ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସ୍ଥାନୀୟ ସମ୍ବଳ ସମୂହର ବ୍ୟବହାର
ସେଆର କରନ୍ତୁ

ସ୍ଥାନୀୟ ସମ୍ବଳ ସମୂହର ବ୍ୟବହାର

ଏହି ଏକକରେ, ଭାଷା ଓ ସାକ୍ଷରତା ଶ୍ରେଣୀରେ ପାଠ୍ୟପୁସ୍ତକର ପରିପୂରକ ଭାବେ ସହଜ ଉପଲବ୍ଧ ସ୍ଥାନୀୟ ସମ୍ବଳ ସମୂହ ସଂପର୍କରେ ଆପଣ ଅନୁସନ୍ଧାନ କରିବେ ।

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସମ୍ବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା  ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସମ୍ବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ ।ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ ।ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (http://www.tessindia.edu.in/)ଉପଲବ୍ଧ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି ।ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି ।ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ" ଶିକ୍ଷା ତତ୍ତ୍ଵ ଆଧାରିତ ।ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି ।ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ ।ଟେସ୍ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ http://www.tessindia.edu.in/)ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରିପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳ । ଲେଖ creativecommons.orgରେ ବ୍ୟବାହର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

ଏହି ଏକକରେ, ଭାଷା ଓ ସାକ୍ଷରତା ଶ୍ରେଣୀରେ ପାଠ୍ୟପୁସ୍ତକର ପରିପୂରକ ଭାବେ ସହଜ ଉପଲବ୍ଧ ସ୍ଥାନୀୟ ସମ୍ବଳ ସମୂହ ସଂପର୍କରେ ଆପଣ ଅନୁସନ୍ଧାନ କରିବେ । ସେଗୁଡ଼ିକ ପରିବେଶରେ ଲିଖନ ପରୀକ୍ଷଣ, ଗୋଷ୍ଠୀ ସଦସ୍ୟଙ୍କୁ ଶୁଣିବା ଓ କଥା ହେବା, ବା ଆଲୋଚନା ପାଇଁ ସ୍ଥାନୀୟ ଅଞ୍ଚଳକୁ ସହାୟକ ସୂଚନା ଭାବେ ବ୍ୟବହାର କରିବା ଆଦି ସଂପୃକ୍ତ ହୋଇପାରେ । ଏହି ସମ୍ବଳଗୁଡ଼ିକର ସୁବିଧା ଏହା ଯେ ସେମାନେ ପ୍ରକୃତ ଭାଷାର ବ୍ୟବହାର ପ୍ରତିନିଧୁତ୍ଵ କରନ୍ତି ଓ ସୃଷ୍ଟି କରନ୍ତି ମଧ୍ୟ ।

କକରୁ କ'ଣ ଶିଖିବେ

  • ଭାଷା ସଚେତନମୂଳକ କାର୍ଯ୍ୟଗୁଡ଼ିକର ଆଧାର ଭାବେ ମୁକ୍ତରେ ମିଳୁଥିବା ଛାପା ପଠନ ସାମଗ୍ରୀ ଗୁଡ଼ିକର ବ୍ୟବହାର
  • ଶ୍ରେଣୀଗୃହକୁ ଅତିଥି ପରିଦର୍ଶନ ସମୟରେ ବିଭିନ୍ନ ପାଠଗୁଡ଼ିକ ପାଇଁ ଯୋଜନା କରିବା
  • ବିଦ୍ୟାଳୟକୁ ଶିକ୍ଷାର୍ଥୀମାନଙ୍କ ଯାତ୍ରାକୁ ସେମାନଙ୍କ ଭାଷା ଓ ସାକ୍ଷରତା ଦକ୍ଷତା ବିକାଶର ଏକ ସମ୍ବଳ ଭାବେ ବ୍ୟବହାର କରିବା

ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ଶିକ୍ଷାର୍ଥୀମାନେ ଉତ୍ତମ ଭାବେ ଶିଖନ୍ତି ଯେତେବେଳେ ସେମାନେ ବାସ୍ତବ ତଥା ଉଦ୍ଦେଶ୍ୟ ଭିତ୍ତିକ କାର୍ଯ୍ୟଗୁଡ଼ିକରେ ନିୟୋଜିତ ହୋଇଥାନ୍ତି ଯାହା ସେମାନଙ୍କ ଦୈନନ୍ଦିନ ଜୀବନଙ୍କୁ ସଂପର୍କିତ କରିଥାଏ । ସେମାନେ ଭିନ୍ନ ଭିନ୍ନ ବିବିଧ ଭବ୍ଦୀପକ ପ୍ରତି ପ୍ରତିକ୍ରିୟା ପ୍ରକାଶ କରନ୍ତି ଯାହା ସେମାନଙ୍କର ଇନ୍ଦ୍ରିୟଗୁଡ଼ିକୁ ଓ ଉତ୍ସକତାକୁ ଶ୍ରେଣୀ ଭିତରେ ଓ ବାହାରେ ନିୟୋଜିତ କରିଥାଏ । ବିଦ୍ୟାଳୟର ପାଠ୍ୟପୁସ୍ତକ ଏହି ପ୍ରକାରର ବିବିଧ ସୁଯୋଗମାନ ଦେଇପାରିବ ନାହିଁ, ତେଣୁ ବିଭିନ୍ନ ପ୍ରକାର ଅଭିନନ୍ଦନ ମୂଳକ କାର୍ଯ୍ୟ ସମୂହ ସହିତ ଏହାର ପରିପୂରଣ କରିବା

ଗୁରୁତ୍ଵପୂର୍ଣ୍ଣ ଅଟେ । ସ୍ଥାନୀୟ ପରିବେଶରେ ମିଳୁଥିବା ବାସ୍ତବ ସମ୍ବଳଗୁଡିକର ଯୋଗାଣକୁ ଆଧାର କରି ଆପଣ ଏହି କାର୍ଯ୍ୟକୁ କିପରି କରିପାରିବେ ତାହା ଏହି ଏକକରେ ବର୍ଣ୍ଣନା କରାଯାଇଛି ।

୧. ସ୍ଥାନୀୟ  ମୁଦ୍ରିତ ସମ୍ବଳ ସମୂହ

ଏକ ଗୁଣାତ୍ମକ ଭାଷା ଶ୍ରେଣୀ ନିମିତ୍ତ, ସ୍ଥାନୀୟ ଛାପା ପଠନ ସାମଗ୍ରୀର ବ୍ୟବହାରର ଉପାୟଗୁଡ଼ିକୁ ବିଚାର କରି ଆପଣ କାର୍ଯ୍ୟ ଆରମ୍ଭ କରିବେ ।

ପରିସ୍ଥିତି ଅନୁଧ୍ୟାନ-୧ ଭାଷା ଓ ସାକ୍ଷରତା ଶ୍ରେଣୀରେ ଖାଦ୍ୟ ପ୍ୟାକେଟ ଗୁଡିକୁ ବ୍ୟବହାର କରିବା ।

ଶ୍ରୀଯୁକ୍ତ ଦେଓ ବାଲେଶ୍ଵର ଜିଲ୍ଲା ଭୋଗରାଇର ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଟନ୍ତି । ସେ କିପରି ପଞ୍ଚମ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଭାଷା ସଚେତନତାର ବିକାଶ ପାଇଁ ଖାଦ୍ୟ ପ୍ୟାକେଟ୍ ଗୁଡିକୁ ବ୍ୟବହାର କରିଛନ୍ତି ତାହା ଏଠାରେ ବର୍ଣ୍ଣନା କରିଛନ୍ତି ।

ପାଠ୍ୟ ପୁସ୍ତକ ଛଡ଼ା ମୋର କିଛି ସମ୍ବଳ ମୋ ଶ୍ରେଣୀ ଗୃହରେ ଅଛି । ଗତ ବର୍ଷ ମୁଁ ଅନୁଭବ କଲି ଯେ ଖାଦ୍ୟ ପ୍ୟାକେଟ୍ ଉପରେ ଥିବା ନାମ ଓ ସ୍ଲୋଗାନ, ଉପାଦାନର ତାଲିକା ଓ ସୂଚନା ଗୁଡ଼ିକ ଭାଷାଭିତ୍ତିକ କାର୍ଯ୍ୟଗୁଡ଼ିକରେ ବ୍ୟବହାର କରିହେବ ।

ତେଣୁ ମୁଁ ବିଭିନ୍ନ ପ୍ରକାରଖାଲି ସଫା ଖାଦ୍ୟ ପ୍ୟାକେଟ୍, କାଗଜ ପେଟି ଥଳୀ ସଂଗ୍ରହ କରିବାକୁ ଆରମ୍ଭ କଲି ଓ ମୋ ପାଇଁ ସେମାନଙ୍କର ଏହି ସବୁକୁ ସଂଗ୍ରହ କରି ରଖିବା ପାଇଁ ମୋ ସଂପର୍କୀୟ ଓ ପଡୋଶୀମାନଙ୍କୁ କହିଲି । ଅନେକ ପ୍ୟାକେଟ ସୁନ୍ଦର ଶବ୍ଦ ବାକ୍ୟାଂଶ ଓ ଚିତ୍ରଗୁଡିକରେ ବର୍ଣ୍ଣିତ ହୋଇଥିଲା ।

ଚିତ୍ର-୧ ଖାଦ୍ୟ ପନ୍ୟାକେଟ୍ ଉପରେ ଲେଖାର ଉଦାହରଣ

ମୁଁ ସେହି ପ୍ୟାକେଟ୍ ଗୁଡ଼ିକୁ ଶ୍ରେଣୀ ଗୃହକୁ ଆଣିଲି ଓ ମୋର ଜଣେ ଶିକ୍ଷାର୍ଥୀକୁ ଦେଖାଇବାକୁ ଗୋଟିଏ ବାଛିଲି । ଏହା ଆମ୍ବ ପାନୀୟର ଏକ କାଗଜ ପେଟି ଥିଲା । ସେମାନେ ନିଜେ ଏହାକୁ ପିଇଥିବାରୁ ମୋର ଅନେକ ଶିକ୍ଷାର୍ଥୀ ଏହାକୁ ଚିହ୍ନିପାରିଲେ ।

