ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ମାଟ୍ରିକ ମନ୍ତ୍ର ୨୦୧୯ / ମାଟ୍ରିକ ମନ୍ତ୍ର -ପ୍ରଥମ ଭାଷା ଓଡିଆ-ଦୀର୍ଘ ଉତ୍ତର ମୂଳକ- ସେଟ-୪
ସେଆର କରନ୍ତୁ

ମାଟ୍ରିକ ମନ୍ତ୍ର -ପ୍ରଥମ ଭାଷା ଓଡିଆ-ଦୀର୍ଘ ଉତ୍ତର ମୂଳକ- ସେଟ-୪

ମାଟ୍ରିକ ମନ୍ତ୍ର - ପ୍ରଥମ ଭାଷା ଓଡିଆ-ଦୀର୍ଘ ଉତ୍ତର ମୂଳକ- ସେଟ-୪

ପ୍ରଶ୍ନ  ୧

ପ୍ରାୟ ୧୨୦ ଟି ଶବ୍ଦରେ ଉତ୍ତର ଲେଖ

ପ୍ରଶ୍ନ:- “ଅଧ୍ୟୟନରୁ ଅର୍ଜିତ ଜ୍ଞାନ , ଅଭିଜ୍ଞତା ଓ ଜୀବନର ନିବିଡ ଅନୁଭୂତିରୁ ଜୀବନ୍ୟାସ ପାଇଁ କ୍ରିୟାଶୀଳ ହୁଏ’  ପଠିତ ପ୍ରବନ୍ଧ ଅନୁସରଣରେ ଏହାର ଯଥାର୍ଥତା ପ୍ରତିପାଦିତ କର

କିମ୍ବା , ମାତୃଭାଷା ଶିକ୍ଷା ହିଁ ଦେଶ ଓ ଜାତିର ପ୍ରଗତିର ପରିଚାୟକ- ପଠିତ ପ୍ରବନ୍ଧକୁ ଭିତ୍ତିକରି ଆଲୋଚନା କର

ଆଧୁନିକ ଓଡିଆ ପ୍ରବନ୍ଧ ସାହିତ୍ୟର ଯଶସ୍ଵୀ ସ୍ରଷ୍ଟା ଶରତ କୁମାର ମହାନ୍ତି  ସାହିତ୍ୟକ ବିଭିନ୍ନ ବିଭାଗରେ ନିଜର ବଳିଷ୍ଠ ଲେଖନୀ ଚାଳନା କରି ସାରସତ୍ଵ ଜଗତକୁ ଭେଟି ଦେଇଛନ୍ତି ଅନେକ ଅମୂଲ୍ୟ ଉପହାର  ।  ପ୍ରବନ୍ଧିକଙ୍କ ଚର୍ଚ୍ଚିତ ପୁସ୍ତକ “ ଛତ୍ରପତି ବିବେକାନନ୍ଦ” ରୁ ସଂଗୃହିତ ଆଲୋଚ୍ୟ ପ୍ରବନ୍ଧ “ ନରେନରୁ ବିବେକାନନ୍ଦ “ ରେ ସ୍ଵାମୀ ବିବେକାନନ୍ଦଙ୍କ ଶସ୍ତ୍ର ଅଧ୍ୟୟନରୁ ଅର୍ଜିତ ଜ୍ଞାନ ଓ ଅଭିଜ୍ଞାତା କିପରି ନିଜ ଜୀବନରେ ପ୍ରତିଫଳିତ ହୋଇଛି ତାହାର ଏକ ମନୋଜ୍ଞ ଚିତ୍ର ସେ ପ୍ରଦାନ କରିଛନ୍ତି ।

ଶାନ୍ତ ସରଳ ନରେନରୁ ବିବେକାନନ୍ଦ ଜନ୍ମ ଦେବା ପାଇଁ ଗୁରୁ ରାମକୃଷ୍ଣଙ୍କ ଅବଦାନ ଅତୁଲନୀୟ  ।  ଦୃଢମନା ନରେନ ଚାହୁଁଥିଲେ ନିର୍ବିକଳ୍ପ ସମାଧିର ଦିବ୍ୟ ଅନୁଭୂତି ମାତ୍ର ରାମକୃଷ୍ଣଙ୍କ ନିର୍ଦ୍ଦେଶ ଥିଲା ବିରାଟ ବଟବୃକ୍ଷ ତୁଲ୍ୟ ସଂସାରରେ ରହି ଜନତା ଜନାର୍ଦ୍ଧନଙ୍କ ସେବା ମାଧ୍ୟମରେ ଇଶ୍ଵରଲବିଧି   ।  ଏହିପରି ଏକ ଦ୍ଵନ୍ଦ ମଧ୍ୟରେ ଛନ୍ଦି ହୋଇ ପଡିଥିଲେ ବିବେକାନନ୍ଦ  ।  ଶେଷରେ ସନ୍ୟାସୀର ଆଦର୍ଶ ଯୋଗ,ଧାରଣା ,  ସମାଧିକୁ ଜଳାଞ୍ଜଳି ଦେଇ ଗୁରୁ ପ୍ରଦର୍ଶିତ ମାର୍ଗକୁ ହିଁ ଜୀବନର ଲକ୍ଷ୍ୟ ରୂପେ ସେ ବାଛି ନେଇଥିଲେ   ।  ଇହଲୋକ ବିମୁଖ ସନ୍ନ୍ୟାସୀ ପରିବର୍ତ୍ତେ ସେ ସାଜିଲେ ପରିବ୍ରାଜକ ଓ ସମାଜ ସଂସ୍କାରକ   ।

