ସେଆର କରନ୍ତୁ

ରାମକୃଷ୍ଣ ନନ୍ଦ

ସାହିତ୍ୟକଙ୍କ ରାମକୃଷ୍ଣ ନନ୍ଦ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ରାମକୃଷ୍ଣ ନନ୍ଦ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟକ ଓ ଗୀତିକାର । ସେ ଛାପାଖାନା ଓ ମୁଦ୍ରଣାଳୟ ପ୍ରତିଷ୍ଠା କରି, ବହୁ ଓଡ଼ିଆ ପୁସ୍ତକ ଓ ପତ୍ରିକା ପ୍ରକାଶନା କରିଥିଲେ । ତାଙ୍କ ରଚିତ ଆହେ ଦୟାମୟ ବିଶ୍ଵ ବିହାରୀ ଓଡ଼ିଶାର ବହୁ ବିଦ୍ୟାଳୟରେ ପ୍ରାର୍ଥନା ଭାବରେ ଗାନ କରାଯାଏ ।

ଜୀବନକାଳ

ରାମକୃଷ୍ଣ , ୧୯୦୬ ମସିହା ଫେବୃଆରୀ ୨୫ତାରିଖରେ କଟକ ଗୋବିନ୍ଦପୁର ଅନ୍ତ୍ରର୍ଗତ ବାଇରୋଇଠାରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା । ସେଥିଯୋଗୁ, ରାମକୃଷ୍ଣଙ୍କୁ ପାଠ ପଢିବା ଛାଡି ଚାକିରି କରିବାକୁ ପଡିଥିଲା ।

ମାଟ୍ରିକ ପାସ କରିବା ଆଗରୁ ତାଙ୍କର ବାହାଘର ହୋଇ ଯାଇଥିଲା । ବିବାହ ପରେ ଚାକିରି ଛାଡି, ପୁଣି ପାଠ ପଢିବା ଆରମ୍ଭ କରିଥିଲେ । ସ୍ନାତକୋତ୍ତର ପାଠ ପଢିଥିଲେ ସୁଦ୍ଧା ଅଭାବ ଅନଟନ ଯୋଗୁ ସମାପ୍ତ କରି ପାରିନଥିଲେ ।

ସାହିତ୍ୟ ସର୍ଜନା

୧୯୪୬ ମସିହାରେ, ରାମକୃଷ୍ଣ କଟକ ତଳ ତେଲେଙ୍ଗା ବଜାରରେ ଜାଗା କିଣି ଘର ତିଆରି କରିଥିଲେ ଓ ସେଠାରେ "ପାରିଜାତ" ଛାପାଖାନା ବସେଇଥିଲେ ।

ଏହା ଏକ ବିବାଦିୟ ପରିସ୍ଥିତିରେ ବନ୍ଦ ହୋଇଥିଲା ଓ ତା ପରେ ରାମକୃଷ୍ଣ "ସଂସାର ପ୍ରେସ" ସ୍ଥାପନା କରିଥିଲେ । ୧୯୫୧ ମସିହାରେ ଏହି ପ୍ରେସରୁ "ସଂସାର" ପତ୍ରିକା ପ୍ରକାଶନ ଆରମ୍ଭ କରାଗଲା । ପାଠ୍ୟ ପୁସ୍ତକର ଜାତୀୟ କରଣ ପୂର୍ବରୁ, ସେ ବହୁ ପୁସ୍ତକ ଛାପିଥିଲେ ।

୧୯୩୩ ମସିହାରେ ବାରିପଦାରେ ଶିକ୍ଷକତା କରୁଥିବା ସମୟରେ, ସେ "ଆହେ ଦୟାମୟ ବିଶ୍ଵ ବିହାରୀ" ରଚନା କରିଥିଲେ ।

ରଚନାବଳୀ

  • ୧୯୩୦ – ତୁଳସୀଦାସ
  • ୧୯୩୧ – ତୁଳସୀଦାସ ଦୋହାବଳୀ
  • ୧୯୩୩ – ପ୍ରତିଧ୍ଵନୀ
  • ୧୯୩୪ – ୩୭ – ସାହିତ୍ୟ ସୋପାନ (ପାଠ ବହି)
  • ୧୯୩୮ – ସାହିତ୍ୟ ବୋଧ (ପାଠ ବହି)
  • ୧୯୪0 – ରଚନା ଦର୍ପଣ (ପାଠ ବହି)
  • ୧୯୪୪ – ୪୫ – ପାଠ ସୋପାନ (ପାଠ ବହି)
  • ୧୯୩୬–୪୬ – ସଂଗ୍ରାମ ଓ ସାଧନା (ଭାଗ ୧ ଓ ୨)
  • ୧୯୪୮ – ଡନ କ୍ଵିକ୍ସୋଟ (ଅନୁବାଦ)
  • ୧୯୪୯ – ବିଜ୍ଞାନ କୁହୁକ
  • ୧୯୬୨ – ବିଶ୍ଵ ପରିଚୟ (ଓଡ଼ିଆ ଭାଷାକୋଷ)
  • ୧୯୬୯ – ଜୀବନ ତରଙ୍ଗ
  • ୧୯୭୫ – ଝୁମୁକା
  • ୧୯୭୭–୮୪ – ଛଅଟି ଗଛ ଶୃଙ୍ଖଳା (ଅଠର ଫୁଲ, କୋଡିଏ ଫୁଲ, ବାଇଶି ଫୁଲ, ତେଇଶି ଫୁଲ, ଚବିଶି ଫୁଲ, ସୁବର୍ଣ୍ଣ ସେଉ, ମରଣ ଦୋଳି, ସାଗର କନ୍ୟା)
  • ୧୯୮୨ – ଓଡ଼ିଆ ଶିଶୁ ସାହିତ୍ୟ ଓ ସଙ୍ଗୀତ ସଙ୍କଳନ
  • ୧୯୮୨ – ପ୍ରକୃତିର ଗଳ୍ପପୁରୀ
  • ୧୯୮୨ – ଇନ୍ଦ୍ରଧନୁ (ଅନୁବାଦ)
  • ୧୯୮୩ – ଆମ ବଣ ଜଙ୍ଗଲ କଥା (ଅନୁବାଦ)
  • ୧୯୮୩ – ଆମ ଶରୀର (ଅନୁବାଦ)
  • ୧୯୮୪ – ସୁନା ପାହାଚ
  • ୧୯୮୪ – ଆମ ଜାତୀୟ ପଶୁ, ଜାତୀୟ ପକ୍ଷୀ
  • ୧୯୮୫ – ଆମ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ, ଜାତୀୟ ପୁଷ୍ପ ଓ ଜାତୀୟ ପ୍ରତୀକ
  • ୧୯୮୬ – ଜୀବନ ରହସ୍ୟ
  • ୧୯୮୮ – ରତ୍ନ ପାଖୁଡ଼ା (ଭାଗ ୧ ଓ ୨)
  • ୧୯୮୯ – ସତର ଫୁଲ
  • ୧୯୮୯ – ଅଦେଖା ବଣର ଫୁଲ
  • ୧୯୮୯ – ପଞ୍ଚତନ୍ତ୍ର କାହାଣୀ (ଭାଗ ୧, ୨ ଓ ୩)
  • ୧୯୯୨ – ଲେଖନୀର ପାଠଶାଳା
  • ୧୯୯୩ – ଭାବି ଦେଖନ୍ତୁ
  • ୧୯୯୪ – ଟୁଣଟୁଣିର ବହି
  • ୧୯୯୪ – ବିଶ୍ଵ ପରିଚୟ

ସମ୍ମାନ ଓ ପୁରସ୍କାର

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - (ଝୁମୁକା ପାଇଁ)

ଆଧାର- ରାମକୃଷ୍ଣ ନନ୍ଦ

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top