ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଭାରତର ମୁକ୍ତି ସଂଗ୍ରାମରେ ଦାଣ୍ଡିଯାତ୍ରା
ସେଆର କରନ୍ତୁ

ଭାରତର ମୁକ୍ତି ସଂଗ୍ରାମରେ ଦାଣ୍ଡିଯାତ୍ରା

ମହାତ୍ମା ଗାନ୍ଧୀଙ୍କର ଲବଣ ସତ୍ୟାଗ୍ରହର ଡାକରା ଓଡ଼ିଶାରେ ମଧ୍ୟ ବ୍ୟାପକ ଜନଜାଗରଣ ସୃଷ୍ଟି କରିଥିଲା ।

ଐତିହାସିକ ଦାଣ୍ଡିଯାତ୍ରା ଏକ ପ୍ରମୁଖ ଘଟଣା

ଭାରତର ସ୍ଵାଧୀନତା ସଂଗ୍ରାମରେ ଜାତିର ପିତା ମହାତ୍ମା ଗାନ୍ଧୀ ଜଣେ ଅନନ୍ୟ ଅଗ୍ରଦୂତ ଥିଲେ । ଏହି ମହାସମରରେ ସେ ସତ୍ୟ ଏବଂ ଅହିଂସାର ବ୍ରହ୍ମାସ୍ତ୍ର ପ୍ରୟୋଗ କରି ବିଜୟ ହାସଲ କରିଥିଲେ ଏବଂ ତମସାଚ୍ଛନ୍ନ ପରାଧୀନ ଭାରତ ପାଇଁ ମୁକ୍ତିର ସୂର୍ଯ୍ୟୋଦୟ ଆଣିଥିଲେ । ଭାରତର ସ୍ଵାଧୀନତା ଆନ୍ଦୋଳନ କାଳରେ ମହାତ୍ମା ଗାନ୍ଧୀ ଅନେକ ଆନ୍ଦୋଳନର ନେତୃତ୍ଵ ନେଇଥିଲେ । ତନ୍ମଧରୁ ତାଙ୍କର ଐତିହାସିକ ଦାଣ୍ଡିଯାତ୍ରା ଏକ ପ୍ରମୁଖ ଘଟଣା ଅଟେ । ଲୁଣ ଏକ ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକୀୟ ପଦାର୍ଥ ହୋଇଥିଲେ ହେଁ ତାହା ଜନସାଧାରଣ ପ୍ରସ୍ତୁତ କରିବା ଆଇନ ବିରୁଦ୍ଧ ବୋଲି ତତ୍କାଳୀନ ବ୍ରିଟିଶ ସରକାର ଘୋଷଣା କରିଥିଲେ । ତେଣୁ ଗାନ୍ଧିଜୀ ଆରବସାଗର ଉପକୂଳରେ ଦାଣ୍ଡି ନାମକ ସ୍ଥାନରେ ଲବଣ ପ୍ରସ୍ତୁତ କରି ବ୍ରିଟିଶ ସରକାରଙ୍କର ଲବଣ ଆଇନକୁ ଅମାନ୍ୟ କରିବା ପାଇଁ ସ୍ଥିର କରିଥିଲେ । ୧୯୨୮ରେ ଗାନ୍ଧିଜୀ ଯେତେବେଳେ ଭାରତର ପ୍ରତ୍ୟକ୍ଷ ରାଜନୀତିରେ ପୁନଃପ୍ରବେଶ କଲେ, ସେତେବେଳେ ୧୯୩୦ ମସିହାରେ ସେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ଡାକରା ଦେଇଥିଲେ । ଗାନ୍ଧିଜୀଙ୍କର ଏହି ଦାଣ୍ଡିଯାତ୍ରାକୁ ସୁଭାଷ ବୋଷ ନେପୋଲିଅନଙ୍କର ଏଲ୍‌ବା ପ୍ରତ୍ୟାବର୍ତ୍ତନ ପରେ ପ୍ୟାରିସ୍ ଅଭିଯାନ ସହ ତୁଳନା କରିଥିଲେ । ମାର୍ଚ୍ଚ ୧୨, ୧୯୩୦ରେ ଐତିହାସିକ ଦାଣ୍ଡିଯାତ୍ରାରୁ ହିଁ ଗାନ୍ଧିଜୀଙ୍କର ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା । ମାର୍ଚ୍ଚ ୧୧ ତାରିଖ ୧୯୩୦ରେ ଅହମଦାବାଦ୍‌ର ସାବରମତୀ ନଦୀକୂଳରେ ଦଶ ହଜାର ଜନତା ସନ୍ଧ୍ୟା ପ୍ରାର୍ଥନା ନିମିତ୍ତ ସମବେତ ହୋଇଥିଲେ । ପ୍ରାର୍ଥନା ସଭା ପରେ ସମବେତ ଜନତାଙ୍କୁ ମହାତ୍ମା ଗାନ୍ଧୀ ତାଙ୍କର ଦାଣ୍ଡିଯାତ୍ରା ସଂପର୍କରେ ସତ୍ୟାଗ୍ରହ ଓ ଅହିଂସାର ମନ୍ତ୍ର ସହ ଯେଉଁ ପ୍ରଭାବଶାଳୀ, ଗାମ୍ଭୀର୍ଯ୍ୟପୂର୍ଣ୍ଣ, ଭାବପ୍ରବଣ, କାଳଜୟୀ ସମ୍ବୋଧନ କରିଥିଲେ, ତାହା ନିମ୍ନରେ ବର୍ଣ୍ଣନା  କରାଗଲା । ଏହି ଭାଷଣରେ ଗାନ୍ଧିଜୀ ସମାଜରେ ଗୋଟିଏ ଅହିଂସା ଆନ୍ଦୋଳନର ପ୍ରକୃତ ରୂପରେଖ ସଂପର୍କରେ ଚିତ୍ର ପ୍ରଦାନ କରିଛନ୍ତି ।

