ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗଣତାନ୍ତ୍ରିକ ପ୍ରକ୍ରିୟା - ସାମ୍ବିଧାନିକ ମୂଲ୍ୟବୋଧ ଓ ଭାରତର ରାଜନୈତିକ ପ୍ରକ୍ରିୟା
ସେଆର କରନ୍ତୁ

ଗଣତାନ୍ତ୍ରିକ ପ୍ରକ୍ରିୟା - ସାମ୍ବିଧାନିକ ମୂଲ୍ୟବୋଧ ଓ ଭାରତର ରାଜନୈତିକ ପ୍ରକ୍ରିୟା

ସାମ୍ବିଧାନିକ ମୂଲ୍ୟବୋଧ ଓ ଭାରତର ରାଜନୈତିକ ପ୍ରକ୍ରିୟା ର ସୂଚନା

ସମ୍ବିଧାନର ଅର୍ଥ

ଆମେ ବର୍ତ୍ତମାନ ଭାରତୀୟ ସମ୍ବିଧାନ ଉପରେ ଆଲୋଚନା ଆରମ୍ଭ କରିବା  । କିନ୍ତୁ ତା ପୂର୍ବରୁ ଯେଉଁ ପ୍ରଶ୍ନର ଉତ୍ତର ପାଇବା ଆବଶ୍ୟକ, ତାହା ହେଉଛି, “ସମ୍ବିଧାନ” ଶବ୍ଦର ଅର୍ଥ କ’ଣ ?

ତୁମେ ବହୁବାର “ସମ୍ବିଧାନ” ଶବ୍ଦ ସମ୍ପର୍କରେ ଆସିଥିବ  । ଏହା ବିଭିନ୍ନ ପ୍ରସଙ୍ଗରେ ଯଥା ରାଜ୍ୟ ଓ କେନ୍ଦ୍ରର ସମ୍ବିଧାନ, ସମାଜ କିମ୍ବା ସଂଘର ସମ୍ବିଧାନ, କ୍ରିଡା କ୍ଲବର ସମ୍ବିଧାନ, ବେସରକାରୀ ସଂସ୍ଥା (NGO)ର ସମ୍ବିଧାନ, ଗୋଟିଏ କାରଖାନାର ସମ୍ବିଧାନ ଓ ଏହିପରି ଅନେକ କିଛି  । ସମସ୍ତ ପ୍ରସଙ୍ଗରେ ଏହି ଶବ୍ଦ କ’ଣ ସମାନ ଅର୍ଥ ପ୍ରକାଶ କରେ  ? ନା, ଏହା ଠିକ୍ ସେପରି ନୁହେଁ  । ସାଧାରଣ ଭାବରେ ଯେପରି ବ୍ୟବହାର କରାଯାଏ, ସମ୍ବିଧାନ ହେଉଛି କେତେକ ନିୟମର ସମାହାର, ସାଧାରଣତଃ ଲିପିବଦ୍ଧ ନିୟମ, ଯାହାକି ଗୋଟିଏ ସଂସ୍ଥା, ଅନୁଷ୍ଠାନ, କିମ୍ବା କମ୍ପାନୀର ଗଠନ ଓ କାର୍ଯ୍ୟର ସ୍ୱରୂପ ପ୍ରକାଶ ଓ ନିୟନ୍ତ୍ରଣ କରେ  । କିନ୍ତୁ ଯେତେବେଳେ ଏହା ଗୋଟିଏ ରାଜ୍ୟ ବା ରାଷ୍ଟ୍ର ପ୍ରସଙ୍ଗରେ ବ୍ୟବହାର କରାଯାଏ, ସମ୍ବିଧାନ ଅର୍ଥ ହେଉଛି, ସମଷ୍ଟିଗତଭାବରେ କେତେକ ମୌଳିକନୀତି ନିୟମ, ମୌଳିକ ଆଇନ ଓ ପ୍ରତିଷ୍ଠିତ ଉଦାହରଣ  । ଏହା ରାଷ୍ଟ୍ରର ବିଭିନ୍ନ ଦିଗ ଓ ସରକାର ଅଧିନରେ ଥିବା ୩ଟି ଗୁରୁତ୍ଵପୂର୍ଣ୍ଣ ଅନୁଷ୍ଠାନ- କାର୍ଯ୍ୟ ନିର୍ବାହୀ, ଆଇନ୍ ପ୍ରଣୟନ ଓ ନ୍ୟାୟପାଳିକାର ଗଠନ, କ୍ଷମତା ଓ କାର୍ଯ୍ୟକୁ ସୂଚୀତ, ବ୍ୟାଖ୍ୟା ଓ ନିୟନ୍ତ୍ରିତ କରେ  । ଏହା ମଧ୍ୟ ନାଗରିକମାନଙ୍କୁ ଅଧିକାର ଓ ସ୍ଵାଧୀନତା ପ୍ରଦାନ କରେ ଓ ପ୍ରତ୍ୟକ ନାଗରିକ, ରାଷ୍ଟ୍ର ଓ ସରକାର ମଧ୍ୟରେ ଥିବା ସମ୍ପର୍କକୁ ପ୍ରକାଶ କରିଥାଏ  ।

ଗୋଟିଏ ସମ୍ବିଧାନ ଲିଖିତ ବା ଅଲିଖିତ ହୋଇପାରେ କିନ୍ତୁ ଏଥିରେ ରାଷ୍ଟ୍ରର ମୌଳିକ ଆଇନ ସନ୍ନିବେଶିତ ହୋଇଥାଏ  । ଏହା ସର୍ବୋଚ୍ଚ ଓ ସର୍ବଶେଷ କ୍ଷମତାର ଅଧିକାରୀ  । ଯଦି କୌଣସି ସିଦ୍ଧାନ୍ତ ବା କାର୍ଯ୍ୟ ଏହା ଅନୁସାରେ ହୋଇ ନଥାଏ, ତେବେ ତାହା ଅସାମ୍ବିଧାନିକ ଓ ଅନ୍ୟାୟ ଅଟେ  । କ୍ଷମତାର ଦୁରୁପଯୋଗ ନହେବା ପାଇଁ ସମ୍ବିଧାନରେ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଛି  । ମୋଟ ଉପରେ ଏହା ଅଚଳ ନୁହେଁ, ଏକ ସଚଳ ଦସ୍ତାବିଜ । କାରଣ ଏହାକୁ ସମୟୋପଯୋଗୀ କରିବାପାଇଁ ଆବଶ୍ୟକ ପଡିଲେ, ଏହାକୁ ସଂଶୋଧନ କରାଯାଇପାରେ   । ଏହାର ନମନୀୟତା ଗୁଣ ଯୋଗୁଁ ଲୋକଙ୍କର ପରିବର୍ତ୍ତିତ ଅଭିଳାଷ, ସମୟର ଆବଶ୍ୟକତା, ଓ ସମାଜରେ ଘଟୁଥିବା ପରିବର୍ତ୍ତନ ଅନୁସାରେ ଏହାକୁ ପରିବର୍ତ୍ତନ କରାଯାଇପାରେ  ।

ଭାରତୀୟ ସମ୍ବିଧାନ

ତୁମେ ଭାରତର ସମ୍ବିଧାନର ଦସ୍ତାବିଜ ଦେଖିଛନ୍ତି ? ଯଦି ତୁମେ ଏହାକୁ ଦେଖିଥିବ ବା ଦେଖିବାର ସୁଯୋଗ ପାଇବ, ତୁମେ ନିଶ୍ଚିତ ଭାବରେ ଏକମତ ହେବଯେ, ଏହା ଏକ ଦସ୍ତାବିଜ  । ପ୍ରକୃତ ପକ୍ଷେ ଭାରତୀୟ ସମ୍ବିଧାନ ସମସ୍ତ ଲିଖିତ ସମ୍ବିଧାନ ଠାରୁ ଦୀର୍ଘତମ  । ଏହା ଗୋଟିଏ ପ୍ରତିନିଧି ମଣ୍ଡଳି ଦ୍ଵାରା ପ୍ରସ୍ତୁତ ହୋଇଛି, ଯାହା ସମ୍ବିଧାନ ପ୍ରଣୟନ ସଭା ନାମରେ ପରିଚିତ  । ଏହାର ଅଧିକାଂଶ ସଦସ୍ୟ ଗଭୀର ଭାବରେ ସ୍ଵାଧୀନତା ସଂଗ୍ରାମ ସହ ସମ୍ପୃକ୍ତ  । ସମ୍ମାନର ସହ ସେମାନଙ୍କୁ ସମ୍ବିଧାନର ପ୍ରତିଷ୍ଠାତା ବା ଜଣକ ବୋଲି କୁହାଯାଏ  । ସମ୍ବିଧାନର ଗଠନ ପ୍ରକ୍ରିୟା ନିମ୍ନଲିଖିତ କାରଣ ଗୁଡିକଦ୍ଵାରା ବିଶେଷ ଭାବରେ ପ୍ରଭାବିତ

  • ଦୀର୍ଘକାଳ ଧରି ଚାଲିଥିବା ସ୍ଵାଧୀନତା ସଂଗ୍ରାମ ସମୟରେ ସୃଷ୍ଟି ହୋଇଥିବା ଅଭିଳାଷ  ।
  • ଇଂରେଜ ଶାସନ ସମୟରେ ଦେଖାଦେଇଥିବା ସାମ୍ବିଧାନିକ ଓ ରାଜନୈତିକ ପରିବର୍ତ୍ତନ  ।
  • ମହାତ୍ମାଗାନ୍ଧୀଙ୍କର ନୀତି ଓ ଚିନ୍ତାଧାରା ଯାହାକୁ ଗାନ୍ଧୀମତବାଦ ବା ଗାନ୍ଧୀନୀତି କୁହାଯାଏ  ।
  • ଦେଶର ସାମାଜିକ ଓ ସାଂସ୍କୃତିକ ଚରିତ୍ର  ।
  • ବିଶ୍ଵର ଅନ୍ୟାନ୍ୟ ଗଣତାନ୍ତ୍ରିକ ଦେଶଗୁଡିକର ସମ୍ବିଧାନ କାର୍ଯ୍ୟକାରିତା ଅନୁଭୂତି  ।

୧୯୫୦ ମସିହା ଜାନୁଆରୀ ୨୬ତାରିଖରେ ସମ୍ବିଧାନ କାର୍ଯ୍ୟକାରି ହେଲା ଓ ସେହି ଦିନଠାରୁ ଆମେ ଏହି ଦିନଟିକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରିଆସୁଅଛୁ  ।

ଭାରତୀୟ ସମ୍ବିଧାନରେ ଭାରତୀୟ ରାଜନୈତିକ ପଦ୍ଧତି ସହିତ ଏହାର ମୌଳିକ ଉଦ୍ଦେଶ୍ୟର ବିଭିନ୍ନ ଦିଗ ଉପରେ ବ୍ୟାଖ୍ୟା କରାଯାଇଛି  । ଏଥିରୁ ନିଂମ୍ନଲିଖିତ ବ୍ୟବସ୍ଥା ରହିଛି –

  • ଯେଉଁ ଅଞ୍ଚଳ ସମୂହକୁ ନେଇ ଭାରତ ଗଠିତ  ।
  • ନାଗରିକତ୍ଵ
  • ମୌଳିକ ଅଧିକାର
  • ରାଷ୍ଟ୍ରନୀତି ନିର୍ଦ୍ଦେଶାନାମା ଓ ମୌଳିକ କର୍ତ୍ତବ୍ୟ  ।
  • କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ସ୍ତରରେ ଗଠିତ ସରକାରର ଗଠନ ଓ କାର୍ଯ୍ୟ  ।
  • ରାଜନୈତିକ ପଦ୍ଧତିର ଆହୁରି ଅନେକ ଦିଗ  ।

ଏହା ଭାରତକୁ ଏକ ସାର୍ବଭୌମ, ଗଣତାନ୍ତ୍ରିକ, ସମାଜବାଦୀ, ଧର୍ମନିରପେକ୍ଷ ସାଧାରଣତନ୍ତ୍ର ବୋଲି ବ୍ୟାଖ୍ୟା କରିଛି  ।ଏଥିରେ ସାମାଜିକ ପରିବର୍ତ୍ତନ ଆଣିବା ଏବଂ ନାଗରିକ ଓ ରାଷ୍ଟ୍ରମଧ୍ୟରେ ଥିବା ସମ୍ପର୍କକୁ ବ୍ୟାଖ୍ୟା କରିବାର ବ୍ୟବସ୍ଥା ରହିଛି  ।

କାର୍ଯ୍ୟ – ୧୫.୧

ଭାରତୀୟ ସମ୍ବିଧାନର ଗୋଟିଏ ନକଲ ଯାହାକି ପାଠାଗାରରେ ମିଳିବ ତାକୁ, ଦେଖ କିମ୍ବା ଇଣ୍ଟରନେଟ୍ ରେ ଦେଖ  । ନିକଟରେ ଯଦି କୌଣସି ବେସରକାରୀ ସଂଗଠନ (NGO) କ୍ରିଡାକ୍ଲବ, ଛାତ୍ରସଂଗଠନ କିମ୍ବା ଶିକ୍ଷକ ସଂଗଠନ କିମ୍ବା ଅନ୍ୟକୌଣସି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଅଛି, ତାଙ୍କୁ ପଚାରିପାରା  । ସେମାନଙ୍କ ଭିତରୁ ଯାହାଙ୍କୁ ତାଙ୍କ ପାଖରେ ଥିବା ସମ୍ବିଧାନର ଗୋଟିଏ ନକଲ ଦେଖାଇବା ପାଇଁ ଅନୁରୋଧ  କର  ।

ସେ ସମ୍ବିଧାନ ଗୁଡିକ ଭିତରୁ କୌଣସି ଗୋଟିକ ସହ ଭାରତୀୟ ସମ୍ବିଧାନର ତୁଳନା କର ଦୁଇଟି ଭିତରେ ଯେଉଁ ପାର୍ଥକ୍ଯ ଦେଖୁଛ, ତାହା ସଂକ୍ଷେପରେ ଲେଖ  ।

