ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ବେରବୋଇର ସେବାଶ୍ରମ ଓ ଅଗଷ୍ଟ ବିପ୍ଳବ
ସେଆର କରନ୍ତୁ

ବେରବୋଇର ସେବାଶ୍ରମ ଓ ଅଗଷ୍ଟ ବିପ୍ଳବ

ବେରବୋଇର ସେବାଶ୍ରମ ଓ ଅଗଷ୍ଟ ବିପ୍ଳବ ବିଷୟରେ ସୂଚନା I

ବେରବୋଇର ସେବାଶ୍ରମ

ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବେରବୋଇ (ବୀରଭୂଇଁ) ଥିଲା ସ୍ଵାଧୀନତା ସଂଗ୍ରାମର ଏକ ଅଜ୍ଞାତ ଦୁର୍ଗ । ୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନରେ ସଂଶ୍ଳିଷ୍ଟ ହୋଇ ବେରବୋଇର କେତେଜଣ ବିପ୍ଳବୀ ନିଜର ଅବଶିଷ୍ଟ ଜୀବନ ଦେଶମାତୃକାର ମୁକ୍ତି ପାଇଁ ଉତ୍ସର୍ଗ କରିଥିଲେ ।

ବାସ୍ତବରେ କହିବାକୁ ଗଲେ ଡେଲାଙ୍ଗରେ ଜାତୀୟତାବାଦର ସ୍ଵର ୧୮୧୭ ପାଇକ ବିଦ୍ରୋହ ପରଠାରୁ ତୀବ୍ରତର ହୋଇଥିଲା। ଡେଲାଙ୍ଗ ଖୋର୍ଦ୍ଧାର ନିକଟବର୍ତ୍ତୀ ହୋଇଥିବାରୁ ଏବଂ ଖୋଦ୍ଧାଗଡ଼ । ଅଧୀନସ୍ଥ ଅଧିକାଂଶ କ୍ଷୁଦ୍ରଗଡ଼ ଏହି ଅଞ୍ଚଳରେ ଅବସ୍ଥିତ ଥିବାରୁ, ସ୍ଥାନୀୟ ଅଧିକାରୀ ସଦାସର୍ବଦା ବିଦେଶୀ ରାଜତ୍‌କୁ ବିରୋଧ କରି ଆସୁଥିଲେ । ଏପରିକି ଏହା ପୂର୍ବରୁ ମୋଗଲ ଓ ମରହଟ୍ଟାମାନଙ୍କ ବିରୁଦ୍ଧରେ । ଅଚାଳନା କରି ସେମାନେ ଜାତୀୟତାବାଦର ପରିଚୟ ଦେଇ ସାରିଥିଲେ ।

୧୯୩୪ ମସିହାରେ ପଣ୍ଡିତ କୃପାସିନ୍ଧୁ ହୋତା ବେରବୋଇକୁ ନିଜର କର୍ମକ୍ଷେତ୍ର ଭାବରେ ବାଛି ନେଇଥିଲେ । ସେଠାରେ ସେବାକୁଟୀର ସ୍ଥାପନ କରି ସେ ସ୍ଥାନୀୟ ଯୁବକ ମାନଙ୍କୁ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ କରାଇ ଭିନ୍ନ ଭିନ୍ନ ଗଠନମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏଥିରେ ତାଙ୍କର ବିଧବା ଭାଉଜ ସୁନାମଣି ପୂର୍ଣ୍ଣିମାତ୍ରାରେ କୃପାସିନ୍ଧୁଙ୍କୁ ସାହାଯ୍ୟ କରିଥିଲେ । ଆଶ୍ରମରେ ସୁନାମଣିଙ୍କ ମୁଖ୍ୟକାର୍ଯ୍ୟ ଥିଲା ସୁତାକାଟି ଲୁଗା ବୁଣିବା ଓ ଅଶ୍ୟତା ନିବାରଣ ପାଇଁ କାର୍ଯ୍ୟ କରିବା । ମହାତ୍ମା ଗାନ୍ଧୀ ୧୯୩୮ରେ ବେରବୋଇ ଆସିଥିଲେ । ମାର୍ଚ୍ଚ ୨୫ ତାରିଖରୁ ମାର୍ଚ୍ଚ ୩୧ ତାରିଖ ସାତ ଦିନକାଳ ରହି ଥିଲେ ସେଠାରେ  ରହଣୀ କାଳ ମଧ୍ୟରେ ଜନ ତାଙ୍କୁ ଆତ୍ମନିର୍ଭରଶୀଳତା, ସମୟାନୁବର୍କୀତା, ଗୋଷ୍ଠୀକନ୍ଦଳର ମନ୍ଦ ପ୍ରଭାବ ଆଦି ସମ୍ପର୍କରେ ସେ ବୁଝାଇଥିଲେ ।