“ଏହା ହୁଏତ ଆପଣମାନଙ୍କୁ ମୋର ଶେଷ ସମ୍ବୋଧନ, ଯଦିବା ସରକାର ଆସନ୍ତା କାଲି ପ୍ରଭାତରେ ମୋତେ ପଦଯାତ୍ରା ପାଇଁ ଅନୁମତି ଦିଅନ୍ତି, ତଥାପି ଏହା ହିଁ ମୋର ପବିତ୍ର ସାବରମତୀ ନଦୀ । କୂଳରେ ଶେଷ ସମ୍ବୋଧନ ହେବ । ସମ୍ଭବତଃ, ଏହା ହିଁ ମୋ ଜୀବନର ଶେଷ ଶବ୍ଦ ।

ଗତ କାଲି ମୁଁ ଆପଣମାନଙ୍କୁ ମୋର ଯାହା କହିବାର ଥିଲା ସବୁ କହିଥିଲି । ଆଜି କେବଳ ମୁଁ ଏତିକି କହିବି ଯେ, ମୁଁ ଏବଂ ମୋର ସାଥୀମାନେ ଗିରଫ ହେବ। ପରେ ଆପଣମାନେ କ’ଣ କରିବା ଉଚିତ । ଜଲାଲ ପୁରକୁ ଯାତ୍ରା କରିବାର ପୂର୍ବ ଯୋଜନାକୁ ନିଶ୍ଚିତ ଭାବରେ ସାକାର କରାଯିବ । ଏଥିପାଇଁ ସେଚ୍ଛାସେବୀମାନଙ୍କର ଚିଠା ପ୍ରସ୍ତୁତି କେବଳ ଗୁଜରାଟ ମଧ୍ୟରେ ସୀମିତ ରହିବ । ଗତ ପନ୍ଦରଦିନ ମଧ୍ୟରେ ମୁଁ ଯାହା ଦେଖିଛି ଆଉ ଶୁଣିଛି ମୁଁ ବିଶ୍ଵାସ କରିବାକୁ ବାଧ୍ୟ ହେଉଛି ଯେ ଆଇନ ଅମାନ୍ୟକାରୀଙ୍କର ସ୍ରୋତ ଅବ୍ୟାହତ ରହିବ । କିନ୍ତୁ ଆମେ ସମସ୍ତେ ଗିରଫ ହେବା ପରେ ମଧ୍ୟ ଶାନ୍ତି ଶୃଙ୍ଖଳା । କଂଗ ହେବା ଉଚିତ ନୁହେଁ । ଗୋଟିଏ ସଂପୂର୍ଣ୍ଣ ଅହିଂସ ସଂଘର୍ଷ ପାଇଁ ଆମେ ଆମର ସମସ୍ତ ସମ୍ବଳର ସୁବିନିଯୋଗ କରିବା । ଆମ ଭିତରୁ କେହି କ୍ରୋଧବଶତଃ କିଛି ଭୁଲ୍ କରିବା ଉଚିତ୍ ନୁହେଁ । ଏହା ହେଉଛି ମୋର ଆଶା ଓ ପ୍ରାର୍ଥନା । ମୁଁ ଆଶା କରୁଛି ମୋର ଏହି ବାର୍ତ୍ତା ପ୍ରତିଟି କୋଣ, ଅନୁକୋଣରେ ପହଞ୍ଚିବ । ମୁଁ ଆଉ ମୋର ବନ୍ଧୁମାନେ କେହି ନ ରହିଲେ ବି ମୋର ଦାୟିତ୍ଵ ସଂପନ୍ନ କରିବାକୁ ହେବ । ଏହା ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି ଆପଣଙ୍କୁ ବାଟ ଦେଖାଇବ ଏବଂ ଏହାର ନେତୃତ୍ଵକୁ ଅନୁସରଣ କରିବା ଆପଣମାନଙ୍କ ଉପରେ ନିର୍ଭର କରୁଛି । ଯେପର୍ଯ୍ୟନ୍ତ ମୁଁ ଜଲାପୁରରେ ପହଞ୍ଚି ନାହିଁ, ସେ ପର୍ଯ୍ୟନ୍ତ କଂଗ୍ରେସ ମୋ’ ଉପରେ ନ୍ୟସ୍ତ କରିଥିବା ଦାୟିତ୍ଵର ବିରୋଧରେ କିଛି କରାଯିବା ଉଚିତ ନୁହେଁ । କିନ୍ତୁ ମୁଁ ଥରେ ଗିରଫ୍ ହୋଇଗଲେ ସଂପୂର୍ଣ୍ଣ ଦାୟିତ୍ଵ କଂଗ୍ରେସକୁ ଚାଲିଯିବ । ମୁଁ ଗିରଫ ହେବା ମାତ୍ରେ ମୋର କଂଗ୍ରେସ ସହ ସଂପର୍କ ର ପରିସମାପ୍ତି ଘଟିବ । ସେ ସମୟ ରେ ସ୍ୱେଚ୍ଛାସେବୀମାନଙ୍କର ଫଜିକରଣ କୋହଳ ହେବା ଉଚିତ ନୁହେଁ । ଯେଉଁଠାରେ ସମ୍ଭବ ସେହିଠାରେ ଲବଣ ଆଇନ ଅମାନ୍ୟ କାର୍ଯ୍ୟକ୍ରମ। ଆରମ୍ଭ ହେବା ଉଚିତ । ଏହି ଆଇନକୁ ତିନୋଟି ଉପାୟରେ ବିରୋଧ କରାଯାଇପାରିବ । ଯେଉଁଠାରେ ଲୁଣ ପ୍ରସ୍ତୁତ କରିବାର ସୁବିଧା ରହିଛି, ସେଠାରେ ଲୁଣ ପ୍ରସ୍ତୁତ କରିବା ଦୋଷାବହ ଅଟେ । ଚୋରାରେ ଲୁଣ ଗଚ୍ଛିତ କରି ରଖିବା ଏବଂ ବିକ୍ରି କରିବା ମଧ୍ୟ ଦୋଷାବହ ଅଟେ ଯଦିଓ ତାହା ପ୍ରାକୃତିକ ଲୁଣ ଅଟେ । ଏହି ଲୁଣ କିଣୁଥିବା କ୍ରେତା ମଧ୍ୟ ସମାନ ପରିମାଣରେ ଦୋଷୀ ଅଟନ୍ତି । ସଂକ୍ଷେପରେ କହିବାକୁ ଗଲେ, ଲୁଣର ଏକଚାଟିଆ କାରବାର ଭାଙ୍ଗିବା ପାଇଁ ଆପଣମାନେ ଏ ସବୁରୁ ଯେକୌଣସି ଗୋଟିଏ ବା ସମସ୍ତ ପଦକ୍ଷେପ ନେଇପାରନ୍ତି । ଆମେ କେବଳ ଏତିକିରେ ସନ୍ତୁଷ୍ଟ ହେବା ଉଚିତ ନୁହେଁ । କଂଗ୍ରେସର କୌଣସି ନିଷେଦ୍ଧାଦେଶ ନାହିଁ ଏବଂ ଯେଉଁଠାରେ ସ୍ଥାନୀୟ କର୍ମୀମାନଙ୍କର ଆପ୍ ବିଶ୍ଵାସ ରହିଛି ଅନ୍ୟାନ୍ୟ ଗ୍ରହଣଯୋଗ୍ୟ ପଦକ୍ଷେପ ନିଆଯାଇପାରିବ । ମୁଁ କେବଳ ଗୋଟିଏ ସର୍ଭରେ ଗୁରୁତ୍ଵ ଦେଉଛି । ମୁଖ୍ୟତଃ, ସ୍ଵରାଜ୍ୟ ହାସଲ କରିବା ପାଇଁ ଆମ ନିକଟରେ କେବଳ ସତ୍ୟ ଏବଂ ଅହିଂସାର ସଂକଳ୍ପର ମାର୍ଗ ରହିଛି । ଅନ୍ୟମାନଙ୍କ ପାଇଁ ସେମାନଙ୍କର ସ୍ଵାଧୀନତା ରହିଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଅନ୍ୟମାନେ ନିଜ ଇଚ୍ଛାମୁତାବକ କାର୍ଯ୍ୟ କରିବେ । ଯେଉଁଠାରେ ସ୍ଥାନୀୟ ନେତା ଥୁବେ, ସେଠାରେ ଜନସାଧାରଣ ସେମାନଙ୍କ ନିର୍ଦ୍ଦେଶ ମାନିବେ । ଯେଉଁ ଠାରେ କୌଣସି ନେତା ନବେ ଏବଂ ଯେଉଁ ଠାରେ ମୁଷ୍ଟିମେୟ । ଲୋକଙ୍କର ଏହି ଯୋଜନା ଉପରେ ବିଶ୍ଵାସ ଥିବ ଏବଂ ସେମାନଙ୍କର । ପର୍ଯ୍ୟାପ୍ତ ଆତ୍ମବିଶ୍ଵାସ ଥିବ, ସେମାନେ ଯାହା ଚାହିଁବେ ତାହା କରିପାରିବେ । ସେମାନଙ୍କର ଏହା ଅଧିକାର  ନୁହେଁ ବରଂ ଏକ କର୍ତ୍ତବ୍ୟ ଅଟେ । ବିଶ୍ଵର ଇତିହାସ କେବଳ ସେସବୁ ବ୍ୟକ୍ତିମାନଙ୍କର ଦୃଷ୍ଟାନ୍ତରେ ପରିପୂର୍ଣ୍ଣ ଯେଉଁମାନେ କେବଳ ଦୃଢ଼ ଆତ୍ମବିଶ୍ଵାସ, ସାହସ ଏବଂ ସଂକଳ୍ପ । ବଳରେ ନେତୃତ୍ଵ ହାସଲ କରିଛନ୍ତି । ଆମ୍ଭେମାନେ ମଧ୍ୟ ଯଦି ଆନ୍ତରିକତାର ସହ ସ୍ବରାଜ୍ୟ ପାଇଁ ଆଗ୍ରହୀ ଏବଂ ଏହାକୁ ହାସଲ କରିବା ପାଇଁ ବାସ୍ତବରେ ଅଧୈର୍ଯ୍ୟ, ତା’ହେଲେ ଆମର ମଧ୍ୟ ସେହିପରି ଆମ ବିଶ୍ଵାସ ରହିବା ଉଚିତ । ସରକାର ଆମକୁ ଯେତେ ଅଧିକ ଗିରଫ କରିବେ, ଆମର ହୃଦୟ ମଧ୍ୟ ଅଧିକରୁ ଅଧିକ ଦୃଢ଼ ହେବା ଉଚିତ ।

