ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସାମାଜିକ ବିଜ୍ଞାନ ଭୂଗୋଳ ପରୀକ୍ଷା ପାଇଁ ପ୍ରସ୍ତୁତି
ସେଆର କରନ୍ତୁ

ସାମାଜିକ ବିଜ୍ଞାନ ଭୂଗୋଳ ପରୀକ୍ଷା ପାଇଁ ପ୍ରସ୍ତୁତି

ସାମାଜିକ ବିଜ୍ଞାନ ଭୂଗୋଳ ପରୀକ୍ଷା ପାଇଁ ପ୍ରସ୍ତୁତି ପ୍ରଣାଳୀ

ଉପକ୍ରମ

ସାମାଜିକ ବିଜ୍ଞାନ ବିଷୟର ‘ଭୂଗୋଳ ଓ ଅର୍ଥନୀତି ‘ ପତ୍ରରେ ଉତ୍ତମ ପ୍ରସ୍ତୁତି ନିମନ୍ତେ କିଛି ପରାମର୍ଶ ଓ କୌଶଳ ପ୍ରଦାନ କରିବାକୁ ପ୍ରୟାସ କରୁଛି   ।  ଆଶା ,  ଏହାଦ୍ଵାରା ତୁମେମାନେ ଉପକୃତ ହେବ   ।

ପ୍ରତ୍ୟେକ ବିଷୟ ନିମନ୍ତେ ନିର୍ଦ୍ଧାରିତ ପୂର୍ଣ୍ଣସଂଖ୍ୟା ଅନୁସାରେ ପ୍ରସ୍ତୁତି ସମୟ ଧାର୍ଯ୍ୟ ହେବା ଆବଶ୍ୟକ   । ଭୂଗୋଳ ଓ ଅର୍ଥନୀତି ପତ୍ରର ପୂର୍ଣ୍ଣସଂଖ୍ୟା 50 ଥିବାରୁ ଏଥିନିମନ୍ତେ ସାମାଜିକ ବିଜ୍ଞାନ   ପାଇଁ ନିର୍ଦ୍ଧାରଣ ସମୟର ଅର୍ଦ୍ଧେକ ହେବା ବିଧେୟ  । ପରୀକ୍ଷା ମାସେଠାରୁ ବି କମ ରହିଲା  ।  ତେଣୁ ଯେତେଦିନ ରହିଲା ତାର ଅନ୍ତତଃ ଏକପଞ୍ଚମାଂସ ସମୟ ସାମାଜିକ ବିଜ୍ଞାନ ବିଷୟ ନିମନ୍ତେ ରହୁଥିବାବେଳେ ତାର ଅଧା ଭୂଗୋଳ ଓ ଅର୍ଥନୀତି ପତ୍ର ରହିଲା ରହିଲା   ।  ସେହି ଅନୁସାରେ ଏକ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତି କର   ।

ପରୀକ୍ଷା ଆରମ୍ଭ ହେବାର ଅନ୍ତତଃ ଛଅଦିନ ପୂର୍ବରୁ ପ୍ରଥମଦିନ ହେବାକୁ ଥିବା ବିଷୟର ପ୍ରସ୍ତୁତି ଆରମ୍ଭ କର   ।  ପରୀକ୍ଷାର ପୂର୍ବଦିନଟି କେବଳ ସେହି ବିଷୟଟି ସେସ ପ୍ରସ୍ତୁତି ସହ ମନେମନେ ସ୍ଥିରକର ପରଦିନ ପରୀକ୍ଷାରେ କିପରି ଓ କେଉଁଭଳି ଉତ୍ତର ଲେଖିବ   ।  ଏଭଳି କାର୍ଯ୍ୟନିର୍ଘଣ୍ଟରେ ସାମାନ୍ୟ ପରିବର୍ତ୍ତନ ବିଷୟଟିର ଗୁରୁତ୍ଵ ଓ ତୁମର ଆବଶ୍ୟକତା ଅନୁସାରେ ହୋଇପାରେ  ।  ଦୁଇଟି ବିଷୟ ବା ପତ୍ରର ପରୀକ୍ଷା ଦିବସ ମଧ୍ୟରେ ଗୋଟିଏ ବା ଦୁଇଟି  ଦିନ ପରୀକ୍ଷା ନଥାଏ      ।  ସେ ଦିନଗୁଡିକ ପରବର୍ତ୍ତୀ ବିଷୟ ପାଇଁ ସଂପୂର୍ଣ୍ଣ ଓ ସ୍ଵତନ୍ତ୍ର ଭାବେ ବିନିଯୋଗ କରିବା ଅନିବାର୍ଯ୍ୟ  ।

