ସେଆର କରନ୍ତୁ

ମୃତ୍ୟୁର ଖେଳ

ବ୍ଲୁ ହ୍ଵେଲ ( ନୀଳ ତିମି) ଖେଳ ବା ବ୍ଲୁ ହ୍ଵେଲ ଟାଲେଞ୍ଜ ଗେମକୁ ନେଇ ଏବେ ବିଶ୍ଵବ୍ୟାପୀ ଖୁବ୍ ଚର୍ଚ୍ଚା ।

ଉପକ୍ରମ

ଆଜିର ଯୁଗରେ ଯୁବପିଢି ନିଜ ଦୁନିଆରେ ନିଜକୁ ରାଜା ବୋଲି ମନେକରୁଛି । ବାପାମା' , ଅଭିଭାବକଙ୍କ ସତର୍କ ଦୃଷ୍ଟି ଅଭାବରୁ ଯୁବପିଢି ଗଢୁଛନ୍ତି ନିଜର ଏକ ସ୍ଵତନ୍ତ୍ର ଦୁନିଆ । ଏଠାରେ ଭଲମନ୍ଦର ବିଚାର ପରିବର୍ତ୍ତେ ଉନ୍ମାଦନାର ବଶବର୍ତ୍ତୀ ହୋଇ ବିପଦକୁ ବରଣ କରିବାକୁ ସେମାନେ ପଛାଉନାହାଁନ୍ତି । ପୁଣି ଅନ୍ୟ ଆଗରେ ନିଜକୁ ସ୍ଵତନ୍ତ୍ର ଭାବେ ଉପସ୍ଥାପନ କରିବା, ଅନ୍ୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ଯୁବପିଢିଙ୍କ ମଧ୍ୟରେ ଏକ ଭିନ୍ନ ଧରଣର ପ୍ରବଣତା ବଢିଯାଇଛି । ଏହାର ପରିଣାମ ବ୍ଲୁ  ହ୍ଵେଲ ଚାଲେଞ୍ଜ ଭଳି ମାରାତ୍ମକ ଖେଳ ହେଉ ବା ବିପଜ୍ଜନକ ସେଲଫି ଉଠାଇବା ହେଉ କିମ୍ବା ବେପରୁଆ ଗାଡି ଚାଳନା ହେଉ ବା ଡ୍ରଗ୍ସ ତମାଖୁ ସେବନ କରିବା ହେଉ; ‘ଏସବୁ ଯିବାପିଢୀକୁ ମୃତ୍ୟୁ ଆଉକୁ ବାଟ କଢାଇ ନେଉଛି ।

ବ୍ଲୁ ହ୍ଵେଲ ଚାଲେଞ୍ଜ

ବ୍ଲୁ ହ୍ଵେଲ ( ନୀଳ ତିମି) ଖେଳ ବା ବ୍ଲୁ ହ୍ଵେଲ ଟାଲେଞ୍ଜ ଗେମକୁ ନେଇ ଏବେ ବିଶ୍ଵବ୍ୟାପୀ ଖୁବ୍  ଚର୍ଚ୍ଚା ।ଭୟାବହ ପରିମାଣ ଲାଗି ଏହି ଖେଳ ଏବେ’ ଆତଙ୍କ ପାଲଚିଛି । ଓଡିଶା ମଧ୍ୟ ଏଥିରୁ ବାଦ ପଡିନି । ବ୍ଲୁ ହ୍ଵେଲ ଚାଲେଞ୍ଜ ଏକ ଇଣ୍ଟରନେଟ୍ ଖେଳ । ଏହି ଖେଳ ଏକ ଶୃଙ୍ଖଳାରେ ହୋଇଥାଏ: ଯେଉଁ ଥିରେ ଖେଳାଳିଙ୍କୁ ୫୦ ଦିନ ମଧ୍ୟରେ ଅନେକ କାର୍ଯ୍ୟ ଆବଣ୍ଟିତ କରାଯାଇଥାଏ । ଏହି ସମୟରେ ଖେଳାଳିଙ୍କୁ ନିଜ ଶରୀର ପ୍ରତି କ୍ଷତି ପହଞ୍ଚାଇବାକୁ, ଭୟଙ୍କର ଭିଡିଓ ଦେଖିବାକୁ କୁହାଯାଏ । ଏହି ଭୟଙ୍କର ଖେଳ ଖେଳିବାବେଳେ ଦିଆଯାଇଥିବା ଟାସ୍କ ବା କାର୍ଯ୍ୟକୁ ପୂରଣ କରିଥିବାର ପ୍ରମାଣ (ଫଟୋ ଉଠାଇ ବା ଭିଡିଓ ଜରିଆରେ) ଖେଳାଳିଙ୍କୁ ତାଙ୍କ ଖେଳ ପରିଚାଳକ ବା କ୍ୟୁରେଟର (ହ୍ଵେଲ କୁହାଯାଏ)ଙ୍କ ନିକଟକୁ ପଠାଇବାକୁ ହୁଏ । ବ୍ଲୁ ହ୍ଵେଲ ଖେଳ ଏବେ ବିଶ୍ଵରେ ୨୦୦ରୁ ଅଧିକ ଯୁବକ ଓ ଯୁବତୀଙ୍କ ପ୍ରାଣ ନେଲାଣି। ଓଡ଼ିଶାରେ ମଧ୍ୟ ବ୍ଲୁ ହ୍ଵେଲ ଖେଳକୁ ନେଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ  ହୋଇଛି । ଏହାଛଡା ଆଉ କଛ ଯୁବକଙ୍କୁ ଅଳ୍ପକେ ମୃତ୍ୟୁମୁଖରୁ ଉଦ୍ଧାର କରାଯାଇଛି । ଏହା ଏବେ ସରକାର,ଅଭିଭାବକଙ୍କ ଲାଗି ଚିନ୍ତାର କାରଣ ହୋଇଛି । ଆସନ୍ତୁ ଜାଣିବା ଏହି ‘ବ୍ଲୁ ହ୍ଵେଲ ଖେଳ’ର ଅର୍ଥ କ’ଣ? ବେଳାଭୂମିରେ ମରିପଡିଥିବା ବ୍ଲୁ ହ୍ଵେଲ ବା ନୀଳ ତିମି ସହିତ ଏହି ଖେଳର ଅର୍ଥ ସଂଶ୍ଲୀଷ୍ଟ ରହିଛି । ସମୁଦ୍ର ବେଳାଭୂମିରେ ମୁଖ୍ୟତଃ ତିମିଗୁଡିକ ଜଳାଭାବରୁ ବା ଜୁଆରରେ ପିଟି ହୋଇ ମରିଥାନ୍ତ । ତେଣୁ ଏହାକୁ ତିମିର ଆତ୍ମହତ୍ୟା ଭାବେ ବିଚାର କର ଉକ୍ତ ଖେଳର ପରିକଳ୍ପନା କରାଯାଇଛି ।

ଉତ୍ପତ୍ତି

ବ୍ଲୁ ହ୍ଵେଲ ଖେଳର ଉତ୍ପତ୍ତି ୨୦୧୩ରେ ରୁଷିଆରେ ହୋଇଥିଲା। ରୁଷିଆର ବୃହତ୍ତମ ସୋସିଆଲ ନେଟୱାର୍କ ‘ଭୋନତାକତେ ରେ ‘ଡେଥ ଗ୍ରୁପ ଭାବେ ପରିଚିତ ‘ଏଫ ୫୭' ଦ୍ଵାରା ବ୍ଲୁ ହ୍ଵେଲ ଖେଳ ପ୍ରସାର କରାଯାଇଥିଲା । ୨୦୧୫ ରେ ଏହି ଖେଳ ଜରିଆରେ ପ୍ରଥମ ଆତ୍ମହତ୍ୟା ଘଟଣା ସାମନାକୁ ଆସିଥିଲା । ବିଶ୍ଵବିଦ୍ୟାଳୟରୁ ତଡାଖାଇଥିବା ଜଣେ ପୂର୍ବତନ

