୍ର –  ‘ଅମିତ୍ରଘାତ’ ନାମରେ କିଏ ପ୍ରାଚୀନ ଇତିହାସରେ ନାମିତ ?

ଉ - :  ବିନ୍ଦୁସାର ।

ପ୍ର –  ଅଶୋକ କିଏ ।

ଉ - : ଅଶୋକ  ବିନ୍ଦୁସାରଙ୍କ ପୁତ୍ର ତଥା  ମୌର୍ଯ୍ୟବଂଶର ତୃତୀୟ ନରପତି ।

ପ୍ର –  ଅଶୋକ କେବେ ସିଂହାସନ ଆରୋହଣ କରିଥିଲେ ?

ଉ - :  ଖ୍ରୀ. ପୂ.୨୭୩ ରେ ।

ପ୍ର –  ଅଶୋକ କେବେ କଳିଙ୍ଗ ଆକ୍ରମଣ କଲେ ?

ଉ - :  ଖ୍ରୀ. ପୂ.୨୬୧ ରେ ।

ପ୍ର –  କେଉଁଠାରେ କଳିଙ୍ଗ ଯୁଦ୍ଧ ସଂଘଟିତ ହୋଇଥିଲା ?

ଉ - :  ଦୟାନଦୀ କୂଳରେ ଧଉଳି ଠାରେ ।

ପ୍ର –  ଅଶୋକଙ୍କ କଳିଙ୍ଗ ଆକ୍ରମଣ ସମୟରେ କଳିଙ୍ଗ ରାଜ୍ୟ କେଉଁ ରାଜବଂଶ ଦ୍ଵାରା ଶାସିତ ହେଉଥିଲା ?

ଉ - :  ଐର ରାଜବଂଶ ଦ୍ଵାରା ।

ପ୍ର –   ଅଶୋକଙ୍କ ରାଜଧାନୀର ନାମ କ’ଣ ଥିଲା ?

ଉ - :  ପାଟଳୀପୁତ୍ର ।

ପ୍ର –   କାହାକୁ ‘ଦେବାନାଂ ପ୍ରିୟଦର୍ଶୀ ‘ ବୋଲି କୁହାଯାଉଥିଲା ?

ଉ - :  ଅଶୋକଙ୍କୁ ।

ପ୍ର –   କେଉଁମାନେ ସିଂହଳକୁ ଯାତ୍ରା କରି ବୌଦ୍ଧଧର୍ମ ପ୍ରଚାର କରିଥିଲେ ?

ଉ - :   ଅଶୋକଙ୍କ ପୁତ୍ର ମହେନ୍ଦ୍ର ଓ କନ୍ୟା ସଙ୍ଘମିତ୍ରା ।

ପ୍ର –   ଅଶୋକ କାହାଠାରୁ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ?

ଉ - :   ମଥୁରାର ଉପଗୁପ୍ତ ନାମକ ଜନୈକ ବୈଦ୍ଧ ଆଚାର୍ଯ୍ୟଙ୍କଠାରୁ ।

ପ୍ର –   ଅଶୋକ କେଉଁ ଭାଷାର ପୃଷ୍ଟପୋଷକତା କରିଥିଲେ ?

ଉ - :   ପାଲୀଭାଷାର ।

ପ୍ର –   ପଞ୍ଚତନ୍ତ୍ରର ରଚୟିତା କିଏ ?

ଉ - :   ବିଷ୍ଣୁଶର୍ମା ।

ପ୍ର –   ଅଶୋକ ତାଙ୍କ ରାଜତ୍ଵର କେତେତମ ବର୍ଷରେ କଳିଙ୍ଗ ଆକ୍ରମଣ କରିଥିଲେ ?

ଉ - :    ରାଜତ୍ଵର ଦ୍ଵାଦଶ ବର୍ଷରେ ।

ପ୍ର –    କଳିଙ୍ଗ ଯୁଦ୍ଧପରେ ଅଶୋକ କେଉଁ ‘ଶ୍ଳୋକ’ ରୁ କେଉଁ ‘ଶ୍ଳୋକ’ ରେ ପରିଣତ ହେଲେ ?

ଉ - :    ‘ଚଣ୍ଡାଶୋକରୁ’ ଧର୍ମାଶୋକରେ ପରିଣତ ହେଲେ ।

ପ୍ର –   ଅଶୋକ କେଉଁ ନୀତିର ପ୍ରବକ୍ତା ଥିଲେ ?

ଉ - :   ‘ଅହିଂସା ପରମ ଧର୍ମ’ ନୀତିର ପ୍ରବକ୍ତା ଥିଲେ ।

ପ୍ର –   ଆର୍ଯ୍ୟଭଟ୍ଟ କାହିଁକି ପ୍ରସିଦ୍ଧ ?

ଉ - :    ସେ ଗୁପ୍ତ ଯୁଗର ଗଣିତ ବିଶାରଦ ତଥା ଆର୍ଯ୍ୟସିଦ୍ଧାନ୍ତ, ଆର୍ଯ୍ୟଭଟ୍ଟାୟମ୍, ଓ ସୂର୍ଯ୍ୟସିଦ୍ଧାନ୍ତର ରଚୟିତା ।

ପ୍ର –   ଗୁପ୍ତ ଯୁଗର ପ୍ରତିଷ୍ଠାତା କିଏ ଥିଲେ ?

ଉ - :    ଶ୍ରୀଗୁପ୍ତ ।

ପ୍ର –    କେଉଁ  ଗୁପ୍ତ ସମ୍ରାଟ ‘କବିରାଜ’ ଉପାଧିରେ ଭୂଷିତ ହୋଇଥିଲେ ?

ଉ - :    ସମୁଦ୍ରଗୁପ୍ତ ।

ପ୍ର –    କେଉଁ ଗୁପ୍ତ ସମ୍ରାଟଙ୍କ ସମୟରେ ଅଶ୍ଵମେଧ ଯଜ୍ଞ ଅନୁଷ୍ଠିତ ହୋଇଥିଲା ?

ଉ - :   ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତ ।

ପ୍ର –    କାହାଙ୍କ ରାଜସଭାରେ ‘ନବରତ୍ନ’ ସ୍ଥାନ ପାଇଥିଲେ ?

ଉ - :   ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜସଭାରେ ।

ପ୍ର –    ନବରତ୍ନଙ୍କ ନାମ ଲେଖ ?

ଉ - :   ଧନ୍ଵନ୍ତରୀ, କ୍ଷପଣକ, ଅମରସିଂହ, ଶଙ୍କୁ, ବେତାଳଭଟ୍ଟ, ଘଟକର୍ପୁର, କାଳିଦାସ, ବରାହମିହିର ଓ ବରରୁଚି ।

ପ୍ର –    ବିଶୁଦ୍ଧ କଳଙ୍କବିହୀନ ଲୁହାରେ ନିର୍ମିତ ଲୌହ ସ୍ତମ୍ବ କେଉଁଠାରେ ଦେଖିବାକୁ ମିଳେ  ?

ଉ - :   ଦିଲ୍ଲୀ ନିକଟବର୍ତ୍ତୀ ମେହେରୁଲମଠାରେ ।

ପ୍ର –    କେଉଁ ବଂଶଙ୍କ ରାଜାଙ୍କ ଦ୍ଵାରା ମେହେରୁଲମ ଲୌହସ୍ତମ୍ବ ନିର୍ମିତ ହୋଇଥିଲା ?

ଉ - :   ଗୁପ୍ତବଂଶର ରାଜାଙ୍କ ଦ୍ଵାରା ।

ପ୍ର –    ଏଲୋରା ଓ ଅଜନ୍ତା କ’ ଣ ପାଇଁ ପ୍ରସିଦ୍ଧ ?

ଉ - :   ବୌଦ୍ଧଗୁମ୍ଫା ବା ଭିତ୍ତିଚିତ୍ର ପାଇଁ ।

ପ୍ର –    ଏଲୋରା ଓ ଅଜନ୍ତାର ବୌଦ୍ଧଗୁମ୍ଫା କେଉଁ ବଂଶର ରାଜାଙ୍କ ଦ୍ଵାରା ନିର୍ମିତ ହୋଇଥିଲା ?

ଉ - :   ଗୁପ୍ତବଂଶର ରାଜାଙ୍କ ଦ୍ଵାରା ।

ପ୍ର –    ରାଜା ମେଘବର୍ଣ୍ଣ କିଏ ?

ଉ - :   ସିଂହଳର ରାଜା ।

ପ୍ର –    କେଉଁ ଗୁପ୍ତସମ୍ରାଟଙ୍କୁ ନେପୋଲିୟନ ଆଖ୍ୟା ଦିଆଯାଇଥିଲା ?

ଉ - :   ସମୁଦ୍ରଗୁପ୍ତଙ୍କୁ ।

ପ୍ର –    କିଏ ସିଂହଳର ରାଜା ମେଘବର୍ଣ୍ଣଙ୍କୁ ବୁଦ୍ଧଗୟାଠାରେ ଏକ ବୌଦ୍ଧବିହାର ନିର୍ମାଣ କରିବାକୁ ଅନୁମତି ଦେଇଥିଲେ ?

ଉ - :   ସମୁଦ୍ରଗୁପ୍ତ ।

ପ୍ର –    ଗୁପ୍ତଯୁଗରେ ସତୀପ୍ରଥା ପ୍ରଚଳିତ ଥିଲା କି ?

ଉ - :   ହଁ ପ୍ରଚଳିତ ଥିଲା ।

ପ୍ର –    ଗୁପ୍ତଯୁଗରେ କେଉଁ ଧାତୁରେ ନିର୍ମିତ ମୁଦ୍ରା ପ୍ରଚଳିତ ହେଉଥିଲା ?

ଉ - :   ସୁନା, ରୂପା, ଓ ତମ୍ବା ଧାତୁରେ ନିର୍ମିତ ମୁଦ୍ରା ପ୍ରଚଳିତ ହେଉଥିଲା ।

କୁଇଜ୍-୫

ପ୍ର –    ପ୍ରାଚୀନ ଭାରତରେ କେଉଁ ଯୁଗକୁ ‘ସୁବର୍ଣ ଯୁଗ’ ବୋଲି କୁହାଯାଇଥାଏ ?

ଉ - :   ଗୁପ୍ତଯୁଗକୁ ।

ପ୍ର –    କେଉଁ ଯୁଗ ଥିଲା ‘ହିନ୍ଦୁ ଶାସନର ସୁବର୍ଣ ଯୁଗ’ ?

ଉ - :    ଗୁପ୍ତଯୁଗ ।

ପ୍ର –    କାହାଙ୍କ ରାଜତ୍ଵ କାଳରେ ହୁଏନ୍- ସାଂ ଭାରତ ପରିଭ୍ରମଣରେ ଆସିଥିଲେ ?

ଉ - :   ହର୍ଷବର୍ଦ୍ଧନଙ୍କ ରାଜତ୍ଵ କାଳରେ ।

ପ୍ର –  ହୁଏନ୍- ସାଂ କିଏ ?

ଉ - :    ଚୀନ ପରିବ୍ରାଜକ ।

ପ୍ର –  ପରିବ୍ରାଜକଙ୍କ  ମଧ୍ୟରେ ରାଜକୁମାର କାହାକୁ କୁହାଯାଏ ?

ଉ - :   ହୁଏନ୍- ସାଂଙ୍କୁ ।

ପ୍ର –  ହର୍ଷବର୍ଦ୍ଧନ କେଉଁ ବିଶ୍ଵ ବିଦ୍ୟାଳୟର ପୃଷ୍ଟପୋଷକ ଥିଲେ ?

ଉ - :   ନାଳନ୍ଦା ବିଶ୍ଵ ବିଦ୍ୟାଳୟ ।

ପ୍ର –  ହୁଏନ୍- ସାଂ କେତେ ବର୍ଷ ଭାରତରେ ଅବସ୍ଥାନ କରିଥିଲେ ?

ଉ - :   ୧୪ ବର୍ଷ ।

ପ୍ର –  କିଏ ପ୍ରାଚୀନ ହିନ୍ଦୁ ଭାରତର ଶେଷ ସୁବିଖ୍ୟାତ ସମ୍ରାଟ ଥିଲେ ?

ଉ - :   ହର୍ଷବର୍ଦ୍ଧନ ।

ପ୍ର –  ଖାରବେଳ କେଉଁ ବର୍ଷର ନରପତି ଥିଲେ ?

ଉ - :   ଦେବୀ ବଂଶର ।

ପ୍ର –   ଦେବୀବଂଶର ପ୍ରଥମ ନରପତି କିଏ ଥିଲେ ?

ଉ - :   ମହାମେଘବାହନ ।

ପ୍ର –   ହାତୀଗୁମ୍ଫା ଅଭିଲେଖର ଲିପି କ’ ଣ ଥିଲା ?

ଉ - :   ବ୍ରାହ୍ମୀ ଲିପି ।

ପ୍ର –   ଖାରବେଳ କେଉଁ ଧର୍ମକୁ ଲୋକପ୍ରିୟ କରିପାରିଥିଲେ ?

ଉ - :   ଜୈନଧର୍ମକୁ ।

ପ୍ର –   ହାତିଗୁମ୍ଫା ସିଳାଲେଖା କେଉଁଠାରେ ?

ଉ - :   ଭୁବନେଶ୍ବର ନିକଟସ୍ଥ ଉଦୟଗିରି ପାହାଡରେ ।

ପ୍ର –   ହାତିଗୁମ୍ଫା ସିଳାଲେଖା ଭାଷା କଣ ଥିଲା ?

ଉ - :   ପ୍ରାକୃତ ଭାଷା ।

ପ୍ର –   ଐର ଶବ୍ଦର ଅର୍ଥ କଣ ?

ଉ - :   ଆର୍ଯ୍ୟ ।

ପ୍ର –   ହାତିଗୁମ୍ଫା ସିଳାଲେଖାରେ କେତୋଟି ଧାଡି ରହିଛି ?

ଉ - :   ସର୍ବମୋଟ ୧୭ ଟି ଧାଡି ।

ପ୍ର –   କେବେ ହାତିଗୁମ୍ଫା ସିଳାଲିପି ଆବିଷ୍କୃତ ହୋଇଥିଲା ?

ଉ - :   ୧୮୨୦ ଖ୍ରୀ. ଅ. ରେ ।

ପ୍ର –    କାହାକୁ କୁମାରୀ ପର୍ବତ କୁହାଯାଇଥିଲା ?

ଉ - :   ଉଦୟଗିରି ପାହାଡକୁ ।

ପ୍ର –    ଖାରବେଳ କେତେ ବର୍ଷ ରାଜତ୍ଵ କରିଥିବାର ପ୍ରମାଣ ହାତୀଗୁମ୍ଫାରେ ରହିଛି ?

ଉ - :   ୧୩ ବର୍ଷ ।

ପ୍ର –     ଖାରବେଳ ଖଣ୍ଡଗିରି  ଓ ଉଦୟଗିରିରେ କେତୋଟି ଗୁମ୍ଫା ନିର୍ମାଣ କରିଥିଲେ ?

ଉ - :   ୧୧୭ ଟି ।

ପ୍ର –     କୁମାର ପର୍ବତ କାହାକୁ କୁହାଯାଉଥିଲା ?

ଉ - :   ଖଣ୍ଡଗିରି  ପାହାଡକୁ ।

ପ୍ର –     ପ୍ରାଚୀନ କଳିଙ୍ଗର ଐତିହାସିକ ରାଜା କିଏ ଥିଲେ ?

ଉ - :   ଖାରବେଳ ।

ପ୍ର –     ଦେବୀବଂଶର ସମ୍ରାଟମାନେ କେଉଁ ଉପାଧିରେ ଭୂଷିତ ଥିଲେ ?

