ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ବିଦ୍ୟାଳୟ ପରିବେଶ
ସେଆର କରନ୍ତୁ

ବିଦ୍ୟାଳୟ ପରିବେଶ

ବିଦ୍ୟାଳୟ ପରିବେଶ ର ସୂଚନା

ବିଦ୍ୟାଳୟ ପରିବେଶ

ବିଦ୍ୟାଳୟ ପରିବେଶକୁ ଆନନ୍ଦମୟ କରିବାକୁ ହେଲେ ପ୍ରଥମେ ପିଲାମାନଙ୍କର କେତେକ ଆବଶ୍ୟକତା ପ୍ରତି ଧ୍ୟାନ ଦେବାକୁ ହେବ   । ଯଥା ବସିବା ବା ଚଳପ୍ରଚଳ ହେବା ପାଇଁ ଯଥେଷ୍ଟ ସ୍ଥାନ, ପିଇବା ପାଣିର ବ୍ୟବସ୍ଥା , ପାଇଖାନା ଓ ପରିସ୍ରାଗାର ବ୍ୟବସ୍ଥା ,  ଶ୍ରେଣୀ ଗୃହରେ ଆଲୋକ ଓ ବାୟୁ ଚଳାଚଳର ସୁବିଧା ଆଦିକୁ ଗୁରୁତ୍ଵ ଦେବା   ।  ଏହି ସବୁ ବ୍ୟବସ୍ଥା ଗୁଡିକର ଉପଯୁକ୍ତ ବ୍ୟବହାର ଓ ରକ୍ଷଣାବେକ୍ଷଣାରେ ପିଲାମାନେ ସମ୍ପୃକ୍ତ ହେଲେ,  ସେମାନଙ୍କର ପରିଚ୍ଛନ୍ନତା ତଥା ସ୍ୱାସ୍ଥ୍ୟକର ଅଭ୍ୟାସମାନ ବୃଦ୍ଧି ପାଇବା ସହିତ ସେମାନେ ଏଥିରୁ ବହୁତ କିଛି ଶିଖିବାର ସୁଯୋଗ ପାଇପାରିବେ   ।  ବିଦ୍ୟାଳୟର ବାହ୍ୟ ପରିବେଶ କୁ ଆକର୍ଷଣ କରିବା ପାଇଁ ଏହି ସର୍ବାଙ୍ଗୀନ ଶିକ୍ଷାରେ ପ୍ରଧାନ ସହାୟକ ଭାବେ କାର୍ଯ୍ୟକରିଥାଏ   ।  ବିଶେଷ କରି ପିଲାମାନେ ଏଥିରୁ ପ୍ରଚୁର  ଆନନ୍ଦ ପାଇଥାନ୍ତି ।  ବିଦ୍ୟାଳୟରେ ବଗିଚାର ଯୋଜନା , ସୃଷ୍ଟି ଓ ଯତ୍ନ ନେବା ଆଦି ପ୍ରତ୍ୟେକ ସୋପାନରେ ପିଲାମାନେ ସକ୍ରିୟ ଅଂଶଗ୍ରହଣ କରିପାରନ୍ତି    । ଏହାଦ୍ଵାରା ବିଦ୍ୟାଳୟ ପ୍ରତି ସେମାନଙ୍କର ଆଗ୍ରହ ସମ୍ପ୍ରକ୍ତି ବଢିବା ସହ ଏକ ସୁନ୍ଦର ପରିବେଶରୁ ପାଠ୍ୟକ୍ରମର ଅଧିକାଂଶ ଅଭିଜ୍ଞାତା ଆହରଣ କରିପାରନ୍ତି   ।  ସେଥିପାଇଁ ବୋଧ ହୁଏ କୁହାଯାଉଇଛି ,  ପ୍ରକୃତି ହିଁ ସର୍ବୋକୃଷ୍ଟ ଶିକ୍ଷକ   ।  ବଗିଚାରେ ବିଭିନ୍ନ ପ୍ରକାର ଫୁଲ ବା ସୁନ୍ଦର ବୃକ୍ଷରୋପଣ କରିବା ସହିତ ବିଭିନ୍ନ ପ୍ରକାର ଶୈକ୍ଷିକ ସାମଗ୍ରୀର ବ୍ୟବସ୍ଥା ମଧ୍ୟ କେତେକ ମଧ୍ୟ କେତେକ ବିଦ୍ୟାଳୟରେ ଦେଖିବାକୁ ମିଳେ   ।  ରାଜ୍ୟ ବା ଦେଶର ରିଲିଫ ମାନଚିତ୍ର , ଦଳଗତ କାର୍ଯ୍ୟପାଇଁ ବିଭିନ୍ନ ନକ୍ସା ଭଳି ଶିକ୍ଷଣୀୟ ବ୍ୟବସ୍ଥା ସୃଷ୍ଟି କରାଯାଇପାରେ   ।