ଆନ୍ଦୋଳନ ବ୍ୟାପକ

ଗାନ୍ଧିଜୀଙ୍କ ଅବସ୍ଥାନ ଡେଲାଙ୍ଗରେ ଜାତୀୟତାବାଦ ଆନ୍ଦୋଳନକୁ ଅଧିକ  ବ୍ୟାପକ କରିଥିଲା । ୧୯୪୨ ରେଏହି ଅଞ୍ଚଳର ବିପ୍ଳବୀ ଯୁବକ ବାସୁଦେବ ଗଜେନ୍ଦ୍ର, ନୀଳମଣି ପୁଷ୍ପାଳକ, ବିଶ୍ୱନାଥ ପ୍ରଧାନ, ବାବନ ସ୍ୱାଇଁ, କଣ୍ଡୁରୀ ଚରଣ ନାୟକ, ରଘୁନାଥ ବାରିକ, ଘନଶ୍ୟାମ ରାଉତ ଓ ରବୀନ୍ଦ୍ରନାଥ ନାୟକ ପ୍ରମୁଖ ଏଥିରେ
ଅଗ୍ରଣୀ ଭୂମିକା  ଗ୍ରହଣ କରିଥିଲେ । ସେମାନେ ଥିଲେ ଆଖପାଖ ଗ୍ରାମ ଆଙ୍କାଇ, ବ୍ରାହ୍ମଣ ତରାବୋଇ, ପୁରୁଣା ଡେଲାଙ୍ଗ, ରେଞ୍ଚ ଓ ବେରବୋଇର ଅଧ୍ୱବାସୀ । ବିଶ୍ଵନାଥ ପାହାଡ଼ ପାଖ ମୋଟରୀ ରେଳପୋଲ ଉପରେ ସେମାନଙ୍କ ମଧ୍ୟରୁ କେତେଜଣ ଟେଲିଫୋନ ତାର କାଟି ଯୋଗାଯୋଗ ବିଚ୍ଛିନ୍ନ କରି ଦେଇଥିଲେ । ଉଦ୍ଦେଶ୍ୟ ଥିଲା, ଇଂରେଜ ଶାସନକୁ ଅସୁବିଧାରେ ପକାଇବା । ସେହିଦିନ ନିକଟସ୍ଥ ଆକୋଇ ଗ୍ରାମରେ ସେମାନେ ଏକ ନୈଶ ଭୋଜିରେ ମିଳିତ ହୋଇ ତାର କଟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଭ୍ରମର ନାୟକ ନାମକ ଜନୈକ ବ୍ୟକ୍ତି କିନ୍ତୁ ବିଶ୍ୱାସ ଘାତକତା କରିଥିଲା । ସେ ସମସ୍ତ ଗୁପ୍ତ ମନ୍ତ୍ରଣା ଇଂରେଜ ଅଫିସରଙ୍କୁ ଜଣାଇ ଦେଇଥିଲା । ତା’ର ବୟାନକୁ ଭିତ୍ତି କରି ପୋଲିସ ରବୀନ୍ଦ୍ର ନାୟକଙ୍କୁ ଗିରଫ କରିଥିଲା । ଅବଶ୍ୟ ପରେ ରବୀନ୍ଦ୍ର ନିଜକୁ ନିର୍ଦ୍ଦାଷ ପ୍ରମାଣିତ କରିପାରିଥିଲେ । ମାତ୍ର ଅସୁସ୍ଥ ଅବସ୍ଥାରେ ସେ ଶୀଘ୍ର ପ୍ରାଣ ହରାଇଲେ ।