ଭୂଗୋଳ ଓ ଅର୍ଥନୀତି ବିଷୟ

ଏଥର ଆସ ,  ଆମେ କେବଳ ଭୂଗୋଳ ଓ ଅର୍ଥନୀତି ବିଷୟ ସମ୍ବନ୍ଧରେ ଆଲୋଚନା କରିବା  ।  ଏହି ପତ୍ରଟିର ପୂର୍ଣ୍ଣସଂଖ୍ୟା 50   ।  ଏଥିରୁ ଭୂଗୋଳରେ 35 ଓ ଅର୍ଥନୀତିରୁ 15 ମାର୍କର ପ୍ରଶ୍ନପଡେ  ଓ ସେଗୁଡିକର ଉତ୍ତର ଅଲଗା ଅଲଗା ପ୍ରଣାଳୀରେ ଦେବାକୁ ପଡେ     । ଗୋଟିଏ ହେଲା ବସ୍ତୁନିଷ୍ଠ ଓ ଅନ୍ୟଟି ବର୍ଣ୍ଣନାତ୍ମକ    ।  ଏଥିରେ ବସ୍ତୁନିଷ୍ଠ ପ୍ରଶ୍ନ 25 ମାର୍କର ବର୍ଣ୍ଣାନାତ୍ମକ    ।  ବସ୍ତୁନିଷ୍ଠ ପ୍ରଶ୍ନରୁ ଭୂଗୋଳରେ 15 ମାର୍କ ଓ ଅର୍ଥନୀତିରେ 10 ମାର୍କ ଆସେ ଯାହାର ମୂଲ୍ୟ ଏକନମ୍ବର ଲେଖାଏଁ   ।  ବସ୍ତୁନିଷ୍ଠ ପ୍ରଶ୍ନର ଉତ୍ତର ଏକ ସ୍ଵତନ୍ତ୍ର OMR ଫର୍ଦରେ ପ୍ରଶ୍ନର କ୍ରମିକ ନମ୍ବର ଅନୁସାରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ନିମନ୍ତେ ଚାରିଟି ଲେଖାଏଁ   A,B,C,D ଏଭଳି ଚାରୋଟି ଶୂନ୍ୟବୃତ୍ତ ଥାଏ   ।  ତୁମେମାନେ ବସ୍ତୁନିଷ୍ଠ ପ୍ରଶ୍ନର ଉତ୍ତର ଦେବା ପାଇଁ ପରିଷଦ ଦ୍ଵାରା ଏକ ନିର୍ଦ୍ଧିଷ୍ଟ OMR ଫର୍ଦ ଦିଆଯାଇଥାଏ   ।  ସେଥିରେ ପରୀକ୍ଷା ପାଇଁ ଦିଆଯାଇଥିବା ପ୍ରବେଶପତ୍ର ରେ ଥିବା ତୁମର ରୋଲନମ୍ବର ଲେଖିବ ଓ 1 ରୁ 0 ପର୍ଯ୍ୟନ୍ତ ଥିବା ସଂଖ୍ୟା ତଳେ ଥିବା ବୃତ୍ତଟିକୁ ସଂପୂର୍ଣ୍ଣରୂପେ କଳା କରିବ   ।  ଏହାଛଡା ତୁମେ ପାଇଥିବା ପ୍ରଶ୍ନପତ୍ର set –A set – B,  set-C  କି Set-D  ତାହା ପାଇଁ ମଧ୍ୟ ଉଦ୍ଦୀଷ୍ଠ ବୃତ୍ତଟିକୁ ସଂପୂର୍ଣ୍ଣ କଳା   /  ନୀଳ କର   ।  କୌଣସି ପରିସ୍ଥିତିରେ ବୃତ୍ତଟିକୁ ଆଂଶିକ କଳା/ କରି କେବେ ବି ଛାଡନ୍ତୁ ନାହିଁ  ।  ଉଦାହରଣସ୍ୱରୂପ ବୃତ୍ତଟିକୁ ଆଂଶିକ ନୀଳ / କଳା କରନ୍ତୁ ନାହିଁ  ।  ବୃତ୍ତିଟିକୁ ସଂପୂର୍ଣ୍ଣ ରୂପେ କଳା।  ନୀଳ କରିବା ଆବଶ୍ୟକ  ।  ନଚେତ ତୁମର ଉତ୍ତର ଫର୍ଦଟି ଠିକ ମୂଲ୍ୟାଙ୍କନ  ହୋଇପାରିବ ନାହିଁ  ।  ତଦ୍ଵାରା ତୁମେ ହିଁ କ୍ଷତିଗ୍ରସ୍ତ ହେବ  ।