ସାମ୍ବିଧାନିକ ବୈଶିଷ୍ଟ୍ୟ

କୌଣସି ରାଷ୍ଟ୍ରରେ ସମ୍ବିଧାନ ବହୁବିଧ ଉଦ୍ଦେଶ୍ୟ ସାଧନ କରିଥାଏ  । ନାଗରିକ ଭାବରେ ଆମେ ଯେଭଳିରାଷ୍ଟ୍ରରେ ରହିବାକୁ ଇଚ୍ଛାକରୁ, ତାର ମୂଳଭିତ୍ତି ସ୍ଥାପନ ପାଇଁ ଏହା ନିର୍ଦ୍ଧିଷ୍ଟ ମାର୍ଗ ପ୍ରଦର୍ଶନ କରେ  । ଗୋଟିଏ ଦେଶ ସାଧାରଣତଃ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ନେଇ ଗଠିତ ଯେଉଁ ମାନଙ୍କର ନିର୍ଦ୍ଧିଷ୍ଟ ବିଶ୍ଵାସ ରହିଛି କିନ୍ତୁ ନିଶ୍ଚିନ୍ତ ଭାବରେ ସମସ୍ତ ମତକୁ ଗ୍ରହଣ କରିନପାରନ୍ତି  । ସମ୍ବିଧାନ ହେଉଛି କେତେକ ନୀତି, ନିୟମ ଓ ରୀତିର ସମାହାର ଯାହାଉପରେ ସହମତି ରହିଥାଏ  । ଏଗୁଡିକ ଗଠନ କରୁଥିବା ପଦ୍ଧତି ଅନୁସାରେ ଦେଶକୁ ଶାସନକରିବା ଓ ସମାଜକୁ ଗତିଶୀଳ କରିବା ପାଇଁ ଲୋକମାନେ ଇଚ୍ଛା କରନ୍ତି  । ଏହା କେବଳ ସରକାରର ପ୍ରକାର ଉପରେ ସହମତି ନୁହେଁ, କିନ୍ତୁ ରାଷ୍ଟ୍ର ଗ୍ରହଣ କରୁଥିବା ନୀତି ଓ ଆଦର୍ଶ ମଧ୍ୟ ଏହାର ଅନ୍ତର୍ଭୁକ୍ତ  । ଭାରତ ସମ୍ବିଧାନର କେତେକ ମୌଳିକ ସାମ୍ବିଧାନିକ ବୈଶିଷ୍ଟ୍ୟ ରହିଛି ଯାହାକି ବିଭିନ୍ନ ଧାରା ଓ ବ୍ୟବସ୍ଥା ମଧ୍ୟରେ ପ୍ରକାଶିତ ହୋଇଥାଏ  । ତୁମେ ଜାଣକି “ବୈଶିଷ୍ଟ୍ୟ” ଶବ୍ଦର ଅର୍ଥ କ’ଣ  ? ତୁମେ ସଙ୍ଗେ ସଙ୍ଗେ କହିପାର ସତ୍ୟ, ଅହିଂସା, ଶାନ୍ତି, ସହଯୋଗ, ସାଧୁତା, ସମ୍ମାନ ଓ ଦୟାକୁ ବୈଶିଷ୍ଟ୍ୟ କୁହାଯାଏ ଏବଂ ଏହି ଭଳି ଆଉ ଅନେକ ମୂଲ୍ୟ ଗଣିଚାଲିବ  । ପ୍ରକୃତ ପକ୍ଷେ ସାଧାରଣ ଲୋକ ବୁଝିବାପାଇଁ ବୈଶିଷ୍ଟ୍ୟ ହେଉଛି ସମୁଦାୟ ମାନବ ସମାଜ ତିଷ୍ଠିରହିବା ପାଇଁ ଯାହା ଅତ୍ୟନ୍ତ ଆବଶ୍ୟକ କିମ୍ବା ପାଇବା ଓ ଲକ୍ଷ୍ୟ କରିବାର ଯୋଗ୍ୟ  । ଭାରତର ସମ୍ବିଧାନରେ ଆଧୁନିକ ଯୁଗର ସମସ୍ତ ବୈଶିଷ୍ଟ୍ୟ ନିହିତ ରହିଛି ଯାହାକି ସର୍ବଜନାଦୃତ, ମାନବିକ ଓ ଗଣତାନ୍ତ୍ରିକ  ।

ସାମ୍ବିଧାନିକ ବୈଶିଷ୍ଟ୍ୟ ଓ ସମ୍ବିଧାନର ପ୍ରସ୍ତାବନା

ତୁମେ ଭାରତୀୟ ସମ୍ବିଧାନର ଆରମ୍ଭରୁ ଛପାଯାଇଥିବା ପ୍ରସ୍ତାବନା ପାଠ କରିଛକି ? ଉପରେ ଯେପରି କୁହାଯାଇଛି, ସମୁଦାୟ ଭାରତୀୟ ସମ୍ବିଧାନରେ ସାମ୍ବିଧାନିକ ବୈଶିଷ୍ଟ୍ୟ ପ୍ରତିଫଳିତ ହୋଇଛି  । କିନ୍ତୁ ଏହାର ପ୍ରସ୍ତାବନା ଲିପିବଦ୍ଧ ହୋଇଛି “ମୌଳିକ ବୈଶିଷ୍ଟ୍ୟ ଓ ଦର୍ଶନା ଯାହା ଉପରେ ସମ୍ବିଧାନ ପ୍ରତିଷ୍ଠିତ”  । ଯେକୌଣସି ସମ୍ବିଧାନର ପ୍ରସ୍ତାବନା ହେଉଛି ଏକ ଚୁମ୍ବକ ପ୍ରାରମ୍ଭିକ ସୂଚନା ଯାହାକି ଏହି ଦସ୍ତାବିଜ (ସମ୍ବିଧାନ)ର ନିୟନ୍ତ୍ରକ ନିୟମାବଳୀକୁ ପ୍ରକାଶକରେ  । ଭାରତ ସମ୍ବିଧାନର ପ୍ରସ୍ତାବନା ମଧ୍ୟ ସମାନ କାର୍ଯ୍ୟ କରିଥାଏ  । ପ୍ରସ୍ତାବନାର ପ୍ରକାଶ କରାଯାଇଥିବା ବୈଶିଷ୍ଟ୍ୟ ସମ୍ବିଧାନର ଉଦ୍ଦେଶ୍ୟ ଭାବରେ ପ୍ରକାଶ କରାଯାଇଥାଏ  । ସେଗୁଡିକ ହେଉଛି, ଭାରତ ରାଷ୍ଟ୍ରର ସାରବାଭୌମତ୍ଵ, ସମାଜବାଦ, ଧର୍ମନିରପେକ୍ଷତା, ଗଣତନ୍ତ୍ର, ସାଧାରଣ ତାନ୍ତ୍ରିକ ବିଶେଷତ୍ଵ ନ୍ୟାୟ, ସ୍ଵାଧୀନତା, ସମାନତା, ଭ୍ରାତୃଭାବ, ମାନବିକ ସମ୍ମାନବୋଧ, ଏବଂ ରାଷ୍ଟ୍ରର ଏକଟା ଓ ଅଖଣ୍ଡତା  । ଆମେ ଏହି ସାମ୍ବିଧାନିକ ବୈଶିଷ୍ଟ୍ୟ ଗୁଡିକ ଆଲୋଚନା କରିବା  ।

  1. ସାର୍ବଭୌମତ୍ଵ :

ତୁମେ ପ୍ରସ୍ତାବନା ପଢିଥିବ  । ଏହା ଘୋଷଣା କରେ ଯେ “ଭାରତ ଗୋଟିଏ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର”  । ସାର୍ବଭୌମର ଅର୍ଥ ହେଉଛି ସମ୍ପୂର୍ଣ୍ଣ ରାଜନୈତିକ ସ୍ଵାଧୀନତା ଓ ସର୍ବୋଚ୍ଚ କ୍ଷମତାର ଅଧିକାରୀ  । ଏହା ବୁଝାଯାଏ ଯେ, ଭାରତ ଆଭ୍ୟନ୍ତରୀଣ ଭାବର ପୂର୍ଣ୍ଣ କ୍ଷମତାର ଅଧିକାରୀ ଓ ବାହ୍ୟତଃ ସ୍ଵାଧୀନ  । କୌଣସି ବାହ୍ୟଚାପର (କୌଣସିବ୍ୟକ୍ତି ବା ରାଷ୍ଟ୍ର) ବଶବର୍ତ୍ତୀ ନହୋଇ ଏହା ନିଜପାଇଁ ଆଇନତିଆରି କରିବାକୁ ସମ୍ପୂର୍ଣ୍ଣ ସ୍ଵାଧୀନ ଏବଂ ଦେଶଭିତରେ ମଧ୍ୟ ତାଙ୍କର କ୍ଷମତାକୁ କେହି ବାଧା ଦେଇ ପାରିବନାହିଁ  । ଏହି ସାର୍ବଭୌମତ୍ଵ ଆନ୍ତର୍ଜାତିକ ଗୋଷ୍ଠୀ ନିକଟରେ ଆମକୁ ସ୍ଵତନ୍ତ୍ର ରାଷ୍ଟ୍ରର ମାନ୍ୟତା ପ୍ରଦାନ କରେ  । ଯଦିଓ ସମ୍ବିଧାନରେ ସାର୍ବଭୌମ କ୍ଷମତା କାହା ପାଖରେ ରହିଛି, ତାହା ସ୍ଵତନ୍ତ୍ରଭାବରେ କୁହାଯାଇ ନାହିଁ, କିନ୍ତୁ ପ୍ରସ୍ତାବନାରେ ଲେଖାଯାଇଥିବା “ We the People of India” ଯାହାର ଅର୍ଥ “ଆମେ ଭାରତର ଜନସାଧାରଣ” ସ୍ପଷ୍ଟ ଭାବରେ ସୁଚାଇ ଦିଏ ଯେ ସାର୍ବଭୌମତ୍ଵ ଭାରତର ନାଗରିକ ମାନଙ୍କୁ ଅର୍ପଣ କରାଯାଇଛି  । ଏହାର ଅର୍ଥ ଯେ, ସାମ୍ବିଧାନିକ ଅଧିକାରୀମାନେ ଓ ସରକାରର ଯେକୌଣସି ଅଙ୍ଗ କେବଳ ଜନସାଧାରଣଙ୍କଠାରୁ ଏହି କ୍ଷମତା ପ୍ରାପ୍ତ ହୋଇଛନ୍ତି  ।

  1. ସମାଜବାଦ

ତୁମେ ଭଲଭାବରେ ଜାଣିଛଯେ, ସାମାଜିକ ଓ ଅର୍ଥନୈତିକ ଅସମାନତା ଭାରତୀୟ ସମାଜରେ ପ୍ରଚଳିତ ହୋଇଆସିଛି  । ଯେଉଁଥିପାଇଁ ସମାଜବାଦକୁ ଏକ ସାମ୍ବିଧାନିକ ମୂଲ୍ୟବୋଧ ଭାବରେ ଗ୍ରହଣ କରାଗଲା ଯାହାର ଉଦ୍ଦେଶ୍ୟ ହେଉଛି ଗୋଟିଏ ସାମାଜିକ ପରିବର୍ତ୍ତନ ଆଣିବା  । ସମସ୍ତ କ୍ଷେତ୍ରରେ ଯୋଜନାବଦ୍ଧ ଓ ସହଯୋଗୀ ସାମାଜିକ ଉନ୍ନତିକୁ ନିଶ୍ଚିତ କରିବା ପାଇଁ ଆମ ସମ୍ବିଧାନ ସରକାର ଓ ଲୋକମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରେ  । ମୁଷ୍ଟିମେୟ ଲୋକମାନଙ୍କ ହାତରେ ସମସ୍ତ ସମ୍ପଦ ଓ କ୍ଷମତା ଠୁଳହୋଇ ନରହିବା ପାଇଁ ଏହା ନିର୍ଦ୍ଦେଶ ପ୍ରଦାନକରେ  । ସମ୍ବିଧାନରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି ଯାହାକି ମୌଳିକ ଅଧିକାର ଓ ରାଷ୍ଟ୍ରନୀତିନିର୍ଦ୍ଦେଶ ନାମା ଅଧ୍ୟାୟରେ ଏହି ସମାନତା ସମ୍ପର୍କରେ ଆଲୋଚନା କରେ  ।

  1. ଧର୍ମନିରପେକ୍ଷତା

ଆମେ ସମସ୍ତେ ଖୁସିହେଉ, ଯେତେବେଳେ ଜଣେ କହେଯେ, ଭାରତ ପୃଥିବୀର ପ୍ରାୟ ସମସ୍ତ ମୁଖ୍ୟ ଧର୍ମ ଗୁଡିକର ଘର ଅଟେ  । ଏହି ବହୁତ୍ଵ ପ୍ରସଙ୍ଗରେ, ଧର୍ମନିରପେକ୍ଷବାଦର ବିରାଟ ସାମ୍ବିଧାନିକ ମୂଲ୍ୟ ରହିଛି  । ଧର୍ମନିରପେକ୍ଷତା ସୂଚୀତ କରେ ଯେ, ଆମର ଦେଶ କୌଣସି ଗୋଟିଏ ଧର୍ମ କିମ୍ବା ଧାର୍ମିକ ବିଚାର ଦ୍ଵାରା ପରିଚାଳିତ ନୁହେଁ  । ଯାହାହେଉ ଭାରତୀୟ ରାଷ୍ଟ୍ର ଧର୍ମ ବିରୋଧୀ ନୁହେଁ  । ଯେକୌଣସି ଧର୍ମ, ବିଶ୍ଵାସ, ଧର୍ମପ୍ରଚାର, ଧର୍ମଉପାସନା କରିବା ପାଇଁ ଏହା ନାଗରିକ ମାନଙ୍କୁ ଅନୁମତି ପ୍ରଦାନ କରେ  । ଏଥି ସହିତ ଏହା ବିଶ୍ଵାସ ଦିଏ ଯେ, ରାଷ୍ଟ୍ରର ନିଜର କୌଣସି ନିର୍ଦ୍ଧିଷ୍ଟ ଧର୍ମ ନାହିଁ  । ଧର୍ମ ଆଧାରରେ କୌଣସି ପାର୍ଥକ୍ୟକୁ ଏହା ଦୃଢଭାବରେ ବିରୋଧକରେ  ।

