ପ୍ରାୟ 120 ଟି ଶବ୍ଦରେ ଉତ୍ତର ଲେଖ ।
ପ୍ରଶ୍ନ: ଗ୍ରାରେ ଦେଖାଯାଉଥିବା ଏକ ପରିବାରତ୍ଵ ପରମ୍ପରା ସମ୍ପର୍କରେ ପଠିତ ପ୍ରବନ୍ଧକୁ ଭିତ୍ତି କରି ବର୍ଣ୍ଣନା କର
କିମ୍ବା ,ପଠିତ ପ୍ରବନ୍ଧ ଅବଲମ୍ବନରେ ପଲ୍ଲୀରେ ଦେଖାଯାଉଥିବା ବିଭିନ୍ନ ପରମ୍ପରା ସମ୍ପର୍କରେ ଆଲୋଚନା କର
ଉ. ବିଶିଷ୍ଟ ଐତିହାସିକ,ଗବେଷକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରବନ୍ଧ ରଚନାରେ ନିଜର ମୌଳିକତା ପାଇଁ ଓଡିଆ ସାହିତ୍ୟ ଜଗତରେ ସ୍ଵତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ହୋଇଛନ୍ତି । ପ୍ରାବନ୍ଧିକଙ୍କର ଚର୍ଚ୍ଚିତ ପୁସ୍ତକ" ପ୍ରବନ୍ଧ ମାନସ" ରୁ ସଂଗୃହିତ ଆଲୋଚ୍ୟ ପ୍ରବନ୍ଧ" ଜନ୍ମଭୂମି ରେ ସେ ପଲ୍ଲୀ ଜନ୍ମମାଟିର ଅନ୍ୟନ୍ୟ ମହତ୍ଵ ଦର୍ଶାଇବା ସହିତ ତହିଁରେ ଦେଖାଯାଉଥିବା ଏକ ପରିବାରତ୍ଵ ପରମ୍ପରା ଉପରେ ଆଲୋକପାତ କରିଛନ୍ତି ।
ସଂପ୍ରତି ସମାଜରେ ପ୍ରଚଳିତ ଧାରା :ତଥାକଥିତ ଶିକ୍ଷିତ ଗୋଷ୍ଠୀଙ୍କର ପଲ୍ଲୀ ବିମୁଖତା ଲେଖକଙ୍କୁ ବହୂ ପରିମାଣରେ ବ୍ୟଥିତ କରିଛି । ଏମାନେ ନାନା କାର୍ଯ୍ୟର ଦ୍ଵାହି ଦେଇ ସହରାଭିମୁଖ୍ୟ ହୁଅନ୍ତି ଓ ଜନ୍ମଭୂମି ସହିତ ସମସ୍ତ ସମ୍ପର୍କ ତୁଟାଇ ଦେବାକୁ ପଶ୍ଚାତପଦ ହୁଅନ୍ତି ନାହିଁ । ଶିକ୍ଷିତ ସମାଜର ଏହି ଭୁଲକୁ ପ୍ରାବନ୍ଧିକ ସୁଚେଇ ଦେଇ ଗ୍ରାମରେ ପରସ୍ପର ମଧ୍ୟରେ ଗଢି ଉଠିଥିବା ପାରିବାରିକ ସମ୍ପର୍କ ଓ ଆତ୍ମୀୟତାକୁ ସ୍ମରଣ କରାଇ ଦେଇଛନ୍ତି ଯାହା ସହରୀ ସଭ୍ୟତାରେ ବିରଳ । ଜାତି- ଧର୍ମ ନିର୍ବି ଶେଷରେ ପଲ୍ଲୀଗ୍ରାମର ସମସ୍ତ ଗ୍ରାମବାସୀ କେହି , ଭଉଣୀ , କେହି କକା, କେହି ଖୁଡୀ ଇତ୍ୟାଦି ଭାବରେ ପରସ୍ପର ମଧ୍ୟରେ ପରିଚିତ ହୋଇଥାନ୍ତି । ସମସ୍ତେ ସମସ୍ତଙ୍କର ଭଲ- ମନ୍ଦ, ସୁଖଦୁଃଖରେ ଭାଗୀଦାରୀ ଦୁଆନ୍ତି । ମାତ୍ର ଦୀର୍ଘ ଦିନ ଗ୍ରାମରେ ଅନୁପସ୍ଥିତ ରହିବା ଫଳରେ ଏ ମଧୁର ସମ୍ପର୍କରେ ଭଟ୍ଟା ପଡିଯାଏ । ଯେତେ ଚେଷ୍ଟା କାଲେ ମଧ୍ୟ ଏ ସମ୍ପର୍କ ଆଉ ଫେରେନା । ଏହି ପ୍ରସଙ୍ଗ ଲେଖକ ସ୍ଵୀୟ ଅଭିଜ୍ଞତାକୁ ନିଜ ଗ୍ରାମର ସାର ମାଉସୀ ଓ ଗୋବିନ୍ଦା ଭାଇର ଉଦାହରଣ ଦେଇ କହିଛନ୍ତି ଯେ ସତଚେଷ୍ଟା କରି ମଧ୍ୟ ସାର ମାଉସୀର ଆତ୍ମୀୟତା ଓ ଗୋବିନ୍ଦା ଭାଇର ପୂର୍ବ ପ୍ରତ୍ୟୟ ଆଉ ସେ ଫେରି ପାଇନାହାନ୍ତି । ପୁନଶ୍ଚ ଗ୍ରାମରେ ପାଳିତ ବିଭିନ୍ନ ପର୍ବପର୍ବାଣିରେ ସମସ୍ତ ବିଭେଦ ସର୍ତ୍ତେ ଗ୍ରାମବସିମାନଙ୍କ ଭୀତରେ ଅନ୍ୟ ଏକ ପ୍ରକାର ଏକପରିବାରତ୍ଵର ଭାବ ଆପେ ଆପେ ଯାତ ହୋଇଥାଏ । ବ୍ୟକ୍ତିଗତ ସ୍ଵାର୍ଥକୁ ଭୀଲୁଜାଇ ସେମାନେ ରାଜ , ଦୋଳି , ଦଶହରା, କୁମାର ପୂର୍ଣ୍ଣମୀ,ଭଳି ପୂର୍ବ ଏକତ୍ର ପାଳନ କରନ୍ତି । ରଜ ପୂର୍ବର ଏକ ମନୋଜ୍ଞ ବର୍ଣ୍ଣନା କରିବାକୁ ଯାଇ " ପ୍ରାବନ୍ଧିକ ଲେଖିଛନ୍ତି " ସିକ୍ତଭୂମିର ସୁଗନ୍ଧ ଓ ବନ୍ୟଯଠୁର ପରିମଲରେ ରଜପର୍ବର ଆରମ୍ଭ ହୁଏ , ଉଦବେଳ ମନରେ ଗ୍ରାମବାସୀମାନେ ଦୋଳି ଖେଳରେ ରତ ହୋଇପଡନ୍ତି । ପରେ ପରେ ଶ୍ରମଜୀବିମାନଙ୍କ ସମବେତ ଯତ୍ନରେ ଧରଣୀ ହୋଇଉଠେ ଶସ୍ୟ ଶ୍ୟାମଳା । ସବୁଠି ଶୃଙ୍ଖଳିତ ଓ ଯୋଜନାବଦ୍ଧ କର୍ମ ପରିଲିଖିତ ହୁଏ । ଅପୂର୍ବ ଭାଇଚାରାର ବାର୍ତ୍ତା ପ୍ରଦାନ କରେ ପଲ୍ଲୀଭୂମି ।
ବାସ୍ତବରେ ପ୍ରାବନ୍ଧିକ ଭାରତୀୟ ଗ୍ରାମ୍ୟ ଜୀବନରେ ଏକ ନିଖୁଣ ଚିତ୍ର ପ୍ରଦାନ କରିଛନ୍ତି ।
ବାସ୍ତବରେ ପାଶ୍ଚାତ୍ୟ ସଭ୍ୟତା ଓ ଭାରତୀୟ ସଭ୍ୟତା ମଧ୍ୟରେ ପ୍ରାବନ୍ଧିକ ପ୍ରଦାନ କରିଥିବା ତୁଳନାତ୍ମକ ବ୍ୟାଖ୍ୟା ପ୍ରଣିଧାନଯୋଗ୍ୟ ।
ପ୍ରାୟ ୫୦ ଟି ଶବ୍ଦ ମଧ୍ୟରେ ସପ୍ରସଙ୍ଗ ସରଳାର୍ଥ ଲେଖ ।
ପ୍ରଶ୍ନ: ସମୟ -ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ମୁଁ ଭାସି ଚାଲିଛି ।
ଉ: ସ୍ରୋତରେ.................................. ଭାସିଚାଲିଛି ।
ଶଂସିତ ଗାଦ୍ଯାଂସ ଟି ବିଶିଷ୍ଠ ଶିକ୍ଷାବିତ ବଂଶୀଧର ସାମନ୍ତରାୟ ରଚିତ “ସଭ୍ୟତା ଓ ବିଜ୍ଞାନ” ଶୀର୍ଷକ ପ୍ରବନ୍ଧର ଅଂଶବିଶେଷ । ଆଲୋଚ୍ୟ ପ୍ରସଙ୍ଗରେ ପ୍ରାବନ୍ଧିକ ବିଜ୍ଞାନର ଅଲୌକିକ ଶକ୍ତି ସମ୍ପର୍କରେ ଆଲୋକପାତ କରିଛନ୍ତି ।
ଶଂସିତ ଗଦ୍ୟାନ୍ସଟି ପ୍ରାବନ୍ଧିକ ଡଃ:କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପୁସ୍ତକ " ପ୍ରବନ୍ଧ ମାନସ" ରୁ ସଂଗୃହିତ " ଜନ୍ମଭୂମି "ଶୀର୍ଷକ ପ୍ରବନ୍ଧର ଅଂଶବିଶେଷ ଅଟେ । ଆଲୋଚ୍ୟ ପ୍ରସଙ୍ଗରେ ଲେଖକ କମର ତାଡନାରେ ନିଜର ଜନ୍ମମାଟି ଠାରୁ ବିଚ୍ଛିନ୍ନ ହୋଇ କିପରି ମାନସିକ ଗ୍ଳାନିର ଶିକାର ହୋଇଛନ୍ତି ତାର ହୃଦୟସ୍ପର୍ଶୀ ଚିତ୍ର ଉପସ୍ଥାପନ କରିଛନ୍ତି ।
ଯେଉଁ ଜନ୍ମମାଟି ମାତା, ଧାତ୍ରୀ, ଓ ଶିକ୍ଷୟତ୍ରୀର ଭୂମିକା ଗ୍ରହଣ କରି ପ୍ରାବନ୍ଧିକଙ୍କୁ ଲାଳନପାଳନ କଳା , ପରିସ୍ଥିରର ଚାପରେ , କର୍ତ୍ତବ୍ୟର ଅନୁରୋଧରେ ସେହି ଜନ୍ମଭୂମି ଠାରୁ ଦୂରେଇ ଯିବାକୁ ସେ ବାଧ୍ୟ ହୋଇଛନ୍ତି । ସତ ଚେଷ୍ଟା କରି ମଧ୍ୟ ସେଠାକୁ ଫେରିଯିବାକୁ ନୈତିକ ସାହସ ଲେଖକ ଯୁଟାଇ ପାରିନାହାନ୍ତି । ପ୍ରଖର ଜଳସ୍ରୋତରେ ଶୁଖିଲା ଘାସଟିଏ ଯେପରି ନିଜର ଅସ୍ତିତ୍ଵ ହରାଇ ବସେ ସେହିପରି ସମୟ ସ୍ରୋତରେ ନିଜକୁ ହଜାଇ ଦେଇଛନ୍ତି ସେ । ରାଶିରାଶି ଶାଳତରୁ ମଧ୍ୟରେ ତଟିନୀବେଷ୍ଟିତ ନିଜ ଜନ୍ମଭୂମିର ଚାରୁଚିତ୍ରକୁ ସ୍ମରଣ କରିବା ଛଡା ଅନ୍ୟ ଉପାୟ ତାଙ୍କ ପାଖରେ ନ ଥିଲା । ଉକ୍ତ ଅଂଶରେ ଲେଖକଙ୍କ ନୈରାଶ୍ୟ ଓ ଅସହାୟବୋଧ ସ୍ପଷ୍ଟ ପ୍ରତିଫଳିତ ହୋଇଛି ।
