ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଶିଶୁ ସାହିତ୍ୟକୁ ଜାଣିବା ଓ ତା’ର ବ୍ୟବହାର କରିବା
ସେଆର କରନ୍ତୁ

ଶିଶୁ ସାହିତ୍ୟକୁ ଜାଣିବା ଓ ତା’ର ବ୍ୟବହାର କରିବା

ପିଲାଙ୍କ ଗପ ଓ କବିତା ବିଷୟରେ ଆପଣଙ୍କର ଯଥେଷ୍ଟ ଜ୍ଞାନ ଥୁଲେ ଆପଣ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିପାରିବେ ଓ ଭାରତର ଏହି ସମୃଦ୍ଧ ସାହିତ୍ୟ, ଇତିହାସ ଓ ସଂସ୍କୃତିକୁ ଉପଭୋଗ କରିପାରିବେ ଏବଂ ସମ୍ମାନ ଦେଇ ପାରିବେ ।

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସମ୍ବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା  ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସମ୍ବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ ।ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ ।ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (www.tessindia.edu.in)ଉପଲବ୍ଧ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି ।ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି ।ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ" ଶିକ୍ଷା ତତ୍ତ୍ଵ ଆଧାରିତ ।ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି ।ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ ।ଟେସ୍ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ www.tessindia.edu.in)ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରିପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳ । ଲେଖ creativecommons.org ରେ ବ୍ୟବାହର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

ଭାରତରେ ମୌଖିକ ଓ ଲିଖିତ ସାହିତ୍ୟର ଏକ ସମୃଦ୍ଧ ଐତିହ୍ୟ ରହିଛି । ପିଲାଙ୍କ ଗପ ଓ କବିତା ବିଷୟରେ ଆପଣଙ୍କର ଯଥେଷ୍ଟ ଜ୍ଞାନ ଥୁଲେ ଆପଣ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିପାରିବେ ଓ ଭାରତର ଏହି ସମୃଦ୍ଧ ସାହିତ୍ୟ, ଇତିହାସ ଓ ସଂସ୍କୃତିକୁ ଉପଭୋଗ କରିପାରିବେ ଏବଂ ସମ୍ମାନ ଦେଇ ପାରିବେ ।

ଏକକରେ ଆପଣ

  • ଶିଶୁ ସାହିତ୍ୟ ବିଷୟରେ ଥିବା ଆପଣଙ୍କର ଜ୍ଞାନକୁ ସମୀକ୍ଷା କରିପାରିବେ ଓ ଆପଣ ଯାହା ଜାଣନ୍ତି ତାହାର ସଂପ୍ରସାରଣ ପାଇଁ ପଦକ୍ଷେପ ଜୋନ ଦେବ ।
  • ଶିକ୍ଷାର୍ଥୀଙ୍କ ଗପର ବୈଶିଷ୍ଟ ଉପରେ ଧାନ ଦେବେ ।
  • ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ସାହିତ୍ୟ ସହ ପରିଚିତ ହେବାକୁ କିଛି ସହଜ ଶ୍ରେଣୀ ଗୃହ କାର୍ଯ୍ୟର ପ୍ରୟୋଗ କରିପାରିବେ ।

ଏକକରୁ କ'ଣ ଶିଖିବା

  • ସାହିତ୍ୟ ସଂପର୍କିତ ଆପଣଙ୍କ ଜ୍ଞାନକୁ କିପରି ସମୀକ୍ଷା ଓ ସଂପ୍ରସାରିତ କରିବେ ଯାହା ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ଉପଯୁକ୍ତ ।
  • ଉଚ୍ଚକୋଟୀର ଶିଶୁ ସାହିତ୍ୟର ବୈଶିଷ୍ଟଗୁଡିକୁ କିପରି ଚିହ୍ନଟ କରିବେ ।
  • ଶ୍ରେଣୀ ଗୃହରେ ଗପ ଓ କବିତା ପାଇଁ କୌଶଳ ଗୁଡ଼ିକୁ ବ୍ୟବହାର କରିବେ ।

ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ଭାଷା କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କର ବୁଝିବା ଓ ପ୍ରକାଶ କରିବାର ଦକ୍ଷତା ବଢ଼ାଇବା ପାଇଁ ଗପ ଓ କବିତା ହେଉଛି ଏକ ଉପଯୁକ୍ତ ଓ ଉପଯୋଗୀ ସମ୍ବଳ । ପ୍ରଥମାବସ୍ଥାରେ ଶିକ୍ଷାର୍ଥୀମାନେ ଯଥେଷ୍ଟ ଗପ ଓ କବିତା ଶୁଣିବାର ଅନୁଭୂତି ଥୁଲେ, ପରବର୍ତୀ ସମୟରେ ଏହା ସେମାନଙ୍କୁ ଗପ ଓ କବିତା ପଢ଼ିବା ପାଇଁ ପ୍ରେରଣା ଯୋଗାଇଥାଏ । ଯାହା ସେମାନଙ୍କର ସାହିତ୍ୟ ଜ୍ଞାନ ବୃଦ୍ଧି କରିଥାଏ । ଏହି ଏକକ ଆପଣଙ୍କର ଶିକ୍ଷାର୍ଥୀମାନଙ୍କର ସାହିତ୍ୟ ଜ୍ଞାନ ବଢ଼ାଇବା ପାଇଁ ଆପଣଙ୍କ ପାଖରେ ଥିବା ସାଂସ୍କୃତିକ ଓ ଆଧୁନିକ ଗପ ଓ କବିତାକୁ ଏକ ଆନନ୍ଦମୟ ପରିବେଶ ମଧ୍ୟରେ ଉପସ୍ଥାପନ କରିବା ପାଇଁ ଭତ୍ସାହିତ କରିବ ।

୧ ଆପଣଙ୍କ ଶିଶୁ ସାହିତ୍ୟ-ଜ୍ଞାନକୁ ସମୀକ୍ଷା କରିବା ଓ ସଂପ୍ରସାରିତ କରିବା

ପ୍ରଥମେ ଆପଣ ନିଜର ଶିଶୁ-ସାହିତ୍ୟ ଜ୍ଞାନକୁ ସମୀକ୍ଷା କରନ୍ତୁ

ଶିକ୍ଷଣକାର୍ଯ୍ୟ ୧: ଆପଣ ଶିଶୁ ସାହିତ୍ୟ – ଜ୍ଞାନକୁ ସମୀକ୍ଷା କରିବା ଓ ସଂପ୍ରସାରିତ କରିବା

ଆପଣ ହେଉଛନ୍ତି ଆପଣଙ୍କ ଶିକ୍ଷାର୍ଥୀମାନଙ୍କର ସାହିତ୍ୟର ପ୍ରଧାନ ଉତ୍ସ । ତେଣୁ ଶିକ୍ଷାର୍ଥୀମାନଙ୍କର ବୟସ ଓ ଦକ୍ଷତା ଅନୁସାରେ ଆପଣ ବହିରୁ ବା ମନରୁ ବହୁତ ଗୁଡ଼ିଏ ଉପଯୁକ୍ତ ଗପ ଓ କବିତା କହିବା ଦରକାର ।

ଏହି ସମୀକ୍ଷା କରିବା ଏକ ପରୀକ୍ଷା ନୁହେଁ । ଏହାର ଉଦ୍ଦେଶ୍ୟ ହେଉଛି ଆପଣଙ୍କ ପାଖରେ ଥିବା ଶିଶୁ ସାହିତ୍ୟ ଜ୍ଞାନକୁ ଚିହ୍ନଟ କରିବା । ଏଥିପାଇଁ ଯେତେଦୂର ସମ୍ଭବ ସତ୍ୟବାଦୀ ହୁଅନ୍ତୁ । ଆପଣଙ୍କ ମନକୁ ଯାହା ଆସୁଛି ତାକୁ ଟିପି ରଖନ୍ତୁ । ଆପଣଙ୍କ ସାଥୀ ଶିକ୍ଷକମାନଙ୍କୁ ମଧ୍ୟ ନିଜ ନିଜର ଶିଶୁ ସାହିତ୍ୟ ଜ୍ଞାନକୁ ସମୀକ୍ଷା କରିବା ପାଇଁ କୁହନ୍ତୁ ।

ଦେଖୁଦେବ, ଏହି ଜ୍ଞାନକୁ ସାଥୀ ଶିକ୍ଷକମାନଙ୍କ ସହ ଆଲୋଚନା କଲାବେଳେ ଆପଣଙ୍କୁ ବହୁତ ଖୁସି ଲାଗିବ ।

ଆପଣ ନିଜ ମନରୁ...

  • ଗୋଟିଏ  ଶିଶୁ କବିତା ଆବୃତ୍ତି କରିପାରିବେ?
  • ଗୋଟିଏ ଶିଶୁ ସଙ୍ଗୀତ ଗାଇ ପାରିବେ କି?

ଆପଣ ନିଜ ମନରୁ...

  • ଶିଶୁମାନଙ୍କ ପାଇଁ ଗୋଟିଏ ଲୋକ ଗପ କହିପାରିବେ କି ?
  • ଗୋଟିଏ ସଂକ୍ଷିପ୍ତ ଐତିହାସିକ ବର୍ଣ୍ଣନା କହିପାରିବେ କି ?

ଆପଣ ପଢିଥିବା ଗୋଟିଏ...

  • ଶିଶୁ ଗପ ବା ଲୋକଗପର ଗୋଟିଏ ଚରିତ୍ରର ନାମ କହିପାରିବେ କି ?
  • କବିତା ବା ଶିଶୁ ସଙ୍ଗୀତର ଗୋଟିଏ ଚରିତ୍ରର ନାମ କହିପାରିବେ କି ?

ଆପଣ

  • ଗୋଟିଏ ପିଲାଙ୍କ ଗପ ବହିର ନାମ କହିପାରିବେ କି ?
  • ଗୋଟିଏ ଶିଶୁ କବିତା ସଂକଳନର ନାମ କହିପାରିବେ କି ?
  • ଶିକ୍ଷାର୍ଥୀମାନଙ୍କ ପାଇଁ ଲେଖୁଥିବା ଜଣେ ଗାନ୍ଧିକଙ୍କ ନାମ କହିପାରିବେ କି ?
  • ଶିକ୍ଷାର୍ଥୀମାନଙ୍କ ପାଇଁ ଲେଖୁଥିବା ଜଣେ କବୟିତ୍ରୀଙ୍କ ନାମ କହିପାରିବେ କି ?

ଯଦି ପାରିବେ ଏ ବିଷୟରେ ଆପଣଙ୍କ ସମୀକ୍ଷା ଓ ଭାବନା ସାଥୀ ଶିକ୍ଷକଙ୍କ ସହ ଆଲୋଚନା କରନ୍ତୁ ।

ଟିକିଏ ଚିନ୍ତା କରନ୍ତୁ

  • ଶିକ୍ଷାର୍ଥୀଙ୍କ ଲେଖା ଓ ଲେଖକ ବିଷୟରେ ଆପଣ ଓ ଆପଣଙ୍କ ସାଥୀ ଶିକ୍ଷକ ମଧ୍ୟରେ ସମାନତା ।ଭିନ୍ନତା ଦେଖୁଛନ୍ତି କି ? ଏମିତି କିଛି ବିଷୟ ଅଛି କି ଯାହା ଆପଣ ଆପଣଙ୍କ ସାଥୀ ଶିକ୍ଷକଙ୍କ ସହ ଆଲୋଚନା କରିପାରିବେ ?
  • ଆଜି ସେହି ପୁରୁଣା ଗପ ବା କବିତା ଯାହା ଆପଣ ପିଲାବେଳରୁ ଜାଣିଛନ୍ତି, ସେହିଟିକୁ ପିଲାମାନଙ୍କୁ କୁହାଯାଉଛି କି ?
  • ଆପଣ ସେହି ଗପଗୁଡ଼ିକୁ ଶ୍ରେଣୀରେ କହୁଛନ୍ତି କି ? କାହିଁକି ବା କାହିଁକି ନୁହେଁ ?

