ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ମୁକ୍ତି ସଂଗ୍ରାମରେ ଓଡ଼ିଶା (୧୯୨୨ – ୩୦)
ସେଆର କରନ୍ତୁ

ମୁକ୍ତି ସଂଗ୍ରାମରେ ଓଡ଼ିଶା (୧୯୨୨ – ୩୦)

ମୁକ୍ତି ସଂଗ୍ରାମରେ ଓଡ଼ିଶା (୧୯୨୨ – ୩୦) ବିଷୟରେ ସୂଚନା I

ଭାରତର ମୁକ୍ତି ସଂଗ୍ରାମର ଇତିହାସ

ଭାରତର ମୁକ୍ତି ସଂଗ୍ରାମର ଇତିହାସକୁ ଆମେ ବିଭିନ୍ନ ଅଧ୍ୟାୟ ମଧ୍ୟଦେଇ ଗ୍ରହଣ କରିଥାଉ । ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସୃଷ୍ଟି ପରଠାରୁ ଦେଶର ସ୍ୱାଧୀନତା ସଂଗ୍ରାମ ଏକ ନିର୍ଦ୍ଦିଷ୍ଟ କର୍ମସୂଚୀ ମାଧ୍ୟମରେ ନିଜର ଲକ୍ଷ୍ୟପଥରେ ଆଗେଇ ଚାଲିଥୁଲା । ୧୯୧୯ ମସିହାରେ ମହାତ୍ମା ଗାନ୍ଧିଜୀଙ୍କ ଉପସ୍ଥିତି ସଂଗ୍ରାମକୁ ଏକ  ଭିନ୍ନ ରୂପରେଖ ଦେଇଥିଲା । ତେଣୁ ୧୯୧୯ ମସିହାଠାରୁ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ସମୟକୁ ସାଧାରଣ ଭାବରେ ଗାନ୍ଧିଜୀଯୁଗ ନାମରେ ଅଭିହିତ କରାଯାଏ ।

ଗାନ୍ଧିଜୀଯୁଗର ବୈଶିଷ୍ଟ୍ୟ ଥିଲା ଅହିଂସା ଓ ଅସ ହ ଯୋଗ ମାଧ୍ୟମରେ ବ୍ରିଟିଶ ଶାସନର ବିରୁଦ୍ଧାଚରଣ କରିବା । ଗାନ୍ଧିଜୀଙ୍କ ନିଜ ଭାଷାରେ ତାଙ୍କର ଦୁଇଟି ନାସ୍ତିବାଚକ ଅସ୍ତ୍ରରୁ (ଅହିଂସା ଓ ଅସହଯୋଗ) ନିଶ୍ଚୟ ଆସ୍ତିବାଚକ ଫଳପ୍ରାପ୍ତି ଅର୍ଥାତ୍ ସ୍ଵାଧୀନତା ହାସଲ ହୋଇପାରିବ । ତେଣୁ ତାଙ୍କର ପ୍ରଥମ ପ୍ରଚେଷ୍ଟାକୁ ସେ ଅସହଯୋଗ ଆନ୍ଦୋଳନ ମଦେଇ ପରୀକ୍ଷା କରିବାକୁ ଚାହିଁଲେ । ୧୯୨୦ ମସିହାରେ ଅସହଯୋଗ ଆନ୍ଦୋଳନର ଉତ୍ପ ପାଇଁ ପୃଷ୍ଠଭୂମି ଯାହା ଥାଉନା କାହିଁକି, ଏହି ଆନ୍ଦୋଳନରେ ଅହିଂସା ଓ ଅସହଯୋଗକୁ ମୁଖ୍ୟ ଆୟୁଧ ହିସାବରେ ଗ୍ରହଣ କରାଯାଇଥିଲା ।

ଆନ୍ଦୋଳନ ପୂର୍ଣ୍ଣମାତ୍ରାରେ ସଫଳତାର ସହ ଆଗେଇ ଚାଲିଥିଲା ବେଳେ ୧୯୨୨ ମସିହା ଫେବୃଆରୀ ୨୨ ତାରିଖ ଦିନ ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲା ଚୌରୀଚୌରା ଠାରେ ଉଭ୍ୟକ୍ତ ଜନତା ଗୋଟିଏ ଥାନାରେ ଅଗ୍ନି ସଂଯୋଗ କରି ୨୦ ଜଣ ପୋଲିସ କର୍ମଚାରୀଙ୍କୁ ଜୀବନ୍ତ ଦଗ୍ଧ କରିଥିଲେ । ଅହିଂସା ମାର୍ଗରେ ଆନ୍ଦୋଳନ ଗତି କରୁଥିବା ବେଳେ ଅଚାନକ ହିଂସାର ବହିପ୍ରକାଶ ଗାନ୍ଧିଜୀଙ୍କୁ ବ୍ୟଥିତ କରିଥିଲା । ତେଣୁ ସେ ଆନ୍ଦୋଳନକୁ ହଠାତ୍ ସ୍ଥଗିତ ରଖି ଭାରତୀୟମାନଙ୍କୁ ଅହିଂସା ମାର୍ଗରେ ପରିଚାଳିତ ହେବା ପାଇଁ ନିବେଦନ କରିଥିଲେ ।