ଏହାବ୍ୟତୀତ ଅନ୍ୟାନ୍ୟ ବିଭିନ୍ନ ମାର୍ଗରେ ଅନେକ କିଛି କରିହେବ । ମଦ ଏବଂ ବିଦେଶୀ ଲୁଗା ଦୋକାନରେ ପିକେଟିଂ କରି ହେବ । ଯଦି ଆମର ଆବଶ୍ୟକୀୟ ସାମର୍ଥ୍ୟ ଥାଏ, ଆମେ କର ଦେବାକୁ ମନା କରିଦେବା । ଓକିଲମାନେ ତାଙ୍କ ଆଇନ ବ୍ୟବସାୟ ଛାଡ଼ି ଦେବେ । ଜନସାଧାରଣ ଆଇନଗତ ବିବାଦରୁ ଊଦ୍ଧରେ ରହି ଅଦାଲତ ବର୍ଜନ କରିବେ । ସରକାରୀ ଚାକିରିଆ ମାନେ ସେମାନଙ୍କ ପଦବୀରୁ ଇସ୍ତଫା ଦେବେ । ଚତୁର୍ଦ୍ଦିଗରେ ବିଷାଦର ରାଜୁତି ମଧ୍ୟରେ ଲୋକମାନେ ନିଯୁକ୍ତି ହରାଇବା ଭୟରେ ଥରି ଉଠିବେ । ଏପରି ଲୋକମାନେ ସ୍ଵରାଜ୍ୟ ପାଇଁ ଅଯୋଗ୍ୟ । କିନ୍ତୁ କାହିଁକି ଏ ବିଷାଦ ? ଦେଶରେ ସରକାରୀ ଚାକିରିଆଙ୍କ ସଂଖ୍ୟା କିଛି ଲକ୍ଷରୁ ଅତିକ୍ରମ କରିବ ନାହିଁ । ଅନ୍ୟମାନଙ୍କ କଥା କ’ଣ କହିବା ? ସେମାନେ କେଉଁଆଡ଼େ ଯିବେ ? ଏପରିକି ସ୍ୱାଧୀନ ଭାରତ ମଧ୍ୟ ଅଧିକ ସଂଖ୍ୟକ ସରକାରୀ ଚାକିରିଆଙ୍କୁ ଗ୍ରହଣ କରିବାକୁ ସକ୍ଷମ ହୋଇପାରିବ ନାହିଁ । ଜଣେ ଜିଲ୍ଲାପାଳଙ୍କର ଏତେ ଭୃତ୍ୟ ଆବଶ୍ୟକ ପଡ଼ିବ ନାହିଁ, ଯାହା ଆଜି ତାଙ୍କର ଆବଶ୍ୟକ ହେଉଛି । ସେ ନିଜେ ନିଜର ଭୃତ୍ୟ ହେବେ । ଆମର ଅୟୁତ ବୁଭୁକ୍ଷୁ ଜନତା ଏପରି ବିପୁଳ ବ୍ୟୟଭାରକୁ କୌଣସି ଉପାୟରେ ବହନ କରିପାରିବେ ନାହିଁ । ତେଣୁ ପ୍ରକୃତରେ ଯଦି ଆମେ ସଚେତନ ତା’ହେଲେ ଆସନ୍ତୁ ସରକାରୀ ନିଯୁକ୍ତିକୁ ବିଦାୟ ଦେବା । ସେ ପଦବୀଟି ଜର ହେଉ ବା ପିଅନର । କିଛି ପାର୍ଥକ୍ୟ ନାହିଁ । ଯେଉଁମାନେ ସମସ୍ତେ ସରକାରଙ୍କୁ ବିଭିନ୍ନ ଉପାୟରେ ସହଯୋଗ କରୁଛନ୍ତି, କର ପ୍ରଦାନ କରୁଛନ୍ତି, ଉପାଧ୍ୟ ଗ୍ରହଣ କରୁଛନ୍ତି, ପିଲାମାନଙ୍କୁ ଇଂରାଜୀ ବିଦ୍ୟାଳୟକୁ ପଠାଉଛନ୍ତି, ସେମାନେ ସମସ୍ତେ ସେମାନଙ୍କର ସହଯୋଗ ପ୍ରତ୍ୟାହାର କରି ଆଣନ୍ତୁ । ଏହାପରେ ଏପରି ମହିଳାମାନେ ଅଛନ୍ତି, ଯେଉଁମାନେ ଏହି ସଂଗ୍ରାମରେ ପୁରୁଷ ସହ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହେବେ ।

ଆପଣମାନେ ଏହାକୁ ମୋର ଅଭିଳାଷ ଭାବରେ ଗ୍ରହଣ କରିପାରନ୍ତି । ମୋର ପଦଯାତ୍ରା ବା ଜେଲ୍‌କୁ ଯିବାର ପର୍ବ ଆରମ୍ଭ ହେବା ପୂର୍ବରୁ ମୁଁ ଏହି ବାର୍ତ୍ତା ଦେବାକୁ ଚାହୁଁଥିଲି । ଆସନ୍ତା କାଲି ପ୍ରଭାତରେ ଯେଉଁ ସଂଗ୍ରାମ ଆରମ୍ଭ ହେବାକୁ ଯାଉଛି, ମୁଁ ଯଦି ସେହି ସମୟ ପୂର୍ବରୁ ଗିରଫ ହୋଇଥାଏ, ତାହା ସ୍ଥଗିତ ବା ପ୍ରତ୍ୟାହାର ନ ହେବା ମୁଁ ଆଶା କରେ । ମୁଁ ସେହି ସନ୍ଦେଶକୁ ଆଗ୍ରହର ସହ ଅପେକ୍ଷା କରିବି ଯେ ମୋର ସାଥୀମାନେ ଗିରଫ ହେବା ମାତ୍ରେ ଆହୁରି ଦଶଟି ଦଳ ଗିରଫ ପାଇଁ ପ୍ରସ୍ତୁତ ଥିବେ । ଭାରତରେ ଏପରି ଲୋକ ଅଛନ୍ତି, ଯେଉଁମାନେ ମୋ ଦ୍ଵାରା ଆରମ୍ଭ ହୋଇଥିବା କାର୍ଯ୍ୟକୁ ସେମାନେ ପୂର୍ଣ୍ଣାଙ୍ଗ କରିପାରିବେ । ସେ ବିଶ୍ଵାସ ମୋର ଅଛି । ଆମ ସମସ୍ୟାର ଯଥାର୍ଥତା ଏବଂ ଅସ୍ତ୍ରର ଶୁଦ୍ଧତା ଉପରେ ମୋର ବିଶ୍ଵାସ ଅଛି । ଯେଉଁଠାରେ ମାଧ୍ୟମ ଗୁଡ଼ିକ ସ୍ଵଚ୍ଛ, ଈଶ୍ଵର ସେଠାରେ ତାଙ୍କର ଆଶୀର୍ବାଦ ସହ ନିଃସନ୍ଦେହରେ ଉପସ୍ଥିତ ଥାଆନ୍ତି । ଯେଉଁଠାରେ ଏହି ତିନୋଟିର ମିଳନ ହୁଏ, ସେଠାରେ ପରାଜୟ ଅସମ୍ଭବ । ଜଣେ ସତ୍ୟାଗ୍ରହୀ ସବୁବେଳେ ବିଜୟୀ ହୋଇଥାଏ ସେ ମୁକ୍ତ ହେଉ ବା ବନ୍ଦୀ । ଯେତେବେଳେ ସେ ସତ୍ୟ ଓ ଅହିଂସାକୁ ପରିହାର କରେ ଏବଂ ନିଜର ଅନ୍ତଃସ୍ପରକୁ କର୍ଣ୍ଣପାତ କରେ ନାହିଁ, ସେତେବେଳେ ସେ ପରାଜିତ ହୁଏ । ଜଣେ ସତ୍ୟାଗ୍ରହୀର ପରାଜୟର ସେ ହିଁ ଏକମାତ୍ର କାରଣ । ଈଶ୍ଵର ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଆସନ୍ତା କାଲି ଆରମ୍ଭ ହେବାକୁ ଥିବା ସଂଗ୍ରାମର ପଥରେ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରନ୍ତୁ । ମାର୍ଚ୍ଚ ୧୧ ତାରିଖ ୧୯୩୦ର ଏହି ସମ୍ବୋଧନର ପରଦିନ ଅର୍ଥାତ୍ ମାର୍ଚ୍ଚ ୧୨ ତାରିଖ ୧୯୩୦ ରେ ଗାନ୍ଧିଜୀ ତାଙ୍କର ୭୮ ଜଣ ସମର୍ଥକଙ୍କ ସହ ସାବରମତୀ ଆଶ୍ରମରୁ ଦାଣ୍ଡି ଗ୍ରାମକୁ ୩୭୫ କି.ମି. ପଦଯାତ୍ରା କରିଥିଲେ । ଏହି ପଦଯାତ୍ରା ସମୟରେ ପ୍ରତିଦିନ ଗାନ୍ଧିଜୀଙ୍କର ଭାଷଣ ସମ୍ବାଦ ପତ୍ରରେ ପ୍ରକାଶ ପାଇ ଜନସାଧାରଣଙ୍କ ମନରେ ଗଭୀର ପ୍ରଭାବ ସୃଷ୍ଟି କରିଥିଲା । ଶହ ଶହ ଗ୍ରାମ ଅଧିକାରୀ  ସେମାନଙ୍କ ଚାକିରିରୁ ଇସ୍ତଫା ଦେଇଥିଲେ । ଏପ୍ରିଲ୍ ୬ ତାରିଖରେ ଗାନ୍ଧିଜୀ ଦାଣ୍ଡିରେ ପହଞ୍ଚି ଲୁଣ ସଂଗ୍ରହ କରି ଲବଣ ଆଇନ ଇଂଗ କରିଥିଲେ । ସେହି ଠାରେ ଗାନ୍ଧିଜୀ ଘୋଷଣା କରିଥିଲେ ଯେ ‘ବ୍ରିଟିଶ୍ ଶାସନ ଭାରତ ପରି ଏକ ମହାନ୍ ରାଷ୍ଟରେ ନୈତିକ, ଭୌତିକ, ସାଂସ୍କୃତିକ ଏବଂ ଆଧାର୍ମିକ ଧ୍ଵଂସ  ଆଣି ଦେଇଛି । ମୁଁ ଏହାକୁ ଏକ ଅଭିଶାପ ଭାବରେ ବିଚାର କରୁଛି । ମୁଁ ଏହିପରି ସରକାରୀ ବ୍ୟବସ୍ଥାକୁ ଧ୍ଵଂସ  କରିବାକୁ ଚାହୁଁଛି । ଆନ୍ଦୋଳନ ହିଁ ମୋର ଧର୍ମ ହୋଇଛି । ଏହା ହେଉଛି ଆମର ଅହିଂସାର ଯୁଦ୍ଧ ।”