ପ୍ରାୟ ଆପଣ ପିଲାବେଳେ କହିଥିବା ବା ଶୁଣିଥିବା ଗପ ମନେ ପକାଇଥୁବେ । ନୀତି ଶିକ୍ଷା ଆଧାରିତ ସେହି ଲୋକ ଗପ ନିଶ୍ଚିତ ମନେ ପଡ଼ିଥିବ । ଏହିଗୁଡ଼ିକ ଆପଣ ଘରେ ବା ପଡ଼େ। ଶୀ ଘରେ ବା ବିଦ୍ୟାଳୟରେ ଶୁଣିଥୁବେ । ଏଥିପାଇଁ ଆପଣ ହୁଏତ ବହି ପଢ଼ି ନ ଥୁବେ । ଯେତେବେଳେ ଆପଣ ଲୋକ ଗପ ବିଷୟରେ ଭାବିଛନ୍ତି ସେତେବେଳେ ଆପଣଙ୍କ ସାଥୀ ଶିକ୍ଷକମାନେ ଦାସ ବେନହର ବା ମହେଶ୍ବର ମହାନ୍ତିଙ୍କ ଭଳି ଶିଶୁ ସାହିତ୍ୟିକମାନଙ୍କ ଗପ ବିଷୟରେ ମନେ ପକାଇଥୁବେ । ସେହିଗୁଡ଼ିକ ହୁଏତ ଆଜିର ଶିକ୍ଷାର୍ଥୀମାନେ ପଢୁ ନ ଥୁବେ । ଆଜିର ଶିକ୍ଷାର୍ଥୀମାନେ ଟିଭିରୁ ବା କମିକ ବହିରୁ ବା ଆଞ୍ଚଳିକ ସଂସ୍କୃତି ସମ୍ପର୍କିତ ଗପ ପଢ଼ିବାରେ ଆଗ୍ରହ ଦେଖାଉଛନ୍ତି । ପୁରୁଣା ହେଉ ବା ନୂଆ ହେଉ ଏହି ଗପ ଓ କବିତାଗୁଡ଼ିକ ଆପଣଙ୍କ ଶ୍ରେଣୀ ପାଇଁ ବଡ଼ ସମ୍ବଳ । ତେଣୁ ଶ୍ରେଣୀରେ ପଢ଼ାଇବା ପାଇଁ ଏହିଭଳି ଗଛ ସଂକଳନ ସଂଗ୍ରହ କରିବା ଆବଶ୍ୟକ ।

ଶିକ୍ଷଣକାର୍ଯ୍ୟ ୨:ମ ଆପଣଙ୍କ ଶିଶୁ ସାହିତ୍ୟି ଜ୍ଞାନକୁ ସଂପ୍ରସାରିତ କରିବା:

ବର୍ତ୍ତମାନ ଆପଣଙ୍କ ସମୀକ୍ଷା ଆଧାରରେ ଯୋଜନା କରନ୍ତୁ । ଆପଣଙ୍କ ପଢିବା ପାଇଁ ଲକ୍ଷ୍ୟ ସ୍ଥିର କରନ୍ତୁ ।

  • ଶିକ୍ଷାର୍ଥୀମାନଙ୍କ ପାଇଁ ଲେଖୁଥିବା ଦୁଇଜଣ ଗାନ୍ଧିକଙ୍କ ଗପ ପଢିବେ, ଯେ କି ଆପଣଙ୍କ ପାଇଁ ନୂଆ ।
  • ଶିକ୍ଷାର୍ଥୀମାନଙ୍କ ପାଇଁ ଲେଖୁଥିବା ଦୁଇଜଣ କବିଙ୍କର କବିତା ପଢିବେ, ଯେ କି ଆପଣଙ୍କ ପାଇଁ ନୂଆ ।

ସାଥୀ ଶିକ୍ଷକଙ୍କ ସହ ଆପଣଙ୍କର ଧାରଣାଗୁଡିକୁ ଆଲୋଚନା କରନ୍ତୁ ।

ଶ୍ରେଣୀରେ ପଢ଼ାଇବା ପାଇଁ ଉପଯୁକ୍ତ ସାହିତ୍ୟ ସ୍ଥିର କରିବା

ଜଣେ ଶିକ୍ଷୟିତ୍ରୀ ପୁସ୍ତକ ମେଳାର ଅନୁଭୂତିକୁ କିପରି ଶ୍ରେଣୀ ଗୃହରେ ଭାଷା ଓ ସାହିତ୍ୟ ପଢ଼ାଇବାରେ ବ୍ୟବହାର କରିଥୁଲେ, ତଳେ ଦିଆଯାଇଥିବା ପରିସ୍ଥିତି ଅଧ୍ୟୟନଟି ପଢ଼ିଲେ ଜାଣି ପାରିବେ ।

ପରିସ୍ଥିତି ଅଧ୍ୟୟନ ୧ : ଶ୍ରେଣୀ ଗୃହରେ ପଢ଼ାଇବା ପାଇଁ ଶ୍ରୀମତୀ ଶ୍ରଦ୍ଧାଙ୍କର ଭାରତୀୟ ଶିଶୁ ସାହିତ୍ୟର ଅନ୍ୱେଷଣ

ଶ୍ରୀମତୀ ଶ୍ରଦ୍ଧା ହେଉଛନ୍ତି ରାଉରକେଲାର ଷଷ୍ଠ ଶ୍ରେଣୀରେ ପଢ଼ାଉଥିବା ଜଣେ ଶିକ୍ଷୟିତ୍ରୀ ।

ମୁଁ କିଛି ନୂଆ ବହି ଶ୍ରେଣୀକୁ ଆଣିବାକୁ ଇଚ୍ଛା କଲି । ଏଥିପାଇଁ ଶିକ୍ଷାର୍ଥୀମାନଙ୍କର କିଛି ବହି କିଣିବା ପାଇଁ ଆମର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ

ମିହିର ବାବୁଙ୍କ ପାଖରୁ ଅନୁମତି ମାଗିଲି । ସେ ରାଜି ହେଲେ ।

କିଛି ମଜାଳିଆ ବହି କିଣିବା ପାଇଁ ରାଉରକେଲାର ପୁସ୍ତକ ମେଳାକୁ ଗଲି । ଶିଶୁ ସାହିତ୍ୟ ଉପରେ ସେଲ ଗୋଲିଥୁଲା । ପିଲାଙ୍କ ପାଇଁ ଉର୍ଦ୍ଦିଷ୍ଟ କମିକ ଗପ ପାଖରୁ ଆରମ୍ଭ କରି ଉପନ୍ୟାସ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ବହି ଦେଖୁ ମୁଁ ବହୁତ ଖୁସି ହୋଇଗଲି । ଏଥିରେ ବହୁତ ଇଂରାଜୀ ଓ ହିନ୍ଦୀ ଭାଷାରେ ବହି ଅଲା । ମୁଁ ଓଡ଼ିଆ ଲେଖା ଖୋଜୁଥୁଲି । ମୁଁ ଦେଖୁଲି ବଡ଼ ବଡ଼ ପୁସ୍ତକ ପ୍ରକାଶକମାନେ ଇଂରାଜୀ ସ୍କୁଲରେ ପଢୁଥିବା ପିଲାମାନଙ୍କର ବାପା ମା'ଙ୍କ ବହି ପ୍ରକାଶ କରୁଛନ୍ତି । କିନ୍ତୁ ଗ୍ରନ୍ତୁ ମନ୍ଦିର ପୁସ୍ତକ ଭଣ୍ଡାରରେ ସାହିତ୍ୟ ଉପରେ ଆକର୍ଷଣୀୟ ଓ ମୋର ଶ୍ରେଣୀ ଉପଯୋଗୀ ବହୁତ ବହି ପାଇଲି । ଶ୍ରେଣୀରେ ସେହି ଗପଗୁଡ଼ିକୁ ବଡ଼ ପାଟିରେ ପଢ଼ିବା ଆରମ୍ଭ କଲି । ଯେତେବେଳେ ସେମାନେ ଗପଗୁଡ଼ିକ ସହ ପରିଚିତ ହୋଇଗଲେ, ସେହି ଲେଖା ଆଧାରରେ ମୁଁ ଭାଷା ଓ ସାହିତ୍ୟ ଜ୍ଞାନ ବୃଦ୍ଧି ପାଇଁ ଶିକ୍ଷଣ କାର୍ଯ୍ୟ ଉପସ୍ଥାପନ କଲି ଏବଂ ଦେଖୁଲି ଯେଉଁ ଗପ ବା କବିତାଗୁଡ଼ିକ ଉଚ୍ଚକୋଟୀର ଥୁଲା, ତା' ଉପରେ ଶିକ୍ଷଣ କାର୍ଯ୍ୟ କରିବା ସହଜ ହେଉଥୁଲା ।

ଟିକିଏ ଚିନ୍ତା କରନ୍ତୁ

  • ଆପଣ ଶ୍ରୀମତୀ ଶ୍ରଦ୍ଧାଙ୍କ ସହ ଏକମତ ହେବେ କି, ଯେ ସବୁବେଳେ ଓଡ଼ିଆରେ ଶିକ୍ଷାର୍ଥୀମାନଙ୍କ ପାଇଁ ଉପଯୋଗୀ ତଥା ଭଲ ଲେଖା ମିଳେ ନାହିଁ ।
  • ବହି କିଣିବା ପାଇଁ ଆପଣଙ୍କ ବିଦ୍ୟାଳୟରେ କ’ଣ ସମ୍ବଳ ରହିଛି ? ଆପଣ ସେହି ସମ୍ବଳର ସୁବିନିଯୋଗ କରିବେ କିପରି ?

ପରବର୍ତ୍ତୀ କାର୍ଯ୍ୟରେ ଆପଣ ଏକ ଉଚ୍ଚକୋଟୀର ଶିଶୁ ସାହିତ୍ୟର ଗୁଣାବଳୀ ବିଷୟରେ ଅନୁଧାନ କରିପାରିବେ ।

ଶିକ୍ଷଣକାର୍ଯ୍ୟ ୩ : ଶିକ୍ଷାର୍ଥୀଙ୍କ ପାଇଁ ଉପଯୋଗୀ ଲେଖାର ମୂଲ୍ୟାୟନ

ଶିକ୍ଷାର୍ଥୀଙ୍କ ପାଇଁ ବିଭିନ୍ନ ପ୍ରକାର ଓ ବିଭିନ୍ନ ସ୍ତରର ଲେଖା ରହିଛି । ବର୍ତମାନ ଦୁଇଟି ଉଦାହରଣ ଦେଖନ୍ତୁ । ସମ୍ବଳ-୧ ରେ ଥିବା "ବାର୍ଷିକ ଚୁଟିକଟା ଦିନ” ଏବଂ ସମ୍ବଳ-୨ ରେ ଥିବା “ସାପକୁ ବାହା ହୋଇଥିବା ଝିଅର କାହାଣୀ” ।

ଦୁଇଟି ପ୍ରସଙ୍ଗକୁ ବଡ଼ ପାଟିରେ ପଢ଼ନ୍ତୁ ବା ସାଥୀ ଶିକ୍ଷକଙ୍କୁ ପଢ଼ି ଶୁଣାନ୍ତୁ । ପଢ଼ିବା ସମୟରେ ତଳ ପ୍ରଶ୍ନ ଗୁଡ଼ିକ ବିଷୟରେ ଚିନ୍ତା କରନ୍ତୁ ।

  • ଦୁଇଟି ଗପ ଭିତରେ ପ୍ରଭେଦ କ'ଣ ?
  • କେଉଁ ଗପଟି ଭଲ ଲାଗିଲା ?
  • ପ୍ରତ୍ୟେକ ଗପର ଭଲ ଗୁଣଗୁଡ଼ିକ କ’ଣ ?

