ଅଷ୍ଟାଦଶ ଶତାବ୍ଦୀ ବେଳକୁ ପୃଥିବୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା । ଏଭଳି ଗୋଟିଏ ଘଟଣା ହେଉଛି ଶିଳ୍ପ ବିପ୍ଲବ ଯାହା ଇଂଲଣ୍ଡରେ ଘଟିଥିଲା । ଏହା କ୍ରମେ କ୍ରମେ ଇଉରୋପର ଅନ୍ୟାନ୍ୟ ଦେଶକୁ ମଧ୍ୟ ବ୍ୟାପିଥିଲା । ତୁମେ ନିଶ୍ଚିତ ଭାବରେ ଇଂଲଣ୍ଡରେ ଘଟିଥିବା ଶିଳ୍ପ ବିପ୍ଲବ ବିଷୟରେ ପଢିଥିବ ଏବଂ ଆଉ ମଧ୍ୟ ନୂତନ ସାମୁଦ୍ରିକ ଓ ବାଣିଜ୍ୟିକ ପଥ ବିଷୟରେ ପଢିଥିବ । ଏହିପରି ଭାରତକୁ ଏକ ସାମୁଦ୍ରିକପଥ ୧୯୪୮ ମସିହାରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡାଗାମାଙ୍କ ଦ୍ଵାରା ଆବିଷ୍କୃତ ହୋଇଥିଲା । ଏହା ଫଳରେ ଇଂରେଜ, ଫରାସୀ, ପର୍ତ୍ତୁଗୀଜ ଓ ଡଚ୍ ମାନେ ଭାରତକୁ ବାଣିଜ୍ୟ କରିବାକୁ ଆସିଲେ । ସେମାନେ ମଧ୍ୟ ଏହାକୁ ଭାରତରେ ଧର୍ମପ୍ରଚାର କାର୍ଯ୍ୟ ପାଇଁ ବ୍ୟବହାର କଲେ । ତୁମେ ଜାଣକି ଭାରତ ଇତିହାସରେ ଆଧୁନିକ ଯୁଗର ଆରମ୍ଭ ଭାରତକୁ ଇଉରୋପୀୟ ଶକ୍ତିର ଆଗମନରେ ଆରମ୍ଭ ହୋଇଥିଲା । ଏହି ଅଧ୍ୟାୟରେ ଭାରତକୁ ବ୍ରିଟିଶମାନଙ୍କ ପ୍ରବେଶ ଏବଂ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ର ବିଷୟରେ ତୁମେ ଅଧ୍ୟୟନ କରିବ ।
ଇଉରୋପୀୟ ଓ ବ୍ରିଟିଶ ବଣିକମାନେ ମୂଳତଃ ଭାରତକୁ ବାଣିଜ୍ୟ ଉଦ୍ଦେଶ୍ୟରେ ଆସିଥିଲେ । ବ୍ରିଟେନରେ ହୋଇଥିବା ଶିଳ୍ପ ବିପ୍ଲବ ଫଳରେ ସେଠାରେ ତାଙ୍କ କାରାଖାନାଗୁଡିକ ପାଇଁ କଞ୍ଚାମାଲ ଆବଶ୍ୟକତା ବଢିଗଲା । ତତ୍ ସଙ୍ଗେ ସଙ୍ଗେ ସେମାନେ ତାଙ୍କର ପ୍ରସ୍ତୁତ ଉତ୍ପାଦନର ବିକ୍ରୟ ପାଇଁ ଗୋଟିଏ ବଜାର ଆବଶ୍ୟକ କରୁଥିଲେ । ବ୍ରିଟେନର ଏହି ସମସ୍ତ ଆବଶ୍ୟକତା ପୂରଣ ପାଇଁ ଭାରତ ଏଭଳି ଏକ ଉପଯୁକ୍ତ ସ୍ଥାନ ଥିଲା । ଅଷ୍ଟାଦଶ ଶତାବ୍ଦୀ ଭାରତରେ ଆଭ୍ୟନ୍ତରୀଣ କ୍ଷମତା ଲଢେଇର ସମୟ ଥିଲା । ମୋଗଲ ସାମ୍ରାଜ୍ୟର କ୍ଷମତାର ପତନ ସମୟରେ ବ୍ରିଟିଶ କର୍ମଚାରୀମାନଙ୍କୁ ଭାରତୀୟ ଅଞ୍ଚଳ ଉପରେ ସେମାନଙ୍କର ଅଧିକାର ପ୍ରତିଷ୍ଠା ପାଇଁ ଉପଯୁକ୍ତ ସୁଯୋଗ ମିଳିଲା । ସାରା ଭାରତରେ ଅନେକ ଆଞ୍ଚଳିକ ଶକ୍ତିଗୁଡିକ ସହ ଅନେକଗୁଡିଏ ଯୁଦ୍ଧ, ବାଧ୍ୟତାମୂଳକ ସନ୍ଧିଚୁକ୍ତି, ରାଜ୍ୟ ଅଧିକାର ଓ ମିତ୍ରସ୍ଥାପନ ମାଧ୍ୟମରେ ସେମାନେ ଏସବୁ କରିବାରେ ସଫଳ ହୋଇଥିଲେ । ସେମାନଙ୍କର ନୂତନ ପ୍ରଶାସନିକ ଓ ଅର୍ଥନୈତିକ ନୀତି ଦେଶ ଉପରେ ସେମାନଙ୍କର ଅଧିକାର ଦୃଢ କରିବାରେ ସାହାଯ୍ୟ କରିଥିଲା । ସେମାନଙ୍କର ଜମିର ରାଜସ୍ୱ ନୀତିଗୁଡିକ ଗରିବ କୃଷକମାନଙ୍କୁ ନିୟନ୍ତ୍ରଣ କରିବାକୁ ସାହାଯ୍ୟ କରିଥିଲା ଏବଂ ତା ବଦଳରେ ସେମାନେ ଖଜଣା ଆକାରରେ ପ୍ରଚୁର ଟଙ୍କା ପାଇଥିଲେ ସେମାନେ କୃଷିକୁ ବ୍ୟବସାୟୀକରଣ କରିବା ପାଇଁ ବିଭିନ୍ନ ଅର୍ଥକାରୀ ଫସଲ କିମ୍ବା ଇଂଲଣ୍ଡର ଶିଳ୍ପ ପାଇଁ କଞ୍ଚାମାଲ ଚାଷ କରିବାକୁ ବାଧ୍ୟ କରୁଥିଲେ । ଦୃଢ ରାଜନୈତିକ ଅଧିକାର ଥିବାରୁ ଇଂରେଜମାନେ ଭାରତ ସହିତ ବାଣିଜ୍ୟକୁ ଏକଚାଟିଆ କରିଦେଇଥିଲେ । ସେମାନେ ବାଣିଜ୍ୟ କ୍ଷେତ୍ରରେ ସେମାନଙ୍କର ବିଦେଶୀ ଶତ୍ରୁମାନଙ୍କୁ ପରାଜିତ କରିଥିଲେ । ତେଣୁ କୌଣସି ପ୍ରତିଯୋଗିତା ନଥିଲା । ସେମାନେ ସମସ୍ତ ପ୍ରକାର କଞ୍ଚାମାଲର ବିକ୍ରିକୁ ଏକଚାଟିଆ କରିଥିଲେ ଏବଂ ସେଗୁଡିକୁ କମ୍ ମୂଲ୍ୟରେ କ୍ରୟ କରୁଥିଲେ । କିନ୍ତୁ ଭାରତୀୟ ତନ୍ତୀମାନେ ତାକୁ ବହୁ ଅଧିକ ମୂଲ୍ୟରେ କ୍ରୟ କରୁଥିଲେ । ନିଜର ଶିଳ୍ପକୁ ରକ୍ଷା କରିବା ପାଇଁ ଭାରତୀୟ ଦ୍ରବ୍ୟଗୁଡିକୁ ବ୍ରିଟେନ ଭିତରକୁ ପ୍ରବେଶ କଲାବେଳେ । ଭାରତୀୟ ଦ୍ରବ୍ୟ ଉପରେ ବହୁତ ଶୁଳ୍କ ଦାବୀ କରୁଥିଲେ । ଦେଶରେ ପରିବହନ ଓ ଯୋଗାଯୋଗ ପଦ୍ଧତିର ଉନ୍ନତି ପାଇଁ ବିଭିନ୍ନ ପ୍ରକାରରେ ଅର୍ଥବ୍ୟୟ କରାଯାଉଥିଲା । ଏହାଦ୍ଵାରା କଞ୍ଚାମାଲ କୃଷିକ୍ଷେତ୍ରରୁ ବନ୍ଦରକୁ ଓ ତିଆରି ଜିନିଷଗୁଡିକ ବନ୍ଦରରୁ ବଜାରକୁ ସହଜରେ ପଠାଇବାର ସୁବିଧା କରାଯାଇପାରିଲା । ଗୋଟିଏ ଗୋଷ୍ଠୀ ଶିକ୍ଷିତ ଭାରତୀୟ ସୃଷ୍ଟି କରିବା ପାଇଁ ଇଂରାଜୀ ଶିକ୍ଷା ପ୍ରଚାଳନ କରାଗଲା ଯେଉଁମାନେ ଦେଶର ବ୍ରିଟିଶ ଶାସନରେ ସାହାଯ୍ୟ କରିବେ ଓ ସେମାନଙ୍କର ରାଜନୈତିକ ପ୍ରଭୁତ୍ଵକୁ ଦୃଢୀଭୂତ କରିବେ । ଏହିସବୁ ପଦକ୍ଷେପଗୁଡିକ ଇଂରେଜମାନଙ୍କୁ ଭାରତରେନିଜର ଶାସନ ପ୍ରତିଷ୍ଠା କରିବା, ଦୃଢୀଭୂତ କରିବା ଓ ଚଳେଇ ରଖିବା ପାଇଁ ସାହାଯ୍ୟ କଲା ।
ଇଉରୋପର ମାନଚିତ୍ରକୁ ଦେଖା । ଏହା ମଧ୍ୟରେ ତୁମେ ଅନେକଗୁଡିଏ ବଡ ଓ ଛୋଟ ରାଜ୍ୟ ଦେଖିବ । ଯେତେବେଳେ ଇଉରୋପରେ ଶିଳ୍ପ ବିପ୍ଲବ ଆରମ୍ଭ ହେଲା, ଏହି କ୍ଷୁଦ୍ର ରାଜ୍ୟଗୁଡିକରେ ସେମାନଙ୍କ ଶିଳ୍ପ ପାଇଁ ଯଥେଷ୍ଟ କଞ୍ଚାମାଲ ନଥିଲା କିମ୍ବା ସେମାନଙ୍କର ତିଆରି ହୋଇଥିବା ପଦାର୍ଥ ପାଇଁ ବଜାର ନଥିଲା । ଏହି ଦେଶଗୁଡିକ ବର୍ତ୍ତମାନ ଏସିଆ ଓ ଆଫ୍ରିକାରେ ବଜାର ଖୋଜିବାରେ ଲାଗିଲେ । ଇଂଲଣ୍ଡ ଭାରତ ସହ ବାଣିଜ୍ୟ କରିବାରେ ସଫଳ ହେଲା ଏବଂ ୧୬୦୦ ଖ୍ରୀଷ୍ଟାବ୍ଦରେ ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା କଲା । ଏହି କମ୍ପାନୀ ବ୍ରିଟିଶ ସରକାରଙ୍କ ସମର୍ଥନ ଲାଭ କଲା । ଏହା ସାହାଯ୍ୟରେ ଇଂଲଣ୍ଡ ତାର ଆଞ୍ଚଳିକ ସୀମାକୁ ଭାରତୀୟ ଉପମହାଦେଶକୁ ବିସ୍ତାର କରିବା ସକ୍ଷମ ହେଲା । ୧୬୧୩ ଖ୍ରୀଷ୍ଟାବ୍ଦରେ ସୁରାଟରେ ପ୍ରଥମ କାରଖାନା ପ୍ରତିଷ୍ଠା ହେଲା । ୧୬୧୫ ଖ୍ରୀଷ୍ଟାବ୍ଦରେ ଥୋମାସରୋ ମୋଗଲ ସମ୍ରାଟ ଯାହାଙ୍ଗିରଙ୍କଠାରୁ ଆଗ୍ରା, ଅହମଦବାଦ ଏବଂ ବ୍ରୋଚରେ ଅଧିକ କାରଖାନା ବସାଇବାର ଅନୁମତି ପ୍ରାପ୍ତ ହେଲେ । ସେମାନଙ୍କର ଦକ୍ଷିଣ ଉପକୂଳରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବସ୍ଥିତି ଥିଲା । ମାନ୍ଦ୍ରାଜ ଯେଉଁଠାରେ ସେମାନେ ଦୁର୍ଗଦ୍ଵାରା ସୁଦୃଢ କାରଖାନା ବସାଇଲେ ତାର ନାମ ହେଉଛି ସେଣ୍ଟଜର୍ଜ ଦୁର୍ଗ । ଏହା ହେଉଛି ଭାରତୀୟ ମାଟିରେ କମ୍ପାନୀଦ୍ଵାରା ଅଧିକୃତ ପ୍ରଥମ ସ୍ଵତ୍ତ୍ଵାଧିକାର । କ୍ରମେ କ୍ରମେ କମ୍ପାନୀତାର ବ୍ୟବସାୟିକ ସମ୍ପର୍କ ବିସ୍ତାର କଲା । ଏହି ସମୟ ମଧ୍ୟରେ କମ୍ପାନୀ ଭାରତରେ ପ୍ରତିଷ୍ଠିତ ହୋଇ ସାରିଥିଲା । ଏହା ମଧ୍ୟ ଅନ୍ୟ ଇଉରୋପୀୟ ପ୍ରତିଦ୍ଵନ୍ଦୀ ଶକ୍ତିମାନଙ୍କୁ ଭାରତରୁ ବିତାଡିତ କରିବା ପାଇଁ ସକ୍ଷମ ହୋଇଥିଲା । ସେମାନେ ମଧ୍ୟ ଭାରତୀୟ ଶାସକମାନଙ୍କର ଘଟଣାଗୁଡିକରେ ହସ୍ତକ୍ଷେପ କରିବାକୁ ଆରମ୍ଭ କଲେ ।
ଉନ୍ନବିଂଶ ଶତାବ୍ଦୀରେ ଭାରତର ମାନଚିତ୍ର ଦେଖ । ତୁମେ କ’ଣ ଦେଖୁଛ ? ତୁମେ ଅନେକ ବଡ ଓ ସାନ ସ୍ଵାଧୀନ ରାଜ୍ୟ ସ୍ଥାନିତ ହୋଇଥିବାର ଦେଖିବ । ସେହି ରାଜ୍ୟ ଗୁଡିକର ତାଙ୍କର ନିଜର ଶାସକ, ଅର୍ଥନୀତି, ଭାଷା ଓ ସଂସ୍କୃତି ରହିଥିଲା । ଏହି ରାଜ୍ୟଗୁଡିକ ସଦାସର୍ବଦା ପରସ୍ପର ମଧ୍ୟରେ ଯୁଦ୍ଧ କରୁଥିଲେ । ଏହା ଆଶ୍ଚର୍ଯ୍ୟଜନକ ନୁହେଁ ଯେ, ସେମାନେ ସହଜରେ ଇଉରୋପୀୟ ଶକ୍ତି ମୁଖ୍ୟତଃ ବ୍ରିଟିଶମାନଙ୍କର ଶିକାର ହେଲେ । ୧୭୫୭ ଖ୍ରୀଷ୍ଟାବ୍ଦରେ ପଲାସୀ ଯୁଦ୍ଧ ଏବଂ ୧୭୬୪ର ବକ୍ସାର ଯୁଦ୍ଧ ଯାହାକି ଭାରତରେ ବ୍ରିଟିଶମାନଙ୍କର ସଫଳତା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଦେଲା । ଏହି ଯୁଦ୍ଧ ମାଧ୍ୟମରେ ଦୀର୍ଘ ବର୍ଷ ଧରି ଭାରତ ଉପରେ ବ୍ରିଟିଶ ରାଜନୈତିକ ଅଧିକାର ଆରମ୍ଭ ହେଲା । ବଙ୍ଗଳାରେ ପଲାସୀଯୁଦ୍ଧରେ ଇଂରେଜମାନେ ବିଜୟ ଲାଭ କଲେ । ଇଂରେଜମାନେ ମିରଜାଫରଙ୍କୁ ବଙ୍ଗଳାର ନୂତନ ନବାବ କଲେ । ଏହା ପରିବର୍ତ୍ତେ ସେମାନେ ପ୍ରଚୁର ଟଙ୍କା ପାଇବା ସହିତ ନବାବଙ୍କଠାରୁ ୨୪ ପ୍ରଗଣା ଅଞ୍ଚଳ ପାଇଲେ । କିନ୍ତୁ ମିରଜାଫର ସେମାନଙ୍କୁ ପରବର୍ତ୍ତୀ ସମୟରେ ଅର୍ଥ ପ୍ରଦାନ କରିବାକୁ ସକ୍ଷମ ହେଲେ ନାହିଁ । ଯାହାଫଳରେ ତାଙ୍କ ପରିବର୍ତ୍ତେ ମିରକାସିମ୍ ନବାବ ହେଲେ ଯେ କି ଜଣେ ଦକ୍ଷ ଶାସକ ଭାବରେ ପ୍ରମାଣିତ ହୋଇଥିଲେ । ମିରକାସିମ୍ ସେମାନଙ୍କର ଅଧିକ ଅର୍ଥ ଓ ଅଧିକାର ଦାବୀକୁ ପୂରଣ କରିବାକୁ ପ୍ରସ୍ତୁତ ନଥିଲେ । ଫଳରେ ମିରକାସିମ୍ ଙ୍କୁ ବିତାଡିତ କରାଗଲା ଓ ମିରଜାଫରଙ୍କୁ ପୁନର୍ବାର ନବାବ କରାଗଲା । ମିରକାସିମ୍ ତାପରେ ଅଜୋଧ୍ୟାର ନବାନ, ସୁଜାଉଦ୍ଦୌଲା ଏବଂ ମୋଗଲ ସମ୍ରାଟ ସାହା ଆଲାମ ୨ୟଙ୍କ ସହ ହାତ ମିଳାଇ ଇଂରେଜମାନଙ୍କ ବିରୁଦ୍ଧରେ ଯୋଜନା କଲେ । ୧୭୬୪ ମସିହା ଅକ୍ଟୋବର ୨୨ ତାରିଖରେ ବକ୍ସାର ନାମକ ସ୍ଥାନରେ ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ସେମାନଙ୍କ ପରାଜୟ ଅନ୍ତିମ ଯୁଦ୍ଧ ଥିଲା ।
ଯଦିଓ ଇଂରେଜମାନେ ସଫଳତାର ସହିତ ବଙ୍ଗଳା ଉପରେ ନିଜର ଅଧିକାର ଲାଭ କଲେ, କିନ୍ତୁ ସାରା ଭାରତରେ ଇଂରେଜ ଶାସନ ପ୍ରତିଷ୍ଠା କରିବା ଏତେ ସହଜସାଧ୍ୟ କାର୍ଯ୍ୟ ନଥିଲା । ବହୁ ସଂଖ୍ୟାରେ ଆଞ୍ଚଳିକ ଶକ୍ତି ସେମାନଙ୍କୁ ବିରୋଧ କଲେ ଏବଂ ଇଂରେଜମାନଙ୍କର ରାଜ୍ୟ ବିସ୍ତାର ଉଦ୍ୟମକୁ ପ୍ରତିହତ କରିବାକୁ ଚେଷ୍ଟା କଲେ । ବ୍ରିଟିଶମାନଙ୍କ ଦ୍ଵାରା ଭାରତୀୟ ରାଜ୍ୟଗୁଡିକ ବିରୁଦ୍ଧରେ ହୋଇଥିବା ବିଭିନ୍ନ ସମରଗୁଡିକ ବିଷୟରେ ପଢିବା ।
ଅଷ୍ଟାଦଶ ଶତାବ୍ଦୀର ୨ୟ ଭାଗରେ ମହୀଶୂର ହାଇଦର ଅଲ୍ଲି ଏବଂ ତାଙ୍କ ପୁତ୍ର ଟିପୁ ସୁଲତାନଙ୍କ ଦକ୍ଷ ନେତୃତ୍ଵ ଅଧୀନରେ ଗୋଟିଏ ଶକ୍ତିଶାଳୀ ରାଜ୍ୟରେ ପରିଣତ ହୋଇଥିଲା । ମହିଶୂର ଓ ବ୍ରିଟିଶମାନଙ୍କ ମଧ୍ୟରେ ଚାରୋଟି ଯୁଦ୍ଧ ସଂଘଟିତ ହୋଇଥିଲା । ସର୍ବଶେଷରେ ୧୭୯୯ ମସିହାରେ ଟିପୁ ସୁଲତାନଙ୍କର ପରାଜୟ ଓ ମୃତ୍ୟୁ ଫଳରେ ଚତୁର୍ଥ ଆଗ୍ଲୋ – ମହୀଶୂର ସମରର ପରିସମାପ୍ତି ଘଟିଥିଲା । ଏହା ସହିତ ମହୀଶୂର ଓ ଇଂରେଜମାନଙ୍କ ମଧ୍ୟରେ ଚାଲିଥିବା ଯୁଧାର ମହତ୍ଵପୂର୍ଣ୍ଣ ଅଧ୍ୟାୟରେ ପରିସମାପ୍ତି ଘଟିଲା । ବଡ ବଡ ବନ୍ଦର ଯଥା କାନାରା, କୋଏମ୍ବାଟୁର ସେରଙ୍ଗାପଟ୍ଟମ ଇଂରେଜମାନଙ୍କ ଦ୍ଵାରା ଅଧିକୃତ ହେଲା ।
ଅଷ୍ଟାଦଶ ଶତାବ୍ଦୀର ଦ୍ଵିତୀୟ ଭାଗରେ ମରାଠାମାନେ ପଶ୍ଚିମ ଓ କେନ୍ଦ୍ର ଭାରତରେ ଅନ୍ୟଏକ ପ୍ରବଳ ଶକ୍ତିଶାଳି ଶାସକ ଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ କ୍ଷମତା ପାଇଁ ଲଢେଇ ଇଂରେଜମାନଙ୍କୁ ସେମାନଙ୍କର ଆଭ୍ୟନ୍ତରିଣ ଘଟଣାଗୁଡିକ ମଧ୍ୟରେ ପ୍ରବେଶ କରିବା ପାଇଁ ସୁଯୋଗ ଆଣିଦେଲା । ବ୍ରିଟିଶ ଓ ମରାଠାମାନଙ୍କ ମଧ୍ୟରେ ବହୁ ଯୁଦ୍ଧ ସଂଘଟିତ ହୋଇଥିଲା ମୁଖ୍ୟତଃ ସାମନ୍ତ ସନ୍ଧି ପାଇଁ ତୃତୀୟ ଆଗ୍ଲୋ ମରାଠା ସମର (୧୮୧୭-୧୯) ସେମାନଙ୍କ ମଧ୍ୟରେ ଶେଷ ଯୁଦ୍ଧ ଥିଲା । ଇଂରେଜମାନେ ପେଷାୱାଙ୍କୁ ପରାଜିତ କଲେ, ତାଙ୍କୁ ସିଂହାସନ ଚ୍ୟୁତ କଲେ ଓ ତାଙ୍କର ଅଞ୍ଚଳ ଅଧିକାର କରିବେଳେ । ପେଷାୱାଙ୍କୁ ପେନସନ ଦେଇ ଉତ୍ତର ପ୍ରଦେଶର କାନପୁର ନିକଟବର୍ତ୍ତୀ ବିଥୁରାକୁ ପଠାଇ ଦେଲେ ।
ଉତ୍ତର ପଶ୍ଚିମ ଭାରତରେ, ଶିଖମାନେ ସେମାନଙ୍କର ଦକ୍ଷ ନେତା ମହାରାଜା ରଣଜିତ ସିଂହ (୧୭୯୧ - ୧୮୩୯) ଙ୍କ ଅଧିନରେ ଗୋଟିଏ ପ୍ରଭାବଶାଳୀ ରାଜନୈତିକ ଓ ସାମରିକ ଶକ୍ତି ଥିଲା । ଭାରତର ଇଂରେଜ ଶକ୍ତି ଶିଖମାନଙ୍କର ଉତ୍ଥାନକୁ ଗୋଟିଏ ବଡ ଧରଣର ବିପଦ ବୋଲି ଭାବୁଥିଲେ । ତେଣୁ ଇଂରେଜମାନେ ଶିଖମାନଙ୍କୁ ସେମାନଙ୍କ ଅଧିନକୁ ଆଣିବାକୁ ଇଚ୍ଛାକଲେ । ୧୩୯ ଖ୍ରୀଷ୍ଟାବ୍ଦରେ ରଣଜିତ ସିଂହଙ୍କ ମୃତ୍ୟୁ ପରେ ପଞ୍ଜାବରେ ଅରାଜକତା ଦେଖାଦେଲା । ଇଂରେଜମାନେ ଏହାର ସୁଯୋଗ ନେଲେ ଏବଂ ୧୮୪୫ ଖ୍ରୀଷ୍ଟାବ୍ଦରେ ପ୍ରଥମ ଆଗ୍ଲୋ – ଶିଖ – ସମର ଆରମ୍ଭ ହେଲା । ଯାହାକି ଶିଖ୍ ମାନଙ୍କର ପରାଜୟରେ ପରିସମାପ୍ତି ଘଟିଲା । ୧୮୪୯ ମସିହାରେ ଦ୍ଵିତୀୟ ଆଗ୍ଲୋ-ଶିଖ୍ ସମରରେ ଇଂରେଜମାନେ ସେମାନଙ୍କୁ ଗୁଜୁରାତ ଯୁଦ୍ଧରେ ସମ୍ପୂର୍ଣ୍ଣ (୧୮୪୯) ପରାଜିତ କଲେ । ଗୁଜୁରାତ ଚେନାବ ନଦୀ ଉପରେ ଗୋଟିଏ ସହର । ଶିଖମାନଙ୍କର ମୁଖ୍ୟମାନେ ଅଧିନତା ସ୍ଵୀକାର କଲେ ଏବଂ ପଞ୍ଜାବ ଲର୍ଡ ଦେଲାହାଉସୀଙ୍କ ଦ୍ଵାରା ଅଧିକୃତ ହେଲା । ମହାରାଜା ରଣଜିତ ସିଂହଙ୍କ ପୁତ୍ର ମହାରାଜା ଦିଲ୍ଲିପ ସିଂହଙ୍କୁ ପେନସନ ଦିଆଯାଇ ଲଣ୍ଡନକୁ ପଠାଇ ଦିଆଗଲା ।
୧୭୬୧ ଖ୍ରୀଷ୍ଟାବ୍ଦରେ ମରାଠାମାନଙ୍କ ବିରୂଢରେ ତୃତୀୟ ପାନିପଥ ଯୁଦ୍ଧ ଭାରତରେ ଇଂରେଜମାନଙ୍କ ସଫଳତା ପାଇଁ କ୍ଷେତ୍ର ପ୍ରସ୍ତୁତ କରି ସାରିଥିଲେ । ଖୁବ୍ ଶୀଘ୍ର ଆହୁରି ଅନେକ ଦେଶୀୟ ରାଜ୍ୟ ଇଂରେଜ ଶାସନାଧିନକୁ ଆସିଲେ । ଏହା ଗୋଟିଏ ସନ୍ଧି ଚୁକ୍ତି ପଦ୍ଧତି ଦ୍ଵାରା ସମ୍ପାଦିତ ହୋଇଥିଲା, ଯାହାକୁ ରାଜସତ୍ତ୍ଵ ଲୋପନୀତି ଓ ସାମନ୍ତ ସନ୍ଧି କୁହାଯାଏ । ରାଜସତ୍ତ୍ଵ ଲୋପନୀତି ଦ୍ଵାରା ଅନେକ ସଂଖ୍ୟାରେ ସ୍ଵାଧୀନ ରାଜ୍ୟଗୁଡିକ ବ୍ରିଟିଶ ସାମ୍ରାଜ୍ୟ ଦ୍ଵାରା ଅଧିକୃତ ହୋଇଥିଲା । ଏହି ରାଜ୍ୟଗୁଡିକ ଇଂରେଜମାନଙ୍କର ସୁରକ୍ଷା ଉପଭୋଗ କରୁଥିଲେ । କିନ୍ତୁ ସେ ରାଜ୍ୟଗୁଡିକର ରାଜାମାନେ ମୃତ୍ୟୁବରଣ କଲାପରେ ରାଜସିଂହାସନ ପାଇଁ କୌଣସି ବଂଶାନୁକ୍ରମିକ ଉତ୍ତରାଧିକାରୀ ନଥିଲେ, ସେମାନଙ୍କର ପୋଷ୍ୟପୁତ୍ରମାନଙ୍କ ସମ୍ପତ୍ତି ଓ ପେନସନର ଅଧିକାର ମିଳିଲା ନାହିଁ । ଏହି ଉପାୟରେ ଡେଲାହାଉସୀ ମରାଠା ରାଜ୍ୟଗୁଡିକ ଯଥା ସାତରା (୧୮୪୮), ଉଦୟପୁରା (୧୮୫୨) ନାଗପୁର (୧୮୫୩) ଝାନସୀ (୧୮୫୪) ଏବଂ ଅଜୋଧ୍ୟା (୧୮୫୬) ରେ ଅଧିକାର କଲେ । ସାମନ୍ତ ସନ୍ଧିରେ ଇଂରେଜମାନଙ୍କ ସୁରକ୍ଷା ଭିତରେ ଥିବା ଭାରତୀୟ ରାଜ୍ୟଗୁଡିକ ତାଙ୍କ ସେନାବାହିନୀକୁ ବାତିଲ କରିବାକୁ ପଡୁଥିଲା ଓ ତା’ପରିବର୍ତ୍ତେ ଗୋଟିଏ ଇଂରେଜ ସେନାବାହିନୀକୁ ରଖିବାକୁ ପଡୁଥିଲା । ସେମାନଙ୍କୁ ସେମାନଙ୍କ ବୈଦେଶିକ କାର୍ଯ୍ୟକଳାପ ଉପରୁ ନିୟନ୍ତ୍ରଣ ହରାଇବାକୁ ପଡୁଥିଲା ଏବଂ କୌଣସି ଅର୍ଥନୈତିକ ରାଜନୈତିକ ଉଦ୍ଦେଶ୍ୟରେ ଅନ୍ୟ କୌଣସି ରାଜ୍ୟ ସହ ସନ୍ଧି କରିବାର ଅଧିକାର ବାହାର କରି ନିଆଯାଇଥିଲା । ତା’ପରିବର୍ତ୍ତେ ସେମାନଙ୍କୁ ସେମାନଙ୍କ ଶତ୍ରୁଙ୍କଠାରୁ ସୁରକ୍ଷା ଦିଆଯାଉଥିଲା ।
ଏହି ଅଧିକାର କରିବା ନୀତି କେବଳ ଯେ ଭାରତୀୟ ଶାସକମାନଙ୍କୁ କ୍ଷତିଗ୍ରସ୍ତ କରିଥିଲା ତାନୁହେଁ, ଯେଉଁମାନେ ତାଙ୍କ ଉପରେ ନିର୍ଭର କରୁଥିଲେ ଯଥା – ସୈନ୍ୟମାନେ, କାରିଗର ଏପରିକି ସମ୍ଭ୍ରାନ୍ତମାନେ ମଧ୍ୟ କ୍ଷତିଗ୍ରସ୍ତ ହେଲେ । ଏପରିକି ପରମ୍ପରାଗତ ପଣ୍ଡିତ ଓ ଧର୍ମ ପୁରୋହିତ ଶ୍ରେଣୀ ଏହି ଶାସକ ଦଳପତି, ସମ୍ଭ୍ରାନ୍ତ ଓ ଜମିଦାରମାନଙ୍କର ପୃଷ୍ଠପୋଷକତା ହରାଇଲେ । ଏବଂ ସେମାନେ ଗରିବ ହୋଇଗଲେ । ତେଣୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଇଂରେଜମାନଙ୍କୁ ବିରୋଧ ବା ପ୍ରତିରୋଧ କରିବା ପାଇଁ କୌଣସି ଗୋଟିଏ ହେଲେ ଭାରତୀୟ ଶକ୍ତି ନଥିଲେ । ଆସାମ, ଆରାଖାନ, ଉତ୍ତରପୂର୍ବ ଅଞ୍ଚଳ, ନେପାଳର କିଛି ଅଂଶ, ବର୍ମା ଅଧିକୃତ ହୋଇସାରିଥିଲା (୧୯୧୯-୧୮୨୬) । ଇଂରେଜମାନେ ୧୮୪୩ ମସିହାରେ ସିନ୍ଧ ଅଧିକାର କଲେ ।
ଶିଳ୍ପ ବିପ୍ଲବ ଇଂରେଜ ବଣିକମାନଙ୍କୁ ଏସିଆ ଆଫ୍ରିକା ଓ ଆମେରିକା ଆଦି ଦେଶଗୁଡିକରୁ ପ୍ରଚୁର ଅର୍ଥ ଲାଭ କରିବାରେ ସାହାଯ୍ୟ କରିଥିଲା । ସେମାନେ ବର୍ତ୍ତମାନ ସେହି ଅର୍ଥ ବିନିଯୋଗ କରି ଭାରତରେ ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠା କରିବାକୁ ଇଚ୍ଛା କଲେ । ବର୍ତ୍ତମାନ ସମୟରେ ଆମେ କଳକାରଖାନା ଦ୍ଵାରା ପ୍ରଚୁର ପରିମାଣରେ ପଦାର୍ଥ ଉତ୍ପାଦିତ ହେଉଥିବାର ଦେଖୁଛୁ । ତାହା ପ୍ରଥମେ ଅଷ୍ଟାଦଶ ଶତାବ୍ଦୀର ଶେଷଭାଗ ଓ ଉନ୍ନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଇଂଲଣ୍ଡରେ ଶିଳ୍ପ ବିପ୍ଲବ ମାଧ୍ୟମରେ ଆରମ୍ଭ ହୋଇଥିଲା । ଏହା ତିଆରି ପଦାର୍ଥ ଉତ୍ପାଦନରେ ଏକ ବଡ ଧରଣର ବୃଦ୍ଧି ଘଟାଇଲା । ଇଷ୍ଟଇଣ୍ଡିଆ କମ୍ପାନୀ ତାର ଶିଳ୍ପଭିତ୍ତିଗୁଡିକୁ ଅର୍ଥଯୋଗାଇବା ଓ ବିସ୍ତାର କରାଇବାରେ ସାହାଯ୍ୟ କଲା । ଏହି ସମୟ ମଧ୍ୟରେ ଇଂଲଣ୍ଡରେ ଗୋଟିଏ ଶ୍ରେଣୀର ଉତ୍ପାଦନକାରୀ ଉତ୍ପାଦନ କରିବା ଅପେକ୍ଷା ବିକ୍ରୟ କରିବାରେ ବିଶେଷ ଲାଭବାନ ହେଲେ । ସେମାନେ ଭାରତରୁ ଅଧିକ କଞ୍ଚାମାଲ ନେବା ଓ ସେମାନଙ୍କର ତିଆରି ଜିନିଷ ଭାରତକୁ ପଠାଇବାରେ ବିଶେଷ ଆଗ୍ରହ ପ୍ରଦର୍ଶନ କଲେ । ୧୭୯୩ ରୁ ୧୮୧୩ ମସିହା ମଧ୍ୟରେ ଏହି ଇଂରେଜ ଉତ୍ପାଦନକାରୀମାନେ କମ୍ପାନୀ ତାର ଏକଚାଟିଆ ବାଣିଜ୍ୟ ଓ ଉପଭୋଗ କରୁଥିବା ସୁବିଧା ଆଦି ବିରୁଦ୍ଧରେ ଏକ ଅଭିଯାନ ଆରମ୍ଭ କଲେ । ସର୍ବଶେଷରେ ସେମାନେ ଇଷ୍ଟଇଣ୍ଡିଆ କମ୍ପାନୀର ଭାରତୀୟ ବାଣିଜ୍ୟରେ ଥିବା ଏକଚାଟିଆ ନୀତିକୁ ଉଚ୍ଛେଦ କରିବାକୁ ସଫଳ ହେଲେ । ଏହା ସହିତ ଭାରତ ଶିଳ୍ପ ସମୃଦ୍ଧ ଇଂଲଣ୍ଡର ଏକ ଆର୍ଥିକ ଉପନିବେଶରେ ପରିଣତ ହେଲା ।
ଆଗରୁ ଭାରତୀୟ ହସ୍ତତନ୍ତ ବସ୍ତ୍ରର ଇଉରୋପରେ ବିଶାଳ ବଜାର ଥିଲା । ଭାରତୀୟ ବୟନଶିଳ୍ପ ଯଥା ତୁଳା, ଲାଇଲେନ, ରେଶମ ଓ ପଶମ ତିଆରି ପଦାର୍ଥଗୁଡିକର ଏସିଆ ଓ ଆଫ୍ରିକାରେ ବଜାର ଥିଲା । ଇଂଲଣ୍ଡରେ ଶିଳ୍ପ ବିସ୍ତାର ଫଳରେ ସେଠାରେ ବୟନଶିଳ୍ପରେ ଏକଗୁରୁତ୍ଵପୂର୍ଣ୍ଣ ବିକାଶ ଘଟିଲା । ଫଳରେ ବ୍ରିଟେନ ଓ ଭାରତ ମଧ୍ୟରେ ବୟାନ ଶିଳ୍ପ ବିପରୀତମୁଖି ଦିଗରେ ଗତି କଲା । ପ୍ରଚୁର ପରିମାଣରେ କଳତିଆରି ଲୁଗା ଇଂଲଣ୍ଡ କାରଖାନାରୁ ଭାରତୀୟ ବଜାରକୁ ଆମଦାନୀ ହେବାରେ ଲାଗିଲା । ଇଂଲଣ୍ଡରେ କଳଚାଳିତ ତନ୍ତ ଦ୍ଵାରା ପ୍ରସ୍ତୁତ ପ୍ରଚୁର ପରିମାଣରେ ଉତ୍ପାଦନ ଭାରତକୁ ଆମଦାନୀ ହେବା ଫଳରେ ଭାରତର ହସ୍ତଶିଳ୍ପ ପ୍ରତି ବିପଦ ବଢିବାରେ ଲାଗିଲା କାରଣ ଇଂଲଣ୍ଡ ତିଆରି ପଦାର୍ଥଗୁଡିକ ଖୁବ୍ ଶସ୍ତାଦରରେ ବିକ୍ରୟ କରାଗଲା ।
ଇଂରେଜମାନେ ସେମାନଙ୍କର ଜିନିଷଗୁଡିକୁ ଶସ୍ତାଦରରେ ବିକିବାକୁ ସଫଳ ହେଲେ କାରଣ ବିଦେଶୀ ଜିନିଷଗୁଡିକ ଭାରତ ମଧ୍ୟକୁ କୌଣସି ଶୁଳ୍କ ନଦେଇ ମୁକ୍ତ ଭାବରେ ପ୍ରବେଶ କରିବାର ଅଧିକାର ଦିଆଯାଇଥିଲା । ଅନ୍ୟ ପକ୍ଷରେ ଭାରତୀୟ ହସ୍ତଶିଳ୍ପଗୁଡିକ ଦେଶ ବାହାରକୁ ପଠାଗଲାବେଳେ ତା’ଉପରେ ଅତ୍ୟଧିକ ଶୁଳ୍କ ଲାଗୁ କରାଯାଉଥିଲା । ଏହା ବ୍ୟତୀତ ଶିଳ୍ପପତିମାନଙ୍କର ଚାପରେ ଇଂରେଜ ସରକାର ବହୁ ସମୟରେ ଭାରତୀୟ ବୟନଶିଳ୍ପ ଉପରେ ସୁରକ୍ଷା କର ବସାଉଥିଲେ । ତେଣୁ ଖୁବ୍ କମ ଦିନ ମଧ୍ୟରେ ଭାରତ ଯେ କି ବସ୍ତ୍ରର ରପ୍ତାନିକାରୀ ଥିଲା ସେ କଞ୍ଚାମାଲର ରପ୍ତାନୀକାରୀ ଓ ବ୍ରିଟିଶ ବସ୍ତ୍ରର ଆମଦାନୀକାରୀରେ ପରିଣତ ହେଲା । ଏହି ବିପରୀତ କ୍ରିୟା ଭାରତୀୟ ହସ୍ତତନ୍ତ ବୟନ ଶିଳ୍ପ ଉପରେ ଗଭୀର ପ୍ରଭାବ ପକାଇବା ସହ ସେଗୁଡିକ ଲୋପ ପାଇବାର କାରଣ ହେଲା । ଏହା ମଧ୍ୟ ଗୋଟିଏ ବିରାଟ ତନ୍ତୀ ସମ୍ପ୍ରଦାୟର ଲୋକମାନଙ୍କୁ ବେରୋଜଗାରି କରିଦେଲା । ସେମାନଙ୍କ ମଧ୍ୟରୁ ଅନେକ ଗ୍ରାମାଞ୍ଚଳକୁ ଯାଇ ସେମାନଙ୍କ କୃଷି କ୍ଷେତ୍ରରେ କୃଷି ଶ୍ରମିକ ଭାବରେ କାର୍ଯ୍ୟ କଲେ । ଏହା ଧୀରେ ଧୀରେ ଗାମ୍ୟ ଅର୍ଥନୀତି ଓ ଜୀବନଧାରଣ ଉପରେ ଚାପ ବୃଦ୍ଧି କଲା । ଭାରତୀୟ ହସ୍ତତନ୍ତ ଶିଳ୍ପ ଏହି ଯେଉଁ ଅସମତୁଲ ପ୍ରତିଯୋଗିତା ପଦ୍ଧତିର ସମ୍ମୁଖିନ ହେଲା, ପରେ ଭାରତୀୟ ଜାତୀୟତାବାଦୀ ନେତାମାନଙ୍କ ଦ୍ଵାରା ଅଣ-ଶିଳ୍ପାୟନ ନାମରେ ନାମିତ କରାଗଲା ।
ଇଂରେଜମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ଭାରତକୁ ବ୍ରିଟିଶ ଜିନିଷର ଖାଉଟିରେ ପରିଣତ କରିବା । ଯାହାଫଳରେ ବୟନଶିଳ୍ପ, ଧାତୁଶିଳ୍ପ, କାଚ ଓ କାଗଜ ଶିଳ୍ପଗୁଡିକ ଖୁବ୍ ଶୀଘ୍ର ଅକାମି ହୋଇଗଲା । ୧୮୧୩ ମସିହା ବେଳକୁ ଭାରତୀୟ ହସ୍ତଶିଳ୍ପ ଉଭୟ ଦେଶୀୟ ଏବଂ ବୈଦେଶିକ ବଜାର ହରାଇ ବସିଲା । ଭାରତୀୟ ଜିନିଷଗୁଡିକ ବ୍ରିଟିଶ କାରଖାନାର ମେସିନ ଦ୍ଵାରା ତିଆରି ଜିନିଷଗୁଡିକ ସହ ପ୍ରତିଯୋଗିତା କରି ପାରିଲା ନାହିଁ । ଏହି ବଜାରଗୁଡିକ ଯୁଦ୍ଧଦ୍ଵାରା କିମ୍ବା ଉପନିବେଶ ସ୍ଥାପନ ଦ୍ଵାରା ଇଂରେଜମାନଙ୍କ ଦ୍ଵାରା ଅଧିକୃତ ହେଲା କିମ୍ବା ଏକଚାଟିଆ ହୋଇଗଲା । ଭାରତ ଗୋଟିଏ ରପ୍ତାନିକାରୀ ଦେଶରୁ ପରିବର୍ତ୍ତିତ ହୋଇ ସେହି ଦ୍ରବ୍ୟଗୁଡିକର ଆମଦାନୀକାରୀ ହୋଇଗଲା । ସେମାନେ ଭାରତୀୟ ଶାସକ, ବଣିକଗଣ, ଜମିଦାରଗଣ ଏବଂ ଏପରିକି ସାଧାରଣ ଲୋକଙ୍କଠାରୁ ଅର୍ଥଶୋଷଣ କରିବାକୁ ଲାଗିଲେ । ତା’ସହ ବ୍ୟବସାୟରୁ ହେଉଥିବା ଲାଭ ଏବଂ କର୍ମଚାରୀମାନଙ୍କର ଦରମା ମଧ୍ୟ ଏହି ଶୋଷଣ ସହିତ ଯୋଗ ହେଲା । ଏହା ନିଶ୍ଚିତ ଥିଲା ଯେ, ସେମାନଙ୍କର ଆର୍ଥିକ ନୀତି ଇଷ୍ଟଇଣ୍ଡିଆ କମ୍ପାନୀର ସ୍ଵାର୍ଥପାଇଁ ଉଦ୍ଦିଷ୍ଟ ଥିଲା ଏବଂ ପରେ ବ୍ରିଟିଶ ସାମ୍ରାଜ୍ୟ ପାଇଁ ଉଦ୍ଦିଷ୍ଟ ହେଲା ।
ପ୍ରାଚୀନକାଳରୁ ଲୋକମାନଙ୍କ ପାଇଁ ଜୀବନ ଧାରଣର ମୁଖ୍ୟ ମାଧ୍ୟମ ଥିଲା କୃଷି । ତେଣୁ ସାରାପୃଥିବୀରେ ସମସ୍ତ ରାଜାମାନଙ୍କ ପାଇଁ ଜମିର ଖଜଣା, ଆୟର ମୁଖ୍ୟ ମାଧ୍ୟମ ଥିଲା । ଅଷ୍ଟାଦଶ ଶତାବ୍ଦୀରେ ଭାରତର ଲୋକମାନଙ୍କର ମୁଖ୍ୟ କାର୍ଯ୍ୟ ଥିଲା କୃଷି । ଇଂରେଜ ଶାସନ କାଳରେ ଜମିର ରାଜସ୍ୱ ବୃଦ୍ଧି କରାଗଲା ଏବଂ ଏହାର ବିଭିନ୍ନ କାରଣ ଅଛି । ପୂର୍ବରୁ ଇଂରେଜମାନେ ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ । କାଳକ୍ରମେ ସେମାନେ ଭାରତର ଏକ ବିସ୍ତୃତ ଅଞ୍ଚଳ ଅଧିକାର କରିବା ପାଇଁ ଇଚ୍ଛା କଲେ ଯେଉଁଥିପାଇଁ ସେମାନେ ପ୍ରଚୁର ଅର୍ଥ ଆବଶ୍ୟକ କଲେ । ସେମାନେ ମଧ୍ୟ ବ୍ୟବସାୟ, କମ୍ପାନୀର ବିଭିନ୍ନ ଯୋଜନା ଏବଂ ପ୍ରଶାସନକୁ ଚଳାଇବା ଖର୍ଚ୍ଚ ପାଇଁ ଅର୍ଥ ଆବଶ୍ୟକ କଲେ । ଇଂରେଜମାନେ ଅନେକଗୁଡିଏ ଜମିର ରାଜସ୍ୱର ପରୀକ୍ଷା ନିରୀକ୍ଷା କଲେ, ଯାହାକି କୃଷକମାନଙ୍କ ପାଇଁ ବଡ କଠିନ ହେଲା । ସେମାନେ ସେମାନଙ୍କର ନୀତି ଓ ଯୁଦ୍ଧ କାର୍ଯ୍ୟର ଖର୍ଚ୍ଚ ତୁଲାଇବା ପାଇଁ କୃଷକମାନଙ୍କଠାରୁ ଟିକସ ଆଦାୟ କଲେ । ଇଂରେଜମାନଙ୍କ ପାଇଁ ଟିକସ ଆଦାୟ କରିବାକୁ ବିଭିନ୍ନ ପ୍ରତ୍ୟକ୍ଷ ଓ ପରୋକ୍ଷ ପଦ୍ଧତି ଅବଲମ୍ବନ କରାଗଲା । ଏହା ନିଜର ନିତିଦିନିଆ ଗୁଜୁରାଣ ମେଣ୍ଟାଇ ପାରୁନଥିବା ଲୋକମାନଙ୍କଜୀବନକୁ ବିଶେଷ ପ୍ରଭାବିତ କଲା । କାରଣ ସେମାନଙ୍କୁ ଜମିମାଲିକ ଓ ଖଜଣା ଆଦାୟକାରୀଙ୍କୁ ସେମାନଙ୍କର ଭାଗ ଦେବାକୁ ପଡୁଥିଲା । ସ୍ଥାନୀୟ ଶାସନ ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ଏଥିରୁ ରିହାତି ଓ ପ୍ରକୃତ ନ୍ୟାୟ ଦେବାକୁ ଅସମର୍ଥ ହେଲା । ୧୭୯୩ ମସିହାରେ ଲର୍ଡକର୍ଣ୍ଣୱାଲିସ ବେଙ୍ଗଲ ଓ ବିହାରରେ ସ୍ଥାୟୀ ଜମିବନ୍ଦୋବସ୍ତ ପ୍ରଚାଳନ କଲେ । ସେ ଜମିମାଲିକ ବା ଜମିଦାରମାନଙ୍କୁ ରାଜ୍ୟ ଟ୍ରେଜେରୀରେ ଗୋଟିଏ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେଲେ । ଯାହା ବଦଳରେ ସେମାନଙ୍କୁ ଜମିର ବଂଶାନୁକ୍ରମିକ ମାଲିକ ଭାବରେ ସ୍ଵିକୃତି ମିଳିବ । ଏହା ଜମିଦାରମାନଙ୍କୁ ଜମିଗୁଡିକର ମାଲିକ କରିଦେଲା । କମ୍ପାନୀକୁ କେତେ ଖଜଣା ଦିଆଯିବ ତାହା ଗୋଟିଏ ସମୟସୀମା ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ କରାଯାଇଥିଲା । ଯାହାକି ଇଂରେଜମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ଥିଲା ।