ଗାନ୍ଧିଜୀଙ୍କର ଏପ୍ରକାରର ଏକତରଫା ନିଷ୍ପତ୍ତିରେ କତିପୟ କଂଗ୍ରେସ ନେତା ଅତ୍ୟନ୍ତ ବୀତସ୍ପୃହ ହୋଇ ଗାନ୍ଧିଜୀଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ୧୯୨୨ ମସିହା ମାର୍ଚ୍ଚ ଚାରି ତାରିଖ ଦିନ ଗାନ୍ଧିଜୀ ବନ୍ଦୀ ହେଲେ ଓ ଛଅ ବର୍ଷ ପାଇଁ ସଶ୍ରମ କାରାଦଣ୍ଡର ଆଦେଶ ପାଇଥିଲେ ।

ଗାନ୍ଧିଜୀଙ୍କ ଅନୁପସ୍ଥିତିରେ କଂଗ୍ରେସ ଆହୁଲାନ ନୌକା ପରି ମଝି ଦରିଆରେ ଭାସିବାକୁ ଲାଗିଲା । ଘରର ମୁଖିଆଙ୍କ ଅନୁପସ୍ଥିତିରେ ଘର ଯେମିତି ଅସଜଡ଼ା ପଡ଼ି ରହେ ଏମନ୍ତ ଅବସ୍ଥା । ଅସହଯୋଗ ଆନ୍ଦୋଳନର ଅଚାନକ ଘଗିତାବସ୍ଥା ହେତୁ ଅନେକ ଅସନ୍ତୁଷ୍ଟ କଂଗ୍ରେସ ନେତା (ବିଠଲଭାଇ ପଟେଲ, ଚିତ୍ତରଞ୍ଜନ ଦାସ ପ୍ରମୁଖ) କଂଗ୍ରେସରେ ରହି ଭିନ୍ନ କର୍ମପନ୍ଥାରେ ଚାଲିବାକୁ ଆରମ୍ଭ କଲେ । ଏହି ପୃଷ୍ଠ ଭୂମିରେ କଂଗ୍ରେସରେ ଦୁଇଟି ଦଳର ସୃଷ୍ଟି ହୋଇଥିଲା ।

୧୯୨୨ ମସିହା ଡିସେମ୍ବର ମାସରେ ଭାରତୀୟ ଜାତୀୟ କଂଗ୍ରେସର ଗୟା ଅବେଶନରେ ତୁମୁଳ ହଟ୍ଟଗୋଳ ମଧ୍ୟରେ ଦୁଇଟି ଦଳ ନିଜର ଆଭିମୁଖ୍ୟ ଉପସ୍ଥାପିତ କରିଥିଲେ । ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁଙ୍କୁ ଯେଉଁମାନେ ନେତା ହିସାବରେ ଗ୍ରହଣ କଲେ, ସେମାନେ ନିଜକୁ ପରି ବ ନ ବାଦୀ ବୋଲାଇଲେ । ଅନ୍ୟ ସଦସ୍ୟମାନେ ଗାନ୍ଧିଜୀଙ୍କ ଆଦର୍ଶ ଅନୁସାରେ ରଚନାତ୍ମକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖି ଅପରିବର୍ତ୍ତନବାଦୀ ବା ଘାଣୁବାଦୀ ହିସାବରେ ପରିଚିତ ହେଲେ । ଏହି ଦଳ ସୂତାକଟା, ଖଦୀବୁଣା ଆଦି ବିଭିନ୍ନ କାର୍ଯ୍ୟରେ ନିଜକୁ ସଂପୃକ୍ତ ରଖିଥିବାରୁ ଏହା କଂଗ୍ରେସ ଚରଖାଦଳ ହିସାବରେ ନାମିତ ହେଲା ଓ ଅପରଟି କଂଗ୍ରେସ ସ୍ଵରାଜ ଦଳର ଖ୍ୟାତିଲାଭ କଲା ।