ମୁଁ ଶିକ୍ଷାର୍ଥୀମାନଙ୍କୁ ପଚାରିଲି ଏଥିରେ କି କି ଉପାଦାନ ଗୁଡ଼ିକ ରହିଥିବ ବୋଲି ସେମାନେ ଭାବନ୍ତି । ସେଚ୍ଛାକୃତ ଭାବେ ଜଣକୁ ଆମନ୍ତ୍ରଣ କରି ଉପାଦାନଗୁଡ଼ିକୁ ପଢ଼ିବା ପାଇଁ କହିଲି ।" ପାଣି, ଆମ୍ବ, ଚିନି, କୃତ୍ରିମ ସୁଗନ୍ଧ, ସଂରକ୍ଷଣ ପାଇଁ ପଦାର୍ଥ ।” ମୁଁ ଆଉ ଜଣଙ୍କୁ ପନ୍ୟାକେଟର ସମ୍ମୁଖ ଭାଗରେ ଲେଖାଥିବା ସ୍ଲୋଗାନ ପଢ଼ିବାକୁ କହିଲି ।" ଭଲ ସ୍ଵାସ୍ଥ୍ୟ ପାଇଁ” । ଆମେ ଉପାଦାନଗୁଡ଼ିକ ଉପରେ ଆଲୋଚନା କଲୁ ଓ ଗ୍ଲୋଗାନ ଦାବି କରୁଥିବା ଭଳି ସେଗୁଡ଼ିକ କ’ଣ ସେତିକି ସ୍ୱାସ୍ଥ୍ୟକର । କାଗଜ ପେଟି ଉପରେ ଆଉ କ'ଣ ଲେଖାଅଛି ତାହା ଆମେ ଲକ୍ଷ୍ୟ କଲୁ । ସେଥିରେ ଏକ ସୂଚନା ଥିଲା ଯେ ପାନୀୟଟିକୁ ଥଣ୍ଡା କରି ପିଇବାକୁ ଦେବା ଏବଂ ଏକ ଅନୁରୋଧା ଥିଲା ଯେ କାଗଜପେଟିଟିକୁ ଯତ୍ନର  ସହ ଯଥାସ୍ଥାନରେ ରଖିବା  । ମୁଁ କୈନ୍ଦ୍ରିକ ଶବ୍ଦଗୁଡ଼ିକୁ ଓ ବାକ୍ୟାଂଶଗୁଡ଼ିକୁ କଳାପଟାରେ ଲେଖି ଦେଲ ।

ପରେ ମୋ ଶିକ୍ଷାର୍ଥୀମାନଙ୍କୁ ବିଶେଷଣ କ'ଣ ମନେରଖିଥିଲେ କହିବା ପାଇଁ କହିଲି । କଳାପଟାରେ ଲେଖୁଥିବା ଶବ୍ଦମାନଙ୍କ ମଧ୍ୟରୁ ବିଶେଷଣର କିଛି ଉଦାହରଣ କାଗଜପେଟିରୁ (ଯଥା ‘ଭଲ', 'କୃତ୍ରିମ’, ଏବଂ 'ଅଣ୍ଡା') ଆଦିକୁ ଚିହ୍ନଟ କରିବାରେ ମୁଁ ସେମାନଙ୍କୁ ସାହାଯ୍ୟ କଲି । ମୋ ଶ୍ରେଣୀରେ ଅତିରିକ୍ତ ଭାଷା କହୁଥିବା ଶିକ୍ଷାର୍ଥୀମାନେ ଏହି ବିଶେଷଣଗୁଡ଼ିକୁ ଘର ଭାଷାରେ କିପରି କହନ୍ତି କହିବା ପାଇଁ ମୁଁ ସେମାନଙ୍କୁ କହିଲି ।

ତା' ପରେ ମୁଁ ମୋ ଶିକ୍ଷାର୍ଥୀମାନଙ୍କୁ ତିନି ବା ଗୋରି ଜଣିଆ ଦଳରେ ଭାଗ କରି ସେମାନଙ୍କୁ ପୂର୍ବରୁ ଦିଆଯାଇଥିବା ପ୍ୟାକେଟ ବା କାଗଜ ପେଟିକୁ ପରୀକ୍ଷା କରିବାକୁ କହିଲି । ଏଥିରେ ଥିବା କୈନ୍ଦ୍ରିକ ଶବ୍ଦ, ବାକ୍ୟାଂଶ ଆଦିକୁ ଲେଖି ସେଗୁଡ଼ିକର ଅର୍ଥ ସଂପର୍କରେ ଆଲୋଚନା କରିବା ସହିତ ସେଗୁଡ଼ିକ ମଧ୍ୟରେ କୌଣସି ବିଶେଷଣ ଥିଲେ ଚିହ୍ନଟ କରିବାକୁ କହିଲି ।

ଆମେ ଗୋଟିଏ ସମଗ୍ର ଶ୍ରେଣୀ ଆଧାରିତ ପ୍ରତିପୁଷ୍ପ ଅଧିବେଶନ ଶେଷ କଲୁ, ଯେଉଁଥିରେ ପ୍ରତ୍ୟେକ ଦଳ ସେମାନଙ୍କୁ ଦିଆଯାଇଥିବା ଖାଦ୍ୟ ଯ୍ୟକେଟ ଉପରୁ ପାଇଥିବା ବିଶେଷଣଗୁଡ଼ିକୁ କହିଲେ । ପ୍ରତ୍ୟେକ ଲେଖି ନେବା ପାଇଁ ମୁଁ କଳାପଟାରେ ଏଗୁଡିକର ତାଲିକା କଲି । ଗୋଟିଏ ବା ଦୁଇଟି ଉଦାହରଣ ଯାହା ବସ୍ତୁତଃ ବିଶେଷଣ ନ ଥିଲା । ଏହା ସ୍ପଷ୍ଟୀକରଣ ପାଇଁ ସୁଯୋଗ ଦେଲା ।

ମୁଁ ଏହି କାର୍ଯ୍ୟଟିକୁ ପୁନରାବୃତ୍ତି କରିବା ପାଇଁ ପ୍ୟାକେଟଗୁଡ଼ିକୁ ଶିକ୍ଷାର୍ଥୀମାନଙ୍କ ଭିତରେ ପୁନଃ ବଣ୍ଟନ କଲି । ତେବେ ଗୋଟିଏ ଘଟଣାରେ ମୁଁ ଶିକ୍ଷାର୍ଥୀମାନଙ୍କୁ କ୍ରିୟାପଦ ଉପରେ ଆଲୋକପାତ କରିବାକୁ କହିଲି ଓ ଆଉ ଏକ ଘଟଣାରେ ବିଶେଷ୍ୟ ପଦ ଉପରେ । ପ୍ରତ୍ୟେକ କ୍ଷେତ୍ରରେ ଦଳଗୁଡ଼ିକୁ ଦିଆଯାଇଥିବା ପ୍ୟାକେଟରୁ ଉଦାହରଣଗୁଡ଼ିକୁ ଦେଖିବାକୁ କହିବା ପୂର୍ବରୁ ମୁଁ ଆମ୍ବ ପାନୀୟ ପ୍ୟାକେଟରୁ ଏହି ପଦଗୁଡ଼ିକର ଉଦାହରଣ କହିଦେଲି । ପ୍ରତିପୁଷ୍ଟି ଅଧିବେଶନଟି ମୋ ଶିକ୍ଷାର୍ଥୀମାନଙ୍କ ଭାଷାର ଅବଧାରଣା ସ୍ପଷ୍ଟ କରିବାରେ ଆଗ୍ରହପୂର୍ଣ୍ଣ ପ୍ରମାଣିତ ହୋଇଥଲା । କ୍ରିୟାପଦ କ୍ଷେତ୍ରରେ, ଉଦାହରଣ ସ୍ଵରୂପ ଆମେ ଦେଖିଲୁ ଯେ ଏଗୁଡ଼ିକ ସବୁବେଳେ ଆଦେଶ ସୂଚକ ଆକାରରେ (ଯେପରି 'ପରିବେଷଣ କର', 'ଯତ୍ନରେ ରଖ”) । ବିଶେଷ୍ୟ କ୍ଷେତ୍ରରେ ଆମେ ଦେଖିଲୁ ଯେ କେତେକ ଏକ ବଚନ ଥିଲା (କାଗଜ ପେଟି), ଆଉ କେତେକ ବହୁବଚନ (ଉପାଦାନଗୁଡ଼ିକ), ଆଉ କେତେକ ବାସ୍ତବ ସୂଚକ ଓ ସ୍ପର୍ଶନୀୟ ଥିଲା (' ଚିନି', 'ବା 'ପାଣି' ), ଓ ଆଉ କେତେକ ଭୌତିକ ସତ୍ତାହୀନ ଥିଲା (' ସ୍ଵାସ୍ଥ୍ୟ') ।

ଏପରିକି ବର୍ତ୍ତମାନ ମୋ ଶିକ୍ଷାର୍ଥୀମାନେ ସେମାନଙ୍କ ଘରେ ଖାଦ୍ୟ ପ୍ୟାକେଟ ଉପରୁ ପାଉଥିବା ବିଶେଷଣ, କ୍ରିୟା ଓ ବିଶେଷ୍ୟର ଅନ୍ୟ ଉଦାହରଣମାନ ବେଳେ ବେଳେ ମୋତେ ଉପସ୍ଥାପନ କରୁଛନ୍ତି ।

ଟିକିଏ ଚିନ୍ତା କରନ୍ତୁ

  • ଶ୍ରୀଯୁକ୍ତ ଦେଓଙ୍କ ଶିକ୍ଷଣ କାର୍ଯ୍ୟରେ କ’ଣ ଭାଷା ଶିକ୍ଷଣର ସୁଯୋଗ ରହିଛି ?
  • ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ସୁହାଇଲା ଭଳି ଆପଣ ଏହାକୁ କିପରି ବ୍ୟବହାର ବା ସଂପ୍ରସାରିତ କରିବେ ?
  • ଆଉ କେଉଁ ପ୍ରକାର ଛାପା ପଠନ ସାମଗ୍ରୀ ସେମାନଙ୍କୁ ଏହି ପ୍ରକାର କାର୍ଯ୍ୟରେ ସହାୟତା ଦେବ ?

