ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଭାରତର ସ୍ୱାଧୀନତା ପ୍ରାପ୍ତିରେ ମହିଳାମାନଙ୍କର ଭୂମିକା
ସେଆର କରନ୍ତୁ

ଭାରତର ସ୍ୱାଧୀନତା ପ୍ରାପ୍ତିରେ ମହିଳାମାନଙ୍କର ଭୂମିକା

ଭାରତର ସ୍ୱାଧୀନତା ପ୍ରାପ୍ତିରେ ମହିଳାମାନଙ୍କର ଭୂମିକା ବିଷୟରେ ସୂଚନା I

ମହିଳା ମାନଙ୍କର ସମ୍ମେଳନ

ସନ ୧୯୨୧, ନଭେମ୍ବର ୧୬ ତାରିଖ । ବମ୍ବେ ମହାନଗରର ମାରୱାଡ଼ି ବିଦ୍ୟାଳୟର ହଲ୍‌ରେ ମହିଳା ମାନଙ୍କର ସମ୍ମେଳନ ଥିଲା ବେଶ୍ ଗୁରୁତ୍ଵପୂର୍ଣ୍ଣ । ଆଗକୁ ଥାଏ ବ୍ରିଟେନ୍‌ର ରାଜକୁମାର ୱେଲଙ୍କର ଆଗମନ ଉତ୍ସବ । ଜାଲିଆନାୱାଗର ହତ୍ୟାକାଣ୍ଡ ଦେଶରେ ହଇଚଇ ସୃଷ୍ଟି କରିଥାଏ । ସ୍ଵାଧୀନତା ଆନ୍ଦୋଳନର ସରଗରମ ହାୱା ସାରା ଦେଶର ପରିବେଶ - ପରିସ୍ଥିତିକୁ କରି ଦେଇଥାଏ ଗୁରୁଗମ୍ଭୀର । ଏହିଭଳି ପରିସ୍ଥିତିରେ ରାଜକୁମାର ୱେଲସଙ୍କର ଆଗମନ (Arrival of Prince Wales) ଉତ୍ସବକୁ ବର୍ଜନ କରିବା ପାଇଁ ମହିଳା ସମ୍ମେଳନରେ ନିଷ୍ପତ୍ତି ନିଆଗଲା ।

ଉଚ୍ଚକୁଳର ଝିଅବୋହୂ ମାନେ ଘରୁ ପାଦକାଢ଼ି ଶୋଭାଯାତ୍ରାରେ ଚାଲିଲେ । ସମସ୍ତଙ୍କ ଦେହରେ ଥିଲା ସ୍ଵଦେଶୀ ବସ୍ତ୍ର, ଖଦଡ଼ । କଣ୍ଠରେ ଥିଲା ବିପ୍ଳବର ସଂଗୀତ । ସ୍ଵାଧୀନତା ହାସଲ କରିବାର ପଣ, ଉଚ୍ଚ କଣ୍ଠରେ ସ୍ଲୋଗାନ – ଭାରତ ମାତାକି ଜୟ ... । କ୍ରମେ ଶୋଭାଯାତ୍ରା ଆଗେଇ ଚାଲିଲା ବମ୍ବେର ପ୍ରସିଦ୍ଧ । ମାଧବବାଗ ମନ୍ଦିରକୁ ଯଦିଓ ସେହି ଶୋଭାଯାତ୍ରାରେ । ହିନ୍ଦୁ-ମୁସଲମାନ-ପାଶୀ ରମଣୀମାନେ ଥିଲେ । ସମସ୍ତଙ୍କର ପ୍ରାର୍ଥନା ଥିଲା ଏକ ଓ ଅଭିନ୍ନ । ତାହା ହେଲା - ସ୍ୱଦେଶପ୍ରାପ୍ତି, ସ୍ଵରାଜ୍ୟ ପ୍ରାପ୍ତି ଆଉ ସ୍ଵାଧୀନତା ।

