ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ରାଷ୍ଟ୍ରୀୟ ପ୍ରତୀକ
ସେଆର କରନ୍ତୁ

ରାଷ୍ଟ୍ରୀୟ ପ୍ରତୀକ

ରାଷ୍ଟ୍ରୀୟ ପ୍ରତୀକ ସମ୍ବନ୍ଧରେ ସୂଚନା ।

ପତକା

ଏହା ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ପିଙ୍ଗଳି ଭେଙ୍କୟାଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା । ଅତୀତରେ ବହୁ ପରିବର୍ତ୍ତନ ଘଟିବା ପରେ ଶେଷରେ ସ୍ୱାଧୀନ ଭାରତର ଜାତୀୟ ପତକା ଭାବେ ତ୍ରିରଙ୍ଗାକୁ ଗ୍ରହଣ କରାଯାଇଛି । ଭାରତର ପ୍ରଥମ ଜାତୀୟ ପତକା ୭ ଅଗଷ୍ଟ ୧୯୦୬ରେ କଲକାତାସ୍ଥିତ ପାର୍ସି ବାଗାନ ଛକ (ଗ୍ରୀନ ପାର୍କ)ରେ ଉତ୍ତୋଳନ କରାଯାଇଥିବା କୁହାଯାଏ । ସେତେବେଳେ ଏହି ପତକାର ରଙ୍ଗ ଲାଲ, ହଳଦି ଓ ସବୁଜ ଥିଲା । ଦ୍ୱିତୀୟ ଜାତୀୟ ପତକା ଜର୍ମାନୀର ଷ୍ଟୁଟଗାର୍ଟ ସହରରେ ୨୨ ଅଗଷ୍ଟ ୧୯୦୭ରେ ଉତ୍ତୋଳନ କରାଯାଇଥିଲା । ଏହାକୁ ସେତେବେଳେ ସପ୍ତର୍ଷି ପତକା କୁହାଯାଉଥିଲା । ୧୯୦୬ ପତକାଠାରୁ ଦେଖିବାକୁ ଏହା ଟିକେ ଭିନ୍ନ ଥିଲା । ଏହି ପତକାର ଉପରେ ପଦ୍ମ ଚିହ୍ନ ଓ ସପ୍ତର୍ଷିଙ୍କୁ ଦର୍ଶାଉ ଥିବା ୭ଟି ତାରା ଥିଲା । ୧୯୧୭ରେ ୩ୟ ଥର ପାଇଁ ପତକାର ପରିବର୍ତ୍ତନ ହୋଇଥିଲା । ଡ. ଆନିବେଶାନ୍ତଙ୍କ "ହୋମ ରୁଲ୍‍' ଆନ୍ଦୋଳନ ସମୟରେ ପତକାର ରଙ୍ଗ ଲାଲ ଓ ସବୁଜ ରଙ୍ଗ ଥିଲା । ୧୯୨୧ ମସିହାରେ ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଜାତୀୟ କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ପିଙ୍ଗଳି ଭେଙ୍କୟା ନାମକ ଆନ୍ଧ୍ର ପ୍ରଦେଶର ଜଣେ ଯୁବକ ଭାରତୀୟ ଜାତୀୟ ପତକାର ଏକ ଡିଜାଇନ ପ୍ରସ୍ତୁତ କରି ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ । ଏହି ପତକାରେ ଲାଲ ଓ ସବୁଜ ଏହିପରି ୨ଟି ରଙ୍ଗ ଥିଲା । ଏହି ଦୁଇ ରଙ୍ଗ ହିନ୍ଦୁ ଓ ମୁସଲମାନ୍‍ ଦୁଇ ପ୍ରମୁଖ ଧର୍ମର ପ୍ରତୀକ ଥିଲା । ତେବେ ଏହି ଦୁଇ ସମ୍ପ୍ରଦାୟକୁ ଛାଡି ଅନ୍ୟ ଧର୍ମାବଲମ୍ବିଙ୍କ ପାଇଁ ମଝିରେ ଧଳା ରଙ୍ଗ ଦେବାକୁ ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ । ୧୯୩୧ରେ କେଶରୀ, ଧଳା ଓ ସବୁଜ ରଙ୍ଗରେ ଜାତୀୟ ପତକା ତିଆରି କରାଯାଇଥିଲା । ପତକାର ମଝିରେ ଅରଟ ଚିହ୍ନ ଥିଲା । ତେବେ ଏହି ପତକାର ପରିବର୍ତ୍ତନ କରାଯାଇଥିଲା । ଶେଷରେ ପତକାର ଶୀର୍ଷ ଭାଗରେ କେଶରୀ, ମଝିରେ ଧଳା ଓ ନିମ୍ନ ଭାଗ ଘନ ସବୁଜ ରଙ୍ଗ ଓ ସମସ୍ତ ରଙ୍ଗ ସମାନ ପ୍ରକାକାର ଆୟତନରେ ସଜ୍ଜିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ପତକାର ମଝିରେ ୨୪ଟି ଅର ବିଶିଷ୍ଟ ନୀଳ ରଙ୍ଗର ଚକ୍ର ରହିବା ଆବଶ୍ୟକ । ଏହି ଆକୃତିର ପତକାକୁ ୨୨ ଜୁଲାଇ ୧୯୪୭ରେ ସାମ୍ବିଧାନିକ କମିଟି ଗ୍ରହଣ କରି ନେଇଥିଲା । ସେହିଦିନ ଠାରୁ ଭାରତର ଜାତୀୟ ପତକାକୁ ତ୍ରିରଙ୍ଗା କୁହାଯାଉଛି ।