"ବାର୍ଷିକ ଚୁଟିକଟା ଦିନ” ଗପଟିକୁ ପଢ଼ନ୍ତୁ ଏବଂ ତଳେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଭାବନ୍ତୁ

  • ସାଧାରଣତଃ ଗପଗୁଡ଼ିକ 'ବହୁଦିନ ପୂର୍ବରୁ...' ବା "ଏକଦା ..." ଏହିପରି ଆରମ୍ଭ କରାଯାଇଥାଏ । ଏହି ଗପରେ ଏପରି ହୋଇନାହିଁ କାହିଁକି ?
  • ଗପରେ ଚିତ୍ର ରହିବା ଆବଶ୍ୟକ କି ? କାହିଁକି | କାହିଁକି ନୁହେଁ?
  • ଗପ ବିଷୟରେ କେଉଁଟି ଆପଣଙ୍କ ଶିକ୍ଷାର୍ଥୀଙ୍କୁ ଭଲ ଲାଗିବ ବୋଲି ଆପଣ ଭାବୁଛନ୍ତି ?

ଆପଣଙ୍କ ଧାରଣାକୁ ଆମମାନଙ୍କ ସହ ତୁଳନା କରନ୍ତୁ ।

' ବାର୍ଷିକ ଚୁଟିକଟା ଦିନ' ଗପଟି ଏକ ସୁନ୍ଦର ଚିତ୍ର ବହି । ଏହି ଗପରେ ଯେଉଁ ଲୋକ ଓ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି, ତାହା ସମସାମୟିକ ତଥା ପରିଚିତ । ତା' ଭିତରୁ ବହୁତ କଥା, ଯେମିତି ବାରିକର ଦୋକାନ ଓ ବ୍ୟସ୍ତ ବହୁଳ ଘର ବିଷୟରେ ଯାହା ବର୍ଣ୍ଣନା କରାଯାଇଛି ତାହା ଆନନ୍ଦଦାୟୀ ତଥା ଆଲୋଚନା କଲା ଭଳି ବିଷୟ ।

ଗପଟି ସରଳ ଲାଗୁଛି ଓ ଏଥିରେ କିଛି କଥା ବାରମ୍ବାର ଲେଖାଯାଇଛି। କିନ୍ତୁ ଲେଖାଟିରେ ଭାଷା ସଂଯୋଜନା ବେଶ କଷ୍ଟ । ଯେମିତି...

ଦୁଃଖ ଭାବନା : ଶ୍ରୀଭେଙ୍ଗରୀ ଶ୍ରୀନିବାସ ଘରକୁ ଫେରିଲେ... କ୍ରୋଧ ଭାବନା : ଶ୍ରୀଭେଙ୍ଗରୀ ଶ୍ରୀନିବାସ ସାଙ୍ଗ ଘରକୁ ଗଲେ...

ଏକ ବ୍ୟସ୍ତ ଭାବନା : ଶ୍ରୀଭେଙ୍ଗରୀ ଶ୍ରୀନିବାସ ଅନ୍ୟ ଜଣେ ବନ୍ଧୁଙ୍କ ଘରକୁ ଗଲେ... କାନ୍ଦ ଭାବନା : ସେ ବାହାରି ଗଲେ...

ବାର୍ଷିକ ଚୁଟିକଟା ଦିନଟି ନୂଆ ନୂଆ ପାଠକମାନଙ୍କ ପାଇଁ ଉର୍ଦ୍ଦିଷ୍ଟ । ସେମାନେ ଏହାକୁ କିପରି ସ୍ଵାଧୀନଭାବରେ ପଢ଼ିବେ ସେ ବିଷୟରେ ଚିନ୍ତା କରି ଲେଖାଯାଇଛି । ଏଥିରେ ପରିଚିତ ଶବ୍ଦ ଓ ବାକ୍ୟ ବ୍ୟବହାର କରାଯାଇଛି । ପିଲାମାନେ ଚିତ୍ରକୁ ଦେଖୁ ବହୁତ କଥା ନିଜେ ନିଜେ ବୁଝି ପାରିବେ ।

ଯେହେତୁ ଏହିଭଳି ଗପ ଶିକ୍ଷାର୍ଥୀମାନେ ପଢ଼ିବାକୁ ବହୁତ ଭଲପା'ନ୍ତି, ସେମାନେ ବାରମ୍ବାର ବ୍ୟବହାର ହୋଇଥିବା କିଛି ନିର୍ଦ୍ଦିଷ୍ଟ ଶବ୍ଦ ଅନ୍ୟ ବହିରେ ପଢ଼ି ବୁଝିପାରିବେ ଓ ନିଜ କଥନ ଓ ଲିଖନରେ ବ୍ୟବହାର କରିପାରିବେ ।

ଏହିଭଳି ଗପ ଶିକ୍ଷାର୍ଥୀମାନଙ୍କର କଥନ ଓ ଶ୍ରବଣ ଦକ୍ଷତାକୁ ବଢ଼ାଇଦିଏ, କାରଣ ଗପରେ ଥିବା ଚିତ୍ର ଓ କୌତୁହଳ ସେମାନଙ୍କୁ ପଢ଼ିବା ପାଇଁ ଆଗ୍ରହୀ କରାଏ ।

ଏହି ଗପଗୁଡ଼ିକ ଶିଶୁପ୍ରିୟ କାରଣ ଏହା ନୂଆ ପାଠକମାନଙ୍କର ପରିଚିତ ବସ୍ତୁ ଉପରେ ଆଧାରିତ । ତେଣୁ ଏହି ଗପଗୁଡ଼ିକ ଶିକ୍ଷାର୍ଥୀମାନଙ୍କର ଅନ୍ୟ ଗପ ବା ବହି ପଢ଼ିବା ପାଇଁ ଆଗ୍ରହ ବଢ଼ାଇଥାଏ ।

ଏହି ଗପଗୁଡ଼ିକ ପଢ଼ିଲେ ବା ଶୁଣିଲେ, ପିଲାମାନେ...

  • ନୂଆ ଚରିତ୍ର ବା ନୂଆ ସ୍ଥାନ ଯୋଡ଼ି ଗପଟିକୁ ଆଗେଇ ନେଇ ପାରିବେ ।
  • ଗପଟିକୁ ନୂଆ ଭାବରେ ଶେଷ କରିପାରିବେ ।
  • ଏହି ଗପରେ ଅଭିନୟ କରିପାରିବେ ।
  • ନିଜ ମନରୁ ନୂଆ ଗପ କହି ପାରିବେ ବା ଲେଖୁ ପାରିବେ ।
  • ଏହି ଗପ ଆଧାରରେ ନୂଆ ଗପ ତିଆରି କରିପାରିବେ, ଯେମିତି ଗୋଟିଏ କୁମ୍ଭୀର ଥୁଲା ଯାହାର ବାର୍ଷିକ ଚୁଟିକଟା ଦିନ ଥୁଲା, ସେ...

ବର୍ତ୍ତମାନ ସମ୍ବଳ ୨ ରେ ଦିଆଯାଇଥିବା "ସାପକୁ ବିବାହ କରିଥିବା ଝିଅ” ଗପଟିକୁ ପଢ଼ିବା ।

  • ଏହି ଗପଟି "ବାର୍ଷିକ ଚୁଟିକଟା ଦିନ” ଠାରୁ କିପରି ଭିନ୍ନ ?
  • ଏହି ଗପରେ ଚିତ୍ର ଆବଶ୍ୟକ ନାହିଁ ବୋଲି ଆପଣ କାହିଁକି ଭାବୁଛନ୍ତି ?
  • ନିଜ ମନରୁ ଆପଣ ଏହି ଗପଟିକୁ ଶିକ୍ଷାର୍ଥୀମାନଙ୍କୁ କହି ପାରିବେ କି ?
  • ଏହି ଗପରେ ଥିବା କଷ୍ଟ ଶବ୍ଦଗୁଡ଼ିକ ସ୍ଥାନରେ ସରଳ ଶବ୍ଦ ଲଗାଇ ପାରିବେ କି ?
  • ଗୀତ, ଅଭିନୟ, ସଂଳାପ ଓ ଅଧୁକ ଚରିତ୍ର ଦେଇ ଗପଟିକୁ ଆଗକୁ ନେଇ ହେବ କି ?
  • ଏହି ଗପରେ ଅଭିନୟ କରି ଶିକ୍ଷାର୍ଥୀମାନେ ଖୁସି ହେବେ ବୋଲି ଆପଣ ଭାବୁଛନ୍ତି କି ?

ଏହି ” ସାପକୁ ବିବାହ କରିଥିବା ଝିଅ” ଗପଟି ପଞ୍ଚତନ୍ତ୍ରରୁ ଆସିଛି, ଯାହା ସାଧାରଣତଃ ଏହିଭଳି ପୁରୁଣାକାଳିଆ ଗପ । ଏହି ଗପଗୁଡ଼ିକ- ‘ ଏକଦା' ‘ଥରେ', ବହୁତ ଦିନ ତଳର’ କଥା ଇତ୍ୟାଦି ଶବ୍ଦ ମାଧୁରେ ଆରମ୍ଭ କରାଯାଇଥାଏ । ଏହା ଏକ ନିର୍ଦ୍ଦିଷ୍ଟ ସମୟରେ ଲେଖାଯାଇନାହିଁ ଏବଂ ଗପଟିକୁ ପଢ଼ିଲେ, ଏହା ବର୍ତମାନର ଲେଖା ବୋଲି ଜଣାପଡ଼େ ନାହିଁ ।

ଏହା ଏକ ଆବେଗାତ୍ମକ ଗପ । ଏଥିରେ କିଛି କଥା ଆଶ୍ଚର୍ଯ୍ୟ ଏବଂ ବିରକ୍ତିକର ମଧ୍ୟ ଲାଗେ ।

'ବାର୍ଷିକ ଚୁଟିକଟା ଦିନ' ଭଳି ଏହି ଗପଟି ସରଳ ନୁହେଁ ବା ଏଥିରେ ବ୍ୟବହାର ହୋଇଥିବା ଶବ୍ଦ ଶିକ୍ଷାର୍ଥୀମାନଙ୍କର ପରିଚିତ ପୃଥ୍ବୀର କଥା ନୁହେଁ ।

ଏହି ଗପଟିକୁ ପଢ଼ିଲାବେଳେ ଶିକ୍ଷାର୍ଥୀମାନେ ଏହାର କ୍ରୀଷ୍ଟ ଶବ୍ଦ ତଥା ନିଜେ ନିଜେ ବୁଝିପାରନ୍ତି ନାହିଁ । ଏହି ଗପରେ ଶିକ୍ଷାର୍ଥୀମାନେ ଭାରତର ପୁରୁଣା ସଂସ୍କୃତି ଓ ଭାଷା ବିଷୟରେ ଜ୍ଞାନ ପାଇଥା'ନ୍ତି ।

ଏହି ଗପଟିକୁ ପଢ଼ିଲେ, ଶିକ୍ଷାର୍ଥୀମାନେ...

