ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ସ୍ଵାମୀ ବିବେକାନନ୍ଦ
ସେଆର କରନ୍ତୁ

ସ୍ଵାମୀ ବିବେକାନନ୍ଦ

ସ୍ଵାମୀ ବିବେକାନନ୍ଦ (୧୨ ଜାନୁଆରୀ ୧୮୬୩ - ୪ ଜୁଲାଇ ୧୯୦୨) ବେଦାନ୍ତର ଜଣେ ବିଶ୍ଵ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ ।

ନରେନ୍ଦ୍ରନାଥ ଙ୍କ ଜନ୍ମ

ସ୍ଵାମୀ ବିବେକାନନ୍ଦ ନାମ ସହିତ ତୁମେମାନେ ପରିଚିତ । ତେବେ ବାପା ମା ତାଙ୍କ ନାମ ବିବେକାନନ୍ଦ ରଖି ନଥିଲେ । ସେମାନେ ପୁଅ ନାମ ଦେଇଥିଲେ ନରେନ୍ଦ୍ରନାଥ । ଗୁରୁ ଶ୍ରୀ ରାମକୃଷ୍ଣ ଶ୍ରଦ୍ଧାରେ ଡାକୁଥିଲେ ନରେନ୍ । ନରେନ୍ କାଳିକତାର ଜଣେ ଓକିଲ ବିଶ୍ଵନାଥ ଦତ୍ତଙ୍କ ପୁଅ । ମାଆଙ୍କ ନାମ ଭୁବନେଶ୍ଵରୀ ଦେବୀ । ଭୁବନେଶ୍ଵରୀଙ୍କ ଚାରୋଟି ଝିଅରୁ ଦୁଇଜଣ ମରି ଯାଇଥିଲେ । ପୁଅ ନଥିଲା ବୋଲି ଭୁବନେଶ୍ଵରୀଙ୍କ ମନ ଦୁଃଖ । ଶିବଙ୍କୁ ପୂଜା କରି ସେ ନରନ୍ଦ୍ରନାଥଙ୍କୁ ପାଇଲେ ।

୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ ଦିନ ନରେନ୍ଦ୍ରନାଥ ଜନ୍ମଗ୍ରହଣ କରିଥିଲେ । ପିତା ବିଶ୍ଵନାଥ ଥିଲେ ଜଣେ ଜ୍ଞାନୀ ବ୍ୟକ୍ତି । ମାତୃଭାଷା ବଙ୍ଗଳା ଓ ଇଂରାଜୀ ବ୍ୟତୀତ ବିଶ୍ଵନାଥ ପାର୍ଶୀ, ଆରବୀ, ଉର୍ଦ୍ଦୁ, ଓ ହିନ୍ଦୀ ଭାଷାରେ ଉତ୍ତମ ଜ୍ଞାନ ଥିଲା । ଓକିଲାତି କରି ସେ ବହୁତ ଟଙ୍କା ରୋଗଗାର କରୁଥିଲେ । ମାତ୍ର ଦୁଃଖୀ ଓ ଗରିବମାନଙ୍କୁ ବିଶ୍ଵନାଥ ହାତଖୋଲି ଦାନ ଦେଉଥିଲେ । ଫଳରେ ତାଙ୍କର ସଞ୍ଚୟ କିଛି ନଥିଲା ।

ପିଲାଦିନେ ନରେନ୍ ବଡ ଦୁଷ୍ଟ ଥିଲେ । ଖୁବ ରାଗି ବି । ପୁଅ ରାଗିଗଲେ ମାଆ ତାଙ୍କ ମୁଣ୍ଡରେ ପାଣି ଢାଳି “ଶିବ ଶିବ “ ଉଚ୍ଚାରଣ କରୁଥିଲେ । ଫଳରେ ନରେନ୍ ଙ୍କ ରାଗ ଶାନ୍ତ ହୋଇ ଯାଉଥିଲା । ବେଳେ ବେଳେ ଭୁବନେଶ୍ଵରୀ ପୁଅ ଉପରେ ଚିଡି ଯାଉଥିଲେ । କହୁଥିଲେ ଶିବଙ୍କୁ ପୂଜା କରି ପୁଅ ପାଇଲି ଯେ ଭୋଳାନାଥ ତାଙ୍କର ଗୋଟିଏ ଭୁତ କୁ ମୋ ପାଖକୁ ପଠେଇ ଦେଲେ ।

 

ନରେନ୍ ସିନା ରାଗି ଓ ଦୁଷ୍ଟ ଥିଲେ ମାତ୍ର ଅନେକ ଭଲ ଗୁଆନ ତାଙ୍କର ପିଲାଦିନରୁ ଜଣା ପଡୁଥିଲା । ମାଆ ଯେତେବେଳେ ତାଙ୍କୁ ମହାଭାରତ, ରାମାୟଣ, ଗପ ସବୁ ଗୁଣନ୍ତି , ନରେନ୍ ମନଦେଇ ସବୁ ଶୁଣନ୍ତି । ସେତେବେଳେ ଚଗଲା ହେବାର ପ୍ରଶ୍ନ ନଥାଏ । ଖେଳବେଳେ ସବୁ ପିଲାମାନେ ତାଙ୍କ କଥା ମାନନ୍ତି । ଖେଳରେ ସେ ରାଜା ହୁଅନ୍ତି । ସାଙ୍ଗମାନଙ୍କ ଭିତରେ କିଏ ହୁଏ ମନ୍ତ୍ରୀ, ସେନାପତି, ବା କଟୁଆଳ । ଅପରାଧ କରିଥିବା ଲୋକଙ୍କୁ ରାଜକର୍ମଚାରୀମାନେ ଧରି ଆଣନ୍ତି । ସେମାନଙ୍କର ବିଚାର ହୁଏ । ଏ ପିଲା ବ୍ୟତୀତ ଆଉ ଗୋଟିଏ ଖେଳ ନରେନ୍ ଙ୍କ ପ୍ରିୟ ଖେଳ । ତାହା ହେଉଛି ପଦ୍ମାସନରେ ବସି ଧ୍ୟାନ କରିବା । ଧ୍ୟାନ ଖେଳରେ ନରେନ୍ ଏକ ଲୟରେ ପଦ୍ମାସନରେ ବସି ଧ୍ୟାନ କରନ୍ତି । ସତେ ଯେପରି ଜଣେ ସନ୍ୟାସୀ ବା ଋଷି ।

ଘର ପାଖରେ ଗୋଟିଏ ପ୍ରାଥମିକ ସ୍କୁଲରେ ନରେନ୍ ଙ୍କ ପାଠ ଆରମ୍ଭ ହେଲା । ତାଙ୍କର ମନେ ରଖିବା ଶକ୍ତି ଓ ବୁଦ୍ଧି ଦେଖି ଶିକ୍ଷକମାନେ ଖୁସି ହେଲେ । ପିଲାଦିନୁ ବଡ ହୋଇ କଲେଜରେ ପଢିବା ପର୍ଯ୍ୟନ୍ତ ନରେନ୍ ଜଣେ ଖୁବ ଭଲ ଛାତ୍ର ଥିଲେ । ପାଠ ବ୍ୟତୀତ ଖେଳ କସରତରେ ତାଙ୍କ ଉତ୍ସାହ ଥାଏ । କଳା ଓ ସଙ୍ଗୀତ ପ୍ରତି ମଧ୍ୟ ସେ ଆକୃଷ୍ଟ ହୋଇଥିଲେ । ନରେନ୍ ଥିଲେ ଜଣେ ଗାୟକ । ତାଙ୍କର ଭକ୍ତି ସଙ୍ଗୀତ ଶୁଣି ଲୋକମନେ ଆନନ୍ଦ ଲାଭ କରୁଥିଲେ ।

ଶିକ୍ଷା ଲାଭ

୧୮୭୬ ଖ୍ରୀଷ୍ଟାବ୍ଦରେ ନରେନ୍ଦ୍ରନାଥ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାଶ କଲେ । ସ୍କୁଲ ଶିଖାସାରୀ କଲିକତାର ବିଖ୍ୟାତ ପ୍ରେସିଡେନସି କଲେଜରେ ନାମ ଲେଖାଇଲେ । କିଛିଦିନ ପରେ ସେଇ କଲିକତା ଆଉ ଏକ ବିଶିଷ୍ଟ କଲେଜ ସ୍କଟିସ ଚର୍ଚ୍ଚ କଲେଜକୁ ଆସିଲେ । ପାଠ ପଢା ବ୍ୟତୀତ ଇତିହାସ, ଦର୍ଶନଶାସ୍ତ୍ର ଓ ବିଭିନ୍ନ ଜ୍ଞାନ ବହିସବୁ ଆଗ୍ରହରେ ପଢିଲେ । ଭାରତବର୍ଷ ପ୍ରାଚୀନ ଇତିହାସ ଓ ବଡ ଦାର୍ଶନିକଙ୍କ ଚିନ୍ତାସବୁ ବୁଝିବାକୁ ତାଙ୍କର ବିଶେଷ ଆଗ୍ରହ ଥିଲା । ସବୁକଥା ଜାଣିବା,ବୁଝିବା ପ୍ରତି ତାଙ୍କର ଆଗ୍ରହ କଲେଜର ଅଧକ୍ଷ ହେଷ୍ଟି ସାବେହଙ୍କ ଦୃଷ୍ଟିରେ ପଡିଲା । ଅଧକ୍ଷ ଦାୟିତ୍ଵ ସମ୍ଭାଳିବା ସହିତ ହେଷ୍ଟି ସାହେବ ଇଂରାଜୀ ସାହିତ୍ୟ ପଢାଉଥିଲେ । ହେଷ୍ଟି ସାହେବ ଜଣେ ଅଭିଜ୍ଞ ପ୍ରଫେସର । ବହୁ ଦେଶ ଭ୍ରମଣ କରିଥିଲେ । ସେ କହନ୍ତି ଯେ ୟୁରୋପର ଦେଶମାନଙ୍କରେ ମଧ୍ୟ ତାଙ୍କ ପରି ବିଚକ୍ଷଣ ଛାତ୍ର ଦେଖିନାହାଁନ୍ତି । ଏ ତରୁଣା ନିଶ୍ଚିତ ଦିନେ ଜଣେ ବଡ ମଣିଷ ହେବ ବୋଲି ଅଧକ୍ଷ କହିଥିଲେ । ତାଙ୍କ କଥା ସତ ହେଲା ।

ନରେନ୍ ଜନ୍ମ ହେବାର ଦୁଇ, ତିନିସହ ବର୍ଷ ପୂର୍ବରୁ ହିନ୍ଦୁ ଧର୍ମ ମଇଳା ଦୂର କରିବାର ଉଦ୍ୟମ ଆରମ୍ଭ ହୋଇଯାଇଥିଲା । ଏ ଦିଗରେ ବଙ୍ଗଳାରେ ଜନ୍ମଲାଭ କରିଥିବା ରାଜା ରାମମୋହନ ରାୟଙ୍କର ଅନେକ ଅବଦାନ ଅଛି । ରାମ ମୋହନ ହିନ୍ଦୁ ସମାଜର ଅନେକ କୁ ସଂସ୍କାର ଦୂର କରିଥିଲେ । ସେ ମଧ୍ୟ ବ୍ରାହ୍ମ ସମାଜ ପ୍ରତିଷ୍ଠା କରିଥିଲେ । ବ୍ରାହ୍ମ ଧର୍ମ ହିନ୍ଦୁ ଧର୍ମ ଗୋଟିଏ ଶାଖା , ବ୍ରାହ୍ମ ଏକ ବ୍ରହ୍ମର ଉପାସକ । ହିନ୍ଦୁଙ୍କର ଅନେକ ଦେବାଦେବୀଙ୍କୁ ବ୍ରହ୍ମା ପୂଜା କରେନା । ବ୍ରହ୍ମାମାନେ ବେଦ ମାନନ୍ତି । ଉଚ୍ଚଶିଖିତ ହିନ୍ଦୁ ଯୁବକମାନେ ବ୍ରାହ୍ମ ଧର୍ମ ଦ୍ଵାରା ଆକୃଷ୍ଟ ହେଲେ । ଅନେକ ଉଚ୍ଚଶିକ୍ଷିତ ପରି ନରେନ୍ ବ୍ରହ୍ମା ସମାଜ ପ୍ରତି ଆକୃଷ୍ଟ ହେଲେ । ସେତେବେଳେ ଶ୍ରୀରାମକୃଷ୍ଣ କଲିକତା ଠାରୁ ଅଳ୍ପ ଦୂରରେ ଦକ୍ଷିଣଶ୍ଵରୀ କାଳୀ ମନ୍ଦିରରେ ପୂଜକ ଭାବରେ କାର୍ଯ୍ୟ କରୁଥିଲେ । ସେ ସ୍କୁଲ କଲେଜ ମାଡି ନଥିଲେ । ମାତ୍ର ଭାରତୀୟ ଶାସ୍ତ୍ର ପୁରାଣ ସମ୍ବନ୍ଧରେ ତାଙ୍କର ଗଭୀର ଜ୍ଞାନ ଥିଲା । ଆହୁରି ବଡ କଥା, ମାଆ କାଳୀଙ୍କ ଠାରୁ ରାମକୃଷ୍ଣଙ୍କର ଅଗାଧ ଭକ୍ତି । ଏହି କଥା ଲକ୍ଷ୍ୟ କରି ଶିକ୍ଷିତ ଲୋକେ ତାଙ୍କୁ ଖୁବ ସମ୍ମାନ କରୁଥିଲେ । ଶ୍ରୀ ରାମକୃଷ୍ଣ ବୁଝିଥିଲେ ଯେ ଇଶ୍ଵର ଏକା । ରାମ, କୃଷ୍ଣ,ଶିବ, ଇନ୍ଦ୍ର ପ୍ରଭୁତି ତାଙ୍କର ଅନେକ ନାମ । ଇଶ୍ଵରଙ୍କୁ କିଏ ଆଲ୍ଲା ବା ଖ୍ରୀଷ୍ଟଙ୍କ ନାମରେ ଡାକେ । ଏକଥା ନ ବୁଝି ହିନ୍ଦୁ , ମୁସଲମାନ, ଖ୍ରୀଷ୍ଟିୟାନମାନେ , ଅଯଥା କଳିଗୋଳ କରନ୍ତି । ଦିନେ ନରେନ୍ ଙ୍କ ପ୍ରିୟ ଅଧ୍ୟାପକ ହେଷ୍ଟି ସାହେବ ଗୋଟିଏ ଇଂରାଜୀ କବିତା ପଢାଉଥିଲେ । କବିମାନେ କିପରି ଭାବେ ଭୋଳା ମଣିଷ ସେଇକଥା ପିଲାଙ୍କୁ ବୁଝାଉଥିଲେ । ଅତି ସୁନ୍ଦର ଦୃଶ୍ୟ ଦେଖି ବଡ କବି ଆତ୍ମହରା ହୋଇ କେବେ କେବେ ବାଦ୍ୟଜ୍ଞାନ ହରାନ୍ତି । ତେବେ ତାଙ୍କ ସମୟରେ ଏପରି କୌଣସି କବିଙ୍କୁ ସେ ଜାଣନ୍ତି ନାହିଁ । କିନ୍ତୁ କଲିକତା ପାଖରେ ଜଣେ କାଳୀପୂଜକ ଅଛନ୍ତି । ତାଙ୍କର ନାମ ଶ୍ରୀ ରାମକୃଷ୍ଣ । ସେ ମାଆ କଲିଙ୍କ ପୂଜା କରୁ କରୁ ଚେତା ହରାନ୍ତି । ସେତେବେଳେ ରଙ୍କର ମୁଖମଣ୍ଡଳ ଅତି ଉଜ୍ଵଳ ଦିଶେ । କିଛି ସମୟ ପରେ ଆଖି ଖୋଲି ଉଠନ୍ତି ।