ଉ - :   ମହାମେଘବାହନ ।

ପ୍ର –     କନିଷ୍ଟ କେଉଁ ଧର୍ମର ପୃଷ୍ଟପୋଷକ ଥିଲେ ?

ଉ - :    ବୌଦ୍ଧଧର୍ମର ।

ପ୍ର –     ମହମ୍ମଦ ଘେରି ଗୁଜୁରାଟର କେଉଁ ବଂଶର କେଉଁ ରାଜାଙ୍କ ଦ୍ଵାରା ପରାସ୍ତ ହୋଇଥିଲେ ?

ଉ - :    ଗୁଜୁରାଟର ବାଘେଲ ବଂଶର ରାଜା ଭୀମଙ୍କ ଦ୍ଵାରା ।

ପ୍ର –   ମହମ୍ମଦ ଘେରିଙ୍କ ଭାରତ ଆକ୍ରମଣ ସମୟରେ ଆଜମିରର ଶାସନ କିଏ ଥିଲେ ?

ଉ - :    ପୃଥୀରାଜ ଚୌହାନ ।

ପ୍ର –   କେଉଁ ତିନୋଟି ଭାଷା ମିଶ୍ରଣରେ ଉର୍ଦୁ ଭାଷା ସୃଷ୍ଟି ?

ଉ - :    ହିନ୍ଦୀ, ପାରସିକ ଓ ଆରବୀ ।

ପ୍ର –   ‘ସାବ-ଇ-ବାରାତ’ କ’ ଣ ?

ଉ - :    ହିନ୍ଦୁ ମାନଙ୍କର ଶିବରାତ୍ରି ଭଳି ପାଳନ ହେଉଥିବା ମୁସଲମାନମାନଙ୍କର ଏକ ଉତ୍ସବ ।

ପ୍ର –   ‘ଜବାନ-ଇ-ହିନ୍ଦବି’  କ’ ଣ ?

ଉ - :   ଉର୍ଦୁଭାଷା ପ୍ରଥମେ  ‘ଜବାନ-ଇ-ହିନ୍ଦବି’ ନାମରେ ଖ୍ୟାତ ଥିଲା ।

ପ୍ର –   ଶିଖ ଧର୍ମର ପ୍ରତିଷ୍ଟାତା କିଏ ଥିଲେ ?

ଉ - :   ନାନକ ।

ପ୍ର –   ନାନାକଙ୍କ ପରମ ଶିଷ୍ୟ କିଏ ଥିଲେ ?

ଉ - :   ମର୍ଦ୍ଦନା ।

ପ୍ର –     ‘ଶିଖ’ ଶବ୍ଦର ଅର୍ଥ କଣ ?

ଉ - :    ଶିଷ୍ୟ ।

ପ୍ର –     ଶିଖ ମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥର ନାମ କ’ଣ ?

ଉ - :    ଗ୍ରନ୍ଥସାହେବ ବା ଆଦିଗ୍ରନ୍ଥ ।

ପ୍ର –     ଚୈତନ୍ୟ କେଉଁ ଧର୍ମର ପ୍ରଚାରକ ଥିଲେ ?

ଉ - :    ବୈଷ୍ଣବ ଧର୍ମ ।

ପ୍ର –     ଚୈତନ୍ୟ କେଉଁ ଠାରେ ଜନ୍ମ ଗ୍ରହଣ କରିଥିଲେ ?

ଉ - :    ନବଦ୍ଵୀପ ବା ନଦିଆଠାରେ ।

ପ୍ର –     ଓଡିଶାର କେଉଁ ରାଜା ଚୈତନ୍ୟଙ୍କ ପୃଷ୍ଟପୋଷକତା କରିଥିଲେ ?

ଉ - :    ପ୍ରତାପରୁଦ୍ର ଦେବ ।

ପ୍ର –     କେଉଁ ଭକ୍ତକବି ଅତିବଡୀ ଉପାଧି ପାଇଥିଲେ ?

ଉ - :    ଭକ୍ତକବି ଜଗନ୍ନାଥ ଦାସ ।

ପ୍ର –     କିଏ ଜଗନ୍ନାଥ ଦାସଙ୍କୁ ଅତିବଡୀ ଉପାଧି ପ୍ରଦାନ କରିଥିଲେ ?

ଉ - :    ଶ୍ରୀଚୈତନ୍ୟ ।

ପ୍ର –    ଶ୍ରୀଚୈତନ୍ୟ କେବେ ଓ କେଉଁଠାରେ ମୃତ୍ୟୁବରଣ  କରିଥିଲେ ?

ଉ - :    ୧୫୩୩ ଖ୍ରୀ.ଅ: ରେ ପୁରୀଠାରେ ।

ପ୍ର –    ରାମାନୁଜ କିଏ ଥିଲେ ?

ଉ - :    ଭକ୍ତି ଧର୍ମର ଜଣେ ବରିଷ୍ଟ ପ୍ରବକ୍ତା ।

ପ୍ର –    ରାମାନଦ କିଏ ?

ଉ - :     ଭକ୍ତି ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ଓ ରାମାନୁଜଙ୍କ ପ୍ରଧାନ ଶିଷ୍ୟ ।

ପ୍ର –    ଶିଖଧର୍ମର ମୁଖ୍ୟ କେନ୍ଦ୍ର କେଉଁଠି ?

ଉ - :     ଅମୃତସରର ସ୍ଵର୍ଣମନ୍ଦିର ।

ପ୍ର –    କିଏ ଓ କେଉଁଠି ସ୍ଵର୍ଣମନ୍ଦିର ନିର୍ମାଣ କରିଥିଲେ ?

ଉ - :     ଚତୁର୍ଥ ଶିଖ ଗୁରୁ ରାମଦାସ ଅମୃତସର ସହରରେ  ପ୍ରସିଦ୍ଧ ସ୍ଵର୍ଣମନ୍ଦିର ନିର୍ମାଣ କରିଥିଲେ ।

ପ୍ର –    ଓଡିଆ ଭାଗବତ କାହାଦ୍ଵାରା ରଚିତ ?

ଉ - :     ଜଗନ୍ନାଥ ଦାସଙ୍କ ଦ୍ଵାରା ରଚିତ ।

ପ୍ର –    ପଞ୍ଚସଖା ନାମରେ କଥିତ ୫ଜଣ ସୁପ୍ରସିଦ୍ଧ କବିଙ୍କର ନାମ ଲେଖ ?

ଉ - :     ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ,ଯଶୋବନ୍ତ ଦାସ,ଓ ଅନନ୍ତ ଦାସ ।

କୁଇଜ୍-୬

ପ୍ର –    କିଏ ଭାରତର ମୋଗଲ ବଂଶ ପ୍ରତିଷ୍ଟା କରିଥିଲେ ?

ଉ - :     ବାବର ।

ପ୍ର –    ବାବର ପ୍ରତିଷ୍ଟା କରିଥିବା ସାମ୍ରାଜ୍ୟକୁ କ’ଣ କୁହାଯାଏ ?

ଉ - :     ମୋଗଲ ସାମ୍ରାଜ୍ୟ ।

ପ୍ର –   ମୋଗଲ ବଂଶ ଭାରତରେ କେତେ ବର୍ଷ ଶାସନ କରିଥିଲେ ?

ଉ - :     ୨୦୦ବର୍ଷ ଧରି ।

ପ୍ର –   ବାବରଙ୍କ ପୁରାନାମ କ’ଣ  ଥିଲା ?

ଉ - :     ଜହିରୁଦ୍ଦିନ ମହମ୍ମଦ ବାବର ।

ପ୍ର –   ବାବରଙ୍କ ଆକ୍ରମଣ ସମୟରେ ଦିଲ୍ଲୀରେ କେଉଁ ବଂଶର ଶାସନ ଚାଲିଥିଲା ?

ଉ - :     ଲୋଦୀ ବଂଶର ଶାସନ ଚାଲିଥିଲା ।

ପ୍ର –   ପ୍ରଥମ ପାନିପଥ ଯୁଦ୍ଧ କେବେ ଓ କାହା କାହା ମଧ୍ୟରେ ସଂଘଟିତ ହୋଇଥିଲା ?

ଉ - :     ୧୫୨୬ ଖ୍ରୀ. ଅ: ଏପ୍ରିଲ ୨୧ ତାରିଖ ଦିନ ଇବ୍ରାହିମ ଲୋଦୀ ଓ ବାବରଙ୍କ ମଧ୍ୟରେ ।

ପ୍ର –   ଦିଲ୍ଲୀଠାରୁ ପାନିପଥର ଦୂରତା କେତେ ଥିଲା ?

ଉ - :     ୭୦ କିଲୋମିଟର ।

ପ୍ର –   କାହାକୁ ‘ଉଦ୍ୟାନ ରାଜପୁତ୍ର’ ର ଆଖ୍ୟା ଦିଆଯାଉଥିଲା ?

ଉ - :     ବାବରଙ୍କୁ ।

ପ୍ର –   ହୁମାୟୁନ କିଏ ?

ଉ - :     ବାବରଙ୍କ ଜ୍ୟେଷ୍ଟ ପୁତ୍ର ।

ପ୍ର –   ବାବରଙ୍କ ରଚିତ ଆତ୍ମଚରିତ ପୁସ୍ତକ କେଉଁ ଭାଷାରେ ଲିଖିତ ହୋଇଥିଲା ?

ଉ - :     ତୁର୍କ ଭାଷାରେ ।

ପ୍ର –   ବାବରଙ୍କ ସାମରିକ ଅଭିଯାନର ଶେଷପର୍ଯ୍ୟାୟ  କ’ଣ ?

ଉ - :     ଘର୍ଘରା ଯୁଦ୍ଧ ।

ପ୍ର –   ଘର୍ଘରା କେଉଁଠି ?

ଉ - :     ପାଟନା  ନିକଟବର୍ତ୍ତୀ ଗୋଗ୍ରା ନଦୀ କୂଳରେ ।

ପ୍ର –   କେବେ ଓ କାହା କାହା ମଧ୍ୟରେ ଘର୍ଘରା ଯୁଦ୍ଧ ସଂଗଠିତ ହୋଇଥିଲା ?

ଉ - :     ୧୫୨୯ ଖ୍ରୀ:ଅ: ରେ, ନୁସରତ ଶାହା ଓ ମାହାମୁଦ ଲୋଦୀଙ୍କ ସହିତ ବାବରଙ୍କର ଗୋଗ୍ରା ନଦୀ କୂଳରେ ଏକ ଯୁଦ୍ଧ ସଂଗଠିତ ହୋଇଥିଲା ।

ପ୍ର –   ହୁମାୟୁନଙ୍କ ପୁତ୍ରସନ୍ତାନର ନାମ କ’ ଣ ଥିଲା ?

ଉ - :     ଆକବର ।

ପ୍ର –   ଭାରତରେ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଟାତା କିଏ ?

ଉ - :     ବାବର ।

ପ୍ର –   ମୋଗଲ ଇତିହାସରେ କାହାର ରାଜତ୍ଵ ଦୁର୍ଭାଗ୍ୟ ବିଜଡିତ ଅଧ୍ୟାୟ ଥିଲା ?

ଉ - :   ହୁମାୟୁନଙ୍କ ରାଜତ୍ଵ  ।

ପ୍ର –   ଆକବର କେବେ ସିଂହାସନ ଆରୋହଣ କରିଥିଲେ ?

ଉ - :   ୧୫୫୬  ଖ୍ରୀ:ଅ: ରେ ।

ପ୍ର –   ‘ବାବରନାମା’ କ’ଣ ?

ଉ - :   ବାବରଙ୍କ ଦ୍ଵାରା ରଚିତ ଆତ୍ମଚରିତ ।

ପ୍ର –   ନୁରଜାହାନ କିଏ ?

ଉ - :   ଜାହାଙ୍ଗୀରଙ୍କ ପତ୍ନୀ ।

ପ୍ର –   ଜାହାଙ୍ଗୀର କିଏ ?

ଉ - :   ଆକବରଙ୍କ ପ୍ରଥମ ରାଣୀ ବିହାରିମଲ୍ଲଙ୍କ କନ୍ୟାଗର୍ଭରୁ ଜନ୍ମିତପୁତ୍ର ।

ପ୍ର –   କାହାଙ୍କ ରାଜତ୍ଵ କାଳରୁ ମୋଗଲ ଇତିହାସରେ ‘ସୁବର୍ଣଯୁଗ’ ବୋଲି କୁହାଯାଇଥାଏ ?

ଉ - :   ଶାହାଜାହାନଙ୍କ ରାଜତ୍ଵ କାଳକୁ ।

ପ୍ର –  ଶାହାଜାହାନ ଜାହାଙ୍ଗୀରଙ୍କର କେତେତମ ପୁତ୍ର ଥିଲେ ?

ଉ - :   ଜାହାଙ୍ଗୀରଙ୍କର ତୃତୀୟ ପୁତ୍ର ଥିଲେ ।

ପ୍ର –  ଲାଲ ଖାଁ କିଏ ?

ଉ - :   ବିଶ୍ଵବିଖ୍ୟାତ ସଙ୍ଗୀତଜ୍ଞ ତାନସେନଙ୍କ ଜାମାତା ।

ପ୍ର –  ଶାହାଜାହାନଙ୍କ ଯୁଗର ସର୍ବଶ୍ରେଷ୍ଟ କୀର୍ତ୍ତି କ’ ଣ ?

ଉ - :   ତାଜମହଲ ।

ପ୍ର –  ତାଜମହଲ କେଉଁଠି ଅବସ୍ଥିତ ?

ଉ - :   ଆଗ୍ରାଠାରେ ।

ପ୍ର –  ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ ?

ଉ - :    ଯମୁନା ନଦୀ କୂଳରେ ।

ପ୍ର –  ତାଜମହଲ ଗଠନ ଶୈଳୀ କେଉଁ ଶିଳ୍ପୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା ?

ଉ - :     ବିଶିଷ୍ଟ ଶିଳ୍ପୀ ଉସ୍ତାଦ ମହମ୍ମଦ ଲାହୋରୀଙ୍କ  ଦ୍ଵାରା ।

ପ୍ର –  ତାଜମହଲ କାହିଁକି ଓ କାହାଦ୍ଵାରା ନିର୍ମିତ ହୋଇଥିଲା ?

ଉ - :     ଶାହାଜାହାନ ନିଜର ପ୍ରିୟତମା ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିଙ୍କୁ ଜୀବନ୍ତ ରଖିବା ପାଇଁ ଆଗ୍ରାର ଯମୁନା ନଦୀ କୂଳରେ ଏହି ବିଶ୍ଵ ମନୋରମ ଓ ଅଦ୍ଵିତୀୟ କୃତି ସମାଧି ନିର୍ମାଣ କରିଥିଲେ ।

ପ୍ର –  ତାଜମହଲ କ’ ଣ ଥିଲା ?

ଉ - :    ଏକ ସ୍ରୁତି ସମାଧି ବା ସମାଧି ସୌଧ ଥିଲା ।

ପ୍ର –  ତାଜମହଲର ଲମ୍ବ ଓ ପ୍ରସ୍ଥ କେତେ ଥିଲା ?

ଉ - :   ୧୯୦୦ ଫୁଟ ଲମ୍ବ ଓ ୧୦୦୦ ଫୁଟ ପ୍ରସ୍ଥ ।

ପ୍ର –  ତାଜମହଲ ନିର୍ମାଣରେ କେତେ ଟଙ୍କା ବ୍ୟୟିତ ହୋଇଥିବାର ଜଣାଯାଏ ।

ଉ - :   ତିନିକୋଟି ଟଙ୍କା ।

ପ୍ର –   ତାଜମହଲ ନିର୍ମାଣରେ କେତେ ପ୍ରକାର ପ୍ରସ୍ତର ବ୍ୟବହ୍ରୁତ ହୋଇଥିଲା ?

