ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଭାରତୀୟ - ଉପନିବେଶରେ ଧାର୍ମିକ ଓ ସାମାଜିକ ଜାଗରଣ
ସେଆର କରନ୍ତୁ

ଭାରତୀୟ - ଉପନିବେଶରେ ଧାର୍ମିକ ଓ ସାମାଜିକ ଜାଗରଣ

ଭାରତୀୟ - ଉପନିବେଶରେ ଧାର୍ମିକ ଓ ସାମାଜିକ ଜାଗରଣ ର ସୂଚନା

ଉନବିଂଶ ଶତାବ୍ଦୀର ପ୍ରାରମ୍ଭରେ ସମାଜ

୨୦୧୨ ମସିହାରେ ତୁମେ ଯେଉଁ ଭାରତୀୟ ସମାଜକୁ ଦେଖୁଛ ତାହା ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରୁ ଭିନ୍ନ ଥିଲା  । ସମାଜର ପ୍ରଗତିରେ ବାଧା ସୃଷ୍ଟି କରିବାର ଦୁଇଗୋଟି ମୁଖ୍ୟ କାରଣ ରହିଅଛି  । ପ୍ରଥମଟି ହେଲା ଶିକ୍ଷାର ଅଭାବ ଏବଂ ଦ୍ଵିତୀୟଟି ହେଲା ମହିଳାମାନଙ୍କୁ ନିମ୍ନ ଦୃଷ୍ଟିରେ ଦେଖିବା  । ଭାରତୀୟ ସମାଜର ଅନେକ ଗୁଡ଼ିଏ ଶ୍ରେଣୀର ରକ୍ଷଣଶୀଳ ମନୋଭାବ ଥିଲା ଓ ସେମାନେ ଅନୁସରଣ କରୁଥିବା ପ୍ରଥାଗୁଡିକ ମାନବୀୟ ଦୃଷ୍ଟିକୋଣରୁ ମୂଲ୍ୟହୀନ ଅଟେ  ।

ଶିକ୍ଷାର ଅଭାବ

ସେ ସମୟରେ ଅଧିକାଂଶ ଲୋକ ଅଶିକ୍ଷିତ ଥିଲେ  । ସାରା ପୃଥିବୀରେ ଶିକ୍ଷା ମୁଷ୍ଟିମେୟ ଲୋକଙ୍କ ହାତରେ ନ୍ୟସ୍ତ ଥିଲା  । ଭାରତରେ ମଧ୍ୟ ଶିକ୍ଷା ଉଚ୍ଚବର୍ଗର ଲୋକଙ୍କ ମଧ୍ୟରେ ସୀମିତ ଥିଲା  । ଭାରତରେ ବ୍ରାହ୍ମଣମାନେ ବେଦ, ଯାହାକି ସଂସ୍କୃତରେ ଲେଖାଯାଇଥିଲା, ତାହାର କେନ୍ଦ୍ରବିନ୍ଦୁ ଥିଲେ  । ନିଜ ନିଜର ସ୍ଵାର୍ଥ ସାଧନ ପାଇଁ ସେମାନେ ଏହାକୁ ବିନିଯୋଗ କରୁଥିଲେ  । ପୁରୋହିତ ଶ୍ରେଣୀର ଲୋକମାନେ ବ୍ୟୟବହୁଳ ପୂଜା, ଜୀବବଳି, ଜନ୍ମ ହେବା ପରେ ଏବଂ ମୃତ୍ୟୁ ହେବା ପରର ଧର୍ମ କର୍ମର ଦାୟିତ୍ଵ ନେଇଥିଲେ  । ଏହାକୁ କରିବା ସମସ୍ତଙ୍କ ପାଇଁ ବାଧ୍ୟବାଧକତା ଥିଲା, କାରଣ ସେମାନେ ମୃତ୍ୟୁ ପରେ ଅଧିକ ସୁଖକର ଜୀବନ ଚାହୁଁଥିଲେ  । କେହି ହେଲେ ବ୍ରାହ୍ମଣ ପୁରୋହିତମାନଙ୍କୁ ଏହା ସମ୍ବନ୍ଧରେ ପ୍ରଶ୍ନ ପଚାରି ପାରୁ ନଥିଲେ କାରଣ ସଂସ୍କୃତରେ କ’ଣ ଲେଖା ଯାଇଛି ତାଙ୍କୁ ଜଣା ନଥିଲା  । ଏହିପରି ୟୁରୋପରେ ‘ବାଇବେଲ’ ମଧ୍ୟ ଲାଟିନ୍ ଭାଷାରେ ଲେଖା ଯାଇଥିଲା  । ଏହା ‘ଗିର୍ଜା’ ର ଭାଷା ଥିଲା ଏବଂ ତାହାର ପୁରୋହିତ ସେହି ଅନୁସାରେ ଧାର୍ମିକ କାର୍ଯ୍ୟ ସମ୍ପାଦନ କରୁଥିଲେ  । ତେଣୁକରି ଏହାର ପ୍ରତିକ୍ରିୟା ଫଳ ସ୍ୱରୂପ ୟୁରୋପ ନବଜାଗରଣ ଏବଂ ସଂସ୍କାରମୂଳକ ଆନ୍ଦୋଳନକୁ ଦେଖିଲା  । ଏହି ସମ୍ବନ୍ଧରେ ଆମ୍ଭେମାନେ ପୂର୍ବରୁ ପଢିଅଛୁ  । ଏହିପରିକି ସମାନତା, ସ୍ଵାଧୀନତା, ମାନବାଧିକାର ସମ୍ବନ୍ଧୀୟ ମନୋଭାବ ୟୁରୋପରେ ବିଭିନ୍ନ ବିଦ୍ରୋହ ବେଳେ ଉପସ୍ଥାପିତ କରାଯାଇଥିଲା  ।

ମହିଳାମାନଙ୍କ ସ୍ଥିତି

ଆଜିକାଲି ଝିଅ ଓ ମହିଳାମାନଙ୍କ ଉନ୍ନତି ପାଇଁ ଅଧିକ ସୁବିଧା ସୁଅଗ ରହିଅଛି  । ସେମାନଙ୍କର ପଢିବା ପାଇଁ ଏବଂ ଘରୁ ବାହାରକୁ ଯାଇ କାମ କରିବାକୁ ସ୍ଵାଧୀନତା ରହିଅଛି  । ଉନବିଂଶ ଶତାବ୍ଦୀର ପାଶ୍ଚାତ ଭାଗ ଅଧିକାଂଶ ମହିଳାମାନଙ୍କ ପକ୍ଷେ ଜୀବନ ଧାରଣ କରିବାପାଇଁ କଷ୍ଟସାଧ୍ୟ ଥିଲା  । ଜନ୍ମିତ ଶିଶୁକନ୍ୟାକୁ ହତ୍ୟା କରିବା, ବାଲ୍ୟବିବାହ, ସତୀପ୍ରଥା ଏବଂ ବହୁ ବିବାହ ପ୍ରଥା ଭଳି ଅନେକ ସାମାଜିକ ପ୍ରଥା ଭାରତୀୟ ସମାଜର ଅନେକ ଜାତିରେ ପାଳନ କରାଯାଉଥିଲା  । ଜନ୍ମିତ ଶିଶୁ କନ୍ୟାକୁ ହତ୍ୟା କରିବା ଗୋଟିଏ ସାଧାରଣ ଅଭ୍ୟାସ ଥିଲା  । ଯେଉଁ ଝିଅମାନେ କନ୍ୟା ହତ୍ୟାରୁ ରକ୍ଷାପାଇଁ ଯାଉଥିଲେ ସେମାନଙ୍କୁ ଅଳ୍ପ ବୟସରେ ବୟସ୍କ ଲୋକମାନଙ୍କ ସହିତ ବିବାହ କରି ଦିଆଯାଉଥିଲା  । ବହୁତ ଜାତି ଏବଂ ଧର୍ମରେ ଏକାଧିକ ପତ୍ନୀ ଗ୍ରହଣ କରିବା ଗୋଟିଏ ଧାରାରେ ପଡିଯାଇଥିଲା  । ଦେଶର କେତେକ ଅଂଶରେ ସତୀପ୍ରଥା ପ୍ରଚଳିତ ଥିଲା  । ବିଧବା ପତ୍ନୀଙ୍କୁ ପତିଙ୍କ ଚିତାଗ୍ନିରେ ଝାସ ଦେବାକୁ ପଡୁଥିଲା  । ଯେଉଁମାନେ ପତିଙ୍କ ଚିତାଗ୍ନିରେ ଝାସ ଦେଉ ନଥିଲେ ସେମାନଙ୍କୁ ଦୟନୀୟ ଭାବରେ ଜୀବନଯାପନ କରିବାକୁ ପଡୁଥିଲା  । ମହିଳାମାନଙ୍କର ସମ୍ପତ୍ତିଗତ ଅଧିକାର ନଥିଲା  । ସେମାନଙ୍କର ଶିକ୍ଷା ପ୍ରାପ୍ତିର ସୁଯୋଗ ନଥିଲା  । ଏହିପରି ଭାବରେ ମହିଳାମାନଙ୍କ ସ୍ଥିତି ସମାଜରେ ବହୁତ ତଳେ ଥିଲା  । ଆକ୍ରମଣକାରୀଙ୍କ ଭୟ ଏବଂ ପରିବାରର ସମ୍ମାନହାନି ଆଉ ଗୋଟିଏ କାରଣ ଥିଲା  । ଅନ୍ୟ କାରଣଗୁଡିକ ହେଲା ଯୌତୁକ, ପୈତୃକ ସମ୍ପତ୍ତିର ବଣ୍ଟୁଆରା ଏହିସବୁ କାରଣ ଯୋଗୁଁ ମହିଳାମାନଙ୍କ ସ୍ଥିତିରେ ଅବନତି ଦେଖା ଦେଇଥିଲା  ।

ଭାରତର ପ୍ରଗତି ବେଳେ କେତେକ ଅଭ୍ୟାସ ଏବଂ ଅନ୍ଧବିଶ୍ଵାସକୁ ଗ୍ରହଣ କରାଯାଉଥିବାର ପ୍ରମାଣ ରହିଥିଲା   । ଲୋକମାନଙ୍କର ସାମାଜିକ ଏବଂ ଧାର୍ମିକ ସ୍ଥିତିକୁ ବଦଳାଇବା ପାଇଁ ସଂସ୍କାର ଦରକାର ଥିଲା  ।