ସେ କାଳରେ ପୁଅ ଝିଅଙ୍କୁ କମ ବୟସରେ ବିବାହ କରି ଦିଆଯାଉଥିଲା । ନରେନ୍ ଙ୍କ ପରିବାରେ ଲୋକେ ତାଙ୍କୁ ବାହା ହେବା ପାଇଁ ଜିଦ କରୁଥାନ୍ତି । ମାତ୍ର ବାହା ହେବା ପାଇଁ ନରେନ୍ ରାଜି ହେଉ ନ ଥାନ୍ତି । ଏହାର କାରଣ ଜାଣିବାକୁ ନରେନ୍ ଙ୍କର ଜଣେ ଆତ୍ମୀୟ ଅନୁସନ୍ଧାନ ଆରମ୍ଭ କରିଦେଲେ । ନରେନ୍ ଙ୍କ ସହିତ ମିଳାମିଶା ପରେ ସେ ବୁଝିପାରିଲେ ସେ ବୁଝିଲେ ଯେ ନରେନ୍ଇଶ୍ଵରଙ୍କୁ ଭକ୍ତି, ଆରାଧନା କରିବାକୁ ଚାହାନ୍ତି । ସଂସାର ଭିତରେ ପସିବାକୁ ତାଙ୍କର ଇଚ୍ଛା ନାହିଁ । ଏହି ଆତ୍ମୀୟଙ୍କର ଧର୍ମ ଆଡକୁ ମନ ଥାଏ । ସେ ନରେନ୍ ଙ୍କୁ କହିଲେ “ ଯଦି ଈଶ୍ଵରଙ୍କୁ ତମେ ଅନୁଭବ କରିବାକୁ ଚାହୁଁଛ , ତେବେ ଏତେଆଡେ ନଯାଇ ଦକ୍ଷିଣେଶ୍ଵରୀର ଶ୍ରୀ ରାମକୃଷ୍ଣଙ୍କ ପାଖକୁ ଯାଅ । “ ନରେନ୍ ସେତେବେଳେଳ ଶିକ୍ଷିତ ସମାଜ ଦ୍ଵାରା ଆୟୋଜିତ ଧର୍ମସଭାକୁ ଯାଉଥାନ୍ତି । ମନେମନେ ଭାବିଥିବେ, ଏଇ ଅଶିକ୍ଷିତ, ଗାଉଁଲି କାଳୀପୂଜକ କଣ ତାଙ୍କୁ ଇଶ୍ଵରଙ୍କ ସମ୍ବନ୍ଧରେ ଜ୍ଞାନ ହେଇପାରିବ ?

ବଙ୍ଗଳାର ବିଶିଷ୍ଟ ଜ୍ଞାନୀ ପୁରୁଷ କେଶବଚନ୍ଦ୍ର ସେନ ଶ୍ରୀରାମକୃଷ୍ଣଙ୍କୁ ସମ୍ମାନ କରୁଥିଲେ । କାରଣ ରାମକୃଷ୍ଣ ବହିପଢା କଥା ନ କହି ଗଭୀର ଅନୁଭୂତିରୁ ଇଶ୍ଵରଙ୍କ କଥା କହୁଥିଲେ । ଯେଉଁସବୁ ସୁନ୍ଦର ଉଦାହରଣ ଦେଇ ସେ ଇଶ୍ଵରଙ୍କ କଥା ବୁଝାନ୍ତି ତାହା ଶ୍ରୋତାମାନଙ୍କୁ ମୁଗ୍ଧ କରେ । ଶ୍ରୀରାମକୃଷ୍ଣଙ୍କୁ ସାକ୍ଷାତ କରିବା ପାଇଁ ନରେନ୍ ଙ୍କୁ ଦକ୍ଷିଣେଶ୍ଵରୀ ଯିବାକୁ ପଡି ନଥିଲା । କଲିକତାର ଜଣକ ଘରେ ଗୋଟିଏ ଧର୍ମ ଆଲୋଚନା ହେଉଥାଏ । ଆୟୋଜକ ଶ୍ରୀ ରାମକୃଷ୍ଣଙ୍କୁ ନିମନ୍ତ୍ରଣ କରି ଆଣିଥିଲେ । ସେଠାରେ ନରେନ୍ ଉପସ୍ଥିତ ଥିଲେ । ସେ ଗୋଟିଏ ଭଜନ ଗାଇଲେ । ତାଙ୍କ ଗୀତଟି ରାମକୃଷ୍ଣଙ୍କୁ ଭଲ ଲାଗିଲା । ପିଲାଟା କାଏ ବୋଲି ପଚାରି ବୁଝିଲେ । ନରେନ୍ ଙ୍କୁ ପାଖକୁ ଡାକି କେବେ ଦକ୍ଷିଣେଶ୍ଵର ଆସିବା ପାଇଁ କହି ଆସିଲେ ।

ସତ୍ୟସନ୍ଧାନୀ ଗୁରୁଶିଷ୍ୟ

କିଛିଦିନ ପରେ ନରେନ୍ ଦକ୍ଷିଣେଶ୍ଵର ଗଲେ । ତାଙ୍କୁ ଦେଖି ଶ୍ରୀ ରାମକୃଷ୍ଣ ଆନନ୍ଦ କହିଲେ ନ ସରେ । କାରଣ ସେତେବେଳେ ଶ୍ରୀରାମକୃଷ୍ଣ ଶିଷ୍ୟ ଖୋଜୁଥିଲେ । ନରେନ୍ ଙ୍କୁ ଦେଖି ସେ ଜାଣିପାରିଲେ ଯେ ଏଇ ତାଙ୍କର ପ୍ରିୟ ଶିଷ୍ୟ । ଏହାଙ୍କ ଦ୍ଵାରା ଜଗତର କଲ୍ୟାଣ ହେବ । ନରେନ୍ ଙ୍କ ପରେ ପରେ ଶ୍ରୀ ରାମକୃଷ୍ଣଙ୍କର ପନ୍ଦର ଜଣ ବିଶିଷ୍ଟ ଶିଷ୍ୟ ଆଗପଛ ହୋଇ ଦକ୍ଷିଣେଶ୍ଵର ଆସିଲେ । ଏମାନେ ସମସ୍ତେ ତରୁଣ । ସମସ୍ତଙ୍କ ବୟସ ଷୋହଳରୁ ଅଠରବର୍ଷ ଭିତରେ । ଏତେଜଣ ଶୁଦ୍ଧ, ପବିତ୍ର, ଓ ଆଧ୍ୟାତ୍ମିକ ଜ୍ଞାନ ପାଇଁ ପାଗଳ ଶିକ୍ଷିତ ପିଲା ଏକ ସମୟରେ ଆସି ପହଞ୍ଚିବା ଅଦ୍ଭୁତ କଥା ନିଶ୍ଚିତ । ସେମାନଙ୍କ ଭିତରେ ଥିଲେ ରାଖାଲ ଚନ୍ଦ୍ର, ଶଶିଭୂଷଣ,ଓ ଶରତ ଚନ୍ଦ୍ର ପ୍ରଭୁତି । ନରେନ୍ ଙ୍କ ସନ୍ୟାସୀ ନାମ ଥିଲା ସ୍ଵାମୀ ବିବେକାନନ୍ଦ । ସେହିପରି ରାଖାଲ ଚନ୍ଦ୍ର ପରେ ସ୍ଵାମୀ ବ୍ରହ୍ମାନନ୍ଦ ହେଲେ ଶରତ ଚନ୍ଦ୍ର ହେଲେ ସ୍ଵାମି ଶାରଦାନନ୍ଦ । ଶ୍ରୀ ରାମକୃଷ୍ଣ ଶିଷ୍ୟମାନଙ୍କ ଭିତରେ ସ୍ଵାମୀ ବିବେକାନନ୍ଦ ପୃଥିବୀ ବିଖ୍ୟାତ ହୋଇଛନ୍ତି । ତେବେ ସ୍ଵାମୀ ବ୍ରହ୍ମାନନ୍ଦ ସ୍ଵାମି ଶାରଦାନନ୍ଦ ଓ ଅନ୍ୟାନ୍ୟ ରାମକୃଷ୍ଣ ଶିଷ୍ୟଙ୍କର ଖ୍ୟାତି କିଛି କମ ନ ଥିଲା । ସମସ୍ତେ ଥିଲେ ଉଚ୍ଚକୋଟିର ସାଧକ ।

ପ୍ରଥମଥର ଦକ୍ଷିଣେଶ୍ଵରୀ ଯାଇ ନରେନ୍ ଶ୍ରୀ ରାମକୃଷ୍ଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲେ । ଏହି ସବୁ ସେ ପୂର୍ବରୁ କଲିକତାରେ କେତେ ଜ୍ଞାନୀ ଧାର୍ମିକ ବ୍ୟକ୍ତିତ୍ଵ ହେଉଛି , “ ଆପଣ ଇଶ୍ଵରଙ୍କୁ ଦେଖିଛନ୍ତି କି “? ଏ ପ୍ରଶ୍ନ ଉଦ୍ଦେଶ୍ୟ ଈଶ୍ଵରଙ୍କୁ ଭକ୍ତି କରିବା ପାଇଁ ସର୍ବଦା ତାଙ୍କ ଠାରେ ଲୟ ରଖିବା ପାଇଁ ତ ସମସ୍ତେ କହୁଛ । କିଏ ତାଙ୍କୁ ଦେଖିଛି ? ନରେନ୍ ଙ୍କ ପ୍ରଶ୍ନ ଶୁଣି ରାମକୃଷ୍ଣ ଉତ୍ତର ଦେଲେ “ଆରେ ତତେ ଯେମିତି ଦେଖିପାରୁଛି ତାଙ୍କୁ ସେମିତି ଦେଖିପାରେ । ତଫାତ ତାଙ୍କୁ ଅଧିକ ସ୍ପଷ୍ଟ ଭାବେ ଦେଖେ । ଏ ଉତ୍ତର ଶୁଣି ନରେନ୍ ଆଶ୍ଚର୍ଯ୍ୟ ହୋଇଗଲେ ଭାବିଲେ ଏହାଙ୍କ ମୁଣ୍ଡ ଠିକ ଅଛି ତ ? କଥାବାର୍ତ୍ତାରେ ତ ମୁଣ୍ଡ ଗୋଳମାଳର କୌଣସି ଲକ୍ଷଣ ଦିଶୁନି । ତାଙ୍କ ପ୍ରଶ୍ନ ଶୁଣି ପୂର୍ବରୁ ସମସ୍ତେ କାବା ହୋଇଗଲେ । ତାଙ୍କ କଥାର ସତ୍ୟାସତ୍ୟ ପରୀକ୍ଷା କରିବାକୁ ହେବ । ଶ୍ରୀ ରାମକୃଷ୍ଣଙ୍କ ଉତ୍ତର ଦ୍ଵାରା ଆକ୍ରୁଷ୍ଟ ହୋଇ ନରେନ୍ ବାରମ୍ବାର ଦକ୍ଷିଣେଶ୍ଵର ଆସିଲେ ।

ଶ୍ରୀ ରାମକୃଷ୍ଣ ଥିଲେ ମାଆ କାଳୀଙ୍କର ପରମ ଭକ୍ତ । ଅନେକ ଶହ ଶହ ବର୍ଷ ଧରି ଆମ ଦେଶରେ କାଳୀଙ୍କ ଭକ୍ତ, ଶିବଙ୍କ ଭକ୍ତ, ବିଷ୍ଣୁ ଭକ୍ତ, ପ୍ରଭୁତି ବିଭିନ୍ନ ଠାକୁର ଠାକୁରାଣୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ରକ୍ତପାତ ହୋଇଛି । ଏ ତ ଗଲା ହିନ୍ଦୁମାନଙ୍କ କଥା । କାଳୀ ଭକ୍ତ ରାମକୃଷ୍ଣ ଦକ୍ଷିଣେଶ୍ଵରରେ କିଛିଦିନ ଲେଖା ରାମଚନ୍ଦ୍ର, ହନୁମାନ, ଓ ଶ୍ରୀକୃଷ୍ଣ ଙ୍କୁ ଖୁବ ଭକ୍ତି ସହକାରେ ପୂଜା କଲେ ।ହନୁମାନଙ୍କୁ ପୂଜା କରୁଥିବା ବେଳେ ଫଳମୂଳ ଖାଇ ରହିଲେ । ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିବା ବ୍ୟତୀତ ମୁସଲମାନ, ଖ୍ରୀଷ୍ଟିୟାନମାନେ, ଯେପରି ଇଶ୍ଵରଙ୍କୁ ପୂଜା କରନ୍ତି ନିଜେ ସେହିପରି କରିବାକୁ ବ୍ୟାକୁଳ ହୋଇ ଉଠିଲେ । ଶ୍ରୀ ରାମକୃଷ୍ଣ ଜଣେ ନୈଷ୍ଠିକ ବ୍ରାହ୍ମଣ । ଜଣେ ବଡ ସାଧକ ଭାବେ ହିନ୍ଦୁମାନେ ତାଙ୍କୁ ଖୁବ ସମ୍ମାନ କରୁଥାନ୍ତି । ଶହେରୁ ଅଧିକ ବର୍ଷ ପୂର୍ବେ ଜାତିଭେଦ, ଧର୍ମଭେଦ ବର୍ତ୍ତମାନ ସମୟ ଠାରୁ ଅନେକ କଠୋର ଥିଲା । ସେତେବେଳେ ରାମକୃଷ୍ଣ ମୁସଲମାନଙ୍କ ପରି ଇଶ୍ଵରଙ୍କୁ ପ୍ରାର୍ଥନା କରିବା ପାଇଁ ଆଗେଇଯିବା ଆଶ୍ଚର୍ଯ୍ୟ ଜଣକ ଘଟନା । ଜଣେ ମୁସଲମାନ ଫକୀର ପହଞ୍ଚିଥିନ୍ତି । ସେ ଖୁବ ସରଲ । ଆଲ୍ଲାଙ୍କ ଠାରୁ ତାଙ୍କର ଅଗାଧ ଭକ୍ତି ରାମକୃଷ୍ଣ ତାଙ୍କର ଶିଷ୍ୟ ହେଲେ । ମନ୍ଦିର ବାହାରେ ଯାଇ ରହିଲେ । ମୁସଲମାନ ହୋଇଥିବା ସମୟରେ ମନ୍ଦିର ବେଢାରେ ରହନ୍ତି କିପରି ? ସଚ୍ଚା ମୁସଲମାନ ହେବା ପାଇଁ ଯଦି ଗୋ ମାଂସ ଖାଇବା ଦରକାର ତେବେ ସେଥିପାଇଁ ସେ ପ୍ରସ୍ତୁତ । ରାମକୃଷ୍ଣଙ୍କର ଏଇ ଘୋଷଣା ହିନ୍ଦୁ ସମାଜରେ ଚହଳ ପକାଇ ଦେଲା । ମାତ୍ର ଫକୀର ଗୁରୁ କହିଲେ ଭଲ ମୁସଲମାନର ଗୋ ମାଂସ ଖାଇବା ଜରୁରୀ ନୁହେଁ ।