  1. ଗଣତନ୍ତ୍ର

ପ୍ରସ୍ତାବନାରେ ଗଣତନ୍ତ୍ର ଏକ ବୈଶିଷ୍ଟ୍ୟଭାବରେ ପ୍ରତିଫଳିତ  । ସରକାରର ଗଠନ ଦୃଷ୍ଟିର ଏହା ଲୋକମାନଙ୍କ ଇଚ୍ଛା ଶକ୍ତିରୁ କ୍ଷମତା ପ୍ରାପ୍ତ ହୋଇଥାଏ  । ଲୋକମାନେ ଦେଶର ଶାସନମାନଙ୍କୁ ନିର୍ବାଚିତ କରନ୍ତି ଓ ନିର୍ବାଚିତ ପ୍ରତିନିଧିମାନେ ଲୋକମାନଙ୍କ ପାଇଁ ଦାୟୀ ରହନ୍ତି  । ଭାରତର ଲୋକମାନେ ସେମାନଙ୍କୁ ସରକାରର ବିଭିନ୍ନ ସ୍ତରରେ କାର୍ଯ୍ୟ କରିବା ପାଇଁ ସାର୍ବଜନୀନ ଭୋଟଦାନ ପଦ୍ଧତିଦ୍ଵାରା ନିର୍ବାଚିତ କରନ୍ତି  । ଯାହାକି ଗୋଟିଏ ଲୋକପାଇଁ ଗୋଟିଏ ଭୋଟ ନାମରେ ପରିଚିତ  । ସମାଜରେ ସ୍ଥିରତା ଓ କ୍ରମାଗତ ବିକାଶ ପାଇଁ ଗଣତନ୍ତ୍ରର ଅବଦାନ ରହିଛି ଏବଂ ଏହା ଶାନ୍ତିପୂର୍ଣ୍ଣ ରାଜନୈତିକ ପରିବର୍ତ୍ତନ ପ୍ରାପ୍ତହୁଏ  । ଏହା ବିଭିନ୍ନ ମତ ପୋଷଣକୁ ଅନୁମତି ଦିଏ ଓ ସହନ ଶୀଳତାକୁ ଉତ୍ସାହିତ କରେ  । ଏବଂ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହା ଆଇନର ଶାସନ ନୀତି, ନାଗରିକ ମାନଙ୍କର ଅନନ୍ୟ ଅଧିକାର, ନ୍ୟାୟିକ ସ୍ଵାଧୀନତା, ମୁକ୍ତ ଓ ତ୍ରୁଟିଶୂନ୍ୟ ନିର୍ବାଚନ ଓ ଗଣମାଧ୍ୟମର ସ୍ଵାଧୀନତା ଆଦି ଗୁଣ ଗୁଡିକ ଉପରେ ପ୍ରତିଷ୍ଠିତ  ।

  1. ସାଧାରଣତନ୍ତ୍ର

ଭାରତ କେବଳ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରନୁହେଁ, ଏହା ମଧ୍ୟ ଏକ ସାଧାରଣତନ୍ତ୍ର  । ସାଧାରଣତନ୍ତ୍ର ହେବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚକହେଉଛନ୍ତି ରାଷ୍ଟ୍ର ମୁଖ୍ୟଙ୍କ କାର୍ଯ୍ୟାଳୟ । ଅର୍ଥାତ୍ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ଏବଂ ସେ ପୁରୁଷାନୁକ୍ରମେ ଭାବରେ ନିଯୁକ୍ତ ନୁହଁନ୍ତି ଯେପରି ରାଜତନ୍ତ୍ର ପ୍ରତ୍ୟକ ନାଗରିକ ରାଷ୍ଟ୍ରମୁଖ୍ୟ ଭାବରେ ନିର୍ବାଚିତ ହେବାପାଇଁ ସମାନଭାବରେ ଯୋଗ୍ୟ  । ରାଜନୈତିକ ସମାନତା ଏହି ବ୍ୟବସ୍ଥାର ମୁଖ୍ୟ ସନ୍ଦେଶ  ।

  1. ନ୍ୟାୟ

ସମୟ ସମୟରେ ତୁମେ ଅନୁଭବ କରିବ ଯେ, କେବଳ ଗୋଟିଏ ଗଣତାନ୍ତ୍ରିକ ପଦ୍ଧତିରେ ରହି ନାଗରିକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ନ୍ୟାୟ ପ୍ରଦାନ କରାଯାଇ ପାରିବନାହିଁ  । ଏବେ ମଧ୍ୟ ଆମେ ବହୁ ପରିସ୍ଥିତିର ସମ୍ମୁଖୀନ ହେଉ ଯେଉଁଠାରେ କେବଳ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ନୁହେଁ ରାଜନୈତିକ ନ୍ୟାୟ ରୁ ମଧ୍ୟ ବଞ୍ଚିତ ହେବାକୁ ପଡୁଛି  । ଯେଉଁଥିପାଇଁ ସମ୍ବିଧାନ ପ୍ରଣେତାମାନେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟକୁ ସାମ୍ବିଧାନିକ ବୈଶିଷ୍ଟ୍ୟ ଭାବରେ ସଂଯୋଜିତ କଲେ  । ଏହା କରି ସେମାନେ ଗୁରୁତ୍ଵଦେଲେ ଯେ, ଭାରତୀୟ ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ରାଜାନୈତିକ ସ୍ଵାଧୀନତା ସାମାଜିକ ଅର୍ଥନାଇରିକ ଆଧାରରେ ଗୋଟିଏ ନୂତନ ସାମାଜିକ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଅସ୍ତ୍ର ଭାବରେ କାର୍ଯ୍ୟକରିବ  । ନ୍ୟାୟ ସମସ୍ତ ନାଗରିକ ମାନଙ୍କ ପାଇଁ ଉପଲବ୍ଧ ହେବା ଆବଶ୍ୟକ  । ଗୋଟିଏ ଉପଯୁକ୍ତ ଓ କଲ୍ୟାଣକାରୀ ସମାଜର ମହତ୍ଵ ଭାରତୀୟ ସମ୍ବିଧାନର ସର୍ବାଧିକ ବୈଶିଷ୍ଟ୍ୟ ମାନଙ୍କ ମଧ୍ୟରୁ ଗୋଟିଏ ହୋଇପାରିଛି  ।

  1. ସ୍ଵାଧୀନତା

ପ୍ରସ୍ତାବନାରେ ସ୍ଵାଧୀନଚିନ୍ତା, ଅଭିବ୍ୟକ୍ତି, ଅନୁରକ୍ତି, ବିଶ୍ଵାସ, ପୂଜାକୁ ଗୋଟିଏ ଲେଖାଏଁ ମୌଳିକ ବୈଶିଷ୍ଟ୍ୟ ଭାବରେ ଉଲ୍ଲେଖ କରାଯାଇଛି  । ପ୍ରତ୍ୟକ ସମ୍ପ୍ରଦାୟର ପ୍ରତ୍ୟକ ବ୍ୟକ୍ତିକୁ ଏଗୁଡିକ ପ୍ରଦାନ କରିବାକୁ ହେବ  । ଏହା ଏପରି ହୋଇଛି କାରଣ ଯଦି ଜଣେ ବ୍ୟକ୍ତି ମୁକ୍ତ ଓ ସଭ୍ୟଭବାରେ ରହିବା ପାଇଁ ଏକାନ୍ତ ଆବଶ୍ୟକ କେତେକ ସର୍ବନିମ୍ନ ଅଧିକାର ତାକୁ ପ୍ରଦାନ କରାନଯାଏ, ତେବେ ଗଣତନ୍ତ୍ରର ମହତ୍ଵ ଉପଲବ୍ଧି କରିହେବନାହିଁ  ।

  1. ସମାନତା

ସମାନତା ମଧ୍ୟ ଅନ୍ୟାନ୍ୟ ସାମ୍ବିଧାନିକ ବୈଶିଷ୍ଟ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ  । ସମ୍ବିଧାନ ପ୍ରତ୍ୟକ ନାଗରିକକୁ ତାର ସ୍ଥିତି ଓ ସୁଯୋଗରେ ସମାନତା ପ୍ରଦାନକରେ ଯାହାକି ତାର ସର୍ବଶ୍ରେଷ୍ଠ ବିକାଶରେ ସହାୟକ ହୋଇଥାଏ  । ମନୁଷ୍ୟ ଭାବରେ ପ୍ରତ୍ୟକ ବ୍ୟକ୍ତିର ଆତ୍ମ ମର୍ଯ୍ୟାଦା ସହିତ ତାକୁ ଉପଭୋଗ କରିବାର ପ୍ରତିଶୃତି ଦିଏ  । ଆମ ଦେଶ ଓ ସମାଜରେ ଥିବା ଯେକୌଣସି ଅସମତାକୁ ନିଷେଧ କରାଯାଇଛି  । ସମାନତା ଯାହାକି ସମ୍ବିଧାନର ପ୍ରସ୍ତାବନାରେ ସ୍ଵତନ୍ତ୍ରଭାବରେ ପ୍ରତିଫଳିତ ହୋଇଛି, ତାକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ବୋଲି କୁହାଯାଏ  ।

  1. ଭାତୃଭାବ

ସମ୍ବିଧାନର ପ୍ରସ୍ତାବନାରେ ଭାତୃଭାବର ବୈଶିଷ୍ଟ୍ୟର ବିକାଶ ପାଇଁ ପ୍ରତିଶୃତି ଦିଆ ଯାଇଛି ଯାହାକି ଭାରତର ଲୋକମାନଙ୍କ ଭିତରେ ସାଧାରଣ ଭାତୃଭାବ ଗୁଣର ବିକାଶ କରେ  । ଭାତୃଭାବ ବିନା ଭାରତ ଭଳି ଏକ ସମନ୍ଵିତ ସମାଜ ବିଭାଜିତ ହୋଇଯିବ  । ସେଥିପାଇଁ ସମସ୍ତ ମହତ ଗୁଣ ଯଥା ନ୍ୟାୟ, ସ୍ଵାଧୀନତା, ସମାନତାର ଅର୍ଥ ପ୍ରଦାନ କଲାବେଳେ ମୁଖବନ୍ଧା ଭାତୃଭାବ ଉପରେ ଗୁରୁତ୍ଵ  ଆରୋପ କରେ  । ପ୍ରକୃତ ପକ୍ଷେ ଭାତୃଭାବକୁ ଅନୁଭବ କରିବା ପାଇଁ ଆମକୁ କେବଳ ବିଭିନ୍ନ ସମ୍ପ୍ରଦାୟର ଗୋଷ୍ଠୀଭିତିରେ ଥିବା ଅସ୍ପୃଶ୍ୟତା ଦୂର କରିବାକୁ ହେବନାହିଁ ବରଂ ସାମ୍ପ୍ରଦାୟିକ କିମ୍ବା ଗୋଷ୍ଠୀଗତ କିମ୍ବା ସ୍ଥାନୀୟ ବିଭେଦତା ଯାହାକି ଭାରତର ଏକଟା ପଥରେ ଅନ୍ତରାୟ, ତାକୁ ଦୂର କରିବାକୁ ହେବ  ।

10.  ବ୍ୟକ୍ତିମର୍ଯ୍ୟଦା

ବ୍ୟକ୍ତିମର୍ଯ୍ୟାଦା ଅନୁଭବକରିବା ପାଇଁ ହେଲେ, ଭାତୃଭାବର ବିକାଶ ଏକାନ୍ତ ଆବଶ୍ୟକ  । ପ୍ରତ୍ୟକ ନାଗରିକର ମର୍ଯ୍ୟାଦାର ସୁରକ୍ଷା ଏକାନ୍ତ ଆବଶ୍ୟକ ଯାହାବ୍ୟତିରେକ ଗଣତନ୍ତ୍ର କାର୍ଯ୍ୟ କରିପାରିବନାହିଁ  । ଗଣତାନ୍ତ୍ରିକ ଶାସନ ପଦ୍ଧତିର ପ୍ରତ୍ୟକ କ୍ଷେତ୍ରରେ ପ୍ରତ୍ୟକ ବ୍ୟକ୍ତିର ସମାନଭାବରେ ଯୋଗଦାନ ପାଇଁ ଏହା ପ୍ରତିଶୃତି ଦିଏ  ।

11.  ରାଷ୍ଟ୍ରର ଏକତା ଓ ଅଖଣ୍ଡତା

ଆମେ ଉପରେ ଯାହାଦେଖିଛୁ ଭାତୃଭାବ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟର ବିକାଶକରେ ଯଥା, ରାଷ୍ଟ୍ରର ଏକତା ଓ ଅଖଣ୍ଡତା  । ସ୍ଵାଧୀନତାର ସୁରକ୍ଷାପାଇଁ ରାଷ୍ଟ୍ରର ଏକତା ଓ ଅଖଣ୍ଡତା ଏକାନ୍ତ ଆବଶ୍ୟକ  । ସେଥିପାଇଁ ରାଷ୍ଟ୍ରର ସମସ୍ତ ବାସିନ୍ଦାଙ୍କ ମଧ୍ୟରେ ଏକତା ବୃଦ୍ଧିପାଇଁ ଗୁରୁତ୍ଵଆରୋପ କରାଯାଉଛି  । ଆମର ସମ୍ବିଧାନ ଭାରତର ନାଗରିକ ମାନଙ୍କ ଠାରୁ ଆଶାକରେ ଯେ, ସେମାନେ ଭାରତର ଏକତା ଓ ଅଖଣ୍ଡତାକୁ ରକ୍ଷା କରିବା ନିଜର କର୍ତ୍ତବ୍ୟ ବୋଲି ଭାବିବେ  ।

12.  ଆନ୍ତର୍ଜାତୀୟ ଶାନ୍ତି ଓ ସଠିକ୍ ଆନ୍ତର୍ଜାତୀୟ ନିର୍ଦ୍ଦେଶ

ଆନ୍ତର୍ଜାତୀୟ ଶାନ୍ତି ଓ ସଠିକ୍ ଆନ୍ତର୍ଜାତୀୟ ନିର୍ଦ୍ଦେଶର ମୂଲ୍ୟ ଯଦିଓ ପ୍ରସ୍ତାବନାରେ ଲିପିବଦ୍ଧ ହୋଇନାହିଁ, ଏହା ସମ୍ବିଧାନର ଅନ୍ୟାନ୍ୟ ବ୍ୟବସ୍ଥାରେ ପ୍ରତିଫଳିତ ହୋଇଛି  । ଭାରତୀୟ ସମ୍ବିଧାନ ରାଷ୍ଟ୍ରକୁ ନିର୍ଦ୍ଦେଶ  ଦିଏ –

