অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାଟ୍ରିକ ମନ୍ତ୍ର-ଜୀବ ବିଜ୍ଞାନ-ଦୀର୍ଘ ଉତ୍ତର ମୂଳକ

2 ମାର୍କ - ସମ୍ବଳିତ ପ୍ରଶ୍ନୋତ୍ତର

  1. ରକ୍ତବାହିନୀ ମଧ୍ୟରେ ରକ୍ତ ଜମାଟ ବାନ୍ଧେ ନାହିଁ କାହିଁକି?
    1. ରକ୍ତରେ ଥାଏ ହିପାରିନ ନାମକ ପ୍ରୋଟିନ ଯାହା ରକ୍ତ ଜମାଟ ବାନ୍ଧିବାକୁ ଦିଏ ନାହିଁ।
    2. ସୋଡିୟମ ଆକଜାଲେଟ ଓ ପୋଟାସିୟମ ଆକଜାଲେଟ ଜାତୀୟ ଲବଣ ମଧ୍ୟ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏ ନାହିଁ ।
  2. ଉତ୍ସେଦନ କ’ଣ? ଉଦ୍ଭିଦରେ କାହା ମଧ୍ୟ ଦେଇ ଏହା ସମ୍ପାଦିତ ହୁଏ ?
    1. ଉଦ୍ଭିଦ ର ବାୟବିୟ ଅଂଶରୁ ଜଳୀୟବାଷ୍ପ ଆକାରରେ ଜଳର ନିର୍ଗମନ ପ୍ରକ୍ରିୟାକୁ ଉତ୍ସେଦନ କୁହାଯାଏ ।
    2. ଉଦ୍ଭିଦରେ ଏହି ପ୍ରକ୍ରିୟା ସ୍ତୋମ ,ତ୍ଵଚାବରଣ ଓ ବାତରନ୍ଧ୍ର ମଧ୍ୟଦେଇ ସମ୍ପାଦିତ ହୋଇଥାଏ ।
  3. ହାଇପରଟେନସନ କ’ଣ ?ଏହାଦ୍ବାରା କି କ୍ଷତି ହୁଏ?
    1. କୌଣସି କାରଣରୁ ଧମନୀ ସଙ୍କୁଚିତ ହେଲେ ରକ୍ତଚାପ ବଢିଯାଏ । ଏହାକୁ ଉଚ୍ଚ ରକ୍ତଚାପ ବା ହାଇପରଟେନସନ କୁହାଯାଏ ।
    2. ଉଚ୍ଚ ରକ୍ତଚାପ ହେଲେ ଧମନୀ ଫାଟିଯିବାର ଆଶଙ୍କା ଥାଏ ।
  4. ଗ୍ଲୋମେରୁଲସ କିପରି ଗଠିତ ହୋଇଥାଏ ?
    1. ପ୍ରତି ନେଫରନ ସହ ସଂଯୁକ୍ତ ହୋଇଥାଏ ଗୋଟିଏ ଲେଖାଏଁ ଏପରେଣ୍ଟ ଉପଧମନୀ ଯାହାକି ନେଫରନ ରେ ପ୍ରବେଶ କଲାପରେ କୈଶିକ ନଳୀରେ ପରିଣତ ହୁଏ ।ଏହି କୈଶିକ ନଳୀ ପରସ୍ପର ସହ ମିଶିଯାଇ ଇଫରେଣ୍ଟ ଉପଧମନୀ ସୃଷ୍ଟି ହୁଏ ।
    2. ଏ ଦୁଇଟି ଉପଧାମନୀ ସହ ସଂଶ୍ଳିଷ୍ଠ କୈଶିକ ନଳୀର ଏହି ଗୁଚ୍ଛ କୈଶିକ ଗୁଚ୍ଛ ବା ଗ୍ଲୋମେରୁଲସ କୁହାଯାଏ ।
  5. ରେଚନ ବ୍ୟତୀତ ବୃକକ ର ଅନ୍ୟ କାର୍ଯ୍ୟଗୁଡିକ ଲେଖା ।
  6. ବୃକକ ର ଅନ୍ୟ କାର୍ଯ୍ୟ ଗୁଡିକ ହେଲା –
    1. ଶରୀରର ଜଳ ଓ ଧାତବ ଲବଣ ପରିମାଣର ନିୟନ୍ତ୍ରଣ।
    2. ଡ଼ାକ୍ତର ଅମ୍ଳ ଓ କ୍ଷ୍।ରିୟ ମାତ୍ରା ନିୟନ୍ତ୍ରଣ କରୁଥିବା ପଦାର୍ଥମାନଙ୍କ ସନ୍ତୁଳନ ରକ୍ଷା କରିବା ।
    3. ଶରୀରରେ ରକ୍ତଚାପ ନିୟନ୍ତ୍ରଣ କରିଥାଏ ।
    4. ଏରିଥ୍ରୋପୋଇଏଟିନ ହରମୋନ କ୍ଷରଣ କରି ଲୋହିତ ରକ୍ତ କନିକା ତିଆରି କରିବାରେ ସାହାଯ୍ୟ କରିଥାଏ ।