ଏହି କାର୍ଯ୍ୟରେ ଶିକ୍ଷାର୍ଥୀମାନେ ଶବ୍ଦଗୁଡ଼ିକ ବିଷୟରେ କଥାବାର୍ତ୍ତା ହେଲେ ଯାହା ଖାଦ୍ୟ ପ୍ୟାକେଟ ଉପରେ ଉପାଦାନ ଭାବରେ ତାଲିକା ହୋଇଥିଲା (ଯଥା, ବିଶେଷ୍ୟଗୁଡ଼ିକ) ଓ ପ୍ୟାକେଟ ଉପରେ ବର୍ଣ୍ଣନାତ୍ମକ ଶବ୍ଦଗୁଡ଼ିକ (ଯଥା, ବିଶେଷଣ) ଲେଖା ଥିଲା । ଆପଣ ମଧ୍ୟ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କ ପସନ୍ଦର ଖାଦ୍ୟ ଗୁଡ଼ିକ ପାଇଁ ସେମାନଙ୍କର ଖାଦ୍ୟ ପ୍ରସ୍ତୁତି ଉପାଦାନ ଓ ସ୍ଲୋଗାନ ଗୁଡ଼ିକୁ ଲେଖିବା  ବା ପାଇଁ କହିପାରିବେ । ଆଉ ଅନ୍ୟ କେତେକ ସମ୍ବଳ ରହିଛି ଯାହାକୁ ଏହି ପ୍ରକାର କାର୍ଯ୍ୟଗୁଡ଼ିକ ପାଇଁ ଆପଣ ବ୍ୟବହାର କରିପାରିବେ – ଉଦାହରଣ ସ୍ଵରୂପ ବସ ସମୟ ନିର୍ଘଣ୍ଟ, ଚଳଚ୍ଚିତ୍ର ଟିକେଟ୍ ବା ଏକ ପତ୍ରିକାରୁ ବିଜ୍ଞାପନ ।

ଶିକ୍ଷଣକାର୍ଯ୍ୟ ୧: ଶିକ୍ଷାର୍ଥୀମାନଙ୍କ ସହ ଚାପା ପଠନ ସାମଗ୍ରୀ ସମୂହର ବ୍ୟବହାର କରିବା

ଭାଷା ଦୃଷ୍ଟିକୋଣରୁ ଦେଖନ୍ତୁ ଯାହା ଓଡ଼ିଆ ପାଠ୍ୟ ପୁସ୍ତକରେ ଆପଣଙ୍କୁ ଯୋଡିବାକୁ ପଡ଼ିବ । ସ୍ଥାନୀୟ ପରିବେଶରୁ ଛାପା ପଠନ ସାମଗ୍ରୀ ସମୂହ ଆଣି ଏଗୁଡ଼ିକ ମଧ୍ୟରୁ ଗୋଟିକୁ କିପରି ପରିପୂରଣ କରିପାରିବେ। ଆପଣ ବିଗ୍ରସ୍ତର କରନ୍ତୁ । ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ଏହାର ଉପଯୁକ୍ତତା ଓ ଏଗୁଡ଼ିକୁ ସଂଗ୍ରହ କରିବାର ସହଜତାକୁ ବିଗ୍ରସ୍ତରକୁ ନିଅନ୍ତୁ । ଖାଦ୍ୟ ପୁଡ଼ିଆର ବିକଷି ଭାବେ ପତ୍ରିକାଗୁଡ଼ିକରୁ ବିଜ୍ଞାପନ, ଉତ୍ପାଦନଗୁଡ଼ିକର ସୂଚନା ଓ ସ୍ଥାନୀୟ ଘଟଣାଗୁଡ଼ିକୁ ଘୋଷିତ କରୁଥିବା ପ୍ରଚାର ପତ୍ରଗୁଡ଼ିକୁ ସାମିଲ କରିପାରିବେ ।

ଶିକ୍ଷାର୍ଥୀମାନଙ୍କୁ ଦଳରେ ବାଣ୍ଟିବା ପାଇଁ ଯଥେଷ୍ଟ ପରିମାଣରେ ଉଦାହରଣ ସଂଗ୍ରହ କରନ୍ତୁ । ନିଶ୍ଚିତ ହେବା ପାଇଁ ପଠନ ସାମଗ୍ରୀ ଗୁଡ଼ିକୁ ତନଖି  କରନ୍ତୁ ଯେ ଭାଷାର ଉପଯୋଗୀ ଉଦାହରଣ ସବୁ ଏଥିରେ ରହିଛି ଯାହା ଉପରେ ଆଲୋକପାତ କରିବାକୁ ଆପଣ ଇଚ୍ଛା କରନ୍ତି ।

ସମୟ ଅବଧି ସହ ଆପଣଙ୍କ ପାଠର ବିଭିନ୍ନ ଅଂଶର ଏକ ପ୍ରାଥମିକ ଚିଠା କରନ୍ତୁ । ମନରେ ରଖନ୍ତୁ ଯେ ପରିବର୍ତ୍ତୀ ଦିନରେ ଆପଣ ଏହି କାର୍ଯ୍ୟର ସଂପ୍ରସାରଣ ଆବଶ୍ୟକ କରିପାରନ୍ତି ।

ଟିକିଏ ଚିନ୍ତା କରନ୍ତୁ

କାର୍ଯ୍ୟଟି ଆପଣ କରିସାରିବା ପରେ ଏହା କିପରି କାର୍ଯ୍ୟ କଲା ଚିନ୍ତା କରନ୍ତୁ ।

  • ଏହି ପାଠରେ କେଉଁ ସବୁ ଭାଷା ଦକ୍ଷତା ହାସଲ ହେଲା ?
  • ଆପଣ ଶିକ୍ଷାର୍ଥୀମାନଙ୍କର କଥନ, ଶ୍ରବଣ, ପଠନ ଓ ଲିଖନ ଦକ୍ଷତାଗୁଡ଼ିକୁ ତଦାରଖ ଓ ମୂଲ୍ୟୟନ କରିବାରେ କେତେଦୂର ସମର୍ଥ ହେଲେ ?

୨ କଥନ ଭିତ୍ତିକ ସ୍ଥାନୀୟ ସମ୍ବଳ ସମୂହ

ଆପଣଙ୍କ ସ୍ଥାନୀୟ ଅଞ୍ଚଳ ମଧ୍ୟ ଅନେକ କଥନ ଆଧାରିତ ସମ୍ବଳ ପ୍ରଦାନ କରେ ଯାହା ଆପଣଙ୍କ ଶିକ୍ଷାର୍ଥୀଙ୍କ ଶିକ୍ଷଣକୁ ପରିପୁଷ୍ଟ କରିପାରିବ ।

ପରିସ୍ଥିତି ଅନୁଧ୍ୟାନ ୨: ଜଣେ ଲୁଗାବୁଣାଳିର ପରିଦର୍ଶନ

ଶ୍ରୀମତୀ ମମତା ଯେ 'କି ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ, ଜଣେ ଅତିଥି ବକ୍ତାଙ୍କର ପରିଦର୍ଶନ ବର୍ଣ୍ଣନା କରନ୍ତି ଯାହାକୁ ସେ ନିଜର ଚତୁର୍ଥ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କ ପାଇଁ ସଂଗଠିତ କରିଥିଲେ ।

ପାଠ୍ୟପୁସ୍ତକର ଅଧ୍ୟାୟ ଗୁଡ଼ିକ ମଧ୍ୟରୁ ଗୋଟିଏ ବିଷୟ, କପା, ଉତ୍ପାଦନ ଥିଲା ଯାହା ଉପରେ ଆମେ କାମ କରିଆସୁଥିଲୁ । ଆମ ଗାଁରେ ବୁଣିବା ଓ ଛାପିବା ଶିଳ୍ପୀ ସାମୁହିକ ଭାବରେ ଅଛନ୍ତି । ସେହିମାନଙ୍କ ମଧ୍ୟରୁ ଜଣେ କାରୀଗରକୁ ନିଜ ଶିଳ୍ପ ବିଷୟରେ ଶିକ୍ଷାର୍ଥୀମାନଙ୍କ ସହ କଥୋପକଥନ କରିବାକୁ ଆମନ୍ତ୍ରିତ କରିବା ନିଶ୍ଚିତ ରୂପେ ଆଗ୍ରହ ପୂର୍ଣ୍ଣ ହେବ ବୋଲି ମୁଁ ଭାବିଲି ।

ଦିନେ ବିଦ୍ୟାଳୟ କାର୍ଯ୍ୟ ପରେ ମୁଁ ସାମୁହିକ ଶିବଗୁଡ଼ିକୁ ପରିଦର୍ଶନ କଲି ଓ ମୋର ଧାରଣାଗୁଡ଼ିକୁ ଶ୍ରୀଯୁକ୍ତ ଅରୁଣ, ମୁଖ୍ୟ ବୁଣାଳିଙ୍କ ସହ ଆଲୋଚନା କଲି । (ଚିତ୍ର-୨)। ସେ ଅତ୍ୟନ୍ତ ଖୁସି ହୋଇ, ମୋ କଥାକୁ ଗ୍ରହଣ କଲେ, ମୁଁ ଶିକ୍ଷାର୍ଥୀମାନଙ୍କ ବୟସ ଓ ସେମାନେ ଯେଉଁ କାର୍ଯ୍ୟଗୁଡ଼ିକରେ ଆଗ୍ରହୀ ହେବେ ତାହା ବୁଝାଇ ଦେଲି । ମୁଁ ତାଙ୍କୁ ବିଭିନ୍ନ ପ୍ରକାର ଲୁଗାର ନମୁନା, ବିଭିନ୍ନ ରଙ୍ଗ, ତନ୍ତ୍ର ସଂପର୍କିତ କିଛି ଉପାଦାନ ଯେପରି ଗୋଟିଏ ଲୁଗାବୁଣା ଯନ୍ତ ଯାହାକୁ କଥୋପକଥନ କାଳରେ ଦେଖାଇବାକୁ ସାଙ୍ଗରେ ନେବାକୁ ପରାମର୍ଶ ଦେଲି ।

ପରେ ମୁଁ ମୋ ଶିକ୍ଷାର୍ଥୀମାନଙ୍କୁ ଶ୍ରୀଯୁକ୍ତ ଅରୁଣଙ୍କର ଆଗାମୀ ପରିଦର୍ଶନ ବିଷୟରେ ସୂଚିତ କଲି । ସେମାନେ ବହୁତ ଉତ୍ସାହିତ ହେଲେ । ପରିଦର୍ଶନର ପ୍ରସ୍ତୁତି ନିମିତ୍ତ ମୁଁ ମୋ ଶିକ୍ଷାର୍ଥୀମାନଙ୍କୁ ଚାରୋଟି ଦଳରେ ଭାଗ କଲି ଓ ଶ୍ରୀଯୁକ୍ତ ଅରୁଣଙ୍କୁ ସେମାନଙ୍କ ଇଚ୍ଛା ଅନୁସାରେ ଦୁଇଟି ପ୍ରଶ୍ନକୁ ଚିନ୍ତା କରି ନିଜର ଅଭ୍ୟାସ ଖାତାରେ ଲେଖୁବାକୁ କହିଲି । ଏହି କାର୍ଯ୍ୟ କରିବା ସମୟରେ ମୋ ଶିକ୍ଷାର୍ଥୀମାନେ ଅତ୍ୟନ୍ତ ଗପୁଡ଼ି ହୋଇ ପଡ଼ିଥିବାର ମୁଁ ଦେଖୁଲି । ଏହି କଥୋପକଥନ କେବଳ ପ୍ରଶ୍ନଗୁଡ଼ିକ ଉପରେ ରାଜି ହେବାରେ ସିମୀତ ନଥିଲା। ବରଂ ସେଗୁଡ଼ିକ କିପରି ଅତି ଉତ୍ତମ ଭାବେ ଲେଖା ଯାଇପାରିବ। ଏହି ଆଲୋଚନାରେ ସେମାନେ ମଧ୍ୟ ନିୟୋଜିତ ଥିଲେ ।

ଯେତେବେଳେ ସେମାନେ କାମ ଶେଷ କଲେ, ମୁଁ ଦଳଗୁଡ଼ିକରୁ ଜଣେ ସଦସ୍ୟ ମନୋନୟନ କରି ସେମାନଙ୍କର ପ୍ରସ୍ତାବିତ ପ୍ରଶ୍ନଗୁଡ଼ିକ ଶ୍ରେଣୀର ଅନ୍ୟମାନଙ୍କ ସହ ବିନିମୟ କରିବା ପାଇଁ କହିଲି । ନିଜେ କଳାପଟାରେ ପ୍ରଶ୍ନଗୁଡ଼ିକୁ ଲେଖିବା ପରିବର୍ତ୍ତେ  ମୁଁ କେହି ଜଣେ ଶିକ୍ଷାର୍ଥୀ ଏହା କରିବାକୁ ଯଦି ପସନ୍ଦ କରନ୍ତି ବୋଲି ପଚାରିଲି । ଏଠାରେ ଅନେକଗୁଡ଼ିଏ ପ୍ରସ୍ତାବ ଆସିଲା ।

ମୋର ପରବର୍ତ୍ତୀ ପାଠଗୁଡ଼ିକରେ ଅନ୍ୟମାନଙ୍କ ପାଇଁ ଏହି ସୁଯୋଗଗୁଡ଼ିକୁ ସନ୍ନିବେଶିତ କରିବାକୁ ମୁଁ ଚେଷ୍ଟା କରିବି ।

ପ୍ରତିପୁଷ୍ଟି ଅଧିବେଶନ ଶେଷରେ, ଆମ ପାଖରେ ସମ୍ଭାବ୍ୟ ପ୍ରଶ୍ନଗୁଡ଼ିକର ଏକ ଲମ୍ବା ତାଲିକା ଥିଲା, ଆମେ ଏକତ୍ର ମିଶି ଏକ ପ୍ରକାରର ପ୍ରଶ୍ନଗୁଡ଼ିକୁ ଚିହ୍ନଟ କରି କାଟି ଦେଲୁ ଓ ବାକି ରହିଥିବା ଆଠଟି ପ୍ରଶ୍ନକୁ ଉପଯୁକ୍ତ କ୍ରମରେ ସଂଗଠିତ କଲୁ । ଶେଷରେ ମୋ ଶିକ୍ଷାର୍ଥୀମାନଙ୍କୁ ଅନ୍ତିମ ପ୍ରଶ୍ନ ତାଲିକାକୁ ସେମାନଙ୍କ ଅଭ୍ୟସ ଖାତାରେ ଲେଖୁବାକୁ କହିଲି ।

ମୋର କେତେକ ଶିକ୍ଷାର୍ଥୀ ଶ୍ରୀଯୁକ୍ତ ଅରୁଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବାକୁ  ଅତ୍ୟନ୍ତ ଆଗ୍ରହୀ ଥିବା ବେଳେ ଆଉ କେତେକ ଲାଜକୁଳା ମନେ ହେଉଥିଲେ । ଆଗତୁରା ନିଦ୍ଧିଷ୍ଟ ଶିକ୍ଷାର୍ଥୀଙ୍କୁ ପ୍ରଶ୍ନଗୁଡ଼ିକୁ ନ୍ୟସ୍ତ କରିବା ପରିବର୍ତ୍ତେ ଶ୍ରୀଯୁକ୍ତ ଅରୁଣଙ୍କର ପରବର୍ତ୍ତୀ ଦିନ ପରିଦର୍ଶନ ସମୟରେ ପଚାରିବା  ଥିବା ସମସ୍ତ ପ୍ରଶ୍ନକୁ ସବୁ ଶିକ୍ଷାର୍ଥୀ ପଚାରିବା ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଲି । ମୋ ଶିକ୍ଷାର୍ଥୀମାନେ ସେହି ସନ୍ଧ୍ୟାରେ ସେମାନଙ୍କର ଗୃହକାର୍ଯ୍ୟକୁ ଗମ୍ଭୀରତାର ସହ ନେଲେ ।

ପ୍ରଶ୍ନ ପଚାରିବା ପାଇଁ ସେମାନଙ୍କ ଭିତରୁ କେତେକ ଅଧିକ ଆତ୍ମବିଶ୍ଵାସୀ ଥିବା ବେଳେ ଆଉ କେତେକ କମ୍ ଆତ୍ମବିଶ୍ଵାସୀ ଥିଲେ । କାରଣ ସେ ତାଙ୍କର ଉପସ୍ଥାପନ କାଳରେ ସେମାନେ ପ୍ରତ୍ୟାଶା  କରୁଥିବା ଅନେକ ପ୍ରଶ୍ନର ଉତ୍ତର ଦେଇସାରିଥିଲେ, ସେଗୁଡ଼ିକ ମଧ୍ୟରୁ ଯେଉଁ କେତେକ ମୋ ଶିକ୍ଷାର୍ଥୀମାନେ ପ୍ରସ୍ତୁତ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଉ ନଥିଲା । ଏହା ପରିବର୍ତ୍ତେ ଜଣେ ଦୁଇଜଣ ଶିକ୍ଷାର୍ଥୀ ତାଙ୍କୁ ପ୍ରସ୍ତୁତ ହୋଇନଥିବା ପ୍ରଶ୍ନମାନ ପଚାରିଲେ ।

ଟିକିଏ ଚିନ୍ତା କରନ୍ତୁ ।

  • କେଉଁ ପ୍ରକାର ଭାଷା ଶିକ୍ଷଣ ହାସଲ ହୋଇଥିଲା
    • ଶ୍ରୀଯୁକ୍ତ ଅରୁଣଙ୍କ ପରିଦର୍ଶନ ପ୍ରସ୍ତୁତିରେ ?
    • ତାଙ୍କ ପରିଦର୍ଶନ କାଳରେ ?
  • ଏହା ଏକ ଆଲୋଚନାର ବିଷୟ ଥିଲା କି ଯେ ଶିକ୍ଷାର୍ଥୀମାନେ ଯୋଜନା କରିଥିବା କେତେକ ପ୍ରଶ୍ନ ଆଦୌ ପ୍ରାସଙ୍ଗିକ ନଥିଲା ?

ଆପଣଙ୍କ ସ୍ଥାନୀୟ ଅଞ୍ଚଳ ଓ ବାହାରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଆପଣ ଆମନ୍ତ୍ରିତ କରିପାରିବେ ସେମାନଙ୍କର ଜ୍ଞାନ, ଦକ୍ଷତା ଓ ଅଭିଜ୍ଞତାଗୁଡ଼ିକୁ ଆପଣ ଶିକ୍ଷାର୍ଥୀମାନଙ୍କୁ କହିବା ପାଇଁ କହିବେ; ବିଶେଷତଃ ଯାହା ଆପଣ ଶ୍ରେଣୀରେ ପଢ଼ାଉଥିବା ପ୍ରସଙ୍ଗ ଗୁଡ଼ିକ ସହ ସଂପର୍କିତ ହୋଇଥିବ ।

ସ୍ଥାନୀୟ ସରକାରୀ, ବା ପୁଲିସ ଦଳ, ଜିଲ୍ଲା ସ୍ଵାସ୍ଥ୍ୟ କର୍ମଶ୍ଚରୀ ଗଣ, ନିକଟ ବଜାରର ସ୍ପଲ ବା ନିକଟ ଦୋକାନର ବିକ୍ରେତା, କଳାକାର, କାରୀଗର, ଗୀତିକାର, କୃଷକ, ରୋଷେୟାମାନଙ୍କୁ ଉଦାହରଣ ସ୍ୱରୂପ ଡ଼ାକିବାକୁ ବିଚାର କରନ୍ତୁ ।

ସେହିପରି ପିତାମାତା, ଜେଜେବାପା ଓ ଜେଜେମାଆଙ୍କର ଅବଦାନ ଅନେକ ଅଛି । ଅତୀତକୁ ମନେପକାଇ ସେମାନେ ଶିକ୍ଷାର୍ଥୀମାନଙ୍କୁ ଆଞ୍ଚଳିକ ଇତିହାସ ଓ ସଂସ୍କୃତି ବିଷୟରେ ତଥ୍ୟ ପ୍ରଦାନ  କରିପାରିବେ ।

ସେହିପରି ଆପଣଙ୍କ ସହକର୍ମୀମାନଙ୍କୁ ପରାମର୍ଶ ଦେବାକୁ କୁହନ୍ତୁ ଏବଂ ସେହିଭଳି ଲୋକମାନଙ୍କ ବିଷୟରେ ତଥ୍ୟ ଦେବାକୁ  କୁହନ୍ତୁ ।

ଶିକ୍ଷଣକାର୍ଯ୍ୟ ୨: ଜଣେ ଅତିଥି ବ୍ୟକ୍ତି ଶ୍ରେଣୀଗୃହକୁ ଆମନ୍ତ୍ରିତ କରିବା

ସ୍ଥାନୀୟ ଗୋଷ୍ଠୀର ଜଣେ ସଦସ୍ୟଙ୍କୁ ଶ୍ରେଣୀ ପରିଦର୍ଶନ ପାଇଁ ଯୋଜନା କରନ୍ତୁ । ବକ୍ତାଙ୍କୁ ବ୍ୟକ୍ତିଗତ ଭାବରେ, ଫୋନକରି ବା ଲିଖିତ ଭାବରେ ଆମନ୍ତ୍ରଣ କରନ୍ତୁ । ଯଦି ସେମାନେ ରାଜି, ତେବେ ଯେଉଁ କାର୍ଯ୍ୟଗୁଡ଼ିକ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ଆଗ୍ରହପୂର୍ଣ୍ଣ ହେବ ତାଙ୍କ ସହ ତାର ବିଶଦ ଆଲୋଚନା କରନ୍ତୁ । ପରିଦର୍ଶନ ପାଇଁ ଏକ ତାରିଖ ନିର୍ଦ୍ଧାରଣ କରନ୍ତୁ ।

ବିଦ୍ୟାଳୟକୁ ଅତିଥି ବକ୍ତାଙ୍କର ପରିଦର୍ଶନ ସଂପର୍କରେ ଶିକ୍ଷାର୍ଥୀମାନଙ୍କୁ ଆଗରୁ ଜାଣିବାକୁ ଦିଅନ୍ତୁ ଓ ପ୍ରଶ୍ନଗୁଡ଼ିକୁ ପ୍ରସ୍ତୁତ କରିବାକୁ ସମୟ ନିର୍ଦ୍ଧାରଣ କରନ୍ତୁ ଯାହାର ଉତ୍ତର ପାଇବାକୁ ସେମାନେ ରହିବେ ।

ଅତିଥି ବକ୍ତାଙ୍କର ପରିଦର୍ଶନ ସହିତ ସଂପୃକ୍ତ ଥିବା ପରବର୍ତ୍ତି କାର୍ଯ୍ୟଗୁଡ଼ିକ ବିଷୟରେ ଆଗକୁ ଭାବନ୍ତୁ । ଉଦାହରଣ ସ୍ଵରୂପ ବକ୍ତାଙ୍କ ବୃତ୍ତିକୁ ସଂପର୍କିତ କରି କୌଣସି ନୂତନ ଶବ୍ଦର ଶିକ୍ଷଣ ପାଇଁ ଶିକ୍ଷାର୍ଥୀମାନଙ୍କୁ କିପରି ପୁନର୍ବଳନ କରିପାରିବେ ?

