ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ମହାନ ବୈଜ୍ଞାନିକ ଉଦ୍ଭାବନ
ସେଆର କରନ୍ତୁ

ମହାନ ବୈଜ୍ଞାନିକ ଉଦ୍ଭାବନ

ଏଠାରେ ମହାନ ବୈଜ୍ଞାନିକ ମାନଙ୍କ ଉଦ୍ଭାବନ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଅଛି ।

ସାନ୍ଦ୍ରତା ମାପର ଆବିଷ୍କାରକ

ଆର୍କମେଡିସ

(ଖ୍ରୀ.ପୂ୨୮୭ - ଖ୍ରୀ.ପୂ୨୧୨)

ଆର୍କମେଡିସ ପ୍ରାଚୀନ ପୃଥିବୀର ସର୍ବମହାନ ବିଜ୍ଞାନୀ ଭାବେ ସମ୍ମାନ ପାଆନ୍ତି  । ଏହାର କାରଣ ସେ କାଳରେ ମଧ୍ୟ ସେ ବୈଜ୍ଞାନିକ ପ୍ରଣାଳୀରେ ବ୍ୟବହାର କରିଥିଲେ  । ଯୁଦ୍ଧବେଳେ ତାଙ୍କ ଜ୍ଞାନର ପ୍ରୟୋଗ କରି ଶତ୍ରୁଙ୍କୁ ଘଉଡେଇ ଡେଇ ପାରୁଥିଲେ  । ଏହି କାରଣରୁ ନଗରର ରାଜାଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକମାନେ ଆର୍କମେଡିସଙ୍କୁ ସମ୍ମାନ କରୁଥିଲେ   ।

ଆର୍କମେଡିସ ଥିଲେ ପ୍ରାଚୀନ ଯୁଗର ସମୃଦ୍ଧ ଗ୍ରୀକ ସଭ୍ୟତାର ସନ୍ତାନ  ।  ଖ୍ରୀ.ପୂ୨୮୭ରେ ଗ୍ରୀକ ନଗର ସିସିଲିର ସିରାକ୍ୟୁଜ ଠାରେ ସେ ଜନ୍ମଗ୍ରହଣ କରିଥିଲେ  । ଠାରେ ରାଜାଙ୍କର ବଣିଆ ତାଙ୍କ ପାଇଁ ଗୋଟିଏ ସୁନାର ମୁକୁଟ ତିଆରି କଲା  । ମୁକୁଟଟି ଖୁବ ସୁନ୍ଦର ହୋଇଥାଏ   । ତାକୁ ଦେଖି ରାଜା ସନ୍ତୁଷ୍ଟ ହେଲେ  । ମାତ୍ର ମନ୍ତ୍ରୀଙ୍କର ସନ୍ଦେହ ହେଲା ଯେ ବଣିଆ ମୁକୁଟରେ ଖାଦ ମିଶାଇ କିଛି ସୁନା ମାରିଦେଇଛି   । ବଣିଆ ଯଦି ଏପରି ନିମକହାରାମୀ କରିଥାଏ ଓ ତାକୁ ଦଣ୍ଡ ମିଳିବା ଉଚିତ   । ମାତ୍ର ଖାଦ ମିଶିଛି କି ନାହିଁ  ଜାଣିବା ପାଇଁ ମୁକୁଟକୁ ଭାଙ୍ଗି ସୁନା ପରୀକ୍ଷା କରିବାକୁ ହେବ   । ଏତେ ସୁନ୍ଦର ମୁକୁଟର କୌଣସି  ଅଂଶ ଭାଙ୍ଗିବା ପାଇଁ ରାଜା ଆଦୌ ପ୍ରସ୍ତୁତି ନଥିଲା   । ମୁକୁଟନ ଭାଙ୍ଗି ତାକୁ ଖାଣ୍ଟି ସୁନାରେ ନିର୍ମିତ କି ନା କିପରି ଜଣାପଡିବ  ? ଏ ସମସ୍ୟା ସମାଧାନ ପାଇଁ ଆର୍କମେଡିସଙ୍କୁ ଡକାଗଲା   ।

ଆର୍କମେଡିସ ସବୁ ଶୁଣିଲେ  । ମାତ୍ର ସଙ୍ଗେ ସଙ୍ଗେ ତାଙ୍କୁ କିଛି ବୃଦ୍ଧି ଜୁଟିଲା ନାହିଁ  । ଘରକୁ ଫେରି ଆର୍କମେଡିସ ଯେତେ ଚିନ୍ତା କଲେ, କିଛି ସମାଧାନ ପନ୍ଥା ମିଳୁନଥାଏ   । ଦିନେ ସେ ଗାଧୋଇବାକୁ ଯାଇଥାନ୍ତି  । ଅନ୍ୟମନସ୍କ ଭାବେ ପାଣି ଭର୍ତ୍ତି ହୋଇଥିବା ଗାଧୁଆକୁଣ୍ଡରେ ଗୋଡ ବୁଡେଇ ଦେଖିଲେ  କୁଣ୍ଡରୁ କିଛି ପାଣି ବୋହି ଯାଉଛି  । ସେ କୁଣ୍ଡ ଭିତରେ ଯେତେ ଅଧିକ ପଶିଲେ ସେତେ ଅଧିକ ପାଣି ନିଗିଡି ଗଲା  । କୁଣ୍ଡ ଭିତରେ ପଶିବା ପରେ ତାଙ୍କ ବିଚକ୍ଷଣ ବୁଦ୍ଧିକୁ ଢୁକିଲା – ତାଙ୍କ ଶରୀରର ଆୟତନ ଯେତିକି , ସେତିକି ପାଣି କୁଣ୍ଡରୁ ବାହାରିଗଲା   ।

ଆର୍କମେଡିସ ବୁଝିପାରିଲେ ମୁକୁଟ ଖାଣ୍ଟି ସୁନାରେ ତିଆରି କି  ନାହିଁ ତାହା ପରୀକ୍ଷା କରିବାର ବାଟ ତାଙ୍କୁ ମିଳିଯାଇଛି   । ସେ ଏତେ ଉତ୍ତେଜିତ ହୋଇପଡିଲେ ଯେ ଗାଧୁଆକୁଣ୍ଡରୁ ବାହାରି “ ଯୁରେକା, ଯୁରେକା ଚିତ୍କାର କରି ରସତ୍ରାରେ ଦୌଡିଲେ   । ଗ୍ରୀକ ଭାଷାରେ “ ଯୁରେକା ର ଅର୍ଥ ପାଇଛି  । ନିଜ ଆବିଷ୍କାରରେ ଆର୍କମେଡିସ ଏପରି ଭୋଳ ହୋଇଗଲେ ଯେ ସଂପୂର୍ଣ୍ଣ ଳଙ୍ଗଳା ହୋଇ ସେ ରାସ୍ତାରେ ଦୌଡୁଛନ୍ତି ବୋଲି ଭୁଲିଗଲେ  । ଏଅବସ୍ଥାରେ ତାଙ୍କୁ ଦେଖୁଥିବା ଲୋକମାନେ ଭାବିଲେ ଆର୍କମେଡିସ ପାଗଳ ହୋଇଯାଇଛନ୍ତି  । ଏହି ମହାନ ଆବିଷ୍କାରଙ୍କ ବିଜ୍ଞାନୀ ଆନନ୍ଦରେ ଆତ୍ମହରା ହୋଇ ସବୁ ଭୁଲିଯାଏ   । ରାସ୍ତାରେ ଳଙ୍ଗଳା ହୋଇ ଦୌଡିବା ଘଟନା ଏ ଯାଏ ସାରା ପୃଥିବୀର ଲୋକଙ୍କୁ ସେ କଥା ମାନେ ପକାଇ ଦେଉଛି   । ଏହା ଭିତରେ ପ୍ରାୟ ତେଇଶି ଶହ ବର୍ଷ ବିତିଗଲାଣି   ।

ଆର୍କମେଡିସ ଜାଣିଥିଲେ , ସୁନା ହେଛି ସବୁଠାରୁ ସାନ୍ଦ୍ର ପଦାର୍ଥ   ।  ଏକ କିଲୋ ସୁନାର ଆୟତନ ଏକ କିଲୋ ରୂପରେ ଆୟତନ ଠାରୁ କମ   ।  ରାଜାଙ୍କ ପାଖକୁ ଯାଇ ଆର୍କମେଡିସ ମୁକୁଟ ଓଜନ ସହିତ ସମାନ ଓଜନର ସୁନା ଓ ରୂପାମଗାଗଲା   । ପ୍ରଥମେ ଗୋଟିଏ ଭର୍ତ୍ତି ପାତ୍ରରେ ସୁନାକୁ ପାଣିରେ ବୁଡାଇ ସେତିକି ପାଣି ନିଗିଡି ଗଲା ମାପିଲେ   । ତାପରେ ପାତ୍ରକୁ ପୁଣି ଜଳପୂର୍ଣ୍ଣ କରି ସେଥିରେ ମୁକୁଟ ବୁଡାଇଲେ   । ଦେଖାଗଲା ମୁକୁଟ ଅଧିକ ଜଳ ଅପସାରିତ କଲା  । ଯଦି ମୁକୁଟ ଖାଣ୍ଟି ସୁନାରେ ତିଆରି ହୋଇଥାଆନ୍ତା  , ତେବେ ମୁକୁଟ ଓ ସୁନାମୁଣ୍ଡା ସମାନ ପରିମାଣର ଜଳ ଅପସାରିତ କରିଥାନ୍ତା   ।  ଏହା ପରେ ପୁଣି ପାତ୍ରକୁ ଜଳପୂର୍ଣ୍ଣ କରି ସେଥିରେ ରୂପାମୁଣ୍ଡା ବୁଡାଇଲେ    । ରୂପା ମୁଣ୍ଡା ପାତ୍ରରୁ ମୁକୁଟ ଅପେକ୍ଷା ଅଧିକ ଜଳ ବାହାର କରିଦେଲା  । ଏହାର ତାତ୍ପର୍ଯ୍ୟ , ମୁକୁଟ ସୁନା ଓ ରୂପା ମିଶିକାରୀ ଅଛି   ।  ମୁକୁଟର ସାନ୍ଦ୍ରତା ସୁନା ଠାରୁ କମ ଓ ରୂପା ଠାରୁ ଅଧିକ  । ଆର୍କମେଡିସଙ୍କ ପରୀକ୍ଷାରେ ସନ୍ତୁଷ୍ଟ ହୋଇ ରାଜା ବଣିଆକୁ ଜେଲ  ପଠାଇଦେଲେ ଆର୍କମେଡିସଙ୍କୁ ପ୍ରଚୁର ସୁନା ଉଫାର ହେବାକୁ ଚାହିଁଲେ । ମାତ୍ର ଆର୍କମେଡିସ ନମ୍ରତାର ସହିତ ତାହା ଗ୍ରହଣ ନ କରି କହିଲେ “ ମୁଁ ଯେଉଁ ଅମୂଲ୍ୟ ଜ୍ଞାନର ସନ୍ଧାନ ପାଇଲି ତା ତୁଳନାରେ ସୁନାର ମୂଲ୍ୟ ତୁଚ୍ଛ   ।  ବାସ୍ତବିକ ଜେନ ସୁନାଚୋରକୁ ଧରିବାକୁ ଯାଇ ଆର୍କମେଡିସ ଯେଉଁ ମହାନ ବିଜ୍ଞାନିକ ତଥ୍ୟର ସନ୍ଧାନ ପାଇଲେ ତାହା ତାଙ୍କୁ ମାନବ ଇତିହାସରେ ଚିରଞ୍ଜିବୀ କରି ରଖିବ   ।

ବସ୍ତୁମାନଙ୍କର ସାନ୍ଦ୍ରତା ଅସମାନ ବୋଲି ଜଣାଥିଲା   । ଗୋଟିଏ ବସ୍ତୁର ସାନ୍ଦ୍ରତା ବସ୍ତୁଟିଏ ଜଳରେ ବୁଡାଇଲେ ତାହା ଯେତିକି ପରିମାଣର ଜଳ ଅପସାରିତ କରେ ତାକୁ ନିଖୁଣ ଭାବେ ମାପିବାର ଉପାୟ ଆର୍କମେଡିସ ନିର୍ଣ୍ଣୀୟ କରିଦେଲେ   ।  ଏହା ବ୍ୟତୀତ ସରଳ ଭାରଦଣ୍ଡ ତତ୍ତ୍ଵର ଆବିଷ୍କାର ତାଙ୍କର ଅନ୍ୟତମ ମହାନ ଆବିଷ୍କାର  । ଗୋଟିଏ ପଥରକୁ ଜଣେ ହାତରେ ଠେଲି ଘୁଞ୍ଚାଇ ପାରେନା  । ମାତ୍ର ବାଡିରେ ଠେସ ଡେଇ ସହଜରେ ଗଡେଇ ଦେଇପାରେ  । ସରଳ ଭାରଦଣ୍ଡର ନିୟମ ସେ ପ୍ରଣୟନ କଲେ  । କମ ବଳ ପ୍ରୟୋଗ କରି ପୁଲି ଦ୍ଵାରା ଅଧିକ ଓଜନ ଉଠାଇବାର କୌଶଳ ଆବିଷ୍କାର କରିବା ତାଙ୍କରି କୃତିତ୍ଵ  । ସମୁଦ୍ର କୂଳରେ ଗୋଟିଏ ଜାହାଜ ଥାଏ  । ଜାହାଜକୁ ଶକ୍ତ ଦଉଡିରେ ବାନ୍ଧି ଦଉଡିକୁ ଅନେକଗୁଡିଏ ପୁଳି ମଧ୍ୟରେ ଗୁଡାଇ ରଖାଗଲା  । ଶେଷ ପୁଲିରେ ଝୁଲୁଥିବା ଦଉଡିକୁ ଆର୍କମେଡିସଏନକେ କଥା ଅନୁସାରେ ଟାଣି ଯାହା ଦେଖିଲେ ସେଥିରେ ସେ ସ୍ତମ୍ଭୀଭୁତ ହୋଇଗଲେ  । ରାଜା ଦେଖିଲେ , ଏତେ ବଡ ଜାହାଜତା ଜଳପୃଷ୍ଠ ଛାଡି ଉପରକୁ ଉଠୁଛି  ।

ଆମ ସମୟର ଭାଷାରେ କହିଲେ ପଦାର୍ଥ ବିଜ୍ଞାନ ଓ ଇଞ୍ଜିନିୟରିଂକୁ ସମୃଦ୍ଧ କରିବା ବ୍ୟତୀତ ଆର୍କମେଡିସ ଥିଲେ ଜଣେ ମହାନ ଗଣିତଜ୍ଞ  । ବକ୍ରଙ୍କର ଦୈଘ୍ୟ ଏବଂ ଗୋଲକ ଓ ଶଙ୍କୁ ପରି ଘନଙ୍କର ଘନଫଳ ମାପିବା ପାଇଁ ସୂତ୍ରସବୁ ଆବିଷ୍କାର କରିଥିଲେ  । ବୃତ୍ତର ପରିଧି ଓ ବ୍ୟାସର ଅନୁପାତ ସବୁ ବୃତ୍ତ ପାଇଁ ସ୍ଥିରାଙ୍କ   । ଏହି କଥା ଆବିଷ୍କାର କରି ସେ ପରିଧି ଓ ବ୍ୟାସ ଅନୁପାତକୁ ଗ୍ରୀକ ଅକ୍ଷର  (ପାଇ) ଚିହ୍ନଟ କରିଥିଲେ   ।  (ପାଇ) ର ମୂଲ୍ୟ 22/7 ପାଖାପାଖି ବୋଲି ନିରୂପଣ କରିଥିବା ତାଙ୍କରି କୃତିତ୍ଵ  । ଏଆବିଷ୍କାରର ମୂଲ୍ୟ ଅକଳନୀୟ   ।

ଛପା କଳର ଆବିଷ୍କାରକ

ଜୋହାନ ଗୁଟେନବର୍ଗ

୧୩୯୭-୧୪୬୮

ତୃତୀୟ ସହସ୍ରାଦ୍ଦୀ ଆରମ୍ଭ ହୋଇଯାଇଛି  । ଦ୍ଵିତୀୟ ସହସ୍ରାଦ୍ଦୀର ହଜାର ବର୍ଷ ଭିତରେ ପୃଥିବୀର ଶ୍ରେଷ୍ଠ ବ୍ୟକ୍ତି ସବୁ କେ ଥିଲେ  , ଏ ସମ୍ପର୍କରେ ବିଖ୍ୟାତ ଟାଇମ ପତ୍ରିକା ଏକ ଜନସର୍ଭେ କରିଥିଲା  । ଏହି ଜଣସର୍ଭେ ଅନୁସାରେ ବିଗତ ସହସ୍ରାଦ୍ଦୀର ସର୍ବଶ୍ରେଷ୍ଠ ବ୍ୟକ୍ତି ମହାତ୍ମାଗାନ୍ଧୀ , କାର୍ଲମାକ୍ସ ଆଇନଷ୍ଟାଇନ ବା ନିଉଟନ ନୁହନ୍ତି   । ସର୍ବଶ୍ରେଷ୍ଠ ବ୍ୟକ୍ତି ହେଉଛନ୍ତି ଗୁଟେନବର୍ଗ  । ତୁମ ଭିତରୁ ଅନେକ ତାଙ୍କ ନାମ ଶୁଣିନାହଁ    । କେତେକ ଶିକ୍ଷିତ ବଡ ମଣିଷଙ୍କ ନିକଟରେ ମଧ୍ୟ ଗୁଟେନବର୍ଗ ଅପରିଚିତ   ।

ଗୁଟେନବର୍ଗ ଛାପାକଳର ଆବିଷ୍କାର କରିଥିଲେ  । ଛାପାକଳ ଆବିଷ୍କାର ହେବାପରେ ବହି, ପତ୍ରପତ୍ରିକା ଛପା ହେଲା  । ଲୋକେ ପାଠ ପଢିବାକୁ ଆଗ୍ରହୀ ହେଲେ   । ୟୁରୋପରେ ନବଜାଗରଣ ଆସିଲା  । ଛାପାକଳ ମଣିଷକୁ କେତେ ଉନ୍ନତ ସ୍ତରକୁ ନେଇଛି ତାହା କଳ୍ପନା କରିବା କାଷ୍ଠକର   । ମାତ୍ର ଏହି ବିରାଟ ଉଦ୍ଭାବନକାରୀ ତାଙ୍କ ଜୀବନକାଳରେ ଅଚିହ୍ନା ରହିଲେ   । ପରବର୍ତ୍ତୀ କାଳରେ ଲୋକେ ତାଙ୍କ କବର ଖୋଜିଲେ  । ମାତ୍ର ତାହା ମିଳିଲା ନାହିଁ    । କାରଣ କେବଳ ବିଶିଷ୍ଟ ଲୋକଙ୍କର କବର ଚିହ୍ନଟ ରଖିବାର ବିଧି ଅଛି  । ଗୁଟେନବର୍ଗ   । ଗୁଟେନବର୍ଗ କେଉଁ ନିର୍ଦ୍ଧିଷ୍ଟ ସ୍ଥାନରେ ଜନ୍ମ ହୋଇଥିଲେ   , କେଉଁଠି ପଡିଥିଲେ, କଣ ପାଢୀଥିଲେ, କାହାକୁ ବିବାହ କଲେ ଇତ୍ୟାଦି ଖବର ସବୁ ମାଟି ଗର୍ଭରେ ଚିରଦିନ ପାଇଁ ହଜିଯାଇଛି   । ମକଦ୍ଦମା ସଂକ୍ରାନ୍ତରେ କୋର୍ଟରେ ଦାଖଲ କରିଥିବା କାଗଜପତ୍ରରୁ ତାଙ୍କ ଜୀବନ ସମ୍ପର୍କରେ କିଛି ଖବର ପରବର୍ତୀ କାଳରେ ସଂଗୃହିତ ହୋଇପାରିଛି  । ତାଙ୍କ ବାପାଙ୍କ ଉଇଲକୁ ନେଇ ବିବାହ ଦେଖାଗଲା ଓ ଗୁଟେନବର୍ଗ କୋର୍ଟକୁ ଗଲେ  । ସେ ସ୍ଥାପନ କରିଥିବା ପ୍ରେସର ସ୍ଵତ୍ତ୍ଵ ନେଇ ଜଣେ ସହଯୋଗୀ ତାଙ୍କ ନାମରେ କେସ୍ କରିଥିଲେ  । ସେ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ  ବୋଲି ଦାବୀ କରି ଜଣେ ମହିଳା ଗୁଟେନବର୍ଗଙ୍କୁ କୋର୍ଟକୁ ଘୋଷାଡ଼ିଥିଲେ  । ଗୁଟେନବର୍ଗ ତାଙ୍କୁ ଠକ ଓ ମିଥ୍ୟାବାଦୀ କହିଛନ୍ତି ବୋଲି ଅଭିଯୋଗ କରି ଜେନ ଜୋତା ଦୋକାନୀ ତାଙ୍କ ନାମରେ କେସ କରିଥିଲା  । କୋର୍ଟକୁ ଘୋଷାଡ଼ି ହେବା ଅନୁଭୂତି କେଉଁ ଯୁଗରେ ବା କେଉଁ ଦେଶରେ ଆଦୌ ପ୍ରୀତିକର ନୁହେଁ   । ଗୁଟେନବର୍ଗ ହରକତ ହୋଇଥାଆନ୍ତୁ ପଛେ ମକଦ୍ଦମାଗୁଡିକ ଯୋଗୁଁ ତାଙ୍କ ସମ୍ବନ୍ଧରେ କିଛି ଜାଣିବା ସମ୍ଭବ ହୋଇଛି   ।

ଗୁଟେନବର୍ଗ ପଞ୍ଚଦଶ ଶତାଦ୍ଦୀରେ ଛାପାକଳ ଆବିଷ୍କାର କଲେ  । ତା ପୂର୍ବରୁ ୟୁରୋପରେ ବହିଥିଲା   । ମାତ୍ର ସେ ସବୁ ଥିଲା ହାତ ଲେଖା ବହି   । ମୁଖତଃ ବାଇବେଳକୁ ଉତାରିବା କାମ ଖ୍ରୀଷ୍ଟ ସନ୍ନ୍ୟାସୀମାନେ କରୁଥିଲେ   ।  ପ୍ରାକ ପ୍ରେସ ଯୁଗରେ ବାଇବେଲ ଥିଲା ପ୍ରାୟ ଏକମାତ୍ର ଗ୍ରନ୍ଥ  । ବାଇବେଲ ବ୍ୟତୀତ ଇଂରାଜୀ ସାହିତ୍ୟରେ ଚସରଙ୍କର “ କାଣ୍ଟରବୁରି ଟେଲସ “ ଓ ଆଉ ଦୁଇ ତିନୋଟି ବହି ପ୍ରଚଳିତ ଥିଲା  । କାରଣ , ପ୍ରଥମତଃ ପଢିପାରୁଥିବା ଲୋକଙ୍କ ସଂଖ୍ୟା ଥିଲା ଖୁବ କମ  । ଦ୍ଵିତୀୟରେ ଖଣ୍ଡେ ବହିକୁ ହାତରେ ଉତାରିବା ବାଲା ମୂଳଲେଖାକୁ ଆଡେଇ ଦେଇ ନିଜ ମନକୁ କିଛି ଜ୍ଞାନ ଓ ଭାଷା ଚାତୁରୀ ପୂରାଇ ଦେଉଥିଲେ   ।

ପଞ୍ଚଦଶ ଶତାଦ୍ଦୀରେ ନୂଆ ବୈଜ୍ଞାନିକ ତତ୍ତ୍ଵ ଆବିଷ୍କୃତ ହେବାକୁ ଆରମ୍ଭ କଲା  । ମାତ୍ର ଛାପାକାଳ ଅଭାବରୁ ବିଜ୍ଞାନ ସମ୍ପର୍କୀୟ ଲେଖାର ପ୍ରସାର ଘଟିପାରି ନ ଥିଲା  । ଠିକ ସମୟରେ ଗୁଟେନବର୍ଗଙ୍କ ଛାପାକଳ ପ୍ରସ୍ତୁତ ହୋଇଯିବାରୁ ଜ୍ଞାନ ବିଜ୍ଞାନର ପ୍ରସାର ୟୁରୋପରେ ଅଭୂତପୂର୍ବ ଭାବେ ଦ୍ରୁତବେଗରେ ଘଟିଲା   ।

ଗୁଟେନବର୍ଗ ୟୁରୋପରେ ଛାପାକାଳ ଚଳାଇବାର ପାଞ୍ଚ ସହ ବର୍ଷ ପୂର୍ବରୁ ନବମ ଶତାଦ୍ଦୀରେ ଚୀନଦେଶରେ ଛାପା ବ୍ୟବସ୍ଥା ପ୍ରଚଳିତ ଥିଲା  । ଗୋଟିଏ ପାଣ୍ଡୁ ଲିପିର ଏକ ପୃଷ୍ଠା ଅକ୍ଷରମାନଙ୍କୁ କାଠ ବ୍ଲକରେ ଖୋଦେଇ ଚୀନା ମାନେ ବହି ଛାପୁଥିଲେ   । ବାହାର ଜଗତ ସହିତ ଚୀନଦେଶର ସମ୍ପର୍କ ନଥିବାରୁ ଛାପା କୌଶଳ ୟୁରୋପରେ ପହଞ୍ଚି ପାଇଲା ନାହିଁ   । ତେବେ ଚୀନାମାନେ ଉଦ୍ଭାବନ କରିଥିବା କାଗଜ ଏକାଦଶ ଶତାଦ୍ଦୀରେ ୟୁରୋପରେ ପହଞ୍ଚିଥିଲା   । ଖ୍ରୀଷ୍ଟାଦ୍ଦ ୧୩୯୦ ବେଳରୁ ଜର୍ମାନୀରେ କାଗଜ ପ୍ରସ୍ତୃତ ହୋଇଥାଏ    । ଏହା ଗୁଟେନବର୍ଗଙ୍କ ଛାପାକାଳ ଉଦ୍ଭାବନର କିଛି ବର୍ଷ ପୂର୍ବର ଘଟଣା  । ଛାପାକଳ ପ୍ରସ୍ତୃତି ହେବା ବେଳକୁ କାଗଜର ଅଭାବ ନଥାଏ   ।

ଗୁଟେନବର୍ଗ ଜର୍ମାନର ରାଇସ ନଦୀ କୁଳରେ ମେଂଜ ନାମକ ଏକ ବିଶିଷ୍ଟ ସହରରେ ୧୩୯୮ ପାଖାପାଖି ଜନ୍ମ ହୋଇଥିଲେ   । ଗୁଟେନବର୍ଗଙ୍କ ବାପା ଫ୍ରାଇଲି ମେଂଯ ମୁଦ୍ରାଶାଳାରେ କାମ କରୁଥିଲେ   । ତାଙ୍କ ପରିବାରର ଅବସ୍ଥା ସ୍ଵଚ୍ଚଲ ଥିଲା  । ମୁଦ୍ରା ସଲାରେ ସୁନା ଓ ରୂପାକୁ ନିର୍ଦ୍ଧିଷ୍ଟ ଆକାର ଦେବା ଓ ତା ଉପରେ ମୋହର ମାରିବା କାମ ହୁଏ  । ସମ୍ଭବତଃ ଗୁଟେନବର୍ଗ ମୁଦ୍ରାଶାଳାରେ କାମ କରି ଧାତୁଙ୍କ  ସମ୍ପର୍କରେ ଅଭିଜ୍ଞତା  ହାସଲ କରିଥିଲେ  । ମୁଦ୍ରାଶାଳାରେ ଧାତୁଙ୍କ ସମ୍ପର୍କରେ ଅଭିଜ୍ଞତା ଧାତୁରେ ଅକ୍ଷର ପ୍ରସ୍ତୁତ କରିବା ଦିଗରେ ତାଙ୍କୁ ସାହାଯ୍ୟ କରିଥିବ   ।

ଫ୍ରାଇଲ ମେଂଜ ସହରର ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ ଓ ମୁଦ୍ରାଶାଳାରେ ଉଚ୍ଚ ପଦ ଅଧିକାରୀ ଥିବାରୁ ନଗରରେ ରାଜନୀତି ସହିତ ସେ ଜଡିତ ହୋଇ ପଡୁଥିବା ସ୍ଵାଭାବିକ   । ଖ୍ରୀସ୍ତାଦ୍ଦ ୧୪୧୧ ରେ ପରିଆବର ଛାଡି ମେଂଯରୁ କିଛି କାଳ କାଳ ପାଇଁ ପଳାଇବାକୁ ହୋଇଥିଲେ   । ତାଙ୍କର ମୃତ୍ୟୁ ପରେ ୧୪୨୮ ରେ ଗୁଟେନବର୍ଗ ମେଂଯ ଛାଡି ଷ୍ଟାସବର୍ଗ ଉଠିଗଲେ   । ଷ୍ଟାସବର୍ଗ ମେଂଜ ଠାରୁ ୨୦୦ କିଲୋମିଟର ଦୂର   ।  ଷ୍ଟାସବର୍ଗରେ ସେ କୋଡିଏ ବର୍ଷ ରହି ସେଇଠି ତାଙ୍କର ପ୍ରଥମ ପ୍ରେସ ଆରମ୍ଭ କଲେ  । ତେବେ ଏହି ପ୍ରେସ ବିଷୟ ସେ ଗୋପନ ରଖିବାକୁ ଚାହିଁଲେ   । ପ୍ରେସ ଗୁଟେନବର୍ଗଙ୍କ ନିଶା ଥିଲା  । ଏହି କାମରେ ସେ ସାରାଜୀବନ ପରୀକ୍ଷା ନିରୀକ୍ଷା କରିଛନ୍ତି   । ନିଜ ଜୀବନକାଳ ମଧ୍ୟରେ ସେ ଛାପାକାମକୁ ଏପରି ବିକଶିତ ଅବସ୍ଥାରେ ଛାଡିଜାଛନ୍ତି ଯେ ଆଗାମୀ ଚାରିବର୍ଷ ଭିତରେ ତାହାର କୌଣସିଜ ମୌଲିକ ପରିବର୍ତ୍ତନ ଦରକାର ପଡିନାହିଁ  । ସିସାରେ ଅକ୍ଷର ପ୍ରସ୍ତୁତ ତାଙ୍କରି ଆବିଷ୍କାର   ।

୧୪୧୧ ରେ ଗୁଟେନବର୍ଗଙ୍କ ପ୍ରେସରୁ ପ୍ରଥମ ଛାପା କାଗଜ ବାହାରିଥିଲା ୧୪୪୮ ରେ ସେ ଗୋଟିଏ କ୍ୟାଲେଣ୍ଡର ଓ ଲ୍ୟାଟିନ ବ୍ୟାକରଣ ବହି ଛାପିଥିଲେ   ।  ବହି ଛାପୁଥିଲେ  । ଏବେକାର ପ୍ରେସ ପ୍ରଚାର ପତ୍ର , ବିଜ୍ଞାପନ ଇତ୍ୟାଦି ପୃଷ୍ଠକିଆ ଲେଖା ଛାପି ଲାଭ ପାଆନ୍ତି  । ପାଞ୍ଚଦଶ ଶତାଦ୍ଦୀରେ ଏ ସବୁ ନଥିଲା  ।ତେବେ ଏବେକର “ ଜବୱାର୍କ “ ପରି ଗୁଟେନବର୍ଗ ଗୋଟିଏ ଲାଭଜଣକ କାମ ଠାବ କଲେ  ।  ଗୋଟିଏ ଲୋକ ଯଦି କିଛି ପାପ କରେ ଚର୍ଚ୍ଚରେ କିଛି ଟଙ୍କା ଦାନ କରି ସେ ରକ୍ଷା ପାଏ କ୍ଷମା କରାଗଲା ମର୍ମରେ ଖଣ୍ଡେ ଲେଖା କାଗଜ ଚର୍ଚ୍ଚରେ ଦାଖଲ କରେ   । ଚର୍ଚ୍ଚ ଦେଉଥିବା ପାପ କ୍ଷମାରେ ପ୍ରମାଣ ପତ୍ରକୁ “ ଇଣ୍ଡଲଜେନ୍ସ “ କୁହାଯାଏ  । ଆଗରୁ ଇଣ୍ଡଲଜେନସ ହାତଲେଖା ଥିଲା   । ଗୁଟେନବର୍ଗ ପ୍ରଥମେ ଇଣ୍ଡଲଜେନ୍ସ ସବୁ ଛାପି ପାପୀମାନଙ୍କୁ ବିକିଲେ  । ଭଲ ଲାଭ ପାଇଥିବେ   । ଷୋଡଶ ସତାଡି କେବଳ ଛାପା ଇଣ୍ଡଲଜେନ୍ସକୁ ଚର୍ଚ୍ଚ ଗ୍ରହଣ କଳା   । ପାପମୁକ୍ତ ହେବାକୁ ଅନେକ ବ୍ୟକ୍ତି ଇଣ୍ଡଲଜେନ୍ସ ଧରି ଚର୍ଚ୍ଚ ଶରଣ କଲେ  ।  ଏଥିରେ ଚର୍ଚ୍ଚର ଖୁବ ଭଲ ରୋଜଗାର ହେଲା  । ଏହାଦ୍ଵାରା ଚର୍ଚ୍ଚର ବଦ୍ନାମ ମଧ୍ୟ ବଢିଲା  । ପ୍ରେଟେଷ୍ଟାଣ୍ଟ ଓ କ୍ୟାଥଲିକ ଚର୍ଚ୍ଚ ଅଲଗା ହୋଇଯିବା ଫଳରେ ବଡନାମ ଇଣ୍ଡଲଜେନ୍ସ ଏକ ମୁଖ୍ୟ କାରଣ ରୂପେ ବିଦ୍ୟମାନ   ।  ପ୍ରୋଟେଷ୍ଟାଣ୍ଟମାନେ ଇଣ୍ଡଲଜେନ୍ସରୁ ଅର୍ଥ ଉପାର୍ଜନର ବିରୋଧ କଲେ   ।

୧୪୪୮ ରେ ଗୁଟେନବର୍ଗନିଜର ଜନ୍ମସ୍ଥାନ ମେଂଜକୁ ଫେରିଲେ   । ସେଠାରେ ବହୁ ପରିମାଣର ଅର୍ଥ ଜେନ ମହାଜନ ଠାରୁ ଧାର କରି ପ୍ରେସ ଆରମ୍ଭ କଲେ   । ଜୀବନରେ ଗୁଟେନବର୍ଗ ଅନେକ ଥର ଧାର କରିଛନ୍ତି   ;କିନ୍ତୁ କେବେ ସୁଝି ନାହାନ୍ତି ମକଦ୍ଦମାରେ ଲଢି ପ୍ରେସ ହରାଇଛନ୍ତି   ।ପ୍ରେସ କାମରେ ତାଙ୍କ ସୁନାର ହେବାରୁ ଫଷ୍ଟ ନାମକ ଜଣେ ଧନୀ ବ୍ୟକ୍ତିଙ୍କ ଠାରୁ ସେ ପୁଣି ବହୁତ ଅର୍ଥ ଧାର କଲେ   । ୧୪୫୦ରେ ବାଇବେଲ ଛାପା ଆରମ୍ଭ ହେଲା  । ଏହା ଏକ ମହାନ କୀର୍ତ୍ତି  ।  ଗୁଟେନବର୍ଗଙ୍କ ବାଇବେଲର ପୃଷ୍ଠା ସଂଖ୍ୟା ଥିଲା ୧୨୮୨   । ଏହା ଦୁଇଖଣ୍ଡରେ ବନ୍ଧେଇ ହୋଇ ବିକ୍ରି ହେଲା  । ସେ ତିନିଶହ ଖଣ୍ଡ ବାଇବେଲ କରି ପ୍ରସ୍ତୁତ କରିଥିଲେ  । ଗୁଟେନବର୍ଗଙ୍କ ବାଇବେଲ “ ବୟାଳିଶ ଧାଡିଆ ବାଇବେଲ “ ନାମରେ ବିଖ୍ୟାତ ହେଲା  । କାରଣ ଏହାର ପ୍ରତ୍ୟେକ ପୃଷ୍ଠାରେ ୪୨ ଟି ଧାଡିଥିଲା  ।  ଗୁଟେନବର୍ଗ ବାଇବେଲ ଛାପିଲେ କିନ୍ତୁ ବିକି ପାରିଲେ ନାହିନ   । କାରଣ ଫଷ୍ଟ ଟଙ୍କା ପାଇଁ ମକଦ୍ଦମା କରି ପ୍ରେସ ଅଧିକାର କରିନେଲେ  । ଗୁଟେନବର୍ଗଙ୍କ ତାଲିମପ୍ରାପ୍ତ ପ୍ରେସ କର୍ମଚାରୀଙ୍କ ସାହାଯ୍ୟରେ ବାଇବେଲ ଛାପା ସମାପ୍ତ କରି ଫଷ୍ଟ ତାକୁ ବିକିଲେ   ।

ଗୁଟେନବର୍ଗଙ୍କ ବାଇବେଲର ପ୍ରାୟ ୪୦ ଟି କପି ବ୍ରିଟିଶ ଲାଇବ୍ରେରୀ, ନିୟର୍କ ପବ୍ଲିକ ଲାଇବେରୀ  , ଅନ୍ୟାନ୍ୟ ଲାଇବ୍ରେରୀ ଓ ମେଂଜ ଠାରୁ ଗୁଟେନବର୍ଗ ମିଉଜିୟମରେ ସୁରକ୍ଷିତ ଅଛି   ।

ଗୁଟେନବର୍ଗଙ୍କ କର୍ମଚାରୀଙ୍କୁ ନିଯୁକ୍ତ କରି ଫଷ୍ଟ ପ୍ରେସ ଚଳାଇଲେ ଓ ବାଇବେଲ ପରେ ୧୪୫୭ ରେ ଖ୍ରୀଷ୍ଟୀୟ ସ୍ତୋତ୍ର ବହିଛାପା ହେଲା  । ଏହି ସ୍ତୋତ୍ର ବହି ବାରମ୍ବାର ଛପାହୋଇଛି  । ୧୪୬୬ ରେ ଫଷ୍ଟଙ୍କ ମୃତ୍ୟୁପରେ ତାଙ୍କର ସହଯୋଗ ପ୍ରେସ ଚାଲୁ ରଖିଲେ   । ମାତ୍ର ସେତେବେଳେକୁ ମେଂଜ ବାହାରେ ୟୁରୋପରେ ଅନ୍ୟାନ୍ୟ ସ୍ଥାନରେ ପ୍ରେସ ସବୁ ପ୍ରତିଷ୍ଠିତ ହୋଇଥାଏ   । ବହି ପାଇଁ ସେ ସମାଜରେ ଏକ କ୍ଷୁଧା ଥିଲା ଓ ଲୋକେ ଗୁଟେନବର୍ଗଙ୍କୁ ଆବିଷ୍କାରକୁ ଉପେକ୍ଷା କରୁଥିଲେ ସେ କଥା ସ୍ପଷ୍ଠ ଭାବେ ପ୍ରମାଣିତ ହୋଇଛି   । ଦୁଇଜଣ ଜର୍ମାନ ଦୁଇଟି ପ୍ରେସ ଇଟାଲୀରେ ଆରମ୍ଭ କରିଥିଲେ   । ପ୍ରଥମଟି ରମରେ ୧୪୬୪ ରେ ଓ ଦ୍ଵିତୀୟଟି ଭେନିସରେ ୧୪୬୯ରେ ପ୍ରତିଷ୍ଠିତ ହେଲା  । ଭେନିସ ପ୍ରେସ ୟୁରୋପର ପ୍ରକାଶନ କେନ୍ଦ୍ର ହୋଇ ଉଠିଲା  । ୧୪୭୦ ରେ ଫ୍ରାନ୍ସରେ ୧୪୭୧ରେ ନେଦରଲ୍ୟାଣ୍ଡରେ ପ୍ରଥମ ପ୍ରେସ ପ୍ରତିଷ୍ଠିତ ହୋଇଥିଲା   । ଷୋଡଶ ଶତାଦ୍ଦୀରେ ପ୍ରେସଙ୍କ ପ୍ରସାର ବିଂଶ ଶତାଦ୍ଦୀର ଦ୍ଵିତୀୟାର୍ଦ୍ଧରେ କମ୍ୟୁଟର ଙ୍କ ପ୍ରସାର ସହିତ ତୁଳନୀୟ  । ସର୍ବତ କମ୍ୟୁଟର ପଶିଯିବାରୁ ଅନେକ ଲୋକ କାମ ହରାଇଲେ   । ସେହିପରି ପ୍ରେସ ବ୍ୟାପିଯିବାକୁ ବହି ଲିଖନକାରୀ ବେକାର ବସିଲେ   ।

ଛପାକଳର ପ୍ରଧାନ ଶତ୍ରୁ ଭାବେ ଲେଖାଗଲା ରୋମାନ କ୍ୟାଥଲିକ ଚର୍ଚ୍ଚ  । ସେ ଯାଏ ବିଶ୍ଵବିଦ୍ୟାଳୟ ଓ ସ୍କୁଲସବୁ ଚର୍ଚ୍ଚ ଅଧୀନରେ ଥିଲା  । ପିଲାଙ୍କୁ ପାଠ ପଢାଇଲେ ପାଇଁ ଲୋକଙ୍କର ବ୍ୟଗ୍ରତା ଆସିବାକୁ ବିଦ୍ୟାଳୟ ସଂଖ୍ୟା ଦ୍ରୁତବେଗରେ ବଢିଲା  । ଏହା ଚର୍ଚ୍ଚର ମୁଣ୍ଡବ୍ୟଥାର ଗୋଟିଏ କାରଣ ହେଲା   । ଦ୍ଵିତୀୟତଃ ଲୋକଙ୍କର କଥିତ ଭାଷାରେ ବାଇବେଲ ଛାପା ଆରମ୍ଭ ହୋଇଗଲା   । ଆଗରୁ କେବଳ ଲ୍ୟଟିନ ଭାଷାରେ ବାଇବେଲ ଥିଲା ଓ ଳ୍ୟାଟିନ ଜାଣିନଥିବା ସାଧାରଣ ଲୋକଙ୍କୁ ଚର୍ଚ୍ଚର ପାଦ୍ରୀମାନେ ବାଇବେଲ ବୁଝାଉଥିଲେ  । ଲୋକଙ୍କର କଥିତ ଭାଷାରେ ବାଇବେଲ ଛପାଯିବାରୁ ବାଇବେଲ ଉପରେ ଚର୍ଚ୍ଚର ଏକଚାଟିଆ ଆଧିପତ୍ୟ କମିଳା   ।  ଲୋକଙ୍କର କଥିତ ଭାଷାରେ ବାଇବେଲ ଛପାଯିବାରୁ ବାଇବେଲ ଉପରେ ଚର୍ଚ୍ଚର ଏକଚାଟିଆ ଆଧିପତ୍ୟ କମିଲା  । ବାଇବେଲର ଜର୍ମାନୀ ଅନୁବାଦ ୧୪୬୬ରେ ପ୍ରକାଶ ପାଇଲା   । ପରେ ଫରାସୀ ,  ସ୍ପେନିୟ ଓ ଡଚ ଭାଷାରେ ବାଇବେଲରେ ବାହାରିଲା  । ଇଣ୍ଡଲଜେନସ କିଣି ପାପରୁ ମୁକ୍ତ ହେବାର ବ୍ୟବସ୍ଥା ବାଇବେଲ ନାହିଁ ବୋଲି ଲୋକେ ଜାଣିଲେ   । ଚର୍ଚ୍ଚର ସମାଲୋକମାନେ ଛଦ୍ମନାମରେ ଚର୍ଚ୍ଚର କାରବାର ବିଷୟ ଲେଖି ଚପାଇଲେ   । ଚର୍ଚ୍ଚର ବିନା ଅମୁମତିରେ ଛଦ୍ମନାମରେ ଲିଖିତ କୌଣସି ବହି ଛାପାଯିବ ନାହିଁ ବୋଲି ଚର୍ଚ୍ଚ ନିୟମ କଲା  । ଏହି ସବୁ ଗଣ୍ଡଗୋଲରୁ ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚ ଆରମ୍ଭ ହେଲା   ।

ପ୍ରେସର ଗଭୀର ଓ ସୁଦୂରପ୍ରସାରୀ ପ୍ରଭାବ କଳନା କରିବା କଷ୍ଟକର  । ତେଣୁ ଗୁଟେନବର୍ଗଙ୍କୁ ଦ୍ଵିତୀୟ ସହସ୍ରାଦ୍ଦୀର ଶ୍ରେଷ୍ଟ ମାନବ ଆସନରେ ବସାଇବାର ଓଜନଡାର କାରଣ ଦେଖିହୁଏ   ।

ଗତିଶୀଳ ପୃଥିବୀର ଆବିଷ୍କାରକ

କୋପରନିକସ

୧୪୭୩ -୧୫୪୩

ଚତୁର୍ଦ୍ଦଶ ଷୋଡଶ ଶତାଦ୍ଦୀ ପର୍ଯ୍ୟନ୍ତ ସମୟଖଣ୍ଡକୁ ୟୁରୋପୀୟ ରେନେଶାଁ ବା ପୁନର୍ଜାଗରଣ କାଳ ରୂପେ ଗଣନା କରାଯାଏ   । ବାଇବେଲ ଶାସ୍ତ୍ର ଓ ମହାନ ଗ୍ରୀକ ପଣ୍ଡିତ ଆରିଷ୍ଟୋଟଲଙ୍କ ମତରେ ସବୁ କଥାରେ ମାନି ନଯାଇ ନିଜର ବିଚାର ବୃଦ୍ଧି ପ୍ରୟୋଗ କରିବା ରେନେଶାଁ ଯୁଗର ବୈଶିଷ୍ଟ୍ୟ    । ଏ ଦୃଷ୍ଟିରୁ ପୋଲାଣ୍ଡର କୋପରନିକସ ରେନେଶାଁ ଯୁଗର ଜଣେ ମହାନ ସନ୍ତାନ   । ପୋଲାଣ୍ଡର ଟରୁନ ନାମକ ସ୍ଥାନରେ କୋପରନିକସ    । ୧୪୭୩ ଖ୍ରୀଷ୍ଟାଦ୍ଦରେ ଜନ୍ମ ହୋଇଥିଲେ  । ପ୍ରାଚୀନ ଯୁଗର ପ୍ରସିଦ୍ଧ ଜ୍ୟୋତିବିଜ୍ଞାନୀ ଟଲେମିଙ୍କ ମତରେ ୟୁରୋପୀୟ ମାନେ ପ୍ରାୟ ଚଉଦ ଶତାଦ୍ଦୀ  ଧରି ବେଦବକ୍ୟ ପରି ମାନିଥିଲେ  । ତେଲମିଙ୍କ ମତରେ ପୃଥିବୀ ବିଶ୍ଵବ୍ରହ୍ମାଣ୍ଡରେ କେନ୍ଦ୍ରରେ ସ୍ଥିର ଭାବେ ଅଛି   । ସୂର୍ଯ୍ୟ , ଚନ୍ଦ୍ର , ନକ୍ଷତ୍ର ଓ ଗ୍ରହମାନେ ପୃଥିବୀ ଚତୁର୍ଦ୍ଦଗରେ ଘୁରୁଛନ୍ତି   ।

କୋପରନିକସ ଗାଣିତିକ ପ୍ରତିଭା ତିକ୍ଷ୍ନ ଥିଲା ଓ ଏ ବିଷୟରେ ସେ ଭଲ ତାଲିମ ପାଇଥିଲେ  । ଅଠରବର୍ଷ ବୟସରେ ସେ ପୋଲାଣ୍ଡର ରାଜଧାନୀ କ୍ରାକୋ ବିଶ୍ଵବିଦ୍ୟାଳୟର ଛାତ୍ର ହେଲେ ଓ ତତ୍କାଳୀନ ବିଶିଷ୍ଟ ଗଣିତଜ୍ଞ ଆଲବର୍ଟ ବୁଜେନସ୍କିଙ୍କ ଠାରୁ ଗଣିତ ଅଧ୍ୟୟନ କଲେ   । ତାଙ୍କ ପ୍ରଭାବରେ ଗଣିତ ଓ ଜ୍ୟୋର୍ତିବିଜ୍ଞାନୀ ପ୍ରତି କୋପରନିକସଙ୍କ ଅନୁରାଗ ସୃଷ୍ଟି ହେଲା  । କୋପରନିକସଙ୍କ ମାମୁଥିଲେ ଜଣେ ବିଶପ ଓ ମାମୁ ଚର୍ଚ୍ଚ ସେବାରେ ନିଯୁକ୍ତ କଲେ । ଧର୍ମଯାଜକଟିଏ ହେବା ପରେ ମଧ୍ୟ କୋପରନିକସ ତାଙ୍କର ଜ୍ୟୋତିର୍ବିଜ୍ଞାନ ସମ୍ପର୍କୀୟ ଗବେଷଣା ଜାରି ରଖିଥାନ୍ତି   ।

ଖ୍ରୀଷ୍ଟାଦ୍ଦ ୧୫୧୦ ପୂର୍ବରୁ କୋପରନିକସ ଜାଣି ପାରିଥିଲେ ଯେ ପୃଥିବୀ ବିଶ୍ଵର କେନ୍ଦ୍ର , ସୂର୍ଯ୍ୟ ବିଶ୍ଵର କେନ୍ଦ୍ର ନୁହେଁ   । ଏବେ ଆମ ଜାଣିଲୁଣି ଯେ ସୂର୍ଯ୍ୟ ବିଶ୍ଵର କେନ୍ଦ୍ର କଥାଟି ଭୁଲ   , ମାତ୍ର ସୌରଜଗତରେ କେନ୍ଦ୍ର କଥାଟି ଠିକ  । ସୂର୍ଯ୍ୟ ଚତୁର୍ଦ୍ଦଶରେ ନିଖୁଣ ବୃତ୍ତାକାର ପଥରେ ପୃଥିବୀ ଓ ଅନ୍ୟ ଗ୍ରହମାନ ଘୁରୁଛନ୍ତି ବୋଲି କୋପରନିକସ କହିଲେ   । ଏହା ମଧ୍ୟ ପୁରା ଠିକ ନୁହେଁ  । କୋପରନିକସଙ୍କ ଜନ୍ମର ଶହେବର୍ଷ ପରେ ଜନ୍ମ ହୋଇଥିବା ଜ୍ୟୋର୍ତିବିଜ୍ଞାନୀ କେପଲର କହିଲେ ଯେ ପୃଥିବୀ ଓ ଅନ୍ୟ ଗ୍ରହଙ୍କର କକ୍ଷ ନିଖୁଣ ବୃତ୍ତ ନୁହେଁ  ।  ବୃତ୍ତାଭାସାକାର ବା ଅଣ୍ଡାକାର   । ଯାହାହେଉ ସୂର୍ଯ୍ୟ ସ୍ଥିର ଓ ପୃଥିବୀ ସମେତ ନଅଟି ଗ୍ରହ ସୂର୍ଯ୍ୟଙ୍କୁ କେନ୍ଦ୍ରକରି ବିଭିନ୍ନ କକ୍ଷରେ ଘୁରୁଛନ୍ତି ବୋଲି କୋପରନିକସ ଯାହା କହିଲେ ତାହା ଏକ ବୈପ୍ଲବିକ ମତ  । ଏପରି ମତ ପ୍ରକାଶ କରିବାକୁ ସେ ଡରୁଥିଲେ   । କାରଣ ଏ ମତରେ ଚର୍ଚ୍ଚବିରୋଧୀ ଓ ଆରିଷ୍ଟୋଟଲ ବିରୋଧୀ ହୋଇଥିବାରୁ ତାଙ୍କୁ କଠୋର ଦଣ୍ଡ ମିଳିବାର ଆଶଙ୍କା ଥାଏ   । ୧୫୪୩ ବେଳକୁ ସେ ତାଙ୍କର ଯୁଗାନ୍ତକାରୀ ମତକୁ ଲେଖି କେଇଜଣ ବନ୍ଧୁଙ୍କ ପଢାଇଥିଲେ  ।  ଜଣେ ଯୁବକ ଗଣିତ ଅଧ୍ୟାପକ ଅନୁରୋଧ ଫଳରେ ୧୫୪୩ରେ ତାଙ୍କୁ ପାଣ୍ଡୁଲିପିକୁ ଛାପିବାକୁ ଦେଲେ  । ମାତ୍ର ଶେଷ ପର୍ଯ୍ୟନ୍ତ ବହିର ଛାପାକାମ ଏହି ଅଧ୍ୟାପକ ଦେଖିପାରିଲେ ନାହିଁ  । ସେତେବେଳେକୁ କୋପରନିକସ ଶଯ୍ୟାଶାୟୀ  । ତାଙ୍କର ଜଣେ ଧାର୍ମିକ ବହୁ ବହି ଛାପିବାର ଦାୟିତ୍ଵ ନେଲେ  । ଚର୍ଚ୍ଚର କୋପଦୃଷ୍ଟିରୁ କୋପରନିକସ ଓ ତାଙ୍କର ବହିକୁ ରକ୍ଷା କରିବାକୁ ଏହି ଧାର୍ମିକ  ବନ୍ଧୁ ବହିର ମୁଖବନ୍ଧରେ ଯୋଡିଦେଲେ ଯେ ସୂର୍ଯ୍ୟକୈନ୍ଦ୍ରିକ ବିଶ୍ଵକୁ ଗୋଟିଏ ତତ୍ଵ ହିସାବରେ ପେଶ କରାଯାଇଛି      , ମାତ୍ର ଏହା ସତ୍ୟ ନୁହେଁ  । ମୃତ୍ୟୁଶଯ୍ୟାରେ ବହିଟିକୁ ଦେଖି ଓ ମୁଖବନ୍ଧରେ ଯୋଡା ହୋଇଥିବା ବାକ୍ୟଟି ପଢି କୋପରନିକସ ଦୁଃଖ ପାଇଲେ   ।