ପ୍ରଶ୍ନ: ଏକ ସାର୍ଥକ ଉଦବୋଧନ ଗୀତିକା ଭାବରେ " ଜାଗ ବନ୍ଧନହରା " କବିତାର ମର୍ମ ଆଲୋଚନା କର
କିମ୍ବା ,”ତରୁଣମାନଙ୍କୁ କବି ଦେଇଥିବା ଆହ୍ଵାନକୁ ପଠିତ କବିତା ଆଧାରରେ ବିଶ୍ଳେଷଣ କର ।
ଉ.ଓଡିଶାର ମହାନ ବିପ୍ଲବ କବି ଅନନ୍ତ ଚରଣ ପଟ୍ଟନାୟକ ନିଜର ସାମ୍ୟବାଦୀ ଚିନ୍ତାଧାରା ପାଇଁ ପାଠକ ମହଲରେ ସୁପରିଚିତ । ତାଙ୍କ ରଚିତ " ଜାଗ ବନ୍ଧନହରା" ଏକ ଉଦବୋଧନ ମୂଳକ ଗୀତିତା ଯେଉଁଥିରେ ଏକ ଶ୍ରେଣୀହୀନ ଓ ଶୋଷଣମୁକ୍ତ ସମାଜ ଗଠନ ପାଇଁ ନବଯୁଗର ତରୁଣମାନଙ୍କୁ ଆହ୍ଵାନ ଦେଇଛନ୍ତି । ନବଯୁଗ ସାହିତ୍ୟ ସଂସଦର ପ୍ରଥମ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗୀତ ରୂପେ ଗାନ କରାଯାଇଥିବା ଏହି କବିତାରେ ମାନବବାଦର ଜୟଗାନ କରାଯାଇଛି । ଆଜିର କଳୁଷିତ ସମାଜରେ ପରିବର୍ତ୍ତନ ଆଣିବା ପାଇଁ କବି ନବୀନ ଯୁଗର ତରୁଣମାନଙ୍କୁ ହିଁ ଉପଯୁକ୍ତ ମାନେ କରିଛନ୍ତି । ସେମାନଙ୍କୁ " ବନ୍ଧନହରା " ଭାବେ ସଂବୋଧନ କରି ନିଜ ସମ୍ମୁଖରେ ଥିବା ସମସ୍ତ ବାଧାବନ୍ଧନକୁ ଛିନ୍ନ କରିବାକୁ ପରାମର୍ଶ ଦେଇଛନ୍ତି । ସମାଜର ତଥାକଥିତ ମୁଖିଆମାନଙ୍କ ଦ୍ଵାରା ନିଷ୍ପେସିତ , ଅତ୍ୟାଚାରିତ ହୋଇ ମୃତବତ ପଡିରହିଥିବା ଲକ୍ଷ ଲକ୍ଷ ଜୀବନରେ ଆଲୋକଧାରା ଖେଳାଇବାକୁ କବି ଦେଇଛନ୍ତି ଦୂର୍ବାର ଆହ୍ଵାନ । ସମାଜରେ ରହିଥିବା ଶୋଷଣର ସମୂଳ ବିଲୋପ ସାଧନ ନିମିତ୍ତ ଯୁବଶକ୍ତି ଆଗେଇ ଆସୁ ବୋଲି ସେ କହିଛନ୍ତି । ଅନ୍ଧକାର କାରାଗୃହରେ ଅପମାନିତ ଓ ଲାଞ୍ଛିତ ଅବସ୍ଥାରେ କାଲାତିପାତ କରୁଥିବା ନିରୀହ ଜନସାଧାରଣଙ୍କ ଦୁଃଖ ଲାଘବକୁ ଯୁଗର ଆହ୍ଵାନ ରୂପେ ଗ୍ରହଣ କରିବାକାଉ କବି ଯୁବକମାନଙ୍କୁ ଅନୁରୋଧ କରିଛନ୍ତି । ଅବାହମାନ କାଳରୁ ଚଳି ଆସୁଥିବା ଜାତିପ୍ରଥା ସମାଜରୁ ଦୂର ହେବ । ତରୁଣମାନଙ୍କୁ ଏଥି ନିମିତ୍ତ ଜାଗ୍ରତ ହେବାକୁ ପଡିବ । ସକଳ ପ୍ରତିବନ୍ଧକକୁ ଅତିକ୍ରମ କରି ମୃତ୍ୟୁର ଦ୍ଵାରଦେଶରେ ମଧ୍ୟ ଜୀବନ ସଙ୍ଗୀତ ଗାନ କରିବାକୁ ହେବ । ମାନବ ଶିରରେ ଥିବା ସମସ୍ତ ଅପମାନ ପୋଛି ଦେବାକୁ କବି ସେମାନଙ୍କୁ ବୈପ୍ଳବିକ ଉଦବୋଧନ ଦେଇ ଲେଖିଛନ୍ତି :- -
“" ମରଣ ଦୁଆରେ ଚରଣ ଅରପି
ଗାଆରେ ଅମର ଗାନ
ପୋଛିଦିଅ ଆଜି ମାନବ ଶିରସୁଁ
ସଂଚିତ ଅପମାନ
କବିଙ୍କ ଦ୍ରୁଷ୍ଟିରେ ନବୀନ ଯୁଗର ତରୁଣମାନେ ସନ୍ଧାନୀ ମାତ୍ର ସେମାନେ ଯାତ୍ରାପଥ କଣ୍ଟକିତ । ପାର୍ଥିକ ଜଗତର ମୋହ ମାୟା ଲକ୍ଷ୍ୟପଥରେ କୁହେଳି ସୃଷ୍ଟି କରି ବାଧା ଉତ୍ପନ୍ନ କରିବାର ସମ୍ଭାବନା ଅଛି । ନୈରାଶ୍ୟ ଓ ହତାଶାର ମରୁପଥରେ ଆସା ନିର୍ଝର ସୃଷ୍ଟି କରିବାକୁ କବି ତରୁଣମାନଙ୍କୁ ଆହ୍ଵାନ ଦେଇଛନ୍ତି । ସେମାନଙ୍କ ଦୂର୍ବାର ଶକ୍ତି ରୂପୀ ରଥଚକ୍ର ତଳେ ସମାଜରୁ ଦୁଃଖ , ପୀଡ ନିଶ୍ଚୟ ଧ୍ଵଂସ ପାଇବ ଓ ଦିନେ ନା ଦିନେ ତରୁଣମାନେ ସମସ୍ତ ବନ୍ଧନର ଅର୍ଗଳିକୁ ଧ୍ଵଂସ କରି ବିଜୟର ମାଳା ପିନ୍ଧିବେ ବୋଲି ସେ ସଂପୂର୍ଣ୍ଣ ଆଶାବାଦୀ । କବିଙ୍କ ଭାଷାରେ
"ଚୂର୍ଣ୍ଣ କରୁରେ ସ୍ୟନ୍ଦନ ତବ
ପୀଡନର ପରବତ
ଭାଜିପଡୁ ଆଜି ଅର୍ଗଳ ରାଜି
ଘେନ ବିଜୟର ମାଳା
ବାସ୍ତବରେ କବିଙ୍କର ଅଗ୍ନିବର୍ଷା ଉଦବୋଧନ ଯୁବକମାନଙ୍କ ଶରୀରରେ ନିଶ୍ଚୟ ପ୍ରାଣ ସଂଚାର କରିବ ଏଥିରେ ସନ୍ଦେହ ନାହିଁ ।
ପ୍ରାୟ ୫୦ ଟି ଶବ୍ଦରେ ସପ୍ରସଙ୍ଗ ସରଳାର୍ଥ ଲେଖ ।
ପ୍ରଶ୍ନ : " ଭିନ୍ନ କରି ସେ ତନ୍ଦ୍ରା ପରଶ
ହସାଅ ଭୁବନ ସାରା"।
ଉ. “ବିସ୍ମଇ ନିଶ୍ଵାସ ......... ଦର୍ଭ ଶୟନେ ଯେ” ।
ଭିନ୍ନ କରି ସେ .................................. ଭୁବନ ସାରା
ଶଂସିତ ପଦ୍ୟାସଂଟି ବିଶିଷ୍ଟ ସାମ୍ୟବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ " ଜାଗ ବନ୍ଧନ ହରା" ଶୀର୍ଷକ ପଦ୍ୟରୁ ଉଦ୍ଧିଷ୍ଟ । ଆଲୋଚ୍ୟ ଅଂଶରେ କବି ମୋହନିଦ୍ରାରୁ ଜାଗ୍ରତ ହୋଇ ନିଜ ସମ୍ମୁଖରେ ଥିବା ସମସ୍ତ ବାଧା ବନ୍ଧନକୁ ଛିନ୍ନ କରି ଜଗତର କଲ୍ୟାଣ ସାଧନ ନିମିତ୍ତ ନବୀନ ଯୁଗର ତରୁଣମାନଙ୍କୁ ଦେଇଛନ୍ତି ବୈପ୍ଲବିକ ଆହ୍ଵାନ ।
ଆବହମାନ କାଳରୁ ସମାଜର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଅବହେଳିତ , ନିଷ୍ପେସିତ ଓ ଶୋଷିତ ହୋଇଆସିଛି । କବିଙ୍କ ଦ୍ରୁଷ୍ଟିରେ ଆଜିର ଯୁବକମାନେ ହିଁ କେବଳ ମାନବ ଶିରରେ ସଂଚିତ ସମସ୍ତ ଅପମାନକୁ ପୋଛିଦେଇ ନୀତିନିୟମର ତିମିରକାରାକୁ ଧ୍ଵଂସ କରିବାକୁ ସକ୍ଷମ । ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକାଉ କବି ସେମାନଙ୍କୁ ପ୍ରେରଣା ଦେଇଛନ୍ତି । ମାତ୍ର ପର ମୂହୁର୍ତ୍ତରେ ସେ ଆଶଙ୍କା ପ୍ରକାଶ କରିଛନ୍ତି ସେ ସାଂସାରିକ ମୋହମାୟା ତରୁଣମାନଙ୍କ ସମ୍ମୁଖରେ କଣ୍ଟକ ସାଜି ବାଧା ଉତ୍ପନ୍ନ କରିପାରେ । ତେଣୁ ସେ ମୋହନିଦ୍ରାର ସ୍ପର୍ଶକୁ ଛିନ୍ନ କରି ସମାଜର ଦଳିତ, ସର୍ବହରା , ଜନସାଧାରଣଙ୍କ ମୁଖରେ ହସ ଖେଳାଇବକଉ କବି ସେମାନଙ୍କୁ ଉଦବୋଧନ ବାଣୀ ଶୁଣାଇଛନ୍ତି ।