ପିଲାମାନେ ସ୍ଵଭାବତଃ ଖେଳପ୍ରିୟ   ।  ସେଥିପାଇଁ ବିଦ୍ୟାଳୟ ପରିବେଶରେ ଦୋଳି, ଡେଇଁବା ପାଇଁ ବାଲିର ଫିଟ , ଦଉଡିବା ବା କବାଡି ଖେଳିବା ପାଇଁ ଗାର ପକାଯାଇଥିବା ପଡିଆ ବ୍ୟବସ୍ଥା ବିଦ୍ୟାଳୟରେ କରାଯାଇପାରିବ   ।  ଏପରି କେତେକ ଦ୍ଵାରା ପିଲାମାନେ  ବିଦ୍ୟାଳୟରେ ଅଧିକ ସମୟ ବିତାଇ ପାରିବେ   ।  ମୌଳିକ ଆବଶ୍ୟକତା ,  ବଗିଚା ଓ ଶିଶୁପ୍ରିୟ ଉପାଦାନ ଆଦି ସହିତ ବିଦ୍ୟାଳୟ ଗୃହର ବାହାର କାନ୍ଥ ଓ ବାରଣ୍ଡାରେ ମଧ୍ୟ ଶିକ୍ଷଣ ପରିବେଶର ବିଶେଷ ଅଙ୍ଗଭାବେ ସଦୁପଯୋଗ କରାଯାଇପାରିବ  ।  ବିଦ୍ୟାଳୟ ସମ୍ବନ୍ଧୀୟ ତଥ୍ୟାବଳି ପ୍ରଦର୍ଶନ ବ୍ୟତୀତ ବିଭିନ୍ନ ପ୍ରକାରର ଶିକ୍ଷଣ କାର୍ଯ୍ୟ , ମହାପୁରୁଷମାନଙ୍କର ଚିତ୍ର ଓ ବାଣୀ , ପିଲାଙ୍କ ଦ୍ଵାରା ପ୍ରସ୍ତୁତ ମୁଖପତ୍ର ,  ରାଜ୍ୟ ଓ ଜିଲ୍ଲାର ମାନଚିତ୍ର , ବିଶେଷ ଜ୍ଞାତବ୍ୟ ବିଷୟମାନ ପାଇଁ ବାହାର କାନ୍ଥକୁ ବ୍ୟବହାର କରାଯାଇପାରିବ   ।  ଏହିସବୁ ଶିକ୍ଷଣ ବ୍ୟବସ୍ଥାରେ ପିଲାମାନେ ବ୍ୟକ୍ତିଗତ ବା ଦଳଗତ ଅଂଶଗ୍ରହଣ କରିପାରିବେ   ।  ଏହାଦ୍ଵାରା ପିଲାମାନଙ୍କର ବିଦ୍ୟାଳୟ ପାଇଁ ଆଗ୍ରହ ସୃଷ୍ଟିହେବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ହେବାରେ ସାହାଯ୍ୟ କରିଥାଏ  ।