  • ଗପଟିକୁ କହିପାରିବେ ।
  • ଏହି ଗପ ଆଧାରରେ ନିଜର ନୂଆ ଗପ ତିଆରି କରିପାରିବେ ।
  • ଅଭିନୟ କରିପାରିବେ ।
  • ଚରିତ୍ର ଚରିତ୍ର ମଧ୍ୟରେ ସଂଳାପ କହିପାରିବେ ।
  • ଗପ ଅନୁସାରେ ଚିତ୍ର ଆଙ୍କି ପାରିବେ ।
  • ଗପରେ କାହିଁକି ଏପରି ହୋଇଛି ତା’ର କଳ୍ପନା କରିପାରିବେ ।
  • ଗପଟିକୁ ଆଗେଇ ନେଇପାରିବେ ।
  • ଗୋଷ୍ଠୀରେ ବା ବିଦ୍ୟାଳୟରେ ଏହି ଗପର ଅଭିନୟ କରିପାରିବେ ।

ଟିକିଏ ଚିନ୍ତା କରନ୍ତୁ

ଏହି ଦୁଇଟି ଗପ ଆଧାରରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ପଢ଼ିଲେ । ଏହା ଆପଣଙ୍କ ଶ୍ରେଣୀରେ ଭାଷା ଓ ସାହିତ୍ୟ ପଢ଼ାଇବାରେ ସହାୟକ ହେବ କି ?

ଦୁଇଟିଯାକ ଗପ ଶିକ୍ଷାର୍ଥୀଙ୍କ ପଢ଼ା ବହିରୁ ଆସି ନାହିଁ । ଉଭୟ ଗପ ଆଗ୍ରହାମ୍ଳକ ଓ ଆଲୋଚନା କଲା ଭଳି ଭାଷାରେ ଲେଖା ଯାଇଛି । ଉଭୟ ଗପକୁ ଆଗକୁ ବଢ଼ାଇ ହେବ ତଥା ଏଥିରେ ସାମାନ୍ୟ ପରିବର୍ତନ କରି ଶିକ୍ଷାର୍ଥୀମାନଙ୍କ ପାଇଁ ଉପଯୋଗୀ କରି ହେବ । ଏହା ସହିତ ଭାଷା ଓ ସାହିତ୍ୟର ବହୁତ ଦକ୍ଷତା ହାସଲ କରି ହେବ ।

ଶିକ୍ଷାର୍ଥୀଙ୍କ ପାଇଁ ଭାଷା ଓ ସାହିତ୍ୟ ପାଠ ବାଛିଲାବେଳେ କେଉଁ କେଉଁ ଦିଗ ପ୍ରତି ଦୃଷ୍ଟି ଦେବେ, ସମ୍ବଳ-୩ ଆପଣଙ୍କୁ ସାହାଯ୍ୟ କରିବ । ବର୍ତମାନ ସମ୍ବଳ-୩କୁ ପଢ଼ନ୍ତୁ ଓ ନିଜର ଶ୍ରେଣୀ ପାଇଁ ଭାଷା ସାହିତ୍ୟ ବିଷୟରେ ଚିନ୍ତା କରନ୍ତୁ ।

ଶ୍ରେଣୀରେ ଗପ ଓ କବିତାର ବ୍ୟବହାର କରିବା

ପରବର୍ତ୍ତୀ କାର୍ଯ୍ୟରେ ଆପଣ କବିତାର ଭାଷା ବିଷୟରେ ଜାଣିପାରିବେ ।

ଶିକ୍ଷଣକାର୍ଯ୍ୟ ୪: କବିତାର ରସବୋଧ

ତଳ କବିତାଟିକୁ ଶିକ୍ଷାର୍ଥମାନଙ୍କ ଉଦ୍ଦେଶ୍ୟରେ ବଡ଼ପାଟିରେ ପଢ଼ନ୍ତୁ ବା ଜଣେ ସାଥୀ ଶିକ୍ଷକଙ୍କ ସହ ପଢ଼ନ୍ତୁ ।

(କବିତା: ବର୍ଷା ଜଗନ୍ନାଥ ଦାସ)

ଏମନ୍ତେ ବର୍ଷାଜଳ ଗଲା,                   ମେଘେ ମିଳିଲେ। ଶୂନ୍ୟପଥେ,

ବରଷା ଋତୁ ପ୍ରକାଶିଲା ।                   ବିଜୁଳି ଶବଦ ସଙ୍ଗତେ ।

ସକଳ ରେ ନୁଙ୍କର ସାର,                  ମହୀ ମଣ୍ଡଳ ଦୁଖ8 ଚାହିଁ,

ଶସ୍ୟ- ସମ୍ପଦ ମଞ୍ଚପୁର                     ଜଳ ଛାଡିଲା। ଶେଷ ହୋଇ

ବର୍ତ୍ତମାନ ତଳ ପ୍ରଶ୍ନର ଉତ୍ତର ଦିଅନ୍ତୁ

  • ଏହି କବିତାଟି ପଢ଼ି ଆପଣ ଖୁସି ହେଲେ ନା ଦୁଃଖୀ ହେଲେ ?
  • ଏହା ଆପଣଙ୍କୁ କ'ଣ ଚିନ୍ତା କରିବାକୁ ଖୁରାକ ଦେଲା ?
  • ଶିକ୍ଷାର୍ଥୀମାନେ ଏହାର ରସରୋଧ କରିପାରିବେ କି ? କାହିଁକି | କାହିଁକି ନୁହେଁ?
  • ଏଥିରେ ଥିବା ବାକ୍ୟାଟିଂଶଗୁଡ଼ିକର ଅର୍ଥ କିପରି ବାହାର କରିବେ ? ଏହାକୁ ଶିକ୍ଷାର୍ଥୀମାନଙ୍କୁ କିପରି ବୁଝାଇବେ ?

ଏ ବିଷୟରେ ଆପଣଙ୍କ ବନ୍ଧୁଙ୍କ ସହ ଆଲୋଚନା କରନ୍ତୁ । ଏହି କବିତାରେ ଥିବା ଶବ୍ଦ ଓ ବାକ୍ଯ’ଶଗୁଡ଼ିକୁ ବୁଝାଇ ପାରିବେ କି ବା ଅଙ୍ଗଭଙ୍ଗୀ କରି ବୁଝାଇପାରିବେ କି ?

ଟିକିଏ ଚିନ୍ତା କରନ୍ତୁ

ଆବୃତ୍ତି ଶୁଣିବା ସମୟରେ ଛୋଟ ଛୋଟ ପିଲାମାନେ ମଧ୍ୟ କବିତାର ରସବେଧ କରିପାରନ୍ତି । ସେମାନେ ପ୍ରତ୍ୟେକ 9 ଶବ୍ଦର ଅର୍ଥ ବୁଝି ନ ପାରନ୍ତି, କିନ୍ତୁ ସ୍ଵର ଓ ତାଳ ଅନୁସାରେ ଭାଷାର ବହୁତ କଥା ବୁଝିପାରନ୍ତି । ଏପରିକି ସେମାନେ ବହୁତ ନୂଆ ଶବ୍ଦ ସଂସ୍ପର୍ଶରେ ଆସି ନ ଥୁଲେ ମଧ୍ୟ ବୁଝିପାରନ୍ତି ।

  • ଆପଣ କେଉଁ ସବୁ କବିତା ଶ୍ରେଣୀରେ ପଢାଇଛନ୍ତି ?
  • କେଉଁଟିକୁ ଠିକ୍ ଭାବରେ ପଢାଇଛନ୍ତି ?

ଏକ ଭଲ ସାହିତ୍ୟ ଶୁଣିଲେ ଶିକ୍ଷାର୍ଥୀମାନେ ସେଇଟିକୁ ପଢ଼ିବା ପାଇଁ ଇଚ୍ଛା କରନ୍ତି । ଯାହା ହେଉ ଶ୍ରେଣୀରେ କିପରି ନୂଆ ସାହିତ୍ୟ ଆରମ୍ଭ କରିବେ, ଏଥିରେ ଥିବା ଶେଷ ଅଧାୟଟି ଆପଣଙ୍କୁ ସାହାଯ୍ୟ କରିବ । ବିଦ୍ୟାଳୟରେ ଗପ କହିବା ବା କବିତା ଆବୃତ୍ତି କରିବା ଭଳି ବହୁତ ଅନୁଭୂତି ଅଛି, ଯାହା ବିଦ୍ୟାଳୟ ନିର୍ଘଣ୍ଟା ଉପରେ କିଛି ପ୍ରଭାବ ପକାଇ ନ ଥାଏ ।

କୌଣସି ଶ୍ରବଣ ଓ କଥନ କାର୍ଯ୍ୟ କରିବା ସମୟରେ ଭାଷା ଦକ୍ଷତା ଆଧାରିତ ଶିକ୍ଷଣ କାର୍ଯ୍ୟ ବା ଲିଖୁତ କାର୍ଯ୍ୟ। ଏଥିରେ ଯୋଡ଼ନ୍ତୁ ନାହିଁ । ଶିକ୍ଷାର୍ଥୀମାନଙ୍କୁ ଏହି ଗପ ବା କବିତାକୁ ଖୁସିରେ ଉପଭୋଗ କରିବାକୁ ଦିଅନ୍ତୁ ।

ଶିକ୍ଷଣ କାର୍ଯ୍ୟ ୫ - ଶ୍ରେଣୀରେ କବିତା ଆବୁରି କରିବା

  1. ଆପଣ ଭଲଭାବରେ ଜାଣିଥିବା ଗୋଟିଏ ଛୋଟ କବିତା ବାଛନ୍ତୁ । ଏଇଟିକୁ ଘରେ ବା ସାଥୀ ଶିକ୍ଷକଙ୍କ ସହ ଅଭ୍ଯାସ କରନ୍ତୁ ଏବଂ ମନେ ରଖନ୍ତୁ ।
  2. ବିଦ୍ୟାଳୟ ସମୟ ଆରମ୍ଭରେ ବା ମଧାନ୍ଦୁ ଭୋଜନ ପୂର୍ବରୁ ବା ପରେ ହେଉ ଏହିଟିକୁ ପଢ଼ାଇବା ପାଇଁ ଗୋଟିଏ ଉପଯୋଗୀ ସମୟ ସ୍ଥିର କରନ୍ତୁ । କବିତାର ଶୀର୍ଷକଟିକୁ କଳାପଟାରେ ଲେଖୁ ଦିଅନ୍ତୁ ।
  3. ଆବୃତ୍ତି କରିବା ସମୟରେ ଶିକ୍ଷାର୍ଥୀମାନଙ୍କ ସହ ଆଖୁରେ ଆଖୁ ମିଶାଇ ଆବୃତ୍ତି କରନ୍ତୁ । କଳାପଟାରେ ଚିତ୍ର । ରେଖା । ସାରଣୀ ଆଙ୍କି କଷ୍ଟ ଶବ୍ଦ ଗୁଡ଼ିକର ଅର୍ଥ ବୁଝାଇ ଦେଇପାରନ୍ତି ।
  4. ସପ୍ତାହ ଶେଷରେ ବା ପରବର୍ତୀ ସପ୍ତାହରେ ସେଇଟିକୁ ଆଉ ଥରେ ପଢ଼ାନ୍ତୁ, ଯାହାଫଳରେ ଶିକ୍ଷାର୍ଥୀମାନେ ସେଇଟିକୁ ଭଲ ଭାବରେ ଜାଣି ପାରିବେ ।
  5. ଶିକ୍ଷାର୍ଥୀମାନଙ୍କୁ ଆପଣଙ୍କ ସହିତ ଅଙ୍ଗଭଙ୍ଗୀ ଓ ଅଭିନୟ ସହ ଗାଇବାକୁ ଆମନ୍ଦ୍ରିତ କରନ୍ତୁ ।
  6. ଅନ୍ୟ ଦିନଗୁଡ଼ିକଲେ ଶିକ୍ଷାର୍ଥୀମାନଙ୍କୁ ଯୋଡ଼ିଲେ, ଚା ହୋଟ ଦଳରେ (ଆପଣଙ୍କ ଚିନା) ଗାଲଚା ଯାଇଁ ସୁଯୋଗ ଦିଅନ୍ତୁ ।