ସାମାଜିକ-ଧାର୍ମିକ ଜାଗରଣର ପରିବର୍ତ୍ତନ ପାଇଁ ପ୍ରୟାସ

ପ୍ରଭେଦ ଓ ଅସମାନତା ବିରୁଦ୍ଧରେ ଲୋକମାନଙ୍କୁ ଜାଗ୍ରତ କରିବାର କାରଣ କ’ଣ ହୋଇପାରେ ବୋଲି ତୁମେ ଭାବୁଛ ? ସଂସ୍କାରକ ରାଜାରାମ ମୋହନ ରାୟ, ଈଶ୍ଵର ଚନ୍ଦ୍ର ବିଦ୍ୟାସାଗର, ସ୍ଵାମୀ ଦୟାନନ୍ଦ ସରସ୍ଵତୀ, ଜ୍ୟୋତିବା ଫୁଲେ, ସାର ସୟଦ ଅହମ୍ମଦ ଖାଁ ଏବଂ ପଣ୍ଡିତା ରମାବାଈ ଦାୟୀ ଅଟେ  । ସେମାନେ ଯେତେବେଳେ ୟୁରୋପୀୟମାନଙ୍କ ସଂସ୍ପର୍ଶରେ ଆସିଲେ, ଜାଣିବାକୁ ପାଇଲେ ଯେ ପୃଥିବୀର ଅନ୍ୟ ଅଂଶରେ ଜୀବନଯାପନରେ ପାର୍ଥକ୍ୟ ରହିଛି  । ଯେତେବେଳେ ବ୍ରିଟିଶ ଧର୍ମପ୍ରଚାରକମାନେ ଖ୍ରୀଷ୍ଟଧର୍ମ ପ୍ରଚାର ଆରମ୍ଭ କଲେ ସେମାନେ ଆମର କେତେକ ସାମାଜିକ ଏବଂ ଧାର୍ମିକ ଅଭ୍ୟାସର କାଟୁ ସମାଲୋଚନା କଲେ ଏବଂ ସେ ସମ୍ବନ୍ଧରେ ପ୍ରଶ୍ନ ଉଠାଇଲେ  । ସେମାନଙ୍କର ଅନେକ ମନୋଭାବକୁ ଆମ ଦେଶର ସନକାରମାନେ ଗ୍ରହଣ କରିନେଲେ  । ସମାଜକୁ ବଦଳାଇବାର ଇଚ୍ଛାଶକ୍ତି ଏତେ ପ୍ରବଳ ଥିଲା ଯେ ସେମାନେ ଭାରତୀୟ ରକ୍ଷଣଶୀଳଙ୍କ ପ୍ରତିରୋଧର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଲେ  । ସମାଜରେ କେତେଗୁଡିର ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ପାଇଁ ସେମାନେ କେତେକ ଆନ୍ଦୋଳନ ଆରମ୍ଭ କଲେ  ।

ଏଗୁଡିକ ବିଜ୍ଞବ୍ୟକ୍ତି ସ୍ଵାମୀ ଦୟାନନ୍ଦ ସରସ୍ଵତୀ ଏବଂ ରାଜା ରାମ ମୋହନ ରାୟଙ୍କ ଯୋଗୁଁ ସମ୍ଭବ ହେଲା  । ସେମାନେ ଧାର୍ମିକ ଧର୍ମଗ୍ରନ୍ଥ ପଢିଲେ ଏବଂ ପ୍ରଚଳିତ ଧାର୍ମିକ ଏବଂ ସାମାଜିକ ଅଭ୍ୟାସଗୁଡିକର ସମାଲୋଚନା କଲେ  । ସେମାନଙ୍କ ଅନୁସାରେ ପୁରୁଷ, ମହିଳା ଉଭୟଙ୍କ ସ୍ଵାଧୀନତା ଏବଂ ସମାନତାକୁ ଭିତ୍ତିକରି ସମାଜ ଗଠନ କରିବା ଉଚିତ  । ଏହା ସେତେବେଳେ ସମ୍ଭବପର ହେବ ଯେତେବେଳେ ମହିଳାମମାନଙ୍କ ମଧ୍ୟରେ ଆଧୁନିକ ଏବଂ ବୈଜ୍ଞାନିକ ଶିକ୍ଷା ପ୍ରସାର ଲାଭ କରିବ  । ଏହି ଆନ୍ଦୋଳନକୁ ସାମାଜିକ ଧାର୍ମିକ ଆନ୍ଦୋଳନ କୁହାଗଲା  । କାରଣ ସଂସ୍କାରକମାନେ ଅନୁଭବ କଲେ ଯେ ଯେଉଁ ପର୍ଯ୍ୟନ୍ତ ଧର୍ମରେ ସଂସ୍କାର ହୋଇନାହିଁ  । ସେ ପର୍ଯ୍ୟନ୍ତ ସମାଜରେ ପରିବର୍ତ୍ତନ ସମ୍ଭବପର ନୁହେଁ  । ଆମ୍ଭେମାନେ ଅଧ୍ୟୟନ କରି ଜାଣିପାରିବା ଯେ କାହିଁକି ସମାଜର ଉଚ୍ଚବର୍ଗର ଲୋକମାନଙ୍କ ପାଇଁ ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେଉଥିଲା  ।

ଜାତିପ୍ରଥା

ଭାରତୀୟ ସମାଜରେ ବହୁ ପୁରାତନ କାଳରୁ କୌଳିକ ବୃତ୍ତିକୁ ଭିତ୍ତିକରି ଜାତିପ୍ରଥା ପ୍ରଚଳିତ ହୋଇଥିଲା  । ବହୁକାଳ ଧରି ନିମ୍ନ ବର୍ଗର ଲୋକମାନଙ୍କର ଧର୍ମ ସମ୍ବନ୍ଧୀୟ ଜ୍ଞାନର ଅଭାବ ଯୋଗୁଁ ଉଚ୍ଚବର୍ଗର ଲୋକମାନେ ଧର୍ମର ବ୍ୟାଖ୍ୟା ଯାହା କରୁଥିଲେ ଅନ୍ଧ ବିଶ୍ଵାସର ବଶବର୍ତ୍ତିହୋଇ ନିମ୍ନବର୍ଗର ଲୋକେ ତାହାକୁ ଗ୍ରହଣ କରୁଥିଲେ  । ଫଳସ୍ୱରୂପ ଉଚ୍ଚବର୍ଗର ଲୋକେ ନିମ୍ନବର୍ଗର ଲୋକଙ୍କୁ ଶୋଷଣ କରୁଥିଲେ  ।

ହିନ୍ଦୁ ସମାଜ ବ୍ରାହ୍ମଣ, କ୍ଷେତ୍ରୀୟ, ବୈଶ୍ୟ ଏବଂ ଶୂଦ୍ରଙ୍କୁ ଭିତ୍ତିକରି ଗଢାଯାଇଥିଲା  । ଏହି ପ୍ରଣାଳୀ ଅନୁସାରେ ଲୋକମାନେ ନିଜ ନିଜର ବୃତ୍ତି ଅନୁସାରେ ବିଭକ୍ତ ହୋଇଥିଲେ  । ଲୋକେ ଯେଉଁମାନେ ଠାକୁରଙ୍କ ପୂଜା ଅର୍ଚ୍ଚନା କଲେ ସେମାନେ ବ୍ରାହ୍ମଣ ନାମରେ ପରିଚିତ ହେଲେ  । ଯେଉଁମାନେ ଯୁଦ୍ଧ କରୁଥିଲେ ତାଙ୍କୁ ବୈଶ୍ୟ କୁହାଯାଉଥିଲା  । ଯେଉଁମାନେ ଉପରଲିଖିତ ତିନି ଶ୍ରେଣୀର ଲୋକମାନଙ୍କର ସେବା କରୁଥିଲେ ତାଙ୍କୁ ଶୂଦ୍ର କୁହାଯାଉଥିଲା  । ଏହି ଜାତିପ୍ରଥା ଯାହାକି ବୃତ୍ତିକୁ ନେଇ ସୃଷ୍ଟି କରାଯାଇଥିଲା ତାହା ବଂଶାନୁକ୍ରମିକ ହୋଇଗଲା  । ଜଣେ ଲୋକ ଯେ କି ଗୋଟିଏ ନିର୍ଦ୍ଧିଷ୍ଟ ଜାତିରେ ଜନ୍ମଗ୍ରହଣ କରିଥିଲା, ସେ ନିଜର ବୃତ୍ତି ବଦଳାଇଥିଲେ ମଧ୍ୟ ଜାତି ବଦଳାଇ ପାରୁ ନଥିଲା  । ଏହା ସମାଜରେ ଅସମାନତା ସୃଷ୍ଟି କଲା  । ନିଜ ଜାତିର ଲୋକମାନଙ୍କୁ ଏହା ଶୋଷଣ ଆଡକୁ ଆଗେଇ ନେଲା  । ତେଣୁ କରି ଜାତି ପ୍ରଥା, ସୁସ୍ଥ, ଗଣତାନ୍ତ୍ରିକ ଏବଂ ପ୍ରଗତିଶୀଳ ସମାଜ ଗଠନ କରିବାରେ ବାଧା ସୃଷ୍ଟି କଲା  ।

ଅନେକ ସାମାଜିକ ଧାର୍ମିକ ସଂସ୍କାରକ ଏବଂ ଅନୁଷ୍ଠାନମାନେ ଏହି ସାମାଜିକ ପ୍ରଥା ବିରୁଦ୍ଧରେ ଲଢିବାକୁ ଆଗେଇ ଆସିଲେ  । ବ୍ରହ୍ମ ସମାଜ, ଆର୍ଯ୍ୟ ସମାଜ, ପ୍ରାର୍ଥନା ସମାଜ, ରାମକୃଷ୍ଣ ମିଶନ ଭଳି ଅନୁଷ୍ଠାନ ଏବଂ ଜ୍ୟୋତି ବା ଫୁଲେ, ପଣ୍ଡିତା ରମାବାଈ, ଶ୍ରୀନାରାୟଣ ଗୁରୁ, ପେରିୟାର, ବିବେକାନନ୍ଦ, ମହାତ୍ମାଗାନ୍ଧୀଙ୍କ ଭଳି ଆହୁରି ଅନେକ ସଂସ୍କାରକ ରକ୍ଷଣଶୀଳତାର ଦୃଢ ପ୍ରତିବାଦ କଲେ  । ବେଦ ଏବଂ ଅନ୍ୟ ଧର୍ମଗ୍ରନ୍ଥଗୁଡିକ ମୂଳ ଲକ୍ଷ୍ୟରୁ ଏହା ବିଚ୍ୟୁତ ହୋଇଥିବାରୁ ଜାତିପ୍ରଥାକୁ ବାରଣ କରିବାକୁ ଅନେକ ସଂସ୍କାରକ ବିଚାର କଲେ  । ସେମାନେ ଜାତିପ୍ରଥାକୁ ଅଗଣତାନ୍ତ୍ରିକ ଏବଂ ଅବୈଜ୍ଞାନିକ ବୋଲି ବିଚାର କଲେ  । ମାନବିକତାର ବିରୁଦ୍ଧାଚରଣ ଏହା କରୁଛି ବୋଲି ସେମାନେ ଅନୁଭବ କଲେ  । ସମାଜ ସଂସ୍କାରକମାନଙ୍କର ଏହି କାର୍ଯ୍ୟ ଲୋକମାନଙ୍କୁ ପରସ୍ପର ପ୍ରତି ଅଧିକ ସହନଶୀଳ ହେବାକୁ ସାହାଯ୍ୟ କଲା  ।

ବ୍ୟାପକ ଧାର୍ମିକ ଅଭ୍ୟାସ

ଧର୍ମ ନାମରେ ଅଧିକାଂଶ ସାମାଜିକ ଅଭ୍ୟାସ (କାର୍ଯ୍ୟ)ଗୁଡିକୁ କରାଯାଉଥିଲା  । ଏଣୁକରି ଧର୍ମ ସଂସ୍କାର ବିନା ସାମାଜିକ ସଂସ୍କାର ନିରର୍ଥକ ଥିଲା  । ଆମ ସଂସ୍କାରକମାନଙ୍କର ଭାରତୀୟ ପରମ୍ପରା, ମନସ୍ତତ୍ତ୍ଵ ଏବଂ ଧାର୍ମିକତ୍ତ୍ଵ ସମ୍ବନ୍ଧରେ ଅଧିକ ଜ୍ଞାନ ଥିଲା  । ପାଶ୍ଚାତ୍ୟ ମନୋଭାବ, ଗଣତନ୍ତ୍ର ଏବଂ ସମାନତା ସମ୍ବନ୍ଧୀୟ ନିୟମ ସହିତ ଭାରତୀୟ ଆସ୍ତିସୂଚନ ମୂଲ୍ୟବୋଧକୁ ଜାଣିବାକୁ ସେମାନେ ସକ୍ଷମ ହୋଇଥିଲେ  । ଏହି ଜ୍ଞାନକୁ ଭିତ୍ତିକରି ସେମାନେ ଭାରତୀୟ ସମାଜରେ ଧର୍ମ ସମ୍ବନ୍ଧୀୟ ଥିବା ରକ୍ଷଣଶୀଳତା ଏବଂ ଅନ୍ଧବିଶ୍ଵାସର ଆପତ୍ତି କରିଥିଲେ  । ଏହି ଜ୍ଞାନକୁ ଭିତ୍ତିକରି ସେମାନେ ଭାରତୀୟ ସମାଜରେ ଧର୍ମ ସମ୍ବନ୍ଧୀୟ ଥିବା ତକ୍ଷଣଶୀଳତା ଏବଂ ଅନ୍ଧବିଶ୍ଵାସର ଆପତ୍ତି କରିଥିଲେ  । ଉନବିଂଶ ଶତାବ୍ଦୀରେ ବ୍ୟାପକ ଭାବରେ କରାଯାଉଥିବା ଧାର୍ମିକ ପ୍ରଥା ଧର୍ମଶାସ୍ତ୍ରର ବିରୁଦ୍ଧାଚରଣ କରୁଛି ବୋଲି ସେମାନେ ଦେଖାଇଲେ  । ସେମାନନ୍ନ୍କ ମଧ୍ୟରୁ ବିଜ୍ଞ, ବିଚାରଶକ୍ତି ସମ୍ପନ୍ନ ବ୍ୟକ୍ତିମାନେ ପ୍ରଚଳିତ ଧର୍ମ, ଯାହାକି ଅନ୍ଧବିଶ୍ଵାସରେ ପରିପୂର୍ଣ୍ଣ ଏବଂ ଦୁର୍ନୀତି ଗ୍ରସ୍ତ ପୁରୋହିତଙ୍କ ଦ୍ଵାରା ଶୋଷିତ, ତାହାର ଉପରେ ପ୍ରଶ୍ନ ଉଠାଇଥିଲେ  । ସଂସ୍କାରକମାନେ ଚାହିଁଲେ ଯେ ସମାଜ ଯୁକ୍ତି ସଙ୍ଗତ ଓ ବୈଜ୍ଞାନିକ କାର୍ଯ୍ୟକୁ ଗ୍ରହଣ କରୁ  । ସେମାନେ ସମସ୍ତ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ମାନବିକ ସମ୍ମାନ ଏବଂ ସାମାଜିକ ସମାନତା ନିୟମ ଉପରେ ବିଶ୍ଵାସ କରିଥିଲେ  ।

ଶିକ୍ଷା ସମ୍ବନ୍ଧୀୟ

ଉନବିଂଶ ଶତାବ୍ଦୀରେ ବହୁତଗୁଡିଏ ପିଲା ବିଶେଷକରି  ଝିଅ ପିଲାମାନଙ୍କୁ ସ୍କୁଲକୁ ପଠାଯାଉ ନଥିଲା  । ଶିକ୍ଷା ପାରମ୍ପରିକ ପାଠଶାଳା, ମଦ୍ରାସା, ମସଜିଦ, ଏବଂ ଗୁରୁକୁଳରେ ଦିଆଯାଉଥିଲା  । ଧର୍ମ ସମ୍ବନ୍ଧୀୟ ଶିକ୍ଷା ସହିତ ସଂସ୍କୃତ, ବ୍ୟାକରଣ, ଗଣିତ, ଧର୍ମ ଏବଂ ଦର୍ଶନା ବିଷୟରେ ଶିକ୍ଷା ଦିଆଯାଉଥିଲା  । ବିଜ୍ଞାନ ଏବଂ ଯାନ୍ତ୍ରିକ ଶିକ୍ଷା ବିଦ୍ୟାଳୟ ପାଠ୍ୟକ୍ରମରେ ନଥିଲା  । ବହୁତଗୁଡିଏ ଅନ୍ଧ ବିଶ୍ଵାସ ସମାଜରେ ତିଷ୍ଟି ରହିଥିଲା  । କେତେକ ସମ୍ପ୍ରଦାୟରେ ଝିଅମାନଙ୍କୁ ପଢିବାର ସୁଯୋଗ ଦିଆଯାଉ ନଥିଲା  । ବିବାହ ପରେ ଶିକ୍ଷିତ ମହିଳାମାନେ ଶୀଘ୍ର ବିଧବା ହୋଇଯିବେ, ଲୋକମାନଙ୍କର ଏହା ଧାରଣା ଥିଲା  । ଭାରତୀୟମାନଙ୍କ ମଧ୍ୟରେ ଶିକ୍ଷା ଏବଂ ସଜାଗତାର ଅଭାବ ସାମାଜିକ ଓ ଧାର୍ମିକ ଅଧଃପତନର ମୂଳ କାରଣ ଥିଲା  । ତେଣୁ କରି ଆଧୁନିକ ଶିକ୍ଷା ପ୍ରସାରର ଗୁରୁତ୍ଵ ଅଧିକ ଥିଲା  ।

ସମସ୍ତ ସାମାଜିକ – ଧାର୍ମିକ ସଂସ୍କାରକ, ହିନ୍ଦୁ, ମୁସଲିମ୍, ଶିଖ କିମ୍ବା ପାରସୀ ଯେଉଁ ସମ୍ପ୍ରଦାୟର ହୋଇଥାନ୍ତୁ ନା କାହିଁକି ସମସ୍ତେ ଆଧୁନିକ ଶିକ୍ଷାର ପ୍ରସାର ପାଇଁ ଲକ୍ଷ ରଖିଥିଲେ  । ଆମ ସମାଜକୁ ଆଧୁନିକ ଏବଂ ଜାଗ୍ରତ କରିବା ପାଇଁ ଶିକ୍ଷା ହିଁ ଫଳପ୍ରଦ ଅସ୍ତ୍ର ବୋଲି ସେମାନେ ବିଶ୍ଵାସ କରୁଥିଲେ  ।

ଉନ୍ନବିଂଶ ଶତାବ୍ଦୀର ସାମାଜିକ – ଧାର୍ମିକ ସଂସ୍କାରକ

ବହୁତ ଭାରତୀୟ ଚିନ୍ତାଶୀଳ ବ୍ୟକ୍ତି ଏବଂ ସଂସ୍କାରକମାନେ ସମାଜରେ ପରିବର୍ତ୍ତନ ପାଇଁ ଆଗେଇ ଆସିଲେ  । ସେମାନଙ୍କ ଅନୁସାରେ ସମାଜ ଏବଂ ଧର୍ମ ପରସ୍ପର ସହିତ ଅଙ୍ଗାଙ୍ଗିଭାବେ ଜଡିତ ଥିଲା  । ଉଭୟେ ପରିବର୍ତ୍ତନ ଇଚ୍ଛାକରୁଥିଲେ ଯାହା ଦ୍ଵାରା କି ଆସ୍ତିସୂଚକ ବୃଦ୍ଧି ଏବଂ ଦେଶର ଉନ୍ନତିକୁ ହାସଲ କରାଯାଇପାରିବ  । ତେଣୁକରି ଆମର ସଂସ୍କାରକମାନେ ଭାରତୀୟ ଜନତାକୁ ଜାଗ୍ରତ କରିବାକୁ ଭୂମିକା ଗ୍ରହଣ କଲେ  । ସେହି ସମାଜ ସଂସ୍କାରକମାନଙ୍କ ମଧ୍ୟରୁ କେତେକ ଅନୁଷ୍ଠାନ ଗଡିଲେ ଯାହାଦ୍ଵାରା କି ଜାଗରଣର ପ୍ରସାର ଘଟିଲା  । ସେହି ସଂସ୍କାରକମାନଙ୍କ ସମ୍ବନ୍ଧର ତୁମେ ପଢିବ  । ସଂସ୍କାରକମାନଙ୍କର ଅନ୍ୟ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଅବଦାନ ଥିଲା ଶିକ୍ଷାର ପ୍ରସାର  ।

ରାଜା ରାମ ମୋହନ ରାୟ

ବଙ୍ଗର ଗୋଟିଏ ବ୍ରାହ୍ମଣ ପରିବାରରେ ରାଜା ରାମ ମୋହନ ରାୟ ଜନ୍ମ ଗ୍ରହଣ କରିଥିଲେ  । ସେ ବହୁତଗୁଡିଏ ଭାଷା ଜାଣିଥିଲେ  ।ସେ କୋରାନ, ବାଇବେଲ, New Testament ସହିତ ହିନ୍ଦୁ ଧର୍ମଶାସ୍ତ୍ର ମଧ୍ୟ ପାଢୀଥିଲେ ଏବଂ ସେଥିରେ ତାଙ୍କର ଗଭୀର ଜ୍ଞାନ ଥିଲା  । ଉଦାର ଶିକ୍ଷା ତାଙ୍କୁ ବିଭିନ୍ନ ସଭ୍ୟତା ଏବଂ ଦର୍ଶନ ସମ୍ବନ୍ଧରେ ଜାଣିବାକୁ ସୁଯୋଗ ଦେଇଥିଲା  । ତାଙ୍କ ଭାଇଙ୍କର ବିଧବାପତ୍ନୀଙ୍କୁ ‘ସତୀ’ ହେବାକୁ ବାଧ୍ୟ କରାଯାଉଥିବାର ଦେଖି ସେ ବିଚଳିତ ହୋଇଯାଇଥିଲେ  । ଏହି ସାମାଜିକ ପ୍ରଥାକୁ ଉଚ୍ଛେଦ କରିବାକୁ ସେ ଦୃଢ ନିଶ୍ଚିତ ହେଲେ  । ସେ ସମୟରେ ସମାଜ ଏବଂ ଧର୍ମରେ ପାଳନ କରାଯାଉଥିବା କେତେକ ଅନୈତିକ ଅଭ୍ୟାସ ତାଙ୍କୁ ବିରୋଧ କରିବାକୁ ଆଗେଇ ନେଲା  । ୧୮୨୮ରେ ସେ ବ୍ରାହ୍ମସମାଜର ସ୍ଥାପନା କଲେ  । ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେ କି ସତିପ୍ରଥା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ  । ଏହା ଶୀଘ୍ର ତାଙ୍କର ସାରା ଜୀବନ ପାଇଁ ଧର୍ମ ଯୁଦ୍ଧ ହୋଇଗଲା  । ଯେ ଜନମତକୁ ପ୍ରଭାବିତ କରାଇଲେ  ଏବଂ ଧର୍ମ ଶାସ୍ତ୍ରମାନଙ୍କରୁ ଉଦ୍ଧାର କରି ଦେଖାଇଦେଲେ ଯେ ହିନ୍ଦୁ ଧର୍ମରେ କୌଣସି ସ୍ଥାନରେ ସତୀଦାହ କରିବାର ଉଲ୍ଲେଖ ନାହିଁ  । ଏହି କାର୍ଯ୍ୟ ପାଇଁ ସେ ଅସନ୍ତୋଷର ସମ୍ମୁଖୀନ ହେଲେ, ହିନ୍ଦୁ ରକ୍ଷଣଶୀଳମାନଙ୍କର ଶତ୍ରୁ ହୋଇଗଲେ  । ତାଙ୍କର ଏହି କାର୍ଯ୍ୟକୁ ଭାରତର ଗଭର୍ଣ୍ଣର ଜେନେରାଲ ଇଉଲିୟମ ବେଣ୍ଟିକ ସମର୍ଥନ କରିଥିଲେ  । ୧୮୨୯ ମସିହାରେ ସତୀଦାହ ପ୍ରଥାକୁ ବେଆଇନ ଘୋଷଣା କରାଗଲା ଏବଂ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କରାଗଲା  । ସେ ବିଧବା ବିବାହ ପ୍ରଚଳନ କରିବାକୁ ଚାହୁଁନଥିଲେ ଏବଂ ବିବାହ ଉଚ୍ଛେଦ କରିବାକୁ ସେ କାର୍ଯ୍ୟ କରିଥିଲେ  ।