କବିଙ୍କର ଆହ୍ଵାନ ଯୁଗୋପଯୋଗୀ ହୋଇଛି ।
(ଉପକ୍ରମ-ଶୃଙ୍ଖଳିତ ଛାତ୍ର ଜୀବନ-ବିଶୃଙ୍ଖଳାର କାରଣ- ପରିଣାମ- ଉପସଂହାର)
ଉ. ଛାତ୍ର ଜୀବନ ମନୁଷ୍ୟର ଜୀବନକାଳ ମଧ୍ୟରେ ଅମୂଲ୍ୟ ସମୟ ଭାବେ ପରିଗଣିତ । ଛାତ୍ର ଜୀବନ ଏକ ତପସ୍ୟା ଭଳି ଯହିଁରେ ଥାଏ ଲକ୍ଷ୍ୟ ସାଧନର ଅଙ୍ଗୀକାରବଦ୍ଧତା । ମାତ୍ର ଶୃଙ୍ଖଳାରୁ ବାଦ ଦେଇ ଏହାର କଳ୍ପନା କରାଯାଇନପରେ । ଜୀବନର ପ୍ରଥମ ସୋପାନରେ ଶୃଙ୍ଖଳା ପରବର୍ତ୍ତୀ ସମୟରେ ସେମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢି ତୋଳିବାରେ ସହାୟକ ହୋଇଥାଏ । ଯେଉଁ ଛାତ୍ର ଶୃଙ୍ଖଳିତ ତାର ଭବିଷ୍ୟତ ଉଜ୍ଵଳ ଓ ସଫଳତା ପାଦସ୍ପର୍ଶ କରେ ।
ମନୁଷ୍ୟ ସର୍ବପ୍ରଥମେ ନିଜ ପରିବାରରୁ ହିଁ ଶୃଙ୍ଖଳା ଶିକ୍ଷାଲାଭ କରିଥାଏ ଯାହା ଛାତ୍ର ଜୀବନରେ ପ୍ରତିଫଳିତ ହୁଏ । ପାଠପଢାରେ ସାମାନ୍ୟ ତ୍ରୁଟିବିଚ୍ୟୁତି ଲକ୍ଷ୍ୟପଥରୁ ଦୂରେଇ ଦିଏ । ସମଗ୍ର ଜୀବନ ବିପର୍ଯ୍ୟସ୍ତ ହୋଇପଡେ । କେବଳ ପଢାକ୍ଷେତ୍ରରେ ନୁହେଁ ଦିନଚର୍ଯ୍ୟରେ ମଧ୍ୟ ଶୃଙ୍ଖଳାତାର ଆବଶ୍ୟକତା ଅନୁଭୂତ ହୁଏ । ପ୍ରଭାତରୁ ଶଯ୍ୟାତ୍ୟାଗ , ନିୟମିତ ବ୍ୟାୟାମ , ପୃଷ୍ଟିକର ଭୋଜନ ଓ ନିତ୍ୟକର୍ମ ସମାପନ ଆଦି ସମସ୍ତ କାର୍ଯ୍ୟ ଏକ ନିୟମରେ ବନ୍ଧା ହେବା ଉଚିତ । ସମୟାନୁବର୍ତ୍ତିତା ହେଉଛି ଶୃଙ୍ଖଳାର ଅନ୍ୟନାମ । ଘରେ ସମସ୍ତ ପଢା ଠିକ ସମୟରେ ସାରିବା , ଠିକ ସମୟରେ ବିଦ୍ୟାଳୟରେ ପହଞ୍ଚିବା ଓ ରୁଟିନ ଅନୁଯାୟୀ ପ୍ରାର୍ଥନା ଆଦି ବିଦ୍ୟାଳୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଶୃଙ୍ଖଳା ପର୍ଯ୍ୟାୟଭୁକ୍ତ । ଶ୍ରେଣୀ କକ୍ଷରେ ନୀରବତା ଅବଲମ୍ବନ କରି ଶିକ୍ଷକ ପଢାଉଥିବା ପାଠ ପ୍ରତି ଧ୍ୟାନ ଦେବା । ଶ୍ରେଣୀ କକ୍ଷକୁ ପରିଷ୍କାର ରଖିବାରେ ମଧ୍ୟ ଶୃଙ୍ଖଳାବୋଧର ପରିଚୟ ମିଳେ ।
ସେହିଭଳି କ୍ରିଡା ହେଉଛି ଛାତ୍ର ଜୀବନର ଅନ୍ୟ ଏକ ଅଙ୍ଗ । ପ୍ରତ୍ୟେକ ଖେଳର ନିୟମ ମାନି ଦଳୀୟ ସ୍ଵାର୍ଥକୁ ଆଖିରେ ରାଖୀ ଖେଳିବା ଶୃଙ୍ଖଳିତ ଛାତ୍ରର କର୍ତ୍ତବ୍ୟ । ଖେଳ ପରିଚାଳନାକୁ ସମ୍ମାନ ଦେବା ସହ ସାଥି ଖେଳାଳିମାନଙ୍କ ସହ ସମନ୍ଵୟ ରକ୍ଷା କରି ଖେଳିବା ସେମାନଙ୍କରେ ଧେୟ ହେବା ଉଚିତ । ବିଭିନ୍ନ ସମୟରେ ବିଦ୍ୟାଳୟରେ ଆୟୋଜିତ ସଭାରେ ନିର୍ଦ୍ଧିଷ୍ଟ ସ୍ଥାନରେ ବସିବା ,ଗଣ୍ଡଗୋଳ ନ କରି ବକ୍ତାଙ୍କ ଭାଷଣ ଶୁଣିବା ଓ ଆବଶ୍ୟକ ସ୍ଥଳେ ସୁନିୟୋଜିତ ଢଙ୍ଗରେ ନିଜର ବ୍ୟକ୍ତବ୍ୟ ଉପସ୍ଥାପନ କରିବା ଶୃଙ୍ଖଳାବୋଧର ପରିଚାୟକ ଅଟେ । /p>
ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବେ ବିବେଚିତ ସଂବାଦପତ୍ର ର ଉପାଦେୟତା ସର୍ବଜନବିଦିତ । ବିଶାଳ ପୃଥିବୀ ଆଜି ସଙ୍କୁଚିତ ହୋଇଛି କେବଳ ସମ୍ବାଦପତ୍ର ପାଇଁ । ପଲକ ମାତ୍ରେକେ ସମଗ୍ର ବିଶ୍ଵର ଘଟଣାବଳୀ ଆମ ପାଖରେ ପହଞ୍ଚିପାରୁଛି । ସଂବାଦପତ୍ର ସାମାଜିକ ଜୀବନକୁ ସୂଚାରୁ ରୂପେ ପରିଚାଳିତ କରିଥାଏ । ଛାତ୍ରଛାତ୍ରୀ ,ବ୍ୟବସାୟୀ,ଚଳଚିତ୍ର ପ୍ରେମୀ ,କୃଷକ ଭଳି ସମାଜର ସବୁଶ୍ରେଣୀର ବ୍ୟକ୍ତିମାନଙ୍କ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ରବିବାସରୀୟା ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ବିଭିନ୍ନ ଗଛ ,ଉପନ୍ୟାସ,କବିତା ସାହିତ୍ୟାନୁରାଗୀଙ୍କ ପାଇଁ ବରଦାନ ସଦୃଶ ହୋଇଥାଏ । ରବିବାସରୀୟା ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ବିଭିନ୍ନ ଗଛ,ଉପନ୍ୟାସ,କବିତା ସାହିତ୍ୟାନୁରାଗୀ ଙ୍କ ପାଇଁ ବରଦାନ ସଦୃଶ ହୋଇଥାଏ । ଏହା ଭିନ୍ନ,କ୍ରିଡା,ଶିଶୁ,ମହିଳାମାନଙ୍କ ପାଇଁ ଉଦ୍ଧିଷ୍ଟ ସ୍ଵତନ୍ତ୍ର ପ୍ରୁଷ୍ଠା ମନୋରଞ୍ଜନ ର ମାଧ୍ୟମ ହୋଇଥାଏ । ବନ୍ୟା,ବାତ୍ୟା,ବର୍ଷା,ସମ୍ବନ୍ଧୀୟ ଆଗୁଆ ସୂଚନା ଖବର କାଗଜ ପ୍ରୁଷ୍ଠା ରୁ ପାଇ କୃଷକ ଲାଭବାନ ହୋଇଥାଏ । ନିୟମିତ ସଂବାଦପତ୍ର ପଠନରେ ବେକାର ଯୁବକ-ଯୁବତୀ କର୍ମ ସଂସ୍ଥାପନ ର ସୁଯୋଗ ପାଇଥାନ୍ତି ।
ଆଳସ୍ୟ ଓ ସମୟର ଦୁରୁପଯୋଗ ହିଁ ଶୃଙ୍ଖଳା ଭଙ୍ଗର କାରଣ । ସାମାଜିକ ମୂଲ୍ୟବୋଧର ଅବକ୍ଷୟ ଆଜି ଛାତ୍ରମାନଙ୍କୁ କୁପଥଗାମୀ କରୁଛି । ପିତାମାତାଙ୍କର ନିଜର ସନ୍ତାନମାନଙ୍କ ପ୍ରତି ଶାସନ ଏବଂ ସମୟର ଅଭାବ ସାଙ୍ଗକୁ ମୋବାଇଲ ଫୋନର ପ୍ରଚାଳନ ଅନେକାଂଶରେ ଛାତ୍ରମାନଙ୍କୁ କରିଛି ଉଦଭ୍ରାନ୍ତ ଓ ଶୃଙ୍ଖଳାହିଁ । ଏହା ଆଗାମୀ ପିଢୀ ପାଇଁ ନିଶ୍ଚୟ ସତର୍କ ଘଣ୍ଟି ସଦୃଶ । ବିଡମ୍ବନାର ବିଷୟ ଏହିକି ଯେ କେତେକ ଭ୍ରଷ୍ଟ ରାଜନେତା ନିଜର ସଂକୀର୍ଣ୍ଣ ସ୍ଵାର୍ଥ ସାଧନ ନିମନ୍ତେ କଲେଜ ସ୍ତରରେ ଛାତ୍ରମାନଙ୍କୁ ସକ୍ରିୟ ରାଜନୀତି ମଧ୍ୟକୁ ଟାଣିନେବା ଫଳରେ ଛାତ୍ର ଜୀବନ ବି ଶୃଙ୍ଖଳିତ ଓ କଳୁଷିତ ହେବରେ ଲାଗିଛି । ବର୍ତ୍ତମାନଠାରୁ ଆମେ ଯଦି ଯତ୍ନବାନ ନ ହେବା ତେବେ ଭବିଷ୍ୟତରେ ଶୃଙ୍ଖଳାହୀନତାର ଭୟଙ୍କର ପରିଣାମ ଆମକୁ ଭୋଗିବାକୁ ହେବ । ଛାତ୍ରମାନେ ଦେଶର ଭବିଷ୍ୟତ । ଦେଶର ଉନ୍ନତି ସେମାନଙ୍କ କାନ୍ଧରେ । ଏଥି ସହିତ ନିଜ ଜୀବନକୁ ଉତ୍ତମ ରୂପେ ଗଢି ତୋଳିବାକୁ ହେଲେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ନିୟମ ଓ ଶୃଙ୍ଖଳା ମଧ୍ୟ ଦେଇ ଗତି କରିବାକୁ ହେବ । କାରଣ ଭବିଷ୍ୟତ ଜୀବନର ମୂଳଦୁଆ ଏହିଠାରେ ହିଁ ପଡେ । ମୂଳଦୁଆ ଦୃଢ ନ ହେଲେ ଜୀବନର ଅଟ୍ଟାଳିକା ସ୍ଥାପନ କରିବା ଅସମ୍ଭବ ଏହା ଛାତ୍ରମାନେ ମନେରଖିବା ଉଚିତ । ମହାପୁରୁଷମାନଙ୍କ ଜୀବନୀ ପଠନ କାଲେ ସେମାନଙ୍କର ଶୃଙ୍ଖଳିତ ଛାତ୍ର ଜୀବନ ସମ୍ପର୍କରେ ସୂଚନା ମିଳେ । ଏଣୁ ଏକ ଉତ୍ତମ ରାଷ୍ଟ୍ର ଗଠନରେ ସହାୟକ ହେବା ସହିତ ନିଜ ବ୍ୟକ୍ତିତ୍ଵର ବିକାଶ ନିମନ୍ତେ ଶୃଙ୍ଖଳାବୋଧର ଆବଶ୍ୟକତା ଅପରିହାର୍ଯ୍ୟ ଏଥିରେ ସନ୍ଦେହ ନାହିଁ ।
ଉ. ପୂଜ୍ୟ ବାପା
ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ । ଅନ୍ୟାନ୍ୟ ଗୁରୁଜନମାନଙ୍କୁ ମୋର ପ୍ରଣାମ ଜଣାଇଦେବେ । ଆଶା ଇଶ୍ଵରଙ୍କ କୃପାରୁ ଆପଣ ସେଠାରେ ଭଲରେ ଥିବେ । ଗତକାଲି ଆପଣ ପଠାଇଥିବା ଚିଠି ପାଇଲୁ । ଘରର ଭଲମନ୍ଦ ବିଷୟରେ ଜଣାଇବାକୁ ଲେଖିଛନ୍ତି । ଘରେ ଥିବା ଅନେକ ସମସ୍ୟା ମଧ୍ୟରୁ କିଛି ଆପଣଙ୍କ ଜାଣିବା ପାଇଁ ଲେଖିଛି ।
ଏବେ ଧାନ କଟାକଟି ପ୍ରାୟ ସରିଗଲାଣି । ଚଳିତ ବର୍ଷ ଫସଲ ଭଲ ହୋଇନାହିଁ । ଯାହାବି ହୋଇଥିଲା ଅଦିନିଆ ବର୍ଷା ସବୁ ଉଜାଡି ଦେଲା । ଆପଣ ପଠାଇଥିବା ଟଙ୍କା ଦୋକାନ ବାକି ଓ ମୋର ବହିପତ୍ର କିଣାରେ ଶେଷ ହୋଇଯାଇଛି । ୨ ଦିନ ହେଲା ବୋଉର କାଶ ଆରମ୍ଭ ହୋଇଛି । ଜେଜେମାଙ୍କ ପୁରୁଣା ଆଣ୍ଠୁରୋଗ ପୁଣି ବାହାରିଛି । ଚଳପ୍ରଚଳରେ ସେ ନାନା ଅସୁବିଧା ଭୋଗୁଛନ୍ତି । ଔଷଧ କିଣିବା ପାଇଁ ଅନେକ ପଇସାର ଆବଶ୍ୟକତା ରହିଛି । ରିନାର ଷାଣ୍ମାସିକ ପରୀକ୍ଷା ଫଳ ବାହାରିଛି । ଆପଣ ଜାଣି ଖୁସି ହେବେ ଯେ ସେ ତାଙ୍କ ଶ୍ରେଣୀରେ ପ୍ରଥମ ହୋଇଛି । ମୋର ୨ ମାସର ଟିଉସନ ପଇସା ଦିଆହୋଇନାହିଁ । ଆପଣ ଏ ମାସରେ ଟଙ୍କା ପଠାଇଲେ ଦିଆଯିବ ବୋଲି ମା କହୁଥିଲା । ମୁଁ ମନ ଦେଇ ପାଠ ପଢୁଛି । ପରୀକ୍ଷାରେ ନିଶ୍ଚୟ ଭଲ କରିବି । ଲେଖୁ ଲେଖୁ ଅନେକ କଥା ଲେଖିଦେଲି । ଆପଣ ବ୍ୟସ୍ତ ହେବେ ନାହିଁ ।
ଆପଣ କେବେ ଆସୁଛନ୍ତି ପତ୍ର ଦ୍ଵାରା ଜଣାଇବେ । ଆସିବା ବେଳେ ମୋ ପାଇଁ ଗୋଟିଏ ଓଷ୍ଟା ଟେଷ୍ଟପେପର ଓ ଜେଜେମାଙ୍କ ପାଇଁ ଗୋଟେ ଚାଦର ଆଣିବେ । ଏଇ ଗଲା କିଛି ଦିନ ହେବ ଖୁବ ଶୀତ ପଡିଛି । ଇଶ୍ଵର ତଥା ଆପଣଙ୍କ ଆଶୀର୍ବାଦରୁ ଆମେ ସମସ୍ତେ ଭଲରେ ଅଛୁ । ଚିଠି ପାଇ ଚିଠି ଦେବେ
ଇତି
ଆପଣଙ୍କ ସ୍ନେହର ପୁତ୍ର ଅମର
ପ୍ରାପକ |
ପ୍ରେରକ |
ଶ୍ରୀ ରମାରଞ୍ଜନ ରଥ ନର୍ଥ ଷ୍ଟ୍ରିଟ , ବଡବଜାର କଲିକତା ପିନ- ୨୦୦୪୦୧ |