ସେମାନେ କେତେ ଆମ୍ବବିଶ୍ଵାସର ସହ ଗାଉଛନ୍ତି ବା କେତେ ବୁଝୁଛନ୍ତି ଅନୁଧାନ କରନ୍ତୁ ।

ଶ୍ରେଣୀକାର୍ଯ୍ୟ ୬ : ଶ୍ରେଣୀରେ ଉଚ୍ଚ ପଠନ କରିବା

ଯେ କୌଣସି ଚନ୍ଦିରୁ ଏକ ଭଲ ଶିଶୁ ଗମ ଚାନ୍ଧନ୍ତୁ । ଘରେ ବା ସାଥୁ ଶିକ୍ଷକଙ୍କ ସହ ତାଙ୍କୁ ଭଲଭାବରେ ଚଢ଼ ପାଟିରେ ପଢ଼ନ୍ତୁ ଓ ମନେରଖନ୍ତୁ ।

ଶିକ୍ଷାର୍ଥୀମାନଙ୍କୁ ବହି ସହିତ ପରିଚିତ କରାନ୍ତୁ । ଶ୍ରେଣୀରେ ବା ଗଛ ମୂଳରେ ଅର୍ଦ ଗୋଲାକାରରେ ବସାନ୍ତୁ ।

ଚନ୍ଦ୍ରିଟିର ଉପର ପୃଷ୍ଠା ଶିକ୍ଷାର୍ଥୀମାନଙ୍କୁ ଦେଖାନ୍ତୁ । ଏହି ଚନ୍ଦ୍ରିଟି ଜେଉଁ ବିଷୟରେ ହୋଇଥୁଚ, ସେମାନଙ୍କୁ ଚିନ୍ତା ଜରିଚାଙ୍କୁ ଜୁହନ୍ତୁ । ଯଦି

ବହିଟିର ଉପର ପୃଷ୍ଠାରେ ଜଙ୍ଗଲର ଚିତ୍ର ଅଛି, ତେବେ ପରସ୍ପରନ୍ତୁ : "କେହି ଜଙ୍ଗଲ ଭିତରକୁ ଯାଇଛ କି ? ବା ଜଙ୍ଗଲ ଦେଖୁଛ କି ? ଏହା ଦେଖୁବାକୁ କିପରି?” ଇତ୍ୟାଦି । ଯଦି ଏଠାରେ ବର୍ଷା ଉପରେ ଚିତ୍ର ଅଛି, ତେବେ ପଶ୍ଚରନ୍ତୁ "ବର୍ଷା ତୁମକୁ କିପରି ଲାଗେ ?" ହଁ । ନା, କାହିଁକି ? ଗପଟିର ଶୀର୍ଷିକ ପଢ଼ନ୍ତୁ ଓ ବହିଟିର ବିଷୟବସ୍ତୁ କ'ଣ, ଶିକ୍ଷାର୍ଥୀମାନଙ୍କୁ ଅନୁମାନ କରିବାକୁ କୁହନ୍ତୁ । ବହିଟିକୁ ଏପରି ପ୍ରଦର୍ଶିତ କରନ୍ତୁ ଯେପରି ଶିକ୍ଷାର୍ଥୀମାନେ ଏଥିରେ ଥିବା ଶବ୍ଦ ଓ ଚିତ୍ର ଦେଖୁ ପାରିବେ । ପ୍ରଥମ କରି ପଢ଼ିବାକୁ ଆରମ୍ଭ କରୁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଶବ୍ଦରେ ଆଙ୍ଗୁଳି ଦେଖାଇ ପଢ଼ନ୍ତୁ ।

ଚିତ୍ର ଦେଖାଇ, ଅଙ୍ଗଭଙ୍ଗୀ କରି ସଂପୂର୍ଣ୍ଣ ଭାବର ସହ ଧ୍ବରେ ଧୂରେ ପଢ଼ନ୍ତୁ । ଆପଣଙ୍କ ପଢ଼ା ସାରିବା ପରେ ତଳ ଲିଖୁତ ପ୍ରଶ୍ନ ଗୁଡ଼ିକୁ ଶିକ୍ଷାର୍ଥୀମାନଙ୍କୁ ପଶ୍ଚରନ୍ତୁ ।

  • ଏହି ଗପରେ ତୁମକୁ କ'ଣ ଭଲ ଲାଗିଲା ?
  • ଏମିତି କ'ଣ କଥା ତୁମକୁ ଆଦୌ ଭଲ ଲାଗିଲା ନାହିଁ?
  • ଏମିତି କିଛି ଅଲା ଯାହା ତୁମକୁ ଦ୍ଵନ୍ଦରେ ପକାଇଲା ? ସେଇଟା କ’ଣ ?

ସେହି ସପ୍ତାହରେ ବା ପରବର୍ତୀ ସପ୍ତାହରେ ସେହି ଗପଟିକୁ ଆଉ ଥରେ ପଢ଼ାନ୍ତୁ । ଏହା ଦ୍ଵାରା ଆପଣଙ୍କ ଶିକ୍ଷାର୍ଥୀମାନେ କିଛି ବୁଝି ପାରିବେ ।

ଶିକ୍ଷାର୍ଥୀମାନଙ୍କୁ ଛୋଟ ଦଳରେ ବା ଯୋଡ଼ିରେ ଗପଟିକୁ ପୁନର୍ବାର କହିବାକୁ କୁହନ୍ତୁ । ଦେଖନ୍ତୁ କେଉଁ ଶିକ୍ଷାର୍ଥୀ ଗପଟିକୁ ପୁରା ମନେ ରଖୁଛି, କେଉଁ ଶିକ୍ଷାର୍ଥୀ ଗପଟିକୁ ଆଗେଇ ନେଇ ପାରୁଛି ବା ଅଲଗା ଢ଼ଙ୍ଗରେ କହୁଛି । କେଉଁ ଶିକ୍ଷାର୍ଥୀ ଆଗ୍ରହ ଦେଖାଉଛି ବା କେଉଁ ଶିକ୍ଷାର୍ଥୀ ବୁଝିପାରୁନାହିଁ ବା ପଢ଼ିବାରେ ଆଗ୍ରହ ଦେଖାଉ ନାହିଁ ।

ଶିକ୍ଷାର୍ଥୀମାନଙ୍କର ଉତ୍ତର ଆପଣଙ୍କୁ ସେମାନଙ୍କ ପାଇଁ ଭଲ ଶିକ୍ଷଣ କାର୍ଯ୍ୟ ଉପସ୍ଥାପନ କରିବା ପାଇଁ ରାସ୍ତା ଦେଖାଇବ ।

ଶ୍ରେଣୀରେ ଗଛ କଥନ ପାଇଁ ଆହୁରି ମୂଲ୍ୟବାନ ତଥ୍ୟ ସମ୍ବଳ-୪ ରେ ଦିଆଯାଇଛି ।

ଟିକିଏ ଚିନ୍ତା କରନ୍ତୁ

  • ଉପରେ ଦିଆଯାଇଥିବା ଗଛ କଥନ ବା କବିତା ଆବୃତ୍ତି ବିଷୟରେ ଆପଣ କ'ଣ ଅନୁଭୂତି ପାଇଲେ ?
  • ଏଗୁଡ଼ିକ ଉପରେ ଆପଣଙ୍କ ଶିକ୍ଷାର୍ଥୀମାନଙ୍କର ମତାମତ କ'ଣ ?

ଆପଣ ଯଦି ଏହିଭଳି ଗପ କେବେ ଶ୍ରେଣୀରେ କହିନାହାନ୍ତି ବା କବିତା ଆବୃତ୍ତି କରିନାହାନ୍ତି, ଆପଣ ବୋଧ ହୁଏ ପ୍ରଥମେ ଭୟ କରିଥୁବେ । ଆପଣ ଯଦି ଧାରାବାହିକ ଭାବେ ଏହି କାର୍ଯ୍ୟ କରିଗଲିବେ, ତେବେ ଆପଣ ତଥା ଆପଣଙ୍କର ଶିକ୍ଷାର୍ଥୀମାନେ ଏହାକୁ ଉପଭୋଗ କରିପାରିବେ ଓ ଆପଣଙ୍କ ସହ ମିଶି କାମ କରିପାରିବେ । ସେମାନେ ନିଜେ ନିଜେ ମଧ୍ୟ କବିତା ଓ ଗପ ପଢ଼ି ଆନନ୍ଦ

ପାଇଦେବ ।

ସାରାଂଶ

ଏହି ଏକକରେ ଆପଣ ଶିଶୁ ସାହିତ୍ୟ ବିଷୟରେ ଆପଣଙ୍କର ଜ୍ଞାନକୁ ସମୀକ୍ଷା କଲେ ଏବଂ ଏକ ଉଚ୍ଚକୋଟୀର ଶିଶୁ ସାହିତ୍ୟର ବିଭିନ୍ନ ଗୁଣାବଳୀ ବିଷୟରେ ଜାଣିପାରିଲେ । ଶ୍ରେଣୀରେ କବିତା ଆବୃତ୍ତି ଓ ଗନ୍ଧି କଥନର ଅଧୁକ ସୁଯୋଗ ସୃଷ୍ଟି କରିପାରିବେ ବୋଲି ମଧ୍ୟ ଭାବିଥୁବେ । ଆପଣ ଯଦି ପିଲାମାନଙ୍କ ପାଇଁ ଏହି ଭଳି କାର୍ଯ୍ୟ ନିୟମିତ ଭାବରେ କରିବେ, ଆପଣଙ୍କ ଶିକ୍ଷାର୍ଥୀମାନେ ଖୁସି ହେବେ ଓ ଏହିପରି ଗପ ଓ କବିତା ନିଜେ ନିଜେ ପଢ଼ିବା ପାଇଁ ଆଗ୍ରହୀ ହେବେ ଯଦ୍ବାରା ସେମାନଙ୍କର ଭାଷାଗତ ଜ୍ଞାନ ବଢ଼ିବାରେ ଏହା ସହାୟକ ହେବ I

ସମ୍ବଳ ସମୂହ

ସମ୍ବଳ ୧: ବାର୍ଷିକ ଚୁଟି କଟା ଦିନ

ସମ୍ବଳ ୨ : ସାପକୁ ବାହା ହୋଇଥିବା ଝଆ

ଏକଦା ଗୋଟିଏ ଗାଁରେ ଜଣେ ବ୍ରାହ୍ମଣ ତାଙ୍କ ସ୍ତ୍ରୀ ସହ ରହୁଥୁଲେ । ସେମାନଙ୍କର ପିଲା ନ ଥୁଲା ବୋଲି ସେମାନେ ବହୁତ ମନ ଦୁଃଖରେ ରହୁଥୁଲେ । ପ୍ରତ୍ୟେକ ଦିନ ସେମାନେ ଆଶାର ସହିତ ପ୍ରାର୍ଥନା କରୁଥୁଲେ ଯେ କେବେ ନା କେବେ ତାଙ୍କର ପିଲାଟିଏ ହେବ । ଶେଷରେ ସେମାନଙ୍କର ଗୋଟିଏ ପିଲା ହେଲା । ବ୍ରାହ୍ମଣୀ ଗୋଟିଏ ପିଲା ଜନ୍ମ କଲେ କିନ୍ତୁ। ପିଲାଟି ସାପ ହୋଇଗଲା । ସମସ୍ତେ ଭୟଭୀତ ହୋଇଗଲେ ଓ ଶୀଘ୍ର ସେଇ ସାପଟିକୁ ଛାଡ଼ିଦେବା ପାଇଁ କହିଲେ ।