3 ମାର୍କ - ସମ୍ବଳିତ ପ୍ରଶ୍ନୋତ୍ତର

  1. ରକ୍ତଚାପ ସମ୍ପର୍କରେ ଏକ ଟିପ୍ପଣୀ ଦିଅ ।
    1. ହୃତପିଣ୍ଡର ସଂକୋଚନ ଓ ସିଥିଳନ ଦ୍ଵାରା ରକ୍ତ ଧମନୀ ମଧ୍ୟ ଦେଇ ପ୍ରବାହିତ ହୋଇଥାଏ ।ହୃତପିଣ୍ଡର ସଂକୋଚନ ବେଳେ ରକ୍ତ ଧମନୀ ମଧ୍ୟକୁ ପ୍ରବେଶ କରିଥାଏ। ଫଳରେ ଧମନୀ ର କାନ୍ଥରେ ରକ୍ତର ଚାପ ବଢିଯାଏ ।ଶିଥିଳନ ବେଳେ କିଛି ବଳକା ରକ୍ତ ଧମନୀ ମଧ୍ୟରେ ଥାଏ ଓ ଧମନୀ କାନ୍ଥରେ ରକ୍ତଛପ ପୂର୍ବାପେକ୍ଷା କମିଯାଏ ।ରକ୍ତର ପ୍ରବାହ ଫଳରେ ଧମନୀ କାନ୍ଥରେ ଯେଉଁ ଚାପ  ସୃଷ୍ଟି ହୁଏ ତାହାକୁ ରକ୍ତ ଚାପ କୁହାଯାଏ ।
    2. ହୃତପିଣ୍ଡର ସଂକୋଚନଜନିତ ଚାପକୁ ସିଷ୍ଟୋଲିକ ଚାପ ଓ ଶିଥିଳନ ବେଳର ବଳକା ଡ଼ାକ୍ତର ଚାପକୁ ଡାୟାଷ୍ଟୋଲିକ ଚାପ କୁହାଯାଏ
    3. ସାଧାରଣତଃ ଏକ ସୁସ୍ଥ ବ୍ୟକ୍ତିର ବିଶ୍ରାମ ବେଳର ସିଷ୍ଟୋଲିକ ଚାପ 120 ମିମି ପାରଦ ମାନ ଏବଂ ଡାୟାଷ୍ଟୋଲିକ ଚାପ 80 ଦିନ ମିମି ପାରଦ ମାନ ।
  2. ମଣିଷ ହୃତପିଣ୍ଡର ଆଭାନ୍ତରୀଣ ଗଠନ ର ନାମାଙ୍କିତ ଚିତ୍ର ପ୍ରାଦାନ କର ।
  3. ଉତ୍ତର