ମନସ୍ତତ୍ତ୍ଵ ଛାତ୍ର ଫିଲିପ ବୁଦେଇକିନ୍ ଏହି ଖେଳ ତିଆରି କରିଥିବା କୁହାଯାଉଛି । ୧୬ଜଣ ଯୁବକ/ଯୁବତୀଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗରେ ବୁଦେଇକିନଙ୍କୁ ଗିରଫ କରାଯିବା ପରେ ତାଙ୍କୁ ୩ ବର୍ଷ କାରାଦଣ୍ଡ ହୋଇଛି ।

ବିଶ୍ୱରେ ଆତଙ୍କ

୨୦୧୭ ଜୁଲାଇ ୩୦ରେ ଭାରତରେ ବ୍ଲୁ ହ୍ଵେଲ  ଖେଳ ଜନିତ ପ୍ରଥମ ଆତ୍ମହତ୍ୟା ଘଟଣା ସାମନାକୁଆସଥିଲା| ମୁମ୍ବଇରେ ଜଣେ ୧୪ ବର୍ଷର ବାଳକ ୭ ମହଲାରୁ କୋଠାରୁ ଡେଇଁପଡ ପ୍ରାଣ ହରାଇଥିଲେ । ଏହାପରେ ଦେଶର ବିଭିନ୍ନ ରାଜ୍ୟରେ ବ୍ଲୁ ହ୍ଵେଲ  ଖେଳ ଆତଙ୍କ ସୃଷ୍ଟି କରିଛି । ଏହି ଘଟଣା ପରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଗୁଗଲ, ଫେସବୁକ, ହ୍ଵାଟସଆପ, ଇନଷ୍ଟାଗ୍ରାମ ଓ ୟାହୁକୁ ଉକ୍ତ ଖେଳ ସହିତ ଲିଙ୍କ ବିଚ୍ଛିନ୍ନ କରିବାକୁ ନିର୍ଦ୍ଦେଶ ଦେଇଛି । ରୁଷିଆର ଡୁମା (ପାର୍ଲାମେଣ୍ଟ)ରେ ମେ ୨୬ରେ ଏକ ବିଲ ଗୃହୀତ କରାଯାଇ ସୋସିଆଲ ମିଡିଆରେ ଆତ୍ମହତ୍ୟା ସପକ୍ଷବାଦୀ ଗ୍ରୁପ ଗଠନ ଉପରେ କଟକଣା ଜାରିକରାଯାଇଛି । ନାବାଳକଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଲେ ୬ ବର୍ଷ କାରାଦଣ୍ଡ ଦିଆଯିବ ବୋଲି ରୁଷିଆର ନୂଆ ନିୟମରେ ବ୍ୟବସ୍ଥା କରାଯାଇଛି । ଆମେରିକାରେ ଜୁଲାଇ ୮ରେ ଟ୍ରେକ୍ସାସରେ ଜଣେ ୧୫ ବର୍ଷର ବାଳକୁ ବ୍ଲୁ ହ୍ଵେଲ  ଖେଳ ଜରିଆରେ ଆତ୍ମହତ୍ୟା କରିବା ଘଟଣା ପ୍ରଥମ କରି ସାମମାକୁ ଆସଥିଲା। ଏହାଛଡା ବ୍ରାଜଲ, ଆର୍ଜେଣ୍ଟିନା, ଇଟାଲୀ, ଚୀନ ଆଦି ରାଷ୍ଟ୍ରରେ ଅନେକ ପଲା ବୁ ହ୍ଵେଲ ଖେଳର ଶକାର ହେଲେଣ। ପର୍ତ୍ତୃଗାଲରେ କେବଳ ୯୦ଜଣ ବ୍ଲୁ ହ୍ଵେଲ ଗେମର ଶକାର ହୋଇଛନ୍ତୁ ।

ବ୍ଲୁ ହ୍ଵେଲ  ଗେମ୍ ରେ ଖେଳାଳଙ୍କୁ ଦିନରେ ୫୦ଟି ଟାସ୍କା ଦିଆଯାଏ । କୌଣସି ଖେଳାଳି ଅଧାରୁ ଖେଳ ଛାଡଲେ ଖେଳ ପରିଚାଳିନା କରୁଥିବା ହାକର ଖେଳାଳିକୁ ବା ତା’ର ପରିବାରକୁ ମାରିବାକୁ ଧମକ ଦେଇଥାଏ । ତେଣୁ ଖେଳାଳି ଥରେ ଏହି ଖେଳ ଆରମ୍ଭ କଲେ ୫୦ଟି ଟାସ୍କକୁ ଶେଷ ନକରିବା ପର୍ଯ୍ୟନ୍ତ ଅଟକିନଥାଏ । ଖେଳ ଆରମ୍ଭ କରିବା ମାତ୍ର ହାକର ତୁମ ମୋବାଇଲକୁ ୧୦ ସେକେଣ୍ଡରେ ହାକ କରିନେଇଥାଏ । ଏପରିସ୍ଥଳେ ଅଜଣା ଲିଙ୍କକୁ ଖୋଲିବା ଉଚିତ ନୁହେଁ । ଏହାଛଡା ୧୧ରୁ ୧୯ ବର୍ଷ ମଧ୍ୟରେ ଯେଉଁ ପିଲା ଇଣ୍ଟରନେଟ ବ୍ୟବହାର କରୁଛନ୍ତି ସେମାନଙ୍କୁ ହ୍ଵାଟସଆପ ବା ଫେସବୁକରେ ଯଦି କେହି ବ୍ଲୁ ହ୍ଵେଲ ଗେମର ଲିଙ୍କ ପଠାନ୍ତି ତାହାକୁ ଆଦୌ ଗ୍ରହଣ ନକରିବାକୁ ଅଭିଭାବକ ସତର୍କ କରାଇବା ଉଚିତ । ଆବଶ୍ୟକ ନଥିବାବେଳେ ପଳାଙ୍କୁ ମୋବାଇଲ ନଦେବା ଉଚିତ । କାରଣ ବ୍ଲୁ  ହ୍ଵେଲ ଖେଳ ପ୍ରଥମେ ଏକ ମୋବାଇଲ ନମ୍ବରରୁ ହିଁ ଆରମ୍ଭ ହୁଏ ।

ବ୍ଲୁ ହ୍ଵେଲ ଖେଳ ୫୦ ଦିନରେ ୫୦ ଟାସ୍କ

  1. ପ୍ରଥମେ ବ୍ଲେଡ ରେ ହାତକୁ କାଟି ‘ଏଫ୫୭' ଲେଖି ତାହାର ଫଟୋକୁ କ୍ୟୁରେଟରଙ୍କ ପାଖକୁ ପଠାଇବାକୁ ହୁଏ ।
  2. ଭୋର ୪ଟା ୨୦ ରେ ଉଠି କ୍ୟୁରେଟର ପଠାଇଥିବା ମନୋବିକୃତିକାରୀ ଓ ଭୟଙ୍କର ଭିଡିଓ ଦେଖିବାକୁ ହୁଏ ।
  3. ବ୍ଲେଡ ରେ ହାତରେ ୩ଟି ଅଗଭୀର ଧାର କାଟି ଏହାର ଫଟୋ ପଠାଯାଏ ।
  4. କାଗଜରେ ତିମିର ଚିତ୍ର ଆଙ୍କି ଏହାର ଫଟୋ ପଠାଯାଏ ।
  5. ଯଦି ତୁମେ ଏକ ତିମି ହେବାକୁ ପ୍ରସ୍ତୁତ ତେବେ ଗୋଡରେ କାଟି “ୟେସ' (ହଁ,) ଲେଖିବାକୁ ହୁଏ । ଯଦି ନୁହେଁ; ତେବେ ନିଜ ଶରୀରକୁ ଅନେକ ଥର କାଟିବାକୁ ହୁଏ ।
  6. ଏଥର ଗୁପ୍ତରେ କାମ କରାଯାଏ ।
  7. ହାତରେ "ଏଫ୪୦' କାଟି ଏହାର ଫଟୋକୁ ପଠାଯାଏ ।
  8. ଭୋନତାକତେ ଷ୍ଟାଟସରେ ‘ ମୁଁ ଜଣେ ହ୍ଵେଲ  ବା ତିମି' ଟାଇପ କରିବାକୁ ହୁଏ ।
  9. ଭୟରୁ ଊର୍ଦ୍ଧ୍ଵକୁ ଆସିବାକୁ କୁହାଯାଏ ।

10. ଭୋର ୪ଟା ୨୦ ରେ ଉଠି ଛାତକୁ ଯିବାକୁ ହୁଏ ।

11. ହାତରେ ତିମି ଆକୃତିକୁ କାଟି ଏହାର ଫଟୋ ପଠାଯାଏ ।

12. ଦିନସାରା ଭୟଙ୍କର ଭିଡିଓ ଦେଖିବାକୁ ହୁଏ ।

13. କ୍ୟୁରେଟର ପଠାଇଥିବା ସଙ୍ଗୀତ ଶୁଣିବାକୁ ହୁଏ ।

14. ଓଠକୁ କାଟିବାକୁ ହୁଏ ।

15. ହାତକୁ ଛୁଞ୍ଚିରେ ଅନେକ ଥର ଫୁଟାଇବାକୁ ହୁଏ ।

16. ନିଜକୁ କଷ୍ଟ ଦେଇ ଅସୁସ୍ଥ ହେବା ଭଳି କାର୍ଯ୍ୟ କରାଯାଏ ।

17. ଛାତକୁ ଯାଇ ଦାଢରେ କିଛି ସମୟ ଠିଆ ହେବାକୁ ହୁଏ ।

18. କୌଣସି ବ୍ରିଜ ଉପରକୁ ଯାଇ ଦାଢ଼ରେ ଠିଆ ହେବାକୁ ହୁଏ ।

19. କ୍ରେନ ଉପରେ ଚଢିବାକୁ କିମ୍ବା ଏଥିତ୍ପାଇଁ ପ୍ରୟାସ କରିବାକୁ ହୁଏ ।

20. ପ୍ରତି ଯୋଗୀ ସତରେ ଟାସ୍କ ଗୁଡକୁ ପୂରଣ କରୁଛନ୍ତି କି ନାହିଁ କ୍ୟୁରେଟର ସମୀକ୍ଷା କରନ୍ତି ।

21. ଅନ୍ୟ ଜଣେ ତିମି' ସହିତ (ଅନ୍ୟ ଜଣେ ଖେଳାଳି) ବା କ୍ୟୁରେଟରଙ୍କ ସହିତ ସ୍କାଏପେ ଜରିଆରେ କଥା ହେବାକୁ ହୁଏ ।

22. ଛାତକୁ ଯାଇ ଦାଢରେ ଗୋଡ ତଳକୁ ଓହଳାଇ ବସିବାକୁ ହୁଏ ।

23. ଆଉ ଏକ ଟାସ୍ତ୍ର, ଗ୍ରୁପରେ ଦିଆଯାଏ ।

24. ଗୁପ୍ତ କାର୍ଯ୍ୟ କରାଯାଏ ।

25. ପୁଣି ଥରେ ‘ଜଣେ ତିମି' ସହ କଥାବର୍ଭା କରାଯାଏ ।

26. କ୍ୟୁରେଟର ଖେଳାଳିଙ୍କୁ ତାଙ୍କ ମୃତ୍ୟୁର ଦିନ କହନ୍ତି ଏବଂ ଏହାକୁ ଖେଳାଳିଙ୍କୁ ଗ୍ରହଣ କରିବାକୁ ହୁଏ ।

27.  ଭୋର ୪ଟା ୨୦ ରେ ଉଠି ନିକଟସ୍ମ କୌଣସି ରେଳ ଧାରାଣାରେ ଚାଲିବାକୁ ହୁଏ ।

28.  ଦିନତମାମ କାହା ସହିତ କଥାବାର୍ଭା କରାଯାଏନା ।

29. ମୁଁ ଜଣେ ଡିମି’ ବୋଲି ଶପଥ ନେବାକୁ ହୁଏ ।

30. ରୁ 49.  ପ୍ରତିଦିନ ଭୋର ୪ଟା ୨୦ ରେ ଉଠି ଭୟାନକ ଭିଡିଓ ଦେଖିବାକୁ ହୁଏ । କ୍ୟୁରେଟର ପଠାଇଥିବା ସଙ୍ଗୀତ ଶୁଣିବାକୁ ହୁଏ । ୩୦ ରୁ ୪୯ ଦିନ ମଧ୍ୟରେ ପ୍ରତିଦିନ ଗୋଟିଏ ଲେଖାଏଁ

ସ୍ଥାନକୁ କାଟି ତାହାର ଫଟୋ ପଠାଯାଏ ।

50.  ଉଚ୍ଚାକୋଠାରୁ ଡେଇଁ ଜୀବନ ହାରିବାକୁ କୁହାଯାଏ ।

ଆଉ କିଛି ମାରାତ୍ମକ ଖେଳ

ଦ ‘ଘୋଷ୍ଟ ପିପର' ଚାଲେଞ୍ଜ :

ଏହି ଖେଳକୁ ଲଙ୍କାମରିଚ ଚାଲେଞ୍ଜ ଭାବେ ବିବେଚନା କରାଯାଏ ଏହି ଖେଳରେ ଭୂତ ଜୋଲକିଆ ବା ଘୋଷ୍ଟ ପିପରକୁ ପ୍ରୟୋଗ କରାଯାଏ । ୨୦୦୭ରେ ଗିନିଜ ୱାର୍ଲଡ ରେକର୍ଡରେ ଭୂତ ଜୋଲକିଆକୁ ବିଶ୍ଵର ସବୁଠୁ ରାଗ ଲଙ୍କା ମରିଚକୁ ଭାବେ ଗ୍ରହଣ କରାଯାଇଛି । ଏହି ଖେଳରେ ଖେଳାଳି ପାଟିରେ ଲଙ୍କା ମରିଚକୁ ପୁରାଇ ରଖନ୍ତି ଏବଂ କିଏ କେତେ ସମୟ ରଖିପାରିବ ତାହାକୁ ରେକର୍ଡ କରନ୍ତି । ଫଳରେ ଜଣେ ଖେଳାଳି ପାଟିରେ ତୀବ୍ର ଜ୍ଵଳନ ଅନୁଭବ କରିଥାନ୍ତି । ଏହାଦ୍ଵାରା ବେଳେବେଳେ ଖେଳାଳି ଚେତା ହରାଇବସନ୍ତି । ଫଳରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ଭି ହେବାକୁ ପଡେ । ଡାଳଚିନ ଚାଲେଞ୍ଜ : ଏହି ଖେଳରେ ପ୍ରତିଯୋଗୀଙ୍କୁ ଗୋଟିଏ ଚାମଚ ବା ଏହାଠାରୁ ଅଧିକ ଡାଲଚିନ ଗୁଣ୍ଡକୁ ବିନା ପାଣିରେ ଗିଳିବାକୁ ହୋଇଥାଏ । ଅନେକ ସମୟରେ ପ୍ରତିଯୋଗୀ ଶ୍ଵାସରୁଦ୍ଧ ହୋଇ ପ୍ରାଣ ହରାଇଥାନ୍ତି ।

ଦ ଚୋକି° ଚାଲେଞ୍ଜ :

ଏହି ଖେଳ ଆମେରିକାର ଯୁବାଙ୍କ ମଧ୍ୟରେ ବେଶ ପ୍ରଭାବ ବିସ୍ତାର କରୁଛି । ଏହି ଖେଳରେ ଖେଳାଳିମାନେ ବିଶ୍ଵାସ କରନ୍ତି । ମସ୍ତିଷ୍କକୁ ଅମ୍ଳଜାନ ଯୋଗାଣ ବନ୍ଦ କରିଦେଲେ ସାମୟିକ ଉତ୍ସାହ ଅନୁଭବ କରିପାରିବେ । ଏଭଳି ମାରାତ୍ମକ ଖେଳ ଯୋଗୁଁ ଆମେରିକାରେ ପ୍ରତିବର୍ଷ ୨୫୦ ରୁ ୧୦୦୦ ଯୁବକ-ଯୁବତୀ ପ୍ରାଣ ହରାଉଛନ୍ତି ।

ବରଫ-ଲୁଣ ଚାଲେଞ୍ଜ :

ଏହି ଖେଳରେ ପ୍ରତିଯୋଗୀଙ୍କ ଶରୀରରେ ପ୍ରଥମେ ଲୁଣ ବୋଳି ଦିଆଯାଏ । ଏହାପରେ ବରଫ ରଖିଦିଆଯାଏ । ବରଫ ଓ ଲୁଣ ମିଶ୍ରଣରେ ଶରୀରରେ ଭୀଷଣ ଜ୍ଵାଳା ସୃଷ୍ଟି ହୁଏ । ଖେଳବେଳେ  କିଏ ଅଧିକ ସମୟ ଏହି ଜ୍ଵାଳା ସହିପାରିବ  ତାହାର ରେକର୍ଡ କରାଯାଏ । ବରଫ, ଲୁଣ ଓ ପାଣିର ମିଶ୍ରଣ ଜୀବନ ନାଶକ ହୋଇଥାଏ । ଏହି ମିଶ୍ରଣ। ଶରୀରରେ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟର ଜ୍ଵାଳା ସୃଷ୍ଟି କରେ ।

କାର ସଫିଙ୍ଗ ଚାଲେଞ୍ଜ :

ଏହି ଖେଳ ଅତି ମାରାତ୍ମକ । ଏଥିରେ କାରର ଛାତ ବା ବମ୍ପର ବା ହୁଡ ଉପରେ ଖେଳାଳିଙ୍କୁ ‘ସର୍ପିଙ୍ଗ’ କରିବାକୁ ହୁଏ । ‘ସର୍ପିଙ୍ଗ’ ହେଉଛି ପ୍ରକୃତରେ ସମୁଦ୍ରର ଲହଡିରେ ଖେଳଯାଉଥିବା ଏକ ଖେଳ; ଯେଉଁଥିରେ ଖେଳାଳିଙ୍କୁ ଭାରସାମ୍ୟ ରଖିବାକୁ ହୁଏ । କିନ୍ତୁ କାର ସର୍ପିଙ୍ଗ ଚାଲେଞ୍ଜରେ ଚଳନ୍ତା କାର ଉପରେ ଖେଳାଳିଙ୍କୁ ସୋଫା, ସ୍କେଟବୋର୍ଡ ବା ଅନ୍ୟ କିଛି ଜିନିଷ ଉପରେ ଭାରସାମ୍ୟ ରଖି ରହିବାକୁ ହୁଏ । ଏଭଳି ଖେଳରେ ଅନେକ ସମୟରେ ଖେଳାଳି ପଡିଯାଇ ଗୁରୁତର ଆଘାତପ୍ରାପ୍ତ ହୁଅନ୍ତି ବା ପ୍ରାଣ ହରାନ୍ତି ।

ବାଇକ୍ ଷ୍ଟାଣ୍ଟ:

ଏହି ଖେଳରେ ଦୁଃସାହସିକ କାରନାମା କରିବାକୁ ହୁଏ । ଯେପରିକି ଟ୍ରେନ ଆସିବାର କିଛି ସମୟ ପୂର୍ବରୁ ରେଳ ଧାରଣାକୁ ବାଇକରେ ଅତିକ୍ରମ କରିବାକୁ ହେବ, ଭିଡ ରାସ୍ତାରେ ଜୋରରେ ଚଳାଇ ଲକ୍ଷ୍ୟସ୍ଥଳରେ ପହଞ୍ଚୁବାକୁ ହେବ, ହାତଛାଡି ବାଇକ ଚଳାଇବାକୁ ହେବ, ବାଇକରେ ଲମ୍ପ ଦେବାକୁ ହେବ ଆଦି ବିପଜ୍ଜନକ ଟାସ୍କ ରଖାଯାଏ । ଏହା ଅନେକ ସମୟରେ ଅକାଳ ମୃତ୍ୟୁକୁ ଡାକିଥାଏ ।

ଆଧାର: ବିକାଶପେଡିଆ ଟିମ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top