ବର୍ତ୍ତମାନ ଭୂଗୋଳ ଓ ଅର୍ଥନୀତିର ବସ୍ତୁନିଷ୍ଠ ପ୍ରଶ୍ନ ଓ  ଉତ୍ତର ସମ୍ବନ୍ଧୀୟ ତଥ୍ୟ ଓସୂତ୍ରଗୁଡିକୁ ଆଲୋଚନା କରିବା   ।  ତୁମେମାନେ ଜାଣିଛ ଯେ ସାମାଜିକ ବିଜ୍ଞାନର  part – 1  ର “ କ” ବିଭାଗରେ ଭୂଗୋଳରେ ସମୁଦାଯ ସାତଟି ଅଧ୍ୟାୟ ଅଛି ଏବଂ ପାତାମ ଓ ଦ୍ଵିତୀୟ ଅଧ୍ୟାୟ ଯଥା କ୍ରମେ 3 ଟି ଓ 2 ଟି ପାଠରେ ବିଭକ୍ତ   ।  ଅନ୍ୟ ଅଧ୍ୟାୟଗୁଡିକରେ ସ୍ଵତନ୍ତ୍ର ଭାବେ ଜଳସମ୍ବଳ , ଖଣିଜ ସମ୍ବଳ , ଶକ୍ତି ସମ୍ବଳ , କୃଷି ଓ ବିନିର୍ମାଣ ଉଦ୍ୟୋଗ ସମ୍ବନ୍ଧରେ  ।  ତେଣୁ ପ୍ରତ୍ୟେକ ଅଧ୍ୟାୟରୁ ସମାନ ସଂଖ୍ୟା କିମ୍ବା ସମାନ ଅଙ୍କର ପ୍ରଶ୍ନ ଆସିବା ସମ୍ଭବ ନୁହେଁ   । ପ୍ରଥମ ଓ ଦ୍ଵିତୀୟ ଅଧ୍ୟାୟରୁ ଅନ୍ୟଗୁଡିଏ ତୁଳନାରେ ସାମାନ୍ୟ ଅଧିକ ମୂଲ୍ୟର ପ୍ରଶ୍ନ ପଚାରିଥିବା ସ୍ଵାଭାବିକ   ।