ଭାରତୀୟ ଦର୍ଶନରେ ଉପଲ୍ଲବ୍ଧ “ ମାନ ସେବା ହିଁ ମାଧବ ସେବା “ କୁ ପାଥେୟ କରି ବିବେକାନନ୍ଦ ତାଙ୍କର ଯାତ୍ରା ଆରମ୍ଭ କଲେ  ।  ପଦବ୍ରଜରେ ସେ ଭାରତବର୍ଷର ଅନେକ ସ୍ଥାନ ପରିଭ୍ରମଣ କରି ବିଭିନ୍ନ ଶ୍ରେଣୀର ଲୋକଙ୍କ ସହିତ ମିଶିବା ଫଳରେ ଯେଉଁ ଜ୍ଞାନ ଓ ଅଭିଜ୍ଞତା ଅରଜନ କଲେ ତାହା ତାଙ୍କର ଜୀବନର ଗତିପଥ ବଦଳାଇ ଦେଲା  ।  ଶାସ୍ତ୍ର , ପୁରାଣରୁ ଓ ଗୁରୁଙ୍କ ଠାରୁ ଯାହା ଜ୍ଞାନ ଲାଭ କରିଥିଲେ ତାହା ସେ ପ୍ରତ୍ୟକ୍ଷ ଉପଲ୍ଲବ୍ଧ କଲେ  । ସାରା ଦେଶ ରେ ଅଗଣିତ ବୁଭୁକ୍ଷୁ ମଣିଷଙ୍କ ଦୁଖକୁ ସ୍ଵଚକ୍ଷୁରେ ଦେଖି ତାଙ୍କ ହୃଦୟ ବିଗଳିତ ହେଲା  ।  ବିବେକାନନ୍ଦ ନିଜର ଅର୍ଜିତ ଜ୍ଞାନ, ପରିବ୍ରାଜକ ଜୀବନର  ସମସ୍ତ ଅଭିଜ୍ଞତାରୁ ଜୀବନ୍ୟାସ ପାଇଥିଲେ   ।  କେବଳ ସେତିକି ନୁହେଁ  । ବିବେକାନନ୍ଦ ନିଜର ପରିଭ୍ରମଣ କାଳରେ ଦେଶରେ ଯେଉଁଠି ଜ୍ଞାନୀ , ପଣ୍ଡିତଙ୍କୁ ଭେଟିଛନ୍ତି , ସେମାନଙ୍କ ଠାରୁ ଜ୍ଞାନ ଆହରଣ କରିବାକୁ କୁଣ୍ଠା ପ୍ରକାଶ କରିନାହାନ୍ତି  ।  ସେମାନଙ୍କ ସହିତ ଐତିହ୍ୟ ଓ ଶାସ୍ତ୍ର ପୁରାଣ  ଚର୍ଚ୍ଚା କରିଛନ୍ତି,ଯାହା ତାଙ୍କ ଜୀବନକୁ ବହୁ ପରିମାଣରେ ପ୍ରଭାବିତ କରିଥିଲେ   । ବାସ୍ତବରେ ବିବେକାନନ୍ଦଙ୍କ ଅନୁଭୂତି ହିଁ ତାଙ୍କ ଜ୍ଞାନରୁ ଅଧିକ ଶାଣିତ କରିବାରେ ସହାୟକ ହୋଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ  ।

(ଖ) ପ୍ରାୟ ୫୦ ଶବ୍ଦ ମଧ୍ୟରେ ସପ୍ରସଙ୍ଗ ସରଳାର୍ଥ ଲେଖ

ପ୍ରଶ୍ନ:- “ ଭାରତର ବୈଶିଷ୍ଟ୍ୟ ତାର ଆଧ୍ୟାତ୍ମିକତା

କୌଣସି ଦ୍ଵିତୀୟ  ଭାଷାରେ ତା ହୁଏ ନାହିଁ   ।

ଭାରତର ......................................... ତାର ଆଧ୍ୟାତ୍ମିକତା

ଶଂସିତ ଗଦ୍ୟାସଟି  ବିଶିଷ୍ଟ ପ୍ରାବନ୍ଧିକ ବଂଶିଧର ସାମନ୍ତ ରାୟଙ୍କ ରଚିତ “ସଭ୍ୟତା ଓ ବିଜ୍ଞାନ”  ଶୀର୍ଷକ ପ୍ରବନ୍ଧରୁ ଗୃହିତ  ।  ଆଲୋଚ୍ୟ ପ୍ରସଙ୍ଗରେ ଲେଖକ ଭାରତୀୟ ସଂସ୍କୃତି ଓ ସଭ୍ୟତାକୁ ମହିମାମଣ୍ଡିତ କରିବା ସହିତ ପୃଥିବୀର ତତକାଳୀନ ଅନ୍ୟାନ୍ୟ ସଭ୍ୟତାର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଛନ୍ତି   ।