ବ୍ରାହ୍ମଣର ସ୍ତ୍ରୀ କାହା କଥା ଶୁଣିଲେ ନାହିଁ । ସେ ସାପଟିକୁ ସାପ ବୋଲି ନ ଭାବି ନିଜର ପିଲା ଭଳି ଯତ୍ନର ସହିତ ପାଳିଲେ । ଯାହା ସବୁ ଭଲ ଖାଦ୍ୟ ପାଇଲେ ତାକୁ ଖାଇବାକୁ ଦେଲେ । ଶୋଇବା ପାଇଁ ସାପ ଲାଗି ଗୋଟିଏ ସୁନ୍ଦର ବାକ୍ ତିଆରି କରିଦେଲେ । ସାପଟି ବଡ଼ ହେଲା । ମା' ତାକୁ ଆହୁରି ଭଲ ପାଇଲେ । ଦିନେ ତାଙ୍କର ପଡ଼େଶୀ ଘରେ ଗୋଟିଏ ବାହାଘର ହେଲା । ବ୍ରାହ୍ମଣୀ ନିଜ ପୁଅର ବାହାଘର କଥା ଚିନ୍ତା କଲେ । କିନ୍ତୁ କେଉଁ ଝିଅ ବା ସାପକୁ ବାହା ହେବ ?

ଦିନେ ବ୍ରାହ୍ମଣ ଘରକୁ ଫେରି ଦେଖୁଲେ। ତାଙ୍କ ସ୍ତ୍ରୀ ଆଖୁରେ ଲୁହ । ସେ ପଶ୍ଚରିଲେ "କ'ଣ ହେଲା ? ତୁମେ କାନ୍ଦୁଛ କାହିଁକି?” ସେ ଉତ୍ତର ଦେଲେ ନାହିଁ କେବଳ କାନ୍ଦି ଗଲିଲେ । ବ୍ରାହ୍ମଣ ପୁଣି ପଶ୍ଚରିଲେ କ’ଣ ତୁମକୁ କଷ୍ଟ ଦେଉଛି ମୋତେ କୁହ, "ଶେଷରେ ବ୍ରାହ୍ମଣୀ କହିଲା । ମୁଁ ଜାଣିଛି ତୁମେ ମୋ ପୁଅକୁ ଭଲ ପାଅ ନାହିଁ । ଆମ ପୁଅ ପାଇଁ ତୁମର ଆଦୌ ଚିନ୍ତା ନାହିଁ । ସେ ବର୍ତମାନ ବଡ଼ ହୋଇଗଲାଣି । ତୁମେ ତା' ପାଇଁ କନ୍ୟାଟିଏ ଦେଖୁନାହିଁ ।" ଏହା ଶୁଣି ବ୍ରାହ୍ମଣ ଆଶ୍ଚର୍ଯ୍ୟ ହୋଇଗଲା । କହିଲା। ” ତୁମ ପୁଅ ପାଇଁ କନ୍ୟା ? ଜଣେ ଝିଅ ଗୋଟିଏ ସାପକୁ ବାହା ହେବ, ଏ କଥା ତୁମେ ଭାବି ପାରୁଛ ? ବ୍ରାହ୍ମଣୀ କିଛି ଉତ୍ତର ଦେଲେ ନାହିଁ, କିନ୍ତୁ କାନ୍ଦିବାକୁ ଲାଗିଲେ । ସ୍ତ୍ରୀର ଏଭଳି କାନ୍ଦଣା ଦେଖୁ ବ୍ରାହ୍ମଣ ପୁଅ ପାଇଁ କନିଆ ଖୋଜିବା ପାଇଁ ବାହାରିଲେ । ସେ ବହୁତ ସ୍ଥାନରେ ବୁଲିଲେ କିନ୍ତୁ ଗୋଟିଏ ସାପକୁ ବିବାହ କଲାଭଳି ଝିଅ ପାଇଲେ ନାହିଁ । ଶେଷରେ ସେ ଗୋଟିଏ ବଡ଼ ସହରରେ ପହଞ୍ଚିଲେ, ଯେଉଁଠି ତାଙ୍କ ଜଣେ ବନ୍ଧୁ ରହୁଥୁଲେ । ବହୁତ ଦିନରୁ ଦେଖା ହୋଇନଥୁଲା ବୋଲି ସେମାନେ ପରସ୍ପରକୁ ଭେଟିବା ପାଇଁ ରାଜି ହେଲେ ।

ବନ୍ଧୁ କହିଲେ, ମୁଁ ତୁମ ପରିବାରକୁ ଓ ତୁମକୁ ଭଲ ଭାବରେ ଜାଣିଛି । ତେଣୁ ପୁଅକୁ ଦେଖୁବାର ଆବଶ୍ୟକତା ନାହିଁ । ତା’ ପରେ ସେ ତାଙ୍କ ଝିଅକୁ ବ୍ରାହ୍ମଣଙ୍କ ସହ ତାଙ୍କ ଘରକୁ ବାହାଘର ପାଇଁ ପଠାଇଦେଲେ । ବ୍ରାହ୍ମଣୀ ଏ କଥା ଶୁଣି ବହୁତ ଖୁସିରେ ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ଯେତେବେଳେ ଏ କଥା ଗାଁ ଲୋକେ ଜାଣିଲେ, ସେମାନେ ଝିଅ ପାଖକୁ ଗଲେ ଏବଂ ସେ ସାପକୁ ବାହା ନ ହେବା ପାଇଁ ସତର୍କ କରାଇଦେଲେ । କିନ୍ତୁ ଝିଅଟି ନିଜ ବାପାଙ୍କ କଥା ରଖୁବା ପାଇଁ ଏମାନଙ୍କ କଥା ଶୁଣିଲା ନାହିଁ ।

ସେହି ଅନୁସାରେ ପୁଅ ଓ ଝିଅର ବାହାଘର ହୋଇଗଲା । ଝିଅଟି ତା' ସାପ ସ୍ବାମୀ ସହିତ ରହିଲା । ସେ ଜଣେ ଉତ୍ତମ ସ୍ତ୍ରୀ ଭାବରେ ନିଜ ସ୍ବାମୀର ଯତ୍ନ ନେଲା । ସାପଟି ରାତିରେ ସେହି ବାକ୍ସରେ ରହୁଥୁଲା । ଗୋଟିଏ ରାତିରେ ଝିଅଟି ଶୋଇବା ପାଇଁ ଗଲାବେଳକୁ ଶୋଇବା ଘରେ ଏକ ସୁନ୍ଦର। ଯୁବକଙ୍କୁ ଦେଖୁଲା । ଝିଅଟି ଭୟଭୀତ ହୋଇ ସାହାଯ୍ୟ ପାଇଁ ଦୌଡ଼ିଲାବେଳକୁ ଯୁବକଟି ତାକୁ ଅଟକାଇଲା ଓ କହିଲା "ଭୟ କର ନାହିଁ, ତୁମେ କ’ଣ ମୋତେ ଚିହ୍ନି ପାରୁନ ? ମୁଁ ତୁମର ସ୍ଵାମୀ ।"

ଝିଅଟି ବିଶ୍ଵାସ କଲା ନାହିଁ । ଝିଅଟିକୁ ବିଶ୍ଵାସ ଦେବା ପାଇଁ ଯୁବକଟି ସାପର ଚମଡ଼ା ଭିତରକୁ ଯାଇ ପୁଣି ବାହାରି ଆସିଲା । ଝିଅଟି ନିଜ ସ୍ବାମୀକୁ ମଣିଷ ରୂପରେ ପାଇ ବହୁତ ଖୁସି ହେଲା ଓ ପୁଅର ପାଦ ଛୁଇଁଲା । ସେହି ଦିନଠାରୁ ପ୍ରତ୍ୟେକ ରାତିରେ ଯୁବକଟି ସାପ ଖୋଳ ଭିତରୁ ବାହାରି ଆସେ ଓ ଦିନ ପୂର୍ବରୁ ପୁଣି ଖୋଳ ଭିତରକୁ ଗଲିଯାଏ ।

ଦିନକର ଘଟଣା । ବ୍ରାହ୍ମଣ ବୋହୁର କୋଠରି ଭିତରୁ କଥାବାର୍ତ୍ତା ଶୁଣି ପାରିଲା । ସେ ନଜର କରି ଦେଖୁଲା ସାପଟି ଗୋଟିଏ ସୁନ୍ଦର ଯୁବକରେ ପରିଣତ ହୋଇଗଲା । ସେ ସଙ୍ଗେ ସଙ୍ଗେ ସାପର ଖୋଳପାଟିକୁ ନେଇ ନିଆଁରେ ପୋଡ଼ିଦେଲା । ଯୁବକଟି କହିଲା ବାପା ଆପଣଙ୍କୁ ବହୁତ ଧନ୍ୟବାଦ । ମୋ ପାଇଁ ଏକ ଅଭିଶାପ ଥୁଲା- ଯେ ପର୍ଯ୍ୟନ୍ତ କେହି ଜଣେ ମୋର ଖୋଳପାକୁ ନ ଯୋଡ଼ିବ ସେ ପର୍ଯ୍ୟନ୍ତ ମୁଁ ସାପ ହୋଇ ବଞ୍ଚିବି । ଆଜି ଆପଣ ଏହା କରିଦେଲେ । ବର୍ତ୍ତମାନ ମୁଁ ଅଭିଶାପରୁ ମୁକ୍ତ ହେଲି ।" ଆଉ ଯୁବକଟି ସାପ ହେଲା ନାହିଁ ଏବଂ ନିଜ ସ୍ତ୍ରୀ ସହ ଖୁସିରେ ରହିଲା ।

ସମ୍ବଳ ୩ : ଶ୍ରେଣୀ ଶିକ୍ଷାଦାନ ଶିକ୍ଷଣ ପାଇଁ ଶିଶୁ ସାହିତ୍ୟ ବାଛିବା

ବିଭିନ୍ନ ପ୍ରସଙ୍ଗ ଆଧାରିତ ଭିନ୍ନ ଭିନ୍ନ ଆକର୍ଷଣୀୟ ଗପ ଓ କବିତା ଶିକ୍ଷାର୍ଥୀମାନଙ୍କ ପାଇଁ ଉପସ୍ଥାପନା କରିବା ଗୁରୁତ୍ଵପୂର୍ଣ୍ଣ ।