ଏହି 15 ଟି ବସ୍ତୁନିଷ୍ଟ ପ୍ରଶ୍ନ ମଧ୍ୟରୁ 3 ଟି ମାନଚିତ୍ର ଉପରେ ଆଧାରିତ  ।  ଏହି ମାନଚିତ୍ରଟି ଓ ଏଥିରେ ଥିବା ସୂଚକ ସଂକେତ କରି ଚାରିଗୋଟି ସ୍ଥାନ ଥିବା ନିର୍ଦ୍ଧିଷ୍ଟ ଅଞ୍ଚଳ  ,  ଆଣବିକ ବିଦ୍ୟୁତକେନ୍ଦ୍ର ,  ନଦୀବନ୍ଧ ଯୋଜନା ,  କୃଷି ଅଞ୍ଚଳ ,  ଅଭୟାରଣ୍ୟ , ମିଳୁଥିବା ଖଣିଜ , ଅରଣ୍ୟ , ମୃତ୍ତିକା ଆଦି ଚିହ୍ନିତ କରିବାକୁ ପଡେ ଯାହା ସମ୍ବନ୍ଧରେ ମାନଚିତ୍ରର ଡାହାଣ ଓ ତଳଆଡକୁ ଦିଆଯାଇଥିବା index /ସଂକେତ /ସୂଚକ I,II,III,  କିମ୍ବା 1,2,3 ଅନୁସାରେ ପ୍ରଶ୍ନର ଦିଆଯାଇ ଥିବା 4 ଟି ସ୍ଥାନ / ଅଞ୍ଚଳରୁ ଗୋଟିଏ ବାଛିବାର ପଡେ   ।  ଏଥିପାଇଁ I,II,III,  ମାର୍କ କରାଯାଇଥିବା ରାଜ୍ୟଟିକୁ ଠିକ ରୂପେ ଅନୁମାନ କର  ।  ତା ପରେ ସେହି ରାଜ୍ୟରେ ଥିବା ସ୍ଥାନରେ କେଉଁ ଉପତ୍ୟକା , ଯୋଜନା ,  ଶକ୍ତିକେନ୍ଦ୍ର,ତାପଜ ବିଦ୍ୟୁତକେନ୍ଦ୍ର ଠିକ ରୂପେ ନିରୂପଣ କର  ।  I,II,III,   ଚିହ୍ନିତ ତଥ୍ୟ ଯେଉଁ ରାଜ୍ୟରେ କେବେ ବି ହୋଇନପାରେ ସେଗୁଡିକ ଅଲଗା ଦିଆଯାଇପାରେ   ।  ଅନ୍ୟ ଦୁଇଟି ମଧ୍ୟରୁ କେଉଁଟିରେ ପଚରାଯାଇଥିବା ତଥ୍ୟର ଅବସ୍ଥିତି ଠିକ ରୂପେ ଚିହ୍ନଟ କରିହେବ  ।  ଏଥି ନିମନ୍ତେ ଭାରତର ରାଜନୈତିକ ମାନଚିତ୍ର ତୁମ ଆଖି ଆଗରେ ଝାଳସୁଥିବା ଆବଶ୍ୟକ  ।  ଏହା ସମ୍ଭବ ହେବ ଯଦି ତୁମେ ରାଜ୍ୟ ଓ ସ୍ଥାନ ସମ୍ବନ୍ଧରେ ପୂର୍ବରୁ ବାରମ୍ବାର ଅଧ୍ୟୟନ କରିଥିବ   ।  ଉତ୍ତରଟି A B C D ମଧ୍ୟରୁ ଯେଉଁଥିରେ ଥିବା TMR ରେ ସେହି ବୃତ୍ତଟିକୁ ସଂପୂର୍ଣ୍ଣ ରୂପେ କଳା କର  ।  କେତେକ ବସ୍ତୁନିଷ୍ଠ ପ୍ରଶ୍ନ ନକାରାତ୍ମକ ରେ ଥାଏ  ।  ତେଣୁ ପ୍ରତ୍ୟେକ ପ୍ରଶ୍ନକୁ ତନ୍ନତନ୍ନ କରି ପଢି ବୁଝିବା ଆବଶ୍ୟକ  ।  ସାଧାରଣତଃ ଏଭଳି ପ୍ରଶ୍ନରେ “ ନ’ କିମ୍ବା ‘ନାହିଁ ‘ ବ୍ୟବହାର ଥାଏ ଏବଂ ଏହି ‘ନ’ ଓ ନାହିଁ ‘ ଟି ଟିକିଏ ଗାଢ ଅକ୍ଷରରେ ଥାଏ   ।  ଅର୍ଥନୀତିରେ ମାତ୍ର ଦୁଇଟି ଅଧ୍ୟାୟ ଅଛି   ।  ପ୍ରଥମ ଅଧ୍ୟାୟଟି “ ଆର୍ଥନୈତିକ ବିକାଶ ଓ ଦ୍ଵିତୀୟରେ ଅର୍ଥନୈତିକ ବ୍ୟବସ୍ଥା , ଶିରୋନାମାରେ ଦରବୃଦ୍ଧି , ଖାଉଟି ସଚେତନତା ଦାରିଦ୍ର୍ୟ ଓ ବେକାରି ଏଭଳି 4 ଟି ପଥ ରହିଛି   ।  ଏହି ଚାରିଟିରୁ ଦୁଇଟି ଲେଖାଏଁ ବସ୍ତୁନିଷ୍ଠ ପ୍ରଶ୍ନ ସାଧାରଣତଃ ପଡିନଥାଏ   ।  ସମୟୟେ ସମୟେ  ଗୋଟିଏ ପ୍ରଶ୍ନ ମଧ୍ୟ ପଡିଥାଏ   ।  10 ରୁ ଅବଶିଷ୍ଟ ପ୍ରଶ୍ନ ପ୍ରଥମ ଅଧ୍ୟାୟରୁ ଆସେ   । ତେଣୁ ପ୍ରତ୍ୟେକ ଅଧ୍ୟାୟ ଓ ପାଠକୁ ଭଲ ଭାବେ ଅଧ୍ୟୟନ କରିବା ଜରୁରୀ  ।