    ମଣିଷ ହୃତପିଣ୍ଡର ଆଭାନ୍ତରୀଣ ଗଠନ

  4. ଯକୃତକୁ ରେଚନ ଅଙ୍ଗ କାହିଁକି କୁହାଯାଏ?
    1. ଉ. ପାକତନ୍ତ୍ର ସହ ଜଡିତ ଯକୃତ ଆମ ଶରୀରରେ ଉତ୍ପାଦିତ ଅନେକ ବିପାକୀୟ ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସହାୟକ ହୋଇଥାଏ।
    2. ଚୟୋପଚୟରୁ ଉତ୍ପାଦିତ ବର୍ଜ୍ୟ ଯଥା- ଖାଉଥିବା ଔଷଧର ଅବଶିଷ୍ଠାଂଶ,ମାତ୍ରାଧିକ ଭିଆମିନ,ଲୋହିତ ରକ୍ତ କନିକା ର ବିଖଣ୍ଡନ ପ୍ରକ୍ରିୟାରେ ଜାତ ହେଉଥିବା ବର୍ଣ୍ଣକଣା ଇତ୍ୟାଦି ପିତ୍ତରସ ସହ ମିଶି ଖାଦ୍ୟନଳୀ ଭିତରକୁ ଯାଇଥାଏ ।
    3. ଏହି ପିତ୍ତରସ,ଯକୃତରେ ତିଆରି ହୋଇ ପିତ୍ତକୋଷରେ ସଞ୍ଚିତା ହୋଇ ରହିଥାଏ ।ଖାଦ୍ୟ ନଳୀରେ ଏଗୁଡିକ ମାଳ ସହ ମିଶି ପରେ ମଳଦ୍ଵାର ଦେଇ ନିଷ୍କାସିତ ହୁଏ । ତେଣୁ ଯକୃତକୁ ରେଚନ ଅଙ୍ଗ କୁହାଯାଏ ।
  5. ମଣିଷର ବୃକକ ର ଅବସ୍ଥିତି ଓ ଗଠନ ସମ୍ବନ୍ଧରେ ଲେଖ।
    1. ମଣିଷର ମଧ୍ୟଛଦାର ଠିକ ତଳକୁ ଉଦାର ଗହ୍ଵର ଭିତରେ ମେରୁଦଣ୍ଡର ଉଭୟ ପାର୍ଶ୍ଵରେ ଦୁଇଟି ବୃକକ ରହିଛି ।
    2. ବୃକକର ଆକୃତି ପ୍ରାୟ ସିମ୍ବମଞ୍ଜି ପରି ।ବୟଃପ୍ରାପ୍ତ ବ୍ଯକ୍ତିର ବୃକକର ଲମ୍ବ ପ୍ରାୟ 10-12 ସେମି,ପ୍ରସ୍ଥ 5-7 ସେମି ଓ ମୋଟେଇ ପ୍ରାୟ 3 ସେମି ।
    3. ବୃକକ ର ଭିତର ପାଖରେ ଥିବା ଖାଲୁଆ ସ୍ଥାନଟିକୁ ହାଇଲମ କୁହାଯାଏ। ହାଇଲାମ ମଧ୍ୟ ଦେଇ ବୃକକୀୟ ସିରା,ଧମନୀ ଓ ମୁଟ୍ରା ସାରଣୀ ବୃକକୃ ମୂତ୍ରାଶୟ କୁ ଆସେ ।