ଇତିହାସ ଅଧ୍ୟୟନ କଲେ ଆମେ ଜାଣିବାକୁ ପାଇବା ଯେ ପ୍ରାଚୀନ ରୋମୀୟ ଓ ଗ୍ରାସାୟୀ ସଭ୍ୟତାରେ ଆଦର୍ଶ ଭୋଗ ଥିଲା ବେଳେ ଭାରତୀୟମାନେ ଚିରକାଳ ତ୍ୟାଗ ,  ଆତ୍ମସଂଯମ ଓ ଆଧ୍ୟାତ୍ମିକତାକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି  ।  ବିଷୟ ଜଞ୍ଜାଳ ପରିବେଷ୍ଟିତ ଭାରତୀୟ  ଗୃହସ୍ଥ ଭୋଗମାର୍ଗକୁ ପରିହାର କରି ତ୍ୟାଗମାର୍ଗର ପୃଥକ ସାଜିଥିଲା  । ସମସ୍ତ ବିଷୟ ଭୋଗକୁ ସେମାନେ ବିପଦର ହେତୁ ବୋଲି ବିବେଚନା କରୁଥିଲେ  । ପାଶ୍ଚାତ୍ୟ ସଭ୍ୟତାର ଯାବତୀୟ ବୈଷୟିକ ଉନ୍ନତି ଇଚ୍ଚାକୃତ ଥିବାବେଳେ , ଭାରତର ସୃଷ୍ଟି ଓ ଉନ୍ନତି ତ୍ୟାଗମାର୍ଗର ସ୍ଵତଃ ସମ୍ହୁତ ଫଳ ଥିଲା  ।  ପ୍ରକାରନ୍ତେ ଏହା ତାହାର ଆଧ୍ୟାତ୍ମିକ ବୈଶିଷ୍ଟ୍ୟକୁ ସୁଚିତ କରେ   ।

ସଭ୍ୟତା ଉପରେ ଆଧାରିତ ଲେଖକଙ୍କ ତୁଳନାତ୍ମକ  ଚିତ୍ର ବାସ୍ତବରେ ପ୍ରଣିଧାନଯୋଗ୍ୟ  ।

ପ୍ରଶ୍ନ ୨

(କ) ପ୍ରାୟ 120 ଟି ଶବ୍ଦରେ ଉତ୍ତର ଲେଖ

ପ୍ରଶ୍ନ :- ବାଲ୍ମୀକି ଆଶ୍ରମରେ ସତୀ ସତୀଙ୍କର ଉଷା କିପରି ସ୍ଵାଗତ ଜଣାଇଛନ୍ତି, ପଠିତ କବିତା ଅବଲମ୍ବନରେ ଆଲୋଚନା କର

କିମ୍ବା :- ଦୁର୍ଯୋଧନ ଗୁରୁପୁତ୍ର ଅଶ୍ଵସ୍ତମାଙ୍କୁ ଭର୍ସନା କରିବାର କାରଣ ଆଲୋଚନା କର ?

ଓଡିଆ କାବ୍ୟ ସାହିତ୍ୟାକୋଶର ଉଜ୍ଜ୍ଵଳ ତାରକା ସ୍ଵଭାବକବି ଗଙ୍ଗାଧର ମେହେର ନିଜର ଲେଖନୀ ମୁନରେ ପ୍ରକୃତିରେ ଭାରି ଦେଇଛନ୍ତି ମାନବ ଭଳି ସମ୍ବେଦନଶୀଳତା  ।  ପ୍ରକୃତିର ନୈସର୍ଗିକ ରୂପରାଜିକୁ ପାଠକଙ୍କ ମନରେ ଆଙ୍କି ଦେବାରେ ସେ ଥିଲେ ସିଦ୍ଧହସ୍ତ  ।  ଭାଷାର ଲାଲିତ୍ୟ ଓ ମୌଳିକତା ତାଙ୍କ ରଚନାର ଅନ୍ୟ ଏକ ବୈଶିଷ୍ଟ୍ୟ   ।  ଆଲୋଚ୍ୟ କବିତା “ ମଙ୍ଗଲେ ଆଇଲା ଉଷା  “ କବିଙ୍କ ସାରସତ୍ଵ ଅଳଙ୍କାରମାନଙ୍କ ମଧ୍ୟରେ ଅନ୍ୟତମ ମୁକ୍ତା ସଦୃଶ କାବ୍ୟ   ।  “ତପସ୍ଵନୀ “ ର ଚତୁର୍ଥ ସର୍ଗରୁ ସଂଗୃହିତ ଉକ୍ତ ପ୍ରସଙ୍ଗରେ ବାଲ୍ମୀକ ଆଶ୍ରମରେ ନିର୍ବାସିତ ସୀତାଙ୍କ ସ୍ଵାଗତ ନିମନ୍ତେ ଉଷାଙ୍କ ରାଜକୀୟ ଆୟୋଜଣ ସମ୍ପର୍କରେ ବର୍ଣ୍ଣିତ  ।

ଆଶ୍ରମରେ ରାତ୍ରିର ଅବସାନ ପରେ ଅଯୋଧ୍ୟାର ପାଟରାଣୀ ଜାନକୀଙ୍କ ଅଭ୍ୟୁଥର୍ନା ପାଇଁ ପ୍ରକୃତି ହୋଇ ଉଠିଛି   ଚଳଚଞ୍ଚଳ   ।  ମଙ୍ଗଲମଯ ପ୍ରଭାତରେ ସୀତାଙ୍କ ଦର୍ଶନ ଲାଭର ତୃଷ୍ଣା ହୃଦୟରେ ବହନ କରି ବାହାର ପ୍ରାଙ୍ଗଣରେ ଉଷାଙ୍କ ଆଗମନ ଘଟିଛି ।  କୋକିଳର ସୁମଧୁର କଣ୍ଠରେ ସୀତାଙ୍କୁ ରାତ୍ର ପାହିବାର ସୂଚନା ଦେବା ସହିତ ଦର୍ଶନ ଲାଭର ଅଭିଳାଷ ବ୍ୟକ୍ତ କରିଛନ୍ତି  ।  ରାଜୋଚିତ ମର୍ଯ୍ୟାଦା ସ୍ୱରୂପ ପଲ୍ଲବ ହସ୍ତରେ ରହିଛି ଶିଶିର ମୁକ୍ତାର ଉପହାର  । କବିଙ୍କ ବର୍ଣ୍ଣନାରେ