ଘନଶ୍ୟାମ ରାଉତଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି ହୋଇଥିଲା । ତେଣୁ ସେ ହୋଇଯାଇ ଥିଲେ ନିରୁଦ୍ଦିଷ୍ଟ । କୌଣସି ମତେ ସେ ଚାଲି ଯାଇଥିଲେ କୋରାପୁଟର ଲକ୍ଷ୍ମଣ ନାୟକଙ୍କ କର୍ମଭୂମି ମାତିଲିକୁ । ସେଠାରେ ଗୈରିକ ବସ୍ତ୍ର ପରିଧାନ କରି ସନ୍ୟାସୀ ଭାବରେ ଦିନ କଟାଇଥିଲେ ଓ ଆଦିବାସୀଙ୍କ ଜୀବନ ଶୈଳୀରେ ନିଜକୁ ଅଭ୍ୟସ୍ତ କରାଇ ସ୍ଵାଧୀନତା ଅପେକ୍ଷାରେ ରହିଥିଲେ । ଏଣେ, ବହୁଦିନ ନିଖୋଜ ରହିବାରୁ ଘନଶ୍ୟାମଙ୍କୁ ମୃତ ଭାବି ବେରବୋଇରେ ତାଙ୍କର ପରିବାର ଶୁଦ୍ଧିକ୍ରିୟା ସମାପନ କରି ଦେଇଥିଲେ । ସ୍ଵାଧୀନତା ପରେ ସ୍ଵଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ ଘନଶ୍ୟାମ । ଲୋକେ ତା’ପରେ ଜାଣିଥିଲେ ତାଙ୍କର ବିଗତ କୋରାପୁଟ ଅବସ୍ଥାନ ସମ୍ପର୍କରେ । ଏଣିକି ମୁକ୍ତ ଭାରତରେ ସେ ପୁନଶ୍ଚ ଆରମ୍ଭ କଲେ ଗୃହସ୍ଥ ଜୀବନ । ଶୁଣାଯାଏ ଯେ ଆତ୍ମଗୋପନ ସମୟରେ ଧରାପଡ଼ିଥିଲେ ସେ ସମ୍ଭବତଃ ଫାଶୀ ପାଇଥାଆନ୍ତେ ।

ଅଗଷ୍ଟ ୯ରେ ଇଂରେଜ ସରକାର ବେରବୋଇର ସେବା ସଂଘକୁ ବେଆଇନ ଘୋଷଣା

ଇତ୍ୟବସରରେ ୧୯୪୨ ଅଗଷ୍ଟ ୯ ରେ ଇଂରେଜ ସରକାର ବେରବୋଇର ଗାନ୍ଧୀ ସେବା ସଂଘକୁ ବେଆଇନ ଘୋଷଣା କରିଥିଲେ । ଏଥି ସହିତ କାଦୁଆର ଗୋପବନ୍ଧୁ ସେବା ସଦନ ଏବଂ ଜଟଣୀର ପ୍ରାଥମିକ କଂଗ୍ରେସ ସଭାକୁ ମଧ୍ୟ ଅବୈଧ ଘୋଷଣା କରାଯାଇଥିଲା । ବେରବୋଇରେ କୃପାସିନ୍ଧୁ ଏବଂ ତାଙ୍କ ସହ ସୁନାମଣି, ବାସୁଦେବ ଗଜେନ୍ଦ୍ର, କଣ୍ଡୁରୀ ଚରଣ ନାୟକ, ରଘୁନାଥ ବାରିକ, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଗିରଫ ହୋଇଥିଲେ । ସେମାନେ ଗିରଫ ହେବାରେ ବେରବୋଇର ସ୍ଵାଧୀନତା ସଂଗ୍ରାମର ଦୁର୍ଗ ଭୁଷୁଡ଼ି ପଡ଼ିଥିଲା ।

ଆଧାର - ଇ ମଗାଜିନ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top