ଗାନ୍ଧିଜୀଙ୍କର ଏହି ଆଇନ ଅମାନ୍ୟ ଆନ୍ଦୋଳନ ଦ୍ରୁତ ଗତିରେ ଅଗ୍ନିର ସ୍ଫୁଲିଙ୍ଗ ପରି ଚତୁର୍ଦ୍ଦିଗକୁ ବ୍ୟାପି ଯାଇଥିଲା । ଦେଶର କୋଣ ଅନୁକୋଣରୁ ଜନସାଧାରଣ ଏହି ଅହିଂସା ସଂଗ୍ରାମରେ ସ୍ୱେଚ୍ଛାକୃତ ଭାବରେ ଯୋଗ ଦେଇଥିଲେ । ଲକ୍ଷ ଲକ୍ଷ ଜନତା ସତ୍ୟାଗ୍ରହରେ ଅଂଶ ଗ୍ରହଣ କରିଥିଲେ । ଜନସାଧାରଣ ବିଦେଶୀ ଦ୍ରବ୍ୟ ବର୍ଜନ କରିବା ସହ ସରକାରଙ୍କୁ କର ଦେବା ବନ୍ଦ କରିଦେଲେ । ଏହି ଆନ୍ଦୋଳନର ଏକ ଉଲ୍ଲେଖନୀୟ ବିଷୟ ହେଲା ମହିଳା ମାନଙ୍କ ବ୍ୟାପକ ଅଂଶ ଗ୍ରହଣ । ହଜାର ହଜାର ମହିଳା ସେମାନଙ୍କର ଘରର ଚାରିକାନ୍ଥରୁ ବାହାରି ଆସି ସତ୍ୟାଗ୍ରହରେ ଯୋଗ ଦେଇଥିଲେ । ବିଦେଶୀ ବସ୍ତ୍ର ଏବଂ ମଦ ଦୋକାନ ସମ୍ମୁଖରେ ସେମାନେ ପିକେଟିଂ କଲେ ଏବଂ ପୁରୁଷ ମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଶୋଭାଯାତ୍ରାରେ ବାହାରିଲେ । ସମଗ୍ର ବିଶ୍ଵ ଭାରତୀୟ ନାରୀର ଅପୂର୍ବ ବୀରତ୍ଵରେ ସ୍ତମ୍ଭୀଭୂତ ହୋଇପଡ଼ିଥିଲା । ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା ହେଉଛି ଯେ ପେଶ୍ୱରରେ ଦୁଇ ପ୍ଲାଟୁନ୍ ଗଗ୍ୱାଲି ସୈନ୍ୟ ଅହିଂସ ଗଣ ଆନ୍ଦୋଳନକାରୀଙ୍କ ଉପରେ ଗୁଳିଚାଳନା କରିବାକୁ ମନା କରି ଦେଲେ । ଯଦିଓ ଏହି ଆଦେଶ ଅବମାନନା ପାଇଁ ସେମାନଙ୍କୁ କଠୋର କାରାଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିପାରେ ବୋଲି ସେମାନେ ଜାଣିଥିଲେ । ଏହି ଆନ୍ଦୋଳନରେ ଭାରତୀୟ ଜନତାର ବ୍ୟାପକ ସକ୍ରିୟ ଓ ସ୍ୱେଚ୍ଛାକୃତ ଅଂଶ ଗ୍ରହଣରେ ବିବ୍ରତ ବ୍ରିଟିଶ ସରକାର ସେମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର ଆରମ୍ଭ କରି ଦେଇଥିଲେ । ଗାନ୍ଧିଜୀ ଏବଂ ଅନ୍ୟାନ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ସହ ୯୦,୦୦୦ରୁ ଊଦ୍ଧ ସତ୍ୟାଗ୍ରହୀ ଗିରଫ ହୋଇ କାରାବରଣ କରିଥିଲେ । ସରକାରୀ ହିସାବ ଅନୁଯାୟୀ ଏକ ଶହରୁ ଊଦ୍ଧ ପ୍ରାଣ ହରାଇଥିଲେ ଏବଂ ତିନି ଶହରୁ ଊଦ୍ଧ ଲୋକ ପୋଲିସ୍ ଗୁଳିରେ ଆହତ ହୋଇଥିଲେ । ଯଦିଓ ବେସରକାରୀ ହିସାବ ଏହାଠାରୁ ଯଥେଷ୍ଟ ଅଧିକ ଥିଲା , ପୋଲିସ୍‌ ଲାଠି ଚାଳନାରେ ହଜାର ହଜାର ଜନତାର ହାତ, ଗୋଡ଼ ଭାଙ୍ଗି ଯାଇଥିଲା ଏବଂ ମୁଣ୍ଡ ଫାଟି ଯାଇଥିଲା । ଦକ୍ଷିଣ ଭାରତରେ ଯେଉଁ ଲୋକ ମାନେ ଖଦୀ ଏବଂ ଗାନ୍ଧୀ ଟୋପି ପିନ୍ଧୁଥିଲେ ପୋଲିସ୍‌ ସେମାନଙ୍କୁ ନିର୍ମମ ପ୍ରହାର କରୁଥିଲା ।

ମହାତ୍ମା ଗାନ୍ଧୀଙ୍କର ଲବଣ ସତ୍ୟାଗ୍ରହର ଡାକରା

ମହାତ୍ମା ଗାନ୍ଧୀଙ୍କର ଲବଣ ସତ୍ୟାଗ୍ରହର ଡାକରା ଓଡ଼ିଶାରେ ମଧ୍ୟ ବ୍ୟାପକ ଜନଜାଗରଣ ସୃଷ୍ଟି କରିଥିଲା । ୧୯୩୦ ମସିହା ମାର୍ଚ୍ଚ ୧୬ ତାରିଖରେ ‘ଉତ୍କଳ ପ୍ରଦେଶ କମିଟି’ର ବାଲେଶ୍ଵର ଅଧିବେଶନରେ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ଵରେ ଲବଣ ସତ୍ୟାଗ୍ରହ ଆରମ୍ଭ ନିଷ୍ପତ୍ତି ନିଆଯାଇଥିଲା । ବାଲେଶ୍ଵର ଜିଲ୍ଲାର ରେମୁଣା ବ୍ଲକ୍ ଅନ୍ତର୍ଗତ ଇଞ୍ଚୁଡ଼ି ଗ୍ରାମକୁ ସତ୍ୟାଗ୍ରହ ପାଇଁ ମନୋନୀତ କରାଯାଇଥିଲା । ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାଶଙ୍କ ନେତୃତ୍ଵରେ ୨୧ ଜଣ ସତ୍ୟାଗ୍ରହୀ ପ୍ରଥମ ପର୍ଯ୍ୟାୟରେ ସାତ ଦିନରେ ୧୨୦ ମାଇଲ୍ ଯାତ୍ରା କରି ୧୩୪୧୯୩୦ରେ ସେମାନେ ଇଞ୍ଚୁଡ଼ି ଠାରେ ପହଞ୍ଚି ଲବଣ ଆଇନ ଇଂଗ କରିଥିଲେ । ସେହିପରି ମହାନ୍ ସର୍ବୋଦୟ ନେତା, ସଂଗ୍ରାମୀ ପୁରୁଷ ମନମୋହନ ଚୌଧୁରୀ ମାତ୍ର ୧୫ ବର୍ଷ ବୟସରେ ଲବଣ ସତ୍ୟାଗ୍ରହରେ ଯୋଗଦାନ କରି ୧୯୩୦ ମସିହା ନଭେମ୍ବର ୧୬ ତାରିଖରେ ପିତା ଗୋପବନ୍ଧୁ ଚୌଧୁରୀ ଏବଂ ମା’ ମାଳତୀ ଚୌଧୁରୀଙ୍କ ସହ ଗିରଫ ହେ।ଇଥଲେ । କୁ ଜଗ, ଅସ୍ତରଂଗ, ପୁରୀ ଜିଲ୍ଲାର କୁହୁଡ଼ି ଏବଂ ସଂଜାମର ହୁମାଠାରେ ଏହି ସତ୍ୟାଗ୍ରହ ତୀବ୍ର ଆକାର ଧାରଣ କରିଥିଲା । ବିଭିନ୍ନ ସ୍ଥାନରେ ମରାଯାଉଥିବା ଲୁଣ ଗାନ୍ଧୀ ଲୁଣ ନାମରେ ଲୋକମୁଖରେ ପରିଚିତ ଥିଲା ଏବଂ ଏହି ଲୁଣ ବିକ୍ରି କରାଯାଇ ଚାନ୍ଦା ସଂଗ୍ରହ କରାଯାଉଥିଲା । ବିଦେଶୀ ଲୁଗା ଦୋକାନ ଏବଂ ମଦ ଦୋକାନରେ ପିକେଟିଂ ହେଉଥିଲା । ଓଡ଼ିଶାରେ ରମା ଦେବୀ, ମାଳତୀ ଦେବୀ, ସରଳା ଦେବୀ, ପଦ୍ମାବତୀ ଦେବୀ ଆଦି ଅନେକ ମହୀୟସୀ ନାରୀନେତ୍ରୀ ଲବଣ ସତ୍ୟାଗ୍ରହରେ ନେତୃତ୍ଵ ନେଇ ଲୁଣ ମାରି କାରାବରଣ କରିଥିଲେ । ସରଳାଦେବୀ ହୁମାକୁ ଲୁଣ ମାରିବାକୁ ଯିବା ବାଟରେ ଗିରଫ ହୋଇ କାରାବରଣ କରି ଥିଲେ । ସତ୍ୟାଗ୍ରହୀମାନେ ପୋଲିସ୍‌ ନିଷ୍ଣୁର ଦମନଲୀଳାକୁ ଭୃକ୍ଷେପ ନ କରି ଆଇନ ଅମାନ୍ୟ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ଆନ୍ଦୋଳନ ପ୍ରତ୍ୟାହାର

