অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଥାନୀୟ ଶାସନ ଓ କ୍ଷେତ୍ର ଶାସନ

ସ୍ଥାନୀୟ ସରକାର

ବିଜଯ ଶିକ୍ଷକଙ୍କୁ ପଚାରିଲା, କାହିଁକି ଗ୍ରାମପଞ୍ଚାୟତକୁ ସ୍ଥାନୀୟ ଶାସନ ସଂସ୍ଥା କୁହାଯାଏ  । ତୁମେ ବର୍ତ୍ତମାନ ଜାଣି ସାରିବାଣି ଯେ, ଭାରତ ଏକ ସଙ୍ଘୀୟ ବ୍ୟବସ୍ଥା ହୋଇଥିବାରୁ ଏହାର ଦୁଇଟି ସ୍ତରରେ ସରକାର ରହିଛି  । କେନ୍ଦ୍ରରେ କେନ୍ଦ୍ର ସରକାର ଓ ରାଜ୍ୟ ସ୍ତରରେ ରାଜ୍ୟ ସରକାର  । ଏହି ଦୁଇଟି ସରକାର ବ୍ୟତୀତ, ଭାରତୀୟ ସମ୍ବିଧାନରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ଅନେକଗୁଡିଏ ଅନୁଷ୍ଠାନର ବ୍ୟବସ୍ଥା କରାଯାଇଛି ଯାହାକୁ ସ୍ଥାନୀୟ ଶାସନ କୁହାଯାଏ  । ଏହା ସରକାରର ତୃତୀୟ ସ୍ତର ଯାହାର ଲକ୍ଷ୍ୟ ହେଉଛି ସ୍ଥାନୀୟ ଅଞ୍ଚଳର ଉନ୍ନତି ଓ ନ୍ୟାୟ ପ୍ରଦାନ ଏବଂ ଏହା କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ଅସ୍ତ୍ର ଭାବରେ କାର୍ଯ୍ୟକରେ  । ଏହା ସର୍ବଶ୍ରେଷ୍ଠ ଶାସନ ବୋଲି କୁହାଯାଏ, କାରଣ ଏହାର ସ୍ଥାନୀୟ ଲୋକମାନଙ୍କ ସହିତ ନିବିଡ ସମ୍ପର୍କ ଥାଏ  । ସ୍ଥାନୀୟ ସମସ୍ୟା ସମ୍ପର୍କର ଆଲୋଚନା କରିବାକୁ ଉପଯୁକ୍ତ ସ୍ଥାନ ଯୋଗାଏ ଓ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପଯୁକ୍ତ ସମାଧାନର ପନ୍ଥା ମଧ୍ୟ ବାହାର କରେ  । ସ୍ଥାନୀୟ ସରକାର ପ୍ରକୃତ ପକ୍ଷେ ସ୍ଥାନୀୟ ଲୋକଙ୍କର, ସ୍ଥାନୀୟ ଲୋକମାନଙ୍କ ଦ୍ଵାରା ଓ ସ୍ଥାନୀୟ ଲୋକମାନଙ୍କ ପାଇଁ ସରକାର  । ଲୋକଙ୍କର ଅତିନିକଟରେ ଥିବାରୁ, ସ୍ଥାନୀୟ ସରକାରୀ ଅନୁଷ୍ଠାନଗୁଡିକ ସମାଜର ନିୟମିତ ନିୟନ୍ତ୍ରଣ ଅଧିନରେ ଥାଏ  । ଏହା ସ୍ଥାନୀୟ ସରକାରର ଦାୟିତ୍ଵବୋଧକୁ ବୃଦ୍ଧି କରେ  । ପ୍ରକୃତ ପକ୍ଷେ ସ୍ଥାନୀୟ ସ୍ଵାୟତ ଶାସନ ଅନୁଷ୍ଠାନଗୁଡିକର କାର୍ଯ୍ୟ ଏତେ ପରିବ୍ୟାପ୍ତ ଓ ତାଙ୍କ ଦ୍ଵାରା ଯୋଗାଇ ଦିଆଯାଉଥିବା ସେବା ସ୍ଥାନୀୟ ଲୋକମାନଙ୍କ ନିତିଦିନିଆ ଜୀବନ ସହିତ ଏତେ ନିବିଡ ଯେ, ଏହା ସ୍ଥାନୀୟ ଅଧିବାସୀଙ୍କ ସେବା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କରିଥାଏ  ।

ଶିକ୍ଷକ ବିଜୟକୁ ପଚାରିଲେ ସେ ଏହା ଜାଣେ କି ଯେ ପ୍ରାଚୀନ ସମୟରୁ କେତେକ ପ୍ରକାରର ସ୍ଥାନୀୟ ଲୋକମାନଙ୍କ ଉପରେ ନିର୍ଭର କରୁଥିବା ଅନୁଷ୍ଠାନ ଭାରତର ବିଭିନ୍ନ ଅଂଶରେ ଥିଲା  । ସେଗୁଡିକ ବିଭିନ୍ନ ନାମରେ ନାମିତ ଯଥା ପଞ୍ଚାୟତ, ବିରଦାରୀ, ବା ଅନ୍ୟ କିଛି ନାମରେ  । ବୟୋଜ୍ୟଷ୍ଠ ବ୍ୟକ୍ତି ବା ଅନ୍ୟ କୌଣସି ବ୍ୟକ୍ତି ଯାହାକୁ ସମସ୍ତେ ନେତା ବୋଲି ଗ୍ରହଣ କରୁଥିଲେ । ସେ ଗ୍ରାମ ବା ଅଞ୍ଚଳର ସଦସ୍ୟମାନଙ୍କ ବିଭିନ୍ନ ସମସ୍ୟା ବିଚାର କରୁଥିଲେ  । ବିଭିନ୍ନ ସିନେମା କିମ୍ବା ଦୂରଦର୍ଶନ ସିରିଏଲରେ ତୁମେ ନିଶ୍ଚୟ ଦେଖିଥିବ ଯେ, ପଞ୍ଚାୟତ ଲୋକମାନଙ୍କର ଅଭିଯୋଗ ଶୁଣୁଛନ୍ତି ଓ ସମସ୍ୟାର ସମାଧାନ ପାଇଁ ନିଜର ସିଦ୍ଧାନ୍ତ ଶୁଣାଉଛନ୍ତି  । ସ୍ଵନାମଧନ୍ୟ ଲେଖକ ପ୍ରେମଚାନ୍ଦଙ୍କର ଗୋଟିଏ ଗଳ୍ପ “ପଞ୍ଚପରମେଶ୍ଵର” ପଞ୍ଚାୟତର କାର୍ଯ୍ୟର ଅର୍ଣ୍ଣନା କରେ  । ସେହି ପୂର୍ବ ଐତିହ୍ୟ ସମ୍ବଳିତ ଅନୁଷ୍ଠାନ ଏବେ ମଧ୍ୟ ଗ୍ରାମାଞ୍ଚଳରେ ରହିଛି ଓ କାର୍ଯ୍ୟକରୁଛି  । ଏହି ଐତିହ୍ୟମାୟା ଅନୁଷ୍ଠାନକୁ ଦୃଷ୍ଟିରେ ରଖି, ଭାରତ ସରକାର ଲୋକମାନଙ୍କର ମଙ୍ଗଳ ପାଇଁ ସେହି ପଦ୍ଧତିକୁ ପ୍ରଚଳିତ କରିଛନ୍ତି  ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ଥାନୀୟ ସରକାର

ସେ ପୁଣିଥରେ କହିଲେ ଯେ, କେବଳ ଗ୍ରାମାଞ୍ଚଳରେ ସ୍ଥାନୀୟ ଶାସନ କାର୍ଯ୍ୟ କରୁନାହିଁ  । ସହରାଞ୍ଚଳରେ ମଧ୍ୟ ସ୍ଥାନୀୟ ଶାସନ ସଂସ୍ଥା ରହିଛି, ଯାହାକି ସହରାଞ୍ଚଳ ଅଧିବାସୀଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରୁଛି  । କେବଳ ଏତିକି ତଫାତ୍ ଯେ, ଗାମାଞ୍ଚଳ ସ୍ଥାନୀୟ ସଂସ୍ଥା ଗୋଟିଏ କ୍ଷୁଦ୍ର ଅଞ୍ଚଳ ଓ ଅଳ୍ପଲୋକସଂଖ୍ୟାକୁ ଦୃଷ୍ଟିଦିଏ କିନ୍ତୁ ସହରାଞ୍ଚଳ ସ୍ଥାନୀୟସଂସ୍ଥା ଗୋଟିଏ ବଡ ଅଞ୍ଚଳ ଓ ବୃହତ୍ତ ଜନସଂଖ୍ୟା ପ୍ରତି ଦୃଷ୍ଟି ଦିଏ  । ତେଣୁ ଭାରତର ସ୍ଥାନୀୟ ସରକାର ଦୁଇ ପ୍ରକାରର ଗୋଟିଏ ଗ୍ରାମାଞ୍ଚଳ ପାଇଁ ଓ ଅନ୍ୟଟି ସହରାଞ୍ଚଳ ପାଇଁ  । ଗ୍ରାମାଞ୍ଚଳ ସ୍ଥାନୀୟ ଶାସନ ପଦ୍ଧତି ପଞ୍ଚାୟତରାଜ ପଦ୍ଧତି ଏବଂ ସେହି ପଦ୍ଧତି ସହରାଞ୍ଚଳ ସ୍ଥାନୀୟ ସରକାରରେ ବିଭିନ୍ନ ନଗର ଓ ସହରରେ ତିନି ପ୍ରକାରର ଆନୁଷ୍ଠାନିକ ବ୍ୟବସ୍ଥା ରହିଛି  । ସେଗୁଡିକ ହେଉଛି ପୌର ନିଗମ ବା ମହାନଗର ନିଗମ, ପୌରାଞ୍ଚଳ ଓ ନଗର ପଞ୍ଚାୟତ  । ଉଭୟ ପଞ୍ଚାୟତରାଜ ବ୍ୟବସ୍ଥା ଓ ସହରାଞ୍ଚଳ ସ୍ଥାନୀୟ ସରକାରର ଗଠନ ଓ କାର୍ଯ୍ୟପ୍ରଣାଳୀ ବିଶେଷ ଭାବରେ ୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ଆଇନ ୧୯୯୨ ଦ୍ଵାରା ପ୍ରଭାବିତ ହୋଇଛି  ।

ପଞ୍ଚାୟତରାଜ ବ୍ୟବସ୍ଥା

ଆମେ ପୂର୍ବରୁ ପଢିଛୁ ଯେ, ପୂର୍ବକାଳରେ ପଞ୍ଚାୟତଗୁଡିକ ସାଧାରଣତଃ ନ୍ୟାୟ ପ୍ରଦାନ କରୁଥିଲେ  । ସ୍ଥାନୀୟ ବିବାଦ ଓ ଅନ୍ୟାନ୍ୟ ସମସ୍ୟାଗୁଡିକ ପଞ୍ଚାୟତକୁ ପଠାଯାଏ ଓ ସେମାନଙ୍କର ସିଦ୍ଧାନ୍ତ ସାଧାରଣତଃ ସମସ୍ତେ ଗ୍ରହଣ କରୁଥିଲେ  । ଆମର ଜାତୀୟ ନେତାମାନେ ଏପରିକି ମହାତ୍ମାଗାନ୍ଧୀଙ୍କର ଏହି ବ୍ୟବସ୍ଥା ଉପରେ ଗଭୀର ବିଶ୍ଵାସ ଥିଲା  । ସମ୍ବିଧାନ ପ୍ରଣେତାମାନେ ମଧ୍ୟ ଏହି ବ୍ୟବସ୍ଥାକୁ ବିଶେଷ ଗୁରୁତ୍ଵ ଦେଉଥିଲେ ଏବଂ ରାଷ୍ଟ୍ର ନୀତି ନିର୍ଦ୍ଦେଶନାମା ରେ ଏଥିପାଇଁ ବ୍ୟବସ୍ଥା କରିଥିଲେ  । ସମ୍ବିଧାନରେ ନିର୍ଦ୍ଦେଶିତ ହୋଇଛି ଯେ ରାଜ୍ୟ, ଗ୍ରାମପଞ୍ଚାୟତ ଗଠନ କରିବା ପାଇଁ ପଦକ୍ଷେପ ନେବ ଓ ତାଙ୍କୁ ଏଭଳି କ୍ଷମତା ଓ ଅଧିକାର ପ୍ରଦାନ କରିବ ଯାହାକି ତାକୁ ସ୍ଥାନୀୟ ସ୍ୱାୟତ୍ତଶାସନର ଗୋଟିଏ ଅଂଶଭାବରେ କାର୍ଯ୍ୟକରିବାକୁ ସକ୍ଷମ କରିପାରିବ  ।