ଯାହାହେଉ , କୋପରନିକସଙ୍କ ବହି ପ୍ରକାଶ ପାଇବା ପରେ ୟୁରୋପର ଚିନ୍ତାଶୀଳ ବ୍ୟକ୍ତି ଓ ଧାର୍ମିକ ମହଲରେ ଚହଳ ପଡିଗଲା   । କୋପରନିକସଙ୍କ ମତକୁ ସମର୍ଥନ କରୁଥିବା ବ୍ରୁନୋ ନାମକ ଜଣେ ଦାର୍ଶନିକକୁ ପୋଡିଦେବାକୁ ଚର୍ଚ୍ଚ ବିଚରାଳୟ ୧୬୦୦ ଖ୍ରୀସ୍ତାଦ୍ଦରେ ନିର୍ଦ୍ଦେଶ ହୋଇଥିଲା   ।

ଦୂରବୀକ୍ଷଣରେ ପ୍ରଥମ ଆକାଶ ଦର୍ଶକ

ଗାଲିଲିଓ

(୧୫୬୪-୧୬୪୨)

ଗାଲିଲିଓ “ ଆଧୁନିକ ବିଜ୍ଞାନର ଜଣକ “ ଭାବେ ଖ୍ୟାତ । ବିଜ୍ଞାନ କ୍ଷେତ୍ରରେ ସେ କେବଳ ମହାନ ଆବିଷ୍କାର କରିନାହାନ୍ତି , ସର୍ବଶକ୍ତିମାନ ଚର୍ଚ୍ଚ ବିରୁଦ୍ଧରେ ସାହସର ସହ ଲଢିଛନ୍ତି  । ସେତେବେଳେ ଯିଏ ଆରିଷ୍ଟୋଟଳଙ୍କ ଲେଖାରୁ ଯେତେ ଅନର୍ଗଳ ଭାବେ ଗାଈ ପାରୁଥିଲା ସେ ସେତେବଳ ଜ୍ଞାନୀ ଭାବେ ବିବେଚିତ ହେଉଥିଲା   । ଆରିଷ୍ଟୋଟଳଙ୍କ ଭକ୍ତମାନେ ୟୁରୋପରେ ବିଶ୍ଵବିଦ୍ୟାଳମାନଙ୍କୁ ମାଡି ବସିଥିଲେ   । ସେମାନଙ୍କୁ ସମର୍ଥନ କରୁଥିଲେ  ।  ଅମିତ ପରାକ୍ରମୀ ଚର୍ଚ୍ଚ   । କୌଣସି ଜ୍ଞାନୀ ପୁରୁଷଙ୍କୁ ଅନ୍ଧ ଭାବେ ଅନୁସନ ନ କରି ନିଜର ଆଖି , କାନ ଓ ମସ୍ତିସ୍କ ଉପରେ ନିର୍ଭର କରି ସତ୍ୟର ଅନୁସନ୍ଧାନ କରିବା ବିଜ୍ଞାନର ଆଦର୍ଶ  । ଏହି ଆଦର୍ଶର ଧ୍ଵଜାକୁ ଧରି ଭୟଙ୍କର ପ୍ରତିକୂଳ ପରିସ୍ଥିତିରେ ଗାଲିଲିଓ ରାସ୍ତାକୁ ବାହାରି ପଡିଲେ  ।  ସେଇଥିପାଇଁ ତାଙ୍କୁ “ ଆଧୁନିକ ବିଜ୍ଞାନର ଜନକ “ ଆସନରେ ବସାଇଛି   ।

ଗାଲିଲିଓ ଇଟାଲୀୟ ପିସାଠାରେ ୧୫୬୪ ଖ୍ରୀଷ୍ଟଦ୍ଦରେ ଜନ୍ମଗ୍ରହଣ କରିଥିଲେ    । ସେ ପିସା ବିଶ୍ଵବିଦ୍ୟାଳୟରେ ଛାତ୍ରଥିଲେ ଓ ପରେ ସେଇଟି ଗଣିତ ଅଧ୍ୟାପକ ହୋଇଥିଲେ   । ଗାଲିଲିଓଙ୍କୁ ଜଣେ ଚିକିତ୍ସକ କରିବା ପାଇଁ ବାପାଙ୍କର ଇଛା ଥିଲା   । କାରଣ ସେତେବେଳେ ଜଣେ ଚିକିତ୍ସକ ଜଣେ ଗଣିତଜ୍ଞ ଠାରୁ ଯଥେଷ୍ଟ ଅଧିକ ରୋଜଗାର କରୁଥିଲା  । ନିଜର ସହଜାତ ପ୍ରତିଭା ପ୍ରତି ଅନୁଗତ ରହି ଗଲିଲିଓ ଗଣିତ ଅଧ୍ୟୟନ କଲେ  ଓ ବିଜ୍ଞାନ ଗବେଷଣାରେ ମାତିଳେ   । ତାଙ୍କର ସୁନାମ ପାଡୁଆ ଗାଲିଲିଓଙ୍କୁ ଗଣିତ ଅଧ୍ୟାପକ ଭାବେ ନିଯୁକ୍ତ କଲା  । ଦିନେ ଯୁବକ ଗାଲିଲିଓ ପିସାର ଚର୍ଚ୍ଚକୁ ଯାଇଥାନ୍ତି   । ସେ ଦିନ ଚର୍ଚ୍ଚ ଛାତ ମରାମତି ହେଉଥାଏ   । ସେହି କାରଣରୁ ଛାତରୁ ଯାଇଥାନ୍ତି ଝୁଲୁଥିବା ମହମବତୀ ଖଞ୍ଜକଟି ଦୋହାଲୁଥାଏ   । ତାକୁ କିଛି ସମୟ ଲକ୍ଷ କରି ଗାଲିଲିଓ ବିସ୍ମାୟାଭୂତ ହେଲେ  । ଗୋଟିଏ ଦୋଳକର ଗତିପାଠ ଏକ ବୃତ୍ତାଚାପ  । କାନ୍ଥ ଘଣ୍ଟାର ପେଣ୍ଡୁଲଂ ଏକ ଦୋଳକ   । ତାହା ଗୋଟିଏ ବୃତ୍ତିଚାପର ଏକ ପ୍ରାନ୍ତରୁ ବାହାରି ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଯାଏ ଓ ପୁଣି ପୂର୍ବ ପ୍ରାନ୍ତକୁ ଫେରିଆସେ   । ଗାଲିଲିଓ ଅବାକ ହୋଇ ଲକ୍ଷ୍ୟ କଲେ  , ବୃତ୍ତଚାପ ଛୋଟ ହେଉ ବା ବଡ ହେଉ   , ଠାରେ ପୁରା ବୃତ୍ତାଚାପ ଘୁରିଆସିବାକୁ ଖଞ୍ଜନ ସମାନ ସମାନ ସମୟ ନେଉଛି   । ଏହା ମାପିବା ପାଇଁ ଘଣ୍ଟା ଗାଲିଲିଓ ପାଇଲେ କେଉଁଠୁ   । ଜଣକର ହାତ ନାଡି ମିନିଟକୁ ଯେତେଥର ଟିକ ଟିକ କରେ ତାହା ଏକ ନିର୍ଦ୍ଧିଷ୍ଟ ସଂଖ୍ୟା   । ଗାଲିଲିଓ ନିଜ ହାତ ନାଡି ଦେଖି ସମୟ ମାପୁଥିଲେ   ।

ଘରକୁ ଫେରି ନିଜେ ପରୀକ୍ଷା କରିବା ପାଇଁ ଗାଲିଲିଓ ଅସ୍ଥିର ହେଲେ  । ଗୋଟିଏ ଲୁହା ବଲକୁ ଡୋରିରେ ବାନ୍ଧି ଗୋଟିଏ ଫଚ ଦଳରୁ ତାକୁ ଝୁଲାଇଲେ   । ତାପରେ ତାକୁ ଦୋଳାୟିତ କରି ଦୀର୍ଘକାଳ ପରୀକ୍ଷା ଓ ପର୍ଯ୍ୟବେକ୍ଷଣକୁ ଗାଲିଲିଓ ଦୋଳନରେ ନିୟମ ଆବିଷ୍କାର କଲେ  । ଦୋଳନ ଚାପ ଛୋଟ ବା ବଡ ହେବା ଉପରେ ଦୋଳନ ସମୟ ନିର୍ଭର କରେ ନା   । ଯେଉଁ ପ୍ରାନ୍ତରୁ ଦୋଳକ ବାହାରିଥାଏ   । ସେହି ପ୍ରାନ୍ତକୁ ଫେରିଆସିବାକୁ ଯେତିକି ସମୟ ନିଏ ତାହା ଦୋଳକ ସମୟ   । ଦୋଳନ ଡୋରିରେ ଦୈର୍ଘ୍ୟ ପରିବର୍ତ୍ତିତ  ହେଲେ ଦୋଳନ ସମୟ ପରିବର୍ତ୍ତିତ ହୁଏ  । ଗାଲିଲିଓଙ୍କର ଯେଉଁଠି ତିନୋଟି ଆବିଷ୍କାର ତାଙ୍କୁ ଚିରସ୍ମରଣୀୟ କରି ରଖିବ ସେଥିରୁ ଦୋଳନର ନିୟମ ଆବିଷ୍କାର ଗୋଟିଏ   । ଅନ୍ୟ ଦୁଇଟି ହେଉଛି ପତନଶୀଳ ବସ୍ତୁର ନିୟମ ଓ ଦୂରବୀକ୍ଷଣ ଯନ୍ତ୍ର  ବା ଟେଲିସ୍କୋପ ସାହାଯ୍ୟରେ ଗ୍ରହ ଉପଗ୍ରହଙ୍କ ପର୍ଯ୍ୟବେକ୍ଷଣ   । ଆରିଷ୍ଟୋଟଳ କହିଥିଲେ ଯେ ସମାନ ଉଚ୍ଚତାରୁ ଦୁଇଟି ବସ୍ତୁ ଏକ ସମୟରେ ଖସିଲେ ଓଜନିଆ ବସ୍ତୁଟି ଆଗ ଭୂପୃଷ୍ଠରେ ପଡିବ   ।  ହାଲୁକା ବସ୍ତୁ ପରେ ପଡିବ   । ଚଢେଇ ପର ବା ଟୁଲ ଆକାଶରୁ ଧୀରେ ଧୀରେ ଖସୁଥିବାର ଲକ୍ଷ୍ୟ କରି ଆରିଷ୍ଟୋଟଲ ଏପରି ସିଦ୍ଧାନ୍ତରେ ପାହାଙ୍କିଥିବେ   । ବାୟୁମଣ୍ଡଳ ପ୍ରତିବନ୍ଧକ ହେଉଥିବାରୁ   । ଚଢେଇ ପର ଧୀରେ ଧୀରେ ଖସେ   । ମାତ୍ର  ଗୋଟିଏ ଏକ କେଜି ଲୁହା ବଟକରା ଓ ଦଶକେଜି କୁହା ବଟକରା ସମାନ ଉଚ୍ଚତାରୁ ଏକ ସମୟରେ ଖସିଲେ ଏକ ସମୟରେ ମାଟିରେ ପଡିବ   ।  କାରଣ ଦୁହେଁଙ୍କ ଉପରେ ବାୟୁର ପ୍ରତିବନ୍ଧକ ପ୍ରାୟ ନଥିଲା  । ପଡୁଆ ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ଥିବା ବେଳେ ନାନା ପରୀକ୍ଷା କରି ଗାଲିଲିଓ ଏହି ଯୁଗାନ୍ତକାରୀ ତତ୍ତ୍ଵ ଆବିଷ୍କାର କରିଥିଲେ , ମାତ୍ର ପଡୁଆର ରକ୍ଷଣାଶୀଳ ବାତାବରଣ ଏହାକୁ ପ୍ରକାଶ କଲେ ବିପଦରେ ପଡିବେ ଆଶଙ୍କା କରି ଛୁ ରହିଲେ   ।

ଛଅ ବର୍ଷ ପରେ ପାଡୁଆର ପ୍ରଫେସର ଚାକିରି ଛାଡି ଗାଲିଲିଓ ଅଧିକ ଦରମାରେ ପିସା ବିଶ୍ଵବିଦ୍ୟାଳୟ ଆସିଲେ   । ପିସାର ବାତାବରଣ ତୁଳନାତ୍ମକ ଭାବେ ଅନେକ ଖୋଲା   । ଗାଲିଲିଓ ଘୋଷଣା କଲେ ଯେ ଗୋଟିଏ ନିର୍ଦ୍ଧିଷ୍ଟ ଦିନ ସେ ପିସାର ଅବନିତ ସ୍ତମ୍ଭ ସ୍ତମ୍ଭଟି ଭୂମି ଉପରେ ଲମ୍ବା ଭାବେ ଛିଡା ନ ହୋଇ ଟିକିଏ ଢଳିକରି ଥିବାରୁ ଏପରି ନାମକରଣ ) ନିକଟରେ ଆରିଶୋଟଳଙ୍କ ମତକୁ ଖଣ୍ଡନ କରିବେ   । ନିର୍ଦ୍ଧିଷ୍ଟ ଦିନ ଅବନତ ସ୍ତମ୍ଭ ନିକଟରେ ଗାଲିଲିଓ ପହଞ୍ଚି ଦେଖିଲେ ଚାରିପଟେ ଲୋକାରଣ୍ୟ    । ଲୋକେଦେଖିଲେ ଗାଲିଲିଓ ସାଙ୍ଗରେ କିଛି ପୋଥିପତ୍ର ନେଇ ଆସିନାହାନ୍ତି   । ବିନା ପୋଥିରେ ସେ ଆରିଷ୍ଟୋଟଳଙ୍କୁ ଖଣ୍ଡନ କରିବେ କିପରି  ? ଗାଲିଲିଓ ବୁଝାଇଦେଲେ ସେ ଯେ ଦୁଇଟି ଅସମାନ ଓଜନ ଧରି ଆସିଛନ୍ତି   । ସ୍ତମ୍ଭଉପରକୁ ଯାଇ ଦୁଇହାତରେ ଦୁଇ ଓଜନକୁ ଧରି ଏକ ସମୟରେ ଛାଡିଦେଲେ    । ମୂହୁର୍ତ୍ତକ ମଧ୍ୟରେ ଚମତ୍କାର ଘଟିଗଲା   । ଦୁଇଟି ଓଜନ ଏକ ସମୟରେ ଆସି ମାଟିରେ ପଡିଲା  । ଏକଥା ଦେଖି ପିସା ବିଶ୍ଵବିଦ୍ୟାଳୟର କେତେକ ଜ୍ଞାନୀ ଅଧ୍ୟାପକ ଗାଲିଲିଓଙ୍କୁ ଜେନ ଖଚଡ ବ୍ୟକ୍ତି ବୋଲି କହି ବୁଲିଲେ   । ଏହା ସତ୍ତ୍ୱେ , ଗାଲିଲିଓଙ୍କ ସୁନାମ ଚାରିଆଡେ ଖେଳେଇ ଗଲା   ।

ଟେଲିସ୍କୋପ ସାହାଯ୍ୟରେ ଆକାଶ ଦର୍ଶନ ଗାଲିଲିଓଙ୍କର ତୃତୀୟ ମହାନ ଆବିଷ୍କାର   । ଗାଲିଲିଓଙ୍କ ପୂର୍ବରୁ ଟେଲିସ୍କୋପ  ଆବିଷ୍କୃତ ହୋଇଥିଲା   । ମାତ୍ର ଯୁଦ୍ଧବେଳେ ଶତ୍ରୁ ସୈନିକଙ୍କର ଗତିବିଧି ଲକ୍ଷ୍ୟ କରିବା, ଦୂରରୁ ସମୁଦ୍ର ଜାହାଜକୁ ଦେଖିବା ମଧ୍ୟରେ ଟେଲିସ୍କୋପର ବ୍ୟବହାର ସୀମିତ ଥିଲା  । ଟେଲିସ୍କୋପକୁ ଆକାଶ ଆଡକୁ ମୁହଁଇବା ଗାଲିଲିଓ ମୌଳିକ ଅବଦାନ   । ଏଥିପାଇଁ ସେ ଶକ୍ତିଶାଳି ଟେଲିସ୍କୋପ ନିର୍ମାଣ କଲେ   । ତାଙ୍କ ଟେଲିସ୍କୋପରେ ଚନ୍ଦ୍ର ଓ ଅନ୍ୟ ଗ୍ରହଙ୍କୁ ଦେଖି ଗାଲିଲିଓ ଚାଞ୍ଚଲ୍ୟକର ତଥ୍ୟ ଆବିଷ୍କାର କଲେ   । ଚନ୍ଦ୍ରର ପୃଷ୍ଠ ସମତଳ ନୁହେଁ ଓ ଏଥିରେ ଖାଲ ଢିପ ଅଛି ବୋଲି ଓ ଟେଲିସ୍କୋପ ତାଙ୍କୁ ଜଣାଇଦେଲେ   । ବୃହସ୍ପତି ଗ୍ରହର ଚାରୋଟି ଉପଗ୍ରହ ଟେଲିସ୍କୋପ ଦ୍ଵାରା ଆବିଷ୍କୃତ କରି ଗାଲିଲିଓ ଚମକୃତ ହେଲେ   । ଟେଲିସ୍କୋପରେ ଚନ୍ଦ୍ର , ବୃହସ୍ପତି ଓ ଛାୟାପାଠକୁ ଦେଖିବା ପାଇଁ ଗାଲିଲିଓ ବିଶ୍ଵବିଦ୍ୟାଳୟର ଅଧ୍ୟାପକମାନଙ୍କୁ ନିମନ୍ତ୍ରଣ କଲେ  । ଅନେକ ଅଧ୍ୟାପକ ତାଙ୍କ ନିମନ୍ତ୍ରଣ ଗ୍ରହଣ କଲେ   । ଆରିଷ୍ଟୋଟଲଙ୍କୁ ଖଣ୍ଡନ କରୁଥିବା ବଦମାସ ଯନ୍ତ୍ର ପାଖରୁ କେତେକ ଆଦୌ ଗଲେ ନାହିଁ   ।

ବିପୁଳ ଯଶକୀର୍ତ୍ତିର ଅଧିକାରୀ ହେବା ପରେ ଗାଲିଲିଓ ପୁଣି ପାଡୁଆ ବିଶ୍ଵବିଦ୍ୟାଳୟର ପ୍ରଫେସର ପଦ ଗ୍ରହଣ କରି ପାଡୁଆ ଆସିଲେ   । ପାଡୁଆରେ ରକ୍ଷଣାଶୀଳ ପରିବେଶକୁ ବଦଳାଇବା ଲକ୍ଷ୍ୟ ତାଙ୍କର ଥିଲା   । ଗାଲିଲିଓଙ୍କ ଭିତରେ କେବଳ ଜେନ ମହାନ ଆବିଷ୍କାରକ ନଥିଲେ   , ବିଜ୍ଞାନକୁ ପ୍ରତିଷ୍ଠା କରିବା ପାଇଁ ସଂଗ୍ରାମ ପୁରୁଷଟିଏ ମଧ୍ୟ ଥିଲା    । ଟେଲିସ୍କୋପରେ ଅନ୍ୟ ଗ୍ରହମାନଙ୍କୁ ଲକ୍ଷ୍ୟ କରି ଗାଲିଲିଓ ନିଶ୍ଚିତ ହେଲେ ଯେ କୋପରନିକସ ମତଟି ଠିକ  । ପ୍ରଥମରୁ ଚର୍ଚ୍ଚ କର୍ତ୍ତୃପକ୍ଷ କୋପରନିକସଙ୍କ ମତକୁ ବିଶେଷ ଗୁରୁତ୍ଵ ଦେଉନଥିଲେ   ;ମାତ୍ର ବିଜ୍ଞାନୀ ମାନେ କୋପରନିକସଙ୍କ ମତ ଆଡକୁ ଢଳୁଛନ୍ତି ଲକ୍ଷ୍ୟ କରି ଧର୍ମଗୁରୁମାନେ ଚିନ୍ତିତ ହୋଇ ପଡିଲେ   । ଗାଲିଲିଓଙ୍କ ଲେଖିବାର ଶୈଳୀ ସାଧାରଣ ଶିକ୍ଷିତ ବ୍ୟକ୍ତିକୁ ଆକୃଷ୍ଟ କରୁଥାଏ   । ଖ୍ରୀଷ୍ଟାଦ୍ଦ ୧୬୧୦ ରେ ଗ୍ରହ ଉପଗ୍ରହ ସମ୍ପର୍କରେ ତାଙ୍କର ପ୍ରଥମ ବହି ପ୍ରକାଶ ପାଇ ଚହଳ ସୃଷ୍ଟି କଲା   । ସୂର୍ଯ୍ୟ ବିଶ୍ଵର କେନ୍ଦ୍ର – ଏହି କୋପରନିକାସୀୟ ମତ ଭ୍ରାନ୍ତ ବୋଲି  ରୋମରୁ ଚର୍ଚ୍ଚ କର୍ତ୍ତୃପକ୍ଷ ଘୋଷଣା କଲେ   । କୋପରନିକସଙ୍କ ମତକୁ ସମର୍ଥନ କରିବା ଗର୍ହିତ ଅପରାଧ ବୋଲି ସତର୍କ କରିଦିଆଗଲା  । ସତର୍କବାଣୀ ଗାଲିଲିଓଙ୍କ ପ୍ରତି ଉଦ୍ଧିଷ୍ଟ ଥିଲା   ।

୧୬୩୨ରେ ଗ୍ରହ ନକ୍ଷତ୍ର ସମ୍ବନ୍ଧରେ ଗାଲିଲିଓଙ୍କର ଦ୍ଵିତୀୟ ଗ୍ରନ୍ଥ ପ୍ରକାଶ ପାଇଲା  । ଏଥିରେ ସେ କୌଶଳରେ କୋପରନିଶାକଙ୍କ ମତକୁ ସମର୍ଥନ କରିଥାନ୍ତି   ।  ଦୁଇଜଣ ବ୍ୟକ୍ତିଙ୍କ କଥୋପକଥନ ଛଳରେ ବହିଟି ଲେଖା ହୋଇଥାଏ  । ଜଣେ ପ୍ରାଚୀନ ଆରିଷ୍ଟୋଟଲୀୟ ମତରେ ପ୍ରବକ୍ତା ଓ ଆଉଜଣେ କୋପରନିକସଙ୍କ ମତରେ ପ୍ରବକ୍ତା   । ମାତ୍ର ବହିଟି ଏପରି ଶୈଳୀରେ ଲେଖାଯାଇଥାଏ ଯେ କୋପରନିକସଙ୍କ ମତ ଠିକ ବୋଲି ପାଠକର କୌଣସି ସନ୍ଦେହ ରହିବ ନାହିଁ  । ଏ ବହି ଜରିଆରେ କୋପରନିକସଙ୍କ ମତ ପ୍ରଚାର କରୁଥିବାରୁ ବୁଢାଦିନେ ଗାଲିଲିଓ ଚର୍ଚ୍ଚ ବିଚାରାଳୟକୁ ଘୋଷାଡା ହେଲେ   । ତାଙ୍କୁ ଜେଲଦଣ୍ଡ ହୋଇଥାନ୍ତା  । ମାତ୍ର ତାଙ୍କର ବୟସ ଓ ସ୍ୱାସ୍ଥ୍ୟ ପ୍ରତି ଲକ୍ଷ୍ୟ ରାଖୀ ବିଚାରଲାୟ ଗାଲିଲିଓଙ୍କୁ ଗୃହବନ୍ଦୀ ଭାବେ ରହିବାକୁ ହୁକୁମ ଦେଲେ   । ଗାଲିଲିଓଙ୍କର ବହିଲେଖା ଓ ବିଚାରଳୟରେ ପ୍ରତି ଦଣ୍ଡ ବିଧାନ ସେ ସମୟର ଏକ ବଡ ଘଟଣା   । ବିଜ୍ଞାନ ଓ ବିରୋଧୀ ଶକ୍ତି ବିରୁଦ୍ଧରେ ଲଢି ଗାଲିଲିଓ ଲୋକଙ୍କର ଆଖି ଖୋଲିଦେଲେ   । ଏହି କାରଣରୁ ଇତିହାସ ତାଙ୍କୁ “ ଆଧୁନିକ ବିଜ୍ଞାନର ଜନକ “  ।

ମଧ୍ୟାକର୍ଷଣ ନିୟମର ଆବିଷ୍କାରକ

ସାର ଆଇଜାକ ନିଉଟନ

୧୬୪୨-୧୭୨୭

ନିଉଟନ ମାଆ ପେଟରେ ପୁରା ଦଶମାସ ନରହି ସତ ମାସରେ ଜନ୍ମ ହୋଇ ପଡିଲେ   । ଜନ୍ମ ବେଳେ ସେ ଏତେ ଛୋଟ ଥିଲେ ଯେ ତାଙ୍କ ମାଆ କହୁଥିଲେ ପିଲାଟା ଗୋଟିଏ ମଗ ଭିତରେ ରାହିଜାଇପାରିଥାନ୍ତା   । ସେ ବଞ୍ଚିବେ ବୋଲି କେହି ଆଶା କରୁନଥିଲେ   । ସେକେବଳ ବଞ୍ଚିଲେ ନାହିଁ  , ପୃଥିବୀର ସର୍ବଶ୍ରେଷ୍ଠ ବିଜ୍ଞାନୀ ହେଲେ   ।  ଏକଥା ନିଶ୍ଚିତ ହୋଇଯାଇଛି ଯେ ସେ କେବେହେଲେ ମରିବେ ନାହିଁ   ।

ନିଉଟନଙ୍କ ବାଲ୍ୟକାଳ ସୁଖରେ କଟିନଥିଲା    । ସେ ମାଆ ପେଟରେ ଥିବା ସମୟରେ ତାଙ୍କ ବାପା ମରିଗଲେ  । ନିଉଟନଙ୍କୁ ଦୁଇ ବର୍ଷ ହୋଇଥିବା ସମୟରେ ତାଙ୍କୁ ଆଈଙ୍କ ପାଖରେ ଛାଡି ନିଉଟନଙ୍କ ମାଆ ଦ୍ଵିତୀୟ ବିବାହ କଲେ   । ନିଉଟନ ତାଙ୍କ ଆଈମା ପାଖରେ ବଢିଲେ   ।  ତାଙ୍କର ସାବତ ବାପା ମଧ୍ୟ ବାର ବର୍ଷ ପରେ ମରିଗଲେ  । ବୋଧହୁଏ ପିଲାଦିନ ସୁଖରେ କଟିନଥିବାରୁ ବଦଦିନେ ସେ ଚିଡିଚିଡା ଓ ସନ୍ଦେହୀ ହେଲେ  । ତାଙ୍କର ସମାସମୟିକ ବିଶିଷ୍ଟ ବିଜ୍ଞାନୀଙ୍କ ସହିତ ନିଉଟନଙ୍କର କଳିଗୋଳ ହେଉଥିଲା   ।

ନିଉଟନଚାଷ ବିଷୟ ବୁଝାବୁଝି କରନ୍ତୁ ବୋଲି ମାଆ ଇଚ୍ଛା କରୁଥିଲେ   , ମାତ୍ର ଚାଷକାମରେ ତାଙ୍କର କୌଣସି ଆଗ୍ରହ ନଥିଲା   । ଅନେକ ସମୟରେ ସେ ବହି ଧରି ବସଥିଲେ ବ କାଠରେ ବୈଜ୍ଞାନିକ ଯନ୍ତ୍ରପାତି ତିଆରି କରୁଥିଲେ   ।  ଏ କଥା ଲକ୍ଷ୍ୟ କରି ତାଙ୍କ ମାମୁ ନିଉଟନଙ୍କୁ କେମ୍ବ୍ରେଜ୍ଜ ଟ୍ରିନଟି କଲେଜରେ ନାମ ଲେଖାଇ ଦେଲେ  । ସେତେବେଳେ ନିଉଟନଙ୍କ ବୟସ ଅଠର ବର୍ଷ   । ଟ୍ରିନଟି କଲେଜରେ ସେ ପାଞ୍ଚ ବର୍ଷ ପଢିଲେ   । ଛାତ୍ରାବସ୍ଥାରେ ନିଉଟନଙ୍କ ବୈଜ୍ଞାନିକ ପ୍ରତିଭା କିଛି ଧାରା ପଡିନଥିଲା   ।

୧୬୬୫ ଲଣ୍ଡନରେ ଭୟଙ୍କର ପ୍ଲେଗ ବ୍ୟାପିଥିଲା  । ସେଥିପାଇଁ ନିଉଟନ ଲଣ୍ଡନ ଛାଡି ଘରକୁ ପଳେଇ ଆସିଲେ  । ଘରେ ମାତ୍ର ଅଠର ମାସ ରହିଲେ    । ଏହି ଅଠର ମାସ ଭିତରେ ସେ ବିଜ୍ଞାନର ଯେତେ ନୂଆ ନୂଆ ଆବିଷ୍କାର କଲେ ତାହା ଅତି ଅଦ୍ଭୁତ ବିଷୟ  । ଅଠରମାସ ଭିତରେ ନିଉଟନ , କାଲକୁଲସ, ମାଧ୍ୟାକର୍ଷଣର ନିୟମ ଓ ସୂର୍ଯ୍ୟାଲୋକ ସାତୋଟି ରଙ୍ଗର ସମାହାର ପରି ଜଟିଳ ବିଷୟ ସବୁ ଆବିଷ୍କାର କରିଥିଲେ     । ଏହି ତିନୋଟିରୁ ଯେ କୌଣସି ଗୋଟିଏ ଆବିଷ୍କାର କୃ ଜଣେ ମହାନ ବିଜ୍ଞାନୀର ସମ୍ମାନ ପାଇଥାଆନ୍ତା   ।

ଗଣିତ ବିଜ୍ଞାନର ଭାଷା   । ଅଳ୍ପ କେତୋଟି ଶବ୍ଦ ବ୍ୟବହାର କରି ଶିଶୁ ଚଳିଯାଏ  । ବଡ ହେବା ସହିତ ଶିଶୁର ଅଧିକ ସବ୍ଦ୍ଦ ସବୁ ଜାଣିବା ଦରକାର ହୁଏ   ।  କୋପରନିକସଙ୍କ ସମୟର ବିଜ୍ଞାନର ଦ୍ରୁତ ଅଗ୍ରଗତି ଘଟିବା ଫଳରେ ପ୍ରକାଶିତ ହେବା ପାଇଁ ପ୍ରଚଳିତ ଗଣିତ ବିଜ୍ଞାନ କୁ ନିଅଣ୍ଟ ହେଲା   । ଆଧୁନିକ ବିଜ୍ଞାନକୁ ପ୍ରକାଶ କରିବା ପାଇଁ ନିଉଟନ ଗଣିତର ଏକ ନୂଆ ନୂଆ ସାକ୍ଷା କାଲକୁଲସ ଆବିଷ୍କାର କଲେ   ।

ମାଧ୍ୟାକର୍ଷଣ ନିୟମ କିପରି ତାଙ୍କ ମୁଣ୍ଡରେ ପଶିଳା ସେ ବିଷୟରେ ଥିବା ଗପଟି ସୁପରିଚିତ   । ଠାରେ ନିଉଟନ ବଗିଚାରେ ଆପେଲ ଗଛ ମୂଳେ ବସିଥିଲେ   । ଗୋଟିଏ ଆପେଲ ଗଛରୁ ଖସି ତଳେ ପଡିଲା   । ଫଳଟିଏ ଗଛରୁ ଖସିବା ଦୃଶ୍ୟ ମଣିଷମାନେ ଆଦିମ କାଳରୁ ଦେଖିଆସୁଛନ୍ତି  । ଫଳଟି କାହିଁକି ତଳକୁ ଖସିପଡୁଛି   ,  ଉପରକୁ ଆକାଶମୁଖ୍ୟ ହୋଇ ଉଠିଯାଉ ନାହିଁ  , ସେ ପ୍ରଶ୍ନ ପୂର୍ବରୁ କାହା ମୁଣ୍ଡକୁ ଢୁକି ନଥିଲା  । ଏପରିକି ସ୍ଵୟଂ ନିଉଟନ ନିଜେ କଣ କେତେଠାରେ ଗୋଟିଏ ଗଛରୁ ଫଳ ତଳେ ପଡିବା ଦୃଶ୍ୟ ଦେଖିନଥିବେ   ? ପୂର୍ବରୁ କିନ୍ତୁ ମାଧ୍ୟାକର୍ଷଣ ସମ୍ପର୍କରେ କୌଣସି ଚିନ୍ତା ତାଙ୍କ ମୁଣ୍ଡରେ ଖେଳୁ ନଥିଲା  । କିଛି ଦିନ ଧରି ହୁଏତ ସେ ପୃଥିବୀର ଆକର୍ଷଣ ବଳ ବିଷୟରେ ଚିନ୍ତା କରୁଥିବେ   । ସେହି କାଳ ଭିତରେ ଦିନେ ବଗିଚାରୁ ଆପେଳଟିଏ ଖସିପଡିଲା   । ଏହା ନିଉଟନଙ୍କ ମୁଣ୍ଡରେ ବିଜୁଳି ପରି ନାନା ପ୍ରଶ୍ନସବୁ ଖେଳିଗଲା   ।

ନିଉଟନ ଦେଖିପାରିଲେ ଆପେଲଟି ଯେଉଁ ପ୍ରାକୃତିକ ନିୟମ ମାନି ପୃଥିବୀକୁ ଖସି ପଡିଲା   , ସେହି ନିୟମ ମାନି ଚନ୍ଦ୍ର ପୃଥିବୀ ଚାରିପଟେ ଘୂରୁଛି   । ଏହା ଏକ ଚମକପ୍ରଦ ଆବିଷ୍କାର   । କାରଣ ଆରିଷ୍ଟୋଟଳ କହିଥିଲେ ପୃଥିବୀର ବସ୍ତୁମାନେ ଯେଉଁସବୁ ପ୍ରକୃତିକ ନିୟମର ଅଧୀନ   , ଆକାଶର ଜ୍ୟୋତିଷ୍କମାନେ ସେହି ନିୟମ  ଅଛି   । ନିଉଟନ ପ୍ରଥମେ ଦର୍ଶାଇଲେ , ପୃଥିବୀର ଫଳଟିଏ ଠାରୁ ଆରମ୍ଭ କରି ଆକାଶର ଚନ୍ଦ୍ର ଓ ନକ୍ଷତ୍ରମାନେ ଗୋଟିଏ ମାଧ୍ୟାକର୍ଷଣ ନିୟମର ଅଧୀନ  । ଯଦି ଗୋଟିଏ ବସ୍ତୁର ବସ୍ତୁତ୍ଵ m 1 ଆଉ ଗୋଟିଏ ବସ୍ତୁର ବସ୍ତୁତ୍ଵ m2 ଏବଂ ଦୁଇବସ୍ତୁଙ୍କ ମଧ୍ୟରେ ଦୁରତ୍ଵ d ହୋଇଥାଏ , ତେବେ ଦୁଇବସ୍ତୁଙ୍କ ମଧ୍ୟରେ

ମାଧ୍ୟାକର୍ଷଣ =  G   (G ମାଧ୍ୟାକର୍ଷଣ ସ୍ଥିରାଙ୍କ)

ସୂର୍ଯ୍ୟକରଣର ରହସ୍ୟମୋଚନ ନିଉଟନଙ୍କର ତୃତୀୟ ମହାନ ଆବିଷ୍କାର  । ସୂର୍ଯ୍ୟକିରଣ ରଙ୍ଗ ଧଳା   । ମାତ୍ର ପ୍ରକୃତରେ ଏହା ସାତୋଟି ରଙ୍ଗର ସମଷ୍ଟି  । ସରୁ କଣା ବାଟେ ଆସୁଥିବା ସୂର୍ଯ୍ୟକିରଣକୁ ଗୋଟିଏ ପ୍ରିଜିମ ଭିତରେ ପ୍ରବେଶ କରାଇ ନିଉଟନ ଇନ୍ଦ୍ରଧନୁର ସାତୋଟି ରଙ୍ଗ ସୃଷ୍ଟି କରିଥିଲେ   ।

ପଚିଶ ବର୍ଷ ବୟସରେ ନିଉଟନ କେମ୍ବ୍ରିଜ ଫେରିଗଲେ ଓ ମାତ୍ର ସତେଇଶ ବର୍ଷ ବୟସରେ ୧୬୬୯ ଖ୍ରୀଷ୍ଟାଦ୍ଦରେ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟର ଗଣିତ ପ୍ରଫେସର ହେଲେ   । ନିଶ୍ଚିତ ଭାବେ ତାଙ୍କର ବୈଜ୍ଞାନିକ ପ୍ରତିଭା ପ୍ରଚାରିତ ହୋଇଥାଏ   ।  ସପ୍ତଦଶ ଶତାଦ୍ଦୀ ଦ୍ଵିତୀୟାର୍ଦ୍ଧରୁ ଇଂଲଣ୍ଡରେ ବିଜ୍ଞାନର ଦ୍ରୁତ ଅଗ୍ରଗତି ପାଇଁ ଅନୁକୂଳ ସମୟ ଥିଲା ବିଜ୍ଞାନ ଉପରେ  ରାଜାଙ୍କର ଶୁଭଦୃଷ୍ଟି ପଡିଥାଏ   । ବିଶିଷ୍ଟ ଜ୍ୟୋର୍ତିବିଜ୍ଞାନୀ ଏଡମଣ୍ଡ ହାଲେ  , ପଦାର୍ଥବିଜ୍ଞାନୀ ରର୍ବଟ ହୁକ ଓ ରବର୍ଟ ବୟେଲ ଇଂଲଣ୍ଡର ବିଜ୍ଞାନ ଜଗତରେ ଆଲୋଜନ ସୃଷ୍ଟି କରିଥାନ୍ତି   । କେତେଜଣ ବଡ ବିଜ୍ଞାନୀ ଓ ବିଜ୍ଞାନ ଭକ୍ତମିଶି ୧୬୨୨ ଖ୍ରୀଷ୍ଟାଦ୍ଦରୁ ରୟାଲ ଷୋସାଇଟି ପ୍ରତିଷ୍ଠା କରିଥାନ୍ତି  ।  ଶହେ ବର୍ଷ ଭୀତରେ ଏହି ଅନୁଷ୍ଠାନର ଖ୍ୟାତି ସାରା ପୃଥିବୀରେ ବ୍ୟାପିଗଲା   । ଏହିପରି ସମୟରେ ନିଉଟନଙ୍କ ଆବିର୍ଭାବ ବିଜ୍ଞାନକୁ ମହିମାମଣ୍ଡିତ କଲା   । ୧୬୭୨ ରେ ନିଉଟନ ରୟାଲ ସୋସାଇଟିକୁ ସଭ୍ୟ ଭାବେ ନିର୍ବାଚିତ ହୋଇ ସେଠାରେ ତାଙ୍କର ଆଲୋକ ସମ୍ବନ୍ଧରେ ପରୀକ୍ଷା ସବୁ ଦେଖାଇଲେ   ।

ପୃଥିବୀ ଓ ଅନ୍ୟ ଗ୍ରହମାନେ ସୂର୍ଯ୍ୟକୁ ଗୋଲାକାର ବା ଅଣ୍ଡାକାର କକ୍ଷ ରେ ପରିକ୍ରମଣ କରୁଛନ୍ତି   ସେ ବିଷୟରେ ବିଜ୍ଞାନୀଗଣ କୌଣସି ନିଷ୍ପତିରେ ପହଞ୍ଚି ପାରୁନଥାନ୍ତି   ।  ପ୍ରସିଦ୍ଧ ଜ୍ୟୋତିବିଜ୍ଞାନୀ ଏଡମଣ୍ଡ ହ୍ୟାଲେ ରୟାଲ ସୋସାଇଟିର ସଭାପତି ଥାଆନ୍ତି   ।  ୧୬୮୪ ରେ କେମ୍ବ୍ରିଜ ଯାଇ ସେ ନିଉଟନଙ୍କୁ ଗ୍ରହ କକ୍ଷ ସମ୍ବନ୍ଧରେ ପ୍ରଶ୍ନ କଲେ   । ନିଉଟନ ତତକ୍ଷଣାତ କହିଲେ ଯେ ମାଧ୍ୟାକର୍ଷଣ ନିୟମ ଅନୁସାରେ କକ୍ଷପଥ ସବୁ ଅଣ୍ଡାକାର   । ଏପରି ଚଟାପଟ ଉତ୍ତର ସୂନୀ ହ୍ୟାଲେ ବିସ୍ମିତ ହେଲେ ଓ ପ୍ରମାଣ ଚାହିଁଲେ   । ଯେଉଁ ପ୍ରମାଣ ପ୍ରାୟ କୋଡିଏ ବର୍ଷପୂର୍ବେ ପ୍ଲେଗ ସମୟରେ ସେ ଘରେ ବସି ତାଙ୍କ ଗଣିତ ଖାତାରେ ଟିପିଥିଲେ ସେ ଖାତା ତ କେବେଠାରୁ ହଜିଗଲାଣି   । ତେବେ ନିଉଟନ ପ୍ରତିଶ୍ରୁତି ଦେଲେ ଯେ ହ୍ୟାଲେଙ୍କ ପାଇଁ ସେ ସବୁକଥା ଟିକିନିଖି ଆଉଥରେ ଲେଖିବେ   ,। ଏହିପରି ଭାବେ ନିଉଟନ ଙ୍କର  ବିଖ୍ୟାତ ଓ ବୋଧହୁଏ ବିଜ୍ଞାନର ସର୍ବଶ୍ରେଷ୍ଟ ଗ୍ରନ୍ଥ  “ ପ୍ରିନସିପିଆ ମାଥମେଟିକ “ ଲେଖାହେଲା ଓ ୧୬୮୭ ରେ ହ୍ୟାଲେଙ୍କ ଉଦ୍ୟମରେ ପ୍ରକାଶ ପାଇଲା   । ବହିର ପ୍ରକାଶନ ପାଇଁ ଅନ୍ୟତମ ବିଶିଷ୍ଟ ବିଜ୍ଞାନୀ ରବର୍ଟ ବାୟେଲ ଅର୍ଥ ସାହାଯ୍ୟ କରିଥିଲେ   ।

ପ୍ରିନସିପିଆ ମାଥମେଟିକା ଲ୍ୟାଟିନ ଭାଷାରେ ହୋଇଥିଲା  । ୟୁରୋପ ରେ ଲ୍ୟାଟିନର ଗୌରବ ଆମ ସଂସ୍କୃତି ଭାଷା ପରି   । ଆଲୋକ ସମ୍ବନ୍ଧରେ ତାଙ୍କର ଦ୍ଵିତୀୟ ଗ୍ରନ୍ଥ “ ଆପଟିକସ “ ୧୭୦୪ ଖ୍ରୀଷ୍ଟାଦ୍ଦ ରେ ପ୍ରକାଶ ପାଇଲା   । ଏହି ଗ୍ରନ୍ଥକୁ ନିଉଟନ ନିଜ ମାତୃଭାଷା ଇଂରାଜୀରେ ଲେଖିଥିଲେ  ।  ପ୍ରିନସିପିଆ ଓ ଆପଟିକସ ମଧ୍ୟରେ ୧୭ ବର୍ଷର ବ୍ୟବଧାନ  । ଏହି କାଳ ଭିତରେ ବିଜ୍ଞାନ ଲୋକଙ୍କର ଅଧିକ ଆପଣାର ହୋଇଥିବାରୁ ଆପଟିକସ ନିଉଟନ ଇଂରାଜୀରେ ଲେଖିଲେ   ।

ପଦାର୍ଥ ବିଜ୍ଞାନରେ ସବୁ ଶାଖା ନିଉଟନଙ୍କ ଅବଦାନରେ ସମୃଦ୍ଧ ହୋଇଛି   । ତାଙ୍କର ଗତି ସମ୍ବନ୍ଧୀୟ ତିନୋଟି ନିୟମ ମେକାନିକସର ମୂଳସ୍ତମ୍ଭ ଓ ସ୍କୁଲଛାତ୍ରଙ୍କର ସୁପରିଚିତ   ।

ନିଜ ଜୀବନକାଳ ଭିତରେ ନିଉଟନ ଅନେକ ସମ୍ମାନ ପାଇ ପରବର୍ତ୍ତୀ ଯୁଗର ବିଜ୍ଞାନୀଙ୍କ ପାଇଁ ବାଟ ଖୋଲିଦେଲେ   ।  ୧୬୮୯ରେ ପ୍ୟାର୍ଲାମେଣ୍ଟ ସଭ୍ୟ ଭାବେ  ବିଶ୍ଵବିଦ୍ୟାଳୟ ନିଉଟନଙ୍କୁ ନିର୍ବାଚିତ କରି ପଠାଇଥିଲେ   । ମୁଦ୍ରାଶାଳର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇ ଇଂଲଣ୍ଡର ଅର୍ଥନୈତିକ ସଙ୍କଟ ସମୟରେ ନିଉଟନ ମୁଦ୍ରା ପ୍ରଚଳନ ନୀତିରେ ସୁଚିନ୍ତିତ ପରିବର୍ତ୍ତନ ଆଣିଥିଲେ  ।  ୧୭୦୫ ଇଂଲଣ୍ଡର ରାଣୀ ତାଙ୍କୁ ନାଇଟ ଉପାଧି ପ୍ରଦାନ କଲେ  । କୌଣସି ରାଜପ୍ରଦତ୍ତ ଉପାଧି ପାଇବା କ୍ଷେତ୍ରରେ ନିଉଟନ ପ୍ରଥମ ବିଜ୍ଞାନୀ   ।

୧୭୨୭ ରେ ନିଉଟନଙ୍କ ମୃତ୍ୟୁ ବେଳକୁ ବିଖ୍ୟାତ ଫରାସୀ ଦାର୍ଶନିକ ଭୋଲଟାୟାର ଲଣ୍ଡନରେ ଉପସ୍ଥିତ ଥିଲେ  । ନିଉଟନଙ୍କ ଶବକୁ ରାଜା ମହାରାଜାଙ୍କ ଶବ ପରି ମର୍ଯ୍ୟାଦା ଦିଆଯାଉଥିବାର ଦେଖି ଭୋଲଟାୟାର ବିସ୍ମିତ ହେଲେ  । ସାଙ୍ଗରେ ନିଉଟନଙ୍କ ପ୍ରିନସିପିଆ ମାଥମେଟିକା ବହି ଧରି ଭୋଲଟାୟାର ଫ୍ରାନ୍ସ ଫେରିଲେ   । ପ୍ରିନସିପିଆକୁ ଭୋଲଟାୟାର ଏମିଲି ଚାଟଲେଟଙ୍କ ସହିତ ମିଶି ଫରାସୀ ଭାଷାରେ ଅନୁଦିତ କରିଛନ୍ତି   । ଫରାସୀରେ ତାଙ୍କ ଗ୍ରନ୍ଥ ଅନୁଦିତ ହେବା ପରେ ନିଉଟନଙ୍କ ଖ୍ୟାତି ୟୁରୋପରେ ବ୍ୟାପିଗଲା   ।

ଉଦଯାନ ଗ୍ୟାସର ଆବିଷ୍କାରକ

ହେନେରୀ କାଭେଣ୍ଡିସ

୧୭୩୧-୧୮୧୦

ବିଚକ୍ଷଣ ବୈଜ୍ଞାନିକ ପ୍ରତିଭା ଓ ଭୀଷଣ ଏକବାଗିଆ ଢଙ୍ଗର ମିଳନ ହେନେରୀ କାଭେଣ୍ଡିସଙ୍କ ଥରେ ଦେଖିବାକୁ ମିଳେ  । ତାଙ୍କ ବାପା ଲର୍ଡ ଚାର୍ଲସ  ବିରାଟ ଧନୀ ଓ ଜଣେ ବିଶିଷ୍ଟ ବିଜ୍ଞାନୀ ଥିଲେ   । ସର୍ବୋଚ୍ଚ ତାପ ଓ ସର୍ବନିମ୍ନ ତାପ ଟିପି ପାରୁଥିବା ଥର୍ମୋମିଟର ନିର୍ମାଣ କରୁଥିବାରୁ ଚାର୍ଲସଙ୍କୁ ରୟାଲ ସୋସାଇଟି କୋପଲି ମେଡାଲ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲା  । ବାପାଏନକେ ଠାରୁ ଉତ୍ତରାଧିକାରୀ ସୂତ୍ରରେ ହେନେରୀ ପ୍ରଚୁର ଅର୍ଥ ପାଇଥିଲେ   । ସେ ସବୁ ବ୍ୟାଙ୍କରେ ଗଚ୍ଛିତ ଥାଏ   । ତାଙ୍କର ପ୍ରଚୁର ଅର୍ଥକୁ ନେଇ କଣ କରାଯିବ ବୋଲି ଥରେ ବ୍ୟାଙ୍କ ପରିଚାଳକ, ମାତ୍ର ହେନେରୀଙ୍କୁ ପଚାରିଲେ ;ମାତ୍ର ଦ୍ଵିତୀୟ ଥରେ ପାଇଁ ତାକୁ ଭେଟିବାର କଷ୍ଟ କରିବାକୁ ପରିଚାଳକଙ୍କୁ ପଡିନାହିଁ   । ହେନେରୀ ତାକୁ ଯେଉଁ ଉତ୍ତର ଦେଲେ ସେଥିରେ ପରିଚାଳକଙ୍କ ମୁଣ୍ଡ ଥଣ୍ଡା ହୋଇଗଲା   । ପ୍ରଥମ ସାକ୍ଷାତରେ ହେନେରୀ ପରିଚାଳକଙ୍କୁ ରୁକ୍ଷ ଭାବେ କହିଲେ ଯେ ଆଉ କେବେ ଯଦି ପରିଚାଳକ ତାଙ୍କୁ ଏପରି ପ୍ରଶ୍ନ ପଚାରନ୍ତି ତେବେ ସେ ସବୁ ଅର୍ଥ ତାଙ୍କ ବ୍ୟାଙ୍କରୁ ଉଠାଇ ଆଣିବେ   । ନିଜ ବ୍ୟବସାୟ ବୁଡାଇବାର ଇଛା ପରିଚାଳକଙ୍କ ନଥିବାରୁ ସେ ଆଉ କେବେ ହେନେରୀଙ୍କୁ ଭେଟି ନଥିଲେ   ।

ହେନେରୀ କାଭେଣ୍ଡିସ   ଘରେ କାହା ସହିତ କଥାବାର୍ତ୍ତା ହେବାକୁ ସୁଖ ପାଊନଥିଲେ  । ଦି’ ଚାରିଜଣ ଲୋକଙ୍କୁ ଏକାଠି ଦେଖିବା ତାଙ୍କର ସହ୍ୟ ହେଉନଥିଲା  । ସ୍ତ୍ରୀଲୋକଙ୍କୁ ଦେଖିଲେ ତାଙ୍କ ନାହି ଡେଉଁଥିଲା   । କୌଣସି ଯୁବତୀ କାଭେଣ୍ଡିସ ଙ୍କ ପାଖ ମାଡୁନଥିଲେ  ।  ଏବିଷୟରେ କାମ କରୁଥିବା ଚାକରାଣୀମାନଙ୍କୁ କଡା ନିର୍ଦ୍ଦେଶ ଥାଏ  । ଥରେ ଜଣେ ଯୁବତୀ ଚାକରାଣୀ ଭୁଲରେ କାଭେଣ୍ଡିସ ଙ୍କ କୋଠରିକୁପଶିଯାଇଥିଲା   । ବିଚାରୀକୁ ତତକ୍ଷଣାତ ଚାକିରିରୁ ତଡାଗଲା   । କେତେକ କୁହନ୍ତି ଏତିକିରେ କାଭେଣ୍ଡିସ    ସନ୍ତୁଷ୍ଟ ନ ରହି ଏହି ଚାକରାଣୀକୁ ଗୁଳି କରି ମାରିଦେଲେ  ।  ଏ କାହାଣୀ ନିଶ୍ଚେ ଚୁଗୁଲିଆଙ୍କ ଦ୍ଵାରା ପ୍ରଚାରିତ  । କାଭେଣ୍ଡିସ    ପ୍ରକୃତି ଯାହା ସେଥିରେ ତାଙ୍କ କମ ଶତ୍ରୁ   , ଚୁଗୁଲିଆଥିବେ ଭାବିବା ଭୁଲ ହେବ  ।  ସେ ଯାହାହେଉ ପରି ଲୋକ କେବେ ବାହା ହୋଇଥିବେ ବୋଲି କହି ନିଶ୍ଚିତ ଭାବୁନଥିବେ   ।