  • ଆନର୍ଜାତିକ ଶାନ୍ତି ଓ ସୁରକ୍ଷାର ବିକାଶ
  • ରାଷ୍ଟ୍ରମାନଙ୍କ ଭିତରେ ଉପଯୁକ୍ତ ଓ ସମ୍ମାନଜନକ ସମ୍ପର୍କ ରକ୍ଷା
  • ଆନ୍ତର୍ଜାତିକ ଆଇନ ଓ ସନ୍ଧିଚୁକ୍ତିପତ୍ର ପ୍ରତି ସମ୍ମାନ ପ୍ରଦାନ କରିବା
  • ଆନ୍ତର୍ଜାତିକ ବିବାଦକୁ ମଧ୍ୟସ୍ଥତା ଦ୍ଵାରା ସମାଧାନକରିବା  । ଭାରତର ସ୍ଵାର୍ଥପାଇଁ ଏହି ବିଶେଷତ୍ଵ ପାଳନ କରିବା  । ଶାନ୍ତି ଓ ଉପଯୁକ୍ତ ଆନ୍ତର୍ଜାତିକ ନିର୍ଦ୍ଦେଶ ନିଶ୍ଚିତ ଭାବରେ ଭାରତର ବିକାଶପାଇଁ କାର୍ଯ୍ୟକରିବ  ।

13.  ମୌଳିକ କର୍ତ୍ତବ୍ୟ

ଆମ ସମ୍ବିଧାନରେ ନାଗରିକମାନେ ସମ୍ପାଦନ କରିବା ପାଇଁ କେତେକ କର୍ତ୍ତବ୍ୟ ଲିଖିତ ହୋଇଛି  । ଏହା ସତ୍ୟଯେ, ମୌଳିକ ଅଧିକାର ପରି ଏହି କର୍ତ୍ତବ୍ୟ ଗୁଡିକ ଆଇନଦ୍ଵାରା କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ  । କିନ୍ତୁ ଏହି କର୍ତ୍ତବ୍ୟ ଗୁଡିକ ନାଗରିକମାନଙ୍କ ଦ୍ଵାରା ସମ୍ପାଦିତ ହେବ  । ମୌଳିକ କର୍ତ୍ତବ୍ୟ ଗୁଡିକର ଏବେମଧ୍ୟ ଅଧିକ ଗୁରୁତ୍ଵ ରହିଛି କାରଣ, ଏହା କେତେକ ମୌଳିକ ବୈଧିସ୍ତ୍ୟକୁ ପ୍ରତିଫଳିତ କରେ ଯଥା – ଦେଶପ୍ରେମ, ରାଷ୍ଟ୍ରୀୟତା, ମାନବିକତା, ପରିବେଶତତ୍ତ୍ଵ, ବନ୍ଧୁତ୍ଵପୂର୍ଣ୍ଣ ସହାବସ୍ଥାନ, ଲିଙ୍ଗଗତ ବିଭେଦ, ବୈଜ୍ଞାନିକ ମାନସିକତା ଓ ଅନୁସନ୍ଧାନ ଏବଂ ବ୍ୟକ୍ତିଗତ ଓ ସାମୁହିକ ମହତ୍ଵ  ।

ସମ୍ବିଧାନର ବୈଶିଷ୍ଟ୍ୟ ଓ ମୁଖ୍ୟ ବିଶେଷତ୍ଵ :

ସାମ୍ବିଧାନିକ ବୈଶିଷ୍ଟ୍ୟ ଲିପିବଦ୍ଧ ହୋଇଥିବା ପ୍ରସ୍ତାବନାର ଆଲୋଚନା ସ୍ପଷ୍ଟ ଭାବରେ ପ୍ରକାଶ କରେଯେ, ଏଗୁଡିକ ଭାରତୀୟ ଗଣତନ୍ତ୍ରର ଦାଫଳ କାର୍ଯ୍ୟକାରିତା ପାଇଁ ବିଶେଷ ଗୁରୁତ୍ଵ ପୂର୍ଣ୍ଣ  । ଏହି ବୈଶିଷ୍ଟ୍ୟ ଗୁଡିକ ଅଧିକ ବୋଧଗମ୍ୟହେବ ଯେତେବେଳେ ନିମ୍ନଲିଖିତ ଆଲୋଚନାରୁ ତୁମେ ଦେଖିବଯେ, ଏହା ସମ୍ବିଧାନିକ ବୈଶିଷ୍ଟ୍ୟ ଭାରତର ସମ୍ବିଧାନର ସମସ୍ତ ମୁଖ୍ୟ ବିଶେଷତ୍ଵ ଗୁଡିକରେ ପରିବ୍ୟାପ୍ତ ହୋଇଛି  । ସମ୍ବିଧାନର ମୁଖ୍ୟ ବିଶେଷତ୍ଵ ଗୁଡିକ ନିମ୍ନ ପ୍ରଦତ୍ତ ହୋଇଛି  ।

  1. ଲିଖିତ ସମ୍ବିଧାନ :

ପୂର୍ବରୁ ବର୍ଣ୍ଣନା କରାଯାଇଛି ଯେ, ଭାରତର ସମ୍ବିଧାନ ହେଉଛି ସର୍ବବୃହତ ଲିଖିତ ସମ୍ବିଧାନ  । ଭାରତୀୟ ସମ୍ବିଧାନ ଗୋଟିଏ ପ୍ରସ୍ତାବନା, ୩୯୫ଟି ଧାରା, ୨୨ ଟି ଭାଗ, ୧୨ ଟି ଅନୁସୂଚି ଓ ୫ଟି ଆପେଣ୍ଡିକ୍ସକୁ ନେଇ ଗଠିତ  । ଏହା ମୌଳିକ ଆଇନର ଏକ ଦସ୍ତାବିଜ ଯାହାକି ରାଜନୈତିକ ପଦ୍ଧତିର ପ୍ରକୃତି ଓ ସରକାରର ବିଭିନ୍ନ ଅଙ୍ଗର ଗଠନ ଓ କାର୍ଯ୍ୟ କାରିତା ବର୍ଣ୍ଣନା କରିଥାଏ  । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରଭାବରେ ଏହା ଭାରତର ଦୃଷ୍ଟିଭଙ୍ଗୀ ପ୍ରକାଶ କରେ  । ଏହା ମଧ୍ୟ ନାଗରିକ ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ କୁ ସୂଚୀତ କରେ  । ଏହା କରିବା ସମୟରେ ଏହା ମୌଳିକ ସମ୍ବିଧାନିକ ବୈଶିଷ୍ଟ୍ୟକୁ ପ୍ରତିଫଳିତ କରେ  ।

  1. ଅନମନୀୟତା ଓ ନମନୀୟତାର ମିଶ୍ରଣ :

ଆମର ନିତିଦିନିଆ ଜୀବନରେ ଆମେ ଦେଖୁଯେ, ଗୋଟିଏ ଲିଖିତ ଦସ୍ତାବିଜରେ ପରିବର୍ତ୍ତନ ଆଣିବା ସହଜ ନୁହେଁ  । ସମ୍ବିଧାନ ସମ୍ପର୍କରେ ସାଧାରଣତଃ ଲିଖିତ ସମ୍ବିଧାନ ଅନମନୀୟ  । ଏଥିରେ ବାରମ୍ବାର ପରିବର୍ତ୍ତନ କରିବା ସହଜସାଧ୍ୟ ନୁହେଁ  । ସମ୍ବିଧାନ ସଂଶୋଧନ ପାଇଁ ସମ୍ବିଧାନରେ ସ୍ଵତନ୍ତ୍ର ପଦ୍ଧତି ଲିପିବଦ୍ଧ ହୋଇଛି  । ବ୍ରିଟିଶ ସମ୍ବିଧାନ ଭଳି ଅଲିଖିତ ସମ୍ବିଧାନରେ ସଂଶୋଧନ ସାଧାରଣ ଆଇନ ତିଆରି ପଦ୍ଧତିରେ କରାଯାଏ  । ବ୍ରିଟିଶ ସମ୍ବିଧାନ ଗୋଟିଏ ନମନୀୟ ସମ୍ବିଧାନ  । ଯୁକ୍ତରାଷ୍ଟ୍ର ଆମେରିକା ଭଳି ଲିଖିତ ସମ୍ବିଧାନ ସଂଶୋଧନ କରିବା ବଡ କଠିନ  । ତେଣୁ ଯୁକ୍ତରାଷ୍ଟ୍ରର ସମ୍ବିଧାନ ବଡ ଅନମନୀୟ ସମ୍ବିଧାନ  । ଯାହାହେଉ, ଭାରତ ସମ୍ବିଧାନ ବ୍ରିଟିଶ ସମ୍ବିଧାନ ଭଳି ନମନୀୟନୁହେଁ କିମ୍ବା ଯୁକ୍ତରାଷ୍ଟ୍ର ସମ୍ବିଧାନ ଭଳି ଅନମନୀୟ ନୁହେଁ  । ଏହା ପ୍ରଚଳିତତା ଓ ପରିବର୍ତ୍ତନର ମୂଲ୍ୟ ପ୍ରତିଫଳିତ କରେ  । ଭାରତ ସମ୍ବିଧାନ ତିନିପ୍ରକାରରେ ସଂଶୋଧନ କରାଯାଏ  । ଏହା କେତେକ ବ୍ୟବସ୍ଥା ସଂସଦରେ ସାଧାରଣ ସଂଖ୍ୟାଗରିଷ୍ଠତା ଦ୍ଵାରା ସଂଶୋଧନ କରାଯାଏ ଓ ଅନ୍ୟ କେତେକ ସ୍ଵତନ୍ତ୍ର ସଂଖ୍ୟାଗରିଷ୍ଠତା ଦ୍ଵାରା କରାଯାଏ  ଓ ଆଉ କେତେକ ସଂଶୋଧନ ସଂସଦରେ ସ୍ଵତନ୍ତ୍ର ସଂଖ୍ୟାଗରିଷ୍ଠତା ସହିତ ରାଜ୍ୟମାନଙ୍କର ସ୍ଵୀକୃତି ଦରକାର  ।

  1. ମୌଳିକ ଅଧିକାର ଓ କର୍ତ୍ତବ୍ୟ :

ତୁମେ ନିଶ୍ଚିତଭାବରେ ‘ମୌଳିକ ଅଧିକାର’ ଶବ୍ଦଗୁଡିକ ସହିତ ପରିଚିତ ଥିବ  । ଆମେ ପ୍ରାୟସମୟରେ ସମ୍ବାଦପତ୍ରରେ କିମ୍ବା ଦୂରଦର୍ଶନରେ ଦେଖିଲାବେଳେ ଏହି ଶବ୍ଦଗୁଡିକୁ ଦେଖୁ  । ଭାରତର ସମ୍ବିଧାନରେ ଏହା ଏକ ସ୍ଵତନ୍ତ୍ର ଅଧ୍ୟାୟରେ ସଂଯୋଜିତ ହୋଇଛି, ଯାହାକୁ ସମ୍ବିଧାନାର ବିବେକ ବୋଲି ବାରମ୍ବାର କୁହାଯାଇ ଥାଏ  । ମୌଳିକ ଅଧିକାର ନାଗରିକମାନଙ୍କୁ ରାଷ୍ଟ୍ର କ୍ଷମତାର ମନମୁଖି ଓ ସୀମାହୀନ କାର୍ଯ୍ୟ କରିବାରୁ ରକ୍ଷାକରେ  । ସମ୍ବିଧାନ ପ୍ରତ୍ୟକ ବ୍ୟକ୍ତିକୁ ତାର ଅଧିକାରର ଦୃଢ ପ୍ରତିଶୃତି ଦେଇଥାଏ  ଓ ସଂଖ୍ୟାଲଘୁ ମାନଙ୍କ ଅଧିକାର ମଧ୍ୟ ସୁରକ୍ଷିତ ରଖିଥାଏ  । ଏହି ଅଧିକାର ଗୁଡିକ ବ୍ୟତୀତ ସମ୍ବିଧାନରେ କେତେକ ବ୍ୟବସ୍ଥା ରହିଛି ଯାହାକୁ ମୌଳିକ କର୍ତ୍ତବ୍ୟ ବୋଲି ସୂଚୀତ କରାଯାଏ, ଯଦିଓ ଏଗୁଡିକ ମୌଳିକ ଅଧିକାରଭଳି ଆଇନଦ୍ଵାରା କାର୍ଯ୍ୟଜାରି କରାଯାଇ ପାରିବନାହିଁ  । ଏହି କର୍ତ୍ତବ୍ୟ ଗୁଡିକ ସମ୍ବିଧାନରେ ଲିପିବଦ୍ଧଥିବା କେତେକ ମୌଳିକ ବୈଶିଷ୍ଟ୍ୟକୁ ପ୍ରତିଫଳିତ କରିଥାଏ  ।

  1. ରାଷ୍ଟ୍ରନୀତି ନିର୍ଦ୍ଦେଶନାମା

ମୌଳିକ ଅଧିକାର ବ୍ୟତୀତ ସମ୍ବିଧାନରେ ଅନ୍ୟ ଏକ ଭାଗ ରହିଛି ଯାହାକୁ ରାଷ୍ଟ୍ରନୀତି ନିର୍ଦ୍ଦେଶାନାମା କୁହାଯାଏ  । ଏହା ସମ୍ବିଧାନର ଏକ ସ୍ଵତନ୍ତ୍ର ବୈଶିଷ୍ଟ୍ୟ  । ଏହାର ଲକ୍ଷ୍ୟ ହେଉଛି ଉନ୍ନତ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବା ଓ ରାଷ୍ଟ୍ରର ଆଇନ ଓ ନୀତିପ୍ରଣୟନ କ୍ଷେତ୍ରରେ ପଥପ୍ରଦର୍ଶକ ଭାବରେ କାର୍ଯ୍ୟ କରିବା, ଯାହାକି ଜନସାଧାରଣଙ୍କର ଦାରିଦ୍ର୍ୟ କମାଇବାସହ ସାମାଜିକ ପାର୍ଥକ୍ୟକୁ ଦୂର କରିବ  । ପ୍ରକୃତରେ “ଭାରତ-ଏକ ଜନକଲ୍ୟାଣ ରାଷ୍ଟ୍ର” ଅଧ୍ୟାୟରେ ତୁମେ ଯାହା ପଢିଛ, ସେହି ବ୍ୟବସ୍ଥା ଗୁଡିକ ଗୋଟିଏ ଜନକଲ୍ୟାଣ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶିତ ହୋଇଛି  ।

  1. ଅଖଣ୍ଡ ନ୍ୟାୟପାଳିକା :