ଏହି ଆଧାରରେ ବର୍ତ୍ତମାନର ପଞ୍ଚାୟତ ପଞ୍ଚମ ପଞ୍ଚ ବାର୍ଷିକ ଯୋଜନା ସମୟରେ ଆରମ୍ଭ ହୋଇଥିବା ଆଞ୍ଚଳିକ ବିକାଶ ଯୋଜନା ଅଧିନରେ କାର୍ଯ୍ୟ ଆରମ୍ଭ କଲା  । ଏହି ବ୍ୟବସ୍ଥାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ବଳବନ୍ତ ରାୟ ମେହେଟ୍ଟାଙ୍କ ସଭାପତିତ୍ଵରେ ଗୋଟିଏ ସଭା ଗଠନ କରାଗଲା ଯାହାକି ଏହାର ପୂର୍ଣ୍ଣାଙ୍ଗ ଆଲୋଚନା କଲା  । ବଳବନ୍ତ ରାୟ ମେହେଟ୍ଟା କମିଟି ତାର ରିପୋର୍ଟ ୧୯୫୭ ମସିହାରେ ଉପସ୍ଥାପିତ କଲା  । ସେଥିରେ ସେ ତ୍ରୀସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ପ୍ରଚଳନ ପାଇଁ ସୁପାରିଶ କରିଥିଲେ । ଗ୍ରାମ୍ୟ ସ୍ତରରେ ଗ୍ରାମ ପଞ୍ଚାୟତ, ବ୍ଲକ ସ୍ତର ବା ମାଧ୍ୟମିକ ସ୍ତରେ ପଞ୍ଚାୟତ ସମିତି ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ ୧୯୫୮ ମସିହାରେ ଜାତୀୟ ବିକାଶ ପରିଷଦ ସ୍ଥାନୀୟ ସରକାର ଗଠନ ମଧ୍ୟ ଅନୁରୂପ ପଦ୍ଧତିରେ କରିବା ପାଇଁ ସୁପାରିଶ କଲା ଯେଉଁଥିରେ କି ରହି ବ୍ୟବସ୍ଥାର ସର୍ବନିମ୍ନ ଗ୍ରାମ ଓ ସର୍ବୋଚ୍ଚ ସ୍ଥାନରେ ଜିଲ୍ଲା ରହିଲା  । ସେ ଯାହା ହେଉ, ୧୯୯୨ ମସିହାରେ ହୋଇଥିବା ସମ୍ବିଧାନର ୭୩ତମ ସଂଶୋଧନ ପଞ୍ଚାୟତରାଜ ବ୍ୟବସ୍ଥାକୁ ବର୍ତ୍ତମାନର ରୂପ ପ୍ରଦାନ କଲା  ।

ବର୍ତ୍ତମାନ ଅଧିକାଂଶ ରାଜ୍ୟରେ ପଞ୍ଚାୟତ ରାଜ ଅନୁଷ୍ଠାନଗୁଡିକ ତିନୋଟି ସ୍ତରରେ ପ୍ରତିଷ୍ଠା ହୋଇଛି, ଯଥା-ଗ୍ରାମ, ମାଧ୍ୟମିକ, ଜିଲ୍ଲା ସ୍ତରରେ  । କିନ୍ତୁ ୨୦ଲକ୍ଷରୁ କମ୍ ଜନସଂଖ୍ୟା ଥିବା ରାଜ୍ୟରେ କେବଳ ଦୁଇଟି ସ୍ତର ରହିଛି, ଗ୍ରାମ୍ୟସ୍ତର ଓ ଜିଲ୍ଲା ସ୍ତର

୭୩ତମ ସମ୍ବିଧାନ ସଂଶୋଧନ – ୧୯୯୨

ସମ୍ବିଧାନିକ ଧାରାରେ ୭୩ତମ ସଂଶୋଧନ ଆଇନ  । ୧୯୯୨ ଦେଶର ସଙ୍ଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୋଟିଏ ନୂତନ ଯୁଗ ସୃଷ୍ଟି କଲା  । ଏହା ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକୁ ସାମ୍ବିଧାନିକ ଗୁରୁତ୍ଵ ପ୍ରଦାନ କଲା  । ଏହି ଆଇନ ର ମୁଖ୍ୟ ଦିଗ ଗୁଡିକ ହେଉଛି –

  1. ଏକ ତ୍ରୀସ୍ତରୀୟ ଗଠନ ପ୍ରତିଷ୍ଠା – ଗ୍ରାମ ପଞ୍ଚାୟତ, ମାଧ୍ୟମିକ ପଞ୍ଚାୟତ (ପଞ୍ଚାୟତ ସମିତି) ଜିଲ୍ଲା ପଞ୍ଚାୟତ (ଜିଲ୍ଲା ପରିଷଦ)
  2. ପ୍ରତି ୫ ବର୍ଷରେ ନିୟମିତ ନିର୍ବାଚନ
  3. ଜନସଂଖ୍ୟା ଅନୁପାତରେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା
  4. ମହିଳାମାନଙ୍କ ପାଇଁ ତିନୋଟି ଯାକ ସ୍ତରରେ ଅତି କମ୍ ରେ ଏକତୃତୀୟାଂଶ ସ୍ଥାନ ସଂରକ୍ଷଣ
  5. ପଞ୍ଚାୟତର ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ପଦକ୍ଷେପ ସୁପାରିଶ କରିବାକୁ ରାଜ୍ୟ ଅର୍ଥ କମିଶନ ଗଠନ  ।
  6. ପଞ୍ଚାୟତରାଜ ଅନୁଷ୍ଠାନର ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ନିର୍ବାଚନ କମିଶନ ଗଠନ
  7. ଜିଲ୍ଲାମାନଙ୍କର ଉନ୍ନୟନ ଯୋଜନା ପ୍ରସ୍ତୁତ ପାଇଁ ରାଜ୍ୟ ଯୋଜନା କମିଶନ ଗଠନ  ।
  8. ସମ୍ବିଧାନାର ଏକାଦଶତମ ଅନୁଚ୍ଛେଦ ର ଅନ୍ତର୍ଭୁକ୍ତ ୨୯ଟି ବିଷୟରେ ଆର୍ଥିକ ଉନ୍ନତି ଓ ସାମାଜିକ ନ୍ୟାୟ ପାଇଁ ଯୋଜନା ପ୍ରସ୍ତୁତ ଓ ତାର କାର୍ଯ୍ୟକାରିତା  ।
  9. ଗ୍ରାମ୍ୟ ସ୍ତରରେ ଗ୍ରାମ ସଭା ପ୍ରତିଷ୍ଠା ଏବଂ ସିଦ୍ଧାନ୍ତ ଗ୍ରହଣକାରୀ ସଂସ୍ଥା ଭାବରେ କ୍ଷମତା ପ୍ରଦାନ  ।

10.  ପଞ୍ଚାୟତରାଜ ଗୁଡିକରେ ମହିଳା ଓ ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷିତ ସ୍ଥାନ ପରିବର୍ତ୍ତନ  । ସମ୍ବିଧାନର ୭୩ତମ ସଂଶୋଧନ ଆଇନ ପଞ୍ଚାୟତରାଜ ଅନୁଷ୍ଠାନଗୁଡିକୁ ପ୍ରଚୁର କ୍ଷମତା ଓ ଅହଡିକାର ପ୍ରଦାନ କରିଛି ଯାହା ସେମାନଙ୍କୁ କାର୍ଯ୍ୟକରିବାକୁ ସକ୍ଷମ କରିବା ପାଇଁ ଆବଶ୍ୟକ  । କ୍ଷମତା ଓ ଦାୟିତ୍ଵର ବିକେନ୍ଦ୍ରୀକରଣ ପାଇଁ ଏଥିରେ ବ୍ୟବସ୍ଥା ରହିଛି ଯାହାକି (କ) ଆର୍ଥିକ ବିକାଶ ସାମାଜିକ ନ୍ୟାୟ ପାଇଁ ଯୋଜନା ପ୍ରସ୍ତୁତି  । (ଖ) ଆର୍ଥିକ ବିକାଶ ଓ ସାମାଜିକ ନ୍ୟାୟ ଯାହା ତାଙ୍କ ଉପରେ ନ୍ୟସ୍ତ କରାଯାଇଛି, ସେହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ  ।

ଗ୍ରାମପଞ୍ଚାୟତର ଗଠନ, କାର୍ଯ୍ୟ ଓ ଆୟପନ୍ଥା  ।

ଗଠନ

ଗ୍ରାମାଞ୍ଚଳ ପଞ୍ଚାୟତକୁ ଗ୍ରାମପଞ୍ଚାୟତ କୁହାଯାଏ  । ଏହା ପଞ୍ଚାୟତରାଜ ବ୍ୟବସ୍ଥାର ମୌଳିକ ଅନୁଷ୍ଠାନ  । ଗ୍ରାମ୍ୟ ସ୍ତରରେ ଗୋଟିଏ ଗ୍ରାମ ସଭା ରହିଛି ଓ ଗ୍ରାମ ପଞ୍ଚାୟତରେ ଜଣେ ସଭାପତି ଯାହାକୁ ଗ୍ରାମପ୍ରଧାନ ବା ସରପଞ୍ଚ (ମୁଖିଆ), ଜଣେ ଉପ – ସଭାପତି ଓ କେତେକ ପଞ୍ଚ ଅଛନ୍ତି  । ପ୍ରକୃତ ପକ୍ଷେ ଗ୍ରାମ ପଞ୍ଚାୟତଗୁଡିକର ଗଠନ କାର୍ଯ୍ୟ ପ୍ରତ୍ୟକ ରାଜ୍ୟ ସରକାର ଦ୍ଵାରା ପାରିତ ହୋଇଥିବା ଆଇନ ଅନୁସାରେ ଚାଲେ  । ସେଥିପାଇଁ ବିଭିନ୍ନ ରାଜ୍ୟରେ କେତେକ ପାର୍ଥକ୍ୟ ଲକ୍ଷ୍ୟ କରାଯାଇପାରେ  । କିନ୍ତୁ ପ୍ରାୟତଃ ପଞ୍ଚାୟତରାଜା ଅନୁଷ୍ଠାନ ଗୁଡିକର ଗଠନ ଓ କାର୍ଯ୍ୟ ନିମ୍ନପ୍ରକାରର ଅଟେ  ।

ଗୋଟିଏ ଗ୍ରାମସଭା ଗୋଟିଏ ଗ୍ରାମ ବା କେତୋଟି ଛୋଟ ଛୋଟ ଗ୍ରାମକୁ ନେଇ ଗଠିତ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବାସ କରୁଥିବା ୧୮ବର୍ଷରୁ ଅଧିକ ସମସ୍ତ ସାବାଳକ ଭୋଟରଙ୍କୁ ନେଇ ଗଠିତ  । ଗ୍ରାମସଭାକୁ ବର୍ତ୍ତମାନ ଗୋଟିଏ ଆଇନଗତ ସଂସ୍ଥାର ମାନ୍ୟତା ଦିଆଯାଇଛି  । ଏହା ଆଇନ ପ୍ରଣୟନ ସଂସ୍ଥା ଭଳି କାର୍ଯ୍ୟ କରେ  । ଗୋଟିଏ ବର୍ଷରେ ଗ୍ରାମସଭାର ଅନ୍ୟୁନ ଦୁଇଟି ମିଟିଂ ବସେ  । ପ୍ରଥମ ସଭା ରେ ଗ୍ରାମପଞ୍ଚାୟତର ରିପୋର୍ଟ ସ୍ଥିର କରେ  । ଗ୍ରାମସଭାର ମୁଖ୍ୟ କାମ ହେଉଛି ଗ୍ରାମପଞ୍ଚାୟତର ବାର୍ଷିକ ହିସାବ ସମୀକ୍ଷା କରିବା  । ଯାଞ୍ଚ ଓ ପ୍ରଶାସନିକ ରିପୋର୍ଟ ଉପରେ ଆଲୋଚନା, ତାଙ୍କ ପଞ୍ଚାୟତର ଟିକସ ବ୍ୟବସ୍ଥା ଏବଂ ଆଞ୍ଚଳିକ ସେବା, ସ୍ଵତଃପ୍ରବୃତ୍ତ ଶ୍ରମଦାନ ଗ୍ରହଣ ଓ ପଞ୍ଚାୟତ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ  । ଗାମସଭାର ସଭ୍ୟମାନେ ଗ୍ରାମପଞ୍ଚାୟତର ସଭ୍ୟ ଏବଂ ସଭାପତିଙ୍କୁ ନିର୍ବାଚିତ କରନ୍ତି  । ରାଜ୍ୟଗୁଡିକ ନିଶ୍ଚିତ ହେବା ଆବଶ୍ୟକ ଯେ, ତାଙ୍କ ଅଞ୍ଚଳର ସମସ୍ତ ଗ୍ରାମସଭା କାର୍ଯ୍ୟକ୍ଷମ ରହିଛି  ।