କରପଲ୍ଲବେ ନୀହାର-ମୁକ୍ତା ଧରି ଉପହାର

ସତୀଙ୍କ ବାସ-ବାହାର – ପ୍ରାଙ୍ଗଣେ ରହି

କଳକଣ୍ଠ କଣ୍ଠେ କହିଲା

ଦରଶନ ଦିଅ ସତୀ , ରାତିପାହିଲା

ଏକ ତପସ୍ଵନୀର ବେଶ ଧାରଣ କରି ଲାଲ ପାଟବସ୍ତ୍ର ପରିହିତା ଉସ ସ୍ଵାମୀ ପରିତ୍ୟକ୍ତା ସୀତାଙ୍କ ଦୁଃଖରାସୀ ଉପଶମ ପାଇଁ ସତେ ଯେପରି ସ୍ଵର୍ଗରୁ ମର୍ତ୍ତ୍ୟକୁ ଓହ୍ଲାଇ ଆସିଛନ୍ତି ବୋଲି କବି କଳ୍ପନା କରିଛନ୍ତି  । ସୀତାଙ୍କ ଶଯ୍ୟାତ୍ୟାଗ ପାଇଁ ପ୍ରକୃତି କରିଛି ରାଜକୀୟ ଆୟୋଜନ  ।  କୁମ୍ଭାଟୁଆ ଭାତ ଦେଇ ସ୍ତବପାଠ କରିଥିବା ବେଳେ ସମୀର ସଙ୍ଗୀତର ମୂର୍ଚ୍ଛନା ତୋଳିଛି ।  ଉଷାଙ୍କ ନିର୍ଦ୍ଦେଶରେ ଭ୍ରମର ବିନା ବାଦନ କରିଛି ଓ ମୃଦୁ ସମୀରଣର ତାଳେ ତାଳେ କୁସୁମର ସୌରଭ ହୋଇଛି ନୃତ୍ୟରତ  । କବିଙ୍କ ଲେଖନୀରେ ଏହା ହୋଇ ଉଠିଛି ଜୀବନ୍ତ  ।

ପାତ ମାଗଧ ରୂପେ ଅବତୀର୍ଣ୍ଣ କଜଳପାତି ଚଢେଇ ସତୀ ସୀତାଙ୍କୁ ଶଯ୍ୟାତ୍ୟାଗ ପାଇଁ ଅତ୍ୟନ୍ତ ବିନୟର ସହିତ ଅନୁରୋଧ କରିଛି  । ଆଶ୍ରମର ପ୍ରଭାତକାଳୀନ  ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଛି ମୁନିମୁଖର ବେଦ ଧ୍ୱନି ଯାହା ସମଗ୍ର ବନସ୍ଥଳୀ ପରିପୂର୍ଣ୍ଣ କରିଛି   ।  ସତୀ ରାଜ୍ୟ ରାଣୀ ଜାନକୀଙ୍କ ସ୍ଵାଗତ ସମ୍ଭାଷଣରେ ଉଷା କୌଣସି ତ୍ରୁଟି କରିନାହାନ୍ତି  ।  ବ୍ରହ୍ମଚାରିଣୀ ଅନୁକମ୍ପାଙ୍କ ଆହ୍ଵାନରେ ଜଣକ ନନ୍ଦିନୀ ସୀତା ବୀର ରାମଚନ୍ଦ୍ରଙ୍କୁ ସ୍ମରଣ କରି ଆସନରୁ ଉଠିଛନ୍ତି ଓ ଅନୁକମ୍ପାଙ୍କୁ ନମସ୍କାର ପୂର୍ବକ ଉଷାଙ୍କ ପଦ ବନ୍ଦନା କରି ମୁନି କନ୍ୟାଙ୍କ ଗହନରେ ତମସାରେ ଅବଗାହନ ନିମନ୍ତେ କରିଛନ୍ତି

ବାସ୍ତବରେ କବି ପ୍ରକୃତିକୁ ଜୀବନ୍ତ ଭାବେ ରୂପାୟିତ କରି କବିତାକୁ ଅଧିକ ମନୋଜ୍ଞ କରିପାରୁଛନ୍ତି   ।

(ଖ)ପ୍ରାୟ 50 ଟି ଶବ୍ଦରେ ସପ୍ରସଙ୍ଗ ସରଳାର୍ଥ ଲେଖ :-

“ କଳି ଉପଦ୍ରବେ ତ୍ୟଜି ଲୋକାଳୟ

ଶାନ୍ତି କି ଏ ସ୍ଥଳେ ଭଜିଲେ ଆଶ୍ରୟ “

କିମ୍ବା “ ବିଭୂତିକି ଭୁଞ୍ଜୁଥିଲୁ ବିଭୁତିଭୂଷଣେ

ବଡକୂଳେ ଜନମି ଶରଣ କି କାରଣେ ଯେ   ।

ଶଂସିତ ପଦ୍ୟାସଂଟି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବିରଚିତ “ବୈଦେହୀଶ ବିଳାସ” କାବ୍ୟାନ୍ତଗର୍ତ “ରାଘବଙ୍କ ଯାତ୍ରାନୂକୂଳ’ଶୀର୍ଷକ କବିତାରୁ ଆନୀତ  ।  ଆଲୋଚ୍ୟ ଅଂଶରେ କବି ଲଙ୍କାଧିପତି ରାବଣ ଶ୍ରୀରାମଙ୍କ ଶିବିରରେ ଆଶ୍ରୟ ଗ୍ରହଣ କରିଥିବା ଭାତ୍ରା ବିଭୀଷଣଙ୍କୁ ଦେଇଥିବା ବାର୍ତ୍ତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି  ।