ଉ - :   ଧଳା ମାର୍ବଲ ବ୍ୟତୀତ ପ୍ରାୟ ୨୦ ପ୍ରକାର ପ୍ରସ୍ତର ବ୍ୟବହ୍ରୁତ ହୋଇଥିଲା ।

ପ୍ର –   କାହାକୁ  ମାର୍ବଲର ସ୍ଵପ୍ନ ବୋଲି କୁହାଯାଏ ?

ଉ - :  ତାଜମହଲକୁ ।

ପ୍ର –   ତାଜମହଲ କେବେ ଆରମ୍ଭ ହୋଇ କେବେ ଶେଷ ହୋଇଥିଲା ?

ଉ - :  ୧୬୩୧ ଖ୍ରୀ:ଅ:ରେ ଆରମ୍ଭ ହୋଇ ୧୬୫୩ ଖ୍ରୀ:ଅ:ରେ ଶେଷ ହୋଇଥିଲା । (ଦୀର୍ଘ ୨୨ ବର୍ଷ)

ପ୍ର –   କେଉଁ ମସଜିଦ୍ ଭାରତର ସର୍ବବୃହତ୍  ମସଜିଦ୍ ରୂପେ ଖ୍ୟାତ ।

ଉ - :  ଜୁମା ମସଜିଦ୍ ।

ପ୍ର –   ମୋତି ମସଜିଦ୍ ଓ ଜୁମା ମସଜିଦ୍ ଯଥାକ୍ରମେ କେଉଁଠି ଅବସ୍ଥିତ ?

ଉ - :  ଆଗ୍ରା ଓ ଦିଲ୍ଲୀଠାରେ ।

କୁଇଜ୍-

ପ୍ର –   ମୋଗଲ ସମ୍ରାଟମାନଙ୍କ ମଧ୍ୟରେ ସର୍ବ ବୃହତ୍ତମ ସାମ୍ରାଜ୍ୟ କେଉଁ ସମ୍ରାଟ୍ ସ୍ଥାପନା କରିଥିଲେ ?

ଉ - :  ଆଉରଙ୍ଗଜେବ ।

ପ୍ର –   କେଉଁ ମୋଗଲ ସମ୍ରାଟ୍ ଆଦେଶନାମା ଜାରି କରି ଜିଜିୟା କର ଓ ତୀର୍ଥକର ପୁନଃ ପ୍ରଚଳନ କରିଥିଲେ ?

ଉ - :  ଆଉରଙ୍ଗଜେବ ।

ପ୍ର –   ତେଗବାହାଦୁର କିଏ ଥିଲେ ?

ଉ - :  ଶିଖମାନଙ୍କର ଧର୍ମଗୁରୁ ।

ପ୍ର –   ଦଶମ ଗୁରୁ ଗୋବିନ୍ଦ ସିଂହ କିଏ ?

ଉ - :  ତେଗବାହାଦୁରଙ୍କ ପୁତ୍ର ।

ପ୍ର –   ଆଉରଙ୍ଗଜେବ କେଉଁ ସମ୍ପ୍ରଦାୟର ମୁସଲମାନ ଥିଲେ ?

ଉ - :  ସୁନ୍ନି ସମ୍ପ୍ରଦାୟର ।

ପ୍ର –   ଦୀର୍ଘ କେତେ ବର୍ଷ ପରେ ଆଉରଙ୍ଗଜେବ ଦାକ୍ଷିଣାତ୍ୟରେ ବ୍ୟସ୍ତ ଥିଲେ ?

ଉ - :  ୨୬ ବର୍ଷ ।

ପ୍ର –   କିଏ, କେଉଁ ମାନଙ୍କୁ ‘ଜାଫିର’ ବୋଲି କହୁଥିଲେ ?

ଉ - :  ଆଉରଙ୍ଗଜେବ ସୁନ୍ନି ସମ୍ପ୍ରଦାୟର ମୁସଲମାନ ବ୍ୟତୀତ ସମସ୍ତଙ୍କୁ  ‘ଜାଫିର’ ବୋଲି କହୁଥିଲେ ।

ପ୍ର –    ‘ଜାଫିର’ ଶବ୍ଦର ଅର୍ଥ କ’ ଣ ?

ଉ - :  ଧର୍ମଦ୍ରୋହୀ ।

ପ୍ର –    ଶିବାଜୀ ଜନ୍ମଗ୍ରହଣ କରିଥିବା ଗିରିଦୁର୍ଗର ନାମ କ’ ଣ ଥିଲା ?

ଉ - :  ଶିବନର ।

ପ୍ର –    ଶିବନର ଗିରିଦୁର୍ଗ କେଉଁଠାରେ ଅବସ୍ଥିତ ?

ଉ - :  ମହାରାଷ୍ଟ ରାଜ୍ୟର ପୁନା ଜିଲ୍ଲାରେ ।

ପ୍ର –    କିଏ ଛତ୍ରପତି ଉପାଧିରେ ଭୂଷିତ ହୋଇଥିଲେ ?

ଉ - :  ଶିବାଜୀ ।

ପ୍ର –    ଛତ୍ରପତି ଅର୍ଥ କଣ ?

ଉ - :  ରାଜାମାନଙ୍କର ରାଜା ।

ପ୍ର –    ଶିବାଜୀଙ୍କ ମାତା କିଏ ଥିଲେ ?

ଉ - :  ଜୀଜାବାଇ ।

ପ୍ର –  କେଉଁ ପାରସ୍ୟ ରାଜା ୧୭୩୯ ଖ୍ରୀ:ଅ: ରେ ଭାରତ ଆକ୍ରମଣ କରିଥିଲେ ?

ଉ - :  ନାଦିରଶାହା ।

ପ୍ର –  ଶାହାଜାହାନଙ୍କ ବିଖ୍ୟାତ ମୟୂର ସିଂହାସନ ଓ କୋହିନୁର ହୀରା କିଏ ନେଇଗଲେ ?

ଉ - :  ନାଦିରଶାହା ।

ପ୍ର –  ମୋଗଲ ଯୁଗର ଶ୍ରେଷ୍ଟ ନିର୍ମାତା କିଏ ?

ଉ - :  ଶାହାଜାହାନ ।

ପ୍ର –  ମୁସଲମାନମାନଙ୍କର ପର୍ବର ନାମ କୁହ ?

ଉ - :  ରମଜାନ,ମହରମ,ଇଦୁଲଫିତର,ଓ ଇଦୁଲଜୁହା ।

ପ୍ର –  ମୁସଲମାନ ସମାଜକୁ କେଉଁ ପ୍ରଥା କଳଙ୍କିତ କରୁଥିଲା ?

ଉ - :  ଦାସପ୍ରଥା ।

ପ୍ର –  ନୁରଜାହାନ ନିର୍ମାଣ କରିଥିବା କବରଟିର ନାମ କ’ ଣ ?

ଉ - :  ଇତମୁଦୌଲା କବର ।

ପ୍ର –  ସାସାରାମଠାରେ କାହାର ସମାଧି ସ୍ତୂପ ନିର୍ମାଣ କରାଯାଇଛି ?

ଉ - :  ସେରଶାହାଙ୍କର ।

ପ୍ର –  ଦାଖିଣାତ୍ୟ  ବିଜୟକୁ ସ୍ମରଣ ରଖିବା ପାଇଁ ଆକବର କେଉଁ ଫାଟକ ନିର୍ମାଣ କରିଥିଲେ ?

ଉ - :  ବୁଲନ୍ଦ ଦରୱାଜା (ଫତେପୁର ସିକ୍ରିଠାରେ) ।

ପ୍ର –  ହିନ୍ଦୁମାନଙ୍କ ମଧ୍ୟରୁ କିଏ ଦିନ୍-ଇ-ଇଲାହୀ ଧର୍ମ ଗ୍ରହଣ କରିଥିଲେ ?

ଉ - :  ବୀରବଲ ।

କୁଇଜ – ୮

ପ୍ରଶ୍ନ :- ଭାରତର ମୁଖ୍ୟ ବନ୍ଦରଗୁଡିକ କେଉଁ ରାଜ୍ୟ ଓ ସାଗରରେ ଅବସ୍ଥିତ ?

ଉତ୍ତର :-

ବନ୍ଦର

ରାଜ୍ୟ

ସାଗର

୧.

ଗୋପାଳପୁର

ଓଡିଶା

ବଙ୍ଗୋପସାଗର

୨.

ପାରାଦ୍ଵୀପ

ଓଡିଶା

ବଙ୍ଗୋପସାଗର

୩.

ଚାନ୍ଦିପୁର

ଓଡିଶା

ବଙ୍ଗୋପସାଗର

୪.

କୋଚିନ

କେରଳ

ଆରବସାଗର

୫.

ବିଶାଖାପାଟଣା

ଆନ୍ଧ୍ରପ୍ରଦେଶ

ବଙ୍ଗୋପସାଗର

୬.

ଚେନ୍ନାଇ

ତାମିଲନାଡୁ

ବଙ୍ଗୋପସାଗର

୭.

ମୁମ୍ବାଇ

ମହାରାଷ୍ଟ୍ର

ଆରବସାଗର

୮.

କାଣ୍ଡାଲା

ଗୁଜୁରାଟ

ଆରବସାଗର

୯.

ମାରାମାଗୋଆ

ଗୋଆ

ଆରବସାଗର

 

କୁଇଜ – ୯

ପ୍ରଶ୍ନ :- ଭାରତର ପ୍ରଥମ ଓ ଶ୍ରେଷ୍ଟ କିଏ ?

ଉତ୍ତର :-

୧ . ପ୍ରଥମ ରାଷ୍ଟ୍ରପତି  - ଡକ୍ଟର ରାଜେନ୍ଦ୍ର ପ୍ରସାଦ ।

୨ . ପ୍ରଥମ ପ୍ରଧାନମନ୍ତ୍ରୀ – ପଣ୍ଡିତ ଜବାହାରଲାଲ ନେହେରୁ ।

୩ . ପ୍ରଥମ ଉପପ୍ରଧାନମନ୍ତ୍ରୀ – ସର୍ଦ୍ଦାର ବହ୍ଲବଭାଇ ପଟେଲ ।

୪ . ପ୍ରଥମ ଭାରତୀୟ ବଡଲାଟ୍ – ଶ୍ରୀ ଚକ୍ରବର୍ତ୍ତୀ ରାଜଗୋପାଳ ଚାରୀ ।

୫ . ପ୍ରଥମ ବାଚସ୍ପତି – ଶ୍ରୀ ବି. ଭି. ମାର୍ଭଲଙ୍କର ।

୬ . ପ୍ରଥମ ଜାତୀୟ କଂଗ୍ରେସ ସଭାପତି – ଶ୍ରୀ ରମେଶ ଚନ୍ଦ୍ର ବାନାର୍ଜୀ ।

୭ .  ପ୍ରଥମ ଗଭର୍ଣର ଜେନରାଲ – ଲର୍ଡ ୱାରେନ୍ ହେଷ୍ଟିଂସ ।

୮ .  ପ୍ରଥମ ଭାରତୀୟ ମହିଳା ପ୍ରଧାନ ମନ୍ତ୍ରୀ – ଇନ୍ଦିରା ଗାନ୍ଧୀ ।

୯ . ପ୍ରଥମ ନୋବେଲ ପୁରସ୍କାର ବିଜେତା – ରବୀନ୍ଦ୍ର ନାଥ ଠାକୁର ।

୧୦ . ପ୍ରଥମ ମହିଳା ମନ୍ତ୍ରୀ – ରାଜକୁମାରୀ ଅମୃତା କାଉଁର ।

୧୧ . ପ୍ରଥମ ଭାଇସରାୟ – ଲର୍ଡ କ୍ୟାନିଂ ।

୧୨ .  ପ୍ରଥମ ଆ.ଇ.ସି.ଏସ୍. – ସତ୍ୟେନ୍ଦ୍ର ନାଟ ଠାକୁର ।

୧୩ .  ପ୍ରଥମ ମହିଳା ରାଜ୍ୟପାଳ – ସରୋଜିନୀ ନାଇଡୂ ।

୧୪ . ଶ୍ରେଷ୍ଟ ମରୁଭୁମି – ଥର ।

୧୫ . ଶ୍ରେଷ୍ଟ ବନ୍ଦର – ମୁମ୍ବାଇ ।

୧୬ . ଶ୍ରେଷ୍ଟ ଗୁମ୍ଫା – ଏଲୋରା ।

୧୭ .  ଶ୍ରେଷ୍ଟ ଫାଟକ – ବୁଲନ୍ଦ ଦରୱାଜା ।

୧୮ . ଶ୍ରେଷ୍ଟ ସ୍ତମ୍ବ – କୁତବମିନାର ।

୧୯ . ପ୍ରଥମ ମହାକାଶ ଯାତ୍ରୀ – ରାକେଶ ଶର୍ମା ।

୨୦ . ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ଶ୍ରୀମତୀ ସୁଚେତା କୃପାଳିନୀ ।

କୁଇଜ – ୧୦

ପ୍ରଶ୍ନ : ଭାରତର ବିଭିନ୍ନ ପଦପଦବୀରେ ପ୍ରଥମ ନାରୀ

ଉତ୍ତର :-

୧ . ପ୍ରଥମ ଦିଲ୍ଲୀ ସିଂହାସନ ଅଧୀଶ୍ଵରୀ ନାରୀ – ରେଜିୟା ବେଗମ ।

୨ . ପ୍ରଥମ ନାରୀ ପ୍ରଧାନମନ୍ତ୍ରୀ – ଇନ୍ଦିରା ଗାନ୍ଧୀ ।

୩ . ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ – ସୁଚେତା କୃପାଳିନୀ ।

୪ . ପ୍ରଥମ ଜାତିସଂଘର ସଭାପତି – ବିଜୟଲକ୍ଷ୍ମୀ ପଣ୍ଡିତ ।

୫ . ପ୍ରଥମ ରାଷ୍ଟ୍ରଦୁତ – ସି. ବି. ମୁଥାମ୍ମା ।

୬ . ପ୍ରଥମ ଓକିଲ – ସୁଧାଂଶୁବାଲା ହାଜରା ।

୭ . ପ୍ରଥମ ସାମୁଦ୍ରିକ ଇଞ୍ଜିନିୟର – ସୋଲାନା ବାନାର୍ଜୀ ।

୮ . ପ୍ରଥମ ସୁପ୍ରିମକୋର୍ଟ ବିଚାରପତି – ମିର ସାହିବ ଫତିମା ବିବି ।

୯ .  ପ୍ରଥମ ବ୍ୟାଙ୍କ ମ୍ୟାନେଜର – ସାନ୍ତା କୁମାରୀ ।

୧୦ . ପ୍ରଥମ ଏମ୍.ଏ ଉପାଧିଧାରୀ – ଚନ୍ଦ୍ରମୁଖୀ ବୋଷ ।

୧୧ . ପ୍ରଥମ ରାଜ୍ୟପାଳ – ସରୋଜିନୀ ନାଇଡୂ ।

୧୨ .  ପ୍ରଥମ କଂଗ୍ରେସ ସଭାପତି – ଆଣି ବେସାନ୍ତ ।

୧୩ .  ପ୍ରଥମ ବିଶ୍ଵସୁନ୍ଦରୀ – ରୀତା ପରିଆ ।

୧୪ .  ପ୍ରଥମ ଡାକ୍ତର – କାଦମ୍ବିନୀ ଠାକୁର ।

୧୫ .  ପ୍ରଥମ ଏଭାରେଷ୍ଟ ସୃଙ୍ଘ ବିଜେତା – ବଛେନ୍ଦ୍ର ପାଲ ।

କୁଇଜ – ୧୧

ପ୍ରଶ୍ନ : କାହାକୁ କୁହାଯାଏ ?