ତେଣୁ ସେମାନେ ରାଜ୍ୟଗୁଡିକରୁ କେତେ ଖଜଣା ଆସିବ ତାହା ଆଗରୁ ଜାଣିପାରିଲେ । ଜମିଦାର ମଧ୍ୟ ଜାଣିଲେ ତାଙ୍କୁ କେତେ ଖଜଣା ଦେବାକୁ ହେବ । ସେମାନଙ୍କ ପାଇଁ ବଳକା ରାଜସ୍ୱ ଠିକ୍ ସମୟ ଦେବାରେ ଖିଲାପ କରନ୍ତି, ତାଙ୍କ ଜମି ଅନ୍ୟଜଣେ ଜମିଦାରକୁ ବିକ୍ରିକରାଯାଏ । ଇଂରେଜମାନେ ଏହି ବନ୍ଦୋବସ୍ତରୁ ଲାଭ ପାଇଲେ କାରଣ ଯେଉଁ ନୂତନ ଜମିଦାରମାନେ ସୃଷ୍ଟି ହେଲେ ସେମାନେ ଇଂରେଜମାନଙ୍କର ରାଜନୈତିକ ବନ୍ଧୁ ହେଲେ । ସେମାନେ ଇଂରେଜମାନଙ୍କୁ ଆବଶ୍ୟକ ବେଳେ ସାହାଯ୍ୟ କଲେ ଏବଂ ସେମାନେ ଇଂରେଜ ଓ କୃଷକମାନଙ୍କ ମଧ୍ୟରେ ନିରପେକ୍ଷ କାର୍ଯ୍ୟ କଲେ । ଏହି ଶ୍ରେଣୀ ପ୍ରକୃତ ପକ୍ଷେ ସ୍ଵାଧୀନତା ଆନ୍ଦୋଳନ ବିପକ୍ଷରେ ଇଂରେଜମାନଙ୍କୁ ସାହାଯ୍ୟ କରୁଥିଲେ ।
୧୮୨୨ ମାଇହାରେ ଇଂରେଜମାନେ ଉତ୍ତର ପଶ୍ଚିମ ପ୍ରଦେଶଗୁଡିକ, ପଞ୍ଜାବ, ଗଙ୍ଗା ଉପତ୍ୟକା ଏବଂ କେନ୍ଦ୍ରୀୟ ଭାରତର କେତେକ ଅଂଶରେ ମାହାଲୱାରୀ ବନ୍ଦୋବସ୍ତ ପ୍ରଚାଳନ କଲେ । ଏଠାରେ ମାହାଲ ବା ଉତ୍ପାଦନ ମୂଲ୍ୟାୟନର ଆଧାର ଥିଲା । ମାହାଲ, ଗୋଟିଏ ଗ୍ରାମ ବା ଏକାଧିକ ଗ୍ରାମକୁ ନେଇ ଗଠିତ । ଏଠାରେ ମାହାଲର ସମସ୍ତ ମାଲିକ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ରାଜସ୍ୱ ପ୍ରଦାନ କରିବା ପାଇଁ ସମଷ୍ଟି ଗତଭାବରେ ଦାୟୀ ଦୁର୍ଭାଗ୍ୟବଶତଃ ଏହା କୃଷକମାନଙ୍କୁ କୌଣସି ସୁବିଧା ପ୍ରଦାନ କଲା ନାହିଁ କାରଣ ଇଂରେଜମାନଙ୍କର ଦାବୀ ବହୁତ ଅଧିକ ଥିଲା ।
ଉନବିଂଶ ଶତାବ୍ଦୀର ଆରମ୍ଭରେ ବମ୍ବେ ଓ ମାନ୍ଦ୍ରାଜ ପ୍ରେସିଡେନ୍ସିର ବହୁତ ଅଞ୍ଚଳରେ ରୟତୱାରୀ ବନ୍ଦୋବସ୍ତ ଆରମ୍ଭ ହୋଇଥିଲା । ଏଠାରେ ଜମିର ଖଜଣା ରୟତ ଅର୍ଥାତ ବ୍ୟକ୍ତିଗତ ଚାଷୀ ଯେ ପ୍ରକୃତରେ ଜମିରେ କାମ କରୁଛି ତାଉପରେ ପ୍ରତ୍ୟକ୍ଷ ଭାବରେ ବସାଯାଇଥିଲା । କୃଷକ ଯେତେଦିନ ପର୍ଯ୍ୟନ୍ତ ଖଜଣା ଦେବା ପାଇଁ ସକ୍ଷମ ହେଉଥିବ, ତାକୁ ଜମିର ପ୍ରକୃତ ମାଲିକ ବୋଲି ଗ୍ରହଣ କରାଯିବ, କିନ୍ତୁ ଅଧିକ ଖଜଣା ଦାବୀ କରିବା ଫଳରେ ଶୋଷଣ ଲାଗିରହିଲା ।
ବ୍ରିଟିଶ ନୀତିର ଭାରତରେ ଅନ୍ୟଏକ ମୁଖ୍ୟ ଆର୍ଥିକ ପ୍ରଭାବ ହେଉଛି, ବହୁ ସଂଖ୍ୟାରେ ଅର୍ଥକାରୀ ଫସଲ ଯଥା ଚା, କଫି, ନୀଳ, ଅଫିମ, କପା, ଝୋଟ, ଆଖୁ ଓ ତୈଳବୀଜର ଚାଷ ପ୍ରବର୍ତ୍ତନ କରିବା । ବିଭିନ୍ନ ପ୍ରକାର ଅର୍ଥକାରୀ ଫସଲ ବିଭିନ୍ନ ଉଦ୍ଦେଶ୍ୟ ରଖି ପ୍ରଚଳନ କରାଯାଇଥିଲା । ଭାରତୀୟ ଅଫିମ ଚୀନର ଇଂଲଣ୍ଡ ସହିତ ଥିବା ଚା ବ୍ୟବସାୟରେ ସମତାରକ୍ଷା ସହ ଚୀନର ସ୍ଵାର୍ଥପାଇଁ କରାଯାଇଥିଲା । ଅଫିମ ବ୍ୟବସାୟ ବ୍ରିଟିଶ ବଣିକମାନଙ୍କ ଦ୍ଵାରା ଅତି କଟକଣା ଭିତରେ ନିୟନ୍ତ୍ରିତ ହେଉଥିଲା । ଏହା ଭାରତୀୟ ଉତ୍ପାଦନକାରୀମାନଙ୍କ ଲାଭ ପାଇବାପାଇଁ କୌଣସି ସୁଯୋଗ ନଥିଲା । ଭାରତୀୟମାନଙ୍କୁ ନୀଳ ଉତ୍ପାଦନ କରିବାକୁ ବାଧ୍ୟ କରାଯିବା ସହ ଇଂରେଜମାନଙ୍କ ଦ୍ଵାରା ନିର୍ଦ୍ଦେଶିତ ସର୍ତ୍ତ ଅନୁସାରେ ସିଧାସଳଖ ବିକ୍ରୟ କରାଯାଉଥିଲା । ନୀଳ ଇଂଲଣ୍ଡକୁ ପଠାଯାଉଥିଲା ଏବଂ ବ୍ରିଟେନ ସହରରେ ଉତ୍ପାଦିତ ହେଉଥିବା ଲୁଗାକୁ ରଙ୍ଗ କରିବାରେ ବ୍ୟବହୃତ ହେଉଥିଲା । ନୀଳ ଗୋଟିଏ ଭିନ୍ନ ପଦ୍ଧତିରେ ଉତ୍ପନ୍ନ ହେଉଥିଲା ଯେଉଁଠାରେକି ସମସ୍ତ କୃଷକ ସେମାନଙ୍କ କୃଷି କ୍ଷେତ୍ରର ୩/୨୦ ଭାଗ ଜାଗାରେ ନୀଳ ଉତ୍ପନ୍ନ କରିବା ବାଧ୍ୟତାମୂଳକ ଥିଲା । ଦୁର୍ଭାଗ୍ୟବଶତଃ ନୀଳ ଚାଷ ଫଳରେ ଜମିଗୁଡିକ କିଛି ବର୍ଷ ପାଇଁ ଅନୁର୍ବର ହୋଇଗଲା । ଏହା ଫଳରେ କୃଷକମାନେ ଏହା ଚାଷ କରିବା ପାଇଁ କୁଣ୍ଠିତ ହେଲେ । ଚା ଚାଷ ଅଞ୍ଚଳର ମାଲିକାନା ବାରମ୍ବାର ବଦଳୁଥିଲା । ସେହି କୃଷିକ୍ଷେତ୍ରଗୁଡିକର ଶ୍ରମିକମାନେ ବହୁ କଷ୍ଟରେ କାର୍ଯ୍ୟ କରୁଥିଲେ ।
କୃଷିର ବ୍ୟବସାୟିକରଣ ଫଳରେ ଜମିର ମାଲିକାନା ଦ୍ରୁତ ଗତିରେ ବଦଳିଲା ସେଥିପାଇଁ ଭୂମିହୀନ ଶ୍ରମିକମାନଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଲା । ଏହାଦ୍ୱାରା ବହୁ ସଂଖ୍ୟାରେ ବଣିକ ବ୍ୟବସାୟୀ ଓ ମଧ୍ୟସ୍ଥି ଆସିଲେ । ଯେଉଁମାନେ ଆହୁରି ଅଧିକ ଶୋଷଣ କଲେ । କୃଷକ ଅମଳ ସମୟରେ ତା’ର ଉତ୍ପାଦନକୁ ବିକ୍ରୟ କରିବାପାଇଁ ସେମାନଙ୍କ ଉପରେ ନିର୍ଭର କଲା । କାରଣ କୃଷକମାନେ ଅର୍ଥକାରୀ ଫସଲ ଉତ୍ପାଦନ କରିବା ଆରମ୍ଭ କଲେ ଓ ଖାଦ୍ୟଶସ୍ୟ ଉତ୍ପାଦନ କମିବାକୁ ଲାଗିଲା । ତେଣୁ କମ୍ ଶସ୍ୟ ସଞ୍ଚଯ ଫଳରେ ଦୁର୍ଭିକ୍ଷ ଦେଖାଦେଲା । ତେଣୁ କୃଷକମାନେ ବିଦ୍ରୋହ କରିବାରେ କିଛି ଆଶ୍ଚର୍ଯ୍ୟ ହେବାର ନଥିଲା । ତୁମେ ଏବିଷୟରେ ବିସ୍ତୃତ ଭାବର ପରବର୍ତ୍ତୀ ଅଧ୍ୟାୟରେ ପାଠକରିବ । ବିଭିନ୍ନ ପ୍ରକାର ଆର୍ଥିକ ନୀତି ଦ୍ଵାରା ଆମ ଦେଶରୁ ପ୍ରଚୁର ପରିମାଣରେ ସମ୍ପତ୍ତି ସାମରିକ ଓ ବେସାମରିକ କର୍ମଚାରୀଙ୍କର ତାଲିମ ଆଦିରେ ଖର୍ଚ୍ଚ ଦ୍ଵାରା ଭାରତ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡିଲା । ଯଦି ସେହି ଅର୍ଥ ଭାରତରେ ଖର୍ଚ୍ଚ ହୋଇଥାନ୍ତା, ତେବେ ଏ ଦେଶର ଆର୍ଥିକ ଅବସ୍ଥା ଉନ୍ନତି କରିବାରେ ଏହା ବିଶେଷ ସାହାଯ୍ୟ କରିଥାନ୍ତା । ବ୍ରିଟିଶ ମାନଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ଆର୍ଥିକ ନୀତି କିପରି ଭାରତୀୟ ସମାଜର ସାମାଜିକ ଗଠନକୁ ପରିବର୍ତ୍ତନ କରିଦେଇଥିଲା ତାହା ଏବେ ପଢିବା ।
ଇଂରେଜ ସରକାର ଦ୍ଵାରା ନିର୍ଦ୍ଧିଷ୍ଟ ସମୟସୀମା ଓ ଅତ୍ୟଧିକ ରାଜସ୍ୱଦାବୀ କୃଷକମାନଙ୍କୁ ମହାଜନମାନଙ୍କଠାରୁ ଋଣ ନେବା ପାଇଁ ବାଧ୍ୟ କଲା । ଏହି ମହାଜନମାନେ ବହୁସମୟରେ କୃଷକମାନଙ୍କୁ ଅଧିକ ସୁଧହାର ଦାବୀକରି ଶୋଷଣ କରୁଥିଲେ । ସେମାନେ ଅନେକ ସମୟରେ ଅନାଇତିକ ପଥ ଯଥା ଭୁଲହିସାବ, ମିଥ୍ୟା ଦସ୍ତଖତ ଏବଂ ଅଙ୍ଗୁଠିଛାପ ବ୍ୟବହାର କରୁଥିଲେ । ଇଂରେଜମାନଙ୍କ ଦ୍ଵାରା ପ୍ରଚଳିତ ନୂତନ ଆଇନଗତ ବ୍ୟବସ୍ଥା ଓ ପଦ୍ଧତି କେବଳ ମହାଜନ ଯେଉଁମାନେ ସ୍ଥାନୀୟ ବଣିକ ଓ ଜମିଦାର ସେମାନଙ୍କୁ ସାହାଯ୍ୟକଲା । ଅଧିକାଂଶ କ୍ଷେତ୍ରରେ କୃଷକମାନେ ଋଣ ଓ ସଂପୂର୍ଣ୍ଣ ସୁଧ ଫେରସ୍ତ ଦେବାକୁ ଅସମର୍ଥ ହେଉଥିଲେ । ତେଣୁ ସେମାନଙ୍କର ଜମି କ୍ରମେ କ୍ରମେ ଏହି ମହାଜନ ଶ୍ରେଣୀ ଲୋକମାନଙ୍କ ହାତକୁ ଚାଲି ଯାଉଥିଲା ।
ଭାରତରେ ବ୍ରିଟିଶ ଶାସନର ମୁଖ୍ୟ ପ୍ରଭାବ ହେଉଛି, ଗୋଟିଏ ମଧ୍ୟବିତ୍ତ ଶ୍ରେଣୀର ଆରମ୍ଭ । ଇଂରେଜମାନଙ୍କର ବ୍ୟବସାୟିକ ସ୍ଵାର୍ଥ ବୃଦ୍ଧି ପାଇବା ଫଳରେ, ଗୋଟିଏ କ୍ଷୁଦ୍ର ଶ୍ରେଣୀର ଭାରତୀୟ ଲୋକମାନଙ୍କ ପାଇଁ ନୂତନ ସୁଯୋଗ ଖୋଲିଗଲା । ସେମାନେ ବ୍ରିଟିଶ ବଣିକମାନଙ୍କର ଏଜେଣ୍ଟ ଓ ମଧ୍ୟସ୍ଥି ଭଳି କାର୍ଯ୍ୟ କଲେ ଓ ବିଶାଳ ସୌଭାଗ୍ୟ ଲାଭ କଲେ । ଏହି ନୂତନ ସମ୍ପତ୍ତି ଆଭିଜାତ୍ୟ ଯାହା ସ୍ଥାୟୀ ବନ୍ଦୋବସ୍ତର ପ୍ରଚଳନ ପରେ ଆରମ୍ଭ ହେଲା, ତାହା ମଧ୍ୟ ଏହି ନୂତନ ଶ୍ରେଣୀ ସୃଷ୍ଟିର ଏକ ଅଂଶ । ପୁରାତନ ସମ୍ପତ୍ତି ଅଧିକାରୀ ଆଭିଜାତ ଶ୍ରେଣୀର ଏକ ମୁଖ୍ୟ ଗୋଷ୍ଠୀ ସେମାନଙ୍କର ସମ୍ପତ୍ତି ଉପରେ ଥିବା ଅଧିକାର ହରାଇଲେ ଏବଂ ଅନେକ କ୍ଷେତ୍ରରେ ନୂତନ ଶ୍ରେଣୀରେ ସମ୍ପତ୍ତି ମାଲିକ ତାଙ୍କ ସ୍ଥାନରେ ସୃଷ୍ଟି ହେଲେ । ଏହି ଲୋକମାନେ କିଛି ଇଂରାଜୀ ଶିକ୍ଷା ପାଇଲେ ଏବଂ ଏକ ନୂତନ ମର୍ଯ୍ୟାଦା ସମ୍ପନ୍ନ ଶ୍ରେଣୀରେ ପରିଣତ ହେଲେ । ବ୍ରିଟିଶକ୍ଷମତାର ପ୍ରସାର ଫଳରେ ନୂତନ ଚାକିରୀର ସୁଯୋଗ ସୃଷ୍ଟି ହେଲା । ଭାରତୀୟ ସମାଜ ନୂତନ ଆଇନ ଅଦାଲତ, ସରକାରୀ କର୍ମଚାରୀ ଓ ବ୍ୟବସାୟିକ ସଂସ୍ଥା ଆଦିର ଆରମ୍ଭ ଲକ୍ଷ୍ୟ କଲା । ଇଂରାଜୀ ଶିକ୍ଷାପ୍ରାପ୍ତ ଲୋକମାନେ ତାଙ୍କର ଔପନିବେଶିକ ଶାସକମାନଙ୍କଠାରୁ ଆବଶ୍ୟକୀୟ ସମର୍ଥନ ଲାଭ କଲେ । ତେଣୁ ଜମିଦାରଙ୍କ ଛଡା ଗୋଟିଏ ନୂତନ ବ୍ୟବସାୟିକ ଓ ଚାକିରୀରେ ନିଯୁକ୍ତ ମଧ୍ୟବିତ୍ତ ଶ୍ରେଣୀ ଇଂରେଜମାନଙ୍କ ଦ୍ଵାରା ସୃଷ୍ଟି ହେଲା ।