ଯୁକ୍ତରାଷ୍ଟ୍ର ଆମେରିକା ଭଳି ଏକ ସଙ୍ଘୀୟ ରାଷ୍ଟ୍ରର ନ୍ୟାୟିକ ବ୍ୟବସ୍ଥା କୁ ଗ୍ରହଣ ନକରି ଭାରତ ଗୋଟିଏ ଅଖଣ୍ଡ ନ୍ୟାୟିକ ବ୍ୟବସ୍ଥା ପ୍ରବର୍ତ୍ତନ କରିଛି  । ଯଦିଓ କେନ୍ଦ୍ର ସ୍ତରରେ ଉଚ୍ଚତମ ନ୍ୟାୟଳୟ, ରାଜ୍ୟସ୍ତରରେ ଉଚ୍ଚନ୍ୟାୟଳୟ ଓ ଜିଲ୍ଲା ଓ ତଳସ୍ତରରେ ଅଧସ୍ତନ ନ୍ୟାୟଳୟ ରହିଛି  । କିନ୍ତୁ ଏଠାରେ ଗୋଟିଏ ସଂଯୁକ୍ତ ସ୍ତରୀୟ ବିଚାର ବ୍ୟବସ୍ଥା ରହିଛି  । ସର୍ବୋଚ୍ଚ ସ୍ତରରେ ରହିଛି ଉଚ୍ଚତମ ନ୍ୟାୟଳୟ  । ଏହି ସଂଯୁକ୍ତ ନ୍ୟାୟ ବ୍ୟବସ୍ଥାର ଲକ୍ଷ୍ୟ ହେଉଛି ସମସ୍ତ ନାଗରିକଙ୍କୁ ସମାନଭାବରେ ନ୍ୟାୟ ପ୍ରଦାନ କରିବା  । ମୋଟ ଉପରେ ସାମ୍ବିଧାନିକ ବ୍ୟବସ୍ଥା ଭାରତୀୟ ନ୍ୟାୟ ପାଳିକାକୁ ସ୍ଵାଧୀନତା ପ୍ରଦାନ କରୁଛି ଯାହାଫଳରେ ଏହା କାର୍ଯ୍ୟନିର୍ବାହୀ ଓ ଆଇନ ପ୍ରଣୟନ ସଂସ୍ଥାର ପ୍ରଭାବରୁ ମୁକ୍ତ  ।

  1. ଏକକ ନାଗରିକତ୍ଵ :

ଭାରତୀୟ ସମ୍ବିଧାନରେ ଏକକ ନାଗରିକତ୍ଵର ବ୍ୟବସ୍ଥା ରହିଛି  । ତୁମେ ଜାନକୀ ଏହା ଅର୍ଥ କ’ଣ ? ଏହାର ଅର୍ଥ ହେଉଛି, ପ୍ରତ୍ୟକ ଭାରତୀୟ ତାଙ୍କର ବାସସ୍ଥାନ ବା ଜନ୍ମସ୍ଥାନ ଭାରତର ଯେଉଁ ସ୍ଥାନରେ ହୋଇଥାଉନା କାହିଁକି, ସେମାନେ ଭାରତର ନାଗରିକ  । ଏହା ଯୁକ୍ତରାଷ୍ଟ୍ର ଆମେରିକା ଭଳି ନୁହେଁ କାରଣ, ସେଠାରେ ଦୈତନାଗରିକତ୍ଵ ପ୍ରଚଳିତ  । ଜଣେ ଲୋକ ଯେଉଁ ରାଜ୍ୟରେ ବାସ କରୁଛି ସେ ସେହି ରାଜ୍ୟର ନାଗରିକ ଏବଂ ସେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକ  । ଭାରତର ସମ୍ବିଧାନର ଏହି ବ୍ୟବସ୍ଥା ନିଶ୍ଚିତଭାବରେ ସମାନତା, ଏକତା ଓ ଅଖଣ୍ଡତା ବୈଶିଷ୍ଟ୍ୟ କାର୍ଯ୍ୟଜାରି କରିଥାଏ ।

  1. ସାର୍ବଜନୀନ ସାବାଳକ ଭୋଟପ୍ରଥା :

ସମ୍ବିଧାନର ଆଉ ଗୋଟିଏ ମୁଖ୍ୟ ବିଶେଷତ୍ଵ ହେଉଛି, ସମାନତା ଓ ନ୍ୟାୟର ପ୍ରତିଫଳନ  । ପ୍ରତ୍ୟକ ଭାରତୀୟ ନିର୍ଦ୍ଧିଷ୍ଟ ବୟସ(ବର୍ତ୍ତମାନ ୧୮ବର୍ଷ) ରେ ପହଞ୍ଚିଲା ପରେ ଭୋଟ ଦେବାର ଅଧିକାର ପ୍ରାପ୍ତ ହୁଅନ୍ତି  । ଏଥିପାଇଁ ଧର୍ମ, ବର୍ଣ୍ଣ, ଜାତି, ଲିଙ୍ଗ, ବଂଶ ଏବଂ ଜନ୍ମସ୍ଥାନ ଆଧାରରେ କୌଣସି ପ୍ରଭେଦ କରାଯାଇ ପାରିବନାହିଁ  । ଏହି ଅଧିକାରକୁ ସାର୍ବଜନୀନ ସାବାଳକ ପ୍ରଥା କୁହାଯାଏ  ।

  1. ସଙ୍ଘୀୟ ବ୍ୟବସ୍ଥା ଓ ସଂସଦୀୟ ଆକାର ସରକାର :

ଭାରତୀୟ ସମ୍ବିଧାନରେ ଆଉ ଗୋଟିଏ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି, ଏହା ଗୋଟିଏ ସଙ୍ଘୀୟ ରାଷ୍ଟ୍ର ଓ ଗଠନ ଦୃଷ୍ଟିରୁ ସଂସଦୀୟ ସରକାର  । ଆମେ ଏହା ଉପରେ ବିଶଦ୍ ଭାବରେ ଆଲୋଚନା କରିବା  । କିନ୍ତୁ ଏହା ଏଠାରେ ଲିପିବଦ୍ଧ କରିବା ଆବଶ୍ୟକ ଯେ, ସଙ୍ଘୀୟ ବ୍ୟବସ୍ଥା ରାଷ୍ଟ୍ରର ଏକଟା ଓ ଅଖଣ୍ଡତା ଆଦି ସାମ୍ବିଧାନିକ ବୈଶିଷ୍ଟ୍ୟକୁ ପ୍ରତୁ ଫଳିତ କରେ ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି କ୍ଷମତାର ବିକେନ୍ଦ୍ରୀ କରଣ  ।

ସଂସଦୀୟ ସରକାରରେ ଦାୟିତ୍ଵ ଓ ସାର୍ବଭୌମତ୍ଵ ଜନସାଧାରଣଙ୍କ ହାତରେ ନ୍ୟସ୍ତ  । ସଂସଦୀୟ ସରକାରର ପ୍ରାଥମିକ ନିୟମ ହେଉଛି କାର୍ଯ୍ୟନିର୍ବାହୀ ଜନସାଧାରଣଙ୍କର ପ୍ରତିନିଧିଙ୍କୁ ନେଇ ଗଠିତ ଆଇନ ପ୍ରଣୟନକାରୀ ସଂସ୍ଥା ନିକଟରେ ଉତ୍ତର ଦାୟୀ  ।

ଭାରତର ସଙ୍ଘୀୟ ବ୍ୟବସ୍ଥା

ତୁମେ ଯାହା ଦେଖୁଛ, ଯେତେବେଳେ ଭାରତର ରାଜନୈତିକ ବ୍ୟବସ୍ଥାର ପ୍ରକୃତି, ଗଠନ, କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଏ, ଭାରତକୁ ଏକ ସଙ୍ଘୀୟ ରାଷ୍ଟ୍ରବୋଲି କୁହାଯାଏ  । ପୃଥିବୀରେ ସାଧାରଣତଃ ଦୁଇ ପ୍ରକାର ରାଷ୍ଟ୍ର ଦେଖାଯାଏ  । ଯେଉଁ ରାଷ୍ଟ୍ରରେ ସମୁଦାୟ ଦେଶପାଇଁ ଗୋଟିଏ ସରକାର ରହିଥାଏ, ତାକୁ କେନ୍ଦ୍ରୀଭୂତ ରାଷ୍ଟ୍ର କୁହାଯାଏ ଯୁକ୍ତରାଜ୍ୟ ରେ ଏହି କେନ୍ଦ୍ରୀଭୂତ ଶାସନ ପଦ୍ଧତି ପ୍ରଚଳିତ  । କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡା ପ୍ରଭୃତି ରାଷ୍ଟ୍ରରେ ସରକାର ଦୁଇଟି ସ୍ତରରେ ରହିଛି  । ଗୋଟିଏ କେନ୍ଦ୍ର ସ୍ତରରେ ଓ ଅନ୍ୟଟି ରାଜ୍ୟ ସ୍ତରରେ  । ଦୁଇଟି ସ୍ତରର ସରକାର ବ୍ୟତୀତ ସଙ୍ଘୀୟ ବ୍ୟବସ୍ଥାରେ ଅନ୍ୟ ୩ଟି  ବିଶେଷତ୍ତ୍ଵ ରହିଛି  ।

  1. ଗୋଟିଏ ଲିଖିତ ସମ୍ବିଧାନ
  2. କେନ୍ଦ୍ରସରକାର ଓ ରାଜ୍ୟସରକାର ମଧ୍ୟରେ କ୍ଷମତାର ବିକେନ୍ଦ୍ରୀ କରଣ  ।
  3. ସମ୍ବିଧାନରେ ତର୍ଜମା କରିବା ପାଇଁ ନ୍ୟାୟ ବିଭାଗର ସର୍ବୋଚ୍ଚ କ୍ଷମତା  ।

ଭାରତର ଏହିସବୁ ବିଶେଷତ୍ଵ ଥାଇ ଏକ ସଙ୍ଘୀୟ ବ୍ୟବସ୍ଥା ପ୍ରଚଳିତ କିନ୍ତୁ ସେଥିରେ ସାମାନ୍ୟ ପାର୍ଥକ୍ୟ ରହିଛି  । ଆମେ ବର୍ତ୍ତମାନ ଭାରତୀୟ ସଙ୍ଘୀୟ ବ୍ୟବସ୍ଥାର ବିଶେଷତ୍ଵ ବିଷୟରେ ଆଲୋଚନା କରିବା  ।

ଭାରତର ସଙ୍ଘୀୟ ବ୍ୟବସ୍ଥାର ବିଶେଷତ୍ଵ :