ସ୍ୱାଧୀନତା ପ୍ରାପ୍ତିରେ ମହିଳାମାନଙ୍କର ଭୂମିକା

ବମ୍ବେର ମାରୱାଡ଼ି ବିଦ୍ୟାଳୟ ହରେ ରାଷ୍ଟ୍ରୀୟ ସ୍ତ୍ରୀସଭା ଆନୁକୂଲ୍ୟରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସେଥିରେ ସଭାପତିତ୍ଵ କରିଥିଲେ ଶ୍ରୀମତୀ ସରୋଜିନୀ ନାଇଡୁ । ଏଥିରେ ଶ୍ରୀମତୀ ତୋମିନା ଯୋଷୀ ଇଂରେଜ ସରକାରଙ୍କ ଅତ୍ୟାଚାରଅବିଚାର ବିରୋଧରେ ବିଷୋଦ୍‌ଗାର କରିଥିଲେ । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସମସ୍ତ ମହିଳାଙ୍କୁ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେବା ପାଇଁ ଆହ୍ଵାନ କରାଯାଇଥିଲା । ପରବର୍ତ୍ତୀ କାଳରେ ଅନେକ ମହିଳା ସେମାନଙ୍କର ହାଣ୍ଡିବୁଲା ଛାଡ଼ି ପ୍ରସିଦ୍ଧ ଆଇନ ଅମାନ୍ୟ । ଆନ୍ଦୋଳନ ରେ ଯୋଗ ଦେଇ ଥିଲେ । ସେମାନଙ୍କ ମଧ୍ୟରୁ କେତେଜଣଙ୍କର ନାମ ଉଲ୍ଲେଖ କରିବା ଉଚିତ ମନେହୁଏ । ଯଥା- ସତ୍ୟବତୀ ଦେବୀ (ଦିଲ୍ଲୀ), ଆଶାଲତା ସେନ୍ (ପଶ୍ଚିମବଙ୍ଗ), ନବଶଶୀ ଦେବୀ (ପଶ୍ଚିମବଙ୍ଗ), ରାଣୀ ଗୌଡ଼ିଲୁ, ବି.ଆମ୍ମା, ବାସନ୍ତୀ ଦେବୀ, ପଦ୍ଭାସିନୀ ଅମ୍ମଲ, ସ୍ଵର୍ଣ୍ଣକୁମାରୀ ଦେବୀ, ଶକୁନ୍ତଳା ଦେବୀ (ଗୋଣ୍ଡା), ସୁଶୀଳା ଦେବୀ (ଲାହୋର), ବୀଣାଦାସ, ଭିକାଜୀ କାମା, ରଙ୍ଗିଣୀ ଲକ୍ଷ୍ମୀପତି, ଆମ୍ମୁ ସ୍ଵାମୀନାଥନ୍, ହାନସା ମେହେଟ୍ଟା, ପଣ୍ଡିତ ବିଜୟଲକ୍ଷ୍ମୀ ନେହେରୁ (ଉତ୍ତରପ୍ରଦେଶ), ମୁଥୁ ଲକ୍ଷ୍ମୀ ରେଢୀ, ସରଳା ଦେବୀ (ଓଡ଼ିଶା), ରମାଦେବୀ (ଓଡ଼ିଶା), ମାଳତୀ ଚୌଧୁରୀ (ଓଡ଼ିଶା) ଆଦି ।

