ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ମାଇକେଲ ଫାରାଡ଼େ
ସେଆର କରନ୍ତୁ

ମାଇକେଲ ଫାରାଡ଼େ

ମାଇକେଲ ଫାରାଡ଼େ, ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ ଥିଲେ । ସେ ବିଦ୍ୟୁତ୍-ସ୍ରୋତ ର ଚୁମ୍ବକୀୟ ପ୍ରଭାବ ଆବିଷ୍କାର କରିଥିଲେ ।

ପଦାର୍ଥ ବୈଜ୍ଞାନିକ

ମାଇକେଲ ଫାରାଡ଼େ, ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ ଥିଲେ । ସେ ବିଦ୍ୟୁତ୍-ସ୍ରୋତ ର ଚୁମ୍ବକୀୟ ପ୍ରଭାବ ଆବିଷ୍କାର କରିଥିଲେ । ସେ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣ ର ଗବେଷଣା କରି ତାକୁ ନିୟମଭୁକ୍ତ କରିଥିଲେ । ଏହା ଦ୍ବାରା ଡାଇନାମୋ ଏବଂ ବିଦ୍ୟୁତ୍ ମୋଟର ର ନିର୍ମାଣ ହୋଇଥିଲା ।

ପରେ 'ଗସ' (Gauss) ଙ୍କର ବିଦ୍ୟୁତ-ଚୁମ୍ବକତ୍ଵର ଚାରି ସମୀକରଣ ରେ ଫାରାଡ଼େଙ୍କର ଏହି ନିୟମ ମଧ୍ୟ ମିଶିଲା । ଫାରାଡ଼େ ବିଦ୍ୟୁତ୍ ରସାୟନ ଉପରେ ମଧ୍ୟ ଅନେକ ଗବେଷଣା କରିଥିଲେ ଏବଂ ଦୁଇଟି ନିୟମ ମଧ୍ୟ ଦେଇଥିଲେ ।

ଜୀବନୀ

ଏହି ମହାନ ବୈଜ୍ଞାନିକଙ୍କର ଜନ୍ମ ୨୨ ସେପ୍ଟେମ୍ବର, ୧୭୯୧ ରେ ହୋଇଥିଲା । ତାଙ୍କ ପିତା ବହୁତ ଗରିବ ଥିଲେ ଓ କମାର କାମ କରୁଥିଲେ । ସେ ପେଷାଗତ ଜୀବନ ଲଣ୍ଡନରେ ବହିବନ୍ଧାଳୀ ଚାକିରୀରୁ ଆରମ୍ଭ କରିଥିଲେ । ସମୟ ମିଳିଲେ ସେ ରସାୟନ ଏବଂ ବିଦ୍ୟୁତ୍ ଆଧାରିତ ପୁସ୍ତକ ପଢୁଥିଲେ । ସନ୍ ୧୮୧୩ ରେ ପ୍ରସିଦ୍ଧ ରସାୟନବିଦ, ସାର୍ ହାମ୍ପ୍ରୀ ଡେଭୀଙ୍କର ଉଦବୋଧନ ଶୁଣିବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହେଲା । ଏହି ଉଦବୋଧନ ଉପରେ ଟୀକା ଲେଖି ଫାରାଡ଼େ ଡେଭୀଙ୍କ ପାଖକୁ ପଠାଇଲେ ।

ସାର୍ ହାମ୍ପ୍ରୀ ଡେଭୀ ଏହି ଟୀକା ଦ୍ଵାରା ଅତ୍ୟନ୍ତ ପ୍ରଭାବିତ ହେଲେ ଓ ନିଜ ଗବେଷଣାଗାରରେ ତାଙ୍କୁ ସହଯୋଗୀ ରଖିଲେ । ଫାରାଡ଼େ ମନଧ୍ୟାନ ଦେଇ କାମ କଲେ ଓ ୧୮୩୩ ଖ୍ରୀଷ୍ଟାବ୍ଦରେ ରୟାଲ୍ ଇନ୍‌ଷ୍ଟିଚ୍ୟୁଟ୍ ରେ ରସାୟନ ଅଧ୍ୟାପକ ହେଲେ ।