ସେ ପୂର୍ବ ପଶ୍ଚିମ ଭାବନାର ଏକ ସଂଶ୍ଳେଷଣ ଉପସ୍ଥାପନ କରିଥିଲେ  । ବେଦ ବେଦାନ୍ତ ଏବଂ ଉପନିଷଦ ଉପରେ ସେ ନିଜର କତୃତ୍ଵ ଜାହିର କରିଥିଲେ  । ସେ ସମସ୍ତ ଧର୍ମରେ ଥିବା ସର୍ବଶ୍ରେଷ୍ଠ କଥାକାଉ ପ୍ରକାଶ କରିଥିଲେ କାରଣ ତାଙ୍କର ସମସ୍ତ ଧର୍ମଗ୍ରନ୍ଥ ସମ୍ବନ୍ଧରେ  ଭଲ ଜ୍ଞାନ ଥିଲା  । ସେ ବେଦର ଗୁରୁତ୍ଵ ଉପରେ ଯୁକ୍ତି ବାଢିଥିଲେ ଏବଂ ସବୁଧର୍ମର ମୂଳତତ୍ତ୍ଵ ସହିତ ବେଦକୁ ଉଲ୍ଲେଖ କରିଥିଲେ  । ସେ ପ୍ରଧାନ ପ୍ରାଚୀନ ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକରେ ଏକ ଈଶ୍ଵରଙ୍କୁ ପୂଜା କରିବା ଏବଂ ଏକାଧିକ ଦେବାଦେବୀଙ୍କ ପୂଜାକୁ ବାରଣ କରାଯାଇଥିବା ବିଷୟରେ ଲେଖାଥିବାର ଦୃଷ୍ଟାନ୍ତ ଦେଇଥିଲେ  । ସେ ମୂର୍ତ୍ତି ପୂଜା ଏବଂ ଖର୍ଚ୍ଚ ବହୁଳ ଅର୍ଥହୀନ ପୂଜା ପଦ୍ଧତିକୁ ସମାଲୋଚନା କରିଥିଲେ  ।

ସେ ଇଂରାଜୀ ଭାଷା, ସାହିତ୍ୟ, ପ୍ରଗତିଶୀଳ ବିଜ୍ଞାନ, ଯାନ୍ତ୍ରିକ ଶିକ୍ଷା ପ୍ରଚଳନ ପାଇଁ ଯୁକ୍ତି ବାଢିଥିଲେ  । କାରଣ ଏହାଦ୍ଵାରା ଭାରତକୁ ଆଧୂନିକୀକରଣ କରାଯାଇପାରିବ  । ସେ ନିଜ ଖର୍ଚ୍ଚରେ କୋଲକାତାଠାରେ ଗୋଟିଏ ଇଂରାଜୀ ବିଦ୍ୟାଳୟ ଚଳାଇଥିଲେ  । ଅନ୍ୟ ବିଷୟମାନଙ୍କ ସହିତ ଯନ୍ତ୍ରବିଜ୍ଞାନ ଏବଂ ଦର୍ଶନା ବିଷୟରେ ଶିକ୍ଷା ସେଠାରେ ଦିଆଯାଉଥିଲା  । ତାଙ୍କ ଉଦ୍ୟମରେ ୧୮୨୫ ମସିହାରେ ଗୋଟିଏ ବେଦାନ୍ତ କଲେଜ ଖୋଲା ଯାଇଥିଲା  । ରାଜା ରାମମୋହନ ରାୟ କୋଲକାତାରେ ଉଚ୍ଚଶିକ୍ଷା ପାଇଁ ଗୋଟିଏ କଲେଜ ଖୋଲିବାକୁ ସାହାଯ୍ୟ କରିଥିଲେ  ।

ଇଶ୍ଵର ଚନ୍ଦ୍ର ବିଦ୍ୟାସାଗର

ଇଶ୍ଵର ଚନ୍ଦ୍ର ବିଦ୍ୟାସାଗର ଜଣେ ଶ୍ରେଷ୍ଠ ପଣ୍ଡିତ ଓ ସଂସ୍କାରକ ଥିଲେ  । ସେ ତାଙ୍କର ସାରାଜୀବନ ସମାଜ ସଂସ୍କାର ପାଇଁ ଉତ୍ସର୍ଗ କରି ଦେଇଥିଲେ  । ତାଙ୍କର ଉଦ୍ୟମ ଯୋଗୁଁ ୧୮୫୬ ମସିହାରେ ବିଧବା ପୁନଃ ବିବାହ ଆଇନ ଉପସ୍ଥାପିତ ହୋଇଥିଲା  । ସେ ବାଲ୍ୟ ବିବାହ ଏବଂ ବହୁ ବିବାହକୁ ବିରୋଧ କରୁଥିଲେ  । ସେ ଧର୍ମ ସମ୍ବନ୍ଧୀୟ ପ୍ରଶ୍ନ ସହିତ ଜଡିତ ନଥିଲେ ମଧ୍ୟ ଯେଉଁମାନେ ଧର୍ମନାମରେ ସଂସ୍କାରର ବିରୋଧ କରୁଥିଲେ ସେ ସେମାନଙ୍କର କଥାର ବିରୋଧ କରୁଥିଲେ  ।

ସେ ଯଦିଓ ସଂସ୍କୃତ ପଣ୍ଡିତ ଥିଲେ  । ତଥାପି ତାଙ୍କ ମନକୁ ପାଶ୍ଚାତ୍ୟ ଭାବନା ପାଇଁ ଉନ୍ମୁକ୍ତ ରଖିଥିଲେ  । ଶିକ୍ଷା ସମ୍ବନ୍ଧରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ଅଟେ  । ସେ ସଂସ୍କୃତ ଏବଂ ବଙ୍ଗଳା ଶିକ୍ଷାକୁ ଉତ୍ସାହିତ କରୁଥିଲେ  । ଭାରତୀୟମାନଙ୍କ ମଧ୍ୟରେ ରହିଥିବା ବହୁ ବର୍ଗର ବିଶ୍ଵାସର ପରିବର୍ତ୍ତନ ପାଇଁ ସେ ସଂସ୍କୃତ କଲେଜରେ ପାଶ୍ଚାତ୍ୟ ଭାବଧାରାକୁ ପ୍ରବେଶ କରାଇଥିଲେ ଯାହାର ଫଳ ସ୍ୱରୂପ ଭାରତୀୟମାନେ ସେମାନଙ୍କ ଭାବଧାରାକୁ ଆଧୂନିକୀକରଣ କରିପାରିବେ  । ଶିକ୍ଷା ଦ୍ଵାରା ମଢିଲାମାନଙ୍କ ଅବସ୍ଥା ବଦଳି ଯିବ ବୋଲି ସେ ବିଶ୍ଵାସ କରୁଥିଲେ  । ତାଙ୍କ ଏ ସମ୍ବନ୍ଧୀୟ ଚେଷ୍ଟା ପ୍ରଶଂସନୀୟ ଅଟେ  । ସେ ବଙ୍ଗରେ ପ୍ରାୟ ୫ ଗୋଟି ବାଳିକା ବିଦ୍ୟାଳୟ ଖୋଲିବାରେ ସାହାଯ୍ୟ କରିଥିଲେ  । ସେ ସ୍ତ୍ରୀ ଶିକ୍ଷାର ପ୍ରସାର ପାଇଁ ପ୍ରଚାର କରୁଥିଲେ  । ତାଙ୍କ ପ୍ରଚେଷ୍ଟାରେ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟ ବର୍ଗର ପିଲାମାନେ ସଂସ୍କୃତ କଲେଜରେ ପଢିବା ସମ୍ଭବପର ହୋଇ ପାରିଥିଲା  ।

ସ୍ଵାମୀ ଦୟାନନ୍ଦ ସରସ୍ଵତୀ

ଉତ୍ତର ଭାରତରେ ହିନ୍ଦୁ ଧର୍ମରେ ସଂସ୍କାର ଆଣିବା ପାଇଁ ୧୮୫୭ ମସିହାରେ ସ୍ଵାମୀ ଦୟାନନ୍ଦ ସରସ୍ଵତୀ ‘ଆର୍ଯ୍ୟ ସମାଜ’ ସ୍ଥାପନା କରିଥିଲେ  । ବେଦ ସବୁ ଜ୍ଞାନର ମୂଳଦୁଆ ବୋଲି ସେ ଅକାଟ୍ୟ ବିଚାର କରୁଥିଲେ  । ସମସ୍ତ ଧାର୍ମିକ ଭାବଧାରା ଯାହାକି ବେଦ ସହିତ ଦ୍ଵନ୍ଦ ସୃଷ୍ଟି କରୁଛି ତାକୁ ସେ ବିରୋଧ କରୁଥିଲେ କରିଦେଇଥିଲେ  । ପ୍ରତ୍ୟକ ବ୍ୟକ୍ତିଙ୍କର ଈଶ୍ବରଙ୍କ ସଙ୍ଗରେ ସିଧାସଳଖ ସମ୍ପର୍କ ସ୍ଥାପନର ଅଧିକାର ଅଛି ବୋଲି ସେ କହୁଥିଲେ  । ଯେଉଁ ହିନ୍ଦୁମାନେ ଇସଲାମ ଧର୍ମ କିମ୍ବା ଖ୍ରୀଷ୍ଟିଧର୍ମରେ ଦିକ୍ଷିତ ହୋଇଛନ୍ତି ତାଙ୍କୁ ନିଜ ଧର୍ମକୁ ଫେରାଇ ଆଣିବାକୁ ସେ ସୁଦ୍ଧି ଆନ୍ଦୋଳନ ଆରମ୍ଭ କରିଥିଲେ  । ‘ସତ୍ୟାର୍ଥ ପ୍ରକାଶ’ ତାଙ୍କ ପ୍ରସିଦ୍ଧ ପୁସ୍ତକ ଅଟେ  । ସାମାଜିକ ସଂସ୍କାର ପାଇଁ ଆର୍ଯ୍ୟ ସମାଜ ଯୁକ୍ତିବାଢିଥିଲା  । ଏବଂ ମହିଳାମାନଙ୍କ ଅବସ୍ଥାର ଉନ୍ନତି ପାଇଁ କାର୍ଯ୍ୟ କରୁଥିଲା  । ଏହା ଅସ୍ଫୃଶ୍ୟତା, ଜାତିପ୍ରଥାରେ ଥିବା ବଂଶାନୁକ୍ରମିକ ରକ୍ଷଣଶୀଳତା ବିରୁଦ୍ଧରେ ଲଢିଲା  । ଉତ୍ତରଭାରତର ଲୋକଙ୍କ ମଧ୍ୟରେ ନିଜର ବାର୍ତ୍ତାକୁ ପହଞ୍ଚାଇବା ପାଇନହୀନଦି ଭାଷାରେ ପୁସ୍ତକ ଲେଖିଲେ ଏବଂ ପ୍ରଚାର ମଧ୍ୟ କଲେ  । ଆର୍ଯ୍ୟ ସମାଜ ଜାତୀୟ ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା  । ଲୋକମାନଙ୍କ ମନରେ ଆତ୍ମ ସମ୍ମାନ ଏବଂ ଆତ୍ମ ବିଶ୍ଵାସ ଜାଗ୍ରତ କରିବାକୁ ସେ ପ୍ରୋତ୍ସାହନ ଦେଉଥିଲା  ।

ଲୋକମାନଙ୍କ ମଧ୍ୟରେ ଶିକ୍ଷାର ବିକାଶ କରିବା ପାଇଁ ଆର୍ଯ୍ୟ ସମାଜର ଭୂମିକାକୁ ସ୍ଵୀକାର କରିହେବ  । ସ୍ଵାମୀ ଦୟାନନ୍ଦଙ୍କର କେତେକ ଅନୁଗାମୀ ଦେଶରେ ପରେ ଡି.ଏ.ଭି. (ଦୟାନନ୍ଦ ଆଙ୍ଗ୍ଲୋ ଭେଦିକ୍) ସ୍କୁଲ ଏବଂ କଲେଜ ସ୍ଥାପନ କରିବା ଆରମ୍ଭ କରି ଦେଇଥିଲେ  । ସେଠାରେ ବୈଦିକ ଶିକ୍ଷାଧାରାସହିତ ସାଲିସ ନକରି ପାଶ୍ଚାତ୍ୟ ଧାରାରେ ଶିକ୍ଷା ଦିଆଯାଉଥିଲା  । ସେ ଇଂରାଜୀ ଶିକ୍ଷା ଏବଂ ଆଧୁନିକ ବିଜ୍ଞାନ ଶିକ୍ଷା ସହିତ ସଂସ୍କୃତ ଏବଂ ବୈଦିକ ଶିକ୍ଷା ପାଇଁ ଉତ୍ସାହିତ କରୁଥିଲେ  ।

ରାମକୃଷ୍ଣ ପରମହଂସ ଏବଂ ସ୍ଵାମୀ ବିବେକାନନ୍ଦ

ରାମକୃଷ୍ଣ ପରମହଂସ (୧୮୩୬-୧୮୮୬) ଧର୍ମମାନଙ୍କ ମଧ୍ୟରେ ଥିବା ଅତି ଦରକାରୀ ସାମଞ୍ଜସ୍ୟ ଉପରେ ଆଲୋକପାତ କରିଥିଲେ  । ଯେଉଁ  ସାମଞ୍ଜସ୍ୟଗୁଡିକ କି ଆଧ୍ୟାତ୍ମିକ ଜୀବନଧାରା ପାଇଁ ଦରକାର ଏବଂ ତାକୁ ଆଗେଇ ନିଏ  । ସେ ବିଶ୍ଵାସ କରୁଥିଲେ ଯେ ପୃଥିବୀର ବିଭିନ୍ନ ଧର୍ମ ହେଉଛି ଇଶ୍ଵରଙ୍କ ନିକଟରେ ପହଞ୍ଚିବାର ଅଲଗା ଅଲଗା ରାସ୍ତା  । ସ୍ଵାମୀ ବିବେକାନନ୍ଦ (୧୮୬୩-୧୯୦୨) ତାଙ୍କର ସର୍ବୋତ୍ତମ ଶିଷ୍ୟ ଥିଲେ  ।

ବିବେକାନନ୍ଦ ହେଉଛନ୍ତି ପ୍ରଥମ ଆଧ୍ୟାତ୍ମିକ ନେତା ଯେକି ଧର୍ମ ସମ୍ବନ୍ଧୀୟ ସଂସ୍କାର ଆଣିବାକୁ ଚିନ୍ତା କଲେ  । ସେ ଅନୁଭବ କଲେ ଯେ ଭାରତର ଜନସାଧାରଣ ଧର୍ମ ନିରପେକ୍ଷ ଏବଂ ଆଧ୍ୟାତ୍ମିକ ଜ୍ଞାନରେ ଶକ୍ତିଶାଳୀ ହେବାକୁ ଚାହୁଁଛନ୍ତି ଯାହାଦ୍ଵାରା କି ତାଙ୍କର ନିଜ ଉପରେ ବିଶ୍ଵାସ ସୃଷ୍ଟି ହୁଏ  । ଗୁରୁ ରାମକୃଷ୍ଣଙ୍କ ନାମାନୁସାରେ ସ୍ଵାମୀ ବିବେକାନନ୍ଦ ରାମକୃଷ୍ଣ ମିଶନ ସ୍ଥାପନ କଲେ  । ତାଙ୍କର ବକ୍ତୃତା ଏବଂ ଲେଖାମାଧ୍ୟମରେ ସେ ହିନ୍ଦୁ ସଂସ୍କୃତି ଏବଂ ଧର୍ମର ସାରସତ୍ଵକୁ ପଦାକୁ ଆଣିଲେ  । ସେ ବେଦାନ୍ତର ଆଧ୍ୟାତ୍ମିକତା ଉପରେ ବିଶ୍ଵାସ କରୁଥିଲେ  । ଆହୁରି ମଧ୍ୟ ସମସ୍ତ ଧର୍ମରେ ଥିବା ସମାନତା ଏବଂ ଏକଟା ଉପରେ ବିଶ୍ଵାସ କରୁଥିଲେ  । ସେ ଧାର୍ମିକ ଅନ୍ଧ ବିଶ୍ଵାସ ଏବଂ ପୁରୁଣା ସାମାଜିକ ପ୍ରଥାକୁ ଉଠାଇ ଦେବାକୁ ଗୁରୁତ୍ଵ ଦେଉଥିଲେ  । ସେ ଧର୍ମରେ ଥିବା କଠୋରତାକୁ ଉଠାଇବାକୁ ଚେଷ୍ଟା କଲେ ଏବଂ ଛୁଆଁଅଛୁଆଁ ଭେଦଭାବକୁ ଉଠାଇବାକୁ ଚେଷ୍ଟା କଲେ  । ସେ ଯେତେବେଳେ ମହିଳାମାନଙ୍କ ପ୍ରଗତି ଏବଂ ଶିକ୍ଷା ପାଇଁ କାମ କରୁଥିଲେ ସେ ଲୋକମାନଙ୍କୁ ମହିଳାମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ପ୍ରବର୍ତ୍ତାଉ ଥିଲେ  । ଲୋକମାନଙ୍କ ମଧ୍ୟରେ ଥିବା ଅଜ୍ଞାନତାକୁ ଦୂର କରିବାକୁ ପ୍ରଥମେ ଗୁରୁତ୍ଵ ଦେଉଥିଲେ  ।

ସାର ସୟଦ ଅହମ୍ମଦ ଖାଁ

ସାର ସୟଦ ଅହମ୍ମଦ ଖାଁ  ବିଶ୍ଵାସ କରୁଥିଲେ ଯେ ମୁସଲମାନମାନଙ୍କ ଧାର୍ମିକ ଏବଂ ସାମାଜିକ ଜୀବନ ଆଧୁନିକ ପାଶ୍ଚାତ୍ୟ ବୈଜ୍ଞାନିକ ଜ୍ଞାନ ଏବଂ ସଭ୍ୟତା ଦ୍ଵାରା ଉନ୍ନତ କରାଯାଇ ପାରିବ  । ମୁସଲମାନମାନଙ୍କ ମଧ୍ୟରେ ଥିବା ସାମାଜିକ ଏବଂ ଶିକ୍ଷାଗତ ପାଶ୍ଚାତଗତିକୁ ଦୂର କରିବା ତାଙ୍କର ମୁଖ୍ୟ କାର୍ଯ୍ୟ ଥିଲା  । ସେ ମୁସଲମାନ ମହିଳାମାନଙ୍କ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ କରି ଥିଲେ  । ସେ ପର୍ଦ୍ଦା ପ୍ରଥା, ବହୁବିବାହ ପ୍ରଥା, ଛାଡପତ୍ର ପ୍ରଥା ଏବଂ ନାରୀ ଶିକ୍ଷାର ଅଭାବର ବିରୁଦ୍ଧରେ ଥିଲେ  । କାରଣ ଜାଣିବା ଅଧିକାର ରେ ସେ କୋରାନକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଥିଲେ ଏବଂ କପୋଳକଳ୍ପିତ ଏବଂ ଅଜ୍ଞାନତାର ବିରୋଧ ବିଷୟରେ କହିଥିଲେ  । ମୁସଲମାନ ସମାଜର ଉନ୍ନତି ପାଇଁ ସେ ମଧ୍ୟ ସାମାଜିକ ସଂସ୍କାରକୁ ପ୍ରବର୍ତ୍ତାଇ ଥିଲେ  ।

ତାଙ୍କର ପ୍ରାରମ୍ଭିକ ଜୀବନରେ  ନୈଷ୍ଠିକ ମୁସଲମାନମାନଙ୍କ ବିରୋଧ ସତ୍ତ୍ୱେ ସେ ଇଂରାଜୀ ଶିକ୍ଷା ଦେବା ସପକ୍ଷରେ ଥିଲେ  । କେବଳ ଆଧୁନିକ ଶିକ୍ଷା ମୁସଲମାନମାନଙ୍କୁ ଉନ୍ନତି ଆଡକୁ ଆଗେଇ ନେବ ବୋଲି ସେ ବିଚାର କରୁଥିଲେ  । ସେ ୧୮୬୪ ମସିହାରେ ‘ଗାଜିପୁର’  (ଉତ୍ତର ପ୍ରଦେଶ) ଠାରେ ଗୋଟିଏ ଇଂରାଜୀ ବିଦ୍ୟାଳୟ ସ୍ଥାପନ କରିଥିଲେ  । ସେ ୧୮୭୫ ମସିହାରେ ମହମ୍ମଡାନ ଆଙ୍ଗ୍ଲୋ ଓରିଏଣ୍ଟାଲ କଲେଜ ଆଲିଗଡଠାରେ ଆରମ୍ଭ କରିଥିଲେ  । ଯାହାକି ପରେ ଆଲିଗଡ ମୁସଲିମ ୟୁନିଭରସିଟି ହୋଇଥିଲା  । ଇଂରାଜୀ ଭାଷା ମାଧ୍ୟମରେ ଏଠାରେ ବିଜ୍ଞାନ ଏବଂ ମାନବିକତା ସମ୍ବନ୍ଧରେ ଶିକ୍ଷା ଦିଆଯାଉଥିଲା  । ଇଂରାଜୀ ବହିଗୁଡିକ ଅନୁବାଦ କରିବା ପାଇଁ ସେ ଗୋଟିଏ ସାଇଣ୍ଟିଫିକ ସୋସାଇଟ ସ୍ଥାପନ କରିଥିଲେ  । ସାମାଜିକ ସଂସ୍କାର ବିଶେଷକରି ଆଧୁନିକ ଶିକ୍ଷାର ପ୍ରସାର ପାଇଁ ମୁସଲମାନମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ପାଇଁ ସେ ଗୋଟିଏ ପତ୍ରିକା ପ୍ରକାଶ କରିଥିଲେ  । ସେ ମହମ୍ମଡାନ ଶିକ୍ଷା ସମ୍ମିଳନୀର ଆରମ୍ଭ କରିଥିଲେ  । ମୁସଲମାନମାନଙ୍କ ମଧ୍ୟରେ ଥିବା ଉଦାର ମନୋଭାବର ପ୍ରସାର ପାଇଁ ସେ ଏହା କରିଥିଲେ  । ସଂସ୍କାର ପାଇଁ ସେ ଯେଉଁ ଆନ୍ଦୋଳନ କରିଥିଲେ ତାହା ଆଲିଗଡ ଆନ୍ଦୋଳନ ନାମରେ ଅଭିହିତ ହୋଇଅଛି  । ଏହି ଆନ୍ଦୋଳନ ମୁସଲମାନମାନଙ୍କ ମଧ୍ୟରେ ରାଜନୈତିକ ଓ ସାମାଜିକ ଜାଗରଣ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଥିଲା  ।

ଜ୍ୟୋତିରାଓ ଓ ଗୋବିନ୍ଦରାଓ ଫୁଲେ

ମହାରାଷ୍ଟ୍ରର ଜ୍ୟୋତିରାଓ ଓ ଗୋବିନ୍ଦରାଓ ଫୁଲେ କୃଷକ ଏବଂ ନିମ୍ନ ଜାତିର ଲୋକଙ୍କୁ ସମାନ ଅଧିକାର ଦେବା ସମ୍ବନ୍ଧରେ କାମ କରିଥିଲେ  । ମହିଳା ଏବଂ ନିଜ ଜାତିର ଲୋକମାନଙ୍କୁ ଶିକ୍ଷିତ କରିବା ପାଇଁ ଫୁଲେ ଏବଂ ତାଙ୍କ ପତ୍ନୀ ସାବିତ୍ରୀ ଫୁଲେ କାମ କରିଥିବାରୁ ସମସ୍ତଙ୍କର ଜଣାଶୁଣା ଥିଲେ  । ସେ ସର୍ବପ୍ରଥମେ ନିଜର ପତ୍ନୀଙ୍କୁ ଶିକ୍ଷିତ କରାଇଲେ  । ତାହାପରେ ଉଭୟେ ମିଶି ଭାରତରେ ବାଳିକାମାନଙ୍କ ପାଇଁ ୧୮୪୮ ମସିହା ଅଗଷ୍ଟରେ ଗୋଟିଏ ସ୍କୁଲ ଖୋଲିଥିଲା  । ୧୮୫୧ ମସିହାରେ ପୁଣେଠାରେ ସେ ଗୋଟିଏ ବାଳିକା ବିଦ୍ୟାଳୟ ଆରମ୍ଭ କଲେ  । ବିଧବାମାନଙ୍କ ବିବାହ ପାଇଁ କାର୍ଯ୍ୟ କରିଥିବାରୁ ସେ ସ୍ମରଣୀୟ ଅଟନ୍ତି  । ୧୮୭ ମସିହା ସେପ୍ଟେମ୍ବର ମାସରେ ଫୁଲେ ତାଙ୍କର ଅନୁଗାମୀମାନଙ୍କ ସହିତ ମିଶି ‘ସତ୍ୟ ଶୋଧକ ସମାଜ’ (ସତ୍ୟ ସନ୍ଧାନୀ ଦଳ) ଗଠନ କରି ଥିଲେ  । ଏହାର ମୂଳ ଲକ୍ଷ୍ୟ ଥିଲା ନିଜ ଜାତିର ଲୋକଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ଏବଂ ସେମାନଙ୍କୁ ଶୋଷଣରୁ ସୁରକ୍ଷା ଦେବା  । ସେ ଜ୍ୟୋତିବା ନାମରେ ଲୋକପ୍ରିୟ ହୋଇଥିଲେ  ।

ବିଚାରପତି ମହାଦେବ ଗୋବିନ୍ଦ ରାଣାଡେ

୧୮୬୭ ମସିହାରେ ବିଚାରପତି ମହାଦେବ ଗୋବିନ୍ଦରାଣାଡେ ‘ପୁନେ ସର୍ବଜନୀନ ସଭା’ ଏବଂ ‘ପ୍ରାର୍ଥନା ସମାଜ’ ବମ୍ବେଠାରେ ସ୍ଥାପନ କରିଥିଲେ  । ଧର୍ମ ସମ୍ବନ୍ଧୀୟ ସଂସ୍କାର ଆଣିବାକୁ ଏହା କରାଯାଇଥିଲା  । ଏହା ଜାତିଗତ ଅବରୋଧକୁ ଦୂର କରିବାକୁ ସ୍ଵର ଉତ୍ତୋଳନ କରିଥିଲା  । ବାଲ୍ୟ ବିବାହ ଉଚ୍ଛେଦ, ବିଧବାମାନଙ୍କୁ ସୁରକ୍ଷା, ବ୍ୟୟ ବହୁଳ ବିବାହ ବିରୁଦ୍ଧରେ ସ୍ଵର ମଧ୍ୟ ଉତ୍ତୋଳନ କରିଥିଲା  । ସେ ନାରୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହିତ ବିଧବା ବିବାହକୁ ସମର୍ଥନ କରୁଥିଲେ  । ସେ ବ୍ରହ୍ମ ସମାଜ ପରି ଗୋଟିଏ ଦେବତାକୁ ପୂଜା କରିବାକୁ ଯୁକ୍ତି ବାଢୁଥିଲେ  । ସେ ମୂର୍ତ୍ତି ପୂଜାକୁ ବିରୋଧ କରିଥିଲେ ଏବଂ ଧାର୍ମିକ ଘଟଣାରେ ପୁରୋହିତମାନଙ୍କର ସର୍ବଭୌମତ୍ଵକୁ ମଧ୍ୟ ବିରୋଧ କରିଥିଲେ  । ବିଶ୍ଵବିଦ୍ୟାଳୟ କାର୍ଯ୍ୟକ୍ରମରେ ସେ ମାତୃଭାଷାକୁ ଉପସ୍ଥାପନ କରିଥିଲେ, ଯାହା ପରେକି ଉଚ୍ଚ ଶିକ୍ଷା ଭାରତୀୟମାନଙ୍କ ପାଇଁ ସହଜ ହୋଇଯାଇଥିଲା  । ଭାରତର ଉଚ୍ଚ ସାଂସ୍କୃତିକ ପରମ୍ପରା ନଷ୍ଟ ନକରି ସମାଜରେ ଥିବା ଦୃଢ ପ୍ରଥାଗୁଡିକର ସଂସ୍କାର ଆଣିବାକୁ ସେ ଚେଷ୍ଟା କରିଥିଲେ  । ସେ ଭାରତୀୟ ଜାତୀୟ କଂଗ୍ରେସର ମୂଳ ସଭ୍ୟ ଥିଲେ  ।

ପଣ୍ଡିତା ରମାବାଈ

ମହାରାଷ୍ଟ୍ରର ପଣ୍ଡିତା ରମାବାଈ ଜଣେ ପ୍ରସିଦ୍ଧ ସମାଜ ସଂସ୍କାରୀକା ଥିଲେ  । ସେ ମହିଳାମାନଙ୍କ ଅଧିକାର ସମ୍ବନ୍ଧରେ ଲଢିଥିଲେ  ଏବଂ ବାଲ୍ୟ ବିବାହର ବିରୋଧ କରିଥିଲେ  । ସେ ବାଳିକାଙ୍କ ଶିକ୍ଷାକୁ ଉନ୍ନତ କରିଥିଲେ  । ୧୮୮୧ ମସିହାରେ ସେ ଆର୍ଯ୍ୟ ମହିଳା ସମାଜ ପୁନେରେ ଆରମ୍ଭ କରିଥିଲେ  । ସେ ମହିଳାମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଏହା କରିଥିଲେ  । ବିଶେଷ ଭାବରେ ବାଳ ବିଧବା ପାଇଁ ସେ ପୁଣେରେ ୧୮୮୯ରେ ମୁକ୍ତି ମିଶନ ସ୍ଥାପନ କରିଥିଲେ  । ଯୁବା ବିଧବା ଯେଉଁମାନେ କି ତାଙ୍କ ପରିବାର ଦ୍ଵାରା ଲାଞ୍ଛିତ ଏବଂ ବିଚ୍ୟୁତ ହୋଇଯାଇଥିଲେ  ତାଙ୍କ ପାଇଁ ମୁକ୍ତି ମିଶନ ଖୋଲିଥିଲେ  । ସେ ଆହୁରି ମଧ୍ୟ ସାରଦା ସଦନ ଆରମଭ କରିଥିଲେ  । ଯାହାକି ବିଧବା, ପିତୃମାତୃହୀନା ପିଲାଙ୍କୁ ରହିବା ପାଇଁ ସ୍ଥାନ ଯୋଗାଉଥିଲା, ସେମାନଙ୍କର ଶିକ୍ଷାର ବ୍ୟବସ୍ଥା କରୁଥିଲା ଏବଂ ସେମାନଙ୍କୁ ବୈଷୟିକ ଟ୍ରେନିଂ ଦିଆଯାଉଥିଲା   । ସେ ଅନେକ ପୁସ୍ତକ ଲେଖିଲେ ଯେଉଁଥିରେ କି ମହିଳା,  ବାଳବିଧବା ଏବଂ ପିଲାଙ୍କର କଷ୍ଟକର ଜୀବନଚର୍ଯ୍ୟା ବିଷୟରେ ବର୍ଣ୍ଣନା କରାଯାଇଅଛି  । ପଣ୍ଡିତା ରମାବାଈଙ୍କର ମୁକ୍ତିମିଶନ ଆଜି ମଧ୍ୟ କାର୍ଯ୍ୟ କରୁଅଛି  ।

ଆନି ବେସାନ୍ତ

ଆନି ବେସାନ୍ତ ଥିଓସୋଫିକାଲ ସୋସାଇଟର ଜଣେ ସଦସ୍ୟ ଥିଲେ  । ୧୮୯୩ ମସିହାରେ ସେ ପ୍ରଥମ କରି ଭାରତକୁ ଆସିଥିଲେ  । ଏହି ଆନ୍ଦୋଳନ ପଶ୍ଚିମର ଲୋକମାନଙ୍କ ଦ୍ଵାରା ଆଗେଇ ଥିଲା  । ଯେଉଁମାନେ କି ଭାରତୀୟ ଧାର୍ମିକ ଏବଂ ଦାର୍ଶନିକ ପ୍ରଥାକୁ ଗୌରବାନ୍ଵିତ କରିଥିଲେ  । ମାତୃଭାଷା ଏବଂ ସାହିତ୍ୟିକ କାର୍ଯ୍ୟକୁ ଉତ୍ସାହିତ କରୁଥିଲେ  । ଭାରତୀୟ ସଭ୍ୟତା ଏବଂ ବଂଶାଣିକ୍ରମିକତାକୁ ଏଥିପାଇଁ ଗର୍ବ ଅନୁଭବ କରିବାକୁ ପଡୁଥିଲା  । ଏହା ରାଜନୈତିକ ଜାଗରଣ ଉଦ୍ରେକ କଳା ଓ ଭାରତୀୟମାନଙ୍କୁ ସେମାନଙ୍କର ଆତ୍ମବିଶ୍ଵାସ ଫେରି ପାଇବାକୁ ସାହାଯ୍ୟ କଲା ଏବଂ ନିଜ ଦେଶରେ ସେମାନେ ଗୌରବ ଉପଲବ୍ଧ କଲେ  । ମନୁଷ୍ୟର ବିଶ୍ଵ ଭାତୃଭାବକୁ ସମାଜ ପ୍ରଚାର କଲା  । ଆଧୁନିକ ଭାରତର ଉନ୍ନତି ପାଇଁ ଏହାର ଅସୀମ ଅବଦାନ ରହିଅଛି  । ୧୯୦୭ ରେ ଆନି ବେସାନ୍ତ ବ୍ରହ୍ମଜ୍ଞାନ ସମିତିର ସଭାପତି ହୋଇଗଲେ  ।

ଆନି ବେସାନ୍ତ ବାଳକମାନଙ୍କ ପାଇଁ ଗୋଟିଏ କଲେଜ ଖୋଲିଲେ, ବନାରସରେ ଗୋଟିଏ ହିନ୍ଦୁ କଲେଜ ଖୋଲିଲେ  । ଯାହାକି ବ୍ରହ୍ମଜ୍ଞାନ ନୀତି ଉପରେ ଆଧାରିତ ଥିଲା  । ଭାରତ ପାଇଁ ନୂତନ ନେତୃତ୍ଵକୁ ତିଆରି କରିବା ଏହାର ଲକ୍ଷ୍ୟ ଥିଲା  । ଆଧୁନିକ ବିଜ୍ଞାନ ସହିତ ଏଠାକାର ଛାତ୍ରମାନେ ଧର୍ମ ସମ୍ବନ୍ଧୀୟ ପୁସ୍ତକ ପଢୁଥିଲେ  । ଏହି କଲେଜ ନୂଆ ବିଶ୍ୱବିଦ୍ୟାଳୟର ଗୋଟି ଅଂଶ ହୋଇଗଲା  । ୧୯୧୭ରୁ ଏହା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ହୋଇଅଛି  ।

ମୁସଲିମ ସଂସ୍କାର ଆନ୍ଦୋଳନ

ଅଳ୍ପ କେତେଗୁଡିଏ ଆନ୍ଦୋଳନ ହୋଇଥିଲା, ଯାହାର ଲକ୍ଷ୍ୟ ଆଧୁନିକ ଶିକ୍ଷାର ପ୍ରସାର ଏବଂ ସମାଜରେ ଥିବା ବହୁ ବିବାହ ପ୍ରଥାର ଉଚ୍ଛେଦ ଥିଲା  । ଅବଦୁଲ ଲତିଫଙ୍କ ଦ୍ଵାରା ୧୮୬୩ ମସିହାରେ କଲିକତାର ମହମ୍ମଡାନ ସାକ୍ଷର ସୋସାଇଟର ସ୍ଥାପନା କରାଯାଇଥିଲା  । ଏହା ପ୍ରାରମ୍ଭିକ ଅନୁଷ୍ଠାନମାନଙ୍କ ମଧ୍ୟରୁ ଗୋଟିଏ ଥିଲା ଯାହାକି ଆଧୁନିକ ଶିକ୍ଷାକୁ ଉଚ୍ଚ ଏବଂ ମଧ୍ୟମ ବର୍ଗର ମୁସଲମାନମାନଙ୍କ ମଧ୍ୟରେ ପ୍ରସାର କରାଇଥିଲା  । ଏହା ହିନ୍ଦୁ-ମୁସଲିମ ଏକତାକୁ ବଜାୟ ରଖିବାର ଭୂମିକା ଗ୍ରହଣ କରିଥିଲା  । ବଙ୍ଗର ସରିଆତୁଲ୍ଲା, ବଙ୍ଗର ଫାରାଇଜ ଆନ୍ଦୋଳନର ନେତା, କୃଷକମାନଙ୍କ କାରଣକୁ ଭିତ୍ତିକରି ଆନ୍ଦୋଳନ କରିଥିଲେ  । ସେମାନେ ଆହୁରି ମଧ୍ୟ ମୁସଲମାନମାନଙ୍କ ମଧ୍ୟରେ ଥିବା ଜାତିଆଣ ପ୍ରଥାର ମନ୍ଦ ଦିଗକୁ ବରଖାସ୍ତ କରି ଦେଇଥିଲେ  ।

ଆହୁରି କେତେକ ସାମାଜିକ – ଧାର୍ମିକ ଆନ୍ଦୋଳନ ହୋଇଥିଲା ଯାହାକି ଗୋଟିଏ ଦିଗରେ ବା ଅନ୍ୟ ଦିଗରେ ମୁସଲମାନମାନଙ୍କର ଜାତୀୟ ଜାଗରଣକୁ ସାହାଯ୍ୟ କରିଥିଲା  । ୧୮୯୯ ମସିହାରେ ମିର୍ଜା ଗୁଲାମ ଅହମ୍ମଦ ‘ଅହମଦିଆ ଆନ୍ଦୋଳନ’ର ଭିତ୍ତିସ୍ଥାପନ କରିଥିଲେ  । ଏହି ଆନ୍ଦୋଳନର ଫଳସ୍ୱରୂପ ଅନେକ ସ୍କୁଲ ଏବଂ କଲେଜ ଦେଶସାରା ଖୋଲା ଯାଇଥିଲା  । ସେ ଇସଲାମ ଧର୍ମରେ ଥିବା ମାନବିକତାବାଦ, ସର୍ବଜନୀନ ଉପରେ ଜୋର ଦେଉଥିଲେ  । ସେ ହିନ୍ଦୁ-ମୁସଲମାନ ଏକଟା ସପକ୍ଷେରେ ଥିଲେ  ।

ଅକାଳୀ ସଂସ୍କାର ଆନ୍ଦୋଳନ

୧୮୭୦ ମସିହାରେ ଅମୃତସର ଏବଂ ଲାହୋରଠାରେ ଗଠିତ ଦୁଇଗୋଟି ସିଂହ ସଭା ଶିଖମାନଙ୍କ ମଧ୍ୟରେ ଧାର୍ମିକ ସଂସ୍କାରର ପ୍ରାରମ୍ଭ ଥିଲା  । ୧୮୯୨ ମସିହାରେ ଅମୃତସରରେ ସ୍ଥାପିତ ଖାଲସା କଲେଜ ଗୁରୁମୁଖୀ, ଶିଖ ଶିକ୍ଷା ଏବଂ ପଞ୍ଜାବୀ ସାହିତ୍ୟର ଉନ୍ନତିରେ ସାହାଯ୍ୟ କରିଥିଲା  । ବ୍ରିଟିଶ ସହାୟତାରେ କଲେଜ ସ୍ଥାପିତ ଅଇଥିଲା  । ୧୯୨୦ରେ ଅକାଳୀ ଆନ୍ଦୋଳନ ଯାହାକି ପଞ୍ଜାବରେ ଉଠିଥିଲା  । ଗୁରୁଦ୍ଵାରମାନଙ୍କର ପରିଚାଳନାକୁ ସୁସ୍ଥ ପରିଷ୍କାର କରିବା ଆରମ୍ଭ କଲା  । ୧୯୨୧ ମସିହାରେ ଗୋଟିଏ ନୂଆ ଗୁରୁଦ୍ଵାର ଆଇନ ପାଶ କରିବାକୁ ବାଧ୍ୟ କଲା  । ଏହି ଆଇନ ସାହାଯ୍ୟରେ ଏବଂ ସିଧାସଳଖ କାର୍ଯ୍ୟପନ୍ଥା ଦ୍ଵାରା ସେମାନେ ପବିତ୍ର ସ୍ଥାନ ଗୁଡିକୁ ଦୁର୍ନୀତିଗ୍ରସ୍ତ ମହନ୍ତମାନଙ୍କ କବଳରୁ ମୁକ୍ତ କରିଥିଲେ  ।

ପାରସୀମାନଙ୍କ ମଧ୍ୟ ସଂସ୍କାର ଆନ୍ଦୋଳନ

ଉନବିଂଶ ଶତାବ୍ଦୀରେ ମଧ୍ୟ ଭାଗରେ ନାରୋରଜୀ ଫରାଡୋନଜୀ, ଦାଦାଭାଇ ନାରୋଜୀ, ଏସ୍.ଏସ୍. ବେଙ୍ଗଲୀ ଏବଂ ଅନ୍ୟମାନେ ବମ୍ବେଠାରେ ପାରସୀମାନଙ୍କ ମଧ୍ୟରେ ଧର୍ମ ସଂସ୍କାର ଆନ୍ଦୋଳନ ଆରମ୍ଭ କଲେ  । ୧୮୫୧ ମସିହାରେ ସେମାନେ ରାହନୁମାଇ ମାଜଦୟସ୍ନାନ  ସଭା କିମ୍ବା ଧର୍ମ ସଂସ୍କାର ସଂଘ ସ୍ଥାପନ କଲେ  । ବାଳିକାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ  । ପାରସୀ ଧର୍ମରେ ଥିବା ରକ୍ଷଣଶୀଳ ମନୋଭାବ ବିରୁଦ୍ଧରେ ସେମାନେ ପ୍ରଚାର କଲେ  । ସମୟର ଗତି ମଧ୍ୟରେ ପାରସୀମାନେ ଭାରତୀୟ ସମାଜରେ ଗୋଟିଏ ଉନ୍ନତିଶୀଳ ଶ୍ରେଣୀ ହେଲେ  ।

ସଂସ୍କାର ଆନ୍ଦୋଳନର ଭାରତୀୟ ସମାଜ ଉପରେ ପ୍ରଭାବ

ଉନବିଂଶ ଶତାବ୍ଦୀରେ ସଂସ୍କାର ଆନ୍ଦୋଳନ ଭାରତୀୟମାନଙ୍କର ସାମାଜିକ ଧାର୍ମିକ କ୍ଷେତ୍ରରେ ସଚେତନତା ସୃଷ୍ଟି କରିଥିଲା  । ଏହି ସମସ୍ତ ଆନ୍ଦୋଳନ ସାମାଜିକ ଏବଂ ଧାର୍ମିକ ମନୋଭାବ ଉପରେ ଯୁକ୍ତି ସଙ୍ଗତ ଚାପ ପକାଇଥିଲା ଏବଂ ବୈଜ୍ଞାନିକ ଓ ମାନବବାଦର ଶିକ୍ଷାକୁ ପ୍ରୋତ୍ସାହିତ କରିଥିଲା  । ସଂସ୍କାରକମାନେ ଅନୁଭବ କଲେ ଯେ ଆଧୁନିକ ଧାରଣା ଏବଂ ସଂସ୍କୃତି ଭାରତୀୟ ସଂସ୍କୃତିକ ସ୍ରୋତ ମଧ୍ୟରେ ସଂଯୋଗ ସ୍ଥାପନ କରିପାରିବ  । ଆଧୁନିକ ଶିକ୍ଷାର ଉପସ୍ଥାପନା ଭାରତୀୟମାନଙ୍କୁ ବୈଜ୍ଞାନିକ ଏବଂ ଯୁକ୍ତିସଙ୍ଗତ ଜୀବନଯାପନ କରିବା ଆଡକୁ ପଥ ପ୍ରଦର୍ଶନ କଲା  । ସବୁ ଆନ୍ଦୋଳନଗୁଡିକ ମହିଳାମାନଙ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ କାମ କଲା ଏବଂ ଜାତିପ୍ରଥାର ସମାଲୋଚନା କଲା  । ବିଶେଷ କରି ଅସ୍ପୃଶ୍ୟତାର ସମାଲୋଚନା କଲା  । ଏହି ଆନ୍ଦୋଳନ ସାମାଜିକ ଏକଟା ପ୍ରତି ଦୃଷ୍ଟି ଦେଲା ଏବଂ ସ୍ଵାଧୀନତା, ସମାନତା ଏବଂ ଭାତୃତ୍ଵ ଆଡକୁ ଅଗ୍ରସର କରାଇଲା  ।

ଶିକ୍ଷାପ୍ରତି, ବିଶେଷକରି ନାରୀ ଶିକ୍ଷା ପ୍ରତି ଗୁରୁତ୍ଵ ଦିଆଯାଇଥିଲା  । ମହିଳାମାନଙ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ କେତେକ ଯୁକ୍ତିଯୁକ୍ତ ପରିସରକୁ ଉପସ୍ଥାପନ କରାଗଲା  । ଉଦାହରଣ ସ୍ୱରୂପ ସତିପ୍ରଥା ଏବଂ ଶିଶୁ କନ୍ୟା ହତ୍ୟା ପ୍ରଥାକୁ ବେଆଇନ ବୋଲି ଘୋଷଣା କରାଗଲା  । ୧୮୫୬ ମସିହାରେ ଆଇନ ପାଶ୍ ହେଲା ପରେ ବିଧବା ବିବାହ ସମ୍ଭବପର ହୋଇ ପାରିଲା ଏବଂ ବିଧବାମାନଙ୍କ ଅବସ୍ଥାର ଉନ୍ନତି ହେଲା  । ୧୮୭୨ ମସିହାରେ ଅସବର୍ଣ୍ଣ ଏବଂ ସାମ୍ପ୍ରଦାୟିକ ବିବାହ ଆଇନ ପାଶ୍ ହେଲା  । ୧୮୬୦ ଆଇନ ବଳରେ ଝିଅମାନଙ୍କର ବିବାହ ବୟସକୁ ଦଶକୁ ବଢାଇ ଦିଆଗଲା  । ୧୯୨୯ ମସିହାରେ ବାଲ୍ୟବିବାହକୁ ବାରଣ କରିବାକୁ ସାରଦା ଆଇନ ପାଶ୍ ହୋଇଥିଲା  । ଏହି ଆଇନ ଅନୁସାରେ ୧୪ ବର୍ଷ ବୟସରୁ କମ୍ ଝିଅ ଏବଂ ୧୮ ବର୍ଷ ବୟସରୁ କମ୍ ପୁଅ ବିବାହ କରି ପାରିଲେ ନାହିଁ  । ଏହି ସଂସ୍କାରକମାନଙ୍କର କାର୍ଯ୍ୟର ପ୍ରଭାବ ଜାତୀୟ ଆନ୍ଦୋଳନ ଉପରେ ପରିଲକ୍ଷିତ ହୋଇଥିଲା  । ବହୁ ସଂଖ୍ୟକ ମହିଳା ମୁକ୍ତି ସଂଗ୍ରାମରେ ଅଂଶ ଗ୍ରହଣ କରିବାକୁ ବାହାରି ଆସିଲେ  । ସ୍ଵାଧୀନତା ସଂଗ୍ରାମରେ କ୍ୟାପଟେନ ଲକ୍ଷ୍ମୀସେହେଗାଲ (ଭାରତୀୟ ନୌବାହିନୀର), ସରୋଜିନୀ ନାଇଡୁ, ଆନିବେସାନ୍ତ, ଅରୁଣା ଆସଫଅଲ୍ଲୀ ଏବଂ ଆହୁରି କେତେକ ମହିଳାଙ୍କ ଭୂମିକା ଅତ୍ୟଧିକ ଗୁରୁତ୍ଵପୂର୍ଣ୍ଣ ଥିଲା  । ବର୍ତ୍ତମାନ ମହିଳାମାନେ ପର୍ଦ୍ଦା ଆଢୁଆଳରୁ ବାହାରିଆସି ଚାକିରି କଲେ  ।

ସଂସ୍କାରକମାନଙ୍କର ଅବିରତ ଚେଷ୍ଟା ସମାଜ ଉପରେ ବହୁତ ପ୍ରଭାବ ପକାଇଥିଲା  । ଧର୍ମ ସଂସ୍କାର ଆନ୍ଦୋଳନ ଭାରତୀୟମାନଙ୍କ ମନରେ ଆତ୍ମ ସମ୍ମାନ, ଆତ୍ମ ବିଶ୍ଵାସ ଏବଂ ଦେଶପ୍ରତି ଗର୍ବ ଜାଗ୍ରତ କରିଥିଲା  । ଏହି ସଂସ୍କାର ଆନ୍ଦୋଳନ ଅନେକ ଭାରତବାସୀଙ୍କୁ ଆଧୁନିକ ପୃଥିବୀ ସହିତ ସମ୍ମିଳିତ କରିବାକୁ ସାହାଯ୍ୟ କଲା  । ଭାରତୀୟ ବୋଲି ପରିଚୟ ଦେବାକୁ ଲୋକେ ଅଧିକ ସଜାଗ ହୋଇଗଲେ  । ଭାରତର ସ୍ଵାଧୀନତା ସଂଗ୍ରାମରେ ଏହା ପ୍ରକାରନ୍ତରେ ବ୍ରିଟିଶ ବିରୁଦ୍ଧରେ ମିଳିତ ସଂଗ୍ରାମ ଥିଲା  ।

ବିଂଶ ଶତାବ୍ଦୀରେ ବିଶେଷ କରି ୧୯୧୯ ପରେ ଭାରତରେ ଜାତୀୟ ଆନ୍ଦୋଳନ ସମାଜ ସଂସ୍କାରର ପ୍ରଧାନ ପ୍ରଚାରକ ଥିଲା  । ଭାରତୀୟ ଭାଷାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ବ୍ୟବହାର କରାଗଲା  । ସେମାନେ ନଭେଲ, ଡ୍ରାମା, କ୍ଷୁଦ୍ରଗଳ୍ପ, ପଦ୍ୟ, ପ୍ରେସର ଏବଂ ୧୯୩୦ ରେ ଚଳଚିତ୍ରରେ ଏହାକୁ ବ୍ୟବହାର କରି ସେମାନଙ୍କ ମତର ପ୍ରସାର କଲେ  । ଆନ୍ଦୋଳନ ଗୁଡିକ ଲୋକଙ୍କର ଆତ୍ମ-ବିଶ୍ଵାସ, ଆତ୍ମସମ୍ମାନ, ସଜାଗତା ଏବଂ ଦେଶପ୍ରେମର ଉନ୍ନତି ଘଟାଇଲା  । ତେଣୁକରି ଜାତୀୟ ସଚେତନତା ଭାବର ଉନ୍ନତି ଘଟିଲା  । ଭାରତର ସ୍ଵାଧୀନତା ସଂଗ୍ରାମ ସହିତ ଜଡିତ ଉପନ୍ୟାସ ପଢି ଥିବାର ଏବଂ ଚଳଚିତ୍ର ଦେଖିଥିବାର କଥାକୁ ତୁମେ ମନେ ପକାଅ  । ଆରମ୍ଭରେ ତୁମେ ସେହି ଲେଖକ ଏବଂ ତାଙ୍କ ପୁସ୍ତକର ତାଲିକା ପ୍ରସ୍ତୁତ କର କେତେକ ଚଳଚିତ୍ରର ତାଲିକା ପ୍ରସ୍ତୁତ କର  । ଆହୁରି ମଧ୍ୟ କେତେକ ଗୀତର ତାଲିକା ପ୍ରସ୍ତୁତ କର  ।ଏହି ସୂତ୍ର ତୁମକୁ ସାହାଯ୍ୟ କରିବ  । ଇନ୍ସାଫକି ଡାଗର ପେ, ବଞ୍ଚୋ ଦେଖୋ ଚାଲକେ, ଏ ଦେଶ ହଏ ତୁମ୍ହାରା, ନେତା ତୁମ୍ ହିହୋ କଲକେ କିମ୍ବା ବନ୍ଦେ ମାତରମ୍  । ସେହି ଗୋଟିଏ ଫିଲିମରେ ଲତା ମଙ୍ଗେସକରଙ୍କ ଦ୍ଵାରା ଗାନ କରାଯାଇଥିଲା  ।

ସଂସ୍କାର ଆନ୍ଦୋଳନର ନିର୍ଦ୍ଧିଷ୍ଟ ସୀମା ଥିଲା  । ଏହା ଖୁବ୍ କମ୍ ପରିମାଣରେ ଲୋକମାନଙ୍କୁ ପ୍ରଭାବିତ କରିଥିଲା  । ବିଶେଷକରି ଶିକ୍ଷିତ ସମାଜ ଏବଂ କୃଷକ ଜନସାଧାରଣଙ୍କ ପାଖରେ ପହଞ୍ଚିପାରି ନଥିଲା ଏବଂ ସହରରେ ଥିବା ଗରିବ ଜନସାଧାରଣଙ୍କ ପାଖରେ ମଧ୍ୟ ପହଞ୍ଚିପାରି ନଥିଲା  ।

ଆଧାର :ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top