ଓଡ଼ିଶାରୁ ଶ୍ରୀମତୀ ସରଳା ଦେବୀ ୧୯୩୦ ମସିହାରେ ବ୍ରହ୍ମପୁର ଠାରେ ‘ଉଦଯୋଗ ମନ୍ଦିର’ ନାମକ ଅନୁଷ୍ଠାନ ସ୍ଥାପନ କରି ବହୁ ପୁରୁଷ ଓ ମହିଳା କର୍ମୀଙ୍କୁ ସ୍ଵାଧୀନତାର ତତ୍ତ୍ଵ ବୁଝାଇ ଆନ୍ଦୋଳନରେ ଯୋଗ ଦେବା ପାଇଁ ପ୍ରବର୍ଭି।ଇ ଥିଲେ । ଶ୍ରୀମତୀ ରମାଦେବୀ (ଚୌଧୁରୀ) ଓ ଶ୍ରୀମତୀ ମାଳତୀ ଚୌଧୁରୀ ଥିଲେ ଗୋଟିଏ ଘରର ଦୁଇଜଣ ବୋହୂ  । ଉଭୟ ସତ୍ୟାଗ୍ରହୀ ଭାବେ ଲାଠିମାଡ଼କୁ  ଭ୍ରୂକ୍ଷେପ ନକରି ବାରବାର ଗିରଫ ହୋଇ ଜେଲଦଣ୍ଡ ଭୋଗି ସ୍ଵାଧୀନତା  ଆନ୍ଦୋଳନକୁ ବଳବତ୍ତର କରାଇଥିଲେ । ଶ୍ରୀମତୀ ସୁଭଦ୍ରା ମହତାବ, ପ୍ରଭାବତୀ ଦେବୀ, ପ୍ରିୟମ୍ବଦା ଦେବୀ, କୃଷ୍ଣକାମିନୀ ଦେବୀ, ଗୋଦାବରୀ । ଦେବୀ, ଶଶୀବାଳା କାନୁନ୍‌ଗୋ, ଅନ୍ନପୂର୍ଣ୍ଣା ମହାରଣା, କୁମାରୀ ପାର୍ବତୀ ଗିରି, ଶକୁନ୍ତଳା ଦେବୀ, କିରଣଲେଖା ମହାନ୍ତି ଆଦି ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।

ଭ।ରତଛାଡ଼ ଆନ୍ଦେ।ଳନରେ ମହିଳାମାନେ ଅଭୂତପୂର୍ବ ବୀରତ୍ଵ ପ୍ରଦର୍ଶନ

ଭ।ରତ ଛାଡ଼ ଆନ୍ଦେ।ଳନ (Quit India Movement)ରେ ଆସାମର ମହିଳାମାନେ ଅଭୂତପୂର୍ବ ବୀରତ୍ଵ ପ୍ରଦର୍ଶନ କରିଥିଲେ । ସେମାନଙ୍କର କାର୍ଯ୍ୟଧାରାରେ ସଂପୂର୍ଣ୍ଣ ସତ୍ୟ ଓ ଅହିଂସା ପ୍ରତିଫଳିତ ହେଉଥିଲା । ସବୁ ଠାରେ ପୁରୁଷମାନଙ୍କ କାନ୍ଧ ସାଥେ । କାନ୍ଧ ମିଳାଇ ସ୍ତ୍ରୀମାନେ ସ୍ଵାଧୀନତା ପାଇଁ ଯୁଝୁଥିଲେ । ଅନେକ କ୍ଷେତ୍ରରେ ମହିଳା ମାନେ ଆଗୁଆ ଚାଲି ମିଲିଟାରୀ ବଳ (Military Force)ର । ସମ୍ମୁଖୀନ ହୋଇ ସଫଳତା ହାସଲ କରୁଥିଲେ । ଯଥା- ବ୍ରହମପୁର, ଗୋହପୁର, ବରପୂଜିଆ ଆଦି ସ୍ଥାନରେ ପ୍ରଥମେ ସଶସ୍ତ୍ର ପୋଲିସ । ବାହିନୀର ମୁକାବିଲା କରି ମହିଳାମାନେ ଶୋଭାଯାତ୍ରା ଆଗେଇ । ନେଇଥିଲେ । ସେଠାରେ ମହିଳାମାନଙ୍କ ଅଭିଯାନର ନେତୃତ୍ଵ  ନେଇଥିଲେ ଶ୍ରୀମତୀ ଅମଲପ୍ରଭା ଦାସ । ସେ ଏକ ମହିଳାଦଳ ସହାୟତାରେ ଗ୍ରାମେ ଗ୍ରାମେ ବୁଲି ସଭାସମିତି ଜରିଆରେ ଇଂରେଜ ସରକାରଙ୍କର ଅତ୍ୟାଚାର ବିରୋଧରେ ଲୋକମାନଙ୍କୁ ବୁଝାଉଥିଲେ । ତାଙ୍କର ଅନ୍ୟତମା ସହଯୋଗିନୀ ଥିଲେ ପୁଷ୍ପଲତା ଦାସ ।