ଉତ୍ତର :-

୧ . ଏସିଆର ଆଲୋକ – ଗୌତମ ବୁଦ୍ଧ ।

୨ . ଭାରତର ନେପୋଲିୟନ – ସମୁଦ୍ରଗୁପ୍ତ ।

୩ . କୁଳଗୁରୁ ବୁଦ୍ଧ – ଦାଦାଭାଇ ନାଓରାଜୀ ।

୪ . ବାପୁଜୀ ବା ମହାତ୍ମା – ମୋହନଦାସ କରମ ଚାନ୍ଦ ଗାନ୍ଧୀ ।

୫ . ଆନ୍ଧ୍ରକେସରୀ – ଟି. ପ୍ରକାଶମ ।

୬ . ପଲ୍ଲି କବି – ନନ୍ଦକିଶୋର ବଳ ।

୭ . କାବିସମ୍ରାଟ୍ – ଉପେନ୍ଦ୍ର ଭଞ୍ଜ ।

୮ . ଜାତୀୟ କବି – ବୀରକିଶୋର ଦାସ ।

୯ . କବିସୂର୍ଯ୍ୟ – ବଳଦେବ ରଥ ।

୧୦ . ଗୁରୁଦେବ – ରବୀନ୍ଦ୍ରନାଥ ଠାକୁର ।

୧୧ . ବ୍ୟାସକବି – ଫକୀମୋହନ ।

୧୨ . କବିବର – ରାଧାନାଥ ରାୟ ।

୧୩ . କବିଚନ୍ଦ୍ର – କାଳିଚରଣ ପଟ୍ଟନାୟକ ।

୧୪ . ନେତାଜୀ – ସୁଭାଷ ଚନ୍ଦ୍ର ବୋଷ ।

୧୫ . ଲୌହମାନବ – ସର୍ଦାର ବଲ୍ଲଭଭାଇ ପଟେଲ ।

୧୬ . ପଞ୍ଜାବ କେସରୀ – ଲାଲା ଲଜପତ ରାୟ ।

୧୭ . ପ୍ରାଚ୍ୟ ଓ ପାଶ୍ଚାତ୍ୟର ଦୁତ – ସ୍ଵାମୀ ବିବେକାନନ୍ଦ ।

୧୮ . ବୁଲବୁଲ – ସରୋଜିନୀ ନାଇଡୂ ।

୧୯ . ଲୋକମାନ୍ୟ – ବାଳ ଗଙ୍ଗାଧର ତିଳକ ।

୨୦ . ଆଦିକବି – ସାରଳା ଦାସ ।

୨୧ . ଶାନ୍ତିଦୁପ – ପଣ୍ଡିତ ଜବାହାରଲାଲ ନେହୁରୁ ।

୨୨ . ଜଗଦଗୁରୁ – ଶଙ୍କରାଚାର୍ଯ୍ୟ ।

୨୩ . ଆଚାର୍ଯ୍ୟ – ବିନୋବା ଭାବେ ।

୨୪ . କ୍ରିକେଟ କିଙ୍ଗ – କପିଳଦେବ ।

୨୫ . ଓଡିଶାର ଆଲେକଜାଣ୍ଡାର – ଗଜପତି କପିଳେନ୍ଦ୍ର ଦେବ ।

୨୬ . ଲୋକମାତା – କସ୍ତୁରୀ ଦେଇ ।

୨୭ . ଶାନ୍ତି କପୋତ – ଲାଲ୍ ବାହାଦୁର ଶାସ୍ତ୍ରୀ ।

୨୮ .  ବିଦ୍ୟାସାଗର – ଇଶ୍ଵର ଚନ୍ଦ୍ର ବନ୍ଦୋପଧାୟ ।

୨୯ . ମରାଠୀ କେସରୀ – ଛତ୍ରପତି ଶିବାଜୀ ।

୩୦ . ମହାମାନ୍ୟ – ମଦନମୋହନ ମାଲବ୍ୟ ।

୩୧ . ଉତ୍କଳ କେଶରୀ – ଡଃ ହରେକୃଷ୍ଣ ମହତାବ ।

୩୨ . ଜାତୀୟ ଗୌରବ – ମଧୁସୂଦନ ଦାସ ।

୩୩ . ଉତ୍କଳମଣି – ଗୋପବନ୍ଧୁ ।

୩୪ . ଉତ୍କଳଚନ୍ଦ୍ରମା – ସାମନ୍ତ ଚନ୍ଦ୍ରଶେଖର ।

୩୫ . ଚକ୍ରବର୍ତ୍ତୀ – ରାଜ ଗୋପାଳ ଚାରୀ ଚାରି ।

କୁଇଜ – ୧୨

ପ୍ରଶ୍ନ :- ଭାରତର ବିଭିନ୍ନ ଧର୍ମ ଓ ସେଗୁଡିକର ଧର୍ମପୁସ୍ତକ

ଉତ୍ତର :-

୧ . ବୌଦ୍ଧ ଧର୍ମ – ତ୍ରିପିଟନ ।

୨ . ହିନ୍ଦୁ ଧର୍ମ – ବେଦ, ଭାଗବତ ଗୀତା, ରାମାୟଣ, ମହାଭାରତ, ବେଦାନ୍ତ ।

୩ . ଫରାସୀ ଧର୍ମ – ଜେହାଇସ୍ତା ।

୪ . ଶିଖ ଧର୍ମ - ଗୁରୁଗ୍ରନ୍ଥ ସାହେବ ।

୫ . ଇସଲାମ ଧର୍ମ – କୋରାନ୍ ।

୬ . ଖ୍ରୀଷ୍ଟ ଧର୍ମ – ବାଇବେଲ୍ ।

କୁଇଜ – ୧୩

ପ୍ରଶ୍ନ :- ଭାରତର କେତେକ ମହାପୁରୁଷ ଓ ତାଙ୍କ ଗୁରୁଦେବ

ଉତ୍ତର :-

ମହାପୁରୁଷ ଗୁରୁଦେବ

୧ . ସ୍ଵାମୀ ବିବେକାନନ୍ଦ                               -                                   ଶ୍ରୀ ରାମକୃଷ୍ଣ ପରମହଂସ ।

୨ . ଶ୍ରୀ ରାମଚନ୍ଦ୍ର                                       -                                   ମହର୍ଷି ବଶିଷ୍ଟ ।

୩ . ଶଙ୍କରାଚାର୍ଯ୍ୟ                                      -                                   ଗୋବିନ୍ଦପାଦ ।

୪ . ବ୍ୟାସଦେବ                                        -                                   ପାରାଶର ଋଷି ।

୫ . ଶ୍ରୀ ରାମକୃଷ୍ଣ ପରମହଂସ                        -                                   ତୋଟାପୁରୀ ।

୬ . ଶ୍ରୀ ଚୈତନ୍ୟ                                       -                                   କେଶବ ଭାରତୀ ।

୭ . ଶ୍ରୀକୃଷ୍ଣ                                              -                                   ଗର୍ଗମୁନି ।

୮ . ଶୁକଦେବ                                          -                                   ମହର୍ଷି ଜନକ ।

କୁଇଜ –୧୪

ପ୍ର :- ଓଡିଆ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ କୁହ ?

ଉ :- ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଗୋପୀନାଥ ମହାନ୍ତି, ରାଜକିଶୋର ପଟ୍ଟନାୟକ, ସଚ୍ଚି ରାଉତରାୟ, ରବି ସିଂ, ବିଭୁତି ପଟ୍ଟନାୟକ, ପ୍ରତିଭା ରାୟ, ସୁରେନ୍ଦ୍ର ମହାନ୍ତି ।

ପ୍ର :- ବଙ୍ଗଳା ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ କୁହ ?

ଉ :-  ରବୀନ୍ଦ୍ରନାଥ ଠାକୁର, ବଙ୍କିମ ଚନ୍ଦ୍ର, ଶରତ ଚନ୍ଦ୍ର, ତାରାଶଙ୍କର, ଆଶାପୂର୍ଣ୍ଣା ଦେବୀ ।

ପ୍ର :- ସଂସ୍କୃତ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ କୁହ ?

ଉ :- କାଳିଦାସ, ଚାଣକ୍ୟ, ଅଶ୍ଵଘୋସ, ବିଶାଖାଦତ୍ତ, ଭବଭୂତି, ଭର୍ତ୍ତୁହରି, ବିଶ୍ଵନାଥ କବିରାଜ ।

ପ୍ର :- ହିନ୍ଦୀ ପଦ୍ୟ ସାହିତ୍ୟରେ ପ୍ରସିଦ୍ଧ ଲାଭ କରିଥିବା କବିଙ୍କ ନାମ କୁହ ?

ଉ :- ତୁଳସୀ ଦାସ, ପ୍ରେମଚନ୍ଦ, ମୈଥିଲି ଶଙ୍କର ଗୁପ୍ତା, ମହାଦେବୀ ବର୍ମା, ମହାବୀର ପ୍ରସାଦ ଦ୍ଵିବେଦୀ ।

କୁଇଜ –୧୫

ପ୍ରଶ୍ନ :- ଭାରତର ରାଷ୍ଟ୍ରୀୟ ଦିବସ କେବେ ପାଳନ କରାଯାଏ ?

ଉତ୍ତର :-

୧ . ଜଣରାଜ୍ୟ ଦିବସ                                  -                       ୨୬, ଜାନୁୟାରୀ ।

୨ . ସ୍ଵାଧୀନତା ଦିବସ                                 -                       ୧୫, ଅଗଷ୍ଟ ।

୩ . ସ୍ଵତନ୍ତ୍ର ଉତ୍କଳ ଦିବସ                              -                       ଏପ୍ରିଲ ।

୪ . ଜାତୀୟ ସଂହତି ଦିବସ                           -                       ୨୦, ଅକ୍ଟୋବର ।

୫ . ଗାନ୍ଧୀ ଜୟନ୍ତୀ                                      -                       ୨, ଅକ୍ଟୋବର ।

୬ . ସହୀଦ ଦିବସ                                      -                       ୩୦, ଜାନୁୟାରୀ ।

୭ . ଶିଶୁ ଦିବସ                                         -                       ୧୪, ନଭେମ୍ବର ।

୮ . ପତାକା ଦିବସ                                     -                       ୭, ଡିସେମ୍ବର ।

୯ . ଗୁରୁ ଦିବସ                                         -                       ୫, ଡିସେମ୍ବର ।

୧୦ . ବଡଦିନ                                          -                       ୨୫, ଡିସେମ୍ବର ।

୧୧ . ଶ୍ରମିକ ଦିବସ ବା ମଇ ଦିବସ                 -                       ୧, ମଇ ।

୧୨ . ଜାତିସଂଘ ଦିବସ                               -                       ୨୪, ଅକ୍ଟୋବର ।

କୁଇଜ –୧୬

ପ୍ରଶ୍ନ :- ଭାରତର କେତେକ ପ୍ରସିଦ୍ଧ ସ୍ଲୋଗାନ କିଏ କହିଥିଲେ ?

ଉତ୍ତର :-

୧ . ଗରିବୀ ହଟାଅ                                                 -                                   ଇନ୍ଦିରା ଗାନ୍ଧୀ ।

୨ . ଜୟ ଯବାନ ଜୟ କିଶାନ ଜୟ ବିଜ୍ଞାନ                     -                                   ଅଟଳବିହାରୀ ବାଜପେଯୀ ।

୩ . କର ବା ମର                                                   -                                   ମହାତ୍ମା ଗାନ୍ଧୀ ।

୪ .  ଜୟ ଯବାନ ଜୟ କିଶାନ                                   -                                   ଲାଲ ବାହାଦୁର ଶାସ୍ତ୍ରୀ ।

୫ . ଦିଲ୍ଲୀ ଚଲୋ                                                   -                                   ସୁବାସ ଚନ୍ଦ୍ର ବୋଷ ।

୬ . ଆ ରାମ ହା ରାମ ହୈ                                        -                                   ଜବାହାରଲାଲ ନେହେରୁ ।

୭ . ସ୍ଵରାଜ ଆମର ଜନ୍ମଗତ ଅଧିକାର                          -                                   ବାଳ ଗଙ୍ଗାଧର ତିଳକ ।

କୁଇଜ – ୧୭

ପ୍ରଶ୍ନ :- ଭାରତର ନଦୀ କୂଳରେ ଅବସ୍ଥିତ ସହରଗୁଡିକ କେଉଁ ରାଜ୍ୟରେ ?

ଉତ୍ତର :-

୧ . କଟକ                       -                       ମହାନଦୀ, କାଠଯୋଡି                     -                       ଓଡିଶା ।

୨ . ଅଯୋଧ୍ୟା                   -                       ସରଜୁ ନଦୀ                                  -                       ଉତ୍ତର ପ୍ରଦେଶ ।

୩ . ଲକ୍ଷ୍ନୋ                      -                       ଗୋମତୀ ନଦୀ                              -                       ଉତ୍ତର ପ୍ରଦେଶ ।

୪ . ବଦ୍ରିନାଥ                    -                       ସରସ୍ଵତୀ ନଦୀ                              -                       ଉତ୍ତର ପ୍ରଦେଶ ।

୫ . କାନପୁର                   -                       ଗଙ୍ଗାନଦୀ                                    -                       ଉତ୍ତର ପ୍ରଦେଶ ।

୬ . ଆଗ୍ରା                        -                       ଯମୁନା ନଦୀ                                 -                       ଉତ୍ତର ପ୍ରଦେଶ ।

୭ . ବାରଣାସୀ                  -                       ଗଙ୍ଗାନଦୀ                                    -                       ଉତ୍ତର ପ୍ରଦେଶ ।

୮ . ହରିଦ୍ଵାର                    -                       ଗଙ୍ଗାନଦୀ                                    -                       ଉତ୍ତର ପ୍ରଦେଶ ।

୯ . ପାଟନା                     -                       ଗଙ୍ଗାନଦୀ                                    -                       ବିହାର ।

୧୦ . ଉଜ୍ଜୟିନୀ                -                       ସିପ୍ରାନଦୀ                                    -                       ମଧ୍ୟ ପ୍ରଦେଶ ।

୧୧ . ଜବଲପୁର               -                       ନର୍ମଦା ନଦୀ                                 -                       ମଧ୍ୟ ପ୍ରଦେଶ ।

୧୨ . ଗୟା                     -                       ଫଲଗୁ ନଦୀ                                 -                       ବିହାର ।

୧୩ . ଭାଗଲପୁର                         -                       ଗଙ୍ଗାନଦୀ                                    -                       ବିହାର ।

୧୪ . ମୁଙ୍ଗେର                  -                       ଗଙ୍ଗାନଦୀ                                    -                       ବିହାର ।

୧୫ . କୋଲକତା              -                       ହୁଗୁଳି ନଦୀ                                  -                       ପଶ୍ଚିମ ବଙ୍ଗ ।

୧୬ . ତ୍ରିଚିନା ପଲ୍ଲୀ            -                       କାବେରୀ ନଦୀ                              -                       ତାମିଲନାଡୁ ।

୧୭ . ଜାମସେଦପୁର          -                       ସୁବର୍ଣରେଖା ନଦୀ                          -                       ଝାଡଖଣ୍ଡ ।

୧୮ . ରାଜମହେନ୍ଦ୍ରୀ            -                       ଗୋଦାବରୀ ନଦୀ                          -                       ଆନ୍ଧ୍ର ପ୍ରଦେଶ ।

୧୯ . ବିଜୟୱାଡ              -                       କୃଷ୍ଣା ନଦୀ                                   -                       ଆନ୍ଧ୍ର ପ୍ରଦେଶ ।

୨୦ . ଲୁଧିଆନା                -                       ସତଲେଜ ନଦୀ                             -                       ପଞ୍ଜାବ ।

୨୧ . ଫିରୋଜପୁର            -                       ସତଲେଜ ନଦୀ                             -                       ପଞ୍ଜାବ ।

୨୨ . ଲେହ                     -                       ସିନ୍ଧୁ ନଦୀ                                    -                       କାଶ୍ମୀର ।

୨୩ . ଶ୍ରୀନଗର                -                       ଝେଲମ ନଦୀ                               -                       କାଶ୍ମୀର ।

୨୪ . ଜାମ୍ମୁ                      -                       ତାୱା ନଦୀ                                   -                       କାଶ୍ମୀର ।

୨୫ . ଦିଲ୍ଲୀ                     -                       ଯମୁନା ନଦୀ                                 -                       ଦିଲ୍ଲୀ ।

୨୬ . ନାସିକ                   -                       ଗୋଦାବରୀ ନଦୀ                          -                       ମହାରାଷ୍ଟ୍ର ।

୨୭ . ୱାର୍ଦ୍ଧା                     -                       ୱାର୍ଦ୍ଧା ନଦୀ                                   -                       ମହାରାଷ୍ଟ୍ର ।

କୁଇଜ – ୧୮

ପ୍ରଶ୍ନ :- ଭାରତର ପ୍ରଥମ ମହିଳା ମନ୍ତ୍ରୀ କିଏ ?