ନିଜ ଜୀବନକାଳରେ ଫାରାଡ଼େ ଅନେକ ସନ୍ଧାନ କରିଛନ୍ତି । ୧୮୩୧ ରେ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ଉପରେ ଗୁରୁତ୍ଵପୂର୍ଣ୍ଣ ସନ୍ଧାନ କଲେ । ଚୁମ୍ବକୀୟ କ୍ଷେତ୍ରରେ ଏକ ଆର୍ମେଚର ଘୁରେଇ ସେ ବିଦ୍ୟୁତ୍ ବାହକ ବଳ ଉତ୍ପନ୍ନ କଲେ । ଏହି ସିଦ୍ଧାନ୍ତ ଉପରେ ଭବିଷ୍ୟତର ଜେନେରେଟର୍ (generator) ତିଆରି ହେଲା ଏବଂ ଆଧୁନିକ ବିଦ୍ୟୁତ୍ ଇଞ୍ଜିନିୟରିଂର ମୂଳଦୁଆ ପଡ଼ିଲା । ସେ ବୈଦ୍ୟୁତିକ (Electrolyte) ଉପରେ ନିୟମ ସ୍ଥାପନ କଲେ ଯାହାକୁ ଫାରାଡ଼େଙ୍କ ନିୟମ କୁହାଯାଏ ।

ବିଦ୍ୟୁତିକବିତ ଯେଉଁ ବୈଜ୍ଞାନିକ ଶବ୍ଦର ପ୍ରୟୋଗ କରାଯାଏ, ସେଗୁଡ଼ିକର ନାମକରଣ ମଧ୍ୟ ଫାରାଡ଼େ କରିଥିଲେ । ସେ କ୍ଲୋରିନ୍ ଗ୍ୟାସ୍‌ର ଦ୍ରବଣ କରିବାରେ ମଧ୍ୟ ସଫଳ ହେଲେ । ସେ ଅନେକ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ସବୁଠୁ ଉପଯୋଗୀ "ବିଦ୍ୟୁତ୍ର ପ୍ରାୟୋଗିକ ଗବେଷଣା" (Experimental Researches in Electricity) ଅଟେ ।

ଫାରାଡ଼େ ଜୀବନ ସାରା ଅନେକ ଉଦ୍ଭାବନ କରିଛନ୍ତି । ସେ ଏତେ ନମ୍ର ଥିଲେ ଯେ କୌଣସି ଉପାଧି ବା ପଦ ଗ୍ରହଣ କରୁ ନଥିଲେ । ରୟାଲ୍ ସୋସାଇଟିର ଅଧ୍ୟକ୍ଷ ପଦ ମଧ୍ୟ ଅଗ୍ରାହ୍ୟ କରିଦେଲେ । ତାଙ୍କ ପରି ମନ ଓ ପ୍ରାଣରେ କାର୍ଯ୍ୟ କରି, ମହାନ ବୈଜ୍ଞାନିକ ହେବାର ଭଲ ଉଦାହରଣ ବୈଜ୍ଞାନିକ ଇତିହାସରେ ଖୁବ କମ୍ ମିଳେ । ଡେଭୀ ସବୁବେଳେ ଫାରାଡ଼େଙ୍କୁ ନିଜର ସବୁଠୁ ବଡ଼ ଆବିଷ୍କାର ଭାବୁଥିଲେ ।

ଏହି ମହାନ ବୈଜ୍ଞାନିକଙ୍କ ମୃତ୍ୟୁ ୧୮୬୭ମସିହା ଅଗଷ୍ଟ ୨୫ତାରିଖରେ ହୋଇଥିଲା ।

ଆଧାର -

The Christian Character of Michael Faraday

 

1.5
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top