ଅଚଳାଚଳ ସମ୍ପତ୍ତିର ଅଧିକାରୀ ହୋଇଥିଲେ ମଧ୍ୟ ପିନ୍ଧୁଥିଲେ ମଇଳା , ଇସ୍ତ୍ରୀ ବିହୀନ ପୋଷାକ   । କେବଳ ବିଜ୍ଞାନୀଙ୍କ ମେଲରେ ସେ କିଛି ସମୟ ବସଥିଲେ   । ଅଷ୍ଟ୍ରିୟାର ଜଣେ ବିଶିଷ୍ଟ ବିଜ୍ଞାନୀ ରୟାଲ ଷୋସାଇଟି ଆସିଥିଲେ   । କାଭେଣ୍ଡିସ ଙ୍କୁ ଦେଖି ସେ ତାଙ୍କର ପ୍ରଶଂସା କଲେ    । କାଭେଣ୍ଡିସ    ଏପରି ଘାବରେଇ ଗଲେ ଯେ ଏପରିସ୍ଥିତିରେ କଣ କରିବାକୁ ହେବ ବୁଝି ପାରି ସମବେତ ବିଜ୍ଞାନୀଙ୍କ ମଧ୍ୟରେ ଗଳିପଶି ଧାଇଁ ନିଜ ଘୋଡା ଗାଡି ପାଖରେ ପହଞ୍ଚିଲେ ଓ ତା ଭିତରକୁ କୁଦି ପଡି ଘରକୁ ପଳାଇଲେ   ।

କେମ୍ବ୍ରିଜରେ  ଅଠର ବର୍ଷ ବୟସରେ ନାମ ଲେଖାଇ କାଭେଣ୍ଡିସ ସେଠାରେ ଚାରିବର୍ଷ ପାଢୀଥିଲେ   ,ମାତ୍ର ସେସ ପରୀକ୍ଷା ନ ଦେଇ ବିନା ଡିଗ୍ରୀରେ ପଳାଇ ଆସିଲେ   । ଧର୍ମ ବିଷୟ ପଢିବା ଓ ସେ ସବୁଊ ପରୀକ୍ଷା ଦେବା କେମ୍ବ୍ରିଜରେ ବାଧ୍ୟତାମୂଳକ ଥିଲା  , ମାତ୍ର କାଭେଣ୍ଡିସଙ୍କ ରୁଚି ନଥିଲା କି ଏଥିରେ ପରୀକ୍ଷା ଦେବାକୁ ସେ ଚାହିଁଲେ ନାହିଁ  । ବିନା ଡିଗ୍ରୀରେ କେମ୍ବ୍ରିଜ ଛାଡିଲେ  । ପରେ ଅବଶ୍ୟ ପ୍ୟାରିସରେ ପଢି ସେଠାରୁ ଡିଗ୍ରୀ ପାଇଲେ   ।

କାଭେଣ୍ଡିସଙ୍କ ବୈଜ୍ଞାନିକ ଆବିଷ୍କାର ସବୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ   । ନିଉଟନ ମାଧ୍ୟାକର୍ଷଣ ନିୟମ ଆବିଷ୍କାର କରିଥିଲେ  । କାଭେଣ୍ଡିସ ମାଧ୍ୟାକର୍ଷଣ ସ୍ଥିରାଙ୍କ “G” ର ମୂଲ୍ୟ ନିରୂପଣ କରିଥିଲେ  । ପୃଥିବୀ ଓଜନ ପ୍ରଥମ କରି କାଭେଣ୍ଡିସ ମାପିଛନ୍ତି ଓ ବର୍ତ୍ତମାନ ମାପ ଅନୁସାରେ ତହିଁରେ ସାମାନ୍ୟ ଭୁଲ ଅଛି ବୋଲି ଜଣାପଡିଛି   ।

କାଭେଣ୍ଡିସ ହାଇଡ୍ରୋଜେନ ବା ଉଦଜାନ ଗ୍ୟାସ ଆବିଷ୍କାର କରିଥିଲେ   । ତାଙ୍କର ନୂତନ ଆବିଷ୍କାର ଗ୍ୟାସରେ ନିଆଁ ଛୁଆଁଇ ଦେଲେ ତାହା ଜଳିଯାଏ ବୋଲି ରୟାଲ ଶୋଷାଇଟିରେ ୧୭୬୬ରେ ପରୀକ୍ଷା କରି ଦେଖାଇ ସେ ଉପସ୍ଥିତ ବିଜ୍ଞାନୀଙ୍କୁ ଚମକୃତ କରି ଦେଇଥିଲେ  । ନିଜର ନବ ଆବିଷ୍କୃତ ଗ୍ୟାସର ନାମକରଣ କାଭେଣ୍ଡିସ କରି ନଥିଲେ  । ହାଇଡ୍ରୋଜେନର ନାମକରଣ କରିଥିଲେ ବିଖ୍ୟାତ ଫରାସୀ ବିଜ୍ଞାନୀ ଲାଭୟସିଅର   । ହାଇଡ୍ରୋଜେନର ଅର୍ଥ – ଯାହା ଜଳ ସୃଷ୍ଟିକରେ   ।

କାଭେଣ୍ଡିସ ଆବିଷ୍କାର କରିଥିଲେ ଯେ ଜଳ ଦୁଇଟି ଗ୍ୟାସ ହାଇଡ୍ରୋଜେନ ଓ ଆକ୍ସିଜେନର ସଂଯୋଗରୁ ସୃଷ୍ଟି   । ଏ ଆବିଷ୍କାର ସମସ୍ତଙ୍କୁ ଚମକାଇ ଦେଲା   । କାରଣ ପ୍ରାଚୀନ ଗ୍ରୀକମାନେ କହିଥିଲେ ଯେ ପୃଥିବୀର ଚାରୋଟି ମୂଳପଦାର୍ଥ ମଧ୍ୟରୁ ଜଳ ଗୋଟିଏ   । ଏ ତତ୍ତ୍ଵ ଭୁଲ ବୋଲି କାଭେଣ୍ଡିସ ସମୟରୁ ବୁଝାପଡିଲା   ।

କଭେଣ୍ଡିସ ଆବିଷ୍କାର କରିଥିଲେ ଯେ ଜଳ ଦୁଇଟି ଗ୍ୟାସ ହାଇଡ୍ରୋଜେନ ଓ ଅକ୍ସଜେନର ସଂଯୋଗକୁ ସୃଷ୍ଟି   ।  ଏ ଆବିଷ୍କାର ସମସ୍ତଙ୍କୁ ଚମକାଇ ଦେଲା   । କାରଣ ପ୍ରାଚୀନ ଗ୍ରୀକମାନେ କହିଥିଲେ ଯେ ପୃଥିବୀରେ ଚାରୋଟି ମୂଳପଦାର୍ଥ ମଧ୍ୟରୁ ଜଳ ଗୋଟିଏ   । ଏ ତତ୍ତ୍ଵ ଭୁଲ  ବୋଲି କଭେଣ୍ଡିସ ସମୟରୁ ବୁଝାପଡିଲା   ।

ବାୟୁମୁଖ୍ୟତଃ ଏ ଭାଗ ଅକ୍ସିଜେନ ଓ ଚାରିଭାଗ ନାଇତ୍ରୋଜେନକୁ ନେଇ ଗଢା ବୋଲି କଭେଣ୍ଡିସ ନିର୍ଣ୍ଣୟ କରିଥିଲେ   । ବିଭିନ୍ନ ଗ୍ୟାସଙ୍କୁ ପ୍ରଥମ କରି ପ୍ରାୟ ନିଖୁଣ ଭାବେ ଓଜନ କରିଥିବା ତାଙ୍କରି କୃତିତ୍ଵ   । ଜଳୀୟବାଷ୍ପ , ନାଇଟ୍ରୋଜେନ ଅକ୍ସିଜେନକୁ ମିଶେଇ ସେ ପ୍ରଥମ ନାଇଟ୍ରିକ ଏସିଡ ଉତ୍ପାଦନ କରିଥିଲେ   ।

କଭେଣ୍ଡିସଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଥିବା ବିପୁଳ ସମ୍ପତ୍ତିକୁ କୌଣସି ଆତ୍ମୀୟ ଦାବି କରିନଥିଲେ   । ତାଙ୍କ ସମ୍ପତ୍ତିକୁ କୌଣସି ଆତ୍ମୀୟ ଦାବି କରି ନଥିଲେ  । ତାଙ୍କ ସମ୍ପତ୍ତି ବିଜ୍ଞାନ ଗବେଷଣାରେ ଖର୍ଚ୍ଚ ହେଉ ବୋଲି ସେମାନେ ଚାହିଁଲେ   । କେମ୍ବ୍ରିଜ ବିଖ୍ୟାତ କଭେଣ୍ଡିସ ଗବେଷଣାକାର ୧୮୭୧ରେ ଗଢା ହେଲା   । କଭେଣ୍ଡିସ ଗବେଷଣାଗାରରେ କାମ କରି ଅନ୍ତତଃ ଛଅଜଣ ବିଜ୍ଞାନୀ ନୋବେଲ ପୁରସ୍କାର ପାଇଛନ୍ତି   ।

ବିଦ୍ୟୁତ ଶକ୍ତିର ସନ୍ଧାନୀ

ବେଞ୍ଜାମିନ ଫ୍ରାଙ୍କଲିନ

୧୭୦୬-୧୭୯୦

ବେଞ୍ଜାମିନ ଏପରି ଗରିବ ଘରର ପିଲା ଥିଲେ ଯେ ବାଲ୍ୟକାଳରେ କିଛି ପାଠ ପଢିପାରିଲେ ନାହିଁ   । ତଥାପି ସର୍ବଦା ସଂଗ୍ରାମ କରି ବିଭିନ୍ନ କ୍ଷେତ୍ରରେ ସେ ଯେଉଁ ଉଚ୍ଚତାକୁ ଉଠିଛନ୍ତି ତାହା ଆମକୁ ଧୈର୍ଯ୍ୟ ଧରି ଲଢିବା ପାଇଁ ସାହସ ଦିଏ   ।  ବେଞ୍ଜାମିନ ଆମେରିକାର  ପେନସିଲଭାନିଆ ରାଜ୍ୟର ବୋଷ୍ଟନ ଥରେ ୧୭୦୬ ଜାନୁଆରୀ ୧୭ ତାରିଖରେ ଜନ୍ମ ହୋଇଥିଲେ  ।  ସେ ଆମେରିକାର ପ୍ରଥମ ମହାନ ବିଜ୍ଞାନୀ ଭାବେ ପରିଚିତ   । ବାପା ପାଠ ପଢାଇ ପାରିଲେ ନାହିଁ   । ଆଠ ବର୍ଷ ବୟସରେ ବାପାଙ୍କ ସହିତ ମିଶି ବେଞ୍ଜାମିନ ମହମବତୀ ତିଆରି କଲେ  । ବାରବର୍ଷ ବୟସରେ ବଡଭାଇଙ୍କ ପ୍ରେସରେ ଅକ୍ଷର ଖଞ୍ଜିବା କାମରେ ଲାଗିଲେ   । ଯାହାରୋଜ କଲେ ସେଥିରେ ପେଟକୁ କାଟି ଅଙ୍କ, ବୀଜଗଣିତମ ଜ୍ୟାମିତି, ବ୍ୟାକରଣ , ଲଜିକ ଓ ସବୁ ପ୍ରକାର ବହି କିନା ପଢନ୍ତି   । ବେଞ୍ଜାମିନଙ୍କର ବହୁଦିଗରେ ପ୍ରତିଭା ଥିଲା  । ତେଣୁ ବିଭିନ୍ନ ପ୍ରକାର ବହି ତାଙ୍କୁ ଆକୃଷ୍ଟ କରିବା ସ୍ଵାଭାବିକ    । ତାଙ୍କ ଜୀବନର ସଂଗ୍ରାମ ଅନୁଭୂତି ବେଞ୍ଜାମିନଏତେ ସୁନ୍ଦର ଭାବେ ଲେଖିଛନ୍ତି ଯେ ତାଙ୍କର ଆତ୍ମଜୀବନୀଟି ଏକ ଲୋକପ୍ରିୟ ତଥା ଉଚ୍ଚକୋଟି ର ସାହିତ୍ୟ ଗ୍ରନ୍ଥ ଭାବେ ସମ୍ମାନ ଲାଭ କରିଛି   ।

ବେଞ୍ଜାମିନଙ୍କ ଭାଇ ଗୋଟିଏ ସାପ୍ତାହିକ ଖବର କାଗଜ ପ୍ରକାଶ କରୁଥାନ୍ତି   । ସେଠି କାମ କରିବାର ସୁଯୋଗ ପାଇ ବେଞ୍ଜାମିନଙ୍କର ଲେଖିବାର ପ୍ରତିଭା ଫୁଟି ଉଠିଲା  , ମାତ୍ର ଭାଇଙ୍କ କାନରେ ବିଷୟଟା ଯିବାରୁ ସେ ବେଞ୍ଜାମିନଙ୍କ ଲେଖା ପ୍ରକାଶ ବନ୍ଧ କରିଦେଲେ   । ଭାବିଥିବେ   , ବେନ ତ ପାଠଶାଠ ପଢିନୀ   , ଲେଖିବ କଣ ଫଳରେ ବେନ ଛଦ୍ମନାମରେ ଲେଖିଲେ   । ତାହାମଧ୍ୟ ଧରାପଡିଲା  । ନିଜର ଗୋଟିଏ ପ୍ରେସ କରିବାକୁ ବେଞ୍ଜାମିନ ଇଂଲଣ୍ଡ ଗଲେ  । ଇଂଲଣ୍ଡରେ ଦୁଇବର୍ଷ ରହି ସେଠାରେ ଗୋଟିଏ ପ୍ରେସ ଆଣି “ ପେନସିଲଭାନିଆ ଗେଜେଟ “ ପ୍ରକାଶ କଲେ   । ଚାରି ବର୍ଷ ପରେ ଗୋଟିଏ ବାର୍ଷିକ କ୍ୟାଲେଣ୍ଡର ତାଙ୍କ ପ୍ରେସରେ ଛପାଗଲା   ।   ଏହି କ୍ୟାଲେଣ୍ଡରର ବହୁ ସଂଖ୍ୟାରେ ବିକ୍ରୀ ହେଲା   ଓ  ବେଞ୍ଜାମିନଙ୍କ ଖ୍ୟାତି ବ୍ୟାପିଲା  । ଏକର ଏହି କ୍ଯାଲେଣ୍ଡରରେ କେବଳ ବର୍ଷ, ମାସ , ଦିନ ତାଲିକା ନଥିଲା  । ଏହା ସହିତ ପ୍ରତିଦିନ ସୁର୍ୟୋଦୟ ଓ ସୂର୍ଯ୍ୟାସ୍ତର ସମୟ , ଚନ୍ଦ୍ରକଳା, ମାସିକ ପାଣିପାଗ , ଚର୍ଚ୍ଚର ଛୁଟିଦିନ ଓ ଲୋକପ୍ରିୟ ଢଗଢମାଳୀ ଥିଲା   । ଉତ୍ତର ଆମେରିକାରେ ବେଞ୍ଜାମିନଙ୍କ କ୍ୟାଲେଣ୍ଡର ସର୍ବାଧିକ ବିକ୍ରି ପୁସ୍ତକର ଗୌରବ ଲାଭ କରିଥିଲା   ।

ପିଲାଦିନେ ସେ ପଢିବାକୁ କେତେ ହଇରାଣ ହେଉଥିଲେ ସେ କଥା   ଫ୍ରାଙ୍କଲିନ ମନେଥାଏ  । ତେଣୁ ସେ ଗୋଟିଏ ଭ୍ରାମ୍ୟମାଣ ଲାଇବ୍ରେରୀ ପ୍ରତିଷ୍ଠା କଲେ   । ଏଇଠି ଥିଲା ଆମେରିକାର ପ୍ରଥମ ଭ୍ରାମ୍ୟମାଣ ଲାଇବ୍ରେରୀ    । ପେନସିଲଭାନିଆ ଏକାଡେମି ବଢି ପରେ ପେନସିଲଭାନିଆ ବିଶ୍ଵବିଦ୍ୟାଳୟ ହୋଇଛି  ।   କେବଳ ସାଂସ୍କୃତିକ କ୍ଷେତ୍ରରେ ନୁହେଁ , ରାଜନୈତିକ କ୍ଷେତ୍ରରେ ବେଞ୍ଜାମିନ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି   ।  ଆମେରିକା ଉପନିବେଶଗୁଡିକର ସ୍ଵାଧୀନତା ଆନ୍ଦୋଳନକୁ ତାଙ୍କର ଅବଦାନ ଉଲ୍ଲେଖଯୋଗ୍ୟ   ।  ଉପନିବେଶ ତରଫରୁ ସେ ଫ୍ରାନ୍ସକୁ ଦୁତ ଯାଇ ଫ୍ରାନ୍ସର ସାମରିକ ଓ ଆର୍ଥିକ ସାହାଯ୍ୟ ଆଣିଥିଲେ   । ଉପନିବେଶଙ୍କର ସମ୍ବିଧାନ ପ୍ରସ୍ତୁତ କରିବା ଦିଗରେ ଜଣେ ସଭ୍ୟ ଭାବେ ତାଙ୍କର ଅବଦାନ ଗୁରୁତ୍ଵପୂର୍ଣ୍ଣ   ।

ବେଞ୍ଜାମିନ ଏତେ କାମରେ ଲାଗିଥିଲେ    । ତେବେ  ବିଜ୍ଞାନ ପାଇଁ କେତେବେଳେ ସମୟ ଦେଲେ   ? ଚାଳିଶ ବର୍ଷ ବୟସ ଟପିବା ପରେ ବେଞ୍ଜାମିନ ଅନୁଭବ କଲେ   , ଯେ ସେ ଯଥେଷ୍ଟ ଧନ ଉପାର୍ଜନ କରିଛନ୍ତି   , କିନ୍ତୁ ଏ ଯାଏ ଭୋକିଲା ଅଛନ୍ତି   । ନିଜର ମାନସିକ ଖାଦ୍ୟ ସଂଗ୍ରହ ପାଇଁ ସମୟ ଦେଇନାହାନ୍ତି   । ଏହାପରେ ସେ ବିଜ୍ଞାନ ଗବେଷଣାରେ ଲାଗିପଡିଲେ   । ବେଞ୍ଜାମିନ ଜଣେ ମହାନ ଉଦ୍ଭାବକ  । ନିଆଁ ପୁଇଁବା ପାଇଁ ସେ ଯେଉଁ ଷ୍ଟୋଭ ଉଦ୍ଭାବନ କରିଥିଲେ ତାହା  ଫ୍ରାଙ୍କଲିନ ଷ୍ଟୋଭ ନାମରେ ନାମିତ    ।

ଫ୍ରାଙ୍କଲିନଙ୍କର ବିଦ୍ୟୁତ ସମ୍ପର୍କିୟ ଉଦ୍ଭାବନ ଯେପରି ସ୍ଵାଭାବିକ ସେହିପରି ଗୁରୁତ୍ଵପୂର୍ଣ୍ଣ   । କଥିତ ଅଛି  , ଥରେ ଫ୍ରାଙ୍କଲିନ ପୁଅ ସହିତ ରାସ୍ତାରେ ଯାଉଥିଲେ ଓ ମେଘ ଢାଙ୍କିଥାଏ   । ପ୍ରଥମେ ଗୋଟିଏ ବିଜୁଳି ମାରିଲା ଓ ପରେ ଘଡ ଘଡି ଶବ୍ଦ ହେଲା  । ଏ ଘଡଘଡି ଶବ୍ଦଟା କଣ ବୋଲି ପୁଅ ପଚାରିଲା  । ଫ୍ରାଙ୍କଲିନ ଏହାର ଉତ୍ତର ଜାଣିନଥିଲେ  । ପୁଅକୁ ଭୁତେଇବାକୁ ଏଣୁତେଣୁ କହି କହିଲେ ଯେ ସେ ଏହି ଘଟଣାର ଅନୁସନ୍ଧାନ କରି ସତ୍ୟକୁ ଠାବ କଲା ପରେ ପୁଅକୁ ଜଣାଇବେ   ।

ଆକାଶରେ ଯେଉଁ ବିଜୁଳି ମରେ ତାହା ବିଦ୍ୟୁତରୁ ସୃଷ୍ଟି ବୋଲି ଅନେକ ଦିନ ଗୁଡି ଉଡେଇ ଫ୍ରାଙ୍କଲିନ ସିଦ୍ଧାନ୍ତ କରିଥିଲେ   । ଲୋକେ ଭାବୁଥିଲେ ଏତେ କାମିକା ଲୋକ ବୁଢାଦିନେ ଗୁଡି ଉଡେଇ ସମୟ ନଷ୍ଟ କରୁଛନ୍ତି କିପରି  ? ଗୁଡିରେ ଯେଉଁ ସୂତାବନ୍ଧା ହୋଇଥିଲା ତାହା ସାଧାରଣ ସୂତାନୁହେଁ   । ବିଦ୍ୟୁତ ପରିବାହୀ ସୂତାରେ ଗୁଡିକୁ ବାଞ୍ଜି ବେଞ୍ଜାମିନ ବାଦଲ ପାଖକୁ ଗୁଡି ଛାଡୁଥିଲେ   । ସେହି ସୂତା ମାଧ୍ୟମରେ ବିଦ୍ୟୁତ ବହି ଆସି ତାଙ୍କୁ ସକ ମାରିବାରୁ ଜାଣିଲେ ଯେ ମେଘରେ ବିଦ୍ୟୁତ ଅଛି   । ଖଣ୍ଡେ ଋଣାତ୍ମକ (ନେଗେଟିଭ )ଚାର୍ଜଯୁକ୍ତ ବାଦଲ ଖଣ୍ଡ ଓ ଧନାତ୍ମକ (ପଜେଟିଭ ) ବାଦଲଖଣ୍ଡ ପରସ୍ପର ନିକଟକୁ ଲାଗିଆସିଲା ଦୁହିଁଙ୍କର ଚାର୍ଜ ଟାଣି ହୋଇ ମିଶିଯାଇ ବିଜୁଳି ସୃଷ୍ଟି ହୁଏ ଓ ଘଡ ଘଡି ମାରେ   । ତୁମେ ଦେଖିଥିବ ଦୁଇଟି ବିଜୁଳି ତାରକୁ ଯୋଡିଦେଲେ ଚଡ ଚଡ ଶବ୍ଦ ହୁଏ ଓ ଆଲୋକ ବାହାରେ   । ଘଡ ଘଡି ଏହିପରି ଚଡଚଡି ଶବ୍ଦ ଓ ବିଜୁଳି ଏକ ଇଲେକ୍ଟ୍ରିକ ସ୍ପାର୍କ   । ପୁଅ ପ୍ରଶ୍ନର ଉତ୍ତର ବେଞ୍ଜାମିନ ଙ୍କୁ ମିଳିଗଲା   ।

ଘରମାନଙ୍କୁ ବ୍ରଜପାତରୁ ରକ୍ଷା କରିବା ବେଞ୍ଜାମିନଙ୍କ ଆବିଷ୍କାର   । ଏଥିପାଇଁ ଘର ଛାତ ଉପରେ ସେ ଗୋଟିଏ ମୁନିଆ ଲୁହା ବାଡି ଖଞ୍ଜୁଥିଲେ   । ଏହା ଲୁହା ବାଡିରେ ତାର ଗୁଡ଼ାଯାଇ ସେ ତାରକୁ ତଳଯାଏ ଆଣି ମାଟିରେ ପୋତାଯାଏ   । ଯଦି କୋଠା ନିକଟକୁ ବିଦ୍ୟୁତ ଚାର୍ଜଯୁକ୍ତ ବାଦଲ ଆସିଯାଏ   , ତେବେ ବିଦ୍ୟୁତ ଧୀରେ ଧୀରେ ଲୁହାବାଡିରେ ପଶି ତାର ବାଟ ଦେଇ ମାଟିକୁ ଚାଲିଯାଏ ଓ କୋଠା ଚଡକରୁ ରକ୍ଷାପାରେ  । ଆଜି ସମସ୍ତ ନିଜ ଘରକୁ ରକ୍ଷା କରିବା ପାଇଁ ବେଞ୍ଜାମିନଙ୍କ ଉପାୟକୁ ଗ୍ରହଣ କରିଛନ୍ତି   ।

ଯିଏ ବୈଦ୍ୟୁତିକ ବଳ ମାପିଛନ୍ତି

ଚାର୍ଲସ ଅଗଷ୍ଟିନ କୁଲମ

୧୭୩୬-୧୮୦୬

ଅଷ୍ଟାଦଶ ଶତାଦ୍ଦୀରେ ବିଦ୍ୟୁତ କ୍ଷେତ୍ରରେ ମହାନ ଆବିଷ୍କାର କରିଥିବା ବଡ ବିଜ୍ଞାନୀ ଜଣକ ପରେ ଆଉ ଜଣେ ଜନ୍ମ ହୋଇ ପଡିଲେ  । କୁଲମ ସେମାନଙ୍କ ମଧ୍ୟରେ ଜଣେ  । ଫ୍ରାନ୍ସ ଦେଶରେ କୁଲମଙ୍କର ଜନ୍ମ   । ଖ୍ରୀଷ୍ଟାଦ୍ଦ  ୧୭୮୯ ରେ ସେ ଏକ ଗୁରୁତ୍ଵପୂର୍ଣ୍ଣ ବୈଦ୍ୟୁତିକ ନିୟମ ଆବିଷ୍କାର କରିଥିଲେ  । ବିଦ୍ୟୁତ ବଳ ମାପିବା ପାଇଁ  ଚେଷ୍ଟା କରି ଶେଷରେ ସେ ସଫଳ ହୋଇଥିଲେ   । ଦୁଇଟି ସୋଲ ବଲକୁ ଚାର୍ଜ କରି ଦୁହିଁଙ୍କୁ ଗୋଟିଏ ବାଡିର ଦୁଇ ମୁଣ୍ଡରେ ବାନ୍ଧିଲେ   । ସେହିପରି ଆଉ ଦୁଇଟି ସୋଲ ବଲକୁ ବିପରୀତ ଚାର୍ଜ ପ୍ରଦାନ କରି ପୂର୍ବ ପରି ବାନ୍ଧିଲେ   । ପ୍ରତ୍ୟେକ ବଲଚାର୍ଜର ପରିମାଣ ତାଙ୍କୁ ଜଣାଇଥିଲା   । ବିପରୀତ ଭାବେ ଚାର୍ଜିତ ଦୁଇଟି ବଲ ପରସ୍ପରକୁ ଆକର୍ଷଣ କରିବା ଫଳରେ ବଲ ବନ୍ଧା ହୋଇଥିବା ତାରର ମୋଡି ହେଲା    । ତାର କେତେ ଗୋଡା ହେଲା ସେଥିରୁ କୁଲମ ଆକର୍ଷଣ ବଳ ମାପିଲେ   । କୁଲମ ଲକ୍ଷ୍ୟ କଲେ ବଲ ଦୁହିଁଙ୍କର ଚାର୍ଜରେ ଯେତେ ଅଧିକ ତାରତମ୍ୟ ହେଉଛି ଦୁହିଁଙ୍କର ଆକର୍ଷଣ ସେତେ ବଢୁଛି  । ପୁଣି ଲକ୍ଷ୍ୟ କଲେ ବିଲ ଦୁହିଁଙ୍କ ମଧ୍ୟରେ ଦୁରତ୍ଵ ଦୁଇ ଗୁଦ୍ନ ବଢିଲେ ବଲ ଚାରିଭାଗ , ତିନିଗୁଣ ବଢିଲେ ବଳ ନଅଭାଗ କମୁଛି  । ଅର୍ଥାତ ଯଦି ଦୁଇଟି ଚାର୍ଜଙ୍କର ପରିମାଣ  ଓ

ଏବଂ ଦୁହିଁଙ୍କ ମଧ୍ୟରେ ଦୂରତା d ହୁଏ ତେବେ ବୈଦ୍ୟୁତିକ ବଳ ----------------------  ସହିତ ସମାନୁପାତି

ବୈଦ୍ୟୁତିକ ବଳର ନିୟମ ନିଉଟନଙ୍କ ମାଧ୍ୟାକର୍ଷଣ ବଳର ନିୟମ ସହିତ ସମାନ ବୋଲି ଲକ୍ଷ୍ୟକରି କୁଲମ ଓ ତାଙ୍କ ସହଯୋଗୀଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ  । ମାଧ୍ୟାକର୍ଷଣ  ଓ ବିଦ୍ୟୁତ ମଧ୍ୟରେ ଘନିଷ୍ଠ ସାମଞ୍ଜ୍ଯସ  ଅଛି ବୋଲି କୁଲମ ଜାଣିପାରିଲେ  । ଚୁମ୍ଭାକୀୟ ବଳକୁ ନେଇ ପରୀକ୍ଷା କରି କୁଲମ ଦେଖିଥିଲେ ଯେ ଚୁମ୍ଭକୀୟ ବଳର ନିୟମ ବୈଦ୍ୟୁତିକ ବଳ ସହିତ ସମାନ  । ବିଶ୍ଵଜଗତ ଅଳ୍ପ କେତୋଟି ସରଲ ନିୟମ ମାନି ଚାଲୁଅଛି  ବୋଲି ଅନୁଭବ କରି ସମସାମୟିକ ବିଜ୍ଞାନୀ ଓ ଦାର୍ଶନିକଗଣ ଉତ୍ତେଜିତ ହୋଇପଡିଲେ   । କୁଲମଙ୍କୁ ସମ୍ମାନ ଜଣାଇ ଚାର୍ଜ ମାପର ଏକକକୁ “ କୁଲମ “ ନାମ ଦିଆଯାଇଛି   ।

 

ବିଦ୍ୟୁତ ବ୍ୟାଟେରୀ ଆବିଷ୍କାରକ

ଆଲେଣ୍ଡ୍ରୋ ଭୋଲଟା

୧୭୪୫-୧୮୨୭

କୁଲମ ବିଦ୍ୟୁତ ବିଜ୍ଞାନ ସମ୍ପର୍କରେ ଏକ ଗୁରୁତ୍ଵପୂର୍ଣ୍ଣ ନିୟମ ଆବିଷ୍କାର କରିଥିଲେ   । ଭୋଲଟା ବିଦ୍ୟୁତ ଶକ୍ତିର ପ୍ରଥମ ଗୁରୁତ୍ଵପୂର୍ଣ୍ଣ ପ୍ରୟୋଗ କରି ଆଧୁନିକ ଯୁଗର ଅଗ୍ରଗତିର ଦ୍ଵାରା ଖୋଲିଦେଲେ   ।

କାମୋ ଇଟାଲିର ମନୋରମ କାମୋହ୍ରଦ କୁଳରେ ଏକ ବଡ ସହର   । ସେଇଠି ଭୋଳଟା ଗୋଇଟେ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ  । ବିଶ୍ଵବିଦ୍ୟାଳୟରୁ ଡିଗ୍ରୀ ପାଇବା ପରେ ମାତ୍ର ସତର ବର୍ଷ ବୟସରେ ଭୋଲଟା ସ୍ଥାନୀୟ ସ୍କୁଲରେ ଶିକ୍ଷକତା କରୁଥିଲେ  ।  ସ୍କୁଲରେ ବିଜ୍ଞାନ ଗବେଷଣା ପାଇଁ ବିଶେଷ ସୁଯୋଗ ନଥିଲା  । ତଥାପି ଅଳ୍ପ ଦିନର ଶିକ୍ଷକତା ପରେ ଭୋଲଟା ଇଲେକଟ୍ରୋଫୋରସ ନାମକ ଯନ୍ତ୍ର ଆବିଷ୍କାର କରିଥିଲେ  । ଏହି ଯନ୍ତ୍ରରେ ଘର୍ଷଣ ଦ୍ଵାରା ବିଦ୍ୟୁତ ଉତ୍ପାଦନ କରି ତାକୁ ସଂରକ୍ଷିତ କରିବାର ବ୍ୟବସ୍ଥା ଅଛି   । ଏହି ଯନ୍ତ୍ରର କୌଣସି ବ୍ୟାବହାରିକ ଉପଯୋଗୀତା ନଥିଲା  । ମାତ୍ର ଛାତ୍ରଛାତ୍ରୀଙ୍କୁ ସ୍ଥିର ବିଦ୍ୟୁତ ସମ୍ପର୍କରେ ପରୀକ୍ଷା ଦେଖାଇବା ପାଇ ଏହି ଯନ୍ତ୍ର ବହୁକାଳ ଯାଏ ବ୍ୟବହୃତ ହୋଇଛି   ।

ଜୀବବିଜ୍ଞାନୀ ଲୁଇଶି ଗାଲଭାନି ଦୈବାତ ଏକ ଚମତ୍କାର ଆବିଷ୍କାର କରିଥିଲେ  । ଗୋଟିଏ ବେଙ୍ଗ କାଟି ପରୀକ୍ଷା କରିବାକୁ ସେ ତା ଦେହରେ ଗୋଟିଏ ପିତଳ କଣ୍ଟା ମାରିଛନ୍ତି   । ଗୋଟିଏ ଲିହା ଚୁମୁଟାରେ ବେଙ୍ଗକୁ ଧରିବାକୁ ଗଲାବେଳେ ଦେଖିଲେ ବେଙ୍ଗ ଗୋଡ ଛାଟୁଛି  । ତା ଦେହର ଅଂଶ ସବୁ ଥରୁଚି   । ଅନେକ ବେଙ୍ଗ କାଟି ଗାଲଭାନି ଏହି ପରୀକ୍ଷା କଲେ   । ସବୁଠାର ସମାନ ଫଳ ମିଳିଲା   । ଗାଲଭାନି ସିଦ୍ଧାନ୍ତ କଲେ ଯେ ମୃତ ବେଙ୍ଗର ପେଶୀରେ ବିଦ୍ୟୁତ ଅଛି   । ଏହାକୁ ସେ ପ୍ରାଣୀଜ ବିଦ୍ୟୁତ ନାମ ଦେଲେ   ।

ଭୋଲଟ ଭାବିଲେ  ,ଯଦି ପ୍ରାଣୀଜ ବିଦ୍ୟୁତ ଅଛି ତେବେ ବେଙ୍ଗର କେବଳ ନୁହଁ   , ମଣିଷ ଓ ଅନ୍ୟ ପଶୁଙ୍କର ମଧ୍ୟ ଥିବ     । ଦିନେ ଜଳଖିଆ ଖାଇବା ବେଳେ ବତର ଡବାର ଟିଣ ପାତିଆ କୁ ସେ ଜିଭ ତଳେ ରଖିଲେ ଓ ଜିଭ ଉପର୍କୁ ଖାଇବା ଲୁହା କଣ୍ଟାରେ ଛୁଇଁଲେ   । ଜିଭରେ ବିଦ୍ୟୁତ ଚେଙ୍କ ଲାଗିଲା ନାହିଁ  । ଭୋଲଟା ବୁଝିଲେ ଯେ ପ୍ରାଣୀଜ ବିଦ୍ୟୁତ ବୋଲି କିଛି ନାହିଁ  । ତେବେ ବେଙ୍ଗ ଯେଉଁ ଗୋଡ ଛାଟିଲା ତା ର  କାରଣ ଖୋଜିବାକୁ ହେବ   । କାରଣ ଖୋଜି ଭୋଲତା ଆଠବର୍ଷ କଳା ଗବେଷଣାରେ ଲାଗିଥିଲେ  ।   ଶେଷରେ ସିଦ୍ଧାନ୍ତ କରିଥିଲେ ଯେ ଋଣାତ୍ମକ ଓ ଧନାତ୍ମକ ଦୁଇଟି ଧାତୁକୁ ବିଦ୍ୟୁତ ସୁପରିବାହୀ ମାଧ୍ୟମ ଦ୍ଵାରା ଯୋଡିଲେ ବିଦ୍ୟୁତ ତରଙ୍ଗ ପ୍ରଭାହିତ ହୁଏ  । ଲୁହା ଓ ପିତଳ ଏହିପରି ଦୁଇ ଧାତୁ   । ବେଙ୍ଗର ମାଂସପେଶୀ ବିଦ୍ୟୁତ ସୁପରିବାହୀ  ମାଧ୍ୟମ   । ପିତଳ କଣ୍ଟା ଫୁଟିଥିବା ବେଙ୍ଗକୁ ଲୁହା ଚୁମୁଟାରେ ଛୁଇଁଲେ ଦୁଇ ଧାତୁ ମଧ୍ୟରେ ବିଦ୍ୟୁତ ତରଙ୍ଗ ପ୍ରଭାହିତ ହେବାରୁ ମଲାବେଙ୍ଗ ଗୋଡ ଛାଟେ   ।

ତାଙ୍କର ବିଦ୍ୟୁତ ପ୍ରବାହ ସମ୍ବନ୍ଧୀୟ ପରୀକ୍ଷା ଦେଖାଇବାକୁ ସେ ଲଣ୍ଡନର ରୟାଲ ସୋସାଇଟିକୁ ଚିଠି ଲେଖିଲେ  । ସେ ଯେଉଁ ପରୀକ୍ଷା ଦେଖାଇଥିଲେ ତାହା ଅତି ସରଳ  । ରୂପା ଓ ଜିଙ୍କ ଚାଦରକୁ ଗୋଲ ଗୋଲ ଟଙ୍କା ପରି କାଟି ପାଣିରେ ଭିଯାଇଥାନ୍ତି   । ରୂପା ଭୋଲଟା ଗୋଟିଏ ଥାକ କଲେ   । ଏହି ଥାକର ସବାତଳ ରୂପା ଟଙ୍କା ଓ ସବା ଉପରେ ଜିଙ୍କ ଟଙ୍କା ରହିଲା   । ଭୋଲଟା ତଳ  ରୂପାଟଙ୍କା ଓ ଉପର ଜିଙ୍କ ଟଙ୍କାକୁ ଗୋଟିଏ ତାର ଦ୍ଵାରା ଯୋଡି ହେଲେ ଦେଖାଗଲା  । ଯେ ଅନବରତ ଭାବେ ବିଦ୍ୟୁତ ପ୍ରବାହିତ ହେଉଛି  । ଭୋଲଟାଙ୍କର ଏହି ସରଳ ପରୀକ୍ଷା ନିରବଚ୍ଛିନ୍ନ ବିଦ୍ୟୁତ ତରଙ୍ଗର ବାଟ ଦେଖାଇ ବିଜ୍ଞାନର ଦ୍ରୁତ ବିକାଶରେ ସାହାଯ୍ୟ କରିଛି  ।  “ ଭୋଲଟାଙ୍କ ଥାକ “ ବ୍ୟାଟେରୀ ନିର୍ମାଣର ପଥ ପରିଷ୍କାର କରିଦେଲା  । ପାଣିରେ ଅଳ୍ପ ଏସିଡ ମିଶାଇ ଟା ଭିତରେ ଦୁଇଟି ଧାତୁ ବୁଡାଇ ପାଣି ବାହାରେ ଥିବା ଧାତୁଙ୍କ ଆଗକୁ ଗୋଟିଏ ତାରରେ ଯୋଡିଲେ ବିଦ୍ୟୁତ ଜାତ ହୁଏ   । ଭୋଲଟାଙ୍କ ନାମ ଅନୁସାରେ ଏହି ବ୍ୟବସ୍ଥାକୁ ଭୋଲଟିକ ସେଲ କୁହାଯାଏ  ।

ଶେଷ ଜୀବନରେ ଭୋଲଟାଙ୍କଙ୍କ ଖ୍ୟାତି ଖୁବ ବଢିଗଲା  । ପ୍ୟାରିସର ବିଜ୍ଞାନ ପ୍ରତିଷ୍ଠାନରେ ବକୃତା ଦେବା ପାଇଁ ନେପୋଲିୟନ ତାଙ୍କୁ ନିମନ୍ତ୍ରଣ କରିଥିଲେ   । ଭୋଲଟାକୁ ଏକ ସ୍ଵର୍ଣ୍ଣ ପଦକ ପିନ୍ଧାଇ ନେପୋଲିୟନ ସମ୍ମାନିତ କରିଥିଲେ  । ତାଙ୍କ ମୃତ୍ୟୁର ଷାଠିଏ ବର୍ଷ ପରେ ଏକ ବିଜ୍ଞାନ ସମ୍ମିଳନୀରେ ବିଦ୍ୟୁତ ଚାଳକ ବଳର ଏକକକୁ “ ଭୋଲଟ “ ନାମ ଦେବା ପାଇଁ ସ୍ଥିର ହେଲା   । ସାବଧାନ ! ଏଠାରେ ଚାରିଶହ ଭୋଲଟ ବା ସେହିପରି ବଡ ପରିମାଣ ବିଦ୍ୟୁତ ପ୍ରବାହିତ ହେଉଛି ବୋଲି ସତର୍କବାଣୀ ତମ ଆଖିରେ ପଡିଥିବ   ।

 

 

ବିଦ୍ୟୁତ ଶକ୍ତିର ଉତ୍ପାଦନ

ମାଇକେଲ ଫାରାଡେ

୧୭୯୮-୧୮୬୭

ବିନା ବିଦ୍ୟୁତରେ ପୂର୍ବକାଳରେ ଲୋକମାନେ କିପରି ଚଳୁଥିଲେ ସେ କଥା ଆଧୁନିକ ଯୁଗର ମଣିଷମାନେ କଳ୍ପନା କରିପାରନତି ନାହିଁ   । ପୃଥିବୀର ପ୍ରଥମ ବିଜୁଳିବତୀ ମାତ୍ର ୧୨୦ ବର୍ଷ ପୂର୍ବେ ନିଉୟର୍କ ସହରରେ ପ୍ରଥମ କରି ଜାଲିଥିଲା   । ଏ କାମ କରିଥିଲେ ମହାନ ଉଦ୍ଭାବକ ଏଡିସନ   । କିନ୍ତୁ ବିଦ୍ୟୁତ ବିଜ୍ଞାନର ପ୍ରଧାନ ଫାଟକ ଖୋଲିଥିଲେ ମାଇକେଲ ଫାରାଡେ  ।

ଊନବିଂଶ ଶତାଦ୍ଦୀ ଅଧା ସାରିଥାଏ   । ଥରେ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଫାରାଡେ ତାଙ୍କ ଦ୍ଵାରା ଆବିଷ୍କୃତ ବିଦ୍ୟୁତ ତତ୍ଵ ବୁଝାଉଥାଆନ୍ତି   । ଶ୍ରୋତାଙ୍କ ଭିତରେ ଥାଆନ୍ତି  ଇଂଲଣ୍ଡର ପ୍ରଭାବଶାଳି ପ୍ରଧାନମନ୍ତ୍ରୀ ଗ୍ଲାଡଷ୍ଟୋନ   । ଫାରାଡେଙ୍କ କଥା ମଝିରେ ଗ୍ଲାଡଷ୍ଟୋନ ବାଧ୍ୟା ଦେଇ କହିଲେ  - ହେଲା ଯେ ଏଥିରେ କଣ ଲାଭ ମିଳିବ   ? ଫାରାଡେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ – କାହିଁକି ଆଜ୍ଞା  ! ଆପଣ ଏହା ଉପରେ ଟିକସ ବସାଇ ପାରିବେ   ।

ଏତେବଡ ବିଜ୍ଞାନୀଙ୍କୁ ଅପମାନ ହେବ ବୋଲି ଗ୍ଲୋଡଷ୍ଟୋନ ଚୁପ ରହିଲେ   , ହିଁ ଏ ମହାଶୟ ଚାଞ୍ଚଲ୍ୟକର ଆବିଷ୍କାର କରିଛନ୍ତି   ସତ , ମାତ୍ର ତାକୁ ନେଇ ସରକାର ଟିକସ ଆଦାୟ କରିବେ କଥାଟା କିଏ କିପରି ବିଶ୍ଵାସ କରିବ ?

ସେତେବେଳେ ସିନା କେହି ବିଶ୍ଵାସ କରୁ ନଥିଲେ   ; ମାତ୍ର ଏବେ ଆମେ ଇଲେକଟ୍ରି ବିଲ ଆକାରରେ ଗୁଡିଏ ଟଙ୍କା ଟିକସ ଗଣି କି ହୀନସ୍ତା ହେଉଛୁ   ।

ମାଈକେଲ ଫରାଦେ ଇଂଲଣ୍ଡରେ ସହରତାଳି ଅଞ୍ଚଳରେ ଏକ ଧାର୍ମିକ ପରିବାରର ଜନ୍ମ ହୋଇଥିଲେ  । ତାଙ୍କ ବାପା ଥିଲେ ଜଣେ ଗରିବ କୁମାର    । ମାଇକେଲଙ୍କୁ ପାଠ ପଢେଇ ନପଡ଼ିବାରୁ ତେର ବର୍ଷ ବୟସରେ  ତାଙ୍କର ସ୍କୁଲ ବନ୍ଦ ହେଲା  । ମାଇକେଲ ବହି ବନ୍ଧା  ହେଉଥିବା ଗୋଟିଏ  ଦୋକାନରେ ଚାକିରି କଲେ    ।    ସେଠି ବହି ବାନ୍ଧିଲେ , ଖବର କାଗଜ ବିକିଲେ   । ମାଆ ତାଙ୍କୁ ସପ୍ତାହକ ପାଇଁ ଗୋଟିଏ ପାଊଁରୁଟି ଦିଅନ୍ତି   । ତାକୁ ଚଉଦ ଖଣ୍ଡ କରି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଖଣ୍ଡେ ଖଣ୍ଡେ ଖାଆନ୍ତି  । ପାଊଁରୁଟି ଗୋଟିଏ ସପ୍ତାହ ଚଳାଇନିଏ   । ଫାରାଡେଙ୍କ ପିଲାଦିନ କେତେ କଷ୍ଟରେ କଟିଥିଲା ତାହା ଏହି ଘଟଣାରୁ ବୁଝାହୁଏ   ।

ଫାରାଡେଙ୍କର ବିଜ୍ଞାନରେ ଆଗ୍ରହ ଥିଲା   । ବହି ବନ୍ଧାଳି ଭାବେ କାମ କରି ସେ ଅନେକ ଉତ୍କୃଷ୍ଟ ଗ୍ରନ୍ଥ ଦେଖିବାର ସୁଯୋଗ ପାଉଥିଲେ   । ଏନସାଇକ୍ଳୋପେଡିଆ ବ୍ରିଟାନିଆ ଇଂରାଜି ଭାଷାର ପ୍ରସିଦ୍ଧ ବିଶ୍ଵକୋଷ   । ଏହି ଗ୍ରନ୍ଥରୁ ସେ ବିଦ୍ୟୁତ ଶକ୍ତି ବିଷୟରେ ପାଢୀଥିଲେ  । ବିଜ୍ଞାନ ବିଷୟରେ ପଢିବାରୁ ସୁଯୋଗ ତାଙ୍କୁ ମିଳିଥିଲା  । ମାତ୍ର ପଢିବା ସହିତ ବିଜ୍ଞାନଗାରରେ କାମ କରିବା ମଧ୍ୟ ଜରୁରୀ   । ଏ ସୁଯୋଗ ମଧ୍ୟ ଫାରାଡେଙ୍କର ଆସିଥିଲା   । ସାର ହମ୍ଫେରୀ ଡାଭି ସେ ସମୟରେ ବିଖ୍ୟାତ ବିଜ୍ଞାନୀ  । ଡାଭି ରୟାଲ ଇନଷ୍ଟିଚ୍ୟୁଟ ବିଜ୍ଞାନଗାରରେ ଡାଇରେକଟର ଥାଆନ୍ତି   । ଡାଭିଙ୍କର ଚାରୋଟି ବିଜ୍ଞାନ ଭିତ୍ତିକ ବକୃତା ଦେବାର ଥାଏ   ।  ଏ ବକୃତା ଶୁଣିବାକୁ ଫାରାଡେଙ୍କର ଖୁବ ଆଗ୍ରହ ;ମାତ୍ର କେବଳ ଟିକେଟ କଲେ  ଏ ବକୃତା ଶୁଣିବା ସମ୍ଭବ   । ଟିକେଟ ପାଇଁ ଫାରାଡେଙ୍କ ପାଖରେ ପଇସା ନଥାଏ  । ବହି ବନ୍ଧେଇବାକୁ ଆସୁଥିବା ଜଣେ ଗ୍ରାହକଙ୍କ ଠାରୁ ଆବଶ୍ୟକୀୟ ଚାରୋଟି ଟିକେଟ ପାଇ ଫାରାଡେ ତାଭିଙ୍କର ସବୁ ବକୃତା ଶୁଣିଲେ   ।

ବକୃତାଗୁଡିକୁ ଖୁବ ଆନନ୍ଦରେ ଶୁଣିଥିଲେ ସେତିକି ନୁହେଁ  , ସବୁଗୁଡିକ ମନ ଦେଇ ଟିପିଥିଲେ   । ଟିପାଖାତାରୁ ବକୃତାଗୁଡିକୁ ସୁନ୍ଦର ଅକ୍ଷରରେ କ୍ରମାନ୍ଵୟରେ ଉତାରି ଓ ସବୁକୁ ବାନ୍ଧି ଡେଭିଙ୍କ ପାଖକୁ ପଠାଇଦେଲେ  । ଡେଭି ଖୁସି ହୋଇ ଫାରାଡେଙ୍କୁ ରୟାଲ  ଇନଷ୍ଟିଚ୍ୟୁଟ ବିଜ୍ଞାନଗାରରେ ବୋଲହାକ କରୁଥିବା ପିଅନ ଚାକିରିରେ ରଖାଇ ଦେଲେ  । ଡାଭିଙ୍କୁ ତାଙ୍କ ପରୀକ୍ଷାମାନଙ୍କରେ ସାହାଯ୍ୟ କରି ଅଳ୍ପ ଦିନ ଭିତରେ ସେ ତାଙ୍କର ପ୍ରିୟା ହୋଇ ଉଠିଲେ   । ଡାଭେଙ୍କ ପରେ ଫାରାଡେ ହୋଇଥିଲେ ରୟାଲ ଇନଷ୍ଟିଚ୍ୟୁଟ ବିଜ୍ଞାନଗାରର ଡାଇରେକଟର   । ଗୋଟିଏ ବିରାଟ ଅନୁଷ୍ଠାନରେ ସର୍ବନିମ୍ନ ଚାକିରିରେ ପଶି ସେଇଠି ଡାଇରେକଟର ହେବା ଏକ ବିରଳ ଘଟଣା   ।

ଚୁମ୍ବକ , ବିଦ୍ୟୁତ ଓ ଆଲୋକ ନିବିଡ ସମ୍ପର୍କ ଅଛି ବୋଲି ଫାରାଡେ ଅନୁମାନ  କରିଥିଲେ   । ଏହି ନିବିଡ ସମ୍ପର୍କର ସ୍ୱରୂପ ଉଦଘାଟନ କରିଥିବା ଏହି ମାହାନ ବିଜ୍ଞାନୀଙ୍କର ସାଫଲ୍ୟ   । ଇଲେକ୍ଟ୍ରିକ ମୋଟର , ଡାଇନାମୋ ଓ ଜେନରେଟର ତାଙ୍କର ଆବିଷ୍କାରର ଫଳ   । ଫାରାଡେ ଗଣିତ ପଢି ନଥିଲେ ମାତ୍ର ଅଭିନବ ମୌଲିକ ପରୀକ୍ଷା ତାଙ୍କ ଉର୍ବର ମସ୍ତିଷ୍କରୁ ବାହାରୁଥିଲା  । ଗୋଟିଏ ଲମ୍ବା ତାରକୁ ଗୋଲାକାରରେ କେତେ ଘେରା ଗୁଡେଇ ପକେଇ ସେଇ ତାର ଭିତରକୁ ଫାରାଡେ ଗୋଟିଏ ଶକ୍ତିଶାଳି ଚୁମ୍ବକକୁ ହାତରେ ବାରମ୍ବାର ଚାଳନା କଲେ   । ଦେଖାଗଲା ତାର ଭିତର ବିଦ୍ୟୁତ ପ୍ରଭାବିତ ହେଉଛି  । ବିଦ୍ୟୁତ ସୃଷ୍ଟିର ଏହି ସରଳ ଉପାୟ ବିଜୁଳିବତୀ ଜଳିବାର ବାଟ ଖୋଲିଦେଲା   । ଆଜିକଲି ଖେଳଣା ଟ୍ରେନ ଠାରୁ ଆରମ୍ଭ କରି ବୈଦ୍ୟୁତିକ ଟ୍ରେନ ପର୍ଯ୍ୟନ୍ତ ସବୁର ସୂତ୍ର ଫାରାଡେ ବାହାର କରିଛନ୍ତି   ।

ଏତେବଡ ବିଜ୍ଞାନୀ ହେବା ପରେ ମଧ୍ୟ ଫାରାଡେ ସବୁବେଳେ ଅଚିହ୍ନା ଅଜଣା ରହିବାକୁ ଚାହୁଁଥିଲେ   । ତାଙ୍କୁ  ରୟାଲ ଷୋସାଇତି ପଦ ଯଚା ହେଲା   । କାରଣ ଅନେକ ଅନୁଭବ କରୁଥିଲେ ଯେ ଫାରାଦେ ହିଁ ଟାଙ୍କ ସମୟର ଶ୍ରେଷ୍ଟ ବିଜ୍ଞାନୀ   । ମାତ୍ର ଫାରାଡେ ସଭାପତି ପଦ ଗ୍ରହଣ କରିବକୁ ହେଲେ ନାହିଁ  । ଶେଷଯାଏ ରୟାଲ ଇନଷ୍ଟିଚ୍ୟୁଟ ବିଜ୍ଞାନଗାରକୁ ଯାଉଥିଲେ   ।

ଥରେ ଜଣେ ଯୁବ ବିଜ୍ଞାନୀ ଇନଷ୍ଟିଚ୍ୟୁଟ ବିଜ୍ଞାନଗାରକୁ କାମ କରିବାକୁ ଆସିଥାନ୍ତି   । ସେତେବେଳେ ଫାରାଡେ ବୁଢା   । ଯୁବବିଜ୍ଞାନୀତାଙ୍କୁ ଚିହ୍ନି ନ ଥାନ୍ତି ତାଙ୍କର ସାଧାସିଧା  ବେଶପୋଷାକ ଓ ଚାଲିଚାଳନ ଦେଖି ଯୁବ ବିଜ୍ଞାନୀ ଫାରାଡେଙ୍କୁ ପଚାରିଲେ “ ତୁମେ ଏଠି ଅନେକ ବର୍ଷ ହେବ କାମ କରୁଥିବ “ ।

“ପିଅନ ଫିଅନ ଥିବ “

“ ସେହିଭଳି କିଛି “

“ ସେମାନେ ତୁମକୁ ଭଲ ପଇସା ଦେଉଥିବେ “

“ମତେ କିଛି ଅଧିକ ପଇସା ମିଳୁଛି “ ଫାରାଡେ କହିଲେ  ।

“ ଆଚ୍ଛାବାବୁ, ତୁମ ନାଆଁ କଣ ?

‘ମାଇକେଲ ଫାରାଡେ ‘

 

 

ବିଜୁଳିବତୀର ଉଦ୍ଭାବକ

ଥମାସ ଆଲଭା ଏଡିସନ

୧୮୪୭-୧୯୩୧

ଥମାସ ଏଡିସନ ବିଜ୍ଞାନରେ ନୂତନ ତତ୍ତ୍ଵ ସନ୍ଧାନ କରିବା ବିଷୟରେ ଆଗ୍ରହୀ ନଥିଲେ  । ବୈଜ୍ଞାନିକ ଜ୍ଞାନକୁ ମଣିଷର ବ୍ୟବହାରରେ ଲଗାଇବାର କୌଶଳ ଉଦ୍ଭାବକ କରିବା ଲକ୍ଷ ଥିଲା   । ବୋଧହୁଏ ପୃଥିବୀ ଇତିହାସରେ ଏଡିସନ ସର୍ବ ମହାନ ଉଦ୍ଭାବକ   । ଛୋଟ ବଡ ମିଶି ସମୁଦାୟ ସେ ଦୁଇ ହଜାର ପାଖାପାଖି ଉଦ୍ଭାବକ କରିଥିଲେ  । ଏଡିସନ ଯୋଗୁଁ ଶିଳ୍ପ ଦ୍ରୁତ ବେଗରେ ମାଡି ଚାଲିଲା   ।

୧୮୪୭ ଖ୍ରୀଷ୍ଟଦ୍ଦରେ ଥମାସ ଆଲଭା ଏଡିସନ ଆମେରିକାର ଓହିଓ ରାଜ୍ୟର ମିଳାଣ ଠାରେ ଜନ୍ମଗ୍ରହଣ କରିଥିଲେ   । ତାଙ୍କର ବାପା ଜଣେ ବଢେଇ ଓ ମାଆ ଶିଖୟତ୍ରୀ   । ବାଳକ ଏଡିସନ ଦ୍ଵାରା ପାଠ ହେବ ନାହିଁ ବୋଲି ତାଙ୍କର ଶିକ୍ଷକମାନେ ଦୃଢ ଭାବେ ଘୋଷଣା କଲେ   ।  ବଗୁଲିଆଟା ଖାଲି ପ୍ରଶ୍ନ ପଚାରୁଛି   । ବିଦ୍ୟାଳୟର ଗୋଟିଏ ପ୍ରକୋଷ୍ଠରେ ଦିନଯାକ ବସିବାକୁ ଏଡିସନଙ୍କୁ ମଧ୍ୟ ଅସହ୍ୟ ଲାଗୁଥିଲା  । ସେଥିରେ ପୁଣି ତାଙ୍କ ପ୍ରଶ୍ନ ଶୁଣିଲେ ଶିକ୍ଷକ ବେତରେ ପିଟନ୍ତି    ! ବାପାଙ୍କର ମଧ୍ୟ ଧାରଣା ହୋଇଗଲା ଯେ ପିଲାଟାର ପାଠ ହେବ ନାହିଁ   । ଫଳରେ ଏଡିସନ ମାତ୍ର ତିନିମାସ ସ୍କୁଲ ଯାଇଥିଲେ   । ତେବେ ପାଠ ବନ୍ଧ ହୋଇନଥିଲା  । ତାଙ୍କର ସିକ୍ଷୟତ୍ରୀ ମାଆ ଜାଣିଥିଲେ ଯେ ଏଡିସନ ଗଧ ନୁହେଁ   । ବରଂ ଗୋଟିଏ ବୁଦ୍ଧିଆ ପିଲା      । ସେ ତାଙ୍କୁ ପଢାଇଲେ  । ପିଲାଙ୍କୁ ଅନେକ ସରଳ ବୈଜ୍ଞାନିକ ପରୀକ୍ଷା ବଟାଇଥିବା ବହି ମାଆ ଏଡିସନଙ୍କୁ ଦେଇଥିଲେ   । ସେତେବେଳେ ତାଙ୍କର ବୟସ ନଅ ବର୍ଷ  । ଏଡିସନ ବଡ ଉତ୍ସାହରେ ସବୁ ପରୀକ୍ଷାଗୁଡିକୁ କରିଥିଲେ   । ବାର ବର୍ଷ ବେଳକୁ ବିଜ୍ଞାନ ଓ ଇତିହାସର କଠିନ ବହି ସବୁ ସେ ପାଢୀଥିଲେ  ।

ଏଡସନଙ୍କ ପରିବାରରେ ଅଭାବ ଲାଗିଥାଏ   । ତାଙ୍କୁ ବାରବର୍ଷ ବୟସ ବେଳେ କିଛି ରୋଜଗାର କରିବାର ଉପାୟ ସେ ଦେଖି ପାରିଲେ   । ଏଡିସନଙ୍କ ଘରପାଖ ହୁରନ ବନ୍ଦରରୁ ପ୍ରସିଦ୍ଧ ସହର ଡେଟ୍ରଏଟ ଯାଏ ରେଳପଥ ୧୮୫୯ ଖ୍ରୀଷ୍ଟାଦ୍ଦରେ ପଡିଗଲା   । ପ୍ରଥମ ରେଳପଥର ବିସ୍ତାର ଯେ କୌଣସି ଦେଶ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଘଟନା  । ରେଳପଥର ବିସ୍ତାର ଆମେରିକାର ଛୋଟ ବଡ ସହରକୁ ଯୋଡି ହେଲା  । ପୂର୍ବରୁ କେବଳ ଘୋଡା ଟଣା ଡବାରେ ଗମନାଗମନ ଚାଲିଥିଲା   ।

ଘର ପାଖରୁ ଡେଟ୍ରଏଟ ପର୍ଯ୍ୟନ୍ତ ରେଳପଥ ବାଳକ ଏଡିସନ ଜୀବନରେ ବଡ ପରିବର୍ତ୍ତନ ସୂତ୍ରପାତ କରିଥିଲା  । ଟ୍ରେନ ଏଡିସନ ଖବରକାଗଜ ବିକିଲେ ସକାଳୁ ସେ ଟ୍ରେନ ଧରନ୍ତି   । ତିନିଚାରିଘଣ୍ଟା  ଡେଟ୍ରଏଟ ସହର ଲାଇବ୍ରେରୀ କଟାନ୍ତି   । ସନ୍ଧ୍ୟାବେଳେ ଫେରି ରାତି ସାଢେ ନଅଟା ବେଳେ ଘରେ ପହଞ୍ଚିନ୍ତି  । ପ୍ରତିଦିନ ଯିବା ଫଳରେ ଟ୍ରେନ ଗାର୍ଡଙ୍କ ସହିତ ତାଙ୍କର ପରିଚୟ ହୋଇଗଲା  । ଷ୍ଟେସନରେ ଗୋଟିଏ ଖାଲି ଡବା ବ୍ୟବବହାର କରିବାକୁ ଗାର୍ଡ ତାଙ୍କୁ ଅନୁମତି ଦେଲେ  । କିଛି ଦିନପରେ ଏହି  ଡବାରେ ବାଳକ ଏଡିସନ ତାଙ୍କର ବିଜ୍ଞାନଗାର ଆରମ୍ଭ କରିଦେଲେ   । କିଛି ଦିନ ପରୀକ୍ଷା କରୁକରୁ ଡବାରେ ନିଆଁ ଲାଗିଗଲା  । ନିଆଁ ଯାଇ ଗାର୍ଡଙ୍କ ପୋଷାକକୁ ଛୁଇଁଲା  । ଫଳରେ ମହାଶୟ ନିଆଁବାନ ହୋଇ ବିଜ୍ଞାନଗାରର ସବୁ ସରଞ୍ଜାମ ପଦାକୁ ଫିଙ୍ଗିଦେଲେ   ।

ଦାସତ୍ଵ ପ୍ରଥା  ଉଚ୍ଛେଦକୁ କେନ୍ଦ୍ରକରି ଦକ୍ଷିଣ ଆମେରିକା ଓ ଉତ୍ତର ଆମେରିକା ମଧ୍ୟରେ ୧୮୬୧ ରୁ ଗୃହ ଯୁଦ୍ଧ ଆରମ୍ଭ ହୋଇଗଲା   । ଏହି ଯୁଦ୍ଧ ଚାରିବର୍ଷ ଲାଗିଲା ଓ ଯୁଦ୍ଧରେ ଦଶଲକ୍ଷ ଲୋକ ମୁତାହତ ହୋଥିଲେ  । ଯୁଦ୍ଧ ଖବର ଜାଣିବାକୁ ଲୋକେ ଆଗ୍ରହୀ ହେଲେ   । ତେବେ ଅଧିକା କାଗଜ ଆଣି ବିକି ନ ପାରିଲେ କ୍ଷତି ହେବ ବୋଲି ଏଡିସନ ଜାଣିଥାନ୍ତି   । ପୁଣି ଯେଉଁ ଦିନ କାଗଜ ସରିଯାଏ ସେ ଦିନ ମନ ଖରାପ  । ଏହି ଦ୍ଵନ୍ଦକୁ ଏଡାଇବାକୁ ତେରବର୍ଷ ବୟସ୍କ ଏଡିସନ ଖବରକାଗଜ ଅଫିସରେ ଆଗତୁରା ଫ୍ରୁଫ କଢି ନିଅନ୍ତି   । ସେ ଦିନ କିଛି ଗରମାଗରମ ଖବର ଅଛି କି ନାହିଁ ଜାଣିଯାଇ ସେହି ଅନୁସାରେ କାଗଜ କିଣନ୍ତି  । ଏ କୌଶଳ ଦ୍ଵାରା ଲାଭ କିଛି ଅବଶ୍ୟ ବଢିଲା   । ଏଡିସନ ଭାବିଲେ , ଯଦି ଖବରକାଗଜରେ ଯୁଦ୍ଧ ସମ୍ବନ୍ଧୀୟ ହେଲଲାଇଡ ସବୁ ଡେଟ୍ରଏଟ ରୁ ଡୁରନ ମଧ୍ୟରେ ଷ୍ଟେସନରେ ଆଗତୁରା ପହଞ୍ଚିଯାଆନ୍ତା ତେବେ ତାଙ୍କର ବହୁତ ଲାଭ ହୁଅନ୍ତି   । ଏ ବୁଦ୍ଧି ଗୋଟିଏ ବାଳକକୁ ଜୁଟିବା ଓ ସେ ତାକୁ କାର୍ଯ୍ୟକରି କରିପାରିବା ଜଣାଇଦିଏ ଯେ ବାଳକଟି ଉଦ୍ଭାବନ କ୍ଷମତା ଅଦ୍ଭୁତ  ।

ଯୁଦ୍ଧ ଲାଗିବାର ବର୍ଷକ ପରେ ବିଦ୍ୟୁତ ଟେଲିଗ୍ରାଫ ବ୍ୟବସ୍ଥା ଚାଲୁ ହୋଇଗଲା   । ଡେଟ୍ରଏଟ ଠାରୁ ହୁରନ ମଧ୍ୟରେ ସବୁ ଟେଲିଗ୍ରାଫ ଲାଇନ ଦ୍ଵାରା ସଂଯୁକ୍ତ ଥାଆନ୍ତି   । ଯଦି ଟେଲିଗ୍ରାଫ ଦ୍ଵାରା ଖବରକାଗଜ ମୁଖ୍ୟ ହେଡ ଲାଇନ ସବୁ ଷ୍ଟେସନମାନଙ୍କରେ ପହଞ୍ଚି ଯାଇପାରନ୍ତା    ....... ଏ କାମ କରିଦେଲେ ତାଙ୍କୁ ଦୁଇଖଣ୍ଡ ଖବରକାଗଜ ଓ ଖଣ୍ଡେ ସାପ୍ତାହିକ ପତ୍ରିକା ଛଅମାସ ମାଗଣା ମିଳିବ ବୋଲି ତାଙ୍କୁ ଅପରେଟରଙ୍କୁ କହିଦେଲି ଏଡିସନ ଖବରକାଗଜ ଅଫିସ ଚାଲିଲୀ   । ପ୍ରତି ଦିନ ଶହେ କପି କାଗଜ କିଣନ୍ତି  । ସେ ଦିନ କିଣିଲେ ପନ୍ଦରସହ କପି  । ଯଦି ବିକ୍ରି ନହୁଏ   ! ବାଳକ ଦିନୁ ଏଡିସନ ବୁଦ୍ଧି ଖଟାଇ ବାଜି ମରନ୍ତି ଓ ବାଜି ଜିତନ୍ତି  ।  ବେଳେ ହାରନ୍ତି ମଧ୍ୟ  । ତାଙ୍କର ସମୁଦାୟ ଜୀବନକୁ ଚାହିଁଲେ ସେ ଜଣେ ଚାଲାକ ଓ ସଫଳ ବ୍ୟବସାୟୀ ବୋଲି ଜଣାଯାଏ   ।

ଆଗରୁ ସେ ପ୍ରଥମେ ଷ୍ଟେସନରେ ଦୁଇଖଣ୍ଡ କାଗଜ ବିକୁଥିଲେ  । ସେଦିନ ବିକିଲେ ଶହେ ଖଣ୍ଡ   ।  ଟ୍ରେନ ଆଗେବାକୁ କାଗଜ ସରି ଆସିଲା  ।  ଏଡିସନ ଚଢାଦାମରେ କାଗଜ ବିକିଲେ  । ବିଦ୍ୟୁତ ଶକ୍ତିର ବିନିଯୋଗ କରି ସେ ଯେଉଁ ଲାଭ ପାଇଲେ ତାହା ଆରମ୍ଭ ମାତ୍ର   । ଭବିଷ୍ୟତରେ ବିଜୁଳି ଶକ୍ତିର ବିନିଯୋଗ କରି ସେ ବିପୁଳ ଅର୍ଥ ଉପାର୍ଜନ କରିଛନ୍ତି   ।

ନିଜେ ଟେଲିଗ୍ରାଫ ସମ୍ବନ୍ଧରେ ଜ୍ଞାନ ଜଣେ ପରେଟର ଠାରୁ ସେ ଶିକ୍ଷା ଲାଭ କରେ   ।  ଏହି ଅବକାଶରେ ଟେଲିଗ୍ରାଫ ବ୍ୟାଟେରୀ , ତାର ଓ ଅନ୍ୟାନ୍ୟ ବୈଦ୍ୟୁତିକ ଯନ୍ତ୍ରପାତିକୁ ନେଇ ପରୀକ୍ଷା କରିବାର ସୁଯୋଗ ତାଙ୍କୁ ମିଳିଲା   । କାମରେ ମାତି ଦିନେ ପରୀକ୍ଷା କରୁକରୁ ସେ ଗୋଟିଏ ଦୁର୍ଘଟଣା କଲେ  । ଫଳରେ ପୂର୍ବରୁ ଟ୍ରେନର ଗାଡ ଯେପରି ତାଙ୍କୁ ତଡି ଦେଇଥିଲେ ଦ୍ଵିତୀୟବାର ତାହାର ପୁରରାବୃତ୍ତି ଘଟିଲା   ।

ଏ ଘଟନା ବଦନାମକୁ ଭୟ କରି ତରୁଣ ଏଡିସନ ଆଗାମୀ ପାଞ୍ଚବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ଅଞ୍ଚଳରେ ଘୂରିଥିଲେ  । ଗୋଟିଏ ସ୍ଥାନରେ ଅଳ୍ପଦିନ ରହି ଟେଲିଗ୍ରାଫ ମେକାନିକ ଭାବେ କାମ କରି ସେ ପେଟ ପୋଷନ୍ତି   । ଟେଲିଗ୍ରାଫ ସମ୍ପର୍କରେ ତାଙ୍କର ଜ୍ଞାନ କ୍ରମଶଃ ବଢି କୋଡିଏ ବର୍ଷ  ବୟସ ବେଳକୁ ସେ ପ୍ରାୟ କାଲା ହୋଇଥାନ୍ତି      । ଏହା ଦ୍ଵାରା ଗୋଟିଏ ସୁବିଧା ଅବଶ୍ୟ ହେଲା  । ଏଡିସନ ଲୋକଙ୍କର କଥାବାର୍ତ୍ତା , ଗୋଳମାଳ ଶୁଣି ପାରନ୍ତି ନାହିଁ  , କିନ୍ତୁ କାନରେ ଟେଲିଗ୍ରାଫ ଯନ୍ତ୍ରର ଆୱାଜ ଶୁଣିବାର ଅସୁବିଧା ହୁଏନା   ।  କାନ କାଲା ହେବାରୁ ସେ ସେ ଟେଲିଗ୍ରାଫ କାମରେ ଧ୍ୟାନସ୍ଥ ହୋଇପାରିଲେ   ।

ଥରେ ଗୋଟିଏ କମ୍ପାନୀ ତାଙ୍କୁ ରାତ୍ରି ଅପରେଟର ଭାବେ ନିଯୁକ୍ତ କଲା  । ଦିନରେ ଗବେଷଣା ପାଇଁ ସୁଯୋଗ ମିଳୁଥିବାରୁ ଏଡିସନ ସବୁବେଳେ ରାତି ଚାକିରିକୁ ପସନ୍ଦ କରନ୍ତି  । ରାତ୍ରିକାଳୀନ ଅପରେଟରମାନେ ଶୋଉନାହାନ୍ତି ବୋଲି ନିଶ୍ଚିତ ହେବାକୁ କମ୍ଫାନୀ ସେମାନଙ୍କୁ ନିର୍ଦ୍ଦେଶ ଦେଇଥାଏ ଯେ ରାତିସାରା ଘଣ୍ଟାକୁ ଥରେ ପ୍ରତ୍ୟେକ  ଅପରେଟର ଟେଲିଗ୍ରାମ କରି ହେଡକ୍ଵାଟର ସହିତ କଥାବାର୍ତ୍ତା ହେବ   । ଏହି ବ୍ୟବସ୍ଥାକୁ ମୁକୁଳିବା ପାଇଁ ଏଡିସନ ଗୋଟିଏ ଉପାୟ କଲେ   । ଉପାୟଟି ହେଉଛି ଯାନ୍ତ୍ରିକ ଭାବେ ଏଡିସନଙ୍କ ସଂକେତ ରାତିଯାକ ହେଡକ୍ଵାଟରକୁ ଜୀବ   । ହେଡକ୍ଵାଟର ବାଲା ଖୁସ   । ରାତିସାରା ସୋଇ ଦିନ କରିବାକୁ ତାଜା ରହୁଥିବାରୁ ଏଡିସନ ବି ଖୁସି   ।

ଟେଲିଗ୍ରାଫ ମେକାନିକର ଦକ୍ଷତା ସତ୍ତ୍ୱେ ନିୟମିତ ଚାକିରି ଅଭାବରେ ଏଡିସନ ଦୁଃଖକଷ୍ଟରେ ଚାଲୁଥାନ୍ତି  । ଶେଷରେ ଏକୋଇଶ ବର୍ଷ ବୟସରେ ବୋଷ୍ଟନ ସହରରେ ଏକ ବଡ କମ୍ଫାନୀରେ ସେ ଚାକିରି ପାଇଲେ   । ସେତେବେଳେ ବୋଷ୍ଟନ ସହର ଆମେରିକାର ବିଜ୍ଞାନ ଗବେଷଣାରେ ଆଗ୍ରହୀ ଥିଲା  । ବିଦ୍ୟୁତ ଶକ୍ତିର ଜନକ ଫାରାଦେଙ୍କ ବିଦ୍ୟୁତ ସମ୍ପର୍କୀୟ ବହି ଏଡିସନ ବୋଷ୍ଟନରୁ ପାଇଲେ ଓ ଦରମା ଖର୍ଚ୍ଚ କରି ତାହା କିଣିଲେ   । ବିଜ୍ଞାନ ଗବେଷଣାରେ ଉତ୍ସାହୀ କେତେକ ଯୁବକଙ୍କ ନେତୃତ୍ଵ ନେଇ ସେ ଏକ ବିଜ୍ଞାନ ଗବେଷଣାଗାର ପ୍ରତିଷ୍ଠା  କଲେ  । ଗବେଷଣାରେ ତାଙ୍କର ମନ ଏପରି ଲାଗିଗଲା ଯେ ଦିନେ ସେ ଚାକିରିରୁ ଇସ୍ତଫା ଦେଇଦେଲେ   । ଯିଏ ପୃଥିବୀରର ସର୍ବଶ୍ରେଷ୍ଟ ଉଦ୍ଭାବକ ହେବେ   , ତାଙ୍କୁ କୌଣସି ଚାକିରି ବାନ୍ଧି ପାରିଥାନ୍ତା କିପରି   ?

ବୋଷ୍ଟନରେ କିଛି ଦିନ ସୁରୁଖୁରୁରେ ଚାଲିବା ପରେ ଏଡିସନ ଗୋଟିଏ ବଡ ବିଫଳତାର ସମ୍ମୁଖୀନ ହୋଇ ବୋଷ୍ଟନ ଛାଡିଲେ  । ନିୟର୍କ ଠାରୁ ଚାରିସହ ମାଇଲ ଦୂରରେ ଅବସ୍ଥିତ ରାକେଷ୍ଟର ସହରକୁ ଟେଲିଗ୍ରାଫ ଦ୍ଵାରା ଯୋଡିବା ପାଇଁ ବାରମ୍ବାର ଚେଷ୍ଟା କରି ସେ ସଫଳ ହୋଇପାରିଲେ ନାହିଁ   । ଫଳରେ ଅଠର ମାସ ରହିବା ପରେ ସେ ବୋଷ୍ଟନ ଛାଡି ନିୟର୍କ ଚାଲିଲେ  । ନିୟର୍କ ପୂର୍ବପରି ତାଙ୍କୁ ଅନାଟନ ଭିତରେ ବଞ୍ଚିବାକୁ ପଡିଲା   । କିଛି ଦିନ ପରେ ବୋଷ୍ଟନ ପରି ନିୟର୍କରେ ସେ ଗୋଟିଏ ବଡ ଟେଲିଗ୍ରାଫ କମ୍ଫାନୀରେ ଚାକିରି ପାଇଲେ   । ଥରେ ସେଠାରେ ଗୋଟିଏ ଯନ୍ତ୍ର ଖରାପ ହୋଇଗଲା  । ତାକୁ ସଜାଡିବାକୁ ସବୁ ଚେଷ୍ଟା ବ୍ୟର୍ଥ ହେଲା  । ସମସ୍ତେ ମୁଣ୍ଡରେ ହାତ ଦେଇ ବସିଲେ   । ଗୋଟିଏ ଓଳି ଟେଲିଗ୍ରାଫସବୁ ଅଚଳ ହୋଇଗଲେ ପ୍ରଚୁର କ୍ଷତି    । ଏଡିସନ ଯନ୍ତ୍ରକୁ ଦି ଘଣ୍ଟାରେ ସଜାଡି ହେବା ଫଳରେ ପୁରସ୍କାର ସ୍ୱରୂପ ତାଙ୍କୁ ପଦୋନ୍ନତି ମିଳିଲା   ।

ନିୟର୍କ ଷ୍ଟକ ଏକ୍ସଚେଞ୍ଜରେ ସୁନା ଓ ଷ୍ଟକର ଦାମ ପ୍ରତିଦିନ ଘନଘନ ବଡୁଥିଲା   । ବାର୍ତ୍ତାବହ ଯୁବକମାନେ ଦରଦାମ ଖବର ଧରି ୱାଲଷ୍ଟ୍ରିଟର ବଣିକମାନଙ୍କ ପାଖକୁ ଏକ୍ସଚେଞ୍ଜରୁ ବାରମ୍ବାର ଧାଆନ୍ତି   । ଏ ଅସୁବିଧା ଦୂର କରି ଟେଲିଗ୍ରାଫ ଦ୍ଵାରାଦରଦାମ ସଙ୍ଗେ ସଙ୍ଗେ ଜଣାଇବାକୁ  ଏଡିସନ ଗୋଟିଏ ଷ୍ଟିକଟିକର ଯନ୍ତ୍ର ଉଦ୍ଭାବନ କରିଥାନ୍ତି   । ଏହି ଯନ୍ତ୍ରକୁ କିଏ ଚାରି ପାଞ୍ଚ ହଜାର ଡଲାର ଦେଇ କିଣିଥିଲେ ଏଡିସନ ଖୁସି ହୋଇଥାନ୍ତି   । ମାତ୍ର ସେ ଚାକିରି କରୁଥିବା ସଂସ୍ଥାର ସଭାପତି ଯନ୍ତ୍ରଟିକୁ ଚାଳିଶ ହଜାର ଡଲାର ଦେଇ କିଣିନେଲେ   । ପରେ  କହିଛନ୍ତି   , ଚାଳିଶହଜାର ଡଲାର ପ୍ରସ୍ତାବ ଶୁଣି ସେ ଅଳ୍ପଲେ ମୂର୍ଚ୍ଛା ଯିବାରୁ ରକ୍ଷା ପାଇଗଲେ  !

ସେତେବେଳେ ତାଙ୍କର ବୟସ ମାତ୍ର ତେରଶ ବର୍ଷ   । ଏଇ ଅର୍ଥ ଏଡିସନ ନିଉୟର୍କ ପାଖରେ ନିଜର ଗୋଟିଏ ଗବେଷଣା ମିଶା କାରଖାନା ପ୍ରତିଷ୍ଠା କଲେ   ।  ମଣିଷର ଦରକାରରେ ଆସୁଥିଲା ଯନ୍ତ୍ରପାତି ଉଦ୍ଭାବନ କରିବାର ମିଳିତ ଗବେଷଣା ଏଡିସନଙ୍କ ଠାରୁ ଆରମ୍ଭ ହୋଇଛି  । ଆରମ୍ଭରୁ ତାଙ୍କ ଗବେଷଣା ଅନୁଷ୍ଠାନରେ କେତେକ ଇଞ୍ଜିନିୟର ସହିତ ମୋଟ ୧୫୦ ଜଣ କର୍ମଚାରୀ କାମ କରୁଥିଲେ  । ସପ୍ତର୍ଷି ପରି ସାତଜଣ ଇଂଜିନିୟର ଏଡିସନଙ୍କ ଦ୍ଵାରାଜ ଉଦବୁଦ୍ଧ ହୋଇ ଦିନରାତି ଖଟୁଥାନ୍ତି   ।

୧୮୭୧ରେ ଏଡିସନ ଷ୍ଟିଲୱେଲ ନାମକ ଜଣେ ଯୁବତୀ କର୍ମଚାରୀ ପ୍ରେମରେ ପଡିଲେ ଓ ତାଙ୍କୁ ବିବାହ କଲେ  । ସ୍ତ୍ରୀଙ୍କୁ ସେ ଖୁବ ଭଲ ପାଆନ୍ତି  ।  ବାହାଘର ସାରିବା ପରେ ଏଡିସନ ସିଧା କାରଖାନାକୁ ଯାଇ ରାତିଅଧ ପର୍ଯ୍ୟନ୍ତ କାମ କରିଥିଲେ   ।

୧୮୭୬ରେ ଏଡିସନ ନିଉୟର୍କ ପାଖ ମେନଲୋ ପର୍କ୍ଦ ନାମରେ ଗୋଟିଏ ଗ୍ରାମକୁ ତାଙ୍କର କାରଖାନା ଉଠାଇ ନେଲେ   । ଟେଲିଗ୍ରାଫ ଆବିଷ୍କାର କରିଥାନ୍ତି  । ବିଦ୍ୟୁତ ଶକ୍ତି କେବଳ ସଂକେତ ବହନ କରେ ନା , ମଣିଷର ସ୍ଵାର ମଧ୍ୟ ବହନ କରିବାକୁ ସକ୍ଷମ ବୋଲି ବେଳ ଦେଖାଇଦେଲେ   । ତାଙ୍କର ଆବିଷ୍କାର ଚହଳ ପାକାଇ ଦେଲା  । ତେବେ ବେଳଙ୍କ ଟେଲିଫୋନରେ କଥାବାର୍ତ୍ତା ଖୁବ ଧୀରେ ଶୁଭୁଥିଲା   ।  ଦୂର ସ୍ଥାନରୁ ଆଦୌ ଶୁଭୁ ନଥିଲା   ।  ଏହି ଦୁଇଟି ଅସୁବିଧା ଦୂର କରି ଏଡିସନ ଟେଲିଫୋନରେ ଅନେକ ଉନ୍ନତି ଆଣିଲେ   । ଫଳରେ ସେ ବିଖ୍ୟାତ ହେବା ସହିତ  ପ୍ରଚୁର ଅର୍ଥ ଉପାର୍ଜନ କଲେ   । ଟେଲିଫୋନ ବ୍ୟବସ୍ଥା ପାଇଁ ଗୋଟିଏ ୟୁନିଅନ ତାଙ୍କୁ ପ୍ରଥମେ ଏକ ଲକ୍ଷ ଡଲାର ଦେଇଥିଲା  ।  ଏହା ୧୮୭୭ ର ଘଟନା  । ଏଡିସନ ଟେଲିଫୋନରେ କିଛି ଉନ୍ନତି କରି ଆମେ ତାହା ବର୍ତ୍ତମାନ ବ୍ୟବହାର କରୁଛୁ  ।

ଟେଲିଫୋନ ଶବ୍ଦକୁ ଦୂରଗାମୀ କରାଏ   । ଫୋନଗ୍ରାଫ ଶବ୍ଦକୁ ରେକଡିଂ କରେ   । ମାସେ ଦି ମାସ ପରେ ସେଇ ୧୮୭୭ ରେ ଏଡିସଞ୍ଜ ଫୋନୋଗ୍ରାମ ଆବିଷ୍କାର କଲେ   ।  ଆମେରିକାରେ ଚାଞ୍ଚଲ୍ୟ ଖେଳିଗଲା  । ଗ୍ରାମଫୋନ ଫୋନୋଗ୍ରାଫର ମାର୍ଜିତ ରୂପ   ।  ତୁମ ଅଜାମାନେ ସେମାନଙ୍କର ପିଲାଦିନେ ୧୯୪୦ -୫୦ ବେଳକୁ ଗ୍ରାମଫୋନରୁ ଗୀତ ଶୁଣୁଥିଲେ  । ତୁମେ ଏବେ ଟେପ ରେକର୍ଡରୁ ଗୀତ ଶୁଣୁଛ   । ଗ୍ରାମଫୋନ , ଟେପ ରେକର୍ଡର ମୂଳସୂତ୍ର ଏଡିସନ ଆବିଷ୍କାର କରିଥିଲେ  । ଫୋନୋଗ୍ରାଫ ଆବିଷ୍କାର ତାଙ୍କୁ ମହାନ ଉଦ୍ଭାବକ ଆଣିଦେଲା   । ଫରାସୀମାନେ ତାଙ୍କୁ କହିଲେ “ This astonishing Edison  “ ଆମେରିକାବାସୀ ତାଙ୍କୁ  ନାମ ଦେଲେ – ମେନଲୋ ପାର୍କର ଯାଦୁକର  ।

ସେ ଯାଏ ଏହି ଯାଦୁକର ତାଙ୍କର ସର୍ବଶ୍ରେଷ୍ଠ ମ୍ୟାଜିକ ଦେଖାଇ ନଥାନ୍ତି   । ନିୟୁର୍କ ର ରାସ୍ତାଘାଟକୁ ପ୍ରଥମ କରି ବିଜୁଳିବତୀରେ ସଜେଇ ହେବା ଲୋକଙ୍କୁ ମ୍ୟାଜିକ ପରି ଲାଗିବା ସ୍ଵାଭାବିକ  । ଉଣ୍ଣବିଂଶ ଶତାଦ୍ଦୀ ଆରମ୍ଭରୁ କୋଇଲାରୁ ପ୍ରସ୍ତୁତ ଗ୍ୟାସବତୀ ରାତିରେ ଆମେରିକାର ରାସ୍ତାଘାଟରେ ଜଳୁଥିଲା   । ନଗରବାସୀମାନେ ମଧ୍ୟ ଘରେ କୋଲ ଗ୍ୟାସ ଜାଳୁଥିଲେ  । କୋଲଗ୍ୟାସ ଯୋଗାଉଥିବା ଓ ରାସ୍ତାରେ ବତୀ ଜଳାଇବାକୁ ଲୋକ ନିଯୁକ୍ତ କରିଥିବା କମ୍ପାନୀ ପ୍ରଚୁର ଲାଭ କରିଥିଲା  । ଫୋନୋଗ୍ରାଫ ଆବିଷ୍କାର କରିବାର ଦୁଇବର୍ଷ ପରେ ଏଡିସନ ବିଜୁଳିବତୀ ଜଳାଇବାରେ ସକ୍ଷମ ହେଲେ  । ଏଥିପାଇଁ ତାଙ୍କୁ ଅସିମ ଧର୍ଯ୍ୟ ଧରି ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଛି    । ବଲବର ଫିଲାମେଣ୍ଟ ଠିକ ନଥିବାରୁ ବଲଟିର ଜଳିବା ମାତ୍ରେ ସାଙ୍ଗେ ସାଙ୍ଗେ ଫିଉଜ ହୋଇଯାଏ  । ଏକାଦିକ୍ରମେ କିଛି ଘଣ୍ଟା ଜାଳିବା ଭଳି ବଲବ ପ୍ରସ୍ତୁତ କରିବା ପାଇଁ ଏଡିସନ ତିନିହଜାର ବଲବକୁ ନେଇ ପରୀକ୍ଷା କରି ବିଫଳ ହେଲେ   । ଏହାପରେ ମେନଲୋ ପାର୍କ କାରଖାନାରେ ରାତିରେ ବିଜୁଳିବତୀର ମାଳ ଝୁଲିଲା  । ଯାଦୁକରର ସର୍ବଶ୍ରେଷ୍ଠ ଯାଦୁ ଦେଖିବା ପାଇଁ ସମଗ୍ର ଆମେରିକାରୁ ଲୋକ ଧାଇଁଲେ  । କିଛି ଦିନପରେ ନିୟର୍କ ସହର ରାତିରେ ବିଜୁଳିବତୀ ଦ୍ଵାରା  ଝଲସିଲା   । ଜଣେ ଜଣେ ବତୀ ଜଳାଳୀ କାନ୍ଧରେ ସିଡି ବୋଲି ଗଳି ଗଳି ବୁଲି ସନ୍ଧ୍ୟା ବେଳେ ଖୁଣ୍ଟ ଚାଲି ଜାଳିବା ଲୋକନ୍କୂ ଦିନ କେଇଟାରେ ମରହଟ୍ଟୀଆ ଢଙ୍ଗ ମନେ ହେଲା    ।

ବିଜୁଳି ଖର୍ଚ୍ଚ କମାଇବାକୁ ଉତ୍କୃଷ୍ଟ ଡାଇନାମୋ ପ୍ରଭୃତି ପ୍ରସ୍ତୁତ କରିବାକୁ ଏଡିସନ ଓ ତାଙ୍କର ସହକର୍ମୀଙ୍କୁ ବର୍ଷେ ଖଣ୍ଡେ ସମୟ ଲାଗିଲା  । ଏଇ କାଳରେ ସେ ଦିନ ଦିନ ଧରି ଅକ୍ଲାନ୍ତ ପରିଶ୍ରମ କରିଛନ୍ତି  । ତାଙ୍କର ଜଣେ ସହକର୍ମୀ କହନ୍ତି   ସେ ଏଇ ସମୟରେ ବିଶ୍ରାମ ନେବାକୁ ଯେକୌଣସି ସ୍ଥାନ ରେ ବିନା ବିଛଣାରେ ପ୍ୟାଣ୍ଟ କୋଟ ପିନ୍ଧି ଶୋଇଯାଆନ୍ତି  । ଥରେ ଥରେ ଛତିଶଘଣ୍ଟା ଶୋଇପଡନ୍ତି  । ମଝିରେ ଥରେ ଉଠି ପ୍ରଚୁର ଖାଆନ୍ତି   , ଖଣ୍ଡେ ସିଗାରେଟ ଟାଣନ୍ତି ଓ ପୁଣି ଶୁଅନ୍ତି    ।

କୁହାଯାଏ ଏଡିସନ ବାଷ୍ପୀୟ ଯୁଗକୁ ଅତିକ୍ରମ କରି ପୃଥିବୀକୁ ବିଦ୍ୟୁତ ଯୁଗ ଆଣିଲେ   । ୧୮୮୦ ରେ ଆମେରିକାରେ ପ୍ରଥମ ବିଦ୍ୟୁତ ଚାଳିତ ଟ୍ରେନ ଚଳାଇ ସେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କଲେ   । ଏହାର ପୂର୍ବବର୍ଷ ଜର୍ମାନୀର ବାଣିଜ୍ୟ ପ୍ରଦର୍ଶନୀରେ ବିଦ୍ୟୁତଚଳିତ ଟ୍ରେନ ଚାଲିଥିଲା  । ମାତ୍ର ଏଡିସନଙ୍କ ବିଦ୍ୟୁତ ଟ୍ରେନ ଥିଲା ଉନ୍ନତ    ।

ନୀରବ ଚଳଚିତ୍ରକୁ ଆଗେଇ ନେବାରେ ତାଙ୍କର ଉଲ୍ଲେଖ ଯୋଗ୍ୟ ଭୂମିକା ରହିଛି   । ସେ ଏତେ ନୂଆ ଉଦ୍ଭାବନ କରିଥିଲେ ଯେ ଯାଦୁକର ହିସାବରେ ତାଙ୍କର ଖ୍ୟାତି ସମଗ୍ର ପୃଥିବୀରେ ବ୍ୟାପୀ ଯାଇଥିଲା   ।  ଆମେରିକାର ରାଷ୍ଟ୍ରପାତି ଓ ବିଶିଷ୍ଟ ଶିଳ୍ପପତିମାନେ ତାଙ୍କର ବନ୍ଧୁ ଥିଲେ   ।     ବିଖ୍ୟାତ ମଟରଗାଡି ନିର୍ମାତା ଫୋର୍ଡଙ୍କର ଏଡିସନଙ୍କ ଉପରେ ଗଭୀର ଆସ୍ଥାଥିଲା   । ଫୋର୍ଡଙ୍କ ଅନୁରୋଧରେ ବ୍ୟାଟେରୀ ଦ୍ଵାରା ଗାଡି ଷ୍ଟାର୍ଟ କରିବା ଉପରେ ଏଡିସନ ଗବେଷଣା କଲେ ଓ ସଫଳ ହେଲେ  । ୧୯୨୦ ବେଳକୁ କାରରେ ବ୍ୟାଟେରୀ ଲାଗିଗଲା  । ସେତେବେଳେକୁ ଏଡିସନଙ୍କୁ ସତୁରୀ ବର୍ଷ   । ଶକ୍ତି ସଞ୍ଚୟ କରି ରଖୁଥିବା ବ୍ୟାଟେରୀ ପ୍ରସ୍ତୁତ କରିବା ପାଇଁ ସେ ବୟସରେ ଏଡିସନ ଦୈନିକ ଷୋହଳ ଘଣ୍ଟା ପରିଶ୍ରମ କରୁଥିଲେ   । ଏପରି ବ୍ୟାଟେରୀ ପ୍ରସ୍ତୁତ କରି ପ୍ରଚୁର ଅର୍ଥ ଉପାର୍ଜନ କରିବାର ଆଉ ଏକ ଅଧିକା ବାଟ ତାଙ୍କୁ ମିଳିଗଲା  ।

୧୯୩୧ ରେ ଏଡିସନଙ୍କର ମୃତ୍ୟୁ ଘଟିଲା   । ତାଙ୍କର ଅନ୍ତିମ ସଂସ୍କାର ଦିନ କୌଣସି ବିଜୁଳି ବ୍ୟବହାର ହେବ ନାହିଁ ବୋଲି ପ୍ରସ୍ତାବ ଆସିଲା   । ବିଜୁଳି ବ୍ୟବହାରରେ ଆବିଷ୍କାର୍ତ୍ତାଙ୍କୁ ଏହିପରି ସମ୍ମାନିତ  କରିବା ଉଚିତ ବିଚାର   । ମାତ୍ର ବର୍ଷ କେଇଟାରେ ସମସ୍ତେ ବିଜୁଳି ଉପରେ ଏତେ ନିର୍ଭର କରିଥିଲେ ଯେ ଦିନେ ବିଜୁଳି ବନ୍ଦ କରିବା  , ବିଦ୍ୟୁତ ଟ୍ରେନମାନଙ୍କୁ ଦିନଟିଏ ଛିଡା କରିବା କଣ ସମ୍ଭବ  ? ଆମେରିକାର ପ୍ରେସିଡେଣ୍ଟ ଘୋଷଣା କଲେ ଯେ ସରକାରଙ୍କ ତରଫରୁ କୌଣସି ନିର୍ଦ୍ଦେଶ ରହିବ ନାହିଁ   । ବିଜୁଳି ବନ୍ଦ ରଖିବା ଲୋକଙ୍କର ଇଚ୍ଛାଧୀନ  । ଲୋକେ ସ୍ଵେଚ୍ଛାରେ ବିଜୁଳି ବ୍ୟବହାର ବନ୍ଦ ରଖିଲେ ଓ ସମଗ୍ର ଆମେରିକା ରାତିଟିଏ ପ୍ରାୟ ଅନ୍ଧାର ରହିଲା   ।

ହୃତପିଣ୍ଡ କାର୍ଯ୍ୟର ପ୍ରଥମ ବ୍ୟାଖ୍ୟାକାର

ଉଇଲିୟମ ହାର୍ଭେ

୧୫୭୮-୧୬୫୭

ଉଇଲିୟମ ହାର୍ଭେ ଏକ ଧନୀ ପିତାର ସନ୍ତାନ ଭାବେ ଇଂଲଣ୍ଡରେ ୧୫୨୮ ମସିହାରେ ଜନ୍ମଗ୍ରହଣ କରିଥିଲେ   ।  ପନ୍ଦର ବର୍ଷ ବୟସରେ ସେ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଚିକିତ୍ସାବିଜ୍ଞାନ ପାଢୀଥିଲେ   । ଚିକିତ୍ସକ ହେବା ପାଇଁ ତାଙ୍କର ପିଲାଦିନୁ ଝୁଙ୍କ ଥିଲା   ।  କେମ୍ବ୍ରିଜ ପରେ ଅଧିକ ଜ୍ଞାନ ହାସଲ କରିବା ପାଇଁ ଇଟାଲୀର ପାଡୁଆ ବିଶ୍ଵବିଦ୍ୟଳୟ ଗଲେ   । ସେତେବେଳେ ଶରୀର ବିଜ୍ଞାନର ମହାନ ପ୍ରଫେସର ଫାବ୍ରିସିଅସ ପାଡୁଆ ବିଶ୍ଵବିଦ୍ୟାଳୟରେ ଶିକ୍ଷାଦାନ କରୁଥାନ୍ତି   । ହର୍ଭେ ତାଙ୍କର ଛାତ୍ର ହେବାର ସୁଯୋଗ ପାଇଲେ  ।

ଫାବ୍ରିସିଅସ ମଣିଷ ଶିରାରେ ଭଲବ ବା ଗୋଟିଏ ପଟକୁ ଖୋଳୁଥିବା କବାଟ ଆବିଷ୍କାର କରିଥିଲେ  । ସେତେବେଳେ ହର୍ଭେ ତାଙ୍କର ଛାତ୍ର   , ମାତ୍ର ଶିରାରେ ଭଲବ କାହିଁକି ଅଛି ସେ କଥା ଫାବ୍ରିସିଅସ ବୁଝାଇ ପାରି ନଥାନ୍ତି   । ପାଡୁଆରେ ଛାତ୍ର ଥିବା ସମୟରେ ହର୍ଭେ ହୃତପିଣ୍ଡ ଓ ରକ୍ତ ସଞ୍ଚାଳନ ବିଷୟରେ ଆଗ୍ରହୀ ହେଲେ   ।

ଇଂଲଣ୍ଡ ଫେରିବା ପରେ ଡାକ୍ତର ହିସାବରେ ହର୍ଭେଙ୍କ ସୁନାମ ଦ୍ରୁତ ଭାବେ ବଢିଚାଲିଲା  । ସେ ଇଂଲଣ୍ଡର ରାଜା ପ୍ରଥମ ଚାର୍ଲସଙ୍କ ରାଜ ଚିକିତ୍ସକ ଭାବେ ନିଯୁକ୍ତି ପାଇଲେ  । ଏ ସବୁ ଭୀତରେ ହାର୍ଭେ ପ୍ରତିଦିନ ଗବେଷଣା ପାଇଁ ସମୟ ଦେଉଥାନ୍ତି  । ଅନେକ ପ୍ରାଣୀଙ୍କୁ ମାରି ସେମାନଙ୍କୁ ଛାତିରୁ ହୃତପିଣ୍ଡ ବାହାର କରି ହାର୍ଭେ ପରୀକ୍ଷା  କରୁଥିଲେ   । ହୃତପିଣ୍ଡ ସଂକୋଚନ ଓ ପ୍ରସାରଣ ସେ ଲକ୍ଷ୍ୟ କରୁଥିଲେ   । ସଙ୍କୁଚିତ ହେବା ସମୟରେ ହୃତପିଣ୍ଡ ଟାଣ ଲାଗେ ଓ ଶ୍ଵେତା ଦିଶେ  । ପ୍ରସାରିତ ହେବା ସମୟରେ ଏହା ନରମ ଲାଗେ ଓ ଲାଲ ଦିଶେ    ।

ହାର୍ଭେଙ୍କ ସମୟରେ ମଣିଷ ଶରୀର ବ୍ୟବଛେଦ୍ଦ ପ୍ରଚଳିତ ନଥିଲା  । ଗୋଟିଏ ହସପିଟାଲର ଚିକିତ୍ସକ ଭାବେ ଏ ସୁଯୋଗ ତାଙ୍କୁ ମିଳିଥିଲା   । ହସପିଟାଲର ଚାବି ହାର୍ଭେଙ୍କ ପାଖରେ ଥାଏ   । ରାତିରେ ସେ ହସପିଟାଲ ଖୋଲି ଭିତରେ ପଶନ୍ତି  ଓ ସନ୍ଧ୍ୟାବେଳେ ମାରି ଶବଖାନାରେ ରଖାଯାଇଥିବା ରୋଗୀଙ୍କୁ କାଟି ସେମାନଙ୍କର ହୃତପିଣ୍ଡ ଓ ଅଙ୍ଗପ୍ରତ୍ୟଙ୍ଗ ପରୀକ୍ଷା କରନ୍ତି   ।

ହାର୍ଭେ ଦୁଇଖଣ୍ଡ ବହି ଲେଖିଥିଲେ  ।  ବିଜ୍ଞାନ ଜଗତକୁ ଏ ଦୁଇଖଣ୍ଡ ବହିର ବିଶେଷ ଅବଦାନ ରହିଛି  । ତାଙ୍କର ଦୀର୍ଘକାଳ ଗବେଷଣାରୁ ହୃତପିଣ୍ଡ ସମ୍ପର୍କରେ ସେ ଯାହା ଜାଣିଥିଲେ ଟାର ସାର କଥା ହେଉଛି ହୃତପିଣ୍ଡ ଗୋଟିଏ ମାଂସପେଶୀ   ।  ଏହା ପମ୍ଫ ଭଳି କାମ କରେ   ।   ଆମ ଶରୀରରେ ଦୁଇପ୍ରକାର ଦୁଇ ପ୍ରକାର ଶକ୍ତବାହୀ ନଳୀ ଅଛନ୍ତି   । ଧମନୀ ଓ ଶିରା   । ଧମନୀ ଓ ଶିରାରେ ଭଲବ ବା ଗୋଟିଏ ପଟକୁ ଖୋଳୁଥିବା କବାଟ ଲାଗିଛି   । ଧମନୀର ଭଲବ ବାହାର ପଟକୁ ଖୋଳୁଥିବା କବାଟ ଲାଗିଛି   । ଶିରାର ଭଲବ ଭିତରେ  ପଟକୁ ଖୋଲେ  । ହୃତପିଣ୍ଡ ସଙ୍କୁଚିତ ହେଲା ବେଳେ ରକ୍ତ ପିଚିକି ଧମନୀ ବାଟେ ଯାଇ ଶରୀରର ସବୁ ଅଞ୍ଚଳରେ ପହଞ୍ଚେ   । ସେହିପରି ଶରୀରରେ ସବୁ ଅଞ୍ଚଳରୁ ରକ୍ତ ଶିରା ବାଟେ ବହି ଆସି ହୃତପିଣ୍ଡରେ ପଶେ ଓ ହୃତପିଣ୍ଡ ଫୁଲେ ଶିରାରେ ଦୂଷିତ ରକ୍ତ ବହି ଆସେ  । ଧମନୀରେ ଶୁଦ୍ଧ ରକ୍ତ ବହିଜାଏ   ।

ହୃତପିଣ୍ଡ ଥରେ ସ୍ପନ୍ଦିତ ହେଲେ ଦୁଇ ଆଉନସ ରକ୍ତ ହୃତପିଣ୍ଡକୁ ପିଚିକି ବାହାରେ   । ହୃତପିଣ୍ଡର ସ୍ପନ୍ଦନ ମିନିଟକୁ ୭୨ ଥର   । ଅର୍ଥାତ ମିନିଟକୁ ଏକ ଗ୍ୟାଲନରୁ ଅଧିକ ବା ପ୍ରାୟ ପାଞ୍ଚଲିଟର ରକ୍ତ ହୃତପିଣ୍ଡରୁ ନିଷ୍କାସିତ ହୁଏ   । ହିସାବ କଲେ ଦିନକୁ ଆଠ ହଜାର ଲିଟର ରକ୍ତ ହୃତପିଣ୍ଡରେ ଶୋଧିତ ହୁଏ   । ଯେଉଁ ରକ୍ତ ଧମନୀ ବାଟେ ଶୋଧିତ ହୋଇ ବାହାରେ   , ସେହି ରକ୍ତ ପୁଣି ଅପରିଷ୍କାର ହୋଇ ଶିରାଙ୍କ ବାଟେ ହୃତପିଣ୍ଡରେ ପହଞ୍ଚେ   ।

ହୃତପିଣ୍ଡ ମଣିଷର ଗୁରୁତ୍ଵପୂର୍ଣ୍ଣ ଅଙ୍ଗ   । ହୃତପିଣ୍ଡ ତ୍ରୁଟି ବାହାରିଲେ ମଣିଷ ଶୀଘ୍ର ମରୁଥିଲା   । ଏବେ ଚିକିତ୍ସାବିଜ୍ଞାନ ଏତେ ଆଗେଇ ଗଲାଣି ଯେ ମଣିଷର କାମି ହୃତପିଣ୍ଡକୁ କାଟି ଫୋପାଡି ଦେଇ ତା ସ୍ଥାନରେ କୃତ୍ରିମ ହୃତପିଣ୍ଡ ଖଞ୍ଜି ହେବା ସମ୍ଭବ ହେଲାଣି   । ବିଜ୍ଞାନରେ ଏହି ଅଗ୍ରଗତିର ପ୍ରଥମ ମହାନ ପଦକ୍ଷେପ ହାର୍ଭେ ନେଇଛନ୍ତି   ।

 

ବସନ୍ତ ଟିକାର ଆବିଷ୍କାରକ

ଏଡୱାର୍ଡ ଜେନର

୧୭୪୯-୧୮୨୩

ଦୁଇଶହ ପୂର୍ବେ ବସନ୍ତ ରୋଗରେ ପ୍ରତିବର୍ଷ ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ମରୁଥିଲେ   । ଜନବସତିମାନ ପଦା ହୋଇଯାଉଥିଲା   । ଠାକୁରାଣୀଙ୍କ କୋପ କଥା ଭାରତୀୟ ମାନଙ୍କ ମାନରୁ ଏବେ ବି ତାଜା ଅଛି   ।  ଶହେ ବର୍ଷ ପୂର୍ବେ କେତେ ଭାରତୀୟ ବସନ୍ତରେ ପ୍ରାଣ ହରାଉଥିଲେ ତାର ସୀମାନାହିଁ   । ଆଜି ବସନ୍ତ ରୋଗ ଅତୀତ ପୃଥିବୀର ଏକ ଇତିହାସ , ଏକ ଭୟଙ୍କର ଦୁଃସ୍ଵପ୍ନ   । ଯେଉଁ ବିଜ୍ଞାନୀଙ୍କ ପାଇଁ ଏହା ସମ୍ଭବ ହୋଇଛି ତାଙ୍କ ନାମ ଏଡୱାର୍ଡ ଜେନର   ।

ଇଂଲଣ୍ଡର ଗ୍ଳୁ ସେଷ୍ଟରସାୟାର ଅନ୍ତର୍ଗତ ବର୍କଲେ ସହରରେ ଜେନରଙ୍କ ଜନ୍ମ  । ବାପା ଜଣେ ଧର୍ମଯାଜକ  । ପିଲାଦିନୁ ବାପାଙ୍କୁ ହରାଇ ସେ ବଡଭାଇଙ୍କ ପାଖରେ ବଢିଥିଲେ   । ସ୍କୁଲରେ ପଢିବା ଦିନୁ ଜେନର ପଶୁପକ୍ଷୀଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ   । ବସନ୍ତ ରୋଗର ଟୀକା ଆବିଷ୍କାରକ ଭାବେ ସେ ବିଖ୍ୟାତ   ,ମାତ୍ର ଚିକିତ୍ସକ ଭାବେ ଲୋକଙ୍କର ଚିକିତ୍ସାରେ ଆଗ୍ରହ ବ୍ୟତୀତ ପଶୁପକ୍ଷୀଙ୍କ ସମ୍ପର୍କରେ ଜାଣିବାର ଆଗ୍ରହ ଜେନରଙ୍କ ଠାରେ ବଡ ଦିନେ ମଧ୍ୟ ଅତୁଟ ରହିଲା  । ଡାକ୍ତର ହଣ୍ଟର ତାଙ୍କର ଗୁରୁଥିଲେ   ।  ଗୁରୁଶିଷ୍ୟଙ୍କ ମଧ୍ୟରେ ଗଭୀର ସମ୍ପର୍କ ତ ତୁଟିବାର ନୁହେଁ  , ମାତ୍ର ଗୁରୁଙ୍କ କଥା ନ ମାନି ତିନିବର୍ଷ ରହଣି ପରେ ଜେନର କୋଳାହଳପୂର୍ଣ୍ଣ ଲଣ୍ଡନ ସହର ଛାଡି ଜଣେ ଗାଉଁଲି ଡାକ୍ତର ହେବାକୁ ପସନ୍ଦ କୃ ବର୍କଲେ ଫେରି ଆସିଲେ   ।  ସେଭର୍ଣ୍ଣ ନଦୀ କୂଳର ମନୋରମ ପ୍ରାକୃତିକ ପରିବେଶ ତାଙ୍କୁ ବର୍କଲେ ଟାଣି ଆଣିଲା   ।

ରୋଗୀଙ୍କ ଘର ଲୋକେ ଭୋରୁ ଡାକ୍ତରଙ୍କ ପାଖରୁ ଧାଇଁ ବୁଦା ଗହଳି ଭିତରୁ ଜେନରଙ୍କୁ ଖୋଜି ବାହାର କରନ୍ତି   । ଜେନର କୋଇଲିଙ୍କ ପିଛା କରି ବଣ ବୁଦା ଭିତରେ ବୁଲୁଥିଲେ  । ତାଙ୍କର ଅବଶୋଷ ଯେ ଦୀର୍ଘକାଳ ଧର୍ଯ୍ୟର ସହିତ ସାଧନା କରି ମଧ୍ୟ ସେ ଗୋଟିଏ କୋଇଲି ଧରିପାରିଲେ ନାହିଁ   ।  ଧରି ସିନା ପରିଲେନି , ମାତ୍ର କୋଇଲିଙ୍କ ପିଛା ପଡି ତାଙ୍କ ବିଷୟରେ ଅନେକ କଥା ଜାଣିପାରିଲେ   । କୋଇଲିଙ୍କ ସମ୍ପର୍କରେ ଏକ ସୁନ୍ଦର ଲେଖାଟିଏ ରୟାଲ ସୋସାଇଟିକୁ ପଠାଇଥିଲେ  । ତାଙ୍କର ଏ ଲେଖାଟିର ବେସ ଆଦର ହେଲା  ।

ଜେନର ନିଜେ ପିଲାଦିନେ ସେତେବଳେ ପ୍ରଚଳିତ ବସନ୍ତ ଟୀକା ନେଇଥିଲେ  । ଟୀକା ନେଇ ତାଙ୍କୁ ଜର ହେଲା   , ମୁଣ୍ଡ ବିନ୍ଧିଲା , ତଣ୍ଟି ଶୁଖିଗଲା  । ଚାରିଆଡ ହଳଦିଆ ପୁଣି କେବେ କେବେ ଲାଲ ବା କଳା ଦିଶିଲା   । ପୁଣି ବଡ ଦିନେ ବସନ୍ତ ହେଲା ! ଏ ଅଭିଜ୍ଞତା ସେ ଭୁଲି ନଥିଲେ      । ଡାକ୍ତର ହିସାବରେ ବସନ୍ତ ରୋଗରେ ତାଙ୍କ ଆଖିଆଗରେ ଶହ ଶହ ଲୋକ ମାରିବାର ସେ ଦେଖିଲେ   । ସେତେବେଳେ ସାଧାରଣ ଲୋକଙ୍କର ଗୋଟିଏ ବିଶ୍ଵାସ ଥାଏ ଯେ ଯାହାକୁ ଗାଈ ବସନ୍ତ ହୁଏ   , ତାକୁ କେବେ ବସନ୍ତ ରୋଗ ଧରେନା   । ଗାଈ ବସନ୍ତକୁ ଧରୁଥିବା ବସନ୍ତ ପାରି ଆଦୌ ସାଂଘାତିକ ହୁଏ   । ଗାଈଙ୍କୁ ବିଶେଷ କଷ୍ଟ ହୁଏନା  । ଗାଈ ଠାରୁ ଏ ବେମାରି ମଣିଷକୁ ଡେଇଁଲେ ତା ‘ ଦେହ ହାତରେ ଛୋଟ ଛୋଟ ଫୋଟକା ହୁଏ ଓ ସେ ସବୁକୁ ଦିନ କେଇଟାରେ ଶୁଖିଯାଏ   । ଜେନର ଅନୁସନ୍ଧାନ କରି ଦେଖିଲେ ଯେ ଗାଈ ବସନ୍ତ ହେଉଥିବା ଲୋକକୁ କେବେ ବସନ୍ତ ଧରୁ ନଥିବା କଥାଟି ସତ   ।  ଅର୍ଥାତ ଗାଈଆ ବସନ୍ତର ଭୂତାଣୁ ମଣିଷ ଶରୀରରେ ବସନ୍ତର ପ୍ରତିଷେଧକ ଭାବେ କାମ କରେ   , ମାତ୍ର ପରୀକ୍ଷା କରି ଏ କଥାଟି ପ୍ରମାଣ କରିବା କାଠିକର ପାଠ   । କଳ୍ପନା କର ସେ ଯୁଗରେ କିଏ କାହିଁକି ନିଜ ଦେହରେ ବସନ୍ତର ଲସା ପୁରାଇବାକୁ ହେବ    , ଯାହାହେଉ ବ୍କୁ ଖୋସାମତ ଓ କିଛି ଅର୍ଥ ପ୍ରଦାନ ପୂର୍ବକ ଗୋଟିଏ ବାଳକ ଉପରେ ଏହି ପରୀକ୍ଷା କରିବା ପାଇଁ ଜେନର ପିଲାର ବାପାମାଙ୍କୁ ରାଜି କରାଇଲେ   । ଏହି ବାଳକର ବାହୁକୁ ଟିକିଏ ଚିରି ସେ ବାଟେ ଗୋଟିଏ ଗଉଡୁଣୀ ହାତରେ ହୋଇଥିଲା ଗାଈ ବସନ୍ତକୁ ଫୋଟକା ଲସା ପ୍ରବେଶ କରାଗଲା   । ସାତଦିନ ପରେ ପିଲାଟିକୁ ସାମାନ୍ୟ ଜନ , ଭୋକ ହେଲାଣି   । ନଅ ଦିନ ବେଳକୁ ତାର ଯନ୍ତ୍ରଣା ବଢିଲା   । ଦୁଃଶ୍ଚିନ୍ତାରେ ଜେନର ମଧ୍ୟ ଛାତ    । ଯାହାହେଉ , ଏହାର ଦି ଦିନ ପରେ ପିଲାଟି ସୁସ୍ଥ ହୋଇ ଉଠିଲା   । ଏହା ୧୭୯୭ ମସିହା ମେ ମାସର ଘଟନା  । ତେବେ ପିଲାକୁ ଭବିଷ୍ୟରେ ବସନ୍ତ ଆକ୍ରମଣ କରିବ ନାହିଁ ଏହାର ପ୍ରମାଣ କଣ  ? ଦେଢ ମାସ  ପରେ ପିଲା ଦେହରେ ବସନ୍ତ ପୂଜ ପୁରାଇ ଜେନର ଦେଖିଲେ ଯେ ତାର କିଛି ହେଉ ନାହିଁ   । ତାଙ୍କର ଏ ସାଫଲ୍ୟକୁ ଡାକ୍ତରମାନେ କିନ୍ତୁ ମାଣିବାକୁ ପ୍ରସ୍ତୁତ ନଥିଲେ   ।

ସତ୍ୟ ଥରେ ପ୍ରକାଶିତ ହେଲେ ତାକୁ ଅଧିକ କାଳ ଢାଙ୍କି ରଖିବା ସମ୍ଭବ ନୁହେଁ  । ଜେନରଙ୍କ ସାଫଲ୍ୟର ବର୍ଷକ ପରେ ଘୋଡାଙ୍କୁ ବସନ୍ତ ଧରିଲା   । ଘୋଡାଙ୍କ ଠାରୁ ବସନ୍ତ ଗାଈଙ୍କୁ ଡିଏଁ ଓ ଗାଈ ଠାରୁ ମଣିଷ ପାଖକୁ ଆସେ  । ଘୋଡାଙ୍କ ବସନ୍ତକୁ ଗ୍ରୀଜ ରୋଗ କୁହନ୍ତି   । ଏହି ରୋଗ ହେଲେ ଘୋଡାର ଗୋଡ ଗଣ୍ଠି ଫୁଲେ ଓ ପାଚି ପୂଜ ବାହାରେ   ।  ଘୋଡା ବେଶୀ ହଇରାଣ ନ ହୋଇ ଭଲ ହୋଇଯାଏ   । ଘୋଡା ଠାରୁ ଏ ରୋଗ ବସନ୍ତ ଆକାରରେ ଗାଈ ଓ ମଣିଷକୁ ଡିଏଁ  । ଘୋଡାଙ୍କୁ ବସନ୍ତ ଧରିବାରୁ ମଣିଷମାନେ ଅସମ୍ଭାଳ ହେଲେ  । ଜେନରଙ୍କୁ ଖୋଜା ପଡିଲା   । ବାବୁ ! ଏମିତି ମାରିବା ଅପେକ୍ଷା ତମ ଟୀକା ନେଇ କାଳେ ବଞ୍ଚିଯିବୁ   । ଏଇ ମନୋଭାବରେ ଲୋକେ ଜେନରଙ୍କ ପାଖରେ ଭିଡ କଲେ  । ଗୋ ବସନ୍ତ ସଂଗ୍ରହ କରି ସେ ଯେଉଁମାନଙ୍କୁ ଟୀକା ଦେଇଥିଲେ ସେମାନେ ବସନ୍ତ ଭୋଗିଲେ ନାହିଁ   ।

ଚାରି ପାଞ୍ଚ ବର୍ଷ ଭିତରେ ଜେନର ଏକ ଅଦ୍ଭୁତ ଆବିଷ୍କାର କରିଛନ୍ତି ବୋଲି ଲୋକଙ୍କର ବିଶ୍ଵାସ ଆସିଗଲା  । ୧୮୦୨ ରେ ଜେନରଙ୍କ ପ୍ରତି ସମ୍ମାନ ଜ୍ଞାପନ କରି ବ୍ରିଟିଶ ପାର୍ଲାମେଣ୍ଟ ତାଙ୍କୁ ଦଶ ହଜାର ପାଉଣ୍ଡ ପୁରସ୍କାର ଦେବା ପାଇଁ ପ୍ରସ୍ତାବ ଗ୍ରହଣ କଲେ   । କିଛି ବର୍ଷ ପରେ ବ୍ରିଟିଶ ପାର୍ଲାମେଣ୍ଟ ତାଙ୍କୁ ଆଉଥରେ କୋଡିଏ ହଜାର ପାଉଣ୍ଡ ପ୍ରଦାନ କରିଥିଲା   ।  ଅନେକ ବର୍ଷ ପର୍ଯ୍ୟନ୍ତ ଜର୍ମାନୀମାନେ ନିଜ ଦେଶରେ ଜେନରଙ୍କ ଜନ୍ମଦିବସକୁ ମହା ଆଡମ୍ବରରେ ପାଳନ କଲେ   । ଟୀକାର ଆବିଷ୍କାର ପ୍ରତି କୃତଜ୍ଞତା ଜଣାଇ ରୋମାନ କ୍ୟାଥଲିକ ଦେଶମାନଙ୍କରେ ଧାର୍ମିକ ପଟୁଆର ବାହାରିଲେ   ।

ପ୍ରକୃତ ବିଜ୍ଞାନୀ ସାରା ପୃଥିବୀର ଓ ପୃଥିବୀର ସବୁ ଦେଶ ଲୋକେ ତାଙ୍କୁ ଆପଣାର ମଣନ୍ତି   । ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ଘମାଘୋଟ ଲଢେଇ ଚାଲିଥାଏ   । ସେତେବେଳେ ଫ୍ରାନ୍ସ ର ଅଧିପତି ସର୍ବ ଶକ୍ତିମାନ ନେପୋନିୟନ  । ଦୁଇଜଣ ଇଂରେଜ ଫ୍ରାନ୍ସରେ ଅଟକ ଥାଆନ୍ତି   । ଦୁହିଁଙ୍କୁ ଖଲାସ କରିଦେବା ପାଇଁ ଇଂରେଜ ସରକାରଙ୍କ ଅନୁରୋଧ କୁ ନେପୋଲିୟନ ପ୍ରତ୍ୟାଖ୍ୟାନ କରିଦେଲେ   । ଶେଷରେ ଏଇ ଅନୁରୋଧ ଜେନର ନେପୋଲିୟନଙ୍କୁ କଲେ  । ବନ୍ଦୀ ଦ୍ୱୟ ତତକ୍ଷଣାତ ଖଲାସ   ।

ଜେନରଙ୍କ ମୃତ୍ୟୁ ୧୮୨୩ ରେ ଘଟିଥିଲା   । ଏହାର ଶହେବର୍ଷ ପରେ ଅଗ୍ରଣୀ ବୀଜାଣୁ ତତ୍ତ୍ଵଜ୍ଞମାନେ ଜେନରଙ୍କ ପଦାକୁ ଅନୁସରଣ କରି ଅନ୍ୟାନ୍ୟ ସାଂଘାତିକ ବେମାରୀର ପ୍ରତିଷେଧକ ବାହାର କରିବା ପାଇଁ ଅଣ୍ଟା ଭିଡି ବାହାରିଲେ   ।

 

ଜୀବାଣୁଙ୍କ ଆବିଷ୍କାରକ

ଲୁଇ ପାସ୍ତର

୧୮୨୨-୧୮୯୫

ଲୁଇ ପାସ୍ତର କେବଳ ଜଣେ ମହାନ ବିଜ୍ଞାନୀ ନୁହନ୍ତି  । ଦୁଃଖ କଷ୍ଟ ମଧ୍ୟରେ ଅବିଚଳିତ ରହୁଥିବା ମହାନ ମଣିଷ   । ପିଲା ଦିନ ତାଙ୍କର ଘୋର ଦାରିଦ୍ର୍ୟ ଭିତରେକଟିଥିଲା   । ଖ୍ୟାଦ୍ୟାଭାବରୁ ବାଳକ ପାସ୍ତରଙ୍କ ମୁଣ୍ଡ ବିନ୍ଧା ହେଉଥିଲା   । ମୁଣ୍ଡ ବିନ୍ଧିବା ବେଳେ ସେ ଭୋକ କଥା ଭୁଲି ଯାଉଥିଲେ  । ପରବର୍ତ୍ତୀ ସମୟରେ ପାସ୍ତର କହିଛନ୍ତି ଯେ ଏହି କାରଣରୁ ସେ ମୁଣ୍ଡ ବିନ୍ଧା ନିକଟରେ କୃତଜ୍ଞ

ଯୌବନରେ ଜଣକ ପରେ ଜଣେ ତିନି ପୁଅଙ୍କ ମୃତ୍ୟୁ ତାଙ୍କ ବିଜ୍ଞାନ ଗବେଷଣାକୁ ଶିଥିଳ କରି ନଥିଲା   । ଛୟାଳିଶ ବର୍ଷ ବୟସରେ ସେ ଆଂଶିକ ପକ୍ଷାଘାତ ରୋଗରେ ପଡିଲେ  । କମ ମନୋବଳ ଲୋକ ସକ୍ରିୟ ଗବେଷଣାରୁ ଅବସର ନେଇଥାନ୍ତି   , ମାତ୍ର ନିଜର ଦୃଢତା ଯୋଗୁଁ ସେ ମାନବକଲ୍ୟାଣ ଦିଗରେ ନିଜର ଗବେଷଣା ଜାରି ରଖିଲେ   । ପାସ୍ତର ଅନୁଭବ କରିଛନ୍ତି ଯେ ଏକ ଆଧ୍ୟାତ୍ମିକ ଶକ୍ତି ତାଙ୍କୁ ମାନବ କଲ୍ୟାଣରେ ଲାଗି ରହିବାକୁ ବଳ ଯୋଗାଉଛି   ।

କେବଳ ଗବେଷଣା ବ୍ୟାପାରରେ ନୁହେଁ   , ସବୁ ବ୍ୟାପାରରେ ପାସ୍ତର ଥିଲେ ଏକଜିଦିଆ   ।  ଷ୍ଟାସବର୍ଗ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଥିବା ସମୟରେ ସେଇ ବିଶ୍ଵବିଦ୍ୟାଳୟରେ ରେକ୍ଟରଙ୍କ ଝିଅ ମେରିଙ୍କୁ ବିବାହ କରିବାକୁ ସେ ଇଚ୍ଛା କଲେ   । ମାତ୍ରା ମେରିଙ୍କ ଇଚ୍ଛା ନ ଥିଲା   । ମେରିଙ୍କ ମାଆଙ୍କୁ ବୁଝାଇ ମେରିଙ୍କ ଉପରେ ପ୍ରଭାବ ପକାଇ ଶେଷରେ ତାଙ୍କୁ ରାଜି କରାଇଲେ  । ବାହାଘର ଦିନ ସ୍ଥିର ହୋଇଗଲା   , ମାତ୍ର ଚର୍ଚ୍ଚରେ ବରଙ୍କର ଦେଖାନାହିଁ  ! କନ୍ୟା ପିତାମାତା ଙ୍କର ମୁଣ୍ଡ ଖରାପ   । ଟୋକାଟା ଏତେ ଗୋଡାଉଥିଲା  , ଠିକଣା ବେଳକୁ ଗଲା କୁଆଡେ   ? ବହୁତ ଖୋଜାଖୋଜି ପରେ ଜଣେ ବନ୍ଧୁ ତାଙ୍କୁ ଯାଇ ବିଜ୍ଞାନଗାରରେ ଠାବ କଲେ   । ବନ୍ଧୁ ପଚାରିଲେ “ ଆଜି ବାହାଘର ବୋଲି କଣ ଭୁଲି ଯାଇଛ ? ଉତ୍ତର ମିଳିଲା “ ଭୁଲିବି କାହିଁକି ? ତୁମେ କିପରି ଭାବୁଛ ମୁଁ ପରୀକ୍ଷା ଅଧ୍ୟା ରଖି ବାହା ହେବାକୁ ଯାଇଥାନ୍ତି ? “

ପାସ୍ତର ବାକଟେରିୟା ବା ବୀଜାଣୁଙ୍କର ଆବିଷ୍କାରକ   । ଆଶ୍ଚର୍ଯ୍ୟର କଥା ଯେ ଊର୍ଣ୍ଣବିଂଶ ଶତାଦ୍ଦୀର ତିନି ଚତୃଥାଂସ ଗତ ହେବା ଯାଏ ଅପରେସନ କରିବା ପୂର୍ବକୁ ଛୁରୀ, କତୁରି, ତୁଳା , କନା ପ୍ରଭୃତିକୁ ବିଶୋଧନ କରାଯାଉ ନଥିଲା  । ଫଳରେ ଅପରେସନ ଖଣ୍ଡିଆ ନ ଶୁଖି ପଚୁଥିଲା  ଓ ଅନେକ ମରୁଥିଲେ  । ପାସ୍ତର  କହିଲେ ବ୍ୟବହୃତ ଛୁରୀ , କତୁରି ପ୍ରଭୁତିକୁ ଗରମ ପାଣିରେ ଫୁଟାଇ ବିଶୋଧନ କରି ଆବଶ୍ୟକ  । ପାସ୍ତର ପ୍ରଥମ କରି କହିଲେ , ବିଭିନ୍ନ ପ୍ରକାର ମାଈକ୍ରୋବ ବା ଜୀବ ଅଛନ୍ତି   । ସେମାନେ ରୋଗବ୍ୟାଧି ଓ ଅନେକ ପ୍ରାକୃତିକ ଘଟନା ପାଇଁ ଦାୟୀ    । ୧୮୪୦ ବେଳକୁ ଅଧିକ ଶକ୍ତିଶାଳି ଅଣୁବୀକ୍ଷଣ ଯନ୍ତ୍ର ନିର୍ମିତ ହୋଇଥାଏ   । କେତେକ ବିଜ୍ଞାନୀ ପାସ୍ତରଙ୍କ ବୀଜାଣୁ ତତ୍ତ୍ଵର ବିରୋଧ କରୁଥିଲେ   , ସେମାନେ ତା ଶୀଘ୍ର ମାନିନେବାକୁ ବାଧ୍ୟ ହେଲେ   ।

ଜିନିଷ ବାସୀ ହେବ, ପାଚିବା , ଖଟାହେବା ପ୍ରଭୁତିକୁ ଇଂରାଜୀରେ ଫର୍ମେଣ୍ଡେସନ ଆମର ଉପକାର କଲେ   ଯେପରିକି ଦହିଜ ଖଟା ହେବା   , ମଦ ରନ୍ଧା ହେବା ପ୍ରଭୃତି   । କେତେକ ବିଜ୍ଞାନୀ ବିଶ୍ଵାସ କରୁଥିଲେ ଯେ ବୀଜାଣୁ ସ୍ଵତଃ ସୃଷ୍ଟି ହୁଅନ୍ତି  । ପାସ୍ତର କହିଲେ , ଗୋଟିଏ ଜାତିର ବୀଜାଣୁ ଠାରୁ ସେହି ଜାତିର ବୀଜାଣୁ ସୃଷ୍ଟି ହୁଏ  । ବୀଜାଣୁ ପବନରେ ଭାସିଆସି  ବୀଜାଣୁ ନଥିବା ଥିବା ଜିନିଷରେ ପହଞ୍ଚନ୍ତି ଓ ତାକୁ ନଷ୍ଟ କରନ୍ତି   । ବାୟୁ ସଂସ୍ପର୍ଶରେ ଆସିଲେ ଗୋଟିଏ ତାଜା ଜିନିଷ ଗନ୍ଧେଇବ ନାହିଁ ବା ପଚିବ ନାହିଁ   । ଏହା ପ୍ରମାଣ କରିବା ପାଇଁ ପାସ୍ତର କେତୋଟି କାଚ ଫ୍ଲାସରେ ତଟକା ମାଂସ ସୁପ ନେଇ ଫୁଟାଇଲେ   । ଫଳରେ ଫ୍ଲାସ ଭିତରୁ ବାୟୁ ନିଷ୍କାସନ ହୋଇଗଲା  । କେତୋଟି ଫାସ ମୁହଁକୁ ନିବୁଜକରି ବନ୍ଦ କରାଗଲା ଓ ଆଉ କେତୋଟି ଖୋଲା ରହିଲା   ।  ଦେଖାଗଲା ଯେ ଯେଉଁ ଫ୍ଲାସର ମୁହଁ ଖୋଲା   , ତା ଭିତର ସୁପ ଅଳ୍ପ ଦିନ ପରେ ଗୋଳିଆ ଦିସୁଛି , ଗନ୍ଧୋଉଛି   , ମାତ୍ର ନିବୁଜ ଫଲ୍ସର ସୁପ ସ୍ଵଚ୍ଛ ଓ ତାଜା ରହୁଛି   ।  ପାସ୍ତର ଇନଷ୍ଟିଚ୍ୟୁଟରେ ସେ ପରୀକ୍ଷା କରିଥିବା କେତେକ ନିବୁଜ ଫ୍ଲାସ ଆଜିଯାଏ ଅଛି ଏସବୁ ଫ୍ଲାସ ଭିତର ସୁପ ଏ ଯାଏ ତାଜା ଦିସୁଛି   ।

ଫ୍ରାନ୍ସସରେ ମଦ ବ୍ୟବସାୟରେ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଏ   । ପାସ୍ତରଙ୍କ ପୂର୍ବରୁ ମଦ ଶୀଘ୍ର ଆମ୍ବିଳା ହୋଇଯାଉଥିବାରୁ ବ୍ୟବସାୟୀଙ୍କୁ ବିପୁଳ କ୍ଷତି ସହିବାକୁ ପଡୁଥିଲା  । ଏ କ୍ଷତିରୁ ରକ୍ଷା ପାଇବାର ଉପାୟ ନିର୍ଣ୍ଣୟ ପାଇଁ ୧୮୬୪ ରେ ଫ୍ରାନ୍ସସର ସମ୍ରାଟ ପାସ୍ତରଙ୍କୁ ଦାୟିତ୍ଵ ଦେଲେ   । ମଦକୁ ଅଣୁବୀକ୍ଷଣ ସାହାଯ୍ୟରେ ପରୀକ୍ଷା କରି ପଦାର୍ଥ  ପରୀକ୍ଷା କରି ପାସ୍ତର ଜାଣିଲେ ଯେ ମଦ ରେ ଦୁଇପ୍ରକାର ଇଷ୍ଟ ଅଛନ୍ତି   । ଇଷ୍ଟ ଅତି କ୍ଷୁଦ୍ର ଜୀବନ୍ତ ପଦାର୍ଥ  । ବୀଜାଣୁ , ଇଷ୍ଟ , ଭାଇରସ ଉପରେ ଆଲୋକପାତ କରିବା ପାସ୍ତରଙ୍କ କୀର୍ତ୍ତି   । ସେ ଆବିଷ୍କାର କଲେ ଯେ ମଦରେ ଉପସ୍ଥିତ ଗୋଟିଏ ପ୍ରକାର ଇଷ୍ଟ ଗୋଲାକାର ଓ ତାହା ମଦ ପ୍ରସ୍ତୃତି  ପାଇଁ ଆବଶ୍ୟକ   । ଦ୍ଵିତୀୟ ପ୍ରକାର ଇଷ୍ଟ ସାମାନ୍ୟ ଲମ୍ବାଳିଆ   । ଏହି ଲମ୍ବାଳିଆ ଇଷ୍ଟ ଯୋଗୁଁ ମଦ ଆମ୍ବିଳା ହେଉଛି  । ଅନେକ ପରୀକ୍ଷା କରି ପାସ୍ତର ଜାଣି ପାରିଲେ ଯେ ମଦ ପ୍ରସ୍ତୁତ ହୋଇଯିବା ପରେ ଏହାକୁ ପଞ୍ଚାନବେ ଡିଗ୍ରୀ ସେଣ୍ଟିଗ୍ରେଡ ପର୍ଯ୍ୟନ୍ତ ଗରମ କରି ନିବୁଜ ମୁଡ ଦେଇ ରଖିଲେ ଏହା ତାଜା ରହୁଛି   । ପାସ୍ତରଙ୍କ ପ୍ରଣାଳୀ ଅନୁସରଣ କରି କ୍ଷୀରକୁ ତାହା ରଖିବା ସମ୍ଭବ ହେଲା   । “ ପାସ୍ତରଇଜିଡ କ୍ଷୀର “ ଏହି ଜଣାଶୁଣା ନାମ  । ପାସ୍ତରଙ୍କ ପରଠାରୁ ନିବୁଜ ଟିଣରେ ଫଳ, ମାଛ , ମାଂସ ପ୍ରଭୁତି  ଖାଦ୍ୟ ବସ୍ତୁ ଦୀର୍ଘକାଳ ଯାଏ ତଟକା ରଖାଯାଇପାରୁଛି   ।

ମଦ ଉତ୍ପାଦନକାରୀଙ୍କୁ ବିପୁଳ କ୍ଷତିରୁ ବଞ୍ଚାଇବା ଉପାୟ ପାସ୍ତର ବତାଇ ଥିବା ଖବର ଫ୍ରାନ୍ସ ରେ ବିଜୁଳି ପରି ଖେଳିଗଲା    । ରେଶମ ବ୍ୟବସାୟୀମାନେ ତାଙ୍କ ପାଖରେ ପହଞ୍ଚିଲେ  । କଥା ହେଉଛି ରେଶମ ପୋକସବୁ ଅଜଣା ରୋଗରେ ମରୁଥାନ୍ତି   । ଫଳରେ ରେଶମ ବ୍ୟବସାୟୀଙ୍କର ଘୋର କ୍ଷତି ହେଉଥିଲା  । ଏହି ସମସ୍ୟାର ସମାଧାନ ପାଇଁ ପାସ୍ତର ତିନିବର୍ଷ ଗବେଷଣା କଲେ   । ରୋଗ ଓ ସୁସ୍ଥ ରେଶମ ପୋକକୁ ଚିହ୍ନିବାର ଉପାୟ ବତାଇ କେବଳ ସୁସ୍ଥ ପୋକଙ୍କୁ ନେଇ ସିଲକ ଉତ୍ପାଦନ କରିବାକୁ ପାସ୍ତର ପରାମର୍ଶ ଦେଲେ  । ତାଙ୍କ ଉପଦେଶ ମାନିବା ଫଳରେ ରେଶମ ଶିଳ୍ପ ସୁସ୍ଥ ହୋଇ ଉଠିଲା  । ପାସ୍ତରଙ୍କ ପ୍ରତି କୃତଜ୍ଞତା ସ୍ୱରୂପ ଫ୍ରାନ୍ସର ରେଶମ ବ୍ୟବସାୟୀ ସଂଘ ଆଲାଇସ ଠାରେ ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରାଇଥିଲେ   ।

ପାସ୍ତର ମଣିଷ ଓ ପଶୁଙ୍କ ରୋଗ ପ୍ରତିଷେଧକ ବ୍ୟବସ୍ଥାର ଜନକ  । ହଇଜା ଧରୁଥିବା କୁକୁଡାଙ୍କ ସମ୍ପର୍କରେ ଗବେଷଣା କରି ଯେଉଁ ଜୀବାଣୁଙ୍କ ଦ୍ଵାରା କୁକୁଡାକୁ ହଇଜା ହୁଏ ତାକୁ ଚିହ୍ନଟ କଲେ   । ସୁସ୍ଥ କୁକୁଡା ଶରୀରରେ ଇଂଜେକସନ ଦେଇ ଯଥେଷ୍ଟ ପରିମାଣରେ ହଇଜା ଜୀବାଣୁ ପୁରାଇ ପାସ୍ତର ଲକ୍ଷ୍ୟ କଲେ ଏ କୁକୁଡାକୁ ହଇଜା ଧରୁନାହିଁ  । କୁକୁଡାଙ୍କ ହଇଜା ରୋକିବାର ଏକ ପ୍ରତିକାର ମିଳିଗଲା   । କୁକୁଡାଙ୍କ ହଇଜା ପରି ମେଣ୍ଢାମାନେ ମାରାତ୍ମକ ଡିଆଁ ଜର ରେ ଲକ୍ଷ ଲକ୍ଷ ସଂଖ୍ୟାରେ ମାରୁଥିବା   । ଏହି ରୋଗର ପ୍ରତିଷେଧକ ଆବିଷ୍କାର କରି ପାସ୍ତର ପଶୁପାଳକଙ୍କର ଅଶେଷ କଲ୍ୟାଣ କରିଥିଲେ  । ଆନ୍ଥାରାକ୍ସ ଜୀବାଣୁଙ୍କର ଇଂଜେକସନ ସୁସ୍ଥ ମେଣ୍ଢାଙ୍କୁ ଦେଇ ପାସ୍ତର ଦେଖିଲେ ଇଂଜେକସନ ନେଉଥିବା ମେଣ୍ଢାମାନେ କେବେ ବେମାର ପଡୁନାହାନ୍ତି   ।

ଅନେକ ଅସାମାନ୍ୟ ସାଫଲ୍ୟ ଭିତରେ ପଗଳା କୁକୁର କାମୁଡିବା ଫଳରେ ହେଉଥିବା ଜଳାତଙ୍କର ପ୍ରତିଷେଧକ ନିର୍ଣ୍ଣୟ କରିବା ପାସ୍ତରଙ୍କର ସର୍ବମହାନ ସାଫଲ୍ୟ  । ଜଳାତକ ରୋଗୀର ମୃତ୍ୟୁ ସୁନିଶ୍ଚିତ   । ଜଳାତକ ରୋଗରେ ଯେଉଁ ଚିକିତ୍ସା ପାସ୍ତର ସ୍ଥିର କରିଥିଲେ ତାକୁ ପ୍ରଥମେ ମୂଷାଙ୍କ ଉପରେ ପ୍ରୟୋଗ କଲେ ପାସ୍ତର ଅନେକଗୁଡିଏ ମୂଷା ଓ କେତେକ ପାଗଳା କୁକୁରଙ୍କୁ ଗୋଟିଏ ଘରେ ରଖିଦେଲେ   । ପଗଳା କୁକୁରମାନେ ମୂଷାଙ୍କୁ କାମୁଡିଲେ  । ପାଗଲା କୁକୁରଙ୍କ ଲାଳ ସଂଗ୍ରହ କରି ଏହି ଲାଳକୁ ଇଂଜେକସନ ନେଲେ ସେମାନେ ଭଲ ହୋଇଗଲେ   । ଅନ୍ୟମାନେ ମଲେ   । ପାସ୍ତର ଜାଣିଥିଲେ ପଗଳା କୁକୁରର ଟୋପାଏ ଲାଳ ଯଦି ପାଟିକୁ ଚାଲିଯାଏ ତେବେ ମାରିବାକୁ ହେବ  । ତଥାପି ପଗଳା କୁକୁର ପାଟିରେ କାଚଲାଣି ପୁରାଇ ନିଜ ମୁହଁରେ ସୋସିଜ ଇଂଜେକସନ ଉପଯୋଗୀ ଲାଳ ସଂଗ୍ରହ କରୁଥିଲେ   ।

ଗୋଟିଏ ନଅ ବର୍ଷର ପିଲାକୁ ପାଗଲା କୁକୁର ଦେହସାରା କାମୁଡିଥାଏ  । ପିଲାତାର ମୃତ୍ୟୁ ସୁନିଶ୍ଚିତ  । ପିଲାର ମାଆତାଙ୍କୁ ପାସ୍ତରଙ୍କ ପାଖକୁ ନେଇଗଲା   । ପାସ୍ତର ତାଙ୍କୁ ଇଂଜେକସନ ଦେଲେ  । ପଗଳା କୁକୁର କାମୁଡାରେ ନ ମରି ବଞ୍ଚିଥିବା ପ୍ରଥମ ମଣିଷ ହେଲା ସେଇ ପିଲାଟି  । ତାର ନାମ ଜୋଶେଫ   ।ବଡ ହେବା ପରେ ଜୋଶେଫ ଘଟନା କ୍ରମେ ପାସ୍ତର ଇନଷ୍ଟିଚ୍ୟୁଟର ଜଗୁଆଳ ହେଲା  । ଦ୍ଵିତୀୟ ମହାଯୁଦ୍ଧ ସମୟରେ ନାଜି ସୈନ୍ୟମାନେ ପାସ୍ତର ଇନଷ୍ଟିଚ୍ୟୁଟାରେ ପଶି ତାଙ୍କ କରବ ପାଖକୁ ଯିବାକୁ ଚାହିଁଥିଲେ  । ସେମାନଙ୍କୁ ବାଟ ଛାଡିଦେବା ପରିବର୍ତ୍ତେ ଜୋଶେଫ ଆତ୍ମହତ୍ୟା କରିଥିଲା   ।

ପାସ୍ତର ଡାକ୍ତର ନଥିଲେ  । ସେ ଥିଲେ ଜଣେ ରସାୟନବିଜ୍ଞାନୀ  । ପ୍ରଥମରୁ ଡାକ୍ତର ଓ ଜୀବବିଜ୍ଞାନୀମାନେ ପାସ୍ତରଙ୍କ ତତ୍ତ୍ଵର ବିରୋଧ କରୁଥିଲେ   । ପରେ ପାସ୍ତର ଡାକ୍ତରଙ୍କ ଗୁରୁ ହୋଇଗଲେ   । ଲଣ୍ଡନ ଠାରେ ହେଉଥିବା ଅନ୍ତର୍ଜାତିକ୍ଜ ମେଡିକାଲ କଂଗ୍ରେସରେ ଯୋଗ ଦେବା ପାଇଁ ଫରାସୀ ସରାକାର ପାସ୍ତରଙ୍କୁ ନିର୍ବାଚିତ କରିଥାଏ    ।  ସମ୍ମିଳନୀରେ ଯୋଗ ଦେବାକୁ ପାସ୍ତର ହଲରେ ପଶିବା ସମୟରେ ୟୁରୋପର ବିଶିଷ୍ଟ ଚିକିତ୍ସକମାନେ ଘନ ଘନ କରତାଳି ଦ୍ଵାରା ତାଙ୍କୁ ସ୍ଵାଗତ କଲେ  ।  ପାସ୍ତର ହଡବଡେଇ ଗଲେ   । କାହାପାଇଁ ଏତେ କରତାଳି   !  ନିଶ୍ଚିତ ୱଲେସର ଯୁବରାଜ ଆସି ପହଞ୍ଚିଲେ  । ତାଙ୍କ  ପାଛୋଟି ନେଉଥିବା ବ୍ୟକ୍ତିଙ୍କୁ କହିଲେ “ ମୁଁ ଦୁଃଖିତ  ।    ୱଲେସର ଯୁବରାଜ ଆସୁଛନ୍ତି ଜାଣିଥିଲେ ଆଗରୁ ଆସିଥାନ୍ତି  ।  “

 

ବିସ୍ମୟଜନକ ଏକ୍ସରେର ଆବିଷ୍କାରକ

ଔଲହେଲମ କୋନ୍ ରୋଡ ରଣ୍ଟଗେନ

(୧୮୪୫-୧୯୨୩)

ଏକସରେ ପରି ମଣିଷ ପକ୍ଷରେ କଲ୍ୟାଣକର ଆବିଷ୍କାର କମ ଘଟିଛି  । ଏହାର ଆବିଷ୍କାରକ  ରଣ୍ଟଗେନଙ୍କ ଜନ୍ମ ପ୍ରୁସିଆରେ     । ତାଙ୍କର ପିତା ଜଣେ ଜର୍ମାନ କୃଷକ ଓ ମାତା ଜଣେ ଡଚ ମହିଳା   । ପିଲାଦିନେ  ରଣ୍ଟଗେନ ହଲାଣ୍ଡରେ ପାଠ ପାଢୀଥିଲେ   । ପରେ ସୁଇଜରଲ୍ୟାଣ୍ଡର ଜୁରିଚ ବିଶ୍ଵବିଦ୍ୟାଳୟରେ ବିଜ୍ଞାନ ପଢିଲେ   । ଜର୍ମାନର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ୍ଜ ରହି ୧୮୮୫ରେ ଉରଜବର୍ଗ ବିଶ୍ଵବିଦ୍ୟାଳୟରେ ପଦାର୍ଥବିଜ୍ଞାନରେ ପ୍ରଫେସର ହୋଇଥାନ୍ତି   । ସେଇବର୍ଷ ଡିସେମ୍ବର ମାସରେ ଏକସରେ ଆବିଷ୍କାର କରି ସେ ୟୁରୋପରେ ଚହଳ ପକାଇଦେଲେ   ।

ରଣ୍ଟଗେନଙ୍କ ପୂର୍ବରୁ କ୍ୟାଥଦେ ର ଆବିଷ୍କାର ହୋଇଥାଏ   । ରୁଦ୍ଧ କାଚନାଲି ଭିତରୁ ବାୟୁ ନିଷ୍କାସନ କରିନେଇ କାଚ ନାଲିରେ ଥିବା ପତଳା ବାୟୁ ମଧ୍ୟରେ ବିଦ୍ୟୁତ ତରଙ୍ଗ ପ୍ରବାହିତ କଲେ ବିଦ୍ୟୁତ ଅଗ୍ର କ୍ୟାଥଡରୁ ହଳଦିଆ ସବୁଜ ମିଶା ଏକ ରଶ୍ମି ନିର୍ଗତ ହୁଏ  । ଏ ରଶ୍ମି କିଛି ବର୍ଷ ପୂର୍ବରୁ ଉଇଲିୟମ କ୍ରୁକସ ଆବିଷ୍କାର କରି ଏହାର  ନାମ ରଖିଥାନ୍ତି କ୍ୟାଥୋଡ ରେ  “ ।  ଥରେ ଅନ୍ଧାର ଘରେ ରଣ୍ଟଗେନ  କ୍ୟାଥୋଡ ରଶ୍ମିକୁ ନେଇ ପରୀକ୍ଷା କରୁଥିଲେ  । ସେ ଲକ୍ଷ୍ୟ କଲେ ଯେ ଅନ୍ଧାର ଘରକୋଣରେ ଥିବା ବେରିୟମ ପ୍ଲେଟିନୋସାଇଡ ବୋଳା ଖଣ୍ଡେ କାଗଜ ଆଲୋକରେ ଝଲମଲ ହେଉଛି  । କ୍ୟାଥୋଡ ରଶ୍ମି ନିର୍ଗତ ବନ୍ଦ କରିଦେଲେ କାଗଜ ଝଲମଲ ହେବା ବନ୍ଦ    । ଏହାର ବାରମ୍ବାର ପରୀକ୍ଷା କରି ଦେଖି ରଣ୍ଟଗେନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ   । ସେ ଜାଣିଗଲେ ଯେ ବେରିଅମ କାଗଜକୁ କିଛି ଗୋଟିଏ ରଶ୍ମି ଝଲମଲ କରୁଛି  । ରଣ୍ଟଗେନ ସିଦ୍ଧାନ୍ତ କଲେ ଯେ କାଚ ନଳୀରୁ ଏକ ଅଜଣା ରଶ୍ମି ବାହାରି ଆସି ବେରିଅମ କାଗଜ ଉପରେ ପଡୁଛି  । କ୍ୟାଥୋଡ ରଶ୍ମି କାଚନଳୀକୁ ଅନ୍ଧାରିଆ ରଖିବା ପାଇଁ ତାକୁ ବନ୍ଦ କାର୍ଡବୋଡ ବାକ୍ସରେ ରଖାଯାଇଛି   । ତାକୁ ମଧ୍ୟ ଏହି ଅଜଣା ରଶ୍ମି ଭେଦି ପାରୁଛି   ! କୌତୁହଳ ସମ୍ଭାଳି ନ ପରି ରଣ୍ଟଗେନ ବେରିଅମ କାଗଜକୁ ପାଖ ଘରକୁ ନେଇଗଲେ   । ତାପରେ କ୍ୟାଥୋଡ ରଶ୍ମି ନିର୍ଗମନ ଚାଲୁ କରି ଦେଖିଲେ ବେରିଅମ କାଗଜ ପୂର୍ବପରି ଝଲମଲ ହେଉଛି   । ଏହାର ଅର୍ଥ ଏହି ଅଜଣା ରଶ୍ମି କାନ୍ଥକୁ ଭେଦ କରି ପାଖ ଘର ଭିତରକୁ ଆସି ପାରୁଛି  ।  ଏହାର ଶକ୍ତି ତ କମ ନୁହେଁ   ।  ରଣ୍ଟଗେନ  ଏହି ଅଜଣା ରଶ୍ମିର ନାମ ରଖିଲେ ଏକସରେ   । ଇଂରାଜୀରେ ଅଜଣା ସଂଖ୍ୟା ବା ବସ୍ତୁକୁ ଏକସ କୁହାଯାଏ   ।

ରଣ୍ଟଗେନଙ୍କ ଆବିଷ୍କାର ବିଜ୍ଞାନ ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଲା   । ଚିକିତ୍ସାଜଗତ ଖୁବ ଶୀଘ୍ର ଏହାର ବ୍ୟବହାର କଲା  । ରଣ୍ଟଗେନ  ପରୀକ୍ଷା କରି ଦେଖିଲେ ଯେ ଏକସରେ ମଣିଷର ମାଂସ ଭେଦିଯାଉଛି  କିନ୍ତୁ ହାଡ ପାଖରେ ଅଟକୁଛି   । ଯଦି ମଣିଷ ହାତ ତଳେ ଗୋଟିଏ ଫଟୋଗ୍ରାଫିକ ପ୍ଳେଟ ରଖି ଏକସରେ ପାତ କରାଯାଏ ତେବେ ଆଙ୍ଗୁଠିମାନନକାର ହାଡର ଚିତ୍ର ଉଠିଯିବ   ।  ମାଢିକୁ ଭେଦି ଦାନ୍ତମୂଳକ ଫଟୋ ଏକସରେ ଦ୍ଵାରା ଉଠିପାରିବ   । ଦାନ୍ତ କେତେ କ୍ଷୟ ହେଲାଣି ଓ ଉପଡିବା ଆବଶ୍ୟକ କି ନା ସେ ବିଷୟ ଦାନ୍ତମୂଳର ଏକସରେ ଫଟୋରୁ ଦାନ୍ତ ଡାକ୍ତର ଜାଣି ପାରନ୍ତି   । ଆମେରିକାରେ ରଣ୍ଟଗେନ ଙ୍କର ବିସ୍ମୟ ରଶ୍ମି ଆବିଷ୍କାରର ମାତ୍ର ଚାରିଦିନ ପରେ ଗୋଟିଏ ଲୋକଙ୍କ ଗୋଡରେ ବାଜିଥିବା ଗୁଳିକୁ ଏକସରେ ଫଟୋ ଦ୍ଵାରା ଚିହ୍ନଟ  କରାଯାଇ ତାକୁ କାଢି ଦିଆଗଲା   । ଏକସର ଆବିଷ୍କାର ହେବାର ତିନିମାସ ପରେ ଏଡି ନାମକ ବାଳକର ଭଙ୍ଗାହାଡର ଫଟୋ ଉଠାଯାଇ ତାକୁ ଜୋଖିଜ ଦିଆଗଲା ଓ ପିଲାଟି ଭଲ ହେଲା  । ଏକସରେ ସାହାଯ୍ୟରେ ଆରୋଗ୍ୟ ହେବାରେ ଏଡି ହେଉଛି ପୃଥିବୀର ପ୍ରଥମ ମଣିଷ   । ଆଜି ପ୍ରତିଦିନ ପୃଥିବୀର ଲକ୍ଷ ଲକ୍ଷ ମଣିଷଙ୍କର ଭଙ୍ଗା ହାଡର ଏକସରେ ଫଟୋ ଉଠାଯାଇ ସେମାନଙ୍କର ଚିକିତ୍ସା ହେଉଛି   ।

ଗାଳିଲିଓଙ୍କ ଠାରୁ ପଦାର୍ଥ ବିଜ୍ଞାନରେ ପ୍ରଥମ ବିପ୍ଲବ ଆରମ୍ଭ ହୋଇଗଲା   । ପରମାଣୁ ଉପରେ ନୂତନ ଆଲୋକପାଟ କରିବାଫଳରେ ଏକସରେ ଆବିଷ୍କାର ଦିନୁ ପଦାର୍ଥ ବିଜ୍ଞାନର ଦ୍ଵିତୀୟ ବିପ୍ଲବ ଆରମ୍ଭ ହୋଇଛି   ।  ୧୯୦୧ରୁ ନୋବେଲ ପୁରସ୍କାରର ଆରମ୍ଭ  । ପଦାର୍ଥ ବିଜ୍ଞାନରେ ପ୍ରଥମ ନୋବେଲ ପୁରସ୍କାର ରଣ୍ଟଗେନ ଙ୍କୁ ମିଳିଛି   ।

ରଣ୍ଟଗେନ ଙ୍କ ଆବିଷ୍କାର କେବଳ ଚିକିତ୍ସାବିଜ୍ଞାନରେ ନୂତନ ଦ୍ଵାର ଖୋଲି ନ ଥିଲା   , ପରମାଣୁ ଗଠନ ନେଇ ନାନା ଚିନ୍ତା ଖେଳିଗଲା    । ପରମାଣୁ ଅବିଭାଜ୍ୟ –ଏଥିରେ ରଣ୍ଟଗେନଙ୍କର ପୂର୍ଣ୍ଣ ବିଶ୍ଵାସ ଥିଲା   , ମାତ୍ର ତାଙ୍କ ପରେ ପରେ ପରମାଣୁ ଅନେକ କ୍ଷୁଦ୍ରତର କଣିବାକୁ ନେଇ ଗଠିତ ବୋଲି ବିଜ୍ଞାନୀମାନେ ଆବିଷ୍କାର କଲେ   ।

ଏକସରେ ଭଙ୍ଗାହାଡ ଚିହ୍ନଟ କରେ   । କ୍ୟାନସର ଘାଆକୁ ପୋଡେ   ।  ୧୯୭୦ ପରଠାରୁ computerized Axial Tomography Scanner ବା CAT  ସାହାଯ୍ୟରେ ଜଣେ ରୋଗୀର ବିଭିନ୍ନ ଦିଗରୁ ସଂପୂର୍ଣ୍ଣ ଶରୀରର ଏକସରେ ଚିତ୍ର ଦେଖିବା ସମ୍ଭବ ହୋଇଛି  । ଫଳରେ ରୋଗୀର ଠିକ କେଉଁଠି ଟ୍ୟୁମର ହୋଇଛି ବା ରକ୍ତ ଜମାଟ ବାନ୍ଧିଛି ତାହା ଧରାପଡୁଛି ଓ ଅପରେସନ କରିବାରେ ସୁବିଧା ହେଉଛି  ।

CAT ର ଆବିଷ୍କାରକ ଆଲାନ କରମାକ ଓ ଗଡଫ୍ରେ ହାଉସଫୁଲଡଙ୍କୁ ମିଳିତ ଭାବେ ୧୯୮୧ ରେ ଚିକିତ୍ସାବିଜ୍ଞାନରେ ନୋବେଲ ପୁରସ୍କାର ଦିଆଯାଇଛି   ।

