“ଜନମଙ୍ଗଳରାଷ୍ଟ୍ର କଣ ? ” ଏହି ମୌଳିକ ପ୍ରଶ୍ନ ଅବଦୁଲର ମନକୁ ଆନ୍ଦୋଳିତ କରିଥିଲା, ତାର ଉତ୍ତର କଣ । ଆମେ ଯାହା ଦେଖୁଛୁ ଭାରତକୁ ଏକ ଜନମଙ୍ଗଳରାଷ୍ଟ୍ର କୁହାଯାଏ । ପୃଥିବୀରେ ଏପରି ଅନେକ ରାଷ୍ଟ୍ର ଅଛି, ଯେଉଁ ଗୁଡିକ ମଧ୍ୟ ଜନମଙ୍ଗଳ ରାଷ୍ଟ୍ର ବୋଲି ବର୍ଣ୍ଣିତ ହୋଇଛି । ସେଗୁଡିକ ଏହା କୁହାଯାଏ କାହିଁକି ଓ ଅନ୍ୟମାନଙ୍କୁ କାହିଁକି କୁହାଯାଏ ନାହିଁ ? “ଜନମଙ୍ଗଳରାଷ୍ଟ୍ର” କହିଲେ କଣ ବୁଝ ? ଏହା ସରକାରଙ୍କର ଏକ ଆଭିମୁଖ୍ୟ ଯେଉଁଥିରେ ନାଗରିକମାନଙ୍କର ଆର୍ଥିକ ଉନ୍ନତି ଓ ସୁରକ୍ଷା ଏବଂ ସାମାଜିକ ହିତ ସାଧନ ପାଇଁ ରାଷ୍ଟ୍ର ମୁଖ୍ୟ ଭୂମିକା ଗ୍ରହଣ କରେ । ଗୋଟିଏ ଜନମଙ୍ଗଳରାଷ୍ଟ୍ର, ସମାନ ସୁଯୋଗ ପ୍ରଦାନ ଓ ସମ୍ପତ୍ତିର ସୁଷମ ବଣ୍ଟନ ନୀତି ଉପରେ ପ୍ରତିଷ୍ଠିତ । ଗୋଟିଏ ସୁନ୍ଦର ଜୀବନଯାପନ କରିବା ପାଇଁ ସର୍ବନିମ୍ନ ଆବଶ୍ୟକତା ପାଇବା ପାଇଁ ଯେଉଁମାନେ ଅକ୍ଷମ, ସେମାନଙ୍କ ପ୍ରତି ରାଷ୍ଟ୍ରର ଦାୟିତ୍ଵ ଉପରେ ଏହା ଗୁରୁତ୍ଵ ଆରୋପ କରେ । ଏହି ବ୍ୟବସ୍ଥା ଅଧିନରେ ନାଗରିକମାନଙ୍କର ହିତସାଧନ ହେଉଛି ରାଷ୍ଟ୍ରର ଦାୟିତ୍ଵ । ସ୍ଵାଧୀନତା ପୂର୍ବରୁ ଭାରତ ଏକ ଜନମଙ୍ଗଳ ରାଷ୍ଟ୍ର ନଥିଲା । ଇଂରେଜମାନଙ୍କ ଶାସନରେ ଏହା ଲୋକମାନଙ୍କର ହିତ ସାଧନ ଓ ସୁରକ୍ଷା ପାଇଁ ବିଧେସ ଆଗ୍ରହ ପ୍ରକାଶ କରୁନଥିଲା । ଏହା ଯାହା କରୁଥିଲା, ତାହା ଇଂରେଜ ଔପନିବେଶକ ସରକାର ସ୍ଵାର୍ଥ ପାଇଁ କରୁଥିଲା ଏବଂ ଭାରତର ଲୋକମାନଙ୍କର ସ୍ଵାର୍ଥ ପ୍ରତି ଦ୍ରୁଷ୍ଟି ଦେଉନଥିଲା ।
ଯେତେବେଳେ ଭାରତ ସ୍ଵାଧୀନତା ଲାଭ କଳା, ଏହା ବହୁ ସଂଖ୍ୟାରେ ସମସ୍ୟା ଓ ବାଧାର ସମ୍ମୁଖୀନ ହେଲା । ସାମାଜିକ ଓ ଅର୍ଥନୈତିକ ଅସମାନତା ଚାରିଆଡେ ବ୍ୟାପିଥିଲା । ଆର୍ଥିକ ଦୃଷ୍ଟିରୁ ଭାରତର ଅବସ୍ଥା ବଡ ଦୟନୀୟ ଥିଲା । ସାମାଜିକ ଦୃଷ୍ଟିରୁ ଭାରତର ମଧ୍ୟ ବହୁ ସମସ୍ୟା ରହିଥିଲା । ସାମାଜିକ ଅସମାନତା ବ୍ୟାପି ରହିଥିଲା ଓ ସମାଜର ଦୃଷ୍ଟିରୁ ଭାରତର ମଧ୍ୟ ବହୁ ସମସ୍ୟା ରହିଥିଲା । ସାମାଜିକ ଅସମାନତା ବ୍ୟାପି ରହିଥିଲା ଓ ସମାଜର ସମସ୍ତ ଅସୁରକ୍ଷିତ ଶ୍ରେଣୀ ଯଥା ମହିଳା, ଦଳିତ, ଶିଶୁ ପ୍ରଭୃତି ମୌଳିକ ଜୀବନଧାରଣର ସୁବିଧାରୁ ବଞ୍ଚିତ ଥିଲେ । ସମ୍ବିଧାନ ପ୍ରଣେତାମାନେ ବିଶେଷଭାବରେ ଏହି ସବୁ ସମସ୍ୟା ପ୍ରତି ସଚେତନ ଥିଲେ । ସେଥିପାଇଁ ସେମାନେ ସ୍ଥିର କରିଥିଲେ ଯେ, ଭାରତ ଗୋଟିଏ ଜନମଙ୍ଗଳ ବା ଜଣହିତକାରୀ ରାଷ୍ଟ୍ର ହେବ । ତୁମେ ନିଶ୍ଚିତ ଭାବରେ ଦେଖିଥିବ ଯେ, ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଭାରତକୁ ଗୋଟିଏ “ସାର୍ବଭୌମ ସମାଜବାଦୀ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର” ରାଷ୍ଟ୍ର ବୋଲି ବର୍ଣ୍ଣନା କରାଯାଇଛି । ସେହି ଅନୁସାରେ ଭାରତୀୟ ସମ୍ବିଧାନରେ ଭାରତର ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ହିତସାଧନ ପାଇଁ ବିସ୍ତୃତ ବ୍ୟବସ୍ଥା ରହିଛି । ଏହି ସମ୍ପର୍କରେ ଦୁଇଟି ନିର୍ଦ୍ଧିସ୍ଷ୍ଟ ବ୍ୟବସ୍ଥା କରାଯାଇଛି । ଗୋଟିଏ ମୌଳିକ ଅଧିକାର ଓ ଅନ୍ୟଟି ରାଷ୍ଟ୍ରନୀତି ନିର୍ଦ୍ଦେଶାନାମା ।
ଭାରତୀୟ ସମ୍ବିଧାନାର ତୃତୀୟ ଭାଗରେ ଅନ୍ତର୍ଭୁକ୍ତ କରାଯାଇଥିବା ମୌଳିକ ଅଧିକାର ନିଶ୍ଚିତ କରେ ଯେ, ସମସ୍ତ ଭାରତୀୟ ନାଗରିକ ସାମାଜିକ-ସ୍ଵାଧୀନତା ଓ ମୌଳିକ ଅଧିକାର ପାଇବେ । ଏହି ସାମାଜିକ ସ୍ଵାଧୀନତା ଦେଶର ସମସ୍ତ ପୂର୍ବବର୍ତ୍ତୀ ଆଇନର ଉର୍ଦ୍ଧ୍ଵରେ । ଏଗୁଡିକ ହେଉଛି ବ୍ୟକ୍ତିଗତ ଅଧିକାର ଯାହା ସାଧାରଣତଃ ମୁକ୍ତ ଗଣତାନ୍ତ୍ରିକ ସମ୍ବିଧାନରେ ଅନ୍ତର୍ଭୁକ୍ତ ହୋଇଥାଏ । ଏହାର କେତୋଟି ମୁଖ୍ୟ ଅଧିକାର ହେଉଛି, ଆଇନ ଦୃଷ୍ଟିରୁ ସମସ୍ତେ ସମାନ । ସ୍ଵାଧୀନ ମତ ପ୍ରକାଶ ଧିକାର, ଶାନ୍ତିପୂର୍ଣ୍ଣ ଭାବରେ ଏକତ୍ରିତ ହେବାର ସ୍ଵାଧୀନତା, ଧାର୍ମିକ ସ୍ଵାଧୀନତା ଏବଂ ସାମାଜିକ ଅଧିକାରର ସୁରକ୍ଷା ପାଇଁ ସାମ୍ବିଧାନୟକ ପ୍ରତିକାର ଅଧିକାର କିନ୍ତୁ ଏହା ଯଥେଷ୍ଟ ନୁହେଁ । ଭାରତୀୟ ନାଗରିକମାନେ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ସୁଯୋଗ ଆବଶ୍ୟକ କରନ୍ତି । ସେଥିପାଇଁ ୪ର୍ଥ ଭାଗରେ ରାଷ୍ଟ୍ରନୀତି ନିର୍ଦ୍ଦେଶାନାମା ଆମ ସମ୍ବିଧାନର ସଂଯୋଗ କରାଗଲା ।
“ମୌଳିକ ଅଧିକାର” ଓ “ମୌଳିକ କର୍ତ୍ତବ୍ୟ” ବିଷୟରେ ଆମେ ଯାହା ଦେଖୁଅଛୁ, ଭାରତୀୟ ସମ୍ବିଧାନରେ ମୌଳିକ ଅଧିକାର ପ୍ରାଥମିକତଃ ରାଜନୈତିକ ଅଧିକାରକୁ ବୁଝାଏ । ସମ୍ବିଧାନ ପ୍ରଣେତାମାନେ ସଚେତନ ଥିଲେ ଯେ, ଯଦିଓ ସମସ୍ତ ମୌଳିକ ଅଧିକାର କାର୍ଯ୍ୟକାରୀ କରାଯାଇଛି, ଯେ ପର୍ଯ୍ୟନ୍ତ ଭାରତର ଲୋକମାନେ ସାମାଜିକ ଓ ଅର୍ଥନୈତିକ ଅଧିକାର ଲାଭ କରିନାହାଁନ୍ତି, ସେ ପର୍ଯ୍ୟନ୍ତ ଭାରତୀୟ ଗଣତନ୍ତ୍ରର ଲକ୍ଷ୍ୟ ହାସଲ କରାଯାଇ ପାରିବ ନାହିଁ । ତା ସହିତ ସେମାନେ ମଧ୍ୟ ଭାରତୀୟ ରାଷ୍ଟ୍ରର ଦକ୍ଷତା ଓ ପରିସୀମା ପ୍ରତି ସଚେତନ ଥିଲେ ଯେ, ଭାରତ ବହୁ ଶତାବ୍ଦୀ ଧରି ବିଦେଶୀ ଶାସନରେ ରହିବା ପରେ ଭାରତ ସ୍ଵାଧୀନତା ଲାଭ କଲା ଓ ଏହାର ସାମାଜିକ ଅଧିକାର ମୌଳିକ ଅଧିକାର ତାଲିକାରେ ଲିପିବଦ୍ଧ କରାଯାଏ, ତେବେ ନିଜର ସୀମିତ କ୍ଷମତା ମଧ୍ୟରେ ଭାରତୀୟ ରାଷ୍ଟ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ଅକ୍ଷମ ହେବ, କିନ୍ତୁ ଏହା ସହିତ ଏହି ଅଧିକାରଗୁଡିକୁ ସ୍ଵତନ୍ତ୍ର ପ୍ରାଧାନ୍ୟ ଦେବା ମଧ୍ୟ ଆବଶ୍ୟକ । ସମ୍ବିଧାନର ୪ର୍ଥ Chapter ରେ ରାଷ୍ଟ୍ରନୀତି ନିର୍ଦ୍ଦେଶାନାମା ନାମରେ ଏକ ସ୍ଵତନ୍ତ୍ର ଅଧ୍ୟାୟ Chapter ଯୋଗକରି ଏହା କରାଗଲା ।
ଚରିତ୍ର
ରାଷ୍ଟ୍ରନୀତି ନିର୍ଦ୍ଦେଶାନାମା କେନ୍ଦ୍ର ଓ ରାଜ୍ୟ ସରକାର ପାଇଁ ନିର୍ଦ୍ଦେଶ ଅଟେ । ସରକାର ଆଇନ ଓ ନୀତି ପ୍ରଣୟନ କଲାବେଳେ ଏହି ନିର୍ଦ୍ଦେଶାନାମାକୁ ମନରେ ରଖିବାକୁ ପଡିବ । ଏହା ସତ୍ୟ ଯେ, ଭାରତୀୟ ସମ୍ବିଧାନର ଏହି ସବୁ ବ୍ୟବସ୍ଥା ଆଇନ ଯୋଗ୍ୟ ନୁହେଁ ଅର୍ଥାତ୍ ଏହା ନ୍ୟାୟାଳୟ ଦ୍ଵାରା କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ । କିନ୍ତୁ ଏହି