  1. ଦ୍ଵିସ୍ତରୀୟ ସରକାର  : ତୁମେ ନିଶ୍ଚୟ ଶୁଣିଥିବ ଯେ, ଭାରତୀୟ ସମ୍ବିଧାନ ଦ୍ଵାରା ଦୁଇଟି ସ୍ତରର ସରକାର ଗଠନ କରାଯାଇଛି  । ଗୋଟିଏ ସାରାଦେଶ ପାଇଁ ଯାହାକୁ କେନ୍ଦ୍ର ସରକାର ଏବଂ ଅନ୍ୟଟି ଗୋଟିଏ ଅଂଶ ବା ରାଜ୍ୟ ପାଇଁ ତାକୁ ରାଜ୍ୟସରକାର କୁହାଯାଏ  । କେତେକ ସମୟରେ ତୁମେ ଭାରତର ଏକ ତ୍ରିସ୍ତରୀୟ ସରକାରର ସୂଚନା ଦେଖିବାକୁ ପାଇବ  । କାରଣ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବ୍ୟତୀତ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ସ୍ଥାନୀୟ ସରକାର ତୃତୀୟ ସ୍ତର ଭାବରେ ଗଠିତ  । କିନ୍ତୁ ସାମ୍ବିଧାନିକ ଦୃଷ୍ଟିରୁ ଭାରତରେ ଦୁଇସ୍ତରୀୟ ସରକାର ରହିଛି  । ସମ୍ବିଧାନରେ ସ୍ଥାନୀୟ ସରକାର ପାଇଁ କୌଣସି ସ୍ଵତନ୍ତ୍ର କ୍ଷମତା ପ୍ରଦାନର ବ୍ୟବସ୍ଥା ରହିନାହିଁ କାରଣ ଏହା ନିଜରାଜ୍ୟର ରାଜ୍ୟସରକାର ଅଧିନରେ କାର୍ଯ୍ୟକରେ  ।
  2. କ୍ଷମତାର ବିକେନ୍ଦ୍ରିକରଣ : ଅନ୍ୟାନ୍ୟ ସଙ୍ଘୀୟ ରାଷ୍ଟ୍ରଭଳି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ସାମ୍ବିଧାନିକ ଗୁରୁତ୍ଵ ରହିଛି ଏବଂ ସ୍ଵତନ୍ତ୍ର ସ୍ପଷ୍ଟ ନିର୍ଦ୍ଧିଷ୍ଟ କାର୍ଯ୍ୟକରିବାର କ୍ଷେତ୍ର ରହିଛି  । ସମ୍ବିଧାନ ଏହି ଦୁଇ ସ୍ତରର ସରକାର ମଧ୍ୟରେ କ୍ଷମତାକୁ ସ୍ପଷ୍ଟଭାବେ ବଣ୍ଟନ କରିଛନ୍ତି  । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଧିଷ୍ଟ କାର୍ଯ୍ୟ ପରିସର ମଧ୍ୟରେ ସେମାନଙ୍କର କ୍ଷମତା ପ୍ରୟୋଗ କରିଥାନ୍ତି  । ସେମାନଙ୍କ ମଧ୍ୟରୁ କେହି ନିଜର ସୀମା ଲଙ୍ଘନ କରିବାକୁ କିମ୍ବା ଅନ୍ୟକାର୍ଯ୍ୟ ପରିସର ମଧ୍ୟରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତି ନାହିଁ  । ସମ୍ବିଧାନରେ ଏହି ବିଭାଜନ ତିନୋଟି ତାଲିକାରେ ନିର୍ଦ୍ଧିଷ୍ଟ କରାଯାଇଛି  । ଯଥା କେନ୍ଦ୍ରତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମତାଲିକା  । କେନ୍ଦ୍ରତାଲିକା ୯୭ଟି କେନ୍ଦ୍ରୀୟ ଗୁରୁତ୍ଵ ଥିବା ବିଷୟକୁ ନେଇ ଗଠିତ, ଯଥା ଯୁଦ୍ଧ ବିଭାଗ, ରେଳବିଭାଗ, ଡାକ ଓ ତାର ବିଭାଗ ଇତ୍ୟାଦି  । ରାଜ୍ୟ ତାଲିକା ୬୬ଟି ସ୍ଥାନୀୟ ସ୍ଵାର୍ଥ ସମ୍ବଳିତ ବିଷୟକୁ ନେଇ ଗଠିତ, ଯଥା- ସାଧାରଣ ସ୍ୱାସ୍ଥ୍ୟ, ପୋଲିସ୍, ସ୍ଥାନୀୟ ସ୍ଵାୟତଶାସନ ସରକାର ପ୍ରଭୃତି ଯୁଗ୍ମ ତାଲିକା ୪୭ଟି ବିଷୟକୁ ନେଇ ଗଠିତ  । ଯଥା ଶିକ୍ଷା, ବିଦ୍ୟୁତ, ଟ୍ରେଡୟୁନିୟନ, ଆର୍ଥିକ ଏବଂ ସାମାଜିକ ଯୋଜନା ପ୍ରଭୃତି  । ଏହି ତାଲିକା ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୁଗ୍ମ କ୍ଷମତା ରହିଛି  । ଯାହାହେଉ  ସମ୍ବିଧାନ ଯେଉଁ କ୍ଷମତା ଗୁଡିକ କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମତାଲିକାରେ ଅନ୍ତର୍ଭୁକ୍ତ ହୋଇନାହିଁ ତାକୁ କେନ୍ଦ୍ର ସରକାରକୁ ପ୍ରଦାନ କରିଛି  । ସେହି କ୍ଷମତା ଗୁଡିକୁ ଅବଶିଷ୍ଟ କ୍ଷମତା କୁହାଯାଏ  । ଯଦି କୌଣସି ସମୟରେ କ୍ଷମତା   ବଣ୍ଟନ ନେଇ ବିବାଦ ଦେଖାଦିଏ, ଏହା ନ୍ୟାୟାଳୟ ଦ୍ଵାରା ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ସମାଧାନ କରାଯାଏ  ।
  3. ଲିଖିତ ସମ୍ବିଧାନ : ଆମେ ପୂର୍ବରୁ ଯାହା ଦେଖୁଛେ, ଭାରତର ଗୋଟିଏ ଲିଖିତ ସମ୍ବିଧାନ ରହିଛି ଏବଂ ଏହା ହେଉଛି ସର୍ବୋଚ୍ଚ  । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଇଁ ଏହା ହେଉଛି କ୍ଷମତାର ଉତ୍ସ  । ଏହି ସରକାର ଗୁଡିକ ତାଙ୍କ ନିଜ ଶାସନ ପରିସର ମଧ୍ୟରେ ସ୍ଵାଧୀନ ଅଟନ୍ତି  । ସଙ୍ଘୀୟ ରାଷ୍ଟ୍ରର ଆଉଗୋଟିଏ  ବିଶେଷତ୍ଵ ହେଉଛି, ଅନମନୀୟ ସମ୍ବିଧାନ  । ଜରୀୟ ଭାରତ ସମ୍ବିଧାନ ଯୁକ୍ତରାଷ୍ଟ୍ର ସମ୍ବିଧାନ ଭଳି ଅନମନୀୟ ନୁହେଁ, ଏହା ନମନୀୟ ସମ୍ବିଧାନ ମଧ୍ୟ ନୁହେଁ  । ଆଗରୁ ଯାହା କୁହାଯାଇଛି, ଏହା ନମନୀୟ ଓ ଅନମନୀୟତାର ଏକ ସ୍ଵତନ୍ତ୍ର ସମନ୍ଵୟ  ।
  4. ସ୍ଵାଧୀନ ନ୍ୟାୟପାଳିକା :  ସଙ୍ଘୀୟ ରାଷ୍ଟ୍ରର ଅନ୍ୟ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ଵ ହେଉଛି ସ୍ଵାଧୀନ ନ୍ୟାୟପାଳିକା ଯିଏକି ସମ୍ବିଧାନର ତର୍ଜମା କରେ ଓ ତାର ପବିତ୍ରତା ରକ୍ଷାକରେ  । କେନ୍ଦ୍ର ସରକାର ଓ ରାଜ୍ୟସରକାର ମଧ୍ୟରେ ଥିବା ବିବାଦ ସମାଧାନ କରିବା ଭାରତ ଉଚ୍ଚତମ ନ୍ୟାୟଳୟର ମୌଳିକ ଅଧିକାର  । ଯଦି କୌଣସି ଆଇନ ସମ୍ବିଧାନର ବିଧି ବ୍ୟବସ୍ଥାକୁ ବିରୋଧ କରୁଥାଏ, ତାକୁ ଏହା ଅସାମ୍ବିଧାନିକ ବୋଲି ଘୋଷଣା କରିପାରନ୍ତି  । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟରେ କ୍ଷମତା ବିକେନ୍ଦ୍ରୀକରଣ ସମ୍ପର୍କରେ ଯଦି ସାମ୍ବିଧାନିକ ଓ ଆଇନଗତ ବିବାଦ ସୃଷ୍ଟି ହୁଏ, ତାକୁ ସମାଧାନ କରିବାର କ୍ଷମତା ନ୍ୟାୟିକ ବିଭାଗର ରହିଛି  ।

ଭାରତୀୟ ସଙ୍ଘୀୟ ବ୍ୟବସ୍ଥା ଓ ଏକ ଦୃଢ କେନ୍ଦ୍ର ସରକାର :

ଉପରୋକ୍ତ ବ୍ୟବସ୍ଥା ଦୃଷ୍ଟିରୁ ଭାରତୀୟ ପଦ୍ଧତିରେ ସଙ୍ଘୀୟ ପଦ୍ଧତିର ସମସ୍ତ ବିଶେଷତ୍ଵ ଦୃଷ୍ଟିଗୋଚର ହୁଏ  । “ଭାରତର ସମ୍ବିଧାନ ଗଠନ ଦୃଷ୍ଟିରୁ ସଙ୍ଘୀୟ, କିନ୍ତୁ ଭାବନାରେ ଏହା କେନ୍ଦ୍ରୀୟ”  । ଏହି ବକ୍ତବ୍ୟକୁ ତୁମେ ପାଠ କରିଛକି  ? ପ୍ରକୃତ ପକ୍ଷେ ଭାରତୀୟ ସଙ୍ଘୀୟ ପଦ୍ଧତିରେ ଗୋଟିଏ ଦୃଢ କେନ୍ଦ୍ର ସରକାର ରହିଛି  । ସ୍ଵାଧୀନତା ସମୟର ପ୍ରଚଳିତ ପରିସ୍ଥିତି ଓ ସାମାଜିକ, ରାଜନୈତିକ ପରିସ୍ଥିତି ଦୃଷ୍ଟିରେ ରଖି ବଡ ସୁଚିନ୍ତିତ ଭାବରେ ଏହା କରାଯାଇଛି  । ଆୟତନ ଦୃଷ୍ଟିରୁ ଭାରତ ଏକ ବିରାଟ ଦେଶ  । ଏହା ଛଡା ଏଠାରେ ବହୁ ପାର୍ଥକ୍ୟ ଓ ସାମାଜ୍ୟ ବହୁତ୍ଵ ରହିଛି  । ସମ୍ବିଧାନ ପ୍ରଣେତାମାନେ ଭବାଇଥିଲେ ଯେ, ଆମେ ଗୋଟିଏ ସଙ୍ଘୀୟ ସମିଦ୍ଧାନ ଚାହୁଁ ଯାହାକି ଏହି ବିଭେଦ ଓ ବହୁତ୍ଵର ସମାଧାନ କରିପାରିବ  । କିନ୍ତୁ ଭାରତ ସ୍ଵାଧୀନ ହେଲାପରେ ଏହା ଏକଟା ଓ ଅଖଣ୍ଡତା ରକ୍ଷା କରିବା  ଓ ସାମାଜିକ ଅର୍ଥନୈତିକ ଓ ରାଜନୈତିକ ପରିବର୍ତ୍ତନ ଆଣିବାକୁ ବହୁ ସମସ୍ୟାର ସମ୍ମୁଖୀନ ହେଲା  । ସେତେବେଳେ କେନ୍ଦ୍ରର ଏପରି କ୍ଷମତା ଆବଶ୍ୟକ ପଡୁଥିଲା କାରଣ ସ୍ଵାଧୀନତା ସମୟରେ ଭାରତ ଇଂରେଜ ମାନଙ୍କ ଦ୍ଵାରା ବିଭାଜିତ ହୋଇଥିବା କେତେକ ରାଜ୍ୟ ସହିତ ପ୍ରାୟ ୫୦୦ରୁ ଅଧିକ ରାଜାମାନଙ୍କ ଶାସିତ ରାଜ୍ୟଥିଲା ଯାହାକୁ ସେତେବେଳେ ଥିବା ରାଜ୍ୟସହ ମିଶାଇବାକୁ କିମ୍ବା ନୂତନରାଜ୍ୟ ଗଠନ କରିବାକୁ ଆବଶ୍ୟକ ପଡୁଥିଲା  ।

ପ୍ରକୃତରେ କେନ୍ଦ୍ର ସରକାରକୁ ବହୁ ସୁଚିନ୍ତିତ ଭାବରେ ଶକ୍ତିଶାଳୀ କରାଯାଇଥିଲା  । ଏକତା ପ୍ରତି ଗୁରୁତ୍ଵ ଦେବା ସହିତ ସମ୍ବିଧାନ ପ୍ରଣେତାମାନେ ବିଶ୍ଵାସ କରୁଥିଲେ ଯେ, ଦେଶର ସାମାଜିକ ଓ ଅର୍ଥନୈତିକ ସମସ୍ୟା ଗୋଟିଏ ଦୃଢ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରି ପରିଚାଳନା କରିବା ଆବଶ୍ୟକ  । ଦାରିଦ୍ର୍ୟ, ନିରକ୍ଷରତା, ସାମାଜିକ ଅସମତା, ଆର୍ଥିକ ଅସମତା ପ୍ରଭୃତି କେତେକ ସମସ୍ୟା ଥିଲା ଯାହାକି ଗୋଟିଏ ସଂଗଠିତ ଯୋଜନା ଓ ସମନ୍ଵୟ ଆବଶ୍ୟକ କରୁଥିଲା  । ତେଣୁ ଏକତା ଓ ବିକାଶ ପ୍ରତି ଆଗ୍ରହ ସମ୍ବିଧାନ ପ୍ରଣେତା ମାନଙ୍କୁ ଗୋଟିଏ ଶକ୍ତିଶାଳୀ କେନ୍ଦ୍ରସରକାର ସୃଷ୍ଟି କରିବାକୁ ଆଗ୍ରହୀ କଲା  ।

ବର୍ତ୍ତମାନ ଦେଖିବା ଗୋଟିଏ ଶକ୍ତିଶାଳୀ କେନ୍ଦ୍ର ସରକାର ଗଠନପାଇଁ କେଉଁ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାଗୁଡିକ ରହିଛି  ।