ଜାତୀୟ ରାଜନୀତିର ପ୍ରଭାବ ଓଡ଼ିଶାର ପ୍ରାଦେଶିକ ରାଜନୀତିରେ ଅନୁଭୂତ

ଜାତୀୟ ରାଜନୀତିର ଏହି ପ୍ରଭାବ ଓଡ଼ିଶାର ପ୍ରାଦେଶିକ ରାଜନୀତିରେ ମଧ୍ୟ ଅନୁଭୂତ ହେଲା । ପରିବର୍ତ୍ତନବାଦୀ ମାନେ ୧୯୨୩ ମସିହା ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରି ମ୍ୟୁନିସିପାଲଟି, ଜିଲ୍ଲାବୋର୍ଡ଼, ବିଧାନସଭା, ବିଧାନ ପରିଷଦ ଇତ୍ୟାଦିର ସଭ୍ୟ ହୋଇ ସରକାରଙ୍କ ସହ ଲଢ଼ିବାକୁ ଆଗେଇ ଆସିଲେ । ଓଡ଼ିଶାରେ ମଧ୍ୟ ଏହି ବର୍ଷ ବିହାର। ଓଡ଼ିଶା ବିଧାନ ପରିଷଦକୁ ଗୋଦାବରୀଶ ମିଶ୍ର, ଜଗବନ୍ଧୁ ସିଂହ ଓ ରାଧାରଞ୍ଜନ ନିର୍ବାଚିତ ହୋଇଥିବାବେଳେ କେନ୍ଦ୍ରୀୟ ବିଧାନସଭାକୁ ନୀଳକଣ୍ଠ ଦାସ ନିର୍ବାଚିତ ହୋଇଥିଲେ । ଅପରିବର୍ତ୍ତନବାଦୀଙ୍କ ମଧ୍ୟରେ  ଥିଲେ ହରେକୃଷ୍ଣ ମହତାବ ଓ ଗୋପବନ୍ଧୁ ଦାସ ।

ଏହି ବର୍ଷ ଅର୍ଥାତ୍ ୧୯୨୩ ମସିହାରେ ଓଡ଼ିଶାର ତାକ ଜଗତରେ ଏକ ସମ୍ବାଦପତ୍ରର ଜନ୍ମ ହୋଇଥିଲା ଓ ପରବର୍ତ୍ତୀ ସମୟରେ ଏହି ସମ୍ବାଦପତ୍ର ଜନମାନସକୁ ବେଶ ପ୍ରଭାବିତ କରିଥିଲା । ସଚ୍ଚା ଗାନ୍ଧିଜୀବାଦୀ ମହତାବ ବହୁ ଦିନରୁ କଂଗ୍ରେସର ବାର୍ତ୍ତା ଓ ନୀତିକୁ ସାଧାରଣ । ଜନତାଙ୍କ ପରେ ପରିଚିତ କରାଇବା ପାଇଁ ଗୋଟିଏ ସମ୍ବାଦ ପତ୍ର ର ଆବଶ୍ୟକତା ଅନୁଭବ କରିଥିଲେ । ତେଣୁ ୧୯୨୩ ମସିହା ଅକ୍ଟୋବର ୨ ତାରିଖ ଗାନ୍ଧିଜୀ ଜୟନ୍ତୀରେ କଟକର ମୁକୁର । ପ୍ରେସରୁ ଜନ୍ମ ନେଇଥିଲା ତାଙ୍କର ମାନସ ସନ୍ତାନ “ସାପ୍ତାହିକ ପ୍ରଜାତନ୍ତ୍ର' । ଏହାର ମୁଦ୍ର। କର ଓ ପ୍ରକଶକ ଥିଲେ ବୀରକିଶୋର ଦାସ । କିନ୍ତୁ ପୋଲିସର ସଜାଗ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଛୁଆ ସପ୍ତାହ ପରେ ମହତାବ ସମ୍ବାଦପତ୍ରଟିକୁ ବାଲେଶ୍ୱରକୁ ସ୍ଥାନାନ୍ତରିତ କଲେ ଓ ସେଠାକାର ଟାଉନ ପ୍ରେରେ ଏହା ଛପା ହେଲା । ଗାନ୍ଧିଜୀ ଆଦର୍ଶ ଓ କଂଗ୍ରେସ ଦର୍ଶନ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଅବଶ୍ୟ ଏହା ପୂର୍ବରୁ ବାଲେଶ୍ଵର କଂଗ୍ରେସ କର୍ମୀମାନେ ‘ସ୍ଵରାଜ୍ୟ – ସମାଚାର’ ନାମକ ଏକ ସାପ୍ତାହିକ ପତ୍ରିକାକୁ ଲିଥୋରେ ଛପାଇ ବାଣ୍ଟୁଥିଲେ । କିନ୍ତୁ ପ୍ରଜାତନ୍ତ୍ର ପରି ଏହା ଏତେ ଜନପ୍ରିୟ ନଥିଲା । ଏହି ଅବସ୍ଥା ୧୯୩୦ ମସିହା ପର୍ଯ୍ୟନ୍ତ ଚାଲିଲା ।

ଏହି ସମୟରେ ସମାଜର ପ୍ରତିଷ୍ଠାତା ପଣ୍ଡିତ ଗୋପବନ୍ଧୁ ଓଡ଼ିଆ । ଜାତିକୁ ଜାତୀୟତାର ଆବେଗରେ ଉତ୍ସାହିତ କରିବା ପାଇଁ ‘ବନ୍ଦୀର । ଆମ୍ବକଥା’ ପ୍ରକାଶ କରିଥିଲେ । ସେଥିରେ ସେ କାଳଜୟୀ ରଚନା । ସୃଷ୍ଟି କରି ଲୋକଙ୍କ ଅନ୍ତରାତ୍ମାରେ ଜାଗରଣ ଆଣିଥିଲେ । ଉଦାହରଣ ସ୍ୱରୂପ –

