ଜୀବ ବିଜ୍ଞାନ-ଦୀର୍ଘ ଉତ୍ତର ମୂଳକ
୨ ମାର୍କ ସମ୍ବଳିତ ପ୍ରଶ୍ନୋତ୍ତର
- ଇଷ୍ଟରେ କଳିକନ କିପରି ହୋଇଥାଏ ।
- ଇଷ୍ଟରେ କଳିକନ ବା କୋରକୋଦଗମ ପ୍ରକ୍ରିୟାରେ ମୂଳ ମାତୃକୋଷରୁ ଜାତ ଅପତ୍ୟ କୋଷ କଳିକା ବା କୋରକ ଆକାରରେ ସୃଷ୍ଟି ହୋଇଥାଏ ।
- ଏହି କଳିକା କ୍ରମଶଃ ବୃଦ୍ଧି ପାଇ ମାତୃକୋଷରୁ ବିଚ୍ଛିନ୍ନ ହୁଏ ଏବଂ ଶେଷରେ ଏକ ପୂର୍ଣ୍ଣାଙ୍ଗ ଇଷ୍ଟକୋଷରେ ପରିଣତ ହୁଏ ।
- କାଲସ କଣ
- ଟିସୁ ପୋଷଣ ପ୍ରକ୍ରିୟାରେ ଉଦ୍ଭିଦର ଜୀବକୋଷ ଅଥବା ଟିସୁଗୁଡିକ ସ୍ଵତନ୍ତ୍ର ରୂପେ ସଂଗଠିତ ପୋଷାକ ମାଧ୍ୟମ ଦ୍ଵାରା ବଢାଇ ଗୋଟିଏ ଜୀବକୋଷରୁ ଅନେକ ଜୀବକୋଷ ସୃଷ୍ଟି କରାଯାଏ ।
- ଏହି ପଦ୍ଧତିରେ ଉତ୍ପନ୍ନ ପ୍ରାରମ୍ଭିକ ଟିସୁ ସମୂହକୁ ସାମଗ୍ରିକ ଭାବେ କାଲସ କୁହାଯାଏ ।
- ସମ ଯୁଗ୍ମନ ଓ ଅସମ ଯୁଗ୍ମନ କଣ
- ପୁଂ ଯୁଗ୍ମଜ ଓ ସ୍ତ୍ରୀ ଯୁଗ୍ମଯ ଏକା ପରି ହୋଇଥିଲେ ସେଗୁଡିକ ସମଯୁଗ୍ମକ ତଥା ସେମାନଙ୍କ ମିଲନକୁ ସମ ଯୁଗ୍ମନ କୁହାଯାଏ ।
- ଯୁଗ୍ମକ ଦୁଇଟି ଭିନ୍ନ ହୋଇଥିଲେ ସେଗୁଡିକୁ ଅସମ ଯୁଗ୍ମକ ତଥା ସେମାନଙ୍କ ମିଲନକୁ ଅସମ ଯୁଗ୍ମନ କୁହାଯାଏ ।
- କୋଷ ଜୀବକ ବିଭାଜନ କିପରି ହୁଏ
- ଉଦ୍ଭିଦ ମାତୃକୋଷର ମଧ୍ୟଭାଗରେ ଏକ କୋଷପଟ୍ଟିକା ଦେଖାଯାଏ । କ୍ରମେ ଏହା ସୁସ୍ପଷ୍ଟ ହୋଇ ମାତୃକୋଷର କୋଷଜୀବକ ଦୁଇ ଭାଗରେ ବିଭକ୍ତ ହେବା ସଙ୍ଗେ ସଙ୍ଗେ ମାତୃକୋଷଟି ଦୁଇଟି ସମରୂପୀ ଅପତ୍ୟ କୋଷରେ ପରିଣତ ହୁଏ ।
- ପ୍ରାଣୀ ମାତୃକୋଷଟି କୋଷପଟ୍ଟିକା ତିଆରି ହୁଏ ନାହିଁ , ଏଠାରେ କୋଷଜୀବକର ସଂକୋଚନ ସୂକ୍ଷ୍ମସୂତ୍ର ସାହାଯ୍ୟରେ ହୋଇ ଦୁଇଟି ଅପତ୍ୟ କୋଷ ତିଆରି ହୁଏ ।