ଗ୍ରାମପଞ୍ଚାୟତ ଗ୍ରାମ ସଭାର କାର୍ଯ୍ୟନିର୍ବାହୀ ସଭା  । ଏହା ଗ୍ରାମ୍ୟ ସ୍ଥାନୀୟ ସ୍ୱାୟତ୍ତ ଶାସନର ଅତି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା  । ଗ୍ରାମ ସଭାର ସମସ୍ତ ସଦସ୍ୟ ଭୋଟର ଅଟନ୍ତି ଓ ସେମାନେ ପଞ୍ଚାୟତର ସଦସ୍ୟମାନଙ୍କୁ ଗୁପ୍ତଭାଟ ଦ୍ଵାରା ନିର୍ବାଚିତ କରନ୍ତି  । ଅଧିକାଂଶ ରାଜ୍ୟରେ ଗୋଟିଏ ପଞ୍ଚାୟତରେ ୫ରୁ ୯ ଜଣ ପର୍ଯ୍ୟନ୍ତ ସଦସ୍ୟ ଥାଆନ୍ତି  । ତାଙ୍କୁ ପଞ୍ଚ କୁହାଯାଏ  । ପ୍ରତ୍ୟକ ପଞ୍ଚାୟତରେ ଏକ ତୃତୀୟାଂଶ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷିତ  । ଆଉ ମଧ୍ୟ କେତେକ ରାଜ୍ୟରେ ମହିଳାମାନଙ୍କ ପାଇଁ ଆନୁପାତିକ ସଂରକ୍ଷିତ ସ୍ଥାନ ମଧ୍ୟ ଅଧିକ ଥାଏ  । ତଫସିଲ ଭୁକ୍ତ ଜାତି ଓ ଜନଜାତିର ଲୋକମାନଙ୍କ ପାଇଁ ମଧ୍ୟ ସ୍ଥାନ ସଂରକ୍ଷିତ ଥାଏ  । ପଞ୍ଚାୟତର ସରପଞ୍ଚ ଗ୍ରାମର ଭୋଟରମାନଙ୍କ ଦ୍ଵାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି  । ବର୍ତ୍ତମାନ କେତୋଟି ସରପଞ୍ଚ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷିତ ଓ କେତେକ ତଫସିଲଭୁକ୍ତ ଜାତି ଓ ଜନଜାତିର ଲୋକଙ୍କ ପାଇଁ ସଂରକ୍ଷିତ  । ସରପଞ୍ଚ ପଞ୍ଚାୟତର ସଭା ଡାକନ୍ତି ଓ ସେଥିରେ ସଭାପତିତ୍ଵ କରନ୍ତି । ତାଙ୍କୁ ପ୍ରତିମାସରେ ଅନ୍ୟୁନ ଗୋଟିଏ ମିଟିଂ ଡାକିବାକୁ ପଡେ  । ପଞ୍ଚମାନେ ମଧ୍ୟ ତାଙ୍କୁ ସ୍ଵତନ୍ତ୍ର ସଭା ଡାକିବାକୁ ଅନୁରୋଧ କରିପାରନ୍ତି  । ସେ ଅନୁରୋଧର ତିନିଦିନ ଭିତରେ ସ୍ଵତନ୍ତ୍ର ସଭା ଡାକନ୍ତି  । ସରପଞ୍ଚ ପଞ୍ଚାୟତ ସଭାର ରେକର୍ଡ ରଖନ୍ତି  । ପଞ୍ଚାୟତ ମଧ୍ୟ ତାଙ୍କୁ କୌଣସି ସ୍ଵତନ୍ତ୍ର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି  । ପଞ୍ଚାୟତର ସଭ୍ୟମାନଙ୍କ ଦ୍ଵାରା ଜଣେ ଉପସଭାପତି ମଧ୍ୟ ନିର୍ବାଚିତ ହୁଅନ୍ତି  । ଗ୍ରାମପଞ୍ଚାୟତର କାର୍ଯ୍ୟକାଳ ୫ବର୍ଷ  ।

ଗ୍ରାମପଞ୍ଚାୟତର କାର୍ଯ୍ୟ

ବିଜୟ ଗ୍ରାମପଞ୍ଚାୟତ ବିଷୟରେ ଅଧିକଜାଣିବା ପାଇଁ ଆଗ୍ରହ ପ୍ରକାଶ କଲା ଓ ଶିକ୍ଷକଙ୍କୁ ଏହି ଅନୁଷ୍ଠାନର କାର୍ଯ୍ୟ ଓ ଆୟପନ୍ଥା ବିଷୟରେ ପଚାରିଲା  । ଶିକ୍ଷକ ତାକୁ ସମ୍ପୁର୍ଣ୍ଣ ଭାବରେ ବର୍ଣ୍ଣନା କଲେ  । ଗ୍ରାମପଞ୍ଚାୟତର ସମସ୍ତ ବଡ କାର୍ଯ୍ୟକ୍ରମ ଗ୍ରାମର କଲ୍ୟାଣ ଓ ଉନ୍ନତି ପାଇଁ ଉଦ୍ଦିଷ୍ଟ  ।

ଗ୍ରାମବାସୀମାନଙ୍କର ଆବଶ୍ୟକତା ପୂରଣ କରିବାପାଇଁ ଗାମ ପଞ୍ଚାୟତକୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନା କରିବାକୁ ପଡିଥାଏ  । ଯଥା – ପାନୀୟ ଜଳର ବ୍ୟବସ୍ଥା, ପକ୍କାରାସ୍ତା, ରାସ୍ତା ଆଲୋକ, ଡାକ୍ତରଖାନା ପ୍ରଭୃତିର ରକ୍ଷଣାବେକ୍ଷଣ  । ଏହି କାର୍ଯ୍ୟଗୁଡିକ ବାଧ୍ୟତାମୂଳକ କାର୍ଯ୍ୟ  । ଆଉ କେତେକ କାର୍ଯ୍ୟ ଇଚ୍ଛାଧୀନ କାର୍ଯ୍ୟ ଓ ଯଦି ପଞ୍ଚାୟତର ଆୟ ଥାଏ, ତେବେ ତାହା କରାଯାଇପାରେ  । ଏଗୁଡିକ ହେଉଛି ବୃକ୍ଷରୋପଣ, ଗୋମହିଷାଦି ପଶୁଙ୍କ ପାଇଁ ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣ, କ୍ରିଡା ପାଇଁ ଖେଳପଡିଆର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣ, ପାଠାଗାର ପ୍ରତିଷ୍ଠା ଓ ପରିଚାଳନା  । ମଝିରେ ମଝିରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ଆଉ କେତେକ କାର୍ଯ୍ୟ ପଞ୍ଚାୟତ ଉପରେ ନ୍ୟସ୍ତ କରାଯାଇପାରେ । ପଞ୍ଚାୟତର ଏ ସବୁ କାର୍ଯ୍ୟ ସହିତ ଗ୍ରାମର ପ୍ରତ୍ୟକ ଲୋକଙ୍କର ତାଙ୍କ ନିଜ ଗ୍ରାମ ପ୍ରତି କେତେକ କର୍ତ୍ତବ୍ୟ ରହିଛି  । ପ୍ରତ୍ୟକ ନିଜ ଘର ଚାରିପଟ ସଫା ରଖିବା, ପାନୀୟ ଜଳ ନଷ୍ଟ କରିବା ଏବଂ ଅଧିକରୁ ଅଧିକ ଗଛ ଲଗାଇବା

ଗ୍ରାମପଞ୍ଚାୟତର ଆୟପନ୍ଥା

ପଞ୍ଚାୟତର ବାଧ୍ୟତାମୂଳକ କାର୍ଯ୍ୟ ହେଉ ବା ଉନ୍ନତି ମୂଳକ କାର୍ଯ୍ୟ ହେଉ, ତାହା ସମ୍ପାଦନ କରିବା ପାଇଁ ଆର୍ଥିକ ସମ୍ପଦ ନିତାନ୍ତ ଆବଶ୍ୟକ  । ଗ୍ରାମପଞ୍ଚାୟତ ବିଶେଷ ଭଲ ଭାବରେ କାର୍ଯ୍ୟ କରିପାରିବ ଯଦି ତାର ଯଥେଷ୍ଟ ଅର୍ଥ ଖର୍ଚ୍ଚ କରିବା ପାଇଁ ଶକ୍ତି ଥାଏ  । ସର୍ବୋପରି ସରକାରୀ ଅନୁଦାନ ସହିତ ରାଜ୍ୟ ସରକାର ଗାମପଞ୍ଚାୟତକୁ ଟିକସ ବସାଇବା ଓ ଅର୍ଥ ଆଦାୟ କରିବାର କ୍ଷମତା ପ୍ରଦାନ କରିଛନ୍ତି  ।

ନିମ୍ନରେ କେତେଗୁଡିଏ ଆୟର ଉତ୍ସ ପ୍ରଦତ୍ତ ହୋଇଛି  ।

  1. ସମ୍ପତ୍ତି, ଜମି, ଜିନିଷପତ୍ର ଓ ଗୋମୋଷାଦି ପଶୁଙ୍କ ଉପରେ ଟିକସ
  2. ବିବାହ ମଣ୍ଡପ ଓ ପଞ୍ଚାୟତର ଅନ୍ୟ କୌଣସି ସମ୍ପତ୍ତିରୁ ଟିକସ ଆଦାୟ ସୁବିଧା
  3. ଦୋଷୀମାନଙ୍କ ଠାରୁ ଆଦାୟ ହେଉଥିବା ବିଭିନ୍ନ ପ୍ରକାର ଜୋରିମାନା
  4. ରାଜ୍ୟ ସରକାର ଓ କେନ୍ଦ୍ର ସରକାରରୁ ମିଳୁଥିବା ଅନୁଦାନ
  5. ରାଜ୍ୟ ସରକାର ଆଦାୟ କରୁଥିବା ଜମିଖଜଣାର ଗୋଟିଏ ଅଂଶ ପଞ୍ଚାୟତକୁ ପ୍ରଦାନ କରନ୍ତି  ।
  6. ଗ୍ରାମବାସୀଙ୍କ ଠାରୁ କୌଣସି ସାମୂହିକ କାର୍ଯ୍ୟ ପାଇଁ ଆଦାୟ ହେଉଥିବା ସାହାଯ୍ୟ

ପଞ୍ଚାୟତ ସମିତିର ଗଠନ ଓ କାର୍ଯ୍ୟ

ଗଠନ

ପଞ୍ଚାୟତ ସମିତି, ପଞ୍ଚାୟତରାଜ ବ୍ୟବସ୍ଥା ମାଧ୍ୟମିକ ବ ମଧ୍ୟସ୍ତର  । ଏହା ବିଭିନ୍ନ ରାଜ୍ୟରେ ଭିନ୍ନଭିନ୍ନ ନାମରେ ନାମିତ  । ଏହାର ଗଠନ ଓ କାର୍ଯ୍ୟରେ ମଧ୍ୟ ପାର୍ଥକ୍ୟ ରହିଛି କାରଣ ଏହା ସଂପୃକ୍ତ ରାଜ୍ୟ ଦ୍ଵାରା ପାରିତ ହୋଇଥିବା ଆଇନ ଦ୍ଵାରା ହୋଇଥାଏ  । ଏହା ଗୋଟିଏ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟକ୍ରମ ମଧ୍ୟରେ ସହଯୋଗ ସ୍ଥାପନ କରେ  । ପଞ୍ଚାୟତ ସମିତି ନିମ୍ନଲିଖିତ ସଭ୍ୟମାନଙ୍କୁ ନେଇ ଗଠିତ  ।

  • ବ୍ଲକରେ ଥିବା ସମସ୍ତ ଗ୍ରାମପଞ୍ଚାୟତର ସରପଞ୍ଚ (ମୁଖିଆ)
  • ବ୍ଲକର ସମସ୍ତ MPS, MLAS, MLCS, (ସାଂସଦ, ବିଧାନସଭା ସଦସ୍ୟ, ବିଧାନ ପରିଷଦ ସଦସ୍ୟ)
  • କେତେକ ପ୍ରତ୍ୟକ୍ଷ ନିର୍ବାଚିତ ସଦସ୍ୟ
  • ସେହି ବ୍ଲକରୁ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ
  • ସେହି ବ୍ଲକର କେତେକ ଅଧିକାରୀ  ।

