ସେଆର କରନ୍ତୁ

ମାଉସ

କମ୍ପ୍ୟୁଟର ମାଉସ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।

ଉପକ୍ରମ

ମାଉସ ଏକ ଲକ୍ଷ୍ୟ କରି ଦେଖାଉଥିବା ଯନ୍ତ୍ର ଯାହା ଏକ ସମତଳ ରେ ଦୁଇ ଦିଗ ରେ ଗତିକରି କାମ କରିଥାଏ । ମାଉସ ଏକ ବସ୍ତୁ ଯାହାକୁ ହାତରେ ଧରାଯାଏ ଯେଉଁଥିରେ ଏକାଧିକ ବଟନ ଅଛି । ବେଳେ ବେଳେ ଏଥିରେ ଚକ ଭଳିଆ କିଛି ଜିନିଷ ଥାଏ ଯାହା ବ୍ୟବହାରକାରୀକୁ ଯନ୍ତ୍ର କରାଉଥିବା କାମ ଗୁଡିକ କରେଇଥାଏ, ଆଉ କିଛି ଅତିରିକ୍ତ ବଟନ ମଧ୍ୟ ଥାଏ ।

ଯାହା ମାଉସକୁ କିଛି ଅଧିକ କ୍ଷମତା ପ୍ରଦାନ କରିଥାଏ । ମାଉସର ଗତି ସାଧାରତଃ ଏକ ତୀର ଚିହ୍ନ ଦ୍ଵାରା କମ୍ପ୍ୟୁଟର ପରଦାରେ ଦେଖାଇ ଥାଏ ଯାହା ଆରେଖୀୟ ପ୍ରୟୋଗୀ ଅନ୍ତରପୃଷ୍ଠ(Graphical User Interface)ର ଉତ୍ତମ ବ୍ୟବହାର ଦର୍ଶାଇଥାଏ ।

ନାମକରଣ

ମାଉସକୁ ଏକ ପୋଏନ୍ଟିଙ୍ଗ ଡିଭାଇସ ଭାବେ ବିଲ ଇଙ୍ଗ୍ଲିସ ର ୧୯୬୫ତମ ସଂସ୍କରଣ ରେ "କମ୍ପ୍ୟୁଟର -ଏଡେଡ ଡିସ୍ପ୍ଲେ କଣ୍ଟ୍ରୋଲ " ରେ ବାହାରିଥିଲା। ଅନଲାଇନ ଅକ୍ସଫର୍ଡ ଅଭିଧାନ ରେ ମାଉସ ର ବହୁବଚନ ଭାବେ ମାଇସ ଲେଖା ଯାଇଛି କିନ୍ତୁ ଏଠାରେ ମାଉସ ମାନେ ଚୁଟିଆ ମୂଷାକୁ ବୁଝାଏ କିନ୍ତୁ କମ୍ପୁଟର ର ମାଉସ ର ବହୁବଚନ ରେ ଇଂରାଜୀ ରେ ମାଉସେସ ଲେଖାଯାଏ।

୧୯୬୮ ରେ ଜେ.ସି.ଆର ଲିକଲିଡର "ଦି କମ୍ପୁଟର ଏଜ ଏ କମ୍ୟୁନିକେଶନ ଡିଭାଇସ" ରେ ମାଇସ ବୋଲି ଲେଖାଯାଇଛି। ଦି ଆମେରିକାନ ହେରିଟେଜ ଅଭିଧାନ ର ଚତୁର୍ଥ ସଂସ୍କରଣ ରେ କମ୍ପୁଟର ମାଉସ ର ବହୁବଚନ ଭାବେ ଉଭୟ ମାଉସେସ ଓ ମାଇସ କୁ ଠିକ ବୋଲି କୁହାଯାଇଛି।କେତେକ ଲେଖକ ବୈଷୟିକ ଲେଖା ରେ ବୈଷୟିକ ଶବ୍ଦ ଭାବେ ମାଉସ ଡିଭାଇସେସ କିମ୍ବା ପୋଏଣ୍ଟିଙ୍ଗ ଡିଭାଇସେସ ଭାବରେ ବ୍ୟବହାର କରନ୍ତି।ଇଂରାଜୀ ରେ ମାଉସେସ କମ୍ପୁଟର ମାଉସ କୁ "ହେଡଲେସ ନାଉନ" ଭାବେ ।