ଉତ୍ତର :- ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ ।

ପ୍ରଶ୍ନ :- ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ କିଏ ?

ଉତ୍ତର :- ଶ୍ରୀମତୀ ଇନ୍ଦିରା ଗାନ୍ଧୀ ।

ପ୍ରଶ୍ନ :- ଭାରତର ପ୍ରଥମ ମହିଳା ମୁଖ୍ୟ ମନ୍ତ୍ରୀ କିଏ ?

ଉତ୍ତର :- ଶ୍ରୀମତି  ସୁଚେତା କୃପାଳିନୀ ।

ପ୍ରଶ୍ନ :- ଭାରତରେ କେବେ ଡାକ ଟିକଟ ପ୍ରଚଳନ ହୋଇଥିଲା ?

ଉତ୍ତର :- ୧୮୫୪ ଖ୍ରୀ:ଅ: ରେ ।

ପ୍ରଶ୍ନ :-  ଆଖୁ ଉତ୍ପାଦନରେ ପ୍ରଥମ ରାଷ୍ଟ୍ର କିଏ ?

ଉତ୍ତର :- ଭାରତ ।

ପ୍ରଶ୍ନ :-  ଝୋଟ ଉତ୍ପାଦନରେ ପ୍ରଥମ ରାସ୍ତାର କିଏ ?

ଉତ୍ତର :- ଭାରତ ।

ପ୍ରଶ୍ନ :-  ଭାରତର ମୁଖ୍ୟ କ୍ରିଡାର ନାମ କଣ ?

ଉତ୍ତର :- ହକି ।

ପ୍ରଶ୍ନ :-  ବୌଦ୍ଧ ଧର୍ମର ପ୍ରତୀକ କ’ଣ ?

ଉତ୍ତର :- ଅଶୋକ ଚକ୍ର ।

ପ୍ରଶ୍ନ :-  ଖ୍ରୀଷ୍ଟ ଧର୍ମର ପ୍ରତୀକ କ’ଣ ?

ଉତ୍ତର :- କ୍ରଶ ଚିହ୍ନ (+) ।

ପ୍ରଶ୍ନ :-  ହିନ୍ଦୁ ଧର୍ମର ପ୍ରତୀକ କଣ ?

ଉତ୍ତର :- ଓଁ ।

ପ୍ରଶ୍ନ :-  ଭାରତର ଦୁଇଟି ବଡ ନଦୀର ନାମ ଲେଖ ?

ଉତ୍ତର :- ଗଙ୍ଗା ଓ ବ୍ରହ୍ମପୁତ୍ର ।

ପ୍ରଶ୍ନ :-  ଆଧୁନିକ ଭାରତର ରାଜଧାନୀ ନାମ କ’ ଣ ?

ଉତ୍ତର :- ନୂଆଦିଲ୍ଲୀ ।

ପ୍ରଶ୍ନ :-  ଭାରତର ଶ୍ରେଷ୍ଟ ମରୁଭୂମିର ନାମ କ’ଣ ?

ଉତ୍ତର :- ଥର୍ ।

ପ୍ରଶ୍ନ :-  ଭାରତର ଉଚ୍ଚତମ ପର୍ବତଶୃଙ୍ଗ କ’ଣ ?

ଉତ୍ତର :-ମାଉଣ୍ଟ ଏଭାରେଷ୍ଟ ।

ପ୍ରଶ୍ନ :-  ଜାତିସଂଘର ପ୍ରଥମ ମହିଳା ଅଧକ୍ଷ୍ୟା କିଏ ?

ଉତ୍ତର :- ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ  ।

ପ୍ରଶ୍ନ :-  ଭାରତର ପ୍ରଚଳିତ ମୁଦ୍ରାର ନାମ କ’ଣ ?

ଉତ୍ତର :- ଟଙ୍କା ।

ପ୍ରଶ୍ନ :-  ଭାରତର ସଂସଦର ନାମ କ’ଣ ?

ଉତ୍ତର :- ପାର୍ଲ୍ଯାମେଣ୍ଟ (ସାଂସଦ) ।

ପ୍ରଶ୍ନ :-  ଭାରତର ଜାତୀୟ ସଙ୍ଗୀତ କ’ଣ ?

ଉତ୍ତର :- ‘ଜନ – ଗଣ – ମନ ଅଧି ନାୟକ’ ।

ପ୍ରଶ୍ନ :-  ଭାରତର ବେତାର କେନ୍ଦ୍ରର ନାମ କ’ଣ ?

ଉତ୍ତର :-ଏ. ଆଇ. ଆର. ।

ପ୍ରଶ୍ନ :-  କେବେ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

ଉତ୍ତର :- ୧୯୦୬ ମସିହା ଅଗଷ୍ଟ ୭ ତାରିଖ ଦିନ ।

ପ୍ରଶ୍ନ :-  ଭାରତରେ ଉତ୍ତୋଳନ କରାଯାଇଥିବା ପ୍ରଥମ ପତାକା କାହା ଦ୍ଵାରା ଓ କେଉଁଠି ଉତ୍ତୋଳିତ ହୋଇଥିଲା ?

ଉତ୍ତର :- ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ଦ୍ଵାରା କାଳିକତାଠାରେ ।

ପ୍ରଶ୍ନ :-  ଭାଇଜାଟପଟନମର ନୂତନ ନାମ କଣ ?

ଉତ୍ତର :- ବିଶାଖାପଟନମ୍ ।

ପ୍ରଶ୍ନ :-  ପାଟଳୀପୁତ୍ରର ନୂତନ ନାମ କଣ ?

ଉତ୍ତର :- ପାଟନା ।

ପ୍ରଶ୍ନ :-  ବନାରସର ନୂତନ ନାମ କଣ ?

ଉତ୍ତର :- ବାରାଣାସୀ ।

ପ୍ରଶ୍ନ :-  ଇନ୍ଦ୍ରପ୍ରସ୍ଥର ନୂତନ ନାମ କଣ ?

ଉତ୍ତର :- ଦିଲ୍ଲୀ ।

ପ୍ରଶ୍ନ :-  ଭାରତର ବିମାନ ବନ୍ଦରଗୁଡିକର ନାମ କୁହ ?

ଉତ୍ତର :- ଦମଦମ୍, ଶାନ୍ତାକୃଜ, ପାଲାମ, ରାଜାସେନସି, ମିନାମବୋକମ ।

ପ୍ରଶ୍ନ :-  ଭାରତରେ ବହୁଳ ଭାବେ ଦେଖାଦେଉଥିବା ଖଣିଜ ପଦାର୍ଥଗୁଡିକର ନାମ କୁହ ?

ଉତ୍ତର :- କୋଇଲା, ଲୁହାପଥର ଏବଂ ମାଙ୍ଗାନିଜ ।

କୁଇଜ – ୧୯

ପ୍ରଶ୍ନ :-  ଭାରତର ବୃହତ୍ତମ ନଗର କିଏ ?

ଉତ୍ତର :- ମୁମ୍ବାଇ (ଏହା ବିଶ୍ଵରେ ଦଶମ ସ୍ଥାନ ଅଧିକାର କରିଛି ) ।

ପ୍ରଶ୍ନ :-  ଭାରତର ଗୁପ୍ତଚର ସଂସ୍ଥା ନାମ କଣ ?

ଉତ୍ତର :- ସି.  ବି.  ଆଇ.  ।

ପ୍ରଶ୍ନ :-  ଭରତର ରାଷ୍ଟ୍ରୀୟ ସଙ୍କେତ କଣ ?

ଉତ୍ତର :- ଅଶୋକ ଚକ୍ର ।

ପ୍ରଶ୍ନ :-  ଭାରତର ରାଷ୍ଟ୍ରମୁଖ୍ୟଙ୍କ ବାସଭବନର ନାମ କଣ ?

ଉତ୍ତର :- ରାଷ୍ଟ୍ରପତି ଭବନ ।

ପ୍ରଶ୍ନ :-  ଭାରତର ସର୍ବୋଚ୍ଚ ଉପାଧିର ନାମ କଣ ?

ଉତ୍ତର :- ଭାରତ ରତ୍ନ ।

ପ୍ରଶ୍ନ :-  ଶିଖ ଧର୍ମର ପ୍ରବର୍ତ୍ତକ କିଏ ?

ଉତ୍ତର :- ଗୁରୁ ନାନକ ।

ପ୍ରଶ୍ନ :-  ବୌଦ୍ଧ ଧର୍ମର ପ୍ରବର୍ତ୍ତକ କିଏ ?

ଉତ୍ତର :- ଗୌତମ ବୁଦ୍ଧ ।

ପ୍ରଶ୍ନ :-  ସନାତନ ଧର୍ମର ପ୍ରବର୍ତ୍ତକ କିଏ ?

ଉତ୍ତର :- ସଙ୍କରାଚାର୍ଯ୍ୟ ।

ପ୍ରଶ୍ନ :-  ମହିମା ଧର୍ମର ପ୍ରବର୍ତ୍ତକ କିଏ ?

ଉତ୍ତର :- ଭୀମ ଭୋଇ ।

ପ୍ରଶ୍ନ :-  ବୈଷ୍ଣବ ଧର୍ମର ପ୍ରବର୍ତ୍ତକ କିଏ ?

ଉତ୍ତର :- ଶ୍ରୀ ଚୈତନ୍ୟ ।

ପ୍ରଶ୍ନ :-  ଜୈନ ଧର୍ମର ପ୍ରତୀକ କ’ଣ  ?

ଉତ୍ତର :- ନିଆଁହୁଳା ।

ପ୍ରଶ୍ନ :-  ଇସଲାମ ଧର୍ମର ପ୍ରତୀକ କ’ଣ  ?

ଉତ୍ତର :-  ଅର୍ଦ୍ଧଚନ୍ଦ୍ର ସହିତ ତାରା ।

ପ୍ରଶ୍ନ :-  କେବେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ?

ଉତ୍ତର :-  ୧୮୫୦ ମସିହାରେ ।

ପ୍ରଶ୍ନ :-  ରେଳ ନିର୍ମାଣ ହେବାର ତିନିବର୍ଷ ପରେ କେଉଁଠାରୁ କେଉଁଠାକୁ ରେଳପଥ ଉଦଘାଟିତ ହେଲା ?

ଉତ୍ତର :-  ମୁମ୍ବାଇ ଠାରୁ ଥାନେ ପର୍ଯ୍ୟନ୍ତ ୧୮୫୩ ମସିହାରେ ।

ପ୍ରଶ୍ନ :-  କେବେ କଲିକତାଠାରେ ଗୋଟିଏ ମେଡିକାଲ କଲେଜ ଖୋଲାଯାଇ ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନରେ ଶିକ୍ଷା ଦିଆଗଲା ?

ଉତ୍ତର :-  ୧୮୩୫ ମସିହା ।

ପ୍ରଶ୍ନ :-  ଦିଲ୍ଲୀର ଲାଲକିଲ୍ଲା କିଏ ନିର୍ମାଣ କରିଥିଲେ ?

ଉତ୍ତର :-  ମୋଗଲ ସମ୍ରାଟ ଶାହାଜାହାନ ।

ପ୍ରଶ୍ନ :-  ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେବେ ଘଟିଥିଲା ?

ଉତ୍ତର :-  ୧୯୧୯ ମସିହା ଏପ୍ରିଲ ୧୩ ତାରିଖ ।

ପ୍ରଶ୍ନ :-  କେବେ ମହାତ୍ମାଗାନ୍ଧୀ ‘ପୂର୍ଣସ୍ଵରାଜ’ ପ୍ରସ୍ତାବ ଆଗତ କଲେ ?

ଉତ୍ତର :-  ୧୯୨୯ ମସିହା ଡିସେମ୍ବର ୩୧ ତାରିଖ ଦିନ ଲାହୋର ସହରରେ ଜାତୀୟ କଂଗ୍ରେସ ଅଧିବେଶନରେ ।

ପ୍ରଶ୍ନ :-  କେଉଁ ଦିବସତିକୁ  ‘ପୂର୍ଣସ୍ଵରାଜ’ ଦିବସ ରୂପେ ପାଳନ କରାଯାଇଥିଲା ?

ଉତ୍ତର :-  ୧୯୩୦ ମସିହା ଜାନୁୟାରୀ ମାସ ୨୬ ତାରିଖ ଦିବସଟିକୁ ।

ପ୍ରଶ୍ନ :-  କେବେ ଗାନ୍ଧୀ କେଉଁ ଆଶ୍ରମରୁ ସମୁଦ୍ର କୂଳରେ ଅବସ୍ଥିତ ଦାଣ୍ଡି ନାମକ ସ୍ଥାନକୁ ଦୀର୍ଘ ପଦଯାତ୍ରା ଆରମ୍ଭ କାଲେ ?

ଉତ୍ତର :-  ୧୯୩୦ ଖ୍ରୀ:ଅ: ମାର୍ଚ୍ଚ ମାସ ୧୨ ତାରିଖ ଦିନ ଗାନ୍ଧୀ ତାଙ୍କର ସାବରମତୀ ଆଶ୍ରମରୁ ।

ପ୍ରଶ୍ନ :-  କେବେ ଓ କିଏ ତାଙ୍କର ପ୍ରସିଦ୍ଧ ପାକିସ୍ଥାନ ପ୍ରସ୍ତାବ ଆଗତ କରିଥିଲେ ?

ଉତ୍ତର :-  ମହମ୍ମଦ ଅଲ୍ଲୀ ଜିନ୍ନା ୧୯୪୦ ଖ୍ରୀ:ଅ: ରେ ।

ପ୍ରଶ୍ନ :-  କେବେ ସୁବାସ ଚନ୍ଦ୍ର ବୋଷ ଆତ୍ମଗୋପନ କରି ଭାରତ ବାହାରକୁ ଚାଲିଯାଇଥିଲେ ?

ଉତ୍ତର :-  ୧୯୪୧ ମସିହାରେ ।

ପ୍ରଶ୍ନ :-  କେବେ ମୁସଲିମ୍ ଲିଗ୍ ଜନ୍ମଲାଭ କଲା ?

