ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଶାନ୍ତନୁ କୁମାର ଆଚାର୍ଯ୍ୟ
ସେଆର କରନ୍ତୁ

ଶାନ୍ତନୁ କୁମାର ଆଚାର୍ଯ୍ୟ

ଶାନ୍ତନୁ ଆଚାର୍ଯ୍ୟ ଜଣେ ଖ୍ୟାତନାମା ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ ।

ଶାନ୍ତନୁ ଆଚାର୍ଯ୍ୟ ଜଣେ ଖ୍ୟାତନାମା ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ ।  ସେ ଅତ୍ୟାଧୁନିକ ଯୁଗର ଚିନ୍ତା ଓ ଚେତନାର ଜଣେ ସଫଳ ବାର୍ତ୍ତାବହ ।

ଶ୍ରୀ ଆଚାର୍ଯ୍ୟ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ‌। ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୯୨ ମସିହା ଜୁନ ୩୦ ତାରିଖ ଦିନ ସେ ଉତ୍କଳ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ପଦବୀରୁ ଅବସର ଗ୍ରହଣ କରିଥିଲେ ।

ସାହିତ୍ୟ ସର୍ଜନା

ଶାନ୍ତନୁ ଆଚାର୍ଯ୍ୟ ୧୫ଟି ଉପନ୍ୟାସ, ୨୦ଟି କ୍ଷୁଦ୍ରଗଳ୍ପ ସଂକଳନ ୧୦ ଶିଶୁସାହିତ୍ୟ ପୁସ୍ତକ ସହ ଏକାଧିକ ବହିର ରଚୟିତା ।

ଉପନ୍ୟାସ

  • ଅନୋମାର କନ୍ୟା (୨୦୦୩)
  • ତୃଷ୍ଣା: ଏକ ଅନାବିଷ୍କୃତ ଆମେରିକା (୧୯୯୯)
  • ସ୍ଵର୍ଣ୍ଣ ତ୍ରୀଭୁଜ (୧୯୯୮)
  • ବିଲି ଗୋଟ ବନାମ ଉରୁବେଳ ଘୋଟକ (୧୯୯୭)
  • ଅନୁ ହଜିଯିବାପରେ (୧୯୯୬)
  • ଅଦୃଶ୍ୟ ଜଗତର ବାର୍ତ୍ତା (୧୯୯୬)
  • ଧରିତ୍ରୀର କାନ୍ଦ (୧୯୯୪)
  • ମନ୍ତ୍ରୀଙ୍କ ସେୟାର (୧୯୮୮)
  • ଶକୁନ୍ତଳା (୧୯୮୦)
  • ଅନ୍ୟ ଏକ ସକାଳ ଅନ୍ୟ ଏକ ଭାରତ (୧୯୭୭)
  • ଯାତ୍ରାର ପ୍ରଥମ ପାଦ (୧୯୭୬)
  • ଦକ୍ଷିଣାବର୍ତ୍ତ, (୧୯୭୩)
  • ତିନୋଟି ରାତିର ସକାଳ (୧୯୬୯)
  • ଶତାବ୍ଦୀର ନଚିକେତା (୧୯୬୫)
  • ନର କିନ୍ନର (୧୯୬୨)

ଗଳ୍ପ

  • ପିତ ପ୍ରସ୍ତର ଉଦ୍ୟାନ, ୨୦୧୦
  • ଶାନ୍ତନୁ ଆଚାର୍ଯ୍ୟଙ୍କ ଗଳ୍ପ ସମଗ୍ର, ପ୍ରଥମ ଖଣ୍ଡ-୨୦୦୯
  • ତୃତୀୟ ନେତ୍ର, ୨୦୦୭
  • ରେକର୍ଡ ବ୍ରେକର, ୨୦୦୬
  • ଛାୟା ପୁରୁଷ, ୨୦୦୫
  • ଦୃଶ୍ୟ ଅଦୃଶ୍ୟ, ୨୦୦୨
  • ଜଳଛବିର ରାତି, ୧୯୯୯
  • ଶ୍ରେଷ୍ଠ ଗଳ୍ପ, ୧୯୯୮
  • ଗଳ୍ପ ବର୍ଣ୍ଣାଳୀ, ୧୯୯୭
  • ନାତାଲିଆର ଓଁକାର, ୧୯୯୫
  • ଚଳନ୍ତି ଠାକୁର, ୧୯୯୧
  • ସର୍ପ ଯାନ, ୧୯୮୪
  • ଆଦ୍ୟ ସକାଳ, ୧୯୮୫
  • କରଞ୍ଜିଆ ଡାଏରୀ, ୧୯୮୪
  • ଏକବିଂଶ ଶତାବ୍ଦୀ ପାଇଁ ଗଳ୍ପ, ୧୯୭୮
  • ଅଦିନ ବଉଳ, ୧୯୭୮
  • ଅରଣ୍ୟର ଚୁଳ, ୧୯୭୪
  • ଏଇ ଶେଷ ପଦଟି, ୧୯୭୨
  • ଦୂର୍ବାର, ୧୯୬୫
  • ମନ ମର୍ମର, ୧୯୬୨

ଶିଶୁ ସାହିତ୍ୟ

  • ମୋ କାଠ ଘୋଡ଼ା କଥା କହେ (୧୯୬୧)
  • ବାଗ ବଗିଚାର ସୌଦାଗର (୧୯୬୨)
  • ଆକାଶକୁ ସାତୋଟି ପାହାଚ (୧୯୬୩)
  • କୋଶୀ ଉପତ୍ୟକାର ରାଜକୁମାର ମୋହନ (୧୯୬୪)
  • ଶକ୍ତିର କରାମତି (୧୯୭୧)
  • ମୋ ନାମ ଡା ଭିନ୍‌ସି ଓ ନିଆଁ ଲଗା ଓପି (୧୯୮୦)
  • ନିତିଦିନିଆ ଜୀବନରେ ବିଜ୍ଞାନ (୧୯୮୯)
  • ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ (୧୯୮୯)
  • ଦିନେ ଆକାଶ ବି ନଥିଲା (୨୦୦୧)
  • ପୀତ ପ୍ରସ୍ତର ଜାତୀୟ ଉଦ୍ୟାନ (୨୦୧୦)

ପୁରସ୍କାର ଓ ସମ୍ମାନ

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୪
  • ଶିଶୁ ସାହିତ୍ୟ ପୁରସ୍କାର, ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାର
    • ୧୯୬୧: ମୋ କାଠଘୋଡ଼ା କଥା କହେ
    • ୧୯୬୩: ଆକାଶକୁ ସାତୋଟି ପାହାଚ
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୦, ନରକିନ୍ନର ଉପନ୍ୟାସ ନିମନ୍ତେ)
  • ଶାରଳା ପୁରସ୍କାର(୧୯୮୭, ଶକୁନ୍ତଳା ଉପନ୍ୟାସ ନିମନ୍ତେ)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, (୧୯୯୩, ଚଳନ୍ତି ଠାକୁର କ୍ଷୁଦ୍ରଗଳ୍ପ ସଂକଳନ ନିମନ୍ତେ)

ସହାୟକ ଗ୍ରନ୍ଥ

  • ଆମ ସମୟର ସୃଜନୀ, ୨୦୧୦-୧୧ (ଶାନ୍ତନୁ କୁମାର ଆଚାର୍ଯ୍ୟ ବିଶେଷାଙ୍କ)

ଆଧାର -

ଶାନ୍ତନୁ କୁମାର ଆଚାର୍ଯ୍ୟ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top