ବିଭିନ୍ନ ପ୍ରକାର ମାଉସ

ପ୍ରଥମ କମ୍ପୁଟର ମାଉସ,ଉଦଭବକ: ଡ଼ଗଲାସ ଏଙ୍ଗେଲବାର୍ଟ,ଏଥିରେ ତଳେ ଥିବା ଚକ ଟି ଭୁଇଁ ରେ ଲାଗୁଥିବାର ଦେଖାଯାଉଛି।

ଏକ ସ୍ମାକି ମାଉସ , ଇ.ପି.ଏଫ.ଏଲ ଠାରେ ଜିନ -ଡାନିଏଲ ନିକାଉଡ ଓ ଆନ୍ଦ୍ରେ ଗୁଇଙ୍ଗାର୍ଡ ଙ୍କ ଦ୍ଵାରା ଉଦବାଭିତ

ଟ୍ରାକବଲ ଏକ ପଏଣ୍ଟିଙ୍ଗ ଡିଭାଇସ ଯାହା ୧୯୫୨ ରେ ଟମ କ୍ରାନ୍ସଟନ,ଫ୍ରେଡ ଲଙ୍ଗଷ୍ଟାଫ ଓ କେନୟୋନ ଟେଲର ଙ୍କ ଦ୍ଵାରା ରୟାଲ କାନାଡିୟ ନୌ ବାହିନୀ ର ଡ଼ି.ଏ.ଟି.ଏ.ଆର ପ୍ରକଳ୍ପ ରେ ଉଦ୍ଭାବିତ ହେଇଥିଲା ।ଏହା କାନାଡିୟ ମାନକ ୫ ପିନ ବିଶିଷ୍ଟ ବୋଲିଂ ବଲ ବ୍ୟବହାର କରୁଥିଲା।ଏହାକୁ ବଜାରକୁ ଛଡ଼ାଯାଇନଥିଲା କାରଣ ଏହା ଏକ ଗୁପ୍ତ ସାମରିକ ପ୍ରକଳ୍ପ ଥିଲା।

  • ମେକାନିକାଲ ମାଉସ
  • ଅପଟିକାଲ ଓ ଲେଜର ମାଉସ
  • ମାଉସପ୍ୟାଡ ଉପରେ ଏକ ଅପ୍ଟିକାଲ ମାଉସ

ଅପଟିକାଲ ମାଉସ ଗୁଡିକ ଏଲ.ଇ.ଡି ବା ଲାଇଟ ଏମିଟିଂ ଡାଇଓଡ ଓ ଏକ ଫୋଟୋ ଡାଇଓଡ ର ଇମେଜିଙ୍ଗ ଆରେ ବ୍ୟବହାର କରେ ,ତଳେ ଥିବା ସମତଳ ର ଅବସ୍ଥା ଜାଣିବା ପାଇଁ।ମେକନିକାଲ ମାଉସ ଏକ ଗତିଶୀଳ ଅଂଶ ବ୍ୟବହାର କରିଲା ବେଳେ ଲେଜର ମାଉସ ଜଉଟା ମଧ୍ୟ ଅପଟିକାଲ ମାଉସ ଲେଜର ଆଲୋକ କୁ ବ୍ୟବହାର କରେ।

  • ଇନରସିଆଲ ଓ ଯାଇରୋସ୍କୋପିକ ମାଉସ
  • ୩ଡ଼ି ମାଉସ
  • ଟାକଟାଇଲ ମାଉସ

୨୦୦୦ ରେ ଲଗିଟେକ "ଟାକଟାଇଲ ମାଉସ" ବାହାର କରିଥିଲା, ଯେଉଁଥିରେ ଏକ ଛୋଟ ଆକଟୁଏଟୋର ଲାଗିଥିଲା ଯାହା ମାଉସ କୁ ଥରାଉଥିଲା।ଏହା ବାରମ୍ବାର ଇଉଜର କୁ ଜଣାଉଥିଲେ ଯତେବେଳେ ମାଉସ ପରଦା ର ସୀମାରେଖା କୁ ଛୁଇଁ ଯାଉଥିଲା। ମାଉସ କୁ ଛୁଇଁ କରି ବ୍ୟବହାର କରିବା ପାଇଁ ଏକ ଇଲେକଟ୍ରହିଓଲଜିକାଲ ଟାକଟାଇଲ ମାଉସ ବାହାରିଥିଲା କିନ୍ତୁ ଏକ ବଜାର କୁ ଆସିପାରିନଥିଲା।