ଶେଷରେ ଏହି ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ ଗାନ୍ଧିଜୀ ଓ ଭାଇରାୟ ଲର୍ଡ଼ ଇର୍ନଙ୍କ ମଧ୍ୟରେ ଏକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା । ଏହାଦ୍ୱାରା ସରକାର ଆଇନ ଅମାନ୍ୟ ଆନ୍ଦୋଳନରେ ସଂଶ୍ଳିଷ୍ଟ ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରି ଦେବା ପାଇଁ ଏବଂ ସମୁଦ୍ର କୂଳରେ ବାସ କରୁଥିବା ଲୋକମାନଙ୍କୁ ଲବଣ ପ୍ରସ୍ତୁତ କରିବାର ଅଧିକାର  ଦେବାକୁ ସମ୍ମତି ପ୍ରଦାନ କଲେ । ଅନ୍ୟପକ୍ଷରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହାର କରି ନେଲେ ଏବଂ ଦ୍ଵିତୀୟ ଗୋଲ ଟେବୁଲ ବୈଠକରେ କଂଗ୍ରେସର ଯୋଗଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଭାରତର ମୁକ୍ତି ମହାସମରରେ ଜନସାଧାରଣଙ୍କର ସୁପ୍ତ ଜାତୀୟ ଚେତନାକୁ ଜାଗ୍ରତ କରିବା ସହ ଭାରତୀୟ ନାରୀକୁ ସଶକ୍ତି କରିବାରେ ମହାତ୍ମା ଗାନ୍ଧୀଙ୍କର ଦାଣ୍ଡିଯାତ୍ରା ନିସନ୍ଦେହରେ  ଏକ ଗୁରୁତ୍ଵପୂର୍ଣ୍ଣ ଏବଂ ଐତିହାସିକ ଘଟଣା ।

ସହାୟକ ଗ୍ରନ୍ଥସୂଚୀ

  • The selected works of Mahatma Gandhi - Vo.V- The voice of Truth - M.K. Gandhi - General Editor - Shriman Narayan - Part-I - Some famous speeches, P.21-24. navjivan Publishing House,
  • Ahmedabad - 1 A New Look at Modern Indian History - B.L. Grover & S. Grover - S. Chand & Co.,
  • Modern India - Bipan Chandra – NCERT, Publications.
  • ବିଜୟ କୁମାର ଦାଶ, ଅଧ୍ୟାପକ, ଅର୍ଥନୀତି ବିଭାଗ ଅଂଚଳିକ ଅଂଚାୟତ ମହାବିଦ୍ୟାଳୟ, ସୁଜନପୁର, ଯାଜପୁର - ୭୫୫୦୧୭

ଆଧାର - ଇ ମଗାଜିନ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top