ଉତ୍ତର :-  ୧୯୦୬ ମସିହା ଡିସେମ୍ବର ମାସରେ ।

ପ୍ରଶ୍ନ :-  ରାମକୃଷ୍ଣ କେବେ ଓ କେଉଁଠି ଜନ୍ମଲାଭ କରିଥିଲେ ?

ଉତ୍ତର :-  ୧୮୩୬ ଖ୍ରୀ:ଅ: ରେ ବଙ୍ଗଦେଶରେ ହୁଗୁଳି ଜିଲ୍ଲାରେ ।

ପ୍ରଶ୍ନ :-  ରାମକୃଷ୍ଣଙ୍କ ପ୍ରଧାନ ଶିଷ୍ୟଙ୍କ ନାମ କଣ ଥିଲା  ?

ଉତ୍ତର :- ବିବେକାନନ୍ଦ (ନରେନ୍ଦ୍ର ନାଥ ଦତ୍ତ) ।

ପ୍ରଶ୍ନ :-  ‘ବେଦକୁ ଫେରିଯାଅ’ ବୋଲି କିଏ କହିଥିଲେ ?

ଉତ୍ତର :- ସ୍ଵାମୀ ଦୟାନନ୍ଦ ସରସ୍ଵତି ।

ପ୍ରଶ୍ନ :-  ଦୟାନନ୍ଦ ସରସ୍ଵତୀ ମୁମ୍ବାଇଠାରେ କ’ ଣ ପ୍ରତିଷ୍ଠା କଲେ ଓ କେବେ ?

ଉତ୍ତର :- ୧୮୭୫ ମସିହାରେ , ଆର୍ଯ୍ୟ ସମାଜ ।

ପ୍ରଶ୍ନ :-  କେବେ ଓ କେତେ ବର୍ଷ ବୟସରେ ବିବେକାନନ୍ଦ ଦେହତ୍ୟାଗ କଲେ ?

ଉତ୍ତର :- ୧୯୦୨ ମସିହାରେ ମାତ୍ର ୩୯ ବର୍ଷ ବୟସରେ ।

ପ୍ରଶ୍ନ :-  ତିପୁ ସୁଲତାନ କିଏ ?

ମହୀଶୂରର ଶାସକ ।

ପ୍ରଶ୍ନ :-  ‘ଦସ୍ତକ’ କ’ଣ  ?

ଉତ୍ତର :- କମ୍ପାନୀର ପଣ୍ୟଦ୍ରବ୍ୟ ପରିବହନ ନିମନ୍ତେ ମୁକ୍ତ ବାଣିଜ୍ୟ ଅନୁମତିପତ୍ର ।

ପ୍ରଶ୍ନ :-  ସିପାହୀ ବିଦ୍ରୋହର ପ୍ରଥମ ଶହୀଦ କିଏ ଥିଲେ ?

ଉତ୍ତର :- ମଙ୍ଗଲ ପାଣ୍ଡେ ।

ପ୍ରଶ୍ନ :-  ମଙ୍ଗଲ ପାଣ୍ଡେ କିଏ ?

ଉତ୍ତର :- ବାରାକପୁରସ୍ଥିତ ବଙ୍ଗ ରେଜିମେଣ୍ଟର ଜଣେ ବ୍ରାହ୍ମଣ ସିପାହୀ ।

ପ୍ରଶ୍ନ :-  ସିପାହୀ ବିଦ୍ରୋହ ସମୟରେ ମୋଗଲ ସମ୍ରାଟ୍ କିଏ ଥିଲେ ?

ଉତ୍ତର :- ମୋଗଲ ସମ୍ରାଟ୍ ଦ୍ଵିତୀୟ ବାହାଦୁର ଶାହା ଥିଲେ ?

ପ୍ରଶ୍ନ :-  କେଉଁଠାରୁ ପ୍ରଥମେ ସିପାହୀ ବିଦ୍ରୋହ ଆରମ୍ଭ ହେଲା ?

ଉତ୍ତର :- ବାରାକପୁରଠାରୁ ।

ପ୍ରଶ୍ନ :-  ଝାନସୀରେ କିଏ ସିପାହୀ ବିଦ୍ରୋହର ନେତୃତ୍ଵ ନେଇଥିଲେ ?

ଉତ୍ତର :- ରାଣୀ ଲକ୍ଷ୍ମୀବାଇ ।

ପ୍ରଶ୍ନ :-  କାନପୁରରେ କିଏ ସିପାହୀ ବିଦ୍ରୋହର ନେତୃତ୍ଵ ନେଇଥିଲେ ?

ଉତ୍ତର :- ନାନା ସାହେବ ।

ପ୍ରଶ୍ନ :-  ଟାନ୍ତିଆ ଟୋପି କିଏ ?

ଉତ୍ତର :- ନାନା ସାହେବଙ୍କ ମନ୍ତ୍ରୀ ।

ପ୍ରଶ୍ନ :-  ସିପାହୀ ବିଦ୍ରୋହରେ ଭାଗ ନେଇଥିବା ୨ ଜଣ ଓଡିଶାର ପ୍ରସିଦ୍ଧ ବିଦ୍ରୋହୀଙ୍କ ନାମ କୁହ ?

ଉତ୍ତର :- ଚାଖି ଖୁଣ୍ଟିଆ ଓ ବୀର ସୁରେନ୍ଦ୍ର ସାଏ ।

ପ୍ରଶ୍ନ :-  ମାହିମା ଧର୍ମୀମାନେ କେଉଁ ଗୋଟିଏ ଦିନକୁ ସେମାନଙ୍କର ପର୍ବ ଭାବେ ପାଳନ୍ତି ?

ଉତ୍ତର :- ମାଘମାସ ପୁର୍ଣିମା ଦିନଟିକୁ ।

ପ୍ରଶ୍ନ :-  ବିଶ୍ଵନାଥ ବାବା କିଏ ?

ଉତ୍ତର :- ମହିମା ଧର୍ମର ପ୍ରଚାରକ ।

ପ୍ରଶ୍ନ :-  ମହିମା ଧର୍ମର ପ୍ରତୀଷ୍ଟାତା କିଏ ?

ଉତ୍ତର :- ମହିମା ସ୍ଵାମୀ ।

କୁଇଜ – ୨୦

ପ୍ରଶ୍ନ :-  କେଉଁଠାରେ ମହିମା ସ୍ଵାମୀ ତାଙ୍କର  ଆଶ୍ରମ ସ୍ଥାପନ କରିଥିଲେ ?

ଉତ୍ତର :-  ଢେଙ୍କାନାଳର ଜୋରନ୍ଦାଠାରେ ।

ପ୍ରଶ୍ନ :-  କେଉଁ ଧର୍ମକୁ ଅଲେଖ ଧର୍ମ କୁହାଯାଏ ।

ଉତ୍ତର :-  ମହିମା ଧର୍ମକୁ ।

ପ୍ରଶ୍ନ :-  କିଏ ‘ବ୍ରହ୍ମ ନିରୂପଣ ଗୀତା’ ର ରଚୟିତା ।

ଉତ୍ତର :-  ଭୀମଭୋଇ ।

ପ୍ରଶ୍ନ :-   ପୁରୀରେ ଧୂଳିଆ ବାବା କିଏ ?

ଉତ୍ତର :-  ମହିମା ସ୍ଵାମୀ ।

ପ୍ରଶ୍ନ :-   କିଏ ବିବେକାନନ୍ଦଙ୍କ ଆଧାତ୍ମିକ ଗୁରୁ ଥିଲେ ?

ଉତ୍ତର :-  ରାମକୃଷ୍ଣ ପରମହଂସ ।

ପ୍ରଶ୍ନ :-   ଓଡିଶାରେ ନ’ ଅଙ୍କ ଦୃଦ୍ଭିକ୍ଷ କେବେ ପଡିଥିଲା ?

ଉତ୍ତର :-  ୧୮୬୬ ଖ୍ରୀ: ଅ: ରେ ।

ପ୍ରଶ୍ନ :-   କେବେ ‘ଟାଟା ଆଇରନ ଏଣ୍ଡ ଷ୍ଟିଲ’ କମ୍ପାନୀ ପ୍ରତିଷ୍ଠା ହେଲା ?

ଉତ୍ତର :-  ୧୯୦୫ ମସିହାରେ ।

ପ୍ରଶ୍ନ :-   ‘ଟାଟା ଆଇରନ ଏଣ୍ଡ ଷ୍ଟିଲ କମ୍ପାନୀ‘ କିଏ ଓ କେଉଁଠାରେ ପ୍ରତିଷ୍ଠା କରିଥିଲେ ?

ଉତ୍ତର :-  ଜାମସେଦଜୀ ଟାଟା ଜାମସେଦପୁରଠାରେ ପ୍ରତିଷ୍ଠା କରିଥିଲେ ?

ପ୍ରଶ୍ନ :-  କେବେ ଓ କେଉଁଠାରେ ପ୍ରଥମ ଝୋଟକଳ ପ୍ରତିଷ୍ଠା କରାଗଲା ?

ଉତ୍ତର :-  ୧୮୫୫ ମସିହାରେ ବଙ୍ଗର ରିଶ୍ରାଠାରେ ।

ପ୍ରଶ୍ନ :-  ସ୍ଵଦେଶୀ ଆନ୍ଦୋଳନ କେବେଠାରୁ ଆରମ୍ଭ ହୋଇଥିଲା ?

ଉତ୍ତର :-  ବଙ୍ଗ ବିଭାଜନ ପରେ ପରେ ୧୯୦୫ ମସିହାରେ ଡିସେମ୍ବର ୬ ତାରିଖ ଦିନଠାରୁ ।

ପ୍ରଶ୍ନ :-  ପ୍ରଥମକରି ଭାରତରେ ପ୍ରତିଷ୍ଠିତ କାରଖାନାରୁ କେବେ ଲୁହା ଓ କେବେ ଇସ୍ପାତ ଉତ୍ପାଦନ ଆରମ୍ଭ ହେଲା ?

ଉତ୍ତର :-  ୧୯୧୧ ମସିହାରେ ଲୁହା ଓ ୧୯୧୩ ମସିହାରେ ଇସ୍ପାତ ଉତ୍ପାଦନ ଆରମ୍ଭ ହେଲା ।

ପ୍ରଶ୍ନ :-  କେବେ ଓ କେଉଁଠାରେ ‘ମହିଶୂର ଷ୍ଟେଟ୍ ଆଇରନ ୱାର୍କ୍ସ’ ପ୍ରତିଷ୍ଟା କରାଯାଇଥିଲା ?

ଉତ୍ତର :-  ୧୯୨୩ ମସିହାରେ ଇନ୍ଦ୍ରାବତୀଠାରେ ।

ପ୍ରଶ୍ନ :-  କେବେ ଓ କେଉଁଠାରେ ‘ଇଣ୍ଡିଆନ ଆଇରନ ଏଣ୍ଡ ଷ୍ଟୀଲ୍ କମ୍ପାନୀ’ ପ୍ରତିଷ୍ଠା କରାଯାଇଥିଲା ?

ଉତ୍ତର :-  ୧୯୧୮ ମସିହାରେ ଆସାନସୋଲ ନିକଟବର୍ତ୍ତୀ ହରାପୁରଠାରେ ।

ପ୍ରଶ୍ନ :-  ଦ୍ଵିତୀୟ ବିଶ୍ଵଯୁଦ୍ଧ ବେଳକୁ ଉତ୍ପାଦନରେ ଭାରତ ପୃଥିବୀରେ କେତେତମ ସ୍ଥାନ ଅଧିକାର କରିପାରିଥିଲା ?

ଉତ୍ତର :-  ଷଷ୍ଟ ସ୍ଥାନ ।

ପ୍ରଶ୍ନ :-  ଭାରତୀୟ ଜାତୀୟ କଂଗ୍ରେସ ପ୍ରଥମ ଅଧିବେଶନ କେଉଁଠି ବସିଥିଲା ?

ଉତ୍ତର :-  ମୁମ୍ବାଇଠାରେ ।

ପ୍ରଶ୍ନ :-  କାହାକୁ ଜାତୀୟ କଂଗ୍ରେସର ପ୍ରତିଷ୍ଟାତା କୁହାଯାଏ ?

ଉତ୍ତର :-  ଆଲାନ ଅକ୍ଟାଭିୟାନ ହ୍ୟୁମଙ୍କୁ ।

ପ୍ରଶ୍ନ :-  କିଏ କଂଗ୍ରେସର ପ୍ରଥମ ସଭାପତି ଥିଲେ ?

ଉତ୍ତର :-  ଉମେଶ ଚନ୍ଦ୍ର ବାନାର୍ଜୀ ।

ପ୍ରଶ୍ନ :-  କେବେ ବଙ୍ଗ ବିଭାଜନ ହେଲା ?

ଉତ୍ତର :-  ୧୯୦୫ ମସିହାରେ ।

ପ୍ରଶ୍ନ :-  କେବେ ବଙ୍ଗ ବିଭାଜନ ରଦ୍ଦ କରାଗଲା ?

ଉତ୍ତର :-  ୧୯୧୧ ମସିହାରେ ।

ପ୍ରଶ୍ନ :-  କିଏ ‘ବନ୍ଦେ ମାତରମ୍’ ର ରଚୟିତା ଥିଲେ ?

ଉତ୍ତର :-  ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ।

ପ୍ରଶ୍ନ :-  ‘ଆନନ୍ଦ ମଠ’ କିଏ ରଚନା କରିଥିଲେ ?

ଉତ୍ତର :-  ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ।

ପ୍ରଶ୍ନ :- ମହାତ୍ମାଗାନ୍ଧୀ କେବେ ଜନ୍ମଗ୍ରହଣ କଲେ ?

ଉତ୍ତର :- ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ।

ପ୍ରଶ୍ନ :- କେଉଁଠାରେ  ମହାତ୍ମାଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ ?

ଉତ୍ତର :- ଗୁଜୁରାଟର ପୋରବନ୍ଦର ନାମକ ସ୍ଥାନରେ ।

ପ୍ରଶ୍ନ :- ମହାତ୍ମାଗାନ୍ଧୀ କେବେ ମୃତ୍ୟୁ ବରଣ କଲେ ?

ଉତ୍ତର :- ୧୯୪୮ ମସିହା ଜାନୁୟାରୀ ମାସ ୩୦ ତାରିଖ ଦିନ ।

ପ୍ରଶ୍ନ :- ମହାତ୍ମାଗାନ୍ଧୀ କିପରି ଓ କିଏ ମାରିଲା ?

ଉତ୍ତର :- ପାର୍ଥନାସଭାରେ ନାଥୁରାମ ଗଡସେ ନାମକ ଜଣେ ଧର୍ମାନ୍ଧ ହିନ୍ଦୁ ଯୁବକ ।

କୁଇଜ – ୨୧

ପ୍ରଶ୍ନ :-  ମହାତ୍ମାଗାନ୍ଧୀଙ୍କ ମୂଳ ନାମ କଣ ଥିଲା ?

ଉତ୍ତର :- ମୋହନଦାସ କରମଚାନ୍ଦ ଗାନ୍ଧୀ ।

ପ୍ରଶ୍ନ :- ମହାତ୍ମାଗାନ୍ଧୀ କେଉଁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ?

ଉତ୍ତର :- ବୈଶ୍ୟ ପରିବାରରେ ।

ପ୍ରଶ୍ନ :- କିଏ ଗାନ୍ଧୀଙ୍କୁ ‘ମହାତ୍ମା’ ବୋଲି ସମ୍ବୋଧନ କରିଥିଲେ ?

ଉତ୍ତର :- ରବୀନ୍ଦ୍ରନାଥ ଠାକୁର (ଟାଗୋର)।

ପ୍ରଶ୍ନ :- ମହାତ୍ମାଗାନ୍ଧୀଙ୍କ ପିତାଙ୍କ ନାମ କ’ ଣ ?