ପ୍ରଭୁ ଯୀଶୁଙ୍କ ପ୍ରତି ରାମକୃଷ୍ଣଙ୍କର ଅଗାଧ ଭକ୍ତି । ସେତେବେଳେ କେଶବ ଚନ୍ଦ୍ର ସେନ ବଙ୍ଗଳାର ଜଣେ ଖୁବ ଜ୍ଞାନୀ ଲୋକ । ରାମକୃଷ୍ଣ ତାଙ୍କୁ ପ୍ରଭୁ ଯୀଶୁଙ୍କ କଥା ପଚାରନ୍ତି । ତାଙ୍କର ଜଣେ ଶିକ୍ଷିତ ଭକ୍ତ ରାମକୃଷ୍ଣ ଙ୍କୁ ବାଇବେଲ ପଢି ଶୁଣାନ୍ତି । ଥରେ ସେ କଲିକତାର ଗୋଟିଏ ଚର୍ଚ୍ଚ ବାଟେ ଯାଉଥିଲେ । ଭିତରେ ପ୍ରାର୍ଥନା । ଖ୍ରୀଷ୍ଟଙ୍କ ଭକ୍ତମାନେ କିପରି ତାଙ୍କର ପୂଜା କରନ୍ତି ଦେଖିବାକୁ ରାମକୃଷ୍ଣଙ୍କର ଖୁବ ଇଚ୍ଛା ହେଲା। ମାତ୍ର ଚର୍ଚ୍ଚ ଆଗରେ ଜଗିଥିବା ଦାରୁଆନକୁ ଦେଖି ଭୟରେ ଭିତରକୁ ପଶିପାରିଲା ନାହିଁ । ରାମକୃଷ୍ଣ କହନ୍ତି , ତୁମେ ଭଗବାନଙ୍କୁ ମନ ପ୍ରାଣ ଦେଇ ଡାକୁଛ କି ନାହିଁ ସେଇଟା ବଡ କଥା । ହିନ୍ଦୁ ପରି ପୂଜା କରୁଛ କି ମୁସଲମାନ ପରି ପୂଜା କରୁଛ ସେଥିରେ କିଛି ଯାଏ ଆସେ ନାହିଁ । ସବୁ ଧର୍ମ, ଇଶ୍ଵରଙ୍କୁ ପୂଜା କରିବାର ସବୁ ମାର୍ଗକୁ ଏପରି ଉଦାୟ ଭାବେ ଦେଖିଥିବାରୁ ରାମକୃଷ୍ଣ ମହାନ । ବିବେକାନନ୍ଦ ତାଙ୍କର ଉପଯୁକ୍ତ ଶିଷ୍ୟ । ରାମକୃଷ୍ଣଙ୍କ ବାର୍ତ୍ତା ପ୍ରଚାର କରିବା ପାଇଁ ସେ ୟୁରୋପ, ଆମେରିକା ବୁଲିଲେ । ଉନ୍ନବିଂଶ ଶତାଦ୍ଦୀ ସଋ ଆସୁଥାଏ । ଆଜିକି ପ୍ରାୟ ୧୦୦ ବର୍ଷ ପୂର୍ବର କଥା । ଇଂରେଜ ବିରୁଦ୍ଧରେ ଲଢିବାକୁ ଭାରତବର୍ଷ ପ୍ରସ୍ତୁତ ହେଉଥାଏ । ଏତିକି ବେଳେ ବିବେକାନନ୍ଦ ଗମ୍ଭୀର ଆହ୍ଵାନ ଶୁଣି ଦେଶବାସୀ ସବୁ ଦେବାଦେବୀ ଶୋଇଛନ୍ତି । ଏକମାତ୍ର ଭାରତମାତା ଜାଗ୍ରତ । ତାଙ୍କର ପୂଜା କର । ଭାରତବର୍ଷର ଲକ୍ଷଲକ୍ଷ ଯୁବକ ସ୍ବାମୀଜି ଙ୍କୁ ଗଭୀର ଭାବରେ ସମ୍ମାନ କରୁଥାନ୍ତି । ସେଇ ମାନଙ୍କୁ ଡାକରା ଦେଇ କହିଲେ – ଆଗାମୀ ପଚାଶ ବର୍ଷ ଯାଏ ସେଇ ପରମା ଜନନୀ ମାତୃଭୂମି ଯେପରି ତୁମର ଆରାଧ୍ୟା ଦେବୀ ହୁଅନ୍ତି । ଏ ସମୟ ଭିତରେ ଅନ୍ୟ ଦେବାଦେବୀଙ୍କୁ ଭୁଲିଯାଅ। ବିବେକାନନ୍ଦ ପୂର୍ବରୁ କେଉଁ ସନ୍ନ୍ୟାସୀ ତାଙ୍କର ଭକ୍ତ ଶିସ୍ୟମାନଙ୍କୁ ଏପରି ଆହ୍ଵାନ କରିଥିଲେ ? ବିବେକାନନ୍ଦ ଏଇ ଆହ୍ଵାନ ଦେବାର ଠିକଳ ପଚାଶ ବର୍ଷ ପରେ ଭାରତ ସ୍ଵାଧୀନତା ଲାଭ କଲା ।

ପିତୃ ବିୟୋଗ

ଆଧୁନିକ ଉଚ୍ଚ ଶିକ୍ଷିତ ଯୁବକଙ୍କ ପରି ନରେନ୍ କୌଣସି ଦେବାଦେବୀଙ୍କ ପୂଜା କରୁ ନଥିଲେ । ନୂଆ ନୂଆ ଦକ୍ଷିଣେଶ୍ଵର ଯାଉଥାନ୍ତି । ଥରେ ରାମକୃଷ୍ଣ ତାଙ୍କୁ ଅଭିମାନରେ କହିଲେ “ତୁ ତ ମୋର ମାଆ” ମାନୁନା । ଏଠିକି କାହିଁକି ଆସୁଛୁ ? ନରେନ୍ ଉତ୍ତର ଦେଲେ “ଆପଣଙ୍କୁ ଭଲ ପାଏ ବୋଲି ଆସୁଛି । ଅଲବତ ଆସିବି “ନରେନ୍ ଙ୍କର ଏହି କଥା ପଦକ ଅନେକ ଥର ମାଆ କାଳୀଙ୍କୁ ନରେନ୍ ଙ୍କ ଅବାଧ୍ୟତା କଥା କୁହା ହୋଇଥିବ ।

ଦକ୍ଷିଣେଶ୍ଵର ଯିବା ଆସିବା କରିବାର ବେଶୀଦିନ ହୋଇ ନ ଥାଏ । ୧୮୮୩ରେ ନରେନ୍ ବି.ଏ ପାଶ କରି ବର୍ତ୍ତମାନ ବିଦ୍ୟାସାଗର କଲେଜ ନାମରେ ପରିଚିତ କଲେଜରେ ତିନିବର୍ଷିଆ ଆଇନ କୋର୍ସରେ ନାମଲେଖାଇଲେ । ନରେନ୍ ଙ୍କୁ ଆଇନରେ ଉଚ୍ଚ ଶିକ୍ଷା ଦେବାପାଇଁ ଇଂଲଣ୍ଡ ପଠାଇବାକୁ ପିତା ଚିନ୍ତା କରୁଥାନ୍ତି । ମାତ୍ର ୧୮୮୪ ରେ ଅପ୍ରତ୍ୟାସିତ ଭାବେ ବିଶ୍ଵନାଥ ଦତ୍ତ ଙ୍କ ମୃତ୍ୟୁ ଘଟିବାରୁ ପରିବାର ଉପରେ ଚଡକ ପଦିଲା । ଓକିଲାତିରୁ ବିଶ୍ଵାନାଥ ଭଲ ରୋଜଗାର କରୁଥାନ୍ତି । ମାତ୍ର ଦିନ ଦୁଃଖୀଙ୍କୁ ଅନେକ ଦାନ ଦେଉଥାନ୍ତି । ବଡ ହେବା ପରେ ନରେନ୍ ବାପାଙ୍କୁ ବଳିଗଲେ । ଦରିଦ୍ର ଲୋକଙ୍କୁ ସବୁ ବାଣ୍ଟିଲେ । ଫଳରେଲ ବିଶ୍ଵନାଥଙ୍କର ସଞ୍ଚୟ କିଛି ନ ଥାଏ । ସଂସାର ଅନଭିଜ୍ଞ ୨୧ -୨୨ ବର୍ଷର ଯୁବକ ନରେନ୍ ଙ୍କ ଉପରେ ଘର ସମ୍ଭାଳିବାର ଦାୟିତ୍ଵ ପଦିଲା । ଏଣେ ରାମକୃଷ୍ଣଙ୍କୁ ଦେଖିବା ଦିନ ଠାରୁ ସଂସାର ଠାରୁ ତାଙ୍କର ମନ ଛାଡି ଯାଉଥାଏ । ଥରେ ନରେନ୍ ଦକ୍ଷିଣେଶ୍ଵର ଯାଇଥାନ୍ତି । ବାପା ଚାଲିଯିବା ପରେ ଘର ଚଳାଇବା କିପରି ଅସୁବିଧା ଦେଉଛି ସେ କଥା ପଦିଲା । ସବୁ ଶୁଣି ରାମକୃଷ୍ଣ ନରେନ୍ ଙ୍କୁ ମାଆ କାଳୀଙ୍କୁ ଯାଇ ପ୍ରାର୍ଥନା କରିବାକୁ କହିଲେ । ପ୍ରାର୍ଥନା ସାରି ମାଆ କୁ ଅଭାବ ଦୂର କର ବୋଲି ମୁଣ୍ଡିଆ ମାରିଲେ । ମାତ୍ର ମାଗିବା ବେଳକୁ ମାଗିଲେ ,” ମାଆ ମତେ ଜ୍ଞାନ ଦିଅ, ଭକ୍ତି ଦିଅ, ତ୍ୟାଗ କରିବାକୁ ବଳ ଦିଅ “ ସବୁ ଶୁଣି ରାମକୃଷ୍ଣ ତାଙ୍କୁ ଦ୍ଵିତୀୟ ଥର ମଧ୍ୟ ସେଇଆ ମାଗିଲେ । ଧାନ ସମ୍ପତି ମାଗି ପାରିଲେ ନାହିଁ । ଶେଷରେ ରାମକୃଷ୍ଣ କହିଲେ “ ହଉ , ମୁଁ ତୋ ପାଇଁ ମାଆକୁ ମାଗିବି “ । ଠାକୁରଙ୍କ ଅନ୍ତରଙ୍ଗ ହୋଇଯିବା ପରେ ନରେନ୍ ତାଙ୍କର ଅଦ୍ଭୁତ କ୍ଷମତାର ପରିଚୟ ପାଇଲେ । ରାମକୃଷ୍ଣ ଆଉଁସି ଦେଲେ ନରେନ୍ ଙ୍କର ଦିବ୍ୟ ଅନୁଭୂତି ହେଉଥିଲା । ଠାକୁର ଇହଧାମ ତ୍ୟାଗ କରିବାର ସମୟ ପାଖେଇ ଆସୁଥାଏ ନରେନ୍ କଣ ପାଇଲେ ଖୁସି ହେବେ ବୋଲି ଦିନେ ଠାକୁର ପଚାରିଦେଲେ । ନରେନ୍ କହିଲେ “ ମୋର ଇଚ୍ଛା ହୁଏ ପାଞ୍ଚ ଛଅ ଦିନ ଧ୍ୟାନରେ ବସନ୍ତି । ତାପରେ ଦେହ ରକ୍ଷା କରିବା ପାଇଁ କିଛି ଖାଦ୍ୟ ଗ୍ରହଣ କରି ପୁଣି ଧ୍ୟାନ କରନ୍ତି ” । ଠାକୁର ସବୁବେଳେ ନରେନ୍ ଙ୍କ ଉପରେ ସ୍ନେହ ଆଦର କରନ୍ତି । ତାଙ୍କର ଉତ୍ତର ଶୁଣି ସେଦିନ ବିରକ୍ତ ହୋଇଗଲେ । କହିଲେ ଯେ ସେ ସବୁବେଳେ ଭାବୁଥିଲେ ନରେନ୍ ଗୋଟିଏ ବଡ ବରଗଛ ପରି ହୁଆନ୍ତେ । ତାଙ୍କ ଛାଇ ତଳକୁ ଆସି ଲୋକମାନେ ଶାନ୍ତି ପାଆନ୍ତେ । ମାତ୍ର ନରେନ୍ କେବଳ ନିଜ ମୁକ୍ତି କଥା ଚିନ୍ତା ଭାବୁଛନ୍ତି ।

ଠାକୁରଙ୍କର ଏପରି ବିରକ୍ତି ନରେନ୍ ଙ୍କ ଜୀବନର ଲକ୍ଷ ସ୍ଥିର କରି ଦେଇଥିଲା । ସେ ଆଉ ନିଜ ମୁକ୍ତି କଥା ଚିନ୍ତା କରିନାହାନ୍ତି । ଦେଶ, ଜାତି, ଜଗତର କଲ୍ୟାଣ କଥା ଚିନ୍ତା କରୁଛନ୍ତି ।

