ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଭଗବତୀ ଚରଣ ପାଣିଗ୍ରାହୀ
ସେଆର କରନ୍ତୁ

ଭଗବତୀ ଚରଣ ପାଣିଗ୍ରାହୀ

ଓଡ଼ିଆ ସାହିତ୍ୟରେ ସାମ୍ୟବାଦୀ ଚେତନାର ଅୟଆରମ୍ଭର ଶ୍ରେୟ ଭଗବତୀ ଚରଣଙ୍କୁ କୁହାଯାଏ ।

ଭଗବତୀ ଚରଣ ପାଣିଗ୍ରାହୀ ପୁରୀ ଜିଲ୍ଲାର ବିଶ୍ଵନାଥପୁରଠାରେ ଜନ୍ମିତ ପ୍ରଗତିଯୁଗର ଜଣେ ଲେଖକ ଥିଲେ ।

ଜନ୍ମ ଓ ଶିକ୍ଷା

ଭଗବତୀ ଚରଣ ୧୯୦୮ ମସିହା ଫେବୃଆରୀ ୧ ତାରିଖରେ ଅଭିଭକ୍ତ ପୁରୀ ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ଵନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ସ୍ଵପ୍ନେଶ୍ଵର ପାଣିଗ୍ରାହୀଙ୍କ ୩ ପୁତ୍ର ଓ ୨ କନ୍ୟାଙ୍କ ମଧ୍ୟରୁ ସେ ଥିଲେ କନିଷ୍ଠ ପୁତ୍ର । ଦିବ୍ୟସିଂହ ପାଣିଗ୍ରାହୀ ଓ କାଳିନ୍ଦୀ ଚରଣ ପାଣିଗ୍ରାହୀ(ଔପନ୍ୟାସିକ) ତାଙ୍କର ଅନ୍ୟ ଦୁଇ ଭାଇ ଥିଲେ ।

ଭଗବତୀ ଚରଣ ନିଜର ପ୍ରାଥମିକ ଶିକ୍ଷା ପୁରୀ ଜିଲ୍ଲା ସ୍କୁଲ ଓ ସତ୍ୟବାଦୀ ବନ ବିଦ୍ୟାଳୟରୁ ସମାପ୍ତ କରି, ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଓ ପାଟଣା ବିଶ୍ଵବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ରେଭେନ୍ସା ମହାବିଦ୍ୟାଳୟରୁ ଆଇନ ଶିକ୍ଷା ମଧ୍ୟ ଲାଭକରିଥିଲେ । ପାଟଣା ବିଶ୍ଵବିଦ୍ୟାଳୟରେ ପାଠ ପଢା ସମୟରେ, ସେ ଅଧ୍ୟାପକ ଜ୍ଞାନଚାନ୍ଦଙ୍କଦ୍ଵାରା ବହୁଳ ଭାବରେ ପ୍ରଭାବିତ ହୋଇଥିଲେ । ଏହି ସମୟରେ ସେ ହରବର୍ଟ ଜର୍ଜ ୱଲ୍ସ(୧୮୬୬-୧୯୪୬), ହ୍ୟାରି ସିନକ୍ଳେୟାର(୧୮୮୫-୧୯୫୧), ବର୍ନାଡ଼ଶ(୧୮୫୬-୧୯୫୦) ଆଦିଙ୍କ ଲେଖାଗୁଡିକ ପଢି ଗଭିର ଭାବରେ ଅନୁପ୍ରାଣିତ ହୋଇଥିଲେ ।

କର୍ମ ଜୀବନ

ଭଗବତୀ ଚରଣ ପ୍ରାରମ୍ଭରୁ ଗାନ୍ଧୀବାଦି ଥିଲେ । ପରବର୍ତୀ ସମୟରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ସହିତ ଜଡିତ ରହିଥିଲେ । ୧୯୩୫ ମସିହାରେ, କଲିକତାରେ ଅବସ୍ଥାନ ସମୟରେ ସେ କମ୍ୟୁନିଷ୍ଟ ପାର୍ଟିର ସଭ୍ୟ ହୋଇଥିଲେ । ୧୯୩୬ ମସିହାରେ, ସେ ପ୍ରାଣନାଥ ଓ ଗୁରୁଚରଣଙ୍କୁ ନେଇ, ଓଡ଼ିଶାରେ ଏକ କମ୍ୟୁନିଷ୍ଟ ସେଲ ଗଠନ କରିଥିଲେ । ସେ ଥିଲେ ଏହି କମ୍ୟୁନିଷ୍ଟ ଦଳର ପ୍ରଥମ ସମ୍ପାଦକ । ଏହି ଦଳ ପ୍ରତି ଛାତ୍ର, ଯୁବକ ଓ ବୁଦ୍ଧିଜୀବିମାନେ ଆକୃଷ୍ଟ ହେବା ଦେଖି ଇଂରେଜ ସରକାର ଏହା ବିରୁଦ୍ଧରେ ମକଦ୍ଦମା ଆରମ୍ଭ କରିଥିଲେ । ଏହି ମକଦ୍ଦମାରେ ନିଜେ ଭଗବତୀ ଚରଣ, ଗୁରୁଚରଣ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ, ଦୁର୍ଗାଚରଣ ମହାନ୍ତି, ରାମଚନ୍ଦ୍ର ମିଶ୍ର, ବୈଦ୍ୟନାଥ ରଥ, ବନମାଳୀ ଦାସ, ବିଜୟ ଚନ୍ଦ୍ର ଦାସ ଓ ଶରତ ପଟ୍ଟନାୟକ ଅଭିଯୁକ୍ତ ହୋଇଥିଲେ ।