  1. ସମ୍ବିଧାନର ପ୍ରଥମ ଧାରା ସୂଚୀତ କରେ ଯେ, ଭାରତରେ ସଙ୍ଘୀୟ ବ୍ୟବସ୍ଥା କାର୍ଯ୍ୟ କରୁଛି କିନ୍ତୁ ଭିନ୍ନରୂପରେ  । ଏହା ପ୍ରକାଶ କରେଯେ, ଭାରତ “ଗୋଟିଏ ରାଷ୍ଟ୍ର ସଂଘ” । ସମ୍ବିଧାନର କୌଣସି ସ୍ଥାନରେ ଭାରତକୁ ରାଷ୍ଟ୍ର ସଂଘ ବୋଲି କୁହାଯାଇ ନାହିଁ  । କେନ୍ଦ୍ର ସରକାରର ସମୁଦାୟ ଭାରତୀୟ ଅଞ୍ଚଳ ଉପରେ ସମ୍ପୂର୍ଣ୍ଣ କ୍ଷମତା ରହିଛି  । ରାଜ୍ୟ ଗୁଡିକର ଅବସ୍ଥିତି ସହ ସେମାନଙ୍କର ଆଞ୍ଚଳିକ ଅଖଣ୍ଡତା ସାଂସଦ ଉପରେ ନ୍ୟସ୍ତ  । କୌଣସି ରାଜ୍ୟରୁ କିଛି ଅଞ୍ଚଳ ଅଲଗା କରି ନୂତନ ରାଜ୍ୟ ଗଠନ କରିବା କିମ୍ବା ଦୁଇ ବା ତତୋଧିକ ରାଜ୍ୟକୁ ମିଶାଇବା କ୍ଷମତା କେବଳ କେନ୍ଦ୍ରର ରହିଛି  । ଏହା ମଧ୍ୟ ଗୋଟିଏ ରାଜ୍ୟର ସୀମାରେଖା ଓ ତାର ନାମ ପରିବର୍ତ୍ତନ କରି ପାରିବ  । ଯାହାହେଉ ସମ୍ବିଧାନରେ କେତେକ ସୁରକ୍ଷା ପ୍ରଦାନ କରାଯାଇଛି  । ଏହି ସିଦ୍ଧାନ୍ତ ଗ୍ରହଣ କଲାବେଳେ କେନ୍ଦ୍ରସରକାର ସମ୍ପୃକ୍ତ ରାଜ୍ୟ ସରକାରର ମତାମତ ଉପରେ ଗୁରୁତ୍ଵ ଦେବେ  ।
  2. ଦ୍ଵିତୀୟତଃ କ୍ଷମତାର ବିକେନ୍ଦ୍ରୀକରଣ ମଧ୍ୟ କେନ୍ଦ୍ର ସରକାର ସପକ୍ଷରେ ରହିଲା  । ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ କେନ୍ଦ୍ର ତାଲିକାରେ ରହିଛି ଓ ଯୁଗ୍ମତାଲିକା ସମ୍ପର୍କରେ ସମ୍ବିଧାନ କେନ୍ଦ୍ର ରାଜ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିବାର ଅଧିକାର ଦେଇଛି  । ଯଦି କୌଣସି ପରିସ୍ଥିତିରେ ଯୁଗ୍ମତାଲିକାଯୁକ୍ତ ବିଷୟରେ ଆଇନ ପ୍ରଣୟନ ସମୟରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଦେଖାଦିଏ, ତେବେ ସାଂସଦ ଦ୍ଵାରା ପ୍ରସ୍ତୁତ ଆଇନ ବଳବତ୍ତର ରହିବ  । ଯଦି କେନ୍ଦ୍ର ମଧ୍ୟରେ ବିବାଦ ଦେଖାଦିଏ, ତେବେ ସାଂସଦ ଦ୍ଵାରା ପ୍ରସ୍ତୁତ ଆଇନ ବଳବତ୍ତର ରହିବ  । ଯଦି କେନ୍ଦ୍ର ସରକାର ଆଇନ କରିବା ଆବଶ୍ୟକ ପଡେ, ତେବେ ସାଂସଦ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ମଧ୍ୟ ଆଇନ ପ୍ରଣଯନ କରିପାରିବେ  । ଏହା କେବଳ ସମ୍ଭବ ହୋଇପାରେ ଯଦି ରାଜ୍ୟ ସଭା ଏହି ପଦକ୍ଷେପକୁ ସ୍ଵୀକୃତି ଦିଏ  ।
  3. ତୃତୀୟତଃ ସଙ୍ଘୀୟ ପଦ୍ଧତି ନ୍ୟାୟଳୟର ଦ୍ଵୈତ ପଦ୍ଧତି କାର୍ଯ୍ୟକାରୀ କରିଥାଏ  । କିନ୍ତୁ ଭାରତରେ ଏକ କେନ୍ଦ୍ରୀୟ ଓ ଅଖଣ୍ଡ ନ୍ୟାୟପାଳିକା ରହିଛି ଯାହାର ଶୀର୍ଷରେ ଉଚ୍ଚତମ ନ୍ୟାୟଳୟ ରହିଛି  ।
  4. ଚତୁର୍ଥତଃ କେନ୍ଦ୍ର ସରକାର ବିଶେଷ ଶକ୍ତିଶାଳୀ ହୋଇଥାଏ  । ଯେତେବେଳେ ତିନିପ୍ରକାର ଜରୁରୀକାଳୀନ ଅବସ୍ଥାରୁ ଗୋଟିଏ ଘୋଷଣା କରାଯାଇଥାଏ  । ଜରୁରୀକାଳୀନ ଅବସ୍ଥା ଆମର ସଙ୍ଘୀୟ ପଦ୍ଧତିକୁ ବିଶେଷ କରି କେନ୍ଦ୍ରୀୟ ପଦ୍ଧତିକୁ ବଦଳାଇ ଦେଇଥାଏ  । ସଂସଦମଧ୍ୟ ରାଜ୍ୟ ଅଧିକାରରେ ଥିବା ବିଷୟ ଉପରେ ଆଇନ ପ୍ରଣଯନ କରିବାର ଅଧିକାର ପ୍ରାପ୍ତ ହୋଇଥାଆନ୍ତି । ଅନ୍ୟ ଏକ ପରିସ୍ଥିତିରେ ଯଦି କୌଣସି ରାଜ୍ୟ ବା ତା’ର କୌଣସି ନିର୍ଦ୍ଧିଷ୍ଟ ଅଞ୍ଚଳରେ କୌଣସି ଗଣ୍ଡଗୋଳ ଦେଖାଦିଏ, ତେବେ କେନ୍ଦ୍ର ସରକାର କେନ୍ଦ୍ରୀୟ ସାମରିକ ବାହିନୀ ରାଜ୍ୟକୁ କିମ୍ବା ରାଜ୍ୟର ଗଣ୍ଡଗୋଳ ହୋଇଥିବା ଅଞ୍ଚଳକୁ ପଠାଇପାରିବେ  ।
  5. ରାଜ୍ୟସ୍ତରର ଶାସନ ସମ୍ପର୍କରେ ପାଠ କଲାବେଳେ ତୁମେ ପଢିଛ ଯେ, ରାଜ୍ୟର ରାଜ୍ୟପାଲ ଭାରତର ରାଷ୍ଟ୍ରପତି ଙ୍କ ଦ୍ଵାରା ନିଯୁକ୍ତି ପାଇଥାନ୍ତି  । ଯଦି ରାଜ୍ୟରେ ସାମ୍ବିଧାନିକ ଅଚଳାବସ୍ଥା ସୃଷ୍ଟି ହୁଏ, ସେ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେବା ସହ ରାଷ୍ଟ୍ରପତି ଶାସନ ଜାରୀ କରିବାକୁ ସୁରାରିଶ କରିବାର ଅଧିକାର ରାଜ୍ୟପାଳଙ୍କର ରହିଛି  । ଯେତେବେଳେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରୀ କରାଯାଏ, ରାଜ୍ୟ ମନ୍ତ୍ରୀମଣ୍ଡଳକୁ ବରଖାସ୍ତ କରାଯାଏ ଓ ରାଜ୍ୟପାଳ କେନ୍ଦ୍ରସରକାରଙ୍କର ପ୍ରତିନିଧି ଭାବରେ ରାଜ୍ୟ ଶାସନ କରନ୍ତି  । ରାଜ୍ୟ ବିଧାନସଭାକୁ ମଧ୍ୟ ଭାଙ୍ଗି ଦିଆଯାଇପାରେ କିମ୍ବା ନିଲମ୍ବିତ କରାଯାଇପାରେ   । ସାଧାରଣ ପରିସ୍ଥିତିରେ ମଧ୍ୟ ରାଜ୍ୟ ବ୍ୟବସ୍ଥାପକ ଦ୍ଵାରା ପାରିତ ହୋଇଥିବା ବିଲ୍ କୁ ଅଟକାଇ ରଖି ରାଷ୍ଟ୍ରପତିଙ୍କ ସ୍ଵୀକୃତି ପାଇଁ ପଠାଇବାକୁ ରାଜ୍ୟପାଳଙ୍କର କ୍ଷମତା ଅଛି  । ଏହାଦ୍ଵାରା କେନ୍ଦ୍ରସରକାରଙ୍କୁ ବିଲ୍ କୁ ବିଳମ୍ବ କରିବା, ବିଲ୍ କୁ ପରୀକ୍ଷା କରିବା କିମ୍ବା ସମ୍ପୂର୍ଣ୍ଣ ଭାବରେ ସ୍ଵତନ୍ତ୍ର କ୍ଷମତା ପ୍ରୟୋଗ କରି ବନ୍ଦ କରିଦେବା ପାଇଁ ସୁଯୋଗ ମିଳେ  ।
  6. କେନ୍ଦ୍ରସରକାରଙ୍କର ଖୁବ୍ ପ୍ରଭାବଶାଳୀ ଆର୍ଥିକ କ୍ଷମତା ଓ ଦାୟିତ୍ଵ ରହିଛି  । ପ୍ରଥମତଃ ଯେଉଁ ବିଭାଗରୁ ଅଧିକ ଟିକସ ମିଳିବ, ତାହା କେନ୍ଦ୍ର ସରକାରଙ୍କ ଅଧିନରେ  । ରାଜ୍ୟଗୁଡିକ ମୁଖ୍ୟତଃ କେନ୍ଦ୍ରସରକାରର ଅନୁଦାନ ଓ ଆର୍ଥିକ ସହାୟତା ଉପରେ ନିର୍ଭରଶୀଳ  । ମୋଟ ଉପରେ ସ୍ଵାଧୀନତା ପରେ ଦ୍ରୁତ ଆର୍ଥିକ ବିକାଶ ପାଇଁ ଭାରତ ଯୋଜନାକୁ ଅସ୍ତ୍ରଭାବରେ ବ୍ୟବହାର କଲା  । ଏହା ଏକପ୍ରକାର ସିଦ୍ଧାନ୍ତଗ୍ରହଣ କ୍ଷେତ୍ରରେ କେନ୍ଦ୍ରୀକରଣ ବୋଲି ବିବେଚନା କରାଯାଏ  ।
  7. ସର୍ବଶେଷରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ କେନ୍ଦ୍ରର କାର୍ଯ୍ୟକାରିଣୀ କ୍ଷମତା ରାଜ୍ୟଠାରୁ ଅଧିକ  । କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରକୁ ଉପଦେଶ ଦେଇପାରନ୍ତି  । ମୋଟ ଉପରେ ଆମର ଗୋଟିଏ ଅବିଭକ୍ତ ଶାସନ ବ୍ୟବସ୍ଥା ରହିଛି  । ସାରା ଭାରତୀୟ ସେବା (ଆଇଏଏସ୍) ଭାରତର ସବୁ ଅଞ୍ଚଳ ପାଇଁ ସମାନ ଏବଂ ସେହି ଚାକିରି ପାଇଁ ବଛାଯାଉଥିବା ଅଧିକାରୀମାନେ ମଧ୍ୟ ରାଜ୍ୟ ଶାସନ କ୍ଷେତ୍ରରେ କାର୍ଯ୍ୟ କରନ୍ତି  । ତେଣୁ ଜଣେ ଆଇଏଏସ୍ ଅଧିକାରୀ ଯେ କି ଜିଲ୍ଲାପାଳ ହୁଅନ୍ତି କିମ୍ବା ଆଇପିଏସ୍ ଅଧିକାରୀ ଯେ କି ପୋଲିସ କମିଶନର ଭବାରେ କାର୍ଯ୍ୟକରନ୍ତି, ସମସ୍ତେ କେନ୍ଦ୍ରସରକାରଙ୍କ ଅଧିନରେ ରହନ୍ତି  । ରାଜ୍ୟଗୁଡିକ ଇଚ୍ଛାକରେ ସେମାନକ ବିରୁଦ୍ଧରେ କୌଣସି ଶୃଙ୍ଖଳାଭଙ୍ଗ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ କିମ୍ବା ଚାକିରିରୁ ବହିସ୍କାର କରିପାରିବେ ନାହିଁ  ।

ଉପର ଆଲୋଚନାରୁ ଏହା ସ୍ପଷ୍ଟ ଯେ ରାଜ୍ୟଗୁଡିକର ସ୍ଵାର୍ଥ ବିନିମୟରେ କେନ୍ଦ୍ର ପ୍ରତି ଅଧିକ ଜୋରରେ ସମର୍ଥନ ଦିଆଯାଇଛି  । ରାଜ୍ୟଗୁଡିକୁ କେନ୍ଦ୍ର ସହ ସହଯୋଗ ରକ୍ଷା କରି କାର୍ଯ୍ୟ କରିବାକୁ ହେବ  । ଭାରତୀୟ ସମ୍ବିଧାନ ଗଠନଦୃଷ୍ଟିରୁ ସଙ୍ଘୀୟ କିନ୍ତୁ ଚେତନାରେ ଏହା କେନ୍ଦ୍ରୀଭୂତ  । ସମ୍ବିଧାନବିତ୍ ମାନେ ଏହାକୁ ‘ଅର୍ଦ୍ଧ ସଙ୍ଘୀୟ’ ପଦ୍ଧତି ବୋଲି କହନ୍ତି  ।

ରାଜ୍ୟଗୁଡିକୁ ଅଧିକ ସ୍ଵାଧୀନତା ପାଇଁ ଦାବୀ

ଗତ ୬୦ ବର୍ଷ ଧରି ଭାରତୀୟ ରାଷ୍ଟ୍ରସଂଘର କାର୍ଯ୍ୟକାରିତା ସ୍ପଷ୍ଟଭାବରେ ପ୍ରଦର୍ଶନ କରେ ଯେ, କେନ୍ଦ୍ରୀଭୂତ ସଙ୍ଘୀୟ ବ୍ୟବସ୍ଥା ଫଳରେ କେନ୍ଦ୍ର ଓ ରାଜ୍ୟଗୁଡିକ ମଧ୍ୟରେ ସମ୍ପର୍କ ସବୁବେଳେ ବନ୍ଧୁତ୍ଵପୂର୍ଣ୍ଣ ନୁହେଁ  । ଏହା ଅତି ସାଧାରଣ ଯେ, ରାଜ୍ୟଗୁଡିକ ରାଜ୍ୟ ଓ ଦେଶ ଶାସନରେ ଅଧିକ କ୍ଷମତା ଓ ଅଧିକାର ପାଇବାକୁ ଆଶାକରିବେ  । ଥରକୁ ଥର ରାଜ୍ୟଗୁଡିକ ତାଙ୍କୁ ଅଧିକ କ୍ଷମତା ଓ ସ୍ଵାଧୀନତା ଦେବାକୁ ଦାବୀକରିବେ  । ଏହାର ସମାଧାନର ପନ୍ଥା ବାହାର କରିବା ପାଇଁ ‘ଶାନନଗତ ସଂସ୍କାର କମିଶନ’, ‘ସରକାରିଆ କମିଶନ’ ଏବଂ ଆହୁରି ଅନେକ କମିଶନ ଭାରତ ସରକାରଙ୍କ ଦ୍ଵାରା ବସାଯାଇଛି ଏବଂ କେଆରଏନଡ଼ିର ଓ ରାଜ୍ୟ ସମ୍ପର୍କ ନେଇ ମାର୍ଚ୍ଚ ୨୦୧୦ରେ ସର୍ବଶେଷ କମିଶନ ବସିଥିଲା  ।

ବିଭିନ୍ନ କମିଶନର ମୌଳିକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ ଏଥିରେ ଏକମତ ଯେ, ସମ୍ବିଧାନର ମୌଳିକ ଗଠନରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ  । ଯାହାହେଉ ଗୋଟିଏ ସ୍ଥାୟୀ Inter State Council ର ଆବଶ୍ୟକତା ଅନୁଭବ କରାଯାଉଛି  । ଏହାଛଡା ଏହା ଆଶାକରାଯାଏ ଯେ, ଉଭୟ କେନ୍ଦ୍ର ଓ ରାଜ୍ୟଗୁଡିକ ପଛୁଆ ଅଞ୍ଚଳର ବିକାଶ ପାଇଁ ଆଗ୍ରହ ପ୍ରକାଶ କରିବା ଉଚିତ୍  । ଯଦି ଯୋଜନାବଦ୍ଧ ଭାବରେ ଏହି ପଛୁଆଅଞ୍ଚଳର ଆର୍ଥିକ ବିକାଶ କାର୍ଯ୍ୟ ଆରମ୍ଭ ହୁଏ, ତେବେ ଏହି ବିଚ୍ଛିନ୍ନତାବାଡି ମନୋବୃତ୍ତି ଆପେ ଆପେ କମିଯିବ  । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ପାରସ୍ପରିକ ଆଲୋଚନା ଦ୍ଵାରା ସମାଧାନ ହେବା ଉଚିତ୍  । ଅଧିକ ଆର୍ଥିକ ସମ୍ବଳ ରାଜ୍ୟମାନଙ୍କୁ ଦେବା ପାଇଁ ରାଜ୍ୟମାନଙ୍କର ଦାବିକୁ ଅଧିକ ସମର୍ଥନ ମିଳୁଛି  । ଦେଶରେ କେନ୍ଦ୍ର ଓ ରାଜ୍ୟ ସମ୍ପର୍କରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଅର୍ଥନୈତିକ ଉଦାରତା ଓ ଉପଯୁକ୍ତ ସଂଶୋଧନ ପାଇଁ ସୁପାରିଶ କରାଯାଇଛି  ।