ଜନକ ନନ୍ଦିନୀ ସତୀ ସୀତା ରାବଣ ଦ୍ଵାରା ଅପହରୁତା ହୋଇ ଅଶୋକ ବନର ବନ୍ଦୀ ଜୀବନଜାପକ କରିବାକୁ ବାଧ୍ୟ ହୋଇଛନ୍ତି   ।  ରାବଣର ଏକ କୁକୃତ୍ୟରେ କ୍ଷୁବ୍ଧ ହୋଇ ଭାତ୍ରା ବିଭୀଷଣ ଏହାର ଘୋର ବିରୋଧ କରିଛନ୍ତି  ।  ଫଳସ୍ୱରୂପ ତାଙ୍କୁ ଭର୍ଷିତ ହେବାକୁ ପଡିଛି ।  ଶେଷରେ ଅନନ୍ୟୋପାୟ ହୋଇ ବିଭୀଷଣ ପ୍ରଭୁ ଶ୍ରୀରାମଙ୍କ ଶରଣାପନ୍ନ ହୋଇଛନ୍ତି  ।  ପରବର୍ତ୍ତୀ ସମୟରେ ଜଣେ ସଫଳ କୂଟନୀତିଜ୍ଞ ଭାବେ ରାବଣ ତାଙ୍କୁ ଫେରାଇ ଆଣିବାକୁ ଶୂକ –ଶରଣ ନାମକ ଦୁଇ ମନ୍ତ୍ରୀଙ୍କୁ ପ୍ରେରଣ କରି ଉପଦେଶ ପ୍ରଦାନ କରିଛନ୍ତି ଯେ ଜ୍ୟୋଷ୍ଟଭାତ୍ରା ପିତୃତୁଲ୍ୟ , ତେଣୁ ତାଙ୍କ କଥାରେ ପ୍ରତିବାଦ କରିବା ଶୋଭନୀୟ ନୁହେଁ ,  ବିଶେଷକରି ଉଚ୍ଚକୂଳ ସମ୍ଭୁତ ହୋଇ ରାଜବଂଶର ଅତୁଲ ଐଶ୍ଵର୍ଯ୍ୟ ଭୋଗ କରୁଥିବା ସମୟରେ , ରାଜଭୋଗ ପରିତ୍ୟାଗ କରି ବଣରେ ରହୁଥିବା ଭସ୍ମ ବିଲେପିତ ସନ୍ୟାସୀ ଶ୍ରୀରାମଙ୍କ ପ୍ରଶ୍ନ ଉତଥାପନ କରିଛନ୍ତି  ।  ଏଣୁ ବିଭୀଷଣ ଯଥାଶୀଘ୍ର ଲଙ୍କା ପ୍ରତ୍ୟାବର୍ତ୍ତନ କରିବା ଉଚିତ  ।

ରାବଣ ମୁଖରେ କବିଙ୍କ ଏତାଦୃଶ ବର୍ଣ୍ଣନା ଅତ୍ୟନ୍ତ ଶିକ୍ଷଣୀୟ ହୋଇଛି  ।

ପ୍ରଶ୍ନ ୩

ପ୍ରାୟ ୨୫୦ଟି ଶବ୍ଦରେ ଯେକୌଣସି ଗୋଟିଏ ବିଷୟରେ ପ୍ରବନ୍ଧ ଲେଖ   ।

(କ) ତୁମ ପ୍ରିୟ ଖେଳ (ଉପକ୍ରମ-ଖେଳର ନାମ ଓ ଇତିବୃତ୍ତ- ନିୟମ- ଲୋକପ୍ରିୟତା –ଉପସଂହାର )

(ଖ) ସାକ୍ଷରତା ଅଭିଯାନ (ଉପକ୍ରମ-ଅର୍ଥ-ଆବଶ୍ୟକତା-ସରକାରୀ ପ୍ରୋତ୍ସାହନ – ଉପସଂହାର )

(ଗ) ଓଡିଶାର କୃଷି ଓ କୃଷକ (ଉପକ୍ରମ –ପ୍ରାଚୀନ କୃଷି ପ୍ରଣାଳୀ –ସାଂପ୍ରତିକ ପରିସ୍ଥିତି –ସରକାରୀ ପ୍ରୋତ୍ସାହନ – ଉପସଂହାର)

ଓଡିଶାର କୃଷି ଓ କୃଷକ

ଖାଦ୍ୟ ମନୁଷ୍ୟ ଜୀବନ ଧାରଣ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା , ଯାହା କେବଳ କୃଷି ଦ୍ଵାରା ପୂରଣ ହୋଇଥାଏ ।  ଆଉ ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପ , ବର୍ଷାର ଅବିଶ୍ରାନ୍ତ ବାରିଧାରା ଓ ଶୀତର ଅସହ୍ୟ କଷ୍ଟକୁ ଖାତର ନ କରି ଯାଏ ଆମକୁ ଖାଦ୍ୟ ଯୋଗାଏ ସେ ହେଉଛି କୃଷକ  ।  କୃଷି ଓ କୃଷକ ଗୋଟିଏ ମୁଦ୍ରାର  ଦୁଇ ପାର୍ଶ୍ଵ ପରି ।  ଦେଶରେ ଭିତ୍ତିଭୂମି ଗଠନରେ ସହାୟକ କୃଷକର ସେହି ଉତ୍ସର୍ଗିକୃତ ଜୀବନ ଓଡିଶାକୁ ଏକ କୃଷି ପ୍ରଧାନ ରାଜ୍ୟରେ ପରିଣତ କରିଛି ।  ଉପଯୁକ୍ତ ଜଳବାଯୁ ଓ ପରିବେଶ ହେତୁ ରାଜ୍ୟର ପ୍ରାୟ ୯୦ ଭାଗ ଲୋକ କୃଷିକୁ ସେମାନଙ୍କ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଛନ୍ତି ।

