ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଭାରତର ପ୍ରଥମ ସଶସ୍ତ୍ର ଆନ୍ଦୋଳନ ଓ ଏହାର ମହାରଥୀ
ସେଆର କରନ୍ତୁ

ଭାରତର ପ୍ରଥମ ସଶସ୍ତ୍ର ଆନ୍ଦୋଳନ ଓ ଏହାର ମହାରଥୀ

ଭାରତର ପ୍ରଥମ ସଶସ୍ତ୍ର ଆନ୍ଦୋଳନ ଓ ଏହାର ମହାରଥୀ ବିଷୟରେ ସୂଚନା I

ଓଡ଼ିଶାରେ ଖୋର୍ଦ୍ଧାର ଐତିହ୍ୟ ଓ ପରମ୍ପରାର ସ୍ୱତନ୍ତ୍ର ସ୍ଥାନ

ସାରା ଓଡ଼ିଶାରେ ଖୋର୍ଦ୍ଧାର ଏକ ନିଜସ୍ୱ ଐତିହ୍ୟ ଓ ପରମ୍ପରାର ସ୍ୱତନ୍ତ୍ର ସ୍ଥାନ ଥିଲା । ଏହାର ପୃଷ୍ଠଭୂମି ହେଉଛି ଖୋଦ୍ଧା ଭୋଇ ରାଜବଂଶ କାଳର ସମୃଦ୍ଧ ଇତିହାସ । ‘ଔଡ୍ରୁ’ ହେଉଛି ଖଣ୍ଡାୟତ ମାନଙ୍କର ଅନ୍ୟ ଏକ ନାମ । ଏହି ଔଡ୍ରୁ ଶବ୍ଦରୁ ମୁସଲମାନ ମାନେ ଆମ ଦେଶକୁ ‘ଓଡ଼ିଶା’ ନାମରେ ନାମିତ କରିଥିଲେ । ଔଡ୍ରୁ ମାନଙ୍କର ବସତି ବିଶେଷତଃ ଖୋର୍ଦ୍ଧାରେ ଥିଲା । ସେହି କାରଣରୁ ଅନେକ ଖୋର୍ଦ୍ଧା କୁ ‘ଓଡ଼ିଶା’ କହିଥାନ୍ତି । ତେଣୁ ଏହି ଦୃଷ୍ଟିରୁ ଓଡ଼ିଶା ରାଜ୍ୟର କେନ୍ଦ୍ର ସ୍ଥଳୀ ହେଉଛି ଖୋର୍ଦ୍ଧା । ଖୋର୍ଦ୍ଧା ଇତିହାସ କହିଲେ ମୁଖ୍ୟତଃ ଖୋର୍ଦ୍ଧା ର ଭୋଇ ରାଜବଂଶର । ରାଜତ୍ଵ କାଳକୁ ହିଁ ବୁଝାଏ ଏବଂ ତାହା ହିଁ ତତ୍କାଳୀନ ଓଡ଼ିଶାର ଇତିହାସ । ଏହାକୁ ମଧ୍ୟ ଦୀର୍ଘ ଅଢେଇ ଶହ ବର୍ଷ ବ୍ୟାପୀ ଓଡ଼ିଶାର  ଇତିହାସ ବୋଲି କୁହାଯାଏ । ଓଡ଼ିଆ ଜାତିର ଆରାଧ୍ୟ ଦେବତା ଓ ପ୍ରାଣ ପ୍ରଦୀପ ସ୍ୱୟଂ ଶ୍ରୀଜଗନ୍ନାଥଙ୍କ ଅସ୍ତିତ୍ଵ ସହିତ ସେ ଇତିହାସ ଓତଃପ୍ରୋତଃ ଭାବେ ଜଡ଼ିତ । ତେଣୁ ଖୋର୍ଦ୍ଧାର ସଂସ୍କୃତି ହିଁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି । ଏହି ଖୋର୍ଦ୍ଧା  ଏକଦା ଓଡ଼ିଶା ରାଜ୍ୟକୁ ବୁଝାଉଥିଲା । ଯେଉଁ ବୀର ପୁରୁଷ ମାନଙ୍କର ଗୌରବଗାଥାକୁ ନେଇ ଖୋର୍ଦ୍ଧା  ଇତିହାସ ସମୃଦ୍ଧ, ସେମାନଙ୍କ ମଧ୍ୟରେ ଭୋଇ ରାଜବଂଶର ପ୍ରତିଷ୍ଠାତା ଗଜପତି ରାମଚନ୍ଦ୍ର ଦେବ, ସେହି ବଂଶର ଦ୍ଵାଦଶ ରାଜା ମୁକୁନ୍ଦ ଦେବ ଓ ତାଙ୍କ ରାଜଗୁରୁ ଜୟକୃଷ୍ଣ ମହାପାତ୍ର, ସେନାପତି ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ମହାପାତ୍ର ଓ ଦେୱାନ କୃଷ୍ଣଚନ୍ଦ୍ର ଭ୍ରମରବର ରାୟଙ୍କ ନାମ ସର୍ବାଗ୍ରେ ଉଲ୍ଲେଖଯୋଗ୍ୟ । ସୂର୍ଯ୍ୟବଂଶ ପରେ ୧୫୪୦ ଖ୍ରୀ:ଅ:ରୁ ୧୫୬୦ ଖ୍ରୀ:ଅ: ପର୍ଯ୍ୟନ୍ତ ଭୋଇ ରାଜବଂଶ ଏବଂ ୧୫୬୦ ଖ୍ରୀ:ଅ:ରୁ ୧୫୬୮ ଖ୍ରୀ:ଅ: ପର୍ଯ୍ୟନ୍ତ ଚାଲୁଜ୍ୟ ତେଲେଙ୍ଗା ମୁକୁନ୍ଦ ଦେବ କଟକର ବାରବାଟୀ ଦୁର୍ଗ ଉପରେ ଓଡ଼ିଶାର ସ୍ଵାଧୀନ ଧ୍ଵଜା ଉଡ଼ାଇ ଥିଲେ ।  ମୁକୁନ୍ଦ ଦେବ ଜଣେ ଅତ୍ୟନ୍ତ ପରାକ୍ରମଶାଳୀ ରାଜା ଓ ବିଚକ୍ଷଣ ଶାସକ ଭାବରେ ମାତ୍ର ୮ ବର୍ଷ ମଧ୍ୟରେ ଓଡ଼ିଶାର ଗୌରବ ବୃଦ୍ଧି କରିଥିଲେ । କିନ୍ତୁ ୧୫୬୮ ଖ୍ରୀ:ରେ ଓଡ଼ିଶାର ଏହି ଶେଷ ସ୍ଵାଧୀନ ରାଜା ମୁକୁନ୍ଦ ଦେବଙ୍କ ମୃତ୍ୟୁପରେ ଓଡ଼ିଶାରେ ରାଜନୈତିକ ଅରାଜକତା ଦେଖାଦେଲା । ତେଣୁ ଏହି ସମୟରେ ବଙ୍ଗଳାର ଆଫଗାନ ସୁଲତାନ ସୁଲେମାନ  କରାଣୀ ୧୫୬୮ ଖ୍ରୀ:ଅ:ରେ ଓଡ଼ିଶା ଅଧିକାର କରିଥିଲେ ହେଁ ଦେଶୀୟ ସାମନ୍ତ ର।ଜା ଗଣ ସ୍ୱାଧୀନ ଥିଲେ । ୧୫୭୨ ଖ୍ରୀ:ଅ:ରେ ସୁଲେମାନ କରାଣୀଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ବାୟାଜିଦ୍ ଓ ତତ୍ପରେ ଦାଉଦ୍ ଓଡ଼ିଶାର ଶାସକ ଥିଲେ । ଦିଲ୍ଲୀର ମୋଗଲ ସମ୍ରାଟ ଆକବରଙ୍କ ମନ୍ତ୍ରୀ । ତୋଡ଼ରମଲ୍ଲ ଓ ସେନାପତି ମୁନିଫ୍ ଖାଁଙ୍କ ହସ୍ତରେ ୧୫୭୪ ଓ ୧୫୭୬ ଖ୍ରୀ:ଅ:ରେ ପରାସ୍ତ ହୋଇଥିଲେ ଦାଉଦ୍ । ଦିଲ୍ଲୀର ମୋଗଲ ସମ୍ରାଟ ଓ ବଙ୍ଗ ତଥା ଓଡ଼ିଶାର ଆଫଗାନ ଶାସକଙ୍କ ମଧ୍ୟରେ ଦୀର୍ଘ ଦିନ ଧରି କ୍ଷମତା ଯୁଦ୍ଧ ଲାଗିଥିଲା । ମୋଗଲ ମାନଙ୍କ ଠାରୁ ପରାଜୟ ବରଣ କରି ସନ୍ଧି ସୂତ୍ରରେ କୁୟା ଖାଁ ଓ କୃତଳୁ ଗାଁ ଲୋହାନୀ ଆଫଗାନ ଶାସକଦ୍ଵୟ ଓଡ଼ିଶାର ଶାସନ କାର୍ଯ୍ୟ ପରିଚାଳନା କରିଥିଲେ । ଏହିପରି ଭାବରେ ପାଞ୍ଚଜଣ ଆଫଗାନ ଶାସକ ଓଡ଼ିଶାକୁ ଶାସନ କରିଥିଲେ । ଏହି ସମୟର ସୁଯୋଗ ନେଇ ଆଫଗାନ ପ୍ରଶାସକ କଳାପାହାଡ଼ ଓଡ଼ିଶାର ବହୁ ହିନ୍ଦୁ ମନ୍ଦିର ସମେତ ଅନେକ ଦେବ ବିଗ୍ରହ ଉପରେ ବାରମ୍ବାର ଅକଥନୀୟ ଆକ୍ରମଣ କରି ଏକ ଆତଙ୍କ ସୃଷ୍ଟି କରିଥିଲା ବୋଲି କଥିତ ଅଛି । ଏହିପରି ବର୍ବରୋଚିତ ମୁହୁର୍ତ୍ତରେ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କଳାପାହାଡ଼ କବଳରୁ ରକ୍ଷା କରିବା ପାଇଁ ସେବକ ମାନେ ଶ୍ରୀଜଗନ୍ନାଥଙ୍କୁ ଚିଲିକା ମୁହାଣ ପାରିକରି ଛପଲିହାତୀପଡ଼ାରେ ଗୁପ୍ତରେ ରଖାଇଥିଲେ । ମାତ୍ର ଶ୍ରୀଜଗନ୍ନାଥ ମନ୍ଦିରର ଜନୈକ ରାଜକର୍ମଚାରୀ ତଥା କୋକଲଗଡ଼ର ନାୟକ ଦାନପାତ୍ର କଳାପାହାଡ଼କୁ ଏହି ସନ୍ଧାନ ଦେବାରୁ କଳାପାହାଡ଼ ଏହାର ସୁଯୋଗ ନେଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଗଙ୍ଗାକୂଳକୁ ନେଇ ସେଠାରେ ପୋଡ଼ି ଦେଇଥିଲା ଓ ଏହାର ଅର୍ଦ୍ଧଦଗ୍ଧ ବ୍ରହ୍ମାଶକୁ ନଦୀରେ ଫିଙ୍ଗି ଦେଇଥିଲା । ଆଫଗାନ ମାନଙ୍କର ଏହିପରି ଅତ୍ୟାଚାରୀ ମନୋବୃତ୍ତ ଓ ଶ୍ରୀଜଗନ୍ନାଥ ମନ୍ଦିର ଲୁଣ୍ଠନ ଫଳରେ ଓଡ଼ିଶା ବାସୀଙ୍କର ସେମାନେ ଅନାଦରର ପାତ୍ର ହୋଇଥିଲେ । ଫଳରେ ରାଜ୍ୟର ସାଧାରଣ ଜନତା ନିଜକୁ ଅସହାୟ ମଣିବା ସହ ଓଡ଼ିଶାର ସାଧାରଣ ଜୀବନ ବିପନ୍ନ ହୋଇଥିଲା । ଦେବାଶୀବାଦ ସ୍ଵରୂପ ଏହି ଘୋର ଦୁର୍ଦ୍ଦିନ ମୁହୂର୍ତ୍ତ ରେ ସେହି ଦାରୁଣ ଜାତୀୟ ସଂକଟର ତ୍ରାଣକର୍ତ୍ତା ଭାବେ ଖୋର୍ଦ୍ଧା  ମାଟି ଉପରେ ଆବିର୍ଭୂତ ହୋଇଥିଲେ ଓଡ଼ିଶାର ଶେଷ ସ୍ଵାଧୀନ ରାଜା ତେଲେଙ୍ଗା ମୁକୁନ୍ଦ ଦେବଙ୍କ ଦ୍ଵାରା ବନ୍ଦୀ ହୋଇ ବନ୍ଦୀଶାଳାରେ ମୃତ୍ୟୁବରଣ କରିଥିବା ଜନାର୍ଦ୍ଦନ ବିଦ୍ୟାଧରଙ୍କ ଗଞ୍ଜାମ ଜଙ୍ଗଲରେ ଆତ୍ମଗୋପନ କରିଥିବା ପୁତ୍ର ତଥା ଖୋର୍ଦ୍ଧା  ଭୋଇ ରାଜବଂଶର ପ୍ରତିଷ୍ଠାତା ପ୍ରତ୍ୟୁତ୍ପନ୍ନମତି ରାମଚନ୍ଦ୍ର ଦେବ ବା ରମେଇ ରାଉତରାୟ । ମୁକୁନ୍ଦ ଦେବଙ୍କ ମୃତ୍ୟୁପରେ ଖୋର୍ଦ୍ଧାର ବୀରପାଇକ ସର୍ଦାରମାନଙ୍କ ସହାୟତାରେ ୧୫୬୨ ଖ୍ରୀ:ଅ:ରେ ଓଡ଼ିଶାର ରାଜଗାଦୀ ଅଧିକାର କରିଥିଲେ ଓ ଖୋର୍ଦ୍ଧାର ବରୁଣେଇ ପାହାଡ଼ ଘାଟି ତଳେ ନିଜ ରାଜଧାନୀ ପ୍ରତିଷ୍ଠା କରି ତାହାର ନାମ ଦେଇଥିଲେ ଜଗନ୍ନାଥପୁର କଟକ । ସେଥିପାଇଁ ଗଜପତି ରାମଚନ୍ଦ୍ର ଦେବ ଖୋର୍ଦ୍ଧା ରାଜବଂଶର ପ୍ରତିଷ୍ଠାତା ଏବଂ ସ୍ଵତନ୍ତ୍ର ଖୋର୍ଦ୍ଧା  ଇତିହାସର ସୃଷ୍ଟିକର୍ତ୍ତା ଭାବରେ ଓଡ଼ିଆ ଜାତିର ସ୍ମରଣୀୟ । ମାଦଳାପାଞ୍ଜି ଓ ଚକଡ଼ା ପୋଥିରୁ ଜଣାଯାଏ ଯେ, ରାମଚନ୍ଦ୍ର ଦେବଙ୍କ ନବ ପ୍ରତିଷ୍ଠିତ ରାଜ୍ୟର ରାଜଧାନୀ ସ୍ଵରୂପ କଟକ ଓ ପୁରୀ ଅଞ୍ଚଳ ମଧ୍ୟରେ ବାରୁଣୀ ବା ବରୁଣେଇ ପର୍ବତର ପାଦଦେଶରେ ଖୋଲାପଲା ନିକଟସ୍ଥ ଖୋର୍ଦ୍ଧା  ନାମକ ପଲ୍ଲୀ ଗ୍ରାମରେ ଏକ ସୁଦୃଢ଼ ଦୁର୍ଗ ପ୍ରତିଷ୍ଠା କରିଥିଲେ । କାରଣ ଅନଙ୍ଗଭୀମ ଦେବଙ୍କ ସମୟରୁ ମୁକୁନ୍ଦ ଦେବଙ୍କ ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ତିନିଶତ ବର୍ଷ କାଳ ଓଡ଼ିଶାର ରାଜଧାନୀ ଥିବା କଟକର ବାରବାଟୀ ଦୁର୍ଗ ମୁସଲମାନ ରାଜତ୍ଵ ଆରମ୍ଭରୁ ସେମାନଙ୍କ ରାଜଧାନୀରେ ପରିଣତ ହେଲା । ତେଣୁ ରାମଚନ୍ଦ୍ର ଦେବ ବାରବାଟୀ ଉଦ୍ଧାରରେ ନିଜର ଶକ୍ତି ବା ସମୟ କ୍ଷୟ ନକରି ପୁରୀ ଜିଲ୍ଲାର ଉଚ୍ଚତମ ବରୁଣେଇ ପର୍ବତର ପାଦ ଦେଶରେ ଘନ ଅରଣ୍ୟନୀ ପରିବେଷ୍ଟିତ ଓ ଚତୁର୍ଦ୍ଦିଗରେ କ୍ଷୁଦ୍ର କ୍ଷୁଦ୍ର ଦୁର୍ଗ ଦ୍ଵାରା ସୁରକ୍ଷିତ ଖୁରୁଧା ଦୁର୍ଗ ପ୍ରତିଷ୍ଠା କରି ନିଜର ରଣକୌଶଳ ଓ ଦୂରଦୃଷ୍ଟିର ପରିଚୟ ଦେଇଥିଲେ ।

ଖୋର୍ଦ୍ଧାରେ ନିଜର ରାଜଧାନୀ ପ୍ରତିଷ୍ଠା କରିବାରେ ତାଙ୍କୁ ସାହାଯ୍ୟ କରିଥିବା ବିଶେଷତଃ ତିନିଜଣ ପ୍ରଭାବଶାଳୀ ବ୍ୟକ୍ତିମାନେ ଥିଲେ ଚିଲିକାର ପୂର୍ବ ଉପକୂଳବର୍ତ୍ତୀ କୋକଲଗଡ଼ର ଅଧିକାରୀ , ଡେଲାଙ୍ଗ ରେଳ ଷ୍ଟେସନ ନିକଟବର୍ତ୍ତୀ ଘୋରଡ଼ିଆ ଗ୍ରାମର ଜୈନିକ ବ୍ୟକ୍ତି ଓ ଖୋର୍ଦ୍ଧା ନିକଟସ୍ଥ ମଳିପଡ଼ା ଗଡ଼ର ଅଧିକାରୀ  । ଏତଦ୍‌ବ୍ୟତୀତ ଦକ୍ଷିଣ ଓଡ଼ିଶାର କେତେକ ସାମନ୍ତ ରାଜାଙ୍କ ସମର୍ଥନରେ ରାମଚନ୍ଦ୍ର ଦେବ ୧୫୭୧-୭୨ ଖ୍ରୀ:ଅ:ରେ ଖୋର୍ଦ୍ଧା ରାଜ୍ୟ ପ୍ରତିଷ୍ଠା କରିଥିଲେ । ରାଜା ରାମଚନ୍ଦ୍ର ଦେବଙ୍କ ସମକାଳୀନ ପାଟନାର ଚୌହାନ ବଂଶୀୟ ବଳରାମ ଦେବ ବିଶାଳ ସମ୍ବଲପୁର ରାଜ୍ୟର ପ୍ରତିଷ୍ଠାତା ଥିଲେ, ଯେ କି ପବିତ୍ର ଉତ୍କଳ ଭୂମିକୁ ‘ଯବନାମ୍ବୁଧିର୍ନମଜ୍ଜନ’ ବା ମୁସଲିମ୍ ଆଧିପତ୍ୟରୁ ରକ୍ଷା କରିବା ପାଇଁ ରାମଚନ୍ଦ୍ର ଦେବଙ୍କୁ ସାହାଯ୍ୟ କରିଥିବା ଜଣାଯାଏ । ଓଡ଼ିଶାର ଜନଜୀବନର ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତାରେ ଶ୍ରୀଜଗନ୍ନାଥ ଚେତନାର ପ୍ରଭାବ କେତେ ଗଭୀର, ଆଉ କେତେ ସୁଦୂର ପ୍ରସାରୀ ଓ କ୍ରିୟାଶୀଳ ଏବଂ କଳାପାହାଡ଼ର ଜଗନ୍ନାଥ ମନ୍ଦିର ଲୁଣ୍ଠନ ସହିତ ଶ୍ରୀବିଗ୍ରହ ମାନଙ୍କର ଧ୍ଵଂସ ସାଧନ ଫଳରେ ସେହି ଜାତୀୟ ଚେତନା କେତେ ଗଭୀର ଭାବରେ ଆଘାତ ପ୍ରାପ୍ତ ହୋଇଥିଲା, ତାହା ରାମଚନ୍ଦ୍ର ଦେବ ହୃଦୟଙ୍ଗମ କରି ଜନସାଧାରଣଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ପାଇଁ ସେହି ଜାତୀୟ ଚେତନା ପୁନରୁଜ୍ଜୀବିତ କରିବା ହିଁ ତାଙ୍କର ଗଡ଼ ପ୍ରତିଷ୍ଠାର ପ୍ରଧାନ କର୍ତ୍ତବ୍ୟ ବୋଲି ଧରି ନେଇଥିଲେ । ତେଣୁ ବିଶର ମହାନ୍ତି ନାମକ ଜନୈକ ବ୍ୟକ୍ତି କଳାପାହାଡ଼ ଦ୍ଵାରା ଗଙ୍ଗାରେ ବିସର୍ଜନ କରାଯାଇଥିବା ଜଗନ୍ନାଥଙ୍କ ଦାରୁ ବିଗ୍ରହର ଭଗ୍ନାବଶେଷ ଉଦ୍ଧାର କରିଆଣି କୁଜଙ୍ଗରେ ରଖିଥିବା  ବ୍ରହ୍ମାକୁ କୁଜଙ୍ଗରୁ ଅଣାଇ ଏହି । ଖୋର୍ଦ୍ଧା ଗଡ଼ରେ ତିନି ଠାକୁରଙ୍କର ନୂତନ ଦାରୁ ମୂର୍ତ୍ତି ଗଠନ କରାଇବା ପରେ ନବକଳେବର ବିଧିରେ ଦାରୁ ବିଗ୍ରହଙ୍କୁ ଖୋର୍ଦ୍ଧାରୁ ନେଇ ଶ୍ରୀମନ୍ଦିରରେ ପୁନଃ ପ୍ରତିଷ୍ଠା କରି ଏହି ଖୋର୍ଦ୍ଧା ଗଡ଼ର ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ - ଦ୍ଵିତୀୟ ଇନ୍ଦ୍ରଦ୍ୟୁମ୍ନ ଆଖ୍ୟା ପାଇଥିଲେ ।

ସ୍ଵର୍ଗତ ଚକ୍ରଧର ମହାପାତ୍ରଙ୍କ ଦ୍ଵାରା ଲିଖିତ  ‘ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ’ ଓ ଦିବ୍ୟସିଂହ ଚମ୍ପତ୍ତିଙ୍କ ଦ୍ଵାରା ଲିଖିତ  ‘ବକ୍ସି ବଂଶର ନୂତନ ଇତିହାସ’ରୁ ପ୍ରମାଣିତ ହୁଏ ଯେ ଖୋର୍ଦ୍ଧା ଭୋଇ ରାଜବଂଶର ପ୍ରଥମ ରାଜା ରାମଚନ୍ଦ୍ର ଦେବ (୧୫୬୮-୧୬୦୬)ଙ୍କ ସମୟରେ ଇନ୍ଦ୍ର ବିଦ୍ୟାଧର, ପୁରୁଷୋତ୍ତମ ଦେବ (୧୬୦୬। ୧୬୨୨)ଙ୍କ କାଳରେ ଦାସ ବିଦ୍ୟାଧର, ରାଜା ନରସିଂହ ଦେବ (୧୬୨୨-୧୬୪୭)ଙ୍କ ସମୟରେ କହ୍ନାଇ ବିଦ୍ୟାଧର, ରାଜା ବଳଭଦ୍ର ଦେବ (୧୬୪୮-୧୬୫୯)ଙ୍କ ସମୟରେ ବାସୁଦେବ ବିଦ୍ୟାଧର, ମୁକୁନ୍ଦ ଦେବ (୧୬୫୯ – ୧୬୮୮)ଙ୍କ ସମୟରେ ପୀତାମ୍ବର ବିଦ୍ୟାଧର, ରାଜା ଦିବ୍ୟସିଂହ ଦେବ (୧୬୮୮-୧୭୧୪)ଙ୍କ ସମୟରେ ଜଗନ୍ନାଥ ବିଦ୍ୟାଧର, ତାଙ୍କ ପରବର୍ତ୍ତୀ ରାଜା ହରେକୃଷ୍ଣଦେବ, ଗୋପୀନାଥ ଦେବ ଓ ରାଜା ରାମଚନ୍ଦ୍ର ଦେବ (୧୭୧୪- ୧୭୩୭)ଙ୍କ ସମୟରେ ଲୋକନାଥ ବିଦ୍ୟାଧର ଏବଂ ବୀର କେଶରୀ ଦେବ (୧୭୩୭-୧୭୯୩)ଙ୍କ ସମୟରେ ବାସୁଦେବ ଭ୍ରମରବର ଓ ଗୋପୀନାଥ ଭ୍ରମରବର, ଦିବ୍ୟସିଂହ ଦେବ (୧୬୯୩-୧୭୯୮) ଓ ରାଜା ମୁକୁନ୍ଦ ଦେବ (୧୭୯୮-୧୮୧୭)ଙ୍କ ସମୟରେ ଜଗବନ୍ଧୁ ବିଦ୍ୟାଧର ଖୋର୍ଦ୍ଧାର ସେନାପତି ଥିଲେ । ଖୋର୍ଦ୍ଧା ଭୋଇ ରାଜବଂଶ ଦୀର୍ଘ ଦୁଇଶହ ବର୍ଷରୁ ଉର୍ଦ୍ଧକାଳ ରାଜତ୍ଵ କଲାପରେ ଖୋର୍ଦ୍ଧା ବଂଶର ପତନ ଘଟିଲା ୧୮୦୪ ଖ୍ରୀ:ଅ:ରେ, ଯେତେବେଳେ ଇଂରେଜମାନେ ଓଡ଼ିଶାକୁ ଅଧିକାର  କରି ଭୋଇ ବଂଶର ୧୨ଶ ରାଜା ୨ୟ ମୁକୁନ୍ଦ ଦେବଙ୍କୁ ଗାଦିଚ୍ୟୁତ କରିବା ସହିତ ଖୋର୍ଦ୍ଧା ରାଜ୍ୟର ସ୍ଵାଧୀନତା ଲୋପ କରି ଦେଲେ । ସେତିକିବେଳେ ଓଡ଼ିଶାର ସ୍ୱାଧୀନତାର ପୁନରୁଦ୍ଧାର ପାଇଁ ଶକ୍ତିଶାଳୀ ଇଂରେଜ ସରକାର ସଂଗେ ପ୍ରାଣମୂଚ୍ଛା ସଂଗ୍ରାମ ଚଳାଇଥିବା ରାଜା ମୁକୁନ୍ଦ ଦେବଙ୍କୁ ସାହାଯ୍ୟ କରିଥିଲେ ରାଜଗୁରୁ । ଜୟକୃଷ୍ଣ ମହାପାତ୍ର, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଓ ଦେୱାନ କୃଷ୍ଣଚନ୍ଦ୍ର ଭ୍ରମରବର ରାୟ । ଏହି ତିନି ଜଣ ବୀର ପୁରୁଷଙ୍କ ପାଇଁ ଓଡ଼ିଆ ଜାତି ଗର୍ବିତ, ଓଡ଼ିଶା ଗୌରବାନ୍ୱିତ ଓ ଓଡ଼ିଶାର ଐତିହ୍ୟ ସମୃଦ୍ଧ ବୀର ପ୍ରସବିନୀ ଉତ୍କଳ ଜନନୀର ଯେଉଁ କେତେଜଣ ସୁଯୋଗ୍ୟ ସନ୍ତାନ ଦେଶ ମାତୃକାର ସ୍ଵାଭିମାନ ରକ୍ଷା କରିବାକୁ ଯାଇ ଆତ୍ମବଳୀ ଦେଇଥିଲେ, ସେମାନଙ୍କ ମଧ୍ୟରେ ଏହି ତିନିଜଣ ଥିଲେ ଅନନ୍ୟ ସାଧାରଣ । ଏହି ବୀର ତ୍ୟାଗୀ, ସ୍ଵାଭିମାନୀ ଦେଶ ଭକ୍ତଙ୍କର ଚରିତ୍ର ଓ ବୀରତ୍ଵର ଆଲେଖ୍ୟ ଏବେ ମଧ୍ୟ ଖୋର୍ଦ୍ଧା  ମାଟିର ପାଇକ ପୁଅ ମନକୁ ଉବେଳିତ କରିଥାଏ । ନିଃସ୍ଵାର୍ଥପର ଭାବରେ ଜନ୍ମଭୁମିର ସୁରକ୍ଷା ଅଗଣିତ ଜନତାଙ୍କୁ ବ୍ରିଟିଶ ସାମ୍ରାଜ୍ୟବାଦୀ ଶକ୍ତିର ଶୋଷଣ ଲୁଣ୍ଠନ ଓ ଅକଥନୀୟ ଅତ୍ୟାଚାରରୁ ରକ୍ଷା କରିବା ଥିଲା ତାଙ୍କ ଜୀବନର ପ୍ରଧାନ ଲକ୍ଷ୍ୟ । ଏହି ତିନିଜଣଙ୍କ ମଧ୍ୟରୁ ଜୟୀ ରାଜଗୁରୁ ଥିଲେ ସଂସ୍କୃତଜ୍ଞ ପଣ୍ଡିତ, ଧୁରନ୍ଧର ରାଜନୈତିକ ବ୍ୟକ୍ତି ଓ ଜଣେ ଯୁଦ୍ଧବିଦ୍ୟା ବିଶାରଦ । ସର୍ବୋପରି ମା’ ବରୁଣେଇଙ୍କ ପରମ ଭକ୍ତ । ୧୭୮୧ ଖ୍ରୀ:ଅ:ରେ ଜୟୀ ରାଜଗୁରୁ ରାଜା ଦିବ୍ୟସିଂହ ଦେବଙ୍କର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କଲେ । ଦିବ୍ୟସିଂହ ଦେବଙ୍କ ପରେ ତାଙ୍କର ପୁତ୍ର ମକୁନ୍ଦ ଦେବ ସିଂହାସନ ଆରୋହଣ କରିବାରେ ତାଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କଲେ ।  ମୁକୁନ୍ଦ ଦେବ ନାବାଳକ ଥିବାରୁ ଜୟୀ ରାଜଗୁରୁ ତାଙ୍କର ଅଭିଭାବକ ରୂପେ ନିଯୁକ୍ତି ପାଇଁ ଶେଷ ଜୀବନ ପର୍ଯ୍ୟନ୍ତ ମୁକୁନ୍ଦ ଦେବଙ୍କୁ ରକ୍ଷା କରିଥିଲେ । ସେ ଜଣେ ପରମ ଦେଶଭକ୍ତ ଓ ରାଜଭକ୍ତ ଥିଲେ । ରାଜା ନାବାଳକ ଥିବାରୁ ତାଙ୍କୁ ରାଜ୍ୟ ଶାସନର ସମ୍ପୂର୍ଣ୍ଣ ଦାୟିତ୍ଵ ବହନ କରିବାକୁ ପଡ଼ିଲା । ଚଞ୍ଚକତା କରି ଇଂରେଜ ମାନେ ଖୋର୍ଦ୍ଧା ରାଜାଙ୍କ ସହିତ ସନ୍ଧି ସ୍ଥାପନ କଲେ । ଐତିହାସିକ ଖୋଦ୍ଧିକୁ କଳେବଳେ କୌଶଳରେ ନିଜର ଶାସନାଧୀନ କରିବାକୁ ଇଂରେଜ ମାନେ ଶତଚେଷ୍ଟା କରିଥିଲେ । ମାତ୍ର ବିଜ୍ଞ ଜୟୀରାଜଗୁରୁଙ୍କ ନିକଟରେ ଇଂରେଜମାନଙ୍କର ସମସ୍ତ ନୀତି ବିଫଳ ହେଲା ।

