ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ମଙ୍ଗଳ ଗ୍ରହରେ ଅମ୍ଳଜାନ ସମସ୍ୟା
ସେଆର କରନ୍ତୁ

ମଙ୍ଗଳ ଗ୍ରହରେ ଅମ୍ଳଜାନ ସମସ୍ୟା

ମଙ୍ଗଳ ଗ୍ରହରେ ଅମ୍ଳଜାନ ସମସ୍ୟା ବିଷୟରେ ସୂଚନା

ମଙ୍ଗଳ ଗ୍ରହରେ ଅମ୍ଳଜାନ

୨୪ ତାରିଖ ସେପ୍ଟେମ୍ବୁର ୨୦୧୪ । ସେହି ଦିନଟିକୁ ଆମେ ଭୁଲି ପାରିବାନାହିଁ ; କାରଣ, ମହାକାଶ ଗବେଷଣା କ୍ଷେତ୍ରରେ ଆମ ଦେଶକୁ ସେଦିନ ଏକ ଅଭୂତପୂର୍ବ ସଫଳତା ମିଳିଥିଲା । ଆମର ପ୍ରଥମ ମଙ୍ଗଳଯାନ ସଫଳତାର ସହିତ ସେଦିନ ମଙ୍ଗଳଗ୍ରହ ନିକଟରେ ପହଞ୍ଚିଥିଲା । ଆମେ ପୃଥିବୀ ଗ୍ରହରେ ବାସକରୁ । ପୃଥିବୀକୁ ମିଶେଇ ସମୁଦାୟ ୮ଟି ଗ୍ରହ ଆମର ସୂର୍ଯ୍ୟ ଚାରିପଟେ ବୁଲୁଛନ୍ତି । ସେମାନଙ୍କ ଭିତରୁ ମଙ୍ଗଳଗ୍ରହ ଅନ୍ୟତମ । ରାତିରେ ଖାଲି ଆଖିରେ ଏହା ଆମକୁ ଲାଲ ରଙ୍ଗର ତାରା ଭଳି ଦେଖାଯାଏ । ସେଥିପାଇଁ ଏହାକୁ ଲୋହିତଗ୍ରହ' ମଧ୍ୟ କୁହାଯାଏ । ଏହା ଆମର ପୃଥିବୀ ଭଳି ବିରାଟ ପେଣ୍ଡୁଟିଏ । ମଙ୍ଗଳଗ୍ରହକୁ ପୃଥିବୀର ଯାଆଁଳା ଭଉଣୀ କୁହାଯାଏ । ଆକାରକୁ ଦେଖିଲେ ପୃଥିବୀର ଅଧା ହେଉଛି ମଙ୍ଗଳ ।

ସମସ୍ୟା

ଏଯାଏ ଆମ ପୃଥିବୀରୁ କୌଣସି ଲୋକ ମଙ୍ଗଳଗ୍ରହକୁ ଯାଇ ନାହାନ୍ତି । ହେଲେ ଆଗକୁ ଯିବାର ଯୋଜନା ଚାଲିଛି । ପ୍ରଥମେ ଆମେରିକାର ମହାକାଶଚାରୀମାନେ ମଙ୍ଗଳଗ୍ରହରେ ପାଦ ଦେବେ ବୋଲି ଜଣାପଡୁଛି । ଏଯାଏ । କୌଣସି ଲୋକ ମଙ୍ଗଳଗ୍ରହକୁ ଯାଇ ନ ଥିଲେ ବି ମଙ୍ଗଳରେ ବାସ କରିବା ବିଷୟକୁ ନେଇ ସାରା ପୃଥିବୀରେ ବେଶ୍ ଚର୍ଚ୍ଚା ହେଉଛି । କାରଣ, ଅନ୍ୟ ଗ୍ରହଗୁଡିକର ଦୂରତାକୁ ଦେଖିଲେ ପୃଥିବୀର ଅତି ନିକଟରେ ମଙ୍ଗଳ ଗ୍ରହ ରହିଛି । ସେଥିପାଇଁ ଆମେ ସେଠାରେ ପହଞ୍ଚିପାରିବା ବୋଲି ଆମର ସାହସ ହେଉଛି । ପୁଣି ସେଠାରେ ମାଟି ତଳେ ଜଳ ଅଛି ବୋଲି ଜଣାପଡିଛି । ସବୁଠାରୁ ବଡ଼ ସମସ୍ୟା ହେଉଛି ମଙ୍ଗଳର ବାୟୁମଣ୍ଡଳ । ମଙ୍ଗଳର ବାୟୁମଣ୍ଡଳ ଆମର ବଞ୍ଚିବା ପାଇଁ ଉପଯୁକ୍ତ ନୁହେଁ ।

ବଞ୍ଚିରହିବା ପାଇଁ ଖାଦ୍ୟ, ପାନୀୟ ଓ ଯଥେଷ୍ଟ ଅମ୍ଳଜାନ ଆବଶ୍ୟକ । ଖାଦ୍ୟ ନ ଖାଇ, ଆମେ ୩ ସପ୍ତାହ ବଞ୍ଚିପାରିବୁ । ପାଣି ବି ନ ପିଇ ଆମେ ୩ ଦିନ ବଞ୍ଚି ପାରିବୁ ।

ଜଣେ ଜଣେ ପାଣି ନ ପିଇ ୮-୧୦ ଦିନ ବଂଚି ପାରିଛନ୍ତି ; କିନ୍ତୁ ସବୁଠାରୁ ବଡ଼ କଥା ପ୍ରଶ୍ଵାସରେ ଅମ୍ଳଜାନ ନ ନେଇ ଆମେ ମାତ୍ର ୩ ମିନିଟ୍ ବଞ୍ଚିପାରିବୁ । । ତେଣୁ ଆମ ପାଇଁ ଅମ୍ଳଜାନ ଅତି ଗୁରୁତ୍ଵପୂର୍ଣ୍ଣ । ଦୁଃଖର କଥା, ମଙ୍ଗଳର ବାୟୁମଣ୍ଡଳରେ ଯଥେଷ୍ଟ ଅମ୍ଳଜାନ ନାହିଁ । ଆମ ପୃଥିବୀର ବାୟୁମଣ୍ଡଳରେ ୨୧ ପ୍ରତିଶତ ଅମ୍ଳଜାନ ଅଛି । ଏହାର ଅର୍ଥ, ୧୦ ୦ ବୋତଲ ପବନରେ ୨୧ ବୋତଲ ଅମ୍ଳଜାନ ରହିଛି । ସେହିପରି ଅଧା ବୋତଲରୁ କମ୍ ଅଙ୍ଗାରକାମ୍ଳ ରହିଛି; କିନ୍ତୁ ମଙ୍ଗଳର ବାୟୁମଣ୍ଡଳର ପରିସ୍ଥିତି ପୂରା ବିପରୀତ । ସେଠାରେ ୧୦୦ ବୋତଲ ପବନରେ ଅଧା ବୋତଲରୁ କମ୍ ଅମ୍ଳଜାନ ରହିଛି । ଅଥଚ ୯୬ ବୋତଲ ଅଙ୍ଗାରକାମ୍ଳ ରହିଛି । ତେଣୁ ପୃଥିବୀରୁ ଅମ୍ଳଜାନ ଧରି ସେଠାକୁ ଯିବାକୁ ହେବ । ନାକରେ ଅମ୍ଳଜାନ ଧଳି ଝୁଲେଇଲେ ଯାଇ ଆମେ ମଙ୍ଗଳ ଗ୍ରହ ଉପରେ ଚୁଲିପାରିବା । ତେଣୁ ସେମିତି କିଛି ବିଶେଷ ବ୍ୟବସ୍ଥା ନ କଲେ ଆମେ ସେଠାରେ ସବୁଦିନ ରହିପାରିବା ନାହିଁ । ବୈଜ୍ଞାନିକମାନେ ସମସ୍ତ ଅସୁବିଧା ଜାଣିବା ପରେ ସେସବୁର ସମାଧାନ ଦିଗରେ ଗବେଷଣା ଚଲେଇଛନ୍ତି । ଏବେ ପୃଥିବୀରୁ ଯାଇ ମଙ୍ଗଳରେ ପହଞ୍ଚୁବା ପାଇଁ ୩୦ ୦ ଦିନ ଲାଗୁଛି ।

ସଂଗୃହିତ : କମଳକାନ୍ତ ଜେନା, ଅଧ୍ୟାପକ, ପଦାର୍ଥ ବିଜ୍ଞାନ,

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top