ଆପଣଙ୍କ ଶିକ୍ଷାର୍ଥୀମାନେ ପରେ ପରେ ଅତିଥିବକ୍ତାଙ୍କୁ ଧନ୍ୟବାଦ ପତ୍ର ଲେଖୁଦେବ, ଏହା ନିଶ୍ଚିତ କରନ୍ତୁ ।

ଟିକିଏ ଚିନ୍ତା କରନ୍ତୁ

  • ଅତିଥି ବକ୍ତାଙ୍କର ପରିଦର୍ଶନ ଫଳରେ ଭାଷା ଶିକ୍ଷଣର କେଉଁ ସୁଯୋଗମାନ ସୃଷ୍ଟି ହେଲା ?
  • ପରିଦର୍ଶନ ପରେ ଆପଣ ଶିକ୍ଷାର୍ଥୀମାନଙ୍କ ସହ କେଉଁ ପ୍ରକାର ଅନୁବର୍ତ୍ତୀ କାର୍ଯ୍ୟମାନ କରିବେ ?

ପରିଦର୍ଶନଗୁଡ଼ିକ ଯେପରି ବ୍ୟକ୍ତିଗତ ଓ ଦଳଗତ କାର୍ଯ୍ୟଗୁଡ଼ିକ ଦ୍ଵାରା ଅନୁସରଣ ହୁଏ । ଆପଣଙ୍କ ଶିକ୍ଷାର୍ଥୀମାନେ ସେମାନଙ୍କ ଅଭ୍ୟାସ ଖାତାରେ ଗୋଟିଏ ପରିଦର୍ଶନ ବିଷୟରେ ବର୍ଣ୍ଣନା କରି ଲେଖିପାରିବେ । ବିକଳ୍ପ ଭାବରେ, ଅତିଥି ବକ୍ତାଙ୍କର ଜୀବନର ଗୋଟିଏ ଦିନକୁ ବର୍ଣ୍ଣନା କରିପାରିବେ ସେମାନଙ୍କ କାର୍ଯ୍ୟ ବିଷୟରେ ସଂଗ୍ରହ କରିଥିବା ସୂଚନା ଆଧାରରେ । ଅତୀତର ଜୀବନ ସଂପର୍କରେ କହୁଥିବା ବକ୍ତାମାନଙ୍କ କ୍ଷେତ୍ରରେ, ଶିକ୍ଷାର୍ଥୀମାନେ ବର୍ତ୍ତମାନ ସହିତ ତୁଳନା କରି ଏକ ବର୍ଣ୍ଣନାତ୍ମକ ଲେଖା ଲେଖିପାରିବେ ।

ଶ୍ରେଣୀରେ ଅତିଥି ବକ୍ତାଙ୍କର ବିକଳ୍ପ ବା ଅନୁଗାମୀ ଭାବେ ଗୋଷ୍ଠୀର ସଦସ୍ୟମାନଙ୍କୁ ଚିହ୍ନଟ କରି ସ୍ଥାନୀୟ ସାକ୍ଷାତକାର କରିବାକୁ ବୟସ୍କ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରାଯାଇପାରେ । ଯଦି ସୁବିଧା ଥାଏ। ଏହି ସାକ୍ଷାତକାରର ମୋବାଇଲ ଫୋନ ବା ଅନ୍ୟ କୌଣସି ଯନ୍ତ ସାହାଯ୍ୟରେ ରେକର୍ଡିଙ୍ଗ କରି ରଖିପାରିବେ ।

ଏକ ପରିପୂରକ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କର ଛୋଟ ଦଳ ସାକ୍ଷାତକାରର ଉତ୍ତରଗୁଡ଼ିକୁ ଏକତ୍ରକରି ଆପଣଙ୍କ ଶିକ୍ଷାର୍ଥୀମାନେ ଗୋଟିଏ ଅଞ୍ଚଳ ପରିପ୍ରେକ୍ଷିରେ ଏକ ସ୍ଥାନୀୟ ସମସ୍ୟାକୁ ବିଚାର କରି ଶ୍ରେଣୀ ପ୍ରକଳ୍ପ ଲେଖି ପାରିବେ । ଏହିପରି ଶିକ୍ଷାର୍ଥୀମାନଙ୍କର କାର୍ଯ୍ୟକୁ ସେମାନେ ଯଦି ପ୍ରକାଶ କରିବାକୁ ବିଚାର କରନ୍ତି, ଆପଣ ସ୍ଥାନୀୟ ଖବରକାଗଜକୁ ଅନୁରୋଧ କରିପାରନ୍ତି ।

ଶିକ୍ଷାର୍ଥୀମାନେ ଭୂମିକା ଅଭିନୟ ସହ ଅତିଥି ପରିଦର୍ଶନ ଓ ସାକ୍ଷାତକାରଗୁଡ଼ିକର ଅନୁଗାମୀ ହୋଇପାରିବେ । ଯୋଡ଼ିରେ କାର୍ଯ୍ୟ କରି ଜଣେ ବ୍ୟକ୍ତି ସାକ୍ଷାତକାର ନେଇଥିବା ବ୍ୟକ୍ତିର ଭୂମିକାରେ ରହିପାରିବ ଓ ଅନ୍ୟ ଜଣଙ୍କ ସାକ୍ଷାତକାରୀ ଭାବରେ । ଭୂମିକା ଅଭିନୟ ଗୁଡ଼ିକ ବଭୃତା ମାଧ୍ୟମରେ ବା ପୂର୍ବରୁ ଲେଖା ହୋଇପାରେ । ଏଗୁଡ଼ିକ ସହପାଠୀମାନଙ୍କ ଆଗରେ ବା ଅନ୍ୟ ଶ୍ରେଣୀରେ ଅଭିନୟ କରାଯାଇପାରିବ । ଯେଉଁଠି ସୁବିଧା ମାନ ଉପଲବ୍ଧ ଶିକ୍ଷାର୍ଥୀମାନଙ୍କ ଏହି ଅଭିନୟଗୁଡ଼ିକୁ ଧରି ରଖିବା ପାଇଁ ଦୃଶ୍ୟ ଓ ଶ୍ରାବ୍ୟ ଉପକରଣ ଦ୍ଵାରା ଲିପିବଦ୍ଧ କରିପାରିବା ସର୍ବୋକୃଷ୍ଟ ଉପାୟ ହୋଇପାରିବ ।

ଭୂମିକା ଅଭିନୟ ଉପରେ ଅଧିକ ସୂଚନା ପାଇଁ, କୈନ୍ଦ୍ରିକ ସମ୍ବଳ " ଗଳ୍ପକଥନ, ଗୀତ, ଭୂମିକା ଅଭିନୟ ଓ ନାଟକ" ପଢ଼ନ୍ତୁ ।

ଟିକିଏ ଚିନ୍ତା କରନ୍ତୁ

ଉପରେ ପ୍ରସ୍ତାବିତ ଅନୁବର୍ତ୍ତୀ କାର୍ଯ୍ୟଗୁଡ଼ିକୁ ବିଚାର କରନ୍ତୁ ।

  • ପ୍ରତ୍ୟେକଙ୍କ ପାଇଁ ‘କ’, ‘ଶ୍ର’, ‘ପ', 'ଲି' ଅକ୍ଷର ବ୍ୟବହାର କରି ସୂଚିତ କରନ୍ତୁ ଯେ ଏଗୁଡ଼ିକର କଥନ, ଶ୍ରବଣ, ପଠନ ବା ଲିଖନ ଦକ୍ଷତା ସଂପୃକ୍ତ ହୋଇଛି ବା ଏସବୁ ଦକ୍ଷତାର ଏକ ସମିଶ୍ରଣ ହୋଇଛି ।
  • ଅନ୍ୟ କେଉଁ ଦକ୍ଷତାଗୁଡ଼ିକୁ ସେମାନେ ସନ୍ନିବେଶିତ କରନ୍ତି ?

ବିଦ୍ୟାଳୟ ଚତୁଃପାର୍ଶ୍ଵରେ ଥିବା ସ୍ଥାନୀୟ ସମ୍ବଳ

ବିଦ୍ୟାଳୟ ଚତୁଃପାର୍ଶ୍ଵ ପରିବେଶରେ ଭାଷା ଓ ସାକ୍ଷରତା ସଂପର୍କିତ ଅନେକ ଗୁଡ଼ିଏ ସୁଯୋଗ ଆପଣ ଯାଇ ପାରିବେ ।

ପରିସ୍ଥିତି ଅନୁଧ୍ୟାନ ୨: ବିଦ୍ୟାଳୟକୁ ଯାତ୍ରା

ଶ୍ରୀଯୁକ୍ତ ମାନିକ ମୟୁରଭଞ୍ଜ ଜିଲ୍ଲାର ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ଶିକ୍ଷାର୍ଥୀମାନଙ୍କ ବିଦ୍ୟାଳୟକୁ ଯାତ୍ରାକୁ କିପରି ଶ୍ରେଣୀରେ କଥୋପକଥନ ସଂପର୍କିତ କାର୍ଯ୍ୟର ଆଧାର ରୂପେ ବ୍ୟବହାର କରିଛନ୍ତି ତାହା ଏଠାରେ ବର୍ଣ୍ଣନା କରନ୍ତି ।