ପ୍ରାଚୀନ କାଳର କୃଷି ପଦ୍ଧତି ଅନ୍ନୁନତ ଅବସ୍ଥାରେ ଥିଲା  । ପାରମ୍ପରିକ ରୀତିରେ ବଳଦ ସାହାଯ୍ୟରେ ଭୂମି କର୍ଷଣ କରି କୃଷକ ବାପୁଡା ଚାହିଁ ରହୁଥିଲା  ଆଷାଢର ପହିଲି ବାରିପାତକୁ  ।  ବୈଜ୍ଞାନିକ କୃଷି ପ୍ରଣାଳୀ ସହ ଅଜ୍ଞ ଥିବାରୁ କୃଷି ଉତ୍ପାଦନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହେଉଥିଲା  । ଜଳସେସଚନର ସୁବିଧା ନଥିବା ସ୍ଥାନରେ କୃଷକଙ୍କୁ ମୌସୁମୀ ବର୍ଷା ଉପରେ ନିର୍ଭର କରିବାକୁ ପଡୁଥିଲା  ।  ତତସହିତ ବନ୍ୟା,ବାତ୍ୟା , ମରୁଡି ଭଳି ପ୍ରାକୃତିକ ବିପତ୍ତି ଥିଲା ଓଡିଶାର ଚିର ସହଚର ଯାହା କୃଷକଙ୍କର ଆର୍ଥିକ ମେରୁଦଣ୍ଡକୁ ସଂପୂର୍ଣ୍ଣ ଦୋହଲାଇ ଦେଉଥିଲା  ।

ସାଂପ୍ରତିକ ପରିସ୍ଥିତିରେ କୃଷିରେ ବ୍ୟାପକ ପରିବର୍ତ୍ତନ ଆସିଛି  ।  ବୈଜ୍ଞାନିକ କୃଷି ପଦ୍ଧତି , ସଘନ ବା ସମବାୟ ଚାଷ , ଧାଡି ରୁଆ , ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର,ଅଧିକ ଅମଳକ୍ଷମ ଧାନଚାଷ କୃଷକ ମୁହଁରେ ହସ ଫୁଟାଇବାରେ ସକ୍ଷମ ହୋଇପାରିଛି  ।  ସୁଖର କଥା ଓ କୃଷକମାନଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ବଦଳିଲାଣି  ।  ବିଭିନ୍ନ ଯୋଜନା ମାଧ୍ୟମରେ କୃଷିକୁ ଉନ୍ନତି କରିବାକୁ ଚେଷ୍ଟା କରାଯାଉଛି     ।  ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ଜରିଆରେ କୃଷକମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରାଯାଉଛି ଏବଂ  ଆବଶ୍ୟକ ସ୍ଥଳେ ଋଣ ଛାଡ ମଧ୍ୟ ହୁଛି  ।  ଏହା ଫଳରେ କୃଷକମାନଙ୍କର ସାମାଜିକ ସ୍ଥିତିରେ ସୁଧାର ଦେଖାଦେଲାଣି  । କୃଷି ବିଭାଗର କ୍ଷେତ୍ର ଅଧିକାରୀ କୃଷକମାନଙ୍କୁ  ଉନ୍ନତମାନର ବିହନ ଯୋଗାଇଦେବା ସହିତ ରାସାୟନିକ ସାର , ଜୈବିକ ସାର ଓ କୀଟନାଶକ ପ୍ରୟୋଗ ସମ୍ପର୍କରେ ସେମାନଙ୍କୁ ସଚେତନ କରୁଛନ୍ତି  ।  ଫସଲ ବୀମା କାର୍ଯ୍ୟକାରୀ ହେଉଛି  ।  ସରକାର ଉପଯୁକ୍ତ ମୂଲ୍ୟ ଦେଇ ଉତ୍ପାଦିତ ଦ୍ରବ୍ୟ କିଣି ନେବା ସହିତ କୃଷିଜାତ ପଦାର୍ଥର ବିକ୍ରୟ ନିମିତ୍ତ ବଜାର ସୃଷ୍ଟି କରାଯାଇଛି  ।  ଦେଶରେ ସବୁଜ ବିପ୍ଲବ ଆରମ୍ଭ ହୋଇଛି  ।

ଏତେ ସବୁ ସତ୍ତ୍ୱେ ଆମ୍ଭେମାନେ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ଵାବଲମ୍ବୀ ହୋଇପାରୁ ନାହୁଁ  ।  ସମସ୍ତ ଯୋଜନା ଓ ଆଇନର ସୁଫଳ କୃଷକ ପାଇପାରୁନାହୁଁ  ।  ଅଭାବି ଧାନ ବିକ୍ରି ପାଇଁ ବିଭିନ୍ନ ମଣ୍ଡି ସେ ଘୁରି ବୁଲୁଛି  ।  ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ପାଇବା ସତ୍ତ୍ୱେ ଫସଲକୁ ରକ୍ଷା କରିପାରୁନି  । ଉପଯୁକ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପାଇବା ପାଇଁ ସେ ଅକ୍ଷମ  ।  ଏଣୁ ଆମକୁ ଅନ୍ନଦାତାମାନଙ୍କର ପାରିବାରିକ , ଆର୍ଥିକ ଜୀବନର ସମୃଦ୍ଧି ସାଧନ ନିମନ୍ତେ ଉଦ୍ୟମ କରିବା ଆବଶ୍ୟକ  ।  ନଚେତ ଭାରତର ପ୍ରଗତି ସେ ବହୁ ପଛକୁ ଚାଲିଯିବ , ଏଥିରେ ସନ୍ଦେହ ନାହିଁ  ।