  1. ଗପ ଓ କବିତା ଶିକ୍ଷାର୍ଥୀମାନଙ୍କୁ...
  • ଅକ୍ଷର, ପରିଚିତ ଶବ୍ଦ ଓ ବାକ୍ୟାଟିଂଶ ଚିହ୍ନଟ କରିବାରେ ସାହାଯ୍ୟ କରେ ।
  • ଚିତ୍ର ଦେଖୁ ଶବ୍ଦର ଅର୍ଥ ଅନୁମାନ କରିବାରେ ସାହାଯ୍ୟ କରେ ।
  • ଶବ୍ଦ ଓ ବାକ୍ୟର ସଂଯୋଜନା ଶୈଳୀ ବୁଝିବାରେ ଓ ଅନ୍ୟ ଗପ ପଠନରେ ଏହାକୁ ଲଗାଇବାରେ ସାହାଯ୍ୟ କରେ ।
  • ପାଠକ ଭାବରେ ଆମ୍ବ ବିଶ୍ଵାସ ଆଣି ଦିଏ ।

ନୂଆ ପାଠକମାନଙ୍କ ପାଇଁ ଗପ ବା କବିତା ବାଛିବା ସମୟରେ ନିମ୍ନଲିଖୁତ ଦିଗଗୁଡ଼ିକ ପ୍ରତି ଦୃଷ୍ଟି ଦିଅନ୍ତୁ ।

  • ପରିଚିତ ପରିସ୍ଥିତି ଯେପରିକି ଘର ବା ନିଜ ଅଞ୍ଚଳର ଗପ । କବିତା ବାଛନ୍ତୁ ।
  • ଦିବସ, ସପ୍ତାହ, ନିତିଦିନିଆ କାର୍ଯ୍ୟ, ... ଇତ୍ୟାଦି ବିଷୟ ବାଛନ୍ତୁ ।
  • ଲେଖାଟିରେ ଶବ୍ଦ ଓ ବାକ୍ୟାଶଗୁଡ଼ିକ ବାରମ୍ବାର ବ୍ୟବହାର ହୋଇଥୁଲେ ଭଲ ।
  • ଚିତ୍ର ଓ ଶବ୍ଦ ମଧ୍ୟରେ ସାମଞ୍ଜସ୍ୟ ଥିବ ।
  • ଚିତ୍ରଗୁଡ଼ିକ ମନୋରମ ଓ ଅର୍ଥପୂର୍ଣ୍ଣ ହୋଇଥିବ ଯେମିତି ତା ବିଷୟରେ କଥାବାର୍ଭା ହେବାକୁ ଶିକ୍ଷାର୍ଥୀମାନେ ଆଗ୍ରହୀ ହେବେ |

ଲେଖାଗୁଡ଼ିକ ଛୋଟ ହୋଇଥିବା ଆବଶ୍ୟକ ।

  1. ବଡ଼ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କ ପାଇଁ ଏହି ଗପଗୁଡ଼ିକ ନିମ୍ନଲିଖୁତ ଭାବରେ ସାହାଯ୍ୟ କରେ...
  • କଷ୍ଟ ଶବ୍ଦ ଓ ବାକ୍ୟାଶଗୁଡ଼ିକର ଅର୍ଥ ବୁଝିବାରେ ସାହାଯ୍ୟ କରେ ।
  • ଗପର ଅନ୍ତର୍ନିହିତ ଅର୍ଥକୁ ବୁଝି ପାରନ୍ତି ।
  • ନିଜର ଐତିହ୍ୟ ଓ ସଂସ୍କୃତି ବିଷୟରେ ଜାଣି ପାରନ୍ତି ।
  • ସମସ୍ୟା ଓ ଦୁନ୍ଦର ଅର୍ଥ ବୁଝି ପାରନ୍ତି ।

ବଡ଼ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କ ପାଇଁ ଗପ ବା କବିତା ବାଛିବା ସମୟରେ ନିମ୍ନଲିଖୁତ ଦିଗଗୁଡ଼ିକ ପ୍ରତି ଦୃଷ୍ଟି ଦିଅନ୍ତୁ ।

  • କୌତୂହଳା ପୂର୍ଣ୍ଣ ବର୍ଣ୍ଣନା ଓ ଆକର୍ଷଣୀୟ ଚରିତ୍ର ଥିବା ଲେଖା ।
  • ନାଟକ, ଦ୍ଵନ୍ଦ, ଭ୍ରମଣ କାହାଣୀ ପରି ଲେଖା
  • ମଜାଳିଆ ଓ ଆକର୍ଷଣୀୟ ସଂଳାପ ଅବା ଲେଖା
  • ଚିନ୍ତନ ପାଇଁ ସୁଯୋଗ ଦେଲା ଭଳି ଲେଖା
  • ଗୁରୁତ୍ଵପୂର୍ଣ୍ଣ ମହତ ବାଣୀ ଥିବା ଲେଖା

ସମ୍ବଳ ୪ : ଗଳ୍ପକଥନ, ଗୀତ, ଭୂମିକା ଅଭିନୟ ଓ ନାଟକ

ଏକ ଅର୍ଥପୂର୍ଣ୍ଣ ଶିକ୍ଷଣ ପରିସ୍ଥିତି ଭିତରେ ଶିକ୍ଷାର୍ଥୀମାନେ ଭଲ ଶିଖନ୍ତି । ପିଲାମାନେ ଅନ୍ୟମାନଙ୍କ ସହ ଆଲୋଚନା କଲେ ସେମାନଙ୍କର ଚିନ୍ତନ ଓ ବୋଧ ଶକ୍ତି ବୃଦ୍ଧି ପାଏ । ତେଣୁ ଗଣିତ ଓ ବିଜ୍ଞାନ ସହିତ ଗଛ, କଥନ, ଗୀତ, ଭୂମିକା ଅଭିନୟ ଓ ନାଟକ ଭଳି କୌଶଳ ପାଠ୍ୟକ୍ରମରେ ବ୍ୟବହାର କରିବା ଜରୁରୀ ।

ଗଳ୍ପ କଥନ

ଗପ ଆମ ଜୀବନକୁ ବୁଝିବାରେ ସାହାଯ୍ୟ କରେ । ଏହିପରି ବହୁତ ସାଂସ୍କୃତିକ ଗପ ଜନ୍ମ ଜନ୍ମ ଧରି ଗଢ଼ି ଆସିଛି । ଆମେ ସେ ସବୁ ଶୁଣିଛୁ । ତା’ ମାଧମରେ ସମାଜର ନୀତିନିୟମ ଓ ମୂଲ୍ୟବୋଧକୁ ବୁଝିବୁ ।

ଶ୍ରେଣୀରେ ଗନ୍ଧି କଥନ ଏକ ବଳିଷ୍ଟ ଉପାୟ । ଏହା ...

  • କୌତୂହଳପୂର୍ଣ୍ଣ, ଆନନ୍ଦଦାୟୀ ଓ ହୃଦୟସ୍ପର୍ଶ
  • ଆମକୁ ଦୈନନ୍ଦିନ ଜୀବନରୁ କନ୍ଧନା ଜଗତକୁ ନେଇଯାଏ
  • ଆହ୍ଵାନମୂଳକ ହୋଇଥାଏ
  • ନୂତନ ଧାରଣାଗୁଡିକ ପାଇଁ ଚିନ୍ତନକୁ ଉଦ୍ଦୀପିତ କରିଥାଏ
  • ଅନୁଭବ ପ୍ରକାଶନରେ ସାହାଯ୍ୟ କରେ
  • ବାସ୍ତବ ଚିନ୍ତନ ଠାରୁ ଭିନ୍ନ ଏକ କାଛୁନିକ ଚିନ୍ତନ ବଢ଼ାଇ ଦିଏ

ଆପଣ ଯେତେବେଳେ ଗପ କହୁଛନ୍ତି, ସମସ୍ତଙ୍କ ସହ ଆଖିର ସମ୍ପର୍କ ରଖନ୍ତୁ । ଗପଟିକୁ କହିବାବେଳେ ଉପଯୁକ୍ତ ସମୟରେ ବିଭିନ୍ନ ଚରିତ୍ର ପାଇଁ ସ୍ଵରର ଉତ୍ତାନ ପତନ ସହ ଅଭିନୟ କରି, ପ୍ରଶ୍ନ ପରସ୍ପରି ଉପସ୍ଥାପନ କଲେ ଶିକ୍ଷାର୍ଥୀମାନେ ଆନନ୍ଦ ପାଆନ୍ତି ଓ ଭଲ ବୁଝନ୍ତି ।

ଏଥିପାଇଁ ଗପଟିକୁ ଶ୍ରେଣୀରେ କହିବା ପୂର୍ବରୁ ଭଲଭାବରେ ଅଭ୍ୟାସ କରିବା ଆବଶ୍ୟକ । ଗପ କହିବା ପାଇଁ କିଛି ଉପକରଣ ଶ୍ରେଣୀକୁ ଆଣିବେ । ଏହା ଦ୍ଵାରା ଗପଟି ଜୀବନ୍ତ ହୋଇପାରିବ । ନୂଆ ଗପ ଆରମ୍ଭ କରିବାବେଳେ ଗପର ପୃଷ୍ଠଭୂମି କହିଦେବା ଉଚିତ । ଶିକ୍ଷାର୍ଥୀମାନେ ଆଜି ଏହି ଗପରୁ କ'ଣ ଶିଖୁବାକୁ ଯାଉଛନ୍ତି ପ୍ରଥମେ କହିଦେବା ଉଚିତ । ଆପଣ ଜଣେ ସୁନ୍ଦର ଗପ କହୁଥିବା ଲୋକଙ୍କୁ ଶ୍ରେଣୀକୁ ଆଣି ପାରିବେ । କିନ୍ତୁ ଉଭୟ ପିଲା ଓ ଗପ କହୁଥିବା ଲୋକଙ୍କୁ ଗପର ଉଦ୍ଦେଶ୍ୟ କହିଦେବେ ।

ଗଳ୍ପ କଥନ ଶିକ୍ଷାର୍ଥୀମାନଙ୍କର ଶୁଣିବା ଦକ୍ଷତା ସହିତ ସେମାନଙ୍କୁ ସ୍ଫୁର୍ତିଶୀଳ କରିଥାଏ । ଶିକ୍ଷାର୍ଥୀମାନଙ୍କୁ ଗପରେ ଥିବା ରଙ୍ଗଗୁଡ଼ିକୁ କହିବାକୁ କୁହାଯାଇପାରେ, ଚିତ୍ର ଆଙ୍କିବାକୁ କୁହାଯାଇପାରେ, ମୁଖ୍ୟ ବିଷୟଗୁଡ଼ିକୁ ମନେ ପକାଇବାକୁ କୁହାଯାଇପାରେ, ଗପଟିକୁ ଅନ୍ୟପ୍ରକାରେ ଶେଷ କରିବାକୁ କୁହାଯାଇପାରେ । ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ଦଳରେ ଭାଗ କରି ଚିତ୍ର ଦେଇ ଗପଟିକୁ ଅନ୍ୟ ପ୍ରକାରେ କହିବାକୁ କୁହାଯାଇପାରେ । ଗପଟିକୁ ବିଶ୍ଳେଷଣ କରି ସେଥୁରେ ଥିବା ବୈଜ୍ଞାନିକ ତଥ୍ୟ, ଗାଣିତିକ ଧାରଣା ଉପରେ ଯୁକ୍ତି କରିବାକୁ ସୁଯୋଗ ଦିଆଯାଇପାରେ ।

ଶିକ୍ଷାର୍ଥୀମାନେ ନିଜେ ଗପ ଲେଖୁ ବା ଦରକାର । ଏହା ସେମାନଙ୍କର ଚିନ୍ତନ ଓ କଚ୍ଛନା ଶକ୍ତିକୁ ବଢ଼ାଇବା ପାଇଁ ଏକ ବଳିଷ୍ଠ ଉପାୟ । ଯଦି ଆପଣ ସେମାନଙ୍କୁ ଗପର ବିଷୟବସ୍ତୁ ଓ ଭାଷା ଦେଇଦେବେ, ଗଣିତ ଓ ବିଜ୍ଞାନ ଭଳି ଅତି କଷ୍ଟ ଧାରଣା ଉପରେ ମଧ୍ୟ ସେମାନେ ସୁନ୍ଦର ଗପ ଲେଖୁ ଦେଇପାରିବେ । ଫଳାଫଳ ସ୍ଵରୂପ । ସେମାନେ ନୂଆ ଧାରଣା ତିଆରି କରିପାରିବେ, ଅର୍ଥ ବାହାର କରିପାରିବେ ଓ ଅମୂର୍ତ୍ତି ଚିନ୍ତନ ରୂପକ ତିଆରି କରିପାରିବେ ।

ଗୀତ

ଶ୍ରେଣୀରେ ଗୀତ, ସଙ୍ଗୀତର ବ୍ୟବହାର ଶିକ୍ଷାର୍ଥୀମାନଙ୍କୁ କିଛି ନୂଆ କରି ଦେଖାଇବାର ସୁଯୋଗ ଦେଇଥାଏ । ସମୂହ ସଙ୍ଗୀତ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଏକ ସୁ-ସମ୍ପର୍କ ସୃଷ୍ଟି କରେ । ଯେହେତୁ ଏଥିରେ ଶିକ୍ଷାର୍ଥୀର ବ୍ୟକ୍ତିଗତ ପ୍ରଦର୍ଶନ ଦେଖାଯାଏ ନାହିଁ, ତେଣୁ ଶିକ୍ଷାର୍ଥୀମାନେ ବିଶ୍ଵାସର ସହିତ ଭାଗ ନେଇଥା’ନ୍ତି । କର୍ମ ସଙ୍ଗୀତ ଗାଇବା ସମୟରେ ତା’ର ସ୍ଵର ଓ ତାଳ ସେମାନଙ୍କୁ ଗୀତର ପଦ ମନେ ରଖୁବାରେ ସାହାଯ୍ୟ କରେ । ଏହା ଦ୍ବାରା ସେମାନଙ୍କର ଭାଷା ଦକ୍ଷତାର ବିକାଶ ଘଟେ ।

ଯଦି ଆପଣ ଜଣେ ଭଲ, ଗାୟକ ନୁହଁନ୍ତି, ଆପଣଙ୍କ ଶ୍ରେଣୀରେ ଭଲ, ଗାଉଥିବା ଶିକ୍ଷାର୍ଥୀମାନଙ୍କର ସାହାଯ୍ୟ ନିଅନ୍ତୁ । ଅଙ୍ଗଭଙ୍ଗୀ ଓ ମୁଖ୍ୟଭଙ୍ଗୀ ମାଧମରେ ଗୀତର ଅର୍ଥ ପ୍ରଦାନ କରିବାକୁ ଚେଷ୍ଟା କରନ୍ତୁ । ଜାଣିଥିବା ଗୀତ ଆଣନ୍ତୁ । ଆବଶ୍ୟକ ବେଳେ ସେଥୁରେ କିଛି ନୂଆ

ଶବ୍ଦ ଯୋଡ଼ି ଉପସ୍ଥାପନ କରନ୍ତୁ । ଗୀତ ମାଧମରେ ଶିଖୁଲେ ବହୁତ କଥା ସହଜରେ ମନେ ରହିଯାଏ । ଆପଣଙ୍କର ଶିକ୍ଷାର୍ଥୀମାନେ ବହୁତ ନୂଆ ନୂଆ ଗୀତ ମଧ୍ୟ ତିଆରି କରିପାରନ୍ତି ।

ଭୂମିକା ଅଭିନୟ

ଭୂମିକା ଅଭିନୟରେ ଶିକ୍ଷାର୍ଥୀମାନେ ଗୋଟିଏ ଚରିତ୍ରର ଅଭିନୟ କରିଥା’ନ୍ତି । ସେତେବେଳେ ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିର ଚିନ୍ତାଧାରା, କଥା କହିବା ଶୈଳୀ ଆଦି ଅନୁକରଣ କରିଥା’ନ୍ତି । ଏଥିପାଇଁ କିଛି ଲେଖା ଦିଆଯାଇ ନ ଥାଏ । କେବଳ କିଛି ତଥ୍ୟ ଦିଆଯାଇଥାଏ । ସ୍ଵତଃସ୍ଫୁର୍ତ୍ତି ଭାବରେ ନିଜର ଚରିତ୍ରର ଅଭିନୟ କରିବା ପାଇଁ ଭତ୍ସାହିତ କରାଯାଇଥାଏ । ଭୂମିକା ଅଭିନୟର ବହୁତ ସୁବିଧା ରହିଛି, କାରଣ ଏହାଦ୍ଵାରା ଶିକ୍ଷାର୍ଥୀମାନେ

  • ବାସ୍ତବ ଜୀବନରେ ଜଣକର ଭାବନା, ଚିନ୍ତାଧାରାକୁ କିପରି ଉପସ୍ଥାପନ କରିବେ ଜାଣି ପାରନ୍ତି ।
  • ସ୍ଵାଧୀନ ଭାବରେ ନିଷ୍ପତ୍ତି ନେବା ଶିଖନ୍ତି ।
  • ଶିକ୍ଷଣ ପ୍ରକ୍ରିୟାରେ ସକ୍ରିୟଭାବରେ ଅଂଶଗ୍ରହଣ କରିଥା'ନ୍ତି ।
  • କୌଣସି ବିଷୟରେ ଗଭୀର ଭାବରେ ଚିନ୍ତା କରିପାରନ୍ତି ।

ଭୂମିକା ଅଭିନୟ ଯେ କୌଣସି ସାମାଜିକ ପରିସ୍ଥିତିରେ ଯେପରି ଦୋକାନରେ ଜିନିଷ କିଣିବାବେଳେ, କୌଣସି ଆଞ୍ଚଳିକ ସ୍ଥାପତ୍ୟ ବିଷୟରେ ପରିବ୍ରାଜକଙ୍କୁ ବୁଝାଇବା ବା ଷ୍ଟେସନରେ ଟିକେଟ କିଣିବା ସମୟରେ ଏହା ଶିକ୍ଷାର୍ଥୀମାନଙ୍କ ଭିତରେ ଆମ୍ବବିଶ୍ଵାସ ସୃଷ୍ଟି କରେ । ଏଥିପାଇଁ ଆପଣ ଗୋଟିଏ ଦୃଶ୍ୟ ବାଛନ୍ତୁ ଯେପରି ଗଷ୍ଟ ଦୋକାନ, ଗ୍ୟାରେଜ ବା ଡ଼ାକ୍ତରଖାନା ଏବଂ ଶିକ୍ଷାର୍ଥୀମାନଙ୍କୁ କ'ଣ, କେମିତି କରିବାକୁ ପଡ଼ିବ ବୁଝାଇ ଦିଅନ୍ତୁ ଏବଂ ଅଭିନୟ କରିବା ପାଇଁ ଉତ୍ସାହିତ କରନ୍ତୁ ।

ଏହି ଭୂମିକା ଅଭିନୟ ବଡ଼ ଶିକ୍ଷାର୍ଥୀମାନଙ୍କୁ ମଧ୍ୟ ଜୀବନ କୌଶଳ ବିଷୟରେ ଶିକ୍ଷା ଦେଇଥାଏ । ଜୀବନରେ ସମସ୍ୟାଗୁଡ଼ିକୁ କିପରି ସମାଧାନ କରାଯାଏ, ଶିକ୍ଷାର୍ଥୀମାନେ ଅଭିନୟ ମଧ୍ୟରେ ଅନୁଭବ କରିଥା'ନ୍ତି । ଏହି ଭୂମିକା ଅଭିନୟ କରାଇବା ପୂର୍ବରୁ ଶିକ୍ଷାର୍ଥୀମାନଙ୍କୁ ସୂଚନା ଦିଅନ୍ତୁ । କିଏ କେଉଁ ଅଭିନୟ କରିବେ ସେମାନଙ୍କୁ ବାଛି ନେବାକୁ କୁହନ୍ତୁ । ଏଥିପାଇଁ ସମୟ ଓ ଦୃଶ୍ୟ ସ୍ଥିର କରନ୍ତୁ । ଏହି କାର୍ଯ୍ୟ ଉପସ୍ଥାପନ ପରେ ପିଲାମାନଙ୍କୁ ଦଳ କରି ତା' ଉପରେ ଆଲୋଚନା କରନ୍ତୁ । ମନେରଖୁବେ, ଏହା ଦ୍ଵାରା ଆମେ ଶିକ୍ଷାର୍ଥୀମାନଙ୍କୁ ଭଲ ଅଭିନୟ ଶିକ୍ଷା ଦେଉନୁ ବରଂ ସେଥୁରେ ଥିବା ଧାରଣା ଓ ଅନୁଭବ ଶିକ୍ଷାର୍ଥୀମାନଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ ।

ନାଟକ

ଅଧିକାଂଶ, ଶିକ୍ଷାର୍ଥୀ ନାଟକ ଦ୍ଵାରା ବେଶୀ ପ୍ରଭାବିତ ହୋଇଥା'ନ୍ତି । ଏହା ଶିକ୍ଷାର୍ଥୀମାନଙ୍କର ଜ୍ଞାନ ଓ କୌଶଳ ବଢ଼ାଇବା ସହିତ ସେମାନେ କେତେ ପାଠ ବୁଝିଲେ ଆକଳନ କରିହୁଏ । ଆମର ଇନ୍ଦ୍ରିୟ ଓ ଅଙ୍ଗ ପ୍ରତ୍ୟଙ୍ଗମାନେ ଯଥା- କାନ, ଆଖୁ, ନାକ, ହାତ, ଗୋଡ଼ ଓ ପାଟି କିପରି ଆମକୁ ପାଠ ବୁଝିବାରେ ସାହାଯ୍ୟ କରୁଛନ୍ତି ସେ ବିଷୟରେ ନାଟକ କରାଯାଇପାରେ ।

ଏହି ନାଟକ ଶ୍ରେଣୀ ପାଇଁ ସମଗ୍ର ବିଦ୍ୟାଳୟ ପାଇଁ ବା ଗୋଷ୍ଠୀ ପାଇଁ ଆୟୋଜନ କରାଯାଇପାରେ । ଏହା ଦ୍ଵାରା ସେମାନଙ୍କୁ ଅନୁପ୍ରାଣିତ କରାଯାଇଥାଏ । ତେଣୁ ଗୋଟିଏ ଶ୍ରେଣୀର ସବୁ ଶିକ୍ଷାର୍ଥୀମାନେ ମଧ୍ୟ ଏହି ପ୍ରକାର ସୃଜନାମ୍ବକ କାର୍ଯ୍ୟରେ ନିୟୋଜିତ ହୋଇପାରିବେ । ଏଥିପାଇଁ ସମସ୍ତେ ଯେ ଅଭିନୟ କରିବେ ତାହା ନୁହେଁ, ଅନ୍ୟ କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିବେ ।

ଗୋଟିଏ ଜିନିଷ ଆମକୁ ମନେ ରଖୁବାକୁ ପଡ଼ିବ, ଯେପରି ନାଟକର ମଜା ଭିତରେ ଶିକ୍ଷାର୍ଥୀମାନଙ୍କର ଭାଷା ଦକ୍ଷତା ବିକାଶ କଥା ଉଜୋଇ ନ ଯାଏ ।

ଆଧାର: ଟ୍ରେସ୍ ଇଣ୍ଡିଆ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top