ବିଦ୍ୟାଳୟକୁ ଯିବାର ମୋ ନିଜର ସାଧାରଣ ଅନୁଭୂତିକୁ ଶିକ୍ଷାର୍ଥୀମାନଙ୍କୁ କହି ମୁଁ ପ୍ରସଙ୍ଗଟିକୁ ଆରମ୍ଭ କଲି । ପର୍ଯ୍ୟାପ୍ତ ଭାବରେ ଏଥିରେ ଆଗ୍ରହପୂର୍ଣ୍ଣ କଥାଗୁଡ଼ିକ ରହିଛି। ଏହା ନିଶ୍ଚିତ କରିବାକୁ ମୁଁ ପୂର୍ବରୁ ଲେଖା ପ୍ରସ୍ତୁତ କରି ଅଭ୍ୟାସ କରିଥିଲି ଯାହା ସନ୍ଧ୍ୟାରେ କହିବାକୁ ଥିଲା । ମୁଁ ଧୀର ଓ ସ୍ପଷ୍ଟ ଭାବେ ଯେତେ ଅଧୁକ ସମ୍ଭବ ପ୍ରକାଶନ ଭଙ୍ଗୀ ସହ ବିଭିନ୍ନ ଭାଗ ମଧ୍ୟରେ ବିରତି ନେଇ କହିଲି ଓ ମୋ ଶିକ୍ଷାର୍ଥୀମାନେ ଅନୁସରଣ କରୁଛନ୍ତି କି ନାହିଁ ତଦାରଖ କଲି । ମୁଁ ଏଥିରେ ସ୍ଥାନିତ କଲି ଯେ ମୁଁ କେଉଁଠାରୁ ଯାତ୍ରା ଆରମ୍ଭ କଲି, କେଉଁ ସମୟରେ ମୁଁ ଘର ଛାଡ଼ିଲି, ସାଧାରଣ ଭାବରେ ଯାତ୍ରା କେତେ ସମୟ ନେଲା, କି ପ୍ରକାର ପରିବହନ ମାଧ୍ୟମ ଏଥିରେ ସାମିଲ ଥିଲା, କି କି ଭୂମି ରୂପଗୁଡ଼ିକୁ ମୁଁ ଅତିକ୍ରମ କଲି, ବାଟରେ କ’ଣ ଆକର୍ଷଣୀୟ ଜିନିଷ ପାଇଲି, କାହାକୁ ସବୁବେଳେ ଦେଖୁଲି, କାହା ସହିତ ସାଧାରଣତଃ କଥା ହେଲି ଓ ଏଥିରେ ମୁଁ କ’ଣ ଭାଷା ବ୍ୟବହାର କଲି ଇତ୍ୟାଦି । ମୋ ଯାତ୍ରା ଉପରେ ଋତୁ ପରିବର୍ତନର ପ୍ରଭାବ ଯଥା ବିଭିନ୍ନ ପ୍ରକାର ପରିବହନ ମାଧ୍ୟମର ବ୍ୟବହାର ଓ ଦୃଶ୍ୟପଟର ପରିବର୍ତନ ବିଷୟରେ କହି ମୋର କଥୋପକଥନ ବନ୍ଦ କଲି ।

ଏହାକୁ ଅନୁସରଣ କରି ମୋ ଶିକ୍ଷାର୍ଥୀମାନେ ସେମାନଙ୍କ ବିଦ୍ୟାଳୟକୁ ଯିବାର ଗୋଟିଏ ଦୁଇଟି କଥା ମୁଁ ସେମାନଙ୍କୁ କହିବାକୁ କହିଲି । ମୁଁ, ଏହାପରେ ପରଦିନ ସକାଳୁ ସେମାନେ ବିଦ୍ୟାଳୟକୁ ଆସିବାରେ ସ୍ଵତନ୍ତ ଧ୍ୟାନ ଦେବାକୁ ପ୍ରତ୍ୟେକଙ୍କୁ କହିଲି ।

ପରଦିନ ମୁଁ ଶ୍ରେଣୀକୁ ଗଣ୍ଠରୋଟି ଦଳରେ ବସାଇଲି ଓ ସହାୟକ ସୂଚନା ଭାବେ ନିମ୍ନ ପ୍ରଶ୍ନଗୁଡ଼ିକୁ ବ୍ୟବହାର କରି ଜଣେ ଅନ୍ୟଜଣକୁ ସେମାନଙ୍କ ବିଦ୍ୟାଳୟକୁ ଯିବା ବିଷୟରେ କହିବାକୁ କହିଲି ।

  • ତୁମର ଯାତ୍ରା କେଉଁଠାରୁ ଆରମ୍ଭ କର ?
  • ତୁମେ କେଉଁ ଯାନ ବ୍ୟବହାର କର ?
  • କେତେ ସମୟ ଯାତ୍ରା କର ?। ଋତୁଗୁଡ଼ିକ ଅନୁଯାୟୀ ଏହା ଅଧୁକ ସମୟ ନିଏ କି ?
  • ବାଟରେ ତୁମର ପ୍ରିୟ ସ୍ଥାନ ଗୁଡ଼ିକ କ'ଣ ?
  • ସାଧାରଣତଃ ତୁମେ କ’ଣ ଦେଖା ?
  • ତୁମେ କାହା ସହ କଥା ହୁଅ ? ସେମାନଙ୍କ ସହ କଥା ହେବାରେ ତୁମେ କେଉଁ ଭାଷା ବ୍ୟବହାର କର ? ସେ ଘର ଭାଷା ବା ବିଦ୍ୟାଳୟ ଭାଷାରେ ତଥ୍ୟ ବିନିମୟ କରନ୍ତୁ ନା କାହିଁକି, ମୋର ପ୍ରତ୍ୟେକ ଶିକ୍ଷାର୍ଥୀମାନଙ୍କର କହିବାକୁ ପର୍ଯ୍ୟାପ୍ତ ଥିବା ଭଳି ମନେ ହେଉଥିଲା ।

ପରିଶେଷରେ ଆମେ ଶ୍ରେଣୀରେ ସ୍ଥିର କଲୁ କେଉଁ ଶିକ୍ଷାର୍ଥୀମାନେ ଅଧୁକ ଦୂରରେ ରୁହନ୍ତି, ସେମାନଙ୍କ ମଧ୍ୟରୁ କେଉଁମାନେ ଅଧୁକାଂଶ ଲୋକମାନଙ୍କ ସହିତ କଥା ହୁଅନ୍ତି ଓ ବିଦ୍ୟାଳୟକୁ ଆସୁଥିବା ସମୟରେ କେଉଁମାନେ ଜଣେ ଅନ୍ୟଜଣଙ୍କୁ ଭେଟନ୍ତି ।

ଟିକିଏ ଚିନ୍ତା କରନ୍ତୁ

  • ଶ୍ରୀଯୁକ୍ତ ମାନିକଙ୍କ ଶିକ୍ଷାର୍ଥୀମାନେ ଦଳଗତ ଆଲୋଚନା ପାଇଁ କେଉଁ ସବୁ ଉପାୟ ସଂଗଠିତ ହୋଇପାରିଲେ ?
  • କେଉଁ ପ୍ରକାର କାର୍ଯ୍ୟକୁ ଆପଣ ଚିନ୍ତା କରିବେ ଯାହା ଆଲୋଚନା ଗୁଡ଼ିକୁ ଅନୁସରଣ କରିପାରିବ ?

ଶିକ୍ଷାର୍ଥୀମାନେ ଯେ କି ଏକା ସ୍ଥାନରେ ବାସକରନ୍ତି ବା ଏକତ୍ର ଭ୍ରମଣ କରନ୍ତି ସେହି ଅନୁସାରେ ଦଳଗୁଡିକୁ ସଂଗଠିତ କରାଯାଇପାରିବ ବା ମିଶ୍ରିତ ଦଳ କରାଯାଇ ପାରିବ ।

ପରାମର୍ଶ ଦିଆଯାଇଥିବା ଅନୁସୃତ କାର୍ଯ୍ୟ ତାଲିକାରେ ନିମ୍ନୋକ୍ତ କାର୍ଯ୍ୟଗୁଡ଼ିକ ସଂପୃକ୍ତ କରାଯାଇପାରେ ।

  • ଶିକ୍ଷାର୍ଥୀମାନେ ସେମାନଙ୍କ ବାଟରେ ଦେଖୁଥିବା କେତେକ ଜିନିଷକୁ ନେଇ ଗୋଟିଏ ଚିତ୍ର ଆଙ୍କିବା
  • ସେମାନଙ୍କ ଯାତ୍ରାର ଏକ ବର୍ଣ୍ଣିତ ଓ ଟୀକା ସହ ମାନଚିତ୍ର ଆଙ୍କିବା
  • ସେମାନଙ୍କ ଯାତ୍ରାର ଏକ ବର୍ଣ୍ଣନା ଲେଖିବା
  • ସେମାନଙ୍କ ଯାତ୍ରା ବିଷୟରେ ଏକ କବିତା ଲେଖୁବା
  • ଶ୍ରେଣୀ ମଧ୍ୟରେ ଶିକ୍ଷାର୍ଥୀମାନଙ୍କ ଯାତ୍ରାର ପାର୍ଥକ୍ୟ ଓ ସମାନତାଗୁଡ଼ିକୁ ବିଶ୍ଳେଷଣ କରି ଗୋଟିଏ ଶ୍ରେଣୀ ପ୍ରକଳ୍ପ ହାତକୁ ନେବା

କିଛି ସପ୍ତାହ ବା ମାସ ପରେ ପରିବର୍ତ୍ତନ କରି ଆପଣ ଏହି କାର୍ଯ୍ୟକୁ ସଂପ୍ରସାରିତ କରିପାରିବେ ଓ ସେମାନଙ୍କ ଯାତ୍ରାରେ କ’ଣ ପରିବର୍ତ୍ତନ ଘଟିଛି ଶିକ୍ଷାର୍ଥୀମାନଙ୍କୁ ପଚାରି ପାରିବେ । ଏହା ହୋଇପାରେ ଯେ ରାସ୍ତାର ଉନ୍ନତି ଘଟିଛି, ନୂଆ କୋଠାଘର ତିଆରି ହୋଇଛି, ବା ଭେଟୁ ଥିବା  ଲୋକମାନେ ପରିବର୍ତ୍ତନ ହୋଇଛନ୍ତି । ଉଦାହରଣ ସ୍ଵରୂପ ଏହା ସହିତ ଫସଲ ଗୁଡ଼ିକ ଅମଳ ହୋଇଯାଇ ପାରିଥାଏ, ଋତୁରେ ନିଦ୍ଧିଷ୍ଟ ଫଳମାନ ହୋଇପାରେ, ବା ରାସ୍ତା ଧୋଇ ହୋଇଯାଇ ପାରିଥାଏ ।

ସାରାଂଶ

ତତକ୍ଷଣାତ ମିଳୁଥିବା ଉପାଦାନଗୁଡ଼ିକୁ ଆଧାର କରି ଆପଣ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ଭାଷା ଓ ସାକ୍ଷରତା କାର୍ଯ୍ୟଗୁଡ଼ିକୁ କିପରି ପରିପୂରଣ ଓ ବିକଶିତ କରିପାରିବେ ତାହା ଏହି ଏକକରେ ବର୍ଣ୍ଣିତ ହୋଇଛି । ଏହି ସମ୍ବଳଗୁଡ଼ିକ ଛପା ଯାଇଥିବା, ବହି ବା ସ୍ଥାନୀୟ ଜାଗାମାନ ହୋଇପାରେ ଯାହା ସବୁ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ଅର୍ଥପୁର୍ଣ୍ଣ ଉପାୟରେ ଶୁଣିବା, କହିବା, ପଢ଼ିବା ଓ ଲେଖିବା ପାଇଁ ସୁଯୋଗ ପ୍ରଦାନ କରିବ । ଆପଣ ବ୍ୟବହାର କରୁଥିବା ସ୍ଥାନୀୟ ସମ୍ବଳଗୁଡ଼ିକର ପରିମାଣ ଦୀର୍ଘ ସମୟ ଧରି ବୃଦ୍ଧି କରି ଏହା ନିଶ୍ଚିତ କରିପାରିବେ ଯେ ଆପଣଙ୍କ ଶିକ୍ଷାର୍ଥୀମାନେ ବାସ୍ତବ ଓ ଅର୍ଥପୂର୍ଣ୍ଣ ପାଠରେ ସଂପୃକ୍ତ ହେଉଛନ୍ତି ଯାହା ସେମାନେ ବିଦ୍ୟାଳୟ ବାହାରେ ସାସ୍ନା କରିବେ ।