ପ୍ରଶ୍ନ ୪

ପ୍ରାୟ 100 ଟି ଶବ୍ଦରେ ପତ୍ର ବା ଦରଖାସ୍ତ ଲେଖ

ପ୍ରଶ୍ନ :- ଦେଖୁଥିବା ଏକ ସର୍କସ ବିଷୟରେ ବର୍ଣ୍ଣନା କରି ବନ୍ଧୁଙ୍କ ନିକଟକୁ ପତ୍ର ଲେଖ

କିମ୍ବା :- ତୁମ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଜଣେ ଶିକ୍ଷକ ନିଯୁକ୍ତ ଦେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ :-

ମାନନୀୟ ,

ଶ୍ରୀଯୁକ୍ତ କଟକ ଜିଲ୍ଲା ଶିକ୍ଷାଧିକାରୀ

ବିଷୟ : ତଇଁରପା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସମ୍ପର୍କରେ

ମହାଶୟ ,

ଅତ୍ୟନ୍ତ ସମ୍ମାନର ସହ ଆମ୍ଭେ  ତଇଁରପା ଗ୍ରାମର ନିମ୍ନ ସ୍ଵାକ୍ଷରକାରୀ ଅଧିବାସୀଗଣ ତଳଲିଖିତ ବିଷୟ ପ୍ରତି ଆପଣଙ୍କ ସଦୟ ଦ୍ରୁଷ୍ଟି ଆକର୍ଷଣ କରି ଏହାର ତୁରନ୍ତ ପ୍ରତିକାର ଆଶା କରୁଛୁ  ।

ଏହି ଗ୍ରାମରେ ଥିବା ତଇଁରପା ପ୍ରାଥମିକ ବିଦ୍ୟାଳୟଟି ସର୍ବପୁରାତନ ଅନୁଷ୍ଠାନ ଅଟେ  ।  ପ୍ରାୟ 100 ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରନ୍ତି ।  ଅତୀତରେ ଏହା ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷାଲାଭ କରି ଅନେକ ଛାତ୍ରଛାତ୍ରୀ ସମାଜର ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପ୍ରତିଷ୍ଠିତ   । ମାତ୍ର ଘୋର ପରିତାପର ବିଷୟ , ଏହିକି , ବର୍ତ୍ତମାନ ବିଦ୍ୟାଳୟ ଶିକ୍ଷକ ଅଭାବଜନିକ ସମସ୍ୟାର ସମ୍ମୁଖୀନ  । ପାଞ୍ଚଟି ଶ୍ରେଣୀକୁ ମାତ୍ର ଦୁଇ ଜଣ ଶିକ୍ଷୟିତ୍ରୀ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି  । ଅନେକ ସମୟରେ ଉକ୍ତ ଶିକ୍ଷୟିତ୍ରୀମାନେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ତାଲିମରେ ଅଂଶଗ୍ରହଣ କରିବା ଫଳରେ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି  । ଏପରିକି ବିଦ୍ୟାଳୟ ବନ୍ଦ ହେବାର ଅବସ୍ଥା ଆସିଯାଉଛି  । ସରକାରଙ୍କ ସର୍ବଶିକ୍ଷା ଅନର୍ଗତ “ସଭିଏଁ ପଢନ୍ତୁ , ସଭିଏଁ ବଢନ୍ତୁ “ ଏଠାରେ ଅର୍ଥହୀନ ହୋଇପଡିଛି  । ଏ ସଂକ୍ରାନ୍ତରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ବାରମ୍ବାର ଦ୍ରୁଷ୍ଟି ଆକର୍ଷଣ କଲେ ମଧ୍ୟ ଫଳ ଶୂନ୍ୟ ହୋଇ ରହିଛି  ।

ଏଣୁ ସୁବିନୟ ଅନୁରୋଧ କରୁକି ଆପଣ ଆମ ସମସ୍ୟାକୁ ହୃଦୟଙ୍ଗମ କରି ଅନ୍ତଃ ଜଣେ ଶିକ୍ଷକ ଏହି ବିଦ୍ୟାଳୟରେ ନିଯୁକ୍ତ ଦେଲେ ଆମ୍ଭେ ବିଶେଷ ଉପକୃତ ହେବୁ   ।

 

ଆପଣଙ୍କ ବିଶ୍ଵସ୍ତ

ତଇଁରପା ଗ୍ରାମବାସୀବୃନ୍ଦ

ସ୍ଵାକ୍ଷର .............................

ସ୍ଵାକ୍ଷର .............................

ସ୍ଵାକ୍ଷର .............................

