ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ବିରଳ ବ୍ୟକ୍ତିତ୍ଵ ଲାଲବାହାଦୂର ଶାସ୍ତ୍ରୀ
ସେଆର କରନ୍ତୁ

ବିରଳ ବ୍ୟକ୍ତିତ୍ଵ ଲାଲବାହାଦୂର ଶାସ୍ତ୍ରୀ

ବିରଳ ବ୍ୟକ୍ତିତ୍ଵ ଲାଲବାହାଦୂର ଶାସ୍ତ୍ରୀ ବିଷୟରେ ସୂଚନା I

ସ୍ଵାଧୀନତ ପରବର୍ତ୍ତୀ ଭାରତ ରେ ଆଜି ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ପ୍ରଧାନମନ୍ତ୍ରୀ ପଦବୀରେ ରହିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସ୍ଵର୍ଗତଃ  ଲାଲବାହାଦୂର ଶାସ୍ତ୍ରୀ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ତାଙ୍କର ସରଳ, ନିଷ୍କପଟ ଆଚରଣ, ଅହଂକାର  ଶୂନ୍ୟ ବ୍ୟକ୍ତିତ୍ଵ ଓ କର୍ତ୍ତବ୍ୟନିଷ୍ଠା ତାଙ୍କୁ ଚିରସ୍ମରଣୀୟ କରି ରଖିବ । ଛୋଟିଆ ମଣିଷଟିଏ, ଅତି ସାଦାସିଧା ପୋଷାକ, ମୁଣ୍ଡରେ ଗାନ୍ଧୀ ଟୋପି, ଖଦଡ଼ ଧୋତି, ପଞ୍ଜାବୀ ପିନ୍ଧା ଏହି ନେତା ଜଣକ ମାତ୍ର ଦେଢ଼ବର୍ଷ ପ୍ରଧାନମନ୍ତ୍ରୀ ରହିଥିଲେ ମଧ୍ୟ ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଯାଇଛନ୍ତି ।

ଶାସ୍ତ୍ରୀଜୀଙ୍କ ଜୀବନୀ

ପଣ୍ଡିତ ଜବାହରଲାଲ ନେହେରୁ ଦୀର୍ଘ ୧୭ ବର୍ଷ ଭାରତର ଅପ୍ରତିଦ୍ଵନ୍ଦୀ ନେତ। ତଥା ପ୍ରଧାନମନ୍ତ୍ରୀ ରହିବା ପରେ ୧୯୬୪ ମେ ମାସରେ ତାଙ୍କର ଦେହାନ୍ତ ହୋଇଯାଇଥିଲା ।ଗୁଲ ଜାରୀଲାଲ ନନ୍ଦା କିଛି ଦିନ ଅସ୍ଥାୟୀ ପ୍ରଧାନମନ୍ତ୍ରୀ ରହିବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ନିଷ୍ପତ୍ତିକ୍ରମେ ଲାଲବାହାଦୂର ଶାସ୍ତ୍ରୀଙ୍କୁ ସର୍ବସମ୍ମତ ନେତ ନିର୍ବାଚିତ କରାଯାଇଥିଲା । ସେତେବେଳେ କଂଗ୍ରେସ ଦଳରେ ଏସ୍. କେ. ପାଟିଲ, ଅତୁଲ୍ୟ ଘୋଷ, କ୍ରିଷ୍ଣା ମେନନ୍, ଟି.ଟି. କ୍ରିଷ୍ଣମାଚାରୀ, ନୀଲମ ସଞ୍ଜୀବ ରେଡି, ମୋରାରଜୀ ଦେଶାଇ, ଗୁଲଜାରୀଲାଲ  ନନ୍ଦାଙ୍କ ଭଳି ବହୁ ପ୍ରତିଭାଶାଳୀ ନେତା ଥିଲେ ମଧ୍ୟ ଲାଲବାହାଦୂରଙ୍କୁ ହିଁ ପ୍ରଧାନମନ୍ତ୍ରୀ ପଦ ପାଇଁ ବଛା ଯାଇଥିଲା । ସ୍ଵର୍ଗତଃ ଶାସ୍ତ୍ରୀ ୧୯୬୪ ଜୁନ୍ ୨ ତାରିଖରୁ ୧୯୬୬ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଲେ । ତାଙ୍କର “ଜୟ ଜବାନ, ଜୟ କିଷାନ’ ଧ୍ଵନି ସମଗ୍ର ଦେଶର ନୂତନ ଉଦ୍ଦୀପନା ସୃଷ୍ଟି କରିଥିଲା ।