- ଉଦାହରଣ ଏକ ଏକଲିଙ୍ଗୀ ଫୁଲ ଓ ଦ୍ଵିଲିଙ୍ଗୀ ଫୁଲ କଣ ଲେଖ
- କେବଳ କେସର ବା କେବଳ ଫଳିକା ଥିବା ଫୁଲକୁ ଏକଲିଙ୍ଗୀ ଫୁଲ କୁହାଯାଏ । ଉଦାହରଣ – କଖାରୁ , ଅମୃତଭଣ୍ଡା ଇତ୍ୟାଦି ।
- ଉଭୟ କେଶର ଓ ଫଳିକା ଥିବା ଫୁଲକୁ ଦ୍ଵିଲିଙ୍ଗୀ ଫୁଲ କୁହାଯାଏ । ଉଦାହରଣ – ମନ୍ଦାର , ସୋରିଷ ଇତ୍ୟାଦି ।
୩ ମାର୍କ ସମ୍ବଳିତ ପ୍ରଶ୍ନୋତ୍ତର
- ଡିପ୍ଲୋଟିନ ଉପାବସ୍ଥାରେ ଗୁଣସୂତ୍ରର ପରିବର୍ତ୍ତନ ଗୁଡିକ ଲେଖ
- ଡିପ୍ଲୋଟିନରେ ଗୁଣସୂତ୍ର (ପ୍ରତ୍ୟେକ ଦୁଇ ଏକକ ସୂତ୍ର ସହ) ଗୁଡିର ପୃଥକୀକରଣ ଆରମ୍ଭ ହୁଏ ।
- ସେମାନେ କେବଳ କେତେକ ବିନ୍ଦୁରେ ପରସ୍ପର ସହିତ ଲାଗି ରହି ଅନ୍ୟ ଅଂଶରେ ପୃଥକ ହୋଇଥାଆନ୍ତି । ଏହି ମିଲନ ସ୍ଥଳକୁ କାଏଜମା କୁହାଯାଏ ।
- ଯୁଗଲ ଗୁଣସୂତ୍ରଗୁଡିକର ଏହି ମିଲନସ୍ଥଳ ନିକଟରେ ସେମାନନ ଏକକ ସୂତ୍ର ମଧ୍ୟରେ ଅଂଶ ବିନିମୟ ଦ୍ଵାରା ଜିନ ଆଦାନ ପ୍ରଦାନ କରନ୍ତି । ଏହି ପ୍ରକ୍ରିୟାକୁ ପାରାନ୍ତରଣ କୁହାଯାଏ ।
- ରେଣୁ ଭବନ ଦ୍ଵାରା ଅପୁଷ୍ପକ ଉଦ୍ଭିଦର ବଂଶବୃଦ୍ଧି କିପରି ଘଟିଥାଏ ।
- I. ଛତୁ ଓ ଫିମ୍ପି ଜାତୀୟ କବକରେ ଅସଂଖ୍ୟ କଳାରଙ୍ଗର ରେଣୁ ଦେଖାଯାଏ । ଏହି ରେଣୁଗୁଡିକ ନିର୍ଗତ ହୋଇ ଜଳ ବା ବାୟୁରେ ଭାସି ବୁଲନ୍ତି ଓ ଅନୁକୂଳ ପରିବେଶ ମିଳିଲେ ଅଙ୍କୁରିତ ହୋଇ ନୂତନ ଉଦ୍ଭିଦ ସୃଷ୍ଟି କରନ୍ତି ।
- II. ୟୁଲୋଥ୍ରୀକସ ପରି ଶୈବାଳରେ 4.5 ବା ଅଧିକ ଚଳରେଣୁ ଜାତ ହୋଇଥାନ୍ତି । ମାତୃକୋଷରୁ ନିର୍ଗତ ଏହି ଚଳରେଣୁ ଉପଯୁକ୍ତ ପରିବେଶରେ ସ୍ଥିର ହୋଇ ଅଙ୍କୁରିତ ହୁଅନ୍ତି ଓ ନୂତନ ଉଦ୍ଭିଦ ସୃଷ୍ଟି କରନ୍ତି । ମ୍ୟୁକର ପରି ଅନେକ କବକ ମଧ୍ୟ ରେଣୁ ଭବନ ପଦ୍ଧତିରେ ବଂଶବୃଦ୍ଧି କରନ୍ତି ।