ଶ୍ରୀ ରାମକୃଷ୍ଣ ଦେହତ୍ୟାଗ

ଶ୍ରୀ ରାମକୃଷ୍ଣ ଙ୍କ ସଙ୍ଗଲାଭ କରିବାରେ ସୌଭାଗ୍ୟ ନରେନ୍ ଙ୍କର ପାଞ୍ଚବର୍ଷ ପାଇଁ ହୋଇଥିଲା । ଧର୍ମ ବ୍ୟାପାରରେ ଶ୍ରୀ ରାମକୃଷ୍ଣଙ୍କ ଉଦାରତା ଓ ଆନ୍ତରିକତା ଗଭୀର ପ୍ରଭାବ ନରେନ୍ ଙ୍କ ଉପରେ ପଡିଥିଲା । ଶେଷ ଦୁଇବର୍ଷ ନରେନ୍ ଘନ ଘନ ଦକ୍ଷିଣେଶ୍ଵର ଆସୁଛନ୍ତି । ଯେତେଥର ସେ ରାମକୃଷ୍ଣଙ୍କୁ ଭେଟିଛନ୍ତି , ସେତେଥର ନୂଆନୂଆ ଆଧ୍ୟାତ୍ମିକ ଅଭିଜ୍ଞତା ଉଦବେଳିତ ହୋଇଛନ୍ତି । ୧୮୮୫ ବର୍ଷଟି ଅଧା ଦେବା ବେଳକୁ ଜଣା ପଦିଲା ଯେ ଶ୍ରୀ ରାମକୃଷ୍ଣଙ୍କୁ ଗଲା କ୍ୟାନ୍ସର ବ୍ୟାଧି ହୋଇଛି । ସେହି ବର୍ଷ ଡେସେମ୍ବର ବେଳକୁ ଶ୍ରୀ ରାମକୃଷ୍ଣଙ୍କ ସ୍ୱାସ୍ଥ୍ୟରେ ଘୋର ଅବନତି ଦେଖାଦେଲା । ନରେନ୍ ଙ୍କୁ ମିଶାଇ ପରମହଂସଙ୍କର ୧୨ ଜଣ ଶିଷ୍ୟ ଦିନରାତି ତାଙ୍କର ସେବା କରୁଥିଲେ ପରମହଂସଙ୍କର ଗୃହଶିଷ୍ୟମାନେ ତାଙ୍କୁ କାଶୀପୁର ନେଇଆସିଲେ । ଗୁରୁ ଙ୍କର ଦିନ କାଳ ପୃଥିବୀରେ ଯେତେ କମି ଆସୁଥାଏ , ଗୁରୁ ଈଶ୍ବରୋଲ୍ବଧି କରିଥିବା ମହାପୁରୁଷ ବା ଅବତାର ପୁରୁଷ ବୋଲି ବିବେକାନନ୍ଦ ସେତିକି ତୀବ୍ର ଭାବେ ଅନୁଭବ କରୁଥାନ୍ତି । କେବଳ ବିବେକାନନ୍ଦ ରାମକୃଷ୍ଣଙ୍କ ପାଖରେ ରହୁଥିବା ୧୨ ଜଣ ଯୁବକଶିଷ୍ୟ ଅନୁଭବ କରୁଥିଲେ ଯେ ସେମାନଙ୍କର ଗୁରୁ ଓ ପିତାମାତା ଉଭୟ । ୧୮୮୬ ଜୁଲାଇରେ ତାଙ୍କର ଶେଷ ଦର୍ଶନ କରିବାକୁ ବହୁ ଭକ୍ତ ଆସି ରୁଣ୍ଡ ହେଲେ । ଦେହ ଦୁଃଖକୁ ଖାତିର ନ କରି ପରମହଂସ ସମସ୍ତଙ୍କୁ ଆଶ୍ରିବାଦ କରୁଥିଲେ । ଶାରୀରିକ ଦୁଃଖକଷ୍ଟକୁ ସମ୍ଭାଳି ମାଆଙ୍କ ନିକଟରେ ନିଜକୁ ସମର୍ପଣ କରିଥିବା ଶ୍ରୀ ରାମକୃଷ୍ଣ ପ୍ରଫୁଲ୍ଲ ରହୁଥିଲେ । କାଶୀଠାରେ ଆଠ ମାସ ରହିବା ପରେ ଶ୍ରୀ ରାମକୃଷ୍ଣ ଦେହତ୍ୟାଗ କଲେ । ବର୍ଷକ ଭିତରେ ପିତା ଓ ଗୁରୁଙ୍କୁ ହରାଇ ନରେନ୍ ଙ୍କର ଧାର୍ଯ୍ୟ ଭାଙ୍ଗି ନ ଥାଏ । ଶ୍ରୀ ରାମକୃଷ୍ଣଙ୍କ ବିୟୋଗ ପରେ ଗୁରୁ କଣ ଚାହୁଁଥିଲେ ସେ ବିଷୟ ନେଇ ସ୍ଵାଭାବିକ । କାରଣ କେତେକ ବିଷୟରେ ଗୁରୁଙ୍କର ସ୍ପଷ୍ଠ ନିର୍ଦ୍ଦେଶ ନ ଥିଲା । ଶ୍ରୀ ରାମକୃଷ୍ଣଙ୍କର ହଜାର ହଜାର ଗୃହୀ ଭକ୍ତ ଥିଲେ । ମାତ୍ର ଶିଷ୍ୟଙ୍କ ସଂଖ୍ୟା ମାତ୍ର ବାର । ବାର ଶିଷ୍ୟ ସନ୍ନ୍ୟାସୀ ହେବାକୁ ସଂକଳ୍ପ କରିଥିଲେ । ତାଙ୍କ ନାମରେ ମଠ ଟିଏ ହେଉ ଓ ସେଠାରେ ସନ୍ନ୍ୟାସୀମାନେ ରହନ୍ତୁ ବୋଲି ରାମକୃଷ୍ଣ ଚାହୁଁଥିବା କଥା ଗୃହୀ ଭକ୍ତଙ୍କୁ ଜଣା ନ ଥିଲା । ନରେନ୍ କହୁଥିଲେ ଯେ କେବଳ ଦରିଦ୍ରଙ୍କ ସେବା ହିଁ ନାରାୟଣ ସେବା । ନରେନ୍ଙ୍କର ଏହି ମତକୁ ପ୍ରଥମେ ଅନ୍ୟ ଶିଷ୍ୟମାନେ ସ୍ଵୀକାର କରୁନଥିଲେ । ସେମାନେ ଭାବୁଥିଲେ ଧ୍ୟାନ ତପସ୍ୟା କରି ଇଶ୍ଵରଙ୍କୁ ଉପଲବଧି କରିବା ସନ୍ନ୍ୟାସୀର ପ୍ରଥମ କର୍ତ୍ତବ୍ୟ ।

ରାମକୃଷ୍ଣଙ୍କ ଭକ୍ତମାନେ ଏହିପରି ଦ୍ଵନ୍ଦରେ ଥିବା ବେଳେ ଦିନେ ପରମହଂସ ସୁରେନ୍ଦ୍ରନାଥ ମିତ୍ର ନାମକ ଜଣେ ବିଶିଷ୍ଟ ଗୃହୀ ଭକ୍ତଙ୍କୁ ତାଙ୍କ ଟାରୁ ଶିଷ୍ୟମାନଙ୍କ ପାଇଁ କିଛି ବ୍ୟବସ୍ଥା କରିବାକୁ ସ୍ଵପ୍ନାଦେଶ କଲେ । ସକାଳୁ ସୁରେନ୍ଦ୍ରନାଥ ନରେନ୍ ଙ୍କୁ ଏ ଖବର ଦେବାକୁ ଧାଇଁଲେ । କହିଲେ ପରମହଂସଙ୍କ ଶିଷ୍ୟମାନେ ଗୋଟିଏ ଘର ଭଡା ନେଇ ମଠ କରନ୍ତୁ । ଗୃହୀ ଭକ୍ତମାନେ ଭଡା ଯୋଗାଇଦେବେ । ନରେନ୍ ବାରାନଗର ଠାରେ ଗୋଟିଏ ଘର ଠାବ କଲେ । ଘରଟି ଭଲ ଅବସ୍ଥାରେ ନ ଥିଲା । ଘରଟା ଭୁତକୋଠି ବୋଲି ଦୁର୍ନାମ ଥିବାରୁ ଭଡା କମ ପଦିଲା । ତେବେ ଘର ହତାରେ ଅନେକ ଜାଗା ଥିଲା । ବାରାନଗର କଲିକତା ଓ ଦକ୍ଷିଣେଶ୍ଵର ମଝିରେ ଗୋଟିଏ ସ୍ଥାନ । ଗଙ୍ଗାକୂଳରେ ଏହି ନିର୍ଜନ ସ୍ଥାନଟି ସନ୍ନ୍ୟାନୀଙ୍କର ମଠ ପାଇଁ ଉପଯୁକ୍ତ ଥିଲା । ଗୁରୁଦେବଙ୍କ ଦେହ ତ୍ୟାଗର ଛଅ ସପ୍ତାହ ଭିତରେ ବାରାନଗର ଘରେ ମଠ ପ୍ରତିଷ୍ଠା ହୋଇଗଲା । ସବୁ ଯୁବକ ଗୁରୁଭାଇମାନେ ଏକାଠି ରହିବାରୁ ସେମାନଙ୍କ ମଧ୍ୟରେ ଘନିଷ୍ଟତା ବଢିଲା । ନରେନ୍ ସ୍ଵାଭାବିକ ଭାବରେ ସେମାନଙ୍କ ନେତା ହୋଇଗଲେ । କେବଳ ନରେନ୍ ନୁହନ୍ତି , ସବୁ ଶିଷ୍ୟ ଥିଲେ ଉଚ୍ଚଶିକ୍ଷିତ ଓ ବିଚକ୍ଷଣ । ନରେନ୍ ସେମାନଙ୍କ ନେତା ହୁଅନ୍ତୁ ବୋଲି ଗୁରୁଦେବ ଚାହୁଁଥିଲେ । ଓଳିଏ ଖାଇଲେ ଓଳିଏ ଉପାସ । ତେବେ କାହାର ମନୋବଳ କାମୁ ନ ଥାଏ । ସମସ୍ତେ ହସଖୁସିରେଲ ଦିନ କାଟୁଥାନ୍ତି ।

ମାତଙ୍ଗିନୀ ଦେବୀ ନାମକ ଜଣେ ଭକ୍ତଙ୍କ ନିମନ୍ତ୍ରଣ ରକ୍ଷା କରି ୧୮୮୬ ବର୍ଷ ଶେଷରେ ନରେନ୍ ଙ୍କର ନଅଜଣ ଗୁରୁ ଭାଇ ମାତଙ୍ଗିନୀଙ୍କ ଘର ଅନ୍ତପୁର ଗ୍ରାମକୁ ଯାଉଥିଲେ । ସେଠାରେ ଦିନେ ରାତିରେ ନରେନ୍ ତାଙ୍କ ବନ୍ଧୁ ମାନଙ୍କୁ ଆବେଗର ସହିତ ପ୍ରଭୁ ଯୀଶୁଙ୍କ ଚରିତା କହିବାକୁ ଲାଗିଲେ । ସେମାନେ ତନ୍ମୟ ହୋଇ ଶୁଣିଲେ ପରସ୍ପରର ଆଧାତ୍ମିକ ଶକ୍ତି କଳିରେ । ସେମାନେ ଅନୁଭବ କଲେ, ସେମାନଙ୍କ ମଧ୍ୟରେ ଥିବା ବନ୍ଧନ ରାତିକ ଭିତରେ ଗାଢତାର ହୋଇଛି । ପରଦିନ ସମସ୍ତେ ସଚେତନ ହେଲେ ଯେ ପୂର୍ବ ରାତିଟି ଥିଲା ଖ୍ରୀଷ୍ଟମାସ୍ ରାତି । ସେହି ବର୍ଷ ପରଠାରୁ ଆଜି ପର୍ଯ୍ୟନ୍ତ ବେଲୁଡମଠରେ ଖ୍ରୀଷ୍ଟମାସ୍ ଦିବସ ବଡ ଉତ୍ସାହର ସହିତ ପାଳନ ହୁଏ ।

୧୮୮୭ ଜାନୁଆରୀ ମାସରେ ଶ୍ରୀ ରାମକୃଷ୍ଣଙ୍କ ମଠ ବାରାନଗର ଠାରେ ୧୮୮୬ ରୁ ପ୍ରତିଷ୍ଠିତ ହେଲା । ନରେନ୍ ବନ୍ଧୁମାନଙ୍କୁ ବିଧିବଦ୍ଧଭାବେ ସନ୍ନ୍ୟାସ ହେବାର ପ୍ରସ୍ତାବ ଦେଲେ । ସମସ୍ତେ ଆନନ୍ଦରେ ରାଜି ହୋଇଗଲେ । ପୂର୍ବରୁ ରାମକୃଷ୍ଣ ସେମାନଙ୍କୁ ଗେରୁଆ ବସ୍ତ୍ର ପ୍ରଦାନ କରିଥିଲେ । ସନ୍ନ୍ୟାସୀ ହୋଇ ସମସ୍ତେ ଗୋଟିଏ ଗୋଟିଏ ସନ୍ନ୍ୟାସୀ ନାମ ଗ୍ରହଣ କଲେ । ନରେନ୍ ଙ୍କ ନାମ ସ୍ଵାମୀ ବିବେକାନନ୍ଦ, ରାଖାଲ ହେଲେ ସ୍ଵାମୀ ବ୍ରହ୍ମାନନ୍ଦ , ବାବୁରାମ ସ୍ଵାମୀ ପ୍ରେମାନନ୍ଦ , ଶରତ ସ୍ଵାମୀ ସାରଦାନନ୍ଦ ଇତ୍ୟାଦି ।

୧୮୮୭ଜାନୁଆରୀରେ ବାରାନଗର ଠାରେ ସନ୍ନ୍ୟାସ ଗ୍ରହଣ କରିଥିବା ୧୨ ଜଣ ଶିଷ୍ୟଙ୍କ ମଧ୍ୟରୁ ଅଧିକାଂଶ ଶିଷ୍ୟ ସନ୍ନ୍ୟାନୀ ଭାବେ ଯୋଗ ଦେଇଥିଲେ । ମୋଟରେ ପରମହଂସଙ୍କର ଯେଉଁ ୧୬ ଶିଷ୍ୟ ପୃଥିବୀରେ ଗୁରୁଙ୍କର ବାର୍ତ୍ତା ପ୍ରଚାର ସହିତ ମଣିଷ ଭିତରେ ଆଧାତ୍ମିକ ଜାଗରଣ ସୃଷ୍ଟି କରିବା ପାଇଁ ଜୀବନବ୍ୟାପୀ ଆକ୍କାନ୍ତ ପରିଶ୍ରମ କରୁଛନ୍ତି ସେମାନେ ହେଉଛନ୍ତି – ସ୍ଵାମୀ ବିବେକାନନ୍ଦ , ବ୍ରହ୍ମାନନ୍ଦ , ଶିବାନନ୍ଦ, ନିରଞ୍ଜନାନନ୍ଦ , ପ୍ରେମାନନ୍ଦ, ଯୋଗାନନ୍ଦ, ରାମକୃଷ୍ଣାନନ୍ଦ , ସାରଦାନନ୍ଦ, ତ୍ରିଗୁଣାତୀତାନନ୍ଦ , ଅଦୈତା ନନ୍ଦ, ଅଭେଦାନନ୍ଦ, ବିଜ୍ଞାନାନନ୍ଦ , ତୁରୀୟାନନ୍ଦ, ଅଖଣ୍ଡାନନ୍ଦ, ସୁବୋଧାନନ୍ଦ, ଓ ଅଦ୍ଭୁତାନନ୍ଦ । ଗୁରୁଜୀଙ୍କ ଠାରେ ଲୟ ରଖି ଓ ସ୍ଵାମୀଜୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଏମାନେ ମିଶି ପୃଥିବୀରେ ଏକ ଆଧ୍ୟତ୍ମିକ ଆଲୋଡନ ସୃଷ୍ଟି କରିଥିଲେ ।

ବାରାନଗର ଠାରେ ରାମକୃଷ୍ଣଙ୍କ ମଠ ୧୮୯୨ ପର୍ଯ୍ୟନ୍ତ ରହିଲା । ଏହା ପରେ ଆଉ ଦୁଇ ଜାଗା ହୋଇ ମଠ କଲିକତା ପାଖ ଗଙ୍ଗାକୂଳରେ ଅବସ୍ଥିତ ବେଲୁଡକୁ ୧୮୯୮ ରୁ ଉଠିଯାଇଛି । ରାମକୃଷ୍ଣ ମଠ ବେଲୁଡ ମଠ ନାମରେ ବିଖ୍ୟାତ । ୧୮୯୮ ଡିସେମ୍ବର ୯ ତାରିଖ ଦିନ ସ୍ଵାମୀଜୀ ପରମହଂସଙ୍କ ଚିତାଭସ୍ମ ନେଇ ବେଲୁଡ ମଠରେ ପ୍ରତିଷ୍ଠା କଲେ ଓ ୧୮୯୯ ଜାନୁଆରୀ ମଠ ସେଇଠି କାର୍ଯ୍ୟ କରୁଛି ।