ସେ ସମୟରେ ଭାରତରେ ବଳଦଗାଡି, ଓଟ ଏବଂ ଭାରବାହୀ ପଶୁଗୁଡିକ ପରିବହନର ମାଧ୍ୟମ ଥିଲା । ଅନ୍ୟପକ୍ଷରେ ଇଂଲଣ୍ଡ ରେଳ ଲାଇନ ଆବଶ୍ୟକ କରୁଥିଲା ଯାହା କଞ୍ଚାମାଲ ଉତ୍ପାଦିତ ଅଞ୍ଚଳ ସହିତ ରପ୍ତାନି କରାଯାଉଥିବା ବନ୍ଦରକୁ ସଂଯୋଗ କରୁଥିଲା । ଫଳରେ ଇଂରେଜମାନଙ୍କ ଦ୍ଵାରା ତିଆରି ଜିନିଷଗୁଡିକ ଦେଶର ବିଭିନ୍ନ ଅଞ୍ଚଳକୁ ପଠାଯିବା ସହିତ କଞ୍ଚାମାଲକୁ ବନ୍ଦରକୁ ଅଣାଯାଇ ପାରିଲା । ବର୍ତ୍ତମାନ ତୁମେମାନେ ଯେଉଁ ବିସ୍ତୃତ ଅଞ୍ଚଳକୁ ଯୋଗ କରୁଥିବା ରେଳ ଲାଇନ ଦେଖୁଛ, ତାହା ଉନ୍ନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଆରମ୍ଭ ହୋଇଥିଲା । ଏହା ବ୍ରିଟିଶ ବ୍ଯାଙ୍କ ଏବଂ ଅର୍ଥ ଲଗାଣକାରୀଙ୍କୁ ସେମାନଙ୍କର ବଳକା ଅର୍ଥ ଓ ପଦାର୍ଥକୁ ରେଳପଥ ନିର୍ମାଣରେ ବିନିଯୋଗ କରିବାର ସୁଯୋଗ ସୃଷ୍ଟି କଲା । ରେଳପଥ ଇଂରେଜ ପୁଞ୍ଜିପତିମାନଙ୍କୁ ଦୁଇଟି ମୁଖ୍ୟ ଦିଗରେ ଲାଭବାନ କରାଇଲା । ପ୍ରଥମତଃ ଆନ୍ତର୍ଜାତିକ ବଜାରକୁ ବନ୍ଦର ସହ ସଂଯୋଗ କରିବା ଫଳରେ ଜିନିଷ ପତ୍ରର ବ୍ୟବସାୟ ସହଜ ଓ ଲାଭଦାୟକ ହେଲା । ଦ୍ଵିତୀୟତଃ ରେଳଇଞ୍ଜିନ, ରେଳଡବା ଓ ରେଳଲାଇନ ତିଆରି ପାଇଁ ପୁଞ୍ଜି ଇଂଲଣ୍ଡରୁ ଆସିଲା । ଇଂରେଜ ପୁଞ୍ଜିପତି ଯେଉଁମାନେ ରେଳପଥ ପାଇଁ ଅର୍ଥ ବିନିଯୋଗ କରିଥିଲେ, ତାଙ୍କୁ ସରକାର ସର୍ବନିମ୍ନ ୫% ଲାଭ ଦେବା ପାଇଁ ପ୍ରତିଶୃତି ଦେଲେ । ଏହି କମ୍ପାନୀଗୁଡିକୁ ଜମି ବିନାମୂଲ୍ୟରେ ୯୯ ବର୍ଷ ପାଇଁ ଲିଜ୍ ଦିଆଗଲା ।
ଯଦିଓ ରେଳପଥ ଇଂରେଜମାନଙ୍କର ବାଣିଜ୍ୟର ବିକାଶ ପାଇଁ ନିର୍ମାଣ କରାଯାଇଥିଲା, ତାହା ମଧ୍ୟ ଦେଶରେ ଜାତୀୟ ଜାଗରଣ ସୃଷ୍ଟି ପାଇଁ ମୁଖ୍ୟ ଭୂମିକା ଗ୍ରହଣ କଲା । ଇଂରେଜମାନେ କେବେ ସମ୍ଭାବନା କରିଥିଲେ ଯେ, ବିସ୍ତୃତ ପରିବହନ ବ୍ୟବସ୍ଥା ଓ ଉନ୍ନତ ଶିକ୍ଷା ବ୍ୟବସ୍ଥା ଲୋକମାନଙ୍କୁ ଓ ସେମାନଙ୍କର ଚିନ୍ତାଧାରାକୁ ପରସ୍ପର ନିକଟବର୍ତ୍ତୀ କରିବ ।
ବ୍ରିଟିଶ ଶାସନ ସମୟରେ, ଭାରତ ସ୍ଵାଧୀନତା, ସମାନତା, ମାନବିକ ଅଧିକାର, ବିଜ୍ଞାନ ଓ କାରିଗରୀ ଆଦି ଚିନ୍ତାଧାରା ପାଶ୍ଚାତ୍ୟ ଦେଶରୁ ଲାଭ କଲେ । ଏହା ଆଧୂନିକୀକରଣକୁ ଆଗକୁ ଆଗେଇ ନେଲା । ବର୍ତ୍ତମାନ ଆମେ ଭାରତୀୟ ସମାଜ ଉପରେ ଆଧୁନିକ ଚିନ୍ତାଧାରାର ପ୍ରଭାବ ବିଷୟରେ ପଢିବା ।
ଇଂରେଜମାନେ ଭାରତକୁ ଆସିବା ପରେ ଭାରତୀୟ ସମାଜରେ ଅନେକ ପରିବର୍ତ୍ତନ ଘଟିଲା । ଉନବିଂଶ ଶତାବ୍ଦୀରେ କେତେକ ସାମାଜିକ ପ୍ରଥା ଯଥା – କନ୍ୟା ଶିଶୁ ହତ୍ୟା, ବାଲ୍ୟବିବାହ, ସତୀଦାହ, ବହୁ ପତ୍ନୀ ବିବାହ ଓ କଠୋର ଜାତିପ୍ରଥା ଅଧିକ ପ୍ରଚଳିତ ଥିଲା । ଏହି ପ୍ରଥାଗୁଡ଼ିକ ମାନବିକ ମର୍ଯ୍ୟାଦା ଓ ମୂଲ୍ୟବୋଧର ବିରୋଧୀ ଥିଲା । ସ୍ତ୍ରୀ ଲୋକମାନଙ୍କୁ ଜୀବନର ଯେକୌଣସି ଅବସ୍ଥାରେ ମଧ୍ୟ ପୃଥକ ଭାବେ ବ୍ୟବହାର କରାଯାଉଥିଲା ଏବଂ ସେମାନେ ସମାଜରେ ସବୁଠାରୁ ଅବହେଳିତ ଶ୍ରେଣୀ ଥିଲେ । ସେମାନଙ୍କର ସ୍ଥିତିର ଉନ୍ନତି କରିବାକୁ କୌଣସି ଉନ୍ନତ ସୁଯୋଗରେ ତାଙ୍କର ପ୍ରବେଶାଧିକାର ନଥିଲା । ଶିକ୍ଷା ମଧ୍ୟ ଅଳ୍ପ କେତେକ ଉଚ୍ଚଶ୍ରେଣୀର ଲୋକମାନଙ୍କ ମଧ୍ୟରେ ସୀମିତ ଥିଲା । ବ୍ରାହ୍ମଣମାନଙ୍କର ବେଦଅଧ୍ୟୟନ ଅଧିକାର ଥିଲା ଯାହାକି କେବଳ ସଂସ୍କୃତିରେ ଲିପିବଦ୍ଧ ହୋଇଥିଲା । ଖର୍ଚ୍ଚବହୁଳ ପୂଜା, ବଳୀ ପ୍ରଥା ଏବଂ ଜନ୍ମ ଓ ମୃତ୍ୟୁ ପରେ ପ୍ରଚଳିତ ପ୍ରଥା ଓ ପରମ୍ପରାଗୁଡିକ ପାଳନ ପୁରୋହିତ ଶ୍ରେଣୀ ଦ୍ଵାରା ସ୍ଥିରୀକୃତ ହେଉଥିଲା । ଯେତେବେଳେ ଇଂରେଜମାନେ ଭାରତକୁ ଆସିଲେ, ସେମାନେ ଅନେକ ନୂତନ ଚିନ୍ତାଧାରା ଯଥା ସ୍ଵାଧୀନତା, ସମାନତା, ସ୍ଵାଧୀନତା ଏବଂ ମାନବିକ ଅଧିକାର ପ୍ରଭୃତି ପୁନରଜାଗରଣ, ପୁନର୍ଗଠନ ଆନ୍ଦୋଳନ ଓ ଇଉରୋପରେ ସଂଘଟିତ ହୋଇଥିବା ବିଭିନ୍ନ ବିପ୍ଲବରୁ ଆଣିଥିଲେ । ଏହି ଚିନ୍ତାଧାରାଗୁଡିକ ଆମ ସମାଜର କେତେକ ଶ୍ରେଣୀର ଲୋକମାନଙ୍କୁ ପ୍ରଭାବିତ କଲା ଏବଂ ଅନେକ ସଂସ୍କାର ଆନ୍ଦୋଳନ ଦେଶର ବିଭିନ୍ନ ଭାଗରେ ଆରମ୍ଭ ହେଲା । ଏହି ଆନ୍ଦୋଳନ ଗୁଡିକର ସମ୍ମୁଖ ଭାଗରେ କେତେକ ଦୁରଦୃଷ୍ଟି ସମ୍ପନ୍ନ ଭାରତୀୟ ଯଥା ରାଜା ରାମମୋହନରାୟ, ସାର୍ ସୟଦ ଅହମ୍ମଦ ଖାଁ, ଅରୁଣା ଆସଫଅଲ୍ଲୀ ଏବଂ ପଣ୍ଡିତ ରମାବାଈ ପ୍ରଭୃତି ରହିଥିଲେ । ଏହି ବିପ୍ଲବଗୁଡିକ ସାମାଜିକ ଏକଟା ଆଶା କରିବା ସହ ସ୍ଵାଧୀନତା, ସମତା ଓ ଭ୍ରାତୃଭାବ ଆଣିବା ପାଇଁ ଉଦ୍ୟମ କଲେ । ସ୍ତ୍ରୀଲୋକମାନଙ୍କର ସ୍ଥିତିର ଉନ୍ନତି ପାଇଁ ଅନେକ ଆଇନଗତ ପଦକ୍ଷେପ ନିଆଗଲା । ଉଦାହରଣ ସ୍ୱରୂପ ସତିପ୍ରଥା ୧୮୨୯ ରେ ସେ ସମୟର ଗଭର୍ଣ୍ଣର ଜେନେରାଲ ଲର୍ଡ ବେଣ୍ଟିକଙ୍କ ଦ୍ଵାରା ବନ୍ଦ ହେଲା । ୧୮୫ରେ ଆଇନ ତିଆରି କରି ବିଧବା ବିବାହକୁ ଅନୁମତି ପ୍ରଦାନ କରାଗଲା । ୧୮୭୨ରେ ଗୋଟିଏ ଆଇନ ତିଆରି କରି ଭିନ୍ନଜାତି ଓ ଭିନ୍ନ ସମ୍ପ୍ରଦାୟ ବିବାହ, ବାଲ୍ୟବିବାହକୁ ବିରୋଧ କରି ୧୯୨୯ରେ ଶାରଦା ଆଇନ । ଏହି ଆଇନରେ ବ୍ୟବସ୍ଥା ରଖାଗଲା ଯେ, ୧୪ ବର୍ଷରୁ କମ୍ ଝିଅ ଓ ୧୮ ବର୍ଷରୁ କମ୍ ପୁଅ ବିବାହ କରିବା ଆଇନ ସଙ୍ଗତ ନୁହେଁ, ଏହା ବେଆଇନ କାର୍ଯ୍ୟ । ଏହି ସମସ୍ତ ବିପ୍ଲବ ଜାତିପ୍ରଥା ସ୍ଵତନ୍ତ୍ର ଭାବରେ ଅସ୍ପୃଶ୍ୟତା ପ୍ରଥାକୁ ଅତିଭୟଙ୍କର ଭାବରେ ସମାଲୋଚନା କରିଥିଲେ ।
ବହୁ ସଂଖ୍ୟାରେ ବ୍ୟକ୍ତି ବିଶେଷ ସଂସ୍କାରବାଦୀ ସଂଗଠନ ଓ ଧାର୍ମିକ ଅନୁଷ୍ଠାନଗୁଡିକର ଉଦ୍ୟମର ପ୍ରଭାବ ଚାରିଆଡେ ଅନୁଭୂତ ହେଲା ଏବଂ ଜାତୀୟ ଆନ୍ଦୋଳନରେ ସର୍ବାପେକ୍ଷା ଅଧିକ ପରିସ୍ଫୁଟ ହେଲା । ନାରୀମାନେ ଉନ୍ନତ ଶିକ୍ଷା ସୁବିଧା ପାଇବାକୁ ଆରମ୍ଭ କଲେ ଏବଂ ସେମାନଙ୍କ ଘର ବାହାରେ ବିଭିନ୍ନ ବ୍ୟବସାୟ ଓ ସାଧାରଣ ନିଯୁକ୍ତିମାନ ଗ୍ରହଣ କଲେ । ନାରୀମାନଙ୍କର ଭୂମିକା ଯଥା ଭାରତୀୟ ବାହିନୀର କ୍ୟାପଟେନ ଲକ୍ଷ୍ମୀସେହଗାଲ, ସରୋଜିନୀ ନାଇଦୁ, ଆଣିବେଶାନ୍ତ, ଅରୁଣା ଆସଫଅଲ୍ଲୀ ଏବଂ ଆହୁରି ଅନେକ ଭାରତର ସ୍ଵାଧୀନତା ସଂଗ୍ରାମରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଇଂରେଜମାନେ ଭାରତକୁ ଆସିଥିଲେ ପ୍ରଚୁର ଲାଭ କରିବା ଆଶାରେ । ଏହାର ଅର୍ଥ କଞ୍ଚାମାଲ ଖୁବ୍ ଶସ୍ତାଦରରେ କିଣି ତିଆରି ଜିନିଷକୁ ବହୁତ ଅଧିକ ମୂଲ୍ୟରେ ବିକ୍ରି କରିବା । ଇଂରେଜମାନେ ଚାହିଁଥିଲେ ଯେ, ଭାରତୀୟମାନେ ନିଜଦେଶର ଦ୍ରବ୍ୟକୁ ବ୍ୟବହାର କରିବାପାଇଁ ଶିକ୍ଷିତ ଓ ଆଧୁନିକ ହୁଅନ୍ତୁ କିନ୍ତୁ ଏତେ ପରିମାଣରେ ହୁଅନ୍ତୁ ନାହିଁ । ଯାହାଦ୍ଵାରା ଇଂରେଜମାନଙ୍କ ସ୍ଵାର୍ଥ ପ୍ରତି ହାନିହାରକ ହେବ ।