  • ଏର୍ଗୋନୋମିକ ମାଉସ

ଯାହା ନାମରୁ ଜଣାପଡୁଛି , ଏହି ମାଉସ ହାତ କୁ ଅଧିକ ରୁ ଅଧିକ ସୁବିଧା ଦେଇଥାଏ ଓ କାରପାଲ ଟନେଲ ଶିଣ୍ଡ୍ରୋମ ଭଳି ଆହତ ସମସ୍ଯା କୁ ଦୂରେଇ ରଖିଥାଏ।ଏହା ପ୍ରକୃତିକ ହାତର ଅବସ୍ଥିତି ଅନୁଯାୟୀ ତିଆରି ହେଇଛି ଅସୁବିଧା ଥୁ ଦୂରେଇ ରଖିବା ପାଇଁ।

ସଂଯୋଗୀକରଣ ଓ ସମ୍ପର୍କ ରକ୍ଷା ର ନିୟମ (କନେକ୍ଟିଭିଟି ଓ କମ୍ୟୁନିକେଶନ ପ୍ରୋଟୋକଲ)

ସିରିଏଲ ଇଣ୍ଟରଫେସ ଓ ନିୟମ ମାନକ ପି.ସି ମାଉସ ଗୁଡିକ ଆର.ଏସ-୨୩୨ସି ସିରିଏଲ ପୋର୍ଟ , ଡି-ସବମିନୀଏଚର କାନେକ୍ଟର ଭୟାରେ ବ୍ୟବହୃତ ହଉଥିଲେ ,ଯାହା ମାଉସ ର ସର୍କିଟ କୁ ଚାଲୁ ରଖିବାରେ ଓ ମାଉସ କୁ ଗତି କରେଇବା ଦ୍ଵାରା ତଥ୍ୟ ବଦଳ ରେ ସାହାଯ୍ୟ କରୁଥିଲା। ମାଉସ ଶିଷ୍ଟମ୍ସ କର୍ପୋରେସନ ଭର୍ଶନ ଏକ ୫ ବାଇଟ ନିୟମ ଓ ୩ ଟା ବଟନ କୁ ସାହା ଦେଉଥିଲା ବେଳେ ମାଇକ୍ରୋସଫ୍ଟ ଭର୍ଶନ ୩ ବାଇଟ ନିୟମ ଓ ୨ ଟା ବଟନ ବ୍ୟବହାର କରୁଥିଲା।ଏହି ଦୁଇଟି ନିୟମ ମଧ୍ୟ ରେ ଅମେଳ ଯୋଗୁଁ ମାଉସ ତିଆରି କରୁଥିବା କମ୍ପାନୀ ୨ ପ୍ରକାର ସୁଇଚ ମାଉସ ବିକିଲେ: "ପି.ସି" ଏମ.ଏସ.ସି ପାଇଁ ଓ "ଏମ.ଏସ" ମାଇକ୍ରୋସଫ୍ଟ ପାଇଁ।