ମଠ ପ୍ରତିଷ୍ଠା ପରେ ବିବେକାନନ୍ଦଙ୍କର ଅଧିକାଂଶ ସନ୍ନ୍ୟାସୀ ଭାଇ ତୀର୍ଥ ଭ୍ରମଣରେ ଯାଇଥିଲେ । ମଠର ଦାୟିତ୍ଵ ବିବେକାନନ୍ଦଙ୍କ ଉପରେ ଥିଲା ସେଥିପାଇଁ ସେ ୧୮୮୮ ରେ ପ୍ରଥମେ ମଠରୁ ବାହାରି କାଶୀ, ଅଯୋଦ୍ଧା, ବୃନ୍ଦାବନ, ଆଗ୍ରା ଓ ହରିଦ୍ଵାର ପ୍ରଭୁତି ସ୍ଥାନ ବୁଲିଆସିଲେ । ମନ୍ଦିର ଓ ତୀର୍ଥସ୍ଥାନ ଦର୍ଶନ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା । ଠାରେ ଗୁରୁ ରାମକୃଷ୍ଣ କହିଥିଲେ ଯେ ଦେଶରେ ଗରିବ ମଣିଷଙ୍କ ଦୁଃଖ ଦେଖିଲେ , ବୁଝିଲେ ଯାଇ ନରେନ୍ ଙ୍କ ଜ୍ଞାନ ପୂର୍ଣ୍ଣ ହେବ । ମଠର ଦାୟିତ୍ଵ ଓ ପରିବ୍ରାଜକ ସନ୍ନ୍ୟାସୀ ହେବାର ଦୁର୍ବାର ଆକାଂକ୍ଷା ମଧ୍ୟରେ ଧନ୍ଦି ହୋଇ ସ୍ଵାମୀଜୀ ୧୮୯୦ ଜୁଲାଇରେ ଗୁରୁଭାଇ ମାନଙ୍କୁ ଛାଡି ଦୁନିଆ ଦେଖିବା ପାଇଁ ବାହାରି ପଡିଲେ । ଫେରିଲେ ଯାଇ ୧୮୯୭ ଫେବୃଆରୀରେ । ଭାରତର ଦୁଇ ତୃତୀୟାଂଶ ବୁଲି ବିପୁଳ ଅଭିଜ୍ଞତା ହାସଲ କରି ଓ ବିଦେଶ ଭୂମି ଆମେରିଆ, ଇଂଲଣ୍ଡ, ପ୍ୟାରିସରେ ଅଦ୍ଭୁତପୂର୍ବ ଯଶକୀର୍ତ୍ତି ଅର୍ଜି ସ୍ଵାମୀଜୀ ଫେରିଲେ ବେଲୁଡ ମଠକୁ ।

ପରିବ୍ରାଜକ

ଗୁରୁ ରାମକୃଷ୍ଣ କହିଥିଲେ ଭାରତ ସାରା ବୁଲି ଦେଶର ଦୀନଦୁଃଖୀଙ୍କୁ ଦେଖିଲେ ଯାଇ ନରେନ୍ ଙ୍କ ଜ୍ଞାନ ପୂର୍ଣ୍ଣ ହେବ । ସ୍ଵାମୀ ବିବେକାନନ୍ଦ ଦେଶ ସାରା ବୁଲିଲେ : ଆଦିବାସୀ, ହରିଜନଙ୍କ ସହିତ ରହିଲେ , ରାଜା ମହାରାଜାଙ୍କ ଆତିଥ୍ୟ ଗ୍ରହଣ କଲେ । ଏହା ବ୍ୟତୀତ ସେ ଯେଉଁ ସ୍ଥାନକୁ ଗଲେ ସେଠାକାର ଜ୍ଞାନୀ ପଣ୍ଡିତଙ୍କ ସହିତ ଆଲୋଚନା କଲେ । କହିବା ବାହୁଲ୍ୟ ଯେ, ସ୍ଵାମୀଜୀ କେବଳ ବେଦ , ଉପନିଷଦ ଓ ହିନ୍ଦୁ ଶାସ୍ତ୍ରର ଆଲୋଚନା ମଧ୍ୟରେ ସୀମାବଦ୍ଧ ରହିନାହାନ୍ତି । ସେ ଅନେକ ଜୈନ ଓ ବୌଦ୍ଧ ବିଦ୍ଵାନଙ୍କ ସହିତ ମିସିଛନ୍ତି । କୋରାନରେ ଉତ୍ତମ ଜ୍ଞାନ ଥିବା ମୌଲବୀଙ୍କ ପାଖକୁ ଯାଇ ତାଙ୍କ ଆତିଥ୍ୟ ଗ୍ରହଣ କରୁଛନ୍ତି । ମୂଳ ଖ୍ରୀଷ୍ଟଗ୍ରନ୍ଥର ନକଲ ଗୋଆରେ ଅଛି ଖବର ପାଇ ସେ ଗୋଆ ଯାଇଥିଲେ ଓ ଖ୍ରୀଷ୍ଟଧର୍ମର ବିଦ୍ବାନମାନଙ୍କ ସହିତ ଶାସ୍ତ୍ର ଚର୍ଚ୍ଚା କରିଥିଲେ ।

ପରେ ସ୍ଵାମୀଜୀ ପାଶ୍ଚାତ୍ୟରେ ଭାରତବର୍ଷର ଧର୍ମ, ସଂସ୍କୃତି ଓ ଜୀବନଶୈଳୀର ପ୍ରଚାର କରୁଛନ୍ତି । ପାଶ୍ଚାତ୍ୟରେ ସ୍ଵାମୀଜୀ ଭାରତବର୍ଷର ପ୍ରଥମ ଓ ସର୍ବମହାନ ସାଂସ୍କୃତିକ ଆମ୍ବାସଡର । ସେଥିପାଇଁ ଭାରତ ବର୍ଷକୁ ଦେଖି ବୁଝି ସେ ଆପଣାକୁ ପ୍ରସ୍ତୁତ କରିଥିବା ସ୍ଵାଭାବିକ କଥା ।

୧୮୮୮ରେ ପ୍ରଥମ ଭ୍ରମଣକାଳରେ ବନାରସ ଯାଇ ସ୍ଵାମୀଜୀ କାଶୀର ପଣ୍ଡିତମାନଙ୍କ ସହିତ ଶାସ୍ତ୍ର ଆଲୋଚନା କରିଥିଲେ । କାଶୀର ପାଣ୍ଡିତ୍ୟର ପରମ୍ପରା ପ୍ରାଚୀନ । ବିଖ୍ୟାତ କାଶୀ ବିଶ୍ଵନାଥ ମନ୍ଦିର ଯାଇ ଶିବଙ୍କୁ ଦର୍ଶନ କଲେ । ବନାରସ ପାଖରେ ପ୍ରସିଦ୍ଧ ବୌଦ୍ଧ ପୀଠ ସାରନାଥ । ସାରନାଥ ଠାରେ ବୁଦ୍ଧ ଦେବ ତାଙ୍କର ପ୍ରଥମ ପାଞ୍ଚଜଣ ଶିଷ୍ୟଙ୍କୁ ଶିକ୍ଷା ଦେଇଥିଲେ । ସେ ଭୂମିରେ ପହଞ୍ଚି ସ୍ଵାମୀଜୀ ରୋମାଞ୍ଚିତ ହେଲେ । ବନାରସ ପାଖରେ ଗୋଟିଏ ନିର୍ଜନ ସ୍ଥାନରେ ବୁଲୁଥିବା ସମୟରେ ବିବେକାନନ୍ଦଙ୍କର ଏକ ବିଚିତ୍ର ଅନୁଭୂତି ହୋଇଥିଲା । କେତେଟା ମାଙ୍କଡ ତାଙ୍କୁ ଗୋଡାଇଲେ । ସ୍ଵାମୀଜୀ ଦୌଡିଲେ । ପଛରେ ଜଣେ ସାଧୁ ବଡ ପାଟିରେ କହୁଥିବାର ଶୁଣିଲେ – ତୁମେ ଏ ଦୁଷ୍ଟ ପ୍ରାଣୀଙ୍କର ମୁକାବିଲା କର, ପଳାଅ ନାହିଁ । କଥା ପଦକରେ ସ୍ଵାମୀଜୀ ସାଧୁଙ୍କ ଠାରୁ ମହାନ ଶିକ୍ଷା ପାଇଲେ । ପରେ କେତେ ଦୁଷ୍ଟ ତାଙ୍କୁ ପଛରେ ଗୋଡାଇଛନ୍ତି । ଯଦି ସେ ଭୟରେ ପଳାଇଥାନ୍ତେ ତେବେ ଆମେ ଜଣେ ବିବେକାନନ୍ଦ ପାଇ ନ ଥାନ୍ତୁ । ସାଧୁଙ୍କର ପଡେ କଥା ତାଙ୍କୁ ଗଭୀର ଭାବରେ ସ୍ପର୍ଶ କରିଥିବାର ଘଟନାକୁ ସେ ନିର୍ଭୀକ ଗୋଟିଏ ସଭାରେ ବର୍ଣ୍ଣନା କରିଥିଲେ ।

ହୃଷିକେଶ ଠାରେ ପ୍ରଥମେ ଶିଷ୍ୟ ଓ ତାପରେ ଗୁରୁ ସାଂଘାତିକ ଭାବରେ ବେମାର ପଡିଲେ । ଗୁରୁଭାଇମାନେ ଖବର୍ଲ ପାଇ ତାଙ୍କୁ ଫେରି ଆସିବାକୁ ଅନୁରୋଧ ଜାଣାଇଲେ । ଗୁରୁ ଶିଷ୍ୟ ଉଭୟେ କଲିକତା ଫେରିଲେ । ପ୍ରାୟ ବର୍ଷକ ପରେ ସ୍ଵାମୀଜୀ ଦ୍ଵିତୀୟ ଥର ପାଇଁ ପର୍ଯ୍ୟଟନରେ ବାହାରିଗଲେ । ତାଙ୍କର ଜଣେ ଗୁରୁ ଭାଇ ଆଲହାବାଦରେ ଅସୁସ୍ଥ ଖବର ପାଇ ବନାରସ ନ ଯାଇ ଆଲହାବାଦରେ ଅଟକିଗଲେ । ଅଦ୍ଵୈତ ବେଦାନ୍ତର ମହାନ ପଣ୍ଡିତ ପାୱାହରୀ ବାବାଙ୍କୁ ଭେଟିବା ପାଇଁ ଗାଜିପୁର ଗଲେ । ଗାଜିପୁରଠାରେ କେତେକ ୟୁରୋପୀୟ ତାଙ୍କୁ ଭେଟିବାକୁ ଆସିଲେ । ସ୍ଵାମୀଜୀ ସେମାନଙ୍କୁ ସନାତନ ଧର୍ମ ସମ୍ବନ୍ଧରେ ଏକ ଭାଷଣ ଦେଲେ । ଇଂରାଜୀରେ ତାଙ୍କର କଥନଶୈଳୀରେ ପ୍ରଭାବିତ ହୋଇ ଶ୍ରୋତା ମାନେ ତାଙ୍କୁ ୟୁରୋପ ଯାଇ ସନାତନ ଧର୍ମ ଉପରେ ଭାଷଣ ଦେବାକୁ ଉତ୍ସାହତ କାଲେ । ସେ ସୁଯୋଗ ଆସିଥିଲା ଚାରିବର୍ଷ ପରେ । ବନାରସ ଠାରେ ଶ୍ରୀ ରାମକୃଷ୍ଣଙ୍କର ଜଣେ ବିଶିଷ୍ଟ ଗୃହୀଶିଷ୍ୟ ବଲରାମ ବୋଷଙ୍କ ମୃତ୍ୟୁ ସମ୍ବାଦ ପାଇ ୧୮୯୦ ଏପ୍ରିଲରେ ବିବେକାନନ୍ଦ କଲିକତା ଫେରିଆସିଲେ । ମାସିକ ପରେ ଆଉ ଜଣେ ଗୃହୀ ଶିଷ୍ୟ ସୁରେନ୍ଦ୍ରନାଥ ମିତ୍ର ଙ୍କର ମୃତ୍ୟୁ ହେଲା । ଏହି ସବୁ କାରଣରୁ ଜୁଲାଇ ମାସ ଯାଏ ବିବେକାନନ୍ଦ ମଠରେ ଅଟକିଗଲେ । ତାଙ୍କର ଆଧ୍ୟାତ୍ମିକ ସିଦ୍ଧି ନ ହେବା ପର୍ଯ୍ୟନ୍ତ ଫେରିବେ ନାହିଁ ବୋଲି ସଂକଳ୍ପ କରି ଜୁଲାଇ ତୃତୀୟ ସପ୍ତାହରେ କଲିକତା ଛାଡିଲେ । ସାଙ୍ଗରେ ଗଲେ ସ୍ଵାମୀ ଅଖଣ୍ଡାନନ୍ଦ ବା ଗଙ୍ଗାଧର । ତାଙ୍କୁ ବିବେକାନନ୍ଦ ଶ୍ରଦ୍ଧାରେ ଡାକନ୍ତି ଗଙ୍ଗା ।

ମିଟର ଛାଡି ସ୍ଵାମୀଜୀ ରାଜସ୍ଥାନର ଆଲୱାର ନାମକ ଗଡଜାତ ରାଜ୍ୟରେ ପହଞ୍ଚିଲେ । ସେଠାରେ ତାଙ୍କର ଅନେକ ମୁସଲମାନ ବନ୍ଧୁ ଜୁଟିଲେ । ଶମ୍ଭୁନାଥ ନାମକ ଜଣେ ଅବସରପ୍ରାପ୍ତ ଇଂଜିନିୟରଙ୍କ ଆତିଥ୍ୟ ଗ୍ରହଣ କଲେ । ଶମ୍ଭୁନାଥ ଜଣେ ଜ୍ଞାନୀ ବ୍ୟକ୍ତି । ସ୍ଵାମୀଜୀଙ୍କ ସାନିଧ୍ୟରେ ସେ ବିହ୍ଵଳ ହୋଇଗଲେ । ସ୍ଵାମୀଜୀଙ୍କୁ ଭେଟି ତାଙ୍କ ଠାରୁ ଦି ପଦ ଶୁଣିବାକୁ ଶମ୍ଭୁନାଥ ଘରେ ପ୍ରତିଦିନ ବୈଠକ ବସିଲା । ହିନ୍ଦୁ , ସୁସଲମାନ ଉଭୟ ସମ୍ପ୍ରଦାୟର ଲୋକମାନେ ସ୍ଵାମୀଜୀ ଙ୍କର ଚାରିପଟେ ରୁଣ୍ଡ ହେଉଥିଲେ । ମୁସଲମାନ ଙ୍କ ଆନୁଗତଙ୍କ ନିମନ୍ତ୍ରଣ ରକ୍ଷା କରି ସେମାନଙ୍କ ଘରକୁ ଯାଇ ଖାଉଥିଲେ ।