ପକ୍ଷୀ

ମୟୁର ଭାରତର ଜାତୀୟ ପକ୍ଷୀ । ୧୯୬୨ ରେ ଜାପାନର ରାଜଧାନୀ ଟୋକିଓରେ ଆନ୍ତର୍ଜାତିକ ପକ୍ଷୀ ସଂରକ୍ଷଣର ଯେଉଁ ସମ୍ମିଳନୀ ହେଇଥିଲା ସେଥିରେ ସବୁ ଦେଶକୁ ନିଜ ନିଜର ଜାତୀୟ ପକ୍ଷୀ ଚୟନ ପରାମର୍ଶ ଦିଆଯାଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ଅବଶ୍ୟ ଥିଲା ପକ୍ଷୀ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି ।

ମାତ୍ର ଏହା ଫଳରେ ମୟୂର ପାଇଲା ଭାରତର ପକ୍ଷୀର ମାନ୍ୟତା।ଫଳ ସ୍ଵରୂପ ୧୯୬୩ ରୁ ମୟୂର ଭାରତର ଜାତୀୟ ପକ୍ଷୀ ରୂପେ ବିବେଚିତ ହେଲା ।

ଫୁଲ

ପଦ୍ମ ଦେବତାମାନଙ୍କର ପୁଷ୍ପ । ତେଣୁ ପଦ୍ମଫୁଲକୁ ପଦ୍ମାବତାର କୁହାଯାଏ । ସେ ଲାଲକମଳ ବା ସଫେଦକମଲ (ଶ୍ଵେତପଦ୍ମ) ହେଉ ତାହା ଦିବ୍ୟଚେତନାର ପ୍ରତୀକ ।

ପଙ୍କୁଆ/କାଦୁଆ ପୋଖରୀରେ ପଦ୍ମଜାତ ହୋଇ ଅତ୍ୟୁଚ୍ଚ ସ୍ଥାନକୁ ଯାଇଛି ପଦ୍ମ । ଆମ ଚତୁପାର୍ଶ୍ଵର ଦୁନିଆ କର୍ଦ୍ଦମାକ୍ତ, ଅପରିଚ୍ଛନ୍ନ ।

ଭଗବାନଙ୍କ ସୃଷ୍ଟିରେ ଯେଉଁ ମଣିଷ ଶ୍ରେଷ୍ଠ ବିବେଚିତ ହୁଏ, ସେ ଉଚ୍ଚତର ସୋପାନରେ ପହଞ୍ଚେ । ପଦ୍ମ ଏହି ଉଦାହରଣ ରଖିଛି ଏବଂ ମନୁଷ୍ୟ ଏହି ଗୁଣକୁ ଉଦ୍ଧାର କରିବା ଉଚିତ । ଲାଲକମଳ ପାର୍ଥିବ ସଂମ୍ପଦ ଦିଏ ଓ ଶ୍ଵେତପଦ୍ମ ଯଥେଚ୍ଛା ଜ୍ଞାନ ଓ ଭକ୍ତି ଦିଏ ।

ଗଛ

ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ। ଏହାକୁ ବଟବୃକ୍ଷ ବୋଲି କୁହାଯାଏ।

ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କଦ୍ଵାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲା ପରେ ଏହାର ଡ଼ାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ।

ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । ରଜ ପର୍ବରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ ଓସ୍ତଗଛର ବାହାଘର କରିଥାନ୍ତି । ଏହାର ଫଳକୁ ଔଷଧିରୂପେ ବ୍ୟବହାର କରାଯାଏ ।