ମୋ ଭାଇଭଉଣୀ ହେ ଉତ୍କଳବାସୀ

ସ୍ଵରାଜ୍ୟ-ସାଧନେ ନହୁଅ ଉଦାସୀ,

ଯେ ଦୀକ୍ଷାରେ ଥରେ କରିଛ ବିଶ୍ଵାସ

ନ ଛାଡ଼ ତାହା ଥିବା ଯାଏଟି ନିଃଶ୍ୱାସ ।

କାତରତା ସିନା କାପୁରୁଷ ପଣ

ବୀର ମାରେ ଅବା ମରେ କରି ରଣ,

ପଛ ଘୁଞ୍ଚା ନାହିଁ ବୀରର ଜାତକେ

ନ ମରେ ସେ କେବେ ପରାଣ ଆତଙ୍କ

୧୯୨୪ ମସିହା ଜୁନ୍ ୨୮ ଓ ୨୯ ତାରିଖରେ ନିଖୁଳ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ଅଧବେଶନ କଟକରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୌରହିତ୍ୟ କରିଥିଲେ ବଙ୍ଗଳାର ଲ ପ୍ରତିଷ୍ଠିତ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରଫୁଲୁଚନ୍ଦ୍ର ରାୟ । ଓଡ଼ିଶାର ଅନ୍ୟତମ ବରିଷ୍ଠ ନେତା ତଥା ଉତ୍କଳ ସମ୍ମିଳନୀର ପୁରୋଧା ମଧୁସୂଦନ ଦାସ ମଧ୍ୟ ଏହି ଅବେଶନରେ ଯୋଗଦାନ କରିଥିଲେ । ସେହି ସମୟରେ ସରକାରଙ୍କ ସହ ବିରୋଧ ହେବାରୁ ମଧୁବାବୁ ମନ୍ତ୍ରୀପଦରୁ ଇସ୍ତଫା ଦେଇ ସ୍ଵତନ୍ତ୍ର ଉତ୍କଳ ଗଠନରେ ବ୍ୟସ୍ତ ରହୁଥିଲେ । ଏହି ଅବେଶନରେ ସଭାପତି ପ୍ରଫୁଲଚନ୍ଦ୍ର ରାୟ ଓଡ଼ିଶାର ଅନ୍ୟତମ ବରପୁତ୍ର ଗୋପବନ୍ଧୁ ଦାସଙ୍କୁ “ଉତ୍କଳମଣି” ଉପାରେ ଭୂଷିତ କରିଥିଲେ । କଂଗ୍ରେସର ରଚନାତ୍ମକ କାର୍ଯ୍ୟସୂଚୀକୁ ଜନପ୍ରିୟ କରାଇବା ଓ କଂଗ୍ରେସର ବାର୍ତ୍ତାକୁ ପ୍ରଦେଶର କୋଣ ଅନୁକୋଣରେ ପହଞ୍ଚାଇବା ଏହି ଅବେଶନର ଲକ୍ଷ୍ୟ ଥିଲା । ଅଧିକନ୍ତୁ  କନିକାର ପ୍ରଜା ଅତ୍ୟାଚାର ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ସମିଶ୍ରଣ ପାଇଁ ଅନେକଗୁଡ଼ିଏ ପ୍ରସ୍ତାବ ଏହି ଅବେଶନରେ ଗୃହୀତ ହୋଇଥିଲା ।

୧୯୨୪ ମସିହା ଜୁନ୍ ୩୦ ତାରିଖରେ ବ୍ରହ୍ମପୁର ସ୍ୱରାଜ ଆଶ୍ରମରେ ନିଖିଳ ଓଡ଼ିଶା ମହିଳା ସମ୍ମିଳନୀର ଅଧିବେଶନ ଆହୁତ ହୋଇଥିଲା । ଏଥିରେ ପ୍ରଫୁଲ୍ଲଚନ୍ଦ୍ର ରାୟ ପୌରହିତ୍ୟ କରିଥିଲେ । ଏହି ସମ୍ମିଳନୀର ନେତୃତ୍ବ ନେଇଥିଲେ ରାସମଣୀ ଦେବୀ ଓ ସ୍ୱର୍ଣ୍ଣଲତା ଦେବୀ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୦୦ ମହିଳା ଏଥିରେ ଯୋଗଦେଇ ସ୍ଵାଧୀନତା ସଂଗ୍ରାମକୁ ଅଧିକ ତୀବ୍ର କରିବା ପାଇଁ ନିର୍ଦ୍ଦିଷ୍ଟ ଭୂମିକା ପାଳନର ଶପଥ ନେଇଥିଲେ ।