ଶ୍ରେଣୀ ପରିବେଶ

ବିଦ୍ୟାଳୟର ବାହ୍ୟ ପରିବେଶ ମୁଖ୍ୟତଃ ପିଲାମାନଙ୍କ ପାଇଁ ଏକ ସୁସ୍ଥ ଏବଂ ଆନନ୍ଦମୟ ବାତାବରଣ ସୃଷ୍ଟି କରିବା ସହ ପ୍ରାକୃତିକ ପରିବେଶରୁ ଶିକ୍ଷା ପାଇଁ ସୁଯୋଗ ସୃଷ୍ଟିକରିବାରେ ସହାୟକ ହୋଇଥାଏ   ।  ଅପରପକ୍ଷରେ ଶ୍ରେଣୀ କକ୍ଷର ପ୍ରତ୍ୟେକ ଉପାଦାନ ପିଲାମାନଙ୍କର ଶିକ୍ଷା ସହ ସମ୍ପୃକ୍ତ   ।  ଶ୍ରେଣୀକକ୍ଷର କାନ୍ଥରେ ସମ୍ପୃକ୍ତ ଶ୍ରେଣୀର ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷଣକାର୍ଯ୍ୟ   , କାନ୍ଥଚିତ୍ର ଆଦି ଚିତ୍ରଣ କରାଯାଇପରେ  ।  ତଳ ଶ୍ରେଣୀମାନଙ୍କରେ ପିଲାମାନଙ୍କ ସ୍ଵଚ୍ଛନ୍ଦ ଲିଖନ ଓ ଚିତ୍ରାଙ୍କନ ପାଇଁ ବିଭିନ୍ନ ଆକୃତିର କଳାପଟା କାନ୍ଥରେ ରଙ୍ଗଦେଇ ସୃଷ୍ଟିକରାଯାଇପାରେ   ।  ଏପରିକି ଶ୍ରେଣୀଗୃହ ଚଟାଣକୁ ମଧ୍ୟ ବିଭିନ୍ନ ଶିକ୍ଷଣ କାର୍ଯ୍ୟପାଇଁ ବ୍ୟବହାର କରାଯାଇପରେ   ।  ଶ୍ରେଣୀ ମଧ୍ୟରେ ପ୍ରଚୁର ଶିକ୍ଷାଦାନ ପାଇଁ ଶିକ୍ଷଣ ଉପକାରଣ ଗଚ୍ଛିତ ହୋଇଥିବ  , ଯାହାକୁ ବ୍ୟବହାର କରିବା ପାଇଁ ପିଲାମାନଙ୍କର ସ୍ଵାଧୀନତା ଥିବ    ।  ଏଥିମଧ୍ୟରୁ ଅଧିକାଂଶ ସାମଗ୍ରୀ ଏହି ଅଞ୍ଚଳରୁ ସଂଗ୍ରହ କରାଯାଇପାରିବ ବା ପ୍ରସ୍ତୁତି କରାଯାଇଥିବ   ।  ଏତତବ୍ୟତୀତ ପିଲାମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ମଡେଲ , ଚିତ୍ର , ହସ୍ତକର୍ମ ଆଦି ଶ୍ରେଣୀଗୃହରେ ପ୍ରଦର୍ଶନ କରାଯାଇପାରିବ   ।  ପିଲାମାନଙ୍କର ଶିକ୍ଷଣକୁ ବହୁମତେ ବୁଦ୍ଧିମନ୍ତ କରିଥାଏ ଓ ପିତାମାତାଙ୍କର ବିଦ୍ୟାଳୟ ଶିକ୍ଷାର ଉଚ୍ଚମାନ ଉପରେ ଅଧିକ ବିଶ୍ଵାସ ଜାତ କରିଥାଏ   ।

ମାନବୀୟ ପରିବେଶ

ବିଦ୍ୟାଳୟ ଓ ଶ୍ରେଣୀଗୃହକୁ ଅଧିକ ଉପଯୋଗୀ କରିବାର ଉପରୋକଟ ବ୍ୟବସ୍ଥାମାନ ଯେତେ ଉପଯୋଗୀ ଠିକ ସେହିପରି ଶିକ୍ଷକ,  ଶିକ୍ଷାର୍ଥୀ , ପିତାମାତା ଓ ଗୋଷ୍ଠୀ ସଦସ୍ୟମାନଙ୍କର ମଧ୍ୟରେ ଉତ୍ତମ ସମ୍ପର୍କ ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ   ।  ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସମ୍ପର୍କ ପିଲାମାନଙ୍କର ବିଦ୍ୟାଳୟରେ ରହିବା   ,  ଶିକ୍ଷଣର ମାନ ଓ ପରିମାଣକୁ ବହୁଭାବରେ ପ୍ରଭାବିତ କରିଥାଏ   ।  ସେହିପରି ଶିକ୍ଷକ , ପିତାମାତା ଓ ଗୋଷ୍ଠୀ ସଦସ୍ୟଙ୍କର ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟରେ ସହଯୋଗ ଓ ସମ୍ପୃକ୍ତ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ସହିତ ଏକ ସୁସ୍ଥ ଶିକ୍ଷଣ ପରିବେଶ ସୃଷ୍ଟି କରିବାରେ ବହୁଭାବରେ ସହାୟକ ହୋଇଥାନ୍ତି   ।

ସାଧାରଣଭାବେ ଶ୍ରେଣୀଗୃହରେ ଶିକ୍ଷା ସମୟକୁ ହିଁ ଶିଖିବାର ସମୟଭାବେ ବିଚାର କରାଯାଇଥାଏ   ।  କେତେକ କ୍ଷେତ୍ରରେ ସଚେତନ ପରିବାର ପିଲାମାନଙ୍କ ପାଇଁ ନିଜ ଘରେ ସ୍ଵତନ୍ତ୍ର ଶିକ୍ଷା ସୁଯୋଗ ସୃଷ୍ଟି କରିଥାନ୍ତି   ।  ଶିଖିବାର ପରିବେଶକୁ ଉନ୍ନତ କରିପାରିଲେ , ଶ୍ରେଣୀରେ ପାଠପଢା ସମୟ ପରେ ମଧ୍ୟ ପିଲାଟିଏ ନିଜେ ବା ନିଜ ସାଙ୍ଗମାନଙ୍କ ସହ ବିଦ୍ୟାଳୟରେ ବୁଲୁଥିବା  , ଖେଳୁଥିବା ସମୟରେ ବିଭିନ୍ନ ପ୍ରକାର ଶିକ୍ଷଣ ଅନୁଭୂତି ହାସଲ କରିବାର ସୁଯୋଗ ପାଇବ   ।

ଆଧାର : ପୋତାଲା  ଟିମ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top