ସଙ୍ଗୀତ

ଆମର ଜାତୀୟ ସଙ୍ଗୀତକୁ ଗାନ କରିବା ପାଇଁ ମୋଟ ୫୨ସେକେଣ୍ଡ ସମୟ ଲାଗିଥାଏ । ତେବେ କେତେକ ସ୍ଥାନରେ ଏହାର ପ୍ରଥମ ଓ ଶେଷ ପଦ ଗାନ କରାଯାଏ । ଏଥିଲାଗି ୨୦ ସେକେଣ୍ଡ ସମୟ ଲାଗିଥାଏ । ଦେଶର ପ୍ରଟୋକଲ ଅନୁଯାୟୀ ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ଯୋଗଦେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନେ ଆସନ ଗ୍ରହଣ କରିବା ଓ ଆସନ ଛାଡ଼ିବା ପୂର୍ବରୁ ଜନଗଣମନ ଗାନ କରାଯିବା ପାଇଁ ନିୟମ ରହିଛି ।

ଆମର ଜାତୀୟ ସଙ୍ଗୀତକୁ ଗାନ କରିବା ପାଇଁ ମୋଟ ୫୨ସେକେଣ୍ଡ ସମୟ ଲାଗିଥାଏ । ତେବେ କେତେକ ସ୍ଥାନରେ ଏହାର ପ୍ରଥମ ଓ ଶେଷ ପଦ ଗାନ କରାଯାଏ । ଏଥିଲାଗି ୨୦ ସେକେଣ୍ଡ ସମୟ ଲାଗିଥାଏ । ଦେଶର ପ୍ରଟୋକଲ ଅନୁଯାୟୀ ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ଯୋଗଦେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନେ ଆସନ ଗ୍ରହଣ କରିବା ଓ ଆସନ ଛାଡ଼ିବା ପୂର୍ବରୁ ଜନଗଣମନ ଗାନ କରାଯିବା ପାଇଁ ନିୟମ ରହିଛି ।

ଜନଗଣମନ-ଅଧିନାୟକ ଜୟ ହେ ଭାରତଭାଗ୍ୟବିଧାତା!
ପଞ୍ଜାବ ସିନ୍ଧୁ ଗୁଜରାଟ ମରାଠା ଦ୍ରାବିଡ଼ ଉତ୍କଳ ବଙ୍ଗ
ବିନ୍ଧ୍ୟ ହିମାଚଳ ଯମୁନା ଗଙ୍ଗା ଉଚ୍ଛଳଜଧିତରଙ୍ଗ
ତବ ଶୁଭ ନାମେ ଜାଗେ, ତବ ଶୁଭ ଆଶିଷ ମାଗେ,
ଗାହେ ତବ ଜୟଗାଥା।
ଜନଗଣମଙ୍ଗଳଦାୟକ ଜୟ ହେ ଭାରତଭାଗ୍ୟବିଧାତା!
ଜୟ ହେ, ଜୟ ହେ, ଜୟ ହେ, ଜୟ ଜୟ ଜୟ ଜୟ ହେ॥

ନଦୀ

ଗଙ୍ଗା ନଦୀ ଭାରତର ବୃହତ୍ତମ ନଦୀ । ଏହା ଲମ୍ବ ୨,୫୨୫ km । ଗଙ୍ଗା ନଦୀ ଯଊ ସହର ରେ ଯାଇଛି ସେ ଗୁଡିକ ହେଲା ହରିଦ୍ଵାର, କାନପୁର, ଯଜମାଉ, ଆଲ୍ଲାହାବାଦ, ବାରଣାସୀ, ମିର୍ଜାପୁର, ଗାଜିପୁର, ପଟଣା, ରିଷିକେଶ, ମୁଙ୍ଗେର, ଭାଗଲପୁର, କଲିକତା ।

ପ୍ରତୀକ

ଭାରତର ରାଷ୍ଟ୍ରୀୟ ଚିହ୍ନ(ଅଶୋକ ସ୍ତମ୍ବ) ୨୬ ଜାନୁଆରି ୧୯୫୦ ରାଜା ଅଶୋକଙ୍କ ଅଶୋକ ସ୍ତମ୍ବ କୁ ଭାରତର ରାଷ୍ଟ୍ରୀୟ ଚିହ୍ନ ଘୋଷଣା କରାଯାଇଥିଲା।

ପଞ୍ଜିକା

ଭାରତର ରାଷ୍ଟ୍ରୀୟ ପଞ୍ଜିକା(ସକ ପଞ୍ଜିକା) ଏହା ଚୈତ୍ର ମାସରୁ ଆରମ୍ଭ ହୋଇ ବୈଶାଖ ମାସରେ ଶେଷ ହୁଏ।

ପଶୁ

ବାଘ ଭାରତ ର ସବୁ ଜାଗାରେ ଦେଖିବାକୁ ମିଳେ ସେଥି ପାଇଁ ବାଘ କୁ ରାଷ୍ଟ୍ରୀୟ ପଶୁ କୁହାଯାଏ ମହାବଳ ବାଘ (Panthera tigris tigris), ସବୁଠାରୁ ଅଧିକ ସଂଖ୍ୟାରେ ଦେଖାଯାଉଥିବା ବାଘ ପ୍ରଜାତି ଅଟେ।

ଭାରତରେ ଏହାର ସଂଖ୍ୟା ୧୭୦୬-୧୯୦୯ ହୋଇଥିବାବେଳେ ବଙ୍ଗଳାଦେଶରେ ୪୪୦, ନେପାଳରେ ୧୬୩-୨୫୩ ଓ ଭୁଟାନରେ ଏମାନଙ୍କ ସଂଖ୍ୟା ୬୭-୮୧ ଅଟେ ।

୨୦୧୦ ମସିହା ଠାରୁ ଏହାକୁ ଏକ ବିପଦ ସଙ୍କୁଳ ପ୍ରଜାତି ଭାବେ IUCN (International Union for Conservation of Nature) ଘୋଷଣା କରିଛି । ବାଘ, ଉଭୟ ବଙ୍ଗଳାଦେଶ ଓ ଭାରତର ଜାତୀୟ ପଶୁ ଅଟେ ।

ରାଷ୍ଟ୍ରୀୟ ଗୀତ

ଆମର ରାଷ୍ଟ୍ରୀୟ ଗୀତ 'ବନ୍ଦେ ମାତରମ୍' ।

ଫଳ

ଆମ୍ବ ହେଉଛି ଭାରତର ଜାତୀୟ ଫଳ ।ଭାରତୀୟ ସଂସ୍କୃତି ସହ ଓତୋପ୍ରୋତ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ଭ ପତ୍ରକୁ ଖୋଜା ପଡ଼ିଥାଏ, କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ । କଞ୍ଚା ଓ ପାଚିଲା ଆମ୍ବ ଖାଦ୍ୟ ରୂପେ ବ୍ୟବହୃତ ହୁଏ । ଭାରତୀୟ ଚିତ୍ରକଳାରେ ଆମ୍ବକଷି ଡିଜାଇନ ବହୁଳ ଭାବରେ ଆଦୃତ । କାଶ୍ମୀର ଓ ପାରସ୍ୟ ଚିତ୍ରକଳାରେ ମଧ୍ୟ ଆମ୍ବକଷିର ମହତ୍ତ୍ଵ ରହିଛି ।

ଆମ୍ବର ମଧୁର ସ୍ଵାଦର ଆକର୍ଷଣରୁ ସାଧାରଣ ମଣିଷ ସମତେ ବହୁ ମନୀଷୀ ଯଥା ପ୍ରାଚୀନ କବି କାଳିଦାସ, ଗ୍ରୀକ ବୀର ଆଲେକଜାଣ୍ଡାର ଏବଂ ମହାନ ବୌଦ୍ଧ ସନ୍ନ୍ୟାସୀ ହୁଏନ ସାଂ କେହିବି ବାଦ ପଡ଼ିନାହାନ୍ତି । ଏହା ଭାରତର ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳେ। ଆମ୍ବ କଞ୍ଚା ଥିଲେ ଖାଇବାକୁ ଖଟା ଲାଗେ ଓ ପାଚିଲା ପରେ ସୁଆଦିଆ ଲାଗେ ।

ଖେଳ

ହକି ଦୁଇଟି ଭିନ୍ନ ଭିନ୍ନ ଦଳ ଦେଇ ଖେଳାହେଉଥିବା ଏକ ଖେଳ । ଭାରତ ଅଲମ୍ପିକରେ ହକିରେ ୮ଟି ସୁନା ପଦକ ପାଇଛି ସେଥି ପାଇଁ ହକିକୁ ରାଷ୍ଟ୍ରୀୟ ଖେଳ କୁହାଯାଏ। ଏହା ଭାରତର ଜାତୀୟ ଖେଳ ଅଟେ।

ଆଧାର - ଓଡ଼ିଶା ବ୍ୟୁରୋ

2.78571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top