ଠିକଣା

ପ୍ରାପକ                                                               ପ୍ରେରକ

କଟକ ଜିଲ୍ଲା ଅଧିକାରୀ                                            ତଇଁରପା ଗ୍ରାମବାସୀ

ଚାନ୍ଦିନୀଚୌକ , କଟକ                                             ବାରବାଟୀ , କଟକ

ପିନ-753002                                                    ପିନ- 754100

ପ୍ରଶ୍ନ ୫

ନିମ୍ନଅଣୁଚ୍ଛେଦଟିକୁ ପାଠ କରି ତଳେ ଦିଆଯାଇଥିବା ପ୍ରଶ୍ନଗୁଡିକର ଉତ୍ତର ଲେଖ  ।  ପ୍ରତିଟି ଉତ୍ତର  ୨୫ ଶବ୍ଦରେ ହେବା ଆବଶ୍ୟକ  ।

ପୂର୍ବକାଳରେ ଗୃହର ଅଭିଭାବକମାନେ ସନ୍ତାନର ଶିକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ସଜାଗ ଥିଲେ   । ସେମାନଙ୍କ ମାନସିକ ବିକାଶ , ଚାରିତ୍ରିତ ଦୃଢତା ପ୍ରତି ବିଶେଷ ଦ୍ରୁଷ୍ଟି ଦେଉଥିଲେ  । ଅଭିଭାବକମାନେ ସନ୍ତାନକୁ ନିଜେ ଶିକ୍ଷା ଦେଉଥିଲେ କିମ୍ବା ଗୁରୁଗୃହକୁ ପ୍ରେରଣ କରୁଥିଲେ  ।  ନିଜ ବଂଶର କେହି ଅଶିକ୍ଷିତ ରହୁ – ଏହା ସେମାନେ ଚାହୁଁନଥିଲେ  ।  ନିଜ ସନ୍ତାନମାନଙ୍କ  ଶିକ୍ଷା ଦିକ୍ଷା ,ଆଚାର ବ୍ୟବହାର ବିଷୟରେ ସେମାନେ କଦାପି ଉଦାସୀନ ନ ଥିଲେ । ଏସବୁ ସତ୍ତ୍ୱେ ସନ୍ତାନ ଯଦି ମୂର୍ଖ ହେଉଥିଲା , ସେ ନିଜର କୌଳିକ ସଂସ୍ଥା ଓ ବଂଶ ମର୍ଯ୍ୟାଦା ପ୍ରତି ଦ୍ରୁଷ୍ଟି ଦେଉନଥିଲେ ।  ସେତେବେଳେ ସେମାନଙ୍କୁ “ବନ୍ଧୁ” ବୋଲି କହି ନିନ୍ଦା କରାଯାଉଥିଲା  ।  ବ୍ରାହ୍ମଣ  କୂଳରେ ମୂର୍ଖ ସନ୍ତାନଙ୍କୁ “ “ ବ୍ରହ୍ମ ବନ୍ଧୁ” ,କ୍ଷେତ୍ରୀୟ ମାନଙ୍କୁ “ରାଜନ୍ୟ ବନ୍ଧୁ” ବୋଲି ଆଖ୍ୟା ଦେଇ ନିନ୍ଦା କରାଯାଉଥିଲା   ।

ପ୍ରଶ୍ନାବଳୀ :-

  1. ପୂର୍ବକାଳରେ ଅଭିଭାବକମାନେ କାହା ପ୍ରତି ବିଶେଷ ଦୃଷ୍ଟ ଦେଉଥିଲେ
  2. ଅଭିଭାବକମାନେ ନିଜ ସନ୍ତାନମାନଙ୍କର କିପରି ଶିକ୍ଷା ବ୍ୟବସ୍ଥା କରିଥିଲେ  ।
  3. “ବନ୍ଧୁ” ବୋଲି କହି କାହାକୁ ନିନ୍ଦା କରାଯାଉଥିଲା
  4. ନିଜ ସନ୍ତାନମାନଙ୍କର କେଉଁ ବିଷୟ ପ୍ରତି ଅଭିଭାବକମାନେ ଉଦାସୀନ ନ ଥିଲେ  ।
  5. କ୍ଷେତ୍ରୀୟମାନଙ୍କ ମୂର୍ଖ ସନ୍ତାନମାନଙ୍କୁ କଣ କୁହାଯାଉଥିଲା   ।

ଉତ୍ତର :-

  1. ପୂର୍ବକାଳରେ ଅଭିଭାବକମାନେ ନିଜ ସନ୍ତାନମାନଙ୍କର ମାନସିକ ବିକାଶ ଓ ଚାରିତ୍ରିକ ଦୃଢତା ପ୍ରତି ବିଶେଷ ଦ୍ରୁଷ୍ଟି ଦେଉଥିଲେ   ।
  2. ଅଭିଭାବକମାନେ ସନ୍ତାନମାନଙ୍କୁ ନିଜେ ଶିକ୍ଷା ଦେଉଥିଲେ କିମ୍ବା ଗୁରୁଗୃହକୁ ଶିକ୍ଷାଲାଭ ନିମିତ୍ତ ପଠାଉଥିଲେ  ।
  3. ଯେଉଁ ସନ୍ତାନମାନେ ମୂର୍ଖ ହୋଇ ନିଜର କୌଳିକ ସଂସ୍ଥା ଓ ବଂଶ ମର୍ଯ୍ୟାଦା ପ୍ରତି ଦ୍ରୁଷ୍ଟି ଦେଉନଥିଲେ ସେମାନଙ୍କୁ “ବନ୍ଧୁ” ବୋଲି କହି ନିନ୍ଦା କରାଯାଉଥିଲେ   ।
  4. ନିଜ ସନ୍ତାନମାନଙ୍କର ଶିକ୍ଷା,ଦିକ୍ଷା , ବ୍ୟବହାର ବିଷୟରେ ଅଭିଭାବକମାନେ ଆଦୌ ଉଦାସୀନ ନ ଥିଲେ  ।
କ୍ଷେତ୍ରୀୟମାନଙ୍କ ମୂର୍ଖ ସନ୍ତାନ ମାନଙ୍କୁ “ରାଜନ୍ୟ “  ବନ୍ଧୁ ବୋଲି କୁହାଯାଏ  ।

ଆଧାର : ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )

3.15384615385
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top