ସେଆର କରନ୍ତୁ

ଶିଶୁ ଗଳ୍ପ

ଶିଶୁଙ୍କ ପାଇଁ ଗଳ୍ପ

ଦେଶଭକ୍ତ ଗୁଣ୍ଡୁଚି

ଦେଶ ଭକ୍ତିର ଭାବ ପ୍ରତ୍ୟକ ବ୍ୟକ୍ତି ପାଖରେ ରହିବା ଉଚିତ । ଏହାଦ୍ଵାରା ଦେଶର ପ୍ରକୃତ ବିକାଶ ସମ୍ଭବ ହୋଇ ପାରିବ । ଦେଶଭକ୍ତିର ଏକ କ୍ଷୁଦ୍ର ଉଦାହରଣ ଆମେ ରାମାୟଣରୁ  ନେଇପାରିବା । ଆଉ ତାହା ହେଉଛି ଛୋଟ ଗୁଣ୍ଡୁଚିମୂଷାର ଉଦାହରଣ । ସେତେବେଳେ ଭଗବାନ ରାମଙ୍କ ସତ ପ୍ରଚେଷ୍ଟା ସତ୍ତ୍ୱେ । ରାବଣ ସୀତାଙ୍କୁ ଛାଡିବା ପାଇଁ ରାଜି ହେଲାନାହିଁ ତେବେ ରାମ ଯୁଦ୍ଧ କରିବାପାଇଁ ନିଷ୍ପତିନେଲେ । ଲଙ୍କା ଜୀବ ନିମନ୍ତେ ସେ ସମୁଦ୍ର ସେତୁ ନିର୍ମାଣ କରିବା ପାଇଁ  ସ୍ଥିର କଲେ । ସେତୁ ନିର୍ମାଣ କରିବାପାଇଁ ସ୍ଥିର କାଲେ ସେତୁ ନିର୍ମାଣ ପାଇଁ ରାମଙ୍କ ସମସ୍ତ ଅନୁଗାମୀମାନେ କାର୍ଯ୍ୟ କରିବା ଆରମ୍ଭ କରିଦେଲେ । ଥରେ ଭଗବାନ ରାମ ସେତୁ କାର୍ଯ୍ୟ ତଦାରକ କରିବାପାଇଁ ସମୁଦ୍ର କୁଳ ଆଡେ। ଯାଇଥିଲେ ଆଉ ଗୋଟିଟଏ  ଛୋଟ ଗୁଣ୍ଡୁଚିମୂଷାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଗୁଣ୍ଡୁଚି ମୂଷାଟି ସମୁଦ୍ର ମଧ୍ୟରେ ବୁଡି ବାଲି ଉପରେ ଗଡିଯାଉ ଥାଏ ପରେ ଏହାକୁ ସେତୁ ଉପରେ ଆସି ଝାଡି ଦେଉଥାଏ । ଲକ୍ଷ୍ମଣ ଏହା ଦେଖି ଗୁଣ୍ଡୁଚି ପାଖକୁ ଯାଇ ଏପରି କାରିବାର

କାରଣ ପଚାରିଲେ ଏହା ଶୁଣି ଗୁଣ୍ଡୁଚି କହିଲା ପ୍ରଭୁ ମୁଁ ମଧ୍ୟ ଏହି ପୁଣ୍ୟ କର୍ମରେ ନିଜର ଯୋଗଦାନ କରିବାକୁ ଚାହୁଁଛି । ରାମ ପୁଣି ତାକୁ କହିଲେ ତୁମେ ଯେତିକି ବାଲି ଆଣୁଛ ସେତିକିରେ କଣ ସେତୁ କାର୍ଯ୍ୟ ସମ୍ପନ ହୋଇପାରିବ ?

ଶେଷ କଥା

କିନ୍ତୁ ଗୁଣ୍ଡୁଚି ନିର୍ବିକାର ଚିତ୍ତରେ ଉତ୍ତର ଦେଲା ଯେ ‘ଏହା ସତ୍ୟ , କିନ୍ତୁ ଏହା ରାଷ୍ଟ୍ରର କାର୍ଯ୍ୟ କାହାରି ବ୍ୟକ୍ତିଗତ କାର୍ଯ୍ୟ ନୁହେଁ  । ଏହାକୁ ମୁ କୌଣସି ଆକାଂକ୍ଷା ରଖି କରୁନାହିଁ । ବରଂ ନିସ୍ଵାର୍ଥ ପର ଭାବେ କରୁଛି । ତେବେ ବଡ ଲୋକଙ୍କ ପରି ସାହାର୍ଯ୍ୟ କରିପାରୁ ନଥିବାରୁ ମୁଁ ଦୁଃଖିତ, କୁନି ଗୁଣ୍ଡୁଚିର ଦେଶ ଭକ୍ତି ପ୍ରଭୁ ରାମ ଓ ସେଠାରେ ଉପସ୍ଥିତ ସବୁ ବ୍ୟକ୍ତିଙ୍କ ମନ ମୋହି ନେଇଥିଲା। ଏଣୁ ରାଷ୍ଟ୍ର କର୍ମରେ ପ୍ରତ୍ୟେକ ବ୍ୟକ୍ତି ଯୋଗଦାନ କରିବା ଉଚିତ । କାରଣ ଯଦି ରାଷ୍ଟ୍ରର ଉନନ୍ନତି ହୋଇଥାଏ ତେବେ ବ୍ୟକ୍ତିର ନିଜସ୍ଵ ଉନ୍ନତି ମଧ୍ୟ ହୋଇଥାଏ ।

4.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top