ଯଦି କୌଣସି ପ୍ରଶ୍ନର ଉତ୍ତରରେ ସନ୍ଦେହ ଉପୁଜେ ତୁମ ମତରେ ଯେଉଁଠି ଏହାର ଉତ୍ତର ସେହି ବୃତ୍ତରେ ଗୋଟିଏ ଛୋଟିଆ ପେନସିଲ ଦାଗ ଦିଅ ଏବଂ ପରେ ନିଶ୍ଚିତ ଦେବା ପରେ ପରେ ବୃତ୍ତଟିକୁ ସଂପୂର୍ଣ୍ଣ ରୂପେ କଳା/  ନୀଳ କର   ।  କୌଣସି ପରିସ୍ଥିତିରେ ଗୋଟିଏ ପ୍ରଶ୍ନର ଉତ୍ତର ପାଇଁ ଦୁଇଟି ବୃତ୍ତକୁ କଳା/ନୀଳ କରିବ ନାହିଁ   ।

ଏ ପର୍ଯ୍ୟନ୍ତ ବସ୍ତୁନିଷ୍ଠ ଓ ତାର ଉତ୍ତର ଦେବାର ଶୈଳୀ ବର୍ଣ୍ଣନା କରାଗଲା  ।  ଆଶାକରେ ତୁମମାନଙ୍କର କମରେ ଲାଗିବ   ।  ଏଥିର part –II ର ‘କ’ ବିଭାଗ ପ୍ରଶ୍ନସଂଖ୍ୟା ଓ ପ୍ରଶ୍ନର ପ୍ରକାର ସହ ମୂଲ୍ୟ ପ୍ରସଙ୍ଗରେ ଆଲୋଚନା କରିବା  ।  ଏଥିରେ ଅର୍ଥନୀତିକୁ ଆସିଥାଏ   ।  ଏଥିରେ ପ୍ରଥମ ପ୍ରଶ୍ନ 2 ଭାଗରେ ଏବଂ (ii) ଏଭଳି 5 ମାର୍କ ଲେଖାଏଁ ଓ ପ୍ରତ୍ୟେକ ବିକଳ୍ପ ଥାଏ  ।  ତୁମେ ଏହି ଦୁଇଟି ପ୍ରଶ୍ନ ମଧ୍ୟରୁ ଯେଉଁଠି ଅଧିକ ଭଲ ଭାବରେ ଉତ୍ତର ଦେଇପାରିବ ତାହାର ଉତ୍ତର ଲେଖ  ।  କୌଣସି ପରିସ୍ଥିତିରେ ଉଭୟ ପ୍ରଶ୍ନ ପ୍ରଥମଟି ଓ ଏହାର ବିକଳ୍ପ ‘ କିମ୍ବା ‘ ର ଉତ୍ତର ଲେଖ ନାହିଁ   ।  ଏହା ସ୍ପୃହଣୀୟ ନୁହେଁ  ।  ବରଂ ମୂଲ୍ୟାୟନ ଶିକ୍ଷକଙ୍କର ବିରକ୍ତି ଆସିଥାଏ   ।  ଉକ୍ତ ବର୍ଣ୍ଣନାତ୍ମକ subjective ପତ୍ରଟିରେ ଉଭୟ ପ୍ରଶ୍ନ ଓ ଉତ୍ତର ଲେଖିବା ପାଇଁ ରିକ୍ତ ସ୍ଥାନ ପାଖାପାଖି 30 ଟି ଲାଇନ ଟଣାଯାଇ  ଛଡାଯାଇଥାଏ   ।  ତୁମେ ଏଠାରେ ଏହି 5 ମାର୍କ  ବିଶିଷ୍ଟ ପ୍ରଶ୍ନର ଉତ୍ତର ଲେଖିବ   ।  ଏ ପ୍ରଶ୍ନର ଉତ୍ତର ପ୍ରାୟ 100 ଟି ବା 120 ଟି ସବ୍ଦ୍ଦରୁ 10 ଶବ୍ଦ କମ କିମ୍ବା ବେଶୀ ହୋଇପାରେ   । 5 ମାର୍କ ବିଶିଷ୍ଟ ପ୍ରଶ୍ନରେ ଗୋଟିଏ କିମ୍ବା 2 ଟି ମୁଖ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ଵ ଦିଆଯାଇଥାଏ   ।  ଉଦାହରଣ ସ୍ୱରୂପ “ ମୃତ୍ତିକା ସଂରକ୍ଷଣର ଆବଶ୍ୟକତା ଓ ବିଭିନ୍ନ ଉପାୟ ଆଲୋଚନା  କର  ।