ଉତ୍ତର :- କାବାଗାନ୍ଧି ।

ପ୍ରଶ୍ନ :- କିଏ ଖିଲାଫତ ଆଦୋଳନର ସ୍ରଷ୍ଟା ଥିଲେ ?

ଉତ୍ତର :-  ମହାତ୍ମାଗାନ୍ଧୀ ।

ପ୍ରଶ୍ନ :- କେବେ ଓ କାହା ନେତୃତ୍ଵରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା ?

ଉତ୍ତର :-  ୧୯୨୦ ଖ୍ରୀ: ଅ: ରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ଵରେ ।

ପ୍ରଶ୍ନ :- ପ୍ରଥମ ଥର ପାଇଁ ମହାତ୍ମାଗାନ୍ଧୀ କେବେ ଓଡିଶା ଆଗମନ କରିଥିଲେ ?

ଉତ୍ତର :-  ୧୯୨୧ ମସିହାରେ ।

ପ୍ରଶ୍ନ :- ୧୯୩୦ ମସିହା ଜାନୁୟାରୀ ମାସ ୨୬ ତାରିଖ ଆଧୁନିକ ଇତିହାସରେ କାହିଁକି ପ୍ରସିଦ୍ଧ ?

ଉତ୍ତର :-  ଉକ୍ତ ଦିନଟିକୁ ପୂର୍ଣ ସ୍ଵରାଜ ଦିବସ ରୂପେ କଂଗ୍ରେସ ପାଳନ କରିଥିଲା ।

ପ୍ରଶ୍ନ :- କଂଗ୍ରେସର କେଉଁ  ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ନିସ୍ପତି ନିଆଯାଇଥିଲା ।

ଉତ୍ତର :-  କଂଗ୍ରେସର ଲାହୋର ଅଧିବେଶନରେ ।

ପ୍ରଶ୍ନ :- ୧୯୨୯ ମସିହାରେ ଅନୁଷ୍ଠିତ କଂଗ୍ରେସର ଲାହୋର ଅଧିବେଶନରେ କିଏ ସଭାପତି ଥିଲେ ?

ଉତ୍ତର :-  ଜବାହାରଲାଲ ନେହେରୁ ।

ପ୍ରଶ୍ନ :- କେବେ ଭାରତଛାଡ ଆନ୍ଦୋଳନ ଆରମ୍ଭ ହେଲା ?

ଉତ୍ତର :-  ୧୯୪୨ ମସିହା ଅଗଷ୍ଟ ୮ ତାରିଖ ଦିନ ।

ପ୍ରଶ୍ନ :- ଭାରତଛାଡ ଆନ୍ଦୋଳନ ବେଳେ ଓଡିଶାର କେଉଁ ସଂଗ୍ରାମୀ ଫାଶୀଦଣ୍ଡ ପାଇଲେ ?

ଉତ୍ତର :-  ଲକ୍ଷ୍ମଣ ନାୟକ ।

ପ୍ରଶ୍ନ :- ସୁବାଷ ଚନ୍ଦ୍ର ବୋଷ କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ ?

ଉତ୍ତର :-  ୧୮୯୭ ମସିହା ଜାନୁୟାରୀ ୨୩ ତାରିଖ ଦିନ ଓଡିଶାର କଟକଠାରେ ।

ପ୍ରଶ୍ନ :- କିଏ ଫରୱାର୍ଡ ବ୍ଲକ ଗଠନ କରିଥିଲେ ?

ଉତ୍ତର :-  ସୁବାଷ ଚନ୍ଦ୍ର ବୋଷ ।

ପ୍ରଶ୍ନ :- କେବେ ଫରୱାର୍ଡ ବ୍ଲକ ଗଥିତ ହୋଇଥିଲା ?

ଉତ୍ତର :-  ୧୯୩୯ ମସିହାରେ ।

ପ୍ରଶ୍ନ :- କେବେ ଭାରତୀୟ ଜାତୀୟ ବାହିନୀ ଗଠିତ ହୋଇଥିଲା ?

ଉତ୍ତର :-  ୧୯୪୩ ମସିହା ଜୁଲାଇ ମାସ ୪ ତାରିଖ ।

ପ୍ରଶ୍ନ :- ଭାରତ କ୍ଵେବେ ସ୍ଵାଧି ଲାଭ କଲା ?

ଉତ୍ତର :-  ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ।

ପ୍ରଶ୍ନ :- ସ୍ଵାଧିନ  ଭାରତର ପ୍ରଥମ ଭାଇସରାୟ କିଏ ଥିଲେ ?

ଉତ୍ତର :-  ଲର୍ଡ ମାଉଣ୍ଟବ୍ୟାଟେନ୍ ।

ପ୍ରଶ୍ନ :- କିଏ ସ୍ଵାଧିନ  ଭାରତର ପ୍ରଥମ ଗୃହ ମନ୍ତ୍ରୀ ଥିଲେ ?

ଉତ୍ତର :-  ସର୍ଦାର ବଲ୍ଲବଭାଇ ପଟେଲ ।

ପ୍ରଶ୍ନ :- ଲର୍ଡ ମାଉଣ୍ଟବ୍ୟାଟେନ୍ କିଏ ଥିଲେ ?

ଉତ୍ତର :-  ଭାରତର ଶେଷ  ଭାଇସରାୟ ଓ ସ୍ଵାଧୀନ ଭାରତର ପ୍ରଥମ ଭାଇସରାୟ ଯେ କି ଦେଶ ବିଭାଜନ ଯୋଜନା ପ୍ରସ୍ତୁତ କରିଥିଲେ ।

ପ୍ରଶ୍ନ :- କେବେ  ଲର୍ଡ ମାଉଣ୍ଟବ୍ୟାଟେନ୍ ଭାରତକୁ ଆଗମନ କରିଥିଲେ ?

ଉତ୍ତର :-  ୧୯୪୭ ମସିହା ମାର୍ଚ୍ଚ ମାସରେ ।

ପ୍ରଶ୍ନ :- କେବେ  ଲର୍ଡ ମାଉଣ୍ଟବ୍ୟାଟେନ୍ ତାଙ୍କର ଭାରତ ବିଭାଜନ ଯୋଜନା ଘୋଷଣା କରିଥିଲେ ?

ଉତ୍ତର :-  ୧୯୪୭ ମସିହା ଜୁନ ମାସ ୩ ତାରିଖ ଦିନ ।

ପ୍ରଶ୍ନ :- ପଞ୍ଚଶୀଳ ନୀତି କିଏ ପ୍ରବର୍ତ୍ତନ କରିଥିଲେ ?

ଉତ୍ତର :-  ପଣ୍ଡିତ ଜବାହାରଲାଲ ନେହେରୁ ।

ପ୍ରଶ୍ନ :- ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସନ୍ଧିପତ୍ର  କ’ ଣ ଭାବେ ପ୍ରସିଦ୍ଧ ?

ଉତ୍ତର :- ପଞ୍ଚଶୀଳ ନୀତି ରୂପେ ପ୍ରସିଦ୍ଧ ।

ପ୍ରଶ୍ନ :- କେବେ  ଭାରତ ଓ ଚୀନ ମଧ୍ୟରେ  ହୋଇଥିବା ସନ୍ଧିପତ୍ର ସ୍ଵାକ୍ଷରିତ ହୋଇଥିଲା ?

ଉତ୍ତର :- ୧୯୫୪ ମସିହା ଏପ୍ରିଲ ୨୯ ତାରିଖ ଦିନ ।

ପ୍ରଶ୍ନ :- ମହାତ୍ମାଗାନ୍ଧୀଙ୍କ ମାତାଙ୍କ ନାମ କ’ଣ  ?

ଉତ୍ତର :- ପୁତଲାବାଇ ।

ପ୍ରଶ୍ନ :- ଭାରତର ଲୌହ ମାନବ କିଏ ?

ଉତ୍ତର :-  ସର୍ଦାର ବଲ୍ଲବ ଭାଇ ପଟେଲ ।

ପ୍ରଶ୍ନ :-  ଭାରତର ସମ୍ବିଧାନ କେବେ ଗଠନ କରାଯାଇଥିଲା ?

ଉତ୍ତର :-   ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଦିନ ।

ପ୍ରଶ୍ନ :-   ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ?

ଉତ୍ତର :-   ଜବାହାରଲାଲ ନେହେରୁ ।

ପ୍ରଶ୍ନ :-   ଭାରତୀୟ ସମ୍ବିଧାନର ପ୍ରଣେତା କିଏ ଥିଲେ ?

ଉତ୍ତର :-   ବି. ଆର. ଆମ୍ବେଦକର ।

ପ୍ରଶ୍ନ :-   ନେହେରୁଙ୍କ ମନ୍ତ୍ରୀମଣ୍ଡଳରେ ଆମ୍ବେଦକର କି ମନ୍ତ୍ରୀ ଥିଲେ ?

ଉତ୍ତର :- ଆଇନ ମନ୍ତ୍ରୀ ଥିଲେ ।

ପ୍ରଶ୍ନ :-    ‘ଇଣ୍ଡିଆ ୱିନସ୍ ଫ୍ରିଡମ’ ପୁସ୍ତକ କିଏ ଲେଖିଥିଲେ ?

ଉତ୍ତର :-  ମୌଲାନା ଆବୁର କାଲାମ ଆଜାଦ୍ ।

ପ୍ରଶ୍ନ :-    କାହାକୁ ସୀମାନ୍ତ ଗାନ୍ଧୀ ବୋଲି କୁହାଯାଏ ?

ଉତ୍ତର :-  ଖାଁ ଅବଦୁଲ୍ ଗଫୁର ଖାଁ ।

ପ୍ରଶ୍ନ :-   ଗାନ୍ଧୀ କାହାକୁ ବିବେକର ସଜା ବୋଲି ବର୍ଣନା କରିଥିଲେ ?

ଉତ୍ତର :-  ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ।

ପ୍ରଶ୍ନ :-   କ’ ଣ ଭାବେ ଭାରତୀୟମାନେ ଦାଦାଭାଇ ନାଓରୋଜୀଙ୍କୁ ସମ୍ମାନିତ କରିଥିଲେ ?

ଉତ୍ତର :-  ଭାରତର ମହାନ୍ ବୟୋଜ୍ୟେଷ୍ଟ ବ୍ୟକ୍ତି ଭାବରେ ।

ପ୍ରଶ୍ନ :-   ଜବାହାରଲାଲ ନେହେରୁଙ୍କ ପିତାଙ୍କ ନାମ କ’ ଣ ଥିଲା ?

ଉତ୍ତର :-  ମୋତିଲାଲ ନେହେରୁ ।

ପ୍ରଶ୍ନ :-   କେବେ ଭାରତୀୟ ସଂସଦ ଆଇନ୍ ପ୍ରଣଯନ କରାଯାଇଥିଲା ?

ଉତ୍ତର :-  ୧୮୬୧ ମସିହାରେ ।

ପ୍ରଶ୍ନ :-   କେବେ ଓ କେଉଁ ଠାରେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଜନ୍ମଗ୍ରହଣ କରିଥିଲେ ?

ଉତ୍ତର :-  ୧୮୭୮ ମସିହାରେ ମାନ୍ଦ୍ରାଜଠାରେ ଝେଲମ୍ ଜିଲ୍ଲାରେ ।

ପ୍ରଶ୍ନ :-   କିଏ ଓ କେତେ ବର୍ଷ ଲର୍ଡ ମାଉଣ୍ଟବ୍ୟାଟେନଙ୍କ ପରେ ଭାରତୀୟ ଗଭର୍ଣର ଜେନରାଲ  ରୂପେ ସମ୍ମାନ ଲାଭ କରିଥିଲେ ?

ଉତ୍ତର :-  ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ୧୯୪୮ ମସିହା ଠାରୁ ୧୯୫୦ ମସିହା ପର୍ଯ୍ୟନ୍ତ ପଦବୀରେ ରହି  ସମ୍ମାନ ଲାଭ କରିଥିଲେ ।

କୁଇଜ – ୨୨

ପ୍ରଶ୍ନ :-   ପାକିସ୍ଥାନର ପ୍ରଥମ ଗଭର୍ଣର ଓ ଜେନରାଲ କିଏ ଥିଲେ ?

ଉତ୍ତର :-  ମହମ୍ମଦ ଅଲ୍ଲି ଜିନ୍ନା ।

ପ୍ରଶ୍ନ :-   ‘କାଉଦ –ଇ – ଆଜାମ’ ଭାବେ କିଏ ସୁପରିଚିତ ?

ଉତ୍ତର :-  ମହମ୍ମଦ ଅଲ୍ଲି ଜିନ୍ନା ।

ପ୍ରଶ୍ନ :-   ମହମ୍ମଦ ଅଲ୍ଲି ଜିନ୍ନା କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?

ଉତ୍ତର :-  ୧୮୭୬ ମସିହାରେ ବମ୍ବେଠାରେ ।

ପ୍ରଶ୍ନ :-   କେବେ ଓ କେଉଁ ଠାରେ ବଲ୍ଲଭଭାଇ ପଟେଲ ଜନ୍ମଗ୍ରହଣ କରିଥିଲେ ?

ଉତ୍ତର :-  ୧୮୭୫ ମସିହାରେ ଗୁରୁରାଟରେ ।

ପ୍ରଶ୍ନ :-   କିଏ  ‘ସର୍ଦାର’ ଉପାଧି ପାଇଥିଲେ ?

ଉତ୍ତର :-  ବଲ୍ଲଭଭାଇ ପଟେଲ ।

ପ୍ରଶ୍ନ :-   କାହାକୁ ‘ଲୌହମାନବ’ କୁହାଯାଉଛି ?

ଉତ୍ତର :-  ସର୍ଦାର ବଲ୍ଲଭଭାଇ ପଟେଲଙ୍କୁ ।

ପ୍ରଶ୍ନ :-   ଅରବିନ୍ଦ କେବେ ଓ  କେଉଁଠି  ଜନ୍ମଗ୍ରହଣ କରିଥିଲେ ?

ଉତ୍ତର :-  ୧୮୭୨ ମସିହାରେ ପଶ୍ଚିମବଙ୍ଗରେ ।

ପ୍ରଶ୍ନ :-   କେବେ ଅରବିନ୍ଦ ମୃତ୍ୟୁ ବାରଣ  କରିଥିଲେ ?

ଉତ୍ତର :-  ୧୯୫୦ ମସିହାରେ ।

ପ୍ରଶ୍ନ :-   କେବେ ଭାରତ ଓ ପାକିସ୍ଥାନ ନାମକ ଦୁଇଟି ସ୍ଵତନ୍ତ୍ର ରାଷ୍ଟ୍ର ଗଠନ ହେଲା ?

ଉତ୍ତର :-  ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ।

ପ୍ରଶ୍ନ :-   ଭାରତୀୟ ସମ୍ବିଧାନର ମୁଖ୍ୟ ପ୍ରଣେତା କିଏ ଥିଲେ ?

ଉତ୍ତର :-  ଡଃ ବି. ଆର. ଆମ୍ବେଦକର ।

ପ୍ରଶ୍ନ :-   ୧୯୬୯ ମସିହାରେ ଭାରତର ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର :-  ଭି. ଭି. ଗିରି ।

ପ୍ରଶ୍ନ :-   କେଉଁ ଦୁଇଟି ପତ୍ରିକା ବାଳ ଗଙ୍ଗାଧର ତିଳକ ପ୍ରକାଶ କରିଥିଲେ ?

ଉତ୍ତର :-   ‘ମରାଠା’ ଓ ‘କେଶରୀ’ ।

ପ୍ରଶ୍ନ :-   ମରାଠା ଓ କେଶରୀ ପତ୍ରିକା ଦ୍ୱୟ କେଉଁ ଭାଷାରେ ପ୍ରକାଶିତ ହୋଇଥିଲା ?