ଜୟୀ ରାଜଗୁରୁଙ୍କ ବୀରତ୍ଵ, ପରାକାଷ୍ଠା ଓ କୁଟନୀତି

ଓଡ଼ିଶା ବିଭିନ୍ନ ସମୟରେ ମୋଗଲ, ମରହଟ୍ଟା ଓ ଇଂରେଜ ମାନଙ୍କ ଦ୍ଵାରା ଶାସିତ ହୋଇ ଅବହେଳିତ ଓ ଅବଦମିତ ହୋଇ ରହିଥିଲା। ଦେଓଗ୍ରାମ ସନ୍ଧିରେ ଇଂରେଜ ମାନେ ୧୮୦୩ ସାଲ୍ ଡିସେମ୍ବର ୧୭ ତାରିଖରେ ମରହଟ୍ଟା ମାନଙ୍କ ଠାରୁ ଓଡ଼ିଶାକୁ ନିଜ ଅଧୀନକୁ ଆଣିଲେ । ବଣିକ ଇଂରେଜ ଜାତି ନିଜର କୁଟନୀତି ପ୍ରୟୋଗ କରି ସାରା ଭାରତ ଆକାଶରେ ତଥା ଓଡ଼ିଶାରେ ନିଜର କରାଳ ଛାୟା ବିସ୍ତାର କରିବା ଲାଗି ସାରା ଭାରତ ଜୟ କରିସାରିବା ପରେ ସର୍ବ ଶେଷରେ ଜୟ କରିଥିଲେ ଓଡ଼ିଶା । ମାତ୍ର ଓଡ଼ିଶା ଜୟ କରିବା ସମୟରେ ଖୋର୍ଦ୍ଧା ରାଜବଂଶ ଓ ପାଇକ ମାନଙ୍କର ସୁସଂଗଠିତ ପ୍ରତି ରୋଧର ସମ୍ମୁଖୀନ ହୋଇ ବହୁ ବ୍ରିଟିଶ ସେନା ମୃତାହତ ହୋଇଥିଲେ । ଇଂରେଜମାନେ ଖୋର୍ଦ୍ଧା ପାଇକ ମାନଙ୍କର ପ୍ରତିରୋଧ ଓ ଆତ୍ମବଳୀ ଦେଖି  ଅଭିଭୂତ ହୋଇଥିଲେ । ବିଶେଷ ଜୟୀ ରାଜଗୁରୁଙ୍କ ବୀରତ୍ଵ, ପରାକାଷ୍ଠା ଓ କୁଟନୀତି ଇଂରେଜ ମାନଙ୍କୁ ସ୍ତମ୍ଭୀଭୂତ କରିଥିଲା । ଏ ଖୋର୍ଦ୍ଧା  ମାଟିରେ ଇଂରେଜମାନଙ୍କୁ ପ୍ରବେଶ କରାଇ ନ ଦେବାର ଅଦମ୍ୟ ଆକାଂକ୍ଷା, କର୍ମବୀର ଜୟୀ ରାଜଗୁରୁଙ୍କର ମନରେ ଉଭାସିତ ହୋଇ ପରିଶେଷରେ ବିଦ୍ରୋହର ରୂପ ନେଇଥିଲା । ଜୟୀ ରାଜଗୁରୁଙ୍କର ପରାମର୍ଶରେ ଖୋର୍ଦ୍ଧା ରାଜା, ଇଂରେଜ ମାନଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କଲେ । ଏହି ବିଦ୍ରୋହ ହେଉଛି ଭାରତର ଇଂରେଜ ବିରୁଦ୍ଧରେ ପ୍ରଥମ ଗଣ ବିଦ୍ରୋହ । ୧୮୦୪ ମସିହା ଡିସେମ୍ବର ମାସ ଶେଷ ସପ୍ତାହରୁ ଇଂରେଜ ବାହିନୀ ପକ୍ଷରୁ ଘନଘନ ତୋପ କମାଣର ପ୍ରଚଣ୍ଡ ଆକ୍ରମଣକୁ ଦୀର୍ଘ ତିନି ସପ୍ତାହ ଧରି ପ୍ରତିହତ କରି ଆସିଥିବା ଦୁର୍ଦର୍ଷବୀର ଓଡ଼ିଆ ପାଇକ ବାହିନୀର ପ୍ରାଣମୂଚ୍ଛା ଶେଷ ସଂଗ୍ରାମ ଉପରେ କୂର ଯମଯାତନାର ଯବନିକାପାତ କରି ଦୁର୍ଗମ ଦୁର୍ଭଦ୍ୟ ଖୋର୍ଦ୍ଧା  ଦୁର୍ଗର ସ୍ଵାଧୀନତା ସୂର୍ଯ୍ୟକୁ ଚୀର ଦିନ ପାଇଁ ଗ୍ରାସ କରି ଦେଇଥିଲା । ସେହି କାଳ ମୁହୂର୍ତ୍ତି ରାମଚନ୍ଦ୍ର ଦେବଙ୍କ ଦ୍ଵା ରା ପ୍ରତିଷ୍ଠିତ ଏହି ସୁନ୍ଦର ଓ ସୁଦୃଢ଼ ଆୟତାକୃତି ଖୋର୍ଦ୍ଧା ଦୁର୍ଗର ଭିତର ଓ ବାହାର ଦୁଇ ବିରାଟ ପ୍ରାଚେରୀ ସମେତ ଗଭୀର ଗଡ଼ଖାଇ ଓ ଗଡ଼ର ଚତୁଃଦ୍ଵାର ଆଦି ଥିଲା । ଫଳରେ ହଠାତ୍ ଶତ୍ରୁ ଆକ୍ରମଣକୁ ପ୍ରତିରୋଧ କରାଯାଇପାରୁଥିଲା । ପୂର୍ବ ଦ୍ଵାର ହିଁ ଥିଲା ମୁଖ୍ୟ ଦ୍ୱାର ବା ଖୋଲାଦ୍ଵାର, ଯାହାକି କେବଳ ଯାତାୟତ ପାଇଁ ଉଦ୍ଦିଷ୍ଟ ଥିଲା । ଏହି ମୁଖ୍ୟ ଦ୍ୱାରା ସହିତ ସଂଯୁକ୍ତ ଥିଲା ଦୁଇ ପ୍ରହରୀଙ୍କ କୋଠରୀ । ଏହି ପୂର୍ବ ବା ମୁଖ୍ୟ ଦ୍ଵାର ବରୁଣେଇ ପର୍ବତର ପୂର୍ବପାର୍ଶ୍ଵରେ ଅବସ୍ଥିତ ଥିଲା ଓ ଏହାକୁ ଲାଗି କରିଥିବା ଆୟତାକୃତି କୋଠରୀ ଗୁଡ଼ିକ ଅସ୍ତ ସରଞ୍ଜାମ ତିଆରି ଓ ରହିବା ପାଇଁ ନିର୍ମିତ ହୋଇଥିଲା । କ୍ରମାଗତ ତିନି ସପ୍ତାହ ଧରି । ଓଡ଼ିଶାର ଶେଷ ସ୍ୱାଧୀନ ଦୁର୍ଗ ‘ଖୋର୍ଦ୍ଧା  ଘାଟ ଗଡ଼’କୁ ଉତ୍ତର, ପ୍ରର୍ବ ଓ ପଶ୍ଚିମ ତିନି ଦିଗରୁ ଅବରୋଧ କରି ତୋପ, କମାଣ ଓ ବନ୍ଧୁକ ମୁହଁରୁ ଅବିରତ ଗୁଳିଗୋଳା ବର୍ଷଣ ସଭ୍ ଶକ୍ତିଶାଳୀ ଫିରିଙ୍ଗ ଫୌଜ ସେହି ଦୁର୍ଭଦ୍ୟ ଦୁର୍ଗକୁ ଭେଦ କରିପାରି ନଥିଲା କିମ୍ବା ଦୁର୍ଗମ ବରୁଣେଇ ପାହାଡ଼ର ସୁରକ୍ଷା ବଳୟ ଭେଦ କରି ଦୁର୍ଗ ଦକ୍ଷିଣ ପାର୍ଶକୁ ଅବରୋଧ କରିବା ସକ୍ଷମ ହୋଇ ନଥିଲା । The approaches from the south lay through a difficult pass between the Barunei hills and were stockarded and fortified with strong massonary barriers. It was three weeks before we were in a position to carry these works by storm” (G. Toynbee) ଖୋର୍ଦ୍ଧାର ଦୁର୍ବାର ପାଇକ ବାହିନୀର ନେତୃତ୍ଵ ନେଇ ଦୁର୍ଗ ପୂର୍ବଦ୍ଵାରର ରକ୍ଷା ଦାୟିତ୍ଵରେ ଅବସ୍ଥାପିତ ଥିଲେ ଅସାଧାରଣ ସାହସୀ ବୀର ତଥା ଖୋର୍ଦ୍ଧା  ରାଜବଂଶର ରାଜଗୁରୁ ଜୟକୃଷ୍ଣ ମହାପାତ୍ର, ଉତ୍ତରଦ୍ୱାରର ରକ୍ଷା