ଆଲୱାରର ଦିୱାନୀଙ୍କ କାନରେ ସ୍ଵାମୀଜୀଙ୍କ କଥା ପଡିଲା । ଆଲୱାରର ମହାରାଜା ସାହେବଙ୍କୁ ଅନୁକରଣ କରୁଥିଲେ । ହିନ୍ଦୁଙ୍କର ପ୍ରତିମା ପୂଜାକୁ ନିନ୍ଦୁଥିଲେ । ସ୍ଵାମୀଜୀ ମହାରାଜାଙ୍କୁ ବାଟକୁ ଆଣିପାରନ୍ତି ବୋଲି ଭାବି ଦିୱାନ ତାଙ୍କୁ ମହାରାଜାଙ୍କ ସଭାକୁ ନେଲେ । ମହାରାଜା ସ୍ଵାମୀଜୀଙ୍କୁ କହିଲେ ଯେ ପ୍ରତିମା ପୂଜାରେ ତାଙ୍କର ବିଶ୍ଵାସ ନାହିଁ । ଚାରିଆଡକୁ ଅନେଇ ବିବେକାନନ୍ଦ ରାଜାଙ୍କର ଗୋଟିଏ ଫଟୋ ଟଙ୍ଗା ହୋଇଥିବାର ଦେଖିଲେ । ଦେୱାନଙ୍କୁ ଫଟୋଟି ଆଣିବାକୁ କହିଲେ । ଫଟୋ ଆସିଲା ପରେ କହିଲେ- ଦେୱାନୀଜୀ ! ଏହି ଫଟୋ ଉପରେ ଛେପ ପକାନ୍ତୁ ତ ! ତାଙ୍କର ଏପରି କଥା ଶୁଣି ସଭାସଦସବୁ ଦରିଗଲେ । ସନ୍ନ୍ୟାସୀ ଙ୍କ ଭାଗ୍ୟରେ କଣ ଅଛି କେଜାଣି ? ଦେୱାନଜୀ ନ ଶୁଣିବାରୁ ଅନ୍ୟମାନଙ୍କୁ ସେଇୟା ଆଦେଶ ଦେଲେ । କେହି ମାଣିଲେ ନାହିଁ । ସ୍ଵାମୀଜୀ ବୁଝାଇ ଦେଲେ – ରାଜନ ! ଆପଣଙ୍କ ଫଟୋ ଭିତରେ ଦେୱାନ ଓ ଅନ୍ୟ ସମସ୍ତେ ଆପଣଙ୍କୁ ଦେଖୁଛନ୍ତି । ସେହିପରି ଲୋକେ ଯେଉଁ ଫଟୋ ବା ମୂର୍ତ୍ତି ପୂଜା କରନ୍ତି ତା ଭିତରେ ଦେବତା ବା ଦେବୀଙ୍କୁ ଦେଖୁଥାନ୍ତି । ପଥର ମୂର୍ତ୍ତି କୁ କେହି ପଥର ମନେ କରି ପୂଜା କରେନା । ବିବେକାନନ୍ଦଙ୍କ କଥାରେ ପ୍ରଭାବିତ ହୋଇ ରାଜା ତାଙ୍କର ଜଣେ ଭକ୍ତ ହୋଇଗଲେ ।

କ୍ଷେତରୀର ରାଜା ସ୍ଵାମୀଜୀଙ୍କର ଅତ୍ୟନ୍ତ ପ୍ରିୟ ଓ ଆନୁଗତ ଶିଷ୍ୟ ହୋଇଥିଲେ । ମାଉଣ୍ଟ ଆବୁ ଠାରେ ରାଜା ସ୍ଵାମୀଜୀଙ୍କ ସହିତ ପ୍ରଥମେ ପରିଚିତ ହେଲେ । କୋଟା ରାଜାଙ୍କର ମୁସଲମାନ ଓକିଲ ମାଉଣ୍ଟ ଆବୁର ଗୋଟିଏ ଗୁମ୍ଫାରେ ସ୍ଵାମୀଜୀ ଙ୍କୁ ଭେଟି ଓ ତାଙ୍କର କଥା ଶୁଣି ଖୁବ ପ୍ରଭାବିତ ହେଲେ । ତାଙ୍କ ବଙ୍ଗଳାରେ ରହିବାକୁ ସେ ସ୍ଵାମୀଜୀ ଙ୍କୁ ଅନୁରୋଧ କଲେ । ସ୍ଵାମୀଜୀଙ୍କର ଆପତ୍ତି ନ ଥିଲା ଅନ୍ତତଃ ମୁସଲମାନ ବୋଲିଳ କୌଣସି ଆପତ୍ତି ନ ଥିଲା । ପୂର୍ବରୁ ସେ ମୁସଲମାନଙ୍କ ଘରେ ରହୁଛନ୍ତି , ଖାଇଛନ୍ତି । କ୍ଷେତରୀ ରାଜାଙ୍କ ଦିୱାନ ଜଣେ ତେଜସ୍ବୀ ସ୍ଵାମୀଜୀ ଆସିଛନ୍ତି ଖବର ପାଇ ମୁସଲମାନ ଓକିଲଙ୍କ ଘରେ ପହଞ୍ଚିଲେ । ଦିୱାନ ସ୍ଵାମୀଜୀଙ୍କୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଯେ ଜଣେ ହିନ୍ଦୁ ସନ୍ନ୍ୟାସୀ ହୋଇ କିପରି ମୁସଲମାନ ଘରେ ରହୁଛନ୍ତି ? ଦିୱାନୀଙ୍କ ମତ ସହିତ ଏକମତ ହୋଇ ଏବେ ବି ଅନେକ ହିନ୍ଦୁ ଆଶ୍ଚର୍ଯ୍ୟ ହେବେ । ମାତ୍ର ସ୍ଵାମୀଜୀନ୍କାର୍ଲ ଉତ୍ତର ସେମାନଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିବ । ସ୍ଵାମୀଜୀ କହିଲେ , ଏପରି କରିବାକୁ ଇଶ୍ଵର ବା ଧର୍ମ ଶାସ୍ତ୍ର କେହି ବାରଣ କରିନାହାନ୍ତି । ସମାଜ ଏପରି ଗୋଟିଏ ନିୟମ ଲଦି ଦେଇଛି । ସ୍ଵାମୀଜୀଙ୍କ ସ୍ପଷ୍ଟ କଥା ଓ ଡେଜିୟାନ ରୂପ ଦେଖି ତାଙ୍କୁ କ୍ଷେତରୀ ରାଜାଙ୍କ ପାଖକୁ ଯିବା ପାଇଁ ଅନୁରୋଧ କଲେ ।

କ୍ଷେତରୀ ରାଜା ଅଜିତ ସିଂହଙ୍କ ସହିତ ସ୍ଵାମୀଜୀଙ୍କର ପ୍ରଥମ ସାକ୍ଷାତ ୧୮୯୧ ଜୁନ ୪ ତାରିଖ ଦିନ ହୋଇଥିଲା । କିଛିଦିନ ଭିତରେ ବିଭିନ୍ନ ବିଷୟରେ ସ୍ଵାମୀଜୀଙ୍କ ସହିତ ଆଲୋଚନା କରି କ୍ଷେତରୀ ରାଜାଙ୍କର ହୃଦୟ ବିଗଳିତ ହେଲା । ସେ ତାଙ୍କୁ କ୍ଷେତରୀ ଆସିବା ପାଇଁ ନିମନ୍ତ୍ରଣ କାଲେ । ସ୍ଵାମୀଜୀ ଯାଇ ଅଢେଇ ମାସ କାଳ ରାଜାଙ୍କ ଆତିଥ୍ୟ ଗ୍ରହଣ କରିଥିଲେ । ଏତେ ଦିନ ସେ ସାଧାରଣତଃ କେଉଁଠି ରହନ୍ତି ନାହିଁ । ଆମେରିକାରୁ ସ୍ଵାମୀ ଜୀ କ୍ଷେତରୀ ରାଜାଙ୍କ ପାଖକୁ ଚିଠି ପଠାଉଥିଲେ । କ୍ଷେତରୀ ଆଜମିର ବାଟେ ବିବେକାନନ୍ଦ ଗୁରୁରାଟ ଓ ମହାରାଷ୍ଟ୍ର ଯାଇଥିଲେ । ଗୁଜୁରାଟର ଜୈନ ମନ୍ଦିରସବୁ ତାଙ୍କୁ ଅଭିଭୂତ କରିଥିଲା । ଜନଗଡ ଠାରେ ଆଶୋକଙ୍କ ଶିଳାଲିପିକୁ ସେ ଆଗ୍ରହର ସହିତ ପାଢୀଥିଲେ । ସୋମନାଥ ମନ୍ଦିର ଦେଖିବାକୁ ଯାଇଥିଲେ । ଜନାଗୁଡା ଠାରେ ଜଣେ ଗୃରୁଭାଇ ଆଭେଦାନନ୍ଦଙ୍କ ସହିତ ଭେଟ ହୋଇଥିଲା । ପୋର ବନ୍ଦର ଠାରେ ଆଉ ଜଣେ ସମସ୍ତେ ଭାରତ ଭ୍ରମଣ କରୁଥାନ୍ତି ଓ କେଉଁଠି କାହାର ଆକସ୍ମିକ ଭାବେ ଭେଟ ହୁଏ ।

ବମ୍ବେରେ ଦୁଇ ମାସ ରହି ସ୍ଵାମୀଜୀ ପୁନା ଅଭିମୁଖେ ବାହାରିପଡିଲେ । ସେ ଦିନ ଲୋକମାନ୍ୟ ବାଳ ଗଙ୍ଗାଧର ତିଳକ ପୁନା ଯାଉଥାନ୍ତି । ସ୍ଵାମୀଜୀଙ୍କୁ ଛାଡିବାକୁ ଆସିଥିବା ବ୍ୟକ୍ତିମାନେ ତାଙ୍କୁ ତିଳକଙ୍କ ସହିତ ପରିଚୟ କରାଇ ଦେଲେ । ଦୁହେଁ ଗୋଟିଏ କାରରେ ପୁନା ଗଲେ । ତିଳକଙ୍କ ଅତିଥି ହୋଇଲ ସ୍ଵାମୀଜୀ ତାଙ୍କ ସହିତ ପୁନାରେ ଦଶଦିନ ରହିଲେ ।ତିଳକ ଙ୍କ ସହିତ ଡେକାନ କ୍ଲବକୁ ଯାଇ ଭାରତୀୟ ଦର୍ଶନ ଉପରେ ଗୋଟିଏ ଭାଷଣ ଦେଇଥିଲେ । କହିବା ବାହୁଲ୍ୟ ଗୀତାରେ ମହାନ ଭାଷ୍ୟକାର ତିଳକ ଭାରତୀୟ ଦର୍ଶନରେ ପ୍ରବୀଣ ବ୍ୟକ୍ତି । ସ୍ଵାମୀଜୀ ଙ୍କ ଭାଷଣ ସବୁ ଶ୍ରୋତାଙ୍କୁ ଚମକୃତ କରିଥିଲା । ପୁନାରେ ଥିବା ପର୍ଯ୍ୟନ୍ତ ଗୀତା ଓ ଉପନିଷଦ ସମ୍ବନ୍ଧରେ ସ୍ଵାମୀଜୀଙ୍କ ଠାରୁ ଶୁଣିବାକୁ ଲୋକମାନେ ଭିଡ କଲେ । ଗୋଆ ଥିବା ପର୍ତ୍ତୁଗୀଜ ଉପନିବେଶ । ଖ୍ରୀଷ୍ଟଧର୍ମ ସମ୍ପର୍କରେ ପ୍ରାଚୀନ ଲ୍ୟାଟିନ ପାଣ୍ଡୁଲିପି ଶିକ୍ଷା ପାଇବା ଉଦ୍ଦେଶ୍ୟ ରଖି ବିବେକାନନ୍ଦ ଗୋଆ ଯାଇଥିଲେ । ଗୋଆରେ ସ୍ଵାମୀଜୀଙ୍କୁ ଜଣେ ବିଶିଷ୍ଟ ଖ୍ରୀଷ୍ଟଧର୍ମ ସମ୍ପର୍କରେ ଶୁଣିବାକୁ ସୁଯୋଗ ପାଇ ସ୍ଵାମିଜି ଉଲ୍ଲସିତ ହେଲେ ।

ସ୍ଵାମୀଜୀ ରାଜା ମହାରାଜାଙ୍କ ଆତିଥ୍ୟ ଗ୍ରହଣ ବିଷୟ ଆମେ ଅଧିକ କହିଛୁ । ମାତ୍ର ସେ ଅନେକ ଗରିବ ବସ୍ତିରେ ଦିନ କଟାଇଛନ୍ତି । ଠାରେ ସେ ଗୋଟିଏ ଆଦିବାସୀ ପରିବରେ ଆତିଥ୍ୟ ହୋଇଥିଲେ । ପରିବାର ସମସ୍ତେ ଉପାସ ରହି ଯେତିତି ଖାଦ୍ୟ ଥିଲା ତାହା ସ୍ଵାମୀଜୀଙ୍କୁ ଅର୍ପଣ କଲେ । ଏହା ଜାଣିପାରି ସ୍ଵାମୀଜୀଙ୍କ ହୃଦୟ ହାହାକାର କରି ଉଠିଲା । ଗୁରୁ ରାମକୃଷ୍ଣ ଓ ଶିଷ୍ୟ ବିବେକାନନ୍ଦ ଦୃଢ ଭାବେ କହିଛନ୍ତି ଯେ ଭୋକିଲା ଲୋକଙ୍କୁ ଆଗ ଖାଦ୍ୟ ଦିଅ । ଧର୍ମ ପଛରେ ରହୁ । ଭାରତଭ୍ରମଣ କାଳରେ ବିବେକାନନ୍ଦଙ୍କୁ କେବେ କେବେ ଦୁଇ ଦିନର ବାସୀ ରୁଟି ଖାଇବାକୁ ପଡିଛି । ଶିଖିଲା ରୁଟି ଚୋବାଇ ଦାନ୍ତରୁ ରକ୍ତ ଝରିଛି । କୌଣସି ରାଜାଙ୍କ ଅତିଥି ହୋଇଥିବା ସମୟରେ ତାଙ୍କ ପାଇଁ ପଲଙ୍ଗ ଉପରେ ସୁନ୍ଦର ବିଛଣା କରୁ ଦିଆଯାଇଥାଏ । ସେଇ ବିଛଣା ଉପରେ ଶୋଇଥିବା ସମୟରେ ବିବେକାନନ୍ଦ ଗରିବ ବସ୍ତିରେ କଟୁଥିବା ଦିନ ଗୁଡିକ ମନେ ପଡିଯାଏ । ସେ ପାଗଳ ପରି ପଲଙ୍କ ରୁ ଓଲ୍ଲାଇ ଆସି ବିନା ବିଛଣାରେ ତଳେ ଶୋଇଜାଆନ୍ତି । ଯେଉଁ ରାଜାମାନଙ୍କର ଗରିବଙ୍କ ପିଲା ଦରଦ ଥିଲା କେବଳ ସେଇମାନଙ୍କ ସହିତ ସ୍ଵାମୀଜୀଙ୍କର ସମ୍ପର୍କ ବଢିଲା । ଆମୋରିକାରୁ ମହିଶୂର ରାଜାଙ୍କ ପାଖକୁ ଗୋଟିଏ ଚିଠି ସ୍ଵାମୀଜୀ ଲେଖିଥିଲେ – ବିବେକାନନ୍ଦ ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା ଯେ ଗରିବଙ୍କ ପ୍ରତି ସେବା ଭବ ସେ ଆପଣଙ୍କ ହୃଦୟରେ ବଞ୍ଚାଇରଖନ୍ତୁ । ଧନୀମାନଙ୍କ ମନରେ ଗରିବଙ୍କ ପ୍ରତି କୋମଳ ଭାବ ସୃଷ୍ଟି କରିବାକୁ ବିବେକାନନ୍ଦ ସେମାନଙ୍କ ସହିତ ମିଶୁଥିଲେ ।