 

ପେନସିଲିନର ଆବିଷ୍କାରକ

ଆଲେକଜାଣ୍ଡର ଫ୍ଲେମିଙ୍ଗ

(୧୮୮୧ – ୧୯୫୫)

ଆଲେକଜାଣ୍ଡର ଫ୍ଲେମିଙ୍ଗ ୧୮୮୧ରେ ଇଂଲଣ୍ଡରେ ଜନ୍ମ ହୋଇଥିଲେ   । ସେ ଖୁବ ମେଧାବୀ ଛାତ୍ର ଥିଲେ   , ମାତ୍ର ଦାରିଦ୍ର୍ୟ ଯୋଗୁଁ ଷୋହଳ ବର୍ଷ ବୟସରେ ତାଙ୍କୁ ସାମୟିକ ଭାବେ ପାଠ ବନ୍ଦ କରିବାକୁ ହୋଇଥିଲା   । ପରେ ଆଲେକଜାଣ୍ଡର ଫ୍ଲେମିଙ୍ଗ ସେଣ୍ଟମେରୀ ମେଡିକାଲ ସ୍କୁଲରେ ନାମ ଲେଖାଇଲେ  । ପାସ କରିବା ପରେ ସେ ତତକାଳୀନ ବିଖ୍ୟାତ ଜୀବାଣୁ ବିଜ୍ଞାନୀ ଆଲମୋର୍ଥ ରାଇଟଙ୍କ ପାଖରେ ଗବେଷଣା କରିଥିଲେ   ।

ପାସ୍ତରଙ୍କର ସମୟରୁ ଜୀବାଣୁ ଓ ଯୂଜରୋଧକ ବା ଆଣ୍ଟିସେପଟିକଡ ଉପରେ ଗବେଷଣା ଉତ୍ସାହର ସହିତ ଆରମ୍ଭ ହୋଇଥାଏ  । ଘା’ ଓ ଖଣ୍ଡିଆ ସୁଖାଇବା ପାଇଁ ରୋଗୀଙ୍କୁ ରୟାୟନିକ ଆଣ୍ଟିସେପଟିକ ଇଂଜେକସନ ଦିଆଯାଉଥାଏ  । ଫଳରେ ଘା ଶୁଖିଥାଏ କିନ୍ତୁ ରୋଗୀ ଠାରେ ନାନା ପ୍ରତିକ୍ରିୟା ସୃଷ୍ଟି ହୋଇ ତାର ଅବସ୍ଥା ସାଂଘାତିକ ହେଉଥାଏ   । ଏପରିକି ରୋଗୀ ଅନେକ ସମୟରେ ମୃତ୍ୟୁ ମୁଖରେ ପଡୁଥିଲା   । ରାସାୟନିକ ଆଣ୍ଟିସେପଟିକ ଧବଳ ରକ୍ତ କଣିକାକୁ ବିନାଶ କରି ଶରୀରର ସ୍ଵାଭାବିକ ପ୍ରତିରୋହ ଶକ୍ତି ନଷ୍ଟ କରେ ଦର୍ଶାଇ ଆଲେକଜାଣ୍ଡର ଫ୍ଲେମିଙ୍ଗ ରୟାୟନିକ ଆଣ୍ଟିସେପଟିକ ବ୍ୟବହାରର ବିରୋଧ କଲେ   ।

ଆଲେକଜାଣ୍ଡର ଫ୍ଲେମିଙ୍ଗ ବିଶ୍ଵାସ କରୁଥିଲେ ଯେ ଜୀବାଣୁଙ୍କର ପ୍ରତିରୋଧ କରିବାର ପ୍ରାକୃତିକ ବ୍ୟବସ୍ଥା ଶରୀରରେ ଅଛି  । ଥରେ ତାଙ୍କୁ ସର୍ଦ୍ଦି ହୋଇଥାଏ   । ନାକରୁ ବୋହୁଥିବା ସଙ୍ଘାଣି ପାଣିକୁ କୌତୁହଳରେ ସେ ପରୀକ୍ଷା ପାଇଁ ରଖିଥିବା ଜୀବାଣୁ ଥାଳିଆରେ ପକାଇଦେଲେ   । ଆଲେକଜାଣ୍ଡର ଫ୍ଲେମିଙ୍ଗ ଜାଣିଲେ ସିଙ୍ଘାଣି ପାଣି ଏକ ପ୍ରାକୃତିକ ଆଣ୍ଟିସେପଟିକ   । ସେ ପରୀକ୍ଷା କରି ଦେଖିଲେ ଯେ ଆଖିରୁ ବାହାରିଥିବା ଲୁହରେ ମଧ୍ୟ ଆଣ୍ଟିସେପଟିକ ଗୁଣ ଅଛି  । ଶରୀର ଜାତ କରୁଥିବା ପ୍ରାକୃତିକ ଆଣ୍ଟିସେପତିକକୁ ଆଲେକଜାଣ୍ଡର ଫ୍ଲେମିଙ୍ଗ ଲାଇସୋଜାଇନ ନାମ ଦେଲେ   । ଲାଇସୋଜାଇମ ଜୀବାଣୁଙ୍କୁ ମାରେ କିନ୍ତୁ ଶ୍ଵେତ ରକ୍ତ କଣିକାର କ୍ଷତି କରେନା   । ଲାଇସୋଯାଇମ ଜୀବାଣୁଙ୍କୁ ମାରେ କିନ୍ତୁ ଶ୍ଵେତ ରକ୍ତ କଣିକାର କ୍ଷତି କରେନା   । କେବଳ ଆଖି ବା ନାକରେ ନୁହେଁ   , ଶରୀରର ଅନେକ ଅଙ୍ଗପ୍ରତ୍ୟଙ୍ଗ , ଏପରିକି ରକ୍ତରେ ଅଛି   ।

ଆଲେକଜାଣ୍ଡର ଫ୍ଲେମିଙ୍ଗ  ବୁଝିଥିଲେ ରୋଗର ଜୀବାଣୁ ମାରିବା ପାଇଁ ଲାଇସୋଜାଇମ ଠାରୁ ଅଧିକ ଶକ୍ତିଶାଳି ଓ ଅପେକ୍ଷାକୃତ କମ ହାନିକାରକ ରାସାୟନିକ ଆଣ୍ଟିସେପଟିକ ଆବିଷ୍କାର ମାନବଜାତିର ଅଶେଷ କଲ୍ୟାଣ କରିବ   । ଲାଇସୋଜାଇମ ସେ ଯେପରି ୧୯୨୭ ରେ ଆକସ୍ମିକ ଭାବେ ଆବିଷ୍କାର କରିଥିଲେ   , ସେହିପରି ୧୯୨୮ ରେ କଲ୍ୟାଣକାରୀ ଆବିଷ୍କାର କଲେ ଅତ୍ୟନ୍ତ ଆକସ୍ମିକ ଭାବେ   ।

ଆଲେକଜାଣ୍ଡର ଫ୍ଲେମିଙ୍ଗ ଷ୍ଟାଫାଇଲୋକୋକସ ନାମକ ଜୀବାଣୁଙ୍କ ସମ୍ପର୍କରେ ଗବେଷଣା କରୁଥାନ୍ତି   । ଷ୍ଟାଫାଇଲୋକୋକସ ଜୀବାଣୁ ବଥ, ବ୍ରଣ,  ଓ ଘାଆ ପ୍ରଭୃତି କାରଣ ବିଜ୍ଞାନଗାରରେ କେତୋଟି ଥଳିଆରେ ଷ୍ଟାଫାଇଲୋକୋକସ ଜୀବାଣୁ ରଖାଯାଇଥାଏ  ।    ଫ୍ଲେମିଙ୍ଗ କୌଣସି କାରଣରୁ କିଛି ଦିନ ବିଜ୍ଞାନଗାର ଆସି ନଥାନ୍ତି  । ଆସି ଦେଖିଲେ ଯେ ଗୋଟିଏ ଥାଳିଆରେ ନୀଳ ଦାଗ ସବୁ ହୋଇଛି   । ଝରକା ଖୋଲାଥିବା ସମୟରେ ବାହାର ଜିନିଷ ଉଡିଆସି ଏହି ନୀଳଦାଗ ସୃଷ୍ଟି କରିଛି ଧରିନେଇ ବିଜ୍ଞାନଗାର ଦାୟିତ୍ଵରେ ଥିଲା ଲୋକଙ୍କ ଉପରେ ଫ୍ଲେମିଙ୍ଗ ପ୍ରଥମେ ବିଗିଡି ଗଲେ  । ପରେ ଲକ୍ଷ କଲେ ଥାଳିଆରେ ନୀଳ ଦାଗ ଅଞ୍ଚଳରେ ସବୁ ଜୀବାଣୁ ମରିଛନ୍ତି   । ନୀଳ ଦାଗ ପାଖକୁ କୌଣସି ଜୀବାଣୁ ଆସୁନାହାନ୍ତି  । ଫ୍ଲେମିଙ୍ଗନୀଳ ଦାଗଗୁଡିକୁ ପରୀକ୍ଷା କରି ଜାଣି ପାରିଲେ ଯେ ତାହା ଏକ ପ୍ରକାର  ଆଣ୍ଟିସେପଟିକ ଫ୍ଲେମିଙ୍ଗ ଏହାର ନାମ ରଖିଲେ ପେନସିଲିନ  । ଅଧିକାଂଶ ଜୀବାଣୁଙ୍କୁ ମାରିଦେବାର କ୍ଷମତା ପେନସିଲିନର ଅଛି   ।

ବର୍ଷାପାଗରେ ପାଊଁରୁଟିରେ ଯେଉଁ ନୀଳ ଫିମ୍ଫି ମାଡିଯାଏ ତାହା ପେନସିଲିନ   । ମୂଷା ଓ ଠେକୁଆଙ୍କୁ ପେନସିଲିନ ଇଂଜେକସନ ଦେଇ ଫ୍ଲେମିଙ୍ଗ ଲକ୍ଷ କଲେ ଯେ ଏହା ସେମାନଙ୍କର ଶରୀରର କୋଷକୁ ନଷ୍ଟ କରୁନାହିଁ  । ଏହାପରେ ତ ପେନସିଲିନକୁ ରୋଗୀଙ୍କ ଉପରେ ପ୍ରୟୋଗ କରିବା କଥା   , ମାତ୍ର ଏଥିରେ କିଛି ଅସୁବିଧା ଥାଏ   । ଫ୍ଲେମିଙ୍ଗ ଲକ୍ଷ କଲେ ଯେ ପେନସିଲିନର ଜୀବାଣୁ ମାରିବା ଶୀଘ୍ର ଚାଲିଯାଉଛି   । ପେନସିଲିନକୁ ଅଧିକ ଶୁଦ୍ଧ ଓ ଗାଢ କରିବାକୁ ସେ ଅନେକ ବିଜ୍ଞାନ ପେନସିଲିନଙ୍କୁ ମଣିଷ ବ୍ୟବହାର  ଉପଯୋଗୀ କରିବା ପାଇଁ ଗବେଷଣା କରୁଥାନ୍ତି   । ଶେଷରେ ହାୱାର୍ଡ ଫ୍ଲୋରେ ଓ ଇବିଚେନ ନାମକ ଦୁଇଜଣ ଅକସଫୋର୍ଡର ରସାୟନବିଜ୍ଞାନର ଗବେଷକ ଏ କାମରେ ସଫଳ ହେଲେ  । ଦ୍ଵିତୀୟ ମହାଯୁଦ୍ଧ ବେଳେ ଖଣ୍ଡିଆ ଖାବରା ହେଉଥିବା ହଜାର ହଜାର ସୈନିକ ପ୍ରାଣ ପେନସିଲିନ ରକ୍ଷା କରିଛି   । ବ୍ରୋଙ୍କାଇଟିସ , ମସ୍ତିସ୍କଜ୍ଵର ଓ ଟିଟାନସ ପରି ପ୍ରାଣନାଶକ ବ୍ୟାଧି ପେନସିଲିନର ପ୍ରୟୋଗ ଦ୍ଵାରା ଆରୋଗ୍ୟ ହୋଇଛି   । ପେନସିଲିନର ଆବିଷ୍କାରକ ଭାବେ ଫ୍ଲେମିଙ୍ଗଙ୍କ ସହିତ ଫ୍ଲୋରେ ଓ ଚେନଙ୍କୁ ମିଳିତ ଭାବେ ୧୯୪୫ ରେ ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିଛି   ।

ଆଣ୍ଟିବାୟୋଟିକ ଜୀବାଣୁଙ୍କୁ ମରିଦିଏ ଓ ସେମାନଙ୍କର ବଂଶବୃଦ୍ଧି ରୋକେ   । ପେନସିଲିନ ପ୍ରଥମ ବିଶିଷ୍ଟ ଆଣ୍ଟିବାୟୋଟିକ   । ଅଶୀରୁ ଊର୍ଦ୍ଦ୍ଵ ଆଣ୍ଟିବାୟୋଟିକ ଆବିଷ୍କୃତ ହୋଇଛି   । ସେମାନଙ୍କର ଭିତରୁ ପେନସିଲିନ ,  ଓ ଟେରାମାଇସିଁ ବହୁଳ ଭାବେ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ   ।

ବିବର୍ତ୍ତନବାଦର ପ୍ରବକ୍ତା

ଚାର୍ଲସ ଡାରଉଇନ (୧୮୦୯-୧୮୮୨)

ଡାରଉଇନଙ୍କ ବୈଜ୍ଞାନିକ ତତ୍ତ୍ଵ ପୃଥିବୀରେ ସବୁଠାରୁ ଅଧିକ ଆଲୋଡନ ସୃଷ୍ଟି କରିଛି । କୋପରନିକସ ଓ ଗାଲିଲିଓଙ୍କ ତତ୍ତ୍ଵ ଠାରୁ ଡାରଉଇନ ମନୋରାଜ୍ୟରେ ଅଧିକ ବିପ୍ଲବ ସୃଷ୍ଟି କରିଛନ୍ତି । ଡାରଉଇନ କହିଲେ ଅତି କ୍ଷୁଦ୍ର ପ୍ରାଣୀଙ୍କ ଠାରୁ କ୍ରମାନ୍ଵୟରେ ଉଚ୍ଚରୁ ଉଚ୍ଚତର ପ୍ରାଣୀଜାତି ସୃଷ୍ଟି ହୋଇଛି । ଡାରଉଇନଙ୍କର ସମସାମୟିକ ଶିକ୍ଷିତ ବ୍ୟକ୍ତି ତାଙ୍କର ଅକ୍ଲାନ୍ତ ପରିଶ୍ରମ ସଂଗ୍ରହ କରିଥିବା ବିପୁଳ ତଥ୍ୟ ଓ ସେସବୁକୁ ଭିତ୍ତିକରି ପରିବେକ୍ଷଣ କରିଥିବା ତତ୍ଵ ପ୍ରତି ଭୁକ୍ଷେପ ନ କରି ଗୋଟିଏ କଥାକୁ ନେଇ ଅଡି ବସିଲେ । ଡାରଉଇନଙ୍କ ତତ୍ଵରେ ଅଛି – ବାନର ମଣିଷର ପୂର୍ବପୁରୁଷ । ସଭ୍ୟ ଓ ବିଜ୍ଞାନବଳରେ ଚାକଚକ୍ୟ ଜୀବନ ବିଟାଉଥିବା ବ୍ୟକ୍ତିମାନଙ୍କୁ କଥାତା ବଡ ବଧିଲା । ବାଇବେଲକୁ ଭିତ୍ତିକରି ଧର୍ମଯାଜକମାନେ ହିସାବ କଲେ ଯେ ଖ୍ରୀଷ୍ଟପୂର୍ବ ୪୦୦୪ ଆକ୍ଟୋବର ୨୩ ତାରିଖ ଦିନ ସୃଷ୍ଟି ଆରମ୍ଭ ହେଲା । ଇଶ୍ଵର ଛଅଦିନରେ ସୃଷ୍ଟି ସମାପ୍ତ କରି ସପ୍ତାହର ଶେଷ ରବିବାର ଦିନଟି ବିଶ୍ରାମ ନେଲେ ।

ବିଶ୍ଵମାତ୍ର ଛଅହଜାର ବର୍ଷ ପୂର୍ବେ ସୃଷ୍ଟି ହୋଇଛି ବୋଲି ଶିକ୍ଷିତ ୟୁରୋପୀୟମାନେ ବିଶ୍ଵାସ କରୁନଥିଲେ । ଜ୍ୟୋତିର୍ବିଜ୍ଞାନୀ ଓ ଭୂତତ୍ଵବିଜ୍ଞାନୀଙ୍କ ଆବିଷ୍କାରରୁ ଜଣାପଡିଥାଏ ଯେ ବିଶ୍ଵର ବୟସ ମାତ୍ର ଛଅହଜାର ବର୍ଷଠାରୁ ଢେର ଅଧିକ । ମଣିଷ ଠାରୁ ଇତର ପ୍ରାଣୀମାନେ ବିବର୍ତ୍ତନ ସିଡିରେ ଅତି କ୍ଷୁଦ୍ର ପ୍ରାଣୀରୁ ଉପରକୁ ଉଠିଛନ୍ତି ବୋଲି ଡାରଉଇନ କହିଥିଲେ ଏତେ ହଇଛଇ ସୃଷ୍ଟି ହୋଇ ନଥାନ୍ତି ।

ମୋଟ ଉପରେ ଡାରଉଇନଙ୍କ ବିବର୍ତ୍ତନବାଦ ଏକ ବୈଜ୍ଞାନିକ ବିପ୍ଲବ ମାତ୍ର ନଥିଲା । ମଣିଷର ଚିନ୍ତା ଓ ମୂଲ୍ୟବୋଧରେ ଝଡ ସୃଷ୍ଟି କରି ବିବର୍ତ୍ତନବାଦ ସାଂସ୍କୃତିକ ବିପ୍ଲବ ଆଣିଲା । ସୂର୍ଯ୍ୟ ସୌରଜଗତର କେନ୍ଦ୍ରରେ ଅଛି କହି ପୂର୍ବରୁ କେବଳ କୋପରନିକସ ଏହିପରି ଏକ ବ୍ୟାପାର ବିପ୍ଲବର ସୂତ୍ରପାତ କରିଥିଲେ । ଡାରଉଇନଙ୍କର ଦୀର୍ଘକାଳର ଗବେଷଣା ବିଷୟ ଇଂଲଣ୍ଡରେ ବ୍ୟାପିଥାଏ । ଶେଷରେ ତାଙ୍କର ଜୀବନ ବ୍ୟାପି ଗବେଷଣା ଫଳ Origin of Species ନାମରେ ୧୮୫୯ ଖ୍ରୀସ୍ତାଦ୍ଦରେ ପ୍ରକାଶ ପାଇଲା । ଲଣ୍ଡନ ସହର , ଯୁକ୍ତିତର୍କରେ ସେ ପସିବାକୁ ଚାହାନ୍ତିନାହିଁ । ରକ୍ଷଣଶୀଳ ଲୋକ ଓ ଚର୍ଚ୍ଚର ଧର୍ମଯାଜକଙ୍କର ମୁକାବିଲା କରିବା ପାଇଁ କେତେକ ବିଜ୍ଞାନୀ ବାହାରି ପଡିଲେ । ସେମାନଙ୍କ ମଧ୍ୟ ଥମାସ ହେନେରୀ ହକସଲେ ବା ଟି.ଏଚ ହକସଲେ ଥିଲେ ବିବର୍ତ୍ତନବାଦର ପ୍ରଧାନ ସମର୍ଥକ । ହକସଲେ ଜଣେ ବିଶିଷ୍ଟ ଜୀବବିଜ୍ଞାନୀ । ବିଜ୍ଞାନ ସମ୍ପର୍କରେ ଜନ ପ୍ରିୟ ପୁସ୍ତକମାନ ଲେଖିଛନ୍ତି । ଏହା ବ୍ୟତୀତ ସେ ଖୁବ ଭଲ ବକୃତା ଦେଇ ପାରୁଥିଲେ । ହକସଲେ ଡାରଉଇନଙ୍କ “ ବୁଲଡଗ “ ବା ଡାହାଳ କୁକୁର ଭାବେ ପରିଚିତ ଥିଲେ । ୧୮୬୦ରେ ବ୍ରିଟିଶ ବିଜ୍ଞାନ ପ୍ରଗତି ସଂଘ ଅକସଫୋର୍ଡ ବିଶ୍ଵବିଦ୍ୟାଳୟରେ ଗୋଟିଏ ସଭାର ଆୟୋଜନ କରିଥିଲେ । ଏଥିରେ ସଦ୍ୟ ପ୍ରକାଶିତ ଡାରଉଇନଙ୍କ ବିବର୍ତ୍ତନବାଦ ଆଲୋଚନାର ବିଷୟବସ୍ତୁ ରଖାଯାଇଥାଏ । ଅକସଫୋର୍ଡ ର ବିରାଟ ହଲ ବିଶିଷ୍ଟ ଶ୍ରୋତାମାନଙ୍କରେ ପରିପୂର୍ଣ୍ଣ । ବକ୍ତୃତା ଶେଷରେ ସେ ପଚାରିଲେ – ତାଙ୍କ ଆଈମା ବା ଅଜା , କାହା ଆଡୁ ବିଜ୍ଞାନୀ ମାଙ୍କଡର ବଂଶଧର ବୋଲି ଦାବି କରୁଛନ୍ତି ଜାଣିପାରେ କି ? ହସ ଓ କରତାଳିରେ ହଲ ଫାଟି ପଡିଲା । ଏହା ପରେ ହକସଲେ କହିବାକୁ ଉଠିଲେ । ପ୍ରଥମେ ସେ ଧୀରସ୍ଥିର ଭାବେ ଡାରଉଇନଙ୍କ ତତ୍ତ୍ଵକୁ ବୁଝାଇଲେ । ତାପରେ ବିଶପଙ୍କୁ ଉତ୍ତର ଦେଇ ଆବେଗର ସହିତ କହିଲେ ଧରାଯାଉ , ହକସଲେ ମାଙ୍କଡଙ୍କ ଠାରୁ ଜାତ । ସେଇଠୁ କଣ ହେଲା ? ଯେଉଁ ମଣିଷ ସତ୍ୟକୁ ଢାଙ୍କି ପକାଇବାକୁ ତାର ପ୍ରତିଭାର ବିନିଯୋଗ କରେ , ତାର ବଂଶଧର ହେବା ଅପେକ୍ଷା ହକସଲେ ବାନରଙ୍କ ବଂଶଧର ହେବାକୁ ଅଧିକ ପସନ୍ଦ କରେ ।

ଓଃ ! ଏହାପରେ କି ଗୋଳମାଳ ! ଡାରଉଇନଙ୍କ ବନ୍ଧୁମାନେ ଉଲ୍ଲସିତ ହେଲେ । ଉପସ୍ଥିତ ଧର୍ମଯାଜକମାନେ ଚିତ୍କାର କରି ପ୍ରତିବାଦ କଲେ । ପଛରେ ବସିଥିବା ହକସଲେଙ୍କୁ ସମର୍ଥନ କରି ଟେବୁଲ ବାଡେଇଲେ , ନଚିଲେ ସବୁ କାଣ୍ଡ କାରଖାନା ଶି ନପାରି ବେଶଭୁସା ହୋଇ ସଭାକୁ ଆସିଥିବା ଜଣେ ଭଦ୍ର ମହିଳା ବେହୋସ ହୋଇଗଲେ ।

ଚାର୍ଲସ ଡାରଉଇନ ଇଂଲଣ୍ଡର ସ୍ରିଉସବୁରୀ ୧୮୦୯ ଖ୍ରୀଷ୍ଟାଦ୍ଦରେ ଜନ୍ମ ହୋଇଥିଲେ । ତାଙ୍କର ଅଜା ଓ ବାପା ଉଭୟେ ଡାକ୍ତର ଥିଲେ । ବଂଶର ବୃତ୍ତି ଚାର୍ଲସ ଗ୍ରହଣ କରନ୍ତୁ ଇଚ୍ଛା କରି ବାପା ତାଙ୍କୁ ଡାକ୍ତରୀ ପଢିବା ପାଇଁ ଏଡିନବର୍ଗ ପଠାଇଲେ । ମାତ୍ର ଡାକ୍ତରୀ ପାଠରେ ତାଙ୍କ ମନ ଲାଗିଲା ନାହିଁ । ଧର୍ମତତ୍ତ୍ଵ ପଢିବା ପାଇଁ ସେ କେମ୍ବ୍ରିଜ ଗଲେ । ଧର୍ମତତ୍ଵରେ ସେ ଡିଗ୍ରୀ ପାଇଲେ କିନ୍ତୁ ଧର୍ମଯାଜକ ହେବା ପାଇଁ ତାଙ୍କର ଇଚ୍ଛା ହେଲା ନାହିଁ । ପିଲାଦିନୁ ପଶୁପକ୍ଷୀ ଲକ୍ଷ୍ୟ କରିବା କୀଟ ପତଙ୍କ ସଂଗ୍ରହ କରିବାରେ ତାଙ୍କର ଆଗ୍ରହ ଥାଏ । ଡାକ୍ତରୀ ପାଠ ଛାଡିଆସିବା ଦିନୁ ବାପା ଚାର୍ଲସ ଙ୍କୁ ଅପଦାର୍ଥ ତାଲିକାରେ ରଖିଥିଲେ , ମାତ୍ର ପଶୁପକ୍ଷୀ ବୃକ୍ଷଲଟା ସମ୍ପର୍କରେ ଡାରଉଇନଙ୍କ ଜ୍ଞାନ ଓ ଆଗ୍ରହ କେତେକ ଅଧ୍ୟାପକଙ୍କ ଦୃଷ୍ଟିରେ ପଡିଥିଲା । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସହିତ ତାଙ୍କର ଘନିଷ୍ଠତା ହେଲା । ଜଣେ ହେଉଛନ୍ତି ଉଦ୍ଭିଦ ବିଜ୍ଞାନର ଅଧ୍ୟାପକ ହେଲସଲୋ । ଡାରଉଇନ ହେଲସଲୋଙ୍କ ଘରକୁ ଯାଆନ୍ତି ଓ ତାଙ୍କ ସହିତ ଆଲୋଚନା କରି ଅନେକ ବିଷୟ ଶିଖନ୍ତି । ବିଖ୍ୟାତ ଜର୍ମାନ ପ୍ରାକୃତିକ ବିଜ୍ଞାନୀ ଆଲେକଜାଣ୍ଡାର ଭନ ହମ ବୋଲଟ ଙ୍କ ବହି ପଢିବାକୁ ଅଧ୍ୟାପକ ହେଲସଲୋ ତାଙ୍କୁ ଉପଦେଶ ଦେଲେ । ଯେଉଁ ଦ୍ଵିତୀୟ ବିଜ୍ଞାନୀଙ୍କ ସହିତ ତାଙ୍କର ବନ୍ଧୁତ୍ଵ ହୋଇଥିଲା ସେ ହେଉଛନ୍ତି ଭୂତତ୍ଵ ବିଜ୍ଞାନର ପ୍ରଫେସର ସେଡ଼ଗୁଇକ ।

ପଢାସାରି ଡାରଉଇନ ବାପାଙ୍କ ପାଖକୁ ଆସିଥାନ୍ତି । ସେତେବେଳେ ସେ ବାଇଶ ବର୍ଷ ବୟସର ଯୁବକ । ଘରେ ଥିବା ସମୟରେ ଡାରଉଇନ ଅପ୍ରତ୍ୟାଶିତ ଭାବେ ଖବର ପାଇଲେ ଯେ ଦକ୍ଷିଣ ଆମେରିକା ଉପକୁଳ ଓ ପ୍ରଶାନ୍ତମହାସାଗରରେ କେତେକ ଦ୍ଵୀପ ଅନୁସନ୍ଧାନରେ ବାହାରିଥିବା ବିଗଳ ନାମକ ଜାହାଜରେ ପ୍ରକୃତି ପର୍ଯ୍ୟବେକ୍ଷଣ ରୂପେ ଯାତ୍ରା କରିବା ପାଇଁ ସେ ନିର୍ବାଚିତ ହୋଇଛନ୍ତି । ବିଗଳ ପାଞ୍ଚ ବର୍ଷ କାଳ ବୁଲିବା ପରେ ଇଂଲଣ୍ଡ ଫେରିବାର ଯୋଜନା ରଖିଥାଏ । ଅଧ୍ୟାପକ ହେଲସଲୋ ଡାରଉଇନଙ୍କ ନାମ ସୁପାରିସ କରିଥାନ୍ତି । ଡାରଉଇନଙ୍କର ଆଶ୍ଚର୍ଯ୍ୟ ଓ ଆନନ୍ଦର ସୀମା ରହିଲା ନାହିଁ , ମାତ୍ର ପ୍ରଥମ ପ୍ରତିବନ୍ଧକ ହେଲେ ବାପା । ଯାତ୍ରା ଖର୍ଚ୍ଚ କିଛି ଅର୍ଥ ଦେଇ ପୁଅର ପାଞ୍ଚବର୍ଷକାଳ ପୃଥିବୀ ଏ ମୁଣ୍ଡରୁ ସେମୁଣ୍ଡ ଯାଏ ଘୁରିବୁଲିବା ଯୋଜନା ତାଙ୍କୁ ନିରର୍ଥକ ଲାଗିଲା । ତେବେ ଡାରଉଇନଙ୍କ ମାମୁ ଯୁକ୍ତି କରି ବାପାଙ୍କୁ ରାଜି କରାଇଲେ । ଆନନ୍ଦରେ ଡାରଉଇନ ଲଣ୍ଡନ ଧାଇଁଲେ , ମାତ୍ର ଦ୍ଵିତୀୟ ପ୍ରତିବନ୍ଧକ ହେଲା ତାଙ୍କର ନାକ ! ଡାରଉଇନଙ୍କର ଚେପଟା ନାକ ଦେଖି ଜାହାଜ କାପ୍ତାନ ବିଗିଡିଗଲେ । କାପ୍ତାନ ଥିଲେ ଅଭିଜାତ ବଂଶଜ । ସେ ରାଜା ଦ୍ଵିତୀୟ ଚାର୍ଲସଙ୍କ ବଂଶଧର । ତାଙ୍କ ନାମ ଉଚ୍ଛା ଓ ତିଖ । କାପ୍ତାନଙ୍କ ବିଶ୍ଵାସ ଯେ ନାକ ମଣିଷର ଚରିତ୍ର ଧରାପଡେ । ଛୋଟିଆ , ଚେପଟା ନାକିଆମାନେ ଦୁର୍ବଳମନା । କୌଣସି କଷ୍ଟ ସହିପାରନ୍ତି ନାହିଁ । ବିଗଲ ଜାହାଜରେ ଯାତ୍ରା କରି ସବୁ ପ୍ରତି କୁଳ ପରିସ୍ଥିତିରେ ଧାର୍ଯ୍ୟ ଧରିବାର ଲକ୍ଷଣ ଏ ଚିନ୍ତାଧାରା ବଦଳେଇ ଦେଲେ ।

ଘରୁ ଡାରଉଇନ ତାଙ୍କର ଅଣୁବୀକ୍ଷଣ ଯନ୍ତ୍ର ମଗାଇନେଲେ । କାପ୍ତାନଙ୍କ ପରାମର୍ଶ ଅନୁସାରେ ଗୋଟିଏ ବନ୍ଧୁକ ଓ ଗୋଟିଏ ପିସ୍ତଲ ସାଙ୍ଗରେ ଧରିଲେ ସେତେବେଳେ ବିଗଲ ଛୋଟିଆ ଜାହାଜ ରୂପେ ପରିଗଣିତ ହେଉଥିଲା । ବର୍ତ୍ତମାନ ମାପକାଠିରେ ବିଗଲ ବଡ ଡଙ୍ଗାଟିଏ ପରି ।ଜାହାଜ ଯାତ୍ରାର ବାନ୍ତି ଓକାଳ ପ୍ରଭୁତିକୁ ଭୁଖେପ ନ ଥିବା ଡାରଉଇନଙ୍କୁ ଧରି ୧୮୩୧ ମସିହାର ଡିସେମ୍ବର ୨୭ ତାରିଖ ଦିନ ବିଗଲ ଇଂଲଣ୍ଡ ଛାଡିଲା । ଦୁଇ ମାସ ପରେ ବିଗଲ ପହଞ୍ଚିଲା ଦକ୍ଷିଣ ଆମେରିକା ଉପକୁଳରେ । ସେତେବେଳେ କ୍ୟାମେରା ଆବିଷ୍କାର ହୋଇ ନଥିଲା । ଡାରଉଇନ ଯେଉଁ ବିଚିତ୍ର ଓ ନୂଆ ଜାତିର ଜୀବ ଦେଖୁଥିଲେ ସେମାନଙ୍କୁ ବନ୍ଧୁକରେ ମରି ସେମାନଙ୍କର ଚମଡା ଉତାରି ପେଟି ପେଟି ଚମଡା , ଜାତି ଜାତିକା କୀଟ ପତଙ୍ଗ , ସଂରକ୍ଷିତ ମୂଷା ଓ ମାଛ ପ୍ରଭୃତି ଅଧ୍ୟାପକ ହେନସଲୋଙ୍କ ପାଖକୁ ପଠାଉଥିଲେ । ଫସିଲ ପଥର , ନୂତନ ପ୍ରକାର ଶିଳା , ବଡ ବଡ ଜନ୍ତୁଙ୍କର କଙ୍କାଳରେ ବିଗଲ ଜାହାଜ ଭର୍ତ୍ତି ହୋଇଗଲା । ବିଗଲ ଯାତ୍ରା ଆରମ୍ଭ ହେବାର ପ୍ରାୟ ଚାରିବର୍ଷ ପରେ ଡାରଉଇନ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଦ୍ଵୀପ ଗାଲାପେଗୋସରେ ପହଞ୍ଚିଲେ । ଆମେରିକାର ପ୍ରଧାନ ଭୂଖଣ୍ଡ ଠାରୁ ଦ୍ଵୀପଟି ପାଞ୍ଚଶହ ମାଇଲ ଦୂରରେ ଅବସ୍ଥିତ । ଗାଲାପେଗୋସରେ ବାସିନ୍ଦାଙ୍କ ସଂଖ୍ୟା କମ ଓ ଜାହାଜଯାତ୍ରୀଙ୍କ ପାଇଁ ଆକର୍ଷଣୀୟ କିଛି ନାହିଁ । ଜାହାଜ ଏହି ଦ୍ଵୀପରେ ଅଟକି ପାଣି ଭର୍ତ୍ତି କରି ନିଏ ଓ ତାଜା ମାଂସ ସଂଗ୍ରହ କରି ବାହାରିଯାଏ । ଗାଲାପେଗୋସରେ ଗୋଟିଏ ସ୍ପେନୀୟ ଶବ୍ଦ । ଏହାର ଅର୍ଥ ଅତିକାୟ କଇଁଚ । ସାଧାରଣ ଲୋକଙ୍କ ପାଇଁ ଯେଉଁ ଦ୍ଵୀପ ଆକର୍ଷଣ ଶୂନ୍ୟ ଜଣେ ପ୍ରାକୃତିକ ବିଜ୍ଞାନୀ ପାଇଁ ତହିଁରେ ଅମୂଲ୍ୟ ସମ୍ପଦ ଭରି ରହିଛି । ନାନା ପକାର ପକ୍ଷୀ , ଉଦ୍ଭିଦ ଓ ଜୀବଜନ୍ତୁଙ୍କ ମଧ୍ୟରୁ ଗୋଟିଏ ଜାତିର ସାମୁଦ୍ରିକ ସରୀସୃପ ଡାରଉଇନଙ୍କ ବିସ୍ମୟାଭୂତ କଲା । ତିନି ଫୁଟ ଲମ୍ବା ଏହି ସରୀସୃପକୁ ଯେତେ ତଡିଲେ ତାହା ସମୁଦ୍ର ଭିତରକୁ ଯାଏ ନାହିଁ । କୌଣସି ପ୍ରକାର ପାହାଡ ଖୋଲରେ ପଶିଯାଏ । ଏହା କାରଣ ଭାବି ଡାରଉଇନ ସ୍ଥିର କାଲେ ଯେ ସାର୍କ ଖାଇଯିବ ଭୟରେ ଏ ସରୀସୃପ ପାଣିକୁ ଯାଏନା ।ଜୀବନ ବଞ୍ଚାଇବାର ଅନ୍ତର୍ବୋଧ ପୁରୁଷ ପୁରୁଷ ଧରି ତାଙ୍କୁ ପାଣିକୁ ଯିବାକୁ ରୋକୁଥିବାରୁ ଏ ଜାତିର ସରୀସୃପ ବଞ୍ଚିରହିଛି । ନଚେତ କେବେଠାରୁ ଲୋପ ପାଆନ୍ତାଣି । ଗାଲାପେଗୋସରେ ଡାରଉଇନ Survival ର ଗୋଟିଏ ସୂତ୍ରର ଆଭାସ ପାଇଗଲେ ।

୧୮୩୫ ଅକ୍ଟୋବର ୨୦ ତାରିଖ ଦିନ ବିଗଳ ଡାରଉଇନଙ୍କୁ ଧରି ଇଂଲଣ୍ଡ ଉପକୁଳରେ ଲାଗିଲା । ବାଇଶ ବର୍ଷ ବୟସର ଉତ୍ସାହୀ, ସଦା ଚଞ୍ଚଳ ଡାରଉଇନ ପାଞ୍ଚବର୍ଷ ଭୀତରେ ବୁଢା ହୋଇ ନଥିଲେ । ସତ୍ୟର ଆଭାସ ପାଇ ଚିନ୍ତିତ ଓ ଆବାକ ହୋଇଯାଇଥିଲେ । ଲଣ୍ଡନରେ ପାଦ ଦେଇ ଡାରଉଇନ ଜାଣି ବିସ୍ମିତ ହେଲେ ଯେ ଆଉ ସେ ଅନାମଧେୟ ଯୁବକ ହୋଇନାହାନ୍ତି । ଲୋକମାନେ ତାଙ୍କ ବିଷୟରେ ଜାଣିଛନ୍ତି । ହେନସଲୋଙ୍କ ପାଖକୁ ସେ ଯେଉଁ ପେଟି ପେଟଟି ମାଲ ଓ ଲମ୍ବା ଚିଠି ପଠାଇଥିଲେ ତାହା ପ୍ରଥମେ କେମ୍ବ୍ରିଜ ପରିସରରେ ଆଲୋଚିତ ହେବା ପରେ ବହରେ ବ୍ୟାପୀଥିଲା । ବିଶିଷ୍ଟ ଭୂତତ୍ଵବିଜ୍ଞାନୀ ଚାର୍ଲସ ଲୟେଲ ଡାରଉଇନ ନିୟନ୍ତ୍ରଣ କାଲେ । ଡାରଉଇନଙ୍କୁ ଜିଓଲୋଜିକାଲ ସୋସାଇଟିର ସଭ୍ୟ କରାଗଲା ଓ ପରେ ସେ ଏହାର ସେକ୍ରେଟାରୀ ହେଲେ ।

ବିଗଲ ଯାତ୍ରା ସିନା ସରିଗଲା , ବୈଜ୍ଞାନିକ ଗବେଷଣା ଆରମ୍ଭ ହୋଇ ନଥାଏ । ଯେଉଁ ସବୁ ଜିଣିଷ ସେ ପାଞ୍ଚ ବର୍ଷ ଭୀତରେ ସଂଗ୍ରହ କରିଥିଲା ସେ ସବୁ ଅଧ୍ୟୟନ କରି ସେମାନଙ୍କର ବୈଜ୍ଞାନିକ ବାର୍ତ୍ତା ବୁଝିବାକୁ ପଡିବ । ଏ କାମ ତାଙ୍କୁ ଆକାଶିଆ ଲାଗିଲା । ନୈରାଶ୍ୟ ଭାଙ୍ଗିବାକୁ ସେ ଆଗ ବାହା ହୋଇ ପଡିଲେ । ଡାରଉଇନଙ୍କୁ ସେତେବେଳେ ତିରିଶବର୍ଷ ପୂରି ନଥାଏ । ବିବାହ ପରେ ଲଣ୍ଡନ ଗହଳି ଭୀତରେ ତିନି ବର୍ଷ କଟେଇ ଡାରଉଇନ ଅଣନିଃଶ୍ବାସୀ ହୋଇପଡିଲେ । ଘରେ , ବାହାରେ ଏତେ ଲୋକ ଭିଡ କାଲେ ସେ କାମରେ ମନ ଦେବେ କିପରି । ସେ ଗୋଟିଏ ଗାଁକୁ ଉଠିଗଲେ । ସେଠାରେ କ୍ଵଚିତ ତାଙ୍କର ଘରଲୋକ ଓ ଅତି ଘନିଷ୍ଟ ବନ୍ଧୁ ଯାଆନ୍ତି । ଅବଶିଷ୍ଟ ଜୀବନ ଡାରଉଇନ ସେଇ ଗାଁରେ କଟାଇଦେଲେ । ଡାରଉଇନଙ୍କ ପୂର୍ବରୁ ଇଶ୍ଵରଙ୍କ ସୃଷ୍ଟିତତ୍ଵର ସମାଲୋଚନା କରିବା ଭଳି ବିବର୍ତ୍ତନବାଦୀ ବିଜ୍ଞାନୀ ଥିଲେ । ସୃଷ୍ଟିତତ୍ତ୍ଵବାଦୀମାନେ କୁହନ୍ତି , ଜୀବିତ ଓ ଲୋପ ପାଉଥିବା ସବୁ ପ୍ରାଣୀଜାତି ଇଶ୍ଵରଙ୍କ ସୃଷ୍ଟି । ବିବର୍ତ୍ତନବାଦୀ କହେ , ଗୋଟିଏ ପ୍ରାଣୀଜାତିରୁ ଉଚ୍ଚତାର ପ୍ରାଣୀଜାତି ସୃଷ୍ଟି ହୋଇଛି । ଡାରଉଇନ ଅଜା ଏରାସମ ଡାରଉଇନ ସୃଷ୍ଟି ତତ୍ତ୍ଵର ସମାଲୋଚନା କରୁଥିଲେ । ଉଣ୍ଣବିଂଶ ଶତାଦ୍ଦୀର ପ୍ରଥମ ଦଶକରେ ଫରାସୀ ବିବର୍ତ୍ତନବାଦୀ ଲାମ୍ବାର୍କ କହିଥିଲେ ଯେ ମନୁଷ୍ୟ ସମେତ ଉଚ୍ଚତର ପ୍ରାଣୀ ମାନେ ପୂର୍ବରୁ ନିମ୍ନ ତାର ପ୍ରାଣୀଙ୍କ ବିବର୍ତ୍ତନରୁ ସୃଷ୍ଟି । ଉଚ୍ଚରେ ଥିବା ଡାଳ ପତ୍ର ଖାଇବା ପାଇଁ ବେକ ଲମ୍ବେଇବା ଫଳରେ ଜିରାଫ ର ବେକ ଏତେ ଲମ୍ବା ହୋଇଛି ବୋଲି ଲାମ୍ବାର୍କ କହିଠିଲେ । ତାଙ୍କର ଏହି ଉକ୍ତି ବିବର୍ତ୍ତନର ସତ୍ୟତା ମୋଟାମୋଟି ଭାବେ ପ୍ରତିଫଳିତ । ସତ୍ୟ ହେଉଛି , ଛୋଟ ବେଳବାଲା ଜିରାଫ ଖାଦ୍ୟାଭାବରୁ ଶୀଘ୍ର ମରନ୍ତି । ଲମ୍ବା ବେକିଆ ଅଧିକ ଦିନ ବଞ୍ଚି ବଂଶବୃଦ୍ଧି କରନ୍ତି । ଲମ୍ବା ବେକିଆଙ୍କ ଛୁଆଙ୍କ ବେକ ଲମ୍ବା ହେଲା । ଏହି ପ୍ରକ୍ରିୟାରେ କିଛି ପୁରୁଷ ପରେ ଛୋଟ ବେକିଆ ଲୋପ ଓ ଲମ୍ବା ବେକିଆ ଜିରାଫମାନେ ବଞ୍ଚିରହିଲେ ।

ସଂଗୃହିତ ତଥ୍ୟକୁ ସଜାଡିବା ସହିତ ବିବର୍ତ୍ତନ ସମ୍ପର୍କରେ ଚିନ୍ତିତ ଥିବା ବେଳେ ଡାରଉଇନ ଇଂରେଜ ଅର୍ଥନୀତିଜ୍ଞ ମାଲଥସଙ୍କ ବିଖ୍ୟାତ ଜନ ସଂଖ୍ୟା ବୃଦ୍ଧି ସମ୍ପର୍କୀୟ ଆଲୋଚନା ଗ୍ରନ୍ଥ ପଢିଲେ । ୧୭୯୮ରେ ପ୍ରକାଶିତ ଏହି ଗ୍ରନ୍ଥରେ ମାଲଥସ ଦର୍ଶାଇଥିଲେ , ଜନସଂଖ୍ୟା ପ୍ରତି ପଚାଶ ବର୍ଷରେ ଦୁଇବର୍ଷ ହୋଇଯାଉଛି । ଅଥଚ ଶସ୍ୟ ଉତ୍ପାଦନ ଦେଇ ଅନୁପାତରେ ବଢୁନାହିଁ । ଫଳରେ ଖାଦ୍ୟାଭାବରୁ ମଣିଷଜାତି ଭୟଙ୍କର ବିପଦର ସମ୍ମୁଖୀନ ହେବ । ମାଲଥସ ଏକ ଅଠା ଲେଖିବା ବେଳକୁ ଆଧୁନିକ ବିଜ୍ଞାନ ଅଗ୍ରଗତି କରିଥାଏ । ବିଜ୍ଞାନର ପ୍ରୟୋଗ କରି କୃଷିରେ ଉନ୍ନତ ଆଣିଯିବା ଫଳରେ ମାଳଥସଙ୍କ ଭବିଷ୍ୟବାଣୀ ସତ୍ୟ ହୋଇନାହିଁ । ତାହା ଅଲଗା କଥା । କେତେକ ମଣିଷ ବଞ୍ଚିବାକୁ ହେଲେ କେତେକଙ୍କୁ ମାରିବାକୁ ପଡିବ – ମାଲଥସଙ୍କ ଏହି ସିଦ୍ଧାନ୍ତ ଡାରଉଇନନୁ ପ୍ରଭାବିତ କଲା । ଯେଉଁ ପ୍ରାଣୀଜାତି ବଞ୍ଚିବା ପାଇଁ ଅଧିକ ଯୋଗ୍ୟ ଓ ପରିବେଶ ସହିତ ଅଧିକ ଖାପ ଖୁଆଇ ପରେ , ସେଇ ବଞ୍ଚିରହେ । ବଞ୍ଚିବାର ପ୍ରତିଯୋଗୀତାରେ ହଟିଯାଇଥିବା ପ୍ରାଣୀଜାତି ଲୋପ ପାଆନ୍ତି । ବୈଜ୍ଞାନିକ ପରିଭାଷା ଅନୁସାରେ ଏହି ତଥ୍ୟ survival of the fittest ଭାବେ ପରିଚିତ ।

ବିଗଲ ଯାତ୍ରା ସେସ ହେବାର ଦୁଇବର୍ଷ ଭିତରେ ଡାରଉଇନ ବିବର୍ତ୍ତନବାଦକୁ ମୋଟାମୋଟି ଭାବେ ବୁଝିସାରିଥିଲେ , ମାତ୍ର ତଥ୍ୟ ପ୍ରମାଣ ସହିତ ବିବର୍ତ୍ତନବଡକୁ ଲିପିବଦ୍ଧ କରିବା ଡାରଉଇନଙ୍କୁ ଆହୁରି କୋଡିଏ ବର୍ଷ ଲାଗିଗଲା । ଜୀବନବ୍ୟାପୀ ଅନ୍ଵେସଣ ର ଫଳ ସ୍ୱରୂପ The origin of species ପ୍ରକାଶ ପାଇବା ପୂର୍ବରୁ ମାଲେସିଆରୁ ଜଣେ ଇଂରେଜ ପ୍ରାକୃତିକ ବିଜ୍ଞାନୀ ଆଲଫ୍ରେଡ ୱାଲେସ ତାଙ୍କର ଗୋଟିଏ ନିବନ୍ଧ ଡାରଉଇନଙ୍କ ପାଖକୁ ପଠାଇଲେ । ଏହାକୁ ପଢି ଡାରଉଇନ ବଡ ଦ୍ଵନ୍ଦରେ ପଡିଲେ । ସେ ଯେଉଁ ବିବର୍ତ୍ତନବାଦ ଲେଖୁଛନ୍ତି ତାକୁ ୱାଲେସ ଲେଖି ସାରିଛନ୍ତି । ବିବର୍ତ୍ତନବାଦ ଆବିଷ୍କାରର ସମସ୍ତ କୃତିତ୍ଵ ୱାଲେସଙ୍କୁ ଦେବାକୁ ଡାରଉଇନ ପ୍ରସ୍ତୁତ ହୋଇଗଲେ । ଉଦାରତାରେ ୱାଲେସ କମ ନୁହନ୍ତି । ସେ ଜଣାଇଲେ ଯେ ବିବର୍ତ୍ତନବାଦର ଆବିଷ୍କାର ତ ଡାରଉଇନଙ୍କ କୃତିତ୍ଵ । ବନ୍ଧୁମାନଙ୍କର ପରାମର୍ଶ ଅନୁସାରେ ଡାରଉଇନଙ୍କ ଏକ ନିବନ୍ଧ ସହିତ ୱାଲେସଙ୍କ ନିବନ୍ଧକୁ ଗୋଟିଏ ବଡ ବୈଜ୍ଞାନିକ ସଭାରେ ପେଶ କରାଗଲା । ଏହା ୧୮୫୮ ଜୁଲାଇ ୧ ତାରିଖର ଘଟଣା । ଏହାପରେ ସମଗ୍ର ପୃଥିବୀକୁ ଆନ୍ଦୋଳିତ କରିଥିବା ଡାରଉଇନଙ୍କ ବହି ପ୍ରକାଶ ପାଇଲା । ୧୮୫୯ ନଭେମ୍ବର ୨୪ ତାରିଖରେ ।“ ଅରିଜିନ “ ଛଅଶହ ପୃଷ୍ଠାର ବହି । ପ୍ରକାଶନ ଏହାର ୧୨୫୦ କପି ଛାପିଥିଲେ । କାଳେ ବହି ବିକ୍ରି ହେବ ନାହିଁ ଓ ପ୍ରକାଶକ କ୍ଷତିରେ ପଡିବେ ସେ କଥା ଡାରଉଇନ ଭୟ କରୁଥାନ୍ତି , ମାତ୍ର ସେପରି ହେଲାନହିଁ । ବହି ପ୍ରକାଶ ପାଇବା ଦିନ ବହି ଦୋକାନୀମାନେ ସବୁ ବହି କିଣିନେଲେ । “ ଅରିଜିନ “ ବିକ୍ରି ତାଲିକାରେ “ ସର୍ବଶ୍ରେଷ୍ଠ ପୁସ୍ତକ “ ଟିଏ ଠାରୁ ଅନେକ କିଛି ଅଧିକ । ଏଗ୍ରନ୍ଥ ମଣିଷର ଚିନ୍ତାରେ ବିପ୍ଲବ ସୃଷ୍ଟି କରିଛି । ପୃଥିବୀ ଓ ଏହାର ଜୀବଜନ୍ତୁ ମାତ୍ର ଛଅହଜାର ବର୍ଷ ପୂର୍ବରୁ ସୃଷ୍ଟି ହୋଇଛି ବୋଲି ଧର୍ମ ଧାରଣାକୁ ଡାରଉଇନ ଓଲଟପାଲଟ କରିଦେଲେ । ତାଙ୍କ ସମୟରେ ବୁଝିହେଲା ଯେ ଶିଳା , ଫସିଲ ପ୍ରଭୃତି ଙ୍କ ସାକ୍ଷ୍ୟ ଅନୁସାରେ ପ୍ରାଣୀମାନେ ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ସୃଷ୍ଟି ହୋଇଛନ୍ତି । ବର୍ତ୍ତମାନ ଜଣାପଡିଛି ଯେ ପୃଥିବୀର ବୟସ ଚାରିଶହ ଷାଠିଏ କୋଟି ବର୍ଷ । ଜୀବନର ଆବିର୍ଭାବ ଚାରିଶହ କୋଟି ବର୍ଷ ପୂର୍ବେ ହୋଇଥିଲା । ଡାରଉଇନ କେବଳ ବିବର୍ତ୍ତନବାଦ ତତ୍ଵର ଜନକ ନୁହନ୍ତି , ଆଧୁନିକ ଜୀବବିଜ୍ଞାନର ଜନକ । ବଂଶାନୁକ୍ରମିକତା , ଜିନ , ଜିନବିଜ୍ଞାନ ଓ ଡିଏନଏ ସମ୍ପର୍କୀୟ ବିଂଶ ଶତାଦ୍ଦୀର ଗୁରୁତ୍ଵପୂର୍ଣ୍ଣ ଗବେଷଣା ଡାରଉଇନଙ୍କ କାନ୍ଧରେ ଭରା ହୋଇ ମୁଣ୍ଡ ଟେକିଛନ୍ତି ।