PS/୨ ଇଣ୍ଟରଫେସ ଓ ନିୟମ

ଆପଲ ଡେସ୍କଟପ ବସ(Bus) ୧୯୮୬ ରେ ଏପଲ କମ୍ପାନୀ ୧୬ ଟି ଯନ୍ତ୍ର କୁ ଡେଜି ଚେନିଙ୍ଗ ରେ ଲଗେଇ ପ୍ରଥମେ ଏପଲ ଡେସ୍କଟପ ବସ କୁ କାମ ରେ ଲଗେଇଥିଲା।ସେହି ଗୋଟିଏ ବସ ରେ ଅନେକ ଗୁଡିଏ ମାଉସ କୁ ଲଗାଯାଇଥିଲା ଯାହାର କୌଣସି କାରିଗରୀ ନଥିଲା।ଏକ ମାତ୍ର ଡେଟା ପିନ କୁ ବ୍ୟବହାର କରି ଏଥିରେ ଅନେକ ମାଉସ ବ୍ୟବହାର କରିହଉଥିଲା ଯାହା କି ମାଉସ ର ମଡେଲମାନଙ୍କ ମୁଖ୍ୟସ୍ରୋତ ରେ ନିଜକୁ ମିଶେଇବା ରେ ସାହାଯ୍ୟ କଲା, ଏପରିକି ଏହା ଅଣ-ଏପଲ କମ୍ପାନୀ ରେ ମଧ୍ୟ ବ୍ୟବହୃତ ହେଲା ଏହା ୧୯୯୮ ଯାଏଁ ଚାଲୁ ରହିଲା।ଯେତେବେଳେ ଆଇ-ମାକ ଶିଳ୍ପ ର ଆରମ୍ଭ ହେଲା ୟୁ.ଏସ.ବି ର ସମୟ ଆରମ୍ଭ ହେଲା।୧୯୯୯ ମେ ରେ "କାଂସ୍ୟ କିବୋର୍ଡ" ର ଆରମ୍ଭ ରୁ ପାୱାର ବୁକ ଜି୩ ଯାହା ଏପଲ ର ଏକ ସୃଷ୍ଟି ଡେସ୍କଟପ ବସ ର ବ୍ୟବହାର କୁ ପ୍ରତ୍ୟାହାର କଲା ୟୁ.ଏସ.ବି ର ପ୍ରଚାଳନ ପାଇଁ।କିନ୍ତୁ ଏହାର ସ୍ଥାନ୨୦୦୫ ରେ ପାୱାରବୁକ ଜି୪ ଯାଏଁ ରହିଲା ।

  • ୟୁ.ଏସ.ବି
  • ଶିଳ୍ପ-ମାନକ ୟୁ.ଏସ.ବି (ୟୁନିଭର୍ସାଲ ସିରିଆଲ ବସ ) ନିୟମ ଓ ଏହାର ସଂଯୋଗ ଏବେ ବହୁଳ ଭାବରେ ମାଉସ ପାଇଁ ବ୍ୟବହାର ହେଉଛି ।ଏହା ଏବେ ବିଖ୍ୟାତ ମାଉସମାନଙ୍କ ମଧ୍ୟରେ ଅନ୍ୟତମ।

  • ବେତାର ମାଧ୍ୟମ
  • ବେତାର ମାଉସ ଗୁଡିକ ଲୋହିତ ରଶ୍ମୀ ବା ରେଡିଓ ରଶ୍ମୀ ଦ୍ଵାରା ସଂଯୁକ୍ତ ହୁଅନ୍ତି।ଏହାର ଏକ ରିସିଭର ଥାଏ ଯାହା କମ୍ପ୍ୟୁଟର ରେ ସିରିଏଲ ବା ୟୁ.ଏସ.ବି ପୋର୍ଟ ରେ ଲାଗିଥାଏ ଯାହା ରଶ୍ମୀ କୁ ଗ୍ରହଣ କରିଥାଏ।ଏବେ ନୂଆ ନୂଆ ଅତି ଛୋଟ ନାନୋ ରିସିଭର ବାହାରିଛି ଯାହା ଲାପଟପ ନୋଟବୁକ ରେ ବ୍ୟବହାର କରିବା ପାଇଁ ସହଜସାଧ୍ୟ।

ଅଟାରି ମାନକ ଜଏଷ୍ଟିକ ସଂଯୋଗ

ଏମିଗା ଓ ଅଟାରି , ଅଟାରି ଏସ.ଟି ମାନକ ଡି.ଇ ସଂଯୋଗ ମାଉସ ଗୁଡିକ ପାଇଁ ବ୍ୟବହାର କରନ୍ତି।ସେହି ସଂଯୋଗ ସମାନ କମ୍ପ୍ୟୁଟର ଓ ହାତ ଗଣତି ୮ ବିଟ ସିଷ୍ଟମ ରେ ଯଏଷ୍ଟିକ ରେ ସଂଯୋଗ ହେଇଥାଏ ଯଥା କମୋଡୋର ୬୪ ଓ ଅଟାରି ୨୬୦୦।ମାଉସ ପାଇଁ ଯାଉ ସଂକେତ ବ୍ୟବହାର କରାଯାଏ ଯଏଷ୍ଟିକ ପାଇଁ ଅଲଗା ସଂକେତ ବ୍ୟବହାର କରାଯାଏ।ତେଣୁ ଯଏଷ୍ଟିକ ର ସଂଯୋଗ କରିବା ଜାଗା ରେ ଯଦି ମାଉସ ଲଗା ଯାଏ ତାହା କରସର ଗତି କୁ ଗୋଟିଏ ଦିଗ କୁ ବଢାଇ ଥାଏ ,ଯଦିଓ ମାଉସ ସ୍ଥିର ଥାଏ।କିନ୍ତୁ ଯଏଷ୍ଟିକ କୁ ମାଉସ ଜାଗା ରେ ଲଗେଇଲେ ଏହା କରସର କୁ କିଛି ବାଟ ଗତି କରାଇଥାଏ।

ବଟନ

ମାଉସର ବଟନ ଗୁଡିକ ଏକ ଛୋଟ ଛୋଟ ସୁଇଚ ଭଳିଆ ଯାହାକୁ କମ୍ପ୍ୟୁଟର ପରଦାରେ ଥିବା ଏକ ଜିନିଷ କୁ ଧରିବା ପାଇଁ ଟିପା ଯାଇଥାଏ ବା କ୍ଲିକ କରାଯାଇଥାଏ ଏହା କୁ ଗ୍ରାଫିକାଲ ଇଉଜର ଇଣ୍ଟର୍ଫେସ ସାହା ଦେଇଥାଏ। ୩ ବଟନ ବିଶିଷ୍ଟ ସ୍କ୍ରଲ ମାଉସ ଯାହା ଆଜି ବଜାର ରେ ସାଧାରଣ ଦାମ ରେ ମିଳେ ।୧୯୯୦ ର ଶେଷ ଭାଗ ରୁ ୨୦୦୭ ଯଏଁ ବ୍ୟବହାରକାରୀ ମାନେ ଏହି ମାଉସ ବ୍ୟବହାର କରୁଥିଲେ।ସାଧାରଣତଃ ଦ୍ଵିତୀୟ ବଟନ ଟି ବହୁଳ ଭାବେ ବ୍ୟବହୃତ ହେଲା ଯାହା ଦ୍ଵାରା ସୂଚୀ ଦେଖିବାରେ ସାହାଯ୍ୟ କରୁଥିଲା।ବାମ ହାତୀ ଓ ଡାହାଣ ହାତୀମାନଙ୍କ ସୁବିଧା ପାଇଁ ସଫ୍ଟୱେର ରେ ବଦଳ କରାଯାଉଥିଲା ଯାହା ଫଳରେ କି ଏହାର ଦୁର୍ବଳତା ପଦାକୁ ଆସୁନଥିଲା।

ମାଉସ ରଖିବା ଜାଗା (ମାଉସପ୍ୟାଡ)

ଏଙ୍ଗେଲବାର୍ଟ ଙ୍କର ମୂଳ ମାଉସ ପାଇଁ ମାଉସପ୍ୟାଡ ଦରକାର ହଉନଥିଲା ;ମାଉସ ର ଦୁଇଟି ବଡ ଚକ ଥିଲା ଯାହାକି ଯେକୌଣସି ଜାଗା ରେ ବୁଲିପାରୁଥିଲା।ମାଉସପ୍ୟାଡ ସେତେବେଳେ ଦରକାର ପଡ଼ିଲା ଯେତେବେଳେ ଷ୍ଟିଲ ଚକା ବାଲା ଓ ଅପ୍ଟିକାଲ ମାଉସ ବାହାରିଲା।