“ ଏ ହେଲା ପ୍ରଶ୍ନ ଏଥିରେ ଦୁଇଟି ମୁଖ୍ୟ ତଥ୍ୟ ହେଲା  “ ଆବଶ୍ୟକତା ଓ ଉପାୟ ‘   ।  ତେଣୁ ତୁମର ଉତ୍ତର ଏହି ଦୁଇଟି ଉପରେ ଆଧାରିତ ହେବା ଦରକରା  । ଅନ୍ୟଥା ଅନ୍ୟାନ୍ୟ ତଥ୍ୟର ଅବତରଣ ଅନାବଶ୍ୟକ  ।  ଗୋଟିଏ ମାତ୍ର ତଥ୍ୟ ଉପରେ ପର୍ଯ୍ୟବେଶିତ ପ୍ରଶ୍ନର ଉଦାହରଣ ହେଲା – ‘ ଅର୍ଥନୀତିରେ ଶିଳ୍ପକ୍ଷେତ୍ରର ଭୂମିକା ଆଲୋଚନା କର  ‘ ।  ଏଥିରେ ମୁଖ୍ୟପ୍ରସଙ୍ଗଟି ହେଲା  ‘ ଶିଳ୍ପକ୍ଷେତ୍ରର ଭୂମିକା  ।  ଏହା ଉପରେ ହିଁ ତୁମେ ଆଲୋଚନା କରିବା ଉଚିତ   ।  ଏହି ପ୍ରଶ୍ନ ଦୁଇଟି ଗୋଟିଏ ଅଧ୍ୟାୟରୁ ଆସିବ   ।  (ii) ପ୍ରଶ୍ନଟି ଅନ୍ୟ ଅଧ୍ୟାୟରୁ ଆସେ   ,  ଏହିଭଳି ବର୍ଣ୍ଣନାତ୍ମକ  ପ୍ରଶ୍ନ ସଂଖ୍ୟା 1 ଏବଂ ମୂଲ୍ୟ 10 ନମ୍ବର   ।  ଭୂଗୋଳର ଅନ୍ୟ ପ୍ରଶ୍ନଟି 10 ଅଙ୍କ ବିଶିଷ୍ଟ   ।  ଏହା  (i) , (ii), (iii) ଏବଂ  (iv ) ଭାଗରେ ବିଭକ୍ତ ହୋଇଥାଏ   । ପ୍ରଥମ ଦୁଇଟି ଅର୍ଥାତ (I) ଏବଂ (ii) ପ୍ରତ୍ୟେକର ମୂଲ୍ୟ 3 ନମ୍ବର ଲେଖାଏଁ   ।  ଗୋଟିଏ ସଂକ୍ଷେପ ଉତ୍ତର ଲେଖିବାକୁ କୁହାଯାଇଥାଏ ଓ ଦ୍ଵିତୀୟଟି ସଂକ୍ଷିପ୍ତ ଟିପ୍ପଣୀମୂଳକ   ।  ଏହି ପ୍ରଶ୍ନ ଦୁଇଟି ପ୍ରତ୍ୟେକର ବିକଳ୍ପଥାଏ  ଓ ପ୍ରଶ୍ନଗୁଡିକ ଗୋଟିଏ ଗୋଟିଏ ଅଧ୍ୟାୟରୁ ଆସିଥାଏ   ।  ଅର୍ଥାତ ଗୋଟିଏ କୃଷିରୁ ଆସିଥିଲେ କିମ୍ବା ମଧ୍ୟ କୃଷିରୁ ଆସିଥାଏ   ।  ଏହର ଉତ୍ତର ଲେଖିବା ପାଇଁ ପ୍ରାୟ 15 ଲାଇନ ଦିଆଯାଇଥାଏ  ।  ଅନ୍ୟ ଦୁଇଟି ପ୍ରଶ୍ନ (iii ) ଏବଂ (iv) 2 ନମ୍ବର ବିଶିଷ୍ଟ ଓ ‘କାରଣ ଦର୍ଶାଅ ‘ ଓ ପାର୍ଥକ୍ୟ ଦର୍ଶାଅ ‘ ଉପରେ ଆଧାରିତ  ।  ପ୍ରତ୍ୟେକ ମୁଖ୍ୟ ଓ ‘ କିମ୍ବା ‘ ପ୍ରଶ୍ନ ଗୋଟିଏ ଅଧ୍ୟାୟରୁ ପଡେ  ।  ପାର୍ଥକ୍ୟ ଦର୍ଶାଅର ଉତ୍ତରରେ ‘ ସମାନତା ‘ ଲେଖିବା ଆଦୌ ଉଚିତ ନୁହେଁ   ।  ଏଥିପାଇଁ ପ୍ରାୟ 9 ରୁ 10 ଲାଇନ ଦିଆଯାଇଥାଏ   ଏଭଳି (I) ରୁ (iv) ପର୍ଯ୍ୟନ୍ତ ସମସ୍ତର  ମୂଲ୍ୟ ହେଲା 10 ନମ୍ବର ମିଳି ହେଲା 20 ନମ୍ବର   ।

ଅନ୍ୟ ପ୍ରଶ୍ନଟି ଅର୍ଥନୀତିରୁ ଆସେ   ।  ଏଥିରେ  (I) ପ୍ରଶ୍ନଟି 3 ଅଙ୍କ ବିଶିଷ୍ଟ ଓ (ii) ଟି 2 ଅଙ୍କ ବିଶିଷ୍ଟ   ।  ମୋଟ 5 ମାର୍କ   । ପ୍ରଥମଟି ସଂକ୍ଷେପରେ ଉତ୍ତର ଲେଖିବାକୁ ନିର୍ଦ୍ଦେଶ ଥାଏ   ।  ଉଭୟ (ମୁଖ୍ୟ ଓ କିମ୍ବା  ‘) ପ୍ରଶ୍ନ ଗୋଟିଏ ଅଧ୍ୟାୟରୁ ଆସେ   ।  ଦ୍ଵିତୀୟଟି  (ii) ଦୁଇ ଅଙ୍କ ବିଶିଷ୍ଟ ଓ ‘ କିମ୍ବା’ ଥାଏ   ।  ମାତ୍ର ଗୋଟିଏ ଯେଉଁ ଅଧ୍ୟାୟରୁ ଆସେ ଅନ୍ୟଟି ସେହି ଅଧ୍ୟାୟରୁ ନଆସିପାରେ  ।  ଅର୍ଥନୀତିରେ ଦୀର୍ଘଉତ୍ତରମୂଳକ ପ୍ରଶ୍ନର ମୂଲ୍ୟ  5    ।  ଉଭୟ ମିଶି 20+5 = 25   ।

