ସେଆର କରନ୍ତୁ

ଶିଶୁ ପ୍ରତିଭା

ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନରେ ବୟସ ବାଧକ ସାଜି ନ ଥାଏ । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ସିଫା ପ୍ରିଜିମ୍ ।

ଉପକ୍ରମ

ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନରେ ବୟସ ବାଧକ ସାଜି ନ ଥାଏ । ଏକଥାକୁ  ପ୍ରମାଣ କରି ଦେଖାଇଛନ୍ତି ସିଫା ପ୍ରିଜିମ୍ । ତାଙ୍କର ବୟସ ମାତ୍ର ୬ ବର୍ଷ । ଏତେ କମ୍ ବୟସରେ ସେ ଆଧୁନିକ ନୃତ୍ୟରେ ନିଜ ଦକ୍ଷତା ଦେଖାଇବାରେ ସକ୍ଷମ ହୋଇଛନ୍ତି ।

ଶିଶୁପ୍ରତିଭା  ନିଶା ଓ ଆଶା

ଭୁବନେଶ୍ଵରସ୍ଥ ବକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ ସ୍କୁଲର ଷ୍ଟାଣ୍ଡାର୍ଡ -୧ରେ ପଢୁଥିବା ଏହି ଛାତ୍ରୀ କେବଳ ମଡର୍ନ ଡ୍ୟାନ୍ସ ନୁହେଁ, ଚିତ୍ରକଳା, ଫ୍ୟାନ୍ସି ଡ୍ରେସ୍, ରାଇମ୍ସ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଛୋଟବେଳୁ  ମଡର୍ନ ଡ୍ୟାନ୍ସ ପ୍ରତି ସିଫାର ଆଗ୍ରହ ରହିଥିଲା ଏତେ ଅଳ୍ପ ବୟସରେ ସେ ଯେତିକି ଆଗେଇଛି ତାହା ପଛରେ ରହିଛି ତା’ର ପ୍ରଗାଢ ନିଷ୍ଠା ଏବଂ ପରିଶ୍ରମ ବୋଲି କହନ୍ତି ତାଙ୍କର ମା’ ଅକ୍ଲିମା ତସଲିମ୍ । ବାପୁ ଡ୍ୟାନ୍ସ ଗ୍ରୁପ୍ ରେ ଗୁରୁ ବିରଞ୍ଚି ନାଏକଙ୍କ ଠାରୁ ସେ ପ୍ରଥମେ ମଡର୍ନ ଡ୍ୟାନ୍ସ ଶିଖୁଥିଲେ । ବର୍ତ୍ତମାନ ଘରେ ଟିଭି ଦେଖି ନାଚ ଅଭ୍ୟାସ କରୁଛନ୍ତି । ଭଲ ପାଠ ପଢିବା ବ୍ୟତୀତ ସମୟ ମିଳିଲେ ସେ ବିଭିନ୍ନ ପ୍ରାକୃତିକ ଦୃଶ୍ୟରାଜିକୁ ଚିତ୍ର ମାଧ୍ୟମରେ ପ୍ରକାଶ କରିବାକୁ  ବସି ପଡନ୍ତି । ଏହା ବ୍ୟତୀତ ପ୍ରତିଦିନ ଅତିକମ୍ ରେ ଦୁଇଘଣ୍ଟା ନାଚ ଅଭ୍ୟାସ କରିଥାଆନ୍ତି । ଚଳିତବର୍ଷ ଶିଶୁ ଦିବସ ଅବସରରେ ଏକାମ୍ର ହାଟଠାରୁ ଅନୁଷ୍ଠିତ ଡ୍ୟାନ୍ସ ଓ ରାଇମ୍ସ କମ୍ପିଟିଶନ୍ ରେ ଅଂଶଗ୍ରହଣ କରି ରାଇମ୍ସରେ ପ୍ରଥମ ଓ ଡ୍ୟାନ୍ସରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ଏହା ବ୍ୟତୀତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମର୍ଡନ ଡ୍ୟାନ୍ସ ପରିବେଷଣ କରି ପ୍ରଶଂସିତ ଏବଂ ପୁରସ୍କୃତ ହୋଇଛନ୍ତି ଏହି ପ୍ରତିଭା । ଭବିଷ୍ୟତରେ ଜଣେ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି ସିଫା ।

ଆଧାର – ଦୈନିକ ଧରିତ୍ରୀ

2.88888888889
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top