୧୯୨୫ ମସିହା ଅଗଷ୍ଟ ମାସରେ ମଧୁବାବୁଙ୍କର ଆମନ୍ତ୍ରଣକ୍ରମେ ଗାନ୍ଧିଜୀ ଦ୍ବିତୀୟ ଥର ପାଇଁ ଓଡ଼ିଶା ଆସିଥିଲେ । ଏଥରର ଉପଲକ୍ଷ୍ୟ ଥିଲା – ଉତ୍କଳ ଟେନେରୀ ପରିଦର୍ଶନ କରିବା । ଓଡ଼ିଆ ଜାତିକୁ ସ୍ୱୟଂ ସମ୍ପୁର୍ଣ୍ଣ କରିବା ଉଦ୍ଦେଶ୍ୟରେ ମଧୁବାବୁ କଟକରେ ଉତ୍କଳ ଟେନେରୀ ପ୍ରତିଷ୍ଠା କରିଥିଲେ । ତାଙ୍କର ଇଚ୍ଛାଥିଲା ଆମ ରାଜ୍ୟର ତିଆରି ଜୋତା ଆମ ଲୋକମାନେ ବ୍ୟବହାର କରିବେ କିନ୍ତୁ କ୍ରମେ ଟେନେରୀର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଲା । ଗାନ୍ଧିଜୀଙ୍କ ସାରେ ବୈଜ୍ଞାନିକ ସତୀଶଚନ୍ଦ୍ର ଦାସଗୁପ୍ତ ଓ ଅନ୍ୟ କେତେକ ବ୍ୟବସାୟୀ ମଧ୍ୟ ଟେନେରୀ ପରିଦର୍ଶନରେ ଆସିଥିଲେ । ସେମାନେ ସମସ୍ତେ ମଧୁବାବୁଙ୍କ ଅତିଥି ହୋଇଥିଲେ । ଟେନେରୀ ପରିଦର୍ଶନ କରିବା ସଂଗେସଂଗେ ଗାନ୍ଧିଜୀ ମ୍ୟୁନିସିପାଲଟି ହତା ଭିତରେ ଆୟୋଜିତ ଏକ ସଭାରେ ଭାଷଣ ଦେଇଥିଲେ । କିନ୍ତୁ ଜାତୀୟ ତଥା ରାଜ୍ୟସ୍ତରୀୟ ବିଭିନ୍ନ ପ୍ରଚେଷ୍ଟା ସତ୍ତେ ୧୯୨୬ ମସିହା ନଭେମ୍ବର ମାସ ୧୫ ତାରିଖ ଦିନ ଉତ୍କଳ ଟେନେରୀ ନିଲାମ ହୋଇଯାଇଥିଲା । ଏହା ମଧୁବାବୁଙ୍କ ‘ଆତ୍ମନିର୍ଭରଶୀଳ ଓଡ଼ିଶା’ ସ୍ଵପ୍ନ ପ୍ରତି ଏକ ଗଭୀର ଧକା ଆଣି ଦେଇଥିଲା ।

୧୯୨୬ ମସିହାରେ ବିଧାନ ପରିଷଦ ଓ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ଓଡ଼ିଶାରୁ ଉଭୟକକ୍ଷକୁ ନିମ୍ନଲିଖୁତ ସଭ୍ୟଗଣ ନିର୍ବାଚିତ ହୋଇଥିଲେ –

ବିଧାନ ପରିଷଦ

ବିଧାନସଭା

ଭୁବନାନନ୍ଦ ଦାସ

ନୀଳକଣ୍ଠ ଦାସ

ନାରାୟଣ ବୀରବର ସାମନ୍ତ

ନନ୍ଦକିଶୋର ଦାସ

ଗୋଦାବରୀଶ ମିଶ୍ର

ଲିଙ୍ଗରାଜ ମିଶ୍ର

ହରେକୃଷ୍ଣ ମହତାବ

୧୯୨୭ ମସିହାରେ ନିଖିଳ ଭାରତ ଚରଖା ସଂଘର ସଭାପତି ଯମୁନାଲାଲ ବଜାଜ ପ୍ରାଦେଶିକ ସଞ୍ଚାଳକ ନିରଞ୍ଜନ ପଟ୍ଟନାୟକଙ୍କ ନିମନ୍ତ୍ରଣକ୍ରମେ ଓଡ଼ିଶାରେ ଖଦୀ କାର୍ଯ୍ୟର କର୍ମସୂଚୀ ପରିଦର୍ଶନ ପାଇଁ ଆସିଥିଲେ । ଗୁଆମାଳ, ଭଦ୍ରକ, ସମ୍ବଲପୁର ଆଦି ସ୍ଥାନ ବୁଲିବା ପରେ ସେ ଖଦୀ କାର୍ଯ୍ୟର ଅଗ୍ରଗତି ଦେଖୁ ସନ୍ତୋଷ ପ୍ରକାଶ କରିଥିଲେ । ଏହି ବର୍ଷ ସମାଜ’ ସମ୍ବାଦପତ୍ର ସତ୍ୟବାଦୀରୁ କଟକ ସ୍ଥାନାନ୍ତରିତ ହୋଇଥିଲା ।