ଉତ୍ତର ପ୍ରଦେଶର  ବାରାଣସୀ ନିକଟବର୍ତ୍ତୀ ମୋଗଲସରାଇ  ଗ୍ରାମରେ ଏକ ଦରିଦ୍ର ପରିବାରରେ  ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ତାଙ୍କର ଜନ୍ମ । ପିତା ଶାରଦା ପ୍ରସାଦ ଶ୍ରୀବାସ୍ତବ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ । ଲାଲବାହାଦୂର ମାତ୍ର ଦେଢ଼ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଥିଲେ। ଉତ୍କଟ ଦାରିଦ୍ର୍ୟ, ଅଭାବ ଅନଟନ ମଧ୍ୟରେ ମାତା ରାମଦୁଲାରୀ ଲାଲୁଙ୍କ ସମେତ ଆଉ ଦୁଇ କନ୍ୟାଙ୍କ ଭରଣ ପୋଷଣ କରିଥିଲେ । ମାତ୍ର ଦାରିଦ୍ର୍ୟର କଷାଘାତ ସହ୍ୟ କରିନପାରି ରାମଦୁଲାରୀ ପିଲାମାନଙ୍କୁନେଇ ନିଜ ବାପଘରକୁ ଚାଲି ଯାଇଥିଲେ । ସେହିଠାରେ ଲାଲବାହାଦୂରଙ୍କ ବାଲ୍ୟ ଶିକ୍ଷା ଆରମ୍ଭ ହୋଇଥିଲା । ଗ୍ରାମରେ ପ୍ରାଥମିକ ଶିକ୍ଷା ଶେଷକରି ହରିଶ୍ଚନ୍ଦ୍ର ବିଦ୍ୟାପୀଠରେ ସେ ଉଚ୍ଚ ମାଧ୍ୟମିକ ଶିକ୍ଷା ଲାଭ କରିଥିଲେ ।

ଲାଲବାହାଦୂରଙ୍କ ପାରିବାରିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ ସେ ଉଚ୍ଚ ଶିକ୍ଷା ପାଇ ପାରିନଥିଲେ । ୧୯୨୧ ରେ ସେ ଗାନ୍ଧିଜୀଙ୍କ ଦ୍ଵାର। ସ୍ଥାପିତ କାଶୀ ଜାତୀୟ ବିଦ୍ୟାପୀଠର ସଂସ୍କୃତ ଅଧ୍ୟୟନ କଲେ । ସେଠାରେ ବିଦ୍ୟାର୍ଥୀ ମାନଙ୍କୁ କଠୋର ସଂଯମ, ନିଷ୍ଠା, ଚରିତ୍ରବତ୍ତା ଓ ଅନୁଶାସନ ମଧ୍ୟରେ ରହିବାକୁ ପଡ଼ୁଥିଲା । ୧୯୨୫ରେ ସେ ‘ଉପାଧି’ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର  କରି ‘ଶାସ୍ତ୍ରୀ’ ଉପାଧି  ଲାଭ କଲେ । ବିଦ୍ୟାପୀଠରେ ଅଧ୍ୟାପକ ମାନଙ୍କ ସୁପାରିଶକ୍ରମେ ଲାଲବାହାଦୂରଙ୍କୁ ‘ଲୋକସେବକ ମଣ୍ଡଳ’ର ସଭ୍ୟ ରୂପେ ନିଯୁକ୍ତି ମିଳିଲା । ତାଙ୍କର କାର୍ଯ୍ୟ ଦକ୍ଷତ, କର୍ତ୍ତବ୍ୟନିଷ୍ଠା ଓ ଦେଶପ୍ରେମ ଯୋଗୁଁ ତାଙ୍କୁ ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ କର।ଯାଇଥିଲା । କାଶୀ ବିଦ୍ୟାପୀଠର ଅଧ୍ୟକ୍ଷ ଡଃ ଭଗବାନ ଦାସ ତାଙ୍କ ରାଜନୈତିକ  ଜୀବନର ଗୁରୁ ଥିଲେ ।

୧୯୨୮ ମସିହ।ରେ ମା’ଙ୍କ ଅନୁରୋଧ ରକ୍ଷାକରି ୨୩ ବର୍ଷ ବୟସରେ ସେ ଲଳିତ। ଦେବୀଙ୍କୁ ବିବାହ କଲେ । ଉତ୍କଟ ଅଭାବ, ଅନଟନ ଓ ଦାରିଦ୍ର୍ୟ ମଧ୍ୟରେ ଥାଇ ମଧ୍ୟ ଲାଲବାହାଦୂର ଜନସେବା  ଓ ଦେଶ ସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରି ନେଲେ । ପତ୍ନୀ ଲଳିତ। ଦେବୀ ମଧ୍ୟ ପତିଙ୍କ ସରଳ ଜୀବନଯାପନ ପ୍ରଣାଳୀକୁ ଗ୍ରହଣ କରି ନେଲେ ।

୧୯୩୦ ମସିହା ବେଳକୁ ଭାରତ ରେ ସର୍ବତ୍ର ସ୍ୱାଧୀନତା ଆନ୍ଦୋଳନର ନିଆଁ କୁହୁଳୁଥାଏ । ପଚିଶ ବର୍ଷ ବୟସ୍କ ଲାଲବାହାଦୂର ମାତାଙ୍କ  ଅନୁମତି ନେଇ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଲେ । ବିଭିନ୍ନ ସଭା ସମିତିରେ ଭାଷଣ ଦେଇ ବ୍ରିଟିଶ ସରକାରଙ୍କ କଠୋର ଦମନଲୀଳାର ସମାଲୋଚନା କରିବାକୁ ଆରମ୍ଭ କଲେ । ଫଳରେ ସେ ବାରମ୍ବାର ଗିରଫ ହୋଇ ପ୍ରାୟ ୬ ଥର ଜେଲରେ ରହିଲେ ।  ଜେଲରେ ପ୍ରାୟ ୯ ବର୍ଷ ରହିବା ସମୟରେ ସେ ବହୁ ପୁସ୍ତକ ଅଧ୍ୟୟନ କରିବାର ସୁଯୋଗ ପାଇଲେ । ସେ ଜେଲରେ ଥିବା  ସମୟରେ ତାଙ୍କ ପୁଅ ଓ ଝିଅ ଗୁରୁତର ରୋଗାକ୍ରାନ୍ତ ହେଲେ । ଚିକିତ୍ସା ଅଭାବରୁ ଝିଅର ମୃତ୍ୟୁ ହୋଇଗଲା । ଜେଲ କର୍ତ୍ତୃପକ୍ଷଙ୍କ ଅନୁମତିକ୍ରମେ ସେ ଘରକୁ ଆସି ପୁଅର ଚିକିତ୍ସା ବ୍ୟବସ୍ଥା କରିବା ପରେ ଚୁକ୍ତି ଅନୁଯାୟୀ । ପୁଣି ଜେଲକୁ ଫେରି ଯାଇଥିଲେ ।

ଶାସ୍ତ୍ରୀଜୀଙ୍କ ରାଜନୀତିରେ ଭୂମିକା

୧୯୨୦ ମସିହାରେ ଶାସ୍ତ୍ରୀଜୀ କଂଗ୍ରେସରେ ଯୋଗ ଦେଲେ । ୧୯୪୬ ମସିହାରେ ସେ ଉତ୍ତର ପ୍ରଦେଶ ବ୍ୟବସ୍ଥାପକ ସଭାର ସଭ୍ୟ ରୂପେ ନିର୍ବାଚିତ ହୋଇ ପୋଲିସ ବିଭାଗ ମନ୍ତ୍ରୀ ହୋଇଥିଲେ ।  ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ଵାଧୀନ ହେବା ପରେ ଲାଲବାହାଦୂରଙ୍କୁ ନିଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ଭାବେ ନିଯୁକ୍ତି ମିଳିଥିଲା । ଉତ୍ତର ପ୍ରଦେଶରେ ମନ୍ତ୍ରୀ ହେବା ପରେ ମଧ୍ୟ ସେ ଅତି ସରଳ ଜୀବନ ଯାପନ କରୁଥିଲେ । ସେ ନିଜ ସରକାରୀ ବଙ୍ଗଳାରୁ ଶୀତତାପ ନିୟନ୍ତ୍ରକ ଯନ୍ତ୍ର ଉଠାଇ ଦେଇଥିଲେ । ମୋଟା ଖଦଡ଼ ଧୋତି ଓ ପଞ୍ଜାବୀ ପିନ୍ଧୁ ଥିଲେ । ସେ ଶାକାହାରୀ ଥିଲେ । କୌଣସି ପ୍ରକାର ବିଳାସ, ବ୍ୟସନ ବା ଦୁର୍ନୀତି ତାଙ୍କୁ ସ୍ପର୍ଶ କରିନଥିଲା ।

ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ନିମନ୍ତ୍ରଣ କ୍ରମେ ଶାସ୍ତ୍ରୀଜୀ ୧୯୫୨ ମସିହାରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗ ଦେଲେ । ସେ ରେଳବାଇ ଓ ପରିବହନ ବିଭାଗର କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥିଲେ । କିନ୍ତୁ ଦୁଇଥର ରେଳ ଦୁର୍ଘଟଣା ଘଟିବା ପରେ ସେ ଏଥିପାଇଁ ନିଜକୁ ଦାୟୀ କରି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପ୍ରଧାନମନ୍ତ୍ରୀ ଯେତେ ବୁଝାଇଲେ ମଧ୍ୟ ସେ ଇସ୍ତଫା ପ୍ରତ୍ୟାହାର କଲେ ନାହିଁ । ଏହା ତାଙ୍କର କର୍ତ୍ତବ୍ୟନିଷ୍ଠା  ଓ ଦାୟିତ୍ଵବୋଧର ପରିଚାୟକ । ମାତ୍ର ଆଜିକାଲି ସେଭଳି ଦାୟିତ୍ଵବୋଧ ବିରଳ ।

ପରବର୍ତ୍ତୀ ସମୟରେ ଲାଲବାହାଦୂର କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ବିଭାଗ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ତାଙ୍କର ନିଷ୍ଠା ଓ କାର୍ଯ୍ୟଦକ୍ଷତା ଯୋଗୁଁ ପଣ୍ଡିତ ନେହେରୁ ଲାଲବାହାଦୁର ଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ । ଶାସ୍ତ୍ରୀଜୀ ଯାହା କରିବାକୁ ଚାହୁଁଥିଲେ ଓ ନିଷ୍ପଭି କରୁଥିଲେ ତାହା କରୁଥିଲେ । ସେ ଥିଲେ କର୍ମଠ, ନିରଳସ ଓ ଅହଂଭାବ । ଶୂନ୍ୟ କର୍ମଯୋଗୀ । ସେ ଅତ୍ୟନ୍ତ ଶାନ୍ତ ଓ ସରଳ ସ୍ୱଭାବର ଥିବାରୁ ସାଧାରଣ ଲୋକେ ନିଜର ଅଭାବ ଅସୁବିଧା ତାଙ୍କୁ ସହଜରେ ଜଣାଇ ପାରୁଥିଲେ । ସେ ଜନସାଧାରଣଙ୍କ ସହିତ ମିଶୁଥିଲେ ଓ ସେମାନଙ୍କ ସମସ୍ୟା ଧୈର୍ଯ୍ୟର ସହିତ ଶୁଣି ତାର ପ୍ରତିକାର କରୁଥିଲେ । ତାଙ୍କ ପାଇଁ ‘ଜେଡ ପ୍ଲସ ’ ସିକ୍ୟୁରିଟି ବା ନିରାପତ୍ତା ବ୍ୟବସ୍ଥା ଦରକାର ନଥିଲା । ସେ ପ୍ରକୃତ ଜନ ପ୍ରତିନିଧି  ଥିଲେ । ପରବର୍ତ୍ତୀ କାଳରେ ଶାସ୍ତ୍ରୀଜୀ ବିଭାଗ ବିହୀନ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଥିଲେ ।

୧୯୬୨ ମସିହାରେ ଚୀନ ଭଳି ଏକ ପଡ଼ୋଶୀ ବନ୍ଧୁ ରାଷ୍ଟ୍ର ଭାରତ ଉପରେ ଅଚାନକ ଆକ୍ରମଣ କରି ବହୁ ଭାରତୀୟ ଅଞ୍ଚଳ ଦଖଲ କରି ନେଲା। ବହୁ ଭାରତୀୟ ସୈନ୍ୟ ମୃତାହତ ହେଲେ ଓ ଯୁଦ୍ଧ ବନ୍ଦୀ ହେଲେ । ସେଥିରେ ପ୍ରଧାନମନ୍ତ୍ରୀ ନେହେରୁ ଗୁରୁତର ମାନସିକ ଆଘାତ ପାଇଥିଲେ । ପଶୀଳ ନୀତି ଏବଂ ହିନ୍ଦୀ-ଚୀନି ଭାଇ ଭାଇ ଧ୍ଵନିର ବିଫଳତା ନେହେରୁଙ୍କୁ ବ୍ୟଥିତ କରିଥିଲା । ୧୯୬୪ରେ ନେହେରୁଙ୍କ ଦେହାନ୍ତ ହୋଇଗଲା । ଫଳରେ ଲାଲବାହାଦୂର ସର୍ବସମ୍ମତି କ୍ରମେ ଭାରତର ପ୍ରଧାନମନ୍ତ୍ରୀ ହେଲେ । ସେ ପ୍ରଧାନମନ୍ତ୍ରୀ ହେବାପରେ କେତେକ ନୂତନ ପରମ୍ପରା ସୃଷ୍ଟି କଲେ ଓ ବିରୋଧୀ ଦଳ ନେତା ମାନଙ୍କୁ ବିଭିନ୍ନ ସରକାରୀ ଦାୟିତ୍ଵ ପ୍ରଦାନ କରିଥିଲେ।

ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ୧୯୬୫ ସେପ୍ଟେମ୍ବର ମାସରେ ଭାରତ ଉପରେ ପାକିସ୍ଥାନ ଅଚାନକ ଆକ୍ରମଣ କଲା । ପାକିସ୍ଥାନ ଭାବିଥିଲା ନେହେରୁଙ୍କ ପରେ ଭାରତ ଦୁର୍ବଳ ହୋଇ ପଡ଼ିଥିବ, ତେଣୁ କାଶ୍ମୀରକୁ ଅନାୟାସରେ ଦଖଲ କରି ନେବ । ମାତ୍ର ଶାସ୍ତ୍ରୀଜୀ ପାକିସ୍ଥାନର ଦୃଢ଼ ମୁକାବିଲା କଲେ । ତାଙ୍କର “ଜୟ ଜବାନ, ଜୟ କିଷାନ' ଧ୍ଵନି ଦେଶବାସୀଙ୍କୁ ତଥା ଭାରତୀୟ ସାମରିକ ବାହିନୀକୁ ଏଭଳି ଉଦ୍‌ବୁଦ୍ଧ କରିଥିଲା ଯେ, ଭାରତୀୟ ସେନାବାହିନୀ ପାକିସ୍ଥାନ ଭିତରେ ପ୍ରବେଶ କରି ବହୁ ଅଞ୍ଚଳ ଦଖଲ କରି ଲାହୋର ଆଡ଼କୁ ମାଡ଼ି ଯାଇଥିଲେ । ପାକିସ୍ଥାନ ଆତଙ୍କିତ ହୋଇ ଜାତିସଂଘର ଶରଣାପନ୍ନ ହେଲା । ଫଳରେ ଜାତିସଂଘ ଓ ସୋଭିଏଟ୍ ରୁଷ ପ୍ରଧାନମନ୍ତ୍ରୀ ଯୁଦ୍ଧ ବନ୍ଦ ପାଇଁ ନିବେଦନ କଲେ । ଶେଷରେ ରୁଷିଆର ତା ସକେଣ୍ଡ ସହରରେ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ, ପାକିସ୍ଥାନ ରାଷ୍ଟ୍ରପତି ଜେନେରାଲ ଆୟୁବ ଖାଁ ଓ ରୁଷ ପ୍ରଧାନମନ୍ତ୍ରୀ କୋସିଗିଙ୍କ ମଧ୍ୟରେ ଶାନ୍ତି ଆଲୋଚନା ହୋଇ ଏକ ଶାନ୍ତି ଚୁକ୍ତି ସ୍ଵାକ୍ଷରିତ ହେଲା । ରୁଷ ପ୍ରଧାନମନ୍ତ୍ରୀଙ୍କ ମଧ୍ୟସ୍ଥତାରେ ଏହି ଚୁକ୍ତି  କାର୍ଯ୍ୟକାରୀ ହେଲା । ଚୁକ୍ତି  ଅନୁଯାୟୀ ଭାରତ ଦଖଲ କରିଥିବା ଅଞ୍ଚଳ ପାକିସ୍ଥାନକୁ ଫେରାଇ ଦିଆଗଲା ।

ମାତ୍ର ଦୁଃଖର ବିଷୟ, ସେହି ତାସକେଣ୍ଟଠାରେ  ଶାସ୍ତ୍ରୀଜୀ ୧୯୬୬ ତା ଜାନୁଆରୀ ୧୦ ତାରିଖରେ ଶାନ୍ତି ଚୁକ୍ତିରେ ସ୍ଵାକ୍ଷର କରିବା । ପରେ ସେହି ଦିନ ମଧ୍ୟରାତ୍ରିରେ ହୃଦରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କଲେ । ହୁଏତ ଶାନ୍ତି ଚୁକ୍ତିରେ ସ୍ଵାକ୍ଷର ପାଇଁ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା, ଯାହା ଫଳରେ ସେ ଗୁରୁତର ମାନସିକ ଆଘାତ ପାଇଥିଲେ ।

ଶେଷକୃତ୍ୟ

ଶାସ୍ତ୍ରୀଜୀଙ୍କ ମୃତ୍ୟୁ ସମ୍ବାଦ ଭାରତବାସୀଙ୍କୁ ସ୍ତମ୍ଭୀଭୂତ କରି ଦେଇଥିଲା । ତାଙ୍କର ମରଶରୀର ଭାରତକୁ ଅଣାଗଲା ଓ ଲକ୍ଷ ଲକ୍ଷ ଦେଶବାସୀଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ମଧ୍ୟରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ଶାସ୍ତ୍ରୀଜୀ ଆଜି ନାହାନ୍ତି । କିନ୍ତୁ ତାଙ୍କର ସରଳତା, ତ୍ୟାଗପୂତ ଜୀବନ, ନିଷ୍ଠା ଓ ଦେଶପ୍ରେମ ତାଙ୍କୁ ଅମର କରି ରଖିଛି । ତାଙ୍କର ଦକ୍ଷତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ତତ୍କାଳୀନ ରାଷ୍ଟ୍ରପତି ସର୍ବ ପଲ୍ଲୀ ରାଧାକ୍ରିଷ୍ଣନ ଶାସ୍ତ୍ରୀଜୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ଉପାଧିରେ ସମ୍ମାନିତ କରିଥିଲେ ।

ଆଧାର - ଇ - ମାଗାଜିନ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top