ଡାରଉଇନ ଜଣେ ଅମାୟିକ ବ୍ୟକ୍ତି ଥିଲେ । ଇଂଲଣ୍ଡର ବିଖ୍ୟାତ ପ୍ରଧାନମନ୍ତ୍ରୀ ଗ୍ଲାଡଷ୍ଟୋନ ଥରେ ତାଙ୍କୁ ଦେଖାକରିବାକୁ ଆସିଥିଲେ । ସେ ଗଲା ପରେ ଡାରଉଇନ ମନ୍ତବ୍ୟ କରିଥିଲେ “ ମନେହେଉଛି ସେ ଜଣେ ମହାନ ବ୍ୟକ୍ତି ବୋଲି ମିଷ୍ଟାର ଗ୍ଲାଡଷ୍ଟୋନ ଆଦୌ ସଚେତନ ନୁହନ୍ତି । ମୋ ପରି ଜଣେ ସାଧାରଣ ଲୋକ ସହିତ ସେ ସାଧାରଣ ଭାବେ ମିଶି କଥାବାରତା କଲେ ।“ ଏ ମନ୍ତବ୍ୟ ଗ୍ଲାଡଷ୍ଟୋନ କାନରେ ପଡିବାରୁ ସେ କହିଥିଲେ “ ମୋ ପ୍ରତି ତାଙ୍କର ମନୋଭାବ ଯାହା, ତାଙ୍କ ପ୍ରତି ମୋର ମନୋଭାବ ଅବିକଳ ସେଇୟା ।

ପରମାଣୁର ଆବିଷ୍କାରକ

ଜନ ଡାଲଟନ (୧୭୬୬-୧୮୪୪)

ଇଂଲଣ୍ଡର ଗୋଟିଏ ଗରିବ ତନ୍ତୀ ପରିବାରରେ ଡାଲଟନଙ୍କର ଜନ୍ମ । ତାଙ୍କ ଜୀବନର ଗତି ବଡ ଅବାଗିଆ । ଉଦାହରଣ ସ୍ୱରୂପ ମାତ୍ର ବାରବର୍ଷ ବୟସରେ ସେ ତାଙ୍କ ଗାଁରେ ଗୋଟିଏ ସ୍କୁଲ ଖୋଲିଲେ । ତାଙ୍କରି ବୟସର କେତେକ ପିଲା ପାଠ ପଢିବାକୁ ଆସୁଥାଆନ୍ତି । ମାତ୍ର ଡାଲଟନଙ୍କ ପାଠପଢାରେ ସନ୍ତୁଷ୍ଟ ନ ହୋଇ ପିଲାମାନେ ଧୀରେ ଧୀରେ ସ୍କୁଲ ଛାଡିଲେ ଓ ତିନିବର୍ଷ ଭିତରେ ସ୍କୁଲ ଛାତ୍ରଶୂନ୍ୟ ହୋଇଗଲା । ପରେ ସତେଇଶ ବର୍ଷ ବୟସରେ ଡାଲଟନ ମାଞ୍ଚେଷ୍ଟରର ନିଉ କଲେଜରେ ଗଣିତ ଓ ବିଜ୍ଞାନ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ , ମାତ୍ର ଜଣେ ବଡ ବିଜ୍ଞାନୀ ଶିକ୍ଷକ ହିସାବରେ ଯେଉଁ କୃତିତ୍ଵ ଦେଖାଇବା ଆଶା କରାଯାଏ , ତାହା ସେ ଆଦୌ ଦେଖାଇ ପାରିଲେ ନାହିଁ । ଡାଲଟନ ବିଭିନ୍ନ ବିଷୟରେ ଚେଷ୍ଟା କରିଥିଲେ କିନ୍ତୁ କେଉଁଥିରେ ତାଙ୍କୁ ସଫଳତା ମିଳିନଥିଲା । ଜଣେ ବକ୍ତା ହେବାକୁ ସେ ଉଦ୍ୟମ କଲେ । ମାତ୍ର ତାଙ୍କର ଅପରିଛନ୍ନ ବେଶଭୂଷା ଓ ପ୍ରଭାବଶୂନ୍ୟ କଥନଶୈଳୀ ଶ୍ରୋତାଙ୍କୁ ଆକୃଷ୍ଟ କଲା ନାହିଁ । କିଛି ଦିନ ଫୁଲ ଓ ପ୍ରଜାପତି ସଂଗ୍ରହରେ ମାତିଳେ । ଏ କାମ ବରଂ ଲୋକଙ୍କୁ କୌତୁକ ଲାଗିଲା ଓ ସେମାନେ ଏହାକୁ କୌଣସି ଗୁରୁତ୍ଵ ଦେଲେ ନାହିଁ । ଗୋଟିଏ ବ୍ୟାକରଣ ପୁସ୍ତକ ଲେଖିଲେ । ପୁସ୍ତକଟି ଭଲ ଥିଲା , ମାତ୍ର ତାହା ଛାତ୍ର ଓ ଶିକ୍ଷକଙ୍କ ଦ୍ରୁଷ୍ଟି ଆକର୍ଷଣ କଲାନାହିଁ । ଡାଲଟନଙ୍କର କର୍କଶ ସ୍ଵଭାବ ଯୋଗୁଁ ତାଙ୍କର ବନ୍ଧୁ କମ ଥିଲେ ଓ ତାଙ୍କର କୌଣସି ଭଲଗୁଣ ପ୍ରଶଂସିତ ହେଉନଥିଲା । ସେ କାହିଁକି ବିବାହ କଲେ ନାହିଁ ବୋଲି କିଏ ପରିଚାରିଲେ ଡାଲଟନ କହିଥିଲେ -ବାହାହେବା ପରି ବାଜେ କଥାକୁ ମୁଣ୍ଡ ପୂରାଇବା ପାଇଁ ତାଙ୍କର ବେଳ ନଥିଲା । ଏପରି ଚିଡି ଚିଡ଼ା ସ୍ଵଭାବ ହେତୁ ଡାଲଟନଙ୍କ ପ୍ରଶଂସା ବାହାରୁନଥିଲା । ଯୌବନ କାଳରୁ ଡାଲଟନ ପାଣିପାଗ ଗବେଷଣାରେ ମନପ୍ରାଣ ଦେଇ ଲାଗିଥିଲେ । ଜୀବନର ଶେଷ ଦିନ ପର୍ଯ୍ୟନ୍ତ ଥର୍ମୋମିଟର ଓ ବାରୋମିଟର ଧରି ବାୟୁର ତାପ, ଚାପ ପ୍ରଭୁତି ମାପିବା ବ୍ୟାପାର ରେ ସେ ଅତ୍ୟନ୍ତ ନିଷ୍ଠାପର ଥିଲେ କୃଷକ ଓ ସାଧାରଣ ଲୋକଙ୍କୁ ପାଣିପାଗ ବିଷୟରେ ଅବଗତ କରାଇବା ତାଙ୍କର ଉଦ୍ଦେଶ୍ୟ ଥିଲା , ମାତ୍ର ଅନେକ ଲୋକ ଡାଲଟନଙ୍କ ପାଣିପାଗ ସମ୍ବନ୍ଧୀୟ ଗଣନା ଓ ତାଙ୍କର ଭବିଷ୍ୟତବାଣୀ ଅବିଶ୍ଵାସ କରିବାକୁ ଭଲ ପାଇଥିଲେ । ଲୋକମାନେ ଜଣେ ବିଜ୍ଞାନୀକୁ ଶ୍ରଦ୍ଧା କରନ୍ତୁ ବା ମୁହଁ ମୋଡନ୍ତୁ ତାଙ୍କ ବୈଜ୍ଞାନିକ ତତ୍ତ୍ଵର ମହତ୍ଵ ଓ ଗୁରୁତ୍ବ ଲୋକଙ୍କର ବିଜ୍ଞାନୀଙ୍କ ପ୍ରତି ଶ୍ରଦ୍ଧା ଓ ମୁହଁମୋଡ ଉପରେ ନିର୍ଭର କରେନା । ଡାଲଟନ ଆଧୁନିକ ପରମାଣୁ ତତ୍ଵର ଜନକ ଭାବେ ସ୍ଵୀକୃତ । ଡାଲଟନଙ୍କ ଅନେକ ପୂର୍ବରୁ ପ୍ରାୟ ଚବିଶ ଶହ ବର୍ଷ ପୂର୍ବେ ଗ୍ରୀକ ଦାର୍ଶନିକ ଡିମୋକ୍ରିଟିସ ଆଟମର ଓ ଭାରତୀୟ ଦାର୍ଶନିକ କଣାଦ ପରମାଣୁ କଳ୍ପନା କରିଥିଲେ । ଡିମୋକ୍ରିଟିସ କହିଥିଲେ ଏଜେ ବସ୍ତୁକୁ ଭାଙ୍ଗି ଭାଙ୍ଗି ଚାଲିଲେ ଆମେ ବସ୍ତୁର କ୍ଷୁଦ୍ରତମ କନିକା ପାଇବା ଯାହାକୁ ଆଉ ଭାଙ୍ଗି ହେବ ନାହିଁ । ବସ୍ତୁର ଏପରି କ୍ଷୁଦ୍ରତମ କନିକାର ନାମ ଆଟମ । ଗ୍ରୀକ ଭାଷାରେ ଆଟମର ଆଠ ଅଭିଭାଜ୍ୟ । ଡିମୋକ୍ରିଟିସ କହିଥିଲେ ଆମେ ଦେଖୁଥିବା ଅସଂଖ୍ୟ ପ୍ରକାର ବସ୍ତୁ ଚରେଟି ମୂଳବସ୍ତୁରୁ ସୃଷ୍ଟି । ସେମାନେ ହେଲେ ଜଳ, ବାୟୁ, ଅଗ୍ନି, ଓ ମାଟି ଡିମୋକ୍ରିଟିସ ତତ୍ତ୍ଵ ବିଜ୍ଞାନର ପରୀକ୍ଷା ଓ ପର୍ଯ୍ୟବେକ୍ଷଣ ପ୍ରଣାଳୀ ଉପରେ ପ୍ରତିଷ୍ଠିତ ହୋଇନଥିବାରୁ ତାଙ୍କର ପରବର୍ତ୍ତୀ ଗ୍ରୀକ ଦାର୍ଶନିକମାନେ ମାନିଲେ ନାହିଁ । କଣାଦ ଡିମୋକ୍ରିଟିସଙ୍କ ଚାରି ମୂଳବସ୍ତୁ ସହିତ ଆଉ ଗୋଟିଏ ମୂଳବସ୍ତୁ ଯୋଡିଦେଲେ । ତାହା ହେଉଛି ଆକାଶ ବା ଶୂନ୍ୟତା । ଡିମୋକ୍ରିଟିସ ବା କଣାଦ ତତ୍ଵର କୌଣସି ବୈଜ୍ଞାନିକ ଭିତ୍ତି ନ ଥିବାରୁ ତାହା ଏକ ବିଶ୍ଵାସର ବିଷୟ ଥିଲା । ଡିମୋକ୍ରିଟିସ ଓ କଣାଦଙ୍କର ସମସାମୟିକ ଓ ପରବର୍ତ୍ତୀ ଯୋଗର ଅନେକ ବିଜ୍ଞ ବ୍ୟକ୍ତି ଦୁହିଁଙ୍କ ତତ୍ତ୍ଵକୁ ବିଶ୍ଵାସ କରୁନଥିଲେ । ଆଧୁନିକ ବିଜ୍ଞାନ ପରମାଣୁ ସନ୍ଧାନ ପାଇବା ପରେ ଡିମୋକ୍ରିଟିସ ଓ କଣାଦଙ୍କର ମର୍ଯ୍ୟାଦା ଅବଶ୍ୟ ବଢିଛି । ଡାଲଟନଙ୍କ ବେଳକୁ ଜଣା ପଡିଥାଏ ଯେ ବାୟୁ ଗୋଟିଏ ବସ୍ତୁ ନୁହେଁ । ବାୟୁ ଅମ୍ଳଜାନ , ଯବକ୍ଷାରଜାନ , ଅଙ୍ଗାରକାମ୍ଳ ପ୍ରଭୁତି ଗ୍ୟାସର ମିଶ୍ରଣ । ସେହିପରି ଜଳ ମୌଲିକ ବସ୍ତୁ ନୁହେଁ । ଅମ୍ଳଜାନ ଓ ଉଦଜାନ ଗ୍ୟାସର ସଂଶ୍ଲେଷରୁ ଜଳର ସୃଷ୍ଟି । ଅଗ୍ନି ଆଦୌ ବସ୍ତୁ ନୁହେଁ ଓ ମାଟିରେ ନାନା ପ୍ରକାର ବସ୍ତୁ ମିଶି ରହିଛି । ଅର୍ଥାତ ଡିମୋକ୍ରିଟିସଙ୍କର ଚାରି ମୂଳବସ୍ତୁ ଆଧୁନିକ ପରିଭାଷାରେ ଆଦୌ ମୌଳିକ ବସ୍ତୁ ନୁହଁନ୍ତି । ଡାଲଟନ ଉଣେଇସଟି ମୌଳିକ ବସ୍ତୁକୁ ଚିହ୍ନଟ କରିଥିଲେ । ଉଦଜାନ ପରମାଣୁ ସବୁଠାରୁ ହାଲୁକା ପରମାଣୁ ବୋଲି ସେ ଜାଣିଥିଲେ । ଉଦଜାନ ପରମାଣୁର ଓଜନ ଉଦଜାନ ପରମାଣୁର ଯେତେ ଗୁଣ ଟନକୁ ସେ ଉକ୍ତି ମୌଳିକ ପରମାଣୁର ଓଜନ ଉଦଜାନ ପରମାଣୁର ଯେତେଗୁଣ ତାକୁ ସେ ଉକ୍ତି ମୌଳିକ ପରମାଣୁର ଆଣବିକ ଓଜନ କହିଲେ । ଡାଲଟନ ଚିହ୍ନଟ କରିଥିବା ଉଣେଇସ ମୌଳିକଙ୍କର ପରମାଣୁ ଓଜନ ନିର୍ଣ୍ଣୟ କରିଥିଲେ । ଏଥିରେ ଅନେକ ଭୁଲ ଥିଲା । ନୂଆ କରି ପରମାଣୁ ଓଜନର ନିର୍ଣ୍ଣୟ କରିଥିଲେ । ଏଥିରେ ଅନେକ ଭୁଲ ଥିଲା । ନୂଆ କରି ପରମାଣୁ ଓଜନର ସନ୍ଧାନ ନେଉଥିବା ବିଜ୍ଞାନୀଙ୍କର କିଛି ଭୁଲ ରହିବା ସ୍ଵାଭାବିକ । ଅମ୍ଳଜାନ ପରମାଣୁର ପରମାଣିକ ଓଜନ ସାତ ବୋଲି ଡାଲଟନ ସ୍ଥିର କରିଅଥିଲେ । ବର୍ତ୍ତମାନ ଜଣା ସରିଲାଣି ଯେ ଅମ୍ଳଜାନର ପାରମାଣିକ ଓଜନ ଷୋହଳ । ଡାଲଟନଙ୍କ ଭୁଲର କାରଣ ସେ ଭାବୁଥିଲେ ଗୋଟିଏ ଉଦଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁ ମିଶି ଗୋଟିଏ ଜଳ ଅଣୁ ଗଢନ୍ତି । ଏହା ଭୁଲ । ଗୋଟିଏ ଜଳ ଅଣୁ ଦୁଇଟି ଉଦଜାନ ଓ ଗୋଟିଏ ଅମ୍ଳଜାନ ପରମାଣୁକୁ ନେଇ ଗଢା । ଜଳଆନୌ ଗୋଟିଏ ଉଦଜାନ ଓ ଗୋଟିଏ ଅମ୍ଳଜାନ ପରମାଣୁକୁ ନେଇ ଗଢା । ଜଳ ଅଣୁ ଗୋଟିଏ ଉଦଜାନ ଓ ଗୋଟିଏ ଅମ୍ଳଜାନ ପାରମାଣୁଙ୍କୁ ନେଇ ଗଢା ହୋଇଇଛି ବୋଲି ଧରିଲେ ଅମ୍ଳଜାନର ପାରିମାଣିକ ଓଜନ ପାଠ ହେବା କଥା । ସେତେବେଳେର ବିଜ୍ଞାନଗାରର ମାପ ନିଖୁଣ ହୋଇନଥିବାରୁ ଡାଲଟନଙ୍କ ମାପରେ ଟିକିଏ ଭୁଲ ରହିଲା ଓ ସେ ଅମ୍ଳଜାନର ପାରମାଣିକ ଓଜନ ସାତ ବୋଲି ସିଦ୍ଧାନ୍ତ କରିଥିଲେ । ପରମାଣୁଙ୍କର ଆବିଷ୍କାର ବିଜ୍ଞାନୀଙ୍କ ସାମ୍ନାରେ ବିଜ୍ଞାନର ସମୁଦ୍ର ଖୋଲିଦେଲା । ଏହି ସମୁଦ୍ରରେ ଡାଲଟନ କିଛି ବାଟ ପଶିଛନ୍ତି । ସେ ଏକୋଇଶିଟି ମୌଳିକ ଚିହ୍ନଟ କରିଥିଲେ , ମାତ୍ର ପରେ ଏମାନଙ୍କର ସଂଖ୍ୟା ବଢି ୯୬ରେ ପଚାଞ୍ଚିଛି । ଦୁଇ ବା ତତ୍ଵଧିକ ମୌଳିକ ପରମାଣୁ ବିହିନ୍ନ ଉପାୟରେ ଏକତ୍ର ହୋଇ କିପରି ନାନା ପ୍ରକାର ଯୌଗିକ ବସ୍ତୁ ସୃଷ୍ଟି ହୋଇଛି ସେ ଗବେଷଣା ବାଟ ଡାଲଟନ ଖୋଲିଦେଲେ । ଶେଷ ଜୀବନରେ ଡାଲଟନଙ୍କୁ ପ୍ରଚୁର ସମ୍ମାନ ମିଳିଥିଲା । ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ତାଙ୍କୁ ୧୮୩୨ ସମ୍ମାନଜନକ ଡକ୍ଟରରେଟ ଡିଗ୍ରୀ ଦେବା ଅବସରରେ ସମ୍ରାଟ ଚାହିଁବାରୁ ଇଂଲଣ୍ଡର ସମ୍ରାଟଙ୍କୁ ସେ ଭେଟିଥିଲେ । ଡାଲଟନଙ୍କ ବନ୍ଧୁ ଓ ପ୍ରଶଂସକମନେ ମିଶି ତାଙ୍କର ଗୋଟିଏ ପ୍ରତିମୂର୍ତ୍ତି ନିର୍ମାଣ କରାଇଥିଲେ । ଏ ପ୍ରତିମୂର୍ତ୍ତିକୁ ଦେଖି ଡାଲଟନ ମନ୍ତବ୍ୟ କରିଥିଲେ “ ଏ ହେଉଛନ୍ତି ମହାନ ରସାୟନୀକ ବିଜ୍ଞାନୀ ଡାଲଟନ ! ମୁଁ ଗୋଟାଏ ଫମ୍ଫା , ଫାଲତୁ ମଣିଷ । “

ଇଲେକଟ୍ରନର ଆବିଷ୍କାରକ

ଯୋଶେଫ ଜନ ଥମସମ (୧୮୫୬-୧୯୪୦)

୧୮୯୬ ଡିସେମ୍ବର ମାସରେ ଏକ୍ସରେ ଆବିଷ୍କୃତ ହୋଇଥିଲା । ବର୍ଷକ ପରେ ୧୮୯୭ ଡିସେମ୍ବର ମାସରେ ଆବିଷ୍କୃତ ହେଲା । ଇଲେକ୍ ଟ୍ରନ । ଏତିକି ବେଳେ ମ୍ୟାଡମ କ୍ୟୁରୀ ତେଜଷ୍କ୍ରିୟତା ଉପରେ ଗବେଷଣା ଚଳାଇଥାନ୍ତି । ସେତିକି ବିଂଶ ଶତାଦ୍ଦୀର ଅଗମନକୁ ସ୍ଵାଗତ କରି ଏହି ସବୁ ବମ ଫୁଟିଲା । ଥମସନ ଇଂଲଣ୍ଡର ମାଞ୍ଚେଷ୍ଟର ଥରେ ଜନ୍ମ ହୋଇଥିଲେ । ସେ ଅତି ବିଚକ୍ଷଣ ଛାତ୍ର ଥିଲେ ଓ ମାତ୍ର ଚଉଦବର୍ଷ ବୟସରେ ମାଞ୍ଚେଷ୍ଟର ବିଶ୍ଵବିଦ୍ୟାଳୟରେ ପ୍ରବେଶ କଲେ । ଇଂଜିନିଯରିଂ ପଢିବା ତାଙ୍କର ଲକ୍ଷ୍ୟ ଥିଲା ମାତ୍ର ଅର୍ଥାଭାବରୁ ସେ ପଦାର୍ଥବିଜ୍ଞାନର ଛାତ୍ର ହେଲେ । ଏହା ଦ୍ଵାରା ବିଜ୍ଞାନର ଅଶେଷ କଲ୍ୟାଣ ହେଲା ଅବଶ୍ୟ । କ୍ୟାଭେଣ୍ଡିସ ବିଜ୍ଞାନ ଗାରରେ ଷେ ଗବେଷଣା କରିଥିଲେ । ଏହି ମହାନ ବିଜ୍ଞାନୀ କ୍ୟାଭେଣ୍ଡିସ ପ୍ରଫେସର ଭାବେ ଏହି ବିଜ୍ଞାନଗାରରେ ଦୀର୍ଘ ଚଉତିରିଶ ବର୍ଷ ଗବେଷଣା କରିଥିଲେ ଓ ଗବେଷଣାର ନେତୃତ୍ଵ ନେଇଥିଲେ । ଥମସନଙ୍କ ଅମଳରେ କ୍ୟାଭେଣ୍ଡିସ ବିଜ୍ଞାନଗାରର ମର୍ଯ୍ୟାଦା ଅନେକ ଗୁଣ ବଢିଗଲା । ସେ ନିଜେ ନୋବେଲ ପୁରସ୍କାର ପାଇବା ପରେ ତାଙ୍କ ଅଧୀନରେ ଗବେଷଣା କରି କ୍ୟାଭେଣ୍ଡିସ ବିଜ୍ଞାନଗାରର ଛଅଜଣ ଗବେଷକ ନୋବେଲ ପୁରସ୍କାର ପାଇଥିଲେ । ସେମାନଙ୍କ ମଧ୍ୟରେ ଅଛନ୍ତି । ବିଶିଷ୍ଟ ବିଜ୍ଞାନୀ ରଥରଫୋର୍ଡ । ଥମସନଙ୍କ ପୁଅ ମଧ୍ୟ ନୋବେଲ ପୁରସ୍କାର ପାଇଥିଲେ । ଥମସନଙ୍କ ସମୟ କୁ ଜଣାପଡିଥିଲା ଯେ ଗୋଟିଏ କାଚଜାରରୁ ବାୟୁ ଚାପ କମାଇ ପତଳା ବାୟୁରେ ବିଦ୍ୟୁତ ପ୍ରବାହଜ କଲେ ବିଯୁକ୍ତ ବିଦ୍ୟୁତ ଅଗ୍ର ବା କ୍ୟାଥୋଡରୁ ଏକ ରଶ୍ମୀ ବାହାରୁଛି । ଏହାକୁ କ୍ୟାଥୋଡ ରଶ୍ମୀ ନାମ ଦିଆଯାଇଥାଏ । ଥମସମ ବିଶ୍ଵାସ କରୁଥିଲେ , କ୍ୟାଥୋଡ ରଶ୍ମୀ ବିଦ୍ୟୁତ ଚାର୍ଜଯୁକ୍ତ କନିକାକୁ ନେଇ ଗଢା । କ୍ୟାଥୋଡ ରଶ୍ମୀ ନିକଟକୁ ଚୁମ୍ବକ ଆଣି ଥମସନ ଦେଖିଲେ ଯେ ରଶ୍ମୀ ବାଙ୍କି ଯାଉଛି । ଚାର୍ଜଯୁକ୍ତ କଣିକା ଚୁମ୍ବକ ଦ୍ଵାରା ପ୍ରଭାବିତ ହେବା କଥା । ବିଦ୍ୟୁତ ମଧ୍ୟ ଚାର୍ଜଯୁକ୍ତ କନିକାକୁ ପ୍ରଭାବିତ କରିବ । କ୍ୟାଥୋଡ ରଶ୍ମୀ ବିଦ୍ୟୁତ ଦ୍ଵାରା ପ୍ରଭାବିତ ହେଉଛି କି ନା ଦେଖିବା ପାଇଁ ଥମସନ କ୍ୟାଥୋଡରେ ଇଲେକଟ୍ରୋସ୍ଲୋପ ଖଞ୍ଜିଲେ । ଦେଖାଗଲା ଯେ ଇଲେକଟ୍ରୋସ୍ଲୋପ ଖଞ୍ଜାଯିବା ପରେ କ୍ୟାଥୋଡ ରଶ୍ମୀ ବେଶ ବାଙ୍କୁଛି । ତନ୍ନ ତନ୍ନ ପରୀକ୍ଷା କରି ଥମସନ ସିନ୍ଧାନ୍ତ କଲେଜ ଯେ କ୍ୟାଥୋଡ ରଶ୍ମୀ ପରମାଣୁ ତୁଳନାରେ ଅତି କ୍ଷୁଦ୍ର କନିକାକୁ ନେଇ ଗଠିତ । ଏହି କଣିକା ପରମାଣୁରୁ ଛିଡି ଆସୁଥିବା ପରମାଣୁର ଏକ ଅଙ୍ଗ । ଏହାର ଚାର୍ଜ ଋଣାତ୍ମକ । ଏହି ନୂତନ କଣିକାର ନାମ ଥମସନ ରଖିଲେ ଇଲେକଟ୍ରନ । ଥମସନ ନିର୍ଣ୍ଣୟ କରିଥିଲେ ଯେ ଇଲେକଟ୍ରନର ବସ୍ତୁତ୍ଵ ସବୁଠାରୁ ହାଲୁକା ଉଦଜାନ । ପରମାଣୁର ପ୍ରାୟ ଦୁଇହଜାର ଭାଗରୁ ଏକ ଭାଗ । ଡାଲଟନ ଭାବିଥିଲେ , ପରମାନୁଜ ଗୋଟିଏ ନିଦା ପେଣ୍ଡୁ । ଅତି ଛୋଟ ନିଦା ପେଣ୍ଡୁ । ଥମସମ ନିର୍ଣ୍ଣୟ କଲେ ପରାନୁ ଏକ ଘନୀଭୂତ , ନିଦା ବସ୍ତୁ ବିନ୍ଦୁ ନୁହେଁ । ଇଲେକଟ୍ରନ ଏହାର ଅଙ୍ଗ । ଗୋଟିଏ ପରମାଣୁର ଅନେକ ଇଲେକଟ୍ରନ ଅଛି । ଶୀଘ୍ର ଏହର ଆହୁରି ଅନ୍ୟାନ୍ୟ ଅଙ୍ଗ କିଛି ଅଛି ବୋଲି ଆବିଷ୍କୃତ ହେଲା । ପୁଣି ଜଣାପଡିଲା ଯେ ପରମାଣୁ ନିଦା ପରିବର୍ତ୍ତେ ପ୍ରାୟତଃ ଫମ୍ଫା ପେଣ୍ଡୁଟିଏ ।

ପରମାଣୁର ଆଦ୍ୟ ଚିତ୍ରକର

ରଥରଫୋର୍ଡ (୧୮୭୧ -୧୯୩୭)

ମାଡାମ କ୍ୟୁରୀ ଏକାକୀ ତେଜସ୍କ୍ରିୟତା ଆବିଷ୍କାର କରିନଥିଲେ । ବିକ୍ୟୁରେଲ ତେଜସ୍କ୍ରିୟତା ଅନ୍ୟତମ ଆଦ୍ୟ ଗବେଷକ । ପେରି କ୍ୟୁରୀ, ମାଡାମକ୍ୟୁରୀଙ୍କ ସହିତ ମିଶି ବିକ୍ୟୁରେଲ ନୋବେଲ ପୁରସ୍କାର ପାଇଥିଲେ । ୧୮୯୯ରେ ବିକ୍ୟୁରେଲ ଲକ୍ଷ୍ୟ କଲେ ଯେ ତେଜସ୍କ୍ରିୟ ବସ୍ତୁରୁ ବିକୀରିତ ରଶ୍ମୀ ଚୁମ୍ବକ ପ୍ରଭାବରେ ବାଙ୍କି ଯାଇଛି । ସେ ସିଦ୍ଧାନ୍ତ କଲେ ଯେ ଏହି ବିକୀରିତ ରଶ୍ମୀର ଗୋଟିଏ ଅଂଶ ଅତିକ୍ଷୁଦ୍ର ଋଣାତ୍ମକ କଣିକାକୁ ନେଇ ଗଢା । ଏହି ଋଣାତ୍ମକ କଣିକାଗୁଡିକ ଇଲେକଟ୍ରନ । ଏହା ୧୯୦୦ ଖ୍ରୀସ୍ତାଦ୍ଦର ଘଟଣା । ଯଦି ତେଜସ୍କ୍ରିୟ ମୌଳିକଙ୍କ ଠାରୁ ଇଲେକଟ୍ରନ ନିର୍ଗତ ହେଉଛି , ତେବେ ମୌଳିକଙ୍କ ପରମାଣୁ ନିଦା ଓ ଅବିଭାଜ୍ୟ ନୁହନ୍ତି । ଡାଲଟନ କହିଥିଲେ ପରମାଣୁ ନିଦା , ଘନ, ଅତି କ୍ଷୁଦ୍ର ଘନକ । ମାଡାମ କ୍ୟୁରୀ ଓ ବିକ୍ୟୁରେଲଙ୍କ ଆବିଷ୍କାର ଏ ଧାରଣା ଉପରେ ଆଘାତ ଆଣିଲା । ତେଜସ୍କ୍ରିୟତା ଯେଉଁ ଜଟିଳ ପ୍ରହେଳିକାପୂର୍ଣ୍ଣ ପ୍ରଶ୍ନ ଉଠାଇଲେ ତାର ସମାଧାନ କରିଥିଲେ ମହାନ ବୈଜ୍ଞାନିକ ରଥରଫୋର୍ଡ । ୧୯୦୨ ଠାରୁ ଯୁବକ ରଥରଫୋର୍ଡ ତେଜସ୍କ୍ରିୟତା ସମ୍ପର୍କରେ ଅନେକ ଯୁଗାନ୍ତକାରୀ ଓ ବିସ୍ମୟଜନକ ଆବିଷ୍କାର କରି ଚାଲିଲେ । ତାଙ୍କର ଏହି କୃତିତ୍ଵ ପାଇଁ ୧୯୦୮ ଖ୍ରୀଷ୍ଟାଦ୍ଦରେ ରସାୟନବିଜ୍ଞାନରେ ରଥରଫୋର୍ଡ ନେବୋଲ ପୁରସ୍କାର ମିଳିଛି । ରଥରଫୋର୍ଡଙ୍କ ଜନ୍ମଦେଶ ନିଉଜିଲ୍ୟାଣ୍ଡ । ବିଜ୍ଞାନରେ ସେ ଜଣେ ମେଧାବୀ ଛାତ୍ର ଥିଲେ । ବିଦ୍ୟୁତ ଚୁମ୍ଭକୀୟ ରଶ୍ମି ସମ୍ବନ୍ଧରେ ଗୁରୁତ୍ଵପୂର୍ଣ୍ଣ ଆବିଷ୍କାର କରି ସେ ନିଜ ଦେଶରେ ବୈଜ୍ଞାନିକ ମହଲରେ ଶ୍ରଦ୍ଧାଭାଜନ ହୋଇଥିଲେ । ଗୋଟିଏ ଛାତ୍ର ବୃତ୍ତି ପାଇଁ ୧୮୯୫ ରେ ସେ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଗବେଷଣା କରିବାକୁ ଆସିଲେ । କାନାଡାରେ କିଛି ବର୍ଷ ପ୍ରଫେସର ଦାୟିତ୍ଵ ତୁଲାଇବା ବ୍ୟତିତ ତାଙ୍କର ଅବଶିଷ୍ଟ ଜୀବନ ଇଂଲଣ୍ଡରେ କଟିଛି । ତେଜସ୍କ୍ରିୟ ପରମାଣୁରୁ କେବଳ ଇଲେକଟ୍ରନ ନିର୍ଗତ ହୁଏ ନାହିଁ , ତିନି ପ୍ରକାର ରଶ୍ମୀ ବିକିରଣ ହୁଅନ୍ତି । ଏମାନଙ୍କ ନାମ ରଥରଫୋର୍ଡ ରଖିଛନ୍ତି ଆଲଫାରଶ୍ମୀ , ବିଟା ରଶ୍ମୀ , ଗାମା ରଶ୍ମୀ । ଆଲଫା ରଶ୍ମି ଆଲଫା କଣିକାଙ୍କର ଏକ ସ୍ରୋତ । ଗୋଟିଏ ଆଲଫା କଣିକା ଏକ ହିଲିୟମ ପରମାଣୁର ନିଉକ୍ଲିୟସ ବ୍ୟତିତ ଅନ୍ୟ କିଛି ନୁହେଁ । ହିଲିୟମ ପରମାଣୁର ନିଉକ୍ଲିଅସ ଦୁଇଟି ପ୍ରୋଟିନ ଓ ଦୁଇଟି ନିଉଟ୍ରନଙ୍କୁ ନେଇ ଗଠିତ । ନିଉଟ୍ରନ ନାମକ ଏକ ଆଣବିକ କଣିକା ଅଛି ବୋଲି ରଥରଫୋର୍ଡ ଆନୁମାନ କରିଥିଲେ । ନିଉଟ୍ରନ ଆବିଷ୍କୃତ ହୋଇଥିଲା ୧୯୩୧ ରେ । ବିଟା କଣିକା ହେଉଛି ଇଲେକଟ୍ରନ । ଗାମା ରଶ୍ମି ହେଉଛି ଏକସ –ରେ ଜାତୀୟ ରଶ୍ମି । ଏହାର ତରଙ୍ଗ ଦୀର୍ଘ ଏକସରେ ଠାରୁ ମଧ୍ୟ କମ । ତେଜସ୍କ୍ରିୟ ବିକିରଣ ଆଲଫା , ବିଟା ଓ ଗାମା ରଶ୍ମିର ସମାହାର । ତେଜସ୍କ୍ରିୟ ବିକିରଣ ଫଳରେ ଗୋଟିଏ ମୌଳିକ ଅତି ଧୀର ବେଗରେ ଅନ୍ୟାନ୍ୟ ମୌଳିକରେ ପରିଣତ ହୁଏ । ଉଦାହରଣ ସ୍ୱରୂପ ୟୂରାନିୟମ କାଳକ୍ରମେ କ୍ରମାନ୍ଵୟରେ ଥୋରିଆମ , ରେଡିୟମ , ପୋଲୋନିଅମ ବିସମଥ ଓ ଶେଷରେ ସୀମାରେ ପରିଣତ ହୁଏ । ସୀମା ଏକ ସ୍ଥିର ମୌଳିକ ତେଜସ୍କ୍ରିୟତାର ବିଶ୍ଳେଷଣ କରି ରଥରଫୋର୍ଡ ଦେଖାଇଦେଲେ ଯେ ସବୁ ପରମାଣୁ ଶାସବଟୋ ଅକ୍ଷୟ ନୁହନ୍ତି । ଡାଲଟନ କହିଥିଲେ, ପରମାଣୁ ଗୋଟିଏ ଅତି କ୍ଷୁଦ୍ର ଗୋଲାକାର, ନିଦା ବସ୍ତୁପିଣ୍ଡ । ରଥରଫୋର୍ଡ ପରମାଣୁର ପ୍ରଥମ ଆଧୁନିକ ଚିତ୍ର ପ୍ରଦାନ କଲେ । ଏଥିପାଇଁ ସେ ଯେଉଁ ପରୀକ୍ଷା କରିଥିଲେ , ତାହା ବୈଜ୍ଞାନିକ ପରୀକ୍ଷା କରିବାରେ ରଥରଫୋର୍ଡଙ୍କର ପ୍ରଚଣ୍ଡ ପ୍ରତିଭାର ପରିଚୟ ଦିଏ । ରଥରଫୋର୍ଡଙ୍କ ପରମାଣୁ ଚିତ୍ରକୁ ମାର୍ଜିତ କରି ତାଙ୍କର ବନ୍ଧୁ ନିଲସ ବୋର ପରମାଣୁର ଯେଉଁ ଚିତ୍ର ପ୍ରଦାନ କଲେ ତାହା ସମସ୍ତେ ଗ୍ରହଣ କରିନେଲେ । ମିଟରରେ ଗୋଟିଏ ଭାଗରୁ ଏକ ଭାଗ ମୋଟେଇ ବିଶିଷ୍ଟ ପଟଳା ସୁନା ପତିଆ ଉପରେ ଆଲଫା ରଶ୍ମି ପକେଇ ରଥରଫୋର୍ଡ ଦେଖିଲେ ଯେ ଆଲଫା କଣିକା ସବୁ ପାତିଆ ଭିତର ଦେଇ ସିଧା ପଳାଉଛନ୍ତି । ସତେ ଯେପରି ପାତିଆଟି ନାହିଁ । ପାତିଆ ପତଳା ହେଲେ ମଧ୍ୟ ଅସଂଖ୍ୟ ପରମାଣୁ ନେଇ ଗଢା । ଯଦି ଗୁଳି ସବୁ ଗୋଟିଏ ଇଟା କାନ୍ଥ ଭେଦି ନିର୍ବିଘ୍ନରେ ପଳାନ୍ତି ତେବେ ଧରିବାକୁ ହେବେ ଯେ ଇଟାଗୁଡିକ ଫମ୍ଫା । ଗୁଳି ସବୁ ଫମ୍ଫା ଇଟା ଭିତର ଦେଇ ବାହାରି ଯାଉଛନ୍ତି ରଥରଫୋର୍ଡ ଲକ୍ଷ କଲେ , ଦଶଜହାର ଆଲଫା କଣିକାଙ୍କ ମଧ୍ୟରେ ମାତ୍ର ଗୋଟିଏ ବାଟ ଭାଙ୍ଗୁଛି । ଏହାର ତତ୍ପର୍ଯ୍ୟ , ସୁନାପାତର ପରମାଣୁ ସବୁ ପ୍ରାୟ ଫାଙ୍କା । ଏହି ଫାଙ୍କା ବାଟ ପରମାଣୁଙ୍କୁ ଭେଦି ନିର୍ବିଘ୍ନରେ ଆଲଫା ଗତି କରୁଛନ୍ତି । ବାଟ ଭାଙ୍ଗୁଥିବା ଆଲଫା କଣିକାଙ୍କ ମଧ୍ୟରୁ କେତେକ ଅଳ୍ପ ବାଙ୍କନ୍ତି , ଆଉ କେତେକ ନବେ ଡିଗ୍ରୀ ପର୍ଯ୍ୟନ୍ତ ବଙ୍କାନ୍ତି । ଯେଉଁଠି ନବେ ଡିଗ୍ରୀ ବାଙ୍କେ ସେଇଟି ନିଉକ୍ଳିଅସ ସହିତ ମୁହାଁମୁହିଁ ଧକ୍କା ଖାଏ । ନିଉକ୍ଲିୟସ ଧାରରେ ଆଲଫା କଣିକା ଅଳ୍ପେ ବଙ୍କାଏ । ରଥରଫୋର୍ଡ ଙ୍କ ବନ୍ଧୁ ଓ ସହଯୋଗୀ ମାନେ ଜାଣିଥିଲେ ଯେ ତାଙ୍କର ବୈଜ୍ଞାନିକ ଅନ୍ତର୍ଦୂଷ୍ଟି ଗଭୀର । ସୁନାପାତ ପରୀକ୍ଷା ଓ ଅନ୍ତଦୃଷ୍ଟିର ସାହାଯ୍ୟ ନେଇ ପରମାଣୁର ଚିତ୍ର ଆଙ୍କିଲେ । କହିଲେ ଯେ ପରମାଣୁର କେନ୍ଦ୍ର ଥରେ ପରମାଣୁର ସମସ୍ତ ଧନାତ୍ମକ ଚାର୍ଜ ଠୁଳ ହୋଇଛି । ଏହାର ନାମକରଣ ସେ କରିଥିଲେ “ ନିଉକ୍ଳିୟସ “ । ନିଉକ୍ଳିୟସ ବାହାରେ ଇଲେକଟ୍ରନମାନଙ୍କର ମିଳିତ ଋଣାତ୍ମକ ଚାର୍ଜ ସମାନ । ସମାନ ସମାନ ଧନାତ୍ମକ ଓ ଋଣାତ୍ମକ ଚାର୍ଜ ପରସ୍ପର କାଟୁଥିବା ଫଳରେ ପରମାଣୁଟି ଚାର୍ଜ ନିରପେକ୍ଷ ହୋଇଥାଏ । ବର୍ଷ କେଇଟାରେ ରଥରଫୋର୍ଡ ପରମାଣୁ ବିଜ୍ଞାନକୁ ଏତେ ଉଚ୍ଚକୁ ନେଇଗଲେ ଯେ ତାଙ୍କୁ “ ପରମାଣୁ ବିଜ୍ଞାନର ନିଉଟନ “ ବୋଲି କୁହାଗଲା । ରଥରଫୋର୍ଡ ଜଣେ ଗବେଷଣା ଭ୍ବେ କଭେଣ୍ଡିସ ବିଜ୍ଞାନଗାରରେ କାମ କରିଥିଲେ ।,କାନାଡାର ମାଳଗିଲ ବିଶ୍ଵବିଦ୍ୟାଳୟର ପ୍ରଫେସର ପଦ ଗ୍ରହଣ କରି ୧୮୯୮ ରେ କାନାଡା ଗଲେ ଓ ସେଠାରୁ ୧୯୦୯ ରେ ଫେରିଲେ । ୧୯୧୯ ରେ କାଭେଣ୍ଡିସ ବିଜ୍ଞାନଗାରର ମର୍ଯ୍ୟାଦାଜନକ ଡାଇରେକଟର ପଦ ଗ୍ରହଣ କଲେ । ୧୯୩୧ ରେ ତାଙ୍କୁ ସାର ଉପାଧି ପ୍ରଦାନ କରାଯାଇଥିଲା ଏହା ପରେ ସେ ଲର୍ଡ ରଥରଫୋର୍ଡ ନାମରେ ନାମିତ ହେଲେ । ରଥରଫୋର୍ଡ ଗପୁଡି ଲୋକ ଓ ବଡ ପାଟିରେ କଥାବାର୍ତ୍ତା କରନ୍ତି । ଥରେ ଟ୍ରିନିଟି କଲେଜ ହଲରେ ସେ ଚିଡ଼ା ହୋଇଛନ୍ତି , ଜଣେ ପାଦ୍ରୀ ଆସିଲେ । ପାଦ୍ରୀଙ୍କ ଉଦ୍ଦେଶ୍ୟରେ ସେ ଘୋଷଣା କଲେ “ ମୁଁ ଲର୍ଡ ରଥରଫୋର୍ଡ “ । ପାଦ୍ରୀ କହିଲେ “ ମୁଁ ୟର୍କର ଆର୍କବିଶପ “ । “ଆର୍କବିଶପ ସର୍ବ ମହାନ ଧର୍ମଯାଜକ । କେହି କାହା କଥା ବିଶ୍ଵାସ କଲେ ନାହିଁ ।

ଆଣବିକ ବିଜ୍ଞାନ ଓ କ୍ଵାଣ୍ଟିମ ତତ୍ଵର ବାଖ୍ୟାକାର

 

ନିଲସି ବୋର(୧୮୮୫-୧୯୬୨)