ଇଂରେଜମାନଙ୍କ ମଧ୍ୟରୁ କେତେକ ଭାବୁଥିଲେ ଯେ, ପାଶ୍ଚାତ୍ୟ ଚିନ୍ତାଧାରା ହେଉଛି ଆଧୁନିକ ଓ ଉନ୍ନତ ଏବଂ ଭାରତୀୟ ଚିନ୍ତାଧାରା ପୁରୁଣା ଓ ଅନୁନ୍ନତ । ଏହା ପ୍ରକୃତରେ ଠିକ୍ ନୁହେଁ । ଭାରତୀୟମାନଙ୍କର ଏକ ଉନ୍ନତ ପରମ୍ପରାଗତ ଜ୍ଞାନ ରହିଥିଲା ଯାହାକି ବର୍ତ୍ତମାନ ମଧ୍ୟ ଉପଯୋଗୀ । ସେହି ସମୟରେ ଇଉରୋପରେ ଦଳେ ସଂସ୍କାରବାଦୀ ଥିଲେ ଯେଉଁମାନଙ୍କର ଭାରତୀୟମାନଙ୍କ ପ୍ରତି ଏକ ମାନବବାଦୀ ଚିନ୍ତାଧାରା ଥିଲା । ସେମାନେ ଚାହୁଁଥିଲେ, ଭାରତ ଆଧୁନିକ ଓ ବିକଶିତ ବିଜ୍ଞାନ ଜଗତର ଏକ ଅଂଶ ହେବା ଦରକାର । କିନ୍ତୁ ଇଂରେଜ ସରକାର ଭାରତରେ ଦ୍ରୁତ ଆଧୁନିକତା ପ୍ରସାର କରିବାରେ ବଡ ସାବଧାନ ଥିଲେ । ସେମାନେ ଭୟ କରୁଥିଲେ ଯେ, ଯଦି ଲୋକମାନଙ୍କ ଧାର୍ମିକ ଭାବନା ଓ ସାମାଜିକ ପ୍ରଥା ଉପରେ ଅତ୍ୟଧିକ ହସ୍ତକ୍ଷେପ ଘଟେ, ତେବେ ସେମାନଙ୍କ ମନରେ ବିରୋଧିଭାବ ସୃଷ୍ଟି ହେବ । ତାଙ୍କର ନିୟମ ଭାରତରେ ପ୍ରଚଳିତ କରିବା ପାଇଁ ଇଂରେଜମାନେ ଚାହୁଁଥିଲେ ଓ ଲୋକମାନଙ୍କ ମନରେ ଆଦୌ ପ୍ରତିକ୍ରିୟା ନଥିଲା । ତେଣୁ, ଯଦିଓ ସେମାନେ ପୁନର୍ଗଠନ ଆରମ୍ଭ କରିବା ଆଲୋଚନା କରୁଥିଲେ, ପ୍ରକୃତପକ୍ଷେ ଖୁବ୍ କମ୍ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ସେଗୁଡିକ ମଧ୍ୟ ଆଗ୍ରହ ଶୂନ୍ୟ ଥିଲା ।
ଇଂରେଜମାନେ ଭାରତରେ ଇଂରାଜୀ ଭାଷାର ପ୍ରସାର ପାଇଁ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ସେମାନେ ଏହା କରିବା ପାଇଁ ଅନେକ କାରଣ ଥିଲା । ଭାରତୀୟମାନଙ୍କୁ ଇଂରାଜୀଭାଷା ଶିକ୍ଷା ଦେବା ସେମାନଙ୍କ କୌଶଳର ଏକ ଅଂଶ ଥିଲା । ଭାରତୀୟମାନେ କମ୍ ଦରମାରେ କିରାଣୀ ଭାବରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେବେ ଯେଉଁ କାମ ପାଇଁ କି ଇଂରେଜମାନେ ବହୁତ ଅଧିକ ଦରମା ଦାବୀ କରୁଥିଲେ । ଏହା ଶାସନ କ୍ଷେତ୍ରରେ ଖର୍ଚ୍ଚକୁ କମାଇ ଦେବ । ଏହା ମଧ୍ୟ ଆଶା କରାଯାଉଥିଲା ଯେ, ଏହାଦ୍ଵାରା ଇଂରେଜମାନଙ୍କ ପ୍ରତି କୃତଜ୍ଞ ଥିବା ଗୋଟିଏ ଶ୍ରେଣୀର ଭାରତୀୟ ସୃଷ୍ଟି ହେବେ ଏବଂ ଅନ୍ୟ ଭାରତୀୟଙ୍କ ସହ ସମ୍ପର୍କ ରଖିବାକୁ ସମର୍ଥ ହେବେ ନାହିଁ । ଏହି ଶ୍ରେଣୀର ଭାରତୀୟମାନଙ୍କୁ ଇଂରାଜୀ ସଂସ୍କୃତି ଓ ମତାମତକୁ ଅଧିକ ପସନ୍ଦ କରିବାକୁ ଶିକ୍ଷା ଦିଆଯିବ । ଏହାଛଡା ସେମାନେ ବିଦେଶୀ ଜିନିଷର ବଜାରକୁ ବୃଦ୍ଧି କରିବା ପାଇଁ ସାହାଯ୍ୟ କରିବେ । ସେମାନେ ଚାହୁଁଥିଲେ ଦେଶରେ ସେମାନଙ୍କର ରାଜନୈତିକ ପ୍ରଭୃତ୍ଵକୁ ଦୃଢୀଭୂତ କରିବା ପାଇଁ ଶିକ୍ଷା ମାଧ୍ୟମ ହେବ । ସେମାନେ ଭାବୁଥିଲେ ଅଳ୍ପକିଛି ଶିକ୍ଷିତ ଭାରତୀୟ ସମସ୍ତଙ୍କ ମଧ୍ୟରେ ଇଂରାଜୀ ସଂସ୍କୃତିର ବିସ୍ତାର କରିପାରିବେ ଏବଂ ସେମାନେ ଏହି ଶିକ୍ଷିତ ଭାରତୀୟମାନଙ୍କ ମଧ୍ୟରେ ଶାସନ କରିବାକୁ ସକ୍ଷମ ହେବେ । ଇଂରେଜମାନେ ଇଂରାଜୀ ଜାଣିଥିବା ଭାରତୀୟମାନଙ୍କୁ କେବଳ ଚାକିରୀ ଦେଉଥିଲେ ଏବଂ ଏହାଦ୍ଵାରା ବହୁ ଭାରତୀୟଙ୍କୁ ଇଂରାଜୀ ଶିକ୍ଷା ପାଇବା ପାଇଁ ବାଧ୍ୟ କରୁଥିଲେ । ଶିକ୍ଷା ଧନୀ ଓ ସହରାଞ୍ଚଳରେ ବସ କରୁଥିବା ଲୋକମାନଙ୍କର ଏକଚାଟିଆ ଅଧିକାର ହୋଇଗଲା ।
୧୮୧୩ ମସିହାରେ ବ୍ରିଟିଶ ପାର୍ଲାମେଣ୍ଟ ଚାର୍ଟର ଆକ୍ଟ ପ୍ରଣୟନ କଲା ଯାହାଦ୍ଵାରା ଭାରତରେ ପାଶ୍ଚାତ୍ୟ ବିଜ୍ଞାନର ପ୍ରସାର ପାଇଁ ଏକଲକ୍ଷ୍ୟ ଟଙ୍କା ମଞ୍ଜୁର କରାଗଲା । କିନ୍ତୁ ସଙ୍ଗେ ସଙ୍ଗେ ଗୋଟିଏ ବିବାଦ ସୃଷ୍ଟି ହେଲା । କେତେକ ଚାହିଁଲେ ଏହି ଟଙ୍କା କେବଳ ପାଶ୍ଚାତ୍ୟ ଚିନ୍ତାଧାରାରେ ପ୍ରଚାର ପାଇଁ ଖର୍ଚ୍ଚ କରାଯିବ । ଅନ୍ୟ କେତେକ ପରମ୍ପରାଗତ ଭାରତୀୟ ଶିକ୍ଷା ଉପରେ ଗୁରୁତ୍ଵ ଦେଲେ । କେତେକ ଆଞ୍ଚଳିକ ଭାଷାକୁ ଶିକ୍ଷାଦାନରେ ମାଧ୍ୟମ କରିବାକୁ ସୁପାରିଶ କଲେ ଓ ଅନ୍ୟମାନେ ଇଂରାଜୀ ସପକ୍ଷରେ କହିଲେ । ଏହି ଦ୍ଵନ୍ଦ ମଧ୍ୟରେ ଲୋକମାନେ ଇଂରାଜୀଭାଷାକୁ ଶିକ୍ଷାର ମାଧ୍ୟମ ଓ ଇଂରାଜୀକୁ ଶିକ୍ଷାର ଏକ ବିଷୟ ଭାବରେ ଥିବା ପାର୍ଥକ୍ୟ କ’ଣ ଲକ୍ଷ୍ୟ କରି ପାରିଲେ ନାହିଁ । ଅବଶ୍ୟ ଇଂରେଜମାନେ ପାଶ୍ଚାତ୍ୟ ଚିନ୍ତାଧାରା ଓ ସାହିତ୍ୟକୁ କେବଳ ଇଂରାଜୀ ଭାଷା ମାଧ୍ୟମରେ ଶିକ୍ଷା ଦେବା ସପକ୍ଷରେ ସିଦ୍ଧାନ୍ତ ଗ୍ରହଣ କଲେ । ଏହିଦିଗରେ ଅନ୍ୟ ଏକ ପଦକ୍ଷେପ ହେଉଛି, ୧୯୫୪ ମସିହାର ‘ଉଡ୍ସ ଡେସ୍ପାଚ’ । ଏହା ଭାରତର ସରକାରକୁ ଜନସାଧାରଣଙ୍କ ଶିକ୍ଷାର ଦାୟିତ୍ଵ ନେବାକୁ ନିର୍ଦ୍ଦେଶ ହେଲା । ଉଡ୍ସ ଡେସ୍ପାଚଙ୍କ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶର ଅଂଶ ସ୍ୱରୂପ ଶିକ୍ଷା ବିଭାଗ ସମସ୍ତ ପ୍ରଦେଶରେ ପ୍ରତିଷ୍ଠିତ ହେଲା ଓ ସହବନ୍ଧିତ ବିଶ୍ଵବିଦ୍ୟାଳୟମାନ ୧୮୫୭ ମସିହାରେ କଲିକତା, ମାନ୍ଦ୍ରାଜ ଓ ବମ୍ବେରେ ଖୋଲାଗଲା । ଅନେକ ପ୍ରାଥମିକ ବିଦ୍ୟାଳୟ ପରିବର୍ତ୍ତେ ଅଳ୍ପ କିଛି ଇଂରାଜୀ ମାଧ୍ୟମ ସ୍କୁଲ ଓ କଲେଜ ଖୋଲାଗଲା । ସେମାନେ ସାଧାରଣ ଜନତାଙ୍କ ଶିକ୍ଷାକୁ ଉପେକ୍ଷା କଲେ । କିନ୍ତୁ ପ୍ରକୃତ ପକ୍ଷେ ଭାରତୀୟ ଲୋକମାନଙ୍କର ଆବଶ୍ୟକତା ପୂରଣ ପାଇଁ ଏହା ଯଥେଷ୍ଟ ନଥିଲା ।
ଯଦିଓ ଇଂରେଜମାନେ ଭାରତରେ ଏକ ଆଗ୍ରହ ଶୂନ୍ୟ ଶିକ୍ଷାନୀତି ଗହଣା କଲେ, ଇଂରାଜୀ ଭାଷା ଓ ପାଶ୍ଚାତ୍ୟ ଚିନ୍ତାଧାରାର ସମାଜ ଉପରେ କେତେକ ସକାରାତ୍ମକ ପ୍ରଭାବ ପଡିଲା । ଏନକ ସଂସ୍କାରକ ଯଥା ରାଜା ରାମମୋହନ ରାୟ, ଇଶ୍ଵରଚନ୍ଦ୍ର ବିଦ୍ୟାସାଗର, ସ୍ଵାମୀ ଦୟାନନ୍ଦ ସରସ୍ଵତୀ, ସାରସୟଦଅହମ୍ମଦ ଖାଁ ଓ ସ୍ଵାମୀ ବିବେକାନନ୍ଦ ପାଶ୍ଚାତ୍ୟ ଚିନ୍ତାଧାରାର ଉଦାରବାଦ ଓ ଗଣତନ୍ତ୍ରକୁ ଗ୍ରହଣ କଲେ ଏବଂ ସେସମୟର କେତେକ ଅମାନବୀୟ ସାମାଜିକ ଓ ଧାର୍ମିକ ପରମ୍ପରାର ପରିବର୍ତ୍ତନ ପାଇଁ ଏହାକି ବ୍ୟବହାର କଲେ । ଯଦିଓ ଶିକ୍ଷା ଜନସାଧାରଣଙ୍କ ପାଖରେ ପହଞ୍ଚିପାରିଲା ନାହିଁ, କିନ୍ତୁ କେତେକ ସାମ୍ରାଜ୍ୟବାଦ ବିରୋଧି ଚିନ୍ତାଧାରା, ଜାତୀୟତା, ସାମାଜିକ ଓ ଅର୍ଥନୈତିକ ସମାନତାର ବୀଜବପନ ରାଜନୈତିକ ଦଳଗୁଡିକ, ଆଲୋଚନା ଏବଂ ସାଧାରଣ ସ୍ଥାନରେତର୍କ ଆଲୋଚନା ଓ ସମ୍ବାଦ ସଂସ୍ଥା ଦ୍ଵାରା କରାଯାଇଥିଲା ।
ଇଂରାଜୀଭାଷା ଓ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ଭାରତୀୟମାନଙ୍କୁ ଆଧୁନିକତା ହେତୁବାଦ, ଗଣତନ୍ତ୍ର, ଉଦାର ଓ ଦେଶପ୍ରେମ ଦୃଷ୍ଟିଭଙ୍ଗୀ ଗ୍ରହଣ କରିବାକୁ ସାହାଯ୍ୟ କଲା । ବିଜ୍ଞାନ, କଳା ଓ ସାହିତ୍ୟ କ୍ଷେତ୍ରରେ ନୂତନ ଜ୍ଞାନ ସେମାନଙ୍କ ପାଇଁ ମୁକ୍ତ ହେଲା । ଇଂରାଜୀ ଭାରତର ଶିକ୍ଷିତ ଲୋକମାନଙ୍କର ଭାଷା ହୋଇଗଲା । ଏହା ସେମାନଙ୍କୁ ଏକତ୍ରିତ କଲା ଏବଂ କ୍ରମେ ସେମାନଙ୍କୁ ସେମାନଙ୍କର ଅଧିକାର ପାଇଁ ରାଜନୈତିକ ସଚେତନତା ସୃଷ୍ଟିକଲା । ଏହାମଧ୍ୟ ଭାରତୀୟମାନଙ୍କୁ ଇଂଲଣ୍ଡରେ ପଢିବା ଓ ସେଠାରେ ଗଣତାନ୍ତ୍ରିକ ଅନୁଷ୍ଠାନର କାର୍ଯ୍ୟ ସମ୍ପର୍କରେ ଅଧ୍ୟୟନ କରିବା ପାଇଁ ସୁଯୋଗ ଆଣିଦେଲା । ଜନ୍ ଲକ, ରସକିନ୍, ମିଲ୍, ଋଷୋ ଏବଂ ଆହୁରି ଅନେକ ସେମାନଙ୍କ ଭିତରେ ସ୍ଵାଧୀନତା, ସମାନତା ଭ୍ରାତୃଭାବ, ମାନବିକ ଅଧିକାର ଏବଂ ସ୍ଵାଧୀନ ସରକାର ଆଦି ଚିନ୍ତାଧାରା ଉଦ୍ରେକ କରାଇଲେ । ଫ୍ରାନ୍ସ ଓ ଆମେରିକା ବିପ୍ଲବ ଓ ଜର୍ମାନୀ ଏବଂ ଇଟାଲୀର ଏକତ୍ରୀକରଣ ପୁନର୍ବାର ସେହି ଚିନ୍ତାଧାରା ପ୍ରତି ତାଙ୍କର ଆଦରକୁ ଆହୁରି ଦୃଢୀଭୂତ କଲା । କାଭୁର, ଗାରିବାଲଡିଓ ମାଜିନି ସେମାନଙ୍କର ଅତିପ୍ରିୟ ନାୟକ ହେଲେ ସେମାନେ ଭାରତରେ ଏହି ଚିନ୍ତାଧାରାର ଉଦ୍ରେକ ପାଇଁ ଇଚ୍ଛା କଲେ । ମାକ୍ସମୁଲାର ଓ ଆନିବେସାନ୍ତ ଭଳି ପାଶ୍ଚାତ୍ୟ ଚିନ୍ତାନାୟକ ଭାରତୀୟ ପରମ୍ପରା ଓ ସଂସ୍କୃତି ପ୍ରତି ଗର୍ବ ଭାବର ଚେତନା ସୃଷ୍ଟି କରିବା ପାଇଁ ମାତୃଭାଷା ଓ ରଚନାତ୍ମକ କାର୍ଯ୍ୟଗୁଡିକୁ ଉତ୍ସାହିତ କଲେ । ଏହା ଭାରତୀୟମାନଙ୍କୁ ସେମାନଙ୍କର ପ୍ରାଚୀନ ସଂସ୍କୃତିର ପୁନରୁଦ୍ଧାର ପାଇଁ ସକ୍ଷମକଲା । ଆଉମଧ୍ୟ ରାଜନୈତିକ ଜାଗରଣ ଓ ଚିନ୍ତାଧାରାର ବିନିମୟକୁ ଉଦ୍ରେକ କରାଇବା କ୍ଷେତ୍ରରେ ସମ୍ବାଦପତ୍ରର ଭୂମିକା ପ୍ରଣିଧାନର ଯୋଗ୍ୟ । ସମ୍ବାଦ ପତ୍ର ଏବଂ ପତ୍ରିକାଗୁଡିକ ଚିନ୍ତାଧାରା ଓ ସମସ୍ଯାଗୁଡିକରେ ଭାଗ ନେବା ପାଇଁ ସୁଯୋଗ ଆଣିଦେଲା । ସେହିପରି ଉପନ୍ୟାସ, ନାଟକ, କ୍ଷୁଦ୍ରଗଳ୍ପ, କବିତା, ସଙ୍ଗୀତ, ନୃତ୍ୟ, ଅଭିନୟ, କଲା ଓ ଚଳଚିତ୍ର ଆଦି ଏହି ଚିନ୍ତାଧାରାର ପ୍ରସାର କଲା ଓ ଔପନିବେଶିକ ଶାସନ ପ୍ରତି ବିରୋଧାଭାବ ପ୍ରକାଶ କଲା । ସେମାନେ ଲୋକମାନଙ୍କ ଭାଷା କହିଲେ ଓ ସେମାନଙ୍କର ନିତିଦିନିଆ ଜୀବନ, ଆନନ୍ଦ ଓ ଦୁଃଖକୁ ନିଜ ଭିତରେ ସାଇତି ରଖିଲେ । ସମ୍ବାଦପତ୍ର ଓ ପତ୍ରିକା ସହିତ ସେମାନଙ୍କ ଭିତରେ ଆତ୍ମବିଶ୍ଵାସ, ଆତ୍ମସମ୍ମାନ, ସଚେତନତା ଓ ଦେଶାତ୍ମବୋଧ ଭାବର ଉଦ୍ରେକ ହେଲା ଏବଂ ଯାହାଫଳରେ ଜାତୀୟ ସଚେତନତା ଭାବ ଉଦ୍ରେକ ହେଲା ।