ସାହିତ୍ୟ ସର୍ଜନା

ଓଡ଼ିଆ ସାହିତ୍ୟରେ ସାମ୍ୟବାଦୀ ଚେତନାର ଅୟଆରମ୍ଭର ଶ୍ରେୟ ଭଗବତୀ ଚରଣଙ୍କୁ କୁହାଯାଏ । ସେ 'ନବଯୁଗ ସାହିତ୍ୟ ସଂସଦ' ନାମରେ ଏକ ସାଂସ୍କୃତିକ ଅନୁଷ୍ଠାନ ଗଢି ଓ ଏହି ଅନୁଷ୍ଠାନର ମୂଖପତ୍ର ରୂପେ 'ଆଧୁନିକ' ନାମକ ଏକ ମାସିକ ପତ୍ରିକା ପ୍ରକାଶ କରି ଓଡ଼ିଶାରେ ସାମ୍ୟବାଦୀ ଚିନ୍ତାଧାରାର ଏକ ନବୀନ ଲେଖକଗୋଷ୍ଠୀ ସୃଷ୍ଠି କରିଥିଲେ ।  ଏହି ପତ୍ରିକାର ପ୍ରତମ ସଂଖ୍ୟାରେ, ଏହାର ଆଭିମୁଖ୍ୟ ଜଣାଇବାକୁ ଭଗବତୀ ଲେଖିଥିଲେ ଯେ "ଆରାମ ଚୌକିରେ ବସି ପଢିବା ଯୋଗ୍ୟ ସୂକ୍ଷ୍ମ ସୌଖୀନ ସାହିତ୍ୟ ପାଇଁ ଏଥିରେ ସ୍ଥାନ ନାହିଁ ।" ଭଗବତୀ ଚରଣ, ନିଜ ସ୍ଵଳ୍ପ ଜୀବନକାଳ ମଧ୍ୟରେ, ଅନେକ କ୍ଷୁଦ୍ର ଗଳ୍ପ ରଚନା କରିଯାଇଛନ୍ତି । 'ଶିକାର' ଗଳ୍ପଟିକୁ ତାଙ୍କର ଅନ୍ୟତମ ଶ୍ରେଷ୍ଠ ରଚନା ଭାବରେ ବିବେଚନା କରାଯାଏ । ଏହି ଗପଟିର ମୁଖ୍ୟ ଚରିତ୍ର, ନିରିହ କୃଷକ ଘିନୁଆ, ଅତ୍ୟାଚାରି ଜମିଦାରର ମୁଣ୍ଡ କାଟି ତାର ସବୁ ନିର୍ଯାତନାର ପ୍ରତିଶୋଧ ନେଇଛି ଓ ପୁରସ୍କାର ଆଶାରେ ସେହି କଟା ମୁଣ୍ଡ ସହ ପୁଲିସ ନିକଟକୁ ଯାଇଛି । ଏହି ଗଳ୍ପକୁ 'ମୃଗୟା' ନାମକ ସଫଳ ଚଳଚିତ୍ରରେ ରୂପାୟିତ କରିଛନ୍ତି, ବିଖ୍ୟାତ ନିର୍ଦ୍ଦେଶକ ମୃଣାଳ ସେନା । ଶିକାର ପ୍ରଭୃତି ୧୨ଟି ଗଳ୍ପକୁ ନେଇ 'ଭଗବତୀ ଚରଣ ଗଳ୍ପମାଳା' ନାମରେ ଏକ ଗଳ୍ପ ସଂକଳନ ମଧ୍ୟ ପ୍ରକାଶ ପାଇଛି ।

ସାହିତ୍ୟ କୃତି

  • ଶିକାର
  • ହାତୁଡି଼ ଓ ଦା
  • ସ୍ଵୀକାରୋକ୍ତି ଜଙ୍ଗଲି
  • ବଞ୍ଚିତା
  • ଜୀବନର ସମାଧୀ
  • ଝଡ଼
  • ମୃତ୍ୟୁର ବିବେଚନା
  • ମୀମାଂସା
  • ଆରମ୍ଭ ଓ ଶେଷ

୧୯୪୩ ମସିହାରେ, ୩୪ ବର୍ଷ ବୟସରେ ଭଗବତୀଙ୍କର ତିରୋଧାନ ଘଟିଥିଲା ।

ଆଧାର -

  1. ଭଗବତୀ ଚରଣ ପ୍ରଣିଗ୍ରାହୀ ସମ୍ବନ୍ଧିତ ତଥ୍ୟ
  2. "ନବଯୁଗର ବାର୍ତ୍ତାବହ ଭଗବତୀ
2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top