ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଯୁଗେ ଯୁଗେ ଭାରତ ଓ ପୃଥିବୀ (ପାଠ ୨ )
ସେଆର କରନ୍ତୁ

ଯୁଗେ ଯୁଗେ ଭାରତ ଓ ପୃଥିବୀ (ପାଠ ୨ )

ମଧ୍ୟଯୁଗ ର ସୂଚନା

ମଧ୍ୟଯୁଗ

ଆମେ ପ୍ରାଚୀନ ବିଶ୍ଵର ବିଭିନ୍ନ ସଭ୍ୟତା ବିଷୟରେ ଜାଣିଲେ  । ତୁମେମାନେ ଆଶ୍ଚର୍ଯ୍ୟ ହେବ ଯେ, ଏହି ସଭ୍ୟତାଗୁଡିକ ସ୍ଥିତି କ’ଣ ହେଲା ଏବଂ କେତେବେଳେ ଏହି ପ୍ରାଚୀନ ଯୁଗର ଅନ୍ତ ହେଲା  ? କ’ଣ ଏଗୁଡ଼ିକର ପରିସମାପ୍ତି ଘଟିଲା ? ଅଥବା ସେମାନଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ସଭ୍ୟତାମାନେ ମଧ୍ୟଯୁଗରେ ସେମାନଙ୍କ ସ୍ଥାନ ନେଲେ  ? ତେବେ ଏହି ପ୍ରଶ୍ନଗୁଡିକର ଉତ୍ତର ସନ୍ଧାନ କରିବା  । ଏହି ପରିଚ୍ଛେଦରେ ଆମେ ରମ ସାମ୍ରାଜ୍ୟର ପତନ ପରେ ଇଉରୋପୀୟ ସମାଜର ପରିବର୍ତ୍ତନ ସମ୍ପର୍କରେ ପଢିବା  । ଆମେ ମଧ୍ୟ ଦେଖିବା, ଇସଲାମ ନାମକ ଏକ ନୂତନ ଧର୍ମର ଜନ୍ମ କିଭଳି ପଶ୍ଚିମ ଏସିଆରେ ଏକ ବିଶାଳ ସାମ୍ରାଜ୍ୟ ଗଠନରେ ସହାୟକ ହୋଇଥିଲା  । ଏବଂ ବିଶ୍ଵର ବହୁ ସ୍ଥାନକୁ ବ୍ୟାପିଥିଲା  । ଏହା ମଧ୍ୟ ଆମେ ଜାଣିବା, ହର୍ଷଙ୍କ ରାଜୁତି ପରେ ଭାରତର ମଧ୍ୟଯୁଗୀୟ ଅତୀତ କ’ଣ ଥିଲା ?

ଉଦ୍ଦେଶ୍ୟ

  • ମନୁଷ୍ୟ ସମାଜର କ୍ରମବିକାଶରେ ମଧ୍ୟଯୁଗକୁ ଏକ ଗୁରୁତ୍ଵପୂର୍ଣ୍ଣ ସ୍ତର ରୂପେ ନିର୍ଦ୍ଧାରଣ କରିବ;
  • ରମ ସାମ୍ରାଜ୍ୟର ପତନ ପରେ ରାଜାନୈତିକ ବ୍ୟବସ୍ଥାରେ ଦେଖାଦେଇଥିବା ବିଭିନ୍ନ ପରିବର୍ତ୍ତନ ସମ୍ବନ୍ଧରେ ବ୍ୟାଖ୍ୟା କରିବ;
  • ପଶ୍ଚିମ ଇଉରୋପରେ ପ୍ରଚଳିତ ସାମନ୍ତ ପ୍ରଥାର ରାଜାନୈତିକ, ସାମରିକ, ସାମାଜିକ ଏବଂ ଅର୍ଥନୈତିକ ଦିଗଗୁଡିକୁ ବର୍ଣ୍ଣନା କରିବ;
  • ଇସଲାମ ଧର୍ମର ବିକାଶ ଏବଂ ପଶ୍ଚିମ ଏସିଆରେ ସମାଜ ଓ ରାଜନୀତି ସମ୍ପର୍କରେ ବର୍ଣ୍ଣନା କରିବ;
  • ଭାରତରେ ମଧ୍ୟଯୁଗର ରାଜାନୈତିକ ବ୍ୟବସ୍ଥାର ମୁଖ୍ୟ ବିଶେଷତ୍ଵଗୁଡିକୁ ଚିହ୍ନିବା;
  • ମଧ୍ୟଯୁଗୀୟ ଭାରତ ଅର୍ଥନୀତିର ମୁଖ୍ୟ ବିଶେଷତ୍ଵଗୁଡିକୁ ବ୍ୟାଖ୍ୟା କରିବ;
  • ଏବଂ କିଭଳି ଭାବରେ ମଧ୍ୟଯୁଗୀୟ ଭାରତରେ ସାଂସ୍କୃତିକ ଓ ଧାର୍ମମିକ ଜୀବନ ଶୈଳୀ ଏକ ଅନନ୍ୟ ସମନ୍ଵୟତାର ପରମ୍ପରା ଚିତ୍ରଣ କରିଥିଲା, ସେ ସମ୍ପର୍କରେ ବିଶ୍ଳେଷଣ କରିବାର ସକ୍ଷମତା ହାସଲ କରିବ  ।

ମଧ୍ୟଯୁଗରେ ଇଉରୋପ

ମଧ୍ୟବର୍ତ୍ତୀ ସମୟକୁ ମଧ୍ୟଯୁଗ କୁହାଯାଏ  । ଉକ୍ତ ନାମରୁ ସୂଚନା ମିଳେ, ଏହା ପ୍ରାଚୀନ ଯୁଗର ପରବର୍ତ୍ତୀ ସମୟ ଏବଂ ନୂତନ ଯୁଗର ପୂର୍ବବର୍ତ୍ତୀ ସମୟକୁ ଦର୍ଶାଇଥାଏ  । କିନ୍ତୁ କ’ଣ ଏହି ଯୁଗର କୌଣସି ଗୁରୁତ୍ଵନାହିଁ  ଏବଂ ଏହା କେବଳ ଦୁଇ ଶ୍ରେଷ୍ଠ ଯୁଗର ମଧ୍ୟବର୍ତ୍ତୀ ଯୁଗ ବୋଲି ଚିହ୍ନିତ ହେବ ? ଆଦୌ ନୁହେଁ କାରଣ ଏହି ଯୁଗ ମନୁଷ୍ୟ ସମାଜର କ୍ରମବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି  । ଏବଂ ସେହି କାରଣରୁ ଏହାର ବିଭିନ୍ନ ମହତ୍ଵକୁ ଉନ୍ମୋଚନ କରିବା ପାଇଁ  ଏହାର ସ୍ଵତନ୍ତ୍ର ଅଧ୍ୟୟନ ଆବଶ୍ୟକ  । ଆହୁରି ମଧ୍ୟ ଏହାର ସଫଳତା ଏବଂ ଗୌରବ ଆଧୁନିକ ଯୁଗର ଆଗମନରେ ବିଶେଷ ସହାୟକ ହୋଇପାରିଥିଲା  । କହିବାକୁ ଗଲେ ‘ଆଧୁନିକତା’ ର ମୂଳଭିତ୍ତି ମଧ୍ୟଯୁଗବାଦରେ ହିଁ ରହିଛି  ।

ଏହା ଜାଣିବା ଏକ କୌତୁହଳ ବିଷୟ ଯେ, ‘ମଧ୍ୟଯୁଗ’ ଶବ୍ଦଟିର ଉଦ୍ଭାବନ ସପ୍ତଦଶ ଖ୍ରୀଷ୍ଟାବ୍ଦରେ ଇଉରୋପୀୟମାନେ କରିଥିଲେ, କାରଣ ସେମାନେ ଏହାକୁ ପ୍ରାଚୀନ ଗ୍ରୀସ ଓ ରମ ସଭ୍ୟତା ଓ ସେମାନଙ୍କର ଆଧୁନିକ ଯୁଗ ମଧ୍ୟରେ ଏକ ଦୀର୍ଘ ଏବଂ ଅନ୍ଧକାର ଯୁଗ ରୂପୀ ଅନ୍ତରାୟ ବୋଲି ବିବେଚନା କରୁଥିଲେ  । ତଥାପି ଏହି ମଧ୍ୟଯୁଗ ଏକ ଅନ୍ଧକାର ଯୁଗ ନଥିଲା କି ଏକ ଅନ୍ତରାୟ ମଧ୍ୟ ନଥିଲା  । ଇସଲାମ ଜଗତ ପାଇଁ ଏହା ଏକ ଯୁଗ ଥିଲା ଯେତେବେଳେ ଏକ ସଭ୍ୟତା ବିକଶିତ ହୋଇ ଗୌରବର ଶିକ୍ଷାରରେ ପହଞ୍ଚିଥିଲା  । ଭାରତରେ ମଧ୍ୟଯୁଗ ଏକ ସମିଶ୍ରଣର ଯୁଗ ଥିଲା  । ଏହା ପୁରାତନ ଏବଂ ନୂତନ ରାଜାନୈତିକ, ଅର୍ଥନୈତିକ ଏବଂ ସାମାଜିକ ପ୍ରଣାଳୀର ଏକ ମିଳନ ଦେଖିଥିଲା  । ଏହି ମିଳନରୁ ଏକତ୍ର ଅବସ୍ଥାନ ଏବଂ ସହିଷ୍ଣୁତାର ଅଦ୍ଵିତୀୟ ସାଂସ୍କୃତିକ ନମୁନାର ଉଦ୍ଭବ ହୋଇଥିଲା, ଯାହା ମଧ୍ୟଯୁଗୀୟ ଭାରତର ଏକ ମୁଖ୍ୟ ବୈଶିଷ୍ଟ୍ୟରେ ପରିଣତ ହୋଇଥିଲା  । ଇଉରୋପରେ ମଧ୍ୟ ଏହାର ଛବି ସେଭଳି ଅନ୍ଧକାରମୟ ନଥିଲା  ଯାହା ସମୟ ସମୟରେ ବିଚାର କରାଯାଉଥିଲା  । ମଧ୍ୟଯୁଗର ପ୍ରାରମ୍ଭରେ ଭୌତିକ ଓ ଆର୍ଥିକ ଦକ୍ଷତା ନିଶ୍ଚିତ ରୂପେ ଅନୁନ୍ନତ ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କର ଜୀବନ ସ୍ତରରେ ଯଥେଷ୍ଟ ଉନ୍ନତି ଦେଖାଯାଇଥିଲା  । ଇଉରୋପୀୟମାନେ ନୂତନ ଶିକ୍ଷା ପ୍ରତିଷ୍ଠାନମାନ ଏବଂ ନୂତନ ଚିନ୍ତାଧାରାଗୁଡିକର ଉଦ୍ଭବ ହୋଇଥିଲା  ତାହା କେବଳ ଇଉରୋପର ସମୂହ ପରିବର୍ତ୍ତନ କରିଥିଲା ବରଂ ବିଶ୍ଵର ଅବଶିଷ୍ଟାନ୍ସରେ ଆଗାମୀ ସମୟରେ ଗଭୀର ପ୍ରଭାବ ପକାଇଥିଲା  । ତେବେ ବର୍ତ୍ତମାନ ପଢିବା, ବିଶ୍ଵର ବିଭିନ୍ନ ଭାଗରେ ମଧ୍ୟଯୁଗରେ କ’ଣ ସବୁଘଟିଥିଲା  ।

ରୋମ ସାମ୍ରାଜ୍ୟର ପତନ

ଆମେ ପୂର୍ବ ଅଧ୍ୟାୟରେ ରମ ସାମ୍ରାଜ୍ୟର ଶକ୍ତି ଏବଂ ବିଶାଳତା ସମ୍ପର୍କରେ ପଢିଅଛେ  । ରୋମ ସାମ୍ରାଜ୍ୟ ପଶ୍ଚିମାଞ୍ଚଳ ଓ ପୂର୍ବାଞ୍ଚଳରେ ବିଭାଜିତ ହୋଇଥିଲା  । ରୋମ, ପଶ୍ଚିମାଞ୍ଚଳର ରାଜଧାନୀ ଥିଲା  । ଏବଂ କନଷ୍ଟାଣ୍ଟିନୋପଲ ପୂର୍ବାଞ୍ଚଳର ରାଜଧାନୀ ଥିଲା  । ରୋମ ସମ୍ରାଟ କନଷ୍ଟାଣ୍ଟାଲନ ଖ୍ରୀଷ୍ଟାବ୍ଦ ୩୩୦ରେ ପୂର୍ବାଞ୍ଚଳର ରାଜଧାନୀ ଗ୍ରୀକ ସହର ବାଇଜାଣ୍ଟାଇନରେ ଅବସ୍ଥାପିତ କଲେ  । ଏହା ତାଙ୍କର ନାମ ଅନୁଯାୟୀ କନଷ୍ଟାଣ୍ଟାନୋପଲ ନାମରେ ନାମିତ ହେଲା  । ରୋମ ସାମ୍ରାଜ୍ୟ ପଶ୍ଚିମରେ ପତନ ହୋଇ, ପୂର୍ବାଞ୍ଚଳରେ ପ୍ରାୟ ୧୦୦୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠିରହି ପାରିଥିଲା  । ଏହାକୁ ପୂର୍ବ ରୋମ ସାମ୍ରାଜ୍ୟ ବା ବାଇଜାଣ୍ଟଇନ୍ ସାମ୍ରାଜ୍ୟ ବୋଲି କୁହାଯାଏ  । ଏହି ଗ୍ରୀକ ଭାଷୀ ପୂର୍ବ ସଭ୍ୟତା ସେତେବେଳେ ଅର୍ଥନୈତିକ ଓ ସାଂସ୍କୃତିକ ଜୀବନର ଶିଖରରେ ପହଞ୍ଚିଥିଲେ  । ସେତେବେଳେ ପଶ୍ଚିମ ଇଉରୋପ ଆପାତତଃ ଅନୁନ୍ନତ ଅବସ୍ଥାରେ ଥିଲା  । ପଶ୍ଚିମରେ ରୋମାନ ସାମ୍ରାଜ୍ୟ, ଗୋଥ, ଭଣ୍ଡାଲ, ଭିବିଗୋଥ, ଏବଂ ଫ୍ରାଙ୍କ ଭଳି କେତେକ ଜର୍ମାନ ଜାତିଙ୍କର ଆକ୍ରମଣ ଯୋଗୁଁ ଧ୍ଵଂସ ପାଇଥିଲା  । ୪୭୬ ଖ୍ରୀଷ୍ଟାବ୍ଦରେ ପଶ୍ଚିମରେ ରୋମା ସମ୍ରାଟମାନଙ୍କୁ ପରାସ୍ତ କରି ଆକ୍ରମଣକାରୀମାନେ ସ୍ଵତନ୍ତ୍ର ରାଜ୍ୟମାନ ଗଠନ କରିଥିଲେ  ।