କୃଷକମାନଙ୍କର ତ୍ୟାଗକୁ ଅମର ରଖିବା, ୧୮୫୭ର ବିଦ୍ରୋହ ଏବଂ ଅମୃତସରର ଜାଲିୱାନାବାଗରେ ଗଣହତ୍ୟା ପର୍ଯ୍ୟନ୍ତ ସଙ୍ଗୀତର ସୀମା ପରିବ୍ୟାପ୍ତ ଥିଲା । ତାଙ୍କ ଗୀତା ମାଧ୍ୟମରେ ସେ ଯୁଦ୍ଧ ଓ ହିଂସାର ଅର୍ଥହୀନତା ଉଦ୍ଧାର କରିଥିଲେ ଏବଂ ଭାରତର ବିଭାଜନକୁ ବିରୋଧ କରିଥିଲେ ।
ଇଂରେଜମାନେ ସେମାନଙ୍କର ଶାସନକୁ ପ୍ରଭାବଶାଳୀ କରିବା ପାଇଁ ବିଭିନ୍ନ ପ୍ରକାରର କୌଶଳ ଚିନ୍ତା କଲେ । ୱାରେନ୍ ହେଷ୍ଟିଙ୍ଗସ, ଉଇଲିୟମଜୋନ୍ସ, ଦନାଥନ ତୁନକାନ ଓ ଅନ୍ୟମାନଙ୍କ ଭଳି ପୂର୍ବବର୍ତ୍ତୀ ଇଂରେଜ ପ୍ରଶାସକମାନେ ଭାରତର ଅତୀତକୁ ମହିମାନ୍ଵିତ କରିଥିଲେ । ଏହି ପଣ୍ଡିତ ପ୍ରଶାସକମାନଙ୍କୁ ପ୍ରାଚ୍ୟ ଶାସ୍ତ୍ରଜ୍ଞ କୁହାଯାଉଥିଲା । ସେମାନେ ଭାବୁଥିଲେ ଯଦି ସେମାନେ ଭାରତୀୟଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ଭଲ ଭାବରେ ବୁଝିବେ, ଏହା ସେମାନଙ୍କୁ ଭାରତ ଶାସନ କରିବା ପାଇଁ ସୁବିଧାଜନକ ହେବ । ଯେଉଁ ମୁଖ୍ୟ ଅନୁଷ୍ଠାନଗୁଡିକ ସେମାନଙ୍କର ଉଦ୍ୟମ ପାଇଁ ବିଶେଷ ଚିହ୍ନିତ ହୋଇଥିଲେ, ସେଗୁଡିକ ହେଉଛି, ୧୭୮୧ ରେ ୱାରେନହେଷ୍ଟିଙ୍ଗସ୍ ଙ୍କ ଦ୍ଵାରା ପ୍ରତିଷ୍ଠିତ କଲିକତା ମାଦ୍ରାସା, ୧୭୮୪ରେ ଉଇଲିୟମ ଜୋନ୍ସଙ୍କ ଦ୍ଵାରା ପ୍ରତିଷ୍ଠିତ ବନାରସ ସଂସ୍କୃତ ମହାବିଦ୍ୟାଳୟ ଏବଂ ୧୮୦୦ ମସିହାରେ ୱେଲସେଲେଙ୍କ ଦ୍ଵାରା ପ୍ରତିଷ୍ଠିତ ଫୋର୍ଟ ଉଇଲିୟମ କଲେଜ ଏହି ଅନୁଷ୍ଠାନଗୁଡିକ ଯଥା ଆସଏଟିକ ସୋସାଇଟ ଏବଂ ଫୋର୍ଟ ଉଇଲିୟମ କଲେଜ ଭାରତୀୟ ସଂସ୍କୃତି, ଭାଷା ଓ ସାହିତ୍ୟ ଶିକ୍ଷାର ଉପକେନ୍ଦ୍ରରେ ପରିଣତ ହୋଇଥିଲା । ପ୍ରଥମଥର ପାଇଁ ବିଶିଷ୍ଟ ପ୍ରାଚୀନ ସଂସ୍କୃତ ଲେଖକମାନେ ଯଥା କାଳିଦାସ ସାରା ପୃଥିବୀରେ ପରିଚିତ ହେଲେ ଯେତେବେଳେ ତାଙ୍କର ଚିରସ୍ଥାୟୀ ପାଣ୍ଡିତ୍ୟପୂର୍ଣ୍ଣ ଲେଖାକୁ ଇଂରାଜୀରେ ଅନୁବାଦ କରାଗଲା ।
କିପରି ସାମାଜିକ ଓ ଧାର୍ମିକ ସଂସ୍କାର ଆନ୍ଦୋଳନ ଜାତୀୟ ଆନ୍ଦୋଳନରେ ପରିଣତ ହେଲା ? ସଂସ୍କାରମାନଙ୍କର କ୍ରମାଗତ ଉଦ୍ୟମର ସମାଜ ଉପରେ ପ୍ରବଳ ପ୍ରଭାବ ଥିଲା । ଧାର୍ମିକ ପୁନର୍ଗଠନ ଆନ୍ଦୋଳନ ଭାରତୀୟମାନଙ୍କ ମନରେ ଆତ୍ମସମ୍ମାନ, ଆତ୍ମବିଶ୍ଵାସ ଓ ଦେଶପାଇଁ ଗର୍ବ କରିବାର ଭାବନା ଉନ୍ନତ କଲା । ଏହି ସଂସ୍କାର ଆନ୍ଦୋଳନ ଆଧୁନିକ ପୃଥିବୀ ସହ ପରିଚିତ କରାଇବା ପାଇଁ ଅନେଆ ଭାରତୀୟଙ୍କୁ ସାହାଯ୍ୟ କଲା । ସଂସ୍କାରକମାନେ ଅନୁଭବ କଲେ ଯେ, ଆଧୁନିକ ଚିନ୍ତାଧାରା ଓ ସଂସ୍କୃତି ଭଲଭାବରେ ଗ୍ରହଣ କରିହେବ, ଯଦି ସେମାନେ ଭାରତୀୟ ସଂସ୍କୃତି ସ୍ରୋତରେ ନିଜକୁ ସାମିଲ କରିପାରିବେ । ସେ ମଧ୍ୟ ଦେଶର ଅନ୍ୟମାନଙ୍କୁ ଉପଲବ୍ଧି କରିବାକୁ ସାହାଯ୍ୟ କରୁଥିଲେ ଯେ, ସମସ୍ତ ଆଧୁନିକ ଚିନ୍ତାଧାରା ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ବିରୋଧି ନୁହେଁ । ଆଧୁନିକ ଶିକ୍ଷାର ପ୍ରଚଳନ ଭାରତୀୟମାନଙ୍କୁ ବୈଜ୍ଞାନିକ ଓ ଯୁକ୍ତିବାଦୀ ଚିନ୍ତାଧାରା ପ୍ରତି ଆକୃଷ୍ଟ କଲା । ଭାରତୀୟମାନେ ନିଜର ସ୍ଵତନ୍ତ୍ର ପରିଚୟ ପ୍ରତି ସଚେତନ ହେଲେ ଯାହା ପରିଶେଷରେ ସେମାନଙ୍କୁ ଇଂରେଜମାନଙ୍କ ବିରୁଦ୍ଧରେ ଭାରତର ସ୍ଵାଧୀନତା ଆନ୍ଦୋଳନରେ ଏକତ୍ରିତ ଭାବରେ ଲଢିବାକୁ ପ୍ରେରଣା ଦେଇଥିଲା ।
ଭାରତୀୟମାନେ ଇଂରେଜମାନଙ୍କ ଦ୍ଵାରା ପ୍ରଚଳିତ ନୂତନ ଶାସନ ପଦ୍ଧତି ସହ ନିଜକୁ ଖାପାଖୁଆଇବା କଷ୍ଟକର ହେଲା । ଭାରତୀୟମାନଙ୍କୁ ସେମାନଙ୍କର ରାଜନୈତିକ ଅଧିକାର ପ୍ରଦାନ କରାଯାଇନଥିଲା ଏବଂ ବ୍ରିଟିଶ କର୍ମଚାରୀମାନେ ସେମାନନଙ୍କୁ ଘୃଣା ଚକ୍ଷୁରେ ଦେଖୁଥିଲେ । ଭାରତୀୟମାନଙ୍କୁ ସମସ୍ତ ସାମରିକ ଓ ବେସାମରିକ ପ୍ରଶାସନରେ ଉଚ୍ଚପଦବୀରେ ନିଯୁକ୍ତ ଦିଆଯାଉ ନଥିଲା ।
ଇଂରେଜମାନେ ମଧ୍ୟ ଭାରତରେ ଗୋଟିଏ ନୂତନ ପଦ୍ଧତିର ଆଇନ ଓ ବିଚାର ବ୍ୟବସ୍ଥା ପ୍ରବର୍ତ୍ତନ କଲେ । ବିଭିନ୍ନ ସ୍ତରର ରାଜସ୍ୱ ଓ ଫୌଜଦାରୀ ଅଦାଲତ ସ୍ଥାପିତ ହେଲା । ଆଇନଗୁଡିକ ଲିପିବଦ୍ଧ ହେଲା ଏବଂ ବିଚାର ବିଭାଗକୁ ପ୍ରଶାସନିକ ବିଭାଗଠାରୁ ଅଲଗା କରିବା ପାଇଁ ଉଦ୍ୟମ କରାଗଲା । ଭାରତରେ ‘ଆଇନର ଶାସନ’ ପ୍ରତିଷ୍ଠା ପାଇଁ ଉଦ୍ୟମ କରାଗଲା । କିନ୍ତୁ ଏହା କେବଳ ଇଂରେଜମାନଙ୍କୁ ମନମୁଖୀ କ୍ଷମତାର ବ୍ୟବହାର ଏବଂ ଭାରତୀୟମାନଙ୍କର ଅଧିକାର ଓ ସ୍ଵାଧୀନତାରେ ହସ୍ତକ୍ଷେପ କରିବା ପାଇଁ ସାହାଯ୍ୟ କଲା । ଆଇନ ଅଦାଲତଗୁଡିକ ସାଧାରଣ ଲୋକମାନଙ୍କ ପାଇଁ ପ୍ରାୟ ଅପହଞ୍ଚ ଥିଲା । ନ୍ୟାୟ ଗୋଟିଏ ମୁଲ୍ୟବାନ ବିଷୟ ହୋଇଗଲା । ନୂତନ ନ୍ୟାୟିକ ବ୍ୟବସ୍ଥାରେ ଇଉରୋପୀୟ ଓ ଭାରତୀୟମାନଙ୍କୁ ସ୍ଵତନ୍ତ୍ର ଭାବରେ ବିଚାର କରାଯାଉଥିଲା ।
ରାଜନୈତିକ, ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଇଂରେଜ ଶାସନର ପ୍ରତିକୂଳ ପ୍ରଭାବ ଫଳରେ ଭାରତୀୟ ଲୋକମାନଙ୍କର ବିଦେଶୀମାନଙ୍କ ବିରୋଧରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହେଲା । ଏହା ଫଳରେ ସାରା ଦେଶରେ ଅନେକଗୁଡିଏ ଇଂରେଜ ବିରୋଧି ଆନ୍ଦୋଳନ ଆରମ୍ଭ ହେଲା । କୃଷକ ଏବଂ ଆଦିବାସୀମାନେ ଶୋଷଣ କରୁଥିବା ଶାସକମାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ଏ ବିଷୟ ବିଶେଷ ଭାବରେ ପରବର୍ତ୍ତୀ ବିଷୟଗୁଡିକରେ ଆଲୋଚିତ ହେବ । ଇଂରେଜଶାସହନ ସମୟରେ ଭାରତରେ ଘଟିଥିବା ଯେଉଁ ବିପ୍ଳବଗୁଡିକୁ ଲିପିବଦ୍ଧ କରାଯାଇଛି , ଏତେ ସଂଖ୍ୟାରେ ପୂର୍ବରୁ କେବେ ହୋଇନଥିଲା । ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ମଧ୍ୟରେ ୭ଟି ବଡବଡ ଦୁର୍ଭିକ୍ଷର ତାଲିକା କ୍ରାଯାଇଛି, ଯାହାଦ୍ଵାରା ୧୫ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ । ସେହିପରି ଉନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧ ମଧ୍ୟରେ ୨୪ଟି ଦୁର୍ଭିକ୍ଷ ଘଟିଥିଲା ଓ ପ୍ରାୟ ୨୦୦ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟିଥିଲା ସବୁଠାରୁ ଅଧିକ କ୍ଷତିକାରକ ହୋଇଥିଲା ୧୯୪୩ ମସିହାରେ ବଙ୍ଗଳା ଦୁର୍ଭିକ୍ଷ ଯାହାଦ୍ଵାରା ୩ ରୁ ୪ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ । କୃଷକମାନଙ୍କ ଉପରେ ଟିକସ ବୋଝ ଜମିରୁ ଉଚ୍ଛେଦ, ବଙ୍ଗଳା ଦୁର୍ଭିକ୍ଷରୁ ବଞ୍ଚିଯାଇଥିବା ଲୋକ ଏହି ବିଦ୍ରୋହୀ ସନ୍ୟାସୀ ଓ ଫକୀର ଦଳରେ ଯୋଗଦେଲେ । ୧୭୮୩ ମସିହାରେ ବିଦ୍ରୋହୀମାନେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲେ । ସେହିପରି ତାମିଲନାଡୁ, ମାଲବାର ଓ ଆନ୍ଧ୍ରଉପକୂଳର ପୋଲିଗାରମାନେ ଓ ମାଲବାରର ମାପିଲାମାନେ ଔପନିବେଶକୁ ଶାସନ ବିରୁଦ୍ଧରେ ବିଦ୍ରୋହ କଲେ । ଉତ୍ତରଭାରତରେ ପଶ୍ଚିମ ଉତ୍ତର ପ୍ରଦେଶ ଓ ହରିଆନାର ଜାଠମାନେ ୧୮୨୪ରେ ବିଦ୍ରୋହ କଲେ । ମହାରାଷ୍ଟ୍ର ଓ ଗୁଜୁରାଟର କୋଲିସମାନେ ବିଦ୍ରୋହ କଲେ ।