ଦାୟିତ୍ଵରେ ଥିଲେ ଖୋର୍ଦ୍ଧା ରାଜ୍ୟର ସ୍ଵନାମଧନ୍ୟ ଦୁଦ୍ଧର୍ଷ ସେନାପତି ବୀରଶ୍ରେଷ୍ଠ ବକ୍ସି ଜଗବନ୍ଧୁ ଏବଂ ପଶ୍ଚିମ ଦ୍ଵାରର ରକ୍ଷକ ଥିଲେ ଦେୱାନ ହରିହର ଭ୍ରମରବର ରାୟ । ମାତ୍ର ଏକ ସମୟରେ ଦୁର୍ଗର ପୂର୍ବପାଖ ପ୍ରାଚେରୀ ଉପରେ ହିଁ ଇଂରେଜ ଫୌଜର ବହୁମୁଖୀ ଆକ୍ରମଣ କ୍ରମାଗତ କେନ୍ଦ୍ରୀଭୂତ ହେବାକୁ ଲାଗିଲା । ବହୁ ସଂଖ୍ୟକ ତୋପ କମାଣରୁ ଲଗାତର ଗୁଳିବର୍ଷଣ ଚାଲିଥାଏ । ପ୍ରତ୍ୟେକ ମୁହୂର୍ତ୍ତର ତାପ ନାଦରେ ଥରି ଉଠୁଥାଏ ଗଡ଼ ପ୍ରାଚୀର । କମ୍ପି ଉଠୁଥିଲା ବରୁଣେଇ ଗିରି ଗସ୍ଵର । ହଠାତ୍ ଏକ ଭୟଙ୍କର ଶବ୍ଦ ସହ ଗଡ଼ର ପୂର୍ବପାଖ ପ୍ରାଚେରୀ କାନ୍ଥରେ ପ୍ରକାଣ୍ଡ ଫାଟ ସୃଷ୍ଟି ହେବା ସହ ପ୍ରାଚେରୀର ଏକ ଅଂଶ ଭାଙ୍ଗି ପଡ଼ିଲା । ଗଡ଼ର ପତନ ନିଶ୍ଚିତ ମନେ କରି ଗଡ଼ ମଧ୍ୟରେ ଥିବା ରାଜା, ରାଜଗୁରୁ, । ସେନାପତି, ଦେୱାନ, ପ୍ରହରୀ ଓ ପାଇକ ଯୋଦ୍ଧାମାନେ ଚାଲିଗଲେ ଏହି ଖୋର୍ଦ୍ଧା ନିକଟସ୍ଥ ଓ ଅଧୀନସ୍ଥ ରାମେଶ୍ଵର ଗଡ଼କୁ । ପରେ ଏହି ଦୁର୍ଭେଦ୍ୟ ଦୁର୍ଗ ଧ୍ଵଂସ  ବିଧ୍ୱସ୍ତ ହୋଇଗଲା । ଏଠି ନିସ୍ତବ୍ଧ ହୋଇଗଲା ବରୁଣେଇ ଗିରିଗହ୍ଵର, ନିର୍ଜନ ହେଲା ବରୁଣେଇ ଘନ ଅରଣ୍ୟାନୀ । ଏହି ସୁଦୃଢ଼ ଖୋର୍ଦ୍ଧା ଦୁର୍ଗ ପ୍ରାୟ ୧୭୦ ବର୍ଷକାଳ ମୋଗଲମାନଙ୍କ ଘନ ଘନ ଆକ୍ରମଣର ପ୍ରତିରୋଧ କରି ଓଡ଼ିଶାର ଧର୍ମ ଓ ଜାତୀୟତା ରକ୍ଷାରେ ବିଶେଷ ସାହାଯ୍ୟ କରିଥିଲା । ମାତ୍ର ଇଂରେଜମାନଙ୍କ ଆକ୍ରମଣ ସମୟରେ ଧ୍ଵସ୍ତବିଧ୍ଵସ୍ତ ଉକ୍ତ ଦୁର୍ଗର ଧ୍ଵଂସାବଶେଷ ଦର୍ଶନରେ ଜାତୀୟ ବୀର ରାମଚନ୍ଦ୍ର ଦେବ ଓ ପାଇକ ବାହିନୀର ସ୍ମତି ଅଦ୍ୟାବଧୂ ଜାଗରିତ ହୁଏ । ମୋଗଲ ଓ ମରହଟ୍ଟା ରାଜତ୍ଵ କାଳରେ ବାହ୍ୟ ଶତୁର ଆକ୍ରମଣ  ପ୍ରତିହତ କରିବା ନିମିତ୍ତ ସୁଦକ୍ଷ ମନ୍ତ୍ରୀ ଓ ସେନାପତି ଜନାର୍ଦ୍ଦନ ।  ବିଦ୍ୟାଧରଙ୍କ ସୁଯୋଗ୍ୟ ପୁତ୍ର ବୀର ରାମଚନ୍ଦ୍ର ଦେବଙ୍କ ‘ଖୋର୍ଦ୍ଧା ଦୁର୍ଗ”, ତା’ର ବଳିଷ୍ଠତା ପ୍ରମାଣିତ କରିବା ସଂଗେସଂଗେ ସ୍ଵାଧୀନ ଓଡ଼ିଆ । ରାଜ୍ୟର ଏକ ବିଶିଷ୍ଟ ଅଂଶ ତଥା ଧର୍ମପୀଠ ପୁରୀ ଓ ଭୁବନେଶ୍ଵରର ଚତୁପାର୍ଶ୍ୱବର୍ତ୍ତୀ ଅଞ୍ଚଳ କଳାପାହାଡ଼ର ଘୋର ଆତଙ୍କ ପ୍ରଦ ଓ ବିଭୀଷିକାମୟ ଆକ୍ରମଣ ଜନିତ ଅରାଜକତା ରକ୍ଷା କରିବା ପାଇଁ ସମର୍ଥ ହୋଇଥିଲା । ରାଜା ମୁକୁନ୍ଦ ଦେବ ପରେ ଇଂରେଜ ମାନଙ୍କ ଦ୍ଵାରା ଗିରଫ ହୋଇ ବାରବାଟୀ ଦୁର୍ଗରେ ବନ୍ଦୀ ହୋଇ ରହିଲେ । ଜୟୀ ରାଜଗୁରୁ ଇଂରେଜ ମାନଙ୍କର ବଶତୃ ସ୍ଵୀକାର କରିବା ଅପେକ୍ଷା । ପ୍ରାଣବଳୀ ଦେବା ଶ୍ରେୟସ୍କର ମଣିଲେ ଇଂରେଜ ମାନଙ୍କ ବିରୁଦ୍ଧରେ । ସ୍ୱର ଉତ୍ତୋଳନ କରି ସେ ସୈନ୍ୟବାହିନୀ ବୃଦ୍ଧି କଲେ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ । ଖୋର୍ଦ୍ଧା ରାଜାଙ୍କୁ ବଶୀଭୂତ କରିବାର ସମସ୍ତ ପ୍ରଚେଷ୍ଟା ଇଂରେଜମାନଙ୍କର ବିଫଳ ହେଲା । ଇଂରେଜ ମାନେ ମଧ୍ୟ ଉପଲବ୍ଧି କଲେ ଯେ, ଜୟୀ ରାଜଗୁରୁଙ୍କୁ କୌଣସି ପ୍ରକାରେ ପ୍ରଲୁବ୍ଧ କରି ହେବା ନାହିଁ । ପରାକ୍ରମଶାଳୀ ଇଂରେଜ ସୈନ୍ୟବାହିନୀର ଅତ୍ୟାଧୁନିକ ଗୋଳାବାରୁଦ, ତୋପ ସମ୍ମୁଖରେ ଖୋର୍ଦ୍ଧାର ବୀର ପାଇକ ସେନା ଖଡଗ, ଢାଲ, ବର୍ଚ୍ଛା, ତେଣ୍ଟା ଓ ଲାଠି ଧରି ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇ ରହିଲେ । ଇଂରେଜମାନେ ଖୋର୍ଦ୍ଧା ରାଜା ଓ ମନ୍ତ୍ରୀ ତଥା । ପରାମର୍ଶଦାତା ଜୟୀ ରାଜଗୁରୁଙ୍କୁ ଉପଯୁକ୍ତ ଶାସ୍ତି ଦେବା ନିମନ୍ତେ ଅତର୍କିତ ଭାବେ ଖୋର୍ଦ୍ଧା ଗଡ଼ ଅବରୋଧ କରିବାକୁ ସାତ ହଜାର ସୁଶିକ୍ଷିତ ସୈନ୍ୟ ପ୍ରେରଣ କଲେ । ଇଂରେଜ ସୈନ୍ୟ ମାନେ ଖୋର୍ଦ୍ଧାର ମୁକୁନ୍ଦ । ପ୍ରସାଧ ଗ୍ରାମର ଆମ୍ବତୋଟା ମଧ୍ୟରେ ଛାଉଣୀ ପକାଇଲେ । ଜୟୀ ରାଜଗୁରୁ ଗୁପ୍ତଚରଠାରୁ ଉକ୍ତ ସମ୍ବାଦ ପାଇ ସେହି ମୁକୁନ୍ଦ ପ୍ରସାଦ ଗ୍ରାମରେ ହିଁ ଇଂରେଜ ସୈନ୍ୟମାନଙ୍କୁ ଅତର୍କିତ ଆକ୍ରମଣ କଲେ । ବରୁଣେଇ ଗଡ଼ ଖୁବ୍ ସୁଦୃଢ଼ ଥିଲେ ମଧ୍ୟ ବ୍ରିଟିଶ ତୋପମାଡ଼ରେ ତାହା ଭାଙ୍ଗି ପଡ଼ିଥିଲା । ନିଜ ଜୀବନକୁ ବାଜି ରଖି ଶେଷ ପର୍ଯ୍ୟନ୍ତ ଇଂରେଜମାନଙ୍କୁ ଭୟଭୀତ କରି ଦେଇଥିଲେ । ମାତ୍ର ଭାଗ୍ୟର ବିଡ଼ମ୍ବନା ବଶତ୍ ଜୟୀରାଜଗୁରୁ ଇଂରେଜ ସୈନ୍ୟମାନଙ୍କ ଦ୍ଵାରା ଧରା ହୋଇ ରାଜା ମୁକୁନ୍ଦ ଦେବ ବନ୍ଦୀ ଭାବରେ ରହିଥିବା ବାରବାଟୀ ଦୁର୍ଗରେ ବନ୍ଦୀ ହୋଇ ରହିଲେ । ଜୟୀ ରାଜଗୁରୁଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଇ ଇଂରେଜମାନଙ୍କ ବଶତଃ ସ୍ଵୀକାର କରିବାକୁ ବାଧ୍ୟ କରାଗଲା । ମାତ୍ର ସ୍ଵାଧୀନଚେତା