ସମ୍ବଳ ସମୂହ

ସମ୍ବଳ ୧: ସ୍ଥାନୀୟ ସମ୍ବଳ ସମୂହର ବ୍ୟବହାର କରିବା

ଶିକ୍ଷାଦାନରେ ଅନେକ ଗୁଡ଼ିଏ ଶିକ୍ଷଣ ସମ୍ବଳ ବ୍ୟବହାର କରାଯାଇ ପାରିବ, କେବଳ ପାଠ୍ୟପୁସ୍ତକ ନୁହେଁ, ଯଦି ଆପଣ ଶିଖିବାକୁ ଉପାୟମାନ ପ୍ରଦାନ କରନ୍ତି ଯାହା ବିଭିନ୍ନ ଇନ୍ଦ୍ରିୟର ବ୍ୟବହାର କରିଥାଏ । ( ଦର୍ଶନ, ଶ୍ରବଣ, ସ୍ପର୍ଶ, ପ୍ରାଣ ଓ ସ୍ଵାଦ), ତେବେ ଶିକ୍ଷାର୍ଥୀମାନେ ଶିଖିଥିବା ବିଭିନ୍ନ ଉପାୟ ପ୍ରତି ଆପଣ ଦୃଷ୍ଟି ଆକର୍ଷଣ କରିପାରିବେ । ସ୍ୱଳ୍ପ ବା ବିନା ମୂଲ୍ୟରେ ଯେ କୌଣସି ବିଦ୍ୟାଳୟ ନିଜସ୍ଵ ସମ୍ବଳ ସୃଷ୍ଟି କରିପାରିବ । ସ୍ଥାନୀୟ ଅଞ୍ଚଳରୁ ଏହି ପଠନ ସାମଗ୍ରୀଗୁଡ଼ିକୁ ଆଣି ପାଠ୍ୟକ୍ରମ ଓ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଜୀବନ ସହ ସଂଯୋଗ କରାଯାଇପାରିବ ।

ଆପଣଙ୍କ ନିକଟତମ ପରିବେଶରେ ଆପଣ ଲୋକମାନଙ୍କୁ ଦେଖିବାକୁ ପାଇବେ ଯାହାଙ୍କର ବିଭିନ୍ନ ପ୍ରସଙ୍ଗରେ ପାରଦର୍ଶିତା ଥାଏ, ଆପଣ ମଧ୍ୟ ବିଭିନ୍ନ ପ୍ରକାରର ପ୍ରାକୃତିକ ସମ୍ବଳ ଦେଖିବାକୁ ପାଇବେ । ଏଗୁଡ଼ିକ ଆପଣଙ୍କୁ ସ୍ଥାନୀୟ ଗୋଷ୍ଠୀ ସହିତ ସଂଯୋଗ ସୃଷ୍ଟି କରିବାରେ, ମୂଲ୍ୟ ପ୍ରଦର୍ଶିତ କରିବାରେ, ସୋମନଙ୍କ ପରିବେଶର ସମୃଦ୍ଧତା ଓ ବିବିଧତାକୁ ଦେଖିବା ପାଇଁ ଉଦ୍ଦୀପିତ କରିବାରେ ସାହାଯ୍ୟ କରିପାରିବ ଓ ବୋଧହୁଏ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଏହା ଯେ ଏକ ସାମଗ୍ରୀକ ପନ୍ଥାଭାବରେ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ପାଇଁ କାମ କରେ - ଯାହା ବିଦ୍ୟାଳୟ ଭିତରେ ଓ ବାହାରେ ଶିକ୍ଷଣ ପାଇଁ ସହାୟକ ।

ଆପଣଙ୍କ ଶ୍ରେଣୀଗୁହକୁ ସର୍ବାଧିକ ଆକର୍ଷଣୀୟ କରିବା

ଲୋକମାନେ ସେମାନଙ୍କ ଘରଗୁଡ଼ିକୁ ଯଥା ସମ୍ଭବ ଆକର୍ଷଣୀୟ କରିବାରେ କଷ୍ଟ କରନ୍ତି । ପରିବେଶ ସଂପର୍କରେ ଏଭଳି ଚିନ୍ତନ ମୂଲ୍ୟବାନ ଅଟେ ଯେଉଁଠାରେ ଆପଣଙ୍କ ଶିକ୍ଷାର୍ଥୀମାନେ ଶିଖିବାକୁ ଆପଣ ଆଶା କରନ୍ତି । ଆପଣଙ୍କ ଶ୍ରେଣୀଗୃହ ଓ ବିଦ୍ୟାଳୟକୁ ଶିଖିବା ନିମିତ୍ତ

ଆକର୍ଷଣୀୟ କରିବାରେ ଆପଣ ଯେ କୌଣସି କାର୍ଯ୍ୟ କରିପାରିବେ ଯାହାର ଏକ ସକାରାତ୍ମକ ପ୍ରଭାବ ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ଉପରେ ପଡିବ । ଆପଣଙ୍କ ଶ୍ରେଣୀକୁ ଆଗ୍ରହପୂର୍ଣ୍ଣ ଓ ଆକର୍ଷଣୀୟ କରିବାକୁ ପର୍ଯ୍ୟାପ୍ତ ଉପାଦାନ ରହିଛି । ଉଦାହରଣ ସ୍ଵରୂପ ଆପଣ ନିମ୍ନଲିଖିତ କାର୍ଯ୍ୟ ସବୁ କରିପାରିବେ :-

  • ପୁରୁଣା ପତ୍ରପତ୍ରିକା ଓ ତଥ୍ୟ ଭିତ୍ତିକ ପୁସ୍ତକ ମାନଙ୍କରୁ ପୋଷ୍ଟର ପ୍ରସ୍ତୁତି
  • ସାଂପ୍ରତିକ ପ୍ରସଙ୍ଗକୁ ସଂପର୍କିତ କରି ବିଭିନ୍ନ ଜିନିଷ ଓ କଳାକୃତିଗୁଡ଼ିକୁ ଆଣିବା
  • ଆପଣଙ୍କ ଶିକ୍ଷାର୍ଥୀମାନଙ୍କ କୃତିର ପ୍ରଦର୍ଶନ
  • ଶିକ୍ଷାର୍ଥୀମାନଙ୍କୁ ନୂତନ ଶିକ୍ଷଣ ପାଇଁ ଉତ୍ସୁକ ଓ ପ୍ରସ୍ତୁତ କରିବାକୁ ଶ୍ରେଣୀଗୃହ ପ୍ରଦର୍ଶନର ପରିବର୍ତ୍ତନ କରିବା

ସ୍ଥାନୀୟ ବିଶେଷଜ୍ଞମାନଙ୍କର ଦକ୍ଷତାକୁ ଶ୍ରେଣୀରେ ବିନିଯୋଗ କରିବା

ଯଦି ଆପଣ ଗଣିତରେ ଟଙ୍କା ବା ପରିମାଣ ଉପରେ ଶିକ୍ଷଣ କାର୍ଯ୍ୟ କରୁଛନ୍ତି, ଆପଣ ବଜାରର ବିକ୍ରେତା ବା ପୋଷାକ ତିଆରି କରୁଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ କାମରେ କିପରି ଗଣିତ ବ୍ୟବହାର କରୁଛନ୍ତି ବୁଝାଇବାକୁ ଶ୍ରେଣୀଗୁହକୁ ଆମନ୍ତ୍ରିତ କରିପାରିବେ । କଳାରେ ଯଦି ଆପଣ ଢାଞ୍ଚା (Pattern) ବାଆକାର (Shape ) ସଂପର୍କରେ ଅନୁସନ୍ଧାନ କରୁଛନ୍ତି, ତେବେ ଆପଣ ବିଭିନ୍ନ ଆକାର, ପରିକଳ୍ପନା, ପରମ୍ପରା ଓ କୌଶଳ ଆଦିକୁ ବୁଝାଇବା ପାଇଁ ଆପଣ ମେହେନ୍ଦୀ ସାଜ କରୁଥିବା (ବାହାଘର ସମୟରେ) ବ୍ୟକ୍ତିଙ୍କୁ ବିଦ୍ୟାଳୟରେ ଡ଼ାକିପାରିବେ । ଅତିଥିମାନଙ୍କୁ ଆମନ୍ତ୍ରିତ କରିବା ସବୁଠାରୁ ଭଲ କାମ କରେ ଯେତେବେଳେ ସଭିଙ୍କୁ ଶୈଖୁକ ଲକ୍ଷ୍ୟଗୁଡ଼ିକ ସହିତ ସଂଯୋଗ ସ୍ପଷ୍ଟ ହୋଇଥାଏ ଓ ସମୟ ସାରଣୀର ଆଶା ଅନୁଯାୟୀ ବିନିମୟ ହୋଇଥାଏ ।

ଆପଣଙ୍କ ବିଦ୍ୟାଳୟ ଗୋଷ୍ଠୀରେ ମଧ୍ୟ ବିଶେଷଜ୍ଞମାନେ ଥାଇପାରନ୍ତି (ଯେପରି ରୋଷେୟା ବା ତତ୍ଵାବଧାରକ) ଯେଉଁମାନେ କି ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ପାଇଁ ସେମାନଙ୍କ ଦ୍ଵାରା ଛାୟା ଆକାରରେ ବା ସାକ୍ଷାତକାର ପାଇଁ ଗ୍ରହଣ କରାଯାଇ ପାରିବେ । ରୋଷେଇରେ ବ୍ୟବହାର ହେଉଥିବା ପରିମାଣ ବିଷୟରେ ଜାଣିବା ପାଇଁ ବା ଜଳବାୟୁ ଅବସ୍ଥା ବିଦ୍ୟାଳୟର ପରିସର ଓ କୋଠାବାଡ଼ି ଉପରେ କି ପ୍ରଭାବ ପକାଇଥାଏ। ସେଥି ପାଇଁ ମଧ୍ୟ ବ୍ୟବହାର କରିପାରିବେ ।