4 ମାର୍କ - ସମ୍ବଳିତ ପ୍ରଶ୍ନୋତ୍ତର

  1. ମନୁଷ୍ୟ ଶରୀରରେ ରକ୍ତ ସଂଚାଳନ କିପରି ହୋଇଥାଏ ବର୍ଣ୍ଣନା କର ।
    1. ମନୁଷ୍ୟ ହୃତପିଣ୍ଡ 4 ପ୍ରକୋଷ୍ଠ ବିଶିଷ୍ଠ ଓ ହୃତପିଣ୍ଡରେ ଅମ୍ଳଜାନ ଯୁକ୍ତ ଓ ଅମ୍ଳଜାନ ବିହୀନ ରକ୍ତ ର ମିଶ୍ରଣ ହୁଏ ନାହିଁ ବାମପଟର ଅଳିନ୍ଦ ଓ ନିଳୟ ମଧ୍ୟ ଦେଇ ଅମ୍ଳଜାନଯୁକ୍ତ ରକ୍ତ ସଂଚାଳନ ହେଉଥିବା ବେଳେ ,ଦକ୍ଷିଣ ପଟ ଅଳିନ୍ଦ ଓ ନିଳୟ ମଧ୍ୟ ଦେଇ ଅମ୍ଳଜାନ ବିହୀନ ରକ୍ତ ସଞ୍ଚଳିତ ହୋଇଥାଏ ।ଶରୀରର କୌଣସି ଅଙ୍ଗକୁ ଠାରେ ରକ୍ତ ପହଞ୍ଚିଲା ବେଳକୁ ତାହା ଦୁଇ ଥର ହୃତପିଣ୍ଡ ମଧ୍ୟ ଦେଇ ପ୍ରବାହିତ ହୋଇଥାଏ । ତେଣୁ ଏ ପ୍ରକାର ରକ୍ତ ସଂଚାଳନ କୁ ଦ୍ଵୈତ ସଂଚାଳନ କୁହାଯାଏ ।
    2. ଶରୀରରୁ ଅମ୍ଳଜାନ ବିହୀନ ରକ୍ତ ଊର୍ଦ୍ଧ୍ଵ ମହାସିରା ଓ ନିମ୍ନ ମହାସିରା ଦେଇ ଦକ୍ଷିଣ ଆଳିନ୍ଦରେ ପହଞ୍ଚିଥାଏ । ଏହା ଦକ୍ଷିଣ ଅଳିନ୍ଦରୁ ତିନି ପାଖୁଡା ବିଶିଷ୍ଠ କପାଟୀକା ମଧ୍ୟ ଦେଇ ଦକ୍ଷିଣ ନିଳୟ ମଧ୍ୟକୁ ପ୍ରବେଶ କରେ ଓ ଦକ୍ଷିଣ ନିଳୟରୁ ରକ୍ତ ଫୁସଫୁସ ଧମନୀ ଦେଇ ଦୁଇ ଫୁସଫୁସ ଚାଲିଯାଏ ଓ ଫୁସଫୁସ ରେ ହିଁ ରକ୍ତ ବିଶୋଧନ ହୋଇଥାଏ ।
    3. ଦୁଇ ଫୁସଫୁସ ରୁ ଅମ୍ଳଜାନ ଯୁକ୍ତ ରକ୍ତ ଫୁସଫୁସ ସିରା ମଧ୍ୟଦେଇ ବାମ ଆଲିଣ୍ଡରେ ପହଞ୍ଚେ । ବାମ ଅଳନ୍ଦି ରେ ପହଞ୍ଚେ । ବାମ ଅଳନ୍ଦି ରୁ ଏହା ଦୁଇ ପାଖୁଡା ବିଶିଷ୍ଠ କପାଟୀକା ଦେଇ ବାମ ନିଳୟକୁ ଆସେ । ବାମ ନିଳୟ ରୁ ରକ୍ତ ମହାଧମନୀ ରେ ପ୍ରବେଶ କରେ ।
    4. ମହାଧମନୀ ଶାଖାପ୍ରଶାଖା ରେ ବିଭକ୍ତ ହୋଇ ଧମନୀ ଓ ରକ୍ତ କୈଶିକ ରେ ପରିଣତ ହୁଏ ଓ ପ୍ରତ୍ଯେକ ଜୀବକୋଷ ନିକଟକୁ ଅମ୍ଳଜାନାଯୁକ୍ତ ରକ୍ତ ପହଞ୍ଚାଇଥାଏ ।
    5. ଜୀବକୋଷ ରକ୍ତରୁ ଅମ୍ଳଜାନ ଓ ଆବଶ୍ୟକ ଉପାଦାନ ଗ୍ରହଣ କରିସାରିବା ପରେ ସେଠାରେ ଉତ୍ପନ୍ନ ବର୍ଜ୍ୟବସ୍ତୁ ରକ୍ତ ମଧ୍ୟକୁ ଛାଡିଦିଏ ଓ ଏହା ପୁନର୍ବାର ରକ୍ତ କୌଶିକ ଓ ମହାସିରା ମଧ୍ୟଦେଇ ହୃତପିଣ୍ଡ କୁ ଫେରିଆସେ ।
  2. ପ୍ରାଣୀମାନେ କିପରି ବିଭିନ୍ନ ଉପାୟରେ ରେଚନ ପ୍ରକ୍ରିୟା ସମ୍ପାଦନ କରିଥାନ୍ତି ସଂକ୍ଷେପରେ ବର୍ଣ୍ଣନା କର ।
    1. ପ୍ରାଣୀମାନଙ୍କର ରେଚନ ଅଙ୍ଗର ଗଠନ , ପ୍ରକାର ଭେଦ ଓ କାର୍ଯ୍ୟକାରିତା ରେ ବିଭିନ୍ନତା ଦେଖିବାକୁ ମିଳେ ।
    2. ଏମିବା ପରି ଏକକୋଷି ପ୍ରାଣୀମାନଙ୍କ ର ରେଚନ ପ୍ରକ୍ରିୟା ପ୍ଲାଜମା ଝିଲ୍ଲୀ ଓ କିଛି ପରିମାଣରେ ସଙ୍କୋଚିକିଧାନୀ ଦ୍ଵାରା ସମ୍ପାଦିତ ହୋଇଥିଲା ବେଳେ ସଞ୍ଜ,ହାଇଡ୍ରା ପରି ନିମ୍ନବରଗଡ଼ ପ୍ରାଣୀମାନଙ୍କର ନିର୍ଦ୍ଧିଷ୍ଟ ରେଚନ ଅଙ୍ଗ ନାହିଁ ।/li>
    3. ଚେପଟା କୃମିମାନଙ୍କ ଠାରେ ଶିଖାକୋଷ ରେଚନ ଅଙ୍ଗ ଭାବେ କାର୍ଯ୍ୟ କରିଥାଏ ।ଜିଆ,ଜୋକ,ପରି ପ୍ରାଣୀମାନଙ୍କର ନେଫ୍ରିଡ୍ରିଆ ରେଚନ ଅଙ୍ଗ ଅଟେ ।
    4. ଝିଣ୍ଟିକା ଆଦି ପତଙ୍ଗଙ୍କର ମାଳପିଝିଆନ ନଳିକା ରେଚନ ଅଙ୍ଗରା କାର୍ଯ୍ୟ କରିଥାଏ ।
    5. ମେରୁଦଣ୍ଡ ପ୍ରଣିମାନଙ୍କ ର ସ୍ଵତନ୍ତ୍ର ରେଚନ ଅଙ୍ଗ ରହିଛି । ଏଗୁଡିକ ମଧ୍ୟରେ ବୃକକ ଓ ଚର୍ମ ପ୍ରଧାନ ଅଟେ ।

ଆଧାର : ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )

Last Modified : 2/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate