ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ମହାପାତ୍ର ନୀଳମଣି ସାହୁ
ସେଆର କରନ୍ତୁ

ମହାପାତ୍ର ନୀଳମଣି ସାହୁ

ମହାପାତ୍ର ନୀଳମଣି ସାହୁ (୨୨ ଡିସେମ୍ବର ୧୯୨୬ - ୨୫ ଜୁନ ୨୦୧୬) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ।

ମହାପାତ୍ର ନୀଳମଣି ସାହୁ (୨୨ ଡିସେମ୍ବର ୧୯୨୬ - ୨୫ ଜୁନ ୨୦୧୬) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ।

ଜୀବନ କାଳ

ମହାପାତ୍ର ନୀଳମଣି ସାହୁ ଡିସେମ୍ବର ୨୨, ୧୯୨୬ରେ ଓଡ଼ିଶାର କଟକର ନିଆଳିଠାରେ ଜନ୍ମ ଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ମହେଶ୍ଵର ମହାପାତ୍ର ଓ ମାତା ରଙ୍ଗଲତା ଦେବୀ । ନୀଳମଣି ନିଆଳି ମାଇନର ସ୍କୁଲ ଏବଂ ବିଞ୍ଝାରପୁର ହାଇସ୍କୁଲରୁ ସ୍କୁଲ ଶିକ୍ଷା ଓ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ହାସଲ କରି ଥିଲେ । ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଜଣେ ଲାଇବ୍ରେରିଆନ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଦୁଇ ବର୍ଷ ପରେ ଭଦ୍ରକ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ପରେ ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ସେ ଶିକ୍ଷାଦାନ କରି ବି.ଜେ.ବି ସାନ୍ଧ୍ୟ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଭାବରେ ୧୯୮୪ ମସିହାରେ ସେବାନିବୃତ ହୋଇଥିଲେ ।

ସାହିତ୍ୟ ସର୍ଜନା

ସ୍ଵାଧୀନତା ପରର ଓଡ଼ିଆ ସାହିତ୍ୟରେ ନୀଳମଣି ଜଣେ ଜଣାଶୁଣା କଥାକାର । ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ନିଜ ଅବଦାନ ଛାଡି ଯାଇଛନ୍ତି । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା, ଲଳିତ କଥନ, ଅନୁବାଦ, ଶିଶୁ ସାହିତ୍ୟ ଓ ଉପନ୍ୟାସ ଆଦି ରଚନା କରିଥିଲେ । ତାଙ୍କର ଷାଠିଏରୁ ଅଧିକ ବହି ପ୍ରକାଶ ପାଇଥିଲା । ତାଙ୍କ ରଚନାରେ ହାସ୍ୟରସ ଭରା ଲେଖା ଅନେକ ରହିଅଛି । "ଡହରାନନ୍ଦ" ନାମ ବ୍ୟବହାର କରି, ସେ ବହୁ ବ୍ୟଙ୍ଗ ରଚନା କରିଥିଲେ । ସମ୍ପାଦନ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଧ୍ୟ ଅଳଙ୍କୃତ କରିଥିଲେ ଓ ସେହି ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ୧୦ରୁ ଅଧିକ ସାହିତ୍ୟ ପତ୍ରିକା ଓ ଅନୁଷ୍ଠାନ ତାଙ୍କର ପୃଷ୍ଟପୋଷକତାରେ ଗଢିଉଠିଥିଲା । ଜଣେ ବାଗ୍ମୀ ଓ ସୁବକ୍ତା ଭାବରେ ମଧ୍ୟ ସେ ସାରା ଭାରତରେ ପରିଚିତ ଥିଲେ ।

ଗଳ୍ପ ସଙ୍କଳନ

  • ପ୍ରେମ ତ୍ରିଭୂଜ (୧୯୫୨)
  • ମିଛ ବାଘ (୧୯୫୫)
  • ଶୃଣନ୍ତୁ ସର୍ବ ଅମୃତସ୍ୟ ପୁତ୍ର (୧୯୫୭)
  • ଗଞ୍ଜେଇ ଓ ଗବେଷଣା (୧୯୬୧)
  • ରାନୁ ଅପା ଠାରୁ ପୁଷି ପର୍ଯ୍ୟନ୍ତ
  • ଅନ୍ଧ ରାତିର ସୂର୍ଯ୍ୟ (୧୯୬୫)
  • ଅନ୍ୟ ରୂପ ରୂପାନ୍ତର
  • ଆକାଶ ପାତାଳ (ଆକାଶ ପାତାଳ ପୁସ୍ତକରୁ ତାଙ୍କ ଘରର ନାମ ମଧ୍ୟ ଆକାଶ ପାତାଳ ରଖିଥିଲେ)
  • ଅଭିଶପ୍ତ ଗନ୍ଧର୍ବ
  • ପିଙ୍ଗଳ ସେ ଅନ୍ୟ ଜଣେ
  • କପୋତ ପକ୍ଷୀ ଗୁରୁ ମୋର
  • ସୁମିତ୍ରାର ହସ
  • ବିଷ୍ଣୁ ମାୟା
  • ମହାପାତ୍ର ନୀଳମଣି ସାହୁ
  • ପାପ ଓ ମୁକ୍ତି
  • ସେକାଳ ପଖାଳ
  • ବୃନ୍ଦାବନର ଶେଷ ଧୂପ
  • ଯା ଦେବୀ ସମ ଗୃହେଷୁ
  • ଗଳ୍ପ ବିଚିତ୍ରା
  • ନିବେଦିତାର ନ୍ୟାୟାଭିସାର

ଉପନ୍ୟାସ

  • ଧାରା ଓ ଧାରା
  • ତାମସୀ ରାଧା
  • ହଂସ ମିଥୁ

ଶିଶୁ ସାହିତ୍ୟ

  • ପ୍ରଭାତର ଜୟଯାତ୍ରା
  • ହଜି ଯାଇଥିଲେ ଖୋଜି ଆଣିବି
  • କିଛି ହସ କିଛି ରସ
  • ବିହଙ୍ଗ ବିପ୍ଳବ

ଆଲୋଚନା

  • ସାହିତ୍ୟର କଥା ଓ ରମ୍ୟ ରଚନା ସାହିତ୍ୟର ପରିବାର

ଅନୁବାଦ

  • ଶ୍ରୀ ଅରବିନ୍ଦଙ୍କ ମହାକାବ୍ୟ “ସାବିତ୍ରୀ” ର ଓଡ଼ିଆରେ ଗଦ୍ୟାନୁବା
  • ଶ୍ରୀ ଅରବିନ୍ଦଙ୍କ "ଭବାନୀ ଭାରତୀ"ର ଓଡ଼ିଆ ଅନୁବାଦ

ସମ୍ପାଦନା

  • ଝଙ୍କାର(୧୯୬୮-୧୯୬୯)
  • ଉତ୍କଳ ପ୍ରସଙ୍ଗ(୧୯୭୫-୧୯୭୮)
  • Odisha Review(୧୯୭୫-୧୯୭୮)

ସମ୍ମାନ

  • ୧୯୭୯: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, (ଆକାଶ ପାତାଳ ପାଇଁ)
  • ୧୯୮୩: ଶାରଳା ପୁରସ୍କାର (ଅଭିଶପ୍ତ ଗନ୍ଧର୍ବ ପାଇଁ)
  • ୧୯୮୪: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, (ଅଭିଶପ୍ତ ଗନ୍ଧର୍ବ ପାଇଁ)
  • ୨୦୦୦:ଭାରତୀୟ ଭାଷା ପରିଷଦ ସମ୍ମାନ
  • ୨୦୦୬: ସାହିତ୍ୟ ଭାରତୀ ସମ୍ମାନ
  • ୨୦୧୦: ସିସୋର ସାହିତ୍ୟ ଏକାଡେମୀ ପୁରସ୍କାର

ମହାପାତ୍ର ନୀଳମଣିଙ୍କର ୨୦୧୬ ମସିହା ଜୁନ ୨୫ତାରିଖରେ ଭୁବନେଶ୍ଵରଠାରେ ମହାପ୍ରୟାଣ ଘଟିଥିଲା ।

ଆଧାର – ଭାଷା ସାହିତ୍ୟ

2.9
ଶୁଭେନ୍ଦୁ ରଥ Mar 17, 2017 07:44 PM

ବହୁତ ଭଲ ହୋଇଛି | ଓଡିଆ ଭାଷାରେ ୱେବସାଇଟ ଦେଖି ଭଲ ଲାଗିଲା |

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top