ସ୍ଵାମୀଜୀ ଙ୍କର ଟିକିଏ ଧୂଆଁ ଟାଣିବାର ସଉକ ଥିଲା । ଦକ୍ଷିଣ ଭତରାରେ ବୁଲୁଥିବା ବେଳେ ଥରେ ସେ ଦେଖିଲେ ରାସ୍ତାକଡ ଗଛମୂଳରେ ବସି ଜଣେ ଲୋକ ବିଡି ଟାଣୁଛି । ସେ ଲୋକ ପାଖକୁ ଯାଇ ତାକୁ ବିଡିଟା ମାଗିଲେ । ଉଦ୍ଦେଶ୍ୟ, ଦି ଥର ଟାଣି ଫେରାଇ ଦେବେ । ଲୋକଟି କହିଲା , ଆଜ୍ଞା !ମୁଁ ଜାତିରେ ହାଡି । ମୋ ଅଇଁଠା ବିଡି ଆପଣଙ୍କୁ କିପରି ଦେବି ? ଏ କଥା ଶୁଣି ବିବେକାନନ୍ଦ ଆଗେଇ ଚାଲିଲେ । କିଛି ବାଟ ଯାଇଛନ୍ତି, ତାଙ୍କ ମନକୁ ଆସିଲା –ମୁଁ ସନ୍ନ୍ୟାସୀ ଲୋକ । ତଥାପି ଜାତି ଭେଦ ମୋ ଭିତରୁ ଯାଇ ନାହିଁ ! ହାଡି ବୋଲି ତାର ବିଡି ଟାଣିଲି ନାହିଁ । ବିବେକାନନ୍ଦ ଦୌଡିଲା ପରି ପଛକୁ ଫେରିଲେ । ସେ ଲୋକ ହାତରୁ ବିଡି ଛଡେଇ ନେଇ ଦି ଦମ ଟାଣିଲେ । ବିଡି ଧୂଆଁ ସହିତ ତାଙ୍କ ଭିତରେ ଲୁଚିଠିବା କେଉଁଠି ଟିକିଏ ଜାତି ଅଭିମାନ ସେ ଦିନ ଉଡିଗଲା ।

ମହିଶୂରରେ ରାଜାଙ୍କର ଜଣେ ପଦସ୍ଥ ମୁସଲମାନଙ୍କର କୋରାନର କେତେକ ଅଂଶ ବୁଝିବାରେ ଅସୁବିଧା ହେଉଥିଲା । ସେ ସ୍ଵାମୀଜୀ ଙ୍କ ସାହାଯ୍ୟ ଲୋଡିଲେ କୋରାନରେ ସ୍ଵାମୀଜୀଙ୍କର ଗଭୀର ପ୍ରବେଶ ଲକ୍ଷ୍ୟ କରି ଉକ୍ତ ଅଫିସର ସ୍ତବ୍ଧ ହେଲେ । ଏହା ପରେ ଇସଲାମ ଧର୍ମ ଚର୍ଚ୍ଚା କରିବାକୁ ମହିଶୂରର ମୁସଲମାନମାନେ ସ୍ଵାମୀଜୀ ଙ୍କ ପାଖରେ ଭିଡ କଲେ ।

ତିନି ବର୍ଷ ଧରି ପରିବ୍ରାଜକ ଭାବେ ଭ୍ରମଣ କରି ସ୍ଵାମୀଜୀ ଆପଣାକୁ ଅଜ୍ଞାତସାରରେ ବିଦେଶ ଯିବା ପାଇଁ ପ୍ରସ୍ତୁତ କରୁଥିଲେ । ସେ ବିଦେଶ ଯିବାର ସିଦ୍ଧାନ୍ତ ନେଲେ ଭରତବର୍ଷର ଦକ୍ଷିଣପ୍ରାନ୍ତ କନ୍ୟାକୁମାରୀରେ । ଶିବାଙ୍କୁ ସ୍ଵାମୀ ରୂପରେ ପାଇବାକୁ ଦେବୀ ମାତା ଗୌରୀ କନ୍ୟାକୁମାରୀ ବେଶରେ ଏହି ଧାମରେ ତପସ୍ୟା କରିଥିଲେ । କନ୍ୟାକୁମାରୀ ଙ୍କ ମନ୍ଦିର ଭାରତବର୍ଷରେ ପ୍ରସିଦ୍ଧ । ସମୁଦ୍ର କୂଳରୁ ଅଧମାଇଲ ଦୂରରେ ସମୁଦ୍ର ଭିତରେ ଦୁଇଟି ପାହାଡ ପାଣି ଭିତରୁ ମୁଣ୍ଡ ଟେକିଛନ୍ତି । ସେଇ ପାହାଡ ପାଖକୁ ଯିବା ପାଇଁ ସ୍ଵାମୀଜୀ ଅଥୟ ହୋଇପଡିଲେ । କୌଣସି ନାଉରି ନ ପାଇ ପହିଁରୀ ପହିଁରୀ ଯାଇ ସେଇ ପାହାଡରେ ପହଞ୍ଚିଲେ । ପାହାଡ ଦୁଇଟି ବର୍ତ୍ତମାନ “ବିବେକାନନ୍ଦ ପାହାଡ “ ନାମରେ ପରିଚିତ । ସେହି ପାହାଡ ଉପରେ ୧୮୯୨(ବଡ ଦିନ) ସପ୍ତାହରେ ସ୍ଵାମୀଜୀ ତିନିଦିନ ଧରି ଧ୍ୟାନରେ ମଗ୍ନ ହୋଇ ରହିଲେ । ଭାରତବର୍ଷର ମହତ୍ଵ ଓ ଦୁର୍ବଳତା ତାଙ୍କୁ ସ୍ପଷ୍ଟ ଦିଶିଲା । ଧ୍ୟାନରୁ ଉଠି ସେ ସ୍ଥିର କଲେ ଯେ ତାଙ୍କୁ ଚିକାଗୋ ଧର୍ମ ସଭା ଯିବାକୁ ହେବ ।

୧୮୯୩ ଜାନୁଆରୀରେ ପଣ୍ଡିଚେରୀ ବାଟେ ସ୍ଵାମୀଜୀ ମାଡ୍ରାସ ଆସିଲେ । ଚିକାଗୋ ଧର୍ମ ସଭାରେ ଭାତତବର୍ଷର ପ୍ରତିନିଧିତ୍ଵ କରିବା ପାଇଁ ବିବେକାନନ୍ଦ ସବୁଠାରୁ ଯୋଗ୍ୟ ବ୍ୟକ୍ତି ବୋଲି ମାଡ୍ରାସ ସହର ଚିହ୍ନିଲା ଓ ଆଗ୍ରହର ସହିତ ତାଙ୍କ ଯିବାର ସବୁ ଆୟୋଜନ କଳା । ସ୍ଵାମୀଜୀ ଙ୍କ ଭାଷଣସବୁ ଶୁଣି ମାଡ୍ରାସୀ ଯୁବକମାନେ ପାଗଳ ହୋଇଉଠିଲେ । ଆମେରିକା ଯିବା ପାଇଁ ଆବଶ୍ୟକୀୟ ଅର୍ଥର ମୋଟା ଅଂଶ ଏହି ଯୁବକମାନେ ଚାନ୍ଦା କରି ଯୋଗାଡ କଲେ । ବୟସ୍କ , ଜ୍ଞାନୀ ,ଲୋକେ ସ୍ଵାମୀଜୀ ଙ୍କ ଜ୍ଞାନର ଗଭୀରତା ଦେଖିଲ ବିସ୍ମିତ ହେଲେ । ନଟରାଜନ ନାମକ ମାଡ୍ରାସର ଜଣେ ପ୍ରଭାବଶାଳି ସାମ୍ବାଦିକ ଓ ଆଇନ କ୍ଷେତ୍ରରେ ସର୍ବଭାରତୀୟ ଖ୍ୟାତି ରଘୁନାଥ ରାଓ ନାମକ ଆଇନ ଜୀବି ସ୍ଵାମୀଜୀ ଙ୍କର ଚିକାଗୋ ଯାତ୍ରା ପାଇଁ ସବୁପ୍ରକାର ସାହାଯ୍ୟ କରିବାକୁ ଆଗେଇ ଆସିଲେ । ସ୍ଵାମୀଜୀ ମାଡ୍ରାସରେ ଥିବା ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟାବେଳେ ତାଙ୍କ ପାଖେ ପାଖେ ରହି ତାଙ୍କର ସବୁ ଭାଷଣ ଶୁଣୁଥିଲେ । ପାଶ୍ଚାତ୍ୟରୁ ଫେରି ସ୍ଵାମୀଜୀ ମାଡ୍ରାସରୁ “ପ୍ରବୁଦ୍ଧଭାରତ” ନାମକ ସୁପରିଚିତ ପତ୍ରିକା ବାହାର କଲେ । ଏହାର ପରିଚାଳନା ଦାୟିତ୍ଵ ନେଲେ ପ୍ରଫେସର ମୁଦଲିୟର ।

ଚିକାଗୋ ଧର୍ମସଭାକୁ ଯାଉଥିବା ଖବର ସ୍ଵାମୀଜୀ ମାଆ ସରଦାମଣିଙ୍କୁ ଚିଠି ଦ୍ଵାରା ଜଣାଇ ତାଙ୍କର ଆଶୀର୍ବାଦ ଭିକ୍ଷା କଲେ । ପରମହଂସଙ୍କ ଏଇ ଇଛା ବୋଲି ମାଆ ଜାଣିଲେ ଓ ତାଙ୍କୁ ଆଶୀର୍ବାଦ ଚିଠି ଦ୍ଵାରା ଜଣାଇଲେ । ମାଆଙ୍କ ଚିଠି ପାଇ ବିବେକାନନ୍ଦଙ୍କର ଆନନ୍ଦାଶ୍ରୁ ଝରିପଡିଲା ।

ଚିକାଗୋ ଯାତ୍ରା ପୂର୍ବରୁ କ୍ଷେତରୀ ରାଜାଙ୍କ ପକ୍ଷରୁ ବିଦାୟ ନେବାକୁ ସ୍ଵାମୀଜୀ ବୋମ୍ବେ ଦେଇ କ୍ଷେତରୀ ଯାଉଥିଲେ I ବମ୍ବେରେ ଭାବେ ସ୍ଵାମୀ ବ୍ରମହାନନ୍ଦଙ୍କ ସହିତ ତାଙ୍କର ଦେଖାହେଲା I ସ୍ଵାମୀଜୀ କ୍ଷେତରୀରେ ପହଞ୍ଚିବା ବେଳକୁ କ୍ଷେତରୀ ରାଜାଙ୍କର ପୁତ୍ରସନ୍ତାନଟିଏ ହୋଇଥିବାରୁ ବଡ ଉତ୍ସବ ଆୟୋଜିତ ହୋଇଥାଏ । ସ୍ଵାମୀଜୀଙ୍କୁ ଅପ୍ରତ୍ଯାଶିତ ଦେଖି କ୍ଷେତରୀ ରାଜା ତାଙ୍କର ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ସ୍ଵାମୀଜୀଙ୍କୁ ପ୍ରଣାମ କରିଥିଲେ । ସ୍ଵାମୀଜୀ ନବଜାତ ଶିଶୁକୁ ଆଶୀର୍ବାଦ କଲେ । କ୍ଷେତରୀରେ ତିନି ସପ୍ତାହ ରହି ଚିକାଗୋ ଯାତ୍ରା ପାଇଁ ପ୍ରସ୍ତୁତ ହେବା କୁ ବମ୍ବେ ଆସିଲେ ।

ବମ୍ବେରେ ସ୍ଵାମୀଜୀଙ୍କର ବିଶିଷ୍ଟ ମାଡ୍ରାସୀ ଶିଷ୍ୟ ଆଲାସିଙ୍ଗା ତାଙ୍କ ଅପେକ୍ଷାରେ ଥିଲେ । କେଇଜଣ ଗୁରୁଭାଇ ତାଙ୍କୁ ବିଦାୟ ଦେବାକୁ ଆସିଥିଲେ ମଠ ସମ୍ଭାଳିବାକୁ ନିର୍ଦ୍ଦେଶ ଦେଇ ସ୍ଵାମୀଜୀ ସେମାନଙ୍କୁ ବିଦାୟ ଦେଲେ । ସ୍ଵାମୀଜୀ ଙ୍କର ଜଣେ ଭକ୍ତ ରାଜା ବମ୍ବେର ବଡ ବଡ ଦୋକାନରେ ତାଙ୍କ ପାଇଁ ରାଜକୀୟ ପୋଷାକ କରିଦେଲେ । ତାଙ୍କର କୌଣସି ଆପତ୍ତି ଶୁଣାଗଲା ନାହିଁ । ସ୍ଵାମୀଜୀ ବିଦେଶ ଯାଉଛନ୍ତି ଯେତେବେଳେ ପୋଷାକ ନିର୍ବାଚନ ତାଙ୍କ ଦାୟିତ୍ଵ ନୁହେଁ । ଏହି ରାଜକିୟ ପୋଷାକ ପାଇଁ ସ୍ଵାମୀଜୀ ଆମେରିକାରେ କି ହଇରାଣ ହେଲେ ସେ କଥା ପରେ

ପାଶ୍ଚାତ୍ୟ ଅଭିମୁଖେ

୧୪୯୩ ଖ୍ରୀଷ୍ଟାଦ୍ଦରେ କଲମ୍ବସ ଆମେରିକା ଆବିଷ୍କାର କରିଥିଲେ । ୧୮୯୩ରେ ଏହି ଐତିହାସିକ ଘଟନା ଚାରିଶହ ବର୍ଷ ପୁରୁଥାଏ । ସେଇ ଉପଲକ୍ଷେ ୧୮୯୩ରେ ଚିକାଗୋ ସହରରେ ଗୋଟିଏ ବିଶ୍ଵମେଳା କରାଯାଉଥିଲା । ଆମେରିକା କିପରି ସମ୍ପଦ ମାଲିକ ହୋଇଛି, ବିଜ୍ଞାନ ଓ ଶିଳ୍ପ କ୍ଷେତ୍ରରେ ନୂଆ ନୂଆ ଆବିଷ୍କାର କରିଛି ତା’ର ପ୍ରଚାର କରିବା ଏହି ବିଶ୍ଵମେଲାର ଉଦ୍ଦେଶ୍ୟ । ବିଶ୍ଵମେଳାର ଅଂଶ ଭାବେ ଗୋଟିଏ ବିଶ୍ଵ ଧର୍ମସଭା ହେଉଥାଏ । ବିଶ୍ଵଧର୍ମ ମହା ସଭା ବିଶ୍ଵମେଳାର ଗୋଟିଏ ଛୋଟ ଅଂଶ ଥିଲା । ଖ୍ରୀଷ୍ଟିଆନ ଧର୍ମ କିପରି ଅନ୍ୟ ଧର୍ମ ଠାରୁ ଶ୍ରେଷ୍ଠ ସେଇ କଥା ପ୍ରଚାର କରିବା ଉଦ୍ଦେଶ୍ୟରେ ବିଶ୍ଵମେଳାରେ ଗୋଟିଏ ଧର୍ମସଭା ଯୋଡ଼ାଯାଇଥିଲା ।

ପ୍ରତିବର୍ଷ ଆମେରିକା , ୟୁରୋପରେ ବଡ ଧରଣର ବିଶ୍ଵମେଳା ସବୁ ହେଉଛି । ସେ ଖବର ସାଧାରଣ ଲୋକେ ମନେ ରଖୁନାହାନ୍ତି । ଶହେରୁ ଅଧିକ ବର୍ଷ ପୂର୍ବେ ଚିକାଗୋରେ ହୋଇଥିବା ବିଶ୍ଵମେଳାକୁ ଆଜି କେହି ମନେରଖି ନାହାନ୍ତି । ମାତ୍ର ଧର୍ମ ମହାସଭାକୁ ମନେ ରଖିଛନ୍ତି । କାରଣ ଏହି ମହାସଭାରେ ବିଶ୍ଵ ଜଣେ ବିବେକାନନ୍ଦଙ୍କୁ ଆବିଷ୍କାର କରିଥିଲା ।