ନିୟମଗୁଡିକ ଦେଶର ଶାସନ ପାଇଁ ପ୍ରାଥମିକତା ଦିଆଯାଏ । ଏହା କେନ୍ଦ୍ର ଓ ରାଜ୍ୟ ସରକାରର ଦାୟିତ୍ଵ ଦେଶରେ ଏକ ଉତ୍ତମ ସମାଜ ଗଠନ ପାଇଁ ଆଇନ କଲାବେଳେ ଏହି ନୀତିଗୁଡିକ ବ୍ୟବହାର କରିବେ । ନିର୍ଦ୍ଦେଶକ ନିୟମାବଳୀରେ ଥିବା ନୀତିଗୁଡିକ ଆୟାରଲାଣ୍ଡ ସମ୍ବିଧାନରେ ଥିବା ନିର୍ଦ୍ଦେଶକ ନିୟମାବଳୀ ଓ ଗାନ୍ଧୀଦର୍ଶନର ନିୟମାବଳୀ ଦ୍ଵାରା ପ୍ରଭାବିତ ହୋଇଛି ।
ଏହି ନିୟମାବଳୀଗୁଡିକର ମୁଖ୍ୟ ଲକ୍ଷ୍ୟ ହେଉଛି, ଗୋଟିଏ ସାମାଜିକ ଓ ଅର୍ଥନୈତିକ ଅବସ୍ଥା ସୃଷ୍ଟି କରିବେ, ଯାହା ଅଧୀନରେ ସ୍ମାଷ୍ଟ ନାଗରିକ ଅତି ଉତ୍ତମ ଜୀବନଯାପନ କରିପାରିବେ । ଅନ୍ୟଅର୍ଥରେ ଏହାର ଲକ୍ଷ୍ୟ ଦେଶରେ ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠା କରିବା । ଲକ୍ଷ୍ୟ ହାସଲ କ୍ଷେତ୍ରରେ ସରକାରଙ୍କରର କାର୍ଯ୍ୟକାରିତା ମାପ କରିବା ପାଇଁ ଏହି ନିୟମାବଳୀମାନଙ୍କ ହାତରେ ମାପଦଣ୍ଡ ଭଳି କାର୍ଯ୍ୟ କରେ । ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଏହି ନିୟମାବଳୀଗୁଡିକ ଦ୍ଵାରା ପରିଚାଳିତ । ଏପରିକି ନ୍ୟାୟାଳୟ ମଧ୍ୟ ମାମଲାର ବିଚାର କଲାବେଳେ ଏହି ନିୟମଗୁଡିକ ମନରେ ରଖିବେ ।
ନିର୍ଦ୍ଦେଶାନାମାର ପ୍ରକାର ଭେଦ
ଯଦି ତୁମେ ସମ୍ବିଧାନରେ ପ୍ରକାଶିତ ନିର୍ଦ୍ଦେଶାନାମା ଅଧ୍ୟୟନ କରିବ, ତୁମେ ଦେଖିବ ଯେ, ସେଗୁଡିକ ବିଭିନ୍ନ ପ୍ରକାରର । କେତେକ ସାମାଜିକ ଅର୍ଥନୈତିକ ବିକାଶ ସହ ସଂପୃକ୍ତ । କେତେକ ଗାନ୍ଧୀ ନୀତି ସହ ଓ କେତେକ ବିଦେଶନୀତି ସହ ସଂପୃକ୍ତ ।
ସମ୍ବିଧାନ ସେଗୁଡିକୁ ବିଭିନ୍ନ ଭାଗରେ ଶ୍ରେଣୀ ବିଭାଗ କରିନାହିଁ କିନ୍ତୁ ଅଧିକ ଭଲ ଭାବରେ ବୁଝି ପାରିବା ପାଇଁ ଆମେ ସେଗୁଡିକୁ ନିମ୍ନ ପ୍ରଦତ୍ତ ନିର୍ଦ୍ଦିଷ୍ଠ ଶ୍ରେଣୀରେ ବିଭାଜନ କରିବାପାରିବା ।
ସାମାଜିକ ଓ ଅର୍ଥନୈତିକ ସମତା ବିକାଶ କରୁଥିବା ନିୟମାବଳୀ