ଦେଶର ବିଭିନ୍ନ ଅଞ୍ଚଳର ଆଦିବାସୀମାନେ ମଧ୍ୟ ବିଦ୍ରୋହ କଲେ କାରଣ ଔପନିବେଶକ ସରକାର ଆଦିବାସୀ ଅଞ୍ଚଳଗୁଡିକରେ ତାଙ୍କର ଅଧିକାର ବଢାଇବାକୁଲାଗିଲେ । ଏହି ଆଦିବାସୀମାନଙ୍କୁ ବିଭିନ୍ନ ପ୍ରକାର ବଳପୂର୍ବକ ଅତ୍ୟାଚାର କରାଯାଉଥିଲା । ଆଦିବାସୀ ନେତାମାନେ ଯଥା ଖଣ୍ଡେଶର ଭିଲମାନେ ଓ ସିଂହଭୂମିର କୋଲିମାନେ ଇଂରେଜ ଶାସନ ବିରୁଦ୍ଧରେ ବିଦ୍ରୋହ କଲେ । ଯାହାହେଉ ଇଂରେଜମାନେ ସେମାନଙ୍କୁ ଅତି ଅମାନୁଷିକ ଭାବରେ ଦମନ କଲେ । ବଙ୍ଗଳା, ବିହାର ଏବଂ ଓଡିଶା ସୀମାରେ ଥିବା ଅତ୍ୟାଚାରିତ ସାନ୍ତାଳମାନେ ମଧ୍ୟ ବ୍ରିଟିଶ ସରକାର ବିରୁଦ୍ଧରେ ବିଦ୍ରୋହ କଲେ କାରଣ ସେମାନେ ସେମାନଙ୍କର ବାସସ୍ଥାନରୁ ଉଚ୍ଛେଦ କରାଗଲା । ସେମାନେ ସେମାନଙ୍କର ସ୍ଵତନ୍ତ୍ର ସରକାର ଗଠନ କଲେ । କିନ୍ତୁ ଇଂରେଜମାନେ ତାଙ୍କ ବିଦ୍ରୋହକୁ ଦମନ କରିଦେଲେ । ଯଦିଓ ଏହି ବିଦ୍ରୋହୀମାନେ ସଫଳ ହେଲେ ନାହିଁ, ସେମାନେ ଔପନିବେଶିକ ଶାସନର ଜନବିରୋଧି ଚରିତ୍ରକୁ ଲୋକଲୋଚନକୁ ଆଣିଲେ । ଏବେ ମଧ୍ୟ ଆମ୍ଭେମାନେ ଆମ ସମାଜରେ ବହୁ ଭେଦଭାବ ଦେଖୁଛୁ । ଅତିକମ୍ ରେ ସମୁଦାୟ ଜନସଂଖ୍ୟାର ଏକତୃତୀୟାଂଶ ବଞ୍ଚିରହିବା ପାଇଁ ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚିତ । ଯଦି ତୁମେ ବର୍ତ୍ତମାନର ଏହି ପରିସ୍ଥିତିକୁ ସ୍ଵାଧୀନତା ସମୟର ପରିସ୍ଥିତି ସହ ତୁଳନା କରିବ, ତେବେ ଆମେ ବହୁତ ଉନ୍ନତି କରିଛୁ କିନ୍ତୁ ତଥାପି ଆମକୁ ଆହୁରି ଦୀର୍ଘ ପଥ ଯିବାକୁ ବାକି ଅଛି ।
କୃଷକ ଓ କାରିଗରମାନଙ୍କର ଆର୍ଥିକ ପତନର ପ୍ରଭାବ ୧୭୭୦ ରୁ ୧୮୫୭ ମଧ୍ୟରେ ହୋଇଥିବା ୧୨ଟି ବୃହତ୍ ଓ ଅନେକ କ୍ଷୁଦ୍ର ଦୁର୍ଭିକ୍ଷରେ ଦେଖିବାକୁ ମିଳିଥିଲା । ଏହି ସମସ୍ତ କାରଣ ଇଂରେଜ ବିରୋଧି ମନୋଭାବ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା ଯାହାକି ସର୍ବଶେଷରେ ୧୮୫୭ର ବିଦ୍ରୋହର ରୂପନେଲା । ଇଂରେଜମାନେ ସାଧାରଣ ଜନତାଙ୍କ ପ୍ରତି ସହାନୁଭୂତିଶୀଳ ନଥିଲେ, ତାଙ୍କୁ ନିଷ୍ଠୁର ଭାବରେ ଶାସନ କରୁଥିଲେ । ସେମାନଙ୍କ ଦ୍ଵାରା କେତେକ ପ୍ରଥା ଓ ପରମ୍ପରାକୁ ଲୋପ କରିବା ପାଇଁ କେତେକ ସଂସ୍କାର କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଗଲା । ତାହାଦ୍ଵାରା ଲୋକମାନେ ଭାବିଲେ ଯେ, ସରକାର ସେମାନଙ୍କୁ ଖ୍ରୀଷ୍ଟିଆନ ଧର୍ମକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି । ଯାହାଫଳରେ ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀର ଶାସନ ବିରୁଦ୍ଧରେ ବହୁ ସଂଖ୍ୟାରେ ବିଦ୍ରୋହ ମୁଣ୍ଡଟେକି ଉଠିଲା । ପରବର୍ତ୍ତୀ ଅଧ୍ୟାୟରେ ତୁମେ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ଜନପ୍ରିୟ ବିଦ୍ରୋହ ବିଷୟରେ ପଢିବା ଏବଂ ସେହି ବିଦ୍ରୋହଗୁଡିକର ପ୍ରକୃତି ଓ ଗୁରୁତ୍ଵ ବିଶ୍ଳେଷଣ କରିବ । ତୁମେ ମଧ୍ୟ ୧୮୫୭ର ବିଦ୍ରୋହ ସମ୍ପର୍କରେ ପଢିବ ଯାହାର ଜାତୀୟ ଆନ୍ଦୋଳନ ଉପରେ ଗଭୀର ପ୍ରଭାବ ଥିଲା । ପ୍ରଥମଥର ପାଇଁ ଏହା ବିଭିନ୍ନ ମତବାଦ, ଧର୍ମ ଓ ଶ୍ରେଣୀର ଲୋକମାନଙ୍କୁ ବ୍ରିଟିଶ ଶାସନ ବିରୁଦ୍ଧରେ ଏକାଠି କରିପାରିଥିଲା । ଏହି ବିଦ୍ରୋହ ଇଷ୍ଟଇଣ୍ଡିଆ କମ୍ପାନୀର ଶାସନର ପରିସମାପ୍ତି ଘଟାଇବା ସହିତ ଭାରତୀୟ ରାଜ୍ୟଗୁଡିକ ପାଇଁ ବ୍ରିଟିଶମାନଙ୍କର ନୀତିରେ ପରିବର୍ତ୍ତନ ଆଣିଲା । ଏହି ବିଦ୍ରୋହର ଗୋଟିଏ ବଡ ଲାଭ ହେଉଛି, ଏହା ଜାତୀୟତାବାଦର ଉଦ୍ରେକ କରାଇଲା । ଭାରତୀୟମାନେ ଦେଶପାଇଁ ଜୀବନ ଦେଇଥିବା ବୀରମାନଙ୍କ ବିଷୟରେ ଜାଣିପାରିଲେ । ଯାହାଫଳରେ ଅନ୍ୟମାନେ ସମୟ ଆସିବା ଯେତେବେଳେ ମୁକ୍ତ ଭାରତରେ ବାସ କରିପାରିବେ । ଏହି ବିଦ୍ରୋହ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ସମ୍ପର୍କଊ ତିକ୍ତ କରିଥିବା କାରଣ ଇଂରେଜମାନେ ବିଭାଜନ ଦ୍ଵାରା ଶାସନ କରିବାର ପଦ୍ଧତି । “Divide and rule” ଗ୍ରହଣ କରିଥିଲେ । ସେମାନେ ଅନୁଭବ କରିଥିଲେ ଯେ, ସେମାନେ ଭାରତରେ ତାଙ୍କର ଶାସନ ଜାରି ରଖିବାକୁ ହେଲେ ହିନ୍ଦୁ ଓ ମୁସଲମାନଙ୍କୁ ଅଲଗା କରିବା ନିହାତି ଜରୁରୀ ।
ଏହି ବିଷୟ ପାଠକଲା ପରେ ତୁମେ ଇଂରେଜ ଶାସନ କିପରି ଭାରତୀୟ ଜୀବନର ପ୍ରତ୍ୟକ ଦିଗକୁ ପ୍ରଭାବିତ କରିଥିଲା ସେ ବିଷୟରେ ସଚେତନ ହୋଇପାରିବ । ଏହି ରାଜନୈତିକ ଅଧିକାର ମଧ୍ୟ ଦୁଇଟି ସମ୍ପୂର୍ଣ୍ଣ ସ୍ଵତନ୍ତ୍ର ସଂସ୍କୃତି ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା । କେତେକ ପରିବର୍ତ୍ତନ ଇଚ୍ଛାମୂଳକ ଭାବେ ପ୍ରବର୍ତ୍ତନ କରାଯାଇଥିଲା । କାରଣ ଇଂରେଜମାନଙ୍କର ରାଜନୈତିକ ଓ ବ୍ୟବସାୟିକ ସ୍ଵାର୍ଥ ଦୃଢୀଭୂତ ହେବ । ଆଉକେତେକ ଥିଲା ଯାହାକି ଭାରତୀୟ ଓ ପାଶ୍ଚାତ୍ୟ ସଂସ୍କୃତିର ସମନ୍ଵୟର ଉପଉପାଦାନ ଥିଲା । ବହୁ ସଂଖ୍ୟାରେ ଇଂରେଜ ଓ ଇଉରୋପୀୟ ଏହି ସମୟରେ ଆମ ଦେଶରେ ବସତି ସ୍ଥାପନ କଲେ । ଯାହା ସାଂସ୍କୃତିକ ପରିବର୍ତ୍ତନ ଆଣିଥିଲା
ଆମେମାନେ ବୁଝିବା ଉଚିତ ଯେ, ଆମର ବର୍ତ୍ତମାନର ଜୀବନ ଆମର ନିକଟ ଅତୀତ ଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହୋଇଥାଏ । ଏହି ନିକଟ ଅତୀତରେ ଇଂରେଜମାନଙ୍କର ଦେଶର ଏକ ବୃହତ ଅଞ୍ଚଳ ଅଧିକାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ । କେତେକ ସାଂସ୍କୃତିକ ଓ ନ୍ୟାୟିକ ପରିବର୍ତ୍ତନ ଘଟୁଛି କାରଣ ଏବେ ମଧ୍ୟ ବ୍ରିଟିଶ ଶାସନ ଆମ ଜୀବନକୁ ପ୍ରଭାବିତ କରୁଛି । ରେଳ, କ୍ଲବଜୀବନ, ରାଷ୍ଟ୍ରପତି ଭାବନା ଭଳି ଆଡମ୍ବରପୂର୍ଣ୍ଣ ପ୍ରାସାଦ ଏବଂ ସାଂସଦ ଭାବନା ଆଦି ଭାରତରେ ବ୍ରିଟିଶ ଶାସନକୁ ସ୍ମରଣ କରାଏ । ଆମେକ ଖାଦ୍ୟପଦାର୍ଥ ଯଥା ରୁଟି, ଚା, କେକ୍ ଯାହା ଆମେ ଏବେ ବ୍ୟବହାର କରୁଛୁ, ତାହା ବ୍ରିଟିଶ ଶାସନ ସମୟର ଇଉରୋପୀୟମାନଙ୍କର ପ୍ରତ୍ଯକ୍ଷ ପ୍ରଭାବର ଫଳ । ତୁମେ ଜାଣିଲେ ବିସ୍ମିତ ହେବ ଯେ, ବହୁ ସଂଖ୍ୟାରେ ପୋଷାକ ଯାହା ଭାରତର ସହରାଞ୍ଚଳରେ ବ୍ୟବହୃତ ହେଉଛି, ତାହା ଇଂରେଜ ଶାସନ ସମୟରେ ଗ୍ରହଣ କରାଯାଇଥିଲା । ଉଦାହରଣ ସ୍ୱରୂପ ଟ୍ରାଉଜର, କୋର୍ଟ, ଟାଇ ପ୍ରଭୃତି । ଭାରତୀୟ ବେସାମରିକ ସେବାର ପ୍ରଚଳନ ଏହି ସମୟରେ ଆରମ୍ଭ ହୋଇଥିଲା । ଭାରତୀୟ ସେନାବାହିନୀରେ ଏବେ ମଧ୍ୟ ଇଉରୋପୀୟ ତାଲିମ ଓ ସଂସ୍କୃତିର କେତେକ ଦିଗ ପ୍ରଚଳିତ ରହିଛି । ଆମର ଶିକ୍ଷାଦାନ ଓ ଶିକ୍ଷାର ମାଧ୍ୟମରେ ମଧ୍ୟ ଇଂରାଜୀର ପ୍ରାଧାନ୍ୟ ରହୁଛି । ଦେଶର ଉଚ୍ଚତମ ଓ ଉଚ୍ଚନ୍ୟାୟାଳୟ ତାଙ୍କର ରାୟ ମଧ୍ୟ ଇଂରାଜୀରେ ପ୍ରଦାନ କରୁଛନ୍ତି । ଏହି ଭାଷା ଇଂରେଜ ଶାସନରୁ ଉତ୍ତରାଧିକାର ସୂତ୍ରରେ ଆମେ ପାଇଛୁ । ଏବଂ ନିଜ ଦେଶରେ ଚାକିରୀ ପାଇବା ପାଇଁ ଭାରତୀୟମାନଙ୍କର ସାଧାରଣ ଭାଷା ଭବାରେ ରହିଆସିଛି ।
ଆଧାର : ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ
Last Modified : 12/11/2019