ବାହ୍ୟ ପରିବେଶର ବ୍ୟବହାର କରିବା

ଆପଣଙ୍କ ଶ୍ରେଣୀଗୃହ ବାହାରେ ବିସ୍ତୁତ ସମ୍ବଳ ସମୂହ ରହିଛି, ଯାହା ଆପଣ ଆପଣଙ୍କ ପାଠଗୁଡ଼ିକରେ ବ୍ୟବହାର କରିପାରିବେ । ଆପଣ ଉପାଦାନଗୁଡିକୁ ସଂଗ୍ରହ କରିପାରିବେ (ବା ଆପଣଙ୍କ ଶ୍ରେଣୀକୁ ସଂଗ୍ରହ କରିବାକୁ କହିବେ) ଯଥା ପତ୍ର, ବୁଢ଼ିଆଣି, ଗଛ, କୀଟ ପତଙ୍ଗ, ଶିଳା ବା କାଠ ଇତ୍ୟାଦି । ଏହି ସମ୍ବଳଗୁଡ଼ିକୁ ଶ୍ରେଣୀକୁ ଆଣିଲେ । ଏକ ଆଗ୍ରହପୂର୍ଣ୍ଣ ଶ୍ରେଣୀଗୃହ ପ୍ରଦର୍ଶନକୁ ଆଗେଇ ନେଇପାରିବ ଯାହା ପାଠଗୁଡ଼ିକରେ ସଂପର୍କିତ କରାଯାଇପାରିବ । ସେମାନେ ଆଲୋଚନା ବା ପରୀକ୍ଷଣ ପାଇଁ ଉପାଦାନ ଯୋଗାଇ ପାରିବେ ଯେପରି ବର୍ଗକରଣରେ ଏକ କାର୍ଯ୍ୟ ବା ସଜୀବ ବା ନିର୍ଜାବ ଉପାଦାନ । ବସ ସମୟ ସାରଣୀ ବା ବିଜ୍ଞାପନ ଭଳି ସମ୍ବଳ ସମୂହ ମଧ୍ୟ ରହିଛି ଯାହା ତତକାଳ ମିଳିପାରିବ ଓ ଆପଣଙ୍କ ସ୍ଥାନୀୟ ଗୋଷ୍ଠୀ ପାଇଁ ପ୍ରାସଙ୍ଗିକ ହୋଇପାରିବ । ଶିକ୍ଷାର୍ଥୀମାନଙ୍କୁ ଶବ୍ଦଗୁଡ଼ିକୁ ଚିହ୍ନଟ କରିବା, ଗୁଣ ଗୁଡ଼ିକର ତୁଳନା କରିବା ବା ଯାତ୍ରା ସମୟକୁ ହିସାବ କରିବା ଆଦି କାର୍ଯ୍ୟଗୁଡ଼ିକୁ ଦେଇ ଏଗୁଡ଼ିକୁ ଶିକ୍ଷଣ ସମ୍ବଳ ସମୂହରେ ପରିଣତ କରାଯାଇପାରିବ ।

ବାହାରୁ ପଦାର୍ଥଗୁଡ଼ିକୁ ଶ୍ରେଣୀ ଭିତରକୁ ଅଣାଯାଇପାରିବ । ବାହାର ପରିବେଶ ଆପଣଙ୍କ ଶ୍ରେଣୀ ଗୃହର ଏକ ସଂପ୍ରସାରଣ ମଧ୍ୟ ହୋଇ ପାରିବ । ସାଧାରଣତଃ ବାହାରକୁ ଯିବାକୁ ଓ ସବୁ ଶିକ୍ଷାର୍ଥୀମାନଙ୍କ ପାଇଁ ସହଜରେ ଦେଖିବାକୁ ଅନେକ ଜାଗା ଅଛି । ଯେତେବେଳେ ଆପଣ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ ଶିଖାଇବା ପାଇଁ ବାହାରକୁ ନିଅନ୍ତି, ସେମାନେ ଏହି ସବୁ କାର୍ଯ୍ୟ କରିପାରିବେ ଯେପରି

  • ଦୂରତା ଗୁଡ଼ିକୁ ଅଟକଳ କରିବା ଓ ମାପିବା
  • କେନ୍ଦ୍ରବିନ୍ଦୁ ଠାରୁ ବୃତ୍ତର ସମସ୍ତ ବିନ୍ଦୁର ଦୂରତା ଯେ ସମାନ ଏହା ପ୍ରଦର୍ଶିତ କରିବା
  • ଦିନର ବିଭିନ୍ନ ସମୟରେ ଛାଇର ଦୈର୍ଘ୍ୟକୁ ଲିପିବଦ୍ଧ କରିବା
  • ଚିହ୍ନ ଓ ସୂଚନାଗୁଡିକ ପଢିବା
  • ସାକ୍ଷାତକାର ଓ ସର୍ବେକ୍ଷଣମାନ ପରିଚାଳନା କରିବା
  • ସୌରନାମ ତାଲିକା ସ୍ଥିର କରିବା
  • ଶସ୍ୟ ବୃଦ୍ଧି ଓ ବୃଷ୍ଟିପାତକୁ ଅନୁଧାନ କରିବା

ବାହାରେ, ସେମାନଙ୍କର ଶିକ୍ଷଣ ବାସ୍ତବତା ଓ ସେମାନଙ୍କର ନିଜ ଅଭିଜ୍ଞତାଗୁଡ଼ିକ ଉପରେ ଆଧାରିତ ଅଟେ ଓ ଅନ୍ୟ ପ୍ରସଙ୍ଗଗୁଡ଼ିକୁ ଏହା ଅଧିକ ହସ୍ତାନ୍ତର ଯୋଗ୍ୟ ହୋଇପାରେ ।

ଯଦି ଆପଣଙ୍କ ବାହାର କାର୍ଯ୍ୟ ବିଦ୍ୟାଳୟ ପରିସର ଛାଡ଼ିବା ସହ ସଂପର୍କିତ ହୋଇଥାଏ, ତେବେ ଯିବା ପୂର୍ବରୁ ଆପଣ ବିଦ୍ୟାଳୟ ମୁଖ୍ୟଙ୍କ ଅନୁମତି ଆଣିବା, ସମୟ ସାରଣୀ ଯୋଜନା କରିବା, ସୁରକ୍ଷା ପାଇଁ ତଦାରଖ କରିବା ଓ ଶିକ୍ଷାର୍ଥୀମାନଙ୍କ ପାଇଁ ସ୍ପଷ୍ଟ ନିୟମ କରିବାକୁ ଗୃହିଁ ପାରନ୍ତି । ଆପଣ ଓ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ କ'ଣ ଶିଖିବାକୁ ହେବ ଆପଣ ଛାଡ଼ିବା ପୂର୍ବରୁ ସେ ବିଷୟରେ ସ୍ପଷ୍ଟ ହେବା ଦରକାର ।

ସମ୍ବଳ ସମୂହକୁ ବିନିଯୋଗ କରିବା

ଶିକ୍ଷାର୍ଥୀମାନଙ୍କ ପାଇଁ ଆପଣଙ୍କ ପାଖରେ ଥିବା ସମ୍ବଳ ସମୂହକୁ ଅଧିକ ଉପଯୋଗୀ କରିବା ପାଇଁ ଏହାକୁ ବିଚାରକୁ ନେବାକୁ ଚାହିଁବେ । ଏହି ପରିବର୍ତ୍ତନ ହୁଏତ ଛୋଟ ହୋଇପାରେ କିନ୍ତୁ ଏହା ବଡ଼ ପାର୍ଥକ୍ୟ ସୃଷ୍ଟି କରିପାରିବ ବିଶେଷତଃ ଯେତେବେଳେ ଶ୍ରେଣୀରେ ସମସ୍ତ ଶିକ୍ଷାର୍ଥୀମାନଙ୍କ ପାଇଁ ଶିକ୍ଷଣକୁ ପ୍ରାସଙ୍ଗିକ କରିବାକୁ ଆପଣ ଚେଷ୍ଟା କରୁଛନ୍ତି । ଆପଣ ପାରିବେ, ଉଦାହରଣ ସ୍ୱରୂପ ଅନ୍ୟ ରାଜ୍ୟକୁ ସଂପର୍କିତ କରୁଥିବା ସ୍ଥାନ ଓ ବ୍ୟକ୍ତିମାନଙ୍କର ନାମକୁ ପରିବର୍ତନ କରନ୍ତୁ, ବା ଗୋଟିଏ ଗୀତରେ ବ୍ୟକ୍ତିର ଲିଙ୍ଗ ପରିବର୍ତନ କରନ୍ତୁ କିମ୍ବା ଗୋଟିଏ ଗପରେ ଜଣେ ଭିନ୍ନକ୍ଷମ ଶିକ୍ଷାର୍ଥୀର କଥାକୁ ଯୋଡ଼ନ୍ତୁ ଇତ୍ୟାଦି । ଆପଣଙ୍କ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ପାଇଁ ଏହିପରି ଉପାୟରେ ଆପଣ ସମ୍ବଳଗୁଡ଼ିକୁ ଅଧିକ ଅନ୍ତର୍ନିବେଶୀ କରିପାରିବେ ।

ଅଧିକ ବିଜ୍ଞ ବା ଦକ୍ଷ ହେବାକୁ ଆପଣଙ୍କ ସହକର୍ମାଙ୍କ ସାଙ୍ଗରେ କାମ କରନ୍ତୁ । ସମ୍ବଳଗୁଡ଼ିକୁ ସୃଷ୍ଟି କରିବା ଓ ବିନିଯୋଗ କରିବାରେ ଆପଣଙ୍କ ଭିତରେ ବିବିଧ ଦକ୍ଷତା ଥାଇପାରେ । ଜଣେ ସହକର୍ମାଙ୍କର ଗୀତରେ ଦକ୍ଷତା ଥାଇପାରେ, ଅନ୍ୟ ଜଣଙ୍କର କଣେଇ ତିଆରି କରିବା ବା ଶ୍ରେଣୀ ବାହାରେ ବିଜ୍ଞାନର ସଂଗଠନ କରିବାରେ ଥାଇପାରେ । ଆପଣଙ୍କ ଶ୍ରେଣୀରେ ସହକର୍ମୀମାନଙ୍କ ସହ ଏହି ସମ୍ବଳ ସମୂହର ବିନିମୟ କରିପାରିବେ । ଏହା ଆପଣଙ୍କ ବିଦ୍ୟାଳୟର ପ୍ରତିକ୍ଷେତ୍ରରେ ଏକ ସମୃଦ୍ଧ ଶିକ୍ଷଣ ପରିବେଶ ସୃଷ୍ଟି କରିବାରେ ଆପଣଙ୍କୁ ସାହାଯ୍ୟ କରିବ ।

ଆଧାର: ଟେସ-ଇଣ୍ଡିଆ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top