କେତେକ ନିୟମାବଳୀ ରହିଛି, ଯାହା କି ଭାରତରେ ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ରର ଲକ୍ଷ୍ୟ ହାସଲ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଭାରତରେ ବହୁତ ଲୋକ ଅଛନ୍ତି, ଯେଉଁମାନେ କି ଦୀର୍ଘକାଳ ଧରି ସାମାଜିକ ଓ ଅର୍ଥନୈତିକ ଅସମାନତାର ଶିକାର ହେଉଛନ୍ତି । ନିମ୍ନଲିଖିତ ନୀତି ଗୁଡିକର ଲକ୍ଷ୍ୟ ହେଉଛି ଆର୍ଥିକ ଓ ସାମାଜିକ ସମାନତା ଆଣିବା ।
ଗାନ୍ଧୀନୀତି ସହ ସମ୍ପର୍କିତ ନିୟମାବଳୀ :
ଗାନ୍ଧୀନୀତି ଅହିଂସାପୂର୍ଣ୍ଣ ସାମାଜିକ ଧାରାର ବିକାଶ କରେ । ସ୍ଵରାଜ ସର୍ବୋଦୟ ଏବଂ ସ୍ୱାବଲମ୍ବ ଗାନ୍ଧୀ ଚିନ୍ତାଧାରାର ମୌଳିକ ନୀତି । ଆମେ ସମସ୍ତେ ଭଲ ଭାବରେ ଜାଣିଛୁ, ମହାତ୍ମାଗାନ୍ଧି ସ୍ଵାଧୀନତା ସଂଗ୍ରାମର ସର୍ବାଗ୍ରେ ଥିଲେ । ତାଙ୍କର ଚିନ୍ତାଧାରା ଓ କାର୍ଯ୍ୟକଳାପ କେବଳ ସ୍ଵାଧୀନତା ସଂଗ୍ରାମକୁ ବାଟ ଦେଖାଇ ନଥିଲା, ଭାରତର ସମ୍ବିଧାନ ପ୍ରସ୍ତୁତିକୁ ପ୍ରଭାବିତ କରିଥିଲା । ନିମ୍ନଲିଖିତ ନିର୍ଦ୍ଦେଶାନାମା ନିର୍ଦ୍ଧିଷ୍ଟ ଭାବରେ ଗାନ୍ଧୀନୀତିକୁ ପ୍ରତିଫଳିତ କରେ ।
ଆନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ନିୟମାବଳୀ
ସମ୍ବିଧାନ ପ୍ରଣେତାମାନେ କେତେଗୁଡିଏ ନିୟମ ସଂଯୋଜିତ କରି ଅଛନ୍ତି ଯାହାକି ଆମର ବୈଦେଶିକ ନୀତିକୁ ନିର୍ଦ୍ଦେଶିତ କରୁଅଛି । ସେଗୁଡିକ ହେଉଛି –
ଅନ୍ୟାନ୍ୟ ବା ବିବିଧ ନିୟମାବଳୀ
ଏହାଛଡା କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାନାମା ଅଛି, ଯାହା ଉପରୋକ୍ତ ଶ୍ରେଣୀର ଅନ୍ତର୍ଭୁକ୍ତ ହୁଏ ନାହିଁ ସେଗୁଡିକ ହେଉଛି ।
ରାଷ୍ଟ୍ରନୀତି ନିର୍ଦ୍ଦେଶାନାମା ଓ ମୌଳିକ ଅଧିକାର
ତୁମେ ଯାହା ପଢିଛ, ନିର୍ଦ୍ଦେଶାନାମାର ଲକ୍ଷ୍ୟ ହେଉଛି, ଜନମଙ୍ଗଳରାଷ୍ଟ୍ର ପ୍ରତିଷ୍ଠା । ମୌଳିକ ଅଧିକାରର ଲକ୍ଷ୍ୟ ମଧ୍ୟ ତା ସହ ସମାନ, କିନ୍ତୁ ସେ ଦୁଇଟି ମଧ୍ୟରେ କେତେକ ମୌଳିକ ପାର୍ଥକ୍ୟ ରହିଛି ।