କୌଣସି ପରିମାଣତ୍ମକ ‘ପ୍ରତିଶତ ‘ ମସିହା ‘ କିମ୍ବା ସଂଖ୍ୟା ‘ ପୁସ୍ତକରେ ବିଭିନ୍ନ କ୍ଷେତ୍ରରେ ଭିନ୍ନଭିନ୍ନ ଲେଖା ହୋଇଛି   ।  ତେଣୁ ସେଥିରେ ତୁମେ ବ୍ୟସ୍ତ ହୁଅନାହିଁ  ।  ବହିରେ ଥିବା ଯେକୌଣସି ପ୍ରତିଶତ କିମ୍ବା ମସିହା ଲେଖାଥିଲେ   ତୁମକୁ କ୍ଷତି ସହିବାକୁ ପଡିବ ନାହିଁ   ।  ଉପରେ ଆଲୋଚିତ ସୂତ୍ର ଓ ସୂଚନାଗୁଡିକ ତୁମକ ଉତ୍ତମ ପ୍ରସ୍ତୁତି ଓ ଉତ୍ତର ଦେବାକୁ ସାହାଯ୍ୟ କରିବ   ,  ଏଥିରେ ସନ୍ଦେହ ନାହିଁ   ।  ଏଥି ସହିତ ସମସ୍ତ ପରୀକ୍ଷାର୍ଥୀଙ୍କର ନିଷ୍ପାଦନ ଭଲ ହେଉ ସମସ୍ତେ କୃତକାର୍ଯ୍ୟ ହୁଅନ୍ତୁ ,  ଏହି ଆସାରଖି ରଖିଲି   ।

ଆଧାର  : ପ୍ରଭାକର ପ୍ରଧାନ ,ପ୍ରାକ୍ତନ ଭୂଗୋଳ ବିଶେଷଜ୍ଞ , ମାଧ୍ୟମିକ ଶିକ୍ଷା ପରିଷଦ

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top