ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସଦାଚାରୀ ଶାସ୍ତ୍ରୀଜୀ
ସେଆର କରନ୍ତୁ

ସଦାଚାରୀ ଶାସ୍ତ୍ରୀଜୀ

ପୁଅ କାର୍ ରେ ବୁଲିବାକୁ ସରକାରଙ୍କୁ ଭଡା ଦେଲେ

ଉପକ୍ରମ

ପ୍ରଧାନମନ୍ତ୍ରୀ ଥିବାବେଳେ ଲାଲ ବାହାଦୁର ଶାସ୍ତ୍ରୀ ଦାମୀ କାର୍ ଚଢୁ ନ ଥିଲେ । ତେବେ ତାଙ୍କ ପାଇଁ ଦାମୀ କାର୍ ଟିଏ କିଣାଗଲା । ତାଙ୍କ ପୁଅ ସୁନୀଲ କାର୍ ଚାଳକଙ୍କୁ କହିଲେ, ସେ ଦାମୀ କାରଟିକୁ ଘରକୁ ଆଣୁନ । ସେଥିରେ ବସି ସହରରେ ଟିକେ ବୁଲିବା । ଚାଳକ କାର ନେଇ ଆସିଲେ । ସୁନୀଲ ଓ ଅନ୍ୟମାନେ ସେହି କାରରେ ଦିଲ୍ଲୀର କିଛି ଅଞ୍ଚଳ ବୁଲିଲେ ।

ସଦାଚାରୀ ଶାସ୍ତ୍ରୀଜୀ

ପରେ ଶାସ୍ତ୍ରୀଜୀ ଏ କଥା ଜାଣିଲେ । ସେ ଚାଳକକୁ ଡାକି ପଚାରିଲେ, ଗତକାଲି ସେ କାରରେ କେତେ ବାଟ ଯାଇଛ ? ଲଗ ବୁକ ଦେଖ । ଲଗ ବୁକରେ କାର ୧୪ କିମି ବାଟ ଯାଇଥିବା ରେକର୍ଡ ଥିଲା । ଶାସ୍ତ୍ରୀଜୀ ସଙ୍ଗେ ସଙ୍ଗେ ବ୍ୟକ୍ତିଗତ ସହାୟକଙ୍କୁ ଡାକି ୧୪ କିମି ବାଟ ଯାତ୍ରୀ ପାଇଁ ଯେତିକି ଭଡାପଡ଼ିବ, ସେତିକି ପଇସା ସରକାରଙ୍କ ଆକାଉଣ୍ଟରେ ଜମା କରିବାକୁ କହିଲେ । ସହାୟକ ସେହି ଅର୍ଥ ଜମା କଲେ ।

 

ଆଧାର – ଦୈନିକ ସମାଜ

 

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top