ପ୍ରଥମତଃ ନିର୍ଦ୍ଦେଶାନାମାଗୁଡିକର ଆଇନଗତ ପ୍ରଭାବ ନାହିଁ । କୌଣସି ସାମ୍ବିଧାନିକ ବ୍ୟବସ୍ଥା ବା ଆଇନ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବାଧ୍ୟ କରିପାରିବ ନାହିଁ । ମୌଳିକ ଅଧିକାରର ଆଇନଗତ ପ୍ରଭାବ ରହିଛି ଏବଂ ଏହା ଆଇନ ଦ୍ଵାରା କାର୍ଯ୍ୟକାରୀ କରାଯାଇପାରିବ ।
ମୌଳିକ ଅଧିକାରରୁ କୌଣସି ନାଗରିକକୁ ବଞ୍ଚିତ କରାଯାଇପାରିବ ନାହିଁ । ଏହା ଉଚ୍ଚତମ ନ୍ୟାୟଳୟ ଓ ଉଚ୍ଚ ନ୍ୟାୟାଳୟ ଦ୍ଵାରା ସୁରକ୍ଷିତ ।
ଦ୍ଵିତୀୟତଃ ଏହି ନିୟମାବଳୀ କେବଳ ରାଷ୍ଟ୍ର ତାର ନୀତି ନିର୍ଦ୍ଧାରଣ କରି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶମାତ୍ର । ଏହି ନୀତିଗୁଡିକ ଗୋଟିଏ ଜନମଙ୍ଗଳ ରାଷ୍ଟ୍ରର ଲକ୍ଷ୍ୟକୁ ଉପଲବ୍ଧି କରିବା ପାଇଁ ପଦକ୍ଷେପ ନେବା ଉଚିତ୍ । ମୌଳିକ ଅଧିକାର ସମ୍ବିଧାନ ଦ୍ଵାରା ପ୍ରତିଶୃତି ଦିଆଯାଇଛି ଓ ରାଷ୍ଟ୍ର ପ୍ରତ୍ୟକ ନାଗରିକର ଏହି ଅଧିକାରକୁ ସୁରକ୍ଷା ଦେବାକୁ ବାଧ୍ୟ ।
ତୃତୀୟତଃ ସମ୍ବିଧାନରେ ସ୍ଥାନିତ ହେବା ଦୃଷ୍ଟିରୁ ନିର୍ଦ୍ଦେଶାନାମାଗୁଡିକ ମୌଳିକ ଅଧିକାର ପରେ ସ୍ଥାନିତ ଏହାର ଅର୍ଥ ମୌଳିକ ଅଧିକାରର ଗୁରୁତ୍ଵ ନିର୍ଦ୍ଦେଶାନାମା ଠାରୁ ଅଧିକ ।
ଯାହା ହେଉ ନା କାହିଁକି, ନିର୍ଦ୍ଦେଶନାମାକୁ କେବେହେଲେ ଅବହେଳା କରାଯାଇ ପାରିବ ନାହିଁ, ଯଦିଓ ଏହାର ମୌଳିକ ଅଧିକାର ଭଳି ସାମ୍ବିଧାନିକ ଗୁରୁତ୍ଵ ନାହିଁ । ନିର୍ଦ୍ଦେଶନାମାର କାର୍ଯ୍ୟକାରିତା ଯେକୌଣସି ସରକାରର ବିଶ୍ଵାସନୀୟତା ଓ ଲୋକପ୍ରିୟତାକୁ ବଢାଇ ଦିଏ, ଯାହାକି ଗଣତନ୍ତ୍ରରେ ସରକାରକୁ ପୁନଃକ୍ଷମତା ଅଧିକାର ପାଇଁ ମୂଳ ଆଧାର ଅଟେ । ମୋଟ ଉପରେ ଏହା ସ୍ପଷ୍ଟ ଅନୁମେୟ ଯେ, ଉଭୟ ନିର୍ଦ୍ଦେଶକ ନିୟମାବଳୀ ଓ ମୌଳିକ ଅଧିକାର ରାଜନୈତିକ ଗଣତନ୍ତ୍ରର ପ୍ରତିଶୃତି ଦେଇଥାଏ, ଏବଂ ନିର୍ଦ୍ଦେଶନାମା ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠା କରିଥାଏ । ନିର୍ଦ୍ଦେଶନାମାର ପ୍ରକୃତ ଶକ୍ତି ଜାଗ୍ରତ ଜନମତରୁ ଲାଭ କରାଯାଏ । ଯେଉଁ ନୀତିଗୁଡିକ ଅଧିକାଂଶ ନାଗରିକ ସମର୍ଥନ କରନ୍ତି, ତାହା ସାଧାରଣତଃ ବହୁ ଆଗ୍ରହ ସହିତ କାର୍ଯ୍ୟକାରୀ କରାଯାଏ । କୌଣସି ସରକାର ଜନସମୁଦାୟର ସ୍ଵାର୍ଥକୁ ଏଡାଇ ଦେଇ ପାରିବ ନାହିଁ । ଆମେ ପ୍ରତ୍ୟକ ଜନମତ ପାଇଁ ଏକ ଯାନ ଭଳି କାର୍ଯ୍ୟ କରୁ । ଏହା ଉତ୍ତର ଅଟେ ଯେ, ନିର୍ଦ୍ଦେଶନାମାଗୁଡିକ ଯାହାକୁ ତୁମେ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଛ, ତାକୁ କାର୍ଯ୍ୟକାରୀ କରିବା ପାଇଁ ତା ସପକ୍ଷେରେ ଜନଗତ ସୃଷ୍ଟି କରିବାକୁ ଚେଷ୍ଟା କରିବା ଉଚିତ୍ ।
ରାଷ୍ଟ୍ରନୀତି ନିର୍ଦ୍ଦେଶନାମାର କାର୍ଯ୍ୟକାରିତା
ତୁମେ ଜାଣିବାକୁ ଆଗ୍ରହୀ ଥିବ, କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାପାଇଁ କଣ କରିଛନ୍ତି । ତୁମେ ସର୍ବଶିକ୍ଷା ଅଭିଯାନ ସମ୍ପର୍କରେ ଶୁଣିଛକି ? ଏହା କେନ୍ଦ୍ର ସରକାର ଦ୍ଵାରା ଭାରତର ପ୍ରତ୍ୟକ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏକ ବୃହତ୍ କାର୍ଯ୍ୟକ୍ରମ । ତୁମେ ମଧ୍ୟ ଭାରତୀୟ ସଂସଦ ଦ୍ଵାରା ୨୦୦୯ରେ ପାରିତ ହୋଇଥିବା ଶିକ୍ଷାଗତ ଅଧିକାର ବିଷୟରେ ଜାଣିଥାଇପାର । ଏଗୁଡିକ ହେଉଛି, ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟାର ଫଳ । ବିହାର ଓ ମଧ୍ୟ ପ୍ରବେଶ ଭଳି କେତେକ ରାଜ୍ୟ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କ ପାଇଁ ଶତକଡା ୫୦ ଭାଗ ସ୍ଥାନ ସଂରକ୍ଷଣ କରିଛନ୍ତି । ଏହି ଉଦାହରଣଗୁଡିକ ସୂଚୀତ କରେ ଯେ, ଯଦିଓ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାପାଇଁ କୌଣସି ଆଇନଗତ ଶକ୍ତି ନାହିଁ କିମ୍ବା ତାକୁ କାର୍ଯ୍ୟକାରୀ କରିବା ରାଜ୍ୟ ପାଇଁ ବାଧ୍ୟତାମୂଳକ ନୁହେଁ, ତଥାପି ସରକାର ଏହି ନିୟମଗୁଡିକ କାର୍ଯ୍ୟକାରୀ କରୁଛନ୍ତି । କେତେକ କାର୍ଯ୍ୟକାରୀ କରାଯାଇଥିବା ନିୟମଗୁଡିକ ହେଉଛି -
ଆଧାର :ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ
Last Modified : 6/19/2020