୧୯୨୭ ମସିହା ବାଲେଶ୍ଵର ଜିଲ୍ଲା ପାଇଁ ଥିଲା ଭୟାବହ ବନ୍ୟାର ବର୍ଷ । କ୍ରମାଗତ ବର୍ଷା ଓ ବନ୍ୟାର ତାଣ୍ଡବରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ କଂଗ୍ରେସ କର୍ମୀଗଣ  ନେତା ଥିଲେ  ଗୋପବନ୍ଧୁ ଦାସ । ଚୂଡ଼ା, ଚାଉଳ ଓ ବସ୍ତ ନିରବଚ୍ଛିନ୍ନ ଭାବରେ ବଣ୍ଟନ କରି ସେ ଓ ତାଙ୍କର ସହକର୍ମୀଗଣ ଲୋକମାନଙ୍କର ଅତ୍ୟନ୍ତ ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଏହି ପୃଷ୍ଠଭୂମିରେ ଖ୍ରୀଷ୍ଟିୟାନ ମାନବଧର୍ମୀ ପାଦ୍ରୀ ସି.ଏଫ୍. ଏଣ୍ଡୁଜଙ୍କର ଅବଦାନ ନିଶ୍ଚିତ ଭାବରେ ଅବିସ୍ମରଣୀୟ । ତ୍ୟାଗ ଓ ସେବାର ମନୋବୃତି ନେଇ ବାଲେଶ୍ଵର ବାସୀଙ୍କ ଚରମ ଦୁର୍ଦ୍ଦିନରେ ସେ ଯାହା କରିଥିଲେ, ତାହା ଆଜିସୁଦ୍ଧା କିମ୍ବଦନ୍ତୀ ହୋଇ ରହିଛି ।

ଓଡ଼ିଶାର ଦୁଃଖଦୁର୍ଦ୍ଦଶା କଥା ବିଚାରକୁ ନେଇ ଦରଦୀ ଗାନ୍ଧିଜୀ ଏହି ବର୍ଷ ଅର୍ଥାତ ୧୯୨୭ ମସିହାରେ ତୃତୀୟ ଥର ପାଇଁ ଓଡିଶା ଆସି ଥିଲେ । ରସେଲକୋଣ୍ଡା, ବେଲଗୁଣ୍ଠା, ପୁରୁଷୋତ୍ତମପୁର, ଖଲିକୋଟ ପ୍ରଭୃତି ସ୍ଥାନ ଗସ୍ତ କରି ସେ ଅତ୍ୟନ୍ତ ଅସୁସ୍ଥ ହୋଇ ପଡ଼ିଲେ । ତେଣୁ ତାଙ୍କୁ ଦେଖୁବା ପାଇଁ ଡାକ୍ତର ବିଧାନଚନ୍ଦ୍ର ରାୟ ଓ ଏଣ୍ଡୁଜ ସାହେବ ଗଞ୍ଜାମ ଯାତ୍ରା କରିଥିଲେ । ସୁସ୍ଥ ହେବା ପରେ ଗାନ୍ଧିଜୀ ଖୋର୍ଦ୍ଧା, କଟକ, ପୁରୀ, ଭଦ୍ରକ ପ୍ରଭୃତି ସ୍ଥାନ ଗସ୍ତ କରି ଓଡ଼ିଶାରେ ଖଦୀ କାର୍ଯ୍ୟର ଅଗ୍ରଗତି ଓ ରିଲିଫ୍ ପ୍ରଦାନର ସନ୍ତୋଷଜନକ ବଣ୍ଟନ ଦେଖି ତୃପ୍ତ ହୋଇଥିଲେ ।

୧୯୨୮ ମସିହା ଜୁନ ୧୭ ତାରିଖରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ପ୍ରତିଷ୍ଠାତା ତଥା ଦୀନଦୁଃଖୀଙ୍କର ନିୟତ ସାଥୀ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଇହଲୀଳା ସମ୍ବରଣ କରିଥିଲେ । ଓଡ଼ିଶାର ରାଜନୈତିକ, ସାମାଜିକ ଓ ନୈତିକ କ୍ଷେତ୍ରରେ ସୃଷ୍ଟି ହୋଇଥିଲା ଏକ ବିରାଟ ଶୂନ୍ୟତା । ଅତ୍ୟନ୍ତ ଦୁଃଖର କଥା ଆଜି ପର୍ଯ୍ୟନ୍ତ, ସେହି ଶୂନ୍ୟତା ଅପୂର୍ଣ୍ଣ ହୋଇରହିଛି ।