ଜୟୀ ରାଜଗୁରୁଙ୍କ ଉପରେ ତାହାର କୌଣସି ପ୍ରଭାବ ପଡ଼ିଲା ନାହିଁ । ଦୁର୍ବଳ ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବ ଶେଷରେ ବନ୍ଦୀ ଗୃହରେ ନିଜର ମତ ପରିବର୍ତ୍ତନ କରି ଜୟୀ ରାଜଗୁରୁଙ୍କ ଉପରେ ସମସ୍ତ ଦୋଷ ଢାଳି ଦେଇ ଇଂରେଜମାନଙ୍କ ସମ୍ମୁଖରେ କ୍ଷମାଭିକ୍ଷା କରିବାରୁ, ରାଜାଙ୍କୁ ବନ୍ଦୀମୁକ୍ତ କରାଯାଇ ଖୋର୍ଦ୍ଧାରେ ନରହି ପୁରୀରେ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ରାଜାଙ୍କର ଏହି ମତକୁ ଇଂରେଜମାନେ ଗ୍ରହଣ କରି ଜୟୀ ରାଜଗୁରୁ ଙ୍କୁ ଦୋଷୀ ମନେ କରି ତାଙ୍କୁ ମେଦୀନପୁରର ବାଘିତୋଟାକୁ ନେଇ ତାଙ୍କର ବିଚାର କରିଥିଲେ ଓ ଏହି ବିଚାରରେ ତାଙ୍କୁ ମୃତ୍ୟୁ ଦଣ୍ଡରେ ସାବ୍ୟସ୍ତ କରାଯାଇ ୧୮୦୫ ମସିହାରେ ଅତି ଅମାନୁଷିକ ଭାବରେ ଫାଶି ଦିଆଗଲା । ଏଥିସହିତ ଖଣ୍ଡ ବିଖଣ୍ଡିତ ହୋଇଗଲା ଉତ୍କଳର ସ୍ଵାଧୀନତା, ଉନ୍ନତ ସଂସ୍କୃତି, ଐତିହ୍ୟ, ପରମ୍ପରା, କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ । ସମଗ୍ର ଭାରତବର୍ଷର ପ୍ରଥମ ଅମର ଶହୀଦ୍ ଜୟକୃଷ୍ଣ ରାଜଗୁରୁ ମହାପାତ୍ରଙ୍କର ଟୋପା ଟୋପା ରକ୍ତ ବିନ୍ଦୁ ଯେତେ ବେଳେ ମେଦୀନପୁର ଭୂମିକୁ ରକ୍ତବର୍ଣ୍ଣ କରି ଦେଲା, ସେତେବେଳେ କ୍ରନ୍ଦନ କରି ଉଠିଲା ଇଂରେଜ ଶାସନାଧୀନ କୋଟି କୋଟି ଭାରତବାସୀଙ୍କ ପ୍ରାଣ ।

ଜୟୀ ରାଜଗୁରୁଙ୍କ ଫାଶୀ ପରେ ଇଂରେଜ ସରକାର ମୁକୁନ୍ଦ ଦେବଙ୍କୁ ବନ୍ଦୀରୁ ମୁକ୍ତ କରି ଦେଇଥିଲେ । ଏହାପରେ ଚାଲିଲା ଇଂରେଜମାନଙ୍କ ଓଡ଼ିଶା ପ୍ରତି ଅକଥନୀୟ ଅନ୍ୟାୟ ଓ ଅତ୍ୟାଚାରର । ବିଭୀଷିକା । ସେନାପତି ବକ୍ସି ଜଗବନ୍ଧୁ ଏଥିରେ ଅସହ୍ୟ ହୋଇ ୧୮୧୭ ମସିହାରେ ପୁରୀ ପୁରୁଣା ନଅରରେ ଗଜପତିଙ୍କୁ ସାକ୍ଷାତ କରି ବିଦ୍ରୋହରେ ଯୋଗ ଦେବା ପାଇଁ ରାଜାଙ୍କର ଅନିଚ୍ଛା ସତ୍ତେ ଅନୁରୋଧ କରିଥିଲେ । ଉତ୍କଳ ସେନାପତି ବଂଶର ଶେଷ ରଶ୍ମି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ୧୮୧୬ ମସିହାରେ ପାଇକ ବିଦ୍ରୋହର ବହ୍ନି ଜଳି ଉଠିଥିଲା । ଖୋର୍ଦ୍ଧାର ଲଢୁଆଳ ପାଇକମାନେ ୧୫୬୮ ମସିହାଠାରୁ ୧୮୧୭ ମସିହା ପର୍ଯ୍ୟନ୍ତ ମୁସଲମାନ, ମୋଗଲ, ମରହଟ୍ଟା ଓ ଇଂରେଜମାନଙ୍କର ଅନ୍ୟାୟ ଅତ୍ୟାଚାରରେ ଯୁଗ ଯୁଗ ଧରି ଶିକାର ହୋଇଥିବାରୁ ତା’ର ପ୍ରତିବାଦ ସ୍ଵରୂପ ବକ୍ସିଙ୍କ ନେତୃତ୍ଵକୁ ବିନାଦ୍ଵିଧାରେ ଗ୍ରହଣ କରି ନେଇଥିଲେ ।

୧୮୧୬ ମସିହା ମାର୍ଚ୍ଚ ମାସରେ ବାଣପୁର ଅଞ୍ଚଳରୁ ୪୦୦ କନ୍ଧ ମେଳ ହୋଇ ଆସି ଖୋର୍ଦ୍ଧା  ପାଇକମାନଙ୍କ ସହିତ ଯୋଗ ଦେଲେ । ପୂର୍ବରୁ ଖୋର୍ଦ୍ଧା ର ପାଇକମାନେ ମୁସଲମାନ, ମୋଗଲ ଓ ବର୍ଗୀ ଅତ୍ୟାଚାରର ବିଷମୟ ଫଳ ଭୋଗ କରିଥିଲେ । ୧୮୦୩  ମସିହାରେ ଇଂରେଜମାନଙ୍କର କୁଫଳ ଭୋଗ କରିବାକୁ ପଡ଼ିଥିଲା । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରେ ହସ୍ତକ୍ଷେପ, ଗଜପତି ମୁକୁନ୍ଦ ଦେବଙ୍କୁ ଗାଦିଚ୍ୟୁତ, ଇଂରେଜ ମୁଦ୍ରା ପ୍ରଚଳନ, ଯାତ୍ରୀକର ଆଦାୟ, କୁଟୀର ଶିଳ୍ପ ଉପରେ କଟକଣା, ନିଷ୍କର ଜାଗିରି ଉପରେ କର ଧାର୍ଯ୍ୟ, ଖୋର୍ଦ୍ଧାକୁ ଖାସ୍ ମାହଲ୍‌ରେ ପରିଣତ, ଲବଣ ଆଇନ ପ୍ରଚଳନ, ବଙ୍ଗାଳୀ । କର୍ମଚାରୀମାନଙ୍କ ହୀନ ଚକ୍ରାନ୍ତ – ତୋଜିମାଟି ମୂଲ୍ୟରେ ସୂର୍ଯ୍ୟ ଆଇନ ବଳରେ କର୍ମଚାରୀ ନିଲାମ, ପାଇକମାନଙ୍କର ମଉଡ଼ମଣି ବକ୍ସିଙ୍କ ପ୍ରତି । ଅବିଚାର, ଖୋର୍ଦ୍ଧାରେ ସାମରିକ ଆଇନ ଜାରି, ପୁରୀ, ପିପିଲି, ଲେମ୍ବାଇ ଓ କୋଠ ଦେଶରେ ସାମରିକ ଆଇନ ଜାରି ଓ ମିର୍ଜା ମାଣ୍ଡି ନାମକ ଦାରୋଗାର ଅତ୍ୟାଚାର ଯୋଗୁଁ ସମସ୍ତେ ଅତ୍ୟାଚାରର ଶିକାର ହେଲେ । ତେଣୁ ବାଧ୍ୟ ହୋଇ ବକ୍ସିଙ୍କ ନେତୃତ୍ଵରେ ବିଦ୍ରୋହ କରିବା ପାଇଁ ସମସ୍ତେ ଆଗେଇ ଆସିଥିଲେ । ବକ୍ସିଙ୍କ ସହଯୋଗୀ ନେତାମାନେ ହେଲେ – ଗୋପାଳ ଛୋଟରାୟ, ପଦ୍ମନାଭ ପାଇକରାୟ, ଆଣ ସିଂ, ନାଥ ପ୍ରଧାନ, ନରସିଂହ ଦଳବେହେରା, ଜାମୁକୋଳି ଦଳବେହେରା, କୃଷ୍ଣଚନ୍ଦ୍ର ଭ୍ରମରବର ରାୟ ଇତ୍ୟାଦି ଏବଂ ଖୋର୍ଦ୍ଧାର ଦଳେଇ, ଦଳ ବେହେରା, ପାଇକରାୟ ଓ ବାଣପୁର, ଲେମ୍ବାଇର ପାଇକମାନେ । ପାଇକ ସଂଗଠନ ପାଇଁ ଏହି ଦଳପତି ମାନେ ବିଭିନ୍ନ ସ୍ଥାନକୁ ଯାଇଥିଲେ । ରୋଡ଼ଙ୍ଗ ଥିଲା ବିଦ୍ରୋହ ଅଗ୍ନିର ପ୍ରଥମ କେନ୍ଦ୍ରପୀଠ । ବିଦ୍ରୋହୀ ମାନେ ପ୍ରଥମେ ବାଣପୁର ଥାନା, ଖଜଣାଖାନା ଲୁଟ୍ କରି ନିଆଁ ଲଗାଇ ଦେଲେ ।  ପରେ ହଜାର ହଜାର ପାଇକ ବିଦ୍ରୋହରେ ଯୋଗ ଦେବା ଦେଖି  । ସରକାର କର୍ମଚାରୀ ନିଜର ଜୀବନ ରକ୍ଷା ପାଇଁ କଟକ ଓ ଅନ୍ୟତ୍ର ପଳାୟନ କଲେ । ସରକାର କର୍ମଚାରୀ ନିମକହାରାମ ଚରଣ ପଟ୍ଟନାୟକଙ୍କୁ ତା’ର ନିଜ ଗ୍ରାମ କୁଦିଆରୀରେ ପାଇକମାନେ ଘେରାଉ କରି ନିଆଁ ଲଗାଇ ଜୀବନ୍ତ ଦଗ୍ଧ କରାଇଥିଲେ । ବକ୍ସି ଜାଣି ଜାଣି ଲୋକ ମାନଙ୍କୁ ଉତ୍ତେଜିତ କରିବା ପାଇଁ ଇଂରେଜମାନଙ୍କ ବିରୋଧରେ ରାଜାଙ୍କ ନାମକୁ ଯୋଡ଼ି ଦେଲେ । ଗଜପତି ବାଧ୍ୟ ହୋଇ ବକ୍ସିଙ୍କ କଥାରୁ ବହିର୍ଭୁତ ହୋଇ ପାରିଲେ ନାହିଁ । ସରକାରୀ କଟକଣା ସତ୍ତ୍ୱେ ଏହାକୁ ଅମାନ୍ୟ କରି ରାଜା ସପରିବାର ଖୋର୍ଦ୍ଧାକୁ ଆଗମନ କଲେ ଓ ପୁନର୍ବାର ସିଂହାସନ ଆରୋହଣ କରିବା ପାଇଁ ରାଜି ହେଲେ, ମାତ୍ର ତାହା । କାର୍ଯ୍ୟରେ ପରିଣତ ହୋଇ ପାରିଲା ନାହିଁ । କାରଣ ୧୮୧୭ ମସିହା ଏପ୍ରିଲ ୧୮ ତାରିଖରେ ଦୋକନ୍ଦାଠାରେ କ୍ୟାପଟେନ୍ ଲି ଫାତ୍ରେ ସହସ୍ରାଧୁକ ପାଇକମାନଙ୍କ ଉପରେ ଆକ୍ରମଣ କରିବାରୁ ସେମାନେ ବିଚଳିତ ହୋଇପଡ଼ିଲେ । ଇଂରେଜ ସେନାପତି ୫୫୦ ସଶସ୍ତ୍ର ବାହିନୀ ଧରି ପୁରୀ ଆସୁଛନ୍ତି ଜାଣି ବକ୍ରି ହତୋତ୍ସାହ ହୋଇ ହଠାତ୍ ପୁରୀ ତ୍ୟାଗ କଲେ । ଆତ୍ମରକ୍ଷା ପାଇଁ ରାଜା ନୂତନ ନୀତି ଧାରଣ କରି ୧୮୧୭ ମସିହା ଜୁଲାଇ ୩ ତାରିଖରେ ସେ ଓ ବକ୍ତି ବାଣପୁର ଆଡ଼େ ଓ ଦେୱାନ କୃଷ୍ଣଚନ୍ଦ୍ର ଭ୍ରମରବର ରାୟ କଣାସ ଆଡ଼େ ଲୁଚି କରି ପଳାଇ ଥିଲେ । ମାତ୍ର ଲି ପାତ୍ରେ ରାଜାଙ୍କୁ ନିଜର ବନ୍ଦୀ କଲେ ଓ ଭାରତର ବଡ଼ଲାଟଙ୍କ ନିର୍ଦ୍ଦେଶକ୍ରମେ ରାଜାଙ୍କୁ ପୁନଃ ବାରବାଟୀ ଦୁର୍ଗରେ ବନ୍ଦୀ କଲେ । ଏହି ବିଦ୍ରୋହ ସମସ୍ତ ପୁରୀ ଜିଲ୍ଲା, ନୟାଗଡ଼, ଦଶପଲ୍ଲା, ରଣପୁର, ବୌଦ, ଘୁମୁସର ଓ ଆଠମଲ୍ଲିକ ଇତ୍ୟାଦି ସ୍ଥାନକୁ ବ୍ୟାପିଗଲା । ଗଞ୍ଜାମଠାରେ ଶ୍ରୀକର ଭଞ୍ଜ ଓ ବର୍ଜି ମିଶି ୨୦୦୦ ବର୍ଗ ମାଇଲ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କଲେ । ଘୁମୁସରର ଇଂରେଜ ବିରୋଧୀ ରାଜାଙ୍କର ବକି ବଂଶରେ ବୈବାହିକ ସମ୍ପର୍କ ଥିବାରୁ ସେ ବକ୍ସିଙ୍କୁ ସାହାଯ୍ୟ କରିଥିଲେ ଓ ଗଞ୍ଜାମର ଶେରଗଡ଼ ବକ୍ସିଙ୍କର ଶ୍ଵଶୁର ଘର ହୋଇଥିବାରୁ ବକ୍ସି ଓ କୃଷ୍ଣଚନ୍ଦ୍ର ଶେରଗଡ଼ରେ ଆଶ୍ରୟ ନେଲେ । ଏହି ପରିପ୍ରେକ୍ଷୀରେ ଇଂରେଜମାନଙ୍କୁ ଓଡ଼ିଶା ମାଟିରୁ ତଡ଼ିବା ପାଇଁ ବହ୍ନି ମରହଟ୍ଟାମାନଙ୍କ ସାହାଯ୍ୟ ଲୋଡ଼ିଥିଲେ । ଏଥିପାଇଁ ବହ୍ନି ଭୂପସିଂହ ନାମକ ଜନୈକ ମରହଟ୍ଟାଙ୍କୁ ଦୂତ ରୂପେ ପଠାଇଥିଲେ । ବଞ୍ଚି ଘୁମୁସରର ଦୁର୍ଗାପ୍ରସାଦ ଗଡ଼ରେ ଆତ୍ମଗୋପନ କରିଥିବା ସମୟରେ ତାଙ୍କୁ ଘୁମୁସରର ରାଜା ଶ୍ରୀକର ଭଞ୍ଜ ତାଙ୍କୁ ସାହାଯ୍ୟ କରିଥିବାରୁ ଭଞ୍ଜବଂଶ ଇଂରେଜ ମାନଙ୍କ କୋପ ଦୃଷ୍ଟିକୁ ଆସି ଏହି ଗୌରବମୟ ବଂଶର ମଧ୍ୟ ବ୍ରିଟିଶମାନଙ୍କ ଦ୍ଵାରା ବିଲୟ ହୋଇଥିଲା । ବକ୍ସିଙ୍କୁ ଧରାଇଦେବା ପାଇଁ ସରକାର ଘୁମୁସର ଗଞ୍ଜାମର ଦୋରା ବିଶୋଇ, ଶ୍ୟାମ ବିଶୋଇ ଓ ବୌଦ ରାଜାଙ୍କୁ ପ୍ରଲୋଭନ ଦେଖାଇ ଥିଲେ । କିନ୍ତୁ ବକ୍ସି ଘୁମୁସର ତ୍ୟାଗ କରି ନୟାଗଡ଼ ଓ ଦଶପଲ୍ଲା ଅଞ୍ଚଳରେ ଲୁଚି ରହି ଥିବାର ସରକାର ଜାଣି ପାରି ନୟାଗଡ଼ ରାଜାଙ୍କ ଉପରେ କୋପଦୃଷ୍ଟି ପକାଇଥିଲେ । ଇଂରେଜ ସରକାର ଜଣେ କଲେକ୍ଟର, ଜଣେ କମାଣ୍ଡିଙ୍ଗ ଅଫିସର ଓ କେତେକ ପିଲାଟାରୀ ଅଫିସରଙ୍କୁ ଲଗାଇ ଏବଂ ସରକାରୀ କଳର ସବୁ ଶକ୍ତି ଖଟାଇ ଖୋଜି ମଧ୍ୟ ବଦ୍ଧି ଓ ଦେୱାନ କୃଷ୍ଣଚନ୍ଦ୍ରଙ୍କୁ ଧରି ପାରିଲେ ନାହିଁ । ତେଣୁ ୧୮୧୮ ମସିହାରେ ସରକାର ଘୋଷଣା କଲେ ଯେ ବକ୍ସି ଜଗବନ୍ଧୁ ଓ ଦେୱାନଙ୍କୁ ଧରାଇ ଦେଲେ ଯଥାକ୍ରମେ ୫୦୦୦ ଟଙ୍କା ଓ ୨୦୦୦ ଟଙ୍କା ଏବଂ ସେମାନଙ୍କର ସହଯୋଗୀ ଅନ୍ୟ ୧୫ ଜଣ ବିଦ୍ରୋହୀ ଆତ୍ମଗୋପନକାରୀ ନେତା ପ୍ରତ୍ୟେକଙ୍କ ପାଇଁ ୧୦୦୦ ଟଙ୍କା ପୁରସ୍କାର ଦିଆଯିବ । କିନ୍ତୁ ଏ ଘୋଷଣାନାମାରୁ କୌଣସି ଫଳ ନ ମିଳିବାରୁ ସରକାର ପୁଣି ଘୋଷଣା କଲେ ଯେ ଯଦି । ବଜ୍ର ଆପେ ଆପେ ଆସି ଧରା ଦେବେ ତା’ ହେଲେ ତାଙ୍କୁ ସର୍ବକ୍ଷମା ପ୍ରଦାନ କରାଯାଇ ସମ୍ମାନର ସହିତ ଓଡ଼ିଶା ବାହାରେ କଲିକତାର । ଆଖପାଖରେ ନିଜର ବନ୍ଦୀ କରି ରଖାଯିବ । ଏ ଘୋଷଣା ଫଳପ୍ରଦ ନହେବାରୁ ପୁଣିଥରେ ସରକାର ଘୋଷଣା କଲେ ଯେ ବଢ଼ି ଆପେ । ଆପେ ଆତ୍ମ ସମର୍ପଣ କଲେ ତାଙ୍କୁ ଓଡ଼ିଶା ବାହାରକୁ ନିଆନଯାଇ କଟକ ବା ବାଲେଶ୍ଵରରେ ସସମ୍ମାନ ରଖାଯିବ । ମାତ୍ର ଏ ତୃତୀୟ ଘୋଷଣାରୁ ମଧ୍ୟ କିଛି ଫଳ ମିଳିଲା ନାହିଁ । ତେଣୁ ୧୮୧୮ ମସିହାରେ କମିଶନର ମି. କେର୍ ଘୋଷଣା କଲେ ସରକାର ବକ୍ସିଙ୍କ ସହ ସମ୍ମାନର ସହିତ କୌଣସି ବିଶ୍ୱସ୍ତ ମସ୍ଥଙ୍କ ସହାୟତାରେ ଦ୍ୱିପାକ୍ଷିକ ଆପୋସ ଆଲୋଚନା କରିବା ପାଇଁ ଆଗ୍ରହୀ । ଏହି ଘୋଷଣା ପରେ ବକ୍ସିଙ୍କର ପୋଷ୍ୟପୁତ୍ରଙ୍କ ସହ ସରକାର ଯୋଗାଯୋଗ ସ୍ଥାପନ କରିବାରୁ ବକ୍ସି ଓ ଦେୱାନଙ୍କ ତରଫରୁ ଇଂରେଜ ସରକାରଙ୍କର ଉଦ୍ଦେଶ୍ୟରେ ଲିଖୁ ଏକ ଦୀର୍ଘପତ୍ର ସେହି ପୋଷ୍ୟ ପୁତ୍ର ମାଧ୍ୟମରେ ପୁରୀର ଜଏଣ୍ଟ ମାଜିଷ୍ଟ୍ରେଟ ମେଲଭିଲ୍ ସାହେବଙ୍କୁ ଦିଆଯାଇଥିଲା । ଏଥିରେ ଦାବୀ କରାଯାଇଥିଲା ଯେ ରାଜାଙ୍କୁ ଖୋର୍ଦ୍ଧା ରାଜଗାଦିରେ ଅଭିଷିକ୍ତ କରାଯିବା ସହିତ ବଜ୍ର ଓ ଦେୱାନଙ୍କୁ ନିଜ ନିଜର ଜାଗିର୍ ମାହଲ ବଙ୍ଗିବାଡ଼ ଓ ଦେନ ବାଡ଼ ଫେରାଇ ଦିଆଯାଉ । କିନ୍ତୁ ଏ ଦାବୀ ପୂରଣ କରିବାରେ  ଅସମର୍ଥ ହୋଇ ସରକାର ପୁନଶ୍ଚ ବକ୍ସିଙ୍କ ପ୍ରତି କଠୋର ପ୍ରକ୍ରିୟାର । ଆଶ୍ରୟ ନେଇଥିଲେ ଏବଂ ୧୮୨୦ ମସିହା ଜୁଲାଇ ୨୦ ତାରିଖରେ ବକ୍ସିଙ୍କର ପରିବାର ସହିତ ୨୪ ଜଣଙ୍କୁ ଗଞ୍ଜାମ ଜିଲ୍ଲାରୁ ଧରି ଆଣି ବନ୍ଦୀ କଲେ । ବକ୍ସିଙ୍କ ପରିବାରର ୭ ଜଣଙ୍କୁ ବାରବାଟୀ ଦୁର୍ଗରେ ବନ୍ଦୀ କରି ରଖିଲେ ମାତ୍ର ଏଥିରେ ବକ୍ସି ତରଳିଲେ ନାହିଁ । ବଡ଼ଲାଟ ବକ୍ସିଙ୍କ ବିରୋଧରେ ଏପରି କଠୋର ପଦକ୍ଷେପର ପରିଣାମ ଭୟାବହ ଆଶା କରି ତୁରନ୍ତ ବକ୍ସିଙ୍କ ପରିବାରବର୍ଗଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଲେ । ମାତ୍ର ଏକ ମାସ ପରେ ୧୮୨୦ ମସିହା ସେପ୍ଟେମ୍ବର ୧ ତାରିଖରେ ବକ୍ସିଙ୍କ ପରିବାରକୁ ଛାଡ଼ି ଦିଆଗଲା । ୧୮୨୨ ମସିହାରେ ବକ୍ସିଙ୍କ ମାହାଲକୁ ସରକାର ବାଜ୍ୟାପ୍ତ କରି ଦେଲେ । ମାତ୍ର ଏଥିରୁ କିଛି ସୁଫଳ ମିଳିଲା ନାହିଁ । ୧୮୨୩ ମସିହାରେ ଖୋର୍ଦ୍ଧାର ଜଏଣ୍ଟ ମ୍ୟାଜିଷ୍ଟ୍ରେଟ ଉଇଲକିସନ୍ ପୁନର୍ବାର ବକ୍ସିଙ୍କ ପୋଷ୍ୟପୁତ୍ରଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କଲେ ଏବଂ ଘୋଷଣା କଲେ ଯେ ବକ୍ସିଙ୍କ ସହିତ ସରକାର ବନ୍ଧୁତ୍ଵପୂର୍ଣ୍ଣ ସହଯୋଗ ଚାହାନ୍ତି । ତେଣୁ ବକ୍ସି ଆଉ ଆତ୍ମ ସମର୍ପଣ ନ କରି ଆସି ସାକ୍ଷାତ ହୁଅନ୍ତୁ । ସରକାର ତାଙ୍କୁ ସ୍ଵାଗତ କରିବେ ଓ ମାସିକ ୨୦୦ ଟଙ୍କା ଥଇଥାନ ପାଇଁ ପ୍ରଦାନ କରିବେ । ଏହି ଘୋଷଣା ପରେ ମଧ୍ୟ ଦୁଇ ବର୍ଷ କାଳ ବଦ୍ଧି ଆତ୍ମପ୍ରକାଶ କରିନଥିଲେ । କିନ୍ତୁ ୧୮୨୫ ମସିହାରେ ବକ୍ସିଙ୍କର ଜଣେ ବିଶ୍ଵସ୍ତ ଶୁଭେଛୁ  ନୟାଗଡ଼ ରାଜାଙ୍କ ବେବର୍ତ୍ତା ବରଜୁ ପାଇକରାୟ ବକ୍ସିଙ୍କୁ ଉକ୍ତ ଘୋଷଣାନାମା ନୁଯାୟୀ ଆତ୍ମପ୍ରକାଶ କରିବାକୁ ପ୍ରବର୍ଭାଇ ଉଇଲକିସଙ୍କ ସହ ସାକ୍ଷାତ କରାଇବାରେ ସଫଳ ହୋଇଥିଲେ । ଏହାପରେ ସରକାର ନିଜର ଘୋଷଣାନାମାନୁଯାୟୀ ବଦ୍ଧି ଓ ଦେୱାନଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ ଏବଂ ବକ୍ସିଙ୍କୁ କଟକରେ ଥଇଥାନ କରି ମାସିକ ୨୦୦ ଟଙ୍କା ବୃଦ୍ଧି ପ୍ରଦାନ କରିଥିଲେ । ଏହି ମହାନ ଜାତୀୟବୀର ଇତିହାସ ପୁରୁଷ କଟକରେ ନଜର ବନ୍ଦୀରେ ରହି ୧୮୨୯ ମସିହା ଜାନୁଆରୀ ୨୦ ତାରିଖ ଶନିବାର ଦିନ ପ୍ରାଣତ୍ୟାଗ କରିଥିଲେ ।

ବକ୍ସିଙ୍କ ମୃତ୍ୟୁପରେ ଖୋର୍ଦ୍ଧା ସ୍ଥିତି

ବକ୍ସିଙ୍କ ମୃତ୍ୟୁପରେ ଖୋର୍ଦ୍ଧା ରାଜ୍ୟର ଗୌରବ ରବି ଚିରକାଳ ପାଇଁ ଅସ୍ତମିତ ହୋଇଥିଲା । ସେ ସମଗ୍ର ଭାରତବର୍ଷର ଜଣେ ଶ୍ରେଷ୍ଠ ବୀର ଶହୀଦ ରୂପେ ଚିର ଦିନ ଲାଗି ଅମର ହୋଇ ରହିଲେ । ଖୋର୍ଦ୍ଧା ଭୂମିକୁ ଅବହେଳିତ, ନିଷେଷିତ ଓ ଶୋଷଣରୁ ରକ୍ଷା କରିବାକୁ ଯାଇ ସେ ନୀରବ ଜୀବନ ଉତ୍ସର୍ଗକରି ଯେଉଁ ଉଜ୍ଜଳମୟୀ ଗୌରବର ପ୍ରଦର୍ଶନ କରିଛନ୍ତି, ତାହା ଯୁଗ ଯୁଗ ଧରି ଲୋକମୁଖରେ ପ୍ରଚାରିତ ହେଉଥିବ । ବର୍ତ୍ତମାନ  ସମାଜ ଉଚ୍ଛଙ୍ଖଳ, ଯୁଗ ସମାଜ ପଥଭ୍ରଷ୍ଟ, ସ୍ଵାର୍ଥ ଓ ବ୍ୟକ୍ତିବାଦର କାୟା ବିସ୍ତାର, ଦେଶପାଣ୍ଠିକୁ ନିଜ ପାଣ୍ଠିରେ ମିଶାଇ ଦେବାକୁ ଅକୁଣ୍ଠ ଏହିପରି ଏକ ନ୍ୟସ୍ତସ୍ୱାର୍ଥ ସମାଜକୁ ବର୍ତ୍ତମାନ  ଉଦ୍ଧାର କରି ଏକ ଜନମଙ୍ଗଳ ଓ ସମାଜକଲ୍ୟାଣ ରାଷ୍ଟ୍ର କରିବାକୁ ହେଲେ, ବର୍ତ୍ତମାନ ଯୁବସମାଜ ବକ୍ସିଙ୍କ ପରି ନିଭୀକ ଓ ନିଃସ୍ୱାର୍ଥପର ହେଲେ, ଏ ଦେଶ ଧ୍ଵଂସ  ମୁଖରୁ ରକ୍ଷା ପାଇଯିବ । ସେହି ଆଜୀବନ ସଂଗ୍ରାମୀ ବକ୍ସି ଜଗବନ୍ଧୁ କେବଳ ଓଡ଼ିଆ ଜାତିର ନମସ୍ୟ ନୁହଁନ୍ତି, ସେ ସମଗ୍ର ଭାରତୀୟ ସ୍ଵାଧୀନତା ଆନ୍ଦୋଳନ ବା ପ୍ରଥମ ସଶସ୍ତ୍ର ଆନ୍ଦୋଳନର ମହାରଥୀ ଅଟନ୍ତି ।

ସଂଗୃହିତ - ଡକ୍ଟର ଜନ୍ମେଜୟ ଚୌଧୁରୀ, ଇତିହାସ ବିଭାଗ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ, କାଇପଦର, ଖୋର୍ଦ୍ଧା

ଆଧାର - ଇ ମଗାଜିନ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top