- III. ପେନିସିଲିୟମ ପରି କବକ ସାଧାରଣତଃ ଅଚଳ ରେଣୁ ଦ୍ଵାରା ବଂଶବୃଦ୍ଧି କରନ୍ତି । ପାଇଥିୟମ ପରି କବକ ପରିବେଶ ଅନୁଯାଯାଇ ଚଳରେଣୁ ବା ଅଚଳରେଣୁ ଦ୍ଵାରା ବଂଶ ବୃଦ୍ଧି କରିଥାନ୍ତି । ଅଧିକ ଆର୍ଦ୍ର ପରିବେଶ ଚଳରେଣୁ ପାଇଁ ଅନୁକୂଳ ହୋଇଥିବା
- ଏମିବାର ବହୁ ବିଭାଜନ ପ୍ରକ୍ରିୟାଟିକୁ ବୁଝାଅ
- ପ୍ରତିକୂଳ ପରିବେଶରେ ଅର୍ଥାତ ଖରାଦିନେ ଏମିବା ରହୁଥିବା ପୋଖରୀ , ଗାଡିଆରୁ ପାଣି ଶୁଖିଗଲେ ବା ଅତ୍ୟଧିକ ଥଣ୍ଡା ଯୋଗୁଁ ପାଣି ବରଫ ହୋଇଗଲେ, ଏମିବାର ତାର କୂଟପାଦଗୁଡିକୁ ପ୍ରତ୍ୟାହାର କରି ନିଜ ଶରୀର ଚାରିପଟେ ତିନି ସ୍ତର ବିଶିଷ୍ଟ ଏକ କଠିନ ଆବରଣ ବା କୋଷ୍ଠୀକା ଗଠନ କରେ ।
- ଏହି ସମୟରେ ତାର ଚୟାପଚୟ କ୍ରିୟା ହ୍ରାସ ପାଏ , ବାରମ୍ବାର ନ୍ୟଷ୍ଟି ବିଭାଜନ ଦ୍ଵାରା ଏମିବା ଶରୀରରେ 500-600 ଟି ଛୋଟ ନ୍ୟଷ୍ଟି ତିଆରି ହୁଏ । ପ୍ରତ୍ୟେକ ନ୍ୟଷ୍ଟି କିଛି ପରିମାଣର କୋଷ ଜୀବକ ଦ୍ଵାରା ଆବୃତ ହୋଇ ରହେ । ଏହପରି ଭାବେ ସୃଷ୍ଟ ଅପତ୍ୟଗୁଡିକୁ “ କୁନି ଏମିବା ବା ଏମିବ୍ୟୁଲା କୁହାଯାଏ ।
- ବର୍ଷା ଦିନର ଆଗମନରେ ପରିସ୍ଥିତି ଅନୁକୂଳ ହେଲେ ଏହି କଠିନ ଆବରଣ ଜଳ ସଂସ୍ପର୍ଶରେ ଆସି ଫାଟିଯାଏ । କୋଷ୍ଠିକା ଭିତରେ ଥିବା ଅପତ୍ୟ କୁନି ଏମିବାମାନେ ବାହାରକୁ ଚାଲିଆସନ୍ତି ଓ ସ୍ଵତନ୍ତ୍ର ଭାବେ ଜୀବନଯାପନ କରନ୍ତି ।
୪ ମାର୍କ ସମ୍ବଳିତ ପ୍ରଶ୍ନୋତ୍ତର
- ଡିମ୍ବାଣୁ ଜନନ ପ୍ରକ୍ରିୟାରେ ବିଭିନ୍ନ ପ୍ରବସ୍ଥାଗୁଡିକୁ ଉଲ୍ଲେଖ କର ?