୧୯୨୮ ମସିହାରେ ସାଇମନ କମିଶନର ଭାରତ ଆଗମନ । ଏକ ଉଲ୍ଲେଖନୀୟ ଘଟଣା। ସାରା ଭାରତବର୍ଷ ସାଇମନ କମିଶନକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ଓଡ଼ିଶାର ରାଜନୈତିକ ଅବସ୍ଥା ଭିନ୍ନ ପ୍ରକାରର ଥିଲା । ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରି ସ୍ଵତନ୍ତ୍ର । ଓଡ଼ିଶା ପ୍ରଦେଶ ଗଠନ କରିବା ବିଷୟରେ କମିଶନକୁ ଅଭିହିତ କରିବା ପାଇଁ ଓଡ଼ିଶାରୁ ୧୧ ଜଣିଆ ପ୍ରତିନି ଦଳ ପାଟନା ଯାଇଥିଲେ । ସେମାନଙ୍କ ମଧ୍ୟରୁ ବ୍ରଜସୁନ୍ଦର ଦାସ, ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ,  ଲକ୍ଷ୍ମୀଧର ମହାନ୍ତି, ଭିକାରୀ ଚରଣ ପଟ୍ଟନାୟକ, ବ୍ରଜାନନ୍ଦ ଦାସ,  ଭୁବନେଶ୍ଵର ରଥଙ୍କ ନାମ ଉଲ୍ଲେଖଯୋଗ୍ୟ । ସାଇମନ କମିଶନର ସଦସ୍ୟବୃନ୍ଦ ସେମାନଙ୍କଠାରୁ ସବୁ ଶୁଣିବା ପରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ କରିବା ଲାଗି ସୁପାରିଶ କରିଥିଲେ ।

ଏହି ବର୍ଷ ଦକ୍ଷିଣ ଓଡ଼ିଶାରେ ଗାନ୍ଧିଜୀଙ୍କ ବାର୍ତ୍ତା ଓ ସର୍ଦ୍ଦେଶ । ପ୍ରଚାର କରିବା ପାଇଁ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ନିରଞ୍ଜନ ପଟ୍ଟନାୟକ ‘ଗାନ୍ଧିଜୀ ସମାଚାର’ ପତ୍ରିକା ଆରମ୍ଭ କରିଥିଲେ । ଶ୍ରୀଯୁକ୍ତ ଶଶୀଭୂଷଣ ରଥଙ୍କ ସମ୍ପାଦନାରେ ପ୍ରକାଶିତ ସାପ୍ତାହିକ ‘ଆଶା’ ୧୯୨୮ ମସିହାରେ ଦୈନିକ ସମ୍ବାଦପତ୍ରରେ ରୂପାନ୍ତରିତ ହୋଇଥିଲା ।

୧୯୨୯ ମସିହା ଡିସେମ୍ବର ମାସରେ କଟକରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ୧୯୩୦ ମସିହା ପାଇଁ କର୍ମକର୍ତ୍ତାବୃନ୍ଦଙ୍କୁ ନିର୍ବାଚିତ କରାଯାଇଥିଲା । ସେଥିରେ ଶ୍ରୀଯୁକ୍ତ ହରେକୃଷ୍ଣ ମହତାବ ସଭାପତି, ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀ ସମ୍ପାଦକ ଓ ଶ୍ରୀଯୁକ୍ତ ରାଜକୃଷ୍ଣ ବୋଷ ସହ-ସମ୍ପାଦକ ରୂପେ ନିର୍ବାଚିତ ହୋଇଥିଲେ ।

୧୯୨୯ ମସିହା ଡିସେମ୍ବର ୩୦ ତାରିଖରେ ନିଖିଳ ଭାରତ । ଜାତୀୟ କଂଗ୍ରେସର ଲାହୋର ଅବେଶନରେ ‘ପୂର୍ଣ୍ଣ ସ୍ଵରାଜ’ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।

୧୯୩୦ ମସିହା ଜାନୁଆରୀ ୨୬ ତାରିଖରେ କଟକର ସୂରାଜ । । ଆଶ୍ରମରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ପୂର୍ଣ୍ଣ ସ୍ଵରାଜକୁ ଆବାହନ କରାଯାଇଥିଲା । ଓଡ଼ିଶାର ୫୪ଟି ସ୍ଥାନରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଘୋଷଣାନାମା ପାଠ କରାଯାଇଥିଲା । କଟକରେ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଗୋପବନ୍ଧୁ ଚୌଧୁରୀ ଶପଥ ପାଠ କରିଥିଲେ ଓ କଟକର ଲୋକନାଥ ପ୍ରେରେ ରାଜକୃଷ୍ଣ ବୋଷ ସ୍ୱାଧୀନ ଭାରତର ଘୋଷଣାପାଠ କରିଥିଲେ ।

୧୯୩୦ ମସିହା ମାର୍ଚ୍ଚ ୨୦ ତାରିଖରେ କାଠଯୋଡ଼ି କୂଳରେ ଆୟୋଜିତ ବିରାଟ ସାଧାରଣ ସଭାରେ ଗୋପବନ୍ଧୁ ଚୌଧୁରୀ, ଅଟଳବିହାରୀ ଆଚାର୍ଯ୍ୟ, ପ୍ରାଣକୃଷ୍ଣ ପଢ଼ିଆରୀ, ପୂର୍ଣ୍ଣଚନ୍ଦ୍ର ବୋଷ, ଯଦୁମଣି ମଙ୍ଗରାଜ, ନବକୃଷ୍ଣ ଚୌଧୁରୀ ପ୍ରମୁଖ ଭାଗନେଇ ଜାତୀୟତାର । ମନ୍ତ୍ରରେ ଲୋକଙ୍କୁ ଉଦ୍‌ବୁଦ୍ଧ କରାଇ ଥିଲେ । ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅନୁରୂପ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏହିପରି ଭାବରେ କଂଗ୍ରେସର ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଆଇନ । ଅମାନ୍ୟ ଆନ୍ଦୋଳନର ପଥ ପ୍ରଶସ୍ତ କରି ଦେଇଥିଲା । ଏହାପରେ ଲବଣ ସତ୍ୟାଗ୍ରହ ମାଧ୍ୟମରେ ମୁକ୍ତି ସଂଗ୍ରାମର ଅନ୍ୟ ଏକ କର୍ମମୟ ଅଧ୍ୟାୟର ଅୟମାରମ୍ଭ ହୋଇଥିଲା ।