ମାଉସପ୍ୟାଡ ସବୁଠୁ ସାଧାରଣ ମାଉସ ବ୍ଯବହୃତ ଜିନିଷ ଯାହାକି ମେକାନିକାଲ ମାଉସ ତଳେ ରହେ ଯାହାକି ମାଉସ କୁ ସହଜରେ ଗଦେଇବାରେ ସାହାଜ୍ଯ କରେ।ଲେଜର ମାଉସ ପାଇଁ କଠିନ ମାଉସପ୍ୟାଡ ତିଆରି କରାଗଲା କାରଣ ବିକିରଣ ହେଲେ ଲେଜର ମାଉସ କାମ କରିବା କଷ୍ଟକର ହାଉଥିଲା।

ଘରୋଇ ଉପଯୋଗ

୧୯୮୮ରେ ଭି.ଟେକ ସକ୍ରେଟିସ ,ଏକ ଶିକ୍ଷଣୀୟ ଭିଡିଓ ଗେମ ବ୍ୟବସ୍ଥା ଯାହା ବେତର ମାଉସ କୁ ପ୍ରଥମେ ବଜାର କୁ ଆଣିଥିଲା ଓ ତା ସହିତ ଏକ ମାଉସପ୍ୟାଡ ମଧ୍ୟ ଆସିଥିଲା ,ଏହି ମାଉସ ଗେମ ଗୁଡିକ ର ଅତିରିକ୍ତ ପରିଚାଳକ ଥିଲା।୧୯୯୦ ର ପ୍ରାରମ୍ଭ ରେ ସୁପର ନିଣ୍ଟେଣ୍ଡୋ ଏଣ୍ଟରଟେନମେଣ୍ଟ ସିଷ୍ଟମ ,ଏକ ଭିଡିଓ ଗେମ କମ୍ପାନୀ ମାଉସ କୁ ଗେମ ର ଅନ୍ୟତମ ମୁଖ୍ୟ ପରିଚାଳକ ଭାବେ ଆଣିଲା।ନିଣ୍ଟେଣ୍ଡୋ ୬୪ ପରେ ମାରିଓ ପେଣ୍ଟ ଗେମ ମାଉସ ର କ୍ଷମତା କୁ ଭଲଭାବେ ବ୍ୟବହାର କରିଥିଲା।ସେଗା କମ୍ପାନୀ ତାର ନିଜର ମାଉସ ବଜାରକୁ ଛାଡିଥିଲା ଜେନେସିସ/ମେଗା ଡ୍ରାଇଭ ,ସାଟର୍ଣ୍ଣ ଓ ଡ୍ରିମକଷ୍ଟ କନସୋଲ ପାଇଁ।ଏନ.ଇ.ସି ତାର ନିଜର ପି.ସି ଇଞ୍ଜିନ ଓ ପି.ସି - ଏଫ.ଏକ୍ସ କନସୋଲ ପାଇଁ ସ୍ଵତନ୍ତ୍ର ମାଉସ ଛାଡିଥିଲା।ପ୍ଲେ-ଷ୍ଟେସନ ପାଇଁ ସୋନି କମ୍ପୁଟର ଏଣ୍ଟରଟେନମେଣ୍ଟ ଏକ ମାଉସ ବାହାର କରିଥିଲା ଏବଂ ସେଥିରେ ଲିନକ୍ସ ଓ ପ୍ଲେ-ଷ୍ଟେସନ ୨ର ସରଞ୍ଜାମ ରହିଥିଲା।ବ୍ୟବହାରକାରୀ ଯେକୌଣସି ଭାବେ ୟୁ.ଏସ.ବି ମାଉସ କୁ ପ୍ଲେ-ଷ୍ଟେସନ ୨ ରେ ସଂଯୋଗ କରିପାରୁଥିଲେ।ପ୍ଲେ -ଷ୍ଟେସନ ୩ ସଂପୂର୍ଣ୍ଣ ଭାବେ ୟୁ.ଏସ.ବି ମାଉସ ର ଅଧିନକୁ ଆସିଗଲା ।

ଆଧାର -

""computer, n."

3.0
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top