- ସ୍ତ୍ରୀଯୁଗ୍ମକ ବା ଡିମ୍ବାଣୁ ଜନନ ପ୍ରକ୍ରିୟାରେ ଉତ୍ପନ୍ନ ହୋଇଥାଏ । ଡିମ୍ବାଶୟର ଆବରଣ ସହ ରହିଛି ଆଦି ଜାୟକ କୋଷ । ଏହି କୋଷର ବିଭାଜନର ଫଳରେ ବହୁ ସଂଖ୍ୟକ ମୂଳ ଡିମ୍ବାଣୁ କୋଷ ଉତ୍ପନ୍ନ ହୁଏ । କୋଷର ବିଭାଜନ , ସମ ବିଭାଜନ ପ୍ରକ୍ରିୟାରେ ହୋଇଥାଏ ଏବଂ ଏହି ପ୍ରକ୍ରିୟାକୁ ପ୍ରଗୁଣନର ପ୍ରବସ୍ଥା କୁହାଯାଏ ।
- ମୂଳ ଡିମ୍ବାଣୁ କୋଷ ତିଆରି ହେଲା ପରେ ବୃଦ୍ଧି ପ୍ରବସ୍ଥାରେ ତାହାର ଆକାରରେ ଖୁବବୃଦ୍ଧି ହୁଏ । ଏହି ସମୟରେ ମୂଳ ଡିମ୍ବାଣୁ କୋଷ ଚାରିପାଖେ କିଛି ଖାଦ୍ୟ ଯୋଗାଉଥିବା କୋଷ ଘେରି ରହିଥାନ୍ତି । ମୂଳ ଡିମ୍ବାଣୁ କୋଷର ନିର୍ଦ୍ଧିଷ୍ଟ ବୃଦ୍ଧି ଘଟିବା ପରେ ତାହାକୁ ପ୍ରାଥମିକ ଡିମ୍ବାଣୁ କୋଷ କୁହାଯାଏ ।
- ପରିପକ୍ଵନ ପ୍ରବସ୍ଥାର ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକ ଡିମ୍ବାଣୁ କୋଷର ଅର୍ଦ୍ଧ ବିଭାଜନ ହୁଏ । ଫଳରେ 2 ଟି ଅପତ୍ୟ କୋଷ ସୃଷ୍ଟି ହୁଏ ଯେଉଁତିରେ n ସଂଖ୍ୟକ ଗୁଣସୂତ୍ର ରହିଥାଏ । ଅପତ୍ୟ କୋଷରେ କୋଷ ଜୀବନକର ପରିମାଣ କମ ବେସୀ ହୋଇଥିବାରୁ ଗୋଟିଏ କୋଷର ଆକାର ଅନ୍ୟ କୋଷଠାରୁ ଯଥେଷ୍ଟ ବଡ ହୋଇଥାଏ । ବଡ କୋଷଟିକୁ ଦ୍ଵିତୀୟକ ଡିମ୍ବାଣୁ କୋଷ ଓ ଛୋଟ କୋଷଟିକୁ ପ୍ରଥମ ପୋଲା ବଡି କୁହାଯାଏ ।
- ଦ୍ଵିତୀୟ ପର୍ଯ୍ୟାୟରେ ଦ୍ଵିତୀୟ ଡିମ୍ବାଣୁ କୋଷ ଏବଂ ପ୍ରଥମ ପ୍ଲାର ବଡି ପୁନର୍ବାର ସମ ବିଭାଜନ ହୋଇଥାଏ । ଦ୍ଵିତୀୟ ଅପତ୍ୟ କୋଷରୁ ବଡ କୋଷଟି ଡିମ୍ବାଣୁ ଓ ସାନଟି ଦ୍ଵିତୀୟ ପୋଲାର ବଡି ତିଆରି ହୁଏ । ସେହିପରି ପ୍ରଥମ ପୋଲାର ବଡିର ବିଭାଜନରୁ ଦୁଇଟି ଅତିରିକ୍ତ ପ୍ଲାର ବଡି ତିଆରି ହୁଏ । ପରିପକ୍ଵନ ପ୍ରବସ୍ଥାର ଶେଷରେ ଗୋଟିଏ ପ୍ରାଥମିକ ଡିମ୍ବାଣୁ କୋଷରୁ ଗୋଟିଏ ଡିମ୍ବାଣୁ ଓ ତିନୋଟି ପୋଲାର ବଡି ତିଆରି ହୁଏ ।
- ଉଦ୍ଭିଦରେ ସମାୟନ ପ୍ରକ୍ରିୟା କିପରି ସମ୍ପାଦନ ହୁଏ ? ସପୁଷ୍ପକ ଆବୃତବୀଜୀ ଉଦ୍ଭିଦରେ ସମାୟନର ବିଶେଷତ୍ଵ ଲେଖ ।