ଭାରତରେ ସଂସଦୀୟ ସରକାର

ଭାରତର ରାଜନୈତିକ ପଦ୍ଧତିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ଵ ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସଂସଦୀୟ ସରକାର  । ସାଧାରଣତଃ ସରକାର ଦୁଇ ପ୍ରକାରର ଯଥା – ରାଷ୍ଟ୍ରପତି ପ୍ରଧାନ ଓ ସଂସଦୀୟ  । ରାଷ୍ଟ୍ରପତି ପ୍ରଧାନ ପଦ୍ଧତିରେ ସରକାରର ୩ଟି ଯାକ ଅଂଶ ପରସ୍ପର ସ୍ଵାଧୀନ  । ସେଠାରେ କାର୍ଯ୍ୟନିର୍ବାହୀ ଓ ଆଇନ ପ୍ରଣୟନ ବିଭାଗ ଭିତରେ ବିଶେଷ ସମ୍ପର୍କ ନଥାଏ  । ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ପ୍ରଧାନ ସରକାର ପ୍ରଚଳିତ  । କିନ୍ତୁ ସଂସଦୀୟ ସରକାରରେ କାର୍ଯ୍ୟନିର୍ବାହୀ ଓ ଆଇନପ୍ରଣୟନ ସଂସ୍ଥା ମଧ୍ୟରେ ନିବିଡ ସମ୍ପର୍କ ରହିଥାଏ  । ଯୁକ୍ତ ରାଜ୍ୟରେ ସଂସଦୀୟ ସରକାର ପ୍ରଚଳିତ  । ପ୍ରକୃତ ପକ୍ଷେ ଭାରତୀୟ ସମ୍ବିଧାନ ପ୍ରଣେତାମାନେ ବ୍ରିଟିଶ ଢାଞ୍ଚାକୁ ଗ୍ରହଣ କରିଥିଲେ କାରଣ ୧୯୪୭ ମସିହା ପୂର୍ବରୁ ଭାରତରେ ଯେଉଁ ପଦ୍ଧତିର ସରକାର ପ୍ରଚଳିତ ଥିଲା ତାହା ବହୁ ପରିମାଣରେ ବ୍ରିଟିଶ ସଂସଦୀୟ ସରକାରର ଅନୁରୂପ ଥିଲା  । ଭାରତରେ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ସଂସଦୀୟ ସରକାର ପ୍ରଚଳିତ  । ଭାରତୀୟ ପଦ୍ଧତି ସଂସଦୀୟ ସରକାରର ସମସ୍ତ ମୁଖ୍ୟ ବିଶେଷତ୍ଵକୁ ପ୍ରତିଫଳିତ କରିଥାଏ  । ଯଥା – (୧) ଆଇନ ପ୍ରଣୟନ ସଂସ୍ଥା ଓ କାର୍ଯ୍ୟନିର୍ବାହୀ ମଧ୍ୟରେ ନିବିଡ ସମ୍ପର୍କ  । (୨) କାର୍ଯ୍ୟନିର୍ବାହୀର ଆଇନ ପ୍ରଣୟନ ବିଭାଗ ପ୍ରତି ଦାୟିତ୍ଵ  । (୩) ରାଷ୍ଟ୍ର ମୁଖ୍ୟ ଜଣେ ନାମମାତ୍ର କାର୍ଯ୍ୟନିର୍ବାହୀ ଓ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ତ୍ଵାଧୀନ ମନ୍ତ୍ରୀପରିଷଦ ପ୍ରକୃତ କାର୍ଯ୍ୟନିର୍ବାହୀ  ।

  1. ଆଇନ ପ୍ରଣୟନକାରୀ ସଂସ୍ଥା ଓ କାର୍ଯ୍ୟନିର୍ବାହୀ ମଧ୍ୟରେ ନିବିଡ ସମ୍ପର୍କ :

ଭାରତରେ କାର୍ଯ୍ୟନିର୍ବାହୀ ଅର୍ଥାତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵାଧୀନ ମନ୍ତ୍ରୀପରିଷଦ ଓ ଆଇନ ପ୍ରଣୟନକାରୀ ସଂସ୍ଥା ଅର୍ଥାତ୍ ସଂସଦ ମଧ୍ୟରେ ନିବିଡ ସମ୍ପର୍କ ରହିଛି  । କେବଳ ସଂଖ୍ୟାଗରିଷ୍ଠ ଦଳର ନେତା ବା ମିଳିତ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ଦିଆଯାଇପାରିବ  । ସମସ୍ତ ମନ୍ତ୍ରୀପରିଷଦର ସଦସ୍ୟ ସଂସଦର ସଦସ୍ୟ ଅଟନ୍ତି  । କେବଳ ମନ୍ତ୍ରୀପରିଷଦର ଉପଦେଶରେ ରାଷ୍ଟ୍ରପତି ସଂସଦର ଉଭୟ ସଦନର ଅଧିବେଶନ ଆହୂତ କରନ୍ତି କିମ୍ବା ମୁଲତବୀ କରିପାରନ୍ତି ଏବଂ ଲୋକସଭାକୁ ଭଙ୍ଗ କରିପାରନ୍ତି  । ସଂସଦର ସମସ୍ତ ନିର୍ବାଚିତ ସଦସ୍ୟ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରନ୍ତି ଏବଂ ଯେତେବେଳେ ତାଙ୍କ ବିରୁଦ୍ଧରେ ବହିସ୍କାର ପ୍ରସ୍ତାବ ସଂସଦର ଉଭୟ ସଦନରେ ପାରିତ ହୋଇଥାଏ, ସେ ମଧ୍ୟ ବହିଷ୍କୃତ ହୋଇପାରନ୍ତି  ।

  1. କାର୍ଯ୍ୟନିର୍ବାହୀର ଆଇନ ପ୍ରଣୟନ ସଂସ୍ଥା ପ୍ରତି ଦାୟିତ୍ଵ :

ମନ୍ତ୍ରୀପରିଷଦ ସାମୁହିକ ଭାବରେ ଲୋକସଭା ନିକଟରେ ଉତ୍ତରଦାୟୀ  । ଏହାର ଅର୍ଥ ପ୍ରତୟ ମନ୍ତ୍ରୀଙ୍କର ଦାୟିତ୍ଵ ହେଉଛି ସମୁଦାୟ ମନ୍ତ୍ରୀପରିଷଦର ଦାୟିତ୍ଵ  । ଏହା ମଧ୍ୟ ରାଜ୍ୟସଭା ନିକଟରେ ଉତ୍ତରଦାୟୀ  । ପ୍ରକୃତପକ୍ଷେ ଉଭୟ ସଦନର ମନ୍ତ୍ରୀପରିଷଦକୁ ନିୟନ୍ତ୍ରଣ କରିବାର କ୍ଷମତା ଅଛି  । ସରକାରଙ୍କର ନୀତି, କାର୍ଯ୍ୟକ୍ରମ ଓ କାର୍ଯ୍ୟକାରିତା ଉପରେ ବିଭିନ୍ନ ପ୍ରଶ୍ନ, ଅତିରିକ୍ତ ପ୍ରଶ୍ନ ପଚାରି ଏମାନେ ମନ୍ତ୍ରୀପରିଷଦକୁ ନିୟନ୍ତ୍ରଣ କରନ୍ତି  । ସେମାନେ ସରକାରଙ୍କର ପ୍ରସ୍ତାବ ଉପରେ ଆଲୋଚନା କରନ୍ତି ଓ କାର୍ଯ୍ୟକାରିତାର ପ୍ରବଳ ସମାଲୋଚନା କରନ୍ତି  । ସେମାନେ ମଧ୍ୟ ମୁଲତବୀ ପ୍ରସ୍ତାବ ଓ ଧ୍ୟାନ ଆକର୍ଷଣକାରୀ ନୋଟିସ୍ ଆଗତ କରିପାରନ୍ତି  । ମନ୍ତ୍ରୀପରିଷଦ ଦ୍ଵାରା ଆଗତ କରାଯାଇଥିବା ବିଲ୍ ସଂସଦ ଦ୍ଵାରା ସ୍ଵୀକୃତି ନପାଇଲେ, ଆଇନ ହୋଇପାରିବ ନାହିଁ  । ବାର୍ଷିକ ବଜେଟ୍ ମଧ୍ୟ ସଂସଦରେ ପାରିତ ହେବା ଆବଶ୍ୟକ  । ମନ୍ତ୍ରୀପରିଷଦର କାର୍ଯ୍ୟକାଳ ଲୋକସଭା ଉପରେ ନିର୍ଭର କରେ । ଲୋକସଭାର ଆସ୍ଥା ହରାଇଲେ ମନ୍ତ୍ରୀପରିଷଦକୁ ପଦତ୍ୟାଗ କରିବାକୁ ପଡେ  । ଏହାର ଅର୍ଥ ସେହି ସଦନର ସଂଖ୍ୟାଗରିଷ୍ଠ ସମର୍ଥନ ଆବଶ୍ୟକ  । ଲୋକସଭା ଅନାସ୍ଥାପ୍ରସ୍ତାବ ଗୃହୀତ କରି ମନ୍ତ୍ରୀପରିଷଦକୁ ବହିସ୍କାର କରିପାରେ  ।

  1. ନାମମାତ୍ର ଓ ପ୍ରକୃତ କାର୍ଯ୍ୟନିର୍ବାହୀ :

ଭାରତରେ ଦୁଇ ପ୍ରକାରର କାର୍ଯ୍ୟନିର୍ବାହୀ ଅଛନ୍ତି  । ଯଥା ନାମମାତ୍ର କାର୍ଯ୍ୟନିର୍ବାହୀ ଓ ପ୍ରକୃତ କାର୍ଯ୍ୟନିର୍ବାହୀ  । ରାଷ୍ଟ୍ରପତି ଯେ କି ରାଷ୍ଟ୍ରମୁଖ୍ୟ, ସେ ଜଣେ ନାମମାତ୍ର କାର୍ଯ୍ୟନିର୍ବାହୀ  । ସିଦ୍ଧାନ୍ତ ଅନୁସାରେ ସମ୍ବିଧାନ ଦ୍ଵାରା ସମସ୍ତ କାର୍ଯ୍ୟନିର୍ବାହୀ କ୍ଷମତା ଭାରତର ରାଷ୍ଟ୍ରପତିଙ୍କ ହାତରେ ଅର୍ପଣ କରାଯାଇଛି  । କିନ୍ତୁ ପ୍ରକୃତରେ ସେଗୁଡିକ ତାଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଏନାହିଁ  । ତାହା ପ୍ରକୃତରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦ ଦ୍ଵାରା କାର୍ଯ୍ୟକାରୀ ହୋଇଥାଏ  । ପ୍ରଧନାମନ୍ତ୍ରୀଙ୍କ ନେତୃତ୍ଵାଧୀନ ମନ୍ତ୍ରୀମଣ୍ଡଳ ପ୍ରକୃତ କାର୍ଯ୍ୟନିବାହୀ ଅଟନ୍ତି  । ରାଷ୍ଟ୍ରପତି ମନ୍ତ୍ରୀପରିଷଦର ଉପଦେଶ ବିନା କାର୍ଯ୍ୟ କରିପାରିବେ ନାହିଁ  ।

  1. ପ୍ରଧାନମନ୍ତ୍ରୀ ପ୍ରକୃତ କାର୍ଯ୍ୟନିର୍ବାହୀ :

ପ୍ରଧାନମନ୍ତ୍ରୀ ହେଉଛନ୍ତି ସଂସଦୀୟ କାର୍ଯ୍ୟନିର୍ବାହୀର କେନ୍ଦ୍ରବିନ୍ଦୁ  । ମନ୍ତ୍ରୀ ପରିଷଦର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କର ସୁପାରିଶରେ ରାଷ୍ଟ୍ରପତିଙ୍କ ଦ୍ଵାରା ନିଯୁକ୍ତି ପାଆନ୍ତି  । ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ପ୍ରଧାନମନ୍ତ୍ରୀଙ୍କର ବିଶୋଷାଧିକାର ଅଟେ  । ସେ କ୍ୟାବିନେଟ ସଭାରେ ସଭାପତିତ୍ଵ କରନ୍ତି ଏବଂ ମନ୍ତ୍ରୀ ପରିଷଦ ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ଏକମାତ୍ର ସଂଯୋଗ  । ଯଦି ପ୍ରଧାନମନ୍ତ୍ରୀ ସିଦ୍ଧାନ୍ତ ନିଅନ୍ତି, ତେବେ ଯେକୌଣସି ମନ୍ତ୍ରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇପାରିବ  । ଯେତେବେଳେ ପ୍ରଧାନମନ୍ତ୍ରୀ ପଦତ୍ୟାଗ କରନ୍ତି, ସମୁଦାୟ ମନ୍ତ୍ରୀପରିଷଦ ଭାଙ୍ଗିଯାଏ  ।

ଭାରତରେ ସଂସଦୀୟ ପଦ୍ଧତି ସଂପୂର୍ଣ୍ଣ ସନ୍ତୋଷଜନକ ଭାବରେ କାର୍ଯ୍ୟ କରୁଛି  । ରାଜ୍ୟରେ ଥିବା ସଂସଦୀୟ ସରକାର ମଧ୍ୟ କେନ୍ଦ୍ର ସରକାର ପଦ୍ଧତିରେ ଗଠନ କରାଯାଇଛି  । ରାଜ୍ୟର କାର୍ଯ୍ୟନିର୍ବାହୀ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵାଧୀନ ମନ୍ତ୍ରୀପରିଷଦକୁ ନେଇ ଗଠିତ  । ରାଜ୍ୟପାଳ ରାଜ୍ୟର ମୁଖ୍ୟ ଭାବରେ କାର୍ଯ୍ୟକରନ୍ତି ଓ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀପରିଷଦ ହେଉଛନ୍ତି ପ୍ରକୃତ କାର୍ଯ୍ୟନିର୍ବାହୀ  । ଅଳ୍ପ କେତେକ ରାଜ୍ୟରେ ବ୍ୟବସ୍ଥାପକ ଦ୍ଵିସଦନ (ବିଧାନସଭା ଓ ବିଧାବା ପରିଷଦ) ବିଶିଷ୍ଟ । କିନ୍ତୁ ଅଧିକାଂଶ ରାଜ୍ୟରେ ଏହା ଏକସଦନ (ବିଧାନସଭା) ବିଶିଷ୍ଟ  ।

ଆଧାର  : ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

3.16666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top