ଉତ୍ତର :-   ‘ମରାଠା’ ପତ୍ରିକା ଇଂରାଜୀ ଭାଷାରେ ଓ ‘କେଶରୀ’ ପତ୍ରିକା ମରାଠୀ ଭାଷାରେ ପ୍ରକାଶିତ ହୋଇଥିଲା ?

ପ୍ର-: ଗାନ୍ଧୀ କାହାକୁ ‘ବିବେକର ରକ୍ଷକ’ ବୋଲି କହିଥିଲେ ?

ଉ -: ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କୁ ।

ପ୍ର-: ସର୍ଦାର ପଟେଲଙ୍କ ମହାନ ଦାନ କ’ ଣ ଥିଲା ?

ଉ -: ଦେଶୀୟ ରାଜ୍ୟ ଗୁଡିକର ମିଶ୍ରଣ ।

ପ୍ର-: କିଏ ବମ୍ବେ କେସରୀ ନାମରେ ପରିଚିତ ?

ଉ -: ଫିରୋଜ ଶାହ  ମେହେଟା ।

ପ୍ର-: କିଏ କେଉଁ ଧର୍ମକୁ ‘ସବୁ ଧର୍ମର ଜନନୀ ’ ବୋଲି କହିଥିଲେ ?

ଉ -: ବିବେକାନନ୍ଦ ହିନ୍ଦୁ  ଧର୍ମକୁ ‘ସବୁ ଧର୍ମର ଜନନୀ ’ ବୋଲି କହିଥିଲେ ।

କୁଇଜ –୨୩

ପ୍ର-: କିଏ ‘ଲୋକନାୟକ’ ଭାବେ ଇତିହାସ ପ୍ରସିଦ୍ଧ ?

ଉ -: ଜୟପ୍ରକାଶ ନାରାୟଣ ।

ପ୍ର-: ‘ବାବା ସାହେବ’ ଭାବରେ କିଏ ଇତିହାସ ପ୍ରସିଦ୍ଧ ?

ଉ -: ବି. ଆର. ଆମ୍ବେଦକର ।

ପ୍ର-: କିଏ କହିଥିଲେ ’ସ୍ଵାଧୀନତା ମୋର ଜନ୍ମଗତ ଅଧିକାର’ ?

ଉ -: ବାଳ ଗଙ୍ଗାଧର ତିଳକ ।

ପ୍ର-: ଲାଲ ଲଜପତ୍  ରାୟ କିଏ ?

ଉ -: ସ୍ଵାଧୀନତା ସଂଗ୍ରାମୀ ।

ପ୍ର-: ୧୯୬୨ ମସିହା କାହିଁକି ପ୍ରସିଦ୍ଧ ?

ଉ -: ଭାରତ – ଚୀନ ଯୁଦ୍ଧ ସଂଗଠିତ ହୋଇଥିଲା ।

ପ୍ର-: ହଳଦୀଘାଟ ଯୁଦ୍ଧ କେବେ ସଂଗଠିତ ହୋଇଥିଲା ?

ଉ -: ୧୮୭୬ ଖ୍ରୀ:ଅ: ରେ ।

ପ୍ର-: ‘ଭାରତ  ଛାଡ’  କିଏ ଡାକରା ଦେଇଥିଲେ ?

ଉ -: ମହାତ୍ମାଗାନ୍ଧୀ ।

ପ୍ର-: ମହାଭାରତର ରଚୟିତା କିଏ ?

ଉ -: ବ୍ୟାସଦେବ ।

ପ୍ର-: ଭାରତର ସବୁଠାରୁ ବଡ ମରୁଭୁମି କିଏ ?

ଉ -: ଥର ।

ପ୍ର-: ଭାରତର ସବୁଠାରୁ ବଡ ଚିଡିଆଖାନା କେଉଁଠି ?

ଉ -: କଲିକତା ଆଲିପୁର ଚିଡିଆଖାନା ।

ପ୍ର-: ଭାରତର ସବୁଠାରୁ ବଡ ନଦୀ କିଏ ?

ଉ -: ଗଙ୍ଗା ।

ପ୍ର-: ଶିଖମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥର ନାମ କ’ ଣ ?

ଉ -: ଗ୍ରନ୍ଥ ସାହିବ ।

ପ୍ର-: ଭାରତର ଜାତୀୟ ପଶୁ  ନାମ କ’ ଣ ?

ଉ -: ବାଘ ।

ପ୍ର-: ଭାରତର ଜାତୀୟ ଫୁଲ କ’ ଣ ?

ଉ -: ପଦ୍ମ ।

ପ୍ର-: ଭାରତର ଜାତୀୟ ପକ୍ଷୀ କିଏ ?

ଉ -: ମୟୂର ।

ପ୍ର-: ଖ୍ରୀଷ୍ଟିୟାନ ମାନଙ୍କ ପ୍ରଧାନ ଧର୍ମଗ୍ରନ୍ଥର ନାମ କ’ ଣ ଅଟେ ଓ ସେମାନଙ୍କର ଉପାସନା ସ୍ଥଳର ନାମ କ’ ଣ ?

ଉ -: ବାଇବେଲ ଏବଂ ଚର୍ଚ୍ଚ ।

ପ୍ର-: ଜାତୀୟ ପତାକାରେ ଥିବା ‘ଚକ୍ର’ ରେ କେତୋଟି  ‘ଅଖ’ ଥାଏ ?

ଉ -: ୨୪ ଟି ।

ପ୍ର-: ଭାରତର ଜାତୀୟ ପତାକାରେ କେତୋଟି ରଙ୍ଗ ଦେଖାଯାଏ ?

ଉ -: ତିନୋଟି ।

ପ୍ର-: ଭାରତର ସପ୍ତମ ପ୍ରଧାନମନ୍ତ୍ରୀ କିଏ ଓ କେବେ ନିର୍ବାଚିତ ହୋଇଥିଲେ ?

ଉ -: ଶ୍ରୀଯୁକ୍ତ ଭି. ପି. ସିଂହ, ଡିସେମ୍ବର ୨ ତାରିଖ ୧୯୮୯ ମସିହା ।

ପ୍ର-: ଜାତୀୟ ସ୍ଵାକ୍ଷରତା ବର୍ଷ କେବେ ପାଳନ କରାଗଲା ?

ଉ -:  ଜାନୁୟାରୀ ୨୨ ତାରିଖ ୧୯୯୦ ମସିହା ।

ପ୍ର-:  ଗୋଆ  କେବେ ରାଜ୍ୟ ପାହ୍ୟା ପାଇଲା ?

ଉ -:   ମେ ୧୧ ତାରିଖ ୧୯୮୭ ମସିହାରେ ।

ପ୍ର-:   କେବେ ମିଜୋରାମ ଓ ଅରୁଣାଚଳ ପ୍ରଦେଶକୁ ରାଜ୍ୟ ପାହ୍ୟା ମିଳିଲା ?

ଉ -:   ଫ୍ରେବୃୟାରି ମାସ ୨୦ ତାରିଖ ୧୯୮୭ ମସିହା ।

ପ୍ର-:   ୧୯୭୮ ମସିହା ମେ ମାସ ୧୮ ତାରିଖ କାହିଁକି ପ୍ରସିଦ୍ଧ ?

ଉ -:   ପ୍ରଥମ ଆଣବିକ ବିସ୍ଫୋରଣ ପରୀକ୍ଷା ଭାରତ ଦ୍ଵାରା ସମ୍ପାଦିତ ହୋଇଥିଲା ।

ପ୍ର-:   ଜୁଲାଇ ୧୦, ୧୯୯୨ ମସିହା କାହିଁକି ପ୍ରସିଦ୍ଧ ?

ଉ -:   ଭାରତରେ କୃତିମ ଉପଗ୍ରହ ‘ ଇନସାଟ୍ – ୨ (କ)’ ର ସଫଳ ପ୍ରେରଣ ।

ପ୍ର-:   ଜୁଲାଇ ୨୩ ତାରିଖ ୧୯୯୩ ମସିହା କାହିଁକି ପ୍ରସିଦ୍ଧ ?

ଉ -:  ଭାରତରେ କୃତିମ ଉପଗ୍ରହ ‘ ଇନସାଟ୍ – ୨ (ଖ)’ ର ସଫଳ ପ୍ରେରଣ ।

ପ୍ର-:  ଫ୍ରେବୃୟାରି ମାସ ୧୯  ତାରିଖ ୧୯୯୪ ମସିହା କାହିଁକି ପ୍ରସିଦ୍ଧ ?

ଉ -:  ଭାରତରେ ‘ଅଗ୍ନି ‘ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଥିଲା ।

ପ୍ର-:   କେବେ ଭାରରତରେ ପ୍ରଥମ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା ?

ଉ -:   ୧୯୫୨ ମସିହାରେ ।

ପ୍ର-:   ଭାରତର ପ୍ରଥମ ସାଧାରଣ ନିର୍ବାଚନ କେବେ ହୋଇଥିଲା ?

ଉ -:   ୧୯୫୨ ମସିହାରେ ।

ପ୍ର-:   ଭାରତର ବ୍ୟାଙ୍କ ଗୁଡିକର ଜାତୀୟକରଣ କେବେ ହୋଇଥିଲା ?

ଉ -:   ୧୯୭୦ ମସିହାରେ ।

ପ୍ର-:   କେବେ ହରିୟାନା ରାଜ୍ୟ ଗଠନ ହେଲା ?

ଉ -:   ୧୯୬୬ ମସିହାରେ ।

ପ୍ର-:   ଜବାହାରଲାଲ ନେହେରୁ କେବେ ମୃତ୍ୟୁବରଣ କରିଥିଲେ ?

ଉ -:   ୧୯୬୪ ମସିହା ମେ ମାସ ୨୭ ତାରିଖ ଦିନ ।

ପ୍ର-:   ନାଦିରଶାହା କେବେ ଭାରତ ଆକ୍ରମଣ କରିଥିଲେ ?

ଉ -:   ୧୭୩୯ ମସିହା ।

ପ୍ର-:   ଭାରତକୁ କେବେ ଜଳପଥ ଆବିଷ୍କୃତ ହେଲା ?

ଉ -:   ୧୪୯୮ ମସିହାରେ ।

ପ୍ର-:   ଭାରତ କେଉଁଠି ତାର ଆଣବିକ ବିସ୍ଫୋରଣ ପରୀକ୍ଷା ୧୯୭୪ ମସିହା ମେ ମାସ ୧୮ ତାରିଖ ଦିନ ସମ୍ପାଦନ କରିଥିଲା ?

ଉ -:   ରାଜସ୍ଥାନର ପୋଖରାନଠାରେ ।

ପ୍ର-:   କାହିଁକି ୧୬୦୦ ଖ୍ରୀ:ଷ୍ଟାଦ୍ଦ ପ୍ରସିଦ୍ଧ ?

ଉ -:   ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା ଲାଭ କଲା ।

ପ୍ର-:   କେବେ ଭାରତ ବ୍ରିଟିଶ ପାର୍ଲାମେଣ୍ଟ ଦ୍ଵାରା ଶାସିତ ହେଲା ?

ଉ -:   ୧୮୮୫ ଖ୍ରୀଷ୍ଟାଦ୍ଦଠାରୁ ।

ପ୍ର-:   କେବେ ଭାରତ ସରକାର ଆଇନ୍ ପ୍ରଣିତ ହେଲା ?

ଉ -:   ୧୯୩୫ ମସିହାରେ ।

ପ୍ର-:   ୧୯୭୨ ମସିହା ଜୁଲାଇ ୩ ତାରିଖ କାହିଁକି ପ୍ରସିଦ୍ଧ ?

ଉ -:   ଭାରତ ଓ ପାକିସ୍ଥାନ ମଧ୍ୟରେ ସିମଲା ଚୁକ୍ତି ସମ୍ପାଦିତ ହୋଇଥିଲା ।

ପ୍ର-:   ଦାଣ୍ଡି ସ୍ଥାନଟି କେଉଁଠି ଅବସ୍ଥିତ ?

ଉ -:    ଗୁଗୁରାଟର ଅହମଦାବାଦଠାରୁ ପ୍ରାୟ ୨୦୦ କି.ମି. ଦୂରରେ ସମୁଦ୍ରଉପକୂଳରେ ଅବସ୍ଥିତ ।

କୁଇଜ –୨୪

ପ୍ର-:    ରାମ ଚରିତ ମାନସ କିଏ ରଚନା କରିଥିଲେ ?

ଉ -:    ତୁଲସୀ ଦାସ ।

ପ୍ର-:    ‘ବିଗିନିଂ ଅଫ ଦି ଏଣ୍ଡ’ ପୁସ୍ତକର ରଚୟିତା କିଏ ?

ଉ -:    ଡଃ ହରେକୃଷ୍ଣ ମହତାବ ।

ପ୍ର-:    କେବେ ଷଢେଇକଳା ଓ ଖରସୁଆଁ ଓଡିଶା ସହିତ ମିଶ୍ରଣ ହୋଇଥିଲା ?

ଉ -:    ୧୯୪୮ ମସିହା ଜାନୁୟାରୀ ମାସ ୧ ତାରିଖ ଦିନ ।

ପ୍ର-:    ଭାରତୀୟ ସ୍ଵାଧୀନତା ସଂଘ କିଏ ଗଠନ କରିଥିଲେ ?

ଉ -:    ମହାନ ବିପ୍ଳବୀ ରାସବିହାରୀ ବୋଷ ।

ପ୍ର-:    କେବେ ଓ କେଉଁଠି ଦ୍ଵିତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ?

ଉ -:     ୧୯୩୧ ମସିହାରେ ଲଣ୍ଡନ ଠାରେ ।

ପ୍ର-:    ତୃତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ?

ଉ -:     ୧୯୩୨ ମସିହା ନଭେମ୍ବର ମାସରେ ।

ପ୍ର-:    ୧୫୨୬ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ?

ଉ -:     ପ୍ରଥମ ପାନିପଥ ଯୁଦ୍ଧ ।

ପ୍ର-:    ୧୫୪୦ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ?

ଉ -:   ଚୌସା ଯୁଦ୍ଧ ।

ପ୍ର-:   ୧୫୫୬ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ?

ଉ -:   ଦ୍ଵିତୀୟ ପାନିପଥ ଯୁଦ୍ଧ ।

ପ୍ର-:   ୧୭୬୧ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ?

ଉ -:   ତୃତୀୟ ପାନିପଥ ଯୁଦ୍ଧ ।

ପ୍ର-:   ୧୫୭୬ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ?

ଉ -:   ହଲଦିଘାଟ ଯୁଦ୍ଧ ।

ପ୍ର-:   ୧୭୫୭ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ?

ଉ -:   ପଲାଶୀ ଯୁଦ୍ଧ ।

ପ୍ର-:   ୧୮୫୭ ମସିହାରେ କେଉଁ ଯୁଦ୍ଧ ସଂଗଠିତ ହୋଇଥିଲା ?

ଉ -:   ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ ।

ପ୍ର-:   ୧୯୬୨ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ?

ଉ -:   ଭାରତ – ଚୀନ ଯୁଦ୍ଧ ।

ପ୍ର-:   ୧୯୬୫ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ?

ଉ -:   ଭାରତ – ପାକିସ୍ଥାନ ଯୁଦ୍ଧ ।

ପ୍ର-:   ୧୯୭୧ ମସିହାରେ କେଉଁ ଯୁଦ୍ଧ ହୋଇଥିଲା ?

ଉ -:   ଦ୍ଵିତୀୟ ଭାରତ – ପାକିସ୍ଥାନ ଯୁଦ୍ଧ ।

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top