ରାଜା ମହାରାଜାମାନେ ସ୍ଵାମୀଜୀ ଙ୍କର ଆମେରିକା ଯାତ୍ରାଖର୍ଚ୍ଚ ବହନ କରିବାକୁ ଆଗ୍ରହୀ ଥିଲେ । ମାତ୍ର ବିବେକାନନ୍ଦ କହିଲେ, ସାଧାରଣ ଲୋକଙ୍କ ଠାରୁ ମିଳୁଥିବା ଚାନ୍ଦା ଖର୍ଚ୍ଚ କରି ସେ ଆମେରିକା ଯିବେ । ଶିଷ୍ୟମାନେ ଉତ୍ସାହର ସହିତ ଚାନ୍ଦା ସଂଗ୍ରହରେ ଲାଗିଗଲେ ।

ବିବେକାନନ୍ଦ ଆମେରିକା ବାହାରିଲେ କାହିଁକି ? ଧର୍ମ ମହାସଭାରେ ଯୋଗ ଦେଇ ହିନ୍ଦୁ ଧର୍ମର ମହତ୍ତ୍ଵ ବୁଝାଇବା ତାଙ୍କର ଅସଲ ଲକ୍ଷ୍ୟ ନ ଥିଲା । ବିଜ୍ଞାନ ପ୍ରୟୋଗ କରି ଆମେରିକା କିପରି ଧନୀ ହୋଇଛି ସେ କଥା ଭଲକରି ବୁଝିବା ତାଙ୍କର ଅସଲ ଲକ୍ଷ୍ୟ ଥିଲା । ଭାରତୀୟଙ୍କ ଭିତରୁ ଅଜ୍ଞାନ, ଆଳସ୍ୟ କିପରି ଦୂର ହେବ, ସେମାନେ କିପରି ଭୋକ ଉପାସରେ ନ ରହିବେ ସେ ବିଷୟ ସ୍ଵାମୀଜୀ ସାରା ଜୀବନ ଚିନ୍ତା କରିଛନ୍ତି । ତାଙ୍କର ଗୁରୁ ରାମକୃଷ୍ଣ କହିଥିଲେ , ଭୋକିଲା ଲୋକକୁ ଧର୍ମ ଦରକାର ନାହିଁ । ଭୋକିଲା ଲୋକଙ୍କୁ ଆଗ ଖାଇବାକୁ ଦିଅ । ରାମକୃଷ୍ଣଙ୍କ ପୂର୍ବରୁ କୌଣସି ଧାର୍ମିକ ମହାପୁରୁଷ ଏପରି କହିନଥିଲେ । ସମୁଦ୍ରରେ ଜାହାଜ ଯାତ୍ରା ସ୍ଵାମୀଜୀ ଙ୍କ ପାଇଁ ସଂପୂର୍ଣ୍ଣ ନୂଆ ଅଭିଜ୍ଞତା ଥିଲା । ତେବେ ଜାହାଜର ନୂଆ ପ୍ରକାର ଲୋକ ଓ ନୂଆ ପ୍ରକାର ଖାଦ୍ୟ ସହିତ ସେ ଶୀଘ୍ର ଅଭ୍ୟସ୍ତ ହୋଇଗଲେ । ଜାହାଜଅନେକ ବନ୍ଦର ରେ ରହିରହି ଯାଉଥିବାରୁ ସେ ଅନେକ ନୂଆ ଜାଗା ଦେଖିବାର ସୁଯୋଗ ପାଇଲେ ।

ଜାହାଜ ଯାତ୍ରା ପ୍ରଥମେ କଲମ୍ବୋରେ ଦୀନକ ପାଇଁ ରହିଲା । ସିଂହଳରେ ବିବେକନନ୍ଦ ଶାୟିତ ବିରାଟ ବୁଦ୍ଧ ମୂର୍ତ୍ତି ଦେଖି ମୁଗ୍ଧ ହେଲେ । ମାଳୟ, ସଙ୍ଗାପୁର, ସୁମାତ୍ରାରେ ଦିନେ ଅଟକି ଜାହାଜ ଚୀନରେ ତିନିଦିନ ପାଇଁ ରହିଲା । ଚୀନା ମଣିଷ ଓ ଚୀନର ବାଣିଜ୍ୟ କାରବାରକୁ ସ୍ଵାମୀଜୀ ମନଯୋଗ ସହକାରେ ଲକ୍ଷ୍ୟ କଲେ । ଅନେକ ବୌଦ୍ଧ ମନ୍ଦିର ବୁଲିଲେ । ଗୋଟିଏ ଚୀନା ମଠ ଦେଖିବାର ସୁଯୋଗ ତାଙ୍କୁ ମିଳିଥିଲା । ବିଦେଶଙ୍କୁ ଚୀନା ମତରେ ପଶିବା ମନା ଥାଏ ।

ଜାପାନର ନାଗାସାକୀ ଠାରେ ଜାହାଜ ଅଟକିଲା । ଜାପାନୀମାନେ ପୃଥିବୀର ସବୁଠାରୁ ପରିଚ୍ଛନ୍ନ ଜାତି ବୋଲି ସ୍ଵାମୀଜୀଙ୍କର ମତ । ବୃକ୍ଷଲତା ଓ ଫୁଲ ପ୍ରତି ଜାପାନୀଙ୍କର ଆଦର ତାଙ୍କୁ ସ୍ପର୍ଶ କଲା । ଜାପାନର ବର୍ତ୍ତମାନର ରାଜଧାନୀ ଟୋକିଓ, ପୂର୍ବତନ ରାଜଧାନୀ କାୟୋଟୋ ଓ ଓସିକା ସହର ବୁଲି ଜାପାନରେ ଆଧୁନିକତାର ପ୍ରବେଶ ଓ ପ୍ରାଚୀର ବୌଦ୍ଧ ମନ୍ଦିରସବୁ ସେ ଦେଖିଥିଲେ ।

ଜୁଲାଇ ୧୪ରେ ଜାପାନର ଯୋକୋହାମା ବନ୍ଦରରୁ ସ୍ଵାମୀଜୀଙ୍କର ଜାହାଜ ଛାଡି ଦକ୍ଷିଣ ପଶ୍ଚିମ କାନାଡର ଭାଙ୍କୋଭର ବନ୍ଦର ଲାଗିଲା । ଭାଙ୍କୋଭରରୁ ଭରତର ସାମ୍ରାଜ୍ଞୀ ନାମକ ଗୋଟିଏ ବଡ ଜାହାଜକୁ ଯାତ୍ରୀମାନେ ଗଲେ । ସେମାନଙ୍କୁ ନେଇ ବ୍ରିଟିଶ କଲମ୍ବିଆରେ ଏଇ ଜାହାଜ ପହଞ୍ଚାଇ ଦେଲା । ସେଠାରୁ ଟ୍ରେନ ଯୋଗେ ସ୍ଵାମୀଜୀ ଚିକାଗୋରେ ଯାଇ ପହଞ୍ଚିଲେ ।

୧୮୯୩ ମେ ୩୧ ତାରିଖରେ ବମ୍ବେ ଛାଡିଥିବା ଜାହାଜରେ ଯାଇ ଜୁଲାଇ ଶେଷରେ ସ୍ଵାମୀଜୀ ଚିକାଗୋରେ ପହଞ୍ଚିଲେ । ସେଠାରେ ପହଞ୍ଚି ସ୍ଵାମୀଜୀ ଖବର ପାଇଲେ ଯେ ଧର୍ମ ମହାସଭା ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରେ ଆରମ୍ଭ ହେବ । ଏତେ ଦିନ କାଳ ସେ ଚଳିବେ କେମିତି ? ସ୍ଵାମୀଜୀଙ୍କର ତ ସୁନ୍ଦର ତେଜୀୟାନ ଚେହେରା । ସେଥିରେ ଚିକାଗୋ ଯିବାପାଇଁ ଜଣେ ରାଜା ତାଙ୍କୁ ପୋଷାକ ତିଆରି କରିଦେଲେ । ରାଜକୀୟ ପୋଷାକ ପିନ୍ଧି ସ୍ଵାମୀଜୀ ଯେତେବେଳେ ଚିକାଗୋ ରାସ୍ତାକୁ ବାହାରି ପଡୁଥିଲେ, ସମସ୍ତେ ଭାବୁଥିଲେ ଏ ଭାରତବର୍ଷର ଜଣେ ମହାରାଜା ନିଶ୍ଚୟ । ଟ୍ୟାକ୍ସି ବାଲା, ହୋଟେଲ ବାଲା, କୁଲି ସମସ୍ତେ ଦି ଗୁଣ ପଇସା ମାଗୁଥିଲେ । ସ୍ଵାମୀଜୀଙ୍କର ଜଣେ ଭଦ୍ରମହିଳାଙ୍କ ସହିତ ପରିଚୟ ହେଲା । ସେ ଉପଦେଶ ଦେଲେ, ସ୍ଵାମୀଜୀ ଯେଉଁ ପୋଷାକ ପିନ୍ଧିଛନ୍ତି ତାକୁ ରଖି ଦିଅନ୍ତୁ । ପଇସା ଖର୍ଚ୍ଚ କରି ସାଧାରଣ ପୋଷାକ ତିଆରି କରନ୍ତୁ । ଫଳରେ ତାଙ୍କର ଖର୍ଚ୍ଚ କମିବ । ତା ଛଡା ଚିକାଗୋ ସହର ତା ମହଙ୍ଗା । ସ୍ଵାମୀଜୀ ପାଖ ବୋଷ୍ଟନ ସହରକୁ ଚାଲି ଯାଆନ୍ତୁ ।

ଭାରତବର୍ଷରେ ସନ୍ନ୍ୟାସୀମାନେ ଭିକ୍ଷା କରି ଚାଲି ଯାଆନ୍ତି । ଆମେରିକାରେ ଭିକ୍ଷା ମାଗିବା ବେଆଇନ କାମ । ଭୋକ ଉପାସରେ ସ୍ଵାମୀଜୀ ରାସ୍ତା କଡରେ ବସିଥିବା ସମୟରେ ଅନେକ ଭଦ୍ର ମହିଳା ତାଙ୍କୁ ଘରକୁ ଡାକି ନେଇ ଆଦର ଯତ୍ନ କରି ରଖିଛନ୍ତି । ସ୍ଵାମୀଜୀ ଖବର ପାଇଲେ ଯେ, ଯେଉଁ ମାନେ ଧର୍ମମହାସଭାରେ ପ୍ରତିନିଧି ଭାବେ ଯୋଗ ଦେବେ ସେମାନଙ୍କର ଖାଇବା, ରହିବା, ଖର୍ଚ୍ଚ ମହାସଭାର ପ୍ରତିନିଧି ବହନ କରିବ । ତେବେ ଜଣେ ଯେଉଁ ଦେଶରୁ ଆସିଛି ସେ ଦେଶରୁ ସୁପାରିସ ପତ୍ର ଆଣିଥିବା ଦରକାର । ସ୍ଵାମୀଜୀ ଭାରତବର୍ଷରୁ କୌଣସି ଧର୍ମସଂସ୍ଥା ଠାରୁ ପରିଚୟ ପତ୍ର ଆଣି ନ ଥାନ୍ତି । ଏ ପରିସ୍ଥିତିରେ ହିନ୍ଦୁ ଧର୍ମ ବିଷୟରେ କହିବା ପାଇଁ ସେ ଯୋଗ୍ୟ ବୋଲି କିଏ କିପରି ଜାଣିବ ?

ହାଭାର୍ଡ ଆମେରିକାର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ । ଯେଉଁ ଭଦ୍ରମହିଳା ସ୍ଵାମୀଜୀଙ୍କୁ ରାଜାଙ୍କ ପୋଷାକ ବଦଳାଇବାକୁ କହିଥିଲେ ସେଇ ତାଙ୍କୁ ହାଭାର୍ଡର ଜଣେ ବଡ ପ୍ରଫେସର ଜନ ରାଇଟଙ୍କ ପାଖକୁ ନେଇଗଲେ । ବିବେକାନନ୍ଦଙ୍କ ସହିତ କଥାବାର୍ତ୍ତା କରି ସେ ଆଶ୍ଚର୍ଯ୍ୟ ହେଲେ । ଏପରି ଅଗାଧ ଜ୍ଞାନ ସେ କୌଣସି ବ୍ୟକ୍ତି ଠାରେ ଦେଖିନାହାନ୍ତି । ଏ ସ୍ଵାମୀ ଧର୍ମ ମହାସଭାରେ ଯୋଗ ଦିଅନ୍ତେ ନାହିଁ ? ସେ ଜଣେ ଧର୍ମ ମହାସଭାରେ ଜଣେ କର୍ତ୍ତା । ତାଙ୍କର ପ୍ରସ୍ତାବ ଶୁଣି ବିବେକାନନ୍ଦ କହିଲେ ଭାରତବର୍ଷରୁ କାହାଠାରୁ ଅନୁମତି ପତ୍ର ଆଣି ନାହାନ୍ତି । ପ୍ରଫେସର ଉତ୍ତର ଦେଲେ, “ ସ୍ଵାମୀଜୀ ! ଆଲୋକ ବିତରଣ କରିବା ପାଇଁ ସୂର୍ଯ୍ୟ କାହାଠାରୁ ଅନୁମତି ଆଣିଛନ୍ତି କି ନା ବୋଲି ତାଙ୍କୁ ପଚାରିବା ଯାହା, ଧର୍ମ ସଭାରେ ଯୋଗ ଦେବା ପାଇଁ ଆପଣଙ୍କୁ ଅନୁମତି ପତ୍ର ମାଗିବା ସେଇୟା । “ ଏହା କହି ସମସ୍ତ କାଗଜ ପତ୍ର ଯୋଗାଡ କରି ସ୍ଵାମୀଜୀଙ୍କୁ ଦେଲେ ।

ଏତିକିରେ ବିବେକାନନ୍ଦଙ୍କର ଦୁର୍ଯୋଗ ଶେଷ ହେଲା ନାହିଁ । ଚିକାଗୋର ପହଞ୍ଚି ଦେଖନ୍ତି ତ ପ୍ରଫେସର ଦେଇଥିବା ସବୁ କାଗଜ ପତ୍ର କେଉଁଠି ହଜି ଯାଇଛି ! ଆଉ ଜଣେ ଭଦ୍ର ମହିଳା ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଫଳରେ ସ୍ଵାମୀଜୀ ଧର୍ମ ମହାସଭାରେ ଅତିଥି ହେଲେ ।

ଚିକାଗୋ ଧର୍ମ ସଭା

 

ଆମେରିକାରେ ତିନିବର୍ଷ

 

ପାଶ୍ଚାତ୍ୟ ଶିଷ୍ୟଶିଷ୍ୟା

 

ଭାରତର ପ୍ରାଣପୁରୁଷ

 

ମିଶନ ଓ ମଠପ୍ରତିଷ୍ଠା

 

ଦ୍ଵିତୀୟବାର ପାଶ୍ଚାତ୍ୟ ଭ୍ରମଣ

 

ବିଦାୟ

 

3.85714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top