ଶ୍ରୀ ଅମର ପ୍ରସାଦ ରଥ ଗ୍ରା/ପୋ:- ଗଣ୍ଡରପୁର ଜି- ଖୋର୍ଦ୍ଧା କଟକ- ୭୪୩୦୦୨ |
ଜୀବନର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହିଁ ବ୍ୟକ୍ତିକୁ ତାର ଭବିଷ୍ୟତ ଗଠନ କରିବାକୁ ସହାୟତା କର ଏ, କିନ୍ତୁ ଲକ୍ଷ୍ୟହୀନ ଜୀବନ ଜୀବନ ନୁହେଁ । ଜାର କୌଣସି ଲକ୍ଷ୍ୟ ନାହୀନ, ସେ ସମାଜର ମଙ୍ଗଲ କେବେ କରିପାରେନା । ଯେଉଁ ସମାଜଆମକୁ ମଣିଷ କରିଛି , ଯେଉଁ ମାଟିର ଫଳ , ଜଳ ଗ୍ରହଣ କରି ଆମର ଶରୀର ପରିପୃଷ୍ଟ , ତାହା ପାଇଁ କିଛି କାର୍ଯ୍ୟ କରିବା କେବଳ ଆମର ସାମାଜିକ କର୍ତ୍ତବ୍ୟ ନୁହେଁ , ନୈତିକ କର୍ତ୍ତବ୍ୟ ମଧ୍ୟ । ଲକ୍ଷ୍ୟ ନ ଥିବା ଜୀବନ ନାବିକ ବିହୀନ ନୌକା ପରି । ସମୟର ସ୍ରୋତ ତାକୁ କୂଳରେ ଲଗାଇପାରେ କିମ୍ବା ଜଳମଗ୍ନ କରିପାରେ । ଲକ୍ଷ୍ୟ ସାଧନ ନିମିତ୍ତ ବହୂ ପୂର୍ବରୁ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ । ଏଥିନିମିତ୍ତ ଆଦ୍ୟ ଯୌବନ ହିଁ ପ୍ରକୃଷ୍ଟ ସମୟ । ସେହି ସମୟରୁ ନିଜ ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧିଷ୍ଟ କରିବା ଦରକାର । ସେହି ସମୟରୁ ନିଜ ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧିଷ୍ଟ କରିବା ଦରକାର ଏବଂ ସେହି ଲକ୍ଷ୍ୟ ପୂରଣ ପାଇଁ ନିରବଛିନ୍ନ ସାଧନା ବଳବତ୍ତର ରଖିବାକୁ ପଡିବ ।
ପ୍ରଶ୍ନାବଳୀ:
୧ .କିଏ ସମାଜର ମଙ୍ଗଳ କରିପାରେ ନା
୨ : କିଏ ଭବିଷ୍ୟତ ଗଠନରେ ସହାୟତା କରିଥାଏ ।
୩: ଆମର ନୈତିକ କର୍ତ୍ତବ୍ୟ କଣ
୪: ଆମର ନୈତିକ କର୍ତ୍ତବ୍ୟ କଣ
୫ : ଲକ୍ଷ୍ୟ ପୂରଣ କରିବାକୁ କଣ କରିବାକୁ ହେବ
ଉତ୍ତର :-
୧ ଯେଉଁ ବ୍ୟକ୍ତିର ଜୀବନରେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନାହିଁ ସେ କେବେ ହେଲେ ସମାଜର ମଙ୍ଗଳ କରିପାରିବ ନାହିଁ ।
୨ ଜୀବନର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହିଁ ବ୍ୟକ୍ତିକୁ ତାର ଭବିଷ୍ୟତ ଗଠନ ଦିଗରେ ସହାୟତା କରିଥାଏ ।
୩ ଯେଉଁ ମାଟିର ଜଳ,ଫଳ ଗ୍ରହଣ କରି ଆମ ଶରୀର ପରିପୃଷ୍ଟ ଓ ଯେଉଁ ସମାଜ ଆମକୁ ମଣିଷ କରିଛି ତାର ଉନ୍ନତି ସାଧନ ଆମର ନୈତିକ କର୍ତ୍ତବ୍ୟ ହେବା ଉଚିତ ।
୪ ନିଜ ଭବିଷ୍ୟତ ଲକ୍ଷ୍ୟ ସ୍ଥିର କରିବା ପାଇଁ ଆଦ୍ୟ ଯୌବନ ହିଁ ଉପଯୁକ୍ତ ସମୟ
୫ ଲକ୍ଷ୍ୟ ପୂରଣ ପାଇଁ ନୀରବଚ୍ଛିନ୍ନ ସାଧନ ଦରକାର । ସବୁ ସମୟରେ ଏହାକୁ ବଳବତ୍ତର ରଖିବା ଉଚିତ ।
ଆଧାର : ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )
Last Modified : 7/24/2019