ଏହିସବୁ ଉତ୍ଥାନ ପତନ ସଂପୂର୍ଣ୍ଣ ପରିବର୍ତ୍ତନ ଆଣି ଦେଇଥିଲା କି ? ରୋମୀୟମାନଙ୍କ ଦ୍ଵାରା ଗଠିତ ରାଜନୈତିକ ଏବଂ ଅର୍ଥନୈତିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଅନ୍ତର୍ଦ୍ଧାନ ହୋଇଯାଇଥିଲା କି ? ଜର୍ମାନୀର ନୂତନ ଶାସକମାନେ ପ୍ରଚଳିତ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ନଥିଲେ  । ବରଂ ରୋମୀୟ ଓ ଜର୍ମାନ ସମାଜ ପରସ୍ପର ସହ ନିବିଡ ସମ୍ପର୍କରେ ଆସିଥିଲେ ଏବଂ ପରସ୍ପର ସହ ମିଶି ଯାଇଥିଲେ  ।

ଏହା ଫଳରେ, ପ୍ରଚଳିତ ରାଜନୈତିକ ଏବଂ ଅର୍ଥନୈତିକ ବ୍ୟବସ୍ଥା ରୋମ ଏବଂ ଜର୍ମାନୀଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଏକ ନୂତନ ସମାଜ ଇଉରୋପରେ ଜନ୍ମ ଲାଭକରିଥିଲା  । ଏହି ନୂତନ ସମାଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଥିଲା ସାମନ୍ତବାଦ  । ଏହା ସମ୍ପୂର୍ଣ୍ଣରୂପେ ପ୍ରଚଳିତ ସାମାଜିକ, ରାଜାନୈତିକ ଓ ଅର୍ଥନୈତିକ ବ୍ୟବସ୍ଥାର ପରିବର୍ତ୍ତନ କରିଥିଲା  । ଆମେ ଦେଖିବା, ଏହି ପ୍ରଣାଳୀର କିଭଳି ସୃଷ୍ଟି ହେଲା ଓ ର୍ହର ବିଶେଷତ୍ଵଗୁଡିକ କ’ଣ ଥିଲା  ।

ସାମନ୍ତ ପ୍ରଥା : ରାଜାନୈତିକ, ସାମରିକ ଏବଂ ସାମାଜିକ ତଥା ଅର୍ଥନୈତିକ ଦିଗ

ରାଜନୈତିକ ଦିଗ

ରୋମ ସାମ୍ରାଜ୍ୟର ପତନ ପରେ ପଶ୍ଚିମରେ ଉତ୍ତରାଧିକାରୀ ଜର୍ମାନୀ ଭାଷାଗୁଡିକ କେତେ ମାତ୍ରାରେ ରାଜନୈତିକ ସ୍ଥିରତା ଆଣିବାରେ ସକ୍ଷମ ହୋଇଥିଲେ  । ଏହି ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ ପ୍ରସିଦ୍ଧ ରାଜା ଚାର୍ଲମେନଙ୍କ ଅଧିନରେ ଏକ ବୃହତ ସାମ୍ରାଜ୍ୟ ଗଠନ କରିବାରେ ସକ୍ଷମ ହୋଇଥିଲା  । ଏହା କାରୋଲିଙ୍ଗ ସାମ୍ରାଜ୍ୟ ଥିଲା ଯାହାର ନବମ ଖ୍ରୀଷ୍ଟାବ୍ଦର ମଧ୍ୟଭାଗରୁ ନୂତନ ଆକ୍ରମଣର ପ୍ରଭାବରେ ଲୋପ ପାଇବା ଆରମ୍ଭ ହେଲା  । ପରିଣାମ ସ୍ୱରୂପ ଯେଉଁ ରାଜାନୈତିକ ବିଶୃଙ୍ଖଳା ଦେଖା ଦେଇଥିଲା ତାହା ଏକ ନୂତନ ରାଜନୈତିକ ଶ୍ରେଣୀ ସୃଷ୍ଟି କରିଥିଲା ଯାହାକୁ ସାମନ୍ତବାଦ କୁହାଗଲା  । ସାମନ୍ତବାଦ କହିଲେ ରାଜାନୈତିକ ସାରବାଭୌମତ୍ଵର ଏକ ଶ୍ରେଣୀବଦ୍ଧ ବା ଶ୍ରେଣୀ ବିନ୍ୟାସର ଏକ ବ୍ୟବସ୍ଥା ବା ଅନୁଷ୍ଠାନ  । ଏହି ପ୍ରଣାଳୀକୁ ସହଜରେ ବୁଝିହେବ ଯଦି ଆମେ ଏହାର ସୋପାନଗୁଡିକୁ ଅନୁଧ୍ୟାନ କରିବା  । ଏହି ପ୍ରଣାଳୀର ସର୍ବୋଚ୍ଚରେ ଥିଲେ ରାଜା  । ତାଙ୍କ ନିମ୍ନରେ ଥିଲେ ସମ୍ଭ୍ରାନ୍ତଶ୍ରେଣୀ ଯାହାଙ୍କୁ ଡ୍ୟୁକ ଏବଂ ଆର୍ଲ କୁହାଯାଉଥିଲା  । ଏହି ଶ୍ରେଣୀପରେ ଥିଲେ ଅପେକ୍ଷାକୃତ କ୍ଷୁଦ୍ର ସମ୍ଭ୍ରାନ୍ତ ଶ୍ରେଣୀ ଯାହାଙ୍କୁ ବ୍ୟାରନ ଖାଯାଉଥିଲା  । ସେମାନଙ୍କ ତଳେ ଥିଲେ ନାଇଟ୍ ଯେଉଁମାନେ ସବୁଠାରୁ ନିମ୍ନସ୍ତରର ସମ୍ଭ୍ରାନ୍ତ ବର୍ଗ ଥିଲେ  । ପ୍ରତ୍ୟକ ସମ୍ଭ୍ରାନ୍ତବର୍ଗ ସେମାନଙ୍କର କ୍ଷମତା ଠିକ୍ ତାଙ୍କର ଉପରିସ୍ଥ ସମ୍ଭ୍ରାନ୍ତ ବର୍ଗଠାରୁ ପ୍ରାପ୍ତ କରୁଥିଲେ ଏବଂ ପ୍ରତ୍ୟକଙ୍କ ବିଶ୍ଵସ୍ତତା ଏବଂ ଆନୁଗତ୍ୟ ସେହିଭଳି ଠିକ୍ ତାଙ୍କଠାରୁ ଉପର ସ୍ତରର ସମ୍ଭ୍ରାନ୍ତବର୍ଗ ନିମିତ୍ତ ଉଦ୍ଦିଷ୍ଟ ଥିଲା  । ଏହିପରି ସେମାନଙ୍କୁ ସେବକ ବା ଦାସ ଅଭିହିତ କରାଯାଇଥିଲା  । ସେହି ସମ୍ଭ୍ରାନ୍ତବର୍ଗଙ୍କ ମଧ୍ୟରେ ସର୍ବୋଚ୍ଚଠାରୁ ସର୍ବନିମ୍ନ ପର୍ଯ୍ୟନ୍ତ ଏକାପ୍ରକାରର ଥିଲା  । ଏହି ସମ୍ଭ୍ରାନ୍ତ ଶ୍ରେଣୀର ଶାସକମାନେ ନିଜ ନିଜ ଅଞ୍ଚଳରେ ସର୍ବଶକ୍ତିମାନ ଥିଲେ  । ଏହି ଭଳି ରାଜନୈତିକ କ୍ଷମତା ରୋମ ସାମ୍ରାଜ୍ୟ ଭଳି ସମ୍ରାଟଙ୍କଠାରେ କେନ୍ଦ୍ରୀଭୂତ ନହୋଇ ସମସ୍ତଙ୍କ ମଧ୍ୟରେ ବୀସ୍ତିର୍ଣ୍ଣ ଭାବରେ ବାଣ୍ଟି ହୋଇ ରହିଥିଲା  । ଏହା ସାମନ୍ତବାଦର ରାଜନୈତିକ ଦିଗ ଥିଲା  ।

ଏହି ସାମନ୍ତବାଦ ରାଜନୈତିକ ପ୍ରଣାଳୀର ଏକ ଅନନ୍ୟ ଲକ୍ଷଣ ଥିଲା ସାମନ୍ତ ଏବଂ ଉପସାମନ୍ତ ମାନଙ୍କ ମଧ୍ୟରେ ବ୍ୟକ୍ତିଗତ ନିବିଡ ସମ୍ପର୍କ ବା ଚୁକ୍ତି  । ଏହି ସମ୍ପର୍କ ସ୍ଥାପନ କରିବା ପାଇଁ ଏକ ଉତ୍ସବର ଆୟୋଜନ କରାଯାଉଥିଲା  । ଏହି ଉତ୍ସବରେ ଉପସାମନ୍ତ ତାହାର ସାମନ୍ତଙ୍କର ସେବା ନିମିତ୍ତ ପ୍ରତିଜ୍ଞାବଦ୍ଧ ହେଉଥିଲେ  । ସେହି ସମୟରେ ମଧ୍ୟ ସେ ତା’ର ସାମନ୍ତର ଆଶୟ ପାଉଥିଲା  । ରାଜନୈତିକ ଅସ୍ଥିରତା ଦୃଷ୍ଟିରୁ ସେହି ପୃଷ୍ଠପୋଷକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା  । ଉପସାମନ୍ତମାନେ ସେମାନଙ୍କ ନିରାପତ୍ତା ପାଇଁ ପ୍ରତିବଦଳରେ ତାଙ୍କ ସାମନ୍ତଙ୍କର ଯାବତୀୟ ସେବା କରୁଥିଲେ  । ଏହା ମୁଖ୍ୟତଃ ସାମରିକ ସେବାକୁ ବୁଝାଉଥିଲା ଯାହାର ଅର୍ଥ ଥିଲା, ଯେ ଉପସାମନ୍ତ କେତେକ ସୈନିକଙ୍କୁ ସାମନ୍ତଙ୍କ ଆବଶ୍ୟକ ମତେ ତାଙ୍କ ନିକଟକୁ ପଠାଉଥିଲେ  । ଏହା ପରିବର୍ତ୍ତେ ତାଙ୍କଠାରୁ ଫିଏଫ୍ ବା ଏକ ଦାନ ଜମି ଆକାରରେ ସେବକମାନଙ୍କର ଭରଣପୋଷଣ ପାଇଁ ଆଶା କରାଯାଉଥିଲା  । ଏହି ଠାରୁ ଶବ୍ଦ ସୃଷ୍ଟି ହୋଇଥିଲା  । ସାମନ୍ତମାନେ ଏହି ସୈନ୍ୟଶକ୍ତି ଆବଶ୍ୟକ ସ୍ଥଳେ ଆୟତ୍ତାଧୀନ ଅଞ୍ଚଳକୁ ସୁରକ୍ଷିତ ରଖି ପାରୁଥିଲେ  । ଉକ୍ତ ସୈନ୍ୟବଳ ଦ୍ଵାରା ସାମନ୍ତମାନେ ନିଜ ଅଞ୍ଚଳର ସର୍ବେ ସର୍ବା ହୋଇଥିଲେ  ଏବଂ ରାଜ୍ୟମାନଙ୍କ ଆହ୍ଵାନକୁ ବି ଖାତିର କରୁ ନଥିଲେ  ।

ଏକ ରାଜନୈତିକ ଅସ୍ଥିରତା ସମୟରେ ଛୋଟ ଛୋଟ ସାମନ୍ତମାନଙ୍କ ପରି କୃଷକମାନେ ମଧ୍ୟ ସୁରକ୍ଷା ଲୋଡୁଥିଲେ  । ଏହି କୃଷକମାନଙ୍କ ନିଜସ୍ଵ ଭୂମି କିମ୍ବା ଉପକରଣ ନଥିଲା କିମ୍ବା ବିହନ କ୍ରୟ କରିବା ପାଇଁ ସମ୍ବଳ ନଥିଲା  । ଏହି ସବୁ ସାମଗ୍ରୀ ଏବଂ ନିଜ ସୁରକ୍ଷା ନିମିତ୍ତ ସ୍ଵାଧୀନ କୃଷକମାନେ ସମ୍ଭ୍ରାନ୍ତଶ୍ରେଣୀ ବ୍ୟକ୍ତିଙ୍କ ସହାୟତା ଲୋଡିଥିଲେ  । ମଧ୍ୟଯୁଗୀୟ ଇଉରୋପର ଉକ୍ତ ନିର୍ଭରଶୀଳ କୃଷକମାନେ ଜମିରେ ବାନ୍ଧିହୋଇ ରହିଲେ ଓ ସାମନ୍ତମାନଙ୍କ ଦାସତ୍ଵ ସ୍ଵିକାର କଲେ ଯାହାକୁ ଭୂମି ଦାସ ବୋଲି କୁହାଯାଉଥିଲା  । କୃଷକମାନଙ୍କୁ ଶୋଷଣ କରି ଅନେକ ସମ୍ପତ୍ତି ସୃଷ୍ଟି କରାଯାଇଥିଲା  । ବର୍ତ୍ତମାନ ଦେଖିବା କୃଷି, ଏ ଯୁଗରେ କିପରି କାର୍ଯ୍ୟକାରୀ ହେଉଥିଲା  ।

ସମଗ୍ର ଭୂସମ୍ପତ୍ତି ଯାହା ଏକ ସାମନ୍ତ ଅଧିକାରୀଙ୍କ ଅଧିନସ୍ଥ ଥିଲା ତାହାକୁ ‘ମାନ୍ୟର’ ବା ଜମିଦାରୀ କୁହାଯାଉଥିଲା  । ସେହି ଜମିଦାରୀ ପରିବେଷ୍ଟିତ ଜମିକୁ ତିନିଭାଗରେ ବିଭକ୍ତ କରାଯାଇଥିଲା ଯଥା (୧) ଜମିଦାରଙ୍କଅଧିକୃତ ଜମି (୨) ରୟତମାନଙ୍କୁ ଦିଆଯାଇଥିବା ଚାଷ ଜମି (୩) ଚାରଣ ଭୂମି ଯାହାକୁ ସମସ୍ତେ ବ୍ୟବହାର କରୁଥିଲେ  । ଯେଉଁ ଭୂମିଦାସମାନେ ଏହି ଜମି ଅଧିକାରରେ ଥିଲେ, ସେମାନେ ଜମିଦାରଙ୍କ ରୟତ ବୋଲି ବିବେଚିତ ହେଉଥିଲେ  । ରୟତମାନଙ୍କୁ ଜମିଦାରମାନଙ୍କୁ ଖଜଣା ଆକାରରେ ଟିକସ ଦେବାକୁ ପଡୁଥିଲା  । ଏହି ଖଜଣାକୁ କୃଷକମାନେ ଶ୍ରମ ଜରିଆରେ ପରିଶୋଧ କରୁଥିଲେ  । ସେମାନଙ୍କୁ ସପ୍ତାହରେ ନିର୍ଦ୍ଧାରିତ ଦିନମାନଙ୍କରେ ଜମିଦାରମାନଙ୍କ ଜମିରେ କାମ କରିବାକୁ ପଡୁଥିଲା  । କୃଷି ଉତ୍ପାଦନ ସମୟରେ ସେହି ରୟତମାନଙ୍କୁ ଅତିରିକ୍ତ ଶ୍ରମ ଦେବାକୁ ପଡୁଥିଲା  । ସେହିଭଳି ବିନା ମୂଲ୍ୟ ଶ୍ରମ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟରେ ମଧ୍ୟ ଦେବାକୁ ପଡୁଥିଲା  । ପରବର୍ତ୍ତୀ ସମୟରେ ବିନାମୂଲ୍ୟରେ ଶ୍ରମଦାନ ପ୍ରଥା ପରିଶୋଧନୀୟ ଶ୍ରମ ବୃଦ୍ଧି ଦ୍ଵାରା ପରିବର୍ତ୍ତିତ ହେଲା  ।

ଏହି ରୟତମାନେ ସେମାନଙ୍କ ଉତ୍ପାଦନର କିଛି ଭାଗ ଖଜଣା ଆକାରରେ ପ୍ରଦାନ କରୁଥିଲେ  । ଜମିଦାରମାନେ ମନମୁଖୀ ଭାବରେ ଆବଶ୍ୟକ ପଡିଲେ ଅଧିକ ରୟତମାନଙ୍କୁ କାମରେ ବିନିଯୋଗ କରୁଥିଲେ  । ସେମାନେ ମଧ୍ୟ ପରୋକ୍ଷ ଭାବରେ ଅନେକ କର ଆଦାଯ କରୁଥିଲେ  । ସେହି ଜମିଦାରୀ ଏକ ସ୍ଵୟଂ ସମ୍ପନ୍ନ ଅର୍ଥନୈତିକ ସଂସ୍ଥା ସ୍ୱରୂପ ଥିଲା  । ଅର୍ଥାତ୍ ଦୈନନ୍ଦିନ ବ୍ୟବହାର୍ଯ୍ୟ ପ୍ରତ୍ୟକ ବସ୍ତୁର ଉତ୍ପାଦନ ଏବଂ ବ୍ୟବହାର ଏଠାରେ କରାଯାଉଥିଲା  । ସେଥିପାଇଁ ଲୁହା ଉପକରଣଠାରୁ ଆରମ୍ଭ କରି ରୁଟି, ମଦ ଆଦି ତିଆରି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କଳକାରଖାନାର ବ୍ୟବସ୍ଥା ରହିଥିଲା  । ସେଗୁଡିକ ସବୁ ଜମିଦାରଙ୍କର ନିଜର ଥିଲା  । ଜମିଦାରମାନଙ୍କ ଦ୍ଵାରା ନିର୍ଦ୍ଧାରିତ ପାରିଶ୍ରମିକରେ ରୟତମାନଙ୍କୁ ସେଠାରେ ଖଟିବାକୁ ବାଧ୍ୟ କରାଯାଉଥିଲା  ।

ସାମନ୍ତ ଅର୍ଥନୀତିରେ ପରିବର୍ତ୍ତନ : ମଧ୍ୟଯୁଗୀୟ ଇଉରୋପରେ ସମୃଦ୍ଧି ଏବଂ ସଙ୍କଟ

ଆମେ ସାମନ୍ତ ପ୍ରଥାର ବିଭିନ୍ନ ଦିଗ ଉପରେ ଆଲୋଚନା କଲେ  । କିନ୍ତୁ କ’ଣ ଏହି ପ୍ରକ୍ରିୟା ସମଗ୍ର ମଧ୍ୟଯୁଗରେ ଏକା ପ୍ରକାର ରହିଥିଲା, ଆଦୌ ନୁହେଁ  । ଏହି ସାମନ୍ତଯୁଗର ଅର୍ଥନୀତିରେ ବିଭିନ୍ନ ପରିବର୍ତ୍ତନ ଦେଖାଦେଇଥିଲା ଏବଂ ଏହା ସମୃଦ୍ଧ ଓ ସଙ୍କଟ ମଧ୍ୟ ଦେଇ ଗତି କରିଥିଲା  ।

ରୋମ ସାମ୍ରାଜ୍ୟ ପତନର କିଛି ଶତାବ୍ଦୀ ପରେ ଅର୍ଥନୈତିକ ଜୀବନ ପ୍ରଣାଳୀରେ ଏକ ଅବନତି ଦେଖା ଦେଇଥିଲା  । ଆମେ ଏ ସମ୍ପର୍କରେ ଅବଗତ ଯେ, ଏହା ରାଜାନୈତିକ ପରିବର୍ତ୍ତନ ଏବଂ ବିଶୃଙ୍ଖଳାର ଯୁଗ ଥିଲା  । ନାଗରିକ ଜୀବନର ପତନ, ବାଣିଜ୍ୟ ଏବଂ ଅର୍ଥ ବିନିମୟ ଏହି ଯୁଗର କେତେକ ଲକ୍ଷଣ ଥିଲା  । କେତେକ ରାଜ୍ୟ ରୋମୀୟ ଯୁଗରୁ ବଞ୍ଚି ରହିଥିଲା କିନ୍ତୁ ସେମାନଙ୍କର କୌଣସି ଅର୍ଥନୈତିକ ଭୂମିକା ନଥିଲା  । ରାସ୍ତାଘାଟର ଅବନତି ଘଟିଥିଲା ଏବଂ ମୁଦ୍ରାର ବ୍ୟବହାର, ବସ୍ତୁ ବିନିମୟ ସ୍ଥାନ ନେଇଥିଲା  । ଇଉରୋପୀୟ ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ କୃଷିଭିତ୍ତିକ ଥିଲା ଏବଂ ଆଞ୍ଚଳିକ ବ୍ୟବସାୟ ଅତ୍ୟନ୍ତ ସୀମିତ ଥିଲା  । ଭୂସମ୍ପତ୍ତି ବା ଜମିଦାରୀ ଥିଲା ମୁଖ୍ୟ ଅର୍ଥନୈତିକ ବିଭାଗ  । କୃଷି କ୍ଷେତ୍ରରେ ଯନ୍ତ୍ର କୌଶଳର ବ୍ୟବହାର ଅନୁନ୍ନତ ଥିଲା  । ଏବଂ କୃଷି ଉତ୍ପାଦନ ଆଶାତୀତ ନଥିଲା  । ଏହି ଅବସ୍ଥା ପ୍ରାୟ ଖ୍ରୀଷ୍ଟାବ୍ଦ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଲାଗି ରହିଥିଲା  ।

ଦଶମ ଶତାବ୍ଦୀ ପରେ ଏହି ଉତ୍ପାଦନ ପ୍ରଣାଳୀରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଥିଲା  । ଏହି ପ୍ରଣାଳୀ ସ୍ଥାୟୀ ହେବା ସଙ୍ଗେ ସଙ୍ଗେ କୃଷି ଜମିର ବୃଦ୍ଧି ଘଟିଥିଲା  । କୃଷି ଭିତ୍ତିକ ଜ୍ଞାନ କୌଶଳର ଉଲ୍ଲଖନୀୟ ଉନ୍ନତି କୃଷି ଉପାଦାନ ବୃଦ୍ଧି କରିବାର ଏକ ମୁଖ୍ୟ କାରଣ ଥିଲା  । ରୋମ ଯୁଗର ହାଲୁକା ଲଙ୍ଗଳ ‘ଆରାଟ୍ରମ’ ପରିବର୍ତ୍ତେ ଏକ ନୂତନ ଲଙ୍ଗଳର ବ୍ୟବହାର ଆରମ୍ଭ ହୋଇଥିଲା  । ଏହି ନୂତନ ଲଙ୍ଗଳ ଓଜନିଆ ଥିଲା, ଏହାର ଚକ ଥିଲା ଏବଂ ବଳଦମାନଙ୍କ ଦ୍ଵାରା ଟଣା ଯାଉଥିଲା  । ଏହା ଉତ୍ତର ଇଉରୋପର ଓଜନିଆ ଏବଂ କାଦୁଅ ମୃତ୍ତିକାକୁ ଚାଷ କରିବାରେ ସହାୟକ ହୋଇଥିଲା  । କୃଷି ଜମିକୁ ଦୁଇଭାଗରେ ବିଭକ୍ତ କରାଯାଇଥିଲା  । ଯଥା – ଅନାବାଦୀ ଓ ଚାଷଜମି  । ପରବର୍ତ୍ତୀ ସମୟରେ ଏହାକୁ ଏକ ତିନି ଶ୍ରେଣୀୟ ପ୍ରଣାଳୀ ଦ୍ଵାରା ପରିବର୍ତ୍ତିତ କରାଯାଇଥିଲା  । ଯେଉଁଥିରେ ଏକ ତୃତୀୟାଂଶ ଜମିକୁ ଅନାବାଦୀ ଛଡା ଯାଉଥିଲା, ଏକ ତୃତୀୟାଂଶ ଶାରଦୀୟ ଫସଲ ପାଇଁ ଏବଂ ଅନ୍ୟ ଏକ ତୃତୀୟାଂଶ ବସନ୍ତ ଋତୁର ଫସଲ ପାଇଁ ବ୍ୟବହୃତ ହେଉଥିଲା  । ଏହି ପ୍ରଣାଳୀ ଅବଲମ୍ବନ ଦ୍ଵାରା ଚାଷ ଜମିର ପରିମାଣ ଯଥେଷ୍ଟ ବୃଦ୍ଧି ପାଇଲା  । ନୂତନ ଲଙ୍ଗଳ, ତିନି ପ୍ରଣାଳୀର ଚାଷ ଏବଂ ନୂତନ କୃଷି ଭିତ୍ତିକ ଜ୍ଞାନ କୌଶଳ ଉତ୍ପାଦନକୁ ବହୁ ପରିମାଣରେ ବୃଦ୍ଧି କରିବାରେ ସହାୟକ ହୋଇଥିଲା  ।

ଦଶମଠାରୁ ଦ୍ଵାଦଶ ଶତାବ୍ଦୀରେ, କୃଷି ଉତ୍ପାଦନ ସହ ବାଣିଜ୍ୟ ଓ ନାଗରିକ ଜୀବନରେ ବହୁ ପୁନରୁତ୍ଥାନ ଦେଖିବାକୁ ମିଳିଥିଲା  । କ୍ଷୁଦ୍ର ଧରଣର ବାଣିଜ୍ୟ ଯଥା – ଆଞ୍ଚଳିକ ବଜାରରେ କୃଷକମାନଙ୍କ ଦ୍ଵାରା ଶସ୍ୟ ଏବଂ ଅଣ୍ଡା ବିକ୍ରୟଠାରୁ ଆରମ୍ଭ କରି ଦୂରଦୂରାନ୍ତ, ବାଣିଜ୍ୟ ଯଥା – ମଦ ଓ କାର୍ପାସ ବିକ୍ରୟ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ବ୍ୟବସାୟ ସ୍ଥାନ ପାଇଥିଲା  । ନୂତନ ପଥ ନିର୍ମାଣ ପରିବହନ ବ୍ୟବସ୍ଥାକୁ ଦୃଢୀଭୂତ କରିଥିଲା  । ନଦୀ ଓ ସମୁଦ୍ର ପଥର ମଧ୍ୟ ବହୁଳ ବ୍ୟବହାର କରାଯାଉଥିଲା  । ଏହି ବାଣିଜ୍ୟ ବ୍ୟବସାୟର ପୁନର୍ଜାଗରଣ ଦ୍ଵାରା ଏକ ନୂତନ ପରିଶୋଧନ ପ୍ରଣାଳୀର ଆବଶ୍ୟକତା ଦେଖାଦେଲା  । ବସ ବିନିମୟ ପ୍ରଣାଳୀ ଯଥେଷ୍ଟ ନଥିବାରୁ ଏହି ସମୟର ନୂତନ ମୁଦ୍ରା ବିନିମୟ ପ୍ରଣାଳୀର ଆରମ୍ଭ ହେଲା  । ଏହାଦ୍ଵାରା କୃଷି ବାଣିଜ୍ୟ ବ୍ୟବସାୟର ସମୂହ ଉନ୍ନତି ଘଟିବା ସଙ୍ଗେ ସଙ୍ଗେ ସହରାଞ୍ଚଳଗୁଡିକର ଦ୍ରୁତ ଉନ୍ନତି ସମ୍ଭବ ହେଲା  । ଫଳରେ ସହରରେ ବସ୍ତ୍ର ନିର୍ମାଣ ଭଳି ନୂତନ ଉଦ୍ୟୋଗମାନ ମୁଣ୍ଡ ଟେକିଲା  । ବ୍ୟବସାୟିକ ସମିତିମାନ ଗଠନ କରାଗଲା  । ଏହି ମଧ୍ୟଯୁଗୀୟ ସହର ଗୁଡିକର ଗୁରୁତ୍ଵପୂର୍ଣ୍ଣ ଉନ୍ନତି ଓ ଭୂମିକା ପରିଶେଷରେ ସାମନ୍ତବାଦର ପତନରେ ସହାୟକ ହୋଇଥିଲା  ।

ଦ୍ଵାଦଶ ଶତାବ୍ଦୀର ଶେଷ ଆଡକୁ ଏହି ଅର୍ଥନୈତିକ ଅବିବୃଦ୍ଧିର ପ୍ରବୃତ୍ତି ତାହାର ଶିଖରରେ ପହଞ୍ଚି ପାରିଥିଲା  । ତ୍ରୟୋଦଶ ଶତାବ୍ଦୀ ସୁଦ୍ଧା ସାମନ୍ତ ପ୍ରଥାରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଲା ଯେତେବେଳେ କି ଉନ୍ନତି ମାର୍ଗରେ ଏକ ପ୍ରତ୍ୟାବର୍ତ୍ତନ ଘଟିଥିଲା  । ଏହି ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶ ଜନସଂଖ୍ୟା ବୃଦ୍ଧିର କାରଣ ହେଲା  । ଏହାଦ୍ଵାରା ଜମିଦାରମାନେ ଅଧିକ ଶ୍ରମ ଯୋଗାଣ କରିବାରେ ସଫଳ ହେଲେ  । ଫଳରେ ସେମାନେ ନିଜର ଭୂସମ୍ପତ୍ତିକୁ ବଜାୟ ରଖିବାକୁ ଆବଶ୍ୟକ ମନେ ନକରି ସେଗୁଡିକୁ ଛୋଟ ଛୋଟ କ୍ଷେତ୍ରରେ ପରିଣତ କରି ଚାଷୀମାନଙ୍କୁ ଭଡା ଆକାରରେ ଦେଇଥିଲେ  । ପୂର୍ବଭଳି ସେମାନଙ୍କର ବୃହତ ଚାଷ ଜମିଗୁଡିକରେ ବ୍ୟବହୃତ ଯନ୍ତ୍ରପାତିର ଆବଶ୍ୟକତା ମଧ୍ୟ କମିଗଲା  । ଜମିଦାରମାନେ ଶ୍ରମ ବଦଳରେ ଭଡା, ଧାନ ବା ବସ୍ତୁ ଆକାରରେ ଦାବୀ କଲେ  । ଏହି ପ୍ରକାର ବ୍ୟବସ୍ଥାର ପ୍ରଚାଳନ ଏକ ମୁଦ୍ରା ଅର୍ଥନୀତି, ବାଣିଜ୍ୟ ଏବଂ ପୌର କେନ୍ଦ୍ର ବୃଦ୍ଧିକୁ ଉତ୍ସାହିତ କଲା  । ଅନ୍ୟାନ୍ୟ କାରଣମାନଙ୍କ ସହ କୃଷିଭିତ୍ତିକ ଶ୍ରମିକ ଶ୍ରେଣୀର ହ୍ରାସ ଏବଂ କୃଷି ପ୍ରାଦ୍ୟୋଗୀକରଣରେ ସ୍ଥିରତା କୃଷି ଉତ୍ପାଦନକୁ ବହୁ ପରିମାଣରେ ହ୍ରାସ କରିଥିଲା  । ଖ୍ୟାଦ୍ୟାଭାବ, ମରୁଡି ଏମ ମହାମାରୀ କ୍ରମଶଃ ଦେଖାଦେଲା  । ଏହିସବୁ ଘଟଣାମାନଙ୍କ ପରିପ୍ରକାଶରେ ଅର୍ଥନୈତିକ ଅବସ୍ଥାର ସମୂହ ଅବନତି ଘଟିଲା  । ତଥାପି ଦଶମ ଶତାବ୍ଦୀର ପୂର୍ବାପେକ୍ଷା ଇଉରୋପୀୟ ସମାଜ ଏହି ସଙ୍କଟାପନ୍ନ ଅବସ୍ଥାରୁ ମୁକ୍ତି ପାଇବାକୁ ସକ୍ଷମ ହୋଇଥିଲା  । ଏବଂ ୧୪୫୦ ଖ୍ରୀଷ୍ଟାବ୍ଦ ସୁଦ୍ଧା ଅର୍ଥନୀତିର ପୁନରୁତ୍ଥାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା  ।

ଦଶମ ଶତାବ୍ଦୀର ପୂର୍ବରୁ ଥିବା ନିମ୍ନମାନର ଅର୍ଥନୈତିକ ଜୀବନ ପ୍ରଣାଳୀକୁ ଦୃଷ୍ଟିପାତ କଲେ ସେ ସମୟରେ ଶିକ୍ଷା ଓ କଳା କ୍ଷେତ୍ରର ଅନୁନ୍ନତ ଅବସ୍ଥା ଆମକୁ ଆଶ୍ଚର୍ଯ୍ୟାନ୍ନିତ କରିବ ନାହିଁ  । ସେ ସମୟରେ ଶିକ୍ଷା କେତେକ ବିଶିଷ୍ଟ ବର୍ଗ ମଧ୍ୟରେ ସୀମିତ ଥିଲା  । ସାଧାରଣ ଲୋକେ କୌଣସି ଅନୁଷ୍ଠାନିକ ଶିକ୍ଷା ପାଇପାରୁ ନଥିଲେ  । ଏପରିକି ସମ୍ଭ୍ରାନ୍ତ ଶ୍ରେଣୀର ଅଧିକାଂଶ ବ୍ୟକ୍ତି ମଧ୍ୟ ଅଶିକ୍ଷିତ ଥିଲେ  । କେବଳ ଧର୍ମଯାଜକ ଗୋଷ୍ଠୀର ସଦସ୍ୟମାନେ ଶିକ୍ଷାଲାଭ କରୁଥିଲେ  । ସେତେବେଳେ ଲାଟିନ୍ ଭାଷାଆରେ ଶିକ୍ଷା ପ୍ରଦାନ କରାଯାଉଥିଲା  ଯାହା କେବଳ ଧର୍ମଯାଜକ ଗୋଷ୍ଠୀଙ୍କୁ ଜଣାଥିଲା  । ତଥାପି ଏହି ସୀମିତ ଶିକ୍ଷା ପ୍ରଣାଳୀ ଅତ୍ୟନ୍ତ ସଂକୀର୍ଣ୍ଣ ଥିଲା  । ଏହା ଯୁକ୍ତି କିମ୍ବା ତର୍କ ଉପରେ ଆଧାରିତ ନହୋଇ କେବଳ ସ୍ମରଣ ଶକ୍ତି ଉପରେ ଆଧାରିତ ଥିଲା  ।ଏହା ସମ୍ପୂର୍ଣ୍ଣ ଅନ୍ଧ ବିଶ୍ଵାସ ଉପରେ ନିର୍ଭରଶୀଳ ଥିଲା  । ଏହିଭଳି ପରିସ୍ଥିତିରେ ବିଜ୍ଞାନର ଉନ୍ନତି ସାଧାନ ନହେବା ନିତାନ୍ତ ସ୍ଵାଭାବିକ  । ଏହାର ପୁନରୁଦ୍ଧାର ପାଇଁ କିଛି ପଦକ୍ଷେପ ନିଆଯାଇଥିଲା  । କିନ୍ତୁ ଏହା କୌଣସି ନୂତନ ବୌଦ୍ଧିକ ସୃଷ୍ଟିରେ ସହାୟକ ହୋଇ ନଥିଲା  ।କିନ୍ତୁ ଧର୍ମଯାଜକ ଶ୍ରେଣୀ ଏବଂ ଆଶ୍ରମମାନଙ୍କର ଶିକ୍ଷିତ ସଦସ୍ୟମାନେ ରୋମ ସାହିତ୍ୟର କେତେକ ମୁଖ୍ୟ କୃତିକୁ ପୁନର୍ବାର ନକଲ କରି ସଂରକ୍ଷଣ କରିବାକୁ ଚେଷ୍ଟା କରିଥିଲେ  । ଏହି ଚେଷ୍ଟା ଅନ୍ତତଃ ଏକାଦଶ ଏବଂ ଦ୍ଵାଦଶ ଶତାବ୍ଦୀରେ ଶିକ୍ଷାର ପୁନରୁଦ୍ଧାର ପାଇଁ ଏକ ମୂଳଭିତ୍ତି ପ୍ରତିଷ୍ଠିତ ହେଲା  ।

ସାକ୍ଷରତାର ଅଭାବ ଯୋଗୁଁ ସେହି ଯୁଗରେ ସାହିତ୍ୟ କ୍ଷେତ୍ରରେ ବିଶେଷ ଉନ୍ନତି ହୋଇପାରି ନଥିଲା  । କଳା କ୍ଷେତ୍ରରେ ମଧ୍ୟ ସେହି ପ୍ରକାର ପରିସ୍ଥିତି ଦେଖାଦେଇଥିଲା  । ତଥାପି ଏହି କ୍ଷେତ୍ରରେ ଏକ ଅନନ୍ୟ ଶୈଳୀର ବିକାଶ ଘଟିଥିଲା  । ତାହାଥିଲା ପାଣ୍ଠୁଲିପି ବ୍ୟାଖ୍ୟାନ  । ମୋଟ ଉପରେ କୁହାଯାଇପାରେ ଯେ, ଏହି ଯୁଗରେ ସମଗ୍ର ଇଉରୋପରେ ବିଶିଷ୍ଟ ବର୍ଗଙ୍କ ବ୍ୟତୀତ ଅନ୍ୟମାନେ ଅନାହାରରେ କାଳାତିପାତ କରୁଥିଲେ  । ତେଣୁ ସାଂସ୍କୃତିକ ଉପଲବ୍ଧି ଥିଲା ବିରଳ ଏବଂ ନ୍ୟୁନତମ  । ଇଉରୋପୀୟ ସଭ୍ୟତା ଏହି ସମୟରେ ବାଇଜାଣ୍ଟାଇନ ଏବଂ ଇସଲାମ ଭଳି ଅନ୍ୟ ସମସାମୟିକ ସଭ୍ୟତାମାନଙ୍କଠାରୁ ଯଥେଷ୍ଟ ଅନୁନ୍ନତ ଥିଲା  । ଦଶମ ଶତାବ୍ଦୀର ଜଣେ ଆରବୀୟ ଭୌଗଳିକ ସେ ସମୟର ଇଉରୋପୀୟମାନଙ୍କ ସମ୍ବନ୍ଧରେ ବର୍ଣ୍ଣନା କରିବାକୁ ଯାଇ କହିଥିଲେ ଯେ, ସେଠାକାର ଲୋକମାନେ ଥିଲେ ଅସଦାଚାରୀ, କଟୁତାପୂର୍ଣ୍ଣ ଏବଂ ସ୍ଥୂଳବୁଦ୍ଧି  ସମ୍ପୂର୍ଣ୍ଣ  । ଦଶମ ଶତାବ୍ଦୀ ପର ସମୟର ଉନ୍ନତି ଏବଂ ଆପାତତଃ ଶାନ୍ତି ସେ ସମୟର ସାଂସ୍କୃତିକ ଜୀବନରେ ଏକ ପରିବର୍ତ୍ତନ ଆଣିଥିଲା  । ଏହି ସମୟରେ ପ୍ରାଥମିକ ଶିକ୍ଷା ଏବଂ ସାକ୍ଷରତା ଯଥା ବିଶ୍ଵବିଦ୍ୟାଳୟମାନଙ୍କର ସ୍ଥାପନ ଏବଂ ପ୍ରସାର ଘଟିଥିଲା  । ରୋମ, ଗ୍ରୀସ ଏବଂ ଆରବ ସଭ୍ୟତାମାନଙ୍କର ଉତ୍କୃଷ୍ଟ ଏବଂ ଉଚ୍ଚକୋଟୀର ଜ୍ଞାନ ସଂଗ୍ରହ କରିବା ପାଇଁ ଉଦ୍ୟମ କରାଗଲା  । ଏହି ଯୁଗ ଇଉରୋପରେ ଜ୍ଞାନ ଇ ବିଚାରଧାରାର ପ୍ରଗତି ଦେଖିଥିଲା  । ଏହା ଆଧୁନିକ ଯୁଗର ବୌଦ୍ଧିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା  ।

ମଧ୍ୟଯୁଗରେ ଆରବ ସଭ୍ୟତା

ମରୁଭୁମି ମଧ୍ୟରେ ଆରବ ଏକ ଉପଦ୍ଵୀପ  । ଇସଲାମର ପ୍ରତିଷ୍ଠା ପୂର୍ବରୁ ଅଧିକାଂଶ ଆରବବାସୀ ବେଦୁଇନ୍ ଥିଲେ  । ଯାହାର ଅର୍ଥ ଓଟ ଆରୋହଣକାରୀ ଯାଯାବର ଜାତି  । ପଶୁପାଳନ ଓ ମରୁଦ୍ୟାନର ଖଜୁରୀ ଉତ୍ପାଦନ ସେଠାରେ ମୁଖ୍ୟ ଜୀବିକା ଥିଲା  । ଶିଳ୍ପ ଉତ୍ପାଦନ କମ ଥିଲା  । ବାଣିଜ୍ୟ ବ୍ୟବସାୟ ମନ୍ଥର ଏବଂ ସହରିକରଣ ଅତ୍ୟନ୍ତ ସୀମିତ ଥିଲା  ।

ଷଷ୍ଠ ଶତାବ୍ଦୀର ଦ୍ଵିତୀୟ ଭାଗରେ ଦୂରଦୂରାନ୍ତ ବାଣିଜ୍ୟ ପଥଗୁଡିକ ନିମିତ୍ତ ଅର୍ଥନୀତିରେ ଦ୍ରୁତତା ଆସିଥିଲା  । ସେ ସମୟରେ ଆରବର ଦୁଇଟି ପ୍ରତିପ୍ରତ୍ତିଶାଳୀ ପଡୋଶୀ ସାମ୍ରାଜ୍ୟ ରୋମ ଏବଂ ପାର୍ସିଆ ମଧ୍ୟରେ କଳହ ଲାଗିରହିଥିଲା  । ଏହି ଯୁଦ୍ଧ କାରଣରୁ ଆରବ, ବଣିକମାନଙ୍କର ଏସିଆ ଓ ଆଫ୍ରିକା ମଧ୍ୟରେ ଗମନାଗମନ ପାଇଁ ଏକ ନିରାପଦ ପଥ ପାଲଟି ଥିଲା  । ଏହା ନିତନ ସହରର ନିର୍ମାଣକୁ ଉତ୍ସାହିତ କରିବା ସହିତ ବାଣିଜ୍ୟପଥର ସୁବିଧା ବଢାଉଥିଲା  । ସବୁଠାରୁ ମୁଖ୍ୟ ଥିଲା ମକ୍କା ସହର ଯାହା ବିଭିନ୍ନ ବାଣିଜ୍ୟ ପଥର ସାଙ୍ଗମା ସ୍ଥଳରେ ଅବସ୍ଥିତ ଥିଲା  । ଏକ ତୀର୍ଥସ୍ଥଳୀ କାବାର ଉପସ୍ଥିତି ନିମିତ୍ତ ମକ୍କା ଧର୍ମ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ  । ଏହି କାବା ସେହି ସମୟରେ ବିଭିନ୍ନ ଆରବ ଗୋଷ୍ଠୀ ଏବଂ ଜାତିର ଲୋକମାନଙ୍କ ଉପାସନାସ୍ଥଳୀର କେନ୍ଦ୍ରରୂପେ ବିବେଚିତ ହେଉଥିଲା  । କୁରେଶ ଜାତି, ମକ୍କାର ଆର୍ଥିକ ଜୀବନରେ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥିଲା  । ସେମାନେ ମକ୍କା ପବିତ୍ର ସ୍ଥଳୀର ନିୟନ୍ତ୍ରଣ ମଧ୍ୟ କରୁଥିଲେ  । ମହମ୍ମଦ, ପିଲାଦିନେ ଅନାଥ ଥିବାରୁ, ସେ ତାଙ୍କର ଦାଦାଙ୍କ ଦ୍ଵାରା ପ୍ରତିପାଳିତ ହେଉଥିଲେ  । ସେ ଏକ ବିଧବା, ଖାଜିଜାଙ୍କ ସେବାରେ ନିଯୁକ୍ତ ହୋଇ ଏକ ସଫଳ ବଣିଜ ହୋଇପାରିଥିଲେ  ଏବଂ ସେ ସେହି ମହିଳାଙ୍କୁ ପରେ ବିବାହ କରିଥିଲେ  । ପ୍ରାୟ ୬୧୦ ଖ୍ରୀଷ୍ଟାବ୍ଦ ବେଳକୁ ସେ ଏକ ଧାର୍ମିକ ଚେତନା ଅନୁଭବ କରିଥିଲେ  । ସେତେବେଳେ ସେ ମଧ୍ୟ ଏକ ବାଣୀ ଶୁଣି ପାରିଥିଲେ, ଯାହା ତାଙ୍କୁ କହିଲା ଆହ୍ଲାଙ୍କ ବ୍ୟତୀତ ଆଉ କେହି ଭଗବାନ ନାହାନ୍ତି  । ସେ ପର୍ଯ୍ୟନ୍ତ ଆହ୍ଲାଙ୍କୁ ଆରବମାନଙ୍କ ଦ୍ଵାରା ପୂଜିତ ଅନ୍ୟାନ୍ୟ ଦେବତାଙ୍କ ମଧ୍ୟରେ ଏକ ଶକ୍ତିଶାଳୀ ଓ ବୃହତ୍ତର ସତ୍ତା ବୋଲି ବିଶ୍ଵାସ କରାଯାଉଥିଲା  । ମହମ୍ମଦଙ୍କ ଐଶ୍ଵରୀକ ଅନୁଭୂତି ନିମିତ୍ତ ଏହି ବହୁଦେବ ବାଦ ଓ ବହୁଦେବ ବିଶ୍ଵାସ ଏକେଶ୍ଵର ବାଦରେ ପରିବର୍ତ୍ତିତ ହେଲା  । ତାହାପରେ ମହମ୍ମଦ ଅନେକ ଦୈବବାଣୀ ଗ୍ରହଣ କଲେ ଯେଉଁଗୁଡିକ ତାଙ୍କ ଦ୍ଵାରା ଏକ ନୂତନ ଧର୍ମ ସ୍ଥାପନ ନିମିତ୍ତ ମୂଳ ତତ୍ତ୍ଵ ହୋଇଥିଲା  । ଏହି ନୂତନ ଧର୍ମଟି ଇସଲାମ ଧର୍ମ ବୋଲି ଗ୍ରହଣ କରାଗଲା ଏବଂ ମହମ୍ମଦଙ୍କୁ ଏହାର ପ୍ରବର୍ତ୍ତକ ବା ଧର୍ମ ଦୂତ ବୋଲି ଅଭିହିତ କରାଗଲା  । ପ୍ରଥମେ ଅଳ୍ପ କେତେକ ଏବଂ ତାଙ୍କ ପତ୍ନୀଙ୍କ ବ୍ୟତୀତ ସେ କୁରେଶମାନଙ୍କୁ ଇସଲାମ ଧର୍ମରେ ଦୀକ୍ଷିତ କରିବାକୁ ଅସଫଳ ହେଲେ  ,

ଇତି ମଧ୍ୟରେ ଉତ୍ତରରେ ଅବସ୍ଥିତ ସହର ପାର୍ଥିବର ପ୍ରତିନିଧିମାନେ ସେମାନଙ୍କ ଆଞ୍ଚଳିକ ଦ୍ଵନ୍ଦର ସମାଧାନ କରିବା ପାଇଁ ମହମ୍ମଦଙ୍କୁ ନିମନ୍ତ୍ରଣ କଲେ  । ମହମ୍ମଦ ୬୨୨ ଖ୍ରୀଷ୍ଟାବ୍ଦରେ ତାଙ୍କର ସହଚରମାନଙ୍କ ସହ ସେହି ସହରକୁ ଯାତ୍ରା କରିଥିଲେ  । ଏହାପରେ ସେ କ୍ରମାଗତ ଭାବରେ ଅନେକ ସଫଳତା ହାସଲ କଲେ ଏବଂ ତାଙ୍କର ପ୍ରଥମ ଯାତ୍ରା ବର୍ଷକୁ ଆରବ ଭାଷାରେ ‘ହିଜରୀ’ ନାମରେ ନାମିତ କରାଗଲା ଏବଂ ଇସଲାମ ପଞ୍ଜିକାର ଆରମ୍ଭ ହେଲା  । ମହମ୍ମଦ ସେହି ସହରର ଶାସକ ରୂପେ ନିଜକୁ ଅବସ୍ଥାପିତ କଲେ ଏବଂ ଏହାକୁ ‘ମଦିନା’ ନାମରେ ନାମିତ କଲେ  । ସେହି ସମୟରୁ ସେ ତାଙ୍କର ଅନୁଚରମାନଙ୍କୁ ସଂଗଠନ କରି ଏକ ରାଜନୈତିକ ତଥା ଧାର୍ମିକ ସଂପ୍ରଦାୟ ଗଠନ କରିଥିଲେ  । ତାପରେ ମକ୍କାରେ ତାଙ୍କ ଧର୍ମ ପ୍ରସାର କରିବା ପାଇଁ ସେ ଓ ତାଙ୍କର ଅନୁଗାମୀମାନେ କୁରେଶ ବଣିକ ଯାତ୍ରୀ ଦଳମାନଙ୍କ ଉପରେ ଚଢାଉ କଲେ  । ମହମ୍ମଦ ୬୩୦ ଖ୍ରୀଷ୍ଟାବ୍ଦରେ କୁର୍ଯ୍ୟାସମାନଙ୍କୁ ପରାଜିତ କରି ମକ୍କାରେ ପ୍ରବେଶ କରିଥିଲେ  । କୁରେଶମାନେ ସେହି ଧର୍ମକୁ ସମର୍ପଣ କଲେ ଏବଂ ତା ପରଠାରୁ କାବା ଇସଲାମର ମୁଖ୍ୟ ପବିତ୍ରସ୍ଥଳୀ ରୂପେ ପରିଗଣିତ ହେଲା  । ମକ୍କାର ପରାଜୟ ପରେ ସମଗ୍ର ଆରବବାସୀ ସେହି ନୂତନ ଧର୍ମକୁ ଗ୍ରହଣ କଲେ  ।

ଇସଲାମର ସିଦ୍ଧାନ୍ତଗୁଡିକ ଅତ୍ୟନ୍ତ ସରଳ  । ଇସଲାମ ଶବ୍ଦର ଅର୍ଥ ସମର୍ପଣ ଏବଂ ଧର୍ମ ପ୍ରତି ଆନୁଗତ୍ୟ ଅର୍ଥାତ୍ ଭଗବାନ ନିକଟରେ ସମ୍ପୂର୍ଣ୍ଣ ସମର୍ପଣ  । ଏହି ଧର୍ମର ଅନୁସରଣକାରୀମାନଙ୍କୁ ମୁସଲମାନ କୁହାଯାଏ  । ଇସଲାମ ଧର୍ମ ମତରେ ଭଗବାନ ଏକ  । ମୁସଲମାନମାନେ ମହମ୍ମଦଙ୍କୁ ଅନ୍ତିମ ଧର୍ମଦୂତ ଭାବେ ବିଶ୍ଵାସ କରନ୍ତି  । ସେମାନେ ମଧ୍ୟ ଇହୁଦୀ ଏବଂ ଖ୍ରୀଷ୍ଟିଆନମାନଙ୍କର ପ୍ରବର୍ତ୍ତକମାନଙ୍କୁ ସ୍ଵିକୃତି ଦେଇଥାନ୍ତି  । ମୁସଲମାନମାନେ ଇଶ୍ଵରଙ୍କର ଅନ୍ତିମ ବିଚାର ଦିନ ଉପରେ ବିଶ୍ଵାସ କରିଥାନ୍ତି ଯେତେବେଳେ ସାଧୁ ଏବଂ ଧାର୍ମିକମାନଙ୍କୁ ସ୍ଵର୍ଗରେ ନିରନ୍ତର ଜୀବନ ପ୍ରଦାନ କରାଯିବ ଏବଂ ପାପୀମାନଙ୍କୁ ନିରନ୍ତର ଯନ୍ତ୍ରଣା ଏବଂ ନର୍କବାସ ପ୍ରଦାନ କରାଯିବ  । ଏକ ଧାର୍ମିକ ଜୀବନଯାପନ ପାଇଁ ଜଣେ ବ୍ୟକ୍ତିଙ୍କୁ କୋରାନରେ ବର୍ଣ୍ଣିତ ବ୍ୟବହାର ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ହେବ  । କୋରାନ ହେଉଛି ମୁସଲମାନମାନଙ୍କ ଧର୍ମଗ୍ରନ୍ଥ  । ଏହା ମହମ୍ମଦଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ଦୈବୀ ବାଣୀଗୁଡିକର ଏକ ସଂଗ୍ରହ ବୋଲି ବିଶ୍ଵାସ କରାଯାଏ  । ସେହି ପଦକ୍ଷେପଗୁଡିକ ହେଲା ନୈତିକତା ଦୟାପୂର୍ଣ୍ଣ ଜୀବନକୁ ସମର୍ପଣ ଏବଂ ପ୍ରାର୍ଥନା, ଏକ ନିର୍ଦ୍ଧିଷ୍ଟ ସମୟରେ ଉପବାସ, ମକ୍କାକୁ ତୀର୍ଥଯାତ୍ରା ଏବଂ କୋରାନର ବାରମ୍ବାର ଆବୃତ୍ତି ଭଳି ଏକ ଧାର୍ମିକ ନିୟମାବଳୀକୁ ମାନ୍ୟତା ଦେବା  । କୋରାନ ‘ସୁନନା’ ବା ଧର୍ମଦୂତଙ୍କର ବ୍ୟବହାରିକ ଆଚରଣ ଏବଂ ‘ହିଦିସ୍’ ବା ଧର୍ମଦୂତଙ୍କର ବାଣୀ ମଧ୍ୟ ମୁସଲମାନମାନଙ୍କ ପାଇଁ ଆପେକ୍ଷିକ ବ୍ୟବହାର ସୂତ୍ରମାନ ପ୍ରସ୍ତୁତ କରିଛି  । ଇସଲାମ ଧର୍ମାନୁସାରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମଧ୍ୟସ୍ଥ କେହି ନାହାନ୍ତି  । ଧର୍ମଯାଜକମାନଙ୍କ ବ୍ୟତୀତ କେବଳ ଧର୍ମ ପଣ୍ଡିତମାନଙ୍କର ଧର୍ମ ଓ ଧର୍ମ ସମ୍ବନ୍ଧୀୟ ନିୟମାବଳୀ ଉପରେ ମନ୍ତବ୍ୟ ଦେବାର କ୍ଷମତା ରହିଛି  । ଇସଲାମ ମଧ୍ୟ ସମସ୍ତେ ଏକ ବୋଲି ବିଶ୍ଵାସ କରେ  । ଧର୍ମ ବିଶ୍ଵାସ ଏବଂ ପଦ୍ଧତିରେ ଇସଲାମର ଇହୁଦୀ ଓ ଖ୍ରୀଷ୍ଟଧର୍ମ ସହ ଅନେକ ସାମଞ୍ଜସ୍ୟ ରହିଛି  ।

ସମାଜ ଓ ସଂସ୍କୃତି

ଆରବର ଦର୍ଶନ ଶାସ୍ତ୍ର ପ୍ରାଚୀନ ଗ୍ରୀକ ଚିନ୍ତାଧାରା ଉପରେ ଆଧାରିତ  । ଗ୍ରୀକ ଦର୍ଶନ ଶାସ୍ତ୍ର ଯୌକ୍ତିକତା ଉପରେ ବିଶ୍ଵାସ କରୁଥିବା ଦାର୍ଶନିକମାନଙ୍କ ଦ୍ଵାରା ଲେଖାଯାଇଥିଲା  । ଏହି ଦାର୍ଶନିକମାନେ ସେମାନଙ୍କର ଦାର୍ଶନିକ ଅନୁମାନ ବ୍ୟତୀତ ପ୍ରାକୃତିକ ବିଜ୍ଞାନ ଅଧ୍ୟୟନରେ ମଧ୍ୟ ପାରଙ୍ଗମ ଥିଲେ  । ସେମାନେ ଜ୍ୟୋତିଷଶାସ୍ତ୍ର ଏବଂ ଚିକିତ୍ସାର ମଧ୍ୟ ବ୍ୟବହାର କରୁଥିଲେ  । ସେମାନଙ୍କର ଜ୍ୟୋତିଷବିଦ୍ୟା ସଠିକ୍ ଗ୍ରହ ନକ୍ଷତ୍ର ପର୍ଯ୍ୟବେକ୍ଷଣ ଉପରେ ଆଧାରିତ ଥିଲା  । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସେମାନେ କେବଳ ଗ୍ରୀକମାନଙ୍କର ଲିଖିତ ଚିକିତ୍ସା ପ୍ରଣାଳୀର ଗଭୀର ଅଧ୍ୟୟନ କରିଥିଲେ ତା ନୁହେଁ ବରଂ ତା’ଠାରୁ ଅଧିକ ଗବେଷଣାମାନ ମଧ୍ୟ କରିଥିଲେ  । ଇବନ ସିନା, ଯିଏ ପଶ୍ଚିମରେ ଆଭିସିଏନା  ନାମରେ ପରିଚିତ ଯକ୍ଷ୍ମାରୋଗର ସଂକ୍ରମଣତାର ପ୍ରବୃତ୍ତି ଏବଂ ବିଭିନ୍ନ ପ୍ରକାରର ସ୍ନାୟୁରୋଗ ଆଦିର ଉଦ୍ଭାବନ କରିଥିଲେ  । ଆଲ ରାଜି, ଯିଏ ପଶ୍ଚିମରେ ରାଃଜେଶ ନାମରେ ପରିଚିତ, ମଧ୍ୟଯୁଗୀୟ ଚିକିତ୍ସକମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଏବଂ ବସନ୍ତ ଓ ମିଳିମିଳା ମଧ୍ୟରେ ଥିବା ପାର୍ଥକ୍ୟ ଉନ୍ମୋଚନ କରିଥିଲେ  । ଅନ୍ୟ ଆରବ ଦେଶର ଚିକିତ୍ସକମାନେ ମଧ୍ୟ ପାକସ୍ଥଳୀ କର୍କଟ ରୋଗର ଲକ୍ଷଣ ହେଉଛି ଆରବ ଲୋକେ ସୁବ୍ୟବସ୍ଥିତ ଚିକିତ୍ସାଳୟ ଗଠନ କରିବାରେ ଅନ୍ୟାନ୍ୟ ମଧ୍ୟଯୁଗୀୟ ସଂସ୍କୃତିମାନଙ୍କ ଠାରୁ ଶ୍ରେଷ୍ଠତା ଲାଭ କରିଥିଲେ  । ସେଠାରେ ପ୍ରାୟ ୩୪ଟି ବୃହତ୍ ଚିକିତ୍ସାଳୟ ପାରସ୍ୟ, ସିରିଆ, ଇଜିପ୍ଟ ଆଦି ମୁଖ୍ୟ ସହର ଗୁଡିକରେ ଅବସ୍ଥିତ ଥିବା ଅନୁମାନ କରାଯାଏ, ଯେଉଙ୍ଗୁଡିକ ଅତ୍ୟନ୍ତ ଆଧୁନିକ ପ୍ରଣାଳୀରେ ଚିକିତ୍ସା କରୁଥିଲେ  ।

ଆରବମାନେ ମଧ୍ୟ ଦୃଷ୍ଟି ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ ଶାସ୍ତ୍ର ଆଦି କ୍ଷେତ୍ରରେ ମଧ୍ୟ ଦକ୍ଷତା ହାସଲ କରିଥିଲେ  । ପଦାର୍ଥ ବିଜ୍ଞାନବିତ୍ ମାନେ ଦୃଷ୍ଟି ବିଜ୍ଞାନ ଅନ୍ଵେଷଣ କରି ଆଲୋକର ବେଗ, ପ୍ରେରଣା ଦିଗ ପରିବର୍ତ୍ତନ ସମ୍ବନ୍ଧୀୟ ଅନେକ ସିଦ୍ଧାନ୍ତ ନିରୂପଣ କରିଥିଲେ  । ରସାୟନ ଶାସ୍ତ୍ରରେ ସେମାନେ ଅଙ୍ଗାରକାମ୍ଳଯୁକ୍ତ ସୋଡା, ଫିଟିକିରି, ଯବକ୍ଷାରଜାନ ସୋଡା, ଯବକ୍ଷାରଜାନ ଅମ୍ଳ ଇତ୍ୟାଦି ଉପାଦାନ ଏବଂ ମିଶ୍ର ଉପାଦାନମାନ ଉଦ୍ଭାବନ କରିଥିଲେ  । ପରିଶ୍ରବଣ, ଶୋଧନ ଏବଂ ଉତ୍କର୍ଷତା ଆଦିର ରାସାଯନିକ ପ୍ରକ୍ରିୟା ବର୍ଣ୍ଣନା କରିବାରେ ଆରବୀୟମାନେ ପ୍ରଥମ ଥିଲେ  । ଗଣିତ ଶାସ୍ତ୍ରରେ ଗ୍ରୀକମାନଙ୍କର ଜ୍ୟାମିତି ଏବଂ ଭାରତୀୟମାନଙ୍କ ସଂଖ୍ୟା ଗଣନା ପ୍ରଣାଳୀ ଏକତ୍ର କରିବା ଥିଲା ଆରବୀୟମାନଙ୍କ ମୁଖ୍ୟ ସଫଳତା  । ଭାରତୀୟ ସଂଖ୍ୟା ପ୍ରଣାଳୀ ଆରବରେ ଏଭଳି ମାତ୍ରାରେ ପ୍ରସାରିତ ହୋଇଥିଲା ଯେ, ପଶ୍ଚିମସ୍ଥ ଦେଶମାନେ ସେମାନଙ୍କୁ ‘ଆରବୀ ସଂଖ୍ୟା’ ବୋଲି ନାମ ଦେଇଥିଲେ  । ପ୍ରଚଳିତ ଜ୍ଞାନମାନଙ୍କ ସମନ୍ଵୟରେ ଆରବୀୟମାନେ ପାଟୀଗଣିତ, ଜ୍ୟାମିତି ଏବଂ ତ୍ରିକୋଣମିତି ପ୍ରଭୃତି କ୍ଷେତ୍ରରେ ବିଶେଷ ପ୍ରଗତି ଲାଭ କରିଥିଲେ  । ଆରବ ସଭ୍ୟତା ଏହାର ସାହିତ୍ୟ ବିଶେଷ କରି କାବ୍ୟ କୃତି ପାଇଁ ପ୍ରସିଦ୍ଧ  ।

ଓମାର ଖୟାମଙ୍କ ‘ରୁବିୟତ’ କାବ୍ୟର ଏକ ଉଦାହରଣ ଯାହା ଆଜି ପର୍ଯ୍ୟନ୍ତ ମାନସପଟରେ ଜୀବିତ ରହିଛି  । ଅନ୍ୟକ୍ଷେତ୍ରମାନଙ୍କ ଭଳି ଆରବ କଳା ପାରସ୍ୟ ବାଇଜାଣ୍ଟାଇନ୍ ଭଳି ଅନେକ ପ୍ରକାର କଳାଶୈଳୀ ସମିଶ୍ରଣର ଏକ ଉତ୍କୃଷ୍ଟ ନିଦର୍ଶନ  । ସ୍ଥପତି ବିଦ୍ୟା ଆରବକଳା କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା  । ଆରବ ନିର୍ମାଣ କଳାର ଉଦାହରଣ ସ୍ୱରୂପ ମସଜିଦ୍, ପ୍ରାସାଦ, ମଦ୍ରାସା ପ୍ରଭୃତି ବିଦ୍ୟମାନ  । ଗମ୍ବୁଜ, ଅର୍ଦ୍ଧଗୋଲାକୃତି ମିନାର ପ୍ରଭୃତି ଏହାର ମୁଖ୍ୟ ଲକ୍ଷଣ ଥିଲା  ।

ସଂକ୍ଷେପରେ ଏହା କୁହାଯାଇପାରେ ଯେ, ଯେତେବେଳେ ପାଶ୍ଚାତ୍ୟ ଦେଶଗୁଡିକ, ଜ୍ଞାନ କୌଶଳ ଏବଂ କଳା ସ୍ଥାପତ୍ୟ କ୍ଷେତ୍ରରେ ପଛରେ ଥିଲା, ସେତେବେଳେ ଆରବ ସଭ୍ୟତା ଶୀର୍ଷ ସ୍ଥାନରେ ପହଞ୍ଚିପାରିଥିଲା  । ବିଶାଳ ସାମ୍ରାଜ୍ୟର ସ୍ଥାପନ ଦ୍ଵାରା ଆରବୀୟମାନେ ବିଭିନ୍ନ ସଭ୍ୟତା ଏବଂ ବିବିଧ ସଂସ୍କୃତିମାନଙ୍କ ସଂସ୍ପର୍ଶରେ ଆସିଥିଲେ  । ଏହା ଆରବ, ପାର୍ସି, ତୁର୍କୀ, ଭାରତୀୟ ଓ ଆଫ୍ରିକୀୟ ଭଳି ବିଭିନ୍ନ ସଭ୍ୟତା ସହିତ ନିର୍ମାଣ କରିଥିଲା ଏବଂ କେତେକ ମୌଳିକ ଉଦ୍ଭାବନ ଓ କୃତୀତ୍ଵକୁ ଉତ୍ତରାଧିକାରୀ ସ୍ୱରୂପ ଛାଡି ଯାଇଥିଲା  ।

ରାଜନୈତିକ ଘଟଣାବଳୀ

ପୂର୍ବ ଅଧ୍ୟାୟରେ ଆମ୍ଭେମାନେ ଗୁପ୍ତା ସାମ୍ରାଜ୍ୟ ଶାସନ ବିଷୟରେ ଅଧ୍ୟୟନ କଲେ  । ହର୍ଷବର୍ଦ୍ଧନ ଶାସନ ପରେ, ରାଜନୈତିକ ବିକେନ୍ଦ୍ରୀକରଣ, ଅଷ୍ଟମ ଓ ଦଶମ ଶତାବ୍ଦୀ ମଧ୍ୟ ଦୀର୍ଘକାଳଧରି ଚାଲିଥିଲା  ବେମ ସେହି ସମୟରେ ଅନେକ ରାଜ୍ୟ ପ୍ରାଧାନ୍ୟତା ପାଇଁ ପ୍ରବଳ ଉଦ୍ୟମ ଚଳାଇଥିଲେ  । ଉତ୍ତର ଭାରତରେ ପାଳ, ପ୍ରତିହାର ଓ ରାଷ୍ଟ୍ରପୂଟ ନାମରେ ତିନୋଟି ମୁଖ୍ୟ ରାଜ୍ୟ ଥିଲା  । ଚୌହାନ, ପାରମାର ଓ ଗଡୱ୍ୟାଲ ପ୍ରଭୃତି ରାଜପୁତ ରାଜବଂଶମାନେ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟମାନ ସ୍ଥାପନ କରିଥିଲେ  । ଦକ୍ଷିଣରେ ଚୋଳ ରାଜବଂଶ ସମଗ୍ର ଉପଦ୍ଵୀପର ଅଧିକାଂଶ ଭାଗରେ ଆଧିପତ୍ୟ ବିସ୍ତାର କରିଥିଲା  । ଏହି ରାଜନୈତିକ ସଭାର ବିଭାଜନ ଏବଂ କ୍ଷୁଦ୍ରୀକରଣ ଗଜନୀର ମାମୁଦ ଭଳି ଆକ୍ରମଣକାରୀମାନଙ୍କ ନିମିତ୍ତ ଅନୁକୂଳ ପ୍ରମାଣିତ ହୋଇଥିଲା  । ପଶ୍ଚିମ ଏବଂ ମଧ୍ୟ ଏସିଆରେ ଅନେକ ସଫଳ ଅଭିଯାନ ପରେ ସେ ଭାରତ ଅଭିମୁଖେ ଯାତ୍ରା କରିଥିଲେ  । ତାଙ୍କର ଭାରତ ବିଜୟ ୧୦୦୦ ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା, ଯାହାପରେ ସେ ପଞ୍ଜାବ, କାଶ୍ମୀର ଏବଂ ପୂର୍ବ ରାଜସ୍ଥାନ ତଥା ଗାଙ୍ଗେୟ ଉପତ୍ୟକାର ଅନେକ ସ୍ଥାନ ଉପରେ ବାରମ୍ବାର ଆକ୍ରମଣ କରିଥିଲେ  । କିନ୍ତୁ ମାମୁଦ ଭାରତରେ ତାଙ୍କର ରାଜୁତି ସ୍ଥାପନ କରିବାକୁ ଇଚ୍ଛୁକ ନଥିଲେ  ।

ମାମୁଦଙ୍କ ଆକ୍ରମଣ ପରେ ତୁର୍କୀମାନେ ଆକ୍ରମଣ କରିଥିଲେ  । ତୁର୍କୀମାନେ ତ୍ରୟୋଦଶ ଶତାବ୍ଦୀରେ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ସେମାନଙ୍କର ଶାସନ ପ୍ରତିଷ୍ଠା କରିଥିଲେ  । ତୁର୍କୀ ଶାସକମାନଙ୍କୁ ସୁଲତାନ କୁହାଯାଉଥିଲା  । ସେମାନେ ରାଜଧାନୀ ଶାସନ କରୁଥିଲେ  । ସେମାନଙ୍କର ସାମ୍ରାଜ୍ୟକୁ ତେଣୁକରି ଦିଲ୍ଲୀ ସଲତନନ୍ କୁହାଯାଉଥିଲା  । ଏହାର ସବୁଠାରୁ ଶକ୍ତିଶାଳୀ ରାଜବଂଶ ଥିଲା ଖିଲଜୀ ଏବଂ ତୋଗଲକ ବଂଶ  । ଅଧିକାଂଶ ଶାସକମାନଙ୍କୁ ମଙ୍ଗୋଲ ଆକ୍ରମଣ ଭୟର ସମ୍ମୁଖୀନ ହେବାକୁ ପଡୁଥିଲା  । ଏହି ସମୟରେ ଦକ୍ଷିଣରେ ବିଜୟନଗର ଏବଂ ବାହମନି ରାଜବଂଶ ଦ୍ୱୟ ରାଜନୈତିକ ପ୍ରତିପତ୍ତି ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା ଚଳାଇଥିଲେ  । ଷୋଡଶ ଶତାବ୍ଦୀର ଆରମ୍ଭରେ ମୋଗଲମାନଙ୍କର ଆଗମନରେ ଭାରତୀୟ ଇତିହାସରେ ଏକ ନୂତନ ଯୁଗର ଆରମ୍ଭ ହେଲା  । ରାଜନୈତିକ ଦୃଷ୍ଟିରୁ ଏକ ସର୍ବଭାରତୀୟ ସାମ୍ରାଜ୍ୟର ନିର୍ମାଣ ହୋଇଥିଲା  । ଯାହା ପୂର୍ବରୁ କେବେ ସମ୍ଭବ ହୋଇପାରି ନଥିଲା  । ରାଜନୈତିକ ଏକତ୍ରୀକରଣ ଏବଂ ଦୀର୍ଘ ସମୟଧରି ଶାନ୍ତି ଓ ସ୍ଥିରତା ଅର୍ଥନୈତିକ ବିକାଶ ଓ ସମୃଦ୍ଧିରେ ସହାୟକ ହୋଇଥିଲା  । ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିରୁ ଏହା ବିଭିନ୍ନ ପରମ୍ପରାର ମିଳନଯୁଗ ଥିଲା  । ଏହି ସମନ୍ଵୟ ଫଳରେ ସାମାଜିକ ଜୀବନରେ ଧାର୍ମିକ ନୀତି ବ୍ୟବହାର ଓ ବିଶ୍ଵାସରେ ଏବଂ ବିଭିନ୍ନ କଳା କ୍ଷେତ୍ରରେ ଏକ ସ୍ଵତନ୍ତ୍ର ପରମ୍ପରାର ଅଭ୍ୟୁଦୟ ହେଲା  । ଏହା ପାରସ୍ପରିକ ସହିଷ୍ଣୁତା ଏବଂ ସୌହାର୍ଦ୍ଧପୂର୍ଣ୍ଣ ସହବାସ ଉପରେ ଆଧାରିତ ଥିଲା  ।

ଏହି ଦିଲ୍ଲୀ ସଲତନନ୍ ବିଏମ ମୋଗଲ ସାମ୍ରାଜ୍ୟ ଭଳି ବୃହତ୍ ଶାସନର ଅବସ୍ଥିତି ସମୟରେ କେତେକ କ୍ଷୁଦ୍ର ଆଞ୍ଚଳିକ ସ୍ଵତନ୍ତ୍ର ଶାସକ ବଂଶ ମଧ୍ୟ ମୁଣ୍ଡ ଟେକିଥିଲେ  । ସେମାନେ ଥିଲେ – ବଙ୍ଗର ଇଲ୍ୟାଶାହୀ ଓ ହୁସେନ ଶାହୀ  ରାଜବଂଶ, ଆସାମର ଅହୋମ, ଓଡିଶାର ଗଜପତି ରାଜବଂଶ, ରାଜସ୍ଥାନରେ ମେୱାର ଓ ମାରୱାଡିର ରାଜପୁତ ରାଜବଂଶ ଏବଂ ଜଭନପୁରର ସାରକୀ ରାଜବଂଶ ଅନ୍ୟତମ  । ଏହି ରାଜବଂଶ ଗୁଡିକର ପରିଚୟ ବୃଦ୍ଧି ସହ ସେମାନଙ୍କର ଭାଷା, ସାହିତ୍ୟ ଏବଂ ସଂସ୍କୃତିର ବିକାଶ ହୋଇଥିଲା  ।

ରାଜନୈତିକ ଅନୁଷ୍ଠାନ

ତୁର୍କୀ ଓ ମୋଗଲମାନଙ୍କର ଆଗମନ ସାରବାଭୌମତ୍ଵ ଏବଂ ଶାସନ ପ୍ରଣାଳୀରେ ଏକ ନୂତନ ଚିନ୍ତା ଆଣିଦେଇଥିଲା  । ପ୍ରଥମତଃ, ଇସଲାମୀୟ ରାଜନୈତିକ ପରିକଳ୍ପନାରେ ରାଜପଦର କୌଣସି ସ୍ପଷ୍ଟ ବୈଧତା ନଥିଲା ଯାହା ସମକକ୍ଷମାନଙ୍କର ଏକ ସମ୍ପ୍ରଦାୟ ଉପରେ ଆଧାରିତ ଥିଲା  । ପ୍ରାରମ୍ଭରେ ସୁଲତାନ ଏବଂ ମୁଖ୍ୟ ସମ୍ଭ୍ରାନ୍ତବର୍ଗ ମଧ୍ୟରେ କ୍ଷମତା ବଣ୍ଟନ ହୋଇଥିଲା  ।କିନ୍ତୁ ବଳବନ୍ ଙ୍କ ରାଜତ୍ଵ କାଳରେ ସୁଲତାନଙ୍କ ସ୍ଥାନର ମାନ୍ୟତାରେ ବୃଦ୍ଧି ଘଟିଥିଲା ଏବଂ ଶାସନ କ୍ଷେତ୍ରରେ ସମସ୍ତ ବିଷୟରେ ତାଙ୍କର ସମ୍ପୂର୍ଣ୍ଣ କ୍ଷମତା ରହିଥିଲା  । ତୁର୍କୀ ଅମୀରମାନଙ୍କ ଶକ୍ତିକୁ ସୀମିତ କରାଗଲା  । ମୋଗଲମାନେ ସମ୍ରାଟଙ୍କର କ୍ଷମତା ଓ ପ୍ରତିଷ୍ଠାର ଅଦ୍ଭୁତପୂର୍ବ ବୃଦ୍ଧି କରିଥିଲେ  ।

ଦିଲ୍ଲୀର ସୁଲତାନ ଏବଂ ମୋଗଲମାନେ ଶାସନ ପ୍ରଣାଳୀରେ ନୂତନ ପରିବର୍ତ୍ତନ ଆଣିଥିଲେ  । ଦିଲ୍ଲୀ ସଲତନନ୍ ରେ ସେନା ନାୟକମାନଙ୍କର ‘ଇକ୍ ତା’ ମାନ ହସ୍ତାନ୍ତର କରାଯାଇଥିଲା  । ଇକ୍ ତା ଏକ ଆଞ୍ଚଳିକ ବିଭାଗ ଥିଲା  । ତଥାପି ଇକ୍ ତା ଗ୍ରହଣକାରୀମାନଙ୍କୁ ଜମିର ମାଲିକାନା ଦିଆଯାଇନଥିଲା କିନ୍ତୁ ଇକ୍ ତା  ଗୁଡିକର ରାଜସ୍ୱ ଉପରେ ଅଧିକାର ଦିଆଯାଇଥିଲା  । ଏହି ଆୟକୁ ଇକ୍ତାଦାର ବା ଗ୍ରହୀତାମାନେ ସେମାନଙ୍କର ଆବଶ୍ୟକତା ତଥା ସୈନ୍ୟ ଦଳର ରକ୍ଷଣାବେକ୍ଷଣ ନିମିତ୍ତ ଖର୍ଚ୍ଚ କରୁଥିଲେ  । ଏହି ଇକ୍ତାଗୁଡିକ ହସ୍ତାନ୍ତର ଯୋଗ୍ୟ ଥିଲା  । ତାଙ୍କଠାରୁ ତା’ ବଦଳରେ ସୁଲତାନମାନଙ୍କ ଡାକରା ଅନୁସାରେ ସୈନ୍ୟ ସହାୟତା ଆଶା କରାଯାଉଥିଲା  । ତଥାପି ଗ୍ରାମଗୁଡିକରେ ପୂର୍ବସ୍ଥିତ ଜମି ଉପରେ ଅଧିକାର ଏବଂ ଶ୍ରେଣୀବଦ୍ଧତାର ଗଠନ ପ୍ରଣାଳୀ ବିନା ବାଧାରେ ଚାଲୁ ରହିଥିଲା  ।

ମୋଗଲମାନଙ୍କ ନିୟନ୍ତ୍ରଣ ପ୍ରକ୍ରିୟା ଯଥା -  ରାଜସ୍ୱ ନିୟନ୍ତ୍ରଣ ଏବଂ ଜମିବଣ୍ଟନ ବ୍ୟବସ୍ଥା ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସୂଚାରୁ ରୂପେ କାର୍ଯ୍ୟ କରୁଥିଲା  । ମୋଗଲମାନେ ‘ମାନସବଦାର’ ମାନଙ୍କୁ ନିଯୁକ୍ତି କରିଥିଲେ ଯେଉଁମାନେ ଉଭୟ ସାମରିକ ଓ ବେସାମରିକ କର୍ତ୍ତବ୍ୟ ପାଳନ କରୁଥିଲେ । ମାନସବଗୁଡିକ ପ୍ରକୃତରେ ପଦ ବା ସ୍ଥାନକୁ ବୁଝାଇଥାଏ ଯାହା ଅଧିକାରୀମାନଙ୍କର ମୋଗଲ ଅମଲାତନ୍ତ୍ରରେ ଏକ ନିର୍ଦ୍ଧାରିତ ସ୍ଥାନ ଏବଂ ସେମାନଙ୍କ ଅଧିନସ୍ଥ ସମ୍ଭାବ୍ୟ ସୈନ୍ୟବଳକୁ ବୁଝାଉଥିଲା  । ଏହି ମାନସବଦାରଙ୍କୁ ବେତନ ଆକାରରେ ଜମି ହସ୍ତାନ୍ତର କରାଯାଉଥିଲା  । ଯାହାକୁ ‘ଜାଗିର’ କୁହାଯାଉଥିଲା  । ଏହା ମହୟ ସର୍ବଦା ହସ୍ତାନ୍ତରଣଶୀଳ ଥିଲା  । ଜାଗିରଗୁଡିକ ଇକ୍ତାସହ ସମାନ ଥିଲେବୀ ସେମାନଙ୍କ ମଧ୍ୟରେ ଟିକିଏ ପାର୍ଥକ୍ୟ ଥିଲା  । ଇକ୍ତାଗୁଡିକ ଶାସନ ବ୍ୟବସ୍ଥାର ଦାୟିତ୍ଵତୁଲାଉଥିଲେ କିନ୍ତୁ ଜାଗିରଗୁଡିକ ଏହି ଭାର ଗ୍ରହଣ କରୁ ନଥିଲେ  । ଏହି ପାର୍ଥକ୍ୟ ବ୍ୟତୀତ ଇକ୍ତାଗୁଡିକ ଜାଗିର ସଦୃଶ ଥିଲେ  । ମୋଗଲ ଶାସନ ପ୍ରଣାଳୀ ମାନସବଦାର ଏବଂ ଜାଗିରଦାରୀ ବ୍ୟବସ୍ଥାର ସୁପରିଚାଳନା ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିଲା  ।

ଅର୍ଥନୀତି

ଦିଲ୍ଲୀ ସଲତନତ ଏବଂ ମୋଗଲ ସାମ୍ରାଜ୍ୟ କୃଷକମାନଙ୍କର ଅତିରିକ୍ତ କୃଷି ଉତ୍ପାଦନ ଉପରେ ନିର୍ଭର କରୁଥିଲା, ଯାହା ରାଜସ୍ୱ ଆକାରରେ ଆଦାଯ କରାଯାଉଥିଲା  । ମୋଗଲ ସାମ୍ରାଜ୍ୟରେ ବିଶେଷ କରି ଆକବରଙ୍କ ରାଜତ୍ଵ କାଳରେ ରାଜସ୍ୱ ସଂଗ୍ରହ ପ୍ରଣାଳୀରେ ସୁଦୂର ପ୍ରସାରୀ ପରିବର୍ତ୍ତନ କରାଯାଇଥିଲା  । ଜମିର ଉର୍ବରତା ମଧ୍ୟ ବିବେଚନା କରାଯାଉଥିଲା  । ଜମି ମାପ କରାଯାଉଥିଲା  । ଖଜଣା ଜମିର ପ୍ରକୃତ ପରିମାଣ ଅନୁଯାୟୀ ନିର୍ଦ୍ଧାରିତ କରାଯାଉଥିଲା   । ଉତ୍ପାଦନ ଉପରେ ରାଜ୍ୟ ଭାଗର ମୂଲ୍ୟ ବଜାରରେ ପ୍ରଚଳିତ ମୂଲ୍ୟ ଅନୁଯାୟୀ ଗଣନା କରାଯାଉଥିଲା ଏବଂ ଖଜଣା ତଦନୁଯାୟୀ ନଗଦ ଧାନ ଆକାରରେ ଆଦାଯ କରାଯାଉଥିଲା  । ରାଷ୍ଟ୍ର ମଧ୍ୟ ଯେ କୌଣସି ଅଣକୃଷି ବା ଜଙ୍ଗଲ ଅଞ୍ଚଳଗୁଡିକୁ କୃଷିର ସମ୍ପ୍ରସାରଣ ନିମିତ୍ତ ଆଗ୍ରହ ଦେଖାଉଥିଲା  । ଏହା ଅଗ୍ରଣୀ କୃଷକମାନଙ୍କୁ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଦେଉଥିଲା  । ରାଜ୍ୟ ମଧ୍ୟ କୃଷକମାନଙ୍କୁ ଋଣ ଦେବାର ବ୍ୟବସ୍ଥା କରୁଥିଲା ଏବଂ କୌଣସି କାରଣରୁ ଫସଲ ବିଫଳ ହେଲେ କର ମୁକ୍ତି କରି ଦେଉଥିଲା  ।

ଗୁପ୍ତଯୁଗ ପରଠାରୁ ଯେଉଁ ବାଣିଜ୍ୟ ବ୍ୟବସାୟରେ ଅବନତି ଘଟିଥିଲା, ଏହି ସମୟରେ ସେଥିରେ ପୁନର୍ଜାଗରଣ ଘଟିଥିଲା  । ଏକ ଦୀର୍ଘ ପତନ କାଳ ପରେ ସହରାଞ୍ଚଳମାନଙ୍କର ବିକାଶ ଘଟିଥିଲା  । ଉକ୍ତ ନୂତନ ସହରୀକରଣ ଫଳରେ ତ୍ରୟୋଦଶ ଏବଂ ଚତୁର୍ଦ୍ଦଶ ଶତାବ୍ଦୀରେ ଆର୍ନ୍ତଦେଶୀୟ ବାଣିଜ୍ୟର ବୃଦ୍ଧି ହୋଇଥିଲା  । ବିଭିନ୍ନ ସହରାଞ୍ଚଳଗୁଡିକୁ ସଂଯୋଗ କରି ଅନେକଗୁଡିଏ ରାସ୍ତା ବାଣିଜ୍ୟର ସୁବିଧା ପାଇଁ ନିର୍ମାଣ କରାଗଲା  । ଦିଲ୍ଲୀ, ଆଗ୍ରା, ଲାହୋର, ମୁଲତାନ, ଢାକା, ଅହମ୍ମଦବାଦ, ସୁରତ ଏବଂ କାମବେ ଭଳି ସହରମାନ ଗଢି ଉଠିଲା  । ପଣ୍ୟଦ୍ରବ୍ୟ ସବୁ ପଞ୍ଜାବରୁ ପଶ୍ଚିମ ଓ ମଧ୍ୟ ଏସିଆ ବଜାରମାନଙ୍କୁ ପଠାଯାଉଥିଲା  । ମୋଗଲମାନଙ୍କ ଦ୍ଵାରା ସ୍ଥାପିତ ରାଜନୈତିକ ସ୍ଥିରତା ଏବଂ ସମ୍ବନ୍ଧିତ ଶାନ୍ତିପୂର୍ଣ୍ଣ ବାତାବରଣ ସାମ୍ରାଜ୍ୟର ସହରମାନଙ୍କ ଦ୍ଵାରା ସ୍ଥାପିତ ରାଜନୈତିକ ସ୍ଥିରତା ଏବଂ ସମ୍ବନ୍ଧିତ ଶାନ୍ତିପୂର୍ଣ୍ଣ ବାତାବରଣ ସାମ୍ରାଜ୍ୟର ସହରମାନଙ୍କ ମଧ୍ୟରେ ଯାତାୟତ ବହୁ ପରିମାଣରେ ସମ୍ଭବପର ହୋଇ ପାରିଥିଲା  । ଉପକୂଳବର୍ତ୍ତୀ ବାଣିଜ୍ୟର ମଧ୍ୟ ଉନ୍ନତି ହୋଇଥିଲା  । ସେତେବେଳେ ଅନେକଗୁଡିଏ ବ୍ୟବସାୟୀ ଗୋଷ୍ଠୀ ଥିଲେ  ଏବଂ ବାଣିଜ୍ୟିକ ରୀତିନୀତି ଅତ୍ୟନ୍ତ ଉଚ୍ଚମାନର ଏବଂ ସାଧୁତାପୂର୍ଣ୍ଣ ଥିଲା  । ସେଠ୍, ଭୋରା ଓ ମୋଦିମାନେ ଦୂରଦୂରାନ୍ତ ବ୍ୟବସାୟ କରୁଥିଲେ  । ବ୍ୟାପାରୀ, ବଣିକମାନେ ଆଞ୍ଚଳିକ ଓ ଖୁଚୁରା ବ୍ୟାପାର କରୁଥିଲେ ଏବଂ ବଞ୍ଜରାମାନେ ସ୍ଵତନ୍ତ୍ର ଶ୍ରେଣୀର ବଣିକ ଥିଲେ ଯେଉଁମାନେ ବୃହତ୍ ପରିମାଣର ବସ୍ତୁ ବିଶେଷକରି ଖାଦ୍ୟଶସ୍ୟର ବ୍ୟାପାର କରୁଥିଲେ  । ସରାଫମାନେ ଅର୍ଥ ବଦଳକାରୀ ଥିଲେ ଯେଉଁମାନେ ହୁଣ୍ଡି ବା ବିନିମୟପତ୍ର ପ୍ରଦାନ କରୁଥିଲେ  । ହୁଣ୍ଡି ଏକ ଜବାବ ରକ୍ଷଣ ବା ବିଶ୍ଵାସପତ୍ର ଥିଲା ଯାହାକୁ ଏକ ପରବର୍ତ୍ତୀ ଦିନରେ ନିର୍ଦ୍ଧାରିତ ସମୟରେ ପ୍ରଦାନ କରାଯାଉଥିଲା  । ଏହା ରାଷ୍ଟ୍ରର ଗୋଟିଏ ସ୍ଥାନରେ ଅନ୍ୟସ୍ଥାନକୁ ବସ୍ତୁ ନେବା ଆଣିବାରେ ସହାୟକ ହେଉଥିଲା  । କାରଣ ଏହା ଦୂରଦୂରାନ୍ତରେ ଅର୍ଥ ବିନିମୟ ସହଜ କରିଥିଲା  ।

ସାଂସ୍କୃତିକ ଓ ଧାର୍ମିକ ଜୀବନ

ଧର୍ମ ଓ ସଂସ୍କୃତି କ୍ଷେତ୍ରରେ, ପରମ୍ପରାମାନଙ୍କର ସମନ୍ଵୟ ମଧ୍ୟଯୁଗରେ ଦେଖାଯାଇଥିଲା  । ଧାର୍ମିକ କ୍ଷେତ୍ରରେ ଉକ୍ତି ଓ ସୁଫି ଆନ୍ଦୋଳନ ଏହାର ଏକ ଉଦାହରଣ  । ଉକ୍ତି ଆନ୍ଦୋଳନ ଯାହା ଏକେଶ୍ଵରବାଦ ଏବଂ ଆତ୍ମଭକ୍ତି ଉପରେ ଗୁରତ୍ଵାରୋପ କରିଥିଲା ତାହା ସାଧାରଣ ମଣିଷର ବାୟନନ୍ଦିନ ଜୀବନର ନିକଟବର୍ତ୍ତୀ ହୋଇପାରିଥିଲା  । ଏହା ରୀତି ଏବଂ ବଳିଦାନ ଅପେକ୍ଷା ପ୍ରେମ ଓ ଭକ୍ତି ଉପରେ ଗୁରୁତ୍ଵ ଦେଇଥିଲା  । ଏହା ଜାତିପ୍ରଥା ଏବଂ ବ୍ରାହ୍ମଣମାନଙ୍କର ପ୍ରତିପତ୍ତିକୁ ଜାହିର କରିଥିଲା  । ରାମାନୁଜ, କବୀର, ନାନକ, ରବିଦାସ, ମିରାବାଇ, ତୁକାରାମ ଏବଂ ଚୈତନ୍ୟଙ୍କ ଭଳି ଭକ୍ତି ସନ୍ଥମାନେ ସାଧାରଣ ଲୋକଙ୍କର ବୁଦ୍ଧି ଓ ମନ ଉପରେ ଗଭୀର ପ୍ରଭାବ ପକାଇଥିଲେ ଯାହା ଆଜି ପର୍ଯ୍ୟନ୍ତ ଅବ୍ୟାହତ ରହିଛି  । ଏହି ସନ୍ଥମାନଙ୍କ ମଧ୍ୟରୁ ଅନେକଙ୍କର ବହୁ ଅନୁଗାମୀ ଥିଲେ  । ଗୁରୁ ନାନକଙ୍କର ପଞ୍ଜାବରେ ଲୋକଙ୍କ ଉପରେ ଗଭୀର ପ୍ରଭାବ ରହିଥିଲା  । ନାନକଙ୍କର ବିଶାଳ ଅନୁଗାମୀଗଣ ଶିଖ୍ ଧର୍ମ ବୋଲି ଏକ ନୂତନ ଧର୍ମ ଆରମ୍ଭ କଲେ ଏବଂ ଏହି ଧର୍ମାବଲମ୍ବୀମାନଙ୍କୁ ଶିଖ୍ ବୋଲି କୁହାଗଲା  । ସେହିଭଳି ଭାବରେ ସୁଫି ଧର୍ମ ମଧ୍ୟ ପ୍ରେମ ଓ ଭକ୍ତି ଉପରେ ଗୁରୁତ୍ଵ ଦେଇଥିଲା ଏବଂ ଏହାକୁ ଇଶ୍ଵର ପ୍ରାପ୍ତିର ଏକମାତ୍ର ଉପାୟ ବୋଲି କହିଥିଲା  । ସେମାନେ ସହିଷ୍ଣୁତା ଓ ଦୟାଭାବ ପ୍ରଚାର କରିଥିଲେ  । ସେମାନେ ସାଧାରଣ ସଂଯମ ଜୀବନଯାପନ କରୁଥିଲେ ଏବଂ ସାଧାରଣ ଲୋକଙ୍କର ଦୁଃଖ ଏବଂ ଚିନ୍ତାରେ ନିଜକୁ ସାମିଲ କରୁଥିଲେ  । ଫଳରେ ହିନ୍ଦୁ ଓ ମୁସଲମାନ ଉପରେ ସେମାନଙ୍କ ଗଭୀର ପ୍ରଭାବ ରହିଥିଲା  । ଭକ୍ତି ଏବଂ ସୁଫି ସନ୍ଥମାନଙ୍କ ମଧ୍ୟରେ ଅନେକ ପାରସ୍ପରିକ ବିଚାର ଏବଂ ଦାର୍ଶନିକ ଭାବଧାରାର ଆଦାନପ୍ରଦାନ ହୋଇଥିଲା  । ଉଭୟ ପରମ୍ପରା ହିନ୍ଦୁ ଓ ମୁସଲମାନ ସମ୍ପାଦାୟଙ୍କ ମଧ୍ୟରେ ଏକ ସେତୁ ରୂପେ କାର୍ଯ୍ୟ କରିଥିଲା  ।

ଆଧାର:ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

3.05882352941
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top