ମହିଳାମାନଙ୍କର ଅଭିଯାନକୁ ଭଣ୍ଡୁର କରିବା ପାଇଁ ପୋଲିସ୍ । ଲାଠି ଚାଳନା କରିଥିଲା । ଉତ୍ତର ଆସାମରେ ଏଥିପାଇଁ ତୀବ୍ର ଆନ୍ଦୋଳନ ତେଜି ଉଠିଲା । ଏଥିରେ ନେତୃତ୍ଵ ନେଲେ ଶ୍ରୀମତୀ ଅନ୍ନପ୍ରଭା । ବଡ଼ୁଆ ଓ ସୁଧାଲତା ଦତ୍ତ । ଆସାମର ବଜାଲିଠାରେ ପ୍ରାୟତଃ ୩୦୦୦ (ତିନି ହଜାର) ମହିଳାଙ୍କର ସମାବେଶରେ ନେତ୍ରୀ ଚନ୍ଦ୍ରପ୍ରଭା ସାଇକିଆ । ସଭାପତିତ୍ଵ କରିଥିବା ବେଳେ ପୋଲିସ ଦମନଲୀଳା ଆରମ୍ଭ କଲେ, ମାତ୍ର ଶ୍ରୀମତୀ ସାଇକିଆ ପୋଲିସକୁ ତିଳେମାତ୍ର ଖାତର ନକରି । ଯଥାବିଧି ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହାପରେ ଆରମ୍ଭ । ହେଲା ଖୋଲା ବିପ୍ଳବ । ମହିଳାମାନଙ୍କର ସରକାରକୁ ସାମନା ସାମ୍ନି । ବିରୋଧ କରିବା ସାହସର କଥା ସମସ୍ତେ ଅନୁଭବ କଲେ । ପୋଲିସ୍‌ । କାର୍ଯ୍ୟାନୁଷ୍ଠାନରେ ବଳି ପଡ଼ିଲେ କୁମାରୀ କନକଲତା ଓ କୁମାରୀ । ତୁଲେଶ୍ଵରୀ । ସେମାନେ ଦେଶ ପାଇଁ ଶହୀଦ ହେଲେ ।

ଚମ୍ପାରନ (Champaron) ରେ ଶ୍ରୀମତୀ ଅବନ୍ତିକା । ଗୋଖେଲ ନାମ୍ନୀ ଜଣେ ସ୍ୱାଧୀନତା ସଂଗ୍ରାମୀ ସତ୍ୟାଗ୍ରହ ଚଳାଇ ରଖିଲେ । ଅଧିକ ସଂଖ୍ୟକ ମହିଳାକର୍ମୀ ସଂଗ୍ରହ ପାଇଁ ସେ ଦେଶ । ସେବିକାଦଳ ଗଠନ କରିଥିଲେ । ଆଇନ ଅମାନ୍ୟ ଆନ୍ଦୋଳନ ଚାଲୁ । ରହିଥିବା ବେଳେ ବମ୍ବେରେ ତାଙ୍କର ଭୂମିକା ଥିଲା ବେଶ ଗୁରୁତ୍ଵପୂର୍ଣ୍ଣ । ବାମପନ୍ଥୀ ଦଳରେ ସାମିଲ ହୋଇଥିବା ମହିଳା ମାନେ ଥିଲେ ଶ୍ରୀମତୀ କମଳାଦେବୀ ଚଟ୍ଟୋପାଧ୍ୟାୟ, ଭାରତୀରଙ୍ଗା, ସୁବାସିନୀ ଜାମ୍ବକର ଆଦି । ସେମାନଙ୍କର ଦଳ ଏପରି ସକ୍ରିୟ ହୋଇପଡ଼ିଥିଲା ଯେ ବଙ୍ଗର ଗଭର୍ଣ୍ଣରଙ୍କୁ ଗୁଳି କରି ହତ୍ୟା କରିଥିବା ଅପରାଧରେ । ଗିରଫ ହୋଇଥିଲେ ଜଣେ ଛାତ୍ରୀ ।

ସନ ୧୯୪୩, ଜୁଲାଇ ୧୨ ବେଳକୁ ସୁଭାଷଚନ୍ଦ୍ର ବୋଷଙ୍କର  ଭାରତୀୟ ଜାତୀୟ ସେନାନୀ (Indian National Army - INA)ର ରାଣୀ ଝାନ୍‌ସୀ ରେଜିମେଣ୍ଟ ପୂର୍ଣ୍ଣ ସକ୍ରିୟତା ଲାଭ କରି ସାରିଥିଲା । ତାହା ସହିତ ମହିଳା ମାନଙ୍କର ଏକ ରେଡ଼କ୍ରସ୍ ୟୁନିଟ୍ (Red Cross Unit) ମଧ୍ୟ କାମ କରୁଥିଲା । ପ୍ରାୟ ୬୦୦ (ଛଅ ଶହ)ରୁ ଉର୍ଦ୍ଧ୍ଵ ସଂଖ୍ୟକ ହିନ୍ଦୁ-ମୁସଲମାନ-ଶିଖ୍ ସେଚ୍ଛାସେବୀ ମହିଳା ସିଂଘାପୁର କ୍ୟାମ୍ପରେ ଯୋଗ ଦେଇଥିଲେ ।

ସନ ୧୯୪୪ ବେଳକୁ ଆଜାଦ - ହିନ୍ଦ -ପୌଜ ବର୍ମାରେ କାମ କରିବା ପାଇଁ ଆଗୁସାର ହୋଇଥାଏ । ରାଣୀ ଝାନ୍‌ସୀ ରେଜିମେଣ୍ଟର ବାଳିକାମାନେ ନିଜ ରକ୍ତରେ ସ୍ଵାକ୍ଷର କରି ନେତାଜୀଙ୍କୁ ଦରଖାସ୍ତ କରିଥିଲେ । ଅଭିପ୍ରାୟ ଥିଲା ଆଜାଦ୍-ହିନ୍ଦୁ-ପୌଜ ସହ ସମତାଳ ଦେଇ ରାଣୀ ଝାନ୍‌ସୀ ରେଜିମେଣ୍ଟକୁ ବର୍ମାରେ କାମ କରିବାର ଅନୁମତି ମିଳୁ । ନେତାଜୀ ତହିଁରେ ସହମତି ପ୍ରକାଶ କରି ସ୍ଵୀକୃତି ଦେଇଥିଲେ । ସେହି ବର୍ଷ ଅକ୍ଟୋବର ୧୨ ତାରିଖରେ ରେଙ୍ଗୁନ ସହରର ଏକ ବିରାଟ । ମଇଦାନରେ ରାଣୀ ଝାନ୍‌ସୀ ରେଜିମେଣ୍ଟ ଅଗ୍ରଗାମୀ ଦଳ ଭାବେ କାର୍ଯ୍ୟ କରି ପ୍ରଶଂସାଭାଜନ ହୋଇପାରିଥିଲା । ସେ’ଦିନର ପ୍ୟାରେଡ଼ ସରିବା ଉପରେ । ସହସା ବ୍ରିଟିଶ୍ ବାହିନୀର ଆକ୍ରମଣ ହେଲା । ମାତ୍ର ପ୍ରୋକ୍ତ ରେଜିମେଣ୍ଟ ସୁରୁଖୁରୁରେ ତା’ର କାର୍ଯ୍ୟ ସଂପାଦନ କରି ପାରିଥିଲା ।

ଅରୁଣା ଆସଫ୍ ଅଲ୍ଲୀ ଓ ଉଷା ମେହେଟ୍ଟାଙ୍କ ପରି ନେତ୍ରୀଗଣ । ବର୍ଷ ବର୍ଷ ଧରି ବଙ୍କର ଭିତରେ (Underground) ରେ ଆତ୍ମଗୋପନ କରି ସଂଗ୍ରାମ ଚଳାଇ ରଖିଥିଲେ । ଅରୁଣା ଆସଫ୍ ଅଲ୍ଲୀଙ୍କ ନେତୃତ୍ଵରେ ୧୯୪୬ର ଆନ୍ଦୋଳନ ପୂର୍ଣ୍ଣ ସଫଳତା ଲାଭ କରି ଥିଲା । ତାଙ୍କ ଯୋଗୁଁ ଗୋୱାଲି ୟର୍ ର ସର୍ବ ଭାରତୀୟ ଜନସମାବେଶରେ ମହିଳାମାନଙ୍କର ଅବଦାନ ଓ କୃତିତ୍ଵକୁ ବହୁ ଭାବେ ସ୍ଵୀକାର କରାଯାଇଥିଲା ।

ବିଶିଷ୍ଟ ମନିଷୀ ଆନି ବେସାନ୍ତଙ୍କର ଉଦାରତା ଯୋଗୁ ମାନ୍ଦ୍ରାଜଠାରେ ୧୯୨୬-୨୭ରେ ମହିଳାମାନେ ଭୋଟ ଦେବାର ଅଧିକାର  ପାଇବା ପାଇଁ ବାରମ୍ବାର ଏକ୍ରତ୍ରିତ ହୋଇଥିଲେ । ସେ କାଳରେ ପ୍ରବଳ ପ୍ରତାପୀ ଇଂରେଜ ସରକାର ଓ କୁସଂସ୍କାର ଆଚ୍ଛନ୍ନ ସମାଜ ବିରୋଧରେ - ଉଭୟପକ୍ଷ ବିରୋଧରେ ସ୍ୱର ଉତ୍ତୋଳନ କରିବା ଏତେ ସହଜ ବ୍ୟାପାର ନଥିଲା ।

ପାଇକ ବିଦ୍ରୋହକୁ ସ୍ଵାଧୀନତା ସଂଗ୍ରାମର ଆଦ୍ୟ ଶଙ୍ଖଧ୍ଵନି ଓ ମହିଳାମାନଙ୍କର ଅବଦାନ

ପାଇକ ବିଦ୍ରୋହକୁ ସ୍ଵାଧୀନତା ସଂଗ୍ରାମର ଆଦ୍ୟ ଶଙ୍ଖଧ୍ଵନି ବୋଲି ଧରି ନିଆଯାଇଛି ଓ ଏଥିରେ ମହିଳାମାନଙ୍କର ଅବଦାନକୁ ସ୍ଵୀକାର କରାଯାଏ । ସିପାହୀ ବିଦ୍ରୋହ (୧୮୫୭)ରେ ଝାସୀରାଣୀ ଲକ୍ଷ୍ମୀବାଈଙ୍କ ବୀରତ୍ଵ ବ୍ରିଟିଶ୍ ସାମ୍ରାଜ୍ୟକୁ ପ୍ରକମ୍ପିତ କରିଥିଲା । ମହିଳାମାନଙ୍କର ଜାଗରଣ ପାଇଁ “ସଖୀ ସମାଜ ନାମରେ ଏକ ସାମାଜିକ – ସାଂସ୍କୃତିକ ସଂଗଠନ କଲିକତାରେ ସନ ୧୮୮୬ରେ ଗଠନ କରାଯାଇଥିଲା । ଏହାର ପ୍ରାଣ ପ୍ରତିଷ୍ଠାତ୍ରୀ ଥିଲେ – ସ୍ଵର୍ଣ୍ଣ  କୁମାରୀ ଦେବୀ । ସେତେବେଳର ପ୍ରଖ୍ୟାତ ପତ୍ରିକା - ଭାରତୀ’ର ସଂପାଦନା । କାର୍ଯ୍ୟ ସେ ପରିଚାଳନା କରୁଥିଲେ । ସନ ୧୮୮୯ରେ କାଦମ୍ବିନୀ ଗାଙ୍ଗୁଲିଙ୍କୁ କଂଗ୍ରେସ ଦଳ ବିଶିଷ୍ଟ କର୍ମକର୍ତ୍ତାଭାବେ ଗ୍ରହଣ କରି ନେଇଥିଲା । ଶ୍ରୀମତୀ ଗାଙ୍ଗୁଲି  ଥିଲେ ଜଣେ ଡାକ୍ତରାଣୀ, ଭାରତରେ ଚିକିତ୍ସା ବିଜ୍ଞାନର ପ୍ରଥମ ଗ୍ରାଜୁଏଟ୍ । ସନ ୧୯୨୫ ରେ ଶ୍ରୀମତୀ ସରୋଜିନୀ ନାଇଡୁ କଂଗ୍ରେସ ଅଧିବେଶନର ସଭାପତିପଦ ଅଳଙ୍କୃତ କରିଥିଲେ । ସନ ୧୮୮୯ରେ ଡାକ୍ତର କାଦମ୍ବିନୀ ଗାଙ୍ଗୁଲିଙ୍କର କଂଗ୍ରେସର କର୍ମକର୍ତ୍ତାଭାବେ ଯୋଗଦାନ ଦିନରୁ ହିଁ ମହିଳା ମାନଙ୍କର ସକ୍ରିୟ ଭୂମିକା ସ୍ପଷ୍ଟତର ହୋଇ ଉଠିଲା । ଜବାହରଲାଲ ନେହେରୁଙ୍କ କନ୍ୟା ଇନ୍ଦିରା ପ୍ରିୟଦର୍ଶନୀ ବାନର ସେନାରେ ସାମିଲ ହୋଇ ସ୍ଵାଧୀନତା – ସେତୁବନ୍ଧ ନିର୍ମାଣରେ ଗୁଣ୍ଡୁଚି ମୂଷା ପରି ବାଲୁକାରେଣୁ ଦାନ ପ୍ରକ୍ରିୟା ଜାରି ରଖିଥିଲେ । ସ୍ଵାଧୀନତା ପାଇଁ କନକଲତା ବରୁଆ ଓ ମାତାଗ୍ନି ହାଜରା ଶହୀଦ ହୋଇଥିଲେ ।

ମହିଳାମାନଙ୍କର ଭୂମିକା ସର୍ବସ୍ଵୀକାର୍ଯ୍ୟ

ସନ ୧୮୮୯ରୁ ୧୯୪୭ – ପାଖାପାଖି ୫୯ ବର୍ଷର ତୀବ୍ର ସଂଗ୍ରାମ ଇତିହାସର ଲିଖିତ ଫର୍ଦ୍ଦ ମାନଙ୍କରେ ଉପରଲିଖିତ ମୁଖ୍ୟ ବ୍ୟକ୍ତିତ୍ଵ ମାନଙ୍କୁ ଦେଖିବାକୁ ମିଳେ । ଅଲିଖିତ ଇତିହାସ ତ ଅନେକ ଅଛି । ମୂକ କରି ରଖାଯାଇଥିବା ମହିଳା ମାନେ ସ୍ଵାଧୀନତାର ସ୍ୱାଦ ପାଇବା ପାଇଁ ପ୍ରଗଳ୍ଭ  ହୋଇ ଉଠିଥିଲେ ଯେପରି । ଶିକ୍ଷାର ଆଲୋକକ୍ରମେ ମହିଳାମାନଙ୍କର ସ୍ଵର ହୋଇ ଉଠିଥିଲା ସ୍ପଷ୍ଟ - ମାର୍ଜିତ ଓ ଆବେଦନଶୀଳ । ମହିଳାମାନେ ନିଜ ନିଜର ଅଜାଣତରେ ଇତିହାସ ପୃଷ୍ଠାରେ ନିଜ ପାଇଁ ସ୍ଥାନ ସ୍ଥିର କରିଯାଇଛନ୍ତି । ସ୍ୱାଧୀନତା ପ୍ରାପ୍ତିରେ ସେମାନଙ୍କର ଭୂମିକାକୁ ଅସ୍ଵୀକାର କରିବା ଅର୍ଥ ସ୍ଵାଧୀନତା ଆନ୍ଦୋଳନକୁ ଅସ୍ଵୀକାର କରିବା । ଅତଏବ ମହିଳାମାନଙ୍କର ଭୂମିକା ସର୍ବସ୍ଵୀକାର୍ଯ୍ୟ ।

ସଂଗୃହିତ - ନିର୍ମଳା କୁମାରୀ ମହାପାତ୍ର, ଟିଚର ଏଡୁକେଟର ଡି.ଆଇ.ଇ.ଟି., ଟୀକାବାଲି, କନ୍ଧମାଳ

ଆଧାର - ଇ ମଗାଜିନ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top