- ପରାଗରେଣୁ ଗର୍ଭଶୀର୍ଷରେ ପଡେ । ଗର୍ଭଶୀର୍ଷରେ ଶର୍କରା , ଜୈବିକ ଅମ୍ଳ ଓ ଅନ୍ୟାନ ପଦାର୍ଥର ମିଶ୍ରଣକୁ ଏକ ଅଠାଳିଆ ପଦାର୍ଥ ଜାତ ହୁଏ । ପରାଗରେଣୁ ଏହି ପଦାର୍ଥର ସଂସ୍ପର୍ଶରେ ଆସି ସେଠି ଲାଗି ରହେ ଓ ତାହାର ବାହାର ଆବରଣୀଟି ଫାଟିଯାଏ । ଭୀତର ଆବରଣଟି ଗୋଟିଏ ନାଲି ଆକାରରେ ବାହାରି ଅଙ୍କୁରିତ ହୁଏ ।
- ଏହି ନଳୀ ଦଣ୍ଡ ମଧ୍ୟ ଦେଇ ଭ୍ରୂଣାଶୟ ଆଡକୁ ବଢେ । ଏହାକୁ ପରାଗ ନାଲି କୁହାଯାଏ । ପରାଗନଳୀରେ କିଛି କୋଷରସ ସହିତ ଦୁଇଟି ପୁଯୁଗ୍ମକ ଗୋଟିଏ ନଳୀ ନ୍ୟଷ୍ଟି ଥାଏ ।
- ପରାଗ ନଳୀ ବୀଜରନ୍ଧ୍ର ବାଟ ଦେଇ ଡିମ୍ବାଶୟରେ ଥିବା ଭ୍ରୂଣାଶୟ ମଧ୍ୟରେ ପ୍ରବେଶ କଳା ପରେ ସେଠାରେ ପରାଗନଳୀର ଅଗ୍ରଭାଗ ଫାଟିଯିବା ଦ୍ଵାରା ପୁଯୁଗ୍ମକ ଡିମ୍ବକୋଷ ସହିତ ମିଳିତ ହୋଇ ଯୁଗ୍ମଯ ଗଠନ କରେ । ଅନ୍ୟ ପୁଯୁଗ୍ମକଟି ଦ୍ଵିତୀୟକ ନ୍ୟଷ୍ଟି ସହିତ ମିଳିତ ହୋଇ ଭ୍ରୂଣାପୋଷ ନ୍ୟଷ୍ଟି ଗଠନ କରେ । ନଳୀ ନ୍ୟଷ୍ଟି ସହିତ ମିଳିତ ହୋଇ ଭ୍ରୂଣପୋଷ ନ୍ୟଷ୍ଟି ଗଠନ କରେ । ନଳୀ ନ୍ୟଷ୍ଟିଟି ପରାଗ ନଳୀ ମଧ୍ୟରେ ନଷ୍ଟ ହୋଇଯାଏ । ପୁଯୁଗ୍ମକ ଓ ସ୍ତ୍ରୀ ଯୁଗ୍ମକର ମିଲନକୁ ସମାୟନ କୁହାଯାଏ ।
- ବିଶେଷତ୍ଵ :- ସପୁଷ୍ପକ ଆବୃତବୀଜୀ ଉଦ୍ଭିଦରେ ଦୁଇଟି ସମାୟନ କ୍ରିୟା ଦେଖିବାକୁ ମିଳେ । ପ୍ରଥମଟି ହେଲା , ଗୋଟିଏ ପୁଯୁଗ୍ମକ ସହିତ ଡିମ୍ବାଣୁର ସମାୟନ ଓ ଅନ୍ୟଟି ହେଲା ଦ୍ଵିତୀୟକ ନ୍ୟଷ୍ଟି ସହିତ ଦ୍ଵିତୀୟ ପୁଯୁଗ୍ମକର ମିଳନ । ପ୍ରଥମ ପ୍ରକ୍ରିୟାରେ ଦ୍ଵିଗୁଣିତ (2n) ସଂଖ୍ୟକ ଗୁଣସୂତ୍ର ଥିବା ନ୍ୟଷ୍ଟି ବିଶିଷ୍ଟ ଭ୍ରୂଣାପୋଷ ହୋଇଥାଏ । ସପୁଷ୍ପକ ଉଦ୍ଭିଦର ଏହି ପ୍ରକ୍ରିୟାକୁ ଦ୍ଵିସମାୟନ କୁହାଯାଏ । ଏହା ସପୁଷ୍ପକ ଆବୃତବୀଜୀ ଉଦ୍ଭିଦର ଏକ ବିଶେଷତ୍ଵ ।
ଆଧାର : ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )
Last Modified : 4/22/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.