ନିଲସବୋର କେବଳ ଜଣେ ପଦାର୍ଥବିଜ୍ଞାନୀ ନୁହଁନ୍ତି , ଆଣବିକ ବିଜ୍ଞାନ ଓ କ୍ଵାଣ୍ଟିମ ତତ୍ଵର ସେ ଜଣେ ମହାନ ବାଖ୍ୟାକାର । କେବଳ ବିଜ୍ଞାନ କ୍ଷେତ୍ରରେ ନୁହେଁ , ଜଗତ ଓ ଜୀବନକୁ କ୍ଵାଣ୍ଟିମତତ୍ତ୍ଵ ଆଲୋକରେ ଯେପରି ନୂଆ ପ୍ରକାରରେ ବୁଝିବା ଆବଶ୍ୟକ ହେଉଥିଲା , ସେ ବୁଝାମଣା ସୃଷ୍ଟି କରିବା ଦିଗରେ ସେ ହେଉଛନ୍ତି ଅଗ୍ରଣୀ ଦାର୍ଶନିକ । ପ୍ରତିଷ୍ଠିତ ହୋଇଯିବା ପରେ ଥରେ କେତେକ ସହକର୍ମୀଙ୍କ ସହିତ କ୍ଵାଣ୍ଟିମ ତତ୍ତ୍ଵର କୌଣସି ବିଷୟ ଉପରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରୁଥିଲେ । ଆଲୋଚନା ମଝିରେ ସାମାନ୍ୟ କିଛି କୌତୁକ କଥାରେ ବୋରଙ୍କ ସହିତ ସମସ୍ତେ ବଡ ଜୋରରେ ହସିଲେ । ଜଣେ ନୂତନ ବିଜ୍ଞାନୀଙ୍କୁ ଘଟଣାଟା ପସନ୍ଦ ହେଲା ନାହିଁ । ତାଙ୍କୁ ଲକ୍ଷ୍ୟ କରି ବୋର କହିଲେ “ କେତେକ ବିଷୟ ଏପରି ଗମ୍ଭୀର ଓ ଜଟିଳ ଯେ ସେମାନଙ୍କୁ କେବଳ ପରିହାସ କରାଯାଇ ପରେ । “ ଆଉ ଥରେ ଜଣେ ନୂତନ ଅତିଥି ବୋରଙ୍କ ବିଜ୍ଞାନ ଆଡ୍ଡାରେ ଯୋଗ ଦେଇଥିଲେ । ଘମାଘୋଟ ଆଲୋଚନା “ ଏ ସବୁ ଶୁଣି ମୋର ମୁଣ୍ଡ ବୁଲେଇ ଯାଉଛି “ ଅତିଥି କହିଲେ “ ହାଁ ହାଁ ...........” ବୋର ଥଙ୍ଗେଇ କରି କହିଲେ , “କ୍ଵାଣ୍ଟିମ ତତ୍ତ୍ଵ ସମ୍ପର୍କରେ ଚିନ୍ତା କରି ଯାହାଙ୍କର ମୁଣ୍ଡ ବୁଲେଇ ଯାଏ ନାହିଁ , ସେ କ୍ଵାଣ୍ଟିମତତ୍ତ୍ଵ ସମ୍ପର୍କରେ କିଛି ବୁଝି ନାହାନ୍ତି । ନିଲସିବୋର ଡେନମାର୍କର ଲୋକ । କୋପେନହେଗ ବିଶ୍ଵବିଦ୍ୟାଳୟର ଛାତ୍ର ଥିବା ସମୟରେ ସେ ବିଶ୍ଵବିଦ୍ୟାଳୟର ଫୁଟବଲ ଟିମରେ ଖେଳୁଥିଲେ । ତେବେ ନିଲସୀବୋର ତାଙ୍କ ଭାଇ ହାରଲଡଙ୍କ ପାରି ବିଚକ୍ଷଣ ଖେଳାଳି ନଥିଲେ । ହାରଲଡ ଡେନମାର୍କ ଫୁଟବଲ ଟିମରେ ୧୯୦୮ ରେ ଅଲମ୍ଫିକ ମ୍ୟାଚ ଖେଳିଥିଲେ । ସେ ବର୍ଷ ଡେନମାର୍କ ଫୁଟବଲରେ ଅଲମ୍ଫିକ ରୋପ୍ୟ ପଦକ ପାଇଥିଲା । ହାରଲଡ ଗଣିତ ଓ ବିଜ୍ଞାନରେ ଜଣେ ଭଲ ଛାତ୍ର ଥିଲେ । ଗଣିତରେ ତାଙ୍କ ପ୍ରତିଭାର କିଏ ପ୍ରଶଂସା କଲେ ହାରଲଡ କହୁଥିଲେ “ ମୁଁ କିଛି ନୁହେଁ , ଆପଣ ମୋ ଭାଇ ନିଲସକୁ ଦେଖିନାହାନ୍ତି ” । ଛାତ୍ରଜୀବନରୁ ନିଲସଙ୍କ ବିଚକ୍ଷଣତା ଧରା ପଡିଥିଲା । ଏକୋଇଶ ବର୍ଷ ବୟସରେ ତରଳଙ୍କର ପୃଷ୍ଠତାନ ସମ୍ପର୍କରେ ମୌଳିକ ଗବେଷଣା କରି ଡେନିସ ବିଜ୍ଞାନ ତରଫରୁ ସେ ସ୍ଵର୍ଣ୍ଣ ପଦକ ଲାଭ କରିଥିଲେ । ପିଲାଦିନେ କୋପେନହେଗର ବିଖ୍ୟାତ ତତ୍ତ୍ଵିକ ପଦାର୍ଥବିଜ୍ଞାନ ଅନୁଷ୍ଠାନର ନିର୍ମାଣ କାର୍ଯ୍ୟ ସେ ଦେଖିଥିଲେ । ଛତିଶ ବର୍ଷ ବୟସରେ ଏହି ଅନୁଷ୍ଠାନର ମୁଖ୍ୟ ଭାବେ ସେ ଦାୟିତ୍ଵ ଗ୍ରହଣ କଲେ । ପୃଥିବୀର ଶ୍ରେଷ୍ଠ କ୍ଵାଣ୍ଟିମ ଗବେଷକମାନେ ବୋରଙ୍କ ଅନୁଷ୍ଠାନକୁ ଆକର୍ଷିତ ହୋଇ ଆସିଲେ । ଅନେକ ବର୍ଷ ପାଇଁ କୋପେନହୋ ଅନୁଷ୍ଠାନ କ୍ଵାଣ୍ଟିମ ଗବେଷଣାଗାର ଅଗ୍ରଣୀ ହୋଇ ରହିଲା । ୧୯୨୨ରେ ମାତ୍ର ଅଠେଇଶ ବର୍ଷ ବୟସରେ ବୋର ପଦାର୍ଥବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ । ଏକ ପ୍ରଚଣ୍ଡ ପ୍ରତିଭା ରୂପେ ପୃଥିବୀ ତାଙ୍କୁ ସମ୍ମାନ କରିବାର କିଛି ବର୍ଷ ପରେ ବୋରଙ୍କୁ ହୀନମାନ ହେବାକୁ ପଡିଥିଲା । ୧୯୪୪ ରେ ଦ୍ଵିତୀୟ ମହାଯୁଦ୍ଧ ଆରମ୍ଭ ହୋଇଯାଆନ୍ତେ ହିଟଲର ଡେନମାର୍କ ଅଧିକାର କରିନେଲା । ନାଜୀମନେ ତାଙ୍କୁ ଖୋଜୁଛନ୍ତି ଖବର ପାଇ ବୋର ଲୁଚିଗଲେ । ଲୁଚି ଛପି ଅନୁଷ୍ଠାନକୁ ଯାଉଥାନ୍ତି । ଡେନମାର୍କ ଛାଡି ଛାଡି ଲଣ୍ଡନ ପକାଇବାକୁ ତାଙ୍କର କେତେକ ସହକର୍ମୀ ଓ ଛାତ୍ରମାନେ ବାଧ୍ୟ ହେଲେ । ଫଳରେ ଜର୍ମାନ ଉପରେ ଗୋଟିଏ ଛୋଟିଆ ଉଡାଜାହାଜରେ ଉଡି କରି ବୋର ଇଂଲଣ୍ଡରେ ଓହ୍ଲାଇଲେ । ଜର୍ମାନ ଉପରେ ପୁତ୍ର ଆଗିଙ୍କ ସହିତ ଉଡିକାରୀ ଯିବା ଏକ ଲୋମହର୍ଷକ ଅଭିଜ୍ଞତା ଇଂଲଣ୍ଡରୁ ସେ ଆମେରିକା ନିୟର୍କ ସହରକୁ ଚାଲିଲେ । ପୂର୍ବ ଗବେଷଣା କରିବା ପାଇଁ ନିଲସ ଇଂଲଣ୍ଡରେ ଥିଲେ । ସେ କାଭେଣ୍ଡିସ ବିଜ୍ଞାନଗାରରେ ବିଖ୍ୟାତ ବିଜ୍ଞାନୀ ଥମସନଙ୍କ ଅଧୀନରେ ଦୁଇବର୍ଷ ଗବେଷଣା କରିଥିଲେ । ଏହି ଗବେଷଣାର ଫଳ ସ୍ୱରୂପ ୧୯୧୩ ରେ ପରମାଣୁର ଗଠନ ସମ୍ପର୍କୀୟ ତାଙ୍କର ତତ୍ତ୍ଵ ପ୍ରକାର ପାଇଲା । ଏଥିରେ ପରମାଣୁ ସମ୍ପର୍କରେ ଏପରି ମୌଳିକ ଚିନ୍ତା ଥିଲା ଯେ ବିଜ୍ଞାନୀମାନେ ତାର ସତ୍ୟତା ଓ ଗୁରୁତ୍ଵ ହୃଦୟମ କରିବାକୁ ଆଠବର୍ଷ ସମୟ ଲାଗିଗଲା । ଫଳରେ ୧୯୨୩ ତତ୍ଵ ପାଇଁ ୧୯୨୨ରେ ସେ ନୋବେଲ ପୁରସ୍କାର ପାଇଲେ । ବୋର ଓ ରଥରଫୋର୍ଡ ଏକାଠି କାମ କରୁଥିଲେ ଓ ଘନିଷ୍ଠ ବନ୍ଧୁ ଥିଲେ । ପରୀକ୍ଷାମୂଳକ ଗବେଷଣା କରିବାରେ ରଥରଫୋର୍ଡଙ୍କ ହାତ ଯଶ ଖୁବ ଥିଲା । ତତ୍ତ୍ଵ ସନ୍ଧାନ କରିବା ଥିଲା ବୋରଙ୍କର ମୌଳିକ ପ୍ରତିଭା । ରଥରଫୋର୍ଡ ବଡ ପାଟିରେ କଥାବାର୍ତ୍ତା କରୁଥିଲେ । ବୋରଙ୍କର ଧୀର କଥା ଭାବଗର୍ଭକ ଓ ସମଯେ ସମୟେ ରସିକତାପୂର୍ଣ୍ଣ । ରଥରଫୋର୍ଡ କହିଲେ , ଧନାତ୍ମକ ଚାର୍ଜଯୁକ୍ତ ନିଉକ୍ଲିଅସ ଚାରିପଟେ ଋଣାତ୍ମକ ଇଲେକଟ୍ରନ ଧନାତ୍ମକ ନିଉକ୍ଲିୟସ ଆଡକୁ ଆକର୍ଷିତ ହୁଆନ୍ତା । ଇଲେକଟ୍ରନଙ୍କ କକ୍ଷ ଧୀରେ ଧୀରେ ଛୋଟ ହୁଆନ୍ତା ଓ କିଛି ସମୟ ପରେ ଇଲେକଟ୍ରନ କକ୍ଷ ଧୀରେ ଧୀରେ ଛୋଟ ହୁଆନ୍ତା ଓ କିଛି ସମୟ ପରେ ଇଲେକଟ୍ରନ ଓ ନିଉକ୍ଲିଅସ ମିଶିଯାଆନ୍ତେ ଏବଂ ପରମାଣୁ ଭାଙ୍ଗିପଡନ୍ତା । ଏପରି କାହିଁକି ଘଟେ ନାହିଁ ଚିନ୍ତା କରି ବୋର ପ୍ଲାଙ୍କଙ୍କର କ୍ଵାଣ୍ଟା ତତ୍ଵ ଇଲେକଟ୍ରନଙ୍କ ଉପରେ ପ୍ରୟୋଗ କଲେ । ଫ୍ଲାଙ୍କ କହିଥିଲେ , ପ୍ରକୃତି କେବଳ ଏକ କ୍ଵାଣ୍ଟା , ଦୁଇ କ୍ଵାଣ୍ଟା ଓ ପୂର୍ଣ୍ଣ ସଂଖ୍ୟା ବିଶିଷ୍ଟ କ୍ଵାଣ୍ଟାର ତାପ ବିକିରଣ କରେ । ଦେଢ କ୍ଵାଣ୍ଟା ତାପ ବିକିରଣର ବ୍ୟବସ୍ଥା ପ୍ରକୃତିରେ ନାହିଁ । ଏଇୟାକୁ ଭିତ୍ତି କରି ବୋର କହିଲେ – ଗୋଟିଏ ଗୋଟିଏ ନିର୍ଦ୍ଧିଷ୍ଟ ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତାକାର ପଥ ଇଲେକଟ୍ରନଙ୍କ ପାଇଁ ସ୍ଥିର ହୋଇରହିଛି । ଦୁଇଟି ଲଗାଲଗି କକ୍ଷ ମଝିରେ କୌଣସି କକ୍ଷରେ ଇଲେକଟ୍ରନ ନିଉକ୍ଳିଅସକୁ ପରିକ୍ରମଣ କରିପାରିବ ନାହିଁ । ଯେତେବେଳେ ପରମାଣୁ ମଧ୍ୟ ଦେଇ ବିଦ୍ୟୁତ ପ୍ରବାହ ହୁଏ , ପରମାଣୁର ଇଲେକଟ୍ରନ ଗୋଟିଏ କକ୍ଷରୁ ପରବର୍ତ୍ତୀ କକ୍ଷକୁ ଡେଇଁପଡେ ଓ ଏକ ନିର୍ଦ୍ଧିଷ୍ଟ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ରଶ୍ମି ବିକୀରିତ ହୁଏ । ଆଣବିକ ବୋମା ପୃଥିବୀର କି କ୍ଷତି କରିପାରେ ବୋର ତାହା ଜାଣିଥିଲେ ।ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ କରିବା ପାଇଁ ସେ ପୃଥିବୀର ରାଜନୀତିଜ୍ଞ ଓ ବିଜ୍ଞାନଙ୍କୁ ପ୍ରବର୍ତ୍ତାଇ ଥିଲେ । ବୋରଙ୍କ ପୁତ୍ର ମଧ୍ୟ ଜଣେ ବିଶିଷ୍ଟ ବିଜ୍ଞାନୀ ହୋଇ ବାହାରିଲେ ଓ ପଦାର୍ଥବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ । ଥରେ ନିଯୁର୍କରେ ଥିବା ସମୟରେ ବୋର ଜଣେ ଛାତ୍ରଙ୍କୁ କିଛି ଲେଖା ଟିପିବାକୁ ଡାକୁଥାନ୍ତି । ଆଇନଷ୍ଟାଇନ ନାମ ଆସିଗଲା । ବୋର ଆଇନଷ୍ଟାଇନ ନାମ ପାଖରେ ବାରମ୍ବାର ଝୁଣ୍ଟିଲେ ଓ ବାରମ୍ବାର ଆଇନଷ୍ଟାଇନ ନାମ ଉଚ୍ଚାରଣ କଲେ । ଏତିକିବେଳେ ଆଇନଷ୍ଟାଇନ କକ୍ଷ ଭିତରକୁ ପଶି ଆସିଲେ ଓ ତିପୁଥିବା ଛାତ୍ରଙ୍କ ଚୁପ ରହିବାକୁ ଇଙ୍ଗିତ ହେଇ ବୋରଙ୍କ ପଛପଟେ ଛିଡା ହୋଇ ରହିଥିଲେ । ବୋର “ଆଇନଷ୍ଟାଇନ , ଆଇନଷ୍ଟାଇନ “ କହି ଚାଲିଥିବା ଅବସ୍ଥାରେ ପଛକୁ ବୁଲିପଡି ଦେଖନ୍ତି ତା ସ୍ଵୟଂ ଆଇନଷ୍ଟାଇନ ଛିଡା ହୋଇଛନ୍ତି । ମିନିଟିଏ କାଳ ବୋର ଥକ୍କା ହୋଇ ଛିଡା ହେଲେ । ତାପରେ ତିନି ଜଣଙ୍କର ଗୋଟିଏ ଖୁବ ହାସ୍ୟାରୋଲ ଉଠିଲା । ବୋର ରୁଷିଆ ଗସ୍ତର ଯାଇଥାନ୍ତି । ସେ ବିପୁଳ ସଂଖ୍ୟକ ବିଚକ୍ଷଣ ଛାତ୍ରଙ୍କୁ କିପରି ଆକୃଷ୍ଟ କରୁଛନ୍ତି ତାର ରହସ୍ୟ ପ୍ରକାଶ କରିବାକୁ ତାଙ୍କୁ ପ୍ରଶ୍ନ ହେଲା ବୋର କହିଲେ “ ତାର କାରଣ ହୋଇପାରେ ଯେ ଛାତ୍ରଙ୍କ ଆଗରେ ମୋର ନିର୍ବୋଧତା ପ୍ରକାଶ କରିବାକୁ ମୁଁ କେବେ ସଙ୍କୋଚ କରେ ନା “ !

ରେଡିୟମର ଆବିଷ୍କାରକ

ମାଡାମ କ୍ୟୁରୀ (୧୮୭୬-୧୯୩୪)

ତାଙ୍କର ପୁରା ନାମ କ୍ୟୁରୀ , ମେରି ସ୍ଲୋଡୋସ୍ଲା । ଲୋକେ ପ୍ରଥମେ କହିଲେ ମେରି କ୍ୟୁରୀ । ପ୍ରସିଦ୍ଧ ହେବା ପରେ ଡାକିଲେ ମାଡାମ କ୍ୟୁରୀ । ଏହି ନାମ ସେ ଜଗତ ବିଖ୍ୟାତ । ପୋଲାଣ୍ଡର ୱାରସା ଠାରେ ମେରି ଜନ୍ମ ହୋଇଥିଲେ । ତେବେ ତାଙ୍କର ଉଚ୍ଚ ଶିକ୍ଷା ଓ ଗବେଷଣା କ୍ଷେତ୍ର ହୋଇଥିଲା ଫ୍ରାନ୍ସ । ମେରିଙ୍କର ବାଲ୍ୟକାଳ ଓ ଯୌବନରୁ ଅଧେ କାଳ ଦୁଃଖ ଦାରିଦ୍ର୍ୟ ଭୀତରେ କଟିଥିଲା । ତାଙ୍କର ମାଆ ଯକ୍ଷ୍ମାରେ ମଲେ । ଏହା ପୂର୍ବରୁ ସାନ ଭଊଣୀ ଟିଏ ଯତ୍ନ ଅଭାବରୁ ମରିଥାଏ । ବାପା ଜଣେ ଶିକ୍ଷକ ଥିଲେ । ରୁଷିଆ ପୋଲାଣ୍ଡ ଅଧିକାର କରିବା ପରେ ବାପାଙ୍କ ଚାକିରିଟି ଚାଲିଗଲା । ଅତି କଷ୍ଟରେ ମେରିଙ୍କ ବାପା ଦୁଇପୁର ଓ ଦୁଇ ଝିଅଙ୍କୁ ପଢାଇଲେ । ଏତେ ଦୁଃଖକଷ୍ଟ ଭୀତରେ ମେରି ଖୁବ ଭଲ ପଢୁଥିଲେ । ବଡ ଭଉଣୀ ମଧ୍ୟ ଭଲ ଛାତ୍ରୀ ଥିଲେ । ଡାକ୍ତରୀ ପାସ ପରେ ପ୍ୟାରିସ ର ଜଣେ ସହଧ୍ୟାୟୀ ଡାକ୍ତରଙ୍କୁ ବାହା ହୋଇଥିଲେ । ତାଙ୍କ ଠାରୁ ସାହାଯ୍ୟ ଓ ସାହାସ ପାଇ ମେରି ପ୍ୟାରିସ ଗଲେ । ସେଠାରେ ଦରିଦ୍ରଙ୍କ ପରି ଚଳି ଗଣିତ , ବିଜ୍ଞାନ, ପଦାର୍ଥବିଜ୍ଞାନ , ସଙ୍ଗୀତ ପ୍ରଭୃତିରେ ଉଚ୍ଚ ଶିକ୍ଷା କରୁଥାନ୍ତି । ତାଙ୍କର ଦାରିଦ୍ର୍ୟ ଏପରି ଉତ୍କଟ ଥିଲା ଯେ ଦିନେ ଚବିଶ ଘଣ୍ଟା ଉପାସ ରହିଥିବା ଫଳରେ ସେ ବେହୋସ ହୋଇଯାଇଥିଲେ । ମେରି ସୁତସେନବର୍ଗର ଗବେଷଣାରେ ଗବେଷଣା କରିବା ପାଇଁ ନିର୍ବାଚିତ ହୋଇଥାନ୍ତି । ଏହି ଗବେଷଣାଗାରରେ ଯୁବ ଗବେଷକ ପେରିଙ୍କ ସହିତ ତାଙ୍କର ପରିଚୟ ହେଲା । ଗବେଷଣା କରି ପେରି କିଛି ସୁନାମ ଅର୍ଜନ କରିଥାନ୍ତି ,। ମେରିଙ୍କର ଜ୍ଞାନ ଓ ପ୍ରତିଭା ଦ୍ଵାରା ଆକୃଷ୍ଟ ହୋ ସେ ତାଙ୍କୁ ବିବାହ କାଲେ । ଦୁହିଁଙ୍କର ଗବେଷଣା କିଛି ବର୍ଷ ପରେ ଦୁହିଁଙ୍କୁ ବିପୁଳ ସମ୍ମାନ ଆଣିଦେଲା । ପ୍ରତିଭା , ନିଷ୍ଠା, ଓ ପ୍ରତିକୁଳ ପରିସ୍ଥିତିରେ ଧାର୍ଯ୍ୟ ରଖିବାର ମନୋବଳ ମେରିଙ୍କୁ ନୋବେଲ ପୁରସ୍କାର ଆଣିଦେଇଛି । ଭବିଷ୍ୟତରେ ମାଡାମ କ୍ୟୁରୀ ନାମରେ ପରିଚିତ ମେରି ନୋବେଲ ପୁରସ୍କାର ପାଇବାର ପ୍ରଥମ ମହିଳା , ଥରେ ନୁହେଁ , ପ୍ରଥମେ ପଦାର୍ଥ ବିଜ୍ଞାନ ଓ ଦ୍ଵିତୀୟ ଥର ରସାୟନ ବିଜ୍ଞାନରେ ନୋବେଲ ପ୍ରାଇଜ ପାଇବାର ବିରଳ କୃତିତ୍ଵ ମାଡାମ କ୍ୟୁରୀଙ୍କର । ୧୯୦୩ ରେ ସ୍ଵାମୀ ପେରି କ୍ୟୁରୀଙ୍କ ସହିତ ପଦାର୍ଥ ବିଜ୍ଞାନରେ ଓ ୧୯୧୧ ରେ ରସାୟନ ବିଜ୍ଞାନରେ ଏକାକୀ ସେ ନୋବେଲ ପୁରସ୍କାର ପାଇଥିଲେ । ଦେଖିବାକୁ ଗଲେ ମାଡାମ କ୍ୟୁରୀଙ୍କ ପରିବାର ନୋବେଲ ପୁରସ୍କାରଙ୍କ ବିଜେତାଙ୍କୁ ନେଇ ଗଢା । ୧୯୩୫ ରେ ମାଡାମ କ୍ୟୁରୀଙ୍କ ଝିଅ ଇରିନ ଜୋଲିଅଟ କ୍ୟୁରୀ ଓ ତାଙ୍କର ସ୍ଵାମୀ ଫେଡେଋକଙ୍କୁ ମିଳିତ ଭାବେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିଛି । କ୍ୟୁରୀ ପରିବାରକୁ ଯେତେଥର ନୋବେଲ ପୁରସ୍କାର ଆସିଛି ପୃଥିବୀର ଅନ୍ୟ କୌଣସି ପରିବାରର ସେ ସୌଭାଗ୍ୟ ହୋଇନାହିଁ । ଦୁଇଟି ତେଜସ୍କ୍ରିୟ ମୌଳିକ ପୋଲୋନିୟମ ଓ ରେଡିୟମ ଆବିଷ୍କାର କରିଥିବା ମାଡାମ କ୍ୟୁରୀଙ୍କର ମାହାନ ଅବଦାନ । ୟୁରାନିୟମ ଏକ ତେଜସ୍କ୍ରିୟ ମୌଳିକ । ଏହା ୧୭୮୯ ଖ୍ରୀଷ୍ଟାଦ୍ଦରେ ଆବିଷ୍କୃତ ହୋଇଥିଲା । ୟୁରାନିୟମ ଅକସାଇଡ ଥିବା ଖଣିଜକୁ ସାଧାରଣ ଲୋକେ ପିଚ ବ୍ଲେଣ୍ଡି କହନ୍ତି । ପିଚ ବ୍ଲେଣ୍ଡିକୁ ଶୋଧିତ କରି ୟୁରାନିୟମ ମିଳିଲା । ଆମ ଦେଶରେ ରାଜସ୍ଥାନ , ବିହାର ଓ ଆନ୍ଧ୍ରପ୍ରଦେଶରେ ପିଚବ୍ଲେଣ୍ଡି ଖଣି ଅଛି । ମେରି ଓ ପେରି ସନ୍ଦେହ କରୁଥିଲେ ଯେ ପିଚ ବ୍ଲେଣ୍ଡିରେ ୟୁରାନିୟମ ବ୍ୟତିତ ଆଉ କିଛି ଆନାବିଷ୍କୃତ ତେଜସ୍କ୍ରିୟ ମୌଳିକ ଅଛି । ୟୁରାନିୟମ କାଢି ନେବା ପରେ ଆଦରକାରୀ ପିଚ ବ୍ଲେଣ୍ଡି ଜମି ରହୁଥିଲା । ସେ ସବୁ ମୂଲ୍ୟହୀନ , ମାତ୍ର ଏହା ଚକ୍ଷୁ ପିଚବ୍ଲେଣ୍ଡିକୁ ପରୀକ୍ଷା କରିବା ପାଇଁ ଯାନବାହନ ଖର୍ଚ୍ଚ ଆବଶ୍ୟକ । ୟୁରାନିୟମ କଢା ସାରିଥିବା ପିଚ ବ୍ଲେଣ୍ଡକୁ ବୋହି ଆଣିବାର ଅନୁମତି ମେରି ଓ ପେରିଙ୍କୁ ମିଳିଗଲା । ହାତରୁ ଖର୍ଚ୍ଚ କରି ଟନ ଟନ ପିଚ ବ୍ଲେଣ୍ଡ ସେମାନେ ବୁହାଇ ଆଣିଲେ । ସେମାନଙ୍କୁ ଗୋଟିଏ ବଡ କାରଖାନା ଘର ମଧ୍ୟ ମିଳିଗଲା । ସେଇଟି ପାଳି କରି ମେରି ଓ ପେରି ଦିନରାତି ବସି ବଡ କଡେଇରେ ପିଚ ବ୍ଲେଣ୍ଡି ତରଳାଇଲେ । ଦୁଇ ବର୍ଷ ହାଡଭଙ୍ଗା ପରିଶ୍ରମ କରି ୧୮୯୮ ଜୁଲାଇରେ ସଫଳ ହେଲେ । ଏକ ନୂଆ ମୌଳିକ ମିଳିଲା ଯାହାର ତେଜସ୍କ୍ରିୟତା ୟୂରାନିଅମର ତିନିଶହ ଗୁଣ । ଏହାର ନାମ ମେରିଙ୍କ ଜନ୍ମଭୂମି ପୋଲାଣ୍ଡ ଅନୁସାରେ ରଖାଗଲା ପୋଲୋନିୟମ । ୧୯୦୩ ରେ ପଦାର୍ଥବିଜ୍ଞାନରେ ତିନିଜଣ ମିଳିତ ଭାବେ ନୋବେଲ ପୁରସ୍କାର ପାଇଲେ । ମେରି କ୍ୟୁରୀ , ପେରିକ୍ୟୁରୀ ଓ ତେଜସ୍କ୍ରିୟତା ଉପରେ ଗୁରୁତ୍ଵପୂର୍ଣ୍ଣ ଗବେଷଣା କରିଥିବା ବିକ୍ୟୁରେଲ । ଦୀର୍ଘକାଳ କଠିନ ପରିଶ୍ରମ କରି ନୁହେଁ ଏତେ କ୍ଳାନ୍ତ ଓ ଅସୁସ୍ଥ ହୋଇ ପଡିଥାନ୍ତି ଯେ ନୋବେଲ ପୁରସ୍କାର ଉତ୍ସବକୁ ଯାଇପାରିଲେ ନାହୀନ । ପୋଲୋନିଅମ ଆବିଷ୍କାର ପରେ ଦୁହିଁଙ୍କ ଗବେଷଣା ସରିନ ଥାଏ । ମାଡାମ କ୍ୟୁରୀ ଲକ୍ଷ୍ୟ କାଲେ ଯେ ୟୂରାନିୟମ ଓ ପୋଲୋନିୟମ କାଢି ନେବା ପରେ ପିଚ ବ୍ଲେଣ୍ଡି ତଥାପି ଶକ୍ତିଶାଳି ତେଜସ୍କ୍ରିୟତାର ଲକ୍ଷଣ ଦେଖାଉଛନ୍ତି । ସେ ସନ୍ଦେହ କଲେ ଯେ ପିଚବ୍ଲେଣ୍ଡିରେ ଏକ ଦୃତୀୟ ଶକ୍ତିଶାଳି ତେଜସ୍କ୍ରିୟତା ମୌଳିକ ରହିଛି । ସ୍ଵାମୀ ସ୍ତ୍ରୀଙ୍କର ଗବେଷଣା ଜାରି ରହିଲା । ପୋଲୋନିୟମ ଆବିଷ୍କୃତ ହେବାର ଛଅମାସ ପରେ ଏକ ନୂତନ ମୌଳିକର ସନ୍ଧାନ ମିଳିଲା । ତାର ନାମ ରଖାଗଲା ରେଡିୟମ । ରେଡିୟମର ତେଜସ୍କ୍ରିୟତା ଅଦ୍ଭୁତ । ଏହା ୟୂରାନିଅମ ଠାରୁ ପ୍ରାୟ ନିୟୁତଗୁଣ ଅଧିକ ତେଜସ୍କ୍ରିୟ । ତେବେ କ୍ୟୁରୀ ଦମ୍ପତି ଯେତିକି ରେଡିୟମ ପାଇଲେ ତାହା ଅତି ସାମାନ୍ୟ । ତାକୁ ମାପି ହେବନି କି କିଛି ପରୀକ୍ଷା କରି ହେବନି । ଅଧିକ ପରିମାଣର ରେଡିୟମ ସଂଗ୍ରହ କରିବାକୁ ଦୁହେଁ ସମସ୍ତ ସଞ୍ଚିତ ଅର୍ଥ ବ୍ୟୟ କରି ଏକଗ୍ରାମ ରେଡିୟମ ପାଇଲେ । ଏହା ୧୯୦୨ ର ଘଟନା । ମାଡାମ କ୍ୟୁରୀ ଅବିଶ୍ରାନ୍ତ ପରିଶ୍ରମ କରି ପନ୍ଦର ପାଉଣ୍ଡ ଓଜନ ହରାଇଥାଆନ୍ତି । ଏଣୁ ୧୯୦୩ ରେ ନୋବେଲ ପ୍ରାଇଜ ଉତ୍ସବକୁ ଯିବା ସମ୍ଭବ ହେଲା ନାହିଁ । ୧୯୦୬ ରେ ମାତ୍ର ୪୭ ବର୍ଷ ବୟସରେ ପେରି ଏକ ଦୁର୍ଘଟଣାରେ ପ୍ରାଣ ହରାଇଲେ । ଏହି ଆକସ୍ମିକ ଦୁର୍ଘଟଣାରେ ମାଡାମ କ୍ୟୁରୀ ଭାଙ୍ଗିପଡିଲେ । ପେରି ଥିଲେ ବିଖ୍ୟାତ ସୋର୍ବାନ ବିଶ୍ଵବିଦ୍ୟାଳୟର ପ୍ରଫେସର । ତାଙ୍କ ବିୟୋଗରେ ଏହି ପଦ ପାଇଁ ମାଡାମ କ୍ୟୁରୀଙ୍କ ନାମ ଉଠିଲା । ଜଣେ ମହିଳାଙ୍କୁ ଉଚ୍ଚ ପଦ ନ ଦେବା ପାଇଁ କେତେକ ଚାହୁଁଥିଲେ , ମାତ୍ର ଶେଷରେ ମାଡାମ କ୍ୟୁରୀଙ୍କୁ ଏହି ପଦ ମିଳିଲା । ୧୯୧୧ ମସିହାରେ ମାଡାମ କ୍ୟୁରୀ ରସାୟନ ବିଜ୍ଞାନରେ ଏକାକୀ ନୋବେଲ ପୁରସ୍କାର ପାଇଲେ । ରେଡିୟମ କର୍କଟ ରୋଗର ଚିକିତ୍ସା ପାଇଁ ଅତ୍ୟାବଶ୍ୟକ , ମାତ୍ର ରେଡିୟମର ତେଜସ୍କ୍ରିୟତା ସଂସ୍ପର୍ଶରେ ଅଧିକ ଆସିଲେ କର୍କଟ ବ୍ୟାଧି ହେବାର ଆଶଙ୍କା ରହିଛି । ମାଡାମ କ୍ୟୁରିଜ ଦୀର୍ଘକାଳ ରେଡିୟମକୁ ନେଇ ପରୀକ୍ଷା ଯୋଗୁଁ କର୍କଟ ବ୍ୟାଧିରେ ପ୍ରାଣ ଦେଲେ । କ୍ୟୁରୀ ଦମ୍ଫତିଙ୍କ ସମ୍ମାନାର୍ଥେ ୯୬ ତମ ମୌଳିକ ନାମ କ୍ୟୁରିୟମ ରଖାଯାଇଛି । ତେଜସ୍କ୍ରିୟତା ମାପର ଏକକ ମଧ୍ୟ କ୍ୟୁରୀ ରହିଛି ।

ଆଇନଷ୍ଟାଇନ

(୧୮୯୭-୧୯୫୫)

ଆଲବର୍ଟ ଆଇନଷ୍ଟାଇନ ୧୮୯୭ ଖ୍ରୀଷ୍ଟାଦ୍ଦ ମାର୍ଚ୍ଚ ୧୪ ତାରିଖ ଦିନ ଜର୍ମାନର ଉଲମ ସହରରେ ଗୋଟିଏ ଇହୁଦୀ ପରିବାରରେ ଜନ୍ମ ହୋଇଥିଲେ  । ତାଙ୍କର ପିତାମାତା ମ୍ୟୁନିକ ସହରକୁ ଉଠି ଆସିଲେ ଓ ଆଇନଷ୍ଟାଇନଙ୍କ ପ୍ରାଥମିକ ଶିକ୍ଷା ଏଇଠି ଆରମ୍ଭ ହେଲା  । ପ୍ରାଥମିକ ଶିକ୍ଷା ସାରି ଶେ ହାଇସ୍କୁଲକୁ ଗଲେ  । ଜର୍ମାନର ଗତାନୁଗତିକ ଶିକ୍ଷା ପଦ୍ଧତି ତାଙ୍କୁ ଭଲ ଲାଗୁ ନଥିଲା  । ଆଇନଷ୍ଟାଇନକୁ ପନ୍ଦର ବର୍ଷ ହୋଇଥିବା ବେଳେ ତାଙ୍କର ଜଣେ ଶିକ୍ଷକ ତାଙ୍କୁ ଡାକି କହିଲେ  “ ଆଇନଷ୍ଟାଇନ ତୁମେ ଏ ସ୍କୁଲ ଛାଡି ଚାଲିଗଲେ ଭଲ ହୁଅନ୍ତା “ ତାଙ୍କର ଦୋଷ କଣ ବୋଲି ଆଇନଷ୍ଟାଇନ ପଚାରିଲେ  । ଦୋଷ କିଛି ନଥିଲା   ।  ଶିକ୍ଷକ କହିଲେ “ ତୁମ ଉପସ୍ଥିତିରେ ମୁଁ ପିଲାମାନଙ୍କ ସମ୍ମାନ ହରାଉଛି  “। ଆଇନଷ୍ଟାଇନ ଶିକ୍ଷକମାନଙ୍କୁ ଅଡୁଆ ପ୍ରଶ୍ନସବୁ ପଚାରୁଥିଲେ ଶିକ୍ଷକମାନଙ୍କୁ ଯେପରି ଆଇନଷ୍ଟାଇନ ଭଲ ଲାଗୁ ନଥିଲେ  , ଆଇନଷ୍ଟାଇନନୁ ମଧ୍ୟ ସ୍କୁଲ ଓ ତାର ପରିବେଶ ଭଲ ଲାଗୁନଥିଲା  । ତାଙ୍କର ଘରୋଇ ଡାକ୍ତରଙ୍କ ଠାରୁ ସେ ଅସୁସ୍ଥ ଓ ଯିବା ଯିବାକୁ ଅକ୍ଷମବୋଲି ଗୋଟିଏ ସାର୍ଟିଫିକେତାନି ଆଇନଷ୍ଟାଇନ ସ୍କୁଲ ଯିବା ବନ୍ଦ କଲେ  । ସୁଇଜରଲ୍ୟାଣ୍ଡର ଜୁରିଚ ଠାରୁ ବିଖ୍ୟାତ ଫେଡେରାଲ ଇନଷ୍ଟିଚ୍ୟୁଟ ଅଫ  ଟେକନୋଲୋଜିରେ ତାଙ୍କର ପରବର୍ତ୍ତୀ ଶିକ୍ଷା ଆରମ୍ଭ୍ଜ ହେଲା   ।  ଏ ଅନୁଷ୍ଠାନ ସ୍ଵାଧୀନ ବାତାବରଣ ଆଇନଷ୍ଟାଇନଙ୍କୁ ଭଲ ଲାଗିଲା ଓ ଚାରିବର୍ଷ ପରେ ୧୯୦୦ ଖ୍ରୀଷ୍ଟାଦ୍ଦରେ ସେ ଏଇ ଅନୁଷ୍ଠାନରୁ ଡିଗ୍ରୀ ପାଇଲେ  ।

ଆଇନଷ୍ଟାଇନଙ୍କ ଆର୍ଥିକ ଅବସ୍ଥା ଖରାପ ଥିଲା  । ଯେଉଁ ଅନୁଷ୍ଠାନରୁ ପାସ କଲେ ସେଠାକାର ଅଧ୍ୟାପକମାନଙ୍କ ସହିତ ତାଙ୍କର ସୁସମ୍ପର୍କନ ଥାଏ   । ତେବେ ଜଣେ ଅଧ୍ୟାପକ ତାଙ୍କୁ ଭଲ ପାଉଥିଲେ ଓ ତାଙ୍କ ଚେଷ୍ଟା ଫଳରେ ସେ ଗୋଟିଏ ଅଫିସରେ କିରାଣୀ ଚାକିରି ଖଣ୍ଡେ ପାଇଲେ  । ଏ ଅଫିସରେ କାମ କମ   । ଆଇନଷ୍ଟାଇନଙ୍କ ବିଜ୍ଞାନ ଗବେଷଣା ପାଇଁ ସୁଯୋଗ ମିଳିଲା   ।  ୧୯୦୫ ଖ୍ରୀସ୍ତାଦ୍ଦରେ ଆଇନଷ୍ଟାଇନଙ୍କୁ ବିଜ୍ଞାନ ଗବେଷଣା କରିବାକୁ ସୁଯୋଗ ମିଳିଲା   ।  ୧୯୦୫ ଖ୍ରୀସ୍ତାଦ୍ଦରେ ଆଇନଷ୍ଟାଇନ ଙ୍କର ପଞ୍ଚୋଟି ଗବେଷଣା ନିବନ୍ଧ ପ୍ରକାଶ ପାଇଲା  । ଏମାନଙ୍କର ମୂଲ୍ୟ ଅକାଳୀୟ ତେବେ ଏମାନଙ୍କର ମୂଲ୍ୟ ହୃଦୟଙ୍ଗମ କରିବାକୁ ପୃଥିବୀର ଶ୍ରେଷ୍ଠ ବିଜ୍ଞାନୀମାନଙ୍କୁ କିଛି ବର୍ଷ ଲାଗିଲା  ।  ପଞ୍ଚୋଟି ନିବନ୍ଧ ମଧ୍ୟରୁ ଗୋଟିକର “ ଫଟୋ ଇଲେକଟ୍ରିକ ଏଫେକଟ “ ର ବ୍ୟାଖ୍ୟା ହୋଇଛି  । ବାକିଗୁଡିକ “ ସ୍ପେଶାଲ ଥିଓରୀ ଅଫ ରିଲେଟିଭିଟି “ ସମ୍ପର୍କରେ  । ମାତ୍ର ଛବିଶ ବର୍ଷ ବୟସରେ ଗୋଟିଏ ବର୍ଷ ମଧ୍ୟରେ ଆପେକ୍ଷିକ ତତ୍ତ୍ଵ ଓ “ଫଟୋ ଇଲେକଟ୍ରନ ଏଫେକଟ “ ର ବ୍ୟାଖ୍ୟା କରିବା ଯାହାଙ୍କ ପକ୍ଷରେ ସମ୍ଭବ , ତାକୁ ପୃଥିବୀର ସର୍ବଶ୍ରେଷ୍ଠ ବିଜ୍ଞାନୀର ସମ୍ମାନ ମିଳିବା ସ୍ଵାଭାବିକ   ।  ନିଉଟନ ଙ୍କୁ ବାଦ ଦେଲେ ଆଉ କୌଣସି ବିଜ୍ଞାନୀଙ୍କୁ ଆଇନଷ୍ଟାଇନଙ୍କ ସହିତ ସମାନ ଆସନରେ ବିଜ୍ଞାନଗଣ ବସାଇନାହାନ୍ତି   ।

ସମଗ୍ର ପୃଥିବୀ ଆଇନଷ୍ଟାଇନଙ୍କ ବିଖ୍ୟାତ ଆପେକ୍ଷିକ ବାଦର ଜନକ ବୋଲି ଜାଣେ  । ମାତ୍ର ଆଇନଷ୍ଟାଇନ ଆପେକ୍ଷିକ ବାଦ ପାଇଁ ନୋବେଲ ପୁରସ୍କାର ପାଇନାହାନ୍ତି  । ନୋବେଲ ପୁରସ୍କାର ପାଇଛନ୍ତି ଫଟୋ ଇଲେକଟ୍ରିକ ଏଫେକଟର ବ୍ୟାଖ୍ୟା କରିଥିବା ପାଇଁ  । ଏହାର କାରଣ , ଆପେକ୍ଷିକ ବାଦର ଗୁରୁତ୍ଵ ବୁଝିବାକୁ ବିଜ୍ଞାନୀମାନେ ଅଧିକ ସମୟ ନେଲେ   ।

୧୯୦୦ ଖ୍ରୀଷ୍ଟାଦ୍ଦରେ ଜର୍ମାନ ବିଜ୍ଞାନୀ ପ୍ଲାଙ୍କ ଯେଉଁ କ୍ଵାଣ୍ଟମ ଧାରଣା ବଢିଲେ , ତାହା ଆଧୁନିକ ବିଜ୍ଞାନର ମୂଳସ୍ତମ୍ଭ କହିଲେ ଅତ୍ୟୁକ୍ତି ହେବ ନାହିଁ   । ପ୍ଲାଙ୍କ କହିଲେ ଆଲୋକ ଅତିକ୍ଷୁଦ୍ର ଶକ୍ତି ପ୍ୟାକେଟମାନଙ୍କର ସୁଆ   । ଗୋଟିଏ ଶକ୍ତି ପ୍ୟାକେଟରୁ ସେ କ୍ଵାଣ୍ଟା ନାମ ଦେଇଥିଲେ   । ପ୍ରକୃତି ଏକ କ୍ଵାଣ୍ଟା , ଦୁଇ କ୍ଵାଣ୍ଟା, ତିନି କ୍ଵାଣ୍ଟା ....... ମୋଟ ଉପରେ ପୂର୍ଣ୍ଣ ସଂଖ୍ୟା ବିଶିଷ୍ଟ କ୍ଵାଣ୍ଟା ଶକ୍ତି ଚାଲାଣର ବ୍ୟବସ୍ଥା କରିଛି   । ଦେଢ କ୍ଵାଣ୍ଟା ଶକ୍ତି ନାହିଁ  । ପ୍ଳାବଙ୍କର ଏହି ଗୁରୁତ୍ଵପୂର୍ଣ୍ଣ ତତ୍ଵର ପ୍ରଥମ ପ୍ରୟୋଗ କରିଥଲେ ଆଇନଷ୍ଟାଇନ  ।  ଆଇନଷ୍ଟାଇନ କହିଲେ ଆଲୋକରଶ୍ମୀ ସତେ କି ଗୁଳିମାନଙ୍କର ସୁଅ   ।  ଗୋଟିଏ ଗୁଳିର ନାମ ରଖିଲେ ଫୋଟନ  । ଅଧା ପୋଟନ ନାହିଁ ଓ ଫୋଟନକୁ ଭାଙ୍ଗିବା ଅସମ୍ଭବ   ।

ଫଟୋ ଇଲେକଟ୍ରିକ ଏଫେକଟ କ’ଣ  ? ଜର୍ମାନ ବିଜ୍ଞାନୀ ଫିଲିପ ଲେନାର୍ଡ ପରୀକ୍ଷା କରି ଦେଖାଇଥିଲେ ଯେ ଗୋଟିଏ ଧାତବ ପୃଷ୍ଠ ଉପରେ ଆଲୋକପାଟ କରାଇଲେ    ଇଲେକଟ୍ରନମାନେ ପୃଷ୍ଠତ୍ୟାଗ କରନ୍ତି   । ଏହା ଫଟୋ ଇଲେକଟ୍ରନ ଏଫେକଟ ଓ ଏହି ଆବିଷ୍କାର ପାଇଁ ଲେନାର୍ଡଙ୍କୁ ୧୯୦୫ ରେ ନୋବେଲ ପୁରସ୍କାର ମିଳିଥିଲା   । ଲେନାର୍ଡଙ୍କ ଆବିଷ୍କାର ପରେ ଏ ସମ୍ବନ୍ଧରେ ଅଧିକ ପରୀକ୍ଷା କରି ବିଜ୍ଞାନୀମାନେ ପ୍ରହେଳିକା ଜାଲରେ ଛନ୍ଦି ହୋଇଗଲେ  । ସେମାନେ ଦେଖିଲେ ଯେ ଆଲୋକ ରଶ୍ମୀର ତୀବ୍ରତା ବଢାଇଲେ ଧାତବ ପୃଷ୍ଠ ତ୍ୟାଗ କରୁଥିବା ଇଲେକଟ୍ରନନ ସଂଖ୍ୟା ବଢୁଛି କିନ୍ତୁ ସେମାନଙ୍କର ବେଗ ବଢୁନାହିଁ  । କେବଳ ଆଲୋକରଶ୍ମୀର ରଙ୍ଗ ବଦଳିଲେ ପୃଷ୍ଠ ତ୍ୟାଗୀ ଇଲେକଟ୍ରନଙ୍କ ବେଗରେ ପରିବର୍ତ୍ତନ  ହେଉଛି   । ଉଦାହରଣ ସ୍ୱରୂପ , ନୀଳ ଆଲୋକ  ଦ୍ଵାରା ଧାତବ ପୃଷ୍ଠ ରୁ ଛିଡୁଥିବା ଇଲେକଟ୍ରନ ବେଗ ପୀତ ଆଲୋକ ଦ୍ଵାରା ବିତାଡିତ ଇଲେକଟ୍ରନଙ୍କ ବେଗ ଅପେକ୍ଷା ଅଧିକ   । ଏହାର କାରଣ ବୁଝାଇ ଆଇନଷ୍ଟାଇନ କହିଲେ ଯେ ସବୁ ରଙ୍ଗର ଆଲୋକଙ୍କର ଫୋଟନ ସମାନ ଭାବେ ଶକ୍ତିଶାଳି ନୁହନ୍ତି  । ଯେପରି ଅଧିକ ଶକ୍ତିଶାଳି ଗୋଳାର ପ୍ରଭାବ ଅଧିକ ହୋଇଥାଏ   , ସେହିପରି ପୀତ ରଶ୍ମୀର ଫୋଟନ ତୁଳନାରେ ଅଧିକ ଶକ୍ତି ସମ୍ପର୍ଣ୍ଣ ନୀଳ ରଶ୍ମୀର ଫୋଟନ ଧାତବ ପୃଷ୍ଠରୁ ଇଲେକଟ୍ରନ ଅଧିକ ବେଗରେ ବିତାଡିତ କରେ  ।  ଧାତବ ପୃଷ୍ଠରେ ଅଧିକ ପରିମାଣର ପୀତ ରଶ୍ମୀ ପକାଇଲେ ଅଧିକ ସଂଖ୍ୟକ  ପଇଡ ଫୋଟନ ଅଧିକ ଇଲେଟଟ୍ରନଙ୍କୁ ଧକ୍କା ଦେବା ଫଳରେ ଅଧିକ ସଂଖ୍ୟକ ଇଲେକଟ୍ରନ ପରିତ୍ୟାଗ କରିବେ କିନ୍ତୁ ଇଲେକଟ୍ରନର ବେଗ ବଢିବାର କୌଣସି କାରଣ ନାହିଁ   । ରଙ୍ଗ ବଦଳିଲେ ଯାଇ ପୃଷ୍ଠତ୍ୟାଗ କରୁଥିବା ଇଲେକଟ୍ରନ ବେଗ ବଦଳିଥାଏ    ।

ଆପେକ୍ଷିକ ବାଦ ଅନୁସାରେ ଆଲୋକର ବେଗ ସର୍ବାଧିକ   । ଆଲୋକ ଏକ ସେକେଣ୍ଡରେ ୧୮୬୦୦୦ ମାଇଲ ଦୁରତ୍ଵ ଅତିକ୍ରମ କରେ   । କୌଣସି ବସ୍ତୁ ଆଲୋକ ଠାରୁ ଅଧିକ ବେଗରେ ଗତି କରିପାରିବ ନାହିଁ   । ଆଲୋକର ବେଗ ଆପେକ୍ଷିକ ନୁହେଁ ,  ପରମ  । “ ଆପେକ୍ଷିକ “ ପରମ ପ୍ରଭେଦ ବୁଝିବା ପାଇଁ ନିମ୍ନୋକ୍ତ ଦୃଷ୍ଟାନ୍ତଟି ସାହାଯ୍ୟ କରିବ   । ମନେକର ଦୁଇଟି ସମାନ୍ତରାଳ ରାସ୍ତାରେ ଦୁଇଟି କାର ଚାଲୁଛନ୍ତି   । ଗୋଟିକର  ବେଗ  ଶହେ କିଲୋମିଟର, ଆଉ ଗୋଟିକର ୮୦ କିଲୋମିଟର   । ଦ୍ଵିତୀୟ କାରରେ ଥିବା ଦର୍ଶକ ଦେଖି ଯେ ପ୍ରଥମ କାରଟି ୧୦୦ -୮୦ = ୨୦ କିଲୋମିଟର ବେଗରେ ଧାଉଁଛି  । ମାତ୍ର ଯଦି ପ୍ରଥମ କାରଟି ଆଲୋକ ବେଗରେ ଅର୍ଥାତ  ସେକେଣ୍ଡକୁ ୧୮୬୦୦ ମାଇଲ ବେଗରେ ଛୁଟୁଥାଏ   , ଦ୍ଵିତୀୟ କାରଟି ସେକେଣ୍ଡକୁ ୧୮୦୦୦ ମାଇଲ ବେଗରେ ଧାଇଁଥାଏ  , ତେବେ ଦ୍ଵିତୀୟ କାରର ଦର୍ଶକ ପାଇଁ ପ୍ରଥମକାରଟି ୧୮୬୦୦ ମାଇଲ ବେଗରେ ହିଁ ଛୁଟୁଥିବ , ୬୦୦୦ ମାଇଲ ବେଗରେ ନୁହେଁ   ।

ଆମ ପୃଥିବୀବାସୀଙ୍କ ପାଇଁ କାଳ ସମାନ ବେଗରେ ବହିଚାଲିଛି   । ଆଇନଷ୍ଟାଇନ କହିଲେ କାଳ ଆପେକ୍ଷିକ   । ଅତି ଦ୍ରୁତ ଗତିରେ ପରସ୍ପର ଠାରୁ ଦୂରେଇ ଯାଉଥିବା ବ୍ୟକ୍ତିଙ୍କ ପାଇଁ କାଳ ସମାନ ବେଗରେ ବହେ ନାହିଁ  । ପୃଥିବୀ ବାସିନ୍ଦାମାନେ ପ୍ରାୟ ସ୍ଥିର ଥିବାରୁ ସମସ୍ତଙ୍କ କାଳ ସମାନ  । ଧରାଯାଉ ତୁମେ ଗୋଟିଏ ମହାକାଶଯାନରେ ସେକେଣ୍ଡକୁ ୧୬୬୦୦୦ ମାଇଲ ବେଗରେ (ଏତେ ଦ୍ରୁତଗାମୀ ମହାକାଶଯାନ  ବର୍ତ୍ତମାନ ମଣିଷର କଳ୍ପନାନୀତ  ) ପୃଥିବୀ ଛାଡିଲ ଓ ଦଶ ବର୍ଷ ପରେ ପୃଥିବୀକୁ ଫେରି ଆସିଲ     । ତୁମେ ଦେଖିବ ଯେ ପୃଥିବୀରେ ପଚାଶ ବର୍ଷ ବୀତିଯାଇଛି ଓ ତୁମ ସାଙ୍ଗମାନେ ବୁଢା ହୋଇଯାଇଛନ୍ତି   । ତୁମ ମହାକାଶଯାନ ଯଦି ଅଧିକ ଦ୍ରୁତଗ୍ରାମୀ ହୋଇଥାଏ ତେବେ ତୁମର ଦଶବର୍ଷ ପୃଥିବୀର ପଚାଶ ଠାରୁ ଅଧିକ ହେବ   ।

କେବଳ କାଳ ଆପେକ୍ଷିକ ନୁହେଁ   , ଦୈର୍ଘ୍ୟ  ଓ ବସ୍ତୁତ୍ଵ ମଧ୍ୟ ଆପେକ୍ଷିକ   । ସ୍ଥିର ଥିବା ଜଣେ ପର୍ଯ୍ୟବେକ୍ଷଣ ଆଡକୁ ଦ୍ରୁତ ବେଗରେ ଆଗେଇ ଆସୁଥିବା ଗୋଟିଏ ବସ୍ତୁର ଦୈର୍ଘ୍ୟ   ଛୋଟ ହୋଇଯାଏ ଏବଂ ତାର ବସ୍ତୁତ୍ଵ ବଢିଯାଏ   ।

ଆଇନଷ୍ଟାଇନ ଆପେକ୍ଷିକବାଦର ଗୋଟିଏ ଅତି ଗୁରୁତ୍ଵପୂର୍ଣ୍ଣ ସିଦ୍ଧାନ୍ତ ହେଉଛି  ଯେ ବସ୍ତୁତ୍ଵ (ମାସ) ଓ ଶକ୍ତି (ଏନର୍ଜି ) ଅଭିନ୍ନ   । ଯଦି ଗୋଟିଏ ବସ୍ତୁର ବସ୍ତୁତ୍ଵ m ହୁଏ ତେବେ ତାହା m ଶକ୍ତି ସହିତ ସମାନ   । c ହେଉଛି ଆଲୋକର ବେଗ । ଆଇନଷ୍ଟାଇନଙ୍କ ସମୀକରଣ ଅନୁସାରେ E = m, E ଶକ୍ତି  । ସି ଖୁବ ବଡ ସଂଖ୍ୟା  ଅସମ୍ଭବ ଭାବେ ବଡ   । ଆଇନଷ୍ଟାଇନଙ୍କ ସମୀକରଣ ଅନୁସାରେ ଅତି ଅଳ୍ପ ବସ୍ତୁ ଅକଳ୍ପନୀୟ ଶକ୍ତିର ଭଣ୍ଡାର  । ତାଙ୍କରି ଠାରୁ ସୂତ୍ର ପାଇ ପରମାଣୁ ବୋମା ତିଆରି ହୋଇଛି   । ଅଳ୍ପ ୟୁରାନିୟମ ବା ରେଡିୟମକୁ ଶକ୍ତିରେ ରୂପାନ୍ତର କଲେ ତାହା ଏକ ବିରାଟ ଅଞ୍ଚଳକୁ ନିମିଷକେ ପାଉଁଶ କରିଦେବ   । ମାତ୍ର ୟୁରାନିୟମ ରେଡିୟମ ପରି ତେଜସ୍କ୍ରିୟ ବସ୍ତୁ ଅପେକ୍ଷାକୃତ ସହଜରେ ଶକ୍ତିରେ ରୂପାନ୍ତରିତ ହୋଇପାରେ  । ପ୍ରଚଣ୍ଡ ତାପରେ ବସ୍ତୁ ଶକ୍ତିରେ ରୂପାନ୍ତରିତ ହେଉଥାଏ   । ଯେପରିକି ନକ୍ଷତ୍ରଙ୍କ ଗର୍ଭ ଆମ ସୂର୍ଯ୍ୟ ଗର୍ଭରେ ଯଦି ସାଧାରଞ୍ଜ ଇନ୍ଧନ (କାଠ , କୋଇଲା ବା ପେଟ୍ରୋଲ ) ଜଳୁଥାଆନ୍ତା   ; ତେବେ ସବୁ ଇନ୍ଧନ ସରନ୍ତାଣୀ ଓ ସୂର୍ଯ୍ୟ କେବେଠାରୁ ଥଣ୍ଡା ହୁଅନ୍ତାଣୀ    । ମାତ୍ର ସୂର୍ଯ୍ୟ ଗର୍ଭର ପ୍ରଚଣ୍ଡ ତାପରେ ଅଳ୍ପ ଉଦଜାନ ପରମାଣୁ ଜଳି ସୌରଜଗତକୁ ଆଲୋକ ଓ ଉତ୍ତାପ ସୂର୍ଯ୍ୟ ୫୦୦ କୋଟି ବର୍ଷ ହେବ ଯୋଗାଉ ଆସୁଛି ଓ ଆଉ ସାତସହ କୋଟି ବର୍ଷ ଯୋଗାଇବ  । ତେବେ ପୃଥିବୀ ଆଉ ସାତଶହ ବର୍ଷ ନଥିବ  । ସୂର୍ଯ୍ୟର ଆକାର ବଢୁଛି  ଓ ସାତବର୍ଷ କୋଟି ବର୍ଷ ଅନେକ ପୂର୍ବରୁ ପୃଥିବୀ ସୂର୍ଯ୍ୟ ଗର୍ଭକୁ ଚାଲିଯାଇଥିବ  । ତେବେ ମଣିଷର କିଛି ଚିନ୍ତା କରିବାର ନାହିଁ  । କୋଟିଏ ବର୍ଷ ଦୂରର କଥା , ଲକ୍ଷ ବର୍ଷ ଭୀତରେ ବିଜ୍ଞାନ ବଳରେ ମଣିଷ ଚଢେଇ ପରି ପୁର କିନା ଅନ୍ୟ ଗ୍ରହଟିଏ ବାଛି ଉଡିଯାଇପାରିବ   ।

ସ୍ପେଶାଲ ଥିଓରୀ ଅଫ ରିଲେଟିଭିଟି କେବଳ ସରଳରେଖାରେ ଗତି କରୁଥିବା ବସ୍ତୁଙ୍କୁ ଅଧ୍ୟୟନ କରେ   ।  ୧୯୦୫ ରୁ ବକ୍ର ପଥରେ ଗତି କରୁଥିବା ବସ୍ତୁଙ୍କୁ ଅଧ୍ୟୟନ କରିବା ଚିନ୍ତା ଆଇନଷ୍ଟାଇନ ଅଧିକାର କରିଥିଲା  ।  ୧୯୧୬ ରେ ସେ ଜେନେରାଲ ଥିଓରୀ ଅଫ ରିଲେଟିଭିଟି  ତତ୍ତ୍ଵ ପ୍ରକାଶ କଲେ   । ଏହି ତତ୍ତ୍ଵରେ ଆଇନଷ୍ଟାଇନ ମାଧ୍ୟାକର୍ଷଣକୁ ନୂତନ ଦୃଷ୍ଟିକୋଣରୁ ବିଚାର କରିଛନ୍ତି   ।

ଆଧାର : ଶରତ କୁମାର ମହାନ୍ତି

3.0
sudhansu mallick Oct 01, 2016 11:58 AM

ପୃଥିବୀ ର ଏତେ ମହାନ ବୈଜ୍ଞାନିକ ଙ୍କ ବିଷୟ ରେ ଜାଣିବାକୁ ପାଇଲୁ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top