୧୯୨୨ ମସିହାରେ ଅସହଯୋଗ ଆନ୍ଦୋଳନର ସମାପ୍ତି ପରଠାରୁ ଲବଣ ସତ୍ୟାଗ୍ରହ ତଥା ଆଇନ ଅମାନ୍ୟ ଆନ୍ଦୋଳନର ୧୯୩୦ ମସିହାରେ ଆରମ୍ଭ - ଏହି ସମସ୍ତ ସମୟଟି ଓଡ଼ିଶା ପାଇଁ ଏକ ଘଟଣାବହୁଳ ଯୁଗ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସମୟରେ ଓଡ଼ିଶାରେ ଜାତୀୟ କଂଗ୍ରେସର ଜନହିତକର କାର୍ଯ୍ୟସୂଚୀ, ରଚନାମୂଳକ କାର୍ଯ୍ୟକ୍ରମ ସମାଜର ତୃଣମୂଳସ୍ତରକୁ ପ୍ରବେଶ କରି ଲୋକଙ୍କୁ ବହୁ ଭାବରେ ଉପକୃତ କରିଥିଲା । ୧୯୨୨ ମସିହାରୁ ୧୯୩୦ ମସିହା ଭିତରେ ମହାତ୍ମାଗାନ୍ଧିଜୀ ଦୁଇଥର ଓଡ଼ିଶା ଆସି ଜନମାନସରେ ପ୍ରଭାବ ବିସ୍ତାର କରିଥିଲେ । ଏହାଛଡ଼ା ସମ୍ବାଦପତ୍ର କ୍ଷେତ୍ରରେ ପ୍ରଜାତନ୍ତ୍ରର ଜନ୍ମ, ସମାଜର ସ୍ଥାନାନ୍ତର, ଦୈନିକ ଆଶାର ରୂପାନ୍ତର, ଉତ୍କଳ ସମ୍ମିଳନୀର ସ୍ଵତନ୍ତ୍ର ଉତ୍କଳ ଗଠନର ନିରଳସ ପ୍ରଚେଷ୍ଟା, ଓଡ଼ିଶାରେ ଖଦୀ କାର୍ଯ୍ୟର ବହୁଳ ପ୍ରସାର, ଉତ୍କଳମଣିଙ୍କ । ଆକସ୍ମିକ ତିରୋଧାନରେ ସୃଷ୍ଟି ହୋଇଥିବା ଅପୂରଣୀୟ ରାଜନୈତିକ ଶୂନ୍ୟତା, ସର୍ବୋପରି ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବର ଉନ୍ମାଦନା ଏମିତି ସବୁକିଛିକୁ ମିଶାଇ ଦେଲେ ଏହି ଅନ୍ତବର୍ତ୍ତୀ ବର୍ଷଗୁଡ଼ିକ ଅତ୍ୟନ୍ତ ଘଟଣାବହୁଳ ଥିଲା ।

ଦୁଇଟି ଆନ୍ଦୋଳନର ମଧ୍ୟବର୍ତ୍ତୀ ସମୟ ସାଧାରଣତଃ ଭବିଷ୍ୟତର କର୍ମପନ୍ଥା ପାଇଁ ମାର୍ଗ ପ୍ରଦର୍ଶନ କରିଥାଏ । ତେଣୁ ୧୯୨୨ ମସିହାରୁ ୧୯୩୦ ମସିହା ପର୍ଯ୍ୟନ୍ତ ସମୟ ଓଡ଼ିଶାର ମୁକ୍ତି ସଂଗ୍ରାମରେ ଭବିଷ୍ୟତ ପଛୁ। ନିଦର୍ଶନରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା । ଏହି ବର୍ଷଗୁଡ଼ିକରେ ଘଟି ଯାଇଥିବା ଘଟଣାବଳୀ ଭବିଷ୍ୟତ ଉତ୍କଳର ସଦ୍ଧି ଓ ଉନ୍ନତି ପାଇଁ ପରବର୍ତ୍ତୀ କାଳରେ ବେଶ ସହାୟକ ହୋଇଥିଲା ।

ସଂଗୃହିତ – ସୋମା ଚାନ୍ଦ

ଆଧାର - ଇ ମଗାଜିନ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top