ପ୍ରତ୍ୟକ ରାଜ୍ୟରେ ପଞ୍ଚାୟତ ସମିତିର ସମୟ ସୀମା ହେଉଛି ୫ ବର୍ଷ  । ଏହାର ପ୍ରଥମ ସଭାରେ ପ୍ରତ୍ୟକ ପଞ୍ଚାୟତ ସମିତି ଦୁଇଜଣ ସଭ୍ୟଙ୍କୁ ସଭାପତି ଓ ଉପସଭାପତି ଭାବରେ ବାଛନ୍ତି  । ଏକ ତୃତୀୟାଂଶ ପଞ୍ଚାୟତ ସମିତିର ସଭାପତି ପଦ ମହିଳାସଭ୍ୟମାନଙ୍କ ପାଇଁ ସଂରକ୍ଷିତ  । ସେହିପରି କେତେକ ସଭାପତି ପଦ ତଫସିଲ ଜାତିର ସଭ୍ୟମାନଙ୍କ ପାଇଁ ସଂରକ୍ଷିତ  । ସେହିପରି କେତେକ ସଭାପତି ପଦ ତଫସିଲ ଜାତିର ସଭ୍ୟମାନଙ୍କ ପାଇଁ ସଂରକ୍ଷିତ  । ସଭାପତିଙ୍କ କାର୍ଯ୍ୟକାଳ ପଞ୍ଚାୟତ ସମିତିର କାର୍ଯ୍ୟକାଳ ସହିତ ସମାନ  । ପଞ୍ଚାୟତ ସମିତି ସଭ୍ୟମାନେ ଦୁଇ ତୃତୀୟାଂଶ ସଭ୍ୟଙ୍କ ସମର୍ଥନରେ ପ୍ରସ୍ତାବ ପାରିତ କରି ସଭାପତିଙ୍କୁ ବହିସ୍କାର କରିପାରନ୍ତି  । ପଞ୍ଚାୟତ ସମିତି ସାଧାରଣତଃ ବର୍ଷକେ ଅନ୍ୟୁନ ଛଅଥର ସଭା ବସେ  । ଏହାର ଦୁଇଟି ମିଟିଂ ମଧ୍ୟରେ ଦୁଇ ମାସରୁ ଅଧିକ ବ୍ୟବଧାନ ରହିପାରିବ ନାହିଁ  । ପଞ୍ଚାୟତ ସମିତିର ସଭା ସାଧାରଣ ସଭା ହେଉ ବା ସ୍ଵତନ୍ତ୍ର ସଭା ହେଉ, ପ୍ରତ୍ୟକ ସଭାର ତାରିଖ ପଞ୍ଚାୟତ ସମିତିର ସଭାପତିଙ୍କ ଦ୍ଵାରା ସ୍ଥିରୀକୃତ ହୋଇଥାଏ  ଏବଂ ତାଙ୍କ ଅନୁପସ୍ଥିତରେ ଉପସଭାପତିଙ୍କ ଦ୍ଵାରା ସ୍ଥିରୀକୃତ ହୁଏ  । ଏହାର ମୁଖ୍ୟ ପ୍ରଶାସକ ଅଧିକାରୀ ହେଉଛନ୍ତି ପଞ୍ଚାୟତ ସମିତି ଉନ୍ନୟନ ଅଧିକାରୀ ଯେ କି ବି.ଡି.ଓ ରୂପେ ପରିଚିତ  ।

ପଞ୍ଚାୟତ ସମିତିର କାର୍ଯ୍ୟ

ପଞ୍ଚାୟତ ସମିତି ଅନେକ କାର୍ଯ୍ୟ ସମ୍ପାଦନ କରିଥାଏ  । କେତେକ ମୁଖ୍ୟ କାର୍ଯ୍ୟ ହେଉଛି, କୃଷି, ଭୂମି ଉନ୍ନୟନ, ଜଳ ବିଭାଜିକା ଉନ୍ନୟନ, ସାମାଜିକ ଓ କୃଷି କ୍ଷେତ୍ରୀୟ ବନୀକରଣ ଏବଂ ବୈଷୟିକ ଶିକ୍ଷା ଏତଦ୍ ବ୍ୟତୀତ ପଞ୍ଚାୟତ ସମିତି ଆଉ କେତେକ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରେ । ଯେଉଁଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦ୍ଵାରା ନିର୍ଦ୍ଧିଷ୍ଟ ଅର୍ଥ ଯୋଗାଇ ଦିଆଯାଏ  । ଏହା ନିଜ ଅଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରେ  । ଏହାର ମଧ୍ୟ ଆଉ କେତେକ ଦାୟିତ୍ଵ ରହିଛି, ଯଥା – ଗ୍ରାମରେ ପାନୀୟ ଜଳର ବ୍ୟବସ୍ଥା (ଖ) ଉନ୍ନତ ବିହନ, ରାସାୟନିକସାର ଓ ଔଷଧ, କୃଷି ସରଞ୍ଜାମର ବ୍ୟବସ୍ଥା (ଙ) କୁଟୀର ଶିଳ୍ପରବିକାଶ ଯଥା ହସ୍ତତନ୍ତ୍ର, ହସ୍ତଶିଳ୍ପ, ପ୍ରଚଳିତ କଲା ଓ କାରିଗରୀ (ଚ) ତଫସିଲଭୁକ୍ତ ଜାତି ଓ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗର ଉନ୍ନତି (ଛ) ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ଯୋଜନାର ପ୍ରବର୍ତ୍ତନ  ।

ଆୟର ପନ୍ଥା

ପଞ୍ଚାୟତ ସମିତିର ମୁଖ୍ୟ ଆୟର ଉତ୍ସ ହେଉଛି  । ରାଜ୍ୟ ସରକାର ଦେଉଥିବା ଅନୁଦାନ  । ଏତଦ୍ ବ୍ୟତୀତ ଏହା ମଧ୍ୟ ଟିକସ ବସାଏ ଏବଂ ଜମି ଖଜଣା ବାବଦରୁ ନିର୍ଦ୍ଧିଷ୍ଟ ଅନୁପାତର ଆୟ  ପାଏ  ।

ଜିଲ୍ଲା ପରିଷଦର ଗଠନ ଓ କାର୍ଯ୍ୟ

ଗଠନ

ପଞ୍ଚାୟତରାଜ ବ୍ୟବସ୍ଥାର ତୃତୀୟ ସ୍ତର ହୋଇଥିବାରୁ ଜିଲ୍ଲା ପରିଷଦ ସର୍ବୋଚ୍ଚ ଅଟେ  । ଏହା ଜିଲ୍ଲା ସ୍ତରରେ କାର୍ଯ୍ୟ କରେ  । ଜିଲ୍ଲା ପରିଷଦର ମଧ୍ୟ କାର୍ଯ୍ୟକାଳ ପାଞ୍ଚ ବର୍ଷ  । ଏହାର କେତେକ ସଦସ୍ୟ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ଏବଂ ପଞ୍ଚାୟତସମିତିର ସଭାପତିମାନେ ସଦସ୍ୟ  । ସେହି ଜିଲ୍ଲାର ସାଂସଦ ଓ ବିଧାୟକ ମାନେ ମଧ୍ୟ ଜିଲ୍ଲା ପରିଷଦର ସଦସ୍ୟ  । ଜିଲ୍ଲା ପରିଷଦର ସଭାପତି ପ୍ରତ୍ୟକ୍ଷ ନିର୍ବାଚନ ଦ୍ଵାରା ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ନିର୍ବାଚିତ ହୁଅନ୍ତି  । ମହିଳା ସଭ୍ୟମାନଙ୍କ ପାଇଁ ଏକ ତୃତୀୟାଂଶ ପଦ ସଂରକ୍ଷିତ  । ତଫସିଲ ଭୁକ୍ତଜାତି ଓ ଜନଜାତିଙ୍କ ପାଇଁ ମଧ୍ୟ ସଂରକ୍ଷଣ ରହିଛି  ।

ଜିଲ୍ଲାପରିଷଦର କାର୍ଯ୍ୟ

ନିମ୍ନଲିଖିତ ବିଷୟଗୁଡିକ ଜିଲ୍ଲା ପରିଷଦର ମୁଖ୍ୟକାର୍ଯ୍ୟ ଯଦିଓ ବିଭିନ୍ନ ରାଜ୍ୟରେ କେତେକ ବିଭିନ୍ନତା ଦେଖାଯାଏ  ।

  1. ବିଭିନ୍ନ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ନିଜ ଜିଲ୍ଲାର କାର୍ଯ୍ୟକାରୀ କରି ଗ୍ରାମାଞ୍ଚଳ ଲୋକମାନଙ୍କୁ ଆବଶ୍ୟକୀୟ ସେବା ଓ ସୁବିଧା ଯୋଗାଇଦେବା  ।
  2. କୃଶକମାନନକୁ ଉନ୍ନତ ବିହନ ଯୋଗାଇଦେବା, ସେମାନଙ୍କୁ ନୂତନ କୃଷି ପଦ୍ଧତି ସମ୍ପର୍କରେ ସୂଚନା ଦେବା, କ୍ଷୁଦ୍ର ଜଳସେଚନ ଯୋଜନାର ନିର୍ମାଣ କାର୍ଯ୍ୟକାରୀ କରିବା, ଜଳାଶୟ ଖନନ, ଏବଂ ଗୋଚର ଓ ଚାରଣଭୂମିର ସୁରକ୍ଷା ପ୍ରଦାନ  ।
  3. ଗ୍ରାମଗୁଡିକରେ ବିଦ୍ୟାଳୟ ପ୍ରତିଷ୍ଠା ଓ ପରିଚାଳନା, ବୟସ୍କ ସାକ୍ଷରତା ଯୋଜନା କାର୍ଯ୍ୟକାରୀ କରିବା ଏବଂ ପାଠାଗାର ପରିଚାଳନା କରିବା  ।
  4. ଗ୍ରାମମାନଙ୍କରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନା ପ୍ରତିଷ୍ଠା, କ୍ଷୁଦ୍ରଗ୍ରାମମାନଙ୍କ ପାଇଁ ଭ୍ରାମ୍ୟମାଣ ଡାକ୍ତରଖାନା ପରିଚାଳନା, ସଂକ୍ରାମକ ରୋଗର ପ୍ରତିକାର ପାଇଁ ଟୀକାଦାନ କାର୍ଯ୍ୟ ପରିଚାଳନା ଓ ପରିବାର ମଙ୍ଗଳକର କାର୍ଯ୍ୟକ୍ରମ କରିବା  ।
  5. ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତିର ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ଓ ଆଦିବାସୀ ପିଲାମାନଙ୍କ ପାଇଁ ଆଶ୍ରମ ବିଦ୍ୟାଳୟ ଓ ତଫସିଲଭୁକ୍ତ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ଦେୟଶୂନ୍ୟ ଛାତ୍ରାବାସ ନିର୍ମାଣ  ।
  6. ଶିଳ୍ପଦ୍ୟୋଗୀମାନଙ୍କୁ କ୍ଷୁଦ୍ରଶିଳ୍ପ ଯଥା କୁଟୀର ଶିଳ୍ପ, ହସ୍ତଶିଳ୍ପ, କୃଷିଉତ୍ପାଦନ, ପ୍ରସେସିଙ୍ଗ ମିଲ୍, ଦୁଗ୍ଧ ଉତ୍ପାଦନ କେନ୍ଦ୍ର ପ୍ରଭୃତି ପ୍ରତିଷ୍ଠା ପାଇଁ ଉତ୍ସାହିତ କରିବା ଏବଂ ଗ୍ରାମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିବା  ।
  7. ରାସ୍ତା, ବିଦ୍ୟାଳୟର ନିର୍ମାଣ ଏବଂ ସାଧାରଣ ସମ୍ପତ୍ତିର ଯତ୍ନ ନେବା  ।

ଜିଲ୍ଲା ପରିଷଦର ଆୟପନ୍ଥା

ଜିଲ୍ଲାପରିଷଦ ବହୁସଂଖ୍ୟାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରେ  । ଏହାକୁ ଆଗେଇ ନେବା ପାଇଁ ଅର୍ଥର ଆବଶ୍ୟକତା ରହିଛି  । ଏହା ତାର ବିଭିନ୍ନ ଆୟର ଉତ୍ସରୁ ମିଳେ ତାହା ନିମ୍ନରେ ପ୍ରଦତ୍ତ ହୋଇଛି  ।

  1. ଜିଲ୍ଲା ପରିଷଦ ଦ୍ଵାରା ବସାଯାଉଥିବା ଟିକସ, ଯଥା ଲାଇସେନ୍ସ ଟିକସ ଓ ବଜାର ଟିକସ ଇତ୍ୟାଦି
  2. ଆଦାୟ ହେଉଥିବା ଜମି ଖଜଣାର ଜିଲ୍ଲା ପରିଷଦକୁ ଦିଆଯାଉଥିବା ଅଂଶ
  3. ରାଜ୍ୟ ଓ କେନ୍ଦ୍ର ସରକାରରୁ ମିଳୁଥିବା ଅନୁଦାନ
  4. ଉନ୍ନୟନ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଦେଉଥିବା ଅର୍ଥ  ।

ସହରାଞ୍ଚଳ ସ୍ଥାନୀୟ ସରକାର

ଯେତେବେଳେ ବିଜୟକୁ ପନ୍ଥାୟତରାଜା ବ୍ୟବସ୍ଥାର ବିଭିନ୍ନ ଦିଗ ବିଶେଷ ପସନ୍ଦ ହେଲା, ଶିକ୍ଷକ ତାକୁ ପଚାରିଲେ, ତୁମ ପରିବାର ଗ୍ରାମକୁ ଯାଇ ରହୁଥିବା ସହରର ସ୍ଥାନୀୟ ସରକାରୀ ଅନୁଷ୍ଠାନର କାର୍ଯ୍ୟକାରିତା ବିଷୟରେ ସେ ଜାଣିଛି କି ? ବିଜୟ ଜାଣିବାକୁ ଚାହିଁଲା ଯେ, ଏପରି ଅନୁଷ୍ଠାନର କଣ ସହରରେ ମଧ୍ୟ ଅଛି  ? ଶିକ୍ଷକ କହିଲେ ହଁ, ସେଗୁଡିକ ଅଛି  । ଯେପରି ପଞ୍ଚାୟତରାଜ ବ୍ୟବସ୍ଥା ଗ୍ରାମାଞ୍ଚଳ ପାଇଁ ଉଦ୍ଦିଷ୍ଟ ସେହିପରି ସହରାଞ୍ଚଳ ସ୍ଥାନୀୟ ସରକାରୀ ଅନୁଷ୍ଠାନ ରହିଛି  । ତିନି ପ୍ରକାରର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ରହିଛି  । ଯଥା (କ) ବଡ ବଡ ସହର ପାଇଁ ମହାନଗର ନିଗମ ବା ପୌରନିଗମ, ଅଳ୍ପଲୋକସଂଖ୍ୟା ବିଶିଷ୍ଟ ଅନ୍ୟ ସମସ୍ତ ସହର ପାଇଁ ପୌରାଞ୍ଚଳ ପରିଷଦ ଏବଂ (ଗ) ଅର୍ଦ୍ଧ ସହରାଞ୍ଚଳ ପାଇଁ ନଗର ପଞ୍ଚାୟତ  । କିନ୍ତୁ ପଞ୍ଚାୟତରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ମଧ୍ୟରେ ଏକ ବଡ ଧରଣର ପାର୍ଥକ୍ୟ ହେଉଛି, ଯେତେବେଳେ ପରସ୍ପର ସହିତ ନିବିଡ ଭାବରେ ସଂଯୁକ୍ତ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡିକ ପରସ୍ପର ସ୍ଵାଧୀନ  । ଗୋଟିଏ ରାଜ୍ୟରେ ତିନି ପ୍ରକାର ସହରାଞ୍ଚଳ ସ୍ଥାନୀୟ ଅନୁଷ୍ଠାନ ଥାଇପାରେ, ଯଥା – ବୃହତନଗରରେ ମହାନଗର ବା ପୌର ନିଗମ, ଅନ୍ୟ ସାନ ସାନ ସହରରେ ପୌରାଞ୍ଚଳ ପରିଷଦ ଏବଂ ସବୁଠାରୁ ଛୋଟ ସହରରେ ନଗର ପଞ୍ଚାୟତ  । କିନ୍ତୁ ସେଗୁଡିକ ପରସ୍ପର ସହିତ ସଂଯୁକ୍ତ ନୁହଁନ୍ତି  ।

ଇଂରେଜ ଔପନିବେଶ ନିୟମ ସମୟରେ ୧୯୮୮ ମସିହାରେ ସର୍ବପ୍ରଥମେ ସହରାଞ୍ଚଳ ସ୍ଥାନୀୟ ସରକାର ଗଠିତ ହେଲା  । ଯେତେବେଳେ କି, ପୌରାଞ୍ଚଳ ନିଗମ ମାନ୍ଦ୍ରାଜ (ବର୍ତ୍ତମାନର ନାମ ଚେନ୍ନାଇ) ଠାରେ ଗଠିତ ହେଲା  । ପରେ ସେହିପରି ସଂସ୍ଥା କଲିକତା (କୋଲକତା) ଏବଂ ବମ୍ବେ (ମୁମ୍ବାଇ) ର ଶାସନ ପାଇଁ ଗଠିତ ହେଲା  । ସେତେବେଳେ ପରିମଳ ବ୍ୟବସ୍ଥା ଓ ସଂକ୍ରାମକ ରୋଗର ନିରାକରଣ ପାଇଁ ଏହି ପୌରସଂସ୍ଥା ଗୁଡିକ ଗଠିତ ହୋଇଥିଲା  । ଏହି ସ୍ଥାନୀୟ ସଂସ୍ଥାଗୁଡିକର ଅବଶ୍ୟ ଅଳ୍ପକିଛି ସାମାଜିକ କାର୍ଯ୍ୟ ଥିଲା ଯଥା ଜଳ ଯୋଗାଣ ଓ ନିଷ୍କାସନ ବ୍ୟବସ୍ଥା  । କିନ୍ତୁ ସେହି ସଂସ୍ଥାଗୁଡିକୁ ଆବଶ୍ୟକୀୟ କ୍ଷମତା, ଅର୍ଥ ଓ ଅଧିକାର ଦିଆଯାଇ ନଥିଲା  । ପ୍ରାଥମିକ ଅବସ୍ଥାରେ ଅଧିକାଂଶ ସଦସ୍ୟ ମନୋନୀତ ହେଉଥିଲେ  । ଆମର ଜାତୀୟ ନେତାମାନେ ସ୍ଥାନୀୟ ଶାସନ ପାଇଁ ଏପରି ଏକ ସଂଗଠନର ଗୁରୁତ୍ଵ ଓ ଆବଶ୍ୟକତା ଅନୁଭବ କରିଥିଲେ  ଏବଂ ଏହି ସଂସ୍ଥାଗୁଡିକୁ ଦେଶର ଯୋଜନା ବଦ୍ଧ ବିକାଶ ପାଇଁ ସଂଯୋଜିତ କରିଥିଲେ  । କିନ୍ତୁ ଅର୍ଥବିନା କୌଣସି ସଫଳତା ଲାଭ କରିବା ଅସମ୍ଭବ ଓ ସେତେବେଳେ ଅର୍ଥ ନଥିଲା  । ତଥାପି ସେତେବେଳେ ମଧ୍ୟ ଏହି ବ୍ୟବସ୍ଥାର ଶାସନ କ୍ଷେତ୍ରରେ ସଫଳତା ପ୍ରମାଣିତ ହୋଇଥିଲା  । ଇଂରେଜ ଶାସନ ସମୟରେ ସହରାଞ୍ଚଳ ସ୍ଥାନୀୟ ଅନୁଷ୍ଠାନଗୁଡିକରେ ବହୁ ପରିବର୍ତ୍ତନ ଆସିଲା, ସ୍ଥାନୀୟ ଅନୁଷ୍ଠାନଗୁଡିକର କ୍ଷମତା ବୃଦ୍ଧି ପାଇଲା ଓ କିଛି ଅର୍ଥ ମଧ୍ୟ ଯୋଗାଇଦିଆଗଲା  । ସ୍ଵାଧୀନତା ପରେ ଚାରିପ୍ରକାରର ସହରାଞ୍ଚଳ ସ୍ଥାନୀୟ ଅନୁଷ୍ଠାନ କାର୍ଯ୍ୟ କରୁଥିଲା  । (୧) ପୌର ନିଗମ (୨)ପୌର ସଂସ୍ଥା (୩) ସହରାଞ୍ଚଳ ପରିଷଦ ଏବଂ (୪) ବିଜ୍ଞାପିତ ଅଞ୍ଚଳ ପରିଷଦ  । କିନ୍ତୁ ୧୯୯୨ ମସିହାରେ ଅଣାଯାଇଥିବା ୭୪ତମ ସମ୍ବିଧାନ ସଂଶୋଧନ ସହରାଞ୍ଚଳ ସ୍ଥାନୀୟ ସରକାରର ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଲା  । ବର୍ତ୍ତମାନ ତିନି ପ୍ରକାରର ସହରାଞ୍ଚଳ ସ୍ଥାନୀୟ ସରକାର କାର୍ଯ୍ୟ କରୁଛି  । (କ) ବୃହତ୍ ନଗର ପାଇଁ ପୌର ନିଗମ ବା ମହାନଗର ନିଗମ (ଖ) ସାନ ସହର ପାଇଁ ପୌର ପରିଷଦ (ଗ) ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମଧ୍ୟବର୍ତ୍ତୀ ଅଞ୍ଚଳ ବା ଅର୍ଦ୍ଧ ସହରାଞ୍ଚଳ ପାଇଁ ନଗର ପଞ୍ଚାୟତ  ।

୭୪ତମ ସମ୍ବିଧାନ ସଂଶୋଧନ ୧୯୯୨

ପୂର୍ବରୁ ଯାହା ପ୍ରକାଶ ଆରାଯାଇଛି, ୧୯୯୨ ମସିହାର ୭୪ତମ ସମ୍ବିଧାନ ସଂଶୋଧନ ସହରାଞ୍ଚଳ ସ୍ଥାନୀୟ ସରକାରର ଗଠନ ଓ କାର୍ଯ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଲା  । ନିମ୍ନଲିଖିତ ବିଷୟଗୁଡିକ ଲେଖିବାର ଯୋଗ୍ୟ  ।‘

  • ପ୍ରତ୍ୟକ ଭାରତୀୟ ରାଜ୍ୟରେ ସହରାଞ୍ଚଳ ସ୍ଥାନୀୟ ଅନୁଷ୍ଠାନ ଗଠନ  । ଯଥା – ପୌରନିଗମ ବା ମହାନଗର ନିଗମ,ପୌର ପରିଷଦ, ନଗର ପଞ୍ଚାୟତ  ।
  • ପ୍ରାଥମିକ ସ୍ତରରେ ସାଧାରଣ କାର୍ଯ୍ୟରେ ଲୋକମାନଙ୍କ ଯୋଗଦାନ ପାଇଁ ପୌରାଞ୍ଚଳର ଆଞ୍ଚଳିକ ସୀମା ମଧ୍ୟରେ ୱାର୍ଡ ପରିଷଦ ଗଠନ  ।
  • ରାଜ୍ୟ ନିର୍ବାଚନ କମିଶନ ଦ୍ଵାରା ନିୟମିତ ଏବଂ ଦୁର୍ନୀତିମୁକ୍ତ ପୌର ନିର୍ବାଚନ ପରିଚାଳନା  ।
  • ପୌର ସରକାରକୁ ଅତିକ୍ରମ କରାଯାଇପାରିବାର ବ୍ୟବସ୍ଥା କିନ୍ତୁ ୬ ମାସରୁ ଅଧିକ କାଳ ନୁହେଁ  ।
  • ସ୍ଥାନ ସଂରକ୍ଷଣ ବ୍ୟବସ୍ଥାରେ ତଫସିଲଭୁକ୍ତ ଜାତି, ତଫସିଲ ଭୁକ୍ତ ଜନଜାତି ଓ ପଛୁଆ ଶ୍ରେଣୀ ପ୍ରଭୃତି ସମାଜର ଦୁର୍ବଳ ଶ୍ରେଣୀ ଓ ମହିଳାମାନଙ୍କର ପୌର ସରକାରରେ ଯଥେଷ୍ଟ ପ୍ରତିନିଧିତ୍ଵ  ।
  • ଆଇନ ଦ୍ଵାରା ରାଜ୍ୟ ବ୍ୟବସ୍ଥାପକ ମାଧ୍ୟମରେ ପୌର ସଂସ୍ଥା ଓ ୱାର୍ଡ କମିଟିକୁ କ୍ଷମତା (ଆର୍ଥିକ କ୍ଷମତା ସହିତ) ଏବଂ କାର୍ଯ୍ୟକାରିଣୀ ଦାୟିତ୍ଵ ଅର୍ପଣ କରାଗଲା  ।
  • ପ୍ରତି ୫ ବର୍ଷରେ ଥରେ ରାଜ୍ୟ ଅର୍ଥ କମିଶନ ଗଠନ କରି ପୌର ସଂସ୍ଥାର ଆର୍ଥିକ ଅବସ୍ଥାକୁ ଅନୁଧ୍ୟାନ କରିବା ଏବଂ ତାର ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସୁପାରିଶ କରିବା  ।
  • ଉନ୍ନୟନ ଯୋଜନା ପ୍ରସ୍ତୁତ ଓ ଏକତ୍ରୀକରଣ ପାଇଁ ପ୍ରତ୍ୟକ ରାଜ୍ୟର ଜିଲ୍ଲା ସ୍ତରରେ ଜିଲ୍ଲା ଯୋଜନା କମିଟି ଓ ମହାନଗର ଅଞ୍ଚଳର ମହାନଗର ଯୋଜନା କମିଟି ଗଠନ  ।

ମହାନଗର ନିଗମ ବା ପୌର ନିଗମ

ଗଠନ

ରାଜ୍ୟ ବ୍ୟବସ୍ଥାପକ ସଭା ଦ୍ଵାରା ଆଇନରେ ପରିଣତ ହୋଇଥିବା ଆଇନ ର ବ୍ୟବସ୍ଥା ଅନୁସାରେ ବୃହତ୍ ନଗର ଗୁଡିକରେ ମହାନଗର ନିଗମ ପ୍ରତିଷ୍ଠା ହୋଇଛି  । ମହାନଗର ନିଗମର କାଉନସିଲ୍ ମାନେ ୫ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି  । ନିର୍ବାଚିତ କାଉନସିଲର ମାନେ ନିଜ ଭିତରୁ ଜଣକୁ ପ୍ରତିବର୍ଷ ମେୟର ଭାବରେ ନିର୍ବାଚିତ କରନ୍ତି  । ମେୟର ହେଉଛନ୍ତି ସେହି ନଗରର ପ୍ରଥମ ନାଗରିକ  । ୭୪ତମ ସମ୍ବିଧାନ ସଂଶୋଧନ ମହିଳାମାନଙ୍କ ପାଇଁ ସମୁଦାୟ ସ୍ଥାନର ଅତିକମ୍ ରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି  । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଓ ଅନ୍ୟ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଜନସଂଖ୍ୟା ଅନୁପାତରେ ସ୍ଥାନ ସଂରକ୍ଷଣ ପାଇଁ ଏଥିରେ ବ୍ୟବସ୍ଥା ହୋଇଛି  । ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷିତ ସ୍ଥାନରେ ଏକ ତୃତୀୟାଂଶ ସେହି ସମ୍ପ୍ରଦାୟର ମହିଳାମାନଙ୍କ ପାଇଁ ସଂରକ୍ଷିତ  । ଯଦି ମହାନଗର ନିଗମ ଭାଙ୍ଗିଯାଏ, ତେବେ ଛଅ ମାସ ମଧ୍ୟରେ ପୁନଃ ନିର୍ବାଚନ ଅନୁଷ୍ଠିତ ହୁଏ  । ସେଠାରେ ଗୋଟିଏ ପୌର କମିଶନର ପଦ ରହିଛି, ଯେକି ମୁଖ୍ୟ କାର୍ଯ୍ୟକାରୀ ନିର୍ବାହୀ ଅଧିକାରୀ ଅଟନ୍ତି ଓ ସେ ରାଜ୍ୟ ସରକାରଙ୍କ ଦ୍ଵାରା ନିଯୁକ୍ତି ପାଆନ୍ତି  ।

ମହାନଗର ନିଗମର କାର୍ଯ୍ୟ

ମହାନଗର ନିଗମର ମୁଖ୍ୟ କାର୍ଯ୍ୟ ହେଉଛି –

  1. ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା – ନଗରର ପରିଚ୍ଛନ୍ନତା ପାଇଁ ଦାୟୀ, ଆବର୍ଜନା ପରିଷ୍କାର, ଡାକ୍ତରଖାନାର ପରିଚାଳନା, ଟୀକାଦେବା କାର୍ଯ୍ୟକ୍ରମ ଆରମ୍ଭ ଓ ପରିଚାଳନା, ଖାଦ୍ୟ ଅପମିଶ୍ରଣକୁ ତନଖି କରିବା  ।
  2. ବିଦ୍ୟୁତ ଓ ଜଳ ଯୋଗାଣ – ରାସ୍ତାରେ ଆଲୋକ ପ୍ରଦାନ ଓ ପରିଚାଳନା, ବିଦ୍ୟୁତ ଯୋଗାଣ, ପିଇବା ପାଣି ଯୋଗାଣ, ନିର୍ମାଣ କାର୍ଯ୍ୟ, ଜଳ ଯୋଗାଣର ସୁବିଧା ପ୍ରଦାନ, ପୁଷ୍କରିଣୀର ରକ୍ଷଣାବେକ୍ଷଣ ପ୍ରଭୃତି  ।
  3. ଶିକ୍ଷା – ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଏବଂ ପିଲାମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା  ।
  4. ସର୍ବସାଧାରଣ କାର୍ଯ୍ୟ – ରାସ୍ତାର ନିର୍ମାଣ, ରକ୍ଷଣାବେକ୍ଷଣ ଓ ନାମ କରଣ, ଗୃହ, ବଜାର, ଜଳଖିଆ ଦୋକାନ ଓ ଭୋଜନାଳୟ ନିର୍ମାଣ ପାଇଁ ନିୟମ ପ୍ରଣୟନ, ଜବର ଦାଖଲ ଉଚ୍ଛେଦ କରିବା ଓ ବିପଦପୂର୍ଣ୍ଣ କୋଠାଘରକୁ ଭାଙ୍ଗିବା  ।
  5. ଅନ୍ୟାନ୍ୟ କାର୍ଯ୍ୟ – ଜନ୍ମ ଓ ମୃତ୍ୟୁ ହିସାବ ରଖିବା, ଶ୍ମଶାନ ଭୂମିର ବ୍ୟବସ୍ଥା ଓ ରକ୍ଷଣାବେକ୍ଷଣ, ରାତ୍ରୀ ଆଶ୍ରୟସ୍ଥଳ ନିର୍ମାଣ, ସ୍କୁଟର ଓ ଓ ଟାକ୍ସି ଷ୍ଟାଣ୍ଡ ଓ ସାଧାରଣ ସୁବିଧା ବ୍ୟବସ୍ଥା  ।
  6. ଇଚ୍ଛାଧୀନ କାର୍ଯ୍ୟ –
  • ଆମୋଦପ୍ରମୋଦ – ପାର୍କ ଓ ପ୍ରେକ୍ଷାଳୟର ବ୍ୟବସ୍ଥା ପ୍ରଭୃତି
  • ସାଂସ୍କୃତିକ – ସଙ୍ଗୀତ, ନାଟକ, ଚିତ୍ରାଙ୍କନ, ପ୍ରଦର୍ଶନୀର ବ୍ୟବସ୍ଥା କରିବା ଓ ପାଠାଗାର ଓ ସଂଗ୍ରହାଳୟର ରକ୍ଷଣାବେକ୍ଷଣ କାର୍ଯ୍ୟ  ।
  • କ୍ରୀଡା କାର୍ଯ୍ୟ – ବିଭିନ୍ନ ଖେଳ ପାଇଁ ଖେଳ ପଡିଆ ନିର୍ମାଣ ଏବଂ କ୍ରୀଡା ପ୍ରତିଯୋଗିତା ଓ ଟୁର୍ଣ୍ଣାମେଣ୍ଡର ବ୍ୟବସ୍ଥା  ।
  • ସମାଜ ମଙ୍ଗଳ କାର୍ଯ୍ୟ – କମ୍ୟୁନିଟ ହଲ ନିର୍ମାଣ ଓ ପରିଚାଳନା, ସାଧାରଣ ବଣ୍ଟନ ବ୍ୟବସ୍ଥା ପରିଚାଳନା, ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଯୋଜନା ଏବଂ ତଫସିଲ ଭୁକ୍ତ ଜାତି, ତଫସିଲଭୁକ୍ତ ଜନଜାତି ଓ ପଛୁଆ ବର୍ଗ ଲୋକଙ୍କ ମଙ୍ଗଳ ପାଇଁ ଯୋଜନାକୁ କାର୍ଯ୍ୟକାରୀ କରିବା   ।
  • ମେୟରଙ୍କ ମୁଖ୍ୟ କାର୍ଯ୍ୟ –
  1. ମେୟରର ପୌର ନିଗମର ମୁଖ୍ୟ ଭାବରେ ନିର୍ବାଚିତ ହୋଇଥାନ୍ତି ଓ ନିମ୍ନଲିଖିତ ମୁଖ୍ୟ କାର୍ଯ୍ୟ ସମ୍ପାଦନ କରନ୍ତି  ।
  2. ନିଗମର ଅଧିବେଶନର ସଭାପତିତ୍ଵ କରନ୍ତି ଓ ଅଧିବେଶନର ମହତ୍ଵ ଓ ଶୃଙ୍ଖଳା ର୍କହୟା କରନ୍ତି  ।
  3. ପରିଷଦ ବର୍ଗ ଓ ରାଜ୍ୟ ସରକାର ମଧ୍ୟରେ ଯୋଗ ସୂତ୍ର ରକ୍ଷା କରନ୍ତି  ।
  4. ସେହି ନଗରକୁ ଆସୁଥିବା ବିଦେଶୀ ପଦାଧିକାରୀମାନଙ୍କୁ ଅଭ୍ୟର୍ଥନା ଜଣାନ୍ତି  ।

ପୌରନିଗମର ଆୟର ଉତ୍ସ

ପଞ୍ଚାୟତ ରାଜ ବ୍ୟବସ୍ଥା ପରି ପୌରାଞ୍ଚଳ ବ୍ୟବସ୍ଥା ମଧ୍ୟ ନିଜ ଅଞ୍ଚଳର ଉନ୍ନତି ମୂଳକ ଓ କଲ୍ୟାଣମୂଳକ କାର୍ଯ୍ୟ ସମ୍ପାଦନ ପାଇଁ ଅର୍ଥ ଆବଶ୍ୟକ କରେ  । ପୌର ଆଇନରେ ଆବଶ୍ୟକୀୟ ଅର୍ଥ ବ୍ୟବସ୍ଥା ପାଇଁ ବ୍ୟବସ୍ଥା ହୋଇଛି  । ନିମ୍ନରେ ଆୟର କେତେକ ଉତ୍ସ ବର୍ଣ୍ଣିତ ହୋଇଛି  ।

ବିଭିନ୍ନ ଟିକସରୁ ଆୟ : ପୌର ନିଗମ ବିଭିନ୍ନ ପଦାର୍ଥ ଉପରେ ଟିକସ ବସାଏ  । ଯଥା – ଘର ଟିକସ, ଆମୋଦକର, ହୋର୍ଡିଙ୍ଗ ଓ ପ୍ରଚାର ଉପରେ କର, ପଞ୍ଜୀକରଣ କର, ଘର ପ୍ଳାନ ତିଆରି ଉପରେ କର ପ୍ରଭୃତି  ।

ଅନ୍ୟାନ୍ୟ କର ଓ ଦେୟ : ସେଗୁଡିକ ହେଉଛି ଜଳ ଯୋଗାଣ ଦେୟ, ବିଦ୍ୟୁତ ଦେୟ, ସୁରେଜ ଦେୟ ଦୋକାନୀମାନଙ୍କ ଠାରୁ ପଞ୍ଜିକରଣ ଦେୟ, ତନଖି ଟିକସ ଓ ମାଲ ପରିବହନ ଟିକସ  ।

ଅନୁଦାନ ପ୍ରଦାନ : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ଉନ୍ନତି ମୂଳକ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ଅନୁଦାନ ପ୍ରଦାନ କରିଥାନ୍ତି  ।

ଭଡା ସୂତ୍ରରୁ ଆୟ  : ନିଗମ ନିଜର ସମ୍ପତ୍ତିକୁ ଭଡା ପ୍ରଦାନ କରିଥାଏ ଓ ସେଥିରୁ ଭଡା ପାଏ  । ସେ ବିଭିନ୍ନ ଦୋକାନ, କିଓସ୍କ, କମ୍ୟୁନିଟ ସେଣ୍ଟର, ବରାତଘର ଓ ମେଳା, ବିବାହ, ଓ ପ୍ରଦର୍ଶନୀ ପ୍ରଭୃତିରୁ ଭଡା ଆଦାୟ କରେ  ।

ପୌରପରିଷଦ

ଗଠନ

ଅଧିକ ଜନସଂଖ୍ୟା ନଥିବା ସହରଗୁଡିକରେ ଥିବା ମ୍ୟୁନିସପାଲଟିଗୁଡିକୁ ପୌର ପରିଷଦ କୁହାଯାଏ  । ଏଗୁଡିକ ନିଜର ସହର, ସେମାନଙ୍କର ସମସ୍ୟା ଓ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରେ  । ୭୪ତମ ସମ୍ବିଧାନ ସନ୍ଧୋଧନ ପରେ ପୌର ପରିଷଦ ଗଠନ ପ୍ରତ୍ୟକ ସହର ପାଇଁ ବାଧ୍ୟତା ମୂଳକ ଅଟେ  । ପ୍ରତ୍ୟକ ପୌର ପରିଷଦରେ ପାରିଷଦ ମାନେ ଥାଆନ୍ତି, ଯେଉଁମାନେ ସହରର ସାବାଳକ ଭୋଟରମାନଙ୍କ ଦ୍ଵାରା ୫ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି  । ରାଜ୍ୟ ନିର୍ବାଚ ଆୟୋଗ ଦ୍ଵାରା ସ୍ଥିରୀକୃତ ସର୍ତ୍ତଗୁଡିକ ଯେ ପୂରଣ କରୁଥିବ,  ସେହିବ୍ୟକ୍ତି ପାରିଷଦ ରୂପେ ନିର୍ବାଚିତ ହୋଇ ପାରିବ  । ଯଦି କୌଣସି କାରଣରୁ ପୌର ପରିଷଦ ପୁରା ସମୟ ୫ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି  । ରାଜ୍ୟ ନିର୍ବାଚ ଆୟୋଗ ଦ୍ଵାରା ସ୍ଥିରୀକୃତ ସର୍ତ୍ତଗୁଡିକ ଯେ ପୁରାଣ କରୁଥିବ, ସେହିବ୍ୟକ୍ତି ପରିଷଦ ରୂପେ ନିର୍ବାଚିତ ହୋଇପାରିବ  । ଯଦି କୌଣସି କାରଣରୁ ପୌର ପରିଷଦ ପୁରା ସମୟ ୫ବର୍ଷ ପୂରଣ ପୂର୍ବରୁ ଭାଙ୍ଗିଯାଏ, ତେବେ ନୂଆ ପୌର ପରିଷଦ ପାଇଁ ନିର୍ବାଚିତ ସଭ୍ୟମାନଙ୍କ ଭିତରୁ ପାରିଷଦ ମାନଙ୍କ ଦ୍ଵାରା ନିର୍ବାଚିତ ହୁଅନ୍ତି  । ନିର୍ବାଚିତ ସଂଖ୍ୟାଗରିଷ୍ଠ ସଭ୍ୟଙ୍କ ସମର୍ଥନ ଲାଭ କରୁଥିବା ପର୍ଯ୍ୟନ୍ତ ସଭାପତି ନିଜ ପଦରେ ରହନ୍ତି  । ପ୍ରତ୍ୟକ ପୌରପରିଷଦରେ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଥାଆନ୍ତି ଓ ସେ ରାଜ୍ୟ ରସକାରଙ୍କ ଦ୍ଵାରା ନିଯୁକ୍ତି ପାଆନ୍ତି  । ସେ ପରିଷଦର ନୀତିଦିନିଆ କାର୍ଯ୍ୟ ଓ ଶାସନ ପରିଚାଳନା କରନ୍ତି  । ସ୍ୱାସ୍ଥ୍ୟ ଅଧିକାରୀ, ଟ୍ୟାକ୍ସ ସୁପରିଟେଣ୍ଡ, ନିର୍ମାଣ ବିଭାଗ ଯନ୍ତ୍ରୀ ପ୍ରଭୃତି ଏହାର ମୁଖ୍ୟ ଅଧିକାରୀ ଅଟନ୍ତି  ।

ପୌର ପରିଷଦର କାର୍ଯ୍ୟ

ନିମ୍ନଲିଖିତ ବିଷୟଗୁଡିକ ପୌରପରିଷଦର କାର୍ଯ୍ୟ :

  1. ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା : ସହରକୁ ପରିଷ୍କାର ରଖିବା, ଆବର୍ଜନା ପରିଷ୍କାର କରିବା, ଅସ୍ଵାସ୍ଥ୍ୟକର ଓ ଅପମିଶ୍ରିତ ଖାଦ୍ୟ ଦ୍ରବ୍ୟ ବିକ୍ରୟ ବନ୍ଦ କରିବା, ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରଖାନାକୁ ପରିଚାଳନା କରିବା  ।
  2. ବିଦ୍ୟୁତ ଓ ଜଳ ଯୋଗାଣ : ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ପାଣିଟାଙ୍କି ଓ ଜଳ ଟ୍ୟାଙ୍କରର ରକ୍ଷଣାବେକ୍ଷଣ
  3. ଶିକ୍ଷା : ପ୍ରାଥମିକ ବିଦ୍ୟାଳୟ ଓ ସାକ୍ଷରତା କେନ୍ଦ୍ରର ରକ୍ଷଣାବେକ୍ଷଣ ଓ ପରିଚାଳନା  ।
  4. ଜନ୍ମ ଓ ମୃତ୍ୟୁ ତାଲିକା : ନିଜ ସହରର ଜନ୍ମ ଓ ମୃତ୍ୟୁ ପଞ୍ଜିକରଣର ତାଲିକା ରଖିବା ଓ ଆବଶ୍ୟକୀୟ ପ୍ରମାଣପତ୍ର ପ୍ରଦାନ କରିବା  ।
  5. ସର୍ବସାଧାରଣ କାର୍ଯ୍ୟ : ରାସ୍ତା ନିର୍ମାଣ, ପୌର ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ, ବିବାହ ମଣ୍ଡପ, ସର୍ବସାଧାରଣ ଗୃହ ବଜାର ଓ ସର୍ବସାଧାରଣ ସୁବିଧା ଇତ୍ୟାଦି  ।

ଆୟର ଉତ୍ସ

ଅର୍ଥ ବିନା କୌଣସି କାର୍ଯ୍ୟ କରିବା ପାଇଁ ସମ୍ଭବ ନୁହେଁ  । ପୌରପରିଷଦର ବିଭିନ୍ନ ଉତ୍ସରୁ ଆୟ ମିଳେ  । ଏହି ଉତ୍ସଗୁଡିକ ନିମ୍ନଲିଖିତ ଭାବରେ ବିଭାଗୀକରଣ କରାଯାଏ  ।

  • ଟିକସ : ସମ୍ପତ୍ତି, ଯାନବାହାନ, ଆମୋଦପ୍ରମୋଦ, ପ୍ରଚାର ଉପରେ ଟିକସ
  • ଭଡା ଏବଂ ଦେୟ : ଜଳ ଯୋଗାଣ, ସୁରେଜ ବ୍ୟବସ୍ଥା ଦେୟ, ପଞ୍ଜିକରଣ ଦେୟ, ସର୍ବସାଧାରଣ ଗୃହ ବିବାହ ମଣ୍ଡପ ଓ ଦୋକାନ ପ୍ରଭୃତିର ଭଡା  ।
  • ରାଜ୍ୟସରକାରଙ୍କ ଠାରୁ ମିଳୁଥିବା ଅନୁଦାନ ।

ଜୋରିମାନା : ଟିକସ ଖିଲାପକାରୀ, ଆଇନଭଙ୍ଗକାରୀ ଓ ଜବରଦଖଲରୁ ଜୋରିମାନା

ନଗର ପଞ୍ଚାୟତ

ଗୋଟିଏ ସହରାଞ୍ଚକ ଯେଉଁଠାରେ ଲୋକସଂଖ୍ୟା ୩୦,୦୦୦ରୁ ଅଧିକ ଓ ୧,୦,୦୦୦ରୁ କମ୍ ସେଠାରେ ନଗର ପଞ୍ଚାୟତ କାର୍ଯ୍ୟକରେ  । ଯାହା ହେଉ ସେଠାରେ କେତେକ ସ୍ଵାତନ୍ତ୍ର୍ୟ ରହିଛି  । ସମସ୍ତ ପୂର୍ବବର୍ତ୍ତୀ ସହରାଞ୍ଚଳ ପରିଷଦ (ସହରାଞ୍ଚଳ ଯେଉଁଠାରେ ମୋଟ ଜନସଂଖ୍ୟା ୫୦୦୦ରୁ ଅଧିକ ଓ ୨୦,୦୦୦ରୁ କମ୍) କୁ ନଗର ପଞ୍ଚାୟତ କୁହାଯାଏ  । ଏହା ଜଣେ ସଭାପତି ଓ ୱାର୍ଡମେମ୍ବରମାନଙ୍କୁ ନେଇ ଗଠିତ  । ଏହା ସର୍ବନିମ୍ନ ଦଶଜଣ ନିର୍ବାଚିତ ୱାର୍ଡମେମ୍ବର ଓ ତିନିଜଣ ମନୋନୀତ ସଭ୍ୟଙ୍କୁ ନେଇ ଗଠିତ  । ଅନ୍ୟ ପୌର ସଂସ୍ଥା ଭଳି ନଗର ପଞ୍ଚାୟତର କେତେକ ଦାୟିତ୍ଵ ରହିଛି ଯଥା – (କ) ଆବର୍ଜନା ପରିଷ୍କାର ଓ ଦୂର କରିବା  । (ଖ) ପିଇବା ପାଣି ଯୋଗାଣ (ଗ) ସର୍ବସାଧାରଣ ସମ୍ପତ୍ତି ଯଥା – ରାସ୍ତା ଆଲୋକ, ଯାନବାହାନଥିବା ସ୍ଥାନ, ସର୍ବସାଧାରଣ ସୁବିଧାର ସୁରକ୍ଷା (ଘ) ଦମକଳବାହିନୀ ପ୍ରତିଷ୍ଠା ଓ ପରିଚାଳନା ଏବଂ (ଙ) ଜନ୍ମ ଓ ମୃତ୍ୟୁର ପଞ୍ଜିକରଣ  । ଏହାର ଆୟର ଉତ୍ସ ହେଉଛି, ଟିକସ ଯଥା ଗୃହ ଟିକସ, ଜଳ ଟିକସ, ପ୍ରବେଶକର, ପଞ୍ଜିକରଣ ଦେୟ, ଗୃହ ପ୍ଲାନିଂ ମଞ୍ଜୁରକରିବା ଦେୟ, ବିବାହ ମଣ୍ଡପ ଓ ଅନ୍ୟାନ୍ୟ ସମ୍ପତ୍ତି ଭଡା ଦେଇ ଆଦାୟ ହେଉଥିବା ଭଡା ଏବଂ ରାଜ୍ୟ ସରକାରଙ୍କ ଠାରୁ ମିଳୁଥିବା ଅନୁଦାନ  ।

ଜିଲ୍ଲା ପ୍ରଶାସନ

ଯେହେତୁ ବିଜଯ ସେହି ସହରର ଗୋଟିଏ ବିଦ୍ୟାଳୟର ନବମଶ୍ରେଣୀର ଛାତ୍ର, ଶିକ୍ଷକ ତାକୁ ଜିଲ୍ଲା ପ୍ରଶାସନର କାର୍ଯ୍ୟ ସମ୍ପର୍କରେ ବୁଝାଇବାକୁ ଚେଷ୍ଟା କରେ  । ସେ ଏହା କଲେ, କାରଣ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଯେ, ପୂର୍ବରୁ କୁହାଯାଇଥିବା ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟତୀତ ପ୍ରତି ଜିଲ୍ଲାରେ ଗୋଟିଏ ଶାସନ କଳା ରହିଛି  । ଏହା କେବଳ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସ୍ଥାନୀୟ ଅନୁଷ୍ଠାନର କାର୍ଯ୍ୟକାରିତା ପାଇଁ ସାହାଯ୍ୟ କରେ ନାହିଁ, ବରଂ ପ୍ରଶାସନିକ ଓ ଉନ୍ନତିମୂଳକ କାର୍ଯ୍ୟ ସମ୍ପାଦନ କରିଥାଏ  । ପ୍ରତ୍ୟକ ଜିଲ୍ଲାରେ ସବଡିଭିଜନ, ବ୍ଲକ, କିମ୍ବା ତାଲୁକ ରହିଛି ଓ ସେଠାରେ ନିଯୁକ୍ତି ପାଇଥିବା ପଦାଧିକାରୀମାନେ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରନ୍ତି  । ସେ ବିଜଯକୁ ପଚାରିଲେ, ସେ ତାଙ୍କ ଜିଲ୍ଲାର ମୁଖ୍ୟ ପଦାଧିକାରୀଙ୍କୁ ଜାଣେ କି ? ତାର ଇଷ୍ଟସ୍ତତ ଅବସ୍ଥାକୁ ଦେଖି ଶିକ୍ଷକ ଜିଲ୍ଲା ପ୍ରଶାସନର ବିଭିନ୍ନ ଦିଗ ସମ୍ପର୍କରେ ବର୍ଣ୍ଣନା କଲେ  । ଜିଲ୍ଲାସ୍ତରର ମୁଖ୍ୟ ପଦାଧିକାରୀମାନେ ହେଲେ, ଜିଲ୍ଲାପାଳ, ପୋଲିସ୍ ସୁପରିଟେଣ୍ଡ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଜଙ୍ଗଲ ଅଧିକାରୀ ପ୍ରଭୃତି  । ଏ ସମସ୍ତ ଅଧିକାରୀ ତାଙ୍କ ନିଜ ବିଭାଗର ଜିଲ୍ଲାସ୍ତରୀୟ ମୁଖ୍ୟ ଅଟନ୍ତି  ।

ଜିଲ୍ଲାପାଳ

ଜିଲ୍ଲାପାଳ ସମୁଦାଯ ଜିଲ୍ଲାର ଶାସନ ଦାୟିତ୍ଵରେ ଥାଆନ୍ତି  । ଏହି ପଦକୁ ମଧ୍ୟ “ଡେପୁଟି କମିଶନର”, “ଜିଲ୍ଲା କଲେକ୍ଟର” କିମ୍ବା “ଉପାୟୁକ୍ତ” ନାମରେ ନାମିତ କରାଯାଇଛି  । ସେ ଭାରତୀୟ ପ୍ରଶାସନ ସେବା (IAS) ପଦର ଅନ୍ତର୍ଭୁକ୍ତ  । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଜିଲ୍ଲା ପ୍ରଶାସନର ଦାୟିତ୍ଵ  । ସ୍ଵାଧୀନତା ପରେ କେବଳ ଖଜଣା ଓ ଟିକସ ଆଦାୟ କରିବା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ଜିଲ୍ଲା ପ୍ରଶାସନର ଦାୟିତ୍ଵ ନୁହେଁ, ଜିଲ୍ଲାର କଲ୍ୟାଣ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟ କରିବା ମଧ୍ୟ ଏହାର ଦାୟିତ୍ଵ  ।

ବହୁ କାଳରୁ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଭାବରେ ଜିଲ୍ଲା କାର୍ଯ୍ୟ କରିଆସୁଛି  । ଇଂରେଜ ଔପନିବେଶିକ ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ଓ ଖଜଣା ଆଦାୟ କରିବା ଏହାର ମୁଖ୍ୟ ଦାୟିତ୍ଵ ଥିଲା  । କିନ୍ତୁ ବର୍ତ୍ତମାନ ରାଜ୍ୟ ପ୍ରଶାସନର ବିକେନ୍ଦ୍ରୀକରଣ ହୋଇଛି ଏବଂ ଜିଲ୍ଲା ପ୍ରଶାସନ ବହୁମୁଖୀ କାର୍ଯ୍ୟ ସମ୍ପାଦନ କରୁଛି  । ତେଣୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ମୁଖ୍ୟ କ୍ଷମତା ଓ କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରଦାନ କରାଯାଇଛି  । ଜିଲ୍ଲାପାଳଙ୍କର ମୁଖ୍ୟ କାର୍ଯ୍ୟଗୁଡିକ ହେଉଛି,

  1. ଆଇନ ଶୃଙ୍ଖଳା ରକ୍ଷା କରିବା ଓ ଜିଲ୍ଲାରେ ଶାନ୍ତି ରକ୍ଷା କରିବା  ।
  2. ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା  ।
  3. ରାଜ୍ୟ ସରକାର ଓ ଜିଲ୍ଲା ସ୍ତରୀୟ ଅନୁଷ୍ଠାନ ଓ କାର୍ଯ୍ୟାଳୟଗୁଡିକ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ପାଇଁ କାର୍ଯ୍ୟ କରିବା
  4. ବିଭିନ୍ନ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ସମାଜ ମଙ୍ଗଳ, ଭୂମି ପରିଚାଳନା, ପୋଲିସ୍, ଜେଲ ଓ ସାଂସ୍କୃତିକ ମଧ୍ୟରେ ରକ୍ଷା କରିବା  ।
  5. ଜରୁରୀକାଳୀନ ଅବସ୍ଥା ଓ ପ୍ରାକୃତିକ ବିପର୍ଯ୍ୟୟ ଓ ରିଲିଫ କାର୍ଯ୍ୟ ପରିଚାଳନା ସମୟରେ ଯଥେଷ୍ଟ ଓ ଉପଯୁକ୍ତ ପଦକ୍ଷେପଗ୍ରହଣ କରିବା  ।
  6. ଲୋକସଭା, ବିଧାନସଭା, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଓ ପୌରସଂସ୍ଥା ପ୍ରଭୃତିର ପ୍ରତିନିଧି ନିର୍ବାଚନ ସମୟରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା କରିବା  ।
  7. ଖଜଣା ଓ ଅନ୍ୟାନ୍ୟ ଟିକସ ଆଦାୟ
  8. ବିଚାର ବିଭାଗୀୟ କାର୍ଯ୍ୟ ସମ୍ପାଦନ ଓ ବିଭିନ୍ନ ବିବାଦର ସମାଧାନ ଏବଂ ଦଣ୍ଡ ଓ ଜୋରିମାନା ବସାଇବା
  9. ଲୋକମାନଙ୍କର ଅଭିଯୋଗ ଶୁଣିବା ଓ ତାକୁ ସୁଧାରିବା

ସବଡିଭିଜନ ଅଧିକାରୀ

ଉନ୍ନତ ଶାସନ ପାଇଁ ପ୍ରତ୍ୟକ ଜିଲ୍ଲା କେତୋଟି ଛୋଟ ଛୋଟ ଭାଗରେ ବିଭକ୍ତ ହୋଇଛି, ଯାହାକୁ ସବଡିଭିଜନ କୁହାଯାଏ  । ଯଦିଓ ଜିଲ୍ଲାର ସବଡିଭିଜନ ଗୁଡିକ ଜିଲ୍ଲାପାଳଙ୍କ ଅଧିନରେ ଥାଏ, ଇନ୍ତୁ ଜଣେ ସବଡିଭିଜନ ଅଧିକାରୀ (SDO) ସବଡିଭିଜନର ଦାୟିତ୍ଵରେ ଥାଆନ୍ତି  । (SDO), ଜିଲ୍ଲାପାଳଙ୍କୁ ଶାସନ କ୍ଷେତ୍ରରେ ସାହାଯ୍ୟ କରନ୍ତି ଏବଂ ତାଙ୍କର ପ୍ରତିନିଧି ଭାବରେ କାର୍ଯ୍ୟ କରନ୍ତି  । (SDO), ଭାରତୀୟ ପ୍ରଶାସନିକ ସେବା (IAS) ବା ରାଜ୍ୟ ପ୍ରଶାସନିକ ସେବା ସ୍ତରର ଜଣେ ଅଧିକାରୀ  । ସେ ଜମିଜମାର ରେକର୍ଡ ରଖନ୍ତି ଓ ଖଜଣା ଆଦାୟ କରନ୍ତି  । ଯୁଦ୍ଧ ସରଞ୍ଜାମ, ବନ୍ଧୁକ ଓ ପିସ୍ତଲର ଲାଇସେନ୍ସ ପ୍ରଦାନର କ୍ଷମତା ତାଙ୍କର ଅଛି  । ସେ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ, ବାସସ୍ଥାନ ପ୍ରମାଣପତ୍ର, ଆଦିବାସୀ ଓ ଅନ୍ୟାନ୍ୟ ପଛୁଆ ବର୍ଗମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବାକୁ କ୍ଷମତା ପ୍ରାପ୍ତ  ।

ବ୍ଲକ ଉନ୍ନୟନ ଅଧିକାରୀ (BDO)

ବ୍ଲକ ହେଉଛି ସବୁଠାରୁ ତଳସ୍ତରର ପ୍ରଶାସନିକ ସଂସ୍ଥା  । ବ୍ଲକର ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ବ୍ଲକ ଉନ୍ନୟନ ଅଧିକାରୀ ବା (BDO) କହନ୍ତି  । ସେ ରାଜ୍ୟ ପ୍ରଶାସନିକ ସେବା ଶ୍ରେଣୀର ଅଧିକାରୀ ଓ ସେ ବ୍ଲକର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ତଦାରଖ କରନ୍ତି  । (BDO) ଙ୍କର ମଧ୍ୟ ସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ସହ ସମ୍ପର୍କ ରହିଛି କାରଣ ସେ ପଞ୍ଚାୟତ ସମିତିର ସେକ୍ରେଟାରୀ ଏବଂ ସେ ସମସ୍ତ ସଭାର ରେକର୍ଡ ରଖନ୍ତି, ବଜେଟ ତିଆରି କରନ୍ତି, ଓ ବିଭିନ୍ନ ଉନତି ମୂଳକ କାର୍ଯ୍ୟ ମଧ୍ୟରେ ସମନ୍ଵୟ ରକ୍ଷା କରନ୍ତି  ।

ସୁଯୋଗ ଓ ପ୍ରତିଦ୍ୱନ୍ଦିତା

ଉପରୋକ୍ତ ତଥ୍ୟ ଦୃଷ୍ଟିରୁ ତୁମେ କଣ ଏକ ମତ ନୁହେଁ ଯେ, ଗ୍ରାମ ଓ ସହରାଞ୍ଚଳ ସ୍ଥାନୀୟ ଅନୁଷ୍ଠାନଗୁଡିକ ସିଦ୍ଧାନ୍ତ ଗ୍ରହଣ ପଦ୍ଧତିରେ ଦକ୍ଷତାର ସହ ଅଂଶ ଗ୍ରହଣ କରିବା ପାଇଁ ପ୍ରତ୍ୟକ ନାଗରିକକୁ ସୁଯୋଗ ଦିଏ  । ନାଗରିକମାନଙ୍କୁ ରାଜନୈତିକଶିକ୍ଷା ପ୍ରଦାନ କରି ନେତୃତ୍ଵ ଗୁଣ ଆହରଣ ପାଇଁ ସକ୍ଷମ କରିବାକୁ ଏହା ହେଉଛି ସର୍ବଶ୍ରେଷ୍ଠ ଅନୁଷ୍ଠାନ  । ଯେତେବେଳେ ନାଗରିକମାନେ ଅଂଶଗ୍ରହଣ କରନ୍ତି, ସେମାନେ ନିଜର ଓ ଅନ୍ୟମାନଙ୍କର ସ୍ଵାର୍ଥ ଓ ସମସ୍ୟା ଅନୁଭବ କରନ୍ତି ଓ ସପକ୍ଷରେ ଯୁକ୍ତି କରିବା ପାଇଁ ଶିକ୍ଷା କରନ୍ତି  ।

ଯେହେତୁ ଏହି ସ୍ଥାନୀୟ ଅନୁଷ୍ଠାନଗୁଡିକ ଲୋକଙ୍କ ପାଇଁ ନିକଟତର, ତେଣୁ ସେମାନଙ୍କର ସହଜ ପ୍ରବେଶ ଥାଏ ଓ ସେମାନେ ବ୍ୟକ୍ତିଗତ ଉଦ୍ୟମ ଓ ନିଜର ହସ୍ତକ୍ଷେପ ଦ୍ଵାରା ଆବଶ୍ୟକ ସମାଧାନ କରିବାକୁ ଚେଷ୍ଟା କରନ୍ତି  । ମହିଳାମାନେ ସବୁଠାରୁ ବେଶୀ ସୁବିଧା ପାଆନ୍ତି  । ସ୍ଥାନ ସଂରକ୍ଷଣ ଯୋଗୁଁ ଅଧିକ ସଂଖ୍ୟାରେ ମହିଳା ଏହି ଅନୁଷ୍ଠାନ ପରିଚାଳନାରେ ଅଂଶ ଗ୍ରହଣ କରନ୍ତି  । ମହିଳାମାନଙ୍କୁ ଅଧିକ କ୍ଷମତା ଦେଇ ନିଜର ଦକ୍ଷତା ପ୍ରଦର୍ଶନର ସୁଯୋଗ ପ୍ରଦାନ କରିବା ପାଇଁ ଏହା ଏକ ଉତ୍ତମ ବାଟ  ।

ଅନ୍ୟ ପକ୍ଷରେ ଏହି ସ୍ଥାନୀୟ ସ୍ଵାୟତ ଶାସନ ଅନୁଷ୍ଠାନଗୁଡିକ ଅନେକ ବାଧାର ସମ୍ମୁଖୀନ ହୋଇଥାଏ  । ଏହା ଲୋକମାନଙ୍କର ନିକଟତର ହୋଇଥିବାରୁ, ଏହି ଅନୁଷ୍ଠାନଗୁଡିକ ଲୋକମାନନକର ଆଶା ଆକାଂକ୍ଷାକୁ ବହୁତ ବଢାଇ ଦିଏ, ଯାହା ପୂରଣ କରିବା ପାଇଁ ସମ୍ଭବ ହୁଏ ନାହିଁ  । ଏହି ପରିସ୍ଥିତି ବହୁ ସମୟରେ କଳହ ଓ ମତପାର୍ଥକ୍ୟ ସୃଷ୍ଟି କରେ  । ଏହି ରାଜନୈତିକ ପଦ୍ଧତିର ଗୁଣାତ୍ମକ ଯୋଗଦାନ କେତେକ କାରଣ ଯୋଗୁଁ ସମ୍ଭବ ନୁହେଁ  । ସେଗୁଡିକ ହେଉଛି ଦାରିଦ୍ର୍ୟ, ନିରପେକ୍ଷତା, ସାମାଜିକ ଅସମତା ଏବଂ ରାଜନୀତିକୁ ଅପରାଧିକରଣ ପ୍ରଭୃତି  । ଜାତିପ୍ରଥା, ସାମ୍ପ୍ରଦାୟିକତା ମଧ୍ୟ ସମସ୍ୟା ସୃଷ୍ଟି କରେ  । କ୍ରମବର୍ଦ୍ଧିଷ୍ଣୁଦୁର୍ନୀତି, ବେନିୟମକାର୍ଯ୍ୟ ସ୍ଥାନୀୟ ଅନୁଷ୍ଠାନର ଦକ୍ଷତାର ସହ କାର୍ଯ୍ୟକରିବାରେ